Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 10-13

ପାଉଲ ନିଜ ସେବାକାର୍ଯ୍ୟର ପକ୍ଷସମର୍ଥନ କଲେ

10 ମୁଁ ପାଉଲ, ଖ୍ରୀଷ୍ଟଙ୍କ ପରି ମୁଁ ମୃଦୁଭାବରେ ତୁମ୍ଭମାନଙ୍କୁ ନିବେଦନ କରେ। କେତେକ ଲୋକ କୁହନ୍ତି, ମୁଁ ତୁମ୍ଭ ମଧ୍ୟରେ ଥିଲାବେଳେ ନମ୍ର ଥାଏ କିନ୍ତୁ ଦୂରରେ ଥିଲାବେଳେ ସାହସୀ ବା ନିର୍ଭୟ ଅଟେ। ମୁଁ ତୁମ୍ଭମାନଙ୍କୁ ଅନୁନୟ କରେ ଯେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ସହିତ ଅଛି, ସେତେବେଳେ ସେଭଳି ସାହସିକତା ଦେଖାଇବାକୁ ମୋ’ ଉପରେ ଗ୍ଭପ ପକାଇବ ନାହିଁ। ଯେଉଁମାନେ ଭାବନ୍ତି ଯେ ଆମ୍ଭେ ଜାଗତିକ ଜୀବନଯାପନ କରୁଛୁ ମୁଁ ସେମାନଙ୍କ ପ୍ରତି ସାହସୀ ହେବି। ଆମ୍ଭେ ମଧ୍ୟ ଜଗତରେ ରହୁଛୁ। କିନ୍ତୁ ଆମ୍ଭ ଜାଗତିକ ଲୋକଙ୍କ ଭଳି ସଂଗ୍ରାମ କରୁ ନାହୁଁ। ଆମ୍ଭେ ଯେଉଁ ଅସ୍ତ୍ରଗୁଡ଼ିକ ସାହାଯ୍ୟରେ ସଂଗ୍ରାମ କରୁ ସେଗୁଡ଼ିକ ଜାଗତୀକ ଅସ୍ତ୍ରଶସ୍ତ୍ର ନୁହେଁ। ଆମ୍ଭର ଅସ୍ତ୍ରଶସ୍ତ୍ରରେ ପରମେଶ୍ୱରଙ୍କ ଶକ୍ତି ନିହିତ ଅଛି। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ଶତ୍ରୁର ଶକ୍ତିଶାଳୀ ସ୍ଥାନ ଗୁଡ଼ିକ ନଷ୍ଟ କରିପାରେ। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ସାହାଯ୍ୟରେ ଆମ୍ଭେ ଲୋକଙ୍କ ସମସ୍ତ ଯୁକ୍ତି ଓ ପରମେଶ୍ୱରଙ୍କ ଜ୍ଞାନ ବିରୁଦ୍ଧରେ ଉଠୁଥିବା ପ୍ରତ୍ୟେକ ଗର୍ବର କଥା ଖଣ୍ଡନ କରୁ। ଆମ୍ଭେ ପ୍ରତ୍ୟେକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହେବା ପାଇଁ ବାଧ୍ୟ କରୁ। ଆମ୍ଭେ ପ୍ରତ୍ୟେକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହେବା ପାଇଁ ବାଧ୍ୟ କରୁ। ଯେଉଁ ଲୋକ ପୂର୍ଣ୍ଣ ଭାବରେ ଯୀଶୁଙ୍କୁ ମାନେ ନାହିଁ ଆମ୍ଭେ ତାହାଙ୍କୁ ଦଣ୍ଡ ଦେବା ପାଇଁ ପ୍ରସ୍ତୁତ ଅଛୁ। କିନ୍ତୁ ପ୍ରଥମରେ ଆମ୍ଭେ ଇଚ୍ଛା କରୁ ଯେ ତୁମ୍ଭେମାନେ ପୂର୍ଣ୍ଣଭାବରେ ତାହାଙ୍କୁ ମାନ।

ତୁମ୍ଭମାନଙ୍କ ଆଗରେ ଥିବା ତଥ୍ୟ ଗୁଡ଼ିକୁ ଦେଖ। ଯଦି ଜଣେ ନିଶ୍ଚିତ ଭାବରେ ଅନୁଭବ କରେ ଯେ, ସେ ଖ୍ରୀଷ୍ଟଙ୍କର ଅଟେ, ତାହାହେଲେ ସେ ଏହା ମଧ୍ୟ ଜାଣି ରଖିବା ଉଚିତ୍ ଯେ ଆମ୍ଭେ ମଧ୍ୟ ତାହାରି ଭଳି ସମ ଭାବରେ ଖ୍ରୀଷ୍ଟଙ୍କର ଅଟୁ। ଏହା ସତ୍ୟ ଯେ ମୁଁ ପ୍ରଭୁଙ୍କ ଦ୍ୱାରା ପ୍ରଦତ୍ତ ଅଧିକାର ବିଷୟରେ ଅତ୍ୟଧିକ ଗର୍ବର କଥା କହେ, କିନ୍ତୁ ସେ ଆମ୍ଭକୁ ଏହି ଅଧିକାର ତୁମ୍ଭମାନଙ୍କର ବିନାଶ ପାଇଁ ନୁହେଁ, ମାତ୍ର ତୁମ୍ଭମାନଙ୍କୁ ଆଧ୍ୟାତ୍ମିକ ଭାବରେ ଶକ୍ତିଶାଳୀ କରିବା ପାଇଁ ପ୍ରଦାନ କରିଛନ୍ତି। ଏହି ଗର୍ବୋକ୍ତି ପାଇଁ ମୁଁ ଲଜ୍ଜା ବୋଧ କରେ ନାହିଁ। ମୁଁ ମୋ’ ପତ୍ରଗୁଡ଼ିକ ମାଧ୍ୟମରେ ତୁମ୍ଭମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ବୋଲି ତୁମ୍ଭେମାନେ ଭାବ ନାହିଁ। 10 କେତେକ ଲୋକ କୁହନ୍ତି “ପାଉଲଙ୍କ ପତ୍ରଗୁଡ଼ିକ ଶକ୍ତିସମ୍ପନ୍ନ ଓ ମହତ୍ତ୍ୱପୂର୍ଣ୍ଣ କିନ୍ତୁ ଯେତେବେଳେ ସେ ଆମ୍ଭ ସହିତ ଥା’ନ୍ତି ସେ ଦୁର୍ବଳ ଓ ତାଙ୍କର କଥା ଗୁଡ଼ିକ ଏତେ ପ୍ରଭାବଶାଳୀ ହୁଏ ନାହିଁ।” 11 ଏଭଳି କହିବା ଲୋକ ଜାଣି ରଖିବା ଉଚିତ୍ ଯେ: ଆମ୍ଭେ ତୁମ୍ଭମାନଙ୍କ ସହିତ ଏବେ ନାହୁଁ, ଅତଏବ ଆମ୍ଭେ ଏହି କଥା ଗୁଡ଼ିକ ପତ୍ରରେ ଲେଖିଛୁ। କିନ୍ତୁ ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଯିବୁ ଆମ୍ଭେ ଦେଖାଇ ଦେବୁ ଯେ, ଆମ୍ଭ ପତ୍ରଟି ଯେଉଁ ଶକ୍ତି ଧାରଣ କରିଛି ସେହି ସମାନ ଶକ୍ତି ଆମ୍ଭେ ଧାରଣ କରିଛୁ।

12 ଯେଉଁମାନେ ନିଜକୁ ବହୁତ ବଡ଼ ମନେ କରୁଛନ୍ତି, ସେହି ଲୋକମାନଙ୍କ ସହିତ ସମାନ ସ୍ତରରେ ନିଜକୁ ସ୍ଥାପନ କରିବା ପାଇଁ ବା ତୁଳନା କରିବା ପାଇଁ ଆମ୍ଭେ ସାହସ କରୁ ନାହୁଁ। ସେମାନେ ନିଜକୁ ତୁଳନାର ମାନଦଣ୍ଡ ଭଳି ବ୍ୟବହାର କରି ଅନ୍ୟକୁ ନିଜ ସହ ତୁଳନା କରନ୍ତି ଓ ବିଗ୍ଭର କରନ୍ତି, ଏତଦ୍ଦ୍ୱାରା ସେମାନେ ଯେ କେତେ ମୂର୍ଖ, ଜଣାପଡ଼େ।

13 ଆମ୍ଭକୁ ଯେଉଁ କାର୍ଯ୍ୟ ଦିଆଯାଇଛି, ତହିଁର ସୀମାଲଙ୍ଘନ କରି କଦାପି ଗର୍ବର କଥା କହିବୁ ନାହିଁ। ପରମେଶ୍ୱରଙ୍କ ପ୍ରଦତ୍ତ କାମ ପାଇଁ ଆମ୍ଭେ ନିଜେ ଗର୍ବ ଅନୁଭବ କରିବୁ। ଏହି କାମ ତୁମ୍ଭମାନଙ୍କ ସହିତ ଆମ୍ଭର କାମକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। 14 ଆମ୍ଭେ ଅଧିକ ଗର୍ବ କରୁ ନାହୁଁ। ଆମ୍ଭେ ତୁମ୍ଭମାନଙ୍କ ପାଖକୁ ନ ଆସି ଥିଲେ ଆମ୍ଭେ ମିଛଟାରେ ଅତ୍ୟଧିକ ପ୍ରଶଂସା ନେଇଥା’ନ୍ତୁ। କିନ୍ତୁ ବାସ୍ତବିକତା ଆମ୍ଭେମାନେ ଖ୍ରୀଷ୍ଟଙ୍କର ସୁସମାଗ୍ଭର ସହିତ ତୁମ୍ଭମାନଙ୍କ ପାଖରେ ପହଞ୍ଚିଛୁ। 15 ଆମ୍ଭେ ଅନ୍ୟମାନଙ୍କ ଦ୍ୱାରା କରା ଯାଇଥିବା କାମ ପାଇଁ ନୁହେଁ, କିନ୍ତୁ କେବଳ ନିଜେ କରିଥିବା କାମ ପାଇଁ ଗର୍ବ କରୁଛୁ। ଆମ୍ଭେ ଆଶା କରୁ ଯେ, ତୁମ୍ଭମାନଙ୍କର ବିଶ୍ୱାସ ବଢ଼ିବା ସହିତ ଆମ୍ଭ କାମ ବ୍ୟାପକ ଭାବରେ ବଢ଼ିବାରେ ତୁମ୍ଭେମାନେ ସାହାଯ୍ୟ କରିବ। 16 ଆମ୍ଭେ ଇଚ୍ଛା କରୁ ଯେପରି ତୁମ୍ଭମାନଙ୍କ ସହରର ସୀମା ବାହାର ସ୍ଥାନମାନଙ୍କରେ ମଧ୍ୟ ଆମ୍ଭେ ସୁସମାଗ୍ଭର ପ୍ରଗ୍ଭର କରି ପାରିବୁ। ଅନ୍ୟ କୌଣସି ସ୍ଥାନରେ ଆଉ କାହା ଦ୍ୱାରା ଯେଉଁ କାମ ହୋଇ ସାରିଛି, ସେହି କାମରେ ଆମ୍ଭେ ଗର୍ବ କରୁ ନାହୁଁ। 17 ଯେପରି ଶାସ୍ତ୍ର କୁହେ: “ଯଦି କିଏ ଗର୍ବ କରିବାକୁ ଇଚ୍ଛା କରେ, ସେ କେବଳ ପ୍ରଭୁଙ୍କଠାରେ ଗର୍ବ କରିବା ଉଚିତ୍।”(A) 18 କାରଣ ଯେଉଁ ଲୋକ, ପ୍ରଭୁଙ୍କଦ୍ୱାରା ଭଲ ବୋଲି ଗୃହୀତ ହୁଏ, ସେହି ଲୋକ ଭଲ ବୋଲି ସ୍ୱୀକୃତ ହୁଏ, କିନ୍ତୁ ଯିଏ ନିଜେ ନିଜକୁ ଭଲ ବୋଲି ମନେ କରେ, ସେ ଲୋକ ଭଲ ବୋଲି ସ୍ୱୀକୃତ ହୁଏ ନାହିଁ।

ପାଉଲ ଓ ଭଣ୍ଡ ପ୍ରେରିତ

11 ତୁମ୍ଭେମାନେ ମୋହର ଟକିଏ ମୂର୍ଖତା ସହି ନେଇଥିଲେ ଭଲ ହୋଇଥା’ନ୍ତା। କିନ୍ତୁ ତୁମ୍ଭେ ସତରେ ମୋ’ ପ୍ରତି ସହିଷ୍ଣୁ ଅଛ। ମୁଁ ତୁମ୍ଭ ପ୍ରତି ଈର୍ଷା କରିଲି, ଏହା ପରମେଶ୍ୱରଙ୍କ ଦତ୍ତ ମନୋଭାବ। ମୁଁ ପ୍ରତିଜ୍ଞା କରିଥିଲି ଯେ, ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପବିତ୍ର ସତୀକନ୍ୟା ହେବା ପାଇଁ ତାହାଙ୍କଠାରେ ସମର୍ପିତ କରିବି। ସେ କେବଳ ତୁମ୍ଭମାନଙ୍କର ସ୍ୱାମୀ ହେବେ। କିନ୍ତୁ ମୁଁ ଭୟ କରୁଛି ଯେ, ଯେପରି ହବା ସର୍ପର ପ୍ରବଞ୍ଚନା ଦ୍ୱାରା ପ୍ରଭାବିତ ହୋଇଥିଲା, ସେହିଭଳି ତୁମ୍ଭମାନଙ୍କ ମନ ମଧ୍ୟ ଖ୍ରୀଷ୍ଟଙ୍କ ପ୍ରତି ସତ୍ୟ ଓ ପବିତ୍ର ସମର୍ପଣଠାରୁ ଦୂରକୁ ଗ୍ଭଲି ଯିବ। କାରଣ ଆମ୍ଭେ ଯେଉଁ ଯୀଶୁଙ୍କ ପ୍ରଗ୍ଭର କରିଛୁ, ତାହାଠାରୁ ଭିନ୍ନ କଥା କେହି ଯୀଶୁଙ୍କର ବିଷୟରେ ପ୍ରଗ୍ଭର କଲେ, ଅଥବା ଆମ୍ଭଠାରୁ ଯେଉଁ ପବିତ୍ରଆତ୍ମା ବା ସୁସମାଗ୍ଭର ବିଷୟରେ ତୁମ୍ଭେମାନେ ଶୁଣିଛ, ତା'ଠାରୁ ଭିନ୍ନ ଅନ୍ୟ ଆତ୍ମା ବା ସୁସମାଗ୍ଭର ବିଷୟରେ ଯେତେବେଳେ ସେମାନେ କୁହନ୍ତି, ସେତେବେଳେ ତୁମ୍ଭେମାନେ ଧୈର୍ଯ୍ୟ ପୂର୍ବକ ସେମାନଙ୍କଠାରୁ ଶୁଣୁଛ।

ମୁଁ ଭାବୁ ନାହିଁ ଯେ, ସେହି “ମହାନ ପ୍ରେରିତମାନେ” ମୋ'ଠାରୁ କୌଣସି ଗୁଣରେ ଅଧିକ। ଏହା ସତ୍ୟ ଯେ ମୁଁ ପ୍ରଶିକ୍ଷିତ ବକ୍ତା ନୁହେଁ, କିନ୍ତୁ ମୋର ଜ୍ଞାନ ଅଛି। ଆମ୍ଭେ ଏହି କଥାଟିକୁ ତୁମ୍ଭମାନଙ୍କୁ ସବୁ ପ୍ରକାରେ ସ୍ପଷ୍ଟ ଭାବରେ ଦେଖାଇ ଦେଇଛୁ।

ମୁଁ ତୁମ୍ଭମାନଙ୍କୁ ବିନା ମୂଲ୍ୟରେ ପରମେଶ୍ୱରଙ୍କ ସୁସମାଗ୍ଭର ଦେଇଛି। ତୁମ୍ଭମାନଙ୍କୁ ମହତପୂର୍ଣ୍ଣ କରିବା ପାଇଁ ମୁଁ ନମ୍ର ହୋଇ ଯାଇଥିଲି। ତୁମ୍ଭେମାନେ କ’ଣ ଭାବୁଛ ଯେ ମୁଁ ଭୁଲ୍ କରିଥିଲି? ମୁଁ ତୁମ୍ଭମାନଙ୍କ ସେବାକାର୍ଯ୍ୟ ପାଇଁ ଅନ୍ୟ ମଣ୍ଡଳୀମାନଙ୍କଠାରୁ ଅର୍ଥ (ବା ସେମାନେ ଦରିଦ୍ର ହେଲେ ମଧ୍ୟ ସେମାନଙ୍କଠାରୁ ଅର୍ଥ ଗ୍ରହଣ କରିବା) ଗ୍ରହଣ କରିଛି। ତୁମ୍ଭମାନଙ୍କ ସହିତ ଥିବା ବେଳେ, ମୋର ଆବଶ୍ୟକତା ଗୁଡ଼ିକ ପାଇଁ ମୁଁ ତୁମ୍ଭମାନଙ୍କୁ ହଇରାଣ କରି ନାହିଁ। ଯେଉଁ ଭାଇମାନେ ମାକିଦନିଆରୁ ଆସିଥିଲେ ସେମାନେ ମୋର ସମସ୍ତ ଆବଶ୍ୟକତା ଗୁଡ଼ିକୁ ପୂରଣ କଲେ। ମୁଁ କୌଣସି ପ୍ରକାର ତୁମ୍ଭମାନଙ୍କ ଉପରେ ବୋଝ ହୋଇ ନାହିଁ ଓ ଭବିଷ୍ୟତରେ ମଧ୍ୟ କଦାପି ହେବି ନାହିଁ। 10 ମୁଁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥାଇ ସତ୍ୟକହୁଛି, ସେହି ବିଷୟରେ ଗର୍ବ ପୂର୍ବକ କହିବା ପାଇଁ ମୋତେ ସମଗ୍ର ଆଖାୟାରେ କେହି ଅଟକାଇ ପାରିବ ନାହିଁ। 11 ମୁଁ କାହିଁକି ତୁମ୍ଭମାନଙ୍କ ପାଇଁ ବୋଝ ହେଉ ନାହିଁ? ଏହା କ’ଣ ଏଥିପାଇଁ ଯେ ମୁଁ ତୁମ୍ଭମାନଙ୍କୁ ଭଲ ପାଏ ନାହିଁ? ନା, ପରମେଶ୍ୱର ଜାଣନ୍ତି ଯେ, ମୁଁ ତୁମ୍ଭମାନଙ୍କୁ ଭଲ ପାଏ।

12 ମୁଁ ଯାହା କରୁଛି, ତାହା କରି ଗ୍ଭଲି ଥିବି। ସେହି ଲୋକମାନଙ୍କର ଗର୍ବ କରିବା ପାଇଁ ଯେପରି କୌଣସି କାରଣ ରହିବ ନାହିଁ, ସେଥିପାଇଁ ମୁଁ ଏପରି କରିଗ୍ଭଲିଥିବି। 13 ସେମାନେ ସବୁବେଳେ ଦେଖାଇବାକୁ ଚେଷ୍ଟା କରନ୍ତି ଯେ, ଯେଉଁ କାରଣ ପାଇଁ ଆମ୍ଭେ ଗର୍ବ କରୁଛୁ, ସେମାନେ ମଧ୍ୟ ସେଥିପାଇଁ ଗର୍ବ କରନ୍ତି। ସେମାନେ ଭଣ୍ଡ ପ୍ରେରିତ। ସେମାନେ ପ୍ରତାରକ। ଲୋକେ ଯେପରି ସେମାନଙ୍କୁ ଖ୍ରୀଷ୍ଟଙ୍କର ପ୍ରେରିତ ବୋଲି ଭାବିବେ, ଏଥିପାଇଁ ସେମାନେ ନିଜର ବେଶ ବଦଳାଇଥା’ନ୍ତି। 14 ଏହା ଆମ୍ଭକୁ ଆଶ୍ଚର୍ଯ୍ୟ ଲାଗୁ ନାହିଁ। କାରଣ ଏପରି କି ଶୟତାନ ନିଜେ ମଧ୍ୟ ତେଜସ୍ୱୀ ସ୍ୱର୍ଗଦୂତର ରୂପ ଧାରଣ କରେ। 15 ଅତଏବ, ତା'ର ସେବକମାନେ ଯଦି ଧାର୍ମିକତାର ସେବକରୂପ ଧାରଣ କରନ୍ତି, ଏହା କ’ଣ ଆଶ୍ଚର୍ଯ୍ୟର କଥା? କିନ୍ତୁ ଶେଷରେ ସେମାନେ ତାଙ୍କ କର୍ମ ପାଇଁ ଅବଶ୍ୟ ଦଣ୍ଡ ପାଇବେ।

ପାଉଲଙ୍କ ଯାତନା

16 ମୁଁ ପୁନର୍ବାର କହୁଛି, କେହି ମୋତେ ମୂର୍ଖ ବୋଲି ଭାବିବା ଉଚିତ୍ ନୁହେଁ। କିନ୍ତୁ ଯଦି ତୁମ୍ଭେମାନେ ମୋତେ ମୂର୍ଖ ବୋଲି ଭାବ, ତା'ହେଲେ ମୂର୍ଖକୁ ଗ୍ରହଣ କଲାଭଳି ମୋତେ ଗ୍ରହଣ କର। 17 ତା'ହେଲେ ମୁଁ ମଧ୍ୟ ସାମାନ୍ୟ ଗର୍ବ କରି ପାରିବି। ଯେପରି ପ୍ରଭୁ କହିଥା’ନ୍ତେ, ସେପରି ମୁଁ କହୁ ନାହିଁ। ମୁଁ ଜଣେ ମୂର୍ଖ ଭଳି ଗର୍ବ କରେ। 18 ଅନେକ ଲୋକ ତାହାଙ୍କର ସାଂସାରିକ ଜୀବନ ପାଇଁ ଗର୍ବ କରନ୍ତି, ସେହିଭଳି ମୁଁ ମଧ୍ୟ ଗର୍ବ କରୁଛି। 19 ତୁମ୍ଭେମାନେ ଜ୍ଞାନୀ ହୋଇଥିବାରୁ ଖୁସୀରେ ମୂର୍ଖମାନଙ୍କ ପ୍ରତି ସହନଶୀଳ ହୁଅ। 20 କାରଣ ତୁମ୍ଭେମାନେ ତୁମ୍ଭକୁ ଦାସ ଭଳି ବ୍ୟବହାର କରୁଥିବା, ଫାନ୍ଦରେ ପକାଇ ଧରୁଥିବା, ନିଜକୁ ତୁମ୍ଭମାନଙ୍କଠାରୁ ବଡ଼ ବୋଲି କହୁଥିବା ଓ ତୁମ୍ଭମାନଙ୍କ ଗାଲରେ ଗ୍ଭପୁଡ଼ା ମାରୁଥିବା ଲୋକମାନଙ୍କ ପ୍ରତି ସହନଶୀଳ ହୋଇଛ। 21 ଏହା କହିବା ମୋ’ ପାଇଁ ଲଜ୍ଜାଜନକ। କିନ୍ତୁ ତୁମ୍ଭମାନଙ୍କ ପ୍ରତି ଏପରି କରିବା ଦୃଷ୍ଟିରୁ ଆମ୍ଭେମାନେ ଅତି “ଦୁର୍ବଳ” ହୋଇଯାଇଛୁ।

ମୁଁ ମୂର୍ଖତା ପୂର୍ବକ କହୁଛି ଯେ, ଯଦି ଜଣେ ଗର୍ବ କରିବାରେ ସାହସୀ, ତା'ହେଲେ ମୁଁ ମଧ୍ୟ ଗର୍ବ କରିବା ପାଇଁ ସାହସୀ ହେବି। 22 ସେମାନେ କେବଳ କ’ଣ ଏବ୍ରୀ? ମୁଁ ମଧ୍ୟ। 23 ସେମାନେ କ’ଣ କେବଳ ଇସ୍ରାଏଲୀୟ? ମୁଁ ମଧ୍ୟ। ସେମାନେ କ’ଣ କେବଳ ଅବ୍ରହାମଙ୍କ ବଂଶଧାର? ମୁଁ ମଧ୍ୟ। ସେମାନେ କ’ଣ କେବଳ ଖ୍ରୀଷ୍ଟଙ୍କ ସେବକ? ମୁଁ ମଧ୍ୟ। ମୁଁ କ’ଣ ପାଗଳ ସେଥିପାଇଁ ଏପରି ଦର୍ପ କରୁଛି? ସେମାନଙ୍କ ତୁଳନାରେ ମୁଁ ଅଧିକ କଠୋର ପରିଶ୍ରମ କରିଛି। ମୁଁ ଥରକୁ ଥର କାରାବରଣ କରିଛି। ମୋତେ ଥରକୁ ଥର ମାଡ଼ ମରାଯାଇଛି। ଅନେକ ଥର ମୁଁ ମୃତ୍ୟୁର ସନ୍ନିକଟ ହୋଇଛି।

24 ମୁଁ ଯିହୂଦୀମାନଙ୍କଠାରୁ ପାଞ୍ଚ ଥରରେ ଅଣଗ୍ଭଳିଶ୍ ଥର ଗ୍ଭବୁକ ମାଡ଼ ଖାଇଛି। 25 ମୁଁ ତିନିଥର ବେତ ମାଡ଼ ଖାଇଛି, ଥରେ ପଥର ଆଘାତ ସହିଛି। ଏହା ଛଡ଼ା ମୁଁ ତିନିଥର ଜାହାଜ ଭାଙ୍ଗିବା ବେଳେ ସେଥିରେ ଥିଲି, ତା'ମଧ୍ୟରୁ ଥରେ ରାତି ଓ ତା ଆର ଦିନ ଯାକ ସମୁଦ୍ରରେ ପଡ଼ି ରହିଥିଲି। 26 ମୁଁ ଅନେକ ଥର ଯାତ୍ରା କରିଛି। ଏହି ଯାତ୍ରା ମାନଙ୍କରେ ନଦୀରେ ଲୁଣ୍ଠନକାରୀମାନଙ୍କଠାରୁ ମୋର ନିଜ ଲୋକମାନଙ୍କଠାରୁ, ଅଣଯିହୂଦୀମାନଙ୍କଠାରୁ ମୁଁ ବିପଦରେ ଥିଲି। ନଗରମାନଙ୍କରେ, ନିର୍ଜନ ସ୍ଥାନ ଗୁଡ଼ିକରେ, ଏବଂ ସମୁଦ୍ରରେ, ମଧ୍ୟ ମୁଁ ବିପଦରେ ପଡ଼ିଥିଲି। ଯେଉଁ ଲୋକମାନେ ମିଛରେ ଭାଇ ବୋଲାଉ ଥିଲେ ସେମାନଙ୍କ ପାଇଁ ମୁଁ ବିପଦରେ ପଡ଼ିଥିଲି।

27 ମୁଁ କଠୋର ପରିଶ୍ରମ କରି କ୍ଳାନ୍ତିପୂର୍ଣ୍ଣ ଜୀବନଯାପନ କରିଛି। ଅନେକ ଥର ମୁଁ ଶୋଇ ନାହିଁ। ମୁଁ ଅନାହାର ମଧ୍ୟଦେଇ ଗତି କରିଛି। ଅନେକ ଥର ମୋ’ ପାଖରେ ଖାଇବାକୁ କିଛି ନ ଥାଏ। ଲୁଗାପଟା ବିନା ଥଣ୍ଡାରେ ମୁଁ ରହିଛି। 28 ଆହୁରି ମଧ୍ୟ ଅନେକ ଗୁଡ଼ିଏ ସମସ୍ୟା ଦେଇ ମୁଁ ଗତି କରିଛି। ତହିଁ ମଧ୍ୟରୁ ଗୋଟିଏ ହେଲା ସମସ୍ତ ମଣ୍ଡଳୀ ମାନଙ୍କର ଚିନ୍ତା, ପ୍ରତିଦିନ ସେହି ଚିନ୍ତାରେ ମୁଁ ରହୁଛି। 29 ଯଦି ଜଣେ କେହି ଦୁର୍ବଳ, ମୁଁ ମଧ୍ୟ ଦୁର୍ବଳ। ଯଦି କୌଣସି ଲୋକ ପାପରେ ଗ୍ଭଲିବା ନିମନ୍ତେ ପ୍ରବୃତ୍ତ ହୁଏ, ତେବେ ମୁଁ ଅନ୍ତର ମଧ୍ୟରୁ ଯନ୍ତ୍ରଣା ଅନୁଭବ କରେ।

30 ଯଦି ମୋର ଦର୍ପ (ଗର୍ବ) କରିବା କଥା, ତା'ହେଲେ ମୁଁ ମୋ’ ନିଜର ଦୁର୍ବଳତା ଗୁଡ଼ିକ ପାଇଁ ଗର୍ବ କରିବି। 31 ପରମେଶ୍ୱର ଜାଣନ୍ତି ଯେ, ମୁଁ ମିଥ୍ୟା କହୁ ନାହିଁ। ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା। 32 ସେ ସର୍ବଦା ପ୍ରଶଂସିତ ହେବା କଥା। ମୁଁ ଯେତେବେଳେ ଦମ୍ମେସକଠାରେ ଥିଲି, ଅରିତସ୍ ରାଜାଙ୍କ ରାଜ୍ୟପାଳ ନଗରର ଗ୍ଭରିପଟେ ପ୍ରହରୀମାନଙ୍କୁ ରଖି ମୋତେ ବନ୍ଦୀ କରିବା ପାଇଁ ଚେଷ୍ଟା କରିଥିଲେ। 33 କିନ୍ତୁ ସହର ପାଚେରୀରେ ଥିବା ଗୋଟିଏ ଝରକା ବାଟ ଦେଇ, ଗୋଟିଏ ବାକ୍ସରେ ବସାଇ ମୋତେ କେତେକ ବନ୍ଧୁମାନଙ୍କ ଦ୍ୱାରା ବାହାରକୁ ଓହ୍ଲାଇ ନିଆ ଯିବାରୁ ମୁଁ ରାଜ୍ୟପାଳଙ୍କ ହାତରୁ ରକ୍ଷା ପାଇ ଗଲି।

ପାଉଲଙ୍କ ଜୀବନରେ ବିଶେଷ ଆଶୀର୍ବାଦ

12 ମୁଁ ଗର୍ବ କରି ଗ୍ଭଲି ଥିବି। ଏହା ଦ୍ୱାରା କିଛି ଲାଭ ନାହିଁ, କିନ୍ତୁ ମୁଁ ପ୍ରଭୁଙ୍କ ପ୍ରଦତ୍ତ ‘ଦର୍ଶନ’ ଓ ‘ପ୍ରତ୍ୟାଦେଶ’ ବିଷୟରେ କହିବି। ମୁଁ ଚଉଦ ବର୍ଷ ପୂର୍ବରୁ ଘଟି ଥିବା ଗୋଟିଏ ଘଟଣା କହୁଛି। ଜଣେ ଖ୍ରୀଷ୍ଟରେ ଥିବା ଲୋକକୁ ମୁଁ ଜାଣେ (ସ୍ୱଦେହରେ କି ଦେହରହିତ ହୋଇ, ତାହା ମୁଁ ଜାଣେ ନାହିଁ, ପରମେଶ୍ୱର ଜାଣନ୍ତି) ଯାହାଙ୍କୁ ତୃତୀୟ ସ୍ୱର୍ଗକୁ ନିଆଗଲା। ମୁଁ ଜାଣେ ତାହାଙ୍କୁ ପାରଦୀଶକୁ[a] ନିଆଗଲା। (ସ୍ୱଦେହରେ କି ଦେହରହିତ ହୋଇ, ତାହା ମୁଁ ଜାଣେ ନାହିଁ, ପରମେଶ୍ୱର ଜାଣନ୍ତି)। ସେ ଏପରି ଶୁଣିବାକୁ ପାଇଲେ ଯାହା ସେ ବୁଝେଇ ପାରିଲେ ନାହିଁ। ସେ କିଛି ବିଷୟ ଶୁଣିଲେ, ଯାହା କୌଣସି ବ୍ୟକ୍ତିକୁ କହିବା ପାଇଁ ଅନୁମତି ଦିଆଯାଇ ନାହିଁ। ମୁଁ ଏହିଭଳି ଲୋକ ପାଇଁ ଗର୍ବ କରିବାକୁ ଇଚ୍ଛା କରୁଛି, କିନ୍ତୁ ମୁଁ ନିଜ ପାଇଁ ଗର୍ବ କରିବି ନାହିଁ, ମାତ୍ର ମୋହର ଦୁର୍ବଳତାରେ ଦର୍ପ କରିବି।

ଯଦିଓ ମୁଁ ନିଜ ଉପରେ ଗର୍ବ କରିବାକୁ ଗ୍ଭହିଁଲି ତଥାପି ମୁଁ ମୂର୍ଖ ନୁହେଁ, କାରଣ ମୁଁ ସତ୍ୟକଥା କହେ। କିନ୍ତୁ ମୁଁ ନିଜ ପାଇଁ ଗର୍ବ କରିବି ନାହିଁ କାରଣ ଲୋକେ ମୋ’ ବିଷୟରେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ତା'ଠାରୁ ଅଧିକ ବୋଲି ମୋତେ ଭାବନ୍ତୁ, ଏହା ମୁଁ ଇଚ୍ଛା କରେ ନାହିଁ।

ମୋତେ ଦିଆଯାଇଥିବା ଆଶ୍ଚର୍ଯ୍ୟଜନକ ପ୍ରତ୍ୟାଦେଶଗୁଡ଼ିକ ପାଇଁ କାଳେ ମୁଁ ଅତ୍ୟଧିକ ଗର୍ବ କରିବି, ସେଥିପାଇଁ ମୋତେ ଶରୀରରେ ଯନ୍ତ୍ରଣାଦାୟକ ଏକ କଣ୍ଟକ ଦିଆ ହେଲା। ଶୟତାନର ଦୂତ ସ୍ୱରୂପେ ଏହା ମୋତେ ଦିଆଯାଇଛି ଓ ମୁଁ ଯେପରିକି ଅଧିକ ଗର୍ବ ନ କରେ। ମୋତେ ମାଡ଼ ମାରିବା ପାଇଁ ସେଥିପାଇଁ ତାହାକୁ ପଠାଯାଇଛି। ମୁଁ ପ୍ରଭୁଙ୍କୁ ତିନିଥର ପ୍ରାର୍ଥନା କଲି ଯେ ସେ ଏହି କଣ୍ଟକଟିକୁ ମୋ'ଠାରୁ ଦୂରେଇ ନିଅନ୍ତୁ। କିନ୍ତୁ ପ୍ରଭୁ ମୋତେ କହିଲେ, “ତୁମ୍ଭ ପାଇଁ ମୋର ଅନୁଗ୍ରହ ଯଥେଷ୍ଟ। ଯେତେବେଳେ ତୁମ୍ଭେ ଦୁର୍ବଳ, ସେତେବେଳେ ମୋର ଶକ୍ତି ତୁମ୍ଭଠାରେ ପରିପୂର୍ଣ୍ଣତା ଭାବେ ଦେଖା ଦିଏ।” ଅତଏବ ମୁଁ ମୋର ଦୁର୍ବଳତା ପାଇଁ ଗର୍ବ ଅନୁଭବ କରିବାରେ ଆନନ୍ଦ ପାଏ। ଏହା ଦ୍ୱାରା ଖ୍ରୀଷ୍ଟଙ୍କର ଶକ୍ତି ମୋ'ଠାରେ ରହିଥିବ। 10 ଅତଏବ ମୋ'ଠାରେ ଦୁର୍ବଳତା ଥିଲେ ମୁଁ ଆନନ୍ଦିତ ହୁଏ। କେବଳ ଖ୍ରୀଷ୍ଟଙ୍କ ସକାଶେ ଯେତେବେଳେ ମୁଁ ଅପମାନିତ ହୁଏ, ମୁଁ କଠିନ ସମୟ ଦେଇ ଗତି କରେ, ଯେତେବେଳେ ମୋର କଷ୍ଟ ଥାଏ ବା ଯେତେବେଳେ ମୋର ସମସ୍ୟା ଥାଏ, ସେତେବେଳେ ମୁଁ ଆନନ୍ଦ କରେ। ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ପ୍ରକୃତରେ ଅତି ସବଳ, ଏଥିପାଇଁ ଅତିଶୟ ଆନନ୍ଦ କରେ।

କରିନ୍ଥୀଠାରେ ଖ୍ରୀଷ୍ଟିୟାନମାନଙ୍କ ପ୍ରତି ପାଉଲଙ୍କ ପ୍ରେମ

11 ମୁଁ ମୂର୍ଖଙ୍କ ଭଳି କହିଗ୍ଭଲି ଥିଲି। କିନ୍ତୁ ଏପରି କହିବା ପାଇଁ ତୁମ୍ଭେମାନେ ମୋତେ ବାଧ୍ୟ କରିଥିଲ। ତୁମ୍ଭେମାନେ ହେଉଛ ସେହିଲୋକ, ଯେଉଁମାନେ ମୋ’ ସପକ୍ଷରେ ଭଲକଥା କହିବ। ମୁଁ କିଛି ନୁହେଁ, କିନ୍ତୁ ତଥାକଥିତ ସେହି “ମହାନ୍ ପ୍ରେରିତ”ମାନେ ମୋ'ଠାରୁ ଅଧିକ ମଧ୍ୟ ନୁହନ୍ତି। 12 ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ, ଜଣେ ପ୍ରେରିତ ବୋଲି ପ୍ରମାଣିତ କରୁଥିବା କାମ ମୁଁ କରିଥିଲି। ମୁଁ ନାନାଦି ଚିହ୍ନ, ଅ‌ଦ୍‌ଭୂତ ଓ ଆଶ୍ଚର୍ଯ୍ୟଜନକ କାମ ଦେଖାଇଥିଲି। ଏ ସବୁ ମୁଁ ଅନେକ ଧୈର୍ଯ୍ୟର ସହିତ କରିଥିଲି। 13 ଅତଏବ, ଅନ୍ୟ ମଣ୍ଡଳୀଗୁଡ଼ିକ ଯାହା ପାଇ ଥିଲେ ତା'ସବୁ ତୁମ୍ଭେମାନେ ମଧ୍ୟ ପାଇଛ। କେବଳ ଗୋଟିଏ କଥା ତନ୍ମଧ୍ୟରୁ ଅଲଗା: ମୁଁ ତୁମ୍ଭମାନଙ୍କ ଉପରେ କେବେ ହେଲେ ଭାରସ୍ୱରୂପ ନ ଥିଲି। ଏଥିପାଇଁ ମୋତେ କ୍ଷମା କରି ଦିଅ।

14 ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ଯିବା ପାଇଁ ପ୍ରସ୍ତୁତ। ଓ ମୁଁ ତୁମ୍ଭମାନଙ୍କ ପାଇଁ ଭାରସ୍ୱରୂପ ହେବି ନାହିଁ। ତୁମ୍ଭମାନଙ୍କର ଥିବା ସମ୍ପତ୍ତିରୁ ମୁଁ କିଛି ଇଚ୍ଛା କରେ ନାହିଁ। ପ୍ରତିବଦଳରେ ମୁଁ ତୁମ୍ଭମାନଙ୍କୁ ଗ୍ଭହେଁ। ସନ୍ତାନମାନଙ୍କର ନିଜ ପିତାମାତା ଲାଗି କୌଣସି ସଞ୍ଚୟର ଆବଶ୍ୟକତା ନ ଥାଏ, କିନ୍ତୁ ସନ୍ତାନମାନଙ୍କ ଲାଗି ପିତାମାତା ସଞ୍ଚୟ କରନ୍ତି। 15 ଏଣୁ ମୋ’ ପାଖରେ ଯାହା ଅଛି, ମୁଁ ଆନନ୍ଦର ସହିତ ତୁମ୍ଭମାନଙ୍କୁ ଦେବି। ତୁମ୍ଭମାନଙ୍କ ଲାଗି ମୁଁ ନିଜକୁ ମଧ୍ୟ ଦେଇଦେବି। ଯଦି ମୁଁ ତୁମ୍ଭମାନଙ୍କୁ ଅଧିକ ଭଲ ପାଏ ତା'ହେଲେ ତୁମ୍ଭେମାନେ କ’ଣ ମୋତେ ସ୍ନେହରେ ଊଣା କରିବ?

16 ମୁଁ ତୁମ୍ଭମାନଙ୍କ ଉପରେ ଭାରସ୍ୱରୂପ ହେବାକୁ ଗ୍ଭହେଁ ନାହିଁ କିନ୍ତୁ ଏହା ନିଶ୍ଚିତ ତୁମ୍ଭେମାନେ କ’ଣ ଭାବୁଛ ଯେ ମୁଁ ଛଳ ଭାବରେ ମିଥ୍ୟା କହି ତୁମ୍ଭମାନଙ୍କୁ ଜାଲରେ ପକାଇବା ପାଇଁ ଚେଷ୍ଟା କରିବି। 17 ମୁଁ ତୁମ୍ଭମାନଙ୍କ ପାଖକୁ ପଠାଇଥିବା ଲୋକମାନଙ୍କ ମଧ୍ୟରୁ କାହାରି ମାଧ୍ୟମରେ ତୁମ୍ଭମାନଙ୍କଠାରୁ ଫାଇଦା ଉଠାଇଛି କି? ନା, ତୁମ୍ଭେମାନେ ଜାଣ ଯେ, ଏସବୁ ମୁଁ କଦାପି କରି ନାହିଁ। 18 ମୁଁ ତୀତସଙ୍କୁ ଓ ଆମର ଜଣେ ଭାଇଙ୍କୁ ତାହାଙ୍କ ସହିତ ପଠାଇଥିଲି। ତୀତସ କ’ଣ ତୁମ୍ଭମାନଙ୍କଠାରୁ ଫାଇଦା ଉଠାଇଥିଲେ କି? ନା! ତୁମ୍ଭେମାନେ ଜାଣ ଯେ ତୀତସ ଓ ମୁଁ ଦୁହେଁ ତୁମ୍ଭମାନଙ୍କ ପାଇଁ ସମାନ ଭାବରେ ଓ ସମାନ ଉତ୍ସାହରେ କାମ କରିଛୁ। ସେହି ପବିତ୍ରଆତ୍ମାର ପ୍ରେରଣରେ ଆମ୍ଭେ ଦୁହେଁ କାମ କରିଥିଲୁ।

19 ତୁମ୍ଭେମାନେ କ’ଣ ଭାବୁଛ ଯେ ଆମ୍ଭେ ଏତେ ସମୟ ଧରି ଆମ୍ଭ ପକ୍ଷରେ ଯୁକ୍ତି ବାଢୁ ଥିଲୁ। ଆମ୍ଭେ ଖ୍ରୀଷ୍ଟଙ୍କର ଅନୁସରଣକାରୀ ହିସାବରେ ପରମେଶ୍ୱରଙ୍କ ଆଗରେ କହିଥିଲୁ। ତୁମ୍ଭେମାନେ ଆମ୍ଭର ପ୍ରିୟ ମିତ୍ର। ଆମ୍ଭେ ଯାହାକିଛି କହୁଛୁ ତାହା ତୁମ୍ଭେମାନେ ଆଧ୍ୟାତ୍ମିକ ଭାବରେ ଶକ୍ତିଶାଳୀ ହେବ ବୋଲି କହୁଛୁ। 20 ଏଭଳି କହିବାର ଉଦ୍ଦେଶ୍ୟ ଯେ, ମୋର ଭୟ ହେଉଛି: ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଯିବି ସେତେବେଳେ ମୁଁ ତୁମ୍ଭମାନଙ୍କୁ ଯାହା ଭାବିଛି, ଠିକ୍ ସେହି ରୂପରେ ନ ପାଇ ପାରେ ଓ ତୁମ୍ଭେମାନେ ମଧ୍ୟ ମୋତେ ଯାହା ଭାବିଛ ଠିକ୍ ସେହି ରୂପରେ ପାଇ ନ ପାର। ମୋର ଭୟ ଯେ, କାଳେ ତୁମ୍ଭମାନଙ୍କ ମଧ୍ୟରେ କଳହ, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ପରଚର୍ଚ୍ଚା, କାନକୁହାକୋହି, ଗର୍ବ ଓ ଦ୍ୱନ୍ଦ ଦେଖିବାକୁ ମିଳିବ। 21 ମୁଁ ଭୟ କରୁଛି ଯେ ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଯିବି, ସେତେବେଳେ ତୁମ୍ଭମାନଙ୍କ ଆଗରେ ମୋର ପରମେଶ୍ୱର ମୋତେ ଲଜ୍ଜା ନ ଦିଅନ୍ତୁ। ଯେହେତୁ ତୁମ୍ଭମାନଙ୍କ ଭିତରୁ ଅନେକେ ପାପ କରିଥିବାରୁ, ମୁଁ ଦୁଃଖିତ ହେବି। କାରଣ ସେହି ଲୋକମାନେ ସେମାନଙ୍କର ପାପର ଜୀବନ ନିମନ୍ତେ ଦୁଃଖିତ ହୋଇ ନ ଥିବାରୁ, ଓ ଅନୁତାପ କରି ନ ଥିବାରୁ, ସେମାନଙ୍କର ଯୌନଗତ ପାପ କାରଣରୁ ଏବଂ ଲଜ୍ଜାଜନକ କାର୍ଯ୍ୟ କରୁ ଥିବାରୁ, ମୋତେ ଶୋକ କରିବାକୁ ପଡ଼ିବ।

ଶେଷ ସତର୍କ ବାଣୀ ଓ ଶୁଭେଚ୍ଛା

13 ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ଆସୁଛି। ମନେରଖ: “ପ୍ରତ୍ୟେକ ଅଭିଯୋଗ ପାଇଁ ଦୁଇ ବା ତିନି ଜଣ ସାକ୍ଷୀ ଦେବା ଦରକାର ଯେ ସେମାନେ ତାହାର ସତ୍ୟତା ବିଷୟରେ ଜାଣିଛନ୍ତି।”(B) ମୁଁ ଯେତେବେଳେ ତୁମ୍ଭମାନଙ୍କ ସହିତ ଦ୍ୱିତୀୟ ଥର ପାଇଁ ଯାଇଥିଲି, ମୁଁ ପାପୀମାନଙ୍କୁ ସତର୍କ କରି ଦେଇଥିଲି। ମୁଁ ଏବେ ତୁମ୍ଭମାନଙ୍କଠାରୁ ଦୂରରେ ଅଛି ଓ ଅନ୍ୟ ପାପୀ ଲୋକମାନଙ୍କୁ ସତର୍କ କରି ଦେଉଛି ଯେ ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଯିବି, ତୁମ୍ଭମାନଙ୍କ ପାପ ପାଇଁ ଦଣ୍ଡ ଦେବି। ମୋ’ ଦ୍ୱାରା ଖ୍ରୀଷ୍ଟ କହୁଛନ୍ତି କି ନାହିଁ, ଏଥିର ତୁମ୍ଭେମାନେ ପ୍ରମାଣ ଗ୍ଭହୁଁଛ। ମୋର ପ୍ରମାଣ ଏହି ଯେ, ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଦଣ୍ଡ ପ୍ରଦାନ କରିବାରେ ଦୁର୍ବଳ ନୁହନ୍ତି। କିନ୍ତୁ ସେ ତୁମ୍ଭମାନଙ୍କ ମଧ୍ୟରେ ଶକ୍ତିଶାଳୀ ଅଟନ୍ତି। ଏହା ସତ୍ୟ ଯେ, ଯେତେବେଳେ ଖ୍ରୀଷ୍ଟ କ୍ରୁଶ ଉପରେ ଚଢ଼ିଲେ ସେତେବେଳେ ସେ ଦୁର୍ବଳ ଥିଲେ, କିନ୍ତୁ ଏବେ ପରମେଶ୍ୱରଙ୍କ ମହାଶକ୍ତିରେ ସେ ଜୀବିତ। ଆମ୍ଭେ ମଧ୍ୟ ଖ୍ରୀଷ୍ଟଙ୍କଠାରେ ଦୁର୍ବଳ ଅଟୁ। କିନ୍ତୁ ପରମେଶ୍ୱରଙ୍କ ଶକ୍ତିରେ ଆମ୍ଭେ ଖ୍ରୀଷ୍ଟଙ୍କ ତୁଲ୍ୟ ଜୀବିତ ହୋଇ ଉଠିବା। ନିଜକୁ ତନ୍ନ ତନ୍ନ କରି ଦେଖ।

ତୁମ୍ଭେମାନେ ବିଶ୍ୱାସରେ ଜୀବନ କାଟୁଛ କି ନାହିଁ? ନିଜ ନିଜକୁ ପରୀକ୍ଷା କରି ଦେଖ। ତୁମ୍ଭେମାନେ ଜାଣ ଯେ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତରେ ଅଛନ୍ତି। କିନ୍ତୁ ଯଦି ତୁମ୍ଭେମାନେ ପରୀକ୍ଷାରେ ବିଫଳ ହୁଅ, ତାହାହେଲେ ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତରେ ରହୁ ନାହାନ୍ତି ତାହା ଜାଣ। ମୁଁ ଆଶାକରେ ଆମ୍ଭେମାନେ ପରୀକ୍ଷାରେ ବିଫଳ ହୋଇ ନାହୁଁ ବୋଲି ତୁମ୍ଭେମାନେ ଦେଖିବ। ଆମ୍ଭେ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁ ଯେ ତୁମ୍ଭେମାନେ କିଛି ଭୁଲ୍ କାମ କରିବ ନାହିଁ। ଆମ୍ଭେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛୁ, ଏ କଥା ଲୋକମାନେ ଦେଖିବାରେ କିଛି ଲାଭ ନାହିଁ। ପରୀକ୍ଷାରେ ଆମ୍ଭେମାନେ ବିଫଳ ହୋଇଛୁ ବୋଲି ଯଦି ଲୋକଙ୍କୁ ଦେଖାଯାଏ, ତାହାହେଲେ ଯାହା ଠିକ୍ ତାହା କରିବା ଆମ୍ଭ ପକ୍ଷରେ ଅଧିକ ଗୁରୁତ୍ୱପୂର୍ଣ୍ଣ। ଆମ୍ଭେ ସତ୍ୟର ବିପରୀତ କୌଣସି କାମ କରିବା ନାହିଁ। ଆମ୍ଭେ କେବଳ ସତ୍ୟ ପାଇଁ କିଛି କରି ପାରିବା। ଯଦି ତୁମ୍ଭେମାନେ ବଳବାନ ଆମ୍ଭେ ଦୁର୍ବଳ ହେବାରେ ଆନନ୍ଦିତ। ଆମ୍ଭେ ପ୍ରାର୍ଥନା କରୁ ଯେ ତୁମ୍ଭେମାନେ ଅଧିକରୁ ଅଧିକ ଶକ୍ତିଶାଳୀ ହୋଇ ଯାଅ। 10 ମୁଁ ଏବେ ଏହି ଗୁଡ଼ିକ ତୁମ୍ଭମାନଙ୍କୁ ଲେଖୁଛି କାରଣ ମୁଁ ତୁମ୍ଭମାନଙ୍କ ସହିତ ନାହିଁ। ଅତଏବ ତାହା ହେଉଛି ଯେ, ଯେତେବେଳେ ମୁଁ ଆସେ, ସେତେବେଳେ ଦଣ୍ଡ ଦେବା ପାଇଁ ମୋତେ ମୋ’ ଶକ୍ତିର ବ୍ୟବହାର କରିବାକୁ ନ ପଡ଼ୁ। ପରମେଶ୍ୱର ମୋତେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରି ଗଢ଼ିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି, ତୁମ୍ଭମାନଙ୍କୁ ନଷ୍ଟ କରିବା ପାଇଁ ନୁହେଁ।

11 ଭାଇ ଓ ଭଉଣୀମାନେ! ମୁଁ ଏବେ ବିଦାୟ ନେଉଛି। ସିଦ୍ଧ ହେବାକୁ ଚେଷ୍ଟା କର। ମୁଁ ଯେପରି କହିଛି ସେହିପରି କାମ କରୁଥାଅ। ସମସ୍ତେ ଏକ ମନରେ ଓ ଶାନ୍ତିରେ ରୁହ। କେବେ ଶାନ୍ତି ଓ ପ୍ରେମର ପରମେଶ୍ୱର ତୁମ୍ଭମାନଙ୍କ ସହିତ ରହିବେ।

12 ପବିତ୍ର ଚୁମ୍ବନ ଦ୍ୱାରା ପରସ୍ପରକୁ ସ୍ୱାଗତ ଜଣାଅ। ପରମେଶ୍ୱରଙ୍କ ସମସ୍ତ ଲୋକ ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛନ୍ତି।

13 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ, ପରମେଶ୍ୱରଙ୍କ ପ୍ରେମ, ଓ ପବିତ୍ରଆତ୍ମାଙ୍କ ସହାୟତା ତୁମ୍ଭ ସମସ୍ତଙ୍କର ସହବର୍ତ୍ତୀ ହେଉ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center