Beginning
ଅବ୍ରହାମଙ୍କର ଉଦାହରଣ
4 ତା'ହେଲେ ଆମ୍ଭର ଜାଗତିକ ପୂର୍ବପୁରୁଷ ଅବ୍ରହାମଙ୍କ ବିଷୟରେ କ’ଣ କହି ପାରିବା? 2 ସେ ବିଶ୍ୱାସ ବିଷୟରେ କ’ଣ ଶିଖିଲେ? ଅବ୍ରହାମ ଯଦି ନିଜର କର୍ମ ପାଇଁ ଧାର୍ମିକ ବୋଲି ଧରା ହେଲେ, ତା'ହେଲେ, ସେଥିରେ ତାହାଙ୍କର ଗର୍ବ କରିବା କଥା। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କ ଆଗରେ ଗର୍ବ କରି ପାରିଲେ ନାହିଁ। 3 ଶାସ୍ତ୍ର କୁହେ, “ଅବ୍ରହାମ ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଲେ। ପରମେଶ୍ୱର ତାହାଙ୍କର ବିଶ୍ୱାସକୁ ଗ୍ରହଣ କଲେ। ଏହା ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଅବ୍ରହାମ ଧାର୍ମିକ ହେଲେ।”(A)
4 କାମ କରୁଥିବା ଲୋକକୁ ମଜୁରୀ ବା ଦରମା ଦେବା ଦାନ ନୁହେଁ। ସେ ମଜୁରୀ ବା ଦରମା ଅର୍ଜନ କରେ। 5 କିନ୍ତୁ ଜଣେ ଲୋକ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେବା ଭଳି କାମ କରି ପାରେ ନାହିଁ। ତାହାର ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ରହିବା ଉଚିତ୍। ତା'ହେଲେ ପରମେଶ୍ୱର ସେ ଲୋକର ବିଶ୍ୱାସକୁ ଗ୍ରହଣ କରନ୍ତି ଓ ଏହା ତାହାକୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରେ। ପରମେଶ୍ୱର ମନ୍ଦ ଲୋକକୁ ମଧ୍ୟ ଧାର୍ମିକ କରି ପାରନ୍ତି। 6 ଦାଉଦ ସେହି କଥା କହୁଛନ୍ତି, ମଣିଷ ଯାହା କରିଛି ତାହାର ହିସାବ ନ କରି ପରମେଶ୍ୱର ଯେତେବେଳେ ତାହାକୁ ଧାର୍ମିକ ହିସାବରେ ଗଣନା କରନ୍ତି, ସେ ଲୋକ ହିଁ ପ୍ରକୃତରେ ଧନ୍ୟ:
7 “ଲୋକେ ପ୍ରକୃତରେ ଧନ୍ୟ,
ଯେତେବେଳେ ସେମାନଙ୍କର ଅପରାଧ କ୍ଷମା କରାଯାଏ,
ଓ ଯେତେବେଳେ ସେମାନଙ୍କର ପାପଗୁଡ଼ିକୁ ଢାଙ୍କି ଦିଆ ଯାଏ!
8 ଓ ସେ ଲୋକମାନେ ପ୍ରକୃତରେ ଧନ୍ୟ,
ଯେତେବେଳେ ପାପରହିତ ଭାବେ ପରମେଶ୍ୱର ତାହାଙ୍କୁ ଗ୍ରହଣ କରି ନେଇଛନ୍ତି।”(B)
9 ତେବେ ଏହି ଖୁସୀ କ’ଣ କେବଳ ସୁନ୍ନତ ହୋଇଥିବା ଯିହୂଦୀମାନଙ୍କ ପାଇଁ ଅଟେ? ବା ଯେଉଁ ଅଣଯିହୂଦୀମାନେ ସୁନ୍ନତ ହୋଇ ନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ଅଟେ? ଆମ୍ଭେ କହି ସାରିଛୁ ଯେ, ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ ଓ ସେହି ବିଶ୍ୱାସ ଅବ୍ରହାମଙ୍କୁ ତାଙ୍କ ପ୍ରତି ଧାର୍ମିକ କଲା। 10 ଏହା ଘଟିଲା କିପରି? ପରମେଶ୍ୱର ଅବ୍ରହାମଙ୍କୁ ସୁନ୍ନତ ହେବାପରେ ଗ୍ରହଣ କଲେ, ନା ସୁନ୍ନତ ହେବା ପୂର୍ବରୁ ଗ୍ରହଣ କଲେ? ସେ ସୁନ୍ନତ ହୋଇ ସାରିଲା ପରେ ଏହା ପ୍ରକୃତରେ ଘଟି ନାହିଁ, କିନ୍ତୁ ସେ ସୁନ୍ନତ ନ ହୋଇଥିଲାବେଳେ ଏହା ଘଟିଛି।[a] 11 ପରମେଶ୍ୱର ଗ୍ରହଣ କରି ନେଇଛନ୍ତି ବୋଲି ପ୍ରମାଣିତ କରିବା ଲାଗି ଅବ୍ରହାମଙ୍କୁ ପରେ ସୁନ୍ନତ କରାଯାଇ ଥିଲା। ଏହି ସୁନ୍ନତ ପ୍ରମାଣ କରୁଛି ଯେ ସୁନ୍ନତ ହେବା ପୂର୍ବରୁ ପରମେଶ୍ୱରଙ୍କ ପ୍ରତି ସେ ଧାର୍ମିକ ଥିଲେ। ସେଥିପାଇଁ, ଯେଉଁମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି ଓ ସୁନ୍ନତ ହୋଇ ନାହାନ୍ତି, ସେ ସମସ୍ତ ଲୋକଙ୍କର ପିତା ଅବ୍ରହାମ ଅଟନ୍ତି। ସେମାନେ ବିଶ୍ୱାସ କରନ୍ତି ଓ ଏହି କାରଣରୁ ସେମାନେ ପରମେଶ୍ୱରଙ୍କ ପାଇଁ ଧାର୍ମିକ ବୋଲି ନିରୂପିତ ହୁଅନ୍ତି। 12 ଅସୁନ୍ନତ ଲୋକଙ୍କର ପିତା ମଧ୍ୟ ଅବ୍ରହାମ। ସୁନ୍ନତ ହୋଇଥିବା କାରଣରୁ ଅବ୍ରହାମ ସେମାନଙ୍କର ପିତା ନୁହନ୍ତି। ସୁନ୍ନତ ହେବା ପୂର୍ବରୁ ଅବ୍ରହାମଙ୍କର ଯେଉଁ ବିଶ୍ୱାସ ଥିଲା, ଯଦି ସେମାନେ ମଧ୍ୟ ସେହି ବିଶ୍ୱାସ ଗ୍ରହଣ କରନ୍ତି, ତା'ହେଲେ ଅବ୍ରହାମ ସେମାନଙ୍କର ପିତା।
ବିଶ୍ୱାସ ମାଧ୍ୟମରେ ପରମେଶ୍ୱରଙ୍କ ପ୍ରତିଜ୍ଞା ପ୍ରାପ୍ତ
13 ଅବ୍ରହାମ ଓ ତାହାଙ୍କର ବଂଶଜମାନଙ୍କୁ ପ୍ରତିଜ୍ଞା ମିଳିଥିଲା ଯେ ସେମାନେ ସଂସାରର ଉତ୍ତରାଧିକାରୀ ହେବେ। କିନ୍ତୁ ଅବ୍ରହାମ ଏହି ପ୍ରତିଶ୍ରୁତି ବ୍ୟବସ୍ଥା ପାଳନ କରିଥିବାରୁ ମିଳି ନ ଥିଲା। ବିଶ୍ୱାସ ଦ୍ୱାରା ସେ ପରମେଶ୍ୱରଙ୍କଠାରେ ଧାର୍ମିକ ହୋଇଥିବାରୁ ତାହାଙ୍କୁ ଏହି ପ୍ରତିଶ୍ରୁତି ମିଳିଥିଲା। 14 ବ୍ୟବସ୍ଥା ପାଳନ କରିବା ଦ୍ୱାରା ଯଦି ଜଣେ ଲୋକ ପରମେଶ୍ୱର ଯାହା ପ୍ରତିଜ୍ଞା ଦେଇଥିଲେ ତାହା ପାଏ, ତା'ହେଲେ ବିଶ୍ୱାସର କିଛି ଅର୍ଥ ନାହିଁ ଓ ପ୍ରତିଜ୍ଞାର କିଛି ମୂଲ୍ୟ ନାହିଁ। 15 କାରଣ ବ୍ୟବସ୍ଥା ପାଳନ ନ କରିବା ଦ୍ୱାରା ବ୍ୟବସ୍ଥା ପରମେଶ୍ୱରଙ୍କର କ୍ରୋଧ ଆଣିଥାଏ। କିନ୍ତୁ ଯଦି ବ୍ୟବସ୍ଥା ନ ଥା’ନ୍ତା, ତା'ହେଲେ ଅବାଧ୍ୟ ହେବାର ପ୍ରଶ୍ନ ଉଠିବ ନାହିଁ।
16 ସେଥିପାଇଁ ବିଶ୍ୱାସ ଦ୍ୱାରା ଲୋକେ ପରମେଶ୍ୱରଙ୍କ ପ୍ରତିଜ୍ଞା ପାଆନ୍ତି। ପ୍ରତିଜ୍ଞା ଯେପରି ଏକ ବିନା ମୂଲ୍ୟର ଦାନ ହୋଇପାରେ ସେଥିପାଇଁ ଏପରି ଘଟେ, ଯଦି ବିନା ମୂଲ୍ୟରେ ପ୍ରତିଜ୍ଞା ଦାନ ମିଳେ ତା'ହେଲେ ଅବ୍ରହାମଙ୍କ ବଂଶର ସବୁ ଲୋକେ ପ୍ରତିଜ୍ଞା ପାଇବା ସୁନିଶ୍ଚିତ। ଏହି ପ୍ରତିଜ୍ଞା କେବଳ ବ୍ୟବସ୍ଥାଧୀନ ରହିଥିବା ଲୋକଙ୍କ ପାଇଁ ନୁହେଁ। ଅବ୍ରହାମ ଭଳି ବିଶ୍ୱାସ ପୂର୍ବକ ଜୀବନଯାପନ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏହି ପ୍ରତିଜ୍ଞା ରହିଛି। ଅବ୍ରହାମ ଆମ୍ଭ ସମସ୍ତଙ୍କର ପିତା। 17 ଶାସ୍ତ୍ରରେ ଲେଖା ଅଛି, “ମୁଁ ତୁମ୍ଭକୁ (ଅବ୍ରହାମ) ଅନେକ ଗୁଡ଼ିଏ ଜାତିର ପିତା ଘୋଷିତ କରିଛି।”(C) ପରମେଶ୍ୱରଙ୍କ ଆଗରେ ଏହା ସତ୍ୟ ଅଟେ। ଅବ୍ରହାମ ଯେଉଁ ପରମେଶ୍ୱରଙ୍କୁ ବିଶ୍ୱାସ କରିଥିଲେ, ସେହି ପରମେଶ୍ୱର ମୃତ ଲୋକଙ୍କୁ ଜୀବନ ପ୍ରଦାନ କରନ୍ତି ଓ ଯେଉଁ ଘଟଣା ଅଦ୍ୟାପି ଘଟି ନାହିଁ ସେଗୁଡ଼ିକ ଘଟିବା କଥା ନିର୍ଣ୍ଣୟ କରନ୍ତି।
18 ଅବ୍ରହାମଙ୍କର ସନ୍ତାନ ହେବାର ଆଶା ନ ଥିଲା। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ଓ ଭରସାକୁ ବଜାୟ ରଖିଲେ। ସେଥିପାଇଁ ସେ ଅନେକ ଜାତିର ପିତା ହେଲେ। ପରମେଶ୍ୱର ତାହାଙ୍କୁ କହିଥିଲେ: “ତୁମ୍ଭର ଅଗଣିତ ବଂଶଧର ହେବେ।”(D) 19 ଅବ୍ରହାମଙ୍କୁ 100 ବର୍ଷ ବୟସ ହୋଇଥିଲା, ଅତଏବ ପିଲାପିଲି ହେବା ସମୟ ଗ୍ଭଲି ଯାଇଥିଲା। ତାହାଙ୍କ ସ୍ତ୍ରୀ ସାରା ମଧ୍ୟ ସନ୍ତାନ ଜନ୍ମ କରି ପାରିବେ ନାହିଁ, ଅବ୍ରହାମ ଏ କଥା ଭାବିଥିଲେ। 20 କିନ୍ତୁ ପରମେଶ୍ୱରଙ୍କ ପ୍ରତି ତାହାଙ୍କର ବିଶ୍ୱାସ ଦୁର୍ବଳ ହେଲା ନାହିଁ। ପରମେଶ୍ୱର ତାହାଙ୍କୁ ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ସେ କରିବାରେ ସମର୍ଥ ଏଥିରେ ଅବ୍ରହାମ ଟିକେ ହେଲେ ସନ୍ଦେହ କଲେ ନାହିଁ। ବରଂ ତାହାଙ୍କର ବିଶ୍ୱାସ ଅଧିକ ଦୃଢ଼ ହେଲା ଓ ସେ ପରମେଶ୍ୱରଙ୍କୁ ଗୌରବ ଦେଲେ। 21 ଅବ୍ରହାମ ଦୃଢ଼ ଭାବରେ ଅନୁଭବ କଲେ ଯେ ପରମେଶ୍ୱର ଯାହା ପ୍ରତିଶ୍ରୁତି ଦେଇଛନ୍ତି, ତାହା କରିବାରେ ସେ ସକ୍ଷମ ଥିଲେ। 22 ସେଥିପାଇଁ ପରମେଶ୍ୱର, “ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ। ସେ ବିଶ୍ୱାସ ଅବ୍ରହାମଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରି ରଖିଥିଲା।”(E) 23 ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସ ଗ୍ରହଣ କଲେ, ଏହି ବାକ୍ୟଗୁଡ଼ିକ କେବଳ ଅବ୍ରହାମଙ୍କ ପାଇଁ ଲେଖା ଯାଇ ନ ଥିଲା। 24 ଏହି ବାକ୍ୟଗୁଡ଼ିକ ଆମ୍ଭ ପାଇଁ ମଧ୍ୟ ଲେଖା ଯାଇଥିଲା। ଆମ୍ଭେ ବିଶ୍ୱାସ କରୁଥିବା ଯୋଗୁଁ ପରମେଶ୍ୱର ଆମ୍ଭକୁ ମଧ୍ୟ ଗ୍ରହଣ କରିବେ। ଆମ୍ଭେ ତାହାଙ୍କୁ ବିଶ୍ୱାସ କରୁ ଯିଏ ଆମ୍ଭର ପ୍ରଭୁ ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କଲେ। 25 ଆମ୍ଭର ପାପ ଲାଗି ଯୀଶୁଙ୍କୁ ମୃତ୍ୟୁ ନିମନ୍ତେ ସମର୍ପିତ କରାହେଲା। ଆମ୍ଭକୁ ପରମେଶ୍ୱରଙ୍କଠାରେ ଧାର୍ମିକ କରିବା ଲାଗି ଯୀଶୁ ମୃତ୍ୟୁରୁ ପୁନର୍ଜୀବିତ ହେଲେ।
ପରମେଶ୍ୱରଙ୍କ ପ୍ରତି ଧାର୍ମିକ
5 ଆମ୍ଭର ବିଶ୍ୱାସ ହେତୁ ଆମ୍ଭକୁ ପରମେଶ୍ୱରଙ୍କଠାରେ ଧାର୍ମିକ କରାଯାଇଛି। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ସହିତ ଆମ୍ଭେ ଶାନ୍ତିରେ ଅଛୁ। ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ଆମ୍ଭକୁ ପରମେଶ୍ୱରଙ୍କ ଅନୁଗ୍ରହର ଅଧୀନ କଲେ। 2 ଏବେ ଆମ୍ଭେ ଏହି ଅନୁଗ୍ରହରେ ରହିଛୁ ଓ ଆମ୍ଭେ ପରମେଶ୍ୱରଙ୍କ ଏହି ମହିମାରେ ଭାଗୀଦର ହୋଇଥିବା ଆଶାରେ ଆନନ୍ଦିତ। 3 ଆମ୍ଭେମାନେ ଆମ୍ଭର କ୍ଳେଶଗୁଡ଼ିକ ଥାଇ ମଧ୍ୟ ଆନନ୍ଦିତ। ଆମ୍ଭେ ଏହି କଷ୍ଟଗୁଡ଼ିକ ପାଇଁ କାହିଁକି ଆନନ୍ଦିତ? କାରଣ ଆମ୍ଭେ ଜାଣୁ ଯେ ଏହି କଷ୍ଟଗୁଡ଼ିକ ଆମ୍ଭକୁ ଅଧିକ ଧୈର୍ଯ୍ୟବାନ କରାଏ। 4 ଏହି ଧୈର୍ଯ୍ୟ ପ୍ରମାଣ କରେ ଯେ, ଆମ୍ଭେ ବଳବାନ ଓ ଏହି ପ୍ରମାଣ ଆମ୍ଭକୁ ଭରସା ପ୍ରଦାନ କରେ। 5 ଏହି ଭରସା ଆମ୍ଭକୁ କେବେ ହେଲେ ନିରାଶ କରିବ ନାହିଁ। କ’ଣ ପାଇଁ? କାରଣ ପରମେଶ୍ୱର ଆମ୍ଭର ହୃଦୟଗୁଡ଼ିକୁ ପୂର୍ଣ୍ଣ କରିବା ପାଇଁ ତାହାଙ୍କର ପ୍ରେମ ଢାଳି ଦେଲେ। ପରମେଶ୍ୱର ପବିତ୍ରଆତ୍ମା ମାଧ୍ୟମରେ ତାହାଙ୍କର ପ୍ରେମ ଦେଇଛନ୍ତି। ପରମେଶ୍ୱରଙ୍କ ତରଫରୁ ଆମ୍ଭ ପାଇଁ ପବିତ୍ରଆତ୍ମା ଅନୁଗ୍ରହ ଦାନ ଭାବରେ ଆସିଥିଲେ।
6 ଆମ୍ଭେ ଅଧାର୍ମିକ ଥିବା ବେଳେ ଖ୍ରୀଷ୍ଟ ଆମ୍ଭ ପାଇଁ ମରି ଥିଲେ। ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ଜୀବନଯାପନ କରୁଥିଲୁ, ତଥାପି ଯଥାର୍ଥ ସମୟରେ ଖ୍ରୀଷ୍ଟ ଆମ୍ଭ ପାଇଁ ମରିଥିଲେ। 7 ଅନ୍ୟ ଲୋକ ଯେତେ ଭଲ ହେଲେ ମଧ୍ୟ, ଖୁବ୍ କମ୍ ଲୋକ ଅନ୍ୟକୁ ବଞ୍ଚାଇବା ପାଇଁ ମୃତ୍ୟୁ ବରଣ କରିବେ। ଯଦି ଲୋକଟି ଧାର୍ମିକ ହୋଇ ଥାଏ, ତେବେ ତା’ ନିମନ୍ତେ କିଏ ଜଣେ ମୃତ୍ୟୁ ବରଣ କରିବା ପାଇଁ ସାହସ କରିବ। 8 କିନ୍ତୁ ଆମ୍ଭେ ସମସ୍ତେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଆମ୍ଭ ପାଇଁ ମୃତ୍ୟୁ ବରଣ କଲେ। ଏହା ଦ୍ୱାରା ପରମେଶ୍ୱର ପ୍ରମାଣିତ କଲେ ଯେ, ସେ ଆମ୍ଭକୁ ବହୁତ ପ୍ରେମ କରନ୍ତି।
9 ଆମ୍ଭେ ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇଛୁ। ସେଥିପାଇଁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କର କ୍ରୋଧରୁ ନିଶ୍ଚିତ ଭାବେ ରକ୍ଷା ପାଇବା। 10 ମୋ’ କହିବା ଅର୍ଥ ଯେ ଆମ୍ଭେ ପରମେଶ୍ୱରଙ୍କର ଶତ୍ରୁ ହୋଇଥିଲେ ମଧ୍ୟ, ସେ ନିଜ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ଆମ୍ଭ ସହିତ ବନ୍ଧୁତା ସ୍ଥାପନ କରିଛନ୍ତି। ସେଥିପାଇଁ ଏବେ ଯେହେତୁ ଆମ୍ଭେ ପରମେଶ୍ୱରଙ୍କର ମିତ୍ର, ପରମେଶ୍ୱର ତାଙ୍କ ପୁତ୍ରଙ୍କ ଜୀବନ ମାଧ୍ୟମରେ ଆମ୍ଭକୁ ନିଶ୍ଚିତ ଭାବରେ ରକ୍ଷା କରିବେ। 11 ଆମ୍ଭେ ଯେ କେବଳ ରକ୍ଷା ପାଇବୁ ତା’ ନୁହେଁ, ବରଂ ଏବେ ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କଠାରେ ମଧ୍ୟ ଅତ୍ୟଧିକ ଆନନ୍ଦିତ ହେତୁ କେବଳ ଯୀଶୁଙ୍କ ପାଇଁ ଆମ୍ଭେ ଆଜି ପରମେଶ୍ୱରଙ୍କ ମିତ୍ର ଅଟୁ।
ଆଦମ ଓ ଯୀଶୁ
12 ଜଣେ ଲୋକ ଆଦମ ପାଇଁ ଜଗତକୁ ପାପ ଆସିଲା। ପାପ ଦ୍ୱାରା ମୃତ୍ୟୁ ଆସିଲା। ସେଥିପାଇଁ ସମସ୍ତେ ନିଶ୍ଚୟ ମରିବେ, କାରଣ ସମସ୍ତେ ପାପ କରିଛନ୍ତି। 13 ମୋଶା ବ୍ୟବସ୍ଥା ଦେବା ପୂର୍ବରୁ ପାପ ସଂସାରରେ ଥିଲା। କିନ୍ତୁ ପରମେଶ୍ୱର, ବ୍ୟବସ୍ଥା ନ ଥିବା କାରଣରୁ ଲୋକମାନଙ୍କୁ ପାପରେ ପାପୀ ମାନି ନ ଥିଲେ। 14 କିନ୍ତୁ ଆଦମଙ୍କ ସମୟରୁ ମୋଶାଙ୍କ ସମୟ ସୁଦ୍ଧା, ପ୍ରତ୍ୟେକ ଲୋକକୁ ମରିବାକୁ ପଡ଼ିଲା। ପରମେଶ୍ୱରଙ୍କର ଆଦେଶ ଅମାନ୍ୟ କରି ପାପ କରିଥିବା ହେତୁ ଆଦମ ମଲା। କିନ୍ତୁ, ଯେଉଁ ଲୋକମାନେ ଆଦମ ଭଳି ପାପ କରି ନ ଥିଲେ, ସେମାନଙ୍କୁ ମଧ୍ୟ ମରିବାକୁ ହେଲା।
ଭବିଷ୍ୟତରେ ଯେଉଁ ଜଣଙ୍କର (ଖ୍ରୀଷ୍ଟଙ୍କର) ଆସିବା କଥା, କେତେକାଂଶରେ ସେ ଆଦମଙ୍କ ଭଳି। 15 କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହଦାନ ଆଦମର ପାପ ପରି ନୁହେଁ। ଜଣେ ଲୋକର ପାପ କାରଣରୁ ଅନେକ ଲୋକ ମୃତ୍ୟୁ ବରଣ କଲେ। କିନ୍ତୁ ପରମେଶ୍ୱରଙ୍କଠାରୁ ଲୋକେ ଯେଉଁ ଅନୁଗ୍ରହ ପାଇଲେ, ତାହା ବହୁତ ଅଧିକ ଥିଲା। ଅନେକ ଲୋକ ଜଣେ ଲୋକର ଅନୁଗ୍ରହ ହେତୁ ଜୀବନରୂପେ ଅନୁଗ୍ରହଦାନ ପାଇଲେ। 16 ଆଦମ ଥରେ ପାପ କଲା ପରେ ସେ ଦୋଷୀ ବୋଲି ସାବ୍ୟସ୍ତ ହେଲା। କିନ୍ତୁ ପରମେଶ୍ୱରଙ୍କର ଅନୁଗ୍ରହଦାନ ଏହାଠାରୁ ଭିନ୍ନ ଅଟେ। ଅନେକ ପାପ ପରେ ପରମେଶ୍ୱରଙ୍କର ଅନୁଗ୍ରହଦାନ ଆସିଲା। ଓ ଏହି ଅନୁଗ୍ରହଦାନ ଲୋକଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରାଇଲା। 17 ଜଣେ ଲୋକ ପାପ କଲା, ସେଥିପାଇଁ ସେ ଜଣକ ଲାଗି, ମୃତ୍ୟୁ ସମସ୍ତଙ୍କ ଉପରେ ରାଜତ୍ୱ କଲା। କିନ୍ତୁ ଏବେ କିଛି ଲୋକ ପରମେଶ୍ୱରଙ୍କ ପୂର୍ଣ୍ଣ ଦୟା ଓ ତାହାଙ୍କର ‘ଧାର୍ମିକ’ ହେବା ଭଳି ବିରାଟ ଅନୁଗ୍ରହଦାନକୁ ମଧ୍ୟ ଗ୍ରହଣ କରନ୍ତି। ଏହା ନିଶ୍ଚିତ ଯେ ସେ ଲୋକମାନେ ପ୍ରକୃତ ଜୀବନ ପ୍ରାପ୍ତ କରିବେ, ଓ ସେହି ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଶାସନ କରିବେ।
18 ଅତଏବ ଯେପରି ଆଦମର ଗୋଟିଏ ପାପ ସମସ୍ତ ଲୋକଙ୍କୁ ମୃତ୍ୟୁରେ ଦଣ୍ଡିତ କଲା, ସେହିଭଳି ଯୀଶୁ ଖ୍ରୀଷ୍ଟ କରିଥିବା ଗୋଟିଏ ଧାର୍ମିକ କାମ ସମସ୍ତ ଲୋକଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରି ରଖିବ। ଓ ତାହା ସେହି ଲୋକମାନଙ୍କ ପାଇଁ ପ୍ରକୃତ ଜୀବନ ଆଣି ଦେବ। 19 ଜଣେ ଲୋକ ପରମେଶ୍ୱରଙ୍କୁ ଅବଜ୍ଞା କଲା ଓ ଅନେକ ଲୋକ ପାପୀ ହୋଇ ଗଲେ। କିନ୍ତୁ ସେହିପରି ଜଣେ ଲୋକ ପରମେଶ୍ୱରଙ୍କୁ ମାନିଲା ଓ ଅନେକ ଲୋକ ଧାର୍ମିକ ହୋଇଯିବେ। 20 ଲୋକମାନେ ଅଧିକ ପାପ କରିବା ପାଇଁ ବ୍ୟବସ୍ଥା ଆସିଲା, କିନ୍ତୁ ଯେତେବେଳେ ଲୋକେ ଅଧିକ ପାପ କଲେ, ପରମେଶ୍ୱର ସେମାନଙ୍କୁ ପ୍ରଚୁର ମାତ୍ରାରେ ତାହାଙ୍କ ଅନୁଗ୍ରହ ପ୍ରଦାନ କଲେ। 21 ଆମ୍ଭମାନଙ୍କୁ ଶାସନ କରିବା ପାଇଁ ପାପ ଥରେ ମୃତ୍ୟୁକୁ ବ୍ୟବହାର କଲା। କିନ୍ତୁ ପରମେଶ୍ୱର ନିଜର ଅଧିକ ଅନୁଗ୍ରହ ପ୍ରଦାନ କଲେ ଯାହାଦ୍ୱାରା ଅନୁଗ୍ରହ ଶାସନ କଲା ଓ ଲୋକେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇ ରହିଲେ। ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏହା ଅନନ୍ତ ଜୀବନ ଆଣିଲା।
ପାପ ପାଇଁ ମୃତ, କିନ୍ତୁ ଖ୍ରୀଷ୍ଟଙ୍କ ପ୍ରତି ଜୀବିତ
6 ତା'ହେଲେ ତୁମ୍ଭେମାନେ ଭାବୁଛ ଯେ ଆମ୍ଭେ ସର୍ବଦା ପାପ କରି ଗ୍ଭଲି ଥିବା ଯାହା ପାଇଁ ପରମେଶ୍ୱର ଆମ୍ଭକୁ ଆହୁରି ଅଧିକ ଅନୁଗ୍ରହ ପ୍ରଦାନ କରିବେ? 2 ନା! ଆମ୍ଭେ ଆମ୍ଭର ପୁରାତନ ପାପ ପୂର୍ଣ୍ଣ ଜୀବନ ପ୍ରତି ମରିଯାଇଛୁ। ତା'ହେଲେ ଆମ୍ଭେ ଆଉ ପାପ କରି ଗ୍ଭଲିପାରିବା କି? 3 ତୁମ୍ଭେମାନେ କ’ଣ ମନେ ରଖିଛ କି ଯେତେବେଳେ ଆମ୍ଭେ ସମସ୍ତେ ବାପ୍ତିଜିତ ହେଲୁ, ସେତେବେଳେ ଯୀଶୁ ଖ୍ରୀଷ୍ଟଙ୍କର ଅଂଶ ହୋଇଗଲୁ। ଆମ୍ଭର ବାପ୍ତିଜିତ ହେବାରେ ଆମ୍ଭେ ତାହାଙ୍କର ମୃତ୍ୟୁର ମଧ୍ୟ ଭାଗୀଦାର ହେଲୁ। 4 ଅତଏବ ଆମ୍ଭେ ଯେତେବେଳେ ବାପ୍ତିଜିତ ହେଲୁ, ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ଭିତରେ ସମାଧି ପ୍ରାପ୍ତ ହୋଇଗଲୁ ଓ ତାହାଙ୍କ ମୃତ୍ୟୁର ଭାଗୀଦାର ହେଲୁ। ଖ୍ରୀଷ୍ଟଙ୍କ ସହିତ କବରସ୍ଥ ହେବା ଦ୍ୱାରା ଆମ୍ଭେ ପୁନରୁତ୍ଥିତ ହୋଇ ନୂତନ ଜୀବନଯାପନ କରିବା। ପରମପିତାଙ୍କର ଆଶ୍ଚର୍ଯ୍ୟ ଶକ୍ତି ଦ୍ୱାରା ଯେପରି ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେଲେ, ସେହିଭଳି ଏହା ଘଟିଲା।
5 ଖ୍ରୀଷ୍ଟ ମୃତ୍ୟୁ ବରଣ କଲେ ଓ ଆମ୍ଭେ ମଧ୍ୟ ମୃତ୍ୟୁ ଦ୍ୱାରା ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଛୁ। ଖ୍ରୀଷ୍ଟ ମୃତ୍ୟୁରୁ ଜୀବିତ ହେବା ଭଳି ଆମ୍ଭେ ମଧ୍ୟ ମୃତ୍ୟୁରୁ ଜୀବିତ ହୋଇ ତାହାଙ୍କ ସହିତ ସଂଯୁକ୍ତ ହେବା। 6 ଆମ୍ଭେ ଜାଣୁ ଯେ, ଆମ୍ଭର ପୂର୍ବ ଜୀବନ ଖ୍ରୀଷ୍ଟଙ୍କ ସହିତ କ୍ରୁଶ ଉପରେ ତାହାଙ୍କ ସହିତ ମୃତ ହୋଇ ଯାଇଛି। ଆମ୍ଭର ପାପପୂର୍ଣ୍ଣ ଶରୀର ଆମ୍ଭ ଉପରେ ରାଜତ୍ୱ ନ କରିବା ପାଇଁ ଏପରି ଘଟିଲା। ତା'ପରେ ଆମ୍ଭେ ପାପର ଦାସ ହେବୁ ନାହିଁ। 7 ଯେଉଁ ଲୋକ ମରିଯାଇଛି, ସେ ପାପର ଦାସତ୍ୱରୁ ମୁକ୍ତ ହୋଇ ଯାଇଛି।
8 ଆମ୍ଭେ ଯଦି ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁବରଣ କରିଛୁ, ତା'ହେଲେ ଜାଣୁ ଯେ ଆମ୍ଭେ ମଧ୍ୟ ତାହାଙ୍କ ସହିତ ଜୀବିତ ରହିବା। 9 ଖ୍ରୀଷ୍ଟ ମୃତ୍ୟୁରୁ ଉଠିଥିଲେ ଓ ଆମ୍ଭେ ଜାଣୁ ଯେ ସେ ପୁନଃ ମରିବେ ନାହିଁ। ଏବେ ମୃତ୍ୟୁର ତାଙ୍କ ଉପରେ ଆଉ କୌଣସି କର୍ତ୍ତୃତ୍ୱ ନାହିଁ। 10 ଯେତେବେଳେ ଖ୍ରୀଷ୍ଟ ମୃତ୍ୟୁ କଲେ, ସେ ପାପର ଶକ୍ତିକୁ ଥରେ ମାତ୍ର ହରାଇବା ପାଇଁ ମୃତ୍ୟୁ କଲେ, ଏହା ସବୁ ଦିନ ପାଇଁ ଯଥେଷ୍ଟ ଥିଲା। ଏବେ ସେ ଯେଉଁ ଜୀବନଯାପନ କରନ୍ତି ତାହା ପରମେଶ୍ୱରଙ୍କ ପାଇଁ କରନ୍ତି। 11 ସେହିଭଳି ତୁମ୍ଭେମାନେ ମଧ୍ୟ ପାପର ଶକ୍ତି ବିଷୟରେ ନିଜକୁ ମୃତ ବୋଲି ଭାବିବା ଉଚିତ୍। ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ପାଇଁ ଜୀବିତ ବୋଲି ଅନୁଭବ କର।
12 କିନ୍ତୁ ପାପ ଯେପରି ତୁମ୍ଭମାନଙ୍କର ଶରୀରକୁ ରାଜତ୍ୱ ନ କରୁ। ତୁମ୍ଭମାନଙ୍କର ପାପପୂର୍ଣ୍ଣ ସ୍ୱଭାବ ଦ୍ୱାରା ତୁମ୍ଭେମାନେ ଯେପରି ଶାସିତ ନ ହୁଅ। 13 ପାପର ସେବା କରିବା ପାଇଁ ତୁମ୍ଭମାନଙ୍କ ଶରୀରର ଅଙ୍ଗଗୁଡ଼ିକକୁ ଅନୁମତି ଦିଅ ନାହିଁ। ମନ୍ଦ କାମ କରିବା ପାଇଁ ଶରୀରକୁ ବ୍ୟବହାର କର ନାହିଁ। ତା’ ପରିବର୍ତ୍ତେ ନିଜକୁ ପରମେଶ୍ୱରଙ୍କଠାରେ ସମର୍ପଣ କର। ଯେଉଁମାନେ ମରି ଥିଲେ ଓ ଏବେ ଜୀବିତ ଅଛନ୍ତି ସେ ଲୋକଙ୍କ ଭଳି ହୁଅ। ନିଜ ଶରୀରର ଅଙ୍ଗଗୁଡ଼ିକୁ ଭଲ କାମ କରିବା ପାଇଁ ପରମେଶ୍ୱରଙ୍କଠାରେ ସମର୍ପଣ କର। 14 ପାପ ତୁମ୍ଭମାନଙ୍କର ସ୍ୱାମୀ ହେବ ନାହିଁ। କାରଣ ତୁମ୍ଭେମାନେ ବ୍ୟବସ୍ଥାର ବନ୍ଧନରେ ନୁହଁ। ତୁମ୍ଭେମାନେ ଏବେ ପରମେଶ୍ୱରଙ୍କ ଅନୁଗ୍ରହରେ ଜୀବିତ ଅଛ।
ଧାର୍ମିକତାର ଦାସ
15 ତା'ହେଲେ ଆମ୍ଭେ କ’ଣ କରିବା ଉଚିତ୍? ଆମ୍ଭେ ବ୍ୟବସ୍ଥାର ଅଧୀନ ନୋହୁଁ, କିନ୍ତୁ ଅନୁଗ୍ରହର ଅଧୀନ ବୋଲି କ’ଣ ପାପ କରି ଗ୍ଭଲିଥିବା? ଅବଶ୍ୟ ନୁହେଁ! 16 ଏହା ନିଶ୍ଚିତ ଭାବରେ ତୁମ୍ଭେମାନେ ଜାଣ ଯେ ଯେତେବେଳେ ତୁମ୍ଭେମାନେ ଦାସ ଭଳି ନିଜକୁ ସମର୍ପଣ କର, ସେତେବେଳେ ତୁମ୍ଭେମାନେ ପ୍ରକୃତରେ ସେହି ଲୋକର ଦାସ ଅଟ। ଯେଉଁ ଲୋକକୁ ତୁମ୍ଭେମାନେ ମାନିବ ସେ ହେଉଛି ତୁମ୍ଭର ମାଲିକ। ତୁମ୍ଭେମାନେ ପାପର ଗ୍ଭକର ହୋଇ ପାରିବ ବା ପରମେଶ୍ୱରଙ୍କୁ ମାନିବ। ପାପ ଆଧ୍ୟାତ୍ମିକ ମୃତ୍ୟୁ ଆଣି ଦିଏ। କିନ୍ତୁ ପରମେଶ୍ୱରଙ୍କୁ ମାନିଲେ, ପରମେଶ୍ୱରଙ୍କଠାରେ ତୁମ୍ଭେମାନେ ଧାର୍ମିକ ବୋଲି ଗଣିତ ହୁଅ। 17 ଅତୀତରେ ତୁମ୍ଭେମାନେ ପାପର ଦାସ ଥିଲ, ପାପ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ରଖିଥିଲା। କିନ୍ତୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅ, ଯେ ତୁମ୍ଭମାନଙ୍କୁ ଯାହା ଶିକ୍ଷା ଦିଆଗଲା ତାହା ତୁମ୍ଭେମାନେ ସମସ୍ତ ହୃଦୟର ସହିତ ପାଳନ କଲ। 18 ତୁମ୍ଭମାନଙ୍କୁ ପାପରୁ ମୁକ୍ତ କରାହେଲା ଓ ଏବେ ତୁମ୍ଭେମାନେ ଧାର୍ମିକତାର ଦାସ ହୋଇଛ। 19 ଲୋକେ ଜାଣିଥିବା ଗୋଟିଏ ଉଦାହରଣ ଦେଇ ମୁଁ ଏ କଥା ତୁମ୍ଭମାନଙ୍କୁ ବୁଝାଉଛି। ଏହାକୁ ବୁଝିବା କଷ୍ଟକର ହୋଇଥିବା କାରଣରୁ ମୁଁ ଏହିଭଳି ବୁଝାଉଛି। ଅତୀତରେ ତୁମ୍ଭେମାନେ ନିଜ ଶରୀରର ଅଙ୍ଗଗୁଡ଼ିକୁ ପାପର ଦାସ ହେବାକୁ ଓ ମନ୍ଦ କର୍ମରେ ନିଯୁକ୍ତ କରିଥିଲ। ଫଳ ସ୍ୱରୂପ ତୁମ୍ଭେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଜୀବନଯାପନ କରୁଥିଲ। ଠିକ୍ ସେହିଭଳି ଏବେ ତୁମ୍ଭମାନଙ୍କ ଶରୀରର ଅଙ୍ଗ ଗୁଡ଼ିକୁ ଭଲ କାମ କରିବା ପାଇଁ ସମର୍ପଣ କର। ତେବେ ତୁମ୍ଭେମାନେ କେବଳ ପରମେଶ୍ୱରଙ୍କ ପାଇଁ ବଞ୍ଚିବ।
20 ଅତୀତରେ ତୁମ୍ଭେମାନେ ପାପର ଦାସ ଥିଲ ଓ ଯାହା ଉତ୍ତମ ତାହା ତୁମ୍ଭମାନଙ୍କୁ ନିୟନ୍ତ୍ରିତ କରି ନ ଥିଲା। 21 ତୁମ୍ଭେମାନେ ମନ୍ଦ କାମ କରୁଥିଲ। ଏବେ ତୁମ୍ଭେମାନେ ସେଭଳି କର୍ମ ପାଇଁ ଲଜ୍ଜିତ। ସେ କାମଗୁଡ଼ିକ କ’ଣ ତୁମ୍ଭମାନଙ୍କୁ ସାହାଯ୍ୟ କଲା? ନା, ସେ କର୍ମ ଗୁଡ଼ିକ କେବଳ ଆଧ୍ୟାତ୍ମିକ ମୃତ୍ୟୁ ଆଣିଥାଏ। 22 କିନ୍ତୁ ଏବେ ତୁମ୍ଭେମାନେ ପାପରୁ ମୁକ୍ତ। ତୁମ୍ଭେମାନେ ଏବେ ପରମେଶ୍ୱରଙ୍କର ଦାସ ଓ ଏହା କେବଳ ପରମେଶ୍ୱରଙ୍କ ପାଇଁ ତୁମ୍ଭମାନଙ୍କୁ ଜୀବନ ଆଣି ଦେବ। ତା'ପରେ ତୁମ୍ଭେମାନେ ସଦାକାଳ ପାଇଁ ଅନନ୍ତ ଜୀବନ ପାଇବ। 23 ପାପର ସ୍ୱାଭାବିକ ପରିଣତି ମୃତ୍ୟୁ। କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହଦାନ ଆମ୍ଭର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତାରେ ତାହାଙ୍କ ଲୋକମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି।
ବିବାହର ଦୃଷ୍ଟାନ୍ତ
7 ଭାଇ ଓ ଭଉଣୀଗଣ, ତୁମ୍ଭେମାନେ ବ୍ୟବସ୍ଥା ଜାଣ। ତୁମ୍ଭେମାନେ ଜାଣ ଯେ ଯେତେବେଳେ ଜଣେ ଲୋକ ଜୀବିତ, ବ୍ୟବସ୍ଥା ତାହାକୁ ନିୟନ୍ତ୍ରିତ କର। 2 ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉଦାହରଣ ଦେଉଛି। ଜଣେ ବିବାହିତା ସ୍ତ୍ରୀଲୋକ ତାହାର ସ୍ୱାମୀ ଜୀବିତ ଥିବା ସମୟ ପର୍ଯ୍ୟନ୍ତ ତା’ ସହିତ ଆବଦ୍ଧ ହୋଇ ରହିଥାଏ। କିନ୍ତୁ ଯେତେବେଳେ ତାହାର ସ୍ୱାମୀ ମରି ଯାଏ ସେ ବିବାହର ନିୟମରୁ ମୁକ୍ତ ହୋଇ ଯାଏ। 3 କିନ୍ତୁ ଯେତେବେଳେ ଜଣେ ସ୍ତ୍ରୀଲୋକ ତାହାର ସ୍ୱାମୀ ଜୀବିତ ଥିବା ଅବସ୍ଥାରେ, ଆଉ ଜଣକୁ ବିବାହକରେ, ବ୍ୟବସ୍ଥା କୁହେ ଯେ, ସେ ବ୍ୟଭିଗ୍ଭର ଦୋଷରେ ଦୋଷୀ। କିନ୍ତୁ ଯଦି ସେ ସ୍ତ୍ରୀଲୋକର ସ୍ୱାମୀ ମରି ଯାଏ, ତାହାହେଲେ ସେ ସ୍ତ୍ରୀଲୋକଟି ବିବାହର ବନ୍ଧନ ବ୍ୟବସ୍ଥାରୁ ମୁକ୍ତ ହୋଇ ଯାଏ। ଅତଏବ, ଯଦି ସେହି ସ୍ତ୍ରୀଲୋକ ସ୍ୱାମୀର ମୃତ୍ୟୁ ପରେ ଆଉ ଜଣକୁ ବିବାହକରେ, ସେ ବ୍ୟଭିଗ୍ଭର ଦୋଷରେ ଆଉ ଦୋଷୀ ହୁଏ ନାହିଁ।
4 ଠିକ୍ ସେହିଭଳି, ମୋ’ ଭାଇ ଓ ଭଉଣୀଗଣ, ତୁମ୍ଭମାନଙ୍କ ପୁରୁଣା ବ୍ୟକ୍ତିତ୍ୱ ମରିଯାଇଛି ଓ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର ମାଧ୍ୟମରେ ବ୍ୟବସ୍ଥାରୁ ମୁକ୍ତ ହୋଇ ଯାଇଛ। ଏବେ ତୁମ୍ଭେମାନେ ଅନ୍ୟ ଜଣକର ଅଟ। ତୁମ୍ଭେମାନେ ମୃତ୍ୟୁରୁ ବଞ୍ଚି ଉଠିଥିବା ଖ୍ରୀଷ୍ଟଙ୍କର ଅଟ। ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ଅଟୁ, ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ସେବାରେ ନିୟୋଜିତ ହୋଇ ପାରିବା। 5 ଅତୀତରେ, ଆମ୍ଭେ ଆମ୍ଭର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହେଉଥିଲୁ। ଆମ୍ଭ ଦ୍ୱାରା ବ୍ୟବସ୍ଥା ପାପପୂର୍ଣ୍ଣ କାମ କରାଉ ଥିଲା। ଓ ଏହି ପାପପୂର୍ଣ୍ଣ କାମସବୁ ଆମ୍ଭର ଶରୀରକୁ ନିୟନ୍ତ୍ରିତ କରୁଥିଲା। ଅତଏବ ଏହି କର୍ମ ଆମ୍ଭର ଆଧ୍ୟାତ୍ମିକ ମୃତ୍ୟୁ ଘଟାଉ ଥିଲା। 6 ଅତୀତର ବ୍ୟବସ୍ଥା ଆମ୍ଭକୁ ବନ୍ଦୀ ଭଳି ବାନ୍ଧି ରଖି ଥିଲା। କିନ୍ତୁ ଆମ୍ଭର ପୁରୁଣା ବ୍ୟକ୍ତିତ୍ୱ ଏବେ ମରି ଯାଇଛି ଓ ଆମ୍ଭେ ବ୍ୟବସ୍ଥାରୁ ମୁକ୍ତ ହୋଇ ସାରିଛୁ। ଅତଏବ ଆମ୍ଭେ ପ୍ରାଚୀନ ପଦ୍ଧତି ଲିଖିତ ବ୍ୟବସ୍ଥା ଅନୁସାରେ ପରମେଶ୍ୱରଙ୍କ ସେବା କରୁ ନାହୁଁ। ଆମ୍ଭେ ପରମେଶ୍ୱରଙ୍କ ନୂତନ ପଦ୍ଧତିରେ ଆତ୍ମାରେ ସେବା କରୁଅଛୁ।
ପାପ ସହିତ ଆମ୍ଭର ସଂଘର୍ଷ
7 ତୁମ୍ଭେ ଭାବି ପାର ଯେ, ମୁଁ କହୁଛି ପାପ ଓ ବ୍ୟବସ୍ଥା ହେଉଛି ଏକା କଥା। ଏହା ସତ୍ୟ ନୁହେଁ। କିନ୍ତୁ ବ୍ୟବସ୍ଥା ହେଉଛି ଏକମାତ୍ର ଉପାୟ ଯାହାଦ୍ୱାରା ମୁଁ ପାପର ଅର୍ଥ ଜାଣି ପାରିଲି। ମୁଁ କେବେ ହେଲେ ଜାଣି ପାରି ନ ଥା’ନ୍ତି, “ଲୋଭ କରିବା” ଅର୍ଥ କ’ଣ। କିନ୍ତୁ ବ୍ୟବସ୍ଥା କହିଲା, “ଅନ୍ୟମାନଙ୍କ ବସ୍ତୁ ପାଇବା ପାଇଁ କେବେ ହେଲେ ଲୋଭ କର ନାହିଁ।”(F) 8 ଏହି ଆଦେଶ ଅନୁସାରେ ମୋ’ ଭିତରେ ସମସ୍ତ ପ୍ରକାରର ଭୁଲ୍ ବସ୍ତୁ ପ୍ରତି ପାପ ଇଚ୍ଛା ଜାଗ୍ରତ କରାଇଲା। ସେଥିପାଇଁ ଉକ୍ତ ଆଦେଶ ହେତୁ ପାପ ମୋ’ ପାଖକୁ ଆସିଲା। କିନ୍ତୁ ବ୍ୟବସ୍ଥା ବିନା ପାପର କୌଣସି ଶକ୍ତି ନାହିଁ। 9 ବ୍ୟବସ୍ଥା ଜାଣିବା ପୂର୍ବରୁ, ବ୍ୟବସ୍ଥା ବିନା ମୁଁ ଜୀବିତ ଥିଲି। କିନ୍ତୁ ଯେତେବେଳେ ବ୍ୟବସ୍ଥାର ଆଦେଶ ମୋ’ ପାଖକୁ ଆସିଲା, ସେତେବେଳେ ପାପ ଜୀବିତ ହେଲା ଓ ପାପ ହେତୁ ଆତ୍ମିକ ଭାବରେ ମୁଁ ମୃତ୍ୟୁ ବରଣ କଲି। 10 ଆଦେଶର ଆଜ୍ଞା ଥିଲା ଜୀବନ ଦାନ କିନ୍ତୁ ମୋ’ ପାଇଁ ଆଜ୍ଞା ଆଣିଲା ମୃତ୍ୟୁ। 11 ଏହି ଆଜ୍ଞାକୁ ବ୍ୟବହାର କରି ପାପ ମୋତେ ମୂର୍ଖ ପ୍ରମାଣିତ କରିବା ପାଇଁ ସୁଯୋଗ ପାଇଲା। ମୋତେ ଆତ୍ମିକ ଭାବରେ ମୃତ କରାଇବାରେ ପାପ ଏହି ଆଜ୍ଞାକୁ ବ୍ୟବହାର କଲା।
12 ଅତଏବ ବ୍ୟବସ୍ଥା ହେଉଛି ପବିତ୍ର ଓ ଆଜ୍ଞା ମଧ୍ୟ ପବିତ୍ର, ଠିକ୍ ଓ ଉତ୍ତମ। 13 ଏହାର କ’ଣ ଏହି ଅର୍ଥ ଯେ ଯାହା ଭଲ, ତାହା ହିଁ ମୋ’ ପାଇଁ ମୃତ୍ୟୁ ଆଣିଲା? କିନ୍ତୁ ଯାହା ଭଲ ପାପ ତାହାକୁ ହିଁ ବ୍ୟବହାର କରି ମୋ’ ପାଇଁ ମୃତ୍ୟୁ ଆଣିଲା। ଏହା ହେଲା, ଯେପରି ମୁଁ ଜାଣି ପାରିବି ପାପ କ’ଣ? ପାପ ହେଉଛି ଅତିଶୟ ମନ୍ଦ, ଏହା ଜଣାଇବା ପାଇଁ ଏପରି ଘଟିଲା ଓ ଆଜ୍ଞାର ବ୍ୟବହାର ମଧ୍ୟ ଏହା ହିଁ ଦେଖାଇବା ପାଇଁ ହେଲା।
ମଣିଷର ଦ୍ୱନ୍ଦ
14 ମୁଁ ଜାଣେ ଯେ ବ୍ୟବସ୍ଥା ହେଉଛି ଆତ୍ମିକ। କିନ୍ତୁ ମୁଁ ଆତ୍ମିକ ନୁହେଁ। ପାପର ଦାସ ଭଳି ମୁଁ ତା’ ପାଖରେ ବିକ୍ରି ହୋଇ ଯାଈଛି। ମୁଁ ଯାହାକରେ ତାହା ମୁଁ ବୁଝେ ନାହିଁ। 15 ଯେଉଁ ଭଲ କାମ ମୁଁ କରିବାକୁ ଇଚ୍ଛା କରେ, ମୁଁ କରେ ନାହିଁ। ଓ ଯେଉଁ ମନ୍ଦ କାମ କରିବାକୁ ମୁଁ ଘୃଣା କରେ, ସେହି କାମ କରେ। 16 ଯେଉଁ କାମ କରିବାକୁ ମୁଁ ଗ୍ଭହେଁ ନାହିଁ, ଯଦି ମୁଁ ତାହା କରେ, ତାହାର ଅର୍ଥ ଯେ, ବ୍ୟବସ୍ଥା ଭଲ ବୋଲି ସମର୍ଥନ ମୁଁ କରେ। 17 କିନ୍ତୁ ମୁଁ, ପ୍ରକୃତରେ ଏହି ମନ୍ଦ କର୍ମ କରି ନ ଥାଏ। ମୋ’ ଭିତରେ ଥିବା ପାପର ସ୍ୱଭାବ ଏହିସବୁ କାମ କରେ। 18 ମୁଁ ଏହା ଜାଣେ ଯେ ମୋ’ ଭିତରେ କିଛି ଭଲ ନାହିଁ। ମୋ’ କହିବା ଅର୍ଥ ଯେ, ମୋର ଶରୀରରେ କୌଣସି ଭଲ ବିଷୟ ନାହିଁ। 19 ମୁଁ ଭଲ କାମ କରିବାକୁ ଇଚ୍ଛା କରେ। କିନ୍ତୁ ମୁଁ ଏହା କରେ ନାହିଁ। 20 ମୁଁ ମନ୍ଦ କାମ କରେ ଯାହା ମୁଁ କରିବାକୁ ଗ୍ଭହେଁ ନାହିଁ। ତାହାର ଅର୍ଥ ମୁଁ ପ୍ରକୃତରେ ଏସବୁ କରେ ନାହିଁ। ମୋ’ ଭିତରେ ଥିବା ପାପ ଏହିସବୁ କାମ କରେ।
21 ସେହିଭଳି ମୁଁ ଏହି ବ୍ୟବସ୍ଥାଟି ଶିଖିଛି: ଯେତେବେଳେ ମୁଁ ଭଲ କାମ କହିବାକୁ ଇଚ୍ଛା କରେ, ମନ୍ଦ ମୋ’ ପାଖେ ଉପସ୍ଥିତ ଥାଏ। 22 ମୋ’ ମନରେ, ମୁଁ ପରମେଶ୍ୱରଙ୍କର ବ୍ୟବସ୍ଥାରେ ସୁଖୀ। 23 କିନ୍ତୁ ମୋ’ ଶରୀରରେ ମୁଁ ଆଉ ଗୋଟିଏ ବ୍ୟବସ୍ଥା କାମ କରୁଥିବାର ଦେଖୁଛି। ସେମାନେ ଗ୍ରହଣ କରୁଥିବା ବ୍ୟବସ୍ଥା ସହିତ ମୋ’ ଶରୀରର ବ୍ୟବସ୍ଥା ସଂଘର୍ଷ କରୁଛି। ମୋ’ ଶରୀରରେ କାମ କରୁଥିବା ଏହି ବ୍ୟବସ୍ଥାଟି ପାପର ବ୍ୟବସ୍ଥା ଅଟେ, ଓ ସୋହି ବ୍ୟବସ୍ଥା ମୋତେ ବନ୍ଦୀ କରି ପକାଏ। 24 ଏହା ଭୟଙ୍କର ଅଟେ! ମୋତେ ଏହି ଶରୀରରୁ, ଯାହା ମୋ’ ପାଇଁ ମୃତ୍ୟୁ ଆଣେ, କିଏ ରକ୍ଷା କରିବ? ପରମେଶ୍ୱର ମୋତେ ରକ୍ଷା କରିବେ। 25 ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ଧନ୍ୟବାଦ ହେଉ।
ଅତଏବ-ମୋ’ ମନ ସହିତ ମୁଁ ପରମେଶ୍ୱରଙ୍କ ବ୍ୟବସ୍ଥାର ଦାସ। କିନ୍ତୁ ପାପପୂର୍ଣ୍ଣ ସ୍ୱଭାବରେ ମୁଁ ପାପଯୁକ୍ତ ନିୟମର ଦାସ।
2010 by World Bible Translation Center