Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 5-8

ମଣ୍ଡଳୀରେ ନୈତିକ ସମସ୍ୟା

ଲୋକେ ପ୍ରକୃତରେ କହୁଛନ୍ତି ଯେ, ତୁମ୍ଭମାନଙ୍କ ଭିତରେ ଯୌନଗତ ପାପ ଅଛି। ଏହି ପାପ ଏପରିକି ପରମେଶ୍ୱରଙ୍କୁ ନ ଜାଣିଥିବା ଲୋକମାନଙ୍କଠାରେ ମଧ୍ୟ ଏହା ହୁଏ ନାହିଁ। ଲୋକେ କହୁଛନ୍ତି ଯେ, ଜଣେ ଲୋକ ନିଜ ବାପାର ସ୍ତ୍ରୀ ସହିତ ବାସ କରୁଛି, ତଥାପି ମଧ୍ୟ ତୁମ୍ଭେମାନେ ଏହିସବୁ ପାଇଁ ଗର୍ବୀ। ତୁମ୍ଭେମାନେ ଏଥିପାଇଁ ଦୁଃଖିତ ହେବା ଉଚିତ୍। ଯିଏ ଏପରି ବ୍ୟଭିଗ୍ଭର କରିଛି, ତାହାକୁ ତୁମ୍ଭ ଦଳରୁ ବାହାର କରି ଦେବା ଉଚିତ୍। ମୁଁ ସ୍ୱଶରୀରରେ ତୁମ୍ଭମାନଙ୍କ ପାଖରେ ନାହିଁ କିନ୍ତୁ ଆତ୍ମାରେ ତୁମ୍ଭମାନଙ୍କ ସହିତ ଅଛି, ଓ ଯେଉଁ ଲୋକ ଏହି ପାପକର୍ମ କରିଛି, ମୁଁ ତୁମ୍ଭ ସହିତ ଥିଲେ ତାହାର ଯେପରି ବିଗ୍ଭର କରିଥା’ନ୍ତି, ସେହିପରି ମୁଁ ବିଗ୍ଭର କରି ସାରିଛି। ଆମ୍ଭର ପ୍ରଭୁ ଯୀଶୁଙ୍କ ନାମରେ ତୁମ୍ଭେମାନେ ଏକତ୍ର ହୁଅ। ମୁଁ ଆତ୍ମିକ ଭାବରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ ଥିବି ଓ ତୁମ୍ଭେମାନେ ପ୍ରଭୁ ଯୀଶୁଙ୍କ ଶକ୍ତିରେ ଏହି ଲୋକକୁ ଶୟତାନ ହସ୍ତରେ ସମର୍ପଣ କରିଦିଅ, ଯଦ୍ଦ୍ୱାରା ତା'ର ପାପର ଶରୀର ନଷ୍ଟ ହୋଇଯିବ। ତା'ହେଲେ ତା'ର ଆତ୍ମା ପ୍ରଭୁଙ୍କ ଦିନରେ ରକ୍ଷା ପାଇ ପାରିବ।

ତୁମ୍ଭମାନଙ୍କ ଗର୍ବ ଓ ଅହଂଙ୍କାର ଭଲ ନୁହେଁ। ତୁମ୍ଭେମାନେ ଏହି ଉକ୍ତି ବିଷୟରେ ଜାଣିଛ ଯେ, “ଅଳ୍ପ ଟିକିଏ ଖମୀର ସମସ୍ତ ଗୋଳାମଇଦାକୁ ଫୁଲାଇ ଦିଏ।” ତୁମ୍ଭେମାନେ ସମ୍ପୂର୍ଣ୍ଣ ଭାବେ ନୂତନ ଗୁଳା ହେବାଲାଗି ତୁମ୍ଭମାନଙ୍କ ଭିତରେ ଥିବା ପୁରୁଣା ଖମୀରକୁ ସମ୍ପୂର୍ଣ୍ଣ ଭାବେ ବାହାର କରି ଦିଅ। ତୁମ୍ଭେମାନେ ସେହି ଖମୀରଶୂନ୍ୟ ନିସ୍ତାରପର୍ବର ରୋଟୀ[a] ହଁ ଖ୍ରୀଷ୍ଟ ଆମ୍ଭର ନିସ୍ତାରପର୍ବ ସୂଚକ ମେଣ୍ଢା ଯେ କି ଆମ୍ଭ ପାଇଁ ବଳି ହୋଇ ଯାଇଛନ୍ତି। ଅତଏବ, ଆସ ଆମ୍ଭେମାନେ ନିସ୍ତାରପର୍ବର ରୋଟୀକୁ ଭୋଜନ କରିବା କିନ୍ତୁ ସେହି ପୁରୁଣା ଖମୀରଯୁକ୍ତ ରୋଟୀ ନୁହେଁ। ସେହି ପୁରୁଣା ଖମୀର ପାପ ଓ ମନ୍ଦର ଖମୀର। କିନ୍ତୁ ଆସ ସେହି ରୋଟୀ ଖାଇବା ଯେଉଁଥିରେ ଖମୀର ମିଶା ହୋଇ ନ ଥାଏ। ଏହି ରୋଟୀ ଉତ୍ତମ ଓ ସତ୍ୟର ରୋଟୀ।

ମୋର ପୂର୍ବ ପତ୍ରରେ ମୁଁ ଲେଖିଥିଲି ଯେ, ତୁମ୍ଭେମାନେ ଯୌନଗତ ପାପ କରିଥିବା ଲୋକଙ୍କ ସହିତ ସମ୍ପର୍କ ରଖିବ ନାହିଁ। 10 କିନ୍ତୁ ମୋର କହିବା ଅର୍ଥ ନ ଥିଲା ଯେ, ଜଗତର ପାପୀମାନଙ୍କ ସହିତ ତୁମ୍ଭେମାନେ ସମ୍ପର୍କ କାଟି ଦେବ। ଜଗତର ସେହି ଲୋକମାନେ ଯୌନଗତ ପାପ କରନ୍ତି, ଯେଉଁମାନେ ସ୍ୱାର୍ଥପର ସେମାନେ ମୂର୍ତ୍ତିପୂଜକ ଏମାନଙ୍କ ସହିତ ସମ୍ପର୍କ ନ ରଖିବା ଅର୍ଥ ହେବ, ଏହି ସଂସାରରୁ ଆମ୍ଭକୁ ବାହାରି ଯିବାକୁ ପଡ଼ିବ। 11 ମୋର ଲେଖିବାର ଅର୍ଥ ଥିଲା, ଯେ ଯେଉଁ ଲୋକ ନିଜକୁ ଖ୍ରୀଷ୍ଟଙ୍କର ଭାଇ ବୋଲି ଘୋଷଣା କରି ଏବେ ମଧ୍ୟ ଯୌନଗତ ପାପ କରୁଛି କିଅବା ସ୍ୱାର୍ଥ, ମୂର୍ତ୍ତିପୂଜକ, ଲୋକମାନଙ୍କୁ ମନ୍ଦ କଥା କୁହେ, କିମ୍ବା ମଦୁଆ କି ଲୋକମାନଙ୍କୁ ଠକୁଛି। ସେହିଭଳି ଲୋକମାନଙ୍କ ସହିତ ସମ୍ପର୍କ ରଖିବ ନାହିଁ। ଏହିପରିକି ଏଭଳି ଲୋକ ସହିତ ବସି ଭୋଜନ ମଧ୍ୟ ଗ୍ରହଣ କର ନାହିଁ।

12-13 ଯେଉଁମାନେ କୌଣସି ମଣ୍ଡଳୀର ସଭ୍ୟ ନୁହନ୍ତି, ସେମାନଙ୍କ ବିଗ୍ଭର କରିବା ଉଚିତ୍ ନୁହେଁ। ପରମେଶ୍ୱର ସେମାନଙ୍କର ବିଗ୍ଭର କରିବେ। କିନ୍ତୁ ଯେଉଁମାନେ ମଣ୍ଡଳୀର ସଭ୍ୟ ଅଟନ୍ତି, ତୁମ୍ଭେ ସେମାନଙ୍କର ବିଗ୍ଭର କର। ଶାସ୍ତ୍ର କୁହେ “ତୁମ୍ଭେମାନେ ନିଜ ଦଳରୁ ମନ୍ଦ ଲୋକକୁ ଅଲଗା କରିଦିଅ।”(A)

ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ବିବାଦର ମୀମାଂସା

ଯେତେବେଳେ ତୁମ୍ଭର ଅନ୍ୟ ଖ୍ରୀଷ୍ଟ ବିଶ୍ୱାସୀ ବିରୁଦ୍ଧରେ ଅଭିଯୋଗ ଥାଏ, ସେତେବେଳେ ତୁମ୍ଭେମାନେ କାହିଁକି ବିଗ୍ଭରାଳୟର ବିଗ୍ଭରପତି ନିକଟକୁ ଯାଅ? ପରମେଶ୍ୱରଙ୍କ ଦୃଷ୍ଟିରେ ସେମାନେ ଧାର୍ମିକ ନୁହନ୍ତି। ତେଣୁ ସୁବିଗ୍ଭର ନିମନ୍ତେ ପରମେଶ୍ୱରଙ୍କ ଲୋକ ନିକଟକୁ ନ ଯାଇ ବିଜାତୀୟ ଲୋକ ପାଖକୁ ଯିବାକୁ ଲଜ୍ଜାବୋଧ ହୁଏ ନାହିଁ କି? ତୁମ୍ଭେମାନେ ଅବଶ୍ୟ ଜାଣିଛ ଯେ ପରମେଶ୍ୱରଙ୍କର ଲୋକମାନେ ଜଗତର ବିଗ୍ଭର କରିବେ। ଅତଏବ, ଯଦି ତୁମ୍ଭେମାନେ ଜଗତର ବିଗ୍ଭର କରିବ, ତା'ହେଲେ ଏହିଭଳି ଛୋଟ ଛୋଟ କଥାଗୁଡ଼ିକର ବିଗ୍ଭର କ’ଣ ତୁମ୍ଭେମାନେ କରି ପାରିବ ନାହିଁ? ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ, ଭବିଷ୍ୟତରେ ଆମ୍ଭେ ସ୍ୱର୍ଗଦୂତମାନଙ୍କର ମଧ୍ୟ ବିଗ୍ଭର କରିବା। ତା'ହେଲେ ନିଶ୍ଚିତରେ ତୁମ୍ଭେମାନେ ଏହି ଜାଗତିକି ବିଷୟ ଗୁଡ଼ିକର ବିଗ୍ଭର କରି ପାରିବ। ଅତଏବ, ଯଦି ତୁମ୍ଭମାନଙ୍କ ଭିତରେ କିଛି ବିବାଦ ଅଛି, ତାହାହେଲେ ତୁମ୍ଭେମାନେ କାହିଁକି ମଣ୍ଡଳୀ ବାହାରର ଲୋକଙ୍କ ନିକଟକୁ ସେଥିର ମୀମାଂସା ପାଇଁ ଯିବ? ଏହି ଲୋକମାନେ ମଣ୍ଡଳୀ ଦୃଷ୍ଟିରୁ ନଗନ୍ୟ। ମୁଁ ତୁମ୍ଭକୁ ଲଜ୍ଜା ଦେବା ପାଇଁ ଏପରି କହୁଛି। ଖ୍ରୀଷ୍ଟ ବିଶ୍ୱାସୀ ଭାଇମାନଙ୍କ ମଧ୍ୟରେ ଥିବା ବିବାଦର ବିଗ୍ଭର କରିବାକୁ ତୁମ୍ଭମାନଙ୍କ ଭିତରେ କ’ଣ ଜଣେ ହେଲେ ଜ୍ଞାନୀ ଲୋକ ନାହିଁ? କିନ୍ତୁ ଏବେ ଜଣେ ଭାଇ ଅନ୍ୟଭାଇ ବିରୁଦ୍ଧରେ ଅଦାଲତକୁ ଯାଉଛି, ଓ ଅବିଶ୍ୱାସୀ ଲୋକଙ୍କୁ ବିବାଦ ସମାଧାନ ପାଇଁ ସୁଯୋଗ ଦେଉଛି।

ତୁମ୍ଭମାନଙ୍କ ଭିତରେ ଥିବା ଆଇନଗତ ବିବାଦଗୁଡ଼ିକ ଦର୍ଶାଇ ଦିଏ ଯେ, ତୁମ୍ଭେମାନେ ପରାଜିତ ହୋଇ ସାରିଛ। ତା’ ଅପେକ୍ଷା ଅନ୍ୟ କେହି ତୁମ୍ଭମାନଙ୍କୁ ଠକିଥିଲେ ବା ତୁମ୍ଭମାନଙ୍କ ପ୍ରତି ଅନ୍ୟାୟ କରିଥିଲେ ଭଲ ହୋଇଥା’ନ୍ତା। ତା’ ପରିବର୍ତ୍ତେ ତୁମ୍ଭେମାନେ ନିଜେ ନିଜ ପ୍ରତି ଅନ୍ୟାୟ କରୁଛ ଓ ଠକୁଛ। ଖ୍ରୀଷ୍ଟରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ମଧ୍ୟ ଅନ୍ୟାୟ କରୁଛ।

9-10 ଅଥବା, ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ ଯେଉଁ ଲୋକମାନେ ମନ୍ଦ କର୍ମ କରନ୍ତି, ସେମାନେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହେବେ ନାହିଁ। ନିଜକୁ ପ୍ରତାରଣା କର ନାହିଁ। ଯେଉଁମାନେ ଯୌନଗତ ପାପ କରନ୍ତି, ପୁଣି ମୂର୍ତ୍ତିପୂଜକ, ବ୍ୟଭିଗ୍ଭରୀ, ସମଲିଙ୍ଗୀ, ସ୍ୱାର୍ଥପର, ଗ୍ଭେର, ମଦୁଆ, ପରନିନ୍ଦକ ଓ ଠକୁଆ, ସେମାନେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହେବେ ନାହିଁ। 11 ପୂର୍ବରୁ ତୁମ୍ଭମାନଙ୍କ ଭିତରୁ କେତେକ ଏହିପରି ଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କ ପାପ ଧୌତ ହୋଇଛି। ତୁମ୍ଭମାନଙ୍କୁ ପବିତ୍ର କରାଯାଇଛି। ତୁମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭ ପରମେଶ୍ୱରଙ୍କ ଆତ୍ମା ଦ୍ୱାରା ଧାର୍ମିକ କରାଯାଇଛି।

ନିଜ ଶରୀରକୁ ପରମେଶ୍ୱରଙ୍କ ମହିମାରେ ଲଗାଅ

12 “ସମସ୍ତ ବିଷୟ ସାଧନ କରିବା ପାଇଁ ମୋତେ ଅନୁମତି ମିଳିଛି।” କିନ୍ତୁ ପ୍ରତ୍ୟେକ ବିଷୟ ଭଲ ନୁହେଁ। “ସମସ୍ତ ବିଷୟ ସାଧନ କରିବା ପାଇଁ ମୋତେ ଅନୁମତି ମିଳିଛି” କିନ୍ତୁ ମୋ’ ଉପରେ କର୍ତ୍ତୃତ୍ୱ କରିବାକୁ ମୁଁ କାହାକୁ ଦେବି ନାହିଁ। 13 “ଖାଦ୍ୟ ପେଟ ପାଇଁ ଓ ପେଟ ଖାଦ୍ୟ ପାଇଁ ଅଟେ।” ଏ କଥା ଠିକ୍, କିନ୍ତୁ ପରମେଶ୍ୱର ଏ ଦୁହିଁକୁ ନାଶ କରିବେ। ଶରୀର ଯୌନଗତ ପାପ ପାଇଁ ନୁହେଁ, ଏବଂ ପ୍ରଭୁଙ୍କ ପାଇଁ ଉଦ୍ଧିଷ୍ଟ, ଓ ପ୍ରଭୁ ଶରୀର ପାଇଁ ଅଟନ୍ତି। 14 ପରମେଶ୍ୱର କେବଳ ପ୍ରଭୁଙ୍କୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ କରି ନାହାନ୍ତି, ବରଂ ନିଜର ଶକ୍ତି ଦ୍ୱାରା ସେ ଆମ୍ଭମାନଙ୍କୁ ମଧ୍ୟ ମୃତ୍ୟୁରୁ ପୁନରୁ‌ତ୍‌ଥିତ କରିବେ। 15 ତୁମ୍ଭେମାନେ କ’ଣ ଜାଣି ନାହଁ ଯେ, ତୁମ୍ଭମାନଙ୍କ ଶରୀରଗୁଡ଼ିକ ଖ୍ରୀଷ୍ଟଙ୍କର ଅଙ୍ଗବିଶେଷ? ତା'ହେଲେ ତୁମ୍ଭେମାନେ କ’ଣ ଭାବୁଛ ଯେ, ମୁଁ ଖ୍ରୀଷ୍ଟଙ୍କର ଅଙ୍ଗଗୁଡ଼ିକୁ ନେଇଯିବି, ଓ ସେଗୁଡ଼ିକୁ କୌଣସି ବେଶ୍ୟାର ଅଙ୍ଗ କରିଦେବି? କେବେ ନୁହେଁ। 16 ଶାସ୍ତ୍ରରେ ଲେଖାଅଛି “ଉଭୟ ଏକ ହେବେ।”(B) ଅତଏବ ତୁମ୍ଭେମାନେ ଜାଣିବା ଉଚିତ୍ ଯେ ବେଶ୍ୟାଗମନ କରୁଥିବା ଜଣେ ଲୋକ ଶାରୀରିକ ଭାବରେ ତା’ ସହିତ ଏକ ହୁଏ। 17 କିନ୍ତୁ ଯେଉଁ ଲୋକ ପ୍ରଭୁଙ୍କ ସଙ୍ଗରେ ରହେ ସେ ଆତ୍ମାରେ ତାହାଙ୍କ ସହିତ ଏକ ହୁଏ।

18 ଅତଏବ ଯୌନଗତ ପାପଠାରୁ ଦୂରରେ ରୁହ। ଜଣେ ଲୋକ ଅନ୍ୟ ସମସ୍ତ ପ୍ରକାରର ପାପ, ନିଜ ଶରୀରର ବାହାରେ କରେ। କିନ୍ତୁ ଯୌନଗତ ପାପ ଦ୍ୱାରା ସେ ନିଜ ଶରୀର ବିରୁଦ୍ଧରେ ପାପ କରେ। 19 ତୁମ୍ଭେମାନେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭମାନଙ୍କ ଶରୀର ପବିତ୍ରଆତ୍ମାଙ୍କ ମନ୍ଦିର ଅଟେ। ପବିତ୍ରଆତ୍ମା ଅନ୍ତରରେ ଅଛନ୍ତି। ପବିତ୍ରଆତ୍ମାଙ୍କୁ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ପାଇଛ। ତୁମ୍ଭେମାନେ ନିଜେ ନିଜର ନୁହଁ। 20 କାରଣ ପରମେଶ୍ୱର ତୁମ୍ଭମାନଙ୍କୁ ମୂଲ୍ୟ ଦେଇ କିଣିଛନ୍ତି। ସେଥିପାଇଁ ନିଜ ଶରୀର ମାଧ୍ୟମରେ ପରମେଶ୍ୱରଙ୍କୁ ଗୌରବ ଦିଅ।

ବିବାହ ବିଷୟରେ

ଏବେ ମୁଁ ତୁମ୍ଭେମାନେ ଲେଖିଥିବା ବିଷୟ ଗୁଡ଼ିକରେ ଉତ୍ତର ଦେଉଛି। ପୁରୁଷ ପକ୍ଷେ ବିବାହ ନ କରିବା ଭଲ। କିନ୍ତୁ ଯୌନଗତ ପାପ ବଡ଼ ବିପଦଜନକ। ଅତଏବ ପ୍ରତ୍ୟେକ ପୁରୁଷର ନିଜର ପତ୍ନୀ ଥିବା ଉଚିତ୍। ସେହିଭଳି ପ୍ରତ୍ୟେକ ସ୍ତ୍ରୀର ନିଜ ସ୍ୱାମୀ ଥିବା ଉଚିତ୍। ପତି ଆପଣାର ପତ୍ନୀକୁ ତାହାର ପ୍ରାପ୍ୟ ଦେବା ଉଚିତ୍। ପତ୍ନୀର ତା’ ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା'ର ଶରୀର ଉପରେ ତା’ ସ୍ୱାମୀର ଅଧିକାର ଅଛି। ସେହିଭଳି ସ୍ୱାମୀର ତା’ ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା'ର ଶରୀର ଉପରେ ତା'ର ସ୍ତ୍ରୀର ଅଧିକାର ଅଛି। ନିଜର ଅଧିକାରରୁ ପରସ୍ପରକୁ ବଞ୍ଚିତ କର ନାହିଁ। କିନ୍ତୁ ତୁମ୍ଭେ ଦୁହେଁ ପ୍ରାର୍ଥନାରେ ନିଜକୁ ଉତ୍ସର୍ଗ କରିବା ପାଇଁ ଏକମତ ହୋଇ ଅଳ୍ପ ସମୟ ପାଇଁ ପୃଥକ ହୁଅ। ତା'ପରେ ପୁନର୍ବାର ଏକାଠି ହୁଅ, ଯଦ୍ଦ୍ୱାରା ଶୟତାନ ତୁମ୍ଭମାନଙ୍କ ଦୁର୍ବଳତାର ସୁଯୋଗ ନେଇ ତୁମ୍ଭମାନଙ୍କୁ ପ୍ରଲୋଭିତ କରି ପାରିବ ନାହିଁ। ମୋର ଏହା ଆଦେଶ ନୁହେଁ, ବରଂ କିଛି ସମୟ ପାଇଁ ପୃଥକ ରହିବାକୁ ଅନୁମତି ଦେଉଛି। ମୁଁ ଇଚ୍ଛା କରେ ଯେ, ସମସ୍ତେ ମୋ’ ଭଳି ରୁହନ୍ତୁ। କିନ୍ତୁ ପ୍ରତ୍ୟେକ ଲୋକକୁ ପରମେଶ୍ୱରଙ୍କଠାରୁ ଏକ ବିଶେଷ ଅନୁଗ୍ରହ ମିଳିଛି। ଯଦି ଜଣକର ଗୋଟିଏ ପ୍ରକାର ଅନୁଗ୍ରହଦାନ ତା'ହେଲେ ଅନ୍ୟ ଜଣକ ନିମନ୍ତେ ଅନ୍ୟ ପ୍ରକାରର ଅନୁଗ୍ରହଦାନ ଅଛି।

ଏବେ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହୁଛି ଯେ, ଯଦି ସେମାନେ ମୋ’ ଭଳି ଏକାକୀ ରହି ପାରିବେ, ତା'ହେଲେ ଭଲ। କିନ୍ତୁ ଯଦି ସେମାନେ ନିଜ ଶରୀର ଉପରେ ନିୟନ୍ତ୍ରଣ ରଖି ପାରିବେ ନାହିଁ, ତା'ହେଲେ ସେମାନେ ବିବାହ କରିବା ଉଚିତ୍। କାରଣ କାମ ବାସନାର ଅଗ୍ନିରେ ପୋଡ଼ି ହେବା ଅପେକ୍ଷା ବିବାହ କରିବା ଉତ୍ତମ।

10 ଯେଉଁମାନେ ବିବାହିତ ସେମାନଙ୍କୁ ମୁଁ ଏହି ଆଦେଶ ଦେଉଛି-ଏହି ଆଦେଶ ମୋ'ଠାରୁ ନୁହେଁ ବରଂ, ପ୍ରଭୁ ନିଜେ ଏହି ଆଦେଶ ଦିଅନ୍ତି। 11 ଯେ, ପତ୍ନୀ ନିଜ ପତିକୁ କେବେ ହେଲେ ଛାଡ଼ିବା ଉଚିତ୍ ନୁହେଁ, କିନ୍ତୁ ଯଦି ପତ୍ନୀ ନିଜ ପତିକୁ ଛାଡ଼େ, ତା'ହେଲେ ପୁନଃ ବିବାହ ନ କରି ରହିବା ଉଚିତ୍ ବା ନିଜ ପତି ସହିତ ମିଶିଯିବା ଉଚିତ୍। ଠିକ୍ ସେହିଭଳି ପତି ମଧ୍ୟ ନିଜ ପତ୍ନୀକୁ ଛାଡ଼ପତ୍ର ଦେବା ଉଚିତ୍ ନୁହେଁ।

12 ମୁଁ ଅନ୍ୟ ସମସ୍ତ ଲୋକଙ୍କୁ ଏହା କହେ (ଏହା ମୋର କଥା, ପ୍ରଭୁଙ୍କର ନୁହେଁ): ଯଦି କୌଣସି ଖ୍ରୀଷ୍ଟିୟ ଭାଇଙ୍କର ଏପରି ପତ୍ନୀ ଅଛି ଓ ସେ ଖ୍ରୀଷ୍ଟ ବିଶ୍ୱାସିନୀ ନୁହେଁ ମାତ୍ର ପତି ସହିତ ରହିବାକୁ ଇଚ୍ଛୁକ, ତା'ହେଲେ ପତି ତାକୁ ତ୍ୟାଗ କରିବା ଉଚିତ୍ ନୁହେଁ। 13 ଯଦି କୌଣସି ପତ୍ନୀର ପତି ଅଛି, ଓ ସେ ଖ୍ରୀଷ୍ଟ ବିଶ୍ୱାସୀ ନୁହେଁ, କିନ୍ତୁ ସେ ପତ୍ନୀ ସହିତ ରହିବା ପାଇଁ ଇଚ୍ଛୁକ, ତା'ହେଲେ ପତ୍ନୀ ତାକୁ ଛାଡ଼ପତ୍ର ଦେବା ଅନୁଚିତ୍। 14 ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ନ କରୁଥିବା ପତି, ତା'ର ବିଶ୍ୱାସ କରୁଥିବା ପତ୍ନୀ ମାଧ୍ୟମରେ ପବିତ୍ର କରାଯାଇଅଛି। ସେହିଭଳି ବିଶ୍ୱାସ ନ କରୁଥିବା ପତ୍ନୀ, ତା’ ବିଶ୍ୱାସ କରୁଥିବା ପତି ମାଧ୍ୟମରେ ପବିତ୍ର କରାଯାଇ ଅଛି। ଯଦି ଏହା ସତ୍ୟ ହୋଇ ନ ଥା’ନ୍ତା, ତା'ହେଲେ ତୁମ୍ଭମାନଙ୍କ ସନ୍ତାନମାନେ କଦାପି ଶୁଚି ହୋଇ ନ ଥା’ନ୍ତେ। କିନ୍ତୁ ସେମାନେ ଏବେ ପବିତ୍ର ଅଟନ୍ତି।

15 ତଥାପି ଯଦି ଜଣେ ଅବିଶ୍ୱାସୀ, ଜଣେ ବିଶ୍ୱାସୀଠାରୁ ଅଲଗା ହେବାକୁ ଇଚ୍ଛା କରେ, ତା'ହେଲେ ସେ ଅଲଗା ହୋଇପାରେ। ଯେତେବେଳେ ଏପରି ଘଟିବ, ଖ୍ରୀଷ୍ଟିୟ ଭାଇ ଓ ଭଉଣୀ ବିବାହ ବନ୍ଧନରୁ ମୁକ୍ତ ହେବେ। ପରମେଶ୍ୱର ତୁମ୍ଭମାନଙ୍କୁ ଶାନ୍ତିରେ ରହିବାକୁ ଆହ୍ୱାନ ଦେଇଛନ୍ତି। 16 ପତ୍ନୀଗଣ ହୁଏତ ତୁମ୍ଭେମାନେ ନିଜର ରକ୍ଷା କରି ପାରିବ; ପତିଗଣ! ହୁଏତ ତୁମ୍ଭେମାନେ ନିଜ ନିଜର ପତ୍ନୀକୁ ରକ୍ଷା କରି ପାରିବ। ଭବିଷ୍ୟତରେ କ’ଣ ଘଟିବ, ଏହା ତୁମ୍ଭେମାନେ ଏବେ ଜାଣି ନାହଁ।

ପରମେଶ୍ୱରଙ୍କ ଆହ୍ୱାନ ଅନୁସାରେ ଜୀବନଯାପନ କର

17 ପ୍ରଭୁ ତୁମକୁ ଆହ୍ୱାନ କଲାବେଳେ ଯେଉଁ ପ୍ରକାର ଜୀବନଯାପନ କରିବା ପାଇଁ ଗ୍ଭଳନା ଦେଉଛନ୍ତି, ପ୍ରତ୍ୟେକ ଲୋକ ସେହିଭଳି ଜୀବନଯାପନ କରିବା ଉଚିତ୍। ମୁଁ ସମସ୍ତ ମଣ୍ଡଳୀକୁ ଏହି ନିର୍ଦ୍ଦେଶ ଦିଏ। 18 ପରମେଶ୍ୱରଙ୍କ ଆହ୍ୱାନ ପାଇବା ପୂର୍ବରୁ ଯଦି କାହାର ସୁନ୍ନତ ହୋଇ ଯାଇଛି, ସେ ତାହା ପରିବର୍ତ୍ତନ କରିବା ଉଚିତ୍ ନୁହେଁ। ଯଦି ଜଣେ ଆହ୍ୱାନ ପାଇବା ବେଳେ ସୁନ୍ନତ ହୋଇ ନାହିଁ, ତା'ର ମଧ୍ୟ ସୁନ୍ନତ ହେବା ଉଚିତ୍ ନୁହେଁ। 19 ଜଣେ ସୁନ୍ନତ ହୋଇଛି ବା ନାହିଁ, ତାହା ବଡ଼ ବିଷୟ ନୁହେଁ, ମାତ୍ର ପରମେଶ୍ୱରଙ୍କର ଆତ୍ମାଙ୍କୁ ମାନିବା ବଡ଼ ବିଷୟ। 20 ପରମେଶ୍ୱର ଆହ୍ୱାନ କଲାବେଳେ ଯେ ଯେଉଁ ଅବସ୍ଥାରେ ଥିଲ, ସେ ସେଭଳି ଥାଉ। 21 ଯଦି ପରମେଶ୍ୱର ତୁମ୍ଭମାନଙ୍କୁ କ୍ରୀତଦାସ ଥିବା ଅବସ୍ଥାରେ ଡାକିଛନ୍ତି, ସେଥିପାଇଁ ଦୁଃଖ କର ନାହିଁ। କିନ୍ତୁ ଯଦି ତୁମ୍ଭେମାନେ ସ୍ୱାଧୀନ ହୋଇପାର, ତାହାହେଲେ ସେହି ସୁଯୋଗର ବ୍ୟବହାର କର। 22 କାରଣ ଯେଉଁ ଲୋକକୁ ପ୍ରଭୁ ଆହ୍ୱାନ କଲାବେଳେ କ୍ରୀତଦାସ ଥିଲା, ଏବେ ସେ ପ୍ରଭୁଙ୍କଠାରେ ସ୍ୱାଧୀନ ଲୋକ। ସେହି ପ୍ରକାର ସ୍ୱାଧୀନ ଲୋକ ଥିଲାବେଳେ ପ୍ରଭୁ ଯାହାକୁ ଆହ୍ୱାନ କଲେ, ସେ ଏବେ ପ୍ରଭୁଙ୍କର କ୍ରୀତଦାସ ଅଟେ। 23 ପରମେଶ୍ୱର ମୂଲ୍ୟ ଦେଇ ତୁମ୍ଭମାନଙ୍କୁ କିଣିଛନ୍ତି। ତେଣୁ ମନୁଷ୍ୟମାନଙ୍କ କ୍ରୀତଦାସ ହୁଅ ନାହିଁ। 24 ଅତଏବ ମଣିଷମାନଙ୍କର ଦାସ ହୁଅ ନାହିଁ। ଭାଇ ଓ ଭଉଣୀମାନେ! ଆହ୍ୱାନ ହେଲାବେଳେ ଯେ ଯେଉଁ ଅବସ୍ଥାରେ ଥିଲା, ପରମେଶ୍ୱରଙ୍କ ସହ ନୂତନ ଜୀବନ ଲାଭ କରି, ସେ ସେହିପରି କାର୍ଯ୍ୟ କରୁ।

ବିବାହ କରିବା ବିଷୟକ ପ୍ରଶ୍ନ

25 ଏବେ ମୁଁ ଅବିବାହିତ ଲୋକମାନଙ୍କ ବିଷୟରେ କହୁଛି। ଏ ବିଷୟରେ ପ୍ରଭୁଙ୍କଠାରୁ ମୋତେ କୌଣସି ଆଦେଶ ମିଳି ନାହିଁ। କିନ୍ତୁ ପ୍ରଭୁ ମୋ’ ପ୍ରତି ଦୟା ଦେଖାଇ ଥିବାରୁ ଓ ମୁଁ ବିଶ୍ୱାସଭାଜନ ହୋଇ ଥିବାରୁ, ମୁଁ ମୋର ମତାମତ ଦେଉଛି। 26 ଏହା ସଙ୍କଟର ସମୟ। ଅତଏବ, ମୋ’ ମତରେ ତୁମ୍ଭେ ଯେପରି ଅଛ ସେହିପରି ରହିବା ଉତ୍ତମ। 27 ଯଦି ତୁମ୍ଭେମାନେ ବିବାହିତ, ତେବେ ପତ୍ନୀଠାରୁ ମୁକ୍ତ ହେବାକୁ ଚେଷ୍ଟା କର ନାହିଁ। କିନ୍ତୁ ଯଦି ତୁମ୍ଭମାନଙ୍କର ବିବାହ ହୋଇ ନାହିଁ, ତେବେ ପତ୍ନୀଟିଏ ଖୋଜିବା ପାଇଁ ଚେଷ୍ଟା କର ନାହିଁ। 28 କିନ୍ତୁ ଯଦି ତୁମ୍ଭେମାନେ ବିବାହ କରିବା ପାଇଁ ମନସ୍ଥ କରିଛ, ତେବେ ଏହା ପାପ ନୁହେଁ। ଜଣେ କୁମାରୀ କନ୍ୟା ବିବାହ କଲେ ପାପ କରେ ନାହିଁ। କିନ୍ତୁ ଯେଉଁମାନେ ବିବାହ କରନ୍ତି, ସେମାନେ ଏହି ଜୀବନରେ କଷ୍ଟ ପାଇବେ। ଏହି କଷ୍ଟରୁ ମୁଁ ତୁମ୍ଭମାନଙ୍କୁ ମୁକ୍ତ ରଖିବାକୁ ଇଚ୍ଛା କରେ।

29 ଭାଇ ଓ ଭଉଣୀମାନେ! ମୋର କହିବା କଥା ଯେ, ସମୟ ବହୁତ କମ୍ ଅଛି। ଅତଏବ, ଏହା ପରେ, ଯେଉଁମାନଙ୍କର ପତ୍ନୀ ଅଛନ୍ତି ସେମାନେ ପ୍ରଭୁଙ୍କ ପାଇଁ ସମୟ ଦିଅନ୍ତୁ, ଯେପରି ସେମାନଙ୍କ ପତ୍ନୀ ନାହିଁ। 30 ଯେଉଁମାନେ ଦୁଃଖୀ ସେମାନେ ଦୁଃଖୀ ନ ହେଲା ଭଳି ରୁହନ୍ତୁ। ଯେଉଁମାନେ ସୁଖୀ, ସେମାନେ ଏପରି ରୁହନ୍ତୁ ଯେପରି ସୁଖୀ ନୁହନ୍ତି। ଯେଉଁମାନେ ଜିନିଷ ପତ୍ର କିଣି ପାରନ୍ତି ସେମାନେ ନିଜ ପାଖରେ କିଛି ନ ଥିଲା ଭଳି ରୁହନ୍ତୁ। 31 ଯେଉଁମାନେ ସାଂସାରିକ ଭୋଗ-ବିଳାସର ସାମଗ୍ରୀ ଗୁଡ଼ିକ ବ୍ୟବହାର କରୁଛନ୍ତି, ସେମାନେ ଏପରି ରୁହନ୍ତୁ ଯେପରି ସେ ଗୁଡ଼ିକ ସେମାନଙ୍କ ପାଇଁ ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହିପରି ଭାବରେ ରୁହ, କାରଣ ଜଗତର ବାହ୍ୟିକ ବିଷୟ ସବୁ ଶୀଘ୍ର ଲୋପ ପାଇବ।

32 ତୁମ୍ଭେମାନେ ଯେପରି ଚିନ୍ତା ନ କର ଏହା ମୋର ଇଚ୍ଛା। ଅବିବାହିତ ଲୋକ ପ୍ରଭୁଙ୍କ କାମରେ ଲାଗିଥାଏ ଓ ସେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ। 33 କିନ୍ତୁ ଯେଉଁ ଲୋକ ବିବାହିତ, ସେ ସାଂସାରିକ ବିଷୟରେ ଲିପ୍ତ ରହି ତା'ର ପତ୍ନୀକୁ ସନ୍ତୁଷ୍ଟ କରିବା ପାଇଁ ବ୍ୟସ୍ତ ରହିଥାଏ। ଅତଏବ ସେ ଦୁଇଟି ବିଷୟ ପ୍ରତି ଧ୍ୟାନ ଦିଅ: ପତ୍ନୀକୁ ସନ୍ତୁଷ୍ଟ ଓ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା। ଜଣେ ଅବିବାହିତା ସ୍ତ୍ରୀ ଅର୍ଥାତ୍ କୁମାରୀ କନ୍ୟା ପ୍ରଭୁଙ୍କ ପାଇଁ ସମୟ ଦିଏ। 34 ସେ ତା'ର ଶରୀର ଓ ଆତ୍ମା ଉଭୟକୁ ପ୍ରଭୁଙ୍କଠାରେ ସମର୍ପିତ କରିପାରେ। କିନ୍ତୁ ଜଣେ ବିବାହିତା ସ୍ତ୍ରୀ, ଜାଗତିକତାରେ ମାତି ରହି, ନିଜ ସ୍ୱାମୀକୁ ସନ୍ତୁଷ୍ଟ କରିବାରେ ବ୍ୟସ୍ତ ରୁହେ। 35 ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କ ଭଲ ପାଇଁ କହୁଛି, ତୁମ୍ଭମାନଙ୍କ ଉପରେ କୌଣସି କଡ଼ା ପ୍ରତିବନ୍ଧକ ଲଗାଇବା ପାଇଁ ନୁହେଁ। ମୁଁ ଇଚ୍ଛା କରେ ଯେ ତୁମ୍ଭେମାନେ ନିଜକୁ କୌଣସି ଅନ୍ୟ କାମରେ ନ ଲଗାଇ, ସମ୍ପୂର୍ଣ୍ଣ ଭାବରେ ପ୍ରଭୁଙ୍କଠାରେ ସମର୍ପଣ କର।

36 ଯଦି କେହି ନିଜର କନ୍ୟା ଗତବୟସ୍କା ହେବାର ଦେଖି ଭାବେ ଯେ, ସେ ନିଜ କୁମାରୀ କନ୍ୟା ପ୍ରତି ଉଚିତ୍ ବ୍ୟବହାର କରୁ ନାହିଁ, ଓ ଭାବେ ଯେ କନ୍ୟାର ବିବାହ ଆବଶ୍ୟକ, ତେବେ ସେ ଯେପରି ଗ୍ଭହେଁ ସେହିପରି କରିପାରେ। ସେମାନଙ୍କର ବିବାହ କରିଦେବା ଉଚିତ୍। ଏହା ପାପ ନୁହେଁ। 37 କିନ୍ତୁ ଆଉ ଜଣେ ଲୋକ ଅଧିକ ଦୃଢ଼ମନା ଥାଇପାରେ ଯେ ବାହା ହେବା ଦରକାର ନାହିଁ। ତାହାହେଲେ ସେ ଯାହା ଗ୍ଭହେଁ ତାହା କରିବା ପାଇଁ ସ୍ୱାଧୀନତା ପାଇଛି। ଯଦି ସେ ଗ୍ଭହେଁ ତାହାର ମନରେ ଯେ ସେ ତାହାର କନ୍ୟାକୁ ବିବାହ ଦେବ ନାହିଁ, ସେ ଉଚିତ୍ କରୁଛିା 38 ଅତଏବ ଯିଏ ନିଜର କୁମାରୀ କନ୍ୟାର ବିବାହ କରାଉଛି, ସେ ଭଲ କରୁଛି ଓ ଯିଏ କୁମାରୀ କନ୍ୟାର ବିବାହ କରାଉ ନାହିଁ, ସେ ଅଧିକ ଭଲ କରୁଛି।

39 ଜଣେ ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ସେ ତା’ ସହିତ ରହିବା ପାଇଁ ବାଧ୍ୟ। ସ୍ୱାମୀ ମରିଗଲା ପରେ ସେ ଯେକୌଣସି ଅନ୍ୟ ଲୋକ ସହିତ ବିବାହ କରିବା ପାଇଁ ସ୍ୱାଧୀନ ଅଟେ। କିନ୍ତୁ ସେ ପ୍ରଭୁଙ୍କ ପ୍ରତି ସମ୍ପୂର୍ଣ୍ଣ ବିଶ୍ୱସ୍ତ ହେବା ଉଚିତ୍। 40 ଏକ ସ୍ତ୍ରୀ ଯଦି ପୁନଃ ବିବାହ ନ କରେ, ତା'ହେଲେ ସେ ଅଧିକ ସୁଖୀ ରହିବ। ଏହା ହେଉଛି ମୋର ମତ। ମୁଁ ବିଶ୍ୱାସ କରେ ଯେ ମୋ’ ପାଖରେ ମଧ୍ୟ ପରମେଶ୍ୱରଙ୍କ ଆତ୍ମା ଅଛି।

ମୂର୍ତ୍ତିଠାରେ ଉତ୍ସର୍ଗ ହୋଇଥିବା ପ୍ରସାଦ

ଏବେ ମୁଁ ମୂର୍ତ୍ତିଗୁଡ଼ିକଠାରେ[b] ଉତ୍ସର୍ଗୀକୃତ ମାଂସ ବିଷୟରେ କହିବି। ଆମ୍ଭେ ଜାଣୁ “ଆମ୍ଭ ସମସ୍ତଙ୍କ ପାଖରେ ଜ୍ଞାନ ଅଛି।” କିନ୍ତୁ “ଜ୍ଞାନ” ତୁମ୍ଭମାନଙ୍କୁ ଅହଂକାରୀ କରିଦିଏ। କିନ୍ତୁ ପ୍ରେମ ଅନ୍ୟମାନଙ୍କୁ ବଳିଷ୍ଠ କରିବାରେ ତୁମ୍ଭମାନଙ୍କୁ ସାହାଯ୍ୟ କରେ। ଯଦି କିଏ ଭାବେ ଯେ, ସେ କିଛି ଜାଣେ ତା'ହେଲେ ସେ ଯେ ମୂର୍ଖ ଏହା ଜାଣି ରଖିବା ଉଚିତ୍। କିନ୍ତୁ ଯିଏ ପରମେଶ୍ୱରଙ୍କୁ ପ୍ରେମ କରେ, ପରମେଶ୍ୱର ତାହାର ପରିଚୟ ନିଅନ୍ତି।

ଅତଏବ ମାଂସ ଖାଇବା ବିଷୟରେ ମୁଁ ଏହା କହେ ଯେ, ଆମ୍ଭେ ଜାଣୁ ଯେ ଜଗତରେ ପ୍ରକୃତରେ ପ୍ରତିମା ବୋଲି କିଛି ନାହିଁ। ଏବଂ ଆମ୍ଭେ ଜାଣୁ ଯେ ଜଣେ ମାତ୍ର ପରମେଶ୍ୱର ଅଛନ୍ତି। ଆକାଶ ବା ପୃଥିବୀରେ ଅନେକଗୁଡ଼ିଏ ତଥା-କଥିତ ଦେବତା ଥାଇ ପାରନ୍ତି (ଲୋକେ ଅନେକ ବସ୍ତୁକୁ “ଦେବଗଣ” ଓ “ପ୍ରଭୁଗଣ” ବୋଲି କହୁଛନ୍ତି, କିନ୍ତୁ ତାହା ମହତ୍ତ୍ୱପୂର୍ଣ୍ଣ ନୁହେଁ।) କିନ୍ତୁ ଆମ୍ଭ ପାଇଁ ଜଣେ ପରମେଶ୍ୱର ଅଛନ୍ତି। ସେ ଆମ୍ଭର ପରମପିତା। ସମସ୍ତ ବିଷୟ ତାହାଙ୍କଠାରୁ ଆସେ, ଓ ଆମ୍ଭେ ତାହାଙ୍କ ପାଇଁ ଜୀବିତ ଅଛୁ। ପ୍ରଭୁ କେବଳ ଜଣେ। ସେ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ପ୍ରତ୍ୟେକ ବିଷୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ନିର୍ମିତ, ଓ ସେ ଆମ୍ଭମାନଙ୍କୁ ଜୀବନ ଦେଇଛନ୍ତି।

କିନ୍ତୁ ଏହି ଜ୍ଞାନ ସମସ୍ତଙ୍କ ପାଖରେ ନାହିଁ। କେତେକ ଲୋକ ପୂର୍ବ ଅଭ୍ୟାସ ଯୋଗୁଁ ଏବେ ସୁଦ୍ଧା ମୂର୍ତ୍ତି ଉପାସନା କରନ୍ତି। ଏବଂ ମାଂସ ଖାଇବା ବେଳେ, ତାହା ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏ ପ୍ରସାଦ ବୋଲି ମନେ କରନ୍ତି। ଏହି ମାଂସ ଖାଇବା ଉଚିତ୍ କି ନୁହେଁ, ଏ ସମ୍ବନ୍ଧରେ ସେମାନଙ୍କର ନିଶ୍ଚିତ ବୋଧ ନାହିଁ। ଅତଏବ, ଖାଇଲା ବେଳେ ନିଜେ ନିଜକୁ ଦୋଷୀ ମନେ କରନ୍ତି। ଖାଦ୍ୟ ଆମକୁ ପରମେଶ୍ୱରଙ୍କ ନିକଟବର୍ତ୍ତୀ କରାଏ ନାହିଁ। ଖାଦ୍ୟ ନ ଖାଇବା ଦ୍ୱାରା ପରମେଶ୍ୱରଙ୍କ ସହ ଆମର ସମ୍ପର୍କରେ କ୍ଷତି ହୁଏ ନାହିଁ, ଓ ଖାଇବା ଦ୍ୱାରା ଆମ୍ଭର କିଛି ଲାଭ ମଧ୍ୟ ହୁଏ ନାହିଁ।

କିନ୍ତୁ ନିଜର ସ୍ୱାଧୀନତା ବିଷୟରେ ସାବଧାନ ରୁହ। ତୁମ୍ଭମାନଙ୍କର ଏହି ସ୍ୱାଧୀନତା, ଦୁର୍ବଳ ବିଶ୍ୱାସୀମାନଙ୍କୁ ପାପରେ ନ ପକାଉ। 10 ତୁମ୍ଭମାନଙ୍କର ହିତାହିତ ଜ୍ଞାନ ଅଛି। ତେଣୁ ତୁମ୍ଭେ ଦେବ ମନ୍ଦିର ଭୋଜନ ଶାଳାରେ ବସି ଖାଇବା ପାଇଁ ଉଚିତ୍ ମନେ କରିପାର। କିନ୍ତୁ କୌଣସି ଦୁର୍ବଳ ବିଶ୍ୱାସୀ, ସେଠାରେ ତୁମ୍ଭମାନଙ୍କୁ ଦେଖି ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ମାଂସ ଖାଇବାକୁ ସାହସ ପାଇବ। ସେ ଏପରି କରିବା ଭୁଲ୍ ଜାଣି ମଧ୍ୟ ଏହାକୁ ଖାଇବ। 11 ଅତଏବ ସେହି ଦୁର୍ବଳ ବିଶ୍ୱାସୀ ଯାହା ନିମନ୍ତେ ଯୀଶୁ ଖ୍ରୀଷ୍ଟ ପ୍ରାଣତ୍ୟାଗ କରିଛନ୍ତି, ତାହାର ଆତ୍ମିକ ପତନ ପାଇଁ ତୁମ୍ଭେ ଦାୟୀ ହେବ। 12 ତୁମ୍ଭେମାନେ ଖ୍ରୀଷ୍ଟିୟ ଭାଇ ଓ ଭଉଣୀମାନଙ୍କ ବିରୁଦ୍ଧରେ ପାପ କରୁଛ, ଓ ସେମାନେ ଭୁଲ୍ ବୋଲି ଅନୁଭବ କରୁଥିବା କାମଗୁଡ଼ିକ କରିବାକୁ ଉତ୍ସାହିତ କରି ସେମାନଙ୍କ ବିବେକକୁ ଆଘାତ ଦେଉଛ। ଏହା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ମଧ୍ୟ ପାପ କରୁଛ। 13 ଯଦି ମୋର ମାଂସ ଖାଇବା ଦ୍ୱାରା ମୋ’ ଭାଇ ପାପରେ ପଡ଼ିବ, ତା'ହେଲେ ମୁଁ ଭବିଷ୍ୟତରେ ଆଉ ମାଂସ ଖାଇବି ନାହିଁ। ଏପ୍ରକାରେ ମୁଁ ମୋ’ ଭାଇର ବିଘ୍ନର କାରଣ ହେବି ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center