Beginning
ପ୍ରତିମାପୂଜା ଧ୍ୱଂସାଭିମୁଖୀ
8 “ତୂରୀ ବାଦନ କରି ଲୋକମାନଙ୍କୁ ସତର୍କ କରିଦିଅ। ସଦାପ୍ରଭୁଙ୍କ ଗୃହ ଉପରେ ବାଜପକ୍ଷୀ ପରି ଜଗି ରୁହ। ଇସ୍ରାଏଲ ଅଧିବାସୀଗଣ ଆମ୍ଭ ଚୁକ୍ତି ଭଙ୍ଗ କରିଛନ୍ତି। ସେମାନେ ଆମ୍ଭ ବ୍ୟବସ୍ଥା ବିଷୟକୁ ଅମାନ୍ୟ କରିଛନ୍ତି। 2 ସେମାନେ ଆମ୍ଭକୁ ଚିତ୍କାର କରି କହନ୍ତି, ‘ହେ ପରମେଶ୍ୱର ଆମ୍ଭେ ଇସ୍ରାଏଲବାସୀ ତୁମ୍ଭକୁ ଜାଣୁ।’ 3 କିନ୍ତୁ ଇସ୍ରାଏଲ ଭଲ ଜିନିଷ ଗ୍ରହଣ କରି ନ ଥିଲା। ତେଣୁ ଶତ୍ରୁମାନେ ତାକୁ ଆକ୍ରମଣ କରୁଛନ୍ତି। 4 ଇସ୍ରାଏଲୀୟମାନେ ତାଙ୍କର ରାଜା ବାଛିଲେ କିନ୍ତୁ ସେମାନେ ଆମ୍ଭ ଉପଦେଶ ମାନି ନ ଥିଲେ। ଇସ୍ରାଏଲୀୟମାନେ ସେମାନଙ୍କର ନେତା ବାଛିଲେ କିନ୍ତୁ ସେମାନେ ଆମ୍ଭେ ଜାଣିଥିବା ଲୋକକୁ ବାଛି ନ ଥିଲେ। ସେମାନେ ସୁନା, ରୂପା ବ୍ୟବହାର କରି ସେମାନଙ୍କ ପାଇଁ ପ୍ରତିମା ଗଢ଼ିଲେ। ତେଣୁ ସେମାନେ ଧ୍ୱଂସ ହେବେ। 5-6 ହେ ଶମରିୟା, ସଦାପ୍ରଭୁ ତୁମ୍ଭ ଦ୍ୱାରା ପୂଜିତ ହେଉଥିବା ବାଛୁରି ମୂର୍ତ୍ତିକୁ ପ୍ରତ୍ୟାଖ୍ୟାନ କଲେ। ପରମେଶ୍ୱର କହନ୍ତି, ‘ଆମ୍ଭେ ଇସ୍ରାଏଲୀୟମାନଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ।’ ସେମାନେ ସେମାନଙ୍କର ପାପ ପାଇଁ ଦଣ୍ତିତ ହେବେ। କେତେକ ଶ୍ରମିକ ସେହି ମୂର୍ତ୍ତି ନିର୍ମାଣ କରିଥିଲେ। ସେମାନେ କିନ୍ତୁ ଈଶ୍ୱର ନୁହନ୍ତି। ଶମରିୟାର ବାଛୁରି ମୂର୍ତ୍ତିଗୁଡ଼ିକ ଖଣ୍ତ ବିଖଣ୍ତ ହୋଇ ଭାଙ୍ଗିଯିବ। 7 ଇସ୍ରାଏଲୀୟମାନେ ଗୋଟିଏ ନିର୍ବୋଧ କାମ କଲେ। ସେମାନେ ବାୟୁରେ ଗଛ ଲଗାଇବାକୁ ଚେଷ୍ଟା କରୁଥିଲେ। ସେମାନେ କେବଳ ଦୁଃଖହିଁ ପାଇବେ। ସେମାନେ ଘୂର୍ଣ୍ଣିବାତ୍ୟାକୁ ନିମନ୍ତ୍ରଣ କଲେ। ଜମିରେ ଉତ୍ପନ୍ନ ହେଉଥିବା ଶସ୍ୟ ଖାଦ୍ୟ ଯୋଗାଇବ ନାହିଁ। ଏପରି ଯଦି କିଛି ଉତ୍ପନ୍ନ ହେଲା ତେବେ ତାକୁ ଅଜଣା ଲୋକ ଭକ୍ଷ୍ୟଣ କରିବେ।
8 “ଇସ୍ରାଏଲ ଧ୍ୱଂସ ହୋଇଯାଇଛି।
କେହି ବ୍ୟବହାର କରିବାକୁ ଗ୍ଭହୁଁ ନ ଥିବା ଅଦରକାରୀ ଯନ୍ତ୍ର ପରି
ଇସ୍ରାଏଲର ଲୋକମାନେ ଦେଶର ଗ୍ଭରିଆଡ଼େ ବିଛାଡ଼ି ହୋଇଗଲେ।
9 ଗୋଟିଏ ବନ୍ୟ ଗଧ ନିଜ ସାଥୀ ଖୋଜିବାକୁ ଗଲାପରି, ଇଫ୍ରୟିମ ଅଶୂରକୁ ଯାଇଛନ୍ତି।
ସେମାନେ ନିଜ ପାଇଁ ‘ପ୍ରେମିକମାନଙ୍କୁ’ ଭଡ଼ାରେ ଆଣିଛନ୍ତି।
10 ଯଦ୍ୟପି ଇସ୍ରାଏଲ ଅନ୍ୟ ରାଷ୍ଟ୍ରମାନଙ୍କରୁ ‘ପ୍ରେମିକମାନଙ୍କୁ’ ଭଡ଼ାରେ ଆଣିଲେ।
ଆମ୍ଭେ ତାକୁ ବିଗ୍ଭର ପାଇଁ ଏକତ୍ରିତ କରିବା।
ସେମାନେ ରାଜାମାନଙ୍କ ଓ ରାଜକୁମାରମାନଙ୍କଠାରୁ
ଖୁବ୍ ଶୀଘ୍ର ହଇରାଣ ଓ ଅତ୍ୟାଗ୍ଭରିତ ହେବେ।
ଇସ୍ରାଏଲ ପରମେଶ୍ୱରଙ୍କୁ ଭୁଲି ପ୍ରତିମାପୂଜା କରେ
11 “ଇଫ୍ରୟିମ ପାପପୂର୍ଣ୍ଣ ମୂର୍ତ୍ତି ପୂଜା କରିବା ପାଇଁ
ଅଧିକରୁ ଅଧିକ ଯଜ୍ଞବେଦି ନିର୍ମାଣ କଲା।
ତା’ ପାଇଁ ଏଗୁଡ଼ିକ ପାପ କରିବାର ଯଜ୍ଞବେଦି ହୋଇଛି।
12 ଏପରିକି ଆମ୍ଭେ ଇଫ୍ରୟିମ ପାଇଁ 10,000 ନିୟମ ଲେଖିଲେ ମଧ୍ୟ ସେ
ସେଗୁଡ଼ିକ ଅଜଣା ଦ୍ରବ୍ୟ ପରି ବିବେଚନା କରିବ।
13 ଇସ୍ରାଏଲୀୟମାନେ ବଳିଦାନକୁ ଭଲ ପାଆନ୍ତି।
ସେ ମାଂସ ଅର୍ପଣ କରି ତାକୁ ଭକ୍ଷ୍ୟଣ କରନ୍ତି।
ସଦାପ୍ରଭୁ ସେମାନଙ୍କର ବଳିଦାନକୁ ଗ୍ରହଣ କରନ୍ତି ନାହିଁ।
ସେ ସେମାନଙ୍କର ପାପକୁ ମନେ ରଖନ୍ତି।
ଏଥିପାଇଁ ସେ ସେମାନଙ୍କୁ ଦଣ୍ତ ଦେବେ
ଏବଂ ସେମାନେ ବନ୍ଦୀ ଭାବରେ ମିଶରକୁ ପ୍ରେରିତ ହେବେ।
14 ଇସ୍ରାଏଲ ରାଜାଙ୍କର ଅଟ୍ଟାଳିକା ନିର୍ମାଣ କଲେ
କିନ୍ତୁ ସୃଷ୍ଟିକର୍ତ୍ତାଙ୍କୁ ଭୁଲିଗଲେ।
ବର୍ତ୍ତମାନ ଯିହୁଦା ସୁଦୃଢ଼ ଦୁର୍ଗ ନିର୍ମାଣ କରିବ
ଯାହାକୁ ଆମ୍ଭେ ଅଗ୍ନି ପଠାଇ ସେହି ସୁଦୃଢ଼ ଦୁର୍ଗକୁ ପୋଡ଼ି ଧ୍ୱଂସ କରିବା।”
ନିର୍ବାସିତମାନଙ୍କର ଦୁଃଖ
9 ହେ ଇସ୍ରାଏଲ, କୌଣସି ଉତ୍ସବ ପାଳନ କର ନାହିଁ। ଅନ୍ୟ ଦେଶପରି ଖୁସୀ ହୁଅ ନାହିଁ। ତୁମ୍ଭେ ଜଣେ ଗଣିକା ପରି ବ୍ୟବହାର କଲ ଓ ପରମେଶ୍ୱରଙ୍କୁ ଭୁଲିଗଲ। ତୁମ୍ଭେମାନେ ପ୍ରତି ଶସ୍ୟଖଳାରେ ଯୌନ ଅପରାଧମୂଳକ ପାପ କଲ। 2 କିନ୍ତୁ ସେହି ଖଳାର ଶସ୍ୟ ଇସ୍ରାଏଲକୁ ପ୍ରଚୁର ଖାଦ୍ୟ ଦେବ ନାହିଁ। ସେଠାରେ ମଧ୍ୟ ପ୍ରଚୁର ଦ୍ରାକ୍ଷାରସ ଇସ୍ରାଏଲ ପାଇଁ ହେବ ନାହିଁ।
3 ଇସ୍ରାଏଲୀୟମାନେ ସଦାପ୍ରଭୁଙ୍କ ରାଜ୍ୟରେ ରହିପାରିବେ ନାହିଁ। ଇଫ୍ରୟିମ ମିଶରକୁ ଫେରିବ। ଅଶୂରର ଯେଉଁ ଖାଦ୍ୟ ଖାଇବାକୁ ମନା ସେହି ଖାଦ୍ୟ ସେମାନେ ଖାଇବେ। 4 ଇସ୍ରାଏଲୀୟମାନେ ସଦାପ୍ରଭୁଙ୍କୁ ଦ୍ରାକ୍ଷାରସ ନୈବେଦ୍ୟ ଉତ୍ସର୍ଗ କରିବେ ନାହିଁ। ସେମାନେ ତାଙ୍କୁ ବଳିଦାନ ଉତ୍ସର୍ଗ କରିବେ ନାହିଁ। ସେମାନଙ୍କର ବଳିଦାନ ଉତ୍ସର୍ଗ ଶ୍ରାଦ୍ଧରେ ଖାଦ୍ୟ ଭକ୍ଷ୍ୟଣ ପରି ହେବ। ଯେ ଏହାକୁ ଭକ୍ଷ୍ୟଣ କରିବ ସେ ଅପବିତ୍ର ହେବ। ସେମାନଙ୍କର ରୋଟୀ ସଦାପ୍ରଭୁଙ୍କ ମନ୍ଦିରକୁ ଯିବ ନାହିଁ। ସେମାନେ ନିଜେ ସେହି ରୋଟୀକୁ ଭକ୍ଷ୍ୟଣ କରିବେ। 5 ସେମାନେ ସଦାପ୍ରଭୁଙ୍କ ନିମନ୍ତେ କୌଣସି ପର୍ବ ବା ଉତ୍ସବ ପାଳନ କରିବାକୁ କ୍ଷମ ହେବେ ନାହିଁ।
6 ଇସ୍ରାଏଲର ଲୋକମାନେ ଛାଡ଼ି ଗ୍ଭଲିଗଲେ କାରଣ ଶତ୍ରୁ ସେମାନଙ୍କଠାରୁ ସବୁକିଛି ନେଇଗଲା। ମେମ୍ପିସ ସେମାନଙ୍କୁ ସମାଧି ଦେବ। ସେମାନଙ୍କର ରୌପ୍ୟ ଭଣ୍ତାରରେ ଅନାବନା ଘାସ ବଢ଼ିବ। ଇସ୍ରାଏଲୀୟର ବାସସ୍ଥଳରେ କଣ୍ଟା ଉତ୍ପନ୍ନ ହେବ।
ପ୍ରକୃତ ଭବିଷ୍ୟଦ୍ବକ୍ତାଙ୍କୁ ଇସ୍ରାଏଲ ପ୍ରତ୍ୟାଖ୍ୟାନ କଲା
7 ଭବିଷ୍ୟଦ୍ବକ୍ତା କହନ୍ତି, “ଇସ୍ରାଏଲ, ଏହି ନୀତିଗୁଡ଼ିକ ଶିକ୍ଷାକର। ଦଣ୍ତ ପାଇବା ସମୟ ଆସିଯାଇଛି। ତୁମ୍ଭେ ଯେଉଁ ମନ୍ଦକାର୍ଯ୍ୟ କରିଥିଲ ତା'ର ଫଳ ପାଇବା ସମୟ ଆସି ଯାଇଛି।” କିନ୍ତୁ ଇସ୍ରାଏଲର ଲୋକେ କହନ୍ତି, “ଭବିଷ୍ୟଦ୍ବକ୍ତା ଜଣେ ନିର୍ବୋଧ। ପରମେଶ୍ୱରଙ୍କ ଆତ୍ମା ସହିତ ଏହି ବ୍ୟକ୍ତି ପାଗଳ।” ଭବିଷ୍ୟଦ୍ବକ୍ତା କହନ୍ତି, “ତୁମ୍ଭେମାନେ ତୁମ୍ଭମାନଙ୍କ ଜଘନ୍ୟ ପାପ ଲାଗି ଦଣ୍ତିତ ହେବ। ତୁମ୍ଭମାନଙ୍କ ଘୃଣା ଭାବ ଯୋଗୁଁ ଦଣ୍ତିତ ହେବ।” 8 ଭବିଷ୍ୟଦ୍ବକ୍ତା ଇଫ୍ରୟିମ, ମୋର ପରମେଶ୍ୱରଙ୍କ ଲୋକ ଉପରେ ଜଗୁଆଳି ଅଟେ। କିନ୍ତୁ ପଥ ମଧ୍ୟରେ ଅନେକ ଫାଶ ଅଛି ଏବଂ ଲୋକମାନେ ଭବିଷ୍ୟଦ୍ବକ୍ତାଙ୍କୁ ଘୃଣା କରନ୍ତି। ଏପରିକି ତାଙ୍କ ପରମେଶ୍ୱରଙ୍କ ଘରେ ମଧ୍ୟ ଶତ୍ରୁତା ରହିଛି।
9 ଗିବିୟାର ସମୟ ପରି ଇସ୍ରାଏଲୀୟମାନେ ଧ୍ୱଂସର ଗଭୀରତମ ସ୍ଥାନକୁ ଗ୍ଭଲି ଯାଇଛନ୍ତି। ସଦାପ୍ରଭୁ ସେମାନଙ୍କର ପାପକୁ ସ୍ମରଣ କରିବେ। ସେ ସେମାନଙ୍କ ପାପ ଲାଗି ଦଣ୍ତ ଦେବେ।
ପ୍ରତିମାପୂଜା ଲାଗି ଇସ୍ରାଏଲ ଧ୍ୱଂସ ହୁଏ
10 “ସେହି ସମୟରେ ଆମ୍ଭେ ଇସ୍ରାଏଲକୁ ପାଇଲୁ, ସେମାନେ ମରୁଭୂମିରେ ସତେଜ ଦ୍ରାକ୍ଷାଲତା ସଦୃଶ ଥିଲେ। ସେମାନେ ଡିମ୍ବିରି ଗଛର ପ୍ରଥମ ଫଳ ସଦୃଶ ଥିଲେ। କିନ୍ତୁ ସେମାନେ ଯେତେବେଳେ ବାଲ୍-ପିୟୋର ନିକଟକୁ ଆସିଲେ ସେମାନେ ଲଜ୍ଜାସ୍ପଦ ମୂର୍ତ୍ତିଗୁଡ଼ିକୁ ଭକ୍ତି କଲେ। ତା'ପରେ ସେମାନେ ଭଲ ପାଉଥିବା ଜିନିଷଗୁଡ଼ିକ ଘୃଣ୍ୟ ହେଲା।
ଇସ୍ରାଏଲୀୟମାନେ ନିଃସନ୍ତାନ ହେବେ
11 “ଇଫ୍ରୟିମର ଗୌରବ ପକ୍ଷୀ ସଦୃଶ ଉଡ଼ିଯିବ। ଅଧିକ ଗର୍ଭଧାରଣ ହେବ ନାହିଁ, ଅଧିକ ଶିଶୁ ଜନ୍ମ ହେବେ ନାହିଁ। 12 ଯଦିଓ ଇସ୍ରାଏଲୀୟମାନେ ଅଧିକ ସନ୍ତାନ ଇଚ୍ଛା କରିବେ ଏହା ସେମାନଙ୍କୁ ସାହାଯ୍ୟ କରିବ ନାହିଁ। ଆମ୍ଭେ ସେମାନଙ୍କଠାରୁ ସେମାନଙ୍କର ପିଲାମାନଙ୍କୁ ନେଇଯିବା। ଆମ୍ଭେ ସେମାନଙ୍କୁ ପରିତ୍ୟାଗ କରିବା। ଫଳରେ ସେମାନଙ୍କର ଦୁଃଖ ବ୍ୟତୀତ ଆଉ କିଛି ରହିବ ନାହିଁ।”
13 ଆମ୍ଭେ ଦେଖି ପାରୁଛୁ ଇଫ୍ରୟିମ ତା'ର ପିଲାମାନଙ୍କୁ ଯନ୍ତା ମଧ୍ୟକୁ ନେଉଛି। ଇଫ୍ରୟିମ ତା'ର ପିଲାମାନଙ୍କୁ ଘାତକ ନିକଟକୁ ଆଣୁଛି। 14 ସଦାପ୍ରଭୁ, ତୁମ୍ଭେ ଯାହା ଗ୍ଭହଁ ତାହା ସେମାନଙ୍କୁ ଦିଅ। ଶିଶୁହରା ଗର୍ଭାଶୟ ସେମାନଙ୍କୁ ଦିଅ, କ୍ଷୀର ବାହାରୁନଥିବା ସ୍ତନ ସେମାନଙ୍କୁ ଦିଅ।
15 ସେମାନଙ୍କର ସମସ୍ତ ମନ୍ଦକାର୍ଯ୍ୟ ଗିଲ୍ଗଲ୍ରେ ଅଛି।
ଆମ୍ଭେ ସେମାନଙ୍କୁ ସେଠାରେ ଘୃଣା କରିବା ଆରମ୍ଭ କଲୁ।
ଆମ୍ଭର ଗୃହ ପରିତ୍ୟାଗ କରିବାକୁ ଆମ୍ଭେ ସେମାନଙ୍କୁ ବାଧ୍ୟ କରିବା,
କାରଣ ସେମାନେ ମନ୍ଦକାର୍ଯ୍ୟ କରନ୍ତି।
ଆମ୍ଭେ ସେମାନଙ୍କୁ ଆଉ ଭଲ ପାଇବା ନାହିଁ।
ସେମାନଙ୍କର ନେତାମାନେ ବିଦ୍ରୋହି, ସେମାନେ ଆମ୍ଭର ବିରୁଦ୍ଧରେ ଯାଇଛନ୍ତି।
16 ଇଫ୍ରୟିମ ଦଣ୍ତିତ ହେବ।
ସେମାନଙ୍କର ମୂଳ ମରିଯାଇଛି।
ସେମାନଙ୍କର ଆଉ ଅଧିକ ସନ୍ତାନ ହେବେ ନାହିଁ।
ସେମାନେ ସନ୍ତାନ ଜନ୍ମ କରି ପାରନ୍ତି।
କିନ୍ତୁ ସେମାନଙ୍କର ମହାନ ସନ୍ତାନଙ୍କୁ ଆମ୍ଭେ ହତ୍ୟା କରିବା।
17 ଏହି ଲୋକମାନେ ମୋର ପରମେଶ୍ୱରଙ୍କ କଥା ଶୁଣିଲେ ନାହିଁ,
ତେଣୁ ପ୍ରଭୁ ସେମାନଙ୍କ କଥା ଶୁଣିବେ ନାହିଁ।
ସେମାନେ ବସହରା ହୋଇ ଯାଯାବର ପରି ଏଣେତେଣେ ଦେଶର ସବୁଆଡ଼େ ବୁଲିବେ।
ଇସ୍ରାଏଲର ଧନସମ୍ପଦ ପ୍ରତିମାପୂଜାର ଅଗ୍ରଗାମୀ
10 ଇସ୍ରାଏଲ ଦ୍ରାକ୍ଷାଲତା ସଦୃଶ ପ୍ରଚୁର ଫଳ ଧାରଣ କରେ।
କିନ୍ତୁ ଯେତେବେଳେ ଇସ୍ରାଏଲ ଅଧିକ ଜିନିଷ ଲାଭକଲେ
ସେତେବେଳେ ସେ ଭଣ୍ତ ଦେବତାଙ୍କ ପୂଜା ପାଇଁ ଅଧିକ ଯଜ୍ଞବେଦି ନିର୍ମାଣ କଲେ।
ତାଙ୍କର ରାଜ୍ୟ ଅଧିକ ଭଲ ହେଲା।
ତେଣୁ ସେ ଭଣ୍ତ ଦେବତାଙ୍କ ପୂଜାଲାଗି ଅତିସୁନ୍ଦର ପଥରମାନ ସ୍ଥାପନ କଲେ।
2 ଇସ୍ରାଏଲର ଲୋକମାନେ ପରମେଶ୍ୱରଙ୍କୁ ଠକିବାକୁ ଚୋଷ୍ଟା କଲେ
କିନ୍ତୁ ବର୍ତ୍ତମାନ ସେମାନେ ସେମାନଙ୍କର ଦୋଷ ସ୍ୱୀକାର କରିବେ।
ସଦାପ୍ରଭୁ ସେମାନଙ୍କର ଯଜ୍ଞବେଦିକୁ ଭାଙ୍ଗି ଦେବେ।
ସେ ସେମାନଙ୍କର ସ୍ମୃତିସ୍ତମ୍ଭକୁ ଧ୍ୱଂସ କରି ଦେବେ।
ଇସ୍ରାଏଲୀୟମାନଙ୍କ ମନ୍ଦ ନିଷ୍ପତ୍ତି
3 ବର୍ତ୍ତମାନ ଇସ୍ରାଏଲୀୟମାନେ କୁହନ୍ତି, “ଆମ୍ଭମାନଙ୍କର ରାଜା ନାହାନ୍ତି। ଆମ୍ଭେ ସଦାପ୍ରଭୁଙ୍କୁ ସମ୍ମାନ କରୁ ନାହୁଁ ଏବଂ ତାଙ୍କର ରାଜା ଆମ୍ଭମାନଙ୍କର କିଛି କରି ପାରିବେ ନାହିଁ।”
4 ସେମାନେ ଶପଥ ନିଅନ୍ତି କିନ୍ତୁ ସେମାନେ କେବଳ ମିଥ୍ୟା କୁହନ୍ତି। ସେମାନେ ସେମାନଙ୍କର ଶପଥ ରକ୍ଷା କରନ୍ତି ନାହିଁ। ସେମାନେ ଚୁକ୍ତି କରନ୍ତି। ସେଥିପାଇଁ ନ୍ୟାୟ କୃଷିକ୍ଷେତ୍ରରେ ବିଷାକ୍ତ ଅନାବନା ଘାସ ପରି ବଢ଼େ।
5 ଶମରିୟାର ଲୋକମାନେ ବୈଥ୍-ଆବନର ବାଛୁରିମାନଙ୍କୁ ପୂଜା କରନ୍ତି। ସେହି ଲୋକମାନେ ପ୍ରକୃତରେ କାନ୍ଦିବେ। ଯାଜକମାନେ ମଧ୍ୟ ପ୍ରକୃତରେ କାନ୍ଦିବେ। କାରଣ ସେମାନଙ୍କର ସୁନ୍ଦର ପ୍ରତିମା ଗ୍ଭଲିଗଲା। ତାକୁ ଦୂରେଇ ନିଆଗଲା। 6 ଅଶୂରକୁ ମହାନ ରାଜାଙ୍କ ଉପହାର ସ୍ୱରୂପ ଏହାକୁ ନିଆଗଲା। ସେ ଇଫ୍ରୟିମଙ୍କର ଲଜ୍ଜାଜନକ ପ୍ରତିମା ରଖିବ। ଇସ୍ରାଏଲ ତା'ର ମୂର୍ତ୍ତି ପାଇଁ ଲଜ୍ଜିତ ହେବ। 7 ପାଣିରେ ଗୋଟିଏ କାଠଖଣ୍ତ ଭାସି ଗଲାପରି, ଶମରିୟାର ରାଜା ଧ୍ୱଂସ ହେବେ।
8 ଇସ୍ରାଏଲ ବହୁ ପାପ କଲା ଏବଂ ବହୁତ ଉଚ୍ଚସ୍ଥାନ ନିର୍ମାଣ କଲା। ଆବେନ୍ର ଉଚ୍ଚସ୍ଥାନଗୁଡ଼ିକ ଧ୍ୱଂସ ହେବ। ସେମାନଙ୍କର ଯଜ୍ଞବେଦି ଉପରେ କଣ୍ଟା ଓ ଅନାବନା ଘାସ ଜନ୍ମିବ। ତା'ପରେ ସେମାନେ ପର୍ବତଗୁଡ଼ିକୁ କହିବେ, “ଆମ୍ଭମାନଙ୍କୁ ଆବୃତ୍ତ କର” ଏବଂ ପାହାଡ଼ଗୁଡ଼ିକୁ କହିବେ, “ଆମ୍ଭମାନଙ୍କ ଉପରେ ପଡ଼ିଯାଅ।”
ଇସ୍ରାଏଲ ପାପ ପାଇଁ ପରିଶୋଧ କରିବ
9 “ଇସ୍ରାଏଲ, ତୁମ୍ଭେ ଗିବିୟାଙ୍କ ସମୟରୁ ପାପ କରି ଗ୍ଭଲିଛ ଏବଂ ତୁମ୍ଭ ଲୋକମାନେ ସେଠାରେ ଲଗାତାର ପାପ କରି ଗ୍ଭଲିଛନ୍ତି। ଯୁଦ୍ଧ ପ୍ରକୃତରେ ସେହି ମନ୍ଦ ଲୋକମାନଙ୍କୁ ଗିବିୟାରେ ଧରିବ। 10 ମୁଁ ସେମାନଙ୍କୁ ଦଣ୍ତ ଦେବାକୁ ଆସିବି। ଦେଶଗୁଡ଼ିକୁ ମିଳିତ ଭାବରେ ସେମାନଙ୍କ ବିରୁଦ୍ଧରେ ଯିବେ। ସେମାନେ ଇସ୍ରାଏଲ ଅଧିବାସୀଙ୍କୁ ସେମାନଙ୍କର ଦୁଇଗୁଣା ପାପ ପାଇଁ ଦଣ୍ତ ଦେବେ।
11 “ଇଫ୍ରୟିମ ତାଲିମପ୍ରାପ୍ତ ଗାଈ ପରି ଖଳାରେ ଶସ୍ୟ ଉପରେ ବିଚରଣ କରିବାକୁ ଭଲପାଏ। ଆମ୍ଭେ ଗୋଟିଏ ଭଲ ଯୁଆଳି ତା’ କାନ୍ଧରେ ପକାଇବା। ଆମ୍ଭେ ତାକୁ ଦଉଡ଼ିରେ ବାନ୍ଧିବା। ତା'ପରେ ଯିହୁଦା ହଳ ଆରମ୍ଭ କରିବ। ଯାକୁବ ନିଜେ ଭୂମିକୁ ଫଟାଇବ।”
12 ତୁମ୍ଭେ ଯଦି ଭଲପଣିଆ ବୁଣିବ ତେବେ ପ୍ରକୃତ ପ୍ରେମ ଅମଳ କରିବ। ଭୂମିକୁ ହଳ କରିବ ଏବଂ ସଦାପ୍ରଭୁଙ୍କ ସହିତ ଅମଳ କରିବ। ପ୍ରଭୁ ଆସିବେ ଏବଂ ତୁମ୍ଭମାନଙ୍କ ଉପରେ ଭଲ ଜିନିଷ ବର୍ଷା ପରି ପକାଇବେ।
13 କିନ୍ତୁ ତୁମ୍ଭେମାନେ ମନ୍ଦ ଜିନିଷ ଲଗାଇଲ ଏବଂ ତୁମ୍ଭେମାନେ ଦୁଃଖ ଅମଳ କଲ। ତୁମ୍ଭ ମିଥ୍ୟାର ଫଳ ତୁମ୍ଭେ ଭକ୍ଷ୍ୟଣ କଲ। କାରଣ ତୁମ୍ଭେମାନେ ତୁମ୍ଭ ଶକ୍ତି ଓ ସୈନ୍ୟବାହିନୀ ଉପରେ ବିଶ୍ୱାସ ରଖିଛ। 14 ତେଣୁ ତୁମ୍ଭମାନଙ୍କର ସୈନ୍ୟବାହିନୀ ଯୁଦ୍ଧର ଶବ୍ଦ ଶୁଣିବେ ଏବଂ ତୁମ୍ଭମାନଙ୍କର ସମସ୍ତ ଦୁର୍ଗ ଧ୍ୱଂସ ପାଇବ। ଶଲମନ ବୈଥ୍-ଅରବେଲକୁ ଧ୍ୱଂସ କଲାପରି ଏହା ଘଟିବ। ଯୁଦ୍ଧ ସମୟରେ ମାମାନଙ୍କୁ ସେମାନଙ୍କର ପିଲାମାନଙ୍କ ସହିତ ହତ୍ୟା କରାଗଲା। 15 ବୈଥେଲ୍, ତୁମ୍ଭର ଦୁଷ୍ଟାମୀ ଯୋଗୁଁ ଏହିପରି ହେବ। ଯେତେବେଳେ ସକାଳ ହେବ ଇସ୍ରାଏଲର ରାଜା ସମ୍ପୂର୍ଣ୍ଣ ଧ୍ୱଂସ ହେବେ।”
ଇସ୍ରାଏଲ ସଦାପ୍ରଭୁଙ୍କୁ ଭୁଲିଛି
11 ସଦାପ୍ରଭୁ କହିଲେ, “ଇସ୍ରାଏଲ ବାଲ୍ୟ ଥିଲା ବେଳେ ଆମ୍ଭେ ତାକୁ ଭଲ ପାଉଥିଲୁ।
ଆମ୍ଭେ ମିଶରକୁ ପୁଅ ବୋଲି ଡାକୁଥିଲୁ।
2 କିନ୍ତୁ ଇସ୍ରାଏଲକୁ ଯେତେ ଅଧିକ ନିଜର କଲୁ ଇସ୍ରାଏଲ
ସେତେ ଅଧିକ ଆମ୍ଭଠାରୁ ଦୂରେଇଗଲା।
ଇସ୍ରାଏଲୀୟମାନେ ବାଲ୍ଦେବଗଣଙ୍କ ଉଦ୍ଦେଶ୍ୟରେ ବଳି ଦେଲେ।
ସେମାନେ ପ୍ରତିମା ନିକଟରେ ଧୂପ ଦେଲେ।
3 “ଆମ୍ଭେ ଇଫ୍ରୟିମକୁ ଗ୍ଭଲିବା ଶିଖାଇଲୁ।
ଆମ୍ଭେ ଇସ୍ରାଏଲୀୟଙ୍କୁ ଆମ୍ଭର ବାହୁରେ ନେଇଥିଲୁ।
ଆମ୍ଭେ ସେମାନଙ୍କୁ ସୁସ୍ଥ କଲୁ।
କିନ୍ତୁ ସେମାନେ ତାହା ଅନୁଭବ କଲେ ନାହିଁ।
4 ଆମ୍ଭେ ସେମାନଙ୍କୁ ରଜ୍ଜୁରେ ବାନ୍ଧିଥିଲୁ,
କିନ୍ତୁ ତାହା ଥିଲା ପ୍ରେମର ରଜ୍ଜୁ।
ଆମ୍ଭେ ଜଣେ ବ୍ୟକ୍ତିପରି ସେମାନଙ୍କୁ ମୁକ୍ତ କଲୁ।
ଆମ୍ଭେ ନମ୍ର ହେଲୁ ଓ ସେମାନଙ୍କୁ ଖୁଆଇଲୁ।
5 “ଇସ୍ରାଏଲୀୟମାନେ ପରମେଶ୍ୱରଙ୍କ ନିକଟକୁ ଫେରିବାକୁ ମନା କଲେ। ତେଣୁ ସେଥିପାଇଁ ସେମାନେ ମିଶର ଯିବେ। ଅଶୂରର ରାଜା ସେମାନଙ୍କର ରାଜା ହେବେ। 6 ଖଣ୍ତା ସେମାନଙ୍କ ନଗର ବିରୁଦ୍ଧରେ ଝୁଲିବ। ଏହା ସେମାନଙ୍କର ଶକ୍ତିଶାଳୀ ଲୋକଙ୍କୁ ହତ୍ୟା କରିବ। ଏହା ସେମାନଙ୍କର ନେତାମାନଙ୍କୁ ଧ୍ୱଂସ କରିବ।
7 “ଆମ୍ଭର ଲୋକମାନେ ଆମ୍ଭ ନିକଟକୁ ଫେରିବାକୁ ଆଶା କରନ୍ତି। ସେମାନେ ଊର୍ଦ୍ଧ୍ୱକୁ ଡାକିବେ। କିନ୍ତୁ କେହି ସେମାନଙ୍କୁ ସାହାଯ୍ୟ କରିବେ ନାହିଁ।”
ସଦାପ୍ରଭୁ ଇସ୍ରାଏଲକୁ ଧ୍ୱଂସ କରିବାକୁ ଗ୍ଭହାନ୍ତି ନାହିଁ
8 “ଇଫ୍ରୟିମ, ଆମ୍ଭେ ତୁମ୍ଭକୁ ପରିତ୍ୟାଗ କରିବାକୁ ଗ୍ଭହୁଁ ନାହୁଁ।
ଇସ୍ରାଏଲ, ଆମ୍ଭେ ତୁମ୍ଭର ସୁରକ୍ଷା ଗ୍ଭହୁଁ।
ଅଦ୍ମାର ଓ ସବୋୟିମ୍ ପରି
ତୁମ୍ଭକୁ ହେବାକୁ ଆମ୍ଭେ ଗ୍ଭହୁଁ ନାହୁଁ।
ଆମ୍ଭର ମନକୁ ପରିବର୍ତ୍ତନ କରିଛୁ।
ଆମ୍ଭର ପ୍ରେମ ତୁମ୍ଭ ପାଇଁ ଅତି ଶକ୍ତିଶାଳୀ ଅଟେ।
9 ଆମ୍ଭେ ଆପଣା ଭୟଙ୍କର କ୍ରୋଧଭାବକୁ ପ୍ରକାଶ କରିବା ନାହିଁ।
ଇଫ୍ରୟିମକୁ ପୁନର୍ବାର ଧ୍ୱଂସ କରିବା ନାହିଁ।
ଆମ୍ଭେ ପରମେଶ୍ୱର, ମାନବ ନୋହୁଁ।
ଆମ୍ଭେ ତୁମ୍ଭର ମଧ୍ୟବର୍ତ୍ତୀ
ଧର୍ମସ୍ୱରୂପ ଅଟୁ।
ଆମ୍ଭର କ୍ରୋଧ ଦେଖାଇବା ନାହିଁ।
10 ଆମ୍ଭେ ଗୋଟିଏ ସିଂହ ସଦୃଶ ଗର୍ଜନ କରିବା।
ଆମ୍ଭର ପିଲାମାନେ ଆସିବେ ଓ ଆମ୍ଭଙ୍କୁ ଅନୁସରଣ କରିବେ।
ଏହି ପିଲାମାନେ ଭୟରେ ଥରିଥରି
ପଶ୍ଚିମରୁ ଆସିବେ।
11 ସେମାନେ ମିଶରରୁ ପକ୍ଷୀ ସଦୃଶ
ଥରିଥରି ଆସିବେ।
ଅଶୂରୀୟରୁ କପୋତ ପରି ଥରିଥରି ଆସିବେ।
ଏବଂ ଆମ୍ଭେ ସେମାନଙ୍କୁ ଗୃହକୁ ଫେରାଇ ନେବା ବୋଲି”
ସଦାପ୍ରଭୁ କହିଲେ।
12 “ଇଫ୍ରୟିମ ମିଥ୍ୟାରେ ଆମ୍ଭର ଗ୍ଭରିପାଖରେ ଘେରିଗଲା।
ଇସ୍ରାଏଲର ପରିବାର ଆମ୍ଭ ପ୍ରତି ବିଶ୍ୱାସଘାତକତା କରିଛନ୍ତି।
କିନ୍ତୁ ଯିହୁଦା ପରମେଶ୍ୱରଙ୍କ ସହିତ ଅଛି
ଏବଂ ଧର୍ମସ୍ୱରୂପଙ୍କ ସହିତ ବିଶ୍ୱସ୍ତ ଅଛି।”
ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ
12 ଇଫ୍ରୟିମ ପବନ ଏକତ୍ର କରୁଛନ୍ତି। ଇସ୍ରାଏଲ ଦିନସାରା “ପବନକୁ ଅନୁସରଣ” କରେ। ଲୋକମାନେ ଅଧିକରୁ ଅଧିକ ମିଥ୍ୟା କୁହନ୍ତି। ଅଧିକ ଗ୍ଭେରି କରନ୍ତି। ସେମାନେ ଅଶୂର ସହିତ ଚୁକ୍ତି କରିଛନ୍ତି ଏବଂ ସେମାନେ ମିଶରକୁ ଅଲିଭ ତେଲ ଆଣୁଛନ୍ତି।
2 ସଦାପ୍ରଭୁ କୁହନ୍ତି, “ଆମ୍ଭର ଯିହୁଦା ବିପକ୍ଷରେ ଏକ ଯୁକ୍ତି ଅଛି। ଯାକୁବ ତା'ର କୁପଥଗୁଡ଼ିକ ପାଇଁ ନିଶ୍ଚିତ ଭାବରେ ଦଣ୍ତ ପାଇବ। ସେ ମନ୍ଦକାର୍ଯ୍ୟ ପାଇଁ ସେ ନିଶ୍ଚିତ ଭାବରେ ଦଣ୍ତିତ ହେବ। 3 ଯାକୁବ ମାତୃଗର୍ଭରେ ଥିଲା ଏବଂ ତା'ର ଭାଇ ସହିତ କୌଶଳ କରିଥିଲା। ସେ ଗୋଟିଏ ଶକ୍ତିଶାଳୀ ଯୁବକ ଥିଲା ଏବଂ ସେତେବେଳେ ସେ ପରମେଶ୍ୱରଙ୍କ ସହିତ ଲଢ଼ୁଥିଲା। 4 ଯାକୁବ ପରମେଶ୍ୱରଙ୍କ ଦୂତ ସହିତ ମଲ୍ଲଯୁଦ୍ଧ କରୁଥିଲା ଏବଂ ଜିତୁଥିଲା। ସେ ଚିତ୍କାର କରି ପ୍ରଭୁକୃପା ମାଗୁଥିଲା। ଏହା ବୈଥଲ୍ରେ ଘଟିଥିଲା। ସେହିସ୍ଥାନରେ ସେ ପରମେଶ୍ୱରଙ୍କୁ ପାଇଲା ଓ ତାଙ୍କ ସହିତ କଥା ହେଲା। 5 ହଁ, ସଦାପ୍ରଭୁ ସୈନ୍ୟବାହିନୀର ପରମେଶ୍ୱର ଅଟନ୍ତି। ତାଙ୍କର ନାମ ସଦାପ୍ରଭୁ। 6 ତେଣୁ ତୁମ୍ଭେମାନେ ସେହି ପରମେଶ୍ୱରଙ୍କ ନିକଟକୁ ଫେରି ଆସ। ତାଙ୍କ ପ୍ରତି ବିଶ୍ୱସ୍ତ ହୁଅ। ଠିକ୍ କାର୍ଯ୍ୟ କର। ସର୍ବଦା ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖ।
7 “ଯାକୁବ ଜଣେ ପ୍ରକୃତ ବ୍ୟବସାୟୀ। ସେ ଏପରିକି ତା'ର ବନ୍ଧୁଙ୍କୁ ମଧ୍ୟ ଠକେ। ଏପରିକି ତାଙ୍କ ନିକିତି ମଧ୍ୟ ମିଛ କହେ। 8 ଇଫ୍ରୟିମ କହିଲେ, ‘ମୁଁ ଧନୀ, ମୁଁ ପ୍ରକୃତ ଧନ ଲାଭ କରିଛି। କୌଣସି ବ୍ୟକ୍ତି ମୋର ଅପରାଧ ଜାଣିବ ନାହିଁ। କେହି ମଧ୍ୟ ମୋର ପାପ ଜାଣି ପାରିବ ନାହିଁ।’
9 “ମିଶରରେ ଥିବା ସମୟରୁ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ତୁମ୍ଭେମାନେ ଉତ୍ସବ ଦିନରେ କଲାପରି ଆମ୍ଭେ ତୁମ୍ଭମାନଙ୍କୁ ତମ୍ବୁରେ ରଖିବା। 10 ଆମ୍ଭେ ଭବିଷ୍ୟଦ୍ବକ୍ତାମାନଙ୍କ ମାଧ୍ୟମରେ ତୁମ୍ଭମାନଙ୍କୁ ଏବଂ ସେମାନଙ୍କୁ ବହୁ ଦର୍ଶନ ଦେଲୁ। ଆମ୍ଭେ ଭବିଷ୍ୟଦ୍ବକ୍ତାମାନଙ୍କ ମାଧ୍ୟମରେ ତୁମ୍ଭକୁ ଦୃଷ୍ଟାନ୍ତ କଥା ଦେଲୁ। 11 ଯେହେତୁ ଗିଲିୟଦରେ ସେମାନେ ବହୁତ ଦୁଷ୍ଟ, ସେମାନେ କିଛି ହୋଇ ପାରିବେ ନାହିଁ। କାରଣ ଗିଲ୍ଗଲ୍ରେ ସେମାନେ ଷଣ୍ଢକୁ ବଳିଦାନ ଦିଅନ୍ତି। ଖୋଲା ପଡ଼ିଆରେ ପଥର ଗଦା ପରି ସେମାନଙ୍କର ଯଜ୍ଞବେଦିଗୁଡ଼ିକ ହେବ।
12 “ଯାକୁବ ଅରାମ ରାଜ୍ୟକୁ ପଳାଇଲେ। ସେହି ସ୍ଥାନରେ ଇସ୍ରାଏଲ ଗୋଟିଏ ସ୍ତ୍ରୀ ପାଇଁ କାର୍ଯ୍ୟ କରୁଥିଲେ। ସେ ଅନ୍ୟ ସ୍ତ୍ରୀ ପାଇବାକୁ ମେଷ ରଖିଲେ। 13 କିନ୍ତୁ ସଦାପ୍ରଭୁ ଜଣେ ଭବିଷ୍ୟଦ୍ବକ୍ତାଙ୍କୁ ରଖିଲେ ଏବଂ ମିଶରରୁ ଇସ୍ରାଏଲକୁ ନେଇ ଆସିଲେ। ସଦାପ୍ରଭୁ ସେହି ଭବିଷ୍ୟଦ୍ବକ୍ତାଙ୍କୁ ଲଗାଇ ଇସ୍ରାଏଲକୁ ନିରାପଦ ରଖିଲେ। 14 କିନ୍ତୁ ଇଫ୍ରୟିମ ସଦାପ୍ରଭୁଙ୍କୁ ରଗାଇବାର କାରଣ ହେଲା। ଇଫ୍ରୟିମ ବହୁ ଲୋକଙ୍କୁ ହତ୍ୟା କଲା। ତେଣୁ ସେ ତା'ର ଦୋଷ ପାଇଁ ଦଣ୍ତିତ ହେବ। ସେମାନଙ୍କର ମୁନିବ ପରମେଶ୍ୱର ସେହି ଅପମାନ ସେମାନଙ୍କୁ ସହ୍ୟ କରାଇବେ।”
ଇସ୍ରାଏଲ ନିଜକୁ ନିଜେ ଧ୍ୱଂସ କରିଛି
13 “ଇଫ୍ରୟିମ ଇସ୍ରାଏଲରେ ନିଜକୁ ମହାନ କରି ଦେଲା। ସେ କହିଲା ବେଳେ ଲୋକେ ଭୟରେ ଥରିଲେ। କିନ୍ତୁ ସେ ବାଲ୍ଦେବତାଙ୍କୁ ପୂଜାକରି ଦୋଷୀ ହେଲେ ଏବଂ ମୃତ୍ୟୁବରଣ କଲେ। 2 ବର୍ତ୍ତମାନ ଇସ୍ରାଏଲ ଲୋକମାନେ ଅଧିକରୁ ଅଧିକ ପାପ କଲେ। ସେମାନେ ନିଜ ନିଜ ପାଇଁ ପ୍ରତିମା ତିଆରି କରନ୍ତି। କାରିଗରମାନେ ସୁନ୍ଦର ମୂର୍ତ୍ତି ରୂପାରେ ତିଆରି କରନ୍ତି ଏବଂ ସେହି ଲୋକମାନେ ସେହି ପ୍ରତିମାମାନଙ୍କ ସହିତ କଥା ହୁଅନ୍ତି। ସେମାନେ ସେ ମୂର୍ତ୍ତିମାନଙ୍କୁ ବଳିଦାନ ଦିଅନ୍ତି। ସେହି ସୁବର୍ଣ୍ଣ ନିର୍ମିତ ବାଛୁରିଗୁଡ଼ିକୁ ଚୁମ୍ବନ କରନ୍ତି। 3 ସେଥିପାଇଁ ସେହି ଲୋକମାନେ ଶୀଘ୍ର ଅଦୃଶ୍ୟ ହେବେ। ସେମାନେ ସକାଳର କୁହୁଡ଼ି ସଦୃଶ ଶୀଘ୍ର ଦେଖା ଦେବେ ଓ ଶୀଘ୍ର ଅଦୃଶ୍ୟ ହୋଇଯିବେ। ଇସ୍ରାଏଲୀୟମାନେ ଅଗାଡ଼ି ଖଳାରୁ ଉଡ଼ିଗଲା ପରି ଉଡ଼ିଯିବେ। ଚିମିନିରୁ ଧୂଆଁ ବାହାରି ଅଦୃଶ୍ୟ ହେଲାପରି ସେମାନେ ଅଦୃଶ୍ୟ ହୋଇଯିବେ।
4 “ମିଶରରେ ତୁମ୍ଭେମାନେ ବାସ କରିବା ଦିନଠାରୁ ଆମ୍ଭେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ହୋଇ ଆସିଛୁ। ତୁମ୍ଭେମାନେ ଆମ୍ଭ ବ୍ୟତୀତ ଅନ୍ୟ କୌଣସି ପ୍ରଭୁଙ୍କୁ ଜାଣି ନ ଥିଲ। ଆମ୍ଭେ ଏକମାତ୍ର ବ୍ୟକ୍ତି ଯେ କି ତୁମ୍ଭମାନଙ୍କୁ ରକ୍ଷା କରୁଥିଲୁ। 5 ଆମ୍ଭେ ତୁମ୍ଭମାନଙ୍କୁ ମରୁଭୂମିରେ ଜାଣିଥିଲୁ-ଶୁଷ୍କ ଭୂମିରେ ତୁମ୍ଭମାନଙ୍କୁ ଜାଣିଥିଲୁ। 6 ସେହି ଇସ୍ରାଏଲୀୟମାନଙ୍କୁ ଆମ୍ଭେ ଖାଦ୍ୟ ଦେଲୁ। ସେମାନେ ସେହି ଖାଦ୍ୟ ଖାଇଲେ। ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଓ ସନ୍ତୁଷ୍ଟ ହେଲେ। ସେମାନେ ଗର୍ବୀ ହୋଇଗଲେ ଏବଂ ମୋତେ ଭୁଲିଗଲେ।
7 “ସେଥିପାଇଁ ଆମ୍ଭେ ସିଂହ ଓ ବ୍ୟାଘ୍ର ସଦୃଶ ହୋଇ ରାସ୍ତାକଡ଼ରେ ସେମାନଙ୍କୁ ଅପେକ୍ଷା କରିବା। 8 ଭାଲୁ ପାଖରୁ ତା’ ଛୁଆକୁ ଅପହରଣ କଲେ ସେ ଯେପରି ହିଂସ୍ର ହୁଏ, ଆମ୍ଭେ ସେହିପରି ହିଂସ୍ର ହୋଇ ସେମାନଙ୍କୁ ଆକ୍ରମଣ କରିବା। ଆମ୍ଭେ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କର ବକ୍ଷକୁ ବିଦାରଣ କରିବା। ସିଂହ ଓ ଅନ୍ୟ ବନ୍ୟ ପ୍ରାଣୀ ଶିକାରକୁ ଚିରି ଖାଇଲା ପରି ଆମ୍ଭେ ସେମାନଙ୍କୁ ସେହିପରି ଖଣ୍ତ ବିଖଣ୍ତିତ କରିବା।
ଇସ୍ରାଏଲକୁ ପରମେଶ୍ୱରଙ୍କ କ୍ରୋଧରୁ କେହି ରକ୍ଷା କରି ପାରିବେ ନାହିଁ
9 “ହେ ଇସ୍ରାଏଲ, ଆମ୍ଭେ ତୁମ୍ଭକୁ ସାହାଯ୍ୟ କଲୁ କିନ୍ତୁ ତୁମ୍ଭେ ଆମ୍ଭର ବିରୁଦ୍ଧରେ ଗଲ। ତେଣୁ ଆମ୍ଭେ ତୁମ୍ଭକୁ ଧ୍ୱଂସ କରିବା। 10 ତୁମ୍ଭର ରାଜା କେଉଁଠି? ତୁମ୍ଭର ସମସ୍ତ ନଗରରେ ସେ ତୁମ୍ଭମାନଙ୍କୁ ରକ୍ଷା କରି ପାରିବେ ନାହିଁ। ତୁମ୍ଭର ବିଗ୍ଭରକମାନେ କାହାନ୍ତି? ତୁମ୍ଭେମାନେ ସେମାନଙ୍କୁ ଏହା କହି ମାଗିଥିଲ, ‘ଆମ୍ଭକୁ ଜଣେ ରାଜା ଓ ନେତୃମଣ୍ତଳୀ ଦିଅ।’ 11 ଆମ୍ଭେ କ୍ରୋଧିତ ହେଲୁ ଓ ତୁମ୍ଭମାନଙ୍କର ଜଣେ ରାଜା ହେଲୁ। ଯେତେବେଳେ ଅତି କ୍ରୋଧିତ ହେଲୁ ତାଙ୍କୁ ଦୂରକୁ ନେଇଗଲୁ।
12 “ଇଫ୍ରୟିମର ପାପସବୁ
ଗୋଟିଏ ବିଡ଼ାରେ ବନ୍ଧା ହୋଇଛି।
ସେଗୁଡ଼ିକ ନିରାପଦ ଜାଗାରେ ରଖାଯାଇଛି।
13 ସ୍ତ୍ରୀଲୋକର ପ୍ରସବ ବେଦନା ସଦୃଶ ତା'ର ଦଣ୍ତ କଷ୍ଟଦାୟକ ହେବ।
ସେ ଜଣେ ଜ୍ଞାନୀ ପୁତ୍ର ହେବ ନାହିଁ।
ଏପରି ଏକ ସମୟ ଆସିବ
ସେ ଆଉ ତିଷ୍ଠିବ ନାହିଁ।
14 “ଆମ୍ଭେ ସେମାନଙ୍କୁ ମୃତ୍ୟୁଠାରୁ ରକ୍ଷା କରିବା ଉଚିତ୍ କି?
ଆମ୍ଭେ ସେମାନଙ୍କୁ ମହାମାରୀଠାରୁ ରକ୍ଷା କରିବା ଉଚିତ୍ କି?
ହେ ମୃତ କେଉଁଠାରେ ତୁମ୍ଭର ମହାମାରୀ ଅଛି?
ହେ କବର, ତୁମ୍ଭର ଶକ୍ତି କେଉଁଠାରେ ଅଛି?
ଦୟା ଆମ୍ଭଠାରୁ ଗୁପ୍ତ ରହିବ।
15 ଇସ୍ରାଏଲ ତା'ର ଭାଇମାନଙ୍କ ସହିତ ବଢ଼େ।
କିନ୍ତୁ ଏକ ଶକ୍ତିଶାଳୀ ପୂର୍ବୀୟ ପବନ ଆସିବ, ଏହା ସଦାପ୍ରଭୁ ପ୍ରେରିତ ବାୟୁ ମରୁଭୂମିରୁ ପ୍ରବାହିତ ହେବ।
ତା'ପରେ ଇସ୍ରାଏଲର କୂଅ ଶୁଖିଯିବ।
ଜଳପୂର୍ଣ୍ଣ ଝରଣାଗୁଡ଼ିକ ଶୁଖିଯିବ।
ସେହି ପବନ ସମସ୍ତ ମୂଲ୍ୟବାନ ବସ୍ତୁ ଇସ୍ରାଏଲର ଭଣ୍ତାରରୁ ଉଡ଼ାଇ ନେଇଯିବ।
16 ଶମରିୟା ନିଶ୍ଚିତ ଦଣ୍ତିତ ହେବ।
କାରଣ ସେ ପରମେଶ୍ୱରଙ୍କ ବିରୁଦ୍ଧରେ ଯାଇଥିଲା।
ଇସ୍ରାଏଲୀୟମାନେ ଖଡ଼୍ଗରେ ନିହତ ହେବେ।
ସେମାନଙ୍କର ପିଲାମାନେ ବିଦୀର୍ଣ୍ଣ ହେବେ।
ସେମାନଙ୍କର ଗର୍ଭବତୀ ନାରୀମାନେ ମଧ୍ୟ ବିଦୀର୍ଣ୍ଣ ହେବେ।”
ସଦାପ୍ରଭୁଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ
14 ଇସ୍ରାଏଲ, ତୁମ୍ଭର ପତନ ହେଲା ଏବଂ ତୁମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କଲ। ତେଣୁ ତୁମ୍ଭର ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସ। 2 କ’ଣ କହିବ ସେ ବିଷୟରେ ଚିନ୍ତା କର ଏବଂ ସଦାପ୍ରଭୁଙ୍କ ପାଖକୁ ଫେରି ଆସ। ତାଙ୍କୁ କୁହ,
“ଆମ୍ଭର ପାପକୁ ନେଇଯାଅ।
ଆମ୍ଭେ କରିଥିବା ଉତ୍ତମ କର୍ମକୁ ଗ୍ରହଣ କର।
ଆମ୍ଭେ ଆମ୍ଭର ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରୁଛୁ।
3 ଅଶୂର ଆମ୍ଭକୁ ରକ୍ଷା କରିବ ନାହିଁ।
ଆମ୍ଭେମାନେ ଯୁଦ୍ଧ ଅଶ୍ୱରେ ଆରୋହଣ କରିବୁ ନାହିଁ।
ଆମ୍ଭର ହସ୍ତ ନିର୍ମିତ ମୂର୍ତ୍ତିଗୁଡ଼ିକୁ ‘ଆମ୍ଭର ପରମେଶ୍ୱର’ ବୋଲି
ଆମ୍ଭେ ପୁଣି କହିବୁ ନାହିଁ।
କାରଣ ତୁମ୍ଭେ ହେଉଛ ସେହି ପରମେଶ୍ୱର ଯିଏ କି ଅନାଥକୁ ଦୟା ଦେଖାଅ
ଏବଂ ଆମ୍ଭମାନଙ୍କୁ ଦୟା କରିବ।”
ସଦାପ୍ରଭୁ ଇସ୍ରାଏଲକୁ କ୍ଷମା ଦେବେ
4 ସଦାପ୍ରଭୁ କହନ୍ତି,
“ଆମ୍ଭେ ସେମାନଙ୍କୁ ପୁରାତନ ମାର୍ଗରୁ ସୁସ୍ଥ କରିବା।
ଆମ୍ଭେ ସେମାନଙ୍କୁ ସ୍ୱାଧୀନ ଭାବରେ ଭଲ ପାଇବା,
କାରଣ ଆମ୍ଭେ ଆମ୍ଭର କ୍ରୋଧଭାବ ତ୍ୟାଗ କରିଛୁ।
5 ଇସ୍ରାଏଲ ପାଇଁ ଆମ୍ଭେ କୁହୁଡ଼ି ପରି ହେବା।
ଇସ୍ରାଏଲ କଇଁଫୁଲ ପରି ଫୁଟିବ।
ସେ ଲିବାନୋନ୍ର ଦେବଦାରୁ ଗଛପରି ବଢ଼ିବ।
6 ଇସ୍ରାଏଲ ଶାଖାଗୁଡ଼ିକ ବଢ଼ିବେ
ଓ ସେ ଗୋଟିଏ ସୁନ୍ଦର ଅଲିଭ୍ ଗଛ ଭଳି ହେବ।
ଲିବାନୋନ୍ର ଦେବଦାରୁ ଗଛଗୁଡ଼ିକ
ସୁବାସ ବିତରଣ କଲାପରି ସେ ହେବ।
7 ଇସ୍ରାଏଲ ଲୋକମାନେ ପୁନର୍ବାର ମୋର ସୁରକ୍ଷାରେ ବଞ୍ଚିବେ।
ସେମାନେ ଶସ୍ୟ ସଦୃଶ ବଢ଼ିବେ,
ସେମାନେ ଦ୍ରାକ୍ଷାଲତା ପରି ଫଳ ଧାରଣ କରିବେ।
ସେମାନେ ଲିବାନୋନ୍ର ଦ୍ରାକ୍ଷାରସ ପରି ସମୃଦ୍ଧ ହେବେ।
ପ୍ରତିମା ବିଷୟରେ ଇସ୍ରାଏଲକୁ ସଦାପ୍ରଭୁଙ୍କର ସତର୍କ ବାଣୀ
8 “ଇଫ୍ରୟିମ କହିବ, ପ୍ରତିମାଗୁଡ଼ିକରେ ମୋର କିଛି କରିବାର ନାହିଁ।
ଆମ୍ଭେ ଉତ୍ତର ଦେବା, ଆମ୍ଭେ ସେହି ପ୍ରଭୁ ତୁମ୍ଭର ପ୍ରାର୍ଥନା ଶୁଣୁ ଓ ତୁମ୍ଭମାନଙ୍କ ଉପରେ ଦୃଷ୍ଟି ରଖୁ।
ଆମ୍ଭେ ଗୋଟିଏ ଦେବଦାରୁ ଗଛପରି ଚିର ସବୁଜ।
ତୁମ୍ଭର ଫଳ ଆମ୍ଭଠାରୁ ଆସେ।”
ଶେଷ ଉପଦେଶ
9 ଜଣେ ଜ୍ଞାନୀ ବ୍ୟକ୍ତି ଏହି ଜିନିଷଗୁଡ଼ିକୁ ବୁଝେ।
ଜଣେ କର୍ମଠ ବ୍ୟକ୍ତି ଏହିସବୁ ଜିନିଷଗୁଡ଼ିକୁ ଶିକ୍ଷା କରିବା ଉଚିତ୍।
ସଦାପ୍ରଭୁଙ୍କ ମାର୍ଗ ସର୍ବଦା ଠିକ୍।
ଉତ୍ତମଲୋକ ସେହି ମାର୍ଗ ଦ୍ୱାରା ବଞ୍ଚିବେ
ଓ ପାପୀମାନେ ତା’ ଦ୍ୱାରା ମୃତ୍ୟୁବରଣ କରିବେ।
2010 by World Bible Translation Center