Beginning
1 ପ୍ରେରିତ ପାଉଲଙ୍କ ନିକଟରୁ ପତ୍ର। ମୁଁ ପ୍ରେରିତ ହେବା ପାଇଁ ମନୁଷ୍ୟ ଦ୍ୱାରା ବଛା ଯାଇ ନାହିଁ କି ମନୁଷ୍ୟ ଦ୍ୱାରା ପଠାଯାଇ ନାହିଁ। ମାତ୍ର ମୁଁ ଯୀଶୁ ଖ୍ରୀଷ୍ଟ ଓ ପରମପିତା ପରମେଶ୍ୱରଙ୍କ ଦ୍ୱାରା ପ୍ରେରିତ ଭାବେ ନିଯୁକ୍ତି ପାଇଛି। ସେହି ପରମପିତା ହିଁ ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଥିଲେ। 2 ମୋ’ ସହିତ ଥିବା ଏବଂ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ସମସ୍ତ ଭାଇମାନଙ୍କ ତରଫରୁ ଏହି ପତ୍ରଟି ଗାଲାତୀୟ[a] ଅଞ୍ଚଳର ସମସ୍ତ ବିଶ୍ୱାସୀ ମଣ୍ଡଳୀ ନିକଟକୁ ଲେଖା ଯାଉଅଛି।
3 ମୁଁ ପ୍ରାର୍ଥନା କରେ ଯେ, ଆମ୍ଭ ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ମିଳୁ। 4 ପରମପିତା ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଯୀଶୁ ଖ୍ରୀଷ୍ଟ ଆମ୍ଭ ପାପଗୁଡ଼ିକ ପାଇଁ ଓ ଆମ୍ଭେ ରହୁଥିବା ପାପ ସଂସାରରୁ ଆମ୍ଭକୁ ମୁକ୍ତ କରିବା ପାଇଁ ନିଜକୁ ସମର୍ପିତ କଲେ। 5 ପରମେଶ୍ୱରଙ୍କ ମହିମା ସଦାସର୍ବଦା ହେଉ। ଆମେନ୍।
ପ୍ରକୃତ ସୁସମାଗ୍ଭର ଗୋଟିଏ ମାତ୍ର
6 ଅଳ୍ପକ୍ଷଣ ପୂର୍ବରୁ ପରମେଶ୍ୱର ତାହାଙ୍କର ଅନୁଗମନ କରିବା ନିମନ୍ତେ ତୁମ୍ଭମାନଙ୍କୁ ତାହାଙ୍କ ଅନୁଗ୍ରହରେ ଖ୍ରୀଷ୍ଟଙ୍କ ମାଧ୍ୟମରେ ଡାକିଥିଲେ। କିନ୍ତୁ ଏବେ ମୁଁ ଏହା ଜାଣି ଅତି ଆଶ୍ଚର୍ଯ୍ୟ ହେଲି ଯେ, ତୁମ୍ଭେମାନେ ସେହି ପରମେଶ୍ୱରଙ୍କଠାରୁ ଦୂରେଇ ଯାଇ, କୌଣସି ଅନ୍ୟ ସୁସମାଗ୍ଭରକୁ ବିଶ୍ୱାସ କରୁଛ। 7 ପ୍ରକୃତରେ ଆଉ ଅନ୍ୟ କୌଣସି ସୁସମାଗ୍ଭର ନାହିଁ। କିନ୍ତୁ କେତେକ ଲୋକ ତୁମ୍ଭମାନଙ୍କୁ ବିଭ୍ରାନ୍ତ କରାଇ ଖ୍ରୀଷ୍ଟଙ୍କ ସୁସମାଗ୍ଭରକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଛନ୍ତି। 8 କିନ୍ତୁ ଆମ୍ଭେ ବା ଅନ୍ୟ କୌଣସି ସ୍ୱର୍ଗଦୂତ ଯଦି ଆମ୍ଭଦ୍ୱାରା ପ୍ରଗ୍ଭରିତ ସୁସମାଗ୍ଭରଠାରୁ ଭିନ୍ନ ଅନ୍ୟ କୌଣସି ସୁସମାଗ୍ଭର ପ୍ରଗ୍ଭର କରେ, ତା'ହେଲେ ସେମାନେ ଦଣ୍ଡ ଓ ନିନ୍ଦାର ପାତ୍ର। 9 ଏହା ମୁଁ ଆଗରୁ କହିଥିଲି, ଏବେ ପୁନର୍ବାର କହୁଛି, ତୁମ୍ଭେମାନେ ପୂର୍ବରୁ ପ୍ରକୃତ ସୁସମାଗ୍ଭର ଗ୍ରହଣ କରି ସାରିଛ। ଯଦି ପରିତ୍ରାଣ ପାଇଁ କେହି ବ୍ୟକ୍ତି କିଛି ଅନ୍ୟ ଉପାୟ ବିଷୟରେ କହେ ତା'ହେଲେ ସେ ଦଣ୍ଡ ଓ ନିନ୍ଦାର ପାତ୍ର ଅଟେ।
10 ତୁମ୍ଭେମାନେ କ’ଣ ଭାବୁଛ ଯେ, ଲୋକେ ମୋତେ ଯେପରି ଗ୍ରହଣ ଓ ସମର୍ଥନ କରନ୍ତି ସେଥିପାଇଁ ମୁଁ ଚେଷ୍ଟା କରୁଛି? ନା! ଜଣେ ପରମେଶ୍ୱର ଅଛନ୍ତି, ମୁଁ କେବଳ ତାହାଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରୁଛି। ମୁଁ ଯଦି ମଣିଷମାନଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରୁଥା’ନ୍ତି, ତେବେ ଖ୍ରୀଷ୍ଟଙ୍କର ସେବକ ହୋଇ ନ ଥା’ନ୍ତି।
ପରମେଶ୍ୱରଙ୍କଠାରୁ ପାଉଲଙ୍କ ଅଧିକାର
11 ଭାଇମାନେ! ମୁଁ କହି ଦେବାକୁ ଗ୍ଭହେଁ ଯେ, ମୁଁ ତୁମ୍ଭମାନଙ୍କୁ ଯେଉଁ ସୁସମାଗ୍ଭର ଶୁଣାଇଲି ତାହା ମନୁଷ୍ୟକୃତ ନୁହେଁ। 12 ମୁଁ ସେହି ସୁସମାଗ୍ଭର ମଣିଷମାନଙ୍କ ପାଖରୁ ପାଇ ନାହିଁ। କୌଣସି ମଣିଷ ମୋତେ ତାହା ଶିକ୍ଷା ଦେଇ ନାହିଁ, ବରଂ ଯୀଶୁ ଖ୍ରୀଷ୍ଟ ସେହି ସୁସମାଗ୍ଭର ମୋ’ ଆଗରେ ପ୍ରକାଶିତ କଲେ।
13 ତୁମ୍ଭେମାନେ ମୋ’ ପୂର୍ବ ଜୀବନ ବିଷୟରେ ଶୁଣିଛ। ମୁଁ ଯିହୂଦୀ ଧର୍ମର ଥିଲି। ମୁଁ ପରମେଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରୁଥିଲି। ମୁଁ ମଣ୍ଡଳୀଗୁଡ଼ିକୁ ନଷ୍ଟ କରି ଦେବା ପାଇଁ ଚେଷ୍ଟା କରିଥିଲି। 14 ମୁଁ ଯିହୂଦୀ ଧର୍ମର ଜଣେ ନେତା ହୋଇ ଉଠୁଥିଲି। ମୁଁ ମୋ’ ବୟସର ତୁଳନାରେ ଅନ୍ୟ ଯିହୂଦୀମାନଙ୍କଠାରୁ ଆଗୁଆଥିଲି। ପୁରାତନ ନିୟମଗୁଡ଼ିକ ପାଳନ କରିବା ପାଇଁ ମୁଁ କଠିନ ପରିଶ୍ରମ କରୁଥିଲି। ଏହି ନିୟମ ଗୁଡ଼ିକ ପରମ୍ପରାଭାବେ ଆମ୍ଭେ ଆମ୍ଭର ପୂର୍ବପୁରୁଷମାନଙ୍କଠାରୁ ପାଇଥିଲୁ।
15 କିନ୍ତୁ ପରମେଶ୍ୱର ମୋ’ ଜନ୍ମ ପୂର୍ବରୁ ମୋତେ ଅନୁଗ୍ରହ କରି ବାଛି ନେଇଥିଲେ। ସେ ସ୍ଥିର କରିଥିଲେ ଯେ, ମୁଁ ଅଣଯିହୂଦୀମାନଙ୍କୁ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର କହିବି। 16 ପରମେଶ୍ୱର ତାହାଙ୍କ ପୁତ୍ରଙ୍କ ବିଷୟରେ କହିଲେ। ଯେତେବେଳେ ପରମେଶ୍ୱର ମୋତେ ଡାକିଲେ, ମୁଁ କୌଣସି ମଣିଷର ପରାମର୍ଶ ବା ସାହାଯ୍ୟ ନେଇ ନ ଥିଲି। 17 ମୋ’ ଆଗରୁ ପ୍ରେରିତ ହୋଇ ସାରିଥିବା ଯିରୁଶାଲମର ପ୍ରେରିତମାନଙ୍କ ପାଖକୁ ମୁଁ ଗଲି ନାହିଁ। କିନ୍ତୁ ଅପେକ୍ଷା ନ କରି ମୁଁ ପ୍ରଥମେ ଆରବ ଗଲି ଓ ତା'ପରେ ଦମ୍ମେସକ ନଗରକୁ ଫେରିଗଲି।
18 ତିନି ବର୍ଷ ପରେ ମୁଁ ଯିରୁଶାଲମକୁ ଗଲି। ମୁଁ ପିତର[b]ଙ୍କୁ ଦେଖା କରିବାକୁ ଯାଇଥିଲି। 19 ପିତରଙ୍କ ସହିତ ମୁଁ ପନ୍ଦର ଦିନ ରହିଲି। ମୁଁ ସେଠାରୁ ପ୍ରଭୁଙ୍କ ଭାଇ ଯାକୁବଙ୍କ ଛଡ଼ା ଆଉ କୌଣସି ପ୍ରେରିତଙ୍କୁ ଦେଖା କଲି ନାହିଁ। 20 ପରମେଶ୍ୱର ଜାଣନ୍ତି ଯେ, ମୁଁ ଏଥିରେ ଯାହାକିଛି ଲେଖୁଛି, ତାହା ମିଥ୍ୟା ନୁହେଁ। 21 ତା'ପରେ ମୁଁ ସୁରିଆ ଓ କିଲିକିୟା ଅଞ୍ଚଳଗୁଡ଼ିକୁ ଗଲି।
22 ଯିହୂଦାରେ ଖ୍ରୀଷ୍ଟଙ୍କଠାରେ ଥିବା ମଣ୍ଡଳୀଗୁଡ଼ିକ ମୋତେ ପୂର୍ବରୁ ଦେଖି ନ ଥିବାରୁ ମୋତେ ଚିହ୍ନି ନ ଥିଲେ। 23 ସେମାନେ କେବଳ ମୋ’ ବିଷୟରେ ଶୁଣିଥିଲେ ଯେ, “ପୂର୍ବରୁ ଏହି ଲୋକ ମଣ୍ଡଳୀକୁ ତାଡ଼ନା କରୁଥିଲା, ଏବେ ସେ ଖ୍ରୀଷ୍ଟଙ୍କ ବିଶ୍ୱାସମତକୁ ପ୍ରଗ୍ଭର କରୁଅଛି, ଯାହାକୁ ସେ ପୂର୍ବରୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲା।” 24 ମୋ’ ପ୍ରତି ଯାହା ଘଟିଲା, ସେଥିପାଇଁ ସେମାନେ ପରମେଶ୍ୱରଙ୍କୁ ପ୍ରଶଂସା କଲେ।
ଅନ୍ୟ ପ୍ରେରିତମାନେ ପାଉଲଙ୍କୁ ଗ୍ରହଣ କଲେ
2 ମୁଁ ଚଉଦ ବର୍ଷ ପରେ ପୁଣି ଥରେ ଯିରୁଶାଲମକୁ ଗଲି। ବର୍ଣ୍ଣବ୍ବା ଓ ତୀତସଙ୍କୁ ମଧ୍ୟ ସାଙ୍ଗରେ ନେଇ ଥିଲି। 2 ଯିରୁଶାଲମ ଯିବା ପାଇଁ ପରମେଶ୍ୱର ମୋତେ ପ୍ରକାଶ କରିଥିବାରୁ ମୁଁ ସେଠାକୁ ଯାଇଥିଲି। ବିଶ୍ୱାସୀ ଲୋକମାନଙ୍କ ମଧ୍ୟରେ ଥିବା ନେତୃସ୍ଥାନୀୟ ଲୋକମାନଙ୍କ ପାଖକୁ ମୁଁ ଗଲି। ଯେତେବେଳେ ଆମ୍ଭେମାନେ ଏକାନ୍ତରେ ଥିଲୁ, ସେତେବେଳେ ସେମାନଙ୍କୁ ମୁଁ ପ୍ରଗ୍ଭର କରୁଥିବା ସୁସମାଗ୍ଭର ଶୁଣାଇଲି। ମୁଁ ଅଣଯିହୂଦୀମାନଙ୍କୁ ଆଗରୁ ଏହି ସୁସମାଗ୍ଭର ଶୁଣାଇ ସାରି ଥିଲି। ଏହା ଦ୍ୱାରା ମୁଁ ଇଚ୍ଛା କଲି ଯେ, ମୁଁ ଯେଉଁ କାମ ପୂର୍ବରୁ କରି ସାରିଥିଲି ଓ ଏବେ ଯାହା କରୁଛି, ଯେପରି ସେ ସବୁ ବିଫଳ ନ ହୁଏ।
3 ତୀତସ ମୋ’ ସହିତ ଥିଲେ। ସେ ଜଣେ ଅଣଯିହୂଦୀ ଲୋକ ଥିଲେ। କିନ୍ତୁ ଏହି ଲୋକମାନେ ତୀତସଙ୍କୁ ମଧ୍ୟ ସୁନ୍ନତ ହେବା ପାଇଁ ବାଧ୍ୟ କଲେ ନାହିଁ। 4 ଆମ୍ଭେ ଏହି ସମସ୍ୟା ବିଷୟରେ କଥାବାର୍ତ୍ତା ହେବାକୁ ଆବଶ୍ୟକ ମନେ କରୁଥିଲୁ। କାରଣ ଆମ୍ଭ ଦଳ ଭିତରକୁ କେତେକ ଭଣ୍ତ ଭାଇ ଲୁଚିଛପି ପଶି ଆସିଥିଲେ, ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଆମ୍ଭର ସ୍ୱାଧୀନତା ଉପରେ ଗୋଇନ୍ଦାଗିରି କରି ଆମ୍ଭକୁ ଦାସ କରି ରଖିବାକୁ ଚେଷ୍ଟା କରୁଥିଲେ। 5 କିନ୍ତୁ ସେହି ଭଣ୍ଡ ଭାଇମାନେ ଯାହା କରିବାକୁ ଗ୍ଭହୁଁଥିଲେ, ସେଥିରେ ଆମ୍ଭେ କୌଣସିମତେ ସମ୍ମତ ହେଲୁ ନାହିଁ। ଆମ୍ଭେ ଇଚ୍ଛା କଲୁ ଯେ, ତୁମ୍ଭମାନଙ୍କ ଭିତରେ ସୁସମାଗ୍ଭର ସତ୍ୟ ରହିଥାଉ।
6 କିନ୍ତୁ ସେହି “ପ୍ରତିଷ୍ଠିତ” ଲୋକମାନେ ମୁଁ କହିଥିବା ସୁସମାଗ୍ଭରର ପରିବର୍ତ୍ତନ କଲେ ନାହିଁ। ମୋ’ ପାଇଁ କିଏ ପ୍ରତିଷ୍ଠିତ ବା ନୁହେଁ, ତାହାର କିଛି ଅର୍ଥ ନାହିଁ। ପରମେଶ୍ୱରଙ୍କ ନିକଟରେ ସମସ୍ତେ ସମାନ। 7 ଏହି ଲୋକମାନେ ଦେଖିଲେ ଯେ, ପରମେଶ୍ୱର ପିତରଙ୍କ ଭଳି ମୋତେ ଗୋଟିଏ ବିଶେଷ କାମ ଦେଇଛନ୍ତି। ପରମେଶ୍ୱର ଯିହୂଦୀମାନଙ୍କୁ ସୁସମାଗ୍ଭର କହିବା ପାଇଁ ପିତରଙ୍କୁ ନିଯୁକ୍ତ କରିଛନ୍ତି। କିନ୍ତୁ ପରମେଶ୍ୱର ମୋତେ ଅଣଯିହୂଦୀମାନଙ୍କୁ ସୁସମାଗ୍ଭର କହିବା କାମ ଦେଇଛନ୍ତି। 8 ପରମେଶ୍ୱର ପିତରଙ୍କୁ ଜଣେ ପ୍ରେରିତ ରୂପରେ କାମ କରିବା ଶକ୍ତି ପ୍ରଦାନ କରିଥିଲେ। ସେ ଯିହୂଦୀମାନଙ୍କର ଜଣେ ପ୍ରେରିତ। ପରମେଶ୍ୱର ମୋତେ ମଧ୍ୟ ଜଣେ ପ୍ରେରିତ ଭାବରେ କାମ କରିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି। କିନ୍ତୁ ମୁଁ ଅଣଯିହୂଦୀମାନଙ୍କ ପାଇଁ ପ୍ରେରିତ ଅଟେ। 9 ଯାକୁବ, ପିତର ଓ ଯୋହନ ନେତା ରୂପେ ପରିଗଣିତ ହେଉଥିଲେ। ସେମାନେ ଦେଖିଲେ ଯେ, ପରମେଶ୍ୱର ମୋତେ ଏହି ବିଶେଷ ଅନୁଗ୍ରହ ପ୍ରଦାନ କରିଛନ୍ତି। ସେଥିପାଇଁ ସେମାନେ ବର୍ଣ୍ଣବ୍ବା ଓ ମୋତେ ତାହାଙ୍କର ସହଭାଗୀତାର ଦକ୍ଷିଣହସ୍ତ ପ୍ରଦାନ କଲେ। ଯାକୁବ, ପିତର ଓ ଯୋହନ କହିଲେ, “ପାଉଲ ଓ ବର୍ଣ୍ଣବ୍ବା, ତୁମ୍ଭେମାନେ ଅଣଯିହୂଦୀମାନଙ୍କ ପାଖକୁ ଯିବା କଥାରେ ଆମ୍ଭେମାନେ ରାଜି ଅଛୁ। ମାତ୍ର ଆମ୍ଭେମାନେ ଯିହୂଦୀମାନଙ୍କ ପାଖକୁ ଯିବୁ।” 10 ସେମାନେ ଆମ୍ଭକୁ ଗୋଟିଏ କଥା କହିବା ଉପରେ ଜୋର୍ ଦେଲେ ଯେ, ଆମ୍ଭେ ଯେପରି ଅଭାବରେ ଥିବା ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା କଥା ମନେରଖୁ। ଏହି କାମଟି କରିବା ପାଇଁ ମୁଁ ଯେ କେବଳ ଇଚ୍ଛା କରୁଥିଲି ତା’ ନୁହେଁ, ବରଂ ଏଥିପାଇଁ ମୋର ଉଦ୍ଯୋଗ ମଧ୍ୟ ଥିଲା।
ପାଉଲ ପିତରଙ୍କ ଭୂଲ୍ ଦେଖାଇ ଦେଲେ
11 ପିତର ଆନ୍ତିୟଖିଆ ନଗରକୁ ଆସିଲେ। ସେ ସେଠାରେ କିଛି ଭୂଲ୍ କାମ କଲେ। ମୁଁ ତାଙ୍କ ବିରୁଦ୍ଧରେ ସିଧାସଳଖ କହିଲି, କାରଣ ସେ ଦୋଷୀ ଥିଲେ। ଘଟଣାଟି ଏହା: 12 ଯେତେବେଳେ ପିତର ପ୍ରଥମ ଆନ୍ତିୟଖିଆକୁ ଆସିଥିଲେ, ସେ ଅଣଯିହୂଦୀଙ୍କ ସହିତ ଖିଆପିଆ କରୁଥିଲେ ଓ ସଂମ୍ପର୍କ ରଖିଥିଲେ। ମାତ୍ର ଯେତେବେଳେ ଯାକୁବଙ୍କ ନିକଟରୁ କେତେକ ଯିହୂଦୀଲୋକ ଆସିଲେ, ସେମାନେ ଆସିଲା ପରେ ପିତର ଅଣଯିହୂଦୀଲୋକଙ୍କ ସହିତ ଖିଆପିଆ ବନ୍ଦ କରିଦେଲେ, ଓ ସେମାନଙ୍କଠାରୁ ଦୂରରେ ରହିଲେ। ସୁନ୍ନତ[c] ହେବା କଥାରେ ବିଶ୍ୱାସ କରୁଥିବା ଲୋକମାନଙ୍କ ଭୟରେ ପିତର ଏପରି ଆଚରଣ କଲେ। 13 ଅତଏବ ପିତର ଜଣେ କପଟାଗ୍ଭରୀ ଭାବରେ ଛଳନା ପୂର୍ବକ ଆଚରଣ କଲେ। ପିତରଙ୍କ ସହିତ ଅନ୍ୟ ଯିହୂଦୀ ବିଶ୍ୱାସୀମାନେ ମଧ୍ୟ ଯୋଗଦେଲେ। ସେଠାରେ ସେମାନେ ମଧ୍ୟ କପଟାଗ୍ଭରୀ ଭାବରେ ଛଳନା ପୂର୍ବକ ଆଚରଣ କଲେ। ସେଠାରେ ସେମାନେ ଯାହା କଲେ, ତଦ୍ଦ୍ୱାରା ବର୍ଣ୍ଣବ୍ବା ମଧ୍ୟ ପ୍ରଭାବିତ ହୋଇଗଲେ। 14 ଏହି ଯିହୂଦୀମାନେ ଯାହା ଯାହା କଲେ, ମୁଁ ଦେଖିଲି। ସେମାନେ ସୁସମାଗ୍ଭର ସତ୍ୟର ପାଳନ କରୁ ନ ଥିଲେ। ତେଣୁ ସମସ୍ତ ଅନ୍ୟ ଯିହୂଦୀମାନେ ଶୁଣି ପାରିବା ଭଳି ମୁଁ ପିତରଙ୍କୁ କହିଲି: “ପିତର! ତୁମ୍ଭେ ଜଣେ ଯିହୂଦୀ! କିନ୍ତୁ ତୁମ୍ଭେ ଜଣେ ଯିହୂଦୀଙ୍କ ଭଳି ଜୀବନଯାପନ କରୁ ନାହଁ। ତୁମ୍ଭେ ଅଣଯିହୂଦୀଙ୍କ ଭଳି ଜୀବନଯାପନ କରୁଛ। ଅତଏବ, ତୁମ୍ଭେ ଅଣଯିହୂଦୀମାନଙ୍କୁ, ଯିହୂଦୀଲୋକଙ୍କ ଭଳି ଜୀବନଯାପନ କରିବା ପାଇଁ କିପରି ବାଧ୍ୟ କରୁଛ?”
15 ଆମ୍ଭେମାନେ ଯିହୂଦୀ ରୂପେ ଜନ୍ମ ହୋଇଛୁ, ଏବଂ ଆମ୍ଭେମାନେ ପାପୀ ଅଣଯିହୂଦୀମାନଙ୍କ ପରି ନୋହୁଁ। 16 ଆମ୍ଭେ ଜାଣୁ ଯେ ନିୟମ ପାଳନ ଦ୍ୱାରା କେହି ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୁଏ ନାହିଁ। ମାତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଜଣେ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୁଏ। ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହେବା ପାଇଁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ। ଆମ୍ଭେ ନିୟମ ପାଳନ ପାଇଁ ନୁହେଁ ବରଂ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ରଖିଥିବାରୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇଛୁ। କେବଳ ବ୍ୟବସ୍ଥା ପାଳନ ଦ୍ୱାରା କୌଣସି ଲୋକ ଧାର୍ମିକ ହୋଇପାରେ ନାହିଁ।
17 ଆମ୍ଭେ ଯିହୂଦୀମାନେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେବା ପାଇଁ ଯୀଶୁଙ୍କ ପାଖକୁ ଯାଇଛୁ। ଅତଏବ ଆମ୍ଭେ ମଧ୍ୟ ପାପୀ। ଏହାର ଅର୍ଥ କ’ଣ ଏହା ଯେ ଯୀଶୁ ଆମ୍ଭକୁ ପାପୀ କରୁଛନ୍ତି? ନା! 18 କିନ୍ତୁ ଯେଉଁ ବିଷୟ ଗୁଡ଼ିକୁ ଆମ୍ଭେ ଛାଡ଼ି ଦେଇ ସାରିଛୁ, ମୁଁ ଯଦି ସେହିଗୁଡ଼ିକର ପୁନଃ ପ୍ରଗ୍ଭର ଆରମ୍ଭ କରେ, ତା'ହେଲେ ଏହା ଭୂଲ ହେବ। 19 ମୁଁ ବ୍ୟବସ୍ଥା ପାଇଁ ଆଉ ବଞ୍ଚି ରହି ନାହିଁ। କାରଣ ବ୍ୟବସ୍ଥା ମୋର ମୃତ୍ୟୁ ଘଟାଇଲା। କିନ୍ତୁ ମୁଁ ପରମେଶ୍ୱରଙ୍କ ପାଇଁ ଜୀବନଯାପନ କରୁଛି, ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶ ଉପରେ ମୃତ୍ୟୁଭୋଗ କରିସାରିଛି। 20 ଅତଏବ ଏବେ ମୁଁ ନିଜେ ଜୀବିତ ନାହିଁ, ମାତ୍ର ମୋ’ ମଧ୍ୟରେ ଯୀଶୁ ଖ୍ରୀଷ୍ଟ ଜୀବିତ ଅଛନ୍ତି। ମୋର ଶରୀର ମଧ୍ୟରେ ମୁଁ ଏ ପର୍ଯ୍ୟନ୍ତ ଜୀବିତ ଅଛି ଓ ପରମେଶ୍ୱରଙ୍କ ପୁତ୍ରଙ୍କଠାରେ ମୋର ବିଶ୍ୱାସ ପାଇଁ ମୁଁ ଜୀବିତ ଅଛି। ସେ ମୋତେ ଭଲ ପାଇଲେ। ସେ ମୋ’ ଉଦ୍ଧାର ପାଇଁ ନିଜକୁ ସମର୍ପିତ କରି ଦେଇଛନ୍ତି। 21 ଏହି ଅନୁଗ୍ରହ ହେଉଛି ପରମେଶ୍ୱରଙ୍କର। ଏହା ମୋ’ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। କାରଣ ଯଦି ନିୟମ ଦ୍ୱାରା ଧାର୍ମିକ ଗଣିତ ହେବା ସମ୍ଭବ ହୋଇଥା’ନ୍ତା, ତା'ହେଲେ ଖ୍ରୀଷ୍ଟ ବିନା କାରଣରେ ନିଜର ପ୍ରାଣ ବିସର୍ଜନ କରି ନ ଥାଆନ୍ତେ।
ପରମେଶ୍ୱରଙ୍କ ଆଶୀର୍ବାଦ ବିଶ୍ୱାସ ଦ୍ୱାରା ମିଳେ
3 ହେ ଗାଲାତୀୟ ଲୋକେ! ଯୀଶୁ ଖ୍ରୀଷ୍ଟଙ୍କୁ କିପରି ଭାବରେ କ୍ରୁଶ ଉପରେ ମୃତ୍ୟୁ ଦିଆଗଲା, ତାହା ତୁମ୍ଭକୁ ସ୍ପଷ୍ଟ ଭାବରେ କୁହା ଯାଇଥିଲା। କିନ୍ତୁ ତୁମ୍ଭେମାନେ ମୂର୍ଖ। ତୁମ୍ଭେ କାହାର ଛଳନାରେ ପଡ଼ିଗଲ। 2 ତୁମ୍ଭେମାନେ ମୋତେ ଗୋଟିଏ କଥା କୁହ: ତୁମ୍ଭେମାନେ ପବିତ୍ରଆତ୍ମାଙ୍କୁ କିପରି ଭାବେ ଗ୍ରହଣ କରିଥିଲ? କ’ଣ ତୁମ୍ଭେମାନେ ବ୍ୟବସ୍ଥା ପାଳନ କରି ଆତ୍ମାଙ୍କୁ ପାଇଥିଲ? ନା! ତୁମ୍ଭେମାନେ ସୁସମାଗ୍ଭର ଶୁଣି ଓ ବିଶ୍ୱାସ କରି ପବିତ୍ରଆତ୍ମାଙ୍କୁ ସ୍ୱୀକାର କରିଥିଲ। 3 ତୁମ୍ଭେମାନେ ଆତ୍ମାଙ୍କ ସହିତ “ତୁମ୍ଭମାନଙ୍କର ନୂଆ ଜୀବନ ଆରମ୍ଭ କଲ।” ଏବେ କ’ଣ ତୁମ୍ଭେମାନେ ଭାବୁଛ ଯେ ତୁମ୍ଭେମାନେ ନିଜର ଶକ୍ତି ବଳରେ ଶେଷ ପର୍ଯ୍ୟନ୍ତ ଚଳି ପାରିବ? ତୁମ୍ଭେମାନେ କ’ଣ ଏତେ ବୋକା? 4 ତୁମ୍ଭେମାନେ ଅନେକ କଥା ଅନୁଭବ କରିଛ। କ’ଣ ସେ ସବୁ ବିଫଳ ହୋଇଗଲା? ନା! 5 ସେ ସବୁ ବିଫଳ ହୋଇ ନାହିଁ। ତୁମ୍ଭେମାନେ ବ୍ୟବସ୍ଥା ପାଳନ କର ବୋଲି କ’ଣ ପରମେଶ୍ୱର ତୁମ୍ଭମାନଙ୍କୁ ପବିତ୍ରଆତ୍ମା ପ୍ରଦାନ କରିଛନ୍ତି? ନା! ତୁମ୍ଭମାନଙ୍କ ମଧ୍ୟରେ ପରମେଶ୍ୱର ଯେଉଁ ଆଶ୍ଚର୍ଯ୍ୟକର୍ମମାନ କରିଛନ୍ତି, ତାହା କ’ଣ ବ୍ୟବସ୍ଥା ପାଳନ ପାଇଁ କରାଯାଇଥିଲା? ନା! ବରଂ ତୁମ୍ଭେମାନେ ସୁସମାଗ୍ଭର ଶୁଣି ସେଗୁଡ଼ିକରେ ବିଶ୍ୱାସ କଲ ବୋଲି, ପରମେଶ୍ୱର ତୁମ୍ଭମାନଙ୍କୁ ତାଙ୍କର ଆତ୍ମା ପ୍ରଦାନ କରି ତୁମ୍ଭମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ କର୍ମମାନ କରିଛନ୍ତି।
6 ଅବ୍ରହାମଙ୍କ ବିଷୟରେ ଶାସ୍ତ୍ର ମଧ୍ୟ ଏହି କଥା କୁହେ: “ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ଓ ପରମେଶ୍ୱର ତାହାଙ୍କ ନିଜ ସହିତ ଅବ୍ରହାମଙ୍କୁ ଧାର୍ମିକ କରିବା ପାଇଁ ତାହାଙ୍କର ବିଶ୍ୱାସକୁ ଗ୍ରହଣ କଲେ।”(A) 7 ଅତଏବ ତୁମ୍ଭେମାନେ ଜାଣି ରଖ ଯେ, ବିଶ୍ୱାସ କରୁଥିବା ଲୋକେ ଅବ୍ରହାମଙ୍କର ପ୍ରକୃତ ସନ୍ତାନ। 8 ଶାସ୍ତ୍ରଗୁଡ଼ିକ ଏହା ମଧ୍ୟ କହେ ଯେ, ଭବିଷ୍ୟତରେ କ’ଣ ହେବ? ଲେଖାଅଛି, ପରମେଶ୍ୱର ଅଣଯିହୂଦୀମାନଙ୍କୁ ମଧ୍ୟ ସେମାନଙ୍କର ବିଶ୍ୱାସ ପାଇଁ ଧାର୍ମିକ କରିବେ। ସୁସମାଗ୍ଭର ଅବ୍ରାହମଙ୍କୁ ଆଗରୁ କୁହାଯାଇଥିଲା। ଶାସ୍ତ୍ର କହେ: “ପରମେଶ୍ୱର ପୃଥିବୀର ସମସ୍ତ ଲୋକଙ୍କୁ ଆଶୀର୍ବାଦ କରିବା ପାଇଁ ଅବ୍ରହାମଙ୍କୁ ବ୍ୟବହାର କରିବେ।”(B) 9 ଅବ୍ରହାମ ଏହାକୁ ବିଶ୍ୱାସ କଲେ ଓ ସେଥିପାଇଁ ସେ ଆଶୀର୍ବାଦ ଲାଭ କଲେ। ସେହିପରି ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ଅବ୍ରହାମଙ୍କ ପରି ଆଶୀର୍ବାଦ ପାଆନ୍ତି।
10 କିନ୍ତୁ ଯେଉଁମାନେ ବ୍ୟବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସେମାନେ ଅଭିଶାପଗ୍ରସ୍ତ। କାରଣ, ଯେପରି ବ୍ୟବସ୍ଥାମାନଙ୍କରେ ଲେଖାଅଛି: “ଯାହା ବ୍ୟବସ୍ଥା[d]ରେ ଲେଖାଅଛି ସେ ସବୁକୁ ପୂର୍ଣ୍ଣଭାବରେ ପାଳନ କରିବା ଉଚିତ୍, ନ ହେଲେ ସେ ଲୋକ ଅଭିଶାପଗ୍ରସ୍ତ ହେବ।”(C) 11 ଏଥିରୁ ସ୍ପଷ୍ଟ ଯେ, କୌଣସି ଲୋକ ବ୍ୟବସ୍ଥା ପାଳନ ଦ୍ୱାରା ପରମେଶ୍ୱରଙ୍କଠାରେ ଧାର୍ମିକ ବୋଲି ପ୍ରମାଣିତ ହୁଏ ନାହିଁ। କାରଣ ଶାସ୍ତ୍ର କହେ: “ବିଶ୍ୱାସକୁ ଆଧାର କରି ଧାର୍ମିକ ବ୍ୟକ୍ତି ସଦାକାଳ ପାଇଁ ଜୀବିତ ରହିବ।”(D)
12 କିନ୍ତୁ ବ୍ୟବସ୍ଥା ବିଶ୍ୱାସ ଉପରେ ଆଧାରିତ ନୁହେଁ, ପ୍ରତିବଦଳରେ ଶାସ୍ତ୍ର କୁହେ: “ଯେଉଁ ଲୋକ ବ୍ୟବସ୍ଥାର ବିଧିଗୁଡ଼ିକ ପାଳନ କରେ, ସେ ସେଗୁଡ଼ିକ ମାଧ୍ୟମରେ ବଞ୍ଚିବ।”[e] 13 ଖ୍ରୀଷ୍ଟ ଆମ୍ଭ ନିମନ୍ତେ ଅଭିଶାପ ନିଜେ ଗ୍ରହଣ କଲେ ଏବଂ ଆମ୍ଭକୁ ବ୍ୟବସ୍ଥାର ଅଭିଶାପରୁ ମୁକ୍ତକଲେ। ଶାସ୍ତ୍ର କୁହେ: “ଯେଉଁ ଲୋକର ଶରୀରକୁ ଗଛରେ ଟାଙ୍ଗି ଦିଆ ଯାଏ,[f] ସେ ଲୋକଟି ଅଭିଶାପଗ୍ରସ୍ତ।”(E) 14 ଖ୍ରୀଷ୍ଟ ଆମ୍ଭକୁ ମୁକ୍ତ କରିବାର ଉଦ୍ଦେଶ୍ୟ ଥିଲା, ଯେପରି ଯେଉଁ ଆଶୀର୍ବାଦସବୁ ଅବ୍ରହାମଙ୍କୁ ପ୍ରତିଜ୍ଞା କରାଯାଇଥିଲା, ତାହା ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଅଣଯିହୂଦୀମାନଙ୍କୁ ପ୍ରଦାନ କରାଯାଇପାରିବ ଏବଂ ଯେପରି ବିଶ୍ୱାସ ଦ୍ୱାରା ଆମ୍ଭେ ସମସ୍ତେ ସେହି ପ୍ରତିଜ୍ଞା ଦିଆଯାଇଥିବା ଆତ୍ମା ପାଇ ପାରିବା।
ବ୍ୟବସ୍ଥା ଓ ପ୍ରତିଜ୍ଞା
15 ଭାଇ ଓ ଭଉଣୀମାନେ! ମୁଁ ଗୋଟିଏ ଉଦାହରଣ ଦେଉଛି: ଜଣେ ଲୋକ ଅନ୍ୟ ଜଣକ ସହିତ କରିଥିବା ଚୁକ୍ତି ବିଷୟରେ ଭାବ। ସେହି ଚୁକ୍ତିଟି ଅନୁମୋଦିତ ହୋଇଗଲା ପରେ, ସେଥିରେ କୌଣସି ପରିବର୍ତ୍ତନ ହୋଇପାରେ ନାହିଁ। ତାହାକୁ ଅଟକାଇ ରଖିହୁଏ ନାହିଁ ଓ ସେଥିରେ ଯୋଡ଼ା ଯାଇପାରେ ନାହିଁ। 16 ସେ ଚୁକ୍ତିକୁ ମଧ୍ୟ ଏଡ଼ାଇ ଦେଇ ହୁଏ ନାହିଁ। ସେହିପରି ପରମେଶ୍ୱର ଅବ୍ରହାମ “ଓ ତାହାଙ୍କ ସନ୍ତାନଙ୍କୁ” ପ୍ରତିଶୃତି ଦେଇଥିଲେ। କିନ୍ତୁ “ସେ ତାହାଙ୍କର ସମସ୍ତ ବଂଶଧର” ପାଇଁ ଏହି ପ୍ରତିଜ୍ଞା ଦେଇ ନ ଥିଲେ। ତା'ର ଅର୍ଥ ଜଣେ ମାତ୍ର ବ୍ୟକ୍ତିଙ୍କୁ ପ୍ରତିଜ୍ଞା କରାଯାଇଥିଲା ଏବଂ ସେହି ବ୍ୟକ୍ତି ଜଣକ ହେଉଛନ୍ତି ଖ୍ରୀଷ୍ଟ। 17 ମୋ’ କହିବାର ଅର୍ଥ ଯେ, ଯେଉଁ ଚୁକ୍ତିଟିକୁ ପରମେଶ୍ୱର ପୂର୍ବରୁ ଅନୁମୋଦନ କରିସାରିଥିଲେ, ତାହା ଗ୍ଭରିଶହ ତିରିଶ୍ ବର୍ଷ ପରେ ଆସିଥିବା ବ୍ୟବସ୍ଥା ଦ୍ୱାରା ମୂଲ୍ୟହୀନ ହୋଇ ଗଲା ନାହିଁ। ସେହି ବ୍ୟବସ୍ଥା ମଧ୍ୟ ସେହି ଚୁକ୍ତିର ପ୍ରଭାବକୁ ହୀନ କରି ପାରିଲା ନାହିଁ।
18 ଯଦି ଉତ୍ତରାଧିକାର “ବ୍ୟବସ୍ଥା ଆଧାରିତ” ଅଟେ, ତେବେ ତାହା ‘‘ପ୍ରତିଶୃତି ଆଧାରିତ” ହୋଇ ପାରିବ ନାହିଁ। କିନ୍ତୁ ପରମେଶ୍ୱର ଆପଣା ପ୍ରତିଶୃତି ମାଧ୍ୟମରେ ମୁକ୍ତ ଭାବରେ ଅବ୍ରହାମଙ୍କୁ ତାଙ୍କର ଆଶୀର୍ବାଦ ପ୍ରଦାନ କରିଥିଲେ।
19 ତା'ହେଲେ ବ୍ୟବସ୍ଥାର ପ୍ରୟୋଜନ କ’ଣ? ଲୋକମାନଙ୍କ ଭୂଲ୍ କାମଗୁଡ଼ିକୁ ଦେଖାଇବା ଲାଗି ବ୍ୟବସ୍ଥାକୁ ପ୍ରତିଜ୍ଞା ସହିତ ଯୋଗ କରାଯାଇଥିଲା। ଅବ୍ରହାମଙ୍କ ବିଶେଷ ସନ୍ତାନଙ୍କ ଆସିବା ପର୍ଯ୍ୟନ୍ତ ବ୍ୟବସ୍ଥା ଜାରି ରହିବାର ଥିଲା। ପରମେଶ୍ୱରଙ୍କ ପ୍ରତିଶୃତି ଏହି ସନ୍ତାନଙ୍କ ସମ୍ବନ୍ଧରେ ଥିଲା। ବ୍ୟବସ୍ଥାଗୁଡ଼ିକ ସ୍ୱର୍ଗଦୂତମାନଙ୍କ ଜରିଆରେ ଦିଆଯାଇଥିଲା। ସ୍ୱର୍ଗଦୂତମାନେ ମୋଶାଙ୍କ ମଧ୍ୟସ୍ଥତାରେ ମନୁଷ୍ୟମାନଙ୍କୁ ଦେଲେ। 20 ଗୋଟିଏ ପଟ ଥିଲେ, ମଧ୍ୟସ୍ଥତା ଦରକାର ହୁଏ ନାହିଁ ଓ ପରମେଶ୍ୱର ହେଉଛନ୍ତି ମାତ୍ର ଜଣେ।
ମୋଶାଙ୍କ ନିୟମର ପ୍ରୟୋଜନ
21 ଏହାର ଅର୍ଥ କ’ଣ ଏହା ଯେ ବ୍ୟବସ୍ଥା ପରମେଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକର ବିରୋଧୀ ଅଟେ? ଲୋକଙ୍କ ଭିତରେ ଜୀବନ ଭଳି ବ୍ୟବସ୍ଥା ଯଦି ଦିଆଯାଇ ପାରିଥା’ନ୍ତା, ତେବେ ସେହି ବ୍ୟବସ୍ଥା ଦ୍ୱାରା ପରମେଶ୍ୱରଙ୍କ ସହିତ ଆମ୍ଭେ ପ୍ରକୃତରେ ଧାର୍ମିକ ହୋଇ ପାରିଥାଆନ୍ତୁ। 22 କିନ୍ତୁ ଏହା ସତ୍ୟ ନୁହେଁ। ଶାସ୍ତ୍ର ଘୋଷଣା କରେ ଯେ, ସବୁ ଲୋକ ପାପର ଅଧୀନ ଅଟନ୍ତି। ଏଭଳି ଘୋଷଣାର ଉଦ୍ଦେଶ୍ୟ ହେଲା ଯେ, ବିଶ୍ୱାସ ମାଧ୍ୟମରେ ଲୋକମାନଙ୍କୁ ପ୍ରତିଶୃତି ଦିଆଯିବ। ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି, ସେହି ଲୋକମାନଙ୍କୁ ପ୍ରତିଶୃତି ଦିଆଯିବ।
23 ଏହି ବିଶ୍ୱାସ ପ୍ରକାଶ ହେବା ପର୍ଯ୍ୟନ୍ତ ଆମ୍ଭେ ବ୍ୟବସ୍ଥା ଦ୍ୱାରା ବନ୍ଦୀ ଓ ପରିଗ୍ଭଳିତ ହୋଇଥିଲୁ। ଆମ୍ଭର ସେତେବେଳେ କୌଣସି ସ୍ୱାଧୀନତା ନ ଥିଲା। 24 ଅତଏବ, ଖ୍ରୀଷ୍ଟଙ୍କ ଆଗମନ ପୂର୍ବରୁ ବ୍ୟବସ୍ଥା ଆମ୍ଭର ସ୍ୱାମୀ ଥିଲା। ତା'ପରେ ଆମ୍ଭେ ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ସହିତ ଧାର୍ମିକ ହେଲୁ। 25 ଏବେ ବିଶ୍ୱାସର ରାସ୍ତା ଉପସ୍ଥିତ ହୋଇଅଛି ଓ ଆମ୍ଭେ ଏଣିକି ବ୍ୟବସ୍ଥାର ଅଧୀନ ନୋହୁଁ।
26 ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭେ ସମସ୍ତେ ପରମେଶ୍ୱରଙ୍କ ସନ୍ତାନଗଣ ଅଟ। 27 ତୁମ୍ଭେ ଯେତେଲୋକ ଖ୍ରୀଷ୍ଟଙ୍କଠାରେ ବାପ୍ତିସ୍ମ ଗ୍ରହଣ କରିଛ, ତୁମ୍ଭେମାନେ ତାହାଙ୍କୁ ବସ୍ତ୍ରରୂପେ ପରିଧାନ କରିଛ। 28 ଅତଏବ ଖ୍ରୀଷ୍ଟଙ୍କଠାରେ ତୁମ୍ଭେ ସମସ୍ତେ ଏକ ହୋଇଥିବା କାରଣରୁ ଯିହୂଦୀ ଓ ଗ୍ରୀକ୍, ଦାସ ଓ ସ୍ୱାଧୀନଲୋକ, ପୁରୁଷ ଓ ମହିଳା କାହାରି ଭିତରେ କୌଣସି ଭେଦ ରହିଲା ନାହିଁ। 29 ଯଦି ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କର ଅଟ, ତେବେ ସ୍ୱଭାବତଃ ତୁମ୍ଭେ ଅବ୍ରହାମଙ୍କ ବଂଶଜ ମଧ୍ୟ ଅଟ, ଓ ପରମେଶ୍ୱର ଅବ୍ରହାମଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ, ସେହି ପ୍ରତିଶୃତିର ମଧ୍ୟ ତୁମ୍ଭେ ଉତ୍ତରାଧିକାରୀ ଅଟ।
2010 by World Bible Translation Center