Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 1-4

ଯୀଶୁ ଖ୍ରୀଷ୍ଟଙ୍କ ସେବକ ପାଉଲ ଓ ତୀମଥି, ଫିଲି‌ପ୍‌ପୀର ଖ୍ରୀଷ୍ଟ ଯୀଶୁଙ୍କ ସମସ୍ତ ପବିତ୍ର ଲୋକମାନଙ୍କୁ ଓ ତୁମ୍ଭମାନଙ୍କର ପ୍ରାଚୀନ[a] ଏବଂ ବିଶେଷ ସେବକମାନଙ୍କୁ ପତ୍ର।

ଆମ୍ଭ ପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।

ପାଉଲଙ୍କ ପ୍ରାର୍ଥନା

3-4 ଯେତେଥର ମୁଁ ତୁମ୍ଭମାନଙ୍କୁ ମନେପକାଏ, ସେତେଥର ପରମେଶ୍ୱରଙ୍କୁ ଆନନ୍ଦ ସହକାରେ ପ୍ରାର୍ଥନାରେ ଧନ୍ୟବାଦ ଦିଏ। ଲୋକମାନଙ୍କୁ ସୁସମାଗ୍ଭର ଶୁଣାଇଲା ବେଳେ, ତୁମ୍ଭମାନଙ୍କଠାରୁ ପାଇଥିବା ସାହାଯ୍ୟ ପାଇଁ ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ବିଶ୍ୱାସ କରିବା ପ୍ରଥମଦିନଠାରୁ ଏବେ ପର୍ଯ୍ୟନ୍ତ ତୁମ୍ଭେ ସାହାଯ୍ୟ କରି ଆସୁଛ। ପରମେଶ୍ୱର ତୁମ୍ଭର ମଙ୍ଗଳ କରିବା ଆରମ୍ଭ କରିଛନ୍ତି ଓ ବର୍ତ୍ତମାନ ମଧ୍ୟ ତାହା କରୁଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ଦିନ ପର୍ଯ୍ୟନ୍ତ ସେ ସେହି କାମ ସାଧନ କରି ସମାପ୍ତ କରିବେ। ମୁଁ ଏଥିରେ ନିଶ୍ଚିତ ଅଟେ।

ତୁମ୍ଭମାନଙ୍କ ବିଷୟରେ ମୋର ଏପରି ଭାବିବା ଉଚିତ୍, କାରଣ ତୁମ୍ଭେ ସମସ୍ତେ ମୋ’ ହୃଦୟରେ ସ୍ଥାନ ପାଇଛ। ତୁମ୍ଭେମାନେ ପରମେଶ୍ୱରଙ୍କ କୃପାରେ ମୋର ଭାଗୀଦାର। ବର୍ତ୍ତମାନ ମୁଁ ବନ୍ଦୀଘରେ ଅଛି, ଯେତେବେଳେ ମୁଁ ସୁସମାଗ୍ଭରର ପକ୍ଷ ସମର୍ଥନ କରୁଛି ଓ ଯେତେବେଳେ ମୁଁ ସୁସମାଗ୍ଭରର ସତ୍ୟ ପ୍ରମାଣିତ କରୁଛି, ସେତେବେଳେ ମଧ୍ୟ ତୁମ୍ଭେମାନେ ମୋ’ ସହିତ ପରମେଶ୍ୱରଙ୍କ ଅନୁଗ୍ରହର ସହଭାଗୀ ଅଟ। ପରମେଶ୍ୱର ଜାଣନ୍ତି ଯେ ମୁଁ ତୁମ୍ଭମାନଙ୍କୁ ଦେଖିବାକୁ କେତେ ଇଚ୍ଛା କରୁଛି। ଖ୍ରୀଷ୍ଟ ଯୀଶୁଙ୍କର ସ୍ନେହପୂର୍ଣ୍ଣ କରୁଣାରେ ମୁଁ ତୁମ୍ଭମାନଙ୍କୁ ପ୍ରେମ କରେ।

ତୁମ୍ଭମାନଙ୍କ ପାଇଁ ମୋର ପ୍ରାର୍ଥନା ଏହି ଯେ:

ତୁମ୍ଭମାନଙ୍କର ପ୍ରେମ ଅଧିକରୁ ଅଧିକ ବୃଦ୍ଧି ପାଉ; ତୁମ୍ଭମାନଙ୍କର ପ୍ରେମ ଦ୍ୱାରା ତୁମ୍ଭେ ଜ୍ଞାନ ଓ ବୋଧଶକ୍ତି ପ୍ରାପ୍ତ ହୁଅ; 10 ଯେପରି ତୁମ୍ଭେ ଭଲ ଓ ମନ୍ଦର ପାର୍ଥକ୍ୟ ଦେଖି ପାରିବ ଓ ଉତ୍ତମ ବିଷୟ ବାଛି ପାରିବ। ତହିଁରେ ଖ୍ରୀଷ୍ଟ ଯେଉଁଦିନ ଆସିବେ, ତୁମ୍ଭେ ଶୁଦ୍ଧ ଓ ଦୋଷଶୂନ୍ୟ ହେବ; 11 ତୁମ୍ଭେ ପରମେଶ୍ୱରଙ୍କ ପାଇଁ ମହିମା ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ସାହାଯ୍ୟରେ ଅନେକ ଉତ୍ତମ କାମ କରିବ।

ପାଉଲଙ୍କ ସମସ୍ୟା ପ୍ରଭୁଙ୍କ କାର୍ଯ୍ୟରେ ସାହାଯ୍ୟ କରେ

12 ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ଜଣାଇଦେବାକୁ ଇଚ୍ଛା କରେ ଯେ ମୋ’ ପ୍ରତି ଯାହାକିଛି ଘଟିଛି, ତାହା ସୁସମାଗ୍ଭର ପ୍ରଗ୍ଭର କରିବାରେ ସାହାଯ୍ୟ କଲା। 13 ସମଗ୍ର ପ୍ରହରୀ ଦଳ ଓ ଅନ୍ୟ ଲୋକମାନେ ଜାଣନ୍ତି ଯେ ମୁଁ ଖ୍ରୀଷ୍ଟଙ୍କ ଜଣେ ବିଶ୍ୱାସୀ ହୋଇଥିବାରୁ ବନ୍ଦୀଘରେ ରଖାଯାଇଛି। 14 ମୁଁ ଏବେ ମଧ୍ୟ ବନ୍ଦୀଘରେ ଅଛି କିନ୍ତୁ ଅଧିକାଂଶ ଖ୍ରୀଷ୍ଟ ବିଶ୍ୱାସୀ ଭାଇମାନେ, ଅଧିକ ଉତ୍ସାହିତ ହୋଇ ସାହସ ପୂର୍ବକ ନିର୍ଭୟରେ ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ବାଣୀ ଶୁଣାଉଛନ୍ତି।

15 ଏହା ସତ୍ୟ ଯେ ସେମାନଙ୍କ ଭିତରୁ କେତେଜଣ କଠୋର ଓ ଈର୍ଷାନ୍ୱିତ ହୋଇ ବିବାଦ ମନୋଭାବ ନେଇ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କରୁଛନ୍ତି, କିନ୍ତୁ ଅନ୍ୟମାନେ ସଦ୍‌‌ଭାବରେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କରୁଛନ୍ତି। 16 ସେମାନେ ପ୍ରେମ କରୁଥିବାରୁ ପ୍ରଗ୍ଭର କରୁଛନ୍ତି। ସେମାନେ ଜାଣନ୍ତି ଯେ, ସୁସମାଗ୍ଭରର ପକ୍ଷ ସମର୍ଥନ କରିବା ପାଇଁ ପରମେଶ୍ୱର ମୋତେ ଦାୟିତ୍ୱ ଦେଇଛନ୍ତି। 17 କିନ୍ତୁ ଅନ୍ୟ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କରୁଛନ୍ତି କାରଣ ସେମାନେ ସ୍ୱାର୍ଥପର। ସେମାନେ ମନ୍ଦ ଅଭିପ୍ରାୟରେ ପ୍ରଗ୍ଭର କରନ୍ତି। ସେମାନେ ବନ୍ଦୀଘରେ ମୋ’ ପାଇଁ ବିପଦ ସୃଷ୍ଟି କରିବା ପାଇଁ ଗ୍ଭହାନ୍ତି। 18 ଯଦି ସେମାନେ ମୋ’ ପାଇଁ ବିପଦ ସୃଷ୍ଟି କରନ୍ତି, ମୁଁ ସେଥିପାଇଁ ଚିନ୍ତିତ ନୁହେଁ। ମୁଖ୍ୟ କଥା ହେଲା ଯେ ସେମାନେ ଖ୍ରୀଷ୍ଟଙ୍କ ବିଷୟରେ କହୁଛନ୍ତି। ମୁଁ ମଧ୍ୟ ଗ୍ଭହେଁ ଯେ ସେମାନେ ଖ୍ରୀଷ୍ଟଙ୍କ ବିଷୟରେ ଲୋକମାନଙ୍କୁ କୁହନ୍ତୁ। ସେମାନେ ଭଲ ଉଦ୍ଦେଶ୍ୟ ରଖି ସେହିପରି କରନ୍ତୁ। କିନ୍ତୁ ଉଦ୍ଦେଶ୍ୟ ଭଲ ହେଉ ବା ମନ୍ଦ, ପ୍ରଗ୍ଭର ତ ଯୀଶୁଙ୍କର ହେଉଛି, ସେଥିପାଇଁ ମୁଁ ଆନନ୍ଦିତ।

ମୁଁ ଆନନ୍ଦିତ ହେଉଥିବି ମଧ୍ୟ। 19 ତୁମ୍ଭେମାନେ ମୋ’ ପାଇଁ ପ୍ରାର୍ଥନା କରୁଛ ଓ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମା ମୋତେ ସାହାଯ୍ୟ କରୁଛନ୍ତି। ଅତଏବ ମୁଁ ଜାଣେ ଯେ ଏହି ବିଷୟ ମୋ’ ପରିତ୍ରାଣର କାରଣ ହେବ। 20 ମୋର ଦୃଢ଼ ଆଶା ଓ ଭରସା ଯେ ମୁଁ ଖ୍ରୀଷ୍ଟଙ୍କୁ କଦାପି ହରାଇବି ନାହିଁ। ବରଂ, ମୁଁ ନିଶ୍ଚିତ ଯେ ମୁଁ ସାହସୀ ହେବି ଏବଂ ମୁଁ ମୃତ ବା ଜୀବିତ ଥାଏ, ଖ୍ରୀଷ୍ଟଙ୍କ ମହାନତା ମୋ’ ଶରୀରରେ ପ୍ରକାଶିତ କରିବି। 21 ମୋର ବଞ୍ଚି ରହିବାର ଅର୍ଥ ହେଉଛି ଖ୍ରୀଷ୍ଟ। ମୃତ୍ୟୁ ମଧ୍ୟ ମୋ’ ପାଇଁ ଏକ ଲାଭ ଅଟେ।” 22 ଯଦି ମୁଁ ଶରୀରରେ ଜୀବିତ ରୁହେ, ତା'ହେଲେ ମୁଁ ପ୍ରଭୁଙ୍କ ପାଇଁ କାମ କରି ପାରିବି। ଜୀବନ ବା ମୃତ୍ୟୁ ତହିଁରୁ ତାହାକୁ ବାଛିବ, ମୁଁ ଏହା ଜାଣେନା? 23 ଜୀବନ ଓ ମୃତ୍ୟୁ ମଧ୍ୟରୁ ଗୋଟିକୁ ବାଛିବା କଷ୍ଟକର। ମୁଁ ଏହି ଜୀବନକୁ ଛାଡ଼ି ଖ୍ରୀଷ୍ଟଙ୍କ ସହିତ ରହିବାକୁ ଇଚ୍ଛା କରେ। ଏହା ଅଧିମ ଭଲ। 24 କିନ୍ତୁ, ତୁମ୍ଭ ପାଇଁ ମୋର ଶରୀରରେ ବଞ୍ଚି ରହିବା ଅଧିକ ଆବଶ୍ୟକ। 25 ମୁଁ ଜାଣେ ତୁମ୍ଭେମାନେ ମୋତେ ଗ୍ଭହୁଁଛ। ସେଥିପାଇଁ ମୁଁ ତୁମ୍ଭ ସହିତ ରହିବି ବୋଲି ମୁଁ ଜାଣେ। ବିଶ୍ୱାସରେ ତୁମ୍ଭର ବୃଦ୍ଧି ଓ ଆନନ୍ଦ ପାଇବା ନିମନ୍ତେ ମୁଁ ତୁମ୍ଭକୁ ସାହାଯ୍ୟ କରିବି। 26 ଯଦି ମୁଁ ତୁମ୍ଭ ପାଖକୁ ଫେରିଯାଏ, ତେବେ ଏହା ଖ୍ରୀଷ୍ଟ ଯୀଶୁଙ୍କଠାରେ ମୋ’ ପାଇଁ ତୁମ୍ଭର ଅଧିକ ଗର୍ବର କାରଣ ହେବ।

27 ଖ୍ରୀଷ୍ଟଙ୍କ ସୁସମାଗ୍ଭର ଯୋଗ୍ୟ ଜୀବନଯାପନ କରିବା ପାଇଁ ଦୃଢ଼ ସଂକଳ୍ପ ହୁଅ। ଏହା ଦ୍ୱାରା ମୁଁ ତୁମ୍ଭ ପାଖକୁ ଯାଇ ତୁମ୍ଭକୁ ଦେଖେ ବା ତୁମ୍ଭଠାରୁ ଦୂରରେ ଥାଏ; ତୁମ୍ଭ ବିଷୟରେ ଶୁଣିବି ଯେ ତୁମ୍ଭେମାନେ ଏକ ଉଦ୍ଦେଶ୍ୟରେ, ଏକମନ ହୋଇ, ସୁସମାଗ୍ଭରରୁ ଉତ୍ପନ୍ନ ବିଶ୍ୱାସ ପାଇଁ ଦୃଢ଼ ଭାବରେ କାର୍ଯ୍ୟ କରୁଛ। 28 ଯେଉଁ ଲୋକମାନେ ତୁମ୍ଭ ବିରୁଦ୍ଧରେ ଅଛନ୍ତି ସେମାନଙ୍କୁ ଭୟ କରିବ ନାହିଁ। ଏହି ସମସ୍ତ ବିଷୟ ଯେ ଈଶ୍ୱରଙ୍କଠାରୁ ଆଗତ ଏହାର ପ୍ରମାଣ ତୁମ୍ଭେମାନେ ପରିତ୍ରାଣ ପାଉଅଛ ଓ ତୁମ୍ଭମାନଙ୍କର ଶତ୍ରୁମାନେ ବିନାଶ ହେବେ। 29 ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ନିମନ୍ତେ କେବଳ ପରମେଶ୍ୱର ତୁମ୍ଭକୁ ସୁଯୋଗ ଦେଇଛନ୍ତିା ତାହା ଯଥେଷ୍ଟ ନୁହେଁ, ଖ୍ରୀଷ୍ଟଙ୍କ ପାଇଁ ଦୁଃଖ ଭୋଗ କରିବା ନିମନ୍ତେ ମଧ୍ୟ ତୁମ୍ଭମାନଙ୍କୁ ସୁଯୋଗ ଦେଇଛନ୍ତି। ଏହି ଉଭୟ ବିଷୟ ଯୀଶୁ ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରେ। 30 ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ ତୁମ୍ଭେମାନେ ମୋତେ ସୁସମାଗ୍ଭର ବିରୁଦ୍ଧରେ ଥିବା ଲୋକଙ୍କ ସହିତ ସଂଘର୍ଷ କରିବା ଦେଖିଛ। ତୁମ୍ଭେ ଏବେ ଶୁଣୁଛ ଯେ ମୁଁ ଏଠାରେ ସଂଘର୍ଷରତ। ତୁମ୍ଭେମାନେ ମଧ୍ୟ ସେହିଭଳି ଏବେ ସଂଘର୍ଷରତ ଅଛ।

ଏକତାବଦ୍ଧ ହୋଇ ପରସ୍ପରର ଯତ୍ନ ନିଅ

ଖ୍ରୀଷ୍ଟ ଯୀଶୁଙ୍କଠାରେ ଥାଇ କୌଣସି କାର୍ଯ୍ୟ କରିବାକୁ ମୁଁ ତୁମ୍ଭକୁ କହିପାରେ କି? ତୁମ୍ଭେ ମୋତେ ପ୍ରେମପୂର୍ଣ୍ଣ ସାନ୍ତ୍ୱନା ଦେଇପାର କି? ଆମ୍ଭେ ଏକତ୍ର ଆତ୍ମାର ସହଭାଗୀତାରେ ଅଛୁ କି? ତୁମ୍ଭଠାରେ କରୁଣା ଓ ଦୟା ଅଛି କି? ଯଦି ଏଗୁଡ଼ିକ ତୁମ୍ଭଠାରେ ଅଛି, ତା'ହେଲେ ମୋ’ ପାଇଁ କିଛି କର ବୋଲି ମୁଁ ଗ୍ଭହେଁ, ଏହା ମୋତେ ଅତ୍ୟନ୍ତ ଆନନ୍ଦିତ କରିବ। ମୁଁ ଗ୍ଭହେଁ ଯେ ତୁମ୍ଭେମାନେ ଏକମନା ହୋଇ ସମ ବିଷୟରେ ବିଶ୍ୱାସ ଦ୍ୱାରା ସଂଯୁକ୍ତ ହୁଅ। ପରସ୍ପର ପ୍ରତି ସମ ପ୍ରେମଭାବ ରଖ ଏବଂ ଏକ ଆତ୍ମାରେ ଏବଂ ସମ ଉଦ୍ଦେଶ୍ୟରେ ଏକତ୍ର ବାସ କର। ସ୍ୱାର୍ଥପରତା ଓ ଗର୍ବ ହେତୁ କୌଣସି କାମ କର ନାହିଁ। ନମ୍ର ହୁଅ ଓ ଅନ୍ୟ ଲୋକମାନଙ୍କୁ ନିଜଠାରୁ ଅଧିକ ସମ୍ମାନ ଦିଅ। କେବଳ ନିଜ ଜୀବନ ବିଷୟରେ ଆଗ୍ରହୀ ନ ହୋଇ, ଅନ୍ୟ ଲୋକମାନଙ୍କର ଜୀବନ ବିଷୟରେ ମଧ୍ୟ ଆଗ୍ରହୀ ହୁଅ।

ଯୀଶୁ ଖ୍ରୀଷ୍ଟଙ୍କଠାରୁ ନିସ୍ୱାର୍ଥପର ହେବା ଶିଖ

ନିଜ ଜୀବନରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ଚିନ୍ତା ଓ ଆଚରଣ କର।

ଖ୍ରୀଷ୍ଟ ନିଜେ ସର୍ବୋତଭାବରେ ପରମେଶ୍ୱରଙ୍କ ସାଦୃଶ୍ୟ ଥିଲେ।
    ପରମେଶ୍ୱରଙ୍କ ସହିତ ସମାନ ହୋଇ ରହିବା ବିଷୟକୁ ସମ୍ପତ୍ତି ଭାବରେ ଜାବୁଡ଼ି ଧରିବା ପାଇଁ ଖ୍ରୀଷ୍ଟ ଇଚ୍ଛା କଲେ ନାହିଁ।
ସେ ପରମେଶ୍ୱରଙ୍କ ସହିତ ଥିବା ନିଜ ସ୍ଥାନକୁ ଛାଡ଼ି ଦାସ ରୂପ ଗ୍ରହଣ କରିଥିଲେ।
    ସେ ମାନବ ରୂପରେ ଜନ୍ମ ଗ୍ରହଣ କରି ଦାସ ଭଳି ହେଲେ।
ମନୁଷ୍ୟ ଭାବରେ ଜୀବନଯାପନ କଲାବେଳେ,
    ସେ ପୂର୍ଣ୍ଣ ଭାବରେ ପରମେଶ୍ୱରଙ୍କ ଆଜ୍ଞକାରୀ ହୋଇ ନିଜକୁ ନମ୍ର କଲେ।
    ଏପରିକି କ୍ରୁଶରେ ମୃତ୍ୟୁ ପର୍ଯ୍ୟନ୍ତ ନିଜକୁ ବାଧ୍ୟ ଓ ନମ୍ର କଲେ।
ଖ୍ରୀଷ୍ଟ ପରମେଶ୍ୱରଙ୍କ ବାଧ୍ୟ ହେଲେ, ତେଣୁ ପରମେଶ୍ୱର ଖ୍ରୀଷ୍ଟଙ୍କୁ ଅତି ଉନ୍ନତ କଲେ।
    ପରମେଶ୍ୱର ଖ୍ରୀଷ୍ଟଙ୍କ ନାମକୁ ଅନ୍ୟ ସମସ୍ତଙ୍କ ନାମ ଅପେକ୍ଷା ମହାନ କଲେ।
10 ଏପରି କରିବାର ଉଦ୍ଦେଶ୍ୟ ଥିଲା ଯେ ସ୍ୱର୍ଗର, ପୃଥିବୀର ଓ ପାତାଳର ପ୍ରତ୍ୟେକ ଲୋକ
    ଯେପରି ଯୀଶୁଙ୍କ ନାମ ଆଗରେ ମୁଣ୍ଡ ନୁଆଇଁବେ।
11 ଅତଏବ ପ୍ରତ୍ୟେକ ଲୋକ, “ଯୀଶୁ ଖ୍ରୀଷ୍ଟ ଯେ ପ୍ରଭୁ” ଏହା ସ୍ୱୀକାର କରିବେ।
    ଏହା ସେମାନେ କହିବା ଦ୍ୱାରା ପିତା ପରମେଶ୍ୱରଙ୍କର ଗୌରବ ହେବ।

ପରମେଶ୍ୱରଙ୍କ ଇଚ୍ଛାନୁରୂପ ହୁଅ

12 ମୋ’ ପ୍ରିୟ ମିତ୍ରଗଣ! ତୁମ୍ଭେମାନେ ସର୍ବଦା ପରମେଶ୍ୱରଙ୍କ ବାଧ୍ୟ ହୋଇଛ। ମୁଁ ତୁମ୍ଭ ସହିତ ଥିଲାବେଳେ ତୁମ୍ଭେମାନେ ପରମେଶ୍ୱରଙ୍କ ବାଧ୍ୟ ହୋଇଛ। ମୁଁ ତୁମ୍ଭ ସହିତ ନ ଥିଲାବେଳେ ମଧ୍ୟ ତୁମ୍ଭେ ତାହାଙ୍କ ବାଧ୍ୟ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ତୁମ୍ଭେ ନିଶ୍ଚିତ ହେବା ଆବଶ୍ୟକ ଯେ ମୋ’ ସାହାଯ୍ୟ ବିନା ତୁମ୍ଭେ ପରିତ୍ରାଣ ପାଇବ। ପରମେଶ୍ୱରଙ୍କ ପ୍ରତି ସମ୍ମାନ ଓ ଭୟ ରଖି ଏପରି କର। 13 ପରମେଶ୍ୱର ତୁମ୍ଭ ମଧ୍ୟରେ କାର୍ଯ୍ୟ କରୁଛନ୍ତି। ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ଯ୍ୟ କରିବା ନିମନ୍ତେ ସେ ତୁମ୍ଭକୁ ଇଚ୍ଛାଶକ୍ତି ଦିଅନ୍ତି ଓ ତାହା ସାଧନ କରିବାକୁ ଶକ୍ତି ମଧ୍ୟ ଦିଅନ୍ତି।

14 ଅଭିଯୋଗ ବା ବାଦାନୁବାଦ ନ କରି ପ୍ରତ୍ୟେକ କାର୍ଯ୍ୟ କର। 15 ତେବେ ଯାଇ ତୁମ୍ଭେ ନିର୍ଦ୍ଦୋଷ ହେବ ଓ ତୁମ୍ଭ ଭିତରେ କୌଣସି ଭୁଲ୍ ରହିବ ନାହିଁ। ତୁମ୍ଭେ ପରମେଶ୍ୱରଙ୍କ ନିର୍ଦ୍ଦୋଷ ପୁତ୍ର ହେବ। କିନ୍ତୁ ତୁମ୍ଭେମାନେ ନଷ୍ଟ ହୋଇ ଯାଉଥିବା ମନ୍ଦ ଲୋକଙ୍କ ମଧ୍ୟରେ ରହୁଛ। କିନ୍ତୁ ସେମାନଙ୍କ ଭିତରେ ତୁମ୍ଭେ ଏହି ଅନ୍ଧକାରପୂର୍ଣ୍ଣ ଜଗତରେ ଜ୍ୟୋତିଃ ଭଳି ପ୍ରକାଶିତ ହେଉଛ। 16 ତୁମ୍ଭେ ସେମାନଙ୍କୁ ଜୀବନ ପ୍ରଦାନକାରୀ ଶିକ୍ଷା ଦିଅ। ତେଣୁ ଖ୍ରୀଷ୍ଟଙ୍କ ଆଗମନରେ ମୁଁ ଖୁସୀ ହେବି, କାରଣ ମୁଁ ଜାଣିବି ଯେ ମୋର କାମ ବିଫଳ ହୋଇ ନାହିଁ। ମୁଁ ଜାଣିବି ଯେ ଦୌଡ଼ ପ୍ରତିଯୋଗିତାରେ ଦୌଡ଼ି ଜିତିଛି।

17 ପରମେଶ୍ୱରଙ୍କ ସେବାରେ, ତୁମ୍ଭ ବିଶ୍ୱାସ ତୁମ୍ଭକୁ ଏକ ବଳିଦାନ ରୂପେ ସେବା କରିବା ପାଇଁ ପ୍ରେରଣ ଯୋଗଏ। ହୁଏତ ତୁମ୍ଭର ବଳିଦାନ ରୂପ ସେବାରେ ମୋତେ ମୋର ନିଜ ରକ୍ତ ମଧ୍ୟ ଉତ୍ସର୍ଗ କରିବାକୁ ପଡ଼ିପାରେ। ଯଦି ତାହା ଘଟେ, ମୁଁ ତୁମ୍ଭମାନଙ୍କ ସହିତ ଆନନ୍ଦରେ ପରିପୂର୍ଣ୍ଣ ଓ ଖୁସୀ ହେବି। 18 ତୁମ୍ଭେମାନେ ମଧ୍ୟ ମୋ’ ସହିତ ଖୁସୀ ହୁଅ ଓ ଆନନ୍ଦରେ ପରିପୂର୍ଣ୍ଣ ହୁଅ।

ତୀମଥି ଓ ଏପାଫ୍ରାଦିତଙ୍କ ବିଷୟରେ ସମ୍ବାଦ

19 ପ୍ରଭୁ ଯୀଶୁଙ୍କଠାରେ ମୁଁ ଆଶାକରେ ଯେ ତୀମଥିଙ୍କୁ ଖୁବ୍ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାଇବି। ତୁମ୍ଭେମାନେ କିପରି ଅଛ ଜାଣି ମୁଁ ଆନନ୍ଦିତ ହେବି। 20 ତୀମଥିଙ୍କ ଭଳି ମୋ’ ପାଖରେ ଆଉ କେହି ଲୋକ ନାହାନ୍ତି। 21 ସେ ପ୍ରକୃତରେ ତୁମ୍ଭ ପାଇଁ ମନୋଯୋଗୀ। ଅନ୍ୟ ଲୋକମାନେ କେବଳ ତାଙ୍କ ନିଜ ଜୀବନ ବିଷୟରେ ଆଗ୍ରହୀ ଅଟନ୍ତି। ଖ୍ରୀଷ୍ଟ ଯୀଶୁଙ୍କ କାର୍ଯ୍ୟରେ ସେମାନେ ଆଗ୍ରହୀ ନୁହନ୍ତି। 22 ତୁମ୍ଭେମାନେ ଜାଣିଛ ଯେ ତୀମଥି କି ପ୍ରକାରର ଲୋକ। ପୁତ୍ର ଯେପରି ପିତାର ସେବା କରେ, ସେହିପରି ସେ ମୋ’ ସହିତ ସୁସମାଗ୍ଭର କହିବା ସମୟରେ ମୋର ସେବା କରିଛନ୍ତି; ଏ କଥା ତୁମ୍ଭେମାନେ ଜାଣ। 23 ମୁଁ ଶୀଘ୍ର ତାହାଙ୍କୁ ପଠାଇବା ଯୋଜନା କରୁଛି। ମୋ’ ସହିତ କ’ଣ ଘଟିବାକୁ ଯାଉଛି, ଜାଣିଲା ପରେ, ମୁଁ ତାଙ୍କୁ ପଠାଇବି। 24 ମୁଁ ନିଶ୍ଚିତ ଯେ ତୁମ୍ଭମାନଙ୍କ ନିକଟକୁ ଶୀଘ୍ର ଯିବା ପାଇଁ ପ୍ରଭୁ ମୋତେ ସାହାଯ୍ୟ କରିବେ।

25 ଏପାଫ୍ରାଦିତ ଖ୍ରୀଷ୍ଟଙ୍କଠାରେ ମୋର ଭାଇ। ସେ ମୋ’ ସହିତ ଖ୍ରୀଷ୍ଟ-ବାହିନୀର ଜଣେ ସେବକ ଓ କାର୍ଯ୍ୟକାରୀ। ମୋ’ ଦରକାର ବେଳେ ତୁମ୍ଭେମାନେ ତାହାଙ୍କୁ ମୋ’ ସାହାଯ୍ୟ ପାଇଁ ପଠାଇଥିଲ। ମୁଁ ଭାବୁଛି ଏବେ ପୁନର୍ବାର ମୁଁ ତାହାଙ୍କୁ ତୁମ୍ଭ ପାଖକୁ ଫେରାଇ ଦେବି। 26 ସେ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛୁକ, ସେଥିପାଇଁ ମୁଁ ତାହାଙ୍କୁ ପଠାଉଛି। ସେ ଅସୁସ୍ଥ ଥିଲେ ବୋଲି ତୁମ୍ଭେ ଶୁଣି ଥିବା ହେତୁ ସେ ଚିନ୍ତିତ ଥିଲେ। 27 ସେ ଅସୁସ୍ଥ ଥିଲେ ଓ ମୃତ୍ୟୁର ଦ୍ୱାର ଦେଶରେ ଥିଲେ। କିନ୍ତୁ ପରମେଶ୍ୱର ତାହାଙ୍କୁ ଓ ମୋତେ ମଧ୍ୟ ସାହାଯ୍ୟ କଲେ, ଯେପରି ମୋ’ ପାଇଁ ଅଧିକ ଦୁଃଖ ନ ଘଟେ। 28 ତେଣୁ ମୁଁ ତାହାଙ୍କୁ ପଠାଇବାକୁ ଅତିଶୟ ଇଚ୍ଛା କରେ। ତୁମ୍ଭେ ମଧ୍ୟ ତାହାଙ୍କୁ ଦେଖିଲେ ଖୁସୀ ହେବ, ମୁଁ ମଧ୍ୟ ତୁମ୍ଭ ବିଷୟରେ ଚିନ୍ତାମୁକ୍ତ ହେବି। 29 ସେଥିପାଇଁ ପ୍ରଭୁଙ୍କଠାରେ ଆନନ୍ଦର ସହିତ ତାହାଙ୍କୁ ସ୍ୱାଗତ ଜଣାଅ। ଏପାଫ୍ରାଦିତଙ୍କ ଭଳି ଲୋକମାନଙ୍କୁ ତୁମ୍ଭେମାନେ ସମ୍ମାନ ଦିଅ। 30 ଖ୍ରୀଷ୍ଟଙ୍କ କାମ ପାଇଁ ସେ ମୃତପ୍ରାୟ ହୋଇ ଯାଇଥିବାରୁ ସମ୍ମାନିତ ହେବା ଉଚିତ୍। ମୋତେ ସାହାଯ୍ୟ କରିବା ପାଇଁ ସେ ନିଜ ଜୀବନକୁ ବିପଦରେ ପକାଇଥିଲେ। ତୁମ୍ଭେ ଦେଖିଥିବା ସେବାରେ ଯାହା କମ୍ ରହି ଯାଇଥିଲା, ସେତିକି ସେ ପୂରଣ କରିଦେଇଥିଲେ।

ଯୀଶୁ ଖ୍ରୀଷ୍ଟ ସବୁଠାରୁ ମହାନ

ଆଉ ଏବେ ହେ ମୋର ଭାଇ ଓ ଭଉଣୀମାନେ! ପ୍ରଭୁଙ୍କଠାରେ ଆନନ୍ଦ କର। ତୁମ୍ଭକୁ ଥରକୁ ଥର ସେହି ଏକାକଥା ଲେଖିବାରେ, ମୋତେ କଷ୍ଟ ହୁଏ ନାହିଁ, କାରଣ ଏହା ଦ୍ୱାରା ତୁମ୍ଭେମାନେ ଅଧିକ ପ୍ରସ୍ତୁତ ହୋଇ ରହିବ।

ଯେଉଁମାନେ ମନ୍ଦକର୍ମରେ ଲିପ୍ତ, ସେମାନଙ୍କଠାରୁ ସାବଧାନ ହୋଇ ରୁହ, ସେମାନେ କୁକୁରମାନଙ୍କ ପରି। ସେମାନେ ଲୋକମାନଙ୍କୁ ସୁନ୍ନତ[b] ହେବା ପାଇଁ ଦାବୀ କରନ୍ତି। କିନ୍ତୁ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ହୋଇଥିବା ଲୋକ ଅଟୁ। ଆମ୍ଭେ ଆତ୍ମା ଦ୍ୱାରା ପରମେଶ୍ୱରଙ୍କର ସେବା କରୁ। ଆମ୍ଭେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଗର୍ବ କରୁ। ଆମ୍ଭେ ନିଜେ କିଛି କରି ପାରିବା ବୋଲି ନିଜ ଉପରେ ନିର୍ଭର କରୁ ନାହୁଁ। ଯଦିଓ ମୁଁ ନିଜ ଶକ୍ତିରେ ବିଶ୍ୱାସ ରଖି ପାରିବି ତଥାପି ମୁଁ ନିଜ ଶକ୍ତି ଉପରେ ବିଶ୍ୱାସ ରଖୁ ନାହିଁ। ଯଦି କୌଣସି ଲୋକ ଭାବେ ଯେ ନିଜ ଉପରେ ବିଶ୍ୱାସ କରିବାର ତା'ର କାରଣ ଅଛି, ତା'ହେଲେ ମୁଁ କହିବି ଯେ ତା’ ଅପେକ୍ଷା ମୋର ନିଜ ଉପରେ ବିଶ୍ୱାସ କରିବା ପାଇଁ ଅଧିକ କାରଣ ଅଛି। ଏହା ସେ ଜାଣିବା ଉଚିତ୍। ମୋର ଜନ୍ମ ହେବାର ଆଠ ଦିନପରେ, ମୋର ସୁନ୍ନତ କରାଯାଇଥିଲା। ମୁଁ ଜଣେ ଇସ୍ରାଏଲୀୟ ଲୋକ। ମୁଁ ବିନ୍ୟାମିନଙ୍କ ବଂଶଧର। ଏବ୍ରୀୟ ପିତାମାତାଙ୍କଠାରୁ ଜନ୍ମିଥିବାରୁ ମୁଁ ଜଣେ ଏବ୍ରୀୟ ଅଟେ। ମୋ’ ପାଇଁ ମୋଶାଙ୍କ ବ୍ୟବସ୍ଥା ଆଜି ଗୁରୁତ୍ୱପୂର୍ଣ୍ଣ, ସେ ଦୃଷ୍ଟିରୁ ମୁଁ ଜଣେ ଫାରୂଶୀ। ଯିହୂଦୀଧର୍ମ ପାଇଁ ମୋର ଏତେ ଅଧିକ ଉଦ୍‌‌ଯୋଗ ଥିଲା ଯେ ମୁଁ ମଣ୍ଡଳୀକୁ ତାଡ଼ନା କରୁଥିଲି। ବିଶ୍ୱାସୀମାନଙ୍କୁ ତାଡ଼ନା ଦେଉଥିଲି। ମୁଁ ଯେପରି ଭାବରେ ମୋଶାଙ୍କ ନିୟମ ପାଳନ କରୁଥିଲି, କେହିହେଲେ ମୋ'ଠାରେ କୌଣସି ଦୋଷ ପାଇ ନ ଥିଲେ।

ସମୟ ଥିଲା, ଯେତେବେଳେ ଏଗୁଡ଼ିକ ମୋ’ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ମୁଁ ସ୍ଥିର କଲି ଯେ ଖ୍ରୀଷ୍ଟଙ୍କ ହେତୁ ସେଗୁଡ଼ିକର କିଛି ମୂଲ୍ୟ ନାହିଁ। ମୁଁ ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା ହେତୁ, ଅନ୍ୟ ସମସ୍ତ ବିଷୟକୁ ଏବେ ତୁଚ୍ଛ ମନେକରେ, ସେଗୁଡ଼ିକ ମୋ’ ପାଇଁ ମୂଲ୍ୟହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଯେଉଁ ବିଷୟ ଗୁଡ଼ିକୁ ମହତ୍ତ୍ୱପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ୟାଗ କରିଛି। ମୁଁ ଏବେ ଜାଣେ ଯେ ସେଗୁଡ଼ିକ ମୂଲ୍ୟହୀନ ସଢ଼ାକୁଟା ପରି। ଏହା ମୋତେ ଖ୍ରୀଷ୍ଟଙ୍କୁ ଲାଭ କରିବା ପାଇଁ ଓ ଖ୍ରୀଷ୍ଟଙ୍କଠାରେ ରହିବାକୁ ସାହାଯ୍ୟ କରେ। ଖ୍ରୀଷ୍ଟଙ୍କ ସହଭାଗିତାରେ ମୁଁ ପରମେଶ୍ୱରଙ୍କ ଧାର୍ମିକତା ପ୍ରାପ୍ତ ହୁଏ କିନ୍ତୁ ଏହି ଧାର୍ମିକତା ବ୍ୟବସ୍ଥା ପାଳନର ଫଳ ନୁହେଁ। ବରଂ ଏହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ପରମେଶ୍ୱରଙ୍କଠାରୁ ଆସେ। ପରମେଶ୍ୱର ତାହାଙ୍କ ପ୍ରତି ମୋତେ ସିଦ୍ଧ କରିବାକୁ ଖ୍ରୀଷ୍ଟଙ୍କଠାରେ ମୋର ବିଶ୍ୱାସକୁ ବ୍ୟବହାର କରନ୍ତି। 10 ମୁଁ ଖ୍ରୀଷ୍ଟଙ୍କୁ ଜାଣିବାକୁ ଓ ମୃତ୍ୟୁରୁ ସେ ପୁନର୍ଜୀବିତ ହୋଇ ଉଠିଥିବା ଶକ୍ତିକୁ ମଧ୍ୟ ଜାଣିବାକୁ ଇଚ୍ଛା କରେ। ମୁଁ ତାହାଙ୍କ ଦୁଃଖ ଭୋଗରେ ଅଂଶୀ ହେବାକୁ ଓ ତାହାଙ୍କ ମୃତ୍ୟୁ ଭୋଗରେ ତାହାଙ୍କ ପରି ହେବାକୁ ଗ୍ଭହେଁ। 11 ସେହିପରି ଭାବରେ ମୁଁ ମୃତମାନଙ୍କ ମଧ୍ୟରୁ ପୁନରୁ‌ତ୍‌‌ଥିତ ହୋଇପାରେ, ଏ ଭରସା ମୋର ଅଛି।

ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ଯତ୍ନ କରିବା

12 ମୁଁ କହୁ ନାହିଁ ଯେ ପରମେଶ୍ୱର ମୋତେ ଯେପରି ହେବାକୁ ଗ୍ଭହାନ୍ତି, ମୁଁ ଠିକ୍ ସେହିପରି ହୋଇସାରିଛି। ମୁଁ ସେହି ଲକ୍ଷ୍ୟସ୍ଥଳରେ ଏପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ। କିନ୍ତୁ ମୁଁ ମୋର ଚେଷ୍ଟା ଅବିରତ ଜାରି ରଖିଛି, ଯାହାଦ୍ୱାରା ସେହି ଲକ୍ଷ୍ୟ ହାସଲ କରି ପାରିବି। ଯୀଶୁ ଖ୍ରୀଷ୍ଟ ଗ୍ଭହାନ୍ତି ଯେ ମୁଁ ସେହି ଲକ୍ଷ୍ୟ ପାଇପାରେ, ସେଥିପାଇଁ ସେ ମୋତେ ନିଜର କରିଛନ୍ତି। 13 ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ମୁଁ ଏପର୍ଯ୍ୟନ୍ତ ସେହି ଲକ୍ଷ୍ୟ ସ୍ଥଳକୁ ଯାଇ ପାରି ନାହିଁ। କିନ୍ତୁ ମୁଁ ସବୁବେଳେ ଏହି ଗୋଟିଏ କାର୍ଯ୍ୟ କରେ: ମୁଁ ଅତୀତର ବିଷୟସବୁ ଭୁଲି, ମୋ’ ଆଗରେ ଥିବା ଲକ୍ଷ୍ୟକୁ ଆଖିରେ ରଖି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରେ। 14 ମୁଁ ସବୁବେଳେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପୁରସ୍କାରଟି ପାଇବା ପାଇଁ ଚେଷ୍ଟା କରୁଥାଏ। ଖ୍ରୀଷ୍ଟଙ୍କଠାରେ ସ୍ୱର୍ଗୀୟ ଜୀବନର ପୁରସ୍କାର ପାଇବା ଲାଗି ପରମେଶ୍ୱର ମୋତେ ଡାକିଛନ୍ତି।

15 ଆମ୍ଭମାନଙ୍କ ଭିତରୁ ଯେଉଁମାନେ ଆତ୍ମିକ ଭାବରେ ସିଦ୍ଧ ହେବା ପାଇଁ ଯାଉଛୁ, ସେମାନେ ମଧ୍ୟ ଏହିଭଳି ଭାବିବା ଦରକାର। ଯଦି ଏଥିରେ କୌଣସି କଥାରେ ତୁମ୍ଭର ଭିନ୍ନ ମତ ଥାଏ, ତା'ହେଲେ ପରମେଶ୍ୱର ତୁମ୍ଭ ପାଇଁ ଏହାକୁ ମଧ୍ୟ ସ୍ପଷ୍ଟ କରିଦେବେ। 16 କିନ୍ତୁ ଆମ୍ଭେ ଯେଉଁସବୁ ସତ୍ୟ ଜାଣିଛୁ, ସେହି ସତ୍ୟ ମାର୍ଗରେ ଅବିରତ ଗ୍ଭଲିବା ଉଚିତ୍।

17 ଭାଇ ଓ ଭଉଣୀମାନେ! ତୁମ୍ଭେ ସମସ୍ତେ ମୋ’ ଭଳି ଜୀବନ-ଯାପନ କରିବା ପାଇଁ ଚେଷ୍ଟା କରିବା ଉଚିତ୍। ଆମ୍ଭେ ଯେଉଁ ଆଦର୍ଶ ଦେଖାଇଛୁ, ତୁମ୍ଭମାନଙ୍କ ଭିତରୁ ଯେଉଁମାନେ ସେହି ଅନୁସାରେ ଜୀବନ-ଯାପନ କରୁଛନ୍ତି, ସେମାନଙ୍କୁ ଅନୁସରଣ କର। 18 ଅନେକ ଲୋକ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁମାନଙ୍କ ଭଳି ଜୀବନ-ଯାପନ କରୁଛନ୍ତି। ମୁଁ ଅନେକଥର ଏହି ଲୋକମାନଙ୍କ ବିଷୟରେ କହିଛି। ଏବେ ମଧ୍ୟ ମୁଁ କାନ୍ଦିକାନ୍ଦି ସେମାନଙ୍କ ବିଷୟରେ କହୁଛି। 19 ସେମାନେ ଯେପରି ଜୀବନ-ଯାପନ କରୁଛନ୍ତି, ତା'ର ପରିଣତି ବିନାଶ ଅଟେ। ସେମାନେ ପରମେଶ୍ୱରଙ୍କୁ ସେବା କରିବା ପରିବର୍ତ୍ତେ ନିଜକୁ ଖୁସୀ କରିବା ପାଇଁ ବଞ୍ଚିଛନ୍ତି। ସେମାନେ ଲଜ୍ଜାଜନକ କାର୍ଯ୍ୟ କରନ୍ତି ଓ ସେଗୁଡ଼ିକ ପାଇଁ ଗର୍ବ କରନ୍ତି ଓ ସେମାନେ କେବଳ ପାର୍ଥିବ ବସ୍ତୁଗୁଡ଼ିକର ଚିନ୍ତା କରନ୍ତି। 20 କିନ୍ତୁ ଆମ୍ଭର ଜନ୍ମଭୂମି ହେଉଛି ସ୍ୱର୍ଗ। ଆମ୍ଭେ ସ୍ୱର୍ଗରୁ ଆମ୍ଭର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଆଗମନକୁ ପ୍ରତୀକ୍ଷା କରୁଛୁ। ଯୀଶୁ ଖ୍ରୀଷ୍ଟ ଆମ୍ଭର ପରିତ୍ରାଣକର୍ତ୍ତା ପ୍ରଭୁ ଅଟନ୍ତି। 21 ସେ ସ୍ୱର୍ଗରୁ ଆସିବେ ଏବଂ ଯେଉଁ ଶକ୍ତି ବଳରେ ସବୁ ବିଷୟକୁ ନିଜ ଅଧୀନସ୍ଥ କରନ୍ତି, ସେହି ଶକ୍ତି ବଳରେ ସେ ଆମ୍ଭର ହେୟ, ଦେହଗୁଡ଼ିକୁ ପରିବର୍ତ୍ତନ କରି ତାଙ୍କ ନିଜର ଦେହ ଭଳି ଗୌରବମୟ କରିଦେବେ।

କେତେକ ବ୍ୟବହାରିକ କଥା

ମୋ’ ପ୍ରିୟ ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭକୁ ଭଲ ପାଏ ଓ ଦେଖିବାକୁ ଇଚ୍ଛା କରେ। ତୁମ୍ଭେ ମୋର ଆନନ୍ଦ ଓ ମୋର ଗର୍ବ। ମୁଁ କହିଥିଲା ଭଳି ପ୍ରଭୁଙ୍କୁ ଅନୁସରଣ କରି ଗ୍ଭଲିଥାଅ।

ଇୟଦିଆ, ଓ ସୁନ୍ତୁଖୀ ଉଭୟଙ୍କୁ ପ୍ରଭୁଙ୍କଠାରେ ଏକମତ ହେବାକୁ ମୁଁ ନିବେଦନ କରେ। ହେ ବନ୍ଧୁ, ତୁମ୍ଭେ ଯେହେତୁ ମୋ’ ସହିତ ବିଶ୍ୱସ୍ତ ଭାବରେ ସେବା କରୁଛ, ଯେଉଁ ସ୍ତ୍ରୀଲୋକମାନେ ମୁଁ ସୁସମାଗ୍ଭର ପ୍ରଗ୍ଭର କଲାବେଳେ ମୋ’ ସହିତ ପରିଶ୍ରମ କରିଅଛନ୍ତି, ସେମାନଙ୍କୁ ସାହାଯ୍ୟ କର ବୋଲି ତୁମ୍ଭକୁ ମୁଁ ନିବେଦନ କରେ। ସେମାନେ କ୍ଳେମେ‌ନ୍‌ସ ଏବଂ ମୋର ଅନ୍ୟ ସହକାରୀମାନଙ୍କ ସହିତ ସେବାକାର୍ଯ୍ୟ କରିଛନ୍ତି। ସେମାନଙ୍କ ନାମ “ଜୀବନ-ପୁସ୍ତକ”[c]ରେ ଲେଖାଅଛି।

ପ୍ରଭୁଙ୍କଠାରେ ସର୍ବଦା ଆନନ୍ଦ କର। ମୁଁ ଆଉ ଥରେ କହେ, ଆନନ୍ଦ କର।

ସମସ୍ତେ ଦେଖନ୍ତୁ ଯେ ତୁମ୍ଭେ ଶାନ୍ତ ଓ ଦୟାଳୁ ଅଟ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି। କୌଣସି କଥା ପାଇଁ ଚିନ୍ତିତ ହୁଅ ନାହିଁ। ତୁମ୍ଭର ଯାହା ଦରକାର, ପରମେଶ୍ୱରଙ୍କୁ ପ୍ରାର୍ଥନା କରି ମାଗ। ପ୍ରାର୍ଥନା କଲାବେଳେ ସଦା ଧନ୍ୟବାଦ ଦିଅ। ପରମେଶ୍ୱରଙ୍କର ଶାନ୍ତି ତୁମ୍ଭମାନଙ୍କ ହୃଦୟ ଓ ମନଗୁଡ଼ିକୁ ଖ୍ରୀଷ୍ଟଙ୍କଠାରେ ସୁରକ୍ଷା କରି ରଖିବ। ପରମେଶ୍ୱରଙ୍କ ପ୍ରଦତ୍ତ ଏହି ଶାନ୍ତି କେତେ ଯେ ମହାନ, ତାହା ଆମ୍ଭେ ବୁଝି ପାରୁ।

ଭାଇ ଓ ଭଉଣୀମାନେ! ଯାହା ସତ୍ୟ, ସମ୍ମାନଜନକ, ଯଥାର୍ଥ, ଶୁଦ୍ଧ, ଆଦରଣୀୟ, ପ୍ରୀତିଭାଜନ ଓ କୌଣସି ସଦ୍‌‌ଗୁଣ ଓ ପ୍ରଶଂସାର ଥାଏ, ସେହି ବିଷୟ ଗୁଡ଼ିକରେ ମନୋଯୋଗ କର। ମୋ'ଠାରୁ ଯାହାସବୁ ଶିଖିଛି ଓ ପାଇଛ, ତାହା କର। ମୁଁ ଯାହା କହିଛି ଓ ତୁମ୍ଭେ ମୋତେ ଯାହାସବୁ କରିଥିବା ଦେଖିଛ, ସେଗୁଡ଼ିକୁ କର। ଶାନ୍ତିଦାତା ପରମେଶ୍ୱର ତୁମ୍ଭମାନଙ୍କ ସହିତ ରହିବେ।

ଫିଲି‌ପ୍‌ପୀୟ ଖ୍ରୀଷ୍ଟିୟାନମାନଙ୍କୁ ପାଉଲଙ୍କ ଧନ୍ୟବାଦ

10 ତୁମ୍ଭେମାନେ ମୋ’ ବିଷୟରେ ଚିନ୍ତିତ ହୋଇଥିବାରୁ ମୁଁ ପ୍ରଭୁଙ୍କଠାରେ ଆନନ୍ଦିତ। ତୁମ୍ଭେମାନେ ମୋ’ ବିଷୟରେ ଚିନ୍ତା କରୁଥିଲ, କିନ୍ତୁ ତାହା ଦେଖାଇବା ପାଇଁ ସୁଯୋଗ ପାଇ ନ ଥିଲ। 11 ମୁଁ ଏପରି କହିବାର କାରଣ ନୁହେଁ ଯେ ମୁଁ କୌଣସି ବିଷୟ ଗ୍ଭହୁଁଛି। କାରଣ ମୋରବର୍ତ୍ତମାନ ଯାହା ଅଛି ଏବଂ ଯାହା ମୋ’ ପାଇଁ ଘଟୁଛି, ସେଥିରେ ସନ୍ତୁଷ୍ଟ ରହିବାକୁ ମୁଁ ଶିଖିଛି। 12 ଅଭାବରେ ମୁଁ ଚଳିବା ଜାଣିଛି। ପ୍ରଚୁରତାରେ କିପରି ରହିବାକୁ ହୁଏ, ତାହା ମଧ୍ୟ ମୁଁ ଜାଣେ। ପ୍ରତ୍ୟେକ ସମୟରେ ଓ ପ୍ରତ୍ୟେକ ଘଟଣାରେ ଆନନ୍ଦିତ ହେବାର ରହସ୍ୟ ମୁଁ ଜାଣେ। ଯେତେବେଳେ ମୋର ଖାଇବା ପାଇଁ ଯଥେଷ୍ଟ ଥାଏ କିଅବା ଯେତେବେଳେ ଯଥେଷ୍ଟ ନ ଥାଏ, ଯେତେବେଳେ ମୋର ପ୍ରଚୁର ଥାଏ ବା ଯେତେବେଳେ ମୋର ଅଭାବ ଥାଏ, ସେତେବେଳେ କିପରି ଆନନ୍ଦିତ ହୋଇପାରିବି, ତାହା ମୁଁ ଜାଣେ। 13 ଖ୍ରୀଷ୍ଟଙ୍କଠାରୁ ମୋତେ ଶକ୍ତି, ପ୍ରଦତ୍ତ ହୋଇଥିବାରୁ, ତାଙ୍କ ମାଧ୍ୟମରେ ମୁଁ ସବୁକିଛି କରିବାକୁ ସକ୍ଷମ।

14 କିନ୍ତୁ ମୋର ସାହାଯ୍ୟ ଦରକାର ଥିଲାବେଳେ, ତୁମ୍ଭେମାନେ ମୋତେ ସାହାଯ୍ୟ କରି ଭଲ କରିଛ। 15 ମୁଁ ଯେତେବେଳେ ସେଠାରେ ସୁସମାଗ୍ଭର ପ୍ରଗ୍ଭର ଆରମ୍ଭ କଲି, ସେତେବେଳେ ତୁମ୍ଭେ ଫିଲି‌ପ୍‌ପୀବାସୀ, ତାହା ମନେ ରଖିଛ। ମୁଁ ଯେତେବେଳେ ମାକିଦନିଆ ଛାଡ଼ିଲି, ସେତେବେଳେ କେବଳ ତୁମ୍ଭର ମଣ୍ଡଳୀ ମୋତେ ସାହାଯ୍ୟ ଦେଇଥିଲା। 16 ଥେସଲନୀକୀ ନଗରରେ ଥିଲାବେଳେ ତୁମ୍ଭେମାନେ ଅନେକ ଥର ମୋର ଆବଶ୍ୟକତା ପୂରଣ କରିବାକୁ ଜିନିଷମାନ ପଠାଇଛ। 17 ମୁଁ ତୁମ୍ଭ ଉପହାର ପାଇଁ ଲାଳାୟିତ ନୁହେଁ କିନ୍ତୁ ମୁଁ ଗ୍ଭହେଁ ଯେ, ଦେବା ଦ୍ୱାରା ଯେଉଁ ଲାଭ ମିଳେ, ତାହା ତୁମ୍ଭେ ପାଅ। 18 ମୋରସମସ୍ତ ଆବଶ୍ୟକୀୟ ଜିନିଷ ମୋ’ ପାଖରେ ଅଛି। ଏପାଫ୍ରାଦିତଙ୍କ ଦ୍ୱାରା ତୁମ୍ଭେମାନେ ଉପହାରମାନ ପଠାଇଥିବାରୁ ମୋ’ ପାଖରେ ମୋର ଆବଶ୍ୟକତାଠାରୁ ଅଧିକ ରହିଛି। ତୁମ୍ଭର ଉପହାରଗୁଡ଼ିକ ସୁଗନ୍ଧି ବଳି ରୂପେ ପରମେଶ୍ୱରଙ୍କୁ ଅର୍ପଣ କରାଯାଇଛି। 19 ପରମେଶ୍ୱର ସେଗୁଡ଼ିକୁ ଗ୍ରହଣ କରନ୍ତି ଓ ତାହା ତାହାଙ୍କୁ ପ୍ରସନ୍ନ କରେ। ଯୀଶୁଙ୍କ ଧନରେ ମୋ’ ପରମେଶ୍ୱର ଅତି ଧନୀ। ତୁମ୍ଭର ସମସ୍ତ ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ଲାଗି ପରମେଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାଙ୍କ ଧନର ବ୍ୟବହାର କରିବେ। 20 ଆମ୍ଭର ପରମେଶ୍ୱରଙ୍କ ମହିମା ଗୌରବ ସଦାସର୍ବଦା ହେଉ। ଆମେନ୍!

21 ଖ୍ରୀଷ୍ଟଙ୍କଠାରେ ପରମେଶ୍ୱରଙ୍କ ପ୍ରତ୍ୟେକ ପବିତ୍ର ଲୋକକୁ ନମସ୍କାର। ମୋ’ ସହିତ ଥିବା ପରମେଶ୍ୱରଙ୍କ ଲୋକମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। 22 ପରମେଶ୍ୱରଙ୍କ ସମସ୍ତ ଲୋକ ଓ ବିଶେଷ ଭାବରେ ଯେଉଁମାନେ କାଇସରଙ୍କ ପ୍ରାସାଦରେ ଅଛନ୍ତି, ସେହି ବିଶ୍ୱାସୀମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଇଛନ୍ତି।

23 ତୁମ୍ଭ ସମସ୍ତଙ୍କ ସହିତ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ରହିଥାଉ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center