Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 40-42

ସଦାପ୍ରଭୁଙ୍କ ନୂତନ ମନ୍ଦିର

40 ଆମ୍ଭର ନିର୍ବାସନର ପଞ୍ଚବିଂଶ ବର୍ଷର, ଆରମ୍ଭରେ ମାସର ଦଶମ ଦିନରେ ସଦାପ୍ରଭୁଙ୍କ ଶକ୍ତି ମୋ’ ଉପରେ ଅଧିଷ୍ଠିତ ହେଲା। ଏହା ବାବିଲ ଯିରୁଶାଲମ ଅକ୍ତିଆର କରିବାର ଚତୁର୍ଦ୍ଦଶବର୍ଷ ପରେ ସେହି ଦିନ ସଦାପ୍ରଭୁ ମୋତେ ସେଠାକୁ ଦର୍ଶନରେ ଆଣିଲେ।

ଦର୍ଶନ ଯୋଗେ ପରମେଶ୍ୱର ମୋତେ ଇସ୍ରାଏଲ ଦେଶକୁ ଆଣି ଅତି ଉଚ୍ଚ ଏକ ପର୍ବତରେ ବସାଇଲେ। ସେହି ପର୍ବତ ଉପରେ ମୋର ସମ୍ମୁଖରେ ଗୋଟିଏ ନଗର ତୁଲ୍ୟ ଆକୃତି ଥିଲା। ସେ ମୋତେ ସେ ସ୍ଥାନକୁ ନେଇଗଲେ। ସେଠାରେ ଏକ ପୁରୁଷ ଥିଲେ। ତାଙ୍କର ଆଭା ପିତ୍ତଳର ଆଭା ତୁଲ୍ୟ ଥିଲା। ତାଙ୍କ ହସ୍ତରେ କନାର ଏକ ମାପ ଫିତା ଓ ପରିମାପକ ଏକ ଦଣ୍ଡ ଥିଲା। ଆଉ ସେ ଦ୍ୱାର ନିକଟରେ ଛିଡ଼ା ହୋଇଥିଲେ। ସେ ଲୋକଟି ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ତୁମ୍ଭର ଆଖି ଓ କାନ ଖୋଲା ରଖିଛ ଓ ଧ୍ୟାନ ଦେଇଛ, ଯାହା ମୁଁ ତୁମ୍ଭକୁ ଦେଖାଇବା ପାଇଁ ଯାଉଛି, ଏଥିପାଇଁ ତୁମ୍ଭକୁ ଏଠାକୁ ଅଣାଗଲା। ତୁମ୍ଭେ ଯାହାସବୁ ଦେଖିବ ସେଗୁଡ଼ିକ ଇସ୍ରାଏଲର ଲୋକମାନଙ୍କୁ ଜଣାଅ।”

ମୁଁ ଦେଖିଲି ମନ୍ଦିରର ବାହାରେ ଚତୁର୍ଦ୍ଦିଗରେ ଏକ ପ୍ରାଚୀର ଥିଲା। ଆଉ ସେ ପୁରୁଷଙ୍କ ହସ୍ତରେ ଏକ ପରିମାପକ ଦଣ୍ଡ ଥିଲା। ତାହା ଛଅହାତ ଦୀର୍ଘ, ପ୍ରତ୍ୟେକ ହାତ ଏକ ହାତ ଗ୍ଭରି ଅଙ୍ଗୁଳି ପରିମିତ। ତହିଁରେ ସେ ଗୃହର ସ୍ଥୁଳତା ଏକ ଦଣ୍ଡ ଓ ଉଚ୍ଚତା ଏକ ଦଣ୍ଡ ମାପିଲେ।

ତା'ପରେ ସେ ପୁନର୍ବାର ନିକଟକୁ ଆସି ତହିଁର ପାବାଛ ନେଇ ଉପରକୁ ଉଠିଲେ। ତା'ପରେ ସେ ଫାଟକର ଏରୁଣ୍ଡି ବନ୍ଧ ମାପିଲେ, ଏହାର ଓସାର ଏକ ଦଣ୍ଡ ଥିଲା। ପ୍ରହରୀମାନଙ୍କର କୋଠରୀଗୁଡ଼ିକ ଏକଦଣ୍ଡ ଦୀର୍ଘ ଓ ଏକ ଦଣ୍ଡ ପ୍ରସ୍ଥ ଥିଲା। ଆଉ ପ୍ରତ୍ୟେକ କୋଠରୀର କାନ୍ଥଗୁଡ଼ିକ ମଧ୍ୟରେ ପାଞ୍ଚ ପାଞ୍ଚ ହାତ ଛଡ଼ା ହୋଇଥିଲା ଓ ଗୃହାଭିମୁଖେ ଦ୍ୱାରର ବାରଣ୍ଡା ନିକଟସ୍ଥ ଦ୍ୱାରର ସମ୍ମୁଖ ସ୍ଥାନ ଏକ ଦଣ୍ଡ ଥିଲା। ତା'ପରେ ସେ ଗୃହାଭିମୁଖ ଦ୍ୱାରର ବାରଣ୍ଡା ମଧ୍ୟ ମାପିଲେ। ଦ୍ୱାରର ବାରଣ୍ଡା ଆଠ ହାତ ଥିଲା ଓ ତହିଁର ଉପସ୍ତମ୍ଭ ସକଳ ଦୁଇ ହାତ ଥିଲା। ଆଉ ଦ୍ୱାରର ବାରଣ୍ଡା ମନ୍ଦିର ଆଡ଼େ ଥିଲା। 10 ଆଉ ପୂର୍ବାଭିମୁଖ ଦ୍ୱାରର ଏପାଖରେ ତିନି ଓ ସେପାଖରେ ତିନି କୋଠରୀ ଥିଲା। ସେ ତିନି ତିନି କୋଠରୀର ମାପ ସମାନ ଥିଲା ଓ ପ୍ରତିପାଖ ସ୍ତମ୍ଭଗୁଡ଼ିକ ସମାନ ମାପର ଥିଲା। 11 ପୁଣି ସେ ଦ୍ୱାରର ପ୍ରବେଶ ପଥ ମାପିଲେ। ତାହାର ଦୀର୍ଘତା ତେର ହାତ ଓ ପ୍ରସ୍ଥ ଦଶ ହାତ ଥିଲା। 12 ପ୍ରତି କୋଠରୀର ସମ୍ମୁଖରେ ଏ ପାଖରେ ଏକ ହାତ ଓସାର ଓ ସେ ପାଖରେ ଏକ ହାତ ଲମ୍ବ ଛୋଟ କାନ୍ଥ ଥିଲା। ଆଉ ପ୍ରତ୍ୟେକ କୋଠରୀ ଛଅହାତ ବର୍ଗ ପରିମିତ ଥିଲା।

13 ତା'ପରେ ଏକ କାନ୍ଥଠାରୁ ଅନ୍ୟ କାନ୍ଥ ପର୍ଯ୍ୟନ୍ତ ପଚିଶ୍ ହାତ ମାପିଲେ। ଏହାର ଦ୍ୱାର ସମ୍ମୁଖରେ ଦ୍ୱାର ଥିଲା। 14 ସେହି ମନୁଷ୍ୟଟି ଉପସ୍ତମ୍ଭର ଦୁଇ କାନ୍ଥ ସମେତ ଗ୍ଭରି କାନ୍ଥକୁ ସାମ୍ନା ସାମ୍ନି ମାପିଲେ। ଏହା ସର୍ବମୋଟ ଷାଠିଏ ହାତ ଥିଲା। 15 ପୁଣି ପ୍ରବେଶାର୍ଥକ ଦ୍ୱାରର ଅଗ୍ରଭାଗରୁ ଅନ୍ତରସ୍ଥ ବାରଣ୍ଡାର ଅଗ୍ରଭାଗ ପର୍ଯ୍ୟନ୍ତ ପଗ୍ଭଶ୍ ହାତ ଥିଲା। 16 ପ୍ରତି ଦ୍ୱାର କୋଠରୀର ଓ ଉପସ୍ତମ୍ଭ ଗୁଡ଼ିକର ଭିତରେ ଗ୍ଭରିଆଡ଼େ ଜଳାକବାଟି ଥିଲା। ଆଉ ମଣ୍ଡପଗୁଡ଼ିକରେ ମଧ୍ୟ ସେହିପରି ଥିଲା। ଆଉ ଜଳାକବାଟିସବୁ ଭିତର ଆଡ଼କୁ ମୁହଁ ଥିଲା ଫାଟକ ଦ୍ୱାରର ପ୍ରତ୍ୟେକ ପାର୍ଶ୍ୱର କାନ୍ଥରେ ଖର୍ଜ୍ଜୁର ବୃକ୍ଷର ଆକୃତି ଖୋଦିତ ହୋଇଥିଲା।

ବାହାର ପାଖ ଅଗଣା

17 ତା'ପରେ ସେ ମୋତେ ବାହାର ଅଗଣାକୁ ଆଣିଲେ। ମୁଁ ଦେଖିଲି ପ୍ରାଙ୍ଗଣର ଚତୁର୍ଦ୍ଦିଗରେ କେତେକ କୋଠରୀ ଓ ନିର୍ମିତ ଚଟାଣ ଥିଲା। ସେହି ଚଟାଣ ଉପରେ ତିରି‌‌ଶ୍‌‌ଟି କୋଠରୀ ଥିଲା। 18 ସେହି ଚଟାଣ ଦ୍ୱାରର ଦୀର୍ଘତାନୁସାରେ ପ୍ରଶସ୍ତ ଥିଲା, ଆଉ ସେହି ଚଟାଣ ଦ୍ୱାରସବୁର ପାର୍ଶ୍ୱରେ ଥିଲା ଓ ଏହା ନିମ୍ନତର ଚଟାଣ। 19 ତେବେ ସେ ନିମ୍ନତର ଫାଟକର ଭିତର ଭାଗଠାରୁ ଭିତର ପ୍ରାଙ୍ଗଣର ଅଗ୍ରଭାଗ ପର୍ଯ୍ୟନ୍ତ ବାହାର ପ୍ରସ୍ଥ ମାପିଲେ ଓ ତାହା ପୂର୍ବ ଓ ଉତ୍ତର ଦିଗରେ 100 ହାତ ଥିଲା।

20 ତେବେ ସେ ବାହାର ପ୍ରାଙ୍ଗଣର ଉତ୍ତର ଦ୍ୱାରର ଦୈର୍ଘ୍ୟ ପ୍ରସ୍ଥ ମାପିଲେ। 21 ଏହି ଫାଟକଟି ପ୍ରତ୍ୟେକ ପାର୍ଶ୍ୱରେ ତିନୋଟି କୋଠରୀ ସହିତ ଏହାର ପ୍ରାଙ୍ଗଣରେ ମାପ ପ୍ରଥମ ଚଟାଣ ସହିତ ସମାନ ଥିଲା। ତାହାର ଦୈର୍ଘ୍ୟ ପଗ୍ଭଶ୍ ହାତ ଓ ପ୍ରସ୍ଥ ପଚିଶ୍ ହାତ ଥିଲା। 22 ଏବଂ ତାହାର ଜଳାକବାଟି, ମଣ୍ଡପ ଓ ଖୋଦିତ ଖର୍ଜ୍ଜୁର ବୃକ୍ଷର ମାପ ପୂର୍ବାଭିମୁଖ ଦ୍ୱାରର ମାପ ଅନୁସାରେ ଥିଲା। ସାତୋଟି ପାହାଚ ଫାଟକ ଆଡ଼କୁ ଯାଇଥିଲା ଏବଂ ଏହାର ପ୍ରାଙ୍ଗଣ ଶେଷ ଫାଟକର ଭିତର ପାଖରେ ଥିଲା। 23 ଉତ୍ତର ଫାଟକ ପାଖରୁ ଭିତର ପ୍ରାଙ୍ଗଣ ଆଡ଼କୁ ଆଉ ଗୋଟିଏ ଫାଟକ ଥିଲା, ଠିକ୍ ପୂର୍ବରେ ଥିବା ଫାଟକ ପରି। ଗୋଟିଏ ଦ୍ୱାରରୁ ଅନ୍ୟ ଗୋଟିଏ ଦ୍ୱାର ପର୍ଯ୍ୟନ୍ତ 100 ହାତ ଥିଲା।

24 ତା'ପରେ ସେ ମୋତେ ଦକ୍ଷିଣ ପାର୍ଶ୍ୱକୁ କଢ଼ାଇ ନେଲେ। ଏବଂ ସେଠାରେ ପୂର୍ବକୁ ମୁହଁ କରିଥିବା ଫାଟକ ଥିଲା। ସେ ଏହାର ପାର୍ଶ୍ୱକାନ୍ଥ ପ୍ରାଙ୍ଗଣକୁ ମାପିଲେ। ସେମାନେ ଅନ୍ୟ ଫାଟକ ପରି ଏହାକୁ ମାପିଲେ। 25 ପୁଣି ସେ ଦ୍ୱାରରେ ଓ ତାହାର ମଣ୍ଡପ ସକଳର ଗ୍ଭରିଆଡ଼େ ପୂର୍ବୋକ୍ତ ଫାଟକ ପରି ଜଳାକବାଟି ଥିଲା। ଏହାର ଦୈର୍ଘ୍ୟ ପଗ୍ଭଶ୍ ହାତ ଓ ପ୍ରସ୍ଥ ପଚିଶ୍ ହାତ ଥିଲା। 26 ତାହା ଉପରକୁ ଯିବା ପାଇଁ ସାତୋଟି ପାବଚ୍ଛ ଥିଲା। ଏହାର ମଣ୍ଡପ ଶେଷ ଫାଟକର ଭିତର ଭାଗରେ ଥିଲା। ଫାଟକର ଉଭୟ ପାର୍ଶ୍ୱର କାନ୍ଥରେ ଖଜ୍ଜୁର୍ର ବୃକ୍ଷର ଛବି ଖୋଦିତ ଥିଲା। 27 ଆଉ ଦକ୍ଷିଣ ପାଖରେ ଭିତର ପ୍ରାଙ୍ଗଣକୁ ଏକ ଦ୍ୱାର ଥିଲା। ତହୁଁ ସେ ଦକ୍ଷିଣ ପାର୍ଶ୍ୱର ଏକ ଦ୍ୱାରଠାରୁ ଅନ୍ୟ ଦ୍ୱାର ପର୍ଯ୍ୟନ୍ତ 100 ହାତ ମାପିଲେ।

ଭିତର ପ୍ରାଙ୍ଗଣ

28 ତା'ପରେ ସେ ମୋତେ ଦକ୍ଷିଣ ଦ୍ୱାର ଦେଇ ଭିତର ପ୍ରାଙ୍ଗଣକୁ ଆଣିଲେ। ସେ ପୂର୍ବୋକ୍ତ ପରିମାଣାନୁସାରେ ଦକ୍ଷିଣଦ୍ୱାର ମାପିଲେ। 29 କୋଠରୀ, ଉପସ୍ତମ୍ଭ ଓ ମଣ୍ଡପଗୁଡ଼ିକ ମଧ୍ୟ ସମାନ ମାପ ବିଶିଷ୍ଟ ଥିଲା। ଆଉ ମଣ୍ଡପ ଓ ତାହାର ପ୍ରାଙ୍ଗଣର ଗ୍ଭରିଆଡ଼େ ଜଳାକବାଟି ଥିଲା। ଆଉ ତାହା ପଗ୍ଭଶ୍ ହାତ ଦୈର୍ଘ୍ୟ ଓ ପଚିଶ୍ ହାତ ପ୍ରସ୍ଥ ଥିଲା। 30 ଏବଂ ତାହାର ମଣ୍ଡପ ପଚିଶ୍ ହାତ ଦୈର୍ଘ୍ୟ ଓ ପାଞ୍ଚ ହାତ ପ୍ରସ୍ଥ ଥିଲା। 31 ତା'ପରେ ତାହାର ମଣ୍ଡପଗୁଡ଼ିକ ବାହାର ପ୍ରାଙ୍ଗଣର ଅଭିମୁଖରେ ଥିଲା। ତାହାର ଉପସ୍ତମ୍ଭଗୁଡ଼ିକର ଉପର ଖଜ୍ଜୁର୍ର ବୃକ୍ଷର ଆକୃତି ଥିଲା। ତାହା ଉପରକୁ ଯିବା ପାଇଁ ଆଠଟି ପାବଛ ଥିଲା।

32 ଅନନ୍ତର ସେ ମୋତେ ପୂର୍ବ ଦିଗର ଭିତର ପ୍ରାଙ୍ଗଣ ମଧ୍ୟକୁ ନେଇଗଲେ, ଏବଂ ସେ ଫାଟକଟିକୁ ମାପିଲେ ଓ ଏହା ଅନ୍ୟଟି ସହିତ ସମାନ ଥିଲା। 33 ତା'ର କୋଠରୀଗୁଡ଼ିକ, କାନ୍ଥଗୁଡ଼ିକ ଏବଂ ସ୍ତମ୍ଭଗୁଡ଼ିକର ମଧ୍ୟ ସେହି ପରିମାଣ ଅନୁସାରେ ମାପିଲେ। ତହିଁର ଫାଟକ ଓ ପ୍ରାଙ୍ଗଣର ଗ୍ଭରିଆଡ଼େ ଜଳାକବାଟି ଥିଲା। ତାହା ପଗ୍ଭଶ୍ ହାତ ଲମ୍ବ ଓ ପଚିଶ୍ ହାତ ପ୍ରସ୍ଥ ଥିଲା। 34 ତାହାର ପ୍ରାଙ୍ଗଣ ଗୁଡ଼ିକ ବାହାର ପ୍ରାଙ୍ଗଣ ଅଭି ମୁଖରେ ଥିଲା। ତାହାର ଉପସ୍ତମ୍ଭଗୁଡ଼ିକର ଉଭୟ ପାର୍ଶ୍ୱରେ ଖଜ୍ଜୁର୍ର ବୃକ୍ଷର ଆକୃତି ଥିଲା। ତାହା ଉପରକୁ ଯିବା ପାଇଁ ଆଠଟି ପାବଛ ଥିଲା।

35 ତା'ପରେ ସେ ମୋତେ ଉତ୍ତର ଦ୍ୱାରକୁ ଆଣିଲେ ଓ ତାହାକୁ ମାପିଲେ। ତା'ର ମାପସବୁ ଅନ୍ୟାନ୍ୟ ଫାଟକର ମାପ ସହିତ ସମାନ ଥିଲା। 36 ତହିଁର କୋଠରୀ, ଉପସ୍ତମ୍ଭ ଓ ମଣ୍ଡପଗୁଡ଼ିକୁ ସମାନ ମାପ ବିଶିଷ୍ଟ ଥିଲା। ଆଉ ତାହାର ଗ୍ଭରିଆଡ଼େ ଜଳାକବାଟି ଥିଲା। ଫାଟକର ଦୈର୍ଘ୍ୟ ପଗ୍ଭଶ୍ ହାତ ଓ ପ୍ରସ୍ଥ ପଚିଶ୍ ହାତ ଥିଲା। 37 ଏହାର ତ୍ୱରଣ ଫାଟକଟି ବାହାର ପ୍ରାଙ୍ଗଣ ଆଡ଼େ ମୁହଁ କରିଥିଲା। ସେହି ଉଚ୍ଚସ୍ତମ୍ଭ ସବୁର ଉପରେ ଉଭୟ ପାଖରେ ଖର୍ଜ୍ଜୁର ଆକୃତି ଥିଲା। ପୁଣି ତାହା ଉପରକୁ ଯିବା ପାଇଁ ଆଠଟି ପାବଛ ଥିଲା।

କୋଠରୀଗୁଡ଼ିକ ହୋମବଳି ପାଇଁ ନିର୍ମିତ

38 ପ୍ରତ୍ୟେକ ଫାଟକର ତ୍ୱରଣ ନିକଟରେ ଏକ ଦ୍ୱାର ବିଶିଷ୍ଟ ଏକ କୋଠରୀ ଥିଲା। ସେଠାରେ ଯାଜକମାନେ ହୋମବଳି ଧୌତ କଲେ। 39 ଆଉ ତ୍ୱରଣ ଦ୍ୱାରର ଉଭୟ ପାର୍ଶ୍ୱରେ ଦୁଇଟି ଲେଖାଏଁ ମେଜ ଥିଲା। ଏହିଠାରେ ହୋମବଳି, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ନିମନ୍ତେ ପଶୁଗୁଡ଼ିକୁ ଉତ୍ସର୍ଗ କରାଯାଏ। 40 ତ୍ୱରଣର ବାହାର ଦ୍ୱାରର ପ୍ରତ୍ୟେକ ପାର୍ଶ୍ୱରେ ଦୁଇଟି ଲେଖାଏଁ ମେଜ ଥିଲା। 41 କାନ୍ଥର ଭିତର ପାଖରେ ଗ୍ଭରୋଟୀ ମେଜ ଓ ବାହାର ପାଖର କାନ୍ଥର ଗ୍ଭରୋଟି ମେଜ, ଏହିପରି ଆଠ ମେଜ ଥିଲା। ଏହି ଆଠଟି ମେଜକୁ ଯାଜକମାନେ ବଳିଦାନ ଉତ୍ସର୍ଗ କଲାବେଳେ ବ୍ୟବହାର କରୁଥିଲେ। 42 ଆଉ ହୋମବଳି ପାଇଁ କଟା ପ୍ରସ୍ତରର ଗ୍ଭରି ମେଜ ଥିଲା। ତାହା ଦୈର୍ଘ୍ୟ ଦେଢ଼ ହାତ, ପ୍ରସ୍ଥ ଦେଢ଼ ହାତ ଓ ଉଚ୍ଚତା ଏକ ହାତ ଥିଲା। ତାହା ଉପରେ ହୋମବଳି ଓ ପ୍ରାୟଶ୍ଚିତାର୍ଥକ ବଳି ବଧ କରିବାର ଅସ୍ତ୍ର ରଖା ଯାଇଥିଲା। 43 ଏବଂ ତିନି ଇଞ୍ଚ ଦୀର୍ଘ ଆଙ୍କୁଡ଼ିମାନ ଭିତର କାନ୍ଥର ଗ୍ଭରିଆଡ଼େ ଲଗା ଯାଇଥିଲା ଏବଂ ମେଜମାନଙ୍କ ଉପରେ ଉପହାରାର୍ଥକ ମାଂସ ରଖାଯାଇଥିଲା।

ଯାଜକମାନଙ୍କ ଆବାସ

44 ଭିତର ପ୍ରାଙ୍ଗଣରେ ଦୁଇଟି କୋଠରୀ ଥିଲା। ଉତ୍ତର ଦ୍ୱାର ନିକଟରେ ଥିବା କୋଠରୀଟି ଦକ୍ଷିଣାଭିମୁଖୀ ଓ ଦକ୍ଷିଣ ଦ୍ୱାର ନିକଟରେ ଥିବା କୋଠରୀଟି ଉତ୍ତରାଭିମୁଖୀ ଥିଲା। 45 ପୁଣି ସେ ମୋତେ କହିଲେ, “ଏହି ଦକ୍ଷିଣାଭିମୁଖୀ କୋଠରୀଟି ସଦାପ୍ରଭୁଙ୍କ ମନ୍ଦିରର ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି। 46 ଆଉ ଯେଉଁ କୋଠରୀର ମୁଖ ଉତ୍ତର ଆଡ଼େ ଅଛି ତାହା ଯାଜକମାନଙ୍କ ପାଇଁ ଅଛି, ଯେଉଁମାନେ ଯଜ୍ଞବେଦିର ଦାୟିତ୍ୱରେ ଥା’ନ୍ତି। ଏମାନେ ସାଦୋକର ସନ୍ତାନ, ଲେବୀର ବଂଶଧର ମଧ୍ୟରୁ ଏମାନେ ସଦାପ୍ରଭୁଙ୍କର ପରିଚର୍ଯ୍ୟା କରିବା ପାଇଁ ତାଙ୍କ ନିକଟକୁ ଆସନ୍ତି।”

47 ଏହା ପରେ ସେ ଭିତର ପ୍ରାଙ୍ଗଣ ମାପିଲେ। ତାହା ଏକ ବର୍ଗାକାର ଓ ତାହାର ଦୈର୍ଘ୍ୟ 100 ହାତ ଓ ପ୍ରସ୍ଥ 100 ହାତ ଥିଲା। ଯଜ୍ଞବେଦିଟି ମନ୍ଦିର ସମ୍ମୁଖରେ ଥିଲା।

ସଦାପ୍ରଭୁଙ୍କ ମନ୍ଦିରର ବାରଣ୍ଡା

48 ତେବେ ସେ ମୋତେ ମନ୍ଦିରର ବାରଣ୍ଡାରୁ ଆଣି ବାରଣ୍ଡାରେ ଥିବା ପ୍ରତ୍ୟେକ ଉପସ୍ତମ୍ଭ ମାପିଲେ। ତାହାର ପ୍ରତ୍ୟେକ ପାଖ କାନ୍ଥର ଦୈର୍ଘ୍ୟ ପାଞ୍ଚ ହାତ ଥିଲା ଓ ପ୍ରସ୍ଥ ତିନି ହାତ ଥିଲା ଓ ସେମାନଙ୍କ ମଧ୍ୟରେ ପନ୍ଦର ହାତ ଜାଗା ଥିଲା। 49 ତ୍ୱରଣଟିର ଦୈର୍ଘ୍ୟ କୋଡ଼ିଏ ହାତ ଓ ପ୍ରସ୍ଥ ବାର ହାତ ଥିଲା। ଦଶ ଗୋଟି ପାହାଚ ତ୍ୱରଣକୁ ଯାଇଥିଲା। ଉଭୟ ପାର୍ଶ୍ୱର ପ୍ରତ୍ୟେକ କାନ୍ଥ ପାଇଁ ଦୁଇଟି ଲେଖାଏଁ ସ୍ତମ୍ଭ ଥିଲା। ଗୋଟିଏ କାନ୍ଥରେ ଗୋଟିଏ ସ୍ତମ୍ଭ ଥିଲା।

ସଦାପ୍ରଭୁଙ୍କ ମନ୍ଦିରର ପବିତ୍ର ସ୍ଥାନ

41 ତା'ପରେ ସେ ମୋତେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନକୁ କଢ଼ାଇ ନେଲେ। ସେ ତାହାର ପାର୍ଶ୍ୱ କାନ୍ଥକୁ ମାପିଲେ। ଏହାର ଉଭୟ ପାର୍ଶ୍ୱରେ ପ୍ରାୟ ଛଅ ହାତ ଲେଖାଏଁ ଥିଲା। ଆଉ ତମ୍ବୁର ପ୍ରସ୍ଥ ହିଁ ଏତିକି। ପ୍ରବେଶ ସ୍ଥାନ ପ୍ରସ୍ଥ ଦଶ ହାତ ଓ ସେହି ପ୍ରବେଶ ସ୍ଥାନର ପାର୍ଶ୍ୱ ଏପାଖେ ପାଞ୍ଚ ହାତ ଓ ସେପାଖେ ପାଞ୍ଚ ହାତ ଥିଲା। ଏବଂ ସେ ତାହାର ଦୈର୍ଘ୍ୟ ଗ୍ଭଳିଶ୍ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ମାପିଲେ।

ସଦାପ୍ରଭୁଙ୍କ ମନ୍ଦିରର ମହାପବିତ୍ର ସ୍ଥାନ

ତା'ପରେ ସେ ଶେଷ କୋଠରୀରେ ପ୍ରବେଶ କଲେ। ସେ ଉଭୟ ପାର୍ଶ୍ୱର କବାଟ ପାଖର କାନ୍ଥଗୁଡ଼ିକୁ ମାପିଲେ। ପ୍ରତ୍ୟେକ ପାଖ ଦୁଇ ଇଞ୍ଚ ମୋଟା ଏବଂ ସାତ ହାତ ପ୍ରସ୍ଥ ଥିଲା। ତା'ପରେ ସେ ତା'ର ଦୈର୍ଘ୍ୟ ମାପିଲେ। ଏହାର ଦୈର୍ଘ୍ୟ କୋଡ଼ିଏ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ଥିଲା। ଆଉ ସେ ଲୋକଟି ମୋତେ କହିଲା, “ଏହା ମହାପବିତ୍ର ସ୍ଥାନ ଅଟେ।”

ଆବାସମନ୍ଦିରର ଅନ୍ୟସବୁ କୋଠରୀ

ତା'ପରେ ସେ ମନ୍ଦିରର କାନ୍ଥ ମାପିଲେ। ଏହା ଛଅ ହାତ ଓସାର ଥିଲା ଓ ମନ୍ଦିରର ଚତୁର୍ଦ୍ଦିଗସ୍ଥିତ କୋଠରୀଗୁଡ଼ିକ ଥିଲା ଏବଂ ସେଗୁଡ଼ିକର ପ୍ରସ୍ଥ ଗ୍ଭରି ହାତ ଲେଖାଏଁ ଥିଲା। ପାର୍ଶ୍ୱସ୍ଥ କୋଠରୀଗୁଡ଼ିକ ତିନି ମହଲା ପୃଥକ ଭାବରେ ଥିଲା ଓ ଗୋଟିଏ ଉପରେ ଆଉ ଗୋଟିଏ ମହଲା ଥିଲା। ପ୍ରତ୍ୟେକ ମହଲାରେ ତିରି‌‌ଶ୍‌‌ଟି କୋଠରୀ ଥିଲା। କାନ୍ଥଟି ଥାକ ହୋଇ ନିର୍ମିତ ହୋଇଥିଲା। ପାର୍ଶ୍ୱ କୋଠରୀଗୁଡ଼ିକ ଥାକରେ ନିର୍ମିତ ହୋଇଥିଲା। କୋଠରୀଗୁଡ଼ିକର ଭାର ମନ୍ଦିର କାନ୍ଥରେ ରହିବା ପରିବର୍ତ୍ତେ ତାହା ସେଗୁଡ଼ିକ ଉପରେ ନ୍ୟସ୍ତ ଥିଲା। ପୁଣି ପାର୍ଶ୍ୱସ୍ଥ କୋଠରୀସବୁ ଉଚ୍ଚତାରେ ମନ୍ଦିରକୁ ବେଷ୍ଟନ କରି ଅଧିକ ପ୍ରଶସ୍ତ ହେଲା। କାରଣ ମନ୍ଦିରର ବେଷ୍ଟନ ଚତୁର୍ଦ୍ଦିଗରେ କ୍ରମଶଃ ଅଧିକ ଉଚ୍ଚ ହେଲା। ଏଥିପାଇଁ ଉଚ୍ଚତାର ଅନୁକ୍ରମେ ମନ୍ଦିର ଆହୁରି ଆହୁରି ପ୍ରଶସ୍ତ ହେଲା। ଆଉ ନିମ୍ନତମ କୋଠରୀରୁ ଉଚ୍ଚତମ କୋଠରୀକୁ ଯିବାର ପଥ ମଧ୍ୟମ କୋଠରୀ ଦେଇଗଲା।

ମୁଁ ଦେଖିଲି ଯେ ମନ୍ଦିରର ଚତୁର୍ଦ୍ଦିଗରେ ଉଚ୍ଚୀକୃତ ମେଜିଆ ଥିଲା। ପାର୍ଶ୍ୱସ୍ଥ କୋଠରୀଗୁଡ଼ିକର ମୂଳଭିତ୍ତି ଛଅହାତ ପରିମିତ ସମ୍ପୂର୍ଣ୍ଣ ଏକ ନଳ ଥିଲା। ପାର୍ଶ୍ୱ କୋଠରୀଗୁଡ଼ିକର ବାହାର କାନ୍ଥ ପାଞ୍ଚ ହାତ ପ୍ରସ୍ଥ ଥିଲା। ମନ୍ଦିରର ପାର୍ଶ୍ୱସ୍ଥ କୋଠରୀ ମଧ୍ୟରେ ଏକ ଖୋଲା ସ୍ଥାନ ଅବଶିଷ୍ଟ ଥିଲା। 10 ଆଉ ଯାଜକମାନଙ୍କର କୋଠରୀଗୁଡ଼ିକ କୋଡ଼ିଏ ହାତ ପ୍ରସ୍ଥ ଥିଲା ଏବଂ ମନ୍ଦିର ଗ୍ଭରିପଟେ ଥିଲା। 11 ପାର୍ଶ୍ୱସ୍ଥ କୋଠରୀଗୁଡ଼ିକର ଦ୍ୱାର ସେହି ଅବଶିଷ୍ଟ ଖୋଲାସ୍ଥାନ ଆଡ଼େ ଥିଲା। ଗୋଟିଏ ଦ୍ୱାର ଉତ୍ତର ଆଡ଼େ ଓ ଅନ୍ୟ ଗୋଟିଏ ଦ୍ୱାର ଦକ୍ଷିଣ ଆଡ଼େ ଥିଲା। ଆଉ ସେହି ଅବଶିଷ୍ଟ ସ୍ଥାନର ପ୍ରସ୍ଥ ଚତୁର୍ଦ୍ଦିଗରେ ପାଞ୍ଚ ହାତ ଥିଲା।

12 ପଶ୍ଚିମ ପାଖର ଅଗଣାରେ ମନ୍ଦିର ଆଡ଼କୁ ମୁଖକରି ଗୋଟିଏ କୋଠାଘର ଥିଲା। ଏହି ମନ୍ଦିର ସତୁରି ହାତ ପ୍ରସ୍ଥ ଥିଲା ଓ ନବେ ହାତ ଦୈର୍ଘ୍ୟ ଥିଲା। ଆଉ କାନ୍ଥର ମୋଟେଇ ପାଞ୍ଚ ହାତ ଥିଲା। 13 ତା'ପରେ ସେ ମନ୍ଦିରର ଦୈର୍ଘ୍ୟ 100 ହାତ ଲମ୍ବ ମାପିଲେ। ଏବଂ ଅଗଣା ନିର୍ମିତ ଗୃହଟି ଓ ଏହାର କାନ୍ଥ ମଧ୍ୟ 100 ହାତ ଥିଲା। 14 ଆହୁରି ମନ୍ଦିରର ପୂର୍ବ ଦିଗରେ ନିଷେଦ୍ଧାଞ୍ଚଳ 100 ହାତ ପ୍ରସ୍ଥ ଥିଲା।

15 ତା'ପରେ ସେ ମନ୍ଦିର ସମ୍ମୁଖରେ ନିଷେଦ୍ଧାଞ୍ଚଳକୁ ମାପିଲେ। ଏହା ଗୋଟିଏ କାନ୍ଥରୁ ଅନ୍ୟ କାନ୍ଥକୁ 100 ହାତ ଥିଲା।

ମହାପବିତ୍ର ସ୍ଥାନ, ପବିତ୍ର ସ୍ଥାନ ଏବଂ ତ୍ୱରଣଟି ଭିତର ପ୍ରାଙ୍ଗଣରୁ ଦେଖାଯାଉଥିଲା। 16 କାଷ୍ଠ ଆଚ୍ଛାଦିତ ଦ୍ୱାରର ସମ୍ମୁଖ ସ୍ଥାନ, ବନ୍ଦ ଜଳାକବାଟି ସବୁ, ଦ୍ୱାର ସମ୍ମୁଖ ସ୍ଥାନର ନିକଟସ୍ଥ ତିନି ମହଲାର ଚତୁର୍ଦ୍ଦିଗର ଅପ୍ରଶସ୍ତ ବାରଣ୍ଡାସବୁ ଓ ଭୂମିଠାରୁ ଜଳାକବାଟି ପର୍ଯ୍ୟନ୍ତ ସବୁଗୁଡ଼ିକୁ ମାପିଲେ। 17 ଦ୍ୱାରର ଉପରି ଭାଗ,

ଅନ୍ତଃସ୍ଥ ଓ ବହିଃସ୍ଥ କାନ୍ଥସବୁର ଗ୍ଭରିଆଡ଼େ ଭିତରେ ଓ ବାହାରେ ସେଗୁଡ଼ିକରେ ବିଶେଷ କାରୁକାର୍ଯ୍ୟ ଖୋଦିତ ହୋଇଥିଲା। 18 ପୁଣି ତହିଁରେ କିରୂବ ଓ ଖର୍ଜ୍ଜୁର ବୃକ୍ଷର ଶିଳ୍ପକାର୍ଯ୍ୟ ଥିଲା ଓ ଦୁଇ କିରୂବ ମଧ୍ୟରେ ଏକ ଖଜୁର ବୃକ୍ଷ ଥିଲା। ଆଉ ପ୍ରତ୍ୟେକ କିରୂବର ଦୁଇ ଦୁଇ ମୁଖ ଥିଲା। 19 ଗୋଟିଏ ମୁହଁ ସିଂହର ଓ ଅନ୍ୟ ଗୋଟିଏ ମୁହଁ ମନୁଷ୍ୟର ଉଭୟ ପାର୍ଶ୍ୱର ଖର୍ଜ୍ଜୁର ବୃକ୍ଷକୁ ଅନାଇଥିଲେ। 20 ଭୂମିଠାରୁ ଦ୍ୱାରର ଉପରଭାଗ ପର୍ଯ୍ୟନ୍ତ କିରୂବଦୂତ ଓ ଖର୍ଜ୍ଜୁର ବୃକ୍ଷର କାରୁକାର୍ଯ୍ୟ ହୋଇଥିଲା। ଏହିରୂପେ ମନ୍ଦିରର କାନ୍ଥଗୁଡ଼ିକ ଶିଳ୍ପିତ ହୋଇଥିଲା।

21 ପବିତ୍ର ସ୍ଥାନର କାନ୍ଥଗୁଡ଼ିକ ବର୍ଗାକାର ଥିଲା। ମହାପବିତ୍ର ସ୍ଥାନର ସମ୍ମୁଖରେ କାଠରେ ନିର୍ମିତ ବେଦି ପରି ଦେଖାଯାଉଥିବା କିଛି ଗୋଟିଏ ଥିଲା। 22 ଯଜ୍ଞବେଦି କାଷ୍ଠ ନିର୍ମିତ ତିନି ହାତ ଉଚ୍ଚ ଥିଲା ଓ ତାହାର ଦୈର୍ଘ୍ୟ ଦୁଇ ହାତ ଥିଲା। ଆଉ ତାହାର କୋଣସବୁ ତହିଁର ଦୈର୍ଘ୍ୟ। ତହିଁର ଗ୍ଭରିପାଖ କାଷ୍ଠମୟ ଥିଲା। ପୁଣି ସେ ଆମ୍ଭକୁ କହିଲେ, “ସଦାପ୍ରଭୁଙ୍କ ସମ୍ମୁଖସ୍ଥ ମେଜ ଏହି।”

23 ମନ୍ଦିର ଓ ମହାପବିତ୍ର ସ୍ଥାନର ଦୁଇଟି ଲେଖାଏଁ ଦ୍ୱାର ଥିଲା। 24 ପ୍ରତ୍ୟେକ କବାଟରେ ଦୁଇଟି ପଟା ଥିଲା। ପ୍ରତ୍ୟେକ କବାଟ ଦୁଇଟି କ‌ବ୍‌ଜା ବିଶିଷ୍ଟ ପଟାରେ ତିଆରି ହୋଇଥିଲା। 25 ପୁଣି କାନ୍ଥରେ ଯେପରି କିରୂବଦୂତଗଣର ଓ ଖର୍ଜ୍ଜୁର ବୃକ୍ଷର କାରୁକାର୍ଯ୍ୟ ହୋଇଥିଲା ସେହିପରି ମନ୍ଦିର କବାଟରେ ମଧ୍ୟ ହୋଇଥିଲା। ବାହାର ବାରଣ୍ଡାର ଅଗ୍ର ଭାଗରେ ମୋଟ କଡ଼ିକାଠର ଛାତ ଥିଲା। 26 ବାରଣ୍ଡାର ପାର୍ଶ୍ୱରେ ଏ ପାଖରେ ଓ ସେ ପାଖରେ ବନ୍ଦ ଜଳାକବାଟି ଓ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା। ଆଉ ମନ୍ଦିରସ୍ଥ ପାର୍ଶ୍ୱ କୋଠରୀ ଓ ମୋଟ କଡ଼ିକାଠସବୁ ଏହି ପ୍ରକାର ଥିଲା।

ଯାଜକମାନଙ୍କ କୋଠରୀ

42 ତା'ପରେ ସେ ମୋତେ ଉତ୍ତର ଦିଗସ୍ଥ ଦ୍ୱାର ଦେଇ ବାହାର ପ୍ରାଙ୍ଗଣକୁ ଆଣିଲେ। ଆଉ ନିଷେଦ୍ଧାଞ୍ଚଳରେ ଓ ପ୍ରାସାଦର ସମ୍ମୁଖବର୍ତ୍ତୀ ଉତ୍ତର ଦିଗସ୍ଥ କୋଠରୀରେ ଉପସ୍ଥିତ କରାଇଲେ। ଏହି ମନ୍ଦିରର ଦୈର୍ଘ୍ୟ 100 ହାତ ଓ ପ୍ରସ୍ଥ ପଗ୍ଭଶ୍ ହାତ ଥିଲା। ଲୋକମାନେ ଅଗଣାରୁ ଉତ୍ତର ଦ୍ୱାର ଦେଇ ପ୍ରବେଶ କରୁଥିଲେ। ଭିତର ପ୍ରାଙ୍ଗଣରେ କୋଡ଼ିଏ ହାତ ସମ୍ମୁଖରେ ଓ ବାହାର ପ୍ରାଙ୍ଗଣର ମନ୍ଦିର ସମ୍ମୁଖରେ ତୃତୀୟ ମହଲାରେ ଲଗାଲଗି ହୋଇ ଅପ୍ରଶସ୍ତ ବାରଣ୍ଡା ଥିଲା। କୋଠରୀଗୁଡ଼ିକର ସମ୍ମୁଖରେ ଦଶ ହାତ ପ୍ରସ୍ଥର ଏକ ପଥ ଥିଲା ଓ ସମସ୍ତ ଦ୍ୱାର ଉତ୍ତର ଆଡ଼େ ଥିଲା। 5-6 ଉପରିସ୍ଥ କୋଠରୀଗୁଡ଼ିକ ଛୋଟ ଥିଲା। କାରଣ ପ୍ରାସାଦର ଅଧଃସ୍ଥିତ ଓ ମଧ୍ୟସ୍ଥିତ କୋଠରୀ ଅପେକ୍ଷା ଅପ୍ରଶସ୍ତ ବାରଣ୍ଡାସବୁ ତହିଁରୁ ଅଧିକ ସ୍ଥାନ ନେଇଥିଲା। କାରଣ ତାହା ତିନି ମହଲା ଥିଲା। ଆଉ ବାହାର ପ୍ରାଙ୍ଗଣର ସ୍ତମ୍ଭ ପରି ସେସବୁରେ ସ୍ତମ୍ଭ ନ ଥିଲା। ଏଥିପାଇଁ ଭୂମିଠାରୁ ଉଚ୍ଚତମ ଅଧଃସ୍ଥିତ ଓ ମଧ୍ୟସ୍ଥିତ ଅପେକ୍ଷା ଅପ୍ରଶସ୍ଥ ଥିଲା। କୋଠରୀଗୁଡ଼ିକର ସମାନ୍ତରାଳ ଭାବରେ ଭିତର ପ୍ରାଙ୍ଗଣର ଗ୍ଭରିପଟେ ବାହାରେ କାନ୍ଥଗୁଡ଼ିକ ଥିଲା। ଏହାର ଦୈର୍ଘ୍ୟ ପଗ୍ଭଶ୍ ହାତ ଥିଲା। ବାହାର ପ୍ରାଙ୍ଗଣସ୍ଥିତ କୋଠରୀଗୁଡ଼ିକର ଦୈର୍ଘ୍ୟ ପଗ୍ଭଶ୍ ହାତ ଥିଲା, ଯଦିଓ ମନ୍ଦିର ସମ୍ମୁଖରେ ସମୁଦାୟ ପ୍ରାସାଦର ଦୈର୍ଘ୍ୟ 100 ହାତ ଥିଲା। ପୁଣି ବାହାର ପ୍ରାଙ୍ଗଣରୁ କୋଠରୀଗୁଡ଼ିକୁ ଗଲାବେଳେ ପୂର୍ବ ଦିଗରେ ତହିଁର ତଳେ ପ୍ରବେଶ ସ୍ଥାନ ଥିଲା। 10 ପ୍ରବେଶ ପଥଟି ପ୍ରାଙ୍ଗଣ ପାଖରେ କାନ୍ଥର ଆରମ୍ଭ ବିନ୍ଦୁରେ ଥିଲା।

ଦକ୍ଷିଣ ଦିଗରେ କୋଠରୀଗୁଡ଼ିକ ଥିଲା, ନିଷେଦ୍ଧାଞ୍ଚଳ ପାଖରେ ଏବଂ ଅନ୍ୟ ଗୃହର ଅନ୍ୟ ପାଖରେ ଥିଲା। ଏହି କୋଠରୀଗୁଡ଼ିକର ସମ୍ମୁଖରେ ଏଗାରଟି ପଥ ଥିଲା। 11 ସେଗୁଡ଼ିକ ଉତ୍ତର ଦିଗସ୍ଥ କୋଠରୀଗୁଡ଼ିକର ପରି ଥିଲା। ସେଗୁଡ଼ିକର ଦୈର୍ଘ୍ୟ ପ୍ରସ୍ଥ ସମାନ ଥିଲା। ଆଉ ଏକା ପ୍ରକାରର ଦ୍ୱାର ଥିଲା। 12 ପୁଣି ଦକ୍ଷିଣ ଦିଗସ୍ଥିତ କୋଠରୀଗୁଡ଼ିକର ଦ୍ୱାର ତୁଲ୍ୟ ପଥ ଶେଷରେ ଗୋଟିଏ ଦ୍ୱାର ଥିଲା। ସେହି ପଥ କାନ୍ଥର ସମ୍ମୁଖରେ ଅର୍ଥାତ୍ ଯିବା ଲୋକର ପୂର୍ବ ଦିଗରେ ପଡ଼ିଲା।

13 ତହୁଁ ସେ ମୋତେ କହିଲେ, “ପୃଥକ ସ୍ଥାନର ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଠରୀଗୁଡ଼ିକ ଅଛି ସେସବୁ ପବିତ୍ର କୋଠରୀ। ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ଅଟନ୍ତି ସେମାନେ ସେଠାରେ ମହାପବିତ୍ର ଦ୍ରବ୍ୟସବୁ ଭୋଜନ କରିବେ। ଆଉ ସେହି ସ୍ଥାନରେ ସେମାନେ ମହାପବିତ୍ର ଦ୍ରବ୍ୟସବୁ ଓ ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳିଦାନ ରଖିବେ। କାରଣ ସେହି ସ୍ଥାନ ଅତି ପବିତ୍ର ଅଟେ। 14 ଯେତେବେଳେ ଯାଜକମାନେ ପବିତ୍ର ଅଞ୍ଚଳରେ ପ୍ରବେଶ କରନ୍ତି, ସେ ସମୟରେ ସେମାନେ ସେହି ପବିତ୍ର ସ୍ଥାନରୁ ବାହାରି ବାହାର ପ୍ରାଙ୍ଗଣକୁ ଯିବେ ନାହିଁ। ଯେଉଁ ଯେଉଁ ବସ୍ତ୍ର ପିନ୍ଧି ସେମାନେ ପରିଚର୍ଯ୍ୟା କରନ୍ତି ତାହା ସବୁ ସେଠାରେ ନ ରଖିବା ପର୍ଯ୍ୟନ୍ତ ସେସବୁ ପବିତ୍ର। ଆଉ ସେମାନେ ଅନ୍ୟ ବସ୍ତ୍ର ପିନ୍ଧି ଲୋକମାନଙ୍କ ନିକଟକୁ ଯିବେ।”

ବହିଃସ୍ଥ ଘରର ଅଗଣା

15 ମନ୍ଦିରର ଭିତର ପାଖଗୁଡ଼ିକ ମାପି ସାରିଲା ପରେ ସେ ପୂର୍ବାଭିମୁଖ ଦ୍ୱାରର ପଥଦେଇ ମୋତେ ବାହାରକୁ ଆଣିଲେ ଓ ତାହାର ଚତୁର୍ଦ୍ଦିଗ ମାପିଲେ। 16 ସେ ପରିମାପକ ନଳଦ୍ୱାରା ପୂର୍ବପାର୍ଶ୍ୱ ମାପିଲେ। ଏହା ଦୈର୍ଘ୍ୟ 500 ହାତ ହେଲା। 17 ତା'ପରେ ସେ ଉତ୍ତର ପାର୍ଶ୍ୱ ମାପିଲେ। ପରିମାପକ ଦଣ୍ଡରେ ତାହା 500 ହାତ ହେଲା। 18 ଆଉ ଦକ୍ଷିଣ ପାର୍ଶ୍ୱ ମାପିଲେ, ତାହା ମଧ୍ୟ ପରିମାପକ ନଳରେ 500 ହାତ ଦୈର୍ଘ୍ୟ ଥିଲା। 19 ସେ ପଶ୍ଚିମ ପାର୍ଶ୍ୱର ଚତୁର୍ଦ୍ଦିଗ ମାପିଲେ ଓ ତାହା ପରିମାପକ ନଳରେ 500 ହାତ ହେଲା। 20 ସେ ମନ୍ଦିରର ଚତୁର୍ଦ୍ଦିଗସ୍ଥିତ ପ୍ରାଚୀରଗୁଡ଼ିକୁ ମାପିଲେ। ତାହାର ଦୈର୍ଘ୍ୟ 500 ହାତ ଓ ପ୍ରସ୍ଥ 500 ହାତ ଥିଲା। ସେଗୁଡ଼ିକ ପବିତ୍ର ସ୍ଥାନ ଓ ସାଧାରଣ ସ୍ଥାନଗୁଡ଼ିକୁ ବିଚ୍ଛେଦ କରିବା ପାଇଁ ଥିଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center