Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1-4

ପାଉଲ ଏହି ପତ୍ର ଲେଖିଛନ୍ତି। ମୁଁ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ ରୂପେ ଆହୂତ ହେଲି। ଏହା ପରମେଶ୍ୱରଙ୍କ ଇଚ୍ଛାରେ ସାଧିତ ହେଲା। ଆମ୍ଭର ଜଣେ ଭାଇ ସୋସ୍ଥିନା ମଧ୍ୟ ନମସ୍କାର ଜଣାନ୍ତି। ‌‌‌‌‌‌‌‌‌‌‌

କରିନ୍ଥଠାରେ ଥିବା ପରମେଶ୍ୱରଙ୍କ ମଣ୍ଡଳୀ, ପୁଣି ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ପବିତ୍ର କରାଯାଇଛନ୍ତି ସେମାନଙ୍କ ନିକଟକୁ ଏହି ପତ୍ର ଲେଖା ଯାଉଅଛି। ତୁମ୍ଭେମାନେ ଈଶ୍ୱରଙ୍କ ପବିତ୍ର ଲୋକ ହେବା ନିମନ୍ତେ ଆହୂତ ହୋଇଅଛ। ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସର୍ବତ୍ର ଯେଉଁମାନେ ବିଶ୍ୱାସ କରନ୍ତି ଏପରି ସବୁ ଖ୍ରୀଷ୍ଟବିଶ୍ୱାସୀଙ୍କ ସହିତ ତୁମ୍ଭେମାନେ ଆହୂତ ହୋଇଅଛ।

ଆମ୍ଭର ପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ଉପରେ ବର୍ତ୍ତୁ। ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ।

ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତି

ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଅନୁଗ୍ରହ ପ୍ରଦାନ କରିଛନ୍ତି, ସେଥିପାଇଁ ମୁଁ ତୁମ୍ଭମାନଙ୍କ ସକାଶେ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି। ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ସମସ୍ତ ବିଷୟରେ ଆଶୀର୍ବାଦ ପାଇଅଛ। ତୁମ୍ଭେମାନେ ସମସ୍ତ କଥା ଓ ସମସ୍ତ ଜ୍ଞାନରେ ଖ୍ରୀଷ୍ଟ ଯୀଶୁଙ୍କ ଆଶୀର୍ବାଦରେ ପୂର୍ଣ୍ଣତା ଲାଭ କରିଛ। ଖ୍ରୀଷ୍ଟଙ୍କ ବିଷୟକ ସତ୍ୟ ତୁମ୍ଭଠାରେ ପ୍ରମାଣିତ ହୋଇଛି। ଅତଏବ ଯେତେବେଳେ ତୁମ୍ଭେମାନେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆସିବା ପାଇଁ ଅପେକ୍ଷା କରୁଛ ସେତେବେଳେ ତୁମ୍ଭେମାନେ ତାହାଙ୍କଠାରୁ ସମସ୍ତ ଆତ୍ମିକ ଦାନ ପାଉଛ। ସେ ଶେଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ଦୃଢ଼ କରି ରଖିବେ, ଏବଂ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବା ଦିନ ତୁମ୍ଭେମାନେ ନିର୍ଦ୍ଦୋଷ ଦେଖାଯିବ। ପରମେଶ୍ୱର ବିଶ୍ୱସ୍ତ ଅଟନ୍ତି। ତାହାଙ୍କ ପୁତ୍ର ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଜୀବନରେ ସହଭାଗୀ ହେବା ପାଇଁ ସେ ତୁମ୍ଭମାନଙ୍କୁ ବାଛିଛନ୍ତି।

କରିନ୍ଥୀ ମଣ୍ଡଳୀରେ ସମସ୍ୟା

10 ହେ ଭାଇ ଓ ଭଉଣୀମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ନିବେଦନ କରେ ଯେ, ତୁମ୍ଭେମାନେ ପରସ୍ପର ସହିତ ଏକମତ ହୁଅ। ଏହା ଦ୍ୱାରା ତୁମ୍ଭମାନଙ୍କ ଭିତରେ କୌଣସି ବିଭାଜନ ହେବ ନାହିଁ। ତୁମ୍ଭମାନଙ୍କର ଚିନ୍ତାଧାରା ଓ ଲକ୍ଷ୍ୟ ସମାନ ହେବା ଦ୍ୱାରା ତୁମ୍ଭେମାନେ ସମ୍ପୂର୍ଣ୍ଣ ସଂଯୁକ୍ତ ହୁଅ।

11 ହେ ଭାଇ ଓ ଭଉଣୀମାନେ ଖ୍ଳୟୀଙ୍କ ପରିବାରର କେତେକ ଲୋକ ତୁମ୍ଭମାନଙ୍କ ବିଷୟରେ ମୋତେ କହିଛନ୍ତି ଯେ, ତୁମ୍ଭମାନଙ୍କ ଭିତରେ ପରସ୍ପର ବାଦବିବାଦ ଅଛି। 12 ମୁଁ ଏହା କହିବା ଅର୍ଥ: ତୁମ୍ଭମାନଙ୍କ ଭିତରୁ ଜଣେ କୁହେ, “ମୁଁ ପାଉଲଙ୍କର ଅନୁଗାମୀ,” ଆଉଜଣେ କୁହେ “ମୁଁ ଆପଲ୍ଲଙ୍କର ଅନୁଗାମୀ,” ଅନ୍ୟ ଜଣେ କୁହେ, “ମୁଁ କେଫାଙ୍କର ଅନୁଗାମୀ,” ଓ ଅନ୍ୟଜଣେ କୁହେ: “ମୁଁ ଖ୍ରୀଷ୍ଟଙ୍କର ଅନୁଗାମୀ!” 13 ଖ୍ରୀଷ୍ଟଙ୍କୁ ଭାଗଭାଗ କରାଯାଇ ନ ପାରେ। ପାଉଲ କ’ଣ ତୁମ୍ଭମାନଙ୍କ ପାଇଁ କ୍ରୁଶ ଉପରେ ପ୍ରାଣତ୍ୟାଗ କରିଥିଲେ କି? ନା! ତୁମ୍ଭେମାନେ କ’ଣ ପାଉଲଙ୍କ ନାମରେ ବାପ୍ତିଜିତ ହୋଇଛି? ନା! 14 ମୁଁ କ୍ରୀଷ୍ପ ଓ ଗାୟଙ୍କ ଛଡ଼ା ତୁମ୍ଭମାନଙ୍କ ମଧ୍ୟରୁ ଆଉ କାହାରିକୁ ବାପ୍ତିଜିତ ନ ଦେଇ ଥିବାରୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। 15 ଏଥିଲାଗି ଧନ୍ୟବାଦ ଦେଉଛି ଯେ, କେହିହେଲେ ମୋ’ ନାମରେ ତୁମ୍ଭେମାନେ ବାପ୍ତିଜିତ ପାଇଅଛି ବୋଲି କହି ପାରିବ ନାହିଁ। 16 ମୁଁ ସ୍ତିଫାନଙ୍କ ପରିବାରକୁ ମଧ୍ୟ ବାପ୍ତିଜିତ କରିଛି, କିନ୍ତୁ ଆଉ କେଉଁମାନଙ୍କୁ ବାପ୍ତିଜିତ କରିଛି, ତାହା ମନେ ପଡ଼ୁ ନାହିଁ। 17 ଖ୍ରୀଷ୍ଟ ମୋତେ ଲୋକମାନଙ୍କୁ ଡୁବନ କରିବା ଦାୟିତ୍ୱ ଦେଇ ନ ଥିଲେ। ସେ ମୋତେ ସୁସମାଗ୍ଭର ପ୍ରଗ୍ଭର କରିବା ଦାୟିତ୍ୱ ଦେଇ ଥିଲେ। କୌଣସି ପ୍ରକାର ଜାଗତିକ ଜ୍ଞାନର ପୂର୍ଣ୍ଣତାରେ ପ୍ରଭୁଙ୍କ ବାକ୍ୟ ପ୍ରଗ୍ଭର କରିବାକୁ ଖ୍ରୀଷ୍ଟ ମୋତେ ପଠାଇ ନ ଥିଲେ; ନଚେତ୍ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶରେ ଥିବା ମହାଶକ୍ତି ବ୍ୟର୍ଥ ହୋଇଯିବ।

ଖ୍ରୀଷ୍ଟଙ୍କଠାରେ ଥିବା ପରମେଶ୍ୱରଙ୍କ ଶକ୍ତି ଓ ଜ୍ଞାନ

18 ଯେଉଁମାନେ ନଷ୍ଟ ହୋଇ ଯାଇଛନ୍ତି, ସେମାନଙ୍କ ଲାଗି କ୍ରୁଶର ବାର୍ତ୍ତା ସମ୍ପୂର୍ଣ୍ଣ ମୂର୍ଖତା ଅଟେ। କିନ୍ତୁ ଆମ୍ଭେ ଯେଉଁମାନେ ଉଦ୍ଧାର ପାଇଛୁ, ଆମ୍ଭ ପ୍ରତି ଏହା ପରମେଶ୍ୱରଙ୍କ ଶକ୍ତି ସ୍ୱରୂପ। 19 ଶାସ୍ତ୍ରରେ ଲେଖା ଅଛି:

“ମୁଁ ଜ୍ଞାନୀମାନଙ୍କର ଜ୍ଞାନକୁ ନଷ୍ଟ କରିଦେବି।
    ବୁଦ୍ଧିମାନ ଲୋକମାନଙ୍କର ବୁଦ୍ଧିକୁ ମୂଲ୍ୟହୀନ କରିବି।”(A)

20 ଜ୍ଞାନୀ ଲୋକ କେଉଁଠାରେ ଅଛନ୍ତି? ବିଦ୍ୱାନ୍ ଲୋକ କେଉଁଠାରେ ଅଛନ୍ତି? ବର୍ତ୍ତମାନ ଯୁଗର ଦାର୍ଶନିକ କେଉଁଠାରେ ଅଛନ୍ତି? ପରମେଶ୍ୱର ଜାଗତିକ ଜ୍ଞାନକୁ ମୂର୍ଖତା ବୋଲି ଦର୍ଶାଇଛନ୍ତି। 21 ପରମେଶ୍ୱର ଆପଣା ଜ୍ଞାନରେ ଏହା ଗ୍ଭହିଁଲେ ଯେ, ଜଗତ କଦାପି ନିଜ ଜ୍ଞାନ ବଳରେ ପରମେଶ୍ୱରଙ୍କୁ ଜାଣି ପାରିବ ନାହିଁ। ତେଣୁ ଯେଉଁ ସୁସମାଗ୍ଭରକୁ ଜଗତ ମୂର୍ଖତା ବୋଲି କୁହେ, ସେହି ବାର୍ତ୍ତା ଯେଉଁମାନେ ବିଶ୍ୱାସ କରୁଛନ୍ତି, ତଦ୍ଦ୍ୱାରା ସେମାନଙ୍କୁ ଉଦ୍ଧାର କରିବାକୁ ଇଚ୍ଛା କଲେ।

22 ଯିହୂଦୀୟମାନେ ପ୍ରମାଣ ପାଇଁ ଆଶ୍ଚର୍ଯ୍ୟକର୍ମ ଦେଖିବାକୁ ଗ୍ଭହାନ୍ତି, ଓ ଗ୍ରୀକ୍‌ମାନେ ଜ୍ଞାନ ଗ୍ଭହାନ୍ତି। 23 କିନ୍ତୁ ଆମ୍ଭେ ପ୍ରଗ୍ଭର କରୁଛୁ: “ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁ ବରଣ କଲେ।” ଏ କଥା ଯିହୂଦୀମାନଙ୍କ ଲାଗି ବାଧାଜନକ ଓ ଅଣଯିହୂଦୀମାନଙ୍କ ଲାଗି ମୂର୍ଖତା ଅଟେ। 24 କିନ୍ତୁ ପରମେଶ୍ୱରଙ୍କ ଦ୍ୱାରା ଆହୂତ ଉଭୟ ଯିହୂଦୀ ଓ ଅଣଯିହୂଦୀମାନଙ୍କ ପାଇଁ ଖ୍ରୀଷ୍ଟ ପରମେଶ୍ୱରଙ୍କ ଶକ୍ତି ଓ ପରମେଶ୍ୱରଙ୍କ ଜ୍ଞାନ ସ୍ୱରୂପ ଅଟନ୍ତି। 25 ଏପରିକି ପରମେଶ୍ୱରଙ୍କ ‘ମୂର୍ଖତା’ ମନୁଷ୍ୟର ଜ୍ଞାନଠାରୁ ଅଧିକ ଶକ୍ତିଯୁକ୍ତ। ସେହିପରି ପରମେଶ୍ୱରଙ୍କ ଦୁର୍ବଳତା ମନୁଷ୍ୟର ଶକ୍ତିଠାରୁ ଅଧିକ ଶକ୍ତିଯୁକ୍ତ।

26 ଭାଇ ଓ ଭଉଣୀମାନେ! ଭାବି ଦେଖ, ଯେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କଲେ, ସେତେବେଳେ ତୁମ୍ଭମାନଙ୍କ ମଧ୍ୟରୁ ଅଳ୍ପ କେତେକ ଜାଗତିକ ଭାବରେ ଜ୍ଞାନୀ ଥିଲ, ତୁମ୍ଭମାନଙ୍କ ମଧ୍ୟରୁ ଖୁବ୍ କମ୍ ଲୋକ ପ୍ରଭାବଶାଳୀ ଥିଲ ଏବଂ ତୁମ୍ଭମାନଙ୍କ ଭିତରୁ ଖୁବ୍ କମ୍ ଲୋକ ସମ୍ଭ୍ରାନ୍ତ ପରିବାରରୁ ଆସିଥିଲ। 27 କିନ୍ତୁ ପରମେଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟ ଗୁଡ଼ିକୁ ମନୋନୀତ କଲେ। ଜଗତର ବଳବାନମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ଦୁର୍ବଳ ବିଷୟ ଗୁଡ଼ିକୁ ମନୋନୀତ କଲେ। 28 ପରମେଶ୍ୱର ଜଗତ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକୁ ମନୋନୀତ ନ କରି ନୀଚ୍ଚ ଓ ଘୃଣ୍ୟ ବିଷୟ ଗୁଡ଼ିକ ମନୋନୀତ କଲେ। କାରଣ ପରମେଶ୍ୱର ଜଗତ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକ ବିନାଶ କରିବାକୁ ଗ୍ଭହିଁଲେ। 29 ପରମେଶ୍ୱରଙ୍କର ଏପରି କରିବାର କାରଣ ହେଉଛି ଯେ, କୌଣସି ଲୋକ ଯେପରି ତାହାଙ୍କ ଆଗରେ ଗର୍ବ କରି ପାରିବ ନାହିଁ। 30 କେବଳ ପରମେଶ୍ୱର ହିଁ ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅଂଶୀ କରାଇଛନ୍ତି। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ଆଗତ ଜ୍ଞାନ। ଖ୍ରୀଷ୍ଟଙ୍କ ହେତୁ ଆମ୍ଭେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଏବଂ ଆମ୍ଭମାନଙ୍କର ପାପରୁ ମୁକ୍ତି ପାଇ ପବିତ୍ର ହୋଇଛୁ। 31 ଶାସ୍ତ୍ରରେ ଏହିପରି ଲେଖାଅଛି: “ଯଦି କାହାର ଗର୍ବ କରିବାକୁ ଥାଏ। ତା'ହେଲେ ସେ କେବଳ ପ୍ରଭୁଙ୍କଠାରେ ଗର୍ବ କରିବା ଉଚିତ୍।”(B)

କ୍ରୁଶବିଦ୍ଧ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ବାର୍ତ୍ତା

ପ୍ରିୟ ଭାଇ ଓ ଭଉଣୀମାନେ, ମୁଁ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଆସିଥିଲି, ସେତେବେଳେ ପରମେଶ୍ୱରଙ୍କ ସତ୍ୟ ବିଷୟରେ କହିଥିଲି। କିନ୍ତୁ ମୁଁ କୌଣସି ବାକ୍‌ଗ୍ଭତୁରୀ ବା ଜ୍ଞାନର କଥା କହି ନ ଥିଲି। କାରଣ ସ୍ଥିର କରିଥିଲି ଯେ ତୁମ୍ଭ ସହିତ ଥିବା ସମୟରେ, ମୁଁ ଯୀଶୁ ଖ୍ରୀଷ୍ଟ ଓ କ୍ରୁଶରେ ତାହାଙ୍କ ମୃତ୍ୟୁ ଭୋଗ ବ୍ୟତୀତ, ଅନ୍ୟସବୁ କଥା ଭୁଲିଯିବି। ଏଣୁ ମୁଁ ଦୁର୍ବଳ ଓ ଭୟରେ ଥରି ଥରି ସେଠାକୁ ଆସିଥିଲି। ମୋର କଥା ଓ ଶିକ୍ଷା ଲୋକଙ୍କୁ ପ୍ରବର୍ତ୍ତାଇବା ଭଳି ଜାଗତିକ ଜ୍ଞାନର କଥା ନ ଥିଲା। ମାତ୍ର ମୋହର ଶିକ୍ଷା ପବିତ୍ରଆତ୍ମାଙ୍କ ଦତ୍ତ ଶକ୍ତିର ପ୍ରମାଣ ଅଟେ। ତୁମ୍ଭ ବିଶ୍ୱାସ ମନୁଷ୍ୟର ଜ୍ଞାନର ନ ହୋଇ ପରମେଶ୍ୱରଙ୍କ ଶକ୍ତିରେ ହେଉ, ସେଥିପାଇଁ ମୁଁ ଏପରି କଲି।

ପରମେଶ୍ୱରଙ୍କ ଜ୍ଞାନ

ଯେଉଁମାନେ ଅଭିଜ୍ଞ ଆମ୍ଭେ ସେହିମାନଙ୍କୁ ଜ୍ଞାନ ଶିକ୍ଷା ଦେଉ। କିନ୍ତୁ ଏହି ଜ୍ଞାନ ସଂସାରରୁ ନୁହେଁ, ଏହା ବର୍ତ୍ତମାନ ଯୁଗର ନେତା ମାନଙ୍କର ଜ୍ଞାନ ନୁହେଁ। ଏହି ନେତାମାନେ ଆପଣା ଶକ୍ତି ହରାଉ ଅଛନ୍ତି। କିନ୍ତୁ ଆମ୍ଭେମାନେ ପରମେଶ୍ୱରଙ୍କ ଗୂଢ଼ ଜ୍ଞାନର କଥା କହୁଛୁ। ଜଗତର ସୃଷ୍ଟି ହେବା ପୂର୍ବରୁ ଆମ୍ଭର ମହିମା ପାଇଁ ପରମେଶ୍ୱର ଏହି ଜ୍ଞାନର ଯୋଜନା କରିଥିଲେ। ଏହି ଜଗତର କୌଣସି ନେତା ଏହାକୁ ବୁଝି ପାରିଲେ ନାହିଁ। ଯଦି ସେମାନେ ବୁଝି ଥାଆନ୍ତେ, ତାହାହେଲେ ଗୌରବମୟ ପ୍ରଭୁଙ୍କୁ କ୍ରୁଶବିଦ୍ଧ କରି ମାରି ନ ଥା’ନ୍ତେ। କିନ୍ତୁ ଶାସ୍ତ୍ରମାନଙ୍କରେ ଏହିପରି ଲେଖା ଅଛି:

“କୌଣସି ଆଖି ଦେଖି ନାହିଁ।
    କୌଣସି କାନ ଶୁଣି ନାହିଁ।
କେହିହେଲେ କଳ୍ପନା କରି ନାହିଁ;
    ଯେ, ପରମେଶ୍ୱରଙ୍କୁ ପ୍ରେମ କରୁଥିବା ଲୋକଙ୍କ ପାଇଁ ପରମେଶ୍ୱର କ’ଣ ପ୍ରସ୍ତୁତ କରି ରଖିଛନ୍ତି।”(C)

10 କିନ୍ତୁ ପରମେଶ୍ୱର ଆତ୍ମାଙ୍କ ମାଧ୍ୟମରେ ଏହି ନିଗୂଢ଼ ବିଷୟମାନ ଆମକୁ ଦେଖାଇ ଦେଇଛନ୍ତି।

ଆତ୍ମା ସବୁ ଜାଣନ୍ତି। ସେ ପରମେଶ୍ୱରଙ୍କର ଅତି ଗୋପନୀୟ କଥା ମଧ୍ୟ ଜାଣନ୍ତି। 11 କୌଣସି ମନୁଷ୍ୟ ଏକ ମନୁଷ୍ୟର ମନକଥା ଜାଣିପାରେ ନାହିଁ। କେବଳ ମଣିଷ ଭିତରେ ଥିବା ଆତ୍ମା ତା'ର ମନକଥା ଜାଣି ପାରନ୍ତି। ସେହିଭଳି ପରମେଶ୍ୱରଙ୍କ ମନକଥା ତାଙ୍କରି ଆତ୍ମା ବ୍ୟତୀତ କିଏ ଜାଣି ପାରିବ? 12 ଆମ୍ଭେ ଜଗତର ଆତ୍ମା ଦ୍ୱାରା ପରମେଶ୍ୱରଙ୍କ ପ୍ରଦତ୍ତ ବିଷୟ ଗୁଡ଼ିକୁ ଜାଣି ପାରିବା।

13 ସେ ଗୁଡ଼ିକୁ କହିଲା ବେଳେ ମନୁଷ୍ୟର କଳ୍ପିତ ଜ୍ଞାନର ବାକ୍ୟ କହୁ ନାହୁଁ, ବରଂ ଆମ୍ଭେ ଆତ୍ମା ଦ୍ୱାରା ଶିଖିଥିବା ବାକ୍ୟ କହୁ। ଆମ୍ଭେ ଆତ୍ମିକ ବିଷୟ ବୁଝାଇବା ପାଇଁ ପବିତ୍ରଆତ୍ମାଙ୍କ ବାକ୍ୟ ବ୍ୟବହାର କରୁ। 14 ଯେଉଁ ଲୋକ ଆଧ୍ୟାତ୍ମିକ ନୁହେଁ, ସେ ପରମେଶ୍ୱରଙ୍କ ଆତ୍ମିକ ସତ୍ୟଗୁଡ଼ିକୁ ଗ୍ରହଣ କରେ ନାହିଁ। ସେ ଏହିସବୁ ବିଷୟ ଗୁଡ଼ିକୁ ମୁର୍ଖାମୀ ବୋଲି ଭାବେ। ସେ ଆତ୍ମାର ସତ୍ୟଗୁଡ଼ିକୁ ବୁଝିପାରେ ନାହିଁ, କାରଣ ସେଗୁଡ଼ିକୁ କେବଳ ଆଧ୍ୟାତ୍ମିକ ଭାବରେ ବିଗ୍ଭର କରି ହେବ। 15 କିନ୍ତୁ ଜଣେ ଆଧ୍ୟାତ୍ମିକ ଲୋକ ପ୍ରତ୍ୟେକ ବିଷୟର ଉଚିତ୍ ମୂଲ୍ୟାୟନ କରି ପାରିବ। ମାତ୍ର ସେ ନିଜେ କାହାରି ଦ୍ୱାରା ବିଗ୍ଭରିତ ହୋଇ ପାରିବ ନାହିଁ। 16 ଶାସ୍ତ୍ର କୁହେ:

“ପ୍ରଭୁଙ୍କ ମନ କିଏ ଜାଣି ଅଛି?
    କ’ଣ କରିବାକୁ ହେବ ବୋଲି ପ୍ରଭୁଙ୍କୁ କିଏ କହିବ?”(D)

କିନ୍ତୁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ମନ ପାଇଅଛୁ।

ମନୁଷ୍ୟକୁ ଅନୁସରଣ କରିବା ଉଚିତ୍ ନୁହେଁ

ଭାଇ ଓ ଭଉଣୀମାନେ! ପୂର୍ବରେ ମୁଁ ତୁମ୍ଭମାନଙ୍କୁ ଆତ୍ମିକମନା ଲୋକମାନଙ୍କୁ କହିବା ଭଳି କହି ପାରି ନ ଥିଲି। ମୁଁ ତୁମ୍ଭମାନଙ୍କ ସହିତ ଜାଗତିକ ଲୋକ ଭଳି କଥାବାର୍ତ୍ତା କଲି। ଖ୍ରୀଷ୍ଟଙ୍କଠାରେ ଶିଶୁ ଭଳି ମୁଁ ତୁମ୍ଭମାନଙ୍କୁ କହିଲି। ସେତେବେଳେ ମୁଁ ତୁମ୍ଭକୁ ଗୁରୁପାକ ଖାଦ୍ୟ ନ ଦେଇ କ୍ଷୀର ଦେଲି। ଏପରି କରିବାର ଉଦ୍ଦେଶ୍ୟ ଯେ, ତୁମ୍ଭେମାନେ ଗୁରୁପାକ ଖାଦ୍ୟ ପାଇଁ ପ୍ରସ୍ତୁତ ନ ଥିଲ, ଏବେ ମଧ୍ୟ ତୁମ୍ଭେମାନେ ଗୁରୁପାକ ଖାଦ୍ୟ ପାଇଁ ପ୍ରସ୍ତୁତ ନୁହଁ। ତୁମ୍ଭେମାନେ ଆତ୍ମିକ ଜୀବନରେ ଏବେ ମଧ୍ୟ ଶିଶୁ ଭଳି ଅଛ। ତୁମ୍ଭେମାନେ ପରସ୍ପରକୁ ଈର୍ଷା କରୁଛ ଓ ପରସ୍ପର ମଧ୍ୟରେ କଳହ କରୁଛ। ଏଥିରୁ ଜଣାପଡ଼େ ତୁମ୍ଭେମାନେ ଏବେ ମଧ୍ୟ ଆତ୍ମିକ ନୁହଁ। ତୁମ୍ଭେ ଜାଗତିକ ଲୋକମାନଙ୍କ ଭଳି ଆଚରଣ କରୁଛ। ତୁମ୍ଭମାନଙ୍କ ଭିତରେ ଜଣେ କହୁଛି, “ମୁଁ ପାଉଲଙ୍କ ଅନୁଗାମୀ,” ଆଉ ଜଣେ କହୁଛି “ମୁଁ ଆପଲ୍ଲଙ୍କ ଅନୁଗାମୀ,” ଏଭଳି କହିବା ଦ୍ୱାରା ତୁମ୍ଭେମାନେ ଜାଗତିକ ମଣିଷ ଭଳି ଆଚରଣ କରୁଛ।

ଆପଲ୍ଲ କ’ଣ ବିଶିଷ୍ଟ ଲୋକ ଅଟନ୍ତି ନା! ପାଉଲ ମହାନ୍ ଅଟନ୍ତି? ନା! ଆମ୍ଭେ କେବଳ ପ୍ରଭୁଙ୍କର ସେବକ ଅଟୁ। ଆମ୍ଭେ ତାହାଙ୍କଠାରେ ବିଶ୍ୱାସ କରିବାରେ ତୁମ୍ଭମାନଙ୍କୁ ସାହାଯ୍ୟ କରିଛୁ। ପ୍ରଭୁଙ୍କ ଦ୍ୱାରା ଦିଆଯାଇଥିବା କାମ ହିଁ ଆମ୍ଭେ ସମ୍ପନ୍ନ କରିଛୁ। ମୁଁ ଗଛଟିଏ ଲଗାଇଲି। ଆପଲ୍ଲ ଗଛରେ ପାଣି ଦେଲେ, କିନ୍ତୁ ପରମେଶ୍ୱର ତାକୁ ବଢ଼ିବାରେ ସାହାଯ୍ୟ କଲେ। ତେଣୁ ଗଛ ଲଗେଇଥିବା ବା ପାଣି ଦେଇଥିବା କେହି ନୁହେଁ, କିନ୍ତୁ ଗଛକୁ ବଢ଼ାଉଥିବା ପରମେଶ୍ୱର କେବଳ ପ୍ରଧାନ ଅଟନ୍ତି। ଅତଏବ ଗଛ ଲଗାଇଥିବା ଲୋକ ଓ ତାକୁ ପାଣି ଦେଇଥିବା ଲୋକ, ଦୁହିଁଙ୍କର ଉଦ୍ଦେଶ୍ୟ ସମାନ ଓ ଦୁହେଁ ତାହାଙ୍କର କାମ ଲାଗି ପ୍ରତିଫଳ ପାଇବେ। ଆମ୍ଭେମାନେ ଏକତ୍ର ମିଳି ପରମେଶ୍ୱରଙ୍କ ନିମନ୍ତେ କାର୍ଯ୍ୟ କରୁଛୁ, ଓ ତୁମ୍ଭେମାନେ ପରମେଶ୍ୱରଙ୍କର ଗ୍ଭଷଜମି ଅଟ।

ତୁମ୍ଭେମାନେ ପରମେଶ୍ୱରଙ୍କ ଗୃହ ଅଟ। 10 ଜଣେ ଦକ୍ଷ ଗୃହନିର୍ମାଣକାରୀ ଭଳି ମୁଁ ସେ ଘରର ଭିତ୍ତି ସ୍ଥାପନ କଲି। ପରମେଶ୍ୱରଙ୍କ ଦତ୍ତ ଅନୁଗ୍ରହ ମୁଁ ସେଥିପାଇଁ ବ୍ୟବହାର କଲି। ଅନ୍ୟମାନେ ସେହି ଭିତ୍ତିଭୂମି ଉପରେ ଗୃହ ନିର୍ମାଣ କରିବେ, କିନ୍ତୁ ପ୍ରତ୍ୟେକ ଲୋକ ନିର୍ମାଣ କଲାବେଳେ ସେ କିପରି ନିର୍ମାଣ କରୁଛି। ଏବିଷୟରେ ସତର୍କ ହେବା ଉଚିତ୍। 11 ତିଆରି ହୋଇଥିବା ମୂଳଦୁଆ ବ୍ୟତୀତ ଅନ୍ୟ ମୂଳଦୁଆ କେହି ପକାଇ ପାରିବ ନାହିଁ। 12 ଏହି ମୂଳଦୁଆ ସ୍ୱୟଂ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଜଣେଲୋକ ସେହି ମୂଳଦୁଆ ଉପରେ ସୁନା, ରୂପା, ବହୁମୂଲ୍ୟ ପଥର, କାଠ, ଘାସ ବା ନଡ଼ା, ଯାହାକିଛି ବ୍ୟବହାର କରି ନିର୍ମାଣ କରି ପାରିବ। 13 କିନ୍ତୁ ପ୍ରତ୍ୟେକ ଲୋକର କାମ ସେହି ଦିନ ସ୍ପଷ୍ଟ ଭାବରେ ପ୍ରକାଶିତ ହେବ। ସେହି ଦିନଟି ନିଆଁ ଦେଇ ଆସିବ, ଓ ସେହି ନିଆଁ ପ୍ରତ୍ୟେକ ଲୋକର କାର୍ଯ୍ୟକୁ ପରୀକ୍ଷା କରିବ। 14 ଯଦି ସେ ମୂଳଦୁଆ ଉପରେ ନିର୍ମିତ ଲୋକର ଗୃହ ଠିଆ ହୋଇ ରହିଥିବ। ତା'ହେଲେ ସେ ଲୋକ ତା'ର ପୁରସ୍କାର ପାଇବ। 15 କିନ୍ତୁ ଯେଉଁ ଲୋକର କାର୍ଯ୍ୟ ନିଆଁରେ ଭସ୍ମ ହୋଇଯିବ, ସେ କ୍ଷତି ସହିବ। ସେ ଲୋକ ରକ୍ଷା ପାଇବ, କିନ୍ତୁ ସେ ସେହି ଜ୍ୱଳନ୍ତ ନିଆଁରୁ ଯେପରି ଉଦ୍ଧାର ହେଲା ଭଳି ହେବ।

16 ତୁମ୍ଭେମାନେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭେମାନେ ପରମେଶ୍ୱରଙ୍କ ମନ୍ଦିର ଅଟ, ଏବଂ ପରମେଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କଠାରେ ବାସ କରନ୍ତି। 17 ଯଦି କୌଣସି ଲୋକ ପରମେଶ୍ୱରଙ୍କ ମନ୍ଦିରକୁ ନଷ୍ଟକରେ, ତାହାହେଲେ ପରମେଶ୍ୱର ତାକୁ ନଷ୍ଟ କରିଦେବେ। କାରଣ ପରମେଶ୍ୱରଙ୍କ ମନ୍ଦିର ହେଉଛି ପବିତ୍ର। ସେହି ପବିତ୍ର ମନ୍ଦିର ତୁମ୍ଭେମାନେ।

18 ନିଜକୁ ଠକ ନାହିଁ, ଯଦି କୌଣସି ଲୋକ ଭାବେ ଯେ, ସେ ଏହି ଯୁଗ ଅନୁସାରେ ଜ୍ଞାନୀ ଅଟେ, ତା'ହେଲେ ତାକୁ ମୂର୍ଖ ହେବାକୁ ପଡ଼ିବ, ତହିଁରେ ସେ ପ୍ରକୃତ ଜ୍ଞାନୀ ହୋଇପାରିବା 19 କାହିଁକି କାରଣ ପରମେଶ୍ୱରଙ୍କ ଦୃଷ୍ଟିରେ ଜାଗତିକ ଜ୍ଞାନ ପ୍ରକୃତରେ ମୂର୍ଖତା ଅଟେ। ଶାସ୍ତ୍ର କୁହେ; “ଯେତେବେଳେ ଜ୍ଞାନୀମାନେ ନିଜ ଚତୁରତାରେ ବ୍ୟବହାର କରନ୍ତି, ପରମେଶ୍ୱର ସେତେବେଳେ ସେମାନଙ୍କୁ ଧରନ୍ତି।”(E) 20 ଶାସ୍ତ୍ରରେ ଏହା ମଧ୍ୟ ଲେଖାଅଛି: “ପ୍ରଭୁ ଜ୍ଞାନୀମାନଙ୍କର ମନକଥା ଜାଣନ୍ତି। ସେମାନଙ୍କ ସମସ୍ତ ଚିନ୍ତାଧାରା ଯେ ମୂଲ୍ୟହୀନ ଏହା ମଧ୍ୟ ସେ ଜାଣନ୍ତି।”(F) 21 ସେଥିପାଇଁ ମନୁଷ୍ୟମାନଙ୍କ ପାଇଁ ତୁମ୍ଭେମାନେ ଗର୍ବ କରିବା ଉଚିତ୍ ନୁହେଁ, କାରଣ ସମସ୍ତ ବିଷୟ ତୁମ୍ଭମାନଙ୍କର। 22 ପାଉଲ, କେଫା ବା ପିତର; ଜଗତ ଜୀବନ ବା ମୃତ୍ୟୁ; ବର୍ତ୍ତମାନ ବା ଭବିଷ୍ୟତ ସମସ୍ତ ହିଁ ତୁମ୍ଭମାନଙ୍କର। 23 ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଓ ଖ୍ରୀଷ୍ଟ ପରମେଶ୍ୱରଙ୍କର ଅଟନ୍ତି।

ଖ୍ରୀଷ୍ଟଙ୍କର ପ୍ରେରିତଗଣ

ଆମ୍ଭ ବିଷୟରେ ଲୋକମାନଙ୍କର ଭାବିବା ଦରକାର ଯେ, ଆମ୍ଭେ ଖ୍ରୀଷ୍ଟଙ୍କର ସେବକ। ପରମେଶ୍ୱର ନିଜର ଗୋପନୀୟ ସତ୍ୟଗୁଡ଼ିକୁ ଆମ୍ଭ ନିକଟରେ ଭରସା ରଖି ଜଣାଇ ଅଛନ୍ତି। ଯେଉଁ ଲୋକମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ସେମାନେ ଯେ ଏଥିର ଯୋଗ୍ୟ ଏହା ଦର୍ଶାଇବା ଉଚିତ୍। ତୁମ୍ଭେମାନେ ଯଦି ମୋର ବିଗ୍ଭର କର କିଅବା କୌଣସି ଅଦାଲତ, ଯଦି ମୋର ବିଗ୍ଭର କରେ, ତେବେ ମୁଁ ତାହାକୁ ଆଦୌ ଖାତିରି କରେ ନାହିଁ। ଏପରି କି ମୋ’ ନିଜର ବିଗ୍ଭର ମଧ୍ୟ ମୁଁ କରେ ନାହିଁ। ମୁଁ ଯେ, କୌଣସି ଭୁଲ୍ କରି ନାହିଁ କିନ୍ତୁ ତାହା ମଧ୍ୟ ମୋତେ ନିର୍ଦ୍ଦୋଷ ପ୍ରମାଣିତ କରି ନାହିଁ। ପ୍ରଭୁ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ କି ମୋର ବିଗ୍ଭର କରନ୍ତି। ଅତଏବ, ଠିକ୍ ସମୟ ନ ଆସିବା ପର୍ଯ୍ୟନ୍ତ ଅର୍ଥାତ୍ ପୁନରାଗମନ ପର୍ଯ୍ୟନ୍ତ, କୌଣସି କଥାର ବିଗ୍ଭର କରିବା ଅନୁଚିତ୍। ସେ ଅନ୍ଧକାରରେ ରହିଥିବା ବିଷୟ ଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତରେ ଥିବା ଗୁପ୍ତ ଉଦ୍ଦେଶ୍ୟ ଗୁଡ଼ିକୁ ପ୍ରକାଶ କରିବେ। ସେତେବେଳେ ପରମେଶ୍ୱର ପ୍ରତ୍ୟେକଙ୍କୁ ଯାହାର ପ୍ରାପ୍ୟ ପ୍ରଶଂସା ତାହା ପ୍ରଦାନ କରିବେ।

ଭାଇ ଓ ଭଉଣୀମାନେ! ଏ ସମସ୍ତ କହିଲା ବେଳେ ମୁଁ ଆପଲ୍ଲଙ୍କୁ ଓ ନିଜକୁ ଉଦାହରଣ ସ୍ୱରୂପ ବ୍ୟବହାର କରୁଛି ଯେପରି ତୁମ୍ଭେମାନେ ଶାସ୍ତ୍ରାଂଶ ଶବ୍ଦ ଗୁଡ଼ିକର ଅର୍ଥ ଆମ୍ଭଠାରୁ ଜାଣି ପାରିବ, “ତେବେ ଶାସ୍ତ୍ରରେ ଯାହା ଲେଖା ଯାଇଛି କେବଳ ତହିଁର ବାଧ୍ୟ ହୁଅ। ତା'ହେଲେ ତୁମ୍ଭେମାନେ ଜଣକ ନିମନ୍ତେ ଗର୍ବ କରିବ ନାହିଁ ବା ଅନ୍ୟଜଣକୁ ଘୃଣା କରିବ ନାହିଁ।” କିଏ କହୁଛି ଯେ, ତୁମ୍ଭେମାନେ ଅନ୍ୟମାନଙ୍କ ତୁଳନାରେ ଭଲ? ଯାହାକିଛି ତୁମ୍ଭମାନଙ୍କ ପାଖରେ ଅଛି, ତାହା ତୁମ୍ଭକୁ ଦିଆଯାଇଛି। ତେବେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କ ପାଖରେ ଅଛି। ତାହା ତୁମକୁ ଦିଆଯାଇଛି। ତେବେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯାଇଛି, ତା'ହେଲେ ସେଗୁଡ଼ିକ ତୁମ୍ଭେମାନେ ନିଜ ଶକ୍ତି ଦ୍ୱାରା ପାଇଛ ବୋଲି ଗର୍ବ କରୁଛ।

ତୁମ୍ଭେମାନେ ଭାବୁଛ ଯେ ତୁମ୍ଭମାନଙ୍କର ସମସ୍ତ ଆବଶ୍ୟକୀୟ ବିଷୟ ତୁମ୍ଭମାନଙ୍କ ପାଖରେ ଅଛି। ତୁମ୍ଭେ ନିଜକୁ ଧନ୍ୟ ବୋଲି ମନେ କରୁଛ। ତୁମ୍ଭେମାନେ ଆମ୍ଭ ବିନା ରାଜା ହୋଇ ଯାଇଛ ବୋଲି ଭାବୁଛ। ହଁ, ତୁମ୍ଭେମାନେ ପ୍ରକୃତରେ ରାଜା ହୋଇଥିଲେ ଭଲ ହୋଇଥା’ନ୍ତା। ତା'ହେଲେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ସହିତ ରାଜତ୍ୱ କରିଥାଆନ୍ତୁ। କିନ୍ତୁ ମୋର ମନେ ହୁଏ ଯେ, ପରମେଶ୍ୱର ଆମ୍ଭ ପ୍ରେରିତମାନଙ୍କୁ ସର୍ବଶେଷରେ ରଖିଅଛନ୍ତି। ଆମ୍ଭେମାନେ ଯେପରି ମୃତ୍ୟୁଦଣ୍ଡରେ ଦଣ୍ଡିତ କରା ହୋଇଛୁ ଏବଂ ସମସ୍ତ ଜଗତ ଏହା ଦେଖୁଛନ୍ତି। ସମଗ୍ର ଜଗତ, ସ୍ୱର୍ଗଦୂତ ଓ ଲୋକମାନଙ୍କ ସମ୍ମୁଖରେ ଆମ୍ଭେମାନେ ଯେପରି ଏକ ନାଟକ କରୁଛୁ। 10 ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମୂର୍ଖ ହୋଇଛୁ। କିନ୍ତୁ ତୁମ୍ଭେମାନେ ନିଜକୁ ଖ୍ରୀଷ୍ଟଙ୍କଠାରେ ବୁଦ୍ଧିମାନ୍ ବୋଲି ଭାବୁଛ। ଆମ୍ଭେ ଦୁର୍ବଳ, ତୁମ୍ଭେମାନେ ନିଜକୁ ବଳବାନ ମନେ କରୁଛ। ଲୋକେ ତୁମ୍ଭମାନଙ୍କୁ ସମ୍ମାନ ଦିଅନ୍ତି କିନ୍ତୁ ଆମ୍ଭମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ। 11 ଏପରିକି ବର୍ତ୍ତମାନ ସୁଦ୍ଧା ଆମ୍ଭେ ଭୋକ ଓ ଶୋଷରେ ଅଛୁ, ଓ ବସ୍ତ୍ରହୀନ ଅଟୁ। ଆମ୍ଭକୁ ଅଧିକାଂଶ ସମୟରେ ପ୍ରହାର କରାଯାଇଛି। ଆମ୍ଭର ଘର ନାହିଁ। 12 ଆମ୍ଭର ଲାଗି ଆମ୍ଭେ ହାତରେ କାମ କରୁଛୁ, ଅତି କଠିନ ପରିଶ୍ରମ କରୁଛୁ। 13 ଲୋକମାନଙ୍କଠାରୁ ଅଭିଶାପ ପାଇ ମଧ୍ୟ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରୁଛୁ। ଲୋକେ ଆମ୍ଭକୁ ତାଡ଼ନା କରୁଛନ୍ତି, ଆମ୍ଭେ ସହୁଛୁ। ଏପରିକି ଯେଉଁମାନେ ଆମ୍ଭର ମିଥ୍ୟାପବାଦ କରନ୍ତି, ଆମ୍ଭେ ସେମାନଙ୍କୁ ନମ୍ରଭାବେ କଥା କହୁ। ଆଜି ପର୍ଯ୍ୟନ୍ତ ଲୋକେ ଆମ୍ଭକୁ ସମଗ୍ର ସଂସାରର ମଇଳା ଧୂଳି ସଦୃଶ ବ୍ୟବହାର କରୁଛନ୍ତି।

14 ତୁମ୍ଭମାନଙ୍କୁ ଲଜ୍ଜିତ କରିବା ପାଇଁ ମୁଁ ଏହା ଲେଖୁ ନାହିଁ। ବରଂ ନିଜର ପ୍ରିୟ ସନ୍ତାନ ବୋଲି ଭାବି ତୁମ୍ଭମାନଙ୍କୁ ସଚେତନ କରାଉଛି। 15 ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ଦଶ ହଜାର ଶିକ୍ଷକ ଥାଇ ପାରନ୍ତି, କିନ୍ତୁ ତୁମ୍ଭମାନଙ୍କର ଅନେକ ପିତା ନାହାନ୍ତି, ସୁସମାଗ୍ଭର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ସକାଶେ ମୁଁ ତୁମ୍ଭମାନଙ୍କର ପିତା ହୋଇଛି। 16 ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ ଯେ, ତୁମ୍ଭେମାନେ ମୋ’ ପରି ହୁଅ। 17 ସେଥିପାଇଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଛି। ସେ ଖ୍ରୀଷ୍ଟରେ ମୋହର ସନ୍ତାନ। ମୁଁ ତୀମଥିଙ୍କୁ ଭଲ ପାଏ। ସେ ବିଶ୍ୱାସ ଯୋଗ୍ୟ। ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ମୁଁ କିପରି ଜୀବନଯାପନ କରୁଛି ତାହା ସେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବେ। ମୁଁ ସବୁ ମଣ୍ଡଳୀରେ ସର୍ବତ୍ର ଏହି ଶିକ୍ଷା ପ୍ରଦାନ କରୁଛି।

18 ତୁମ୍ଭମାନଙ୍କ ଭିତରୁ ଅନେକ ଅହଂକାରୀ ହୋଇ ଯାଇଛ। ଏହାଭାବି ତୁମ୍ଭେମାନେ ଗର୍ବ କର ଯେ ମୁଁ ତୁମ୍ଭମାନଙ୍କ ପାଖକୁ ଆଉ କେବେ ଯିବି ନାହିଁ। 19 କିନ୍ତୁ ଖୁବ୍ ଶୀଘ୍ର ମୁଁ ତୁମ୍ଭମାନଙ୍କ ପାଖକୁ ଯିବି, ଓ ଅହଂକାର କରୁଥିବା ଲୋକମାନେ କ’ଣ ଅଧିକ କାର୍ଯ୍ୟ କରୁଛନ୍ତି ତାହା ମୁଁ ଦେଖିବାକୁ ଗ୍ଭହେଁ। 20 ଏହା ମୁଁ ଦେଖିବାକୁ ଇଚ୍ଛାକରେ, କାରଣ ପରମେଶ୍ୱରଙ୍କ ରାଜ୍ୟ କେବଳ କଥାରେ କହିବା ବିଷୟ ବସ୍ତୁ ନୁହେଁ, ମାତ୍ର ଶକ୍ତିର ବିଷୟ ଅଟେ। 21 ତୁମ୍ଭେମାନେ କ’ଣ ଗ୍ଭହଁ: ମୁଁ ତୁମ୍ଭମାନଙ୍କ ପାଖକୁ ଦଣ୍ଡ ନେଇ ଆସିବି, ନା ପ୍ରେମ ଓ କୋମଳତା ସହ ଆସିବି?

Odia Holy Bible: Easy-to-Read Version (ERV-OR)

2010 by World Bible Translation Center