Beginning
1 ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ ପିତରଙ୍କଠାରୁ ପନ୍ତ, ଗାଲାତିଆ, କାପ୍ପାଦକିଆ, ଆସିଆ ଓ ବୀଥୂନିଆ ଅଞ୍ଚଳରେ ସର୍ବତ୍ର ଛିନ୍ନଭିନ୍ନ ହୋଇଥିବା ପରମେଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ପତ୍ର। 2 ପରମେଶ୍ୱର ଖୁବ୍ ଆଗରୁ ତାଙ୍କର ପବିତ୍ର ଲୋକ ହେବା ପାଇଁ ତୁମ୍ଭମାନଙ୍କୁ ମନୋନୀତ କରିବାକୁ ଯୋଜନା କରିଥିଲେ। ତୁମ୍ଭକୁ ପବିତ୍ର କରିବା ଆତ୍ମାଙ୍କର କାମ ଅଟେ। ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ପବିତ୍ର ହୋଇ ତୁମ୍ଭେ ଯେପରି ପରମେଶ୍ୱରଙ୍କ ଆଜ୍ଞା ପାଳନ କରିବ, ଏହା ସେ ଗ୍ଭହିଁଥିଲେ।
ଈଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ଅଧିକରୁ ଅଧିକ ତୁମ୍ଭ ଉପରେ ବର୍ତ୍ତୁ।
ଯୀଶୁଙ୍କ ଜୀବନ୍ତ ଭରସା
3 ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱର ଧନ୍ୟ ହେଉନ୍ତୁ। ପରମେଶ୍ୱରଙ୍କ କରୁଣା ଅପାର, ଓ ଏହି କରୁଣା (କୃପା) ଦ୍ୱାରା ସେ ଆମ୍ଭକୁ ଗୋଟିଏ ନୂତନ ଜୀବନ ଦେଇଛନ୍ତି। ଯୀଶୁ ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେବା ଦ୍ୱାରା ଏହି ନୂତନ ଜୀବନ ଆମ୍ଭକୁ ଗୋଟିଏ ଜୀବନ୍ତ ଭରସା ଦେଇଛି। 4 ପରମେଶ୍ୱର ଆପଣା ସନ୍ତାନମାନଙ୍କ ପାଇଁ ରଖିଥିବା ଆଶୀର୍ବାଦ ଆମ୍ଭେ ଏବେ ପାଇବାକୁ ଭରସା କରୁ। ସେହି ଆଶୀର୍ବାଦଗୁଡ଼ିକ ସ୍ୱର୍ଗରେ ତୁମ୍ଭ ପାଇଁ ସୁରକ୍ଷିତ। ସେହି ଆଶୀର୍ବାଦଗୁଡ଼ିକ କଦାପି ନଷ୍ଟ ହେବ ନାହିଁ, ବା ଧ୍ୱଂସ ପାଇବ ନାହିଁ କିଅବା ସେଗୁଡ଼ିକ ସେମାନଙ୍କର ସୌନ୍ଦର୍ଯ୍ୟ ହରାଇବେ ନାହିଁ।
5 ତୁମ୍ଭର ପରିତ୍ରାଣର ସମୟ ନ ଆସିବା ପର୍ଯ୍ୟନ୍ତ ତୁମ୍ଭ ବିଶ୍ୱାସ ମାଧ୍ୟମରେ ପରମେଶ୍ୱରଙ୍କ ଶକ୍ତି ତୁମ୍ଭକୁ ରକ୍ଷା କରିବ। ସେହି ପରିତ୍ରାଣ ତୁମ୍ଭ ପାଇଁ ପ୍ରସ୍ତୁତ ହୋଇ ରହିଛି ଏବଂ ଯୁଗର ଶେଷରେ ତୁମ୍ଭେ ଏହା ପାଇବ। 6 ତେଣୁ ତୁମ୍ଭେ ଆନନ୍ଦିତ ହୁଅ। କିନ୍ତୁ ଏବେ ଅଳ୍ପ ସମୟ ପାଇଁ ଅନେକ ପ୍ରକାରର ସମସ୍ୟା ତୁମ୍ଭକୁ ଦୁଃଖୀ କରୁଥାଇପାରେ। 7 ଏହି ସମସ୍ୟାଗୁଡ଼ିକ କାହିଁକି ହୁଏ? କେବଳ ତୁମ୍ଭର ବିଶ୍ୱାସର ସତ୍ୟତା ପ୍ରମାଣିତ କରିବା ଲାଗି ଏପରି ଘଟେ। ଏହି ବିଶ୍ୱାସର ପ୍ରମାଣ ସୁନାଠାରୁ ଅଧିକ ମୂଲ୍ୟବାନ। ସୁନାର ବିଶୁଦ୍ଧତା ଅଗ୍ନି ଦ୍ୱାରା ପରୀକ୍ଷିତ ହୁଏ, କିନ୍ତୁ ତାହା ନଷ୍ଟଶୀଳ। ଯୀଶୁ ପୁନଃ ଆସିବା ବେଳେ, ତୁମ୍ଭ ବିଶ୍ୱାସର ପବିତ୍ରତା ହେତୁ ତୁମ୍ଭେ ପ୍ରଶଂସା, ମହିମା ଓ ସମ୍ମାନ ପାଇବ।
8 ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ନ ଦେଖି ମଧ୍ୟ ପ୍ରେମ କରୁଛ। ଏବେ ତୁମ୍ଭେ ତାହାଙ୍କୁ ନ ଦେଖି ମଧ୍ୟ ବିଶ୍ୱାସ କରୁଛ। ତୁମ୍ଭେ ଅତୁଳନୀୟ ଆନନ୍ଦ ପାଉଛ। ସେହି ଆନନ୍ଦ ମହିମାରେ ପରିପୂର୍ଣ୍ଣ। 9 ତୁମ୍ଭ ବିଶ୍ୱାସର ଗୋଟିଏ ଲକ୍ଷ୍ୟ ଅଛି। ତାହା ହେଲା ଆତ୍ମାର ଉଦ୍ଧାର। ତୁମ୍ଭେ ସେହି ଲକ୍ଷ୍ୟ ଅର୍ଥାତ୍ ଉଦ୍ଧାର ପାଉଛ।
10 ଭବିଷ୍ୟଦ୍ବକ୍ତାମାନେ ମନୋଯୋଗ ସହକାରେ ଅଧ୍ୟୟନ କରି ଏହି ଉଦ୍ଧାର ବିଷୟରେ ଜାଣିବା ପାଇଁ ଚେଷ୍ଟା କଲେ। ସେହି ଭବିଷ୍ୟଦ୍ବକ୍ତାମାନେ ତୁମ୍ଭ ପ୍ରତି ଆଗତ ଅନୁଗ୍ରହ ବିଷୟରେ କହିଥିଲେ। 11 ଖ୍ରୀଷ୍ଟଙ୍କ ଆତ୍ମା ସେହି ଭବିଷ୍ୟଦ୍ବକ୍ତାମାନଙ୍କ ଅନ୍ତରରେ ଥିଲା। ଖ୍ରୀଷ୍ଟଙ୍କୁ କିପରି କଷ୍ଟ ଭୋଗିବାକୁ ହେବ ଓ ତା'ପରେ କିପରି ମହିମା ପ୍ରକାଶିତ ହେବ, ସେହି ବିଷୟରେ ‘ଆତ୍ମା’ କଥା କହୁଥିଲେ। ସେହି ଆତ୍ମା ଯାହା ଦେଖାଉଥିଲେ, ସେହି ଭବିଷ୍ୟଦ୍ବକ୍ତାମାନେ ତାହା ଶିଖିବାକୁ ଚେଷ୍ଟା କଲେ। ସେମାନେ ଜାଣିବାକୁ ଚେଷ୍ଟା କଲେ ଯେ କେତେବେଳେ ଏହିସବୁ ଘଟଣାମାନ ଘଟିବ ଏବଂ ସେତେବେଳେ ଜଗତର ଅବସ୍ଥା କିପରି ହୋଇଥିବ।
12 ସେହି ଭବିଷ୍ୟଦ୍ବକ୍ତାମାନଙ୍କ ସେବାକାର୍ଯ୍ୟ ସେମାନଙ୍କ ନିଜ ପାଇଁ ନୁହେଁ ବୋଲି ସେମାନଙ୍କୁ ଦେଖାଇ ଦିଆ ହେଲା। ଭବିଷ୍ୟଦ୍ବକ୍ତାମାନେ ତୁମ୍ଭର ସେବା କରୁଥିଲେ। ସେମାନେ ସେବା କଲାବେଳେ ଯାହା କହିଥିଲେ ତୁମ୍ଭେ ତାହା ଶୁଣିଛ। ଯେଉଁ ଲୋକମାନେ ତୁମ୍ଭକୁ ସେହି ସୁସମାଗ୍ଭର କହିଲେ, ସେମାନେ ହିଁ ତାହା କହିଥିଲେ। ସ୍ୱର୍ଗରୁ ପଠାଯାଇଥିବା ପବିତ୍ରଆତ୍ମା ସାହାଯ୍ୟରେ ସେମାନେ କହିଥିଲେ। ଯେଉଁ କଥାଗୁଡ଼ିକ ତୁମ୍ଭକୁ କୁହାଯାଇଛି, ସେଗୁଡ଼ିକୁ ସ୍ୱର୍ଗଦୂତମାନେ ମଧ୍ୟ ଜାଣିବା ପାଇଁ ବହୁତ ଆଗ୍ରହୀ।
ପବିତ୍ର ଜୀବନ ପାଇଁ ଡାକରା
13 ଆତ୍ମସଂଯମୀ ହୁଅ ଓ ନିଜ ମନକୁ ସେବାକାର୍ଯ୍ୟ ପାଇଁ ପ୍ରସ୍ତୁତ କର। ଯୀଶୁ ଖ୍ରୀଷ୍ଟ ଆସିବା ବେଳେ, ଯେଉଁ ଅନୁଗ୍ରହ ତୁମ୍ଭ ପ୍ରତି ବର୍ତ୍ତିବ, ସେଥିରେ ତୁମ୍ଭର ପୂର୍ଣ୍ଣ ଭରସା ରହିବା ଉଚିତ୍। 14 ଅତୀତରେ ତୁମ୍ଭେ ଏହି କଥା ବୁଝି ନ ପାରି, ନିଜ ଇଚ୍ଛାରେ ସେହିସବୁ ମନ୍ଦ କାମ କରିଥିଲ କିନ୍ତୁ ଏବେ ତୁମ୍ଭେ ପରମେଶ୍ୱରଙ୍କ ଆଜ୍ଞାକାରୀ ସନ୍ତାନ ଅଟ। ଅତଏବ ଅତୀତର ମନ୍ଦ ଜୀବନଯାପନ କର ନାହିଁ। 15 ନିଜେ କରୁଥିବା ସମସ୍ତ କାମରେ, ପରମେଶ୍ୱର ଯେପରି ପବିତ୍ର, ସେହିପରି ପବିତ୍ର ହୁଅ। ପରମେଶ୍ୱର ହିଁ ତୁମ୍ଭକୁ ଆହ୍ୱାନ କରିଥିଲେ। 16 ଶାସ୍ତ୍ରରେ ଲେଖାଅଛି: “ପବିତ୍ର ହୁଅ, କାରଣ ମୁଁ ହେଉଛି ପବିତ୍ର।”(A)
17 ତୁମ୍ଭେ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛ ଓ ପିତା ବୋଲି ଡାକୁଛ। ପରମେଶ୍ୱର ପ୍ରତ୍ୟେକ ଲୋକଙ୍କୁ ତାହାର କାର୍ଯ୍ୟ ଅନୁସାରେ ସମାନ ଭାବରେ ବିଗ୍ଭର କରନ୍ତି। ତେଣୁ ତୁମ୍ଭେ ଯେପର୍ଯ୍ୟନ୍ତ ପୃଥିବୀରେ ବଞ୍ଚି ରହିଛ, ତୁମ୍ଭେ ପରମେଶ୍ୱରଙ୍କ ପ୍ରତି ଭୟ ରଖି ବଞ୍ଚିବା ଉଚିତ୍। 18 ତୁମ୍ଭେ ଜାଣିଛ ଯେ ଅତୀତରେ ତୁମ୍ଭେ ନିରର୍ଥକ ଜୀବନଯାପନ କରୁଥିଲ। ତୁମ୍ଭ ପୂର୍ବ ବଂଶଧରମାନଙ୍କଠାରୁ ତୁମ୍ଭେ ସେହିପରି ଜୀବନ କାଟିବାକୁ ଶିଖିଥିଲ। କିନ୍ତୁ ତୁମ୍ଭେ ବର୍ତ୍ତମାନ ସେହିପରି ଜୀବନ କାଟିବାରୁ ରକ୍ଷା ପାଇଛ। ସୁନା ଓ ରୂପା ଭଳି କ୍ଷଣସ୍ଥାୟୀ ଜିନିଷ ବଦଳରେ ନୁହେଁ, 19 ବରଂ ନିର୍ଦ୍ଦୋଷ ପବିତ୍ର ମେଷଶାବକ ଖ୍ରୀଷ୍ଟଙ୍କର ବହୁମୂଲ୍ୟ ରକ୍ତ ଦ୍ୱାରା ତୁମ୍ଭେ କିଣା ହୋଇଅଛ। 20 ଜଗତ ଆରମ୍ଭ ହେବା ପୂର୍ବରୁ ଖ୍ରୀଷ୍ଟ ମନୋନୀତ ହୋଇଥିଲେ। କିନ୍ତୁ ଏହି ଶେଷ ସମୟରେ ତୁମ୍ଭ ନିମନ୍ତେ ସେ ଜଗତରେ ପ୍ରକାଶିତ ହେଲେ। 21 ତୁମ୍ଭେ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କୁ ବିଶ୍ୱାସ କର। ପରମେଶ୍ୱର ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କଲେ। ତା'ପରେ ସେ ତାହାଙ୍କୁ ମହିମା ପ୍ରଦାନ କଲେ। ତେଣୁ ତୁମ୍ଭର ବିଶ୍ୱାସ ଓ ଭରସା ପରମେଶ୍ୱରଙ୍କଠାରେ ଅଛି।
22 ଏବେ, ସତ୍ୟ ପାଳନ ଦ୍ୱାରା ତୁମ୍ଭେମାନେ ନିଜ ନିଜକୁ ପବିତ୍ର କରିଛ। ତୁମ୍ଭେମାନେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ସତ୍ୟ ପ୍ରେମ ଦେଖାଇ ପାରିବ। ଅତଏବ, ପୂର୍ଣ୍ଣ ହୃଦୟ ସହିତ ଗଭୀର ଭାବରେ ପରସ୍ପରକୁ ପ୍ରେମ କର। 23 ତୁମ୍ଭେ ପୁନର୍ଜନ୍ମ ଗ୍ରହଣ କରିଛ। ଏହି ନୂତନ ଜୀବନ ମରଣଶୀଳ ବିଷୟରୁ ଆସି ନାହିଁ କିନ୍ତୁ ଯାହାକିଛି କେବେ ମରେ ନାହିଁ, ସେଠାରୁ ଆସିଛି। ଯାହା ସବୁଦିନ ପାଇଁ ରୁହେ, ପରମେଶ୍ୱରଙ୍କ ସେହି ଜୀବନ୍ତ ସୁସମାଗ୍ଭର ଯୋଗୁଁ ତୁମ୍ଭେ ଆଉ ଥରେ ଜନ୍ମ ଗ୍ରହଣ କରିଛ। 24 ଶାସ୍ତ୍ର କୁହେ:
“ସମସ୍ତ ମନୁଷ୍ୟ ନିତ୍ୟଜୀବୀ ନୁହନ୍ତି, ସେମାନେ ଘାସ ଭଳି,
ସେମାନଙ୍କର ମହିମା ଏକ ବନ୍ୟଫୁଲ ଭଳି।
ଘାସ ଶୁଖି ଯାଏ,
ଫୁଲ ଝଡ଼ି ଯାଏ।
25 କିନ୍ତୁ ପରମେଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ(B)
ଏବଂ ଏହି ଶିକ୍ଷା ତୁମ୍ଭକୁ ଦିଆ ଯାଇଥିଲା।”
ଜୀବନ୍ତ ପଥର ଓ ପବିତ୍ର ଦେଶ
2 ଅନ୍ୟ ଲୋକମାନଙ୍କୁ ଆଘାତ କଲାଭଳି କୌଣସି କାମ କର ନାହିଁ। ମିଛ କୁହ ନାହିଁ, ଲୋକଙ୍କୁ ଠକ ନାହିଁ, ଈର୍ଷାନ୍ୱିତ ହୁଅ ନାହିଁ, ଲୋକମାନଙ୍କର ନିନ୍ଦା କର ନାହିଁ। ନିଜ ଜୀବନରୁ ଏଗୁଡ଼ିକୁ ଦୂର କର। 2 ନୂତନ ଜନ୍ମଲାଭ କରିଥିବା ଶିଶୁ ଭଳି ହୁଅ। ତୁମ୍ଭ ଆତ୍ମାକୁ ପରିତୃପ୍ତ କରୁଥିବା ବିଶୁଦ୍ଧ ଦୁଗ୍ଧ ପାନ ପାଇଁ ତୁମ୍ଭେ ଲାଳାୟିତ ହୁଅ। ଏହାକୁ ପାନ କରିବା ଦ୍ୱାରା ତୁମ୍ଭେ ବୃଦ୍ଧି ପାଇବ ଓ ଉଦ୍ଧାର ପାଇବ। 3 ପ୍ରଭୁଙ୍କର ଉତ୍ତମତାର ସ୍ୱାଦ ତୁମ୍ଭେ ଗ୍ଭଖି ସାରିଛ।
4 ପ୍ରଭୁ ଯୀଶୁ ହେଉଛନ୍ତି ଜୀବନ୍ତ “ପଥର”। ଜଗତର ଲୋକମାନେ ସେହି ପଥରଟି ଅଗ୍ରାହ୍ୟ କଲେ। କିନ୍ତୁ ପରମେଶ୍ୱର ସେହି ପଥରଟିକୁ ମନୋନୀତ କରିଛନ୍ତି। ପରମେଶ୍ୱରଙ୍କ ପାଇଁ ତାହାଙ୍କ ମୂଲ୍ୟ ଅଧିକ। 5 ଅତଏବ ତାହାଙ୍କ ପାଖକୁ ଆସ। ତୁମ୍ଭେମାନେ ମଧ୍ୟ ଜୀବନ୍ତ ପଥର ଭଳି। ପରମେଶ୍ୱର ଗୋଟିଏ ଆଧ୍ୟାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। ସେହି ମନ୍ଦିରରେ ପରମେଶ୍ୱରଙ୍କ ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଗୃହୀତ ହେବା ଭଳି ଆଧ୍ୟାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ ହେବା ପାଇଁ, ନିଜକୁ ନିୟୋଜିତ କର। 6 ଶାସ୍ତ୍ର କୁହେ:
“ଦେଖ, ସିୟୋନଠାରେ, ଗୋଟିଏ ମୂଲ୍ୟବାନ କୋଣ-ପଥର ବାଛି
ମୁଁ ରଖିଛି;
ଯେଉଁ ଲୋକ ଏହାକୁ ବିଶ୍ୱାସ କରିବ ସେ କେବେ ହେଲେ ଲଜ୍ଜିତ ହେବ ନାହିଁ।”(C)
7 ତୁମ୍ଭ ଭଳି ବିଶ୍ୱାସୀମାନଙ୍କ ଲାଗି ସେ ପଥରଟି (ଯୀଶୁ) ଅତି ମୂଲ୍ୟବାନ। କିନ୍ତୁ ଯୀଶୁ ଅବିଶ୍ୱାସୀମାନଙ୍କ ଲାଗି:
“ଗୃହ ନିର୍ମାଣକାରୀମାନେ ଯେଉଁ ପଥରଟିକୁ ଅଗ୍ରାହ୍ୟ କଲେ
ସେହି ପଥରଟି ଅତି ବହୁମୂଲ୍ୟ ପଥର ହୋଇଗଲା।”(D)
8 ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କ ଲାଗି:
“ସେହି ପଥର ଲୋକଙ୍କ ଝୁଣ୍ଟିବା କାରଣ ହୁଏ
ସେହି ପଥର ଲୋକଙ୍କ ପତନର କାରଣ ହୁଏ।”(E)
ପରମେଶ୍ୱରଙ୍କ କଥା ଅବମାନନା କରିବା ହେତୁ ଲୋକେ ଝୁଣ୍ଟନ୍ତି। ସେହି ଲୋକମାନଙ୍କ ନିମନ୍ତେ ପରମେଶ୍ୱର ଏପରି ଯୋଜନା କରିଥିଲେ।
9 କିନ୍ତୁ ତୁମ୍ଭେମାନେ ମନୋନୀତ ଲୋକ ଅଟ। ତୁମ୍ଭେମାନେ ରାଜାଙ୍କର ଯାଜକ। ତୁମ୍ଭେମାନେ ପବିତ୍ର ଜାତି ଅଟ। ତୁମ୍ଭେମାନେ ପରମେଶ୍ୱରଙ୍କ ଲୋକ। ପରମେଶ୍ୱର କରିଥିବା ଆଶ୍ଚର୍ଯ୍ୟ ଘଟଣାମାନ କହିବା ପାଇଁ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ଯ୍ୟ ଜନକ ଆଲୋକକୁ ଆଣିଛନ୍ତି।
10 ଅତୀତରେ ତୁମ୍ଭେ ପରମେଶ୍ୱରଙ୍କ ଲୋକ ନ ଥିଲ।
କିନ୍ତୁ ଏବେ ତୁମ୍ଭେ ପରମେଶ୍ୱରଙ୍କ ଲୋକ ଅଟ।
ଅତୀତରେ ତୁମ୍ଭେ ଅନୁଗ୍ରହ ପାଇ ନ ଥିଲ।
କିନ୍ତୁ ଏବେ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ଅନୁଗ୍ରହ ଲାଭ କରିଛ।
ପରମେଶ୍ୱରଙ୍କ ପାଇଁ ଜୀବିତ ରୁହ
11 ପ୍ରିୟ ମିତ୍ରଗଣ, ତୁମ୍ଭେମାନେ ଏହି ଜଗତରେ ବିଦେଶୀ ଓ ପ୍ରବାସୀ ଲୋକ ଭାବରେ ଅଛ। ଅତଏବ ତୁମ୍ଭମାନଙ୍କର ଶରୀର ଇଚ୍ଛା କରୁଥିବା ମନ୍ଦ କାମଗୁଡ଼ିକରୁ ଦୂରରେ ରୁହ। ଏହି କାମଗୁଡ଼ିକ ତୁମ୍ଭ ଆତ୍ମା ବିରୁଦ୍ଧରେ ସଂଘର୍ଷ କରନ୍ତି। 12 ଅବିଶ୍ୱାସୀ ଲୋକମାନେ ତୁମ୍ଭ ଗ୍ଭରିପଟେ ଅଛନ୍ତି। ସେମାନେ କହି ପାରନ୍ତି ଯେ ତୁମ୍ଭେ ଖରାପ କାର୍ଯ୍ୟ କରୁଛ। ଅତଏବ ଉତ୍ତମ ଜୀବନଯାପନ କର। ତା'ହେଲେ ତୁମ୍ଭେମାନେ କରୁଥିବା ଭଲ କାମଗୁଡ଼ିକୁ ସେମାନେ ଦେଖିବେ ଓ ପରମେଶ୍ୱରଙ୍କ ଆସିବା ଦିନ ସେମାନ ତାହାଙ୍କୁ ମହିମା ଦେବେ।
କ୍ଷମତାରେ ଥିବା ଲୋକମାନଙ୍କ ଆଜ୍ଞା ପାଳନ କର
13 ଏହି ଜଗତରେ କ୍ଷମତାପ୍ରାପ୍ତ ଲୋକଙ୍କ ଆଜ୍ଞା ପାଳନ କର। ପ୍ରଭୁଙ୍କ ଲାଗି ଏହା କର। ସର୍ବୋଚ୍ଚ ଶାସନକର୍ତ୍ତା ରାଜାଙ୍କ ଆଜ୍ଞା ପାଳନ କର। 14 ରାଜାଙ୍କ ଦ୍ୱାରା ପ୍ରେରିତ ନେତାମାନଙ୍କର ଆଜ୍ଞା ପାଳନ କର। ମନ୍ଦ କାମ କରୁଥିବା ଲୋକଙ୍କୁ ଦଣ୍ଡ ଦେବା ଓ ଭଲ କାମ କରୁଥିବା ଲୋକଙ୍କୁ ପ୍ରଶଂସା କରିବା ଲାଗି ସେମାନଙ୍କୁ ପଠାଯାଇଥାଏ। 15 ଅତଏବ ଭଲ କାମ କରିବା ଦ୍ୱାରା, ଯେଉଁମାନେ ତୁମ୍ଭ ବିଷୟରେ ନିର୍ବୋଧ କଥାଗୁଡ଼ିକ କୁହନ୍ତି, ସେମାନଙ୍କ ମୁହଁ ବନ୍ଦ ହୋଇଯିବ। 16 ପରମେଶ୍ୱର ଏହା ଗ୍ଭହାନ୍ତି। ସ୍ୱାଧୀନ ଲୋକ ଭଳି ବିଚରଣ କର। କିନ୍ତୁ ମନ୍ଦ କର୍ମ କରିବା ପାଇଁ ଏହି ସ୍ୱାଧୀନତାର ଅପବ୍ୟବହାର କର ନାହିଁ। ପରମେଶ୍ୱରଙ୍କ ସେବାରେ ଜୀବନ କାଟ। 17 ସମସ୍ତଙ୍କୁ ସମ୍ମାନ ଦିଅ। ପରମେଶ୍ୱରଙ୍କ ପରିବାରର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଭଲ ପାଅ। ପରମେଶ୍ୱରଙ୍କୁ ଭୟ କର ଓ ରାଜାଙ୍କୁ ସମ୍ମାନ ଦିଅ।
ଯୀଶୁଙ୍କ ଦୁଃଖ ଭୋଗର ଦୃଷ୍ଟାନ୍ତ
18 ହେ କ୍ରୀତଦାସଗଣ! ତୁମ୍ଭ ମାଲିକର ଶାସନକୁ ସମ୍ମାନର ସହିତ ଗ୍ରହଣ କର। ତୁମ୍ଭେମାନେ ଭଲ ଓ ଭଦ୍ର ମାଲିକ ଏବଂ ମନ୍ଦ ମାଲିକର ମଧ୍ୟ ଆଜ୍ଞା ପାଳନ କରିବା ଉଚିତ୍। 19 ଜଣେ ଲୋକ ଭୁଲ୍ ନ କରିଥିଲେ ମଧ୍ୟ ସେ ଦୁଃଖ ପାଇ ପାରେ। ଯଦି ସେ ଲୋକ ପରମେଶ୍ୱରଙ୍କ କଥା ଚିନ୍ତା କରେ ଓ କଷ୍ଟକୁ ସହି ଯାଏ ତା'ହେଲେ ପରମେଶ୍ୱର ପ୍ରସନ୍ନ ହୁଅନ୍ତି। 20 କିନ୍ତୁ ଯଦି ତୁମ୍ଭେ ଭୁଲ୍ କରିଥିବାରୁ ଦଣ୍ଡିତ ହୁଅ, ତା'ହେଲେ ସେହି ଦଣ୍ଡ ସହିଥିଲ ବୋଲି ତୁମ୍ଭେ ପ୍ରଶଂସା ପାଇବାର କୌଣସି କାରଣ ନାହିଁ। କିନ୍ତୁ ତୁମ୍ଭେ ଯଦି ଭଲ କାମ କରି, ଯାତନା ସହି ଧୈର୍ଯ୍ୟବାନ ରୁହ, ତାହା ପରମେଶ୍ୱରଙ୍କୁ ପ୍ରସନ୍ନ କରେ। 21 ଏହା କରିବାକୁ ତୁମ୍ଭେ ଆହ୍ୱାନ ପାଇଛ। ତୁମ୍ଭେ ଅନୁସରଣ କରିବା ପାଇଁ ଖ୍ରୀଷ୍ଟ ଏକ ଉଦାହରଣ ଦେଖାଇ ଦେଇଯାଇଛନ୍ତି। ସେ ଯାହା କରିଥିଲେ, ତୁମ୍ଭେ ତାହା କରିବା ଉଚିତ୍। ସେ ତୁମ୍ଭ ପାଇଁ ଯାତନା ସହି ଥିବାରୁ, ତୁମ୍ଭେ ମଧ୍ୟ କଷ୍ଟ ଭୋଗିଲା ବେଳେ ଧୈର୍ଯ୍ୟଶୀଳ ହେବା ଉଚିତ୍।
22 “ସେ କୌଣସି ପାପ କରି ନ ଥିଲେ
ଓ କୌଣସି ମିଛ କଥା ମୁହଁରେ ଉଚ୍ଚାରଣ କରି ନ ଥିଲେ।”(F)
23 ଲୋକେ ଖ୍ରୀଷ୍ଟଙ୍କୁ ମନ୍ଦ କଥା କହିଲେ, କିନ୍ତୁ ଯୀଶୁ ସେମାନଙ୍କୁ ମନ୍ଦ କଥା କହି ନାହାନ୍ତି। ଯୀଶୁ ଯାତନା ସହିଲେ, କିନ୍ତୁ ସେ ଲୋକଙ୍କୁ ଧମକ ଦେଇ କିଛି କହି ନ ଥିଲେ। ଯୀଶୁ ତାହାଙ୍କ ଯତ୍ନ ନେବା ପାଇଁ ପରମେଶ୍ୱରଙ୍କଠାରେ ନିର୍ଭରଶୀଳ ହେଲେ। 24 ପରମେଶ୍ୱର ନ୍ୟାୟ ବିଗ୍ଭର କରନ୍ତି। କ୍ରୁଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ୱଦେହରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଇ, ଯାହା ସତ୍ୟ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ୱାରା ତୁମ୍ଭେମାନେ ସୁସ୍ଥ ହୋଇଛ। 25 ମେଣ୍ଢା ଭଳି ତୁମ୍ଭେମାନେ ଭୁଲ୍ ରାସ୍ତାରେ ଗ୍ଭଲି ଯାଇଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କର ଆତ୍ମାର ମେଷପାଳକ ଓ ରକ୍ଷକଙ୍କ ପାଖକୁ ଫେରି ଆସିଛ।
ପତି ପତ୍ନୀ
3 ଠିକ୍ ସେହିଭଳି ପତ୍ନୀମାନେ ନିଜ ନିଜର ପତିମାନଙ୍କର ଅଧିକାର ମାନିବା ଉଚିତ୍। ତା'ହେଲେ, ଯଦି ପତିମାନଙ୍କ ମଧ୍ୟରୁ କେତେଜଣ ପରମେଶ୍ୱରଙ୍କ ଶିକ୍ଷା ମାନୁ ନାହାନ୍ତି, ସେମାନଙ୍କୁ ବିଶ୍ୱାସ କରିବା ପାଇଁ ମନାଇପାରିବ। ତୁମ୍ଭେ କିଛି କହିବା ଦରକାର ହେବ ନାହିଁ। ସେମାନେ ସେମାନଙ୍କର ପତ୍ନୀଙ୍କ ଜୀବନ ଦେଖି ପ୍ରଭାବିତ ହେବେ। 2 ତୁମ୍ଭ ପତି ଦେଖିବେ ଯେ ତୁମ୍ଭେ ପବିତ୍ର ଜୀବନଯାପନ କରୁଛ, ପରମେଶ୍ୱରଙ୍କୁ ସମ୍ମାନ ଦେଉଛ। 3 ତୁମ୍ଭର କେଶ, ସୁନା ଅଳଙ୍କାର ବା ସୁନ୍ଦର ବସ୍ତ୍ର ଉପରେ ତୁମ୍ଭର ସୌନ୍ଦର୍ଯ୍ୟ ନିର୍ଭର କରେ ନାହିଁ। 4 ତୁମ୍ଭର ସୌନ୍ଦର୍ଯ୍ୟ ଅନ୍ତରରୁ ବାହାରି ନମ୍ର ଓ ଶାନ୍ତ ଗୁଣର ପରିଚୟ ଦେବା ଉଚିତ୍। ଏହି ସୌନ୍ଦର୍ଯ୍ୟ କେବେ ହେଲେ ସମାପ୍ତ ହେବ ନାହିଁ। ପରମେଶ୍ୱର ଏହାକୁ ସବୁଠାରୁ ମୂଲ୍ୟବାନ୍ ମନେ କରନ୍ତି।
5 ବହୁ ପୂର୍ବରୁ ପରମେଶ୍ୱରଙ୍କୁ ଅନୁସରଣ କରୁଥିବା ପବିତ୍ର ମହିଳାମାନଙ୍କ ପ୍ରତି ଏହା ହିଁ ଘଟିଥିଲା। ଏହିପରି ଭାବରେ ସେମାନେ ନିଜକୁ ସୁନ୍ଦର କରି ଗଢ଼ିଥିଲେ। ସେମାନେ ନିଜ ପତିମାନଙ୍କ ଅଧୀନରେ ଥିଲେ। 6 ମୁଁ ‘ସାରା’ ଭଳି ସ୍ତ୍ରୀଲୋକମାନଙ୍କ କଥା କହୁଛି। ସେ ନିଜ ପତି ଅବ୍ରହାମଙ୍କୁ ମାନିଲେ ଓ ତାହାଙ୍କୁ ମାଲିକ ବୋଲି ଡାକିଲେ। ତୁମ୍ଭେ ସମସ୍ତ ସ୍ତ୍ରୀଲୋକମାନେ, ଯଦି ଧାର୍ମିକ କାମ କର ଓ ନିର୍ଭୟ ରୁହ, ତା'ହେଲେ ସାରାର ପ୍ରକୃତ ସନ୍ତାନ ଅଟ।
7 ଠିକ୍ ସେହିଭଳି ତୁମ୍ଭେ ପତିମାନେ! ତୁମ୍ଭ ପତ୍ନୀମାନଙ୍କ ସହିତ ଭଲ ବୁଝାମଣାରେ ଜୀବନଯାପନ କର। ତୁମ୍ଭେମାନେ ନିଜ ପତ୍ନୀକୁ ସମ୍ମାନ ଦେଖାଇବା ଉଚିତ୍। ସେମାନେ ତୁମ୍ଭଠାରୁ ଦୁର୍ବଳ। କିନ୍ତୁ ପରମେଶ୍ୱର, ତୁମ୍ଭ ଭଳି ସେମାନଙ୍କୁ ମଧ୍ୟ ଆଶୀର୍ବାଦ ଦାନ କରନ୍ତି, ଯାହାକି ପ୍ରକୃତ ଜୀବନ ଦାନ କରେ। ତୁମ୍ଭ ପ୍ରାର୍ଥନାରେ କୌଣସି ଅସୁବିଧା ନ ଘଟିବା ଲାଗି ଏହାସବୁ କର।
ସତ୍କର୍ମ ପାଇଁ ଦୁଃଖ ଭୋଗ
8 ଅତଏବ ସମସ୍ତେ ମିଳିମିଶି ଶାନ୍ତିରେ ରହିବା ଉଚିତ୍। ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କର। ପରସ୍ପରକୁ ଭାଇ ଭଉଣୀ ଭଳି ଭଲ ପାଅ। ସଦୟ ଓ ନମ୍ର ହୁଅ। 9 ତୁମ୍ଭ ପ୍ରତି ମନ୍ଦ କାମ କରିଥିବା ଲୋକକୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ କୌଣସି ଲୋକ ପ୍ରତି ମନ୍ଦ କାମ କର ନାହିଁ। ବା ତୁମ୍ଭକୁ ଖରାପ କଥା କହିଥିବା ଯୋଗୁଁ କୌଣସି ଲୋକକୁ ତା’ ବଦଳରେ ମନ୍ଦ କଥା କୁହ ନାହିଁ। ତା’ ବଦଳରେ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କର ଯେ, ସେ ତାକୁ ଆଶୀର୍ବାଦ କରିବେ। ତୁମ୍ଭେ ନିଜେ ଆଶୀର୍ବାଦ ଗ୍ରହଣ କରିବା ପାଇଁ ଆହ୍ୱାନ ପାଇଥିବାରୁ ଏପରି କର। 10 ଶାସ୍ତ୍ର କୁହେ:
“ଯେଉଁ ଲୋକ ଜୀବନକୁ ଭଲ ପାଇବାକୁ ଗ୍ଭହେଁ
ଓ ଭଲ ଦିନଗୁଡ଼ିକୁ ଉପଭୋଗ କରିବାକୁ ଗ୍ଭହେଁ
ସେ ମନ୍ଦକଥା କହିବା
ଓ ମିଛ କଥା କହିବା ବନ୍ଦ କରିବା ଉଚିତ୍।
11 ସେ ମନ୍ଦ କାର୍ଯ୍ୟ ନିଶ୍ଚୟ ବନ୍ଦ କରୁ ଓ ଭଲ କାମ କରୁ।
ସେ ଶାନ୍ତି ପାଇବା ପାଇଁ ଲକ୍ଷ୍ୟ ରଖି ଚେଷ୍ଟା କରିବା ଉଚିତ୍।
12 ଭଲ ଲୋକମାନଙ୍କୁ ପ୍ରଭୁ ଦେଖନ୍ତି,
ସେମାନଙ୍କର ପ୍ରାର୍ଥନା ସବୁ ସେ ଶୁଣନ୍ତି।
କିନ୍ତୁ ମନ୍ଦ କାମ କରୁଥିବା ଲୋକଙ୍କର ସେ ବିରୋଧୀ ଅଟନ୍ତି।”(G)
13 ଯଦି ତୁମ୍ଭେ ସବୁବେଳେ ଭଲ କରିବା ପାଇଁ ଚେଷ୍ଟା କରୁଥାଅ, ତା'ହେଲେ କୌଣସି ଲୋକ ତୁମ୍ଭକୁ ଆଘାତ କରି ପାରିବ ନାହିଁ। 14 କିନ୍ତୁ ତୁମ୍ଭେ ଭଲ କାମ ପାଇଁ ଦୁଃଖ ଭୋଗିପାର। ଯଦି ଏପରି ଘଟେ, ତା'ହେଲେ ତୁମ୍ଭେ ହେଉଛ ଆଶୀର୍ବାଦର ପାତ୍ର। “ଯେଉଁ ଲୋକମାନେ ତୁମ୍ଭକୁ ଯାତନା ଦିଅନ୍ତି ସେମାନଙ୍କୁ ଭୟ କର ନାହିଁ, କିଅବା ଚିନ୍ତିତ ହୁଅ ନାହିଁ।”(H) 15 କିନ୍ତୁ ତୁମ୍ଭେ ପବିତ୍ର ଭାବରେ ପ୍ରଭୁ ଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ଧରି ରଖ। ତୁମ୍ଭର ଭରସାର କାରଣ ବିଷୟରେ କେହି ତୁମ୍ଭକୁ ପ୍ରଶ୍ନ କଲେ ତାହାକୁ ବୁଝାଇବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଅ। 16 କିନ୍ତୁ ତୁମ୍ଭେ ସେମାନଙ୍କୁ ଭଦ୍ର ଭାବରେ ଓ ନମ୍ର ଭାବରେ ବୁଝାଅ। ତୁମ୍ଭେ ସବୁବେଳେ ଅନୁଭବ କରିବା ଉଚିତ୍ ଯେ, ତୁମ୍ଭେ ଠିକ୍ କାମ କରୁଛ। ଏପରି କଲେ, ଯେଉଁମାନେ ତୁମ୍ଭ ବିରୁଦ୍ଧରେ ମନ୍ଦ କଥା କହୁଛନ୍ତି, ସେମାନେ ଲଜ୍ଜିତ ହେବେ। ତୁମ୍ଭେ ଖ୍ରୀଷ୍ଟଙ୍କଠାରେ ଥାଇ ଉତ୍ତମ ଜୀବନ କାଟୁଥିବାରୁ ସେମାନେ ମନ୍ଦ କଥାଗୁଡ଼ିକ କୁହନ୍ତି। ସେମାନେ ତୁମ୍ଭ ବିଷୟରେ ମନ୍ଦ କଥା କହିଥିବା ହେତୁ ଲଜ୍ଜିତ ହେବେ।
17 ଭଲ କାମ କରି ଯାତନା ସହିବା ମନ୍ଦ କାମ କରିବାଠାରୁ ଉତ୍ତମ। ଏହା ଯଦି ପରମେଶ୍ୱରଙ୍କର ଇଚ୍ଛା, ତେବେ ଏହା ହିଁ ଭଲ।
18 ଖ୍ରୀଷ୍ଟ ନିଜେ ତୁମ୍ଭ ପାଇଁ ମଲେ।
ସେହି ମୂଲ୍ୟ ତୁମ୍ଭର ପାପ ପାଇଁ ମୂଲ୍ୟ ଦେଲା।
ସେ ନିଜେ ଦୋଷୀ ନ ଥିଲେ
କିନ୍ତୁ ଦୋଷୀ ଲୋକଙ୍କ ଲାଗି ମୃତ୍ୟୁ ବରଣ କଲେ।
ସେ ତୁମ୍ଭ ସମସ୍ତଙ୍କୁ ପରମେଶ୍ୱରଙ୍କ ପାଖକୁ ଆଣିବା ପାଇଁ ଏପରି କଲେ।
ତାହାଙ୍କର ଶରୀରକୁ ବଧ କରାଗଲା,
କିନ୍ତୁ ଆତ୍ମାରେ ସେ ପୁନର୍ଜୀବିତ ହେଲେ,
19 ଏବଂ ଆତ୍ମାରେ ସେ ଗଲେ ଓ ବନ୍ଦୀ ଆତ୍ମାମାନଙ୍କୁ ଉପଦେଶ ପ୍ରଦାନ କଲେ। 20 ବହୁ ପୂର୍ବରୁ ନୋହଙ୍କ ସମୟରେ ଏହି ଆତ୍ମାଗୁଡ଼ିକ ପରମେଶ୍ୱରଙ୍କ ଅବାଧ୍ୟ ହୋଇଥିଲେ। ନୋହ ତାହାଙ୍କ ଜାହାଜ ତିଆରି କଲା ପର୍ଯ୍ୟନ୍ତ ପରମେଶ୍ୱର ଧୈର୍ଯ୍ୟ ସହିତ ଅପେକ୍ଷା କରୁଥିଲେ। ସେହି ଜାହାଜରେ ଅଳ୍ପ କେତେ ଜଣ, ମାତ୍ର ଆଠ ଜଣ ଜଳରୁ ରକ୍ଷା ପାଇ ପାରିଲେ। 21 ସେହି ଜଳ ବାପ୍ତିସ୍ମ ସଦୃଶ ତୁମ୍ଭକୁ ଏବେ ରକ୍ଷା କରୁଛି। ଶରୀରର ମଇଳା ସଫା କରିବା ବାପ୍ତିସ୍ମ ନୁହେଁ। ମାତ୍ର ବାପ୍ତିସ୍ମ ହେଉଛି, ପରମେଶ୍ୱରଙ୍କୁ ଏକ ହୃଦୟ ମାଗିବା। ଯୀଶୁ ମୃତ୍ୟୁରୁ ଜୀବିତ ହୋଇଥିବାରୁ ଏହା ତୁମ୍ଭକୁ ରକ୍ଷା କରୁଛି। 22 ଏବେ ଯୀଶୁ ସ୍ୱର୍ଗକୁ ଗଲେଣି। ସେ ପରମେଶ୍ୱରଙ୍କ ଡାହାଣରେ ବିରାଜମାନ। ସେ ସେଠାରେ ସ୍ୱର୍ଗଦୂତ, ସମସ୍ତ କ୍ଷମତା ଓ ଶକ୍ତିଗୁଡ଼ିକର ଶାସକ ଅଟନ୍ତି।
ପରିବର୍ତ୍ତିତ ଜୀବନ
4 ଖ୍ରୀଷ୍ଟ ନିଜ ଶରୀରରେ ଥିଲାବେଳେ ଯାତନା ପାଇଲେ। ଅତଏବ ତାହାଙ୍କର ଯେଭଳି ଚିନ୍ତାଧାରା ଥିଲା, ତାହା ଦ୍ୱାରା ତୁମ୍ଭେ ଆପଣାକୁ ଶକ୍ତିଯୁକ୍ତ କର। ଯେଉଁ ଲୋକ ନିଜ ଶରୀରରେ ଯାତନ ଭୋଗ କଲା; ସେ ପାପରୁ ନିବୃତ୍ତ ହୋଇଛି। 2 ତୁମ୍ଭେ ଏପରି ଭାବରେ ନିଜକୁ ଶକ୍ତିଶାଳୀ କର, ଯେପରି ତୁମ୍ଭେ ପରମେଶ୍ୱରଙ୍କ ଇଚ୍ଛାନୁସାରେ ଜୀବନଯାପନ କରିବ, ଲୋକମାନଙ୍କ ଇଚ୍ଛାରେ, ମନ୍ଦକାର୍ଯ୍ୟ କରି ଜୀବନଯାପନ କରିବ ନାହିଁ। 3 ଅତୀତରେ ଅବିଶ୍ୱାସୀ ଲୋକଙ୍କ କଥାରେ କାମ କରି ତୁମ୍ଭେ ଅନେକ ସମୟ ନଷ୍ଟ କରିସାରିଛ। ତୁମ୍ଭେ ଯୌନପାପ କରୁଥିଲ। ନିଜ ଇଚ୍ଛାନୁସାରେ ମନ୍ଦକାମ କରୁଥିଲ। ତୁମ୍ଭେ ମାତାଲ ହେଉଥିଲ, ନାନାଦି ହିଂସ୍ରକ ଓ ଧ୍ୱଂସର କାର୍ଯ୍ୟ କରୁଥିଲ, ମଦ୍ୟପାନ ଦଳରେ ଯୋଗ ଦେଉଥିଲ, ଓ ମୂର୍ତ୍ତିମାନଙ୍କୁ ଉପାସନା କରି ମନ୍ଦକାମ କରୁଥିଲ।
4 ସେହି ଅବିଶ୍ୱାସୀମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ବର୍ତ୍ତମାନ ତୁମ୍ଭେ ସେମାନଙ୍କ ଭଳି ହିଂସ୍ରକ ଓ ଧ୍ୱଂସକାରୀ କାମମାନ କରୁ ନାହଁ। 5 ଅତଏବ ସେମାନେ ତୁମ୍ଭ ବିଷୟରେ ମନ୍ଦକଥା କହୁଛନ୍ତି। କିନ୍ତୁ ସେମାନଙ୍କୁ ସେମାନଙ୍କ କୃତ କର୍ମ ଲାଗି ଉତ୍ତର ଦେବାକୁ ହେବ। ଯେଉଁ ଖ୍ରୀଷ୍ଟ ମୃତ ଓ ଜୀବନ ଉଭୟର ବିଗ୍ଭର କରିବାକୁ ପ୍ରସ୍ତୁତ, ତାହାଙ୍କ ନିକଟରେ ସେମାନଙ୍କୁ ସମସ୍ତ କର୍ମର ହିସାବ ଦେବାକୁ ହେବ। 6 ଯେଉଁ ଲୋକମାନେ ବର୍ତ୍ତମାନ ମୃତ, ସେମାନଙ୍କୁ ସୁସମାଗ୍ଭର କୁହାଯାଇଥିଲା, କାରଣ ସବୁ ଲୋକଙ୍କର ବିଗ୍ଭର ହେବା ଭଳି ସେମାନଙ୍କର ମଧ୍ୟ ବିଗ୍ଭର ହେବ। ସେମାନେ ଜୀବିତ ଥିଲାବେଳେ ଯାହାକିଛି କରିଥିଲେ, ସେହି ଅନୁସାରେ ବିଗ୍ଭରିତ ହେବେ। କିନ୍ତୁ ସେମାନେ ଯେପରି ପରମେଶ୍ୱରଙ୍କ ଭଳି ଆତ୍ମାରେ ଜୀବିତ ହେବେ, ଏଥିପାଇଁ ସେମାନଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭରିତ ହୋଇଥିଲା।
ପରମେଶ୍ୱରଙ୍କ ଦାନଗୁଡ଼ିକର ଭଲ ତତ୍ତ୍ୱାବଧାରକ ହୁଅ
7 ସବୁ ବିଷୟ ସମାପ୍ତ ହେବାର ସମୟ ନିକଟତର ହେଲାଣି। ଅତଏବ ନିଜର ମନକୁ ଶୁଚି ରଖ ଏବଂ ନିଜକୁ ସଂଯତ କର। ଏହା ତୁମ୍ଭକୁ ପ୍ରାର୍ଥନା କରିବାରେ ସାହାଯ୍ୟ କରିବ। 8 ସବୁଠାରୁ ବଡ଼ କଥା ହେଲା ଯେ, ପରସ୍ପରକୁ ନିବିଡ଼ ଭାବେ ପ୍ରେମ କର। 9 ପ୍ରେମ ଅନେକ ପାପ ଆଚ୍ଛାଦିତ କରେ। କୌଣସି ପ୍ରକାରର ଆପତ୍ତି ନ ଉଠାଇ ପରସ୍ପରକୁ ନିଜ ଘରକୁ ସ୍ୱାଗତ ଜଣାଅ। 10 ତୁମ୍ଭ ମଧ୍ୟରୁ ପ୍ରତ୍ୟେକେ ଗୋଟିଏ ଗୋଟିଏ ଆଧ୍ୟାତ୍ମିକ ଦାନ ପରମେଶ୍ୱରଙ୍କଠାରୁ ପାଇଛ। ପରମେଶ୍ୱର ଅନେକ ପ୍ରକାରେ ତାହାଙ୍କର ଅନୁଗ୍ରହ ତୁମ୍ଭକୁ ଦେଖାଇଛନ୍ତି। ତୁମ୍ଭେ ତାହାଙ୍କର ଦାନଗୁଡ଼ିକୁ ଦାୟିତ୍ୱପୂର୍ଣ୍ଣ ସହିତ ପରମେଶ୍ୱରଙ୍କ ସେବକ ଭଳି ବ୍ୟବହାର କର। ଅତଏବ ଭଲ ସେବକ ହୋଇ ପରସ୍ପରର ସେବାରେ ସେଗୁଡ଼ିକୁ ଲଗାଅ। 11 ଯେଉଁ ଲୋକ କହିବାକୁ ଗ୍ଭହେଁ, ସେ ପରମେଶ୍ୱରଙ୍କ ବାକ୍ୟରୁ କଥା କହୁ। ଯେଉଁ ଲୋକ ସେବା କରିବ, ସେ ପରମେଶ୍ୱରଙ୍କ ପ୍ରଦତ୍ତ ଶକ୍ତି ସାହାଯ୍ୟରେ ସେବା କରୁ। ତୁମ୍ଭେ ଏହିସବୁ କାମ ଏପରି ଭାବରେ କରିବା ଉଚିତ୍ ଯେ, ଖ୍ରୀଷ୍ଟଙ୍କ ମାଧ୍ୟମରେ ଯେପରି ପରମେଶ୍ୱର ସମସ୍ତ ବିଷୟରେ ପ୍ରଶଂସା ପାଇବେ। କ୍ଷମତା ଓ ମହିମା ସଦାସର୍ବଦା ପାଇଁ ତାହାଙ୍କର ଅଟେ। ଆମେନ୍।
ଖ୍ରୀଷ୍ଟିୟାନ ଭାବରେ ଯାତନା ସହିବା
12 ମୋ’ ମିତ୍ରଗଣ, ତୁମ୍ଭେମାନେ ବର୍ତ୍ତମାନର ଦୁଃଖ ସହୁଥିବାରୁ ଆଶ୍ଚର୍ଯ୍ୟ ମନେକର ନାହିଁ। ଏହି ଦୁଃଖ ଭୋଗ ତୁମ୍ଭମାନଙ୍କର ବିଶ୍ୱାସ ପରୀକ୍ଷା କରୁଛି। ଭାବ ନାହିଁ ଯେ ତୁମ୍ଭ ପ୍ରତି କିଛି ଆଶ୍ଚର୍ଯ୍ୟ କଥା ଘଟୁଛି। 13 ବରଂ ତୁମ୍ଭେ ଖୁସୀ ହେବା ଉଚିତ୍ ଯେ, ତୁମ୍ଭେ ଖ୍ରୀଷ୍ଟଙ୍କର ଯାତନାର ସହଭାଗୀ ହୋଇଛ। ଖ୍ରୀଷ୍ଟ ନିଜର ମହିମା ପ୍ରକାଶ କଲାବେଳେ ତୁମ୍ଭେ ଖୁସୀ ହେବ ଓ ଆନନ୍ଦରେ ପୂର୍ଣ୍ଣ ହେବ। 14 ଖ୍ରୀଷ୍ଟଙ୍କୁ ଅନୁସରଣ କରୁଛ ବୋଲି ଲୋକେ ତୁମ୍ଭକୁ ମନ୍ଦକଥା କହିଲେ, ତୁମ୍ଭେ ଧନ୍ୟ ବୋଲି ଜାଣିବ। ତୁମ୍ଭ ଭିତରେ ଗୌରବମୟ ଆତ୍ମା ଅଛନ୍ତି ବୋଲି ତୁମ୍ଭେ ଧନ୍ୟ। ତାହା ହିଁ ହେଉଛି ପରମେଶ୍ୱରଙ୍କ ଆତ୍ମା। 15 ତୁମ୍ଭମାନଙ୍କ ଭିତରୁ କେହି ହତ୍ୟାକାରୀ ବା ଗ୍ଭେର ବା ଦୁଷ୍କର୍ମକାରୀ ବା ଅନ୍ୟମାନଙ୍କ କାରବାରରେ ମୁଣ୍ଡ ଖେଳାଇଲା ଭଳି ଲୋକ ନ ଥାଉ। ସେହିଭଳି କାମ କଲେ, ଜଣେ ଦୁଃଖ ଭୋଗିବ। ତୁମ୍ଭ ଭିତରୁ କେହି ଏପରି କାର୍ଯ୍ୟ କରି ଯାତନା ନ ଭୋଗୁ। କିନ୍ତୁ ଜଣେ କେହି ଖ୍ରୀଷ୍ଟିୟାନ ହେବାରୁ ଯାତନା ପାଇଲେ, ଲଜ୍ଜିତ ନ ହେଉ। 16 ତୁମ୍ଭେ ସେହି ଖ୍ରୀଷ୍ଟିୟାନ ନାମଟି ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅ। 17 ଏବେ ବିଗ୍ଭରର ସମୟ ଆସିଛି। ତାହା ପରମେଶ୍ୱରଙ୍କ ପରିବାରଠାରୁ ଆରମ୍ଭ ହେବ। ଯଦି ସେହି ବିଗ୍ଭର ଆମ୍ଭଠାରୁ ଆରମ୍ଭ ହୁଏ, ତାହାହେଲେ ଯେଉଁମାନେ ପରମେଶ୍ୱରଙ୍କ ସୁସମାଗ୍ଭର ଗ୍ରହଣ କରି ନାହାନ୍ତି, ସେମାନଙ୍କର କି ଅବସ୍ଥା ହେବ?
18 “ଉତ୍ତମ ଲୋକ ରକ୍ଷା ପାଇବା ବଡ଼ କଠିନ।
ତା'ହେଲେ ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ ଓ ପାପରେ ପୂର୍ଣ୍ଣ ସେମାନଙ୍କର କ’ଣ ହେବ?”(I)
19 ଅତଏବ ଯେଉଁ ଲୋକମାନେ ପରମେଶ୍ୱରଙ୍କ ଇଚ୍ଛାନୁସାରେ ଯାତନା ଭୋଗ କରୁଛନ୍ତି, ସେମାନେ ତାହାଙ୍କୁ ସେମାନଙ୍କର ଆତ୍ମା ବିଶ୍ୱାସପୂର୍ବକ ସମର୍ପଣ କରିଦେବା ଉଚିତ୍। ପରମେଶ୍ୱର ସେମାନଙ୍କୁ ଗଠନ କରିଛନ୍ତି ଓ ତେଣୁ ସେମାନେ ତାହାଙ୍କୁ ବିଶ୍ୱାସ କରି ପାରିବେ। ଅତଏବ ସେମାନେ ଭଲ କାମ କରି ଗ୍ଭଲିବା ଉଚିତ୍।
ପରମେଶ୍ୱରଙ୍କ ମେଷପଲ
5 ତୁମ୍ଭ ଦଳରେ ଥିବା ପ୍ରାଚୀନମାନଙ୍କୁ ଏବେ ମୋର କିଛି କହିବାର ଅଛି। ମୁଁ ମଧ୍ୟ ଜଣେ ପ୍ରାଚୀନ। ମୁଁ ଖ୍ରୀଷ୍ଟଙ୍କର ଯନ୍ତ୍ରଣା ନିଜ ଆଖିରେ ଦେଖିଛିା ଆମ୍ଭକୁ ଯେଉଁ ମହିମା ଭବିଷ୍ୟତରେ ଦେଖାଇ ଦିଆଯିବ, ସେଥିରେ ମଧ୍ୟ ମୁଁ ଭାଗ ନେବି। 2 ମୁଁ ତୁମ୍ଭକୁ ଅନୁରୋଧ କରେ ଯେ, ପରମେଶ୍ୱରଙ୍କ ଯେଉଁ ମେଷଗଣର ଦାୟିତ୍ୱରେ ତୁମ୍ଭେ ରହିଛ, ସେହି ମେଷ ସମୂହର ତୁମ୍ଭେ ଯତ୍ନ ନେବା ଉଚିତ୍। ସେମାନେ ପରମେଶ୍ୱରଙ୍କ ମେଷପଲ। ତୁମ୍ଭେ ବାଧ୍ୟବାଧକତାରେ ନୁହେଁ, ମାତ୍ର ସ୍ୱଇଚ୍ଛାରେ ପ୍ରତିପାଳନ କର। ପରମେଶ୍ୱର ତାହା ହିଁ ଗ୍ଭହାନ୍ତି। ତୁମ୍ଭେ ସେବା କରିବାରେ ଆନନ୍ଦ ପାଉଛ ବୋଲି ସେହିପରି କର, ଧନ ଲୋଭରେ ତାହା କର ନାହିଁ। 3 ଯେଉଁମାନଙ୍କର ଦାୟିତ୍ୱ ତୁମ୍ଭେ ନେଇଛ, ସେମାନଙ୍କ ପ୍ରତି ନିଷ୍ଠୁର ହୁଅ ନାହିଁ। କିନ୍ତୁ ସେମାନଙ୍କ ନିକଟରେ ଆଦର୍ଶ ସ୍ୱରୂପ ହୁଅ। 4 ଯେତେବେଳେ ମୁଖ୍ୟ ମେଷପାଳକ ଆସିବେ, ସେତେବେଳେ ତୁମ୍ଭେ ମୁକୁଟ ପାଇବ। ସେହି ମୁକୁଟଟି ଅତ୍ୟନ୍ତ ଗୌରବମୟ ହୋଇଥିବ ଓ ଏହା କେବେ ହେଲେ ନିଜର ସୌନ୍ଦର୍ଯ୍ୟ ହରାଇବ ନାହିଁ।
5 ଯୁବକଗଣ, ତୁମ୍ଭମାନଙ୍କୁ ମୋର କିଛି କଥା ମଧ୍ୟ କହିବାକୁ ଅଛି। ତୁମ୍ଭେ ବୟୋଜ୍ୟେଷ୍ଠମାନଙ୍କ କଥା ମାନିବା ଉଚିତ୍। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ୍।
“ପରମେଶ୍ୱର ଗର୍ବୀ ଲୋକଙ୍କ ବିରୁଦ୍ଧରେ ଉଠନ୍ତି,
କିନ୍ତୁ ବିନମ୍ର ଲୋକଙ୍କୁ ଅନୁଗ୍ରହ କରନ୍ତି।”(J)
6 ଅତଏବ ପରମେଶ୍ୱରଙ୍କ ବଳିଷ୍ଠ ହାତ ତଳେ ନିଜକୁ ନମ୍ର କର। ତା'ହେଲେ ଠିକ୍ ସମୟ ଉପସ୍ଥିତ ହେଲେ ସେ ତୁମ୍ଭକୁ ଉନ୍ନତ କରିବେ। 7 ତୁମ୍ଭର ସମସ୍ତ ଚିନ୍ତା ତାହାଙ୍କ ଉପରେ ରଖ, କାରଣ ସେ ତୁମ୍ଭର ଯତ୍ନ ନିଅନ୍ତି।
8 ନିଜକୁ ସଂଯତ କର ଓ ସାବଧାନ ରୁହ। ଶୟତାନ ହେଉଛି ତୁମ୍ଭର ଶତ୍ରୁ। ସେ ଗର୍ଜନ କରୁଥିବା ସିଂହ ଭଳି କାହାକୁ ମାରି ଖାଇବା ପାଇଁ ଗ୍ଭରିଆଡ଼େ ଖୋଜି ବୁଲୁଛି। 9 ଶୟତାନର ଅନୁସରଣ କର ନାହିଁ। ନିଜ ବିଶ୍ୱାସରେ ଦୃଢ଼ ହୋଇ ରୁହ। ସମଗ୍ର ବିଶ୍ୱରେ ସର୍ବତ୍ର ତୁମ୍ଭ ଭାଇ ଓ ଭଉଣୀମାନେ ସମାନ ଭାବରେ ତୁମ୍ଭ ଭଳି ଯାତନା ପାଉଛନ୍ତି, ଏ କଥା ତୁମ୍ଭେ ଜାଣ।
10 ତୁମ୍ଭେ ଅଳ୍ପ ସମୟ ପାଇଁ ଯାତନା ପାଇବ। କିନ୍ତୁ ତା'ପରେ ପରମେଶ୍ୱର ସବୁ ଠିକ୍ କରିଦେବେ। ସେ ତୁମ୍ଭକୁ ଶକ୍ତିଶାଳୀ କରିବେ। ସେ ତୁମ୍ଭର ଭାର ବହନ କରିବେ ଓ ପଡ଼ିବା ବେଳେ ତୁମ୍ଭକୁ ଉଠାଇବେ। ସେଇ ପରମେଶ୍ୱର ତୁମ୍ଭକୁ ସମସ୍ତ ଅନୁଗ୍ରହ ଦିଅନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ମହିମାରେ ଅଂଶୀଦାର ହେବା ଲାଗି ସେ ତୁମ୍ଭକୁ ଡାକି ଅଛନ୍ତି। ସେହି ମହିମା ଅନନ୍ତ କାଳ ଧରି ରହିବ। 11 ସଦାସର୍ବଦା ପାଇଁ ସମସ୍ତ କ୍ଷମତା ତାହାଙ୍କର ଅଟେ, ଆମେନ୍।
ଶେଷ ଅଭିନନ୍ଦନ
12 ସିଲାନ୍ ସାହାଯ୍ୟରେ ମୁଁ ଏହି ଛୋଟ ପତ୍ରଟି ଲେଖିଲି। ସେ ଖ୍ରୀଷ୍ଟରେ ଜଣେ ବିଶ୍ୱସ୍ତ ଭ୍ରାତା ବୋଲି ମୁଁ ଜାଣେ। ଏହା ତୁମ୍ଭକୁ ସାନ୍ତ୍ୱନା ଦେବା ଓ ଉତ୍ସାହିତ କରିବା ପାଇଁ ମୁଁ ଲେଖିଥିଲି। ମୁଁ ତୁମ୍ଭକୁ କହିବାକୁ ଗ୍ଭହିଁଥିଲି ଯେ ଏହା ହେଉଛି ପରମେଶ୍ୱରଙ୍କ ଅନୁଗ୍ରହ। ସେହି ଅନୁଗ୍ରହରେ ଦୃଢ଼ ହୋଇ ରୁହ।
13 ବାବିଲୋନ ମଣ୍ଡଳୀ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ତୁମ୍ଭ ଭଳି ସେମାନେ ମଧ୍ୟ ମନୋନୀତ। ଯୀଶୁ ଖ୍ରୀଷ୍ଟଙ୍କ ବିଶ୍ୱାସୀ ମୋ’ ପୁତ୍ର ମାର୍କ ନମସ୍କାର ଜଣାଉଛନ୍ତି। 14 ଯେତେବେଳେ ଦେଖା ସାକ୍ଷାତ ହେଉଛି, ପରସ୍ପରକୁ ପ୍ରେମ ଚୁମ୍ବନ ଦ୍ୱାରା ନମସ୍କାର କର।
ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭ ସମସ୍ତଙ୍କୁ ଶାନ୍ତି ମିଳୁ। ଆମେନ୍।
2010 by World Bible Translation Center