Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1-6

ଖ୍ରୀଷ୍ଟ ଯୀଶୁଙ୍କ ପ୍ରେରିତ, ପାଉଲଙ୍କଠାରୁ ନମସ୍କାର। ଆମ୍ଭର ଉଦ୍ଧାରକର୍ତ୍ତା ପରମେଶ୍ୱରଙ୍କ ଆଦେଶ ଦ୍ୱାରା ପ୍ରେରିତ ଏବଂ ଆମ୍ଭମାନଙ୍କର ଭରସା ଖ୍ରୀଷ୍ଟ ଯୀଶୁ।

ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍ଭେ ବିଶ୍ୱାସ କରୁଥିବାରୁ ମୋର ପ୍ରକୃତ ପୁତ୍ର ଅଟ।

ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ତୁମ୍ଭକୁ ଅନୁଗ୍ରହ, ଦୟା ଓ ଶାନ୍ତି ମିଳୁ।

ଅସତ୍ୟ ଉପଦେଶ ବିରୁଦ୍ଧରେ ସତର୍କତା

ମୁଁ ଗ୍ଭହେଁ ଯେ ତୁମ୍ଭେ ଏଫିସଠାରେ ରୁହ। ମାକିଦନିଆ ଯିବା ବେଳେ ମୁଁ ତୁମ୍ଭକୁ ତାହା କରିବା ପାଇଁ ଅନୁରୋଧ କରି କହିଥିଲି। ଏଫିସଠାରେ କେତେ ଲୋକ ଭ୍ରାନ୍ତ ଶିକ୍ଷାଗୁଡ଼ିକ ଦେଉଛନ୍ତି। ଏଫିସଠାରେ ରହି ତୁମ୍ଭେ ସେମାନଙ୍କୁ ଭ୍ରାନ୍ତ ଶିକ୍ଷା ନ ଦେବା ପାଇଁ ଆଦେଶ ଦେଇ ପାରିବ। ସେମାନଙ୍କୁ କୁହ ଯେ, ସେମାନେ ଅସତ୍ୟ କଥାଗୁଡ଼ିକ କହି ଓ ବଂଶାବଳୀର ଲମ୍ବା ନାମସୂଚୀଗୁଡ଼ିକ ଦେଇ ସମୟ ନଷ୍ଟ କରନ୍ତୁ ନାହିଁ। କାରଣ ସେଗୁଡ଼ିକ ଦ୍ୱାରା କେବଳ ତର୍କବିତର୍କ ହୁଏ। ସେଗୁଡ଼ିକ ପରମେଶ୍ୱରଙ୍କ କାମ ପାଇଁ ସାହାଯ୍ୟ କରେ ନାହିଁ। କେବଳ ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ କାମ ସାଧନ ହୋଇଥାଏ। ଏହି ଆଦେଶର ଲକ୍ଷ୍ୟ ଯେ, ଲୋକମାନେ ପ୍ରେମ ଗ୍ରହଣ କରନ୍ତୁ। ଏହି ପ୍ରେମ ପାଇବା ଲାଗି ଲୋକଙ୍କର ପବିତ୍ର ହୃଦୟ ଥିବା ଆବଶ୍ୟକ ଓ ସେମାନେ ଯାହା ଠିକ୍ ବୋଲି ଜାଣନ୍ତି ତାହା ନିଶ୍ଚୟ କରିବା ଦରକାର ଏବଂ ସେମାନଙ୍କ ସତ୍ୟ ବିଶ୍ୱାସ ତାହାଙ୍କଠାରେ ଥିବା ଦରକାର। କେତେ ଲୋକ ଏହି ବିଷୟ ଗୁଡ଼ିକ ପ୍ରତି ଧ୍ୟାନ ନ ଦେଇ, ପଥଭ୍ରଷ୍ଟ ହୋଇଛନ୍ତି। ସେମାନେ ଏବେ ମୂଲ୍ୟହୀନ କଥାଗୁଡ଼ିକ କୁହନ୍ତି। ସେହି ଲୋକମାନେ ବ୍ୟବସ୍ଥାର[a] ଶିକ୍ଷାଦାତା ହେବାକୁ ଗ୍ଭହାନ୍ତି। କିନ୍ତୁ ସେମାନେ କ’ଣ କହୁଛନ୍ତି, ତାହା ଜାଣନ୍ତି ନାହିଁ। ସେମାନେ ଯେଉଁ ବିଷୟ ଗୁଡ଼ିକୁ ନିଶ୍ଚିତ ଭାବେ ଜାଣିବା ଭଳି ଜୋର୍ ଦେଇ କହୁଛନ୍ତି, ସେହି ଶିକ୍ଷାଗୁଡ଼ିକୁ ସେମାନେ ନିଜେ ମଧ୍ୟ ବୁଝି ନ ଥା’ନ୍ତି।

ଆମ୍ଭେ ଜାଣୁ ଯେ, ବ୍ୟବସ୍ଥା ଭଲ, ଯଦି ଲୋକେ ଠିକ୍ ଭାବରେ ଏହାକୁ ବ୍ୟବହାର କରନ୍ତି। ଆମ୍ଭେ ଏହା ମଧ୍ୟ ଜାଣିଛୁ ଯେ, ଭଲ ଲୋକଙ୍କ ଲାଗି ବ୍ୟବସ୍ଥାର ଆବଶ୍ୟକତା ନାହିଁ। ଯେଉଁ ଲୋକମାନେ ବ୍ୟବସ୍ଥା ବିରୋଧୀ ଓ ଆଜ୍ଞାଧୀନ ନୁହନ୍ତି, ସେହିମାନଙ୍କ ଲାଗି ବ୍ୟବସ୍ଥା ନିର୍ମିତ ହୋଇଛି। ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ ଏବଂ ପାପୀ, ଅପବିତ୍ର, ଧର୍ମବିହୀନ, ପିତାମାତାଙ୍କ ହତ୍ୟାକାରୀ ତଥା ନରହତ୍ୟାକାରୀ, 10 ଯୌନ ପାପାଚରଣ କରୁଥିବା ଲୋକେ, ସମଲିଙ୍ଗୀ ଯୌନ ଅଭିଳାଷୀ, ଦାସମାନଙ୍କ ବିକ୍ରେତା, ମିଥ୍ୟାବାଦୀ, ମିଥ୍ୟା ଶପଥ ନେଉଥିବା ଲୋକେ ଓ ପରମେଶ୍ୱରଙ୍କ ସ‌ତ୍‌‌ଶିକ୍ଷାର ବିରୋଧାଚରଣ କରୁଥିବା ଯେକୌଣସି ବ୍ୟକ୍ତି ପାଇଁ ବ୍ୟବସ୍ଥା ଆବଶ୍ୟକ। 11 ଏହି ଉପଦେଶ ପରମେଶ୍ୱର ମୋତେ ପ୍ରଗ୍ଭର କରିବାକୁ ଦେଇଥିବା ସୁସମାଗ୍ଭରର ଅଂଶବିଶେଷ। ଏହି ମହିମାମୟ ସୁସମାଗ୍ଭର ପରମଧନ୍ୟ ପରମେଶ୍ୱରଙ୍କଠାରୁ ଆସିଛି।

ଅନୁଗ୍ରହ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ

12 ମୋ’ ପ୍ରତି ଭରସା ରଖି ଏହି ସେବା କାର୍ଯ୍ୟରେ ନିଯୁକ୍ତ କରିଥିବାରୁ ମୁଁ ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଧନ୍ୟବାଦ ଦିଏ। ସେ ମୋତେ ଶକ୍ତି ପ୍ରଦାନ କରନ୍ତି। 13 ଅତୀତରେ ମୁଁ ଯୀଶୁଙ୍କ ବିରୁଦ୍ଧରେ କହିଛି, ତାହାଙ୍କୁ ତାଡ଼ନା ଦେଇଛି ଓ ତାହାଙ୍କୁ ଆଘାତ ଦେବା ଭଳି କାର୍ଯ୍ୟମାନ କରିଛି। କିନ୍ତୁ ମୁଁ କ’ଣ କରୁଛି ବୋଲି ଜାଣି ନ ଥିବାରୁ, ପରମେଶ୍ୱର ମୋତେ ଦୟା କଲେ। ଅବିଶ୍ୱାସୀ ଥିଲାବେଳେ ମୁଁ ସେପରି କରିଥିଲି। 14 କିନ୍ତୁ ପ୍ରଭୁଙ୍କର ଅନୁଗ୍ରହ ମୋତେ ସମ୍ପୂର୍ଣ୍ଣ ଭାବେ ମିଳିଲା। ସେହି ଅନୁଗ୍ରହ ସହିତ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ୱାସ ଓ ପ୍ରେମ ମଧ୍ୟ ମୋତେ ମିଳିଲା।

15 ମୁଁ ଯାହା କହୁଛି ତାହା ସତ୍ୟ ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ୍ ଯେ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ଜଗତକୁ ଆସିଥିଲେ। ମୁଁ ସେମାନଙ୍କ ମଧ୍ୟରେ ସବୁଠାରୁ ଜଘନ୍ୟ ପାପୀ। 16 କିନ୍ତୁ ମୋତେ ଅନୁଗ୍ରହ ମିଳିଲା। ମୋତେ ଅନୁଗ୍ରହ ଦିଆଗଲା, ଯାହାଦ୍ୱାରା ଖ୍ରୀଷ୍ଟ ଯୀଶୁ ପ୍ରମାଣିତ କଲେ ଯେ ସେ ମୋ’ ପ୍ରତି ଅସୀମ ଧୈର୍ଯ୍ୟ ଦେଖାଇଛନ୍ତି। ମୋ’ ଭଳି ବଡ଼ ପାପୀ ପ୍ରତି ସେ ଧୈର୍ଯ୍ୟଶୀଳତା ଦେଖାଇଲେ। ଯେଉଁମାନେ ତାହାଙ୍କୁ ବିଶ୍ୱାସ କରିବେ, ଅନନ୍ତ ଜୀବନ ଲାଭ କରିବେ। ସେମାନଙ୍କ ପାଇଁ ମୁଁ ଯେପରି ଆଦର୍ଶ ସ୍ୱରୂପ ହୁଏ, ସେଥିପାଇଁ ଖ୍ରୀଷ୍ଟ ଯୀଶୁ ଗ୍ଭହିଁଲେ। 17 ସେହି ଅନନ୍ତକାଳୀନ ରାଜାଙ୍କର ଗୌରବ ଓ ସମ୍ଭ୍ରମ ହେଉ। ସେ ଅଦୃଶ୍ୟ ଓ ଅକ୍ଷୟ। ଗୌରବ ଓ ସମ୍ଭ୍ରମ ଯୁଗେ ଯୁଗେ କେବଳ ପରମେଶ୍ୱରଙ୍କର। ଆମେନ୍।

18 ତୀମଥି! ତୁମ୍ଭେ ମୋ’ ପୁତ୍ର ଭଳି। ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ଅତୀତରେ ତୁମ୍ଭ ବିଷୟରେ ଯାହାସବୁ ଭବିଷ୍ୟ‌‌ଦ୍‌‌‌‌ବାଣୀ କୁହା ଯାଇଥିଲା, ତା'ସହିତ ଏହି ଆଦେଶଟି ଏକମତ ଅଟେ। ମୁଁ ତୁମ୍ଭକୁ ଏଗୁଡ଼ିକ କହୁଛି, ଯେପରି ତୁମ୍ଭେ ସେହି ଭବିଷ୍ୟ‌‌ଦ୍‌‌‌‌ବାଣୀର ଅନୁସରଣ କରିବ ଓ ବିଶ୍ୱାସର ଉତ୍ତମ ଲଢ଼େଇ ଲଢ଼ି ପାରିବ। 19 ବିଶ୍ୱାସ ଜାରି ରଖ। ଯାହା ଠିକ୍ ବୋଲି ଭାବୁଛ, ତାହା କର। କେତେ ଲୋକ ଏହା କରି ନାହାନ୍ତି। ତେଣୁ ସେମାନଙ୍କର ବିଶ୍ୱାସ ନଷ୍ଟ ହୋଇଛି। 20 ହୁମନାୟ ଓ ଆଲେକ୍‌ଜାଣ୍ଡାର ସେମାନଙ୍କ ମଧ୍ୟରୁ କେତେକ ଅଟନ୍ତି। ମୁଁ ସେମାନଙ୍କୁ ଶୟତାନ ହାତରେ ଦେଇଛି, ଯାହା ଫଳରେ ସେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଆଉ ନ କହିବାକୁ ଶିକ୍ଷା ଲାଭ କରିବେ।

ପରମେଶ୍ୱର ଗ୍ଭହାନ୍ତି ଆମେ ପ୍ରତେକଙ୍କ ପାଇଁ ପ୍ରାର୍ଥନା କରୁ

ସର୍ବପ୍ରଥମେ ସବୁ ଲୋକଙ୍କ ପାଇଁ ପ୍ରାର୍ଥନା କରିବାକୁ ମୁଁ ତୁମ୍ଭକୁ କହୁଛି। ସମସ୍ତଙ୍କ ପାଇଁ ପରମେଶ୍ୱରଙ୍କୁ କୁହ। ଲୋକମାନଙ୍କର ଆବଶ୍ୟକତା ପାଇଁ ତାହାଙ୍କୁ କୁହ ଓ ଧନ୍ୟବାଦ ଦିଅ। ତୁମ୍ଭେ ରାଜା ଓ ଅଧିକାରୀମାନଙ୍କ ଲାଗି ପ୍ରାର୍ଥନା କରିବା ଉଚିତ୍। ତେବେ ଆମ୍ଭେ ଏକ ଶାନ୍ତିପୂର୍ଣ୍ଣ, ସ୍ଥିର ଜୀବନ ପରମେଶ୍ୱରଙ୍କ ପାଇଁ ସମ୍ମାନ ଓ ଭକ୍ତି ଭରା ଜୀବନ ବିତେଇ ପାରିବା। ଏହା ଉତ୍ତମ ଓ ଏହା ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରେ।

ପରମେଶ୍ୱର ଗ୍ଭହାନ୍ତି ଯେ ସମସ୍ତେ ଉଦ୍ଧାର ପାଆନ୍ତୁ ଓ ସତ୍ୟକୁ ଜାଣନ୍ତୁ। କେବଳ ଜଣେ ମାତ୍ର ପରମେଶ୍ୱର ଅଛନ୍ତି। ମଣିଷ ପାଇଁ ପରମେଶ୍ୱରଙ୍କ ନିକଟରେ ପହଞ୍ଚିବା ନିମନ୍ତେ ଜଣେ ମାତ୍ର ମଧ୍ୟସ୍ଥ ଅଛନ୍ତି। ସେହି ମଧ୍ୟସ୍ଥ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେ ଜଣେ ମଣିଷ। ଯୀଶୁ ସବୁ ଲୋକଙ୍କ ପାପ ଲାଗି ନିଜକୁ ଦାନ କରିଦେଇଥିଲେ। ଯୀଶୁ ନିଜେ ହେଉଛନ୍ତି ଏହାର ପ୍ରମାଣ ଯେ, ପରମେଶ୍ୱର ସମସ୍ତ ଲୋକଙ୍କର ଉଦ୍ଧାର ଗ୍ଭହାନ୍ତି। ସେ ଠିକ୍ ସମୟରେ ଆସିଥିଲେ। ସେଥିପାଇଁ ସୁସମାଗ୍ଭର କହିବା ପାଇଁ ମୁଁ ମନୋନୀତ ହୋଇଥିଲି। ମୁଁ ପ୍ରେରିତ ରୂପେ ମଧ୍ୟ ସେଥିପାଇଁ ମନୋନୀତ ହୋଇଥିଲି। ମୁଁ ମିଛ କହୁ ନାହିଁ, ମୁଁ ସତ୍ୟ କହୁଛି। ମୁଁ ଅଣଯିହୂଦୀମାନଙ୍କର ଶିକ୍ଷକ ହେବା ପାଇଁ ମନୋନୀତ ହୋଇଥିଲି। ବିଶ୍ୱାସ କରିବା ଓ ସତ୍ୟକୁ ଜାଣିବା ପାଇଁ ମୁଁ ସେମାନଙ୍କୁ ଶିକ୍ଷା ଦିଏ।

ପୁରୁଷ ଏବଂ ସ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷାଦାନ

ମୁଁ ଗ୍ଭହେଁ ଯେ ସର୍ବତ୍ର ଲୋକେ ପ୍ରାର୍ଥନା କରନ୍ତୁ। ଯେଉଁ ଲୋକମାନେ ପ୍ରାର୍ଥନା ପାଇଁ ହାତ ଉଠେଇବେ, ସେମାନେ ପବିତ୍ର ହୋଇଥିବା ଆବଶ୍ୟକ। ସେମାନେ ରାଗି ଯିବା ଉଚିତ୍ ନୁହେଁ ଓ ଯୁକ୍ତିତର୍କରେ ପ୍ରବୃତ୍ତ ହେବା ଉଚିତ୍ ନୁହେଁ।

ମୁଁ ଏହା ମଧ୍ୟ ଗ୍ଭହେଁ ଯେ ସ୍ତ୍ରୀଲୋକମାନେ ଏପରି ପୋଷାକ ପିନ୍ଧନ୍ତୁ, ଯାହା ସେମାନଙ୍କ ପାଇଁ ଉପଯୁକ୍ତ। ଉତ୍ତମ ମନୋଭାବ ସହିତ ସମ୍ମାନନୀୟ ଭାବରେ ନିଜକୁ ସଜାନ୍ତୁ। ନିଜକୁ ସୁନ୍ଦର ଦେଖାଇବା ଲାଗି ବେଣୀ ବାନ୍ଧନ୍ତୁ ନାହିଁ, ସୁନା, ରତ୍ନ ଓ ଦାମିକା ଲୁଗାର ବ୍ୟବହାର କରନ୍ତୁ ନାହିଁ। 10 ଭଲ କାମ କରିବା ଦ୍ୱାରା ନିଜକୁ ସୁନ୍ଦର ଭାବେ ସୁଶୋଭିତ କରନ୍ତୁ। ପରମେଶ୍ୱରଙ୍କ ଉପାସନା କରୁଛୁ ବୋଲି କହୁଥିବା ସ୍ତ୍ରୀଲୋକେ ନିଜକୁ ଏହିରୂପରେ ସୁନ୍ଦର ଭାବେ ସଜାଇବା ଆବଶ୍ୟକ।

11 ଜଣେ ସ୍ତ୍ରୀଲୋକ ନୀରବ ଭାବରେ ଶୁଣି ଶିକ୍ଷା ଗ୍ରହଣ କରୁ ଓ ତାହାର ବାଧ୍ୟ ହେଉ। 12 ଜଣେ ସ୍ତ୍ରୀ ଜଣେ ପୁରୁଷକୁ ଉପଦେଶ ଦେବା ପାଇଁ ମୁଁ ଅନୁମତି ଦିଏ ନାହିଁ। ଜଣେ ସ୍ତ୍ରୀ ଜଣେ ପୁରୁଷ ଉପରେ କର୍ତ୍ତୃତ୍ୱ କରୁ, ଏହା ମୁଁ ଅନୁମତି ଦିଏ ନାହିଁ। ଜଣେ ସ୍ତ୍ରୀଲୋକ ନୀରବ ହୋଇ ରହିବା ଦରକାର। 13 କାରଣ ଆଦମ ପ୍ରଥମରେ ସୃଷ୍ଟି ହେଲେ। ହବା ପରେ ସୃଷ୍ଟି ହେଲେ। 14 ଆହୁରି ଶୟତାନ ପ୍ରଥମେ ଆଦମକୁ ପ୍ରତାରଣା କରି ନ ଥିଲା। ହବା ପ୍ରତାରିତ ହୋଇଥିଲା। ଏବଂ ସେ ଜଣେ ପାପିନୀ ହୋଇଥିଲା। 15 କିନ୍ତୁ ସ୍ତ୍ରୀମାନେ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଇବେ। ସେମାନେ ନିରନ୍ତର ବିଶ୍ୱାସ, ପ୍ରେମ, ପବିତ୍ରତା ଓ ଆତ୍ମସଂଯମ ସହିତ ଜୀବନଯାପନ କଲେ, ମୁକ୍ତି ପାଇବେ।

ମଣ୍ଡଳୀର ନେତାଗଣ

ମୁଁ ଯାହା କହୁଛି ତାହା ସତ୍ୟ: ଯଦି କେହି ଅଧ୍ୟକ୍ଷ[b] ହେବା ପାଇଁ ଚେଷ୍ଟା କରେ, ତେବେ ସେ ଭଲ କାର୍ଯ୍ୟ ଗ୍ଭହୁଁଛନ୍ତି। ଅଧ୍ୟକ୍ଷ ବ୍ୟକ୍ତି ଜଣକ ଏତେ ଭଲ ହେବା ଦରକାର ଯେ ଲୋକେ ପ୍ରକୃତରେ ତାହାଙ୍କୁ ସମାଲୋଚନା କରିବାକୁ ଅସମର୍ଥ ହେବେ। ତାହାଙ୍କର ନିଶ୍ଚୟ ଗୋଟିଏ ମାତ୍ର ପତ୍ନୀ ଥିବା ଉଚିତ୍। ତାହାଙ୍କର ଆତ୍ମସଂଯମ ଥିବା ଦରକାର ଓ ସେ ବୁଦ୍ଧିମାନ ହେବା ଦରକାର। ସେ ଅନ୍ୟମାନଙ୍କ ଦ୍ୱାରା ସମ୍ମାନ ପାଉଥିବା ଦରକାର। ନିଜ ଘରେ ସ୍ୱାଗତ କରି ଲୋକମାନଙ୍କୁ ସେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିବା ଦରକାର। ସେ ଜଣେ ଭଲ ଶିକ୍ଷାଦାତା ହୋଇଥିବା ଦରକାର। ସେ ଅତ୍ୟଧିକ ମଦ୍ୟପାନ କରିବା ଉଚିତ୍ ନୁହେଁ। ସେ କଳହ ମନୋବୃତ୍ତିର ଲୋକ ନ ହୋଇଥିବା କଥା। ସେ ନମ୍ର ଓ ଶାନ୍ତ ହେବା ଦରକାର। ସେ ଧନ ଲୋଭୀ ହୋଇ ନ ଥିବେ, ସେ ନିଜ ପରିବାରକୁ ଉପଯୁକ୍ତ ଭାବରେ ନେତୃତ୍ୱ ଦେଇପାରୁଥିବେ। ତା'ର ଅର୍ଥ ଯେ ତାହାଙ୍କର ପିଲାମାନେ ତାହାଙ୍କୁ ପୂର୍ଣ୍ଣ ସମ୍ମାନ ସହିତ ତାହାଙ୍କର ବାଧ୍ୟ ହେଉଥିବେ। ଯଦି ଜଣେ ପରିବାରର ନେତୃତ୍ୱ ଦେଇ ଜାଣି ନାହିଁ, ସେ ପରମେଶ୍ୱରଙ୍କ ମଣ୍ଡଳୀର ଯତ୍ନ ନେଇ ପାରିବ ନାହିଁ।

କିନ୍ତୁ ଜଣେ ଅଧ୍ୟକ୍ଷ ନୂତନ ଶିଷ୍ୟ ହୋଇ ନ ଥିବେ। ନୂତନ ବିଶ୍ୱାସୀଙ୍କୁ ଅଧ୍ୟକ୍ଷ କରାଗଲେ, ତାହା ତାହାଙ୍କୁ ଅତିଶୟ ଗର୍ବୀ କରିପାରେ। ଏଭଳି ପରିସ୍ଥିତିରେ ତା'ର ଗର୍ବ ଲାଗି ସେ ଶୟତାନ ଭଳି ଦୋଷୀ ହୋଇ ଦଣ୍ଡିତ ହେବ। ଯେଉଁମାନେ ମଣ୍ଡଳୀର ସଦସ୍ୟ ନୁହନ୍ତି, ବାହାରର ସେହି ଲୋକମାନଙ୍କର ମଧ୍ୟ, ଅଧ୍ୟକ୍ଷଙ୍କ ନିମନ୍ତେ ସମ୍ମାନ ଭାବ ଥିବା ଆବଶ୍ୟକ। ତହିଁରେ ସେ ଅନ୍ୟମାନଙ୍କ ଦ୍ୱାରା ସମାଲୋଚିତ ହେବେ ନାହିଁ କି ଶୟତାନର ଫାନ୍ଦରେ ପଡ଼ିବେ ନାହିଁ।

ମଣ୍ଡଳୀର ସେବକଗଣ

ସେହିପରି ମଣ୍ଡଳୀରେ ନିଯୁକ୍ତି ପାଇଥିବା ସ୍ୱତନ୍ତ୍ର ସେବକଗଣ ଏଭଳି ଲୋକ ହୋଇଥିବା କଥା, ଯେଉଁମାନଙ୍କୁ ଲୋକେ ସମ୍ମାନ କରୁଥିବେ। ସେମାନେ ଯାହା କହନ୍ତି, ତାହା ବିଶ୍ୱାସ ଯୋଗ୍ୟ ହେବା ଉଚିତ୍। ଅଧିକ ଦ୍ରାକ୍ଷାରସ ପିଇବାରେ ନିଜ ସମୟ କାଟିବା ଉଚିତ୍ ନୁହେଁ। ସବୁବେଳେ ଅନ୍ୟମାନଙ୍କୁ ଠକି ଧନୀ ହେବାକୁ ଚେଷ୍ଟା କରୁଥିବା ଲୋକମାନଙ୍କ ପରି ସେମାନେ ହୋଇ ନ ଥିବେ। ସେମାନେ ପରମେଶ୍ୱରଙ୍କ ଦ୍ୱାରା ଆମ୍ଭକୁ ଜ୍ଞାତ କରାଯାଇଥିବା ସତ୍ୟର ଅନୁସରଣ କରୁଥିବେ ଓ ଯାହା ଠିକ୍ ଭାବନ୍ତି, ତାହା କରୁଥିବେ। 10 ତୁମ୍ଭେମାନେ ପ୍ରଥମେ ସେମାନଙ୍କୁ ପରୀକ୍ଷା କରିବ। ଯଦି ସେମାନଙ୍କ ଭିତରେ କୌଣସି ଦୁର୍ଗୁଣ ନାହିଁ, ତା'ହେଲେ ସେମାନେ ବିଶେଷ ସେବକ ଭାବେ ସେବା କରି ପାରିବେ।

11 ସେହିପରି ବିଶେଷ ସେବିକା ହେବା ପାଇଁ ନିଯୁକ୍ତ ସ୍ତ୍ରୀମାନଙ୍କର ପ୍ରତି ଅନ୍ୟ ଲୋକମାନଙ୍କର ସମ୍ମାନ ଭାବ ଥିବା ଦରକାର। ସେମାନେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା ଆଦୌ କହୁ ନ ଥିବେ। ସେମାନଙ୍କର ଆତ୍ମା ସଂଯମ ଥିବା ପ୍ରୟୋଜନ ଓ ପ୍ରତ୍ୟେକ କଥାରେ ଯେପରି ସେମାନଙ୍କୁ ବିଶ୍ୱାସ କରାଯାଇ ପାରୁଥିବ।

12 ଯେଉଁମାନେ ବିଶେଷ ସେବକ ହେବେ, ସେମାନଙ୍କର କେବଳ ଗୋଟିଏ ପତ୍ନୀ ଥିବ। ସେମାନେ ନିଜ ସନ୍ତାନସନ୍ତତି ଓ ପରିବାରକୁ ଭଲ ନେତୃତ୍ୱ ଦେଇପାରୁଥିବେ। 13 ଯେଉଁ ଲୋକମାନେ ଭଲ ଭାବରେ ସେବା କରନ୍ତି, ସେମାନେ ନିଜ ପାଇଁ ସମ୍ମାନଜନକ ସ୍ଥାନ ଅଧିକାର କରନ୍ତି ଏବଂ ସେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ବିଶ୍ୱାସ ସମ୍ପର୍କରେ ଦୃଢ଼ ନିଶ୍ଚୟତା ବୋଧ ପାଆନ୍ତି।

ଆମ୍ଭ ଜୀବନର ରହସ୍ୟ

14 ମୁଁ ତୁମ୍ଭ ପାଖକୁ ଶୀଘ୍ର ଯିବି ବୋଲି ଆଶା କରେ। 15 କିନ୍ତୁ ମୁଁ ଏବେ ଏହି କଥାଗୁଡ଼ିକ ତୁମ୍ଭକୁ ଲେଖୁଛି। ଯଦି ମୁଁ ଶୀଘ୍ର ନ ଯାଏ, ତେବେ ମଧ୍ୟ ତୁମ୍ଭେମାନେ ଜାଣି ପାରିବ ଯେ ପରମେଶ୍ୱରଙ୍କ ପରିବାରରେ ଲୋକମାନେ କ’ଣ କ’ଣ କରିବା ଅବଶ୍ୟକ। ସେହି ପରିବାର ଜୀବିତ ପରମେଶ୍ୱରଙ୍କର ମଣ୍ଡଳୀ ଅଟେ। ପରମେଶ୍ୱରଙ୍କ ମଣ୍ଡଳୀ ସତ୍ୟର ଅବଲମ୍ବନ କରେ ଓ ମୂଳଦୁଆ ଅଟେ। 16 ଏଥିରେ ସନ୍ଦେହ ନାହିଁ ଯେ ଆମ୍ଭ ଧର୍ମର ମହାନ ଗୁପ୍ତ ସତ୍ୟ ଏହା ଯେ,

ଖ୍ରୀଷ୍ଟ ମଣିଷ ଶରୀରରେ ଆମ୍ଭକୁ ଦେଖା ଦେଲେ;
    ପବିତ୍ରଆତ୍ମା ତାହାଙ୍କୁ ଧାର୍ମିକ ବୋଲି ପ୍ରମାଣିତ କଲେ
ସ୍ୱର୍ଗଦୂତମାନଙ୍କ ଦ୍ୱାରା ସେ ଦେଖାଗଲେ;
    ତାହାଙ୍କ ବିଷୟରେ ଅଣଯିହୂଦୀମାନଙ୍କୁ ସୁସମାଗ୍ଭର ପ୍ରଗ୍ଭରିତ ହେଲା;
ସଂସାରରେ ଲୋକେ ତାହାଙ୍କୁ ବିଶ୍ୱାସ କଲେ;
    ସେ ସ୍ୱର୍ଗକୁ ମହିମାମୟ ହୋଇ ନିଆଗଲେ।

ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସତର୍କ ବାଣୀ

ପବିତ୍ରଆତ୍ମା ସ୍ପଷ୍ଟ ଭାବରେ କୁହନ୍ତି ଯେ ପରବର୍ତ୍ତୀ କାଳରେ କେତେ ଲୋକ ସତ୍ୟ ବିଶ୍ୱାସକୁ ପରିତ୍ୟାଗ କରିବେ। ସେମାନେ ସେମାନଙ୍କୁ ପ୍ରତାରଣା କରୁଥିବା ଦୁଷ୍ଟାତ୍ମାମାନଙ୍କ ଉପଦେଶଗୁଡ଼ିକୁ ମାନିବେ। ପ୍ରବଞ୍ଚକ ଆତ୍ମାମାନଙ୍କର ଶିକ୍ଷାଗୁଡ଼ିକୁ ପାଳନ କରିବେ। ସେହି ଶିକ୍ଷାଗୁଡ଼ିକ ପ୍ରତାରକ ଓ ମିଥ୍ୟାବାଦୀ ଲୋକମାନଙ୍କ ଦ୍ୱାରା ଆସେ। ସେମାନେ କ’ଣ ଭଲ ଓ କ’ଣ ମନ୍ଦ, ତାହା ଜାଣି ପାରନ୍ତି ନାହିଁ। ତାହାଙ୍କର ବୋଧ ଶକ୍ତି ନଷ୍ଟ ହୋଇଯାଇଥାଏ। ସେମାନେ ଲୋକମାନଙ୍କୁ ବିବାହ କରିବା ଅନୁଚିତ୍ ବୋଲି କହନ୍ତି। ସେମାନେ ଲୋକମାନଙ୍କୁ ଏ କଥା ମଧ୍ୟ କୁହନ୍ତି ଯେ କେତେକ ଖାଦ୍ୟ ଅଛି, ଯାହାକୁ ଆଦୌ ଖାଇବା ଉଚିତ୍ ନୁହେଁ। କିନ୍ତୁ ସେ ଖାଦ୍ୟଗୁଡ଼ିକୁ ପରମେଶ୍ୱର ସୃଷ୍ଟି କରିଛନ୍ତି। ଅତଏବ ଯେଉଁମାନେ ବିଶ୍ୱାସୀ ଏବଂ ସତ୍ୟକୁ ଜାଣନ୍ତି, ସେମାନେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଇ ସେହି ଖାଦ୍ୟ ଖାଇ ପାରିବେ। ପରମେଶ୍ୱର ଯାହାସବୁ ସୃଷ୍ଟି କରିଛନ୍ତି, ସେ ସବୁ ଉତ୍ତମ ଅଟେ। ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲା ପରେ, ତାହାଙ୍କ ସୃଷ୍ଟ କୌଣସି ବିଷୟ ଗ୍ରହଣ କରିବା ପାଇଁ ମନା କରିବା ଉଚିତ୍ ନୁହେଁ। ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟ ପ୍ରତ୍ୟେକ ବିଷୟ ପରମେଶ୍ୱର କହିଥିବା କଥା ଦ୍ୱାରା ଓ ପ୍ରାର୍ଥନା ଦ୍ୱାରା ପବିତ୍ର ହୋଇଥାଏ।

ଯୀଶୁ ଖ୍ରୀଷ୍ଟଙ୍କର ଭଲ ସେବକ ହୁଅ

ସେଠାରେ ଥିବା ଭାଇ ଓ ଭଉଣୀମାନଙ୍କୁ ଏ କଥା କୁହ। ଏପରି କରିବା ଦ୍ୱାରା ତୁମ୍ଭେ ଖ୍ରୀଷ୍ଟ ଯୀଶୁଙ୍କର ଭଲ ସେବକ ବୋଲି ପ୍ରମାଣିତ ହେବ। ତୁମ୍ଭେ ପ୍ରମାଣ କରିବ ଯେ ତୁମ୍ଭେ ଅନୁସରଣ କରିଥିବା ବିଶ୍ୱାସର ଶିକ୍ଷାଗୁଡ଼ିକ ଦ୍ୱାରା ଶକ୍ତିଶାଳୀ ହୋଇଛ। ପରମେଶ୍ୱରଙ୍କ ସତ୍ୟ ସହିତ ମେଳ ନ ଖାଉଥିବା ନିର୍ବୋଧ କାହାଣୀମାନ ଲୋକେ କୁହନ୍ତି। ଏଭଳି କାହାଣୀଗୁଡ଼ିକୁ ପାଳନ କର ନାହିଁ। କିନ୍ତୁ ତୁମ୍ଭେ ପ୍ରକୃତ ଭାବରେ ପରମେଶ୍ୱରଙ୍କୁ ସେବା କରିବା ଲାଗି ନିଜକୁ ଶିକ୍ଷିତ କର। ନିଜ ଶରୀର ସାଧନା ଅନେକାଂଶରେ ତୁମ୍ଭକୁ ସାହାଯ୍ୟ କରେ। କିନ୍ତୁ ପରମେଶ୍ୱରଙ୍କ ଉପାସନା କରିବା ଦ୍ୱାରା ତାହା ସମସ୍ତ ବିଷୟରେ ତୁମ୍ଭକୁ ସାହାଯ୍ୟ କରେ। ଏହା ବର୍ତ୍ତମାନର ଜୀବନରେ ଓ ଭବିଷ୍ୟତରେ ଜୀବନରେ ମଧ୍ୟ ତୁମ୍ଭ ପାଇଁ ଆଶୀର୍ବାଦ ଆଣେ। ମୁଁ ଯାହା କହୁଛି ତାହା ସତ୍ୟ, ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ୍। 10 ଏଥିପାଇଁ ଆମ୍ଭେ କାମ ଓ ସଂଘର୍ଷ କରୁଛୁ; ଆମ୍ଭେ ଜୀବିତ ପରମେଶ୍ୱରଙ୍କଠାରେ ଭରସା ରଖିଥାଉ। ସେ ସମସ୍ତ ଲୋକଙ୍କର ଏବଂ ବିଶେଷ ଭାବରେ, ଯେଉଁ ଲୋକମାନେ ତାହାଙ୍କୁ ବିଶ୍ୱାସ କରନ୍ତି ସେମାନଙ୍କର ତ୍ରାଣକର୍ତ୍ତା।

11 ଏହି କଥାଗୁଡ଼ିକ ଶିକ୍ଷା ଦିଅ। 12 ତୁମ୍ଭେ ଯୁବକ, କିନ୍ତୁ କେହି ତୁମ୍ଭକୁ ଯେପରି ତୁଚ୍ଛ ବୋଲି ଭାବି ତୁମ୍ଭ ସହିତ କୁବ୍ୟବହାର ନ କରେ। ବିଶ୍ୱାସୀମାନଙ୍କ ପାଇଁ, ସେମାନେ କିପରି ରହିବା କଥା ତାହା ଦେଖାଇବାକୁ ତୁମ୍ଭେ ଆଦର୍ଶବାନ ହୁଅ। ତୁମ୍ଭର କଥା ଓ ଜୀବନ ପ୍ରଣାଳୀ ପ୍ରେମ, ବିଶ୍ୱାସ, ପବିତ୍ର ଜୀବନ ଦ୍ୱାରା ତୁମ୍ଭେ ସେମାନଙ୍କୁ ତାହା ଦେଖାଇ ଦିଅ।

13 ଲୋକମାନଙ୍କ ନିକଟରେ ଶାସ୍ତ୍ର ପଢ଼ି ଶୁଣାଇବା ଜାରି ରଖ। ବଳ (ଆତ୍ମିକ) ଓ ବୃଦ୍ଧି ପାଇବାକୁ ସେମାନଙ୍କୁ ସାହାଯ୍ୟ କର। ସେମାନଙ୍କୁ ଉପଦେଶ ଦେବା କାର୍ଯ୍ୟ ଜାରି ରଖ ଏବଂ ମୁଁ ଆସିବା ପର୍ଯ୍ୟନ୍ତ ଏପରି କରୁଥାଅ। 14 ତୁମ୍ଭ ଭିତରେ ଯେଉଁ ଅନୁଗ୍ରହ ଦାନଟି ଅଛି, ତାହାକୁ ବ୍ୟବହାର କରିବାରେ ଅବହେଳା କର ନାହିଁ। ଭବିଷ୍ୟ‌‌ଦ୍‌‌‌‌ବାଣୀ ମାଧ୍ୟମରେ ଯେତେବେଳେ ପ୍ରାଚୀନମାନଙ୍କର ଦଳ ତୁମ୍ଭ ଉପରେ ହାତ ରଖିଲେ, ସେତେବେଳେ ସେହି ଅନୁଗ୍ରହ ଦାନ ତୁମ୍ଭକୁ ଦିଆ ଯାଇଥିଲା। 15 ସେଗୁଡ଼ିକ କରୁଥାଅ। ଉକ୍ତ କାମଗୁଡ଼ିକୁ କରିବା ପାଇଁ ଜୀବନକୁ ଉତ୍ସର୍ଗ କର। ତହିଁରେ ସବୁ ଲୋକେ ଦେଖିବେ ଯେ, ତୁମ୍ଭ କାମରେ ଉନ୍ନତି ହେଉଛି ଓ ଗ୍ଭଲିଛି। 16 ତୁମ୍ଭ ନିଜ ଜୀବନ ସମ୍ବନ୍ଧରେ ଓ ତୁମ୍ଭ ବିଷୟରେ ସତର୍କ ରୁହ। ଉତ୍ତମ ଜୀବନଯାପନ ଓ ଶିକ୍ଷା ପ୍ରଦାନ କର। ତା'ହେଲେ ତୁମ୍ଭେ ତୁମ୍ଭର ଶିକ୍ଷା ଶୁଣୁଥିବା ଲୋକଙ୍କୁ ଓ ନିଜକୁ ରକ୍ଷା କରି ପାରିବ।

ତୁମ୍ଭେ ଜଣେ ବୟସ୍କ ଲୋକ ସହିତ ରାଗରେ କଥାବାର୍ତ୍ତା କର ନାହିଁ। ନିଜ ପିତା ବୋଲି ଭାବି ତାହାଙ୍କ ସହିତ କଥା କୁହ। ସାନମାନଙ୍କ ପ୍ରତି ନିଜ ଭାଇ ଭଳି ଆଚରଣ କର। ବୟସ୍କା ସ୍ତ୍ରୀଲୋକମାନଙ୍କୁ ମା ଭଳି ଓ ଯୁବତୀ ସ୍ତ୍ରୀଲୋକମାନଙ୍କୁ ଭଉଣୀ ଭଳି ଆଚରଣ କର। ସର୍ବଦା ସେମାନଙ୍କ ପ୍ରତି ପବିତ୍ରତାର ସହିତ ଆଚରଣ କର।

ବିଧବାମାନଙ୍କର ଯତ୍ନ ନେବା

ପ୍ରକୃତରେ ଏକୁଟିଆଥିବା ବିଧବାମାନଙ୍କର ଯତ୍ନ ନିଅ। କିନ୍ତୁ ଯଦି ଜଣେ ବିଧବାର ପୁଅଝିଅ ବା ନାତିନାତୁଣୀ ଥାଏ, ସେମାନେ ପ୍ରଥମରେ ନିଜ ପରିବାର ପ୍ରତି ସମ୍ମାନଭାବ ଦେଖାଇବା ଉଚିତ୍। ସେମାନେ ତାଙ୍କର ପିତାମାତାଙ୍କୁ ସାହାଯ୍ୟ କରିବା ଉଚିତ୍। ଏପରି କରିବା ଦ୍ୱାରା ସେମାନେ ନିଜର ପିତାମାତା ଓ ପିତାମହ ଓ ମାତାମହୀଙ୍କୁ ପ୍ରତିଦାନ କରି ଥା’ନ୍ତି। ତାହା ପରମେଶ୍ୱରଙ୍କୁ ପ୍ରସନ୍ନ କରେ। ଯଦି ଜଣେ ବିଧବା ପ୍ରକୃତରେ ଏକୁଟିଆ ଓ ନିରାଶାରେ ରହିଥାଏ, ତା'ହେଲେ ସେ ତା’ ପ୍ରତି ପରମେଶ୍ୱରଙ୍କର ସାହାଯ୍ୟ ଉପରେ ଭରସା କରେ। ସେହି ବିଧବାଟି ରାତିଦିନ ପରମେଶ୍ୱରଙ୍କୁ ପ୍ରାର୍ଥନା କରେ, ତାହାଙ୍କ ସାହାଯ୍ୟ ପାଇଁ ଅନୁରୋଧ କରେ। କିନ୍ତୁ ଏଭଳି ବିଧବା ଯାହାର ଜୀବନର ଲକ୍ଷ୍ୟ କେବଳ ନିଜକୁ ସନ୍ତୁଷ୍ଟ କରିବା, ସେ ବଞ୍ଚି ଥାଉଥାଉ ମଧ୍ୟ ପ୍ରକୃତରେ ମୃତ। ସେଠାରେ ଥିବା ସମସ୍ତ ବିଶ୍ୱାସୀ ଲୋକଙ୍କୁ ଏହି କାମଗୁଡ଼ିକ କରିବା ପାଇଁ କୁହ, ତା'ହେଲେ କେହି କହିବେ ନାହିଁ ଯେ ସେମାନେ ଭୁଲ୍ କରୁଛନ୍ତି। ନିଜର ଆତ୍ମୀୟ ସମସ୍ତଙ୍କର ଯତ୍ନ ନେବା ଜଣେ ଲୋକର କର୍ତ୍ତବ୍ୟ ଅଟେ। ଏପରିକି ଆଉ ମଧ୍ୟ ସେ ନିଜ ପରିବାରର ଯତ୍ନ ନେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ଲୋକ ସେହିପରି କରୁ ନାହିଁ, ତା'ହେଲେ ସେ ଲୋକ ସତ୍ୟ ବିଶ୍ୱାସକୁ ଅନୁସରଣ କରୁ ନାହିଁ। ସେହି ଲୋକ ଜଣେ ଅବିଶ୍ୱାସୀଠାରୁ ମଧ୍ୟ ଖରାପ।

ବିଧବା ତାଲିକା (ସେବାକାର୍ଯ୍ୟରେ) ଆହୁରି ମଧ୍ୟ ଯୋଗ କରାଯାଇପାରେ ଯେ ସେ ନିଶ୍ଚିତରୂପେ ଷାଠିଏ ବର୍ଷ ବା ତା'ଠାରୁ ଅଧିକ ବୟସର ହୋଇଥିବେ। ସେ କେବଳ ସ୍ୱାମୀର ବିଶ୍ୱସ୍ତ ହୋଇଥିବେ। 10 ସେ ଜୀବନରେ ଭଲ କାମ କରିଥିବେ। ଯେପରି ପିଲାମାନଙ୍କୁ ବୃଦ୍ଧି କରିବା, ଘରେ ଅତିଥିମାନଙ୍କୁ ସତ୍କାର କରିବା, ପରମେଶ୍ୱରଙ୍କ ଲୋକମାନଙ୍କର ଗୋଡ଼ ଧୋଇବ, କଷ୍ଟରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ଓ ନିଜ ଜୀବନରେ ସମସ୍ତ ପ୍ରକାରର ଭଲ କାମ କରିବା।

11 କିନ୍ତୁ ଯୁବତୀ ବିଧବାମାନଙ୍କୁ ସେହି ତାଲିକାଭୁକ୍ତ କର ନାହିଁ। ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ସମର୍ପିତ ହେବା ପରେ ମଧ୍ୟ ନିଜର ପ୍ରବଳ କାମାଭିଳାଷ ଯୋଗୁଁ ତାହାଙ୍କଠାରୁ ଦୂରକୁ ଆକର୍ଷିତ ହୋଇ ପାରନ୍ତି। ତା'ପରେ ସେମାନେ ପୁଣି ଥରେ ବିବାହ କରିବାକୁ ଇଚ୍ଛା କରନ୍ତି। 12 ସେଥିପାଇଁ ସେମାନଙ୍କର ବିଗ୍ଭର ହେବ। ତାହାଙ୍କର ପ୍ରଥମ ପ୍ରତିଜ୍ଞା ଅନୁସାରେ, କାମ ନ କରିବା ଯୋଗୁଁ ସେମାନେ ବଗ୍ଭରିତ ହେବେ। 13 ସେହି ଯୁବତୀ ବିଧବାମାନେ ଘରକୁ ଘର ଅଯଥାରେ ବୁଲାବୁଲି କରି ସମୟ ନଷ୍ଟ କରିବା ଶିଖନ୍ତି। ସେମାନେ ବଚସା କରିବା ଓ ଅନ୍ୟଲୋକଙ୍କ ଜୀବନ ବିଷୟରେ ଚର୍ଚ୍ଚା କରିବା ଆରମ୍ଭ କରନ୍ତି। ଅନୁଚିତ୍ କଥାଗୁଡ଼ିକ କୁହନ୍ତି। 14 ଅତଏବ ଯୁବତୀମାନେ ବିବାହ କରନ୍ତୁ ସେମାନଙ୍କର ପିଲା-ଛୁଆ ହୁଅନ୍ତୁ ଏବଂ ସେମାନେ ନିଜ ଘରର ଯତ୍ନ ନିଅନ୍ତୁ, ମୁଁ ଏହା ଗ୍ଭହେଁ। ଯଦି ସେମାନେ ଏପରି କରିବେ, ତା'ହେଲେ ଆମ୍ଭ ଶତ୍ରୁମାନେ ସେମାନଙ୍କୁ ସମାଲୋଚନା କରିବା ପାଇଁ କୌଣସି କାରଣ ପାଇବେ ନାହିଁ। 15 ଏଥିପୂର୍ବରୁ କେତେ ଜଣ ଯୁବତୀ ବିଧବା ଶୟତାନର ପଥରେ ଯାଇଛନ୍ତି।

16 ଯଦି ଜଣେ ବିଶ୍ୱାସୀ ସ୍ତ୍ରୀଲୋକର ପରିବାରରେ ବିଧବାମାନେ ଅଛନ୍ତି, ତା'ହେଲେ ସେମାନଙ୍କର ସେ ନିଜେ ଯତ୍ନ ନେବା ଦରକାର। ମଣ୍ଡଳୀକୁ ଏଥିପାଇଁ ଭାରଗ୍ରସ୍ତ କରିବା ଉଚିତ୍ ନୁହେଁ। ତା'ପରେ ମଣ୍ଡଳୀ କେବଳ ପରିବାର ବିହୀନ ବିଧବାମାନଙ୍କର ଯତ୍ନ ନେବାରେ ସକ୍ଷମ ହେବ।

ବୟୋଜ୍ୟେଷ୍ଠ ଏବଂ ଅନ୍ୟ ବିଷୟ ଗୁଡ଼ିକର ଶିକ୍ଷାଦାନ

17 ମଣ୍ଡଳୀକୁ ଉତ୍ତମରୂପେ ଆଗେଇ ନେଇ ଯାଉଥିବା ପ୍ରାଚୀନମାନେ ଅତ୍ୟଧିକ ସମ୍ମାନ ପାଇବା ଉଚିତ୍। ଯେଉଁ ପ୍ରାଚୀନମାନେ ପ୍ରଗ୍ଭର ଓ ଉପଦେଶ ପ୍ରଦାନ କରୁଛନ୍ତି, ସେମାନେ ଅତ୍ୟଧିକ ସମ୍ମାନର ଅଧିକାରୀ ଅଟନ୍ତି। 18 କାରଣ ଶାସ୍ତ୍ର କୁହେ: “ଯେତେବେଳେ ବଳଦ ଅମଳ ପାଇଁ ଘୁରୁଥାଏ, ସେତେବେଳେ ତା'ର ମୁହଁ ବାନ୍ଧ ନାହିଁ ଓ ତାକୁ ଶସ୍ୟ ଖାଇବା ପାଇଁ ଅଟକାଅ ନାହିଁ।”(A) ଶାସ୍ତ୍ର ଏପରି ମଧ୍ୟ କୁହେ: “ଜଣେ କାମ କରୁଥିବା ଲୋକ ତା'ର ଦରମା ପାଇବା ଉଚିତ୍।”(B)

19 ଯେଉଁ ଲୋକ ଜଣେ ପ୍ରାଚୀନ ବିରୁଦ୍ଧରେ ନିନ୍ଦା କରେ, ଓ ତା’ ସହିତ ଯଦି ଅନ୍ୟ ଦୁଇ ବା ତିନି ଜଣ ଲୋକ ମଧ୍ୟ ପ୍ରାଚୀନ ଲୋକ ଭୁଲ୍ କରିଛନ୍ତି ବୋଲି କୁହନ୍ତି, ତା'ହେଲେ ଯାଇ ସେ ଲୋକର କଥା ତୁମ୍ଭେ ଶୁଣିବ। 20 ଯେଉଁମାନେ ପାପ କରନ୍ତି, ସେମାନଙ୍କୁ ସେମାନଙ୍କର ଭୁଲ୍ ଦେଖାଇଦିଅ। ମଣ୍ଡଳୀର ଲୋକମାନଙ୍କ ସମ୍ମୁଖରେ ଏହା କର। ସେହିପରି କଲେ, ଅନ୍ୟମାନେ ସତର୍କ ହେବେ।

21 ପରମେଶ୍ୱର, ଖ୍ରୀଷ୍ଟ ଯୀଶୁ ଏବଂ ମନୋନୀତ ସ୍ୱର୍ଗଦୂତଙ୍କ ଆଗରେ ଏଗୁଡ଼ିକ କରିବା ପାଇଁ ମୁଁ ତୁମ୍ଭକୁ ଆଦେଶ ଦେଉଛି। ସତ୍ୟ ଜାଣିବା ପୂର୍ବରୁ ଲୋକମାନଙ୍କର ବିଗ୍ଭର କର ନାହିଁ। ସମସ୍ତଙ୍କ ପାଇଁ ସମାନ ଭାବ ଦେଖାଅ।

22 ଜଣେ ଲୋକକୁ ମଣ୍ଡଳୀର ପ୍ରାଚୀନ ଭାବେ ତା'ଉପରେ ହାତ ଥୋଇବା ସମୟରେ ଖୁବ୍ ସତର୍କ ଭାବେ ଚିନ୍ତା କର। ଅନ୍ୟ ଲୋକମାନଙ୍କ ପାପରେ ଅଂଶ ଗ୍ରହଣ କର ନାହିଁ। ନିଜକୁ ସର୍ବଦା ପବିତ୍ର ରଖ।

23 ତୀମଥି, ତୁମ୍ଭେ କେବଳ ପାଣି ପିଉଛ। ତାହା ବନ୍ଦ କରି କିଛି ଦ୍ରାକ୍ଷାରସ ମଧ୍ୟ ପିଅ। ଏହା ତୁମ୍ଭ ପେଟ ପାଇଁ ଦରକାର, ଓ ତୁମ୍ଭେ ବାରମ୍ବାର ବେମାର ପଡ଼ିବ ନାହିଁ।

24 କେତେ ଜଣଙ୍କ ପାପ ସବୁ ସ୍ପଷ୍ଟ ହୋଇ ଦେଖାଯାଏ କାରଣ ସେମାନଙ୍କର ବିଗ୍ଭର ହେବ ବୋଲି ସେମାନଙ୍କର ପାପଗୁଡ଼ିକ ଆଗତୁରା ଦେଖାଯାଏ। କିନ୍ତୁ ଅନ୍ୟ କେତେ ଜଣଙ୍କ ପାପ ପରେ ଜଣାପଡ଼େ। 25 ଲୋକମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ସତ। ଲୋକଙ୍କ ଭଲ କାମ ସହଜରେ ଦେଖାଯାଏ। କିନ୍ତୁ ଯେତେବେଳେ ସେହି ଭଲ କାମଗୁଡ଼ିକ ଦେଖାଯାଏ ନାହିଁ, ସେଗୁଡ଼ିକ ଲୁଚି ରହେ ନାହିଁ।

କ୍ରୀତଦାସମାନଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷାଦାନ

କ୍ରୀତଦାସମାନେ ନିଜ ମାଲିକକୁ ପୂର୍ଣ୍ଣ ସମ୍ମାନ ଦେବା ଉଚିତ୍। ସେମାନେ ସେହିପରି କଲେ ପରମେଶ୍ୱରଙ୍କ ନାମ ଏବଂ ଖ୍ରୀଷ୍ଟିୟାନ ଉପଦେଶଗୁଡ଼ିକ ସମାଲୋଚିତ ହେବ ନାହିଁ। କେତେକ କ୍ରୀତଦାସମାନଙ୍କ ମାଲିକମାନେ ବିଶ୍ୱାସୀ ଅଟନ୍ତି। ଅତଏବ ସେହି ଦାସମାନେ ସେହି ମାଲିକମାନଙ୍କୁ ଭାଇ ବୋଲି ଭାବି ସେମାନଙ୍କୁ କମ୍ ସମ୍ମାନ ଦେଖାଇବା ଉଚିତ୍ ନୁହେଁ। ଏପରିକି ସେହି ଦାସମାନେ ନିଜ ମାଲିକମାନଙ୍କର ଅଧିକ ଭଲରେସେବା କରିବା ଉଚିତ୍। କାରଣ ସେହିପରି କରିବା ଦ୍ୱାରା ସେମାନେ ଭଲ ପାଉଥିବା ବିଶ୍ୱାସୀ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି।

ଭଣ୍ଡ ଶିକ୍ଷା ଓ ପ୍ରକୃତ ଧନ

ତୁମ୍ଭେ ଲୋକମାନଙ୍କୁ ଏହି ବିଷୟ ଗୁଡ଼ିକ କରିବା ପାଇଁ ଶିକ୍ଷା ଦେବା ଓ କହିବା ଉଚିତ୍। କେତେ ଲୋକ ଭଣ୍ଡ ଶିକ୍ଷା ଦେବେ। ସେମାନେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସତ୍ୟ ଶିକ୍ଷା ସହିତ ଏକମତ ହୁଅନ୍ତି ନାହିଁ। ପରମେଶ୍ୱରଙ୍କ ସେବା କରିବାର ସ‌ତ୍‌‌ମାର୍ଗ ସହିତ ମିଳି ଯାଉଥିବା ଶିକ୍ଷା ସେମାନେ ଗ୍ରହଣ କରନ୍ତି ନାହିଁ; ଯେଉଁ ଲୋକ ଭଣ୍ଡ ଶିକ୍ଷା ଦିଏ, ସେ ଗର୍ବୀ ଓ କିଛି ବୁଝି ନ ଥାଏ। ସେହି ଲୋକ ଶବ୍ଦର ଅର୍ଥକୁ ନେଇ ଯୁକ୍ତିତର୍କ କରିବା ପାଇଁ ଅତ୍ୟଧିକ ଆଗ୍ରହୀ ହୋଇଥାଏ ଓ ସେ ବାଗ୍‌‌ଯୁଦ୍ଧ କରେ। ଏଗୁଡ଼ିକ ଦ୍ୱାରା କଳି, ଈର୍ଷା, ଅପମାନ ଓ ସନ୍ଦେହ ଆସିଥାଏ। ତାହା ମନ୍ଦ ମନ ଥିବା ଲୋକମାନଙ୍କ ମାଧ୍ୟମରେ ସୀମାହୀନ ଯୁକ୍ତିତର୍କ ଆରମ୍ଭ କରେ। କୁତର୍କକୁ ମଧ୍ୟ ତାହା ଆମନ୍ତ୍ରିତ କରେ। ସେହି ଲୋକମାନେ ସତ୍ୟକୁ ହରାଇ ବସିଛନ୍ତି। ସେମାନେ ଭାବନ୍ତି ଯେ ପରମେଶ୍ୱରଙ୍କ ସେବା କରିବା ହେଉଛି ଧନୀ ହେବାର ଏକ ଉପାୟ।

ଯଦି ଜଣେ ଲୋକ ତା’ ପାଖରେ ଯାହା ଅଛି, ସେତିକିରେ ସନ୍ତୁଷ୍ଟ ରହେ, ତା'ହେଲେ ପ୍ରକୃତରେ ପରମେଶ୍ୱରଙ୍କ ସେବା ଦ୍ୱାରା ସେହି ଲୋକ ବହୁତ ଧନୀ ହୋଇଯାଏ। ପୃଥିବୀକୁ ଆସିଲା ବେଳେ ଆମ୍ଭେ କିଛି ଆଣି ନ ଥିଲୁ ଓ ଯେତେବେଳେ ଆମ୍ଭେ ମରିଯିବା ଏଠାରୁ କିଛି ନେଇ ଯାଇ ପାରିବା ନାହିଁ। ଅତଏବ ଯଦି ଆମ୍ଭର ଖାଇବା ଓ ପିନ୍ଧିବା ଜିନିଷ ଅଛି, ଆମ୍ଭେ ସେଥିରେ ସନ୍ତୁଷ୍ଟ ରହିବା। ଯେଉଁମାନେ ଧନୀ ହେବାକୁ ଗ୍ଭହୁଁଛନ୍ତି, ସେମାନେ ପ୍ରଲୋଭନ ଫାନ୍ଦରେ ପଡ଼ି ଯାଆନ୍ତି। ଅନେକ ମୂର୍ଖତାପୂର୍ଣ୍ଣ ଓ ଦୁଃଖ ଦେଉଥିବା ବିଷୟ ଗୁଡ଼ିକ ପାଇଁ ସେମାନେ ଇଚ୍ଛା ପୋଷଣ କରନ୍ତି। ସେଗୁଡ଼ିକ ଲୋକମାନଙ୍କୁ ନଷ୍ଟ କରି ତଳିତଳାନ୍ତ କରିଦିଏ। 10 ଧନର ଲୋଭ ସମସ୍ତ ପ୍ରକାର ମନ୍ଦର କାରଣ। ଅଧିକରୁ ଅଧିକ ଧନ ପାଇବା ଲୋଭରେ କେତେ ଲୋକ ସତ୍ୟ ବିଶ୍ୱାସକୁ ଛାଡ଼ି ଦେଇଛନ୍ତି। କିନ୍ତୁ ସେହିପରି କରିବା ଦ୍ୱାରା ସେମାନେ ନିଜ ଉପରକୁ ଅନେକ ଦୁଃଖ ଟାଣି ଆଣିଛନ୍ତି।

କେତୋଟି ମନେ ରଖିବା କଥା

11 କିନ୍ତୁ ତୁମ୍ଭେ ଜଣେ ପରମେଶ୍ୱରଙ୍କର ଲୋକ। ଅତଏବ ତୁମ୍ଭେ ସେହିସବୁ ବିଷୟଠାରୁ ଦୂରରେ ରହିବା କଥା। ଧାର୍ମିକ ଭାବରେ ରହିବା ପାଇଁ ଚେଷ୍ଟା କର, ପରମେଶ୍ୱରଙ୍କ ଉପାସନା କର। ତୁମ୍ଭ ଜୀବନରେ ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ଭଦ୍ର ଆଚରଣ କରିବା ପାଇଁ ଚେଷ୍ଟା କର। 12 ବିଶ୍ୱାସକୁ ଧରି ରଖିବା ଗୋଟିଏ ଦୌଡ଼ ପ୍ରତିଯୋଗିତା ଭଳି। କୌଣସିମତେ ସେହି ପ୍ରତିଯୋଗିତା ଜିତିବାକୁ ଚେଷ୍ଟା କର। ଅନନ୍ତ ଜୀବନ ଧାରଣ କର। ତୁମ୍ଭକୁ ସେଥିପାଇଁ ଡକା ଯାଇଛି। ଅନେକ ଲୋକଙ୍କ ଆଗରେ ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ମହାନ୍ ସତ୍ୟକୁ ସ୍ୱୀକାର କରିଛ। 13 ପରମେଶ୍ୱର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗରେ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ପନ୍ତିୟ ପୀଲାତଙ୍କ ଆଗରେ ଠିଆ ହୋଇଥିବା ବେଳେ ଖ୍ରୀଷ୍ଟ ଯୀଶୁ ସେହି ଏକା ମହାନ୍ ସତ୍ୟଟିକୁ ସ୍ୱୀକାର କରିଥିଲେ। ଏକମାତ୍ର ପରମେଶ୍ୱର ପ୍ରତ୍ୟେକ ବିଷୟକୁ ଜୀବନ ପ୍ରଦାନ କରନ୍ତି। 14 ଏବେ ମୁଁ ତୁମ୍ଭକୁ କହୁଛି: ତୁମ୍ଭକୁ ଦିଆ ଯାଇଥିବା ଆଦେଶଗୁଡ଼ିକ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କର ପୁନରାଗମନ ପର୍ଯ୍ୟନ୍ତ ସେହି କାମଗୁଡ଼ିକ ନିର୍ଭୁଲ ଭାବରେ ଓ ଅନିନ୍ଦନୀୟ ଭାବରେ କର। 15 ପରମେଶ୍ୱର ଉପଯୁକ୍ତ ସମୟ ଆସିଲେ, ତାହା ସାଧନ କରିବେ। ପରମେଶ୍ୱର ଏକମାତ୍ର ପରମଧନ୍ୟ ସମ୍ରାଟ୍। ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ। 16 ପରମେଶ୍ୱର ଅମର ଅଟନ୍ତି। ପରମେଶ୍ୱର ଏତେ ଉଜ୍ଜ୍ୱଳ ପ୍ରକାଶ ମଧ୍ୟରେ ବାସ କରନ୍ତି ଯେ ଲୋକେ ତାହା ପାଖକୁ ଯାଇ ପାରନ୍ତି ନାହିଁ। କେହି କେବେ ହେଲେ ପରମେଶ୍ୱରଙ୍କୁ ଦେଖି ନାହିଁ। କେହି କେବେ ହେଲେ ପରମେଶ୍ୱରଙ୍କୁ ଦେଖି ନାହିଁ। କେହି କେବେ ପରମେଶ୍ୱରଙ୍କୁ ମଧ୍ୟ ଦେଖି ପାରିବେ ନାହିଁ। ପରମେଶ୍ୱରଙ୍କ ଗୌରବ ଓ ଶକ୍ତି ଅନନ୍ତକାଳ ପର୍ଯ୍ୟନ୍ତ ପ୍ରକାଶ ପାଉ। ଆମେନ୍।

17 ଏହି ଆଦେଶ ସେହିମାନଙ୍କୁ ଦିଅ, ଯେଉଁମାନେ ଏ ପୃଥିବୀରେ ଧନୀ ଅଟନ୍ତି। ସେମାନଙ୍କୁ ଗର୍ବ ନ କରିବା ପାଇଁ କୁହ। ସେମାନଙ୍କୁ କୁହ ଯେ ସେମାନେ ନିଜ ଧନର ନୁହେଁ, ମାତ୍ର ପରମେଶ୍ୱରଙ୍କର ଆଶ୍ରୟ ନେବା ଉଚିତ୍। ଧନ ଉପରେ ଆସ୍ଥା ରଖ ନାହିଁ। କିନ୍ତୁ ପରମେଶ୍ୱର ପ୍ରତ୍ୟେକ ବସ୍ତୁ ଯଥେଷ୍ଟ ପରିମାଣରେ ଆମ୍ଭକୁ ପ୍ରଦାନ କରନ୍ତି। ସେ ଭୋଗ କରିବା ପାଇଁ ଆମ୍ଭକୁ ପ୍ରତ୍ୟେକ ଜିନିଷ ଦିଅନ୍ତି। 18 ଧନୀ ଲୋକମାନଙ୍କୁ କୁହ ଯେ ସେମାନେ ଭଲ କାମ କରନ୍ତୁ। ସେମାନଙ୍କୁ କୁହ ଯେ, ଭଲ କାମ କରିବାରେ ସେମାନେ ଧନୀ ହୁଅନ୍ତୁ। 19 ସେହିପରି କରି ସେମାନେ ସ୍ୱର୍ଗରେ ନିଜ ପାଇଁ ସମ୍ପତ୍ତି ଜମା ରଖିବେ। ସେହି ସମ୍ପତ୍ତି ହେଉଛି ଦୃଢ଼ ମୂଳଦୁଆ ଯାହା ଉପରେ ସେମାନଙ୍କର ଭବିଷ୍ୟତ୍ ଜୀବନ ଠିଆ ହୋଇପାରିବ। ତା'ହେଲେ ସେମାନେ ପ୍ରକୃତ ଜୀବନର ଅଧିକାରୀ ହୋଇ ପାରିବେ।

20 ତୀମଥି, ପରମେଶ୍ୱର ତୁମ୍ଭ ଉପରେ ଅନେକ ବିଷୟର ଭାର ଦେଇଛନ୍ତି। ସେଗୁଡ଼ିକୁ ସୁରକ୍ଷିତ ରଖିଥାଅ। ପରମେଶ୍ୱରଙ୍କ ନିକଟକୁ ଆସି ନ ଥିବା ଅସାର କଥା କହୁଥିବା ଲୋକମାନଙ୍କଠାରୁ ଦୂରରେ ରୁହ। ସତ୍ୟ ବିରୁଦ୍ଧରେ ଯୁକ୍ତିତର୍କ କରୁଥିବା ଲୋକମାନଙ୍କଠାରୁ ଦୂରରେ ରୁହ। ଏହାକୁ ସେମାନେ ମିଛରେ “ଜ୍ଞାନ” ବୋଲି କହିଥା’ନ୍ତି। କିନ୍ତୁ ଏହା ପ୍ରକୃତ ଜ୍ଞାନ ନୁହେଁ। 21 କେତେ ଲୋକ କୁହନ୍ତି ଯେ ସେମାନଙ୍କର ସେହି “ଜ୍ଞାନ” ଅଛି। ସେମାନେ ସତ୍ୟ ବିଶ୍ୱାସକୁ ତ୍ୟାଗ କରି ସାରିଛନ୍ତି।

ପରମେଶ୍ୱରଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହୁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center