Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 7-8

ସ୍ତିଫାନଙ୍କ ଭାଷଣ

ମହାଯାଜକ ସ୍ତିଫାନଙ୍କୁ ପଗ୍ଭରିଲେ, “ଏସବୁ କଥା କ’ଣ ସତ୍ୟ?” ସେ ଉତ୍ତର ଦେଲେ, “ମୋର ଯିହୂଦୀ ପିତାମାନେ ଓ ଭାଇମାନେ, ମୋ’ କଥା ଶୁଣ। ଆମ୍ଭର ପିତା ଅବ୍ରହାମ ହାରୋଣ ନଗରରେ ବାସ କରିବା ପୂର୍ବରୁ ଯେତେବେଳେ ମେସପତାମିଆରେ ଥିଲେ, ସେତେବେଳେ ଗୌରବମୟ ପରମେଶ୍ୱର ତାହାଙ୍କୁ ଦର୍ଶନ ଦେଇ କହିଲେ, ‘ତୁମ୍ଭେ ନିଜ ଦେଶ ଓ ବନ୍ଧୁବର୍ଗଙ୍କୁ ଛାଡ଼ି ମୁଁ ତୁମ୍ଭକୁ ଯେଉଁ ଦେଶ ଦେଖାଇବି, ସେ ଦେଶକୁ ଗ୍ଭଲିଯାଅ।’(A)

“ତେଣୁ ସେ କଲଦୀୟମାନଙ୍କ ସ୍ଥାନ ତ୍ୟାଗ କରି ହାରଣରେ ବାସ କଲେ। ତାହାଙ୍କ ପିତାଙ୍କ ମୃତ୍ୟୁ ପରେ ପରମେଶ୍ୱର ତାହାଙ୍କୁ ଏଠାକୁ ଆଣିଲେ, ଯେଉଁଠି ତୁମ୍ଭେମାନେ ବର୍ତ୍ତମାନ ରହୁଛ। ପରମେଶ୍ୱର ତାହାଙ୍କୁ କିଛି ଦେଲ ନାହିଁ। ଏପରିକି ଗୋଟିଏ ଫୁଟ ଜାଗା ମଧ୍ୟ ନୁହେଁ। ସେତେବେଳେ ତାହାଙ୍କର କିଛି ପିଲାପିଲି ନ ଥିଲା। ପରମେଶ୍ୱର ତାହାଙ୍କୁ ଓ ତାହାଙ୍କର ଭବିଷ୍ୟତ୍ ଉତ୍ତରାଧିକାରୀଙ୍କୁ ଏହି ଭୂମି ଏକ ଅଧିକାର ରୂପେ ଦେବା ପାଇଁ ପ୍ରତିଜ୍ଞା କରିଥିଲେ।

“ପରମେଶ୍ୱର ତାହାଙ୍କୁ ଏହିକଥା କହିଥିଲେ, ‘ତୁମ୍ଭର ସନ୍ତାନମାନେ ବିଦେଶରେ ଦାସ କର୍ମ କରିବେ। ସେମାନେ ତାହାଙ୍କୁ ଗ୍ଭରିଶହ ବର୍ଷ ପର୍ଯ୍ୟନ୍ତ ଖରାପ ବ୍ୟବହାର କରିବେ।’(B) ପରମେଶ୍ୱର କହିଲେ, ‘ଯେଉଁମାନେ ସେମାନଙ୍କୁ ଦାସ କରି ରଖିଛନ୍ତି, ମୁଁ ସେମାନଙ୍କୁ ଦଣ୍ଡ ଦେବି। ତା'ପରେ ସେମାନେ ସେଠାରୁ ଆସି ଏହି ସ୍ଥାନରେ ମୋତେ ପୂଜା କରିବେ।’(C)

“ଏହିପରି ପରମେଶ୍ୱର ଅବ୍ରହାମଙ୍କୁ ଏହି ଚୁକ୍ତି ପାଇଁ ସୁନ୍ନତର ଚିହ୍ନ ପ୍ରଦାନ କଲେ। ସେ ଇ‌ସ୍‌ହାକଙ୍କର ପିତା ହେଲେ। ଇ‌ସ୍‌ହାକଙ୍କ ଜନ୍ମର ଅଷ୍ଟମ ଦିନ ଅବ୍ରହାମ ତାହାଙ୍କର ସୁନ୍ନତ କଲେ ଓ ଇ‌ସ୍‌ହାକ ତାହାଙ୍କର ପୁତ୍ର ଯାକୁବର ସୁନ୍ନତ କଲେ। ପୁଣି ଯାକୁବ ତାହାଙ୍କ ବାରଜଣ ପୁତ୍ରଙ୍କର ସୁନ୍ନତ କଲେ, ଏହି ପୁତ୍ରମାନେ ଆମ୍ଭ ଗୋଷ୍ଠୀଗୁଡ଼ିକର ପିତା ହେଲେ।

“ସେହି ପୂର୍ବପୁରୁଷମାନେ ଯୋଷେଫଙ୍କର ପ୍ରତି ଈର୍ଷା କରି ତାହାଙ୍କୁ ମିଶର ଦେଶର ଜଣେ ଦାସ ଭାବରେ ବିକ୍ରୀ କରିଦେଲେ। କିନ୍ତୁ ପରମେଶ୍ୱର ଯୋଷେଫଙ୍କ ସହିତ ଥିଲେ। 10 ସେ ତାହାଙ୍କୁ ସବୁ ଅସୁବିଧାରୁ ରକ୍ଷା କଲେ। ସେ ତାହାଙ୍କୁ ଜ୍ଞାନ ଦେଲେ, ଓ ମିଶର ଦେଶର ରାଜା ଫାରୋଙ୍କର ଅନୁଗ୍ରହ ପାଇବା ପାଇଁ ସକ୍ଷମ କରାଇଲେ। ସେ ତାହାଙ୍କୁ ମିଶର ଦେଶର ଶାସକ ଓ ସମସ୍ତ ରାଜକୀୟ ସମ୍ପତ୍ତିର ଶାସନକର୍ତ୍ତା କରିଦେଲେ। 11 ସେ ସମୟରେ ସମଗ୍ର ମିଶର ଓ କିଣାନ ଦେଶରେ ଦୁର୍ଭିକ୍ଷ ପଡ଼ିବାରୁ ଲୋକେ ବହୁତ କଷ୍ଟରେ ପଡ଼ିଲେ। ଆମ୍ଭର ପୂର୍ବପୁରୁଷମାନେ ଖାଇବାକୁ କିଛି ପାଇଲେ ନାହିଁ।

12 “ମିଶରରେ ଶସ୍ୟଥିବା ଖବର ଶୁଣି ଯାକୁବ ପ୍ରଥମେ ଆମ୍ଭ ପୂର୍ବପୁରୁଷମାନଙ୍କୁ ସେଠାକୁ ପଠାଇଲେ। 13 ସେମାନଙ୍କର ଦ୍ୱିତୀୟ ଥର ଯିବା ସମୟରେ ଯୋଷେଫ ନିଜ ଭାଇମାନଙ୍କ ପାଖରେ ପରିଚିତ ହେଲେ ଓ ଫାରୋ ଯୋଷେଫଙ୍କ ପରିବାର ବିଷୟରେ ଜାଣିଲେ। 14 ତେଣୁ ଯୋଷେଫ ତାହାଙ୍କ ଭାଇମାନଙ୍କୁ ପଠାଇ ନିଜ ପିତା ଯାକୁବ ଓ ସମସ୍ତ ସମ୍ପର୍କୀୟଙ୍କୁ ନିଜ ପାଖକୁ ଡକେଇ ଆଣିଲେ। ସେମାନେ ସମୁଦାୟ ସତୁରି ଜଣ ଥିଲେ। 15 ତା'ପରେ ଯାକୁବ ମିଶର ଦେଶକୁ ଗଲେ। ସେଠାରେ ସେ ନିଜେ ଓ ଆମ୍ଭର ପୂର୍ବପୁରୁଷମାନେ ମୃତ୍ୟୁ ବରଣ କଲେ। 16 ସେମାନଙ୍କୁ ଶିଖିମକୁ ନିଆଯାଇ କବର ଦିଆଗଲା। ଶିଖିମର ଏହି କବର ସ୍ଥାନକୁ ଅବ୍ରହାମ ହମୋରର ପୁତ୍ରମାନଙ୍କ ପାଖରୁ କିଛି ରୂପାଟଙ୍କା ଦେଇ କିଣିଥିଲେ।

17 “ଇତି ମଧ୍ୟରେ ମିଶର ଦେଶରେ ଇସ୍ରାଏଲ ଲୋକମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଲା। ପରମେଶ୍ୱର ଅବ୍ରହାମଙ୍କୁ ଯେଉଁସବୁ ପ୍ରତିଜ୍ଞା କରିଥିଲେ ତାହା ସତ୍ୟରେ ପରିଣତ ହୋଇଥିଲା। 18 ସେହି ସମୟରେ ଆଉ ଜଣେ ରାଜା ମିଶରକୁ ରାଜତ୍ୱ କରିବା ପାଇଁ ଆରମ୍ଭ କଲେ। ସେ ଯୋଷେଫଙ୍କୁ ଜାଣି ନ ଥିଲେ। 19 ସେ ନୂଆ ରାଜା ଆମ୍ଭ ଲୋକଙ୍କ ପ୍ରତି ନିଷ୍ଠୁର ଥିଲେ। ସେ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଦୁର୍ବ୍ୟବହାର କଲେ। ରାଜା ସେମାନଙ୍କର ଶିଶୁମାନଙ୍କୁ ମାରିବା ପାଇଁ ବାହାରେ ପକେଇଦେବାକୁ ସେମାନଙ୍କୁ ବାଧ୍ୟ କଲେ।

20 “ଏହି ସମୟରେ ମୋଶା ଜନ୍ମ ଗ୍ରହଣ କଲେ। ସେ ବହୁତ ସୁନ୍ଦର ଥିଲେ। ତାହାଙ୍କୁ ପିତାଙ୍କ ଘରେ ତିନି ମାସ ପର୍ଯ୍ୟନ୍ତ ଲାଳନପାଳନ କରାଗଲା। 21 ତାହାଙ୍କୁ ବାହାରେ ପକାଇ ଦେବା ବେଳେ ଫାରୋଙ୍କର କନ୍ୟା ତାହାଙ୍କୁ ନେଲେ ଏବଂ ନିଜ ପୁତ୍ର ଭାବରେ ପାଳିଲେ। 22 ମୋଶା ମିଶରବାସୀମାନଙ୍କର ସମସ୍ତ ବିଦ୍ୟାରେ ଶିକ୍ଷିତ ହେଲେ। ସେ ନିଜ ବକ୍ତବ୍ୟ ଓ କାମରେ ଶକ୍ତିଶାଳୀ ଥିଲେ।

23 “ତାହାଙ୍କୁ ଗ୍ଭଳିଶ୍ ବର୍ଷ ବୟସ ହେବା ବେଳେ ସେ ନିଜ ଭାଇମାନଙ୍କୁ ତଥା ଇସ୍ରାଏଲ ଲୋକମାନଙ୍କୁ ସାକ୍ଷାତ କରିବା ପାଇଁ ଇଚ୍ଛା କଲେ। 24 ମୋଶା ସେଠାରେ ଜଣେ ମିଶରୀୟ, ଜଣେ ଯିହୂଦୀ ସହିତ ଅନ୍ୟାୟ କରୁଥିବାର ଦେଖିଲେ। ତେଣୁ ସେ ଯିହୂଦୀୟ ଜଣଙ୍କୁ ରକ୍ଷା କରିବାକୁ ଯାଇ ମିଶରୀୟକୁ ଦଣ୍ଡ ଦେଲେ। ସେ ତାହାକୁ ଏପରି ଆଘାତ କଲେ ଯେ, ମିଶରୀୟ ଜଣକ ସେହିଠାରେ ମରିଗଲା। 25 ମୋଶା ଭାବିଲେ ଯେ, ପରମେଶ୍ୱର ସେମାନଙ୍କର ମୁକ୍ତି ପାଇଁ ତାହାଙ୍କୁ ଏହି କାର୍ଯ୍ୟରେ ଲଗାଇ ଅଛନ୍ତି, ତାହା ତାହାଙ୍କ ଯିହୂଦୀୟ ଭାଇମାନେ ବୁଝିବେ, ମାତ୍ର ସେମାନେ ତାହା ବୁଝିଲେ ନାହିଁ।

26 “ତା’ ପରଦିନ ସେ ଦୁଇଜଣ ଯିହୂଦୀ ଲୋକଙ୍କୁ ପରସ୍ପର ମଧ୍ୟରେ କଳି କରୁଥିବାର ଦେଖିଲେ। ସେ ସେମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କଲେ ଓ କହିଲେ, ‘ହେ ଲୋକମାନେ, ତୁମ୍ଭେମାନେ ପରସ୍ପର ଭାଇ ଭାଇ। ତୁମ୍ଭେମାନେ ପରସ୍ପର ଭିତରେ କାହିଁକି କଳି କରୁଛ?’ 27 ଏହା ଶୁଣି ପଡ଼ୋଶୀ ପ୍ରତି ଅନ୍ୟାୟ କରୁଥିବା ଲୋକଟି ମୋଶାଙ୍କୁ ଠେଲିଦେଇ କହିଲା, ‘ତୁମ୍ଭକୁ ଆମ୍ଭ ଶାସକ ଓ ବିଗ୍ଭରକ ରୂପେ କିଏ ନିଯୁକ୍ତି ଦେଲା? 28 ଗତକାଲି ତୁମ୍ଭେ ଯେପରି ମିଶରୀୟକୁ ମାରିଦେଲ ସେହିପରି କ’ଣ ମୋତେ ମାରି ଦେବା ପାଇଁ?’(D) 29 ମୋଶା ଏହା ଶୁଣି ଅତିଶୀଘ୍ର ମିଶରରୁ ଗ୍ଭଲିଗଲେ ଓ ମିଦିୟନ ଦେଶରେ ଜଣେ ବିଦେଶୀ ହୋଇ ରହିଲେ। ସେଠାରେ ତାହାଙ୍କର ଦୁଇଟି ପୁତ୍ର ହେଲେ।

30 “ଦୀର୍ଘ ଗ୍ଭଳିଶ୍ ବର୍ଷ ଅତିବାହିତ ହେବା ପରେ ଜଣେ ସ୍ୱର୍ଗଦୂତ ସୀନୟ ପର୍ବତ ନିକଟରେ ଥିବା ମରୁଭୂମିରେ ଗୋଟିଏ ଜ୍ୱଳନ୍ତ ବୁଦାର ଅଗ୍ନିଶିଖାରେ ମୋଶାଙ୍କୁ ଦର୍ଶନ ଦେଲେ। 31 ମୋଶା ସେ ଦୃଶ୍ୟ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। ତାହାକୁ ଭଲଭାବେ ଦେଖିବା ପାଇଁ ନିକଟକୁ ଯିବାବେଳକୁ ସେ ପ୍ରଭୁଙ୍କର ସ୍ୱର ଶୁଣିଲେ: 32 ‘ମୁଁ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ୱର। ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବର ପରମେଶ୍ୱର।’(E) ଏହା ଶୁଣି ମୋଶା ଭୟରେ ଥରିଲେ ଓ ଆଉ ଦେଖିବା ପାଇଁ ସାହସ କଲେ ନାହିଁ।

33 “ତା'ପରେ ପ୍ରଭୁ ତାହାଙ୍କୁ କହିଲେ, ‘ତୁମ୍ଭେ ପାଦରୁ ପାଦୁକା କାଢ଼ିଦିଅ, କାରଣ ଯେଉଁ ସ୍ଥାନରେ ତୁମ୍ଭେ ଠିଆ ହୋଇଛ ତାହା ପବିତ୍ରଭୂମି। 34 ମୁଁ ମିଶର ଦେଶରେ ମୋ’ ଲୋକମାନଙ୍କୁ କରାଯାଉଥିବା ସମସ୍ତ ଦୁର୍ବ୍ୟବହାର ଦେଖିଛି। ମୁଁ ସେମାନଙ୍କର କ୍ରନ୍ଦନ ଶୁଣିଲି। ମୁଁ ସେମାନଙ୍କୁ ମୁକ୍ତି ଦେବା ପାଇଁ ଓହ୍ଲାଇ ଆସିଛି। ଏଥିପାଇଁ ତୁମ୍ଭେ ଆସ। ମୁଁ ତୁମ୍ଭକୁ ମିଶର ଦେଶକୁ ପଠାଇବି।’(F)

35 “ଯେଉଁ ମୋଶାଙ୍କୁ ସେମାନେ ଅବଜ୍ଞା କରି କହିଥିଲେ, ‘କିଏ ତୁମ୍ଭକୁ ଶାସକ ଓ ବିଗ୍ଭରକ କଲା?’ ସେହି ମୋଶାଙ୍କୁ ହିଁ ବର୍ତ୍ତମାନ ପରମେଶ୍ୱର ସେମାନଙ୍କର ଶାସନକର୍ତ୍ତା ଓ ମୁକ୍ତିଦାତା କରି ପଠାଇଲେ। ଯେଉଁ ସ୍ୱର୍ଗଦୂତ ମୋଶାଙ୍କୁ ବୁଦା ଭିତରେ ଦର୍ଶନ ଦେଇଥିଲେ ସେହି ସ୍ୱର୍ଗଦୂତଙ୍କ ସାହାଯ୍ୟରେ ପରମେଶ୍ୱର ମୋଶାଙ୍କୁ ପଠାଇଲେ। 36 ତେଣୁ ମୋଶା ମିଶର ଦେଶରେ ଓ ସୂଫ ସମୁଦ୍ରରେ ତଥା ମରୂଭୂମିରେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟ ପୂର୍ଣ୍ଣ ଚିହ୍ନ ଓ କାର୍ଯ୍ୟମାନ କରି ସେମାନଙ୍କୁ ବାହାରକୁ ଆଣିଲେ।

37 “ସେ ମୋଶା ଇସ୍ରାଏଲର ସନ୍ତାନମାନଙ୍କୁ କହିଲେ, ‘ପରମେଶ୍ୱର ତୁମ୍ଭମାନଙ୍କ ମଧ୍ୟରୁ ମୋ’ ପରି ଜଣେ ଭାବବାଦୀଙ୍କୁ ସୃଷ୍ଟି କରିବେ।’(G) 38 ଏହି ମୋଶା ମରୁଭୂମିରେ ଯିହୂଦୀମାନଙ୍କ ମଣ୍ଡଳୀରେ ଥିଲେ। ଯେଉଁ ସ୍ୱର୍ଗଦୂତ ସୀନୟ ପର୍ବତରେ ରହି ତାହାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ, ସେହି ସ୍ୱର୍ଗଦୂତ ଆମ୍ଭ ପିତୃପୁରୁଷ ମୋଶାଙ୍କ ସହିତ ଥିଲେ, ମୋଶା ପରମେଶ୍ୱରଙ୍କଠାରୁ ଜୀବନ ଦାନକାରୀ ଆଜ୍ଞା ପାଇଥିଲେ। ଏହି ଆଜ୍ଞାସବୁ ମୋଶା ଆମ୍ଭମାନଙ୍କୁ ଦେଲେ।

39 “କିନ୍ତୁ ଆମ୍ଭ ପୂର୍ବପୁରୁଷମାନେ ତାହାଙ୍କୁ ମାନିବା ପାଇଁ ଇଚ୍ଛା କଲେ ନାହିଁ। ସେମାନେ ତାହାଙ୍କୁ ଗ୍ରହଣ କରିବାକୁ ମନା କଲେ ଓ ମିଶରକୁ ଫେରି ଯିବା ପାଇଁ ଇଚ୍ଛା କଲେ। 40 ସେମାନେ ହାରୋଣଙ୍କୁ ଯାଇ କହିଲେ, ‘ଆମ୍ଭମାନଙ୍କର ପଥ ଦେଖାଇବା ପାଇଁ କେତେ ଜଣ ଦେବତାଙ୍କୁ ନିର୍ମାଣ କର। ଏହି ଯେଉଁ ମୋଶା ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଥିଲେ, ତାହାଙ୍କର କ’ଣ ହେଲା ଆମ୍ଭେ ଜାଣି ନାହୁଁ।’(H) 41 ସେହି ସମୟରେ ସେମାନେ ଗୋଟିଏ ବାଛୁରିର ମୂର୍ତ୍ତି ତିଆରି କରି ସେହି ମୂର୍ତ୍ତି ଆଗରେ ବଳି ଦେଲେ। ସେମାନେ ନିଜ ହାତ ତିଆରି ଜିନିଷ ଦେଖି ବହୁତ ଖୁସୀ ହେଲେ। 42 କିନ୍ତୁ ପରମେଶ୍ୱର ସେମାନଙ୍କଠାରୁ ବିମୁଖ ହେଲେ। ସେ ସେମାନଙ୍କୁ ଆକାଶସ୍ଥ ଭଣ୍ଡ ଦେବତାମାନଙ୍କର ପୂଜା କରିବା ପାଇଁ ଛାଡ଼ି ଦେଲେ। ଏହି ବିଷୟରେ ଭାବବାଦୀମାନଙ୍କର ପୁସ୍ତକରେ ଯେପରି ଲେଖାଅଛି,

‘ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ,
    ମୋ’ ଉଦ୍ଦେଶ୍ୟରେ ପଶୁବଳି ଓ ନୈବେଦ୍ୟ ଉତ୍ସର୍ଗ କରି ନାହଁ।
43 ତୁମ୍ଭେମାନେ ତୁମ୍ଭମାନଙ୍କ ସହିତ ମୋଲଖର ତମ୍ବୁ
    ଏବଂ ନକ୍ଷତ୍ର ଦେବତା ରମ୍ପାର ମୂର୍ତ୍ତିକୁ ମଧ୍ୟ ବୋହି ନେଇଯାଇଥିଲ।
ଏଗୁଡ଼ିକୁ ତୁମ୍ଭେମାନେ ପୂଜା କରିବା ପାଇଁ ତିଆରି କରିଥିଲ।
    ତେଣୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ବାବିଲନର ଆରପାରିକୁ ପଠାଇ ଦେବି।’(I)

44 “ଆମ୍ଭ ପୂର୍ବପୁରୁଷମାନଙ୍କ ପବିତ୍ର ତମ୍ବୁ ମଧ୍ୟ ପ୍ରାନ୍ତରରେ ଥିଲା। ପରମେଶ୍ୱର ମୋଶାଙ୍କୁ ଗୋଟିଏ ନ‌କ୍‌ସା ଦେଖାଇଲେ ଏବଂ ସେ ଦେଖିଥିବା ନ‌କ୍‌ସା ଅନୁସାରେ ଗୋଟିଏ ସାକ୍ଷ୍ୟ ତମ୍ବୁ ତିଆରି କରିବାକୁ ତାହାଙ୍କୁ କହିଥିଲେ। 45 ଆମ୍ଭର ପୂର୍ବପୁରୁଷମାନେ ସେହି ପବିତ୍ର ତମ୍ବୁ ସାଙ୍ଗରେ ଆଣିଥିଲେ। ସେହି ସମୟରେ ଯିହୋଶୂୟଙ୍କ ନେତୃତ୍ୱରେ ସେମାନେ ଅନ୍ୟଜାତି ଗଣର ଦେଶ ଅଧିକାର କରି ନେଇଥିଲେ। ଏହି ଜାତିମାନଙ୍କୁ ଆମ୍ଭ ପୂର୍ବପୁରୁଷମାନଙ୍କ ସାମନାରେ ବାହାର କରିଦେଲେ। ତମ୍ବୁଟି ଦାଉଦଙ୍କ ସମୟ ପର୍ଯ୍ୟନ୍ତ ଥିଲା। 46 ଦାଉଦ ପରମେଶ୍ୱରଙ୍କ କୃପା ପ୍ରାପ୍ତ ହେଲେ। ସେ ଯାକୁବର ପରମେଶ୍ୱରଙ୍କ ପାଇଁ ଗୋଟିଏ ମନ୍ଦିର ତୋଳିବାକୁ ଅନୁମତି ଦେବା ପାଇଁ ପରମେଶ୍ୱରଙ୍କୁ ଅନୁରୋଧ କଲେ। 47 କିନ୍ତୁ ଶଲୋମନ ତାହାଙ୍କ ପାଇଁ ଗୋଟିଏ ମନ୍ଦିର ନିର୍ମାଣ କଲେ।

48 “ମାତ୍ର ସର୍ବୋପରିସ୍ଥ ପରମେଶ୍ୱର କୌଣସି ହାତ ତିଆରି ମନ୍ଦିରରେ ବାସ କରନ୍ତି ନାହିଁ। ଭବିଷ୍ୟ‌ଦ୍‌ବକ୍ତା ଏହିପରି ଲେଖନ୍ତି,

49 ‘ସ୍ୱର୍ଗ ମୋହର ସିଂହାସନ
    ପୃଥିବୀ ମୋହର ପାଦପୀଠ।
ତୁମ୍ଭେମାନେ ମୋ’ ପାଇଁ କି ପ୍ରକାରର ମନ୍ଦିର ନିର୍ମାଣ କରିବ?
    ମୋର ବିଶ୍ରାମ ନେବା ପାଇଁ ସ୍ଥାନ କେଉଁଠି?
50 ମନେରଖ, ମୁଁ ଏସବୁ ସୃଷ୍ଟି କରିଛି।’”(J)

51 ସ୍ତିଫାନ କହିଲେ, “ହେ ଯିହୂଦୀ ଲୋକମାନେ, ତୁମ୍ଭେମାନେ କେଡ଼େ ଜି‌ଦ୍‌ଖୋର! ତୁମ୍ଭମାନଙ୍କର ହୃଦୟ ପରମେଶ୍ୱରଙ୍କର ନୁହେଁ। ତୁମ୍ଭେମାନେ ତାହାଙ୍କ କଥା ଶୁଣିବାକୁ ମନା କରୁଛ। ତୁମ୍ଭେମାନେ ସର୍ବଦା ପବିତ୍ରଆତ୍ମାଙ୍କର ବିରୋଧ କରିଛ। ତୁମ୍ଭେମାନେ ସବୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରି ହେଉଛ। 52 ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନ କରି ଛାଡ଼ି ନାହାନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସେହି ଧାର୍ମିକ ବ୍ୟକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସେହି ଲୋକମାନଙ୍କୁ ମଧ୍ୟ ମାରି ଦେଇଥିଲେ। ବର୍ତ୍ତମାନ ତୁମ୍ଭେମାନେ ସେହି ଧାର୍ମିକ ବ୍ୟକ୍ତିଙ୍କୁ ପ୍ରତାରିତ ଓ ହତ୍ୟା କରିଛ। 53 ତୁମ୍ଭେମାନେ ପରମେଶ୍ୱରଙ୍କ ଦୂତ ଦ୍ୱାରା ମୋଶାଙ୍କୁ ଦିଆଯାଇଥିବା ବ୍ୟବସ୍ଥାକୁ ଗ୍ରହଣ କରିଛ, କିନ୍ତୁ ତାହାର ବାଧ୍ୟ ହୋଇ ନାହଁ।”

ସ୍ତିଫାନଙ୍କ ହତ୍ୟା

54 ଯିହୂଦୀ ନେତାମାନେ ଏହା ଶୁଣି ସ୍ତିଫାନଙ୍କର ଉପରେ ଭୀଷଣ ରାଗି ଦାନ୍ତ କଡ଼ମଡ଼ କଲେ। 55 କିନ୍ତୁ ସ୍ତିଫାନ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଆକାଶକୁ ଗ୍ଭହିଁଲେ। ସେଠାରେ ସେ ପରମେଶ୍ୱରଙ୍କ ଗୌରବ ଦେଖିଲେ। ସେ ଯୀଶୁଙ୍କୁ ପରମେଶ୍ୱରଙ୍କ ଡାହାଣ ପଟେ ଠିଆ ହେବାର ଦେଖିଲେ। 56 ସ୍ତିଫାନ କହିଲେ, “ଦେଖ, ମୁଁ ସ୍ୱର୍ଗକୁ ଖୋଲା ଅବସ୍ଥାରେ ଓ ପରମେଶ୍ୱରଙ୍କ ଡାହାଣ ପଟେ ମନୁଷ୍ୟପୁତ୍ରଙ୍କୁ ଠିଆ ହେବାର ଦେଖୁଛି।”

57 ଏଥିରେ ଯିହୂଦୀ ନେତାମାନେ କାନରେ ହାତ ଦେଇ ଖୁବ୍ ଜୋ‌ର୍‌‌ରେ ପାଟି କଲେ। ସେମାନେ ଏକାଠି ହୋଇ ସ୍ତିଫାନଙ୍କ ଆଡ଼କୁ ଦୌଡ଼ିଲେ। 58 ସେମାନେ ତାହାଙ୍କୁ ନଗର ବାହାରକୁ ଟାଣି ନେଇ ପଥର ମାରିବା ଆରମ୍ଭ କରିଦେଲେ। ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକର ପାଖରେ ସେମାନଙ୍କର ଲୁଗାପଟା ରଖିଲେ। 59 ପଥର ଫୋପାଡ଼ିବା ସମୟରେ ସ୍ତିଫାନ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ ଯୀଶୁ, ମୋ’ ଆତ୍ମାକୁ ଗ୍ରହଣ କର।” 60 ତା'ପରେ ସେ ଆଣ୍ଠୁମାଡ଼ି ପଡ଼ି ଜୋ‌ର୍‌‌ରେ କହିଲେ, “ହେ ପ୍ରଭୁ, ଏହି ପାପ ନିମନ୍ତେ ଏମାନଙ୍କୁ ଅପରାଧୀ ଗଣନା କର ନାହିଁ।” ଏହା କହି ସେ ମୃତ୍ୟୁବରଣ କଲେ।

1-3 ସ୍ତିଫାନଙ୍କ ମୃତ୍ୟୁ ଯେ ଯଥାର୍ଥ, ଏହା ଶାଉଲ ସମର୍ଥନ କରିଥିଲେ। କେତେକ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ।

ବିଶ୍ୱାସୀମାନଙ୍କ ଉପରେ ଉ‌ଦ୍‌ବେଗ ଅଶାନ୍ତି

ସେହି ଦିନ ଯିରୁଶାଲମରେ ଥିବା ବିଶ୍ୱାସୀମାନଙ୍କ ବିରୁଦ୍ଧରେ ଗୋଟିଏ ଭୀଷଣ ତାଡ଼ନା ହେଲା। ପ୍ରେରିତମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଶ୍ୱାସୀ ଯିହୂଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନରେ ଛିନ୍ନଭିନ୍ନ ହୋଇଗଲେ। କିନ୍ତୁ ଶାଉଲ ଘରେ ଘରେ ପଶି ପୁରୁଷ ଓ ସ୍ତ୍ରୀମାନଙ୍କୁ ଟାଣି ଆଣି କାରାଗାରରେ ରଖିଲେ ଓ ମଣ୍ଡଳୀ ଧ୍ୱଂସ କରିବା ପାଇଁ ଚେଷ୍ଟା କଲେ। ଯେଉଁମାନେ ଛିନ୍ନ ଭିନ୍ନ ହୋଇଯାଇଥିଲେ, ସେହି ଲୋକମାନେ ଗ୍ଭରିଆଡ଼େ ଯାଇ ସୁସମାଗ୍ଭର କହିଲେ।

ଶମିରୋଣରେ ଫିଲି‌ପ୍‌ପଙ୍କର ପ୍ରଗ୍ଭର

ଫିଲି‌ପ୍‌ପ ଶମିରୋଣ ନଗରକୁ ଯାଇ ଖ୍ରୀଷ୍ଟଙ୍କ ବିଷୟରେ ସେମାନଙ୍କ ନିକଟରେ ପ୍ରଗ୍ଭର କଲେ। ସେଠାକାର ଲୋକମାନେ ଫିଲି‌ପ୍‌ପଙ୍କର କଥା ଶୁଣିଲେ ଓ ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ଦେଖି ତାହାଙ୍କ କଥାରେ ଅଧିକ ମନଦେଲେ। ବହୁତ ଲୋକଙ୍କ ଭିତରେ ଭୂତମାନେ ଥିଲେ। କିନ୍ତୁ ସେମାନଙ୍କୁ ବାହାର କରିଦେଲେ। ବାହାରକୁ ଆସିବା ବେଳେ ଭୂତମାନେ ଉଚ୍ଚସ୍ୱରରେ ପାଟି କରୁଥିଲେ। ବହୁତ ପକ୍ଷାଘାତୀ ଏବଂ ଛୋଟ ଲୋକ ମଧ୍ୟ ଫିଲି‌ପ୍‌ପଙ୍କ ଦ୍ୱାରା ଆରୋଗ୍ୟ ହେଲେ। ଏଥି ଯୋଗୁଁ, ସେ ନଗରର ଲୋକମାନେ ବହୁତ ଖୁସୀ ହେଲେ।

ସେହି ନଗରରେ ଶିମୋନ ନାମକ ଜଣେ ଲୋକ ଥିଲା। ଫିଲି‌ପ୍‌ପ ସେଠାକୁ ଆସିବା ପୂର୍ବରୁ ଶିମୋନ ଯାଦୁଖେଳ ଦେଖାଇ ଶମିରୋଣର ବାସିନ୍ଦାମାନଙ୍କୁ ବିସ୍ମିତ କରିଦେଇଥିଲା। ସେ ନିଜକୁ ବଡ଼ ମହାପୁରୁଷ ବୋଲି କହୁଥିଲା। 10 ତେଣୁ ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଶିମୋନଙ୍କ ପ୍ରତି ଧ୍ୟାନ ଦେଲେ। ଲୋକେ କହିଲେ, “ଏହି ଲୋକଠାରେ ପରମେଶ୍ୱରଙ୍କ ଶକ୍ତି ଅଛି। ଯାହାକୁ କି ‘ମହାନ ଶକ୍ତି’ ବୋଲି କୁହାଯାଏ।” 11 ଶିମୋନ ଲୋକମାନଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଯାଦୁ ବିଦ୍ୟାରେ ମୁ‌ଗ୍‌ଧ କରି ପାରୁଥିବା କଥା ସମସ୍ତେ ଶୁଣିଲେ। 12 କିନ୍ତୁ ଯେତେବେଳେ ସେମାନେ ଫିଲି‌ପ୍‌ପଙ୍କଠାରୁ ପରମେଶ୍ୱରଙ୍କ ରାଜ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ବିଷୟକ ସୁସମ୍ବାଦ ଶୁଣିଲେ, ସେତେବେଳେ ସେମାନେ ଫିଲି‌ପ୍‌ପଙ୍କ କଥାରେ ବିଶ୍ୱାସ କରି ବାପ୍ତିଜିତ ହେଲେ। 13 ଶିମୋନ ନିଜେ ମଧ୍ୟ ଏହା ବିଶ୍ୱାସ କଲେ ଓ ବାପ୍ତିଜିତ ହୋଇ ଫିଲି‌ପ୍‌ପଙ୍କ ସହିତ ରହିଲେ। ସେ ଅସଧାରଣ, ଆଶ୍ଚର୍ଯ୍ୟପୂର୍ଣ୍ଣ କାର୍ଯ୍ୟ ଓ ଚିହ୍ନମାନ ଦେଖି ବିସ୍ମିତ ହେଲେ।

14 ପ୍ରେରିତମାନେ ଯିରୁଶାଲମରେ ଶୁଣିଲେ ଯେ, ଶମିରୋଣର ଲୋକ ପରମେଶ୍ୱରଙ୍କ ବାକ୍ୟ ଗ୍ରହଣ କରିଛନ୍ତି। ତେଣୁ ସେମାନେ ପିତର ଓ ଯୋହନଙ୍କୁ ସେମାନଙ୍କ ପାଖକୁ ପଠାଇଲେ। 15 ପିତର ଓ ଯୋହନ ସେଠାରେ ପହଞ୍ଚି ଶମିରୋଣ ବାସିନ୍ଦାମାନଙ୍କ ପାଇଁ ପ୍ରାର୍ଥନା କଲେ ଯେପରିକି ସେମାନେ ପବିତ୍ରଆତ୍ମାଙ୍କୁ ଗ୍ରହଣ କରି ପାରିବେ। 16 ସେମାନେ କେବଳ ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହୋଇଥିଲେ। କିନ୍ତୁ ସେ ପର୍ଯ୍ୟନ୍ତ କାହା ଉପରେ ପବିତ୍ରଆତ୍ମା ଅଧିଷ୍ଠିତ ହୋଇ ନ ଥିଲେ। 17 ତା'ପରେ ପ୍ରେରିତମାନେ ଲୋକମାନଙ୍କ ଉପରେ ନିଜ ହାତ ରଖିବାରୁ ସେମାନେ ପବିତ୍ରଆତ୍ମାଙ୍କୁ ଗ୍ରହଣ କଲେ।

18 ପ୍ରେରିତମାନଙ୍କ ହାତ ରଖିବା ଦ୍ୱାରା ପବିତ୍ରଆତ୍ମା ପ୍ରାପ୍ତ ହେବା ଶିମୋନ ଦେଖିଲା। ତେଣୁ ଶିମୋନ ପ୍ରେରିତମାନଙ୍କୁ ଟଙ୍କା ଯାଚି କହିଲା, 19 ‘‘ମୋତେ ମଧ୍ୟ ଏହି ଶକ୍ତି ଦିଅ, ଯେପରିକି ମୁଁ ଯାହା ଉପରେ ହାତ ରଖିବି, ସେ ପବିତ୍ରଆତ୍ମା ପାଇ ପାରିବ।”

20 ପିତର ତାହାକୁ କହିଲେ, “ତୁମ୍ଭେ ଓ ତୁମ୍ଭର ଟଙ୍କା ସବୁଦିନ ପାଇଁ ନଷ୍ଟ ହୋଇଯାଉ, କାରଣ ତୁମ୍ଭେ ଭାବିଲ ଯେ, ପରମେଶ୍ୱରଙ୍କ ଦାନ ଟଙ୍କାରେ କିଣି ହେବ। 21 ପରମେଶ୍ୱରଙ୍କ ପ୍ରତି ତୁମ୍ଭର ହୃଦୟ ନିର୍ମଳ ନ ଥିବାରୁ ତୁମ୍ଭେ ଆମ୍ଭ ସହିତ ଓ କାମରେ ଭାଗ ନେଇ ପାରିବ ନାହିଁ। 22 ତେଣୁ ତୁମ୍ଭ ହୃଦୟ ପରିବର୍ତ୍ତନ କର ଓ ତୁମ୍ଭର ଏହି ଦୁଷ୍କର୍ମରୁ ବିମୁଖ ହୋଇ ପ୍ରଭୁଙ୍କୁ ପ୍ରାର୍ଥନା କର। ହୁଏତ ପରମେଶ୍ୱର ତୁମ୍ଭର ହୃଦୟରେ ଥିବା ପାପ ଚିନ୍ତାକୁ କ୍ଷମା କରି ପାରନ୍ତି। 23 ମୁଁ ଦେଖୁଛି, ତୁମ୍ଭ ମନରେ ତିକ୍ତତା ପୁରି ରହିଛି ଓ ପାପ ତୁମ୍ଭ ଉପରେ କର୍ତ୍ତୃତ୍ୱ କରୁଛି।”

24 ଶିମୋନ ଉତ୍ତର ଦେଲା, “ତୁମ୍ଭେ କହିଥିବା କୌଣସି କଥା ଯେପରି ମୋ’ ପ୍ରତି ଘଟିବ ନାହିଁ, ସେଥିପାଇଁ ତୁମ୍ଭେ ଦୁହେଁ ମୋ’ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର।”

25 ପ୍ରେରିତମାନେ ଶମିରୋଣର ଅନେକ ଗ୍ରାମରେ ଶୁଭସମାଗ୍ଭର କହି ଯିରୁଶାଲମକୁ ଫେରିଗଲେ। ସେମାନେ ଫେରିବା ସମୟରେ ଶମିରୋଣୀୟମାନଙ୍କର ବହୁତ ଗ୍ରାମରେ ସୁସମାଗ୍ଭର ପ୍ରଗ୍ଭର କଲେ।

ଫିଲି‌ପ୍‌ପଙ୍କର ଇଥିଓପିଆରୁ ଆସିଥିବା ଲୋକଙ୍କୁ ଶିକ୍ଷା

26 ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ଫିଲି‌ପ୍‌ପଙ୍କୁ କହିଲେ, “ପ୍ରସ୍ତୁତ ହୁଅ। ଯିରୁଶାଲମରୁ ମରୁଭୂମି ଦେଇ ଯେଉଁ ରାସ୍ତା ଗ‌ଜ୍‌‌ଜାକୁ ଯାଉଅଛି, ସେହି ରାସ୍ତାରେ ଯାଅ।”

27 ଫିଲି‌ପ୍‌ପ ପ୍ରସ୍ତୁତ ହୋଇ ବାହାରିଲେ। ସେହି ରାସ୍ତାରେ ଜଣେ ନପୁଂସକ ସଙ୍ଗରେ ଦେଖା ହେଲା। ସେହି ନପୁଂସକ ଇଥିଓପିଆରୁ ଆସିଥିଲେ। ସେ କାଣ୍ଡାକି ନାମ୍ନୀ ରାଣୀଙ୍କର ଜଣେ ଉଚ୍ଚ ପଦସ୍ଥ କର୍ମଗ୍ଭରି ଥିଲେ। ସେ ତାହାଙ୍କର ସମସ୍ତ ସମ୍ପତ୍ତିର ଦାୟିତ୍ୱରେ ଥିଲେ। ନପୁଂସକ ଜଣକ ଉପାସନା କରିବା ପାଇଁ ଯିରୁଶାଲମକୁ ଯାଇଥିଲେ। 28 ସେ ରଥରେ ବସି ଫେରିବା ସମୟରେ ଭାବବାଦୀ ଯିଶାଇୟଙ୍କର ପୁସ୍ତକରୁ ପ‌ଢୁଥିଲେ।

29 ସେତେବେଳେ ପବିତ୍ରଆତ୍ମା ଫିଲି‌ପ୍‌ପଙ୍କୁ କହିଲେ, “ତୁମ୍ଭେ ସେ ରଥ ପାଖକୁ ଯାଇ ସେଠାରେ ରୁହ।” 30 ଫିଲି‌ପ୍‌ପ ରଥ ପାଖକୁ ଯାଇ ତାହାଙ୍କୁ ଯିଶାଇୟ ଭାବବାଦୀଙ୍କର ପୁସ୍ତକ ପଢ଼ିବାର ଶୁଣିଲେ। ସେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ ଯାହା ପଢ଼ୁଛ, ତାହା କ’ଣ ବୁଝିପାରୁଛ?”

31 ସେ ନପୁଂସକ କହିଲେ, “ଯଦି କେହି ଏହା ବୁଝିବାକୁ ସାହାଯ୍ୟ କରିବେ ନାହିଁ, ତେବେ ମୁଁ ଏହା କିପରି ବୁଝିବି?” ତେଣୁ ସେ ଫିଲି‌ପ୍‌ପଙ୍କୁ ରଥରେ ଚଢ଼ି ନିଜ ପାଖରେ ବସିବା ପାଇଁ ଅନୁରୋଧ କଲେ। 32 ସେ ଶାସ୍ତ୍ରର ପାଠ କରିଥିବା ଅଂଶ ଏହା ଥିଲା:

“ତାହାଙ୍କୁ ଗୋଟିଏ ମେଣ୍ଢାପରି ବଧ ହେବା ପାଇଁ ବଧସ୍ଥାନକୁ ନିଆଗଲା।
    ଗୋଟିଏ ମେଣ୍ଢା ଛୁଆ ଯେପରି ଲୋମ ଛେଦକ ସାମନାରେ ଚୁ‌ପ୍‌ହୋଇ ଠିଆ ହୁଏ,
    ସେହିପରି ସେ ଚୁପ୍ ହୋଇ ଠିଆ ହେଲେ।
33 ତାହାଙ୍କୁ ଅପମାନିତ କରାଗଲା ଓ ତାହାଙ୍କର ସମସ୍ତ ଅଧିକାର କାଢ଼ି ନିଆଗଲା।
    ଏହି ପୃଥିବୀରେ ତାହାଙ୍କର ଜୀବନକାଳ ଶେଷ ହେଲା।
    କିଏ ତାହାଙ୍କ ବଂଶ ବିଷୟରେ କଥାବାର୍ତ୍ତା କରିବ?”(K)

34 ନପୁଂସକ ଫିଲି‌ପ୍‌ପଙ୍କୁ କହିଲେ, “ମୋତେ ଦୟାକରି କୁହ, କାହା ବିଷୟରେ ଭବିଷ୍ୟ‌ଦ୍‌ବକ୍ତା ଏହା କହୁଛନ୍ତି? ସେ ତାହାଙ୍କ ନିଜ ବିଷୟରେ କହୁଛନ୍ତି ନା ଆଉ କାହା ବିଷୟରେ କହୁଛନ୍ତି?” 35 ତା'ପରେ ଫିଲି‌ପ୍‌ପ ଶାସ୍ତ୍ରର ସେହି ବାକ୍ୟରୁ ଆରମ୍ଭ କରି ଯୀଶୁଙ୍କର ସୁସମାଗ୍ଭର ପର୍ଯ୍ୟନ୍ତ ତାହାଙ୍କୁ କହିଲେ।

36 ସେମାନେ ଏହିପରି ଯାଉ ଯାଉ ଜଳଥିବା ଗୋଟିଏ ଜାଗାରେ ପହଞ୍ଚିଲେ, ଓ ନପୁଂସକ ଜଣକ କହିଲେ, “ଦେଖ, ଏଠାରେ ତ ଜଳ ଅଛି। ଏବେ ମୋର ବାପ୍ତିଜିତ ହେବାର କିଛି ଅସୁବିଧା ଅଛି କି?” 37 [a] 38 ତା'ପରେ ସେ ରଥ ରଖିବାକୁ ଆଦେଶ ଦେଲେ। ତା'ପରେ ଫିଲି‌ପ୍‌ପ ଓ ନପୁଂସକ ଦୁହେଁ ଜଳ ଭିତରକୁ ଓହ୍ଲାଇ ଗଲେ ଓ ଫିଲି‌ପ୍‌ପ ତାହାଙ୍କୁ ବାପ୍ତିସ୍ମ ଦେଲେ। 39 ସେମାନେ ଦୁହେଁ ଜଳ ଭିତରୁ ଉଠି ଆସିବା ପରେ ପ୍ରଭୁଙ୍କର ଆତ୍ମା ଫିଲି‌ପ୍‌ପଙ୍କୁ ନେଇଗଲେ। ନପୁଂସକ ତାହାଙ୍କୁ ଆଉ ଦେଖି ପାରିଲେ ନାହିଁ। ସେ ଖୁସୀରେ ତାହାଙ୍କ ବାଟରେ ଗ୍ଭଲିଗଲେ। 40 କିନ୍ତୁ ଫିଲି‌ପ୍‌ପ ଅ‌ଷ୍‌‌ଦୋଦ ନଗରରେ ଦେଖା ଦେଲେ ଓ କାଇସରୀଆ ନଗରକୁ ଯିବା ବାଟରେ ସବୁ ସହରରେ ଲୋକମାନଙ୍କୁ ସୁସମାଗ୍ଭର ପ୍ରଗ୍ଭର କରି ଗ୍ଭଲିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center