Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 28-30

ସୋର ନିଜକୁ ପରମେଶ୍ୱର ମନେ କଲା

28 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସୋରର ଅଧିପତିକୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି,

“‘ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି,
    ତୁମ୍ଭେ କହିଅଛ, “ମୁଁ ପରମେଶ୍ୱର ଅଟେ,
ମୁଁ ସମୁଦ୍ରମାନଙ୍କ ମଧ୍ୟସ୍ଥାନରେ
    ପରମେଶ୍ୱରଙ୍କ ଆସନରେ ବସିଅଛି;”

“‘ମାତ୍ର ନିଜ ଚିତ୍ତକୁ ଦେବତାଙ୍କ ଚିତ୍ତ ତୁଲ୍ୟ ମନେ କଲେ ମଧ୍ୟ ତୁମ୍ଭେ ପରମେଶ୍ୱର ନୁହଁ,
    ତୁମ୍ଭେ ମନୁଷ୍ୟ ମାତ୍ର।
ଏବଂ ତୁମ୍ଭେ ଭାବୁଛ ଯେ, ତୁମ୍ଭେ ଦାନିୟେଲଠାରୁ ଅଧିକ ଜ୍ଞାନୀ,
    ସମସ୍ତ ନିଗୂଢ଼ କଥା ଲୋକମାନଙ୍କଠାରୁ ତୁମ୍ଭେ ଜାଣି ପାରିବ।
ତୁମ୍ଭେ ଆପଣା ଜ୍ଞାନଦ୍ୱାରା
    ଓ ଆପଣା ବୁଦ୍ଧିଦ୍ୱାରା ଧନ ପ୍ରାପ୍ତ ହୋଇଅଛ
ଓ ଆପଣା ଭଣ୍ଡାରରେ ସୁନା
    ଓ ରୂପା ସଞ୍ଚୟ କରିଅଛ।
ତୁମ୍ଭେ ଆପଣା ମହାଜ୍ଞାନ ଦ୍ୱାରା
    ଓ ବାଣିଜ୍ୟ ଦ୍ୱାରା ଆପଣାର ଧନ ବଢ଼ାଇ ଅଛ।
ଆଉ ତୁମ୍ଭର ଏହି ଧନ ସକାଶେ
    ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି।

“‘ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି,
ହେ ସୋର, ତୁମ୍ଭେ ଆପଣା ଚିତ୍ତକୁ ପରମେଶ୍ୱରଙ୍କ ଚିତ୍ତ ତୁଲ୍ୟ କରିଅଛ।
ମୁଁ ତୁମ୍ଭମାନଙ୍କ ବିପକ୍ଷରେ ବିଦେଶୀମାନଙ୍କୁ ଆଣିବି,
    ବାହାର ଦେଶରୁ ନିର୍ଦ୍ଦୟଲୋକମାନଙ୍କୁ ଆଣିବି।
ତେଣୁ ସେମାନେ ତୁମ୍ଭର ସୁନ୍ଦର ବସ୍ତୁ ବିପକ୍ଷରେ ଶତ୍ରୁ ଉତ୍ତୋଳନ କରିବେ
    ଯାହା ତୁମ୍ଭକୁ ତୁମ୍ଭର ଜ୍ଞାନ ଆଣିଦେଇଥିଲା,
    ଏବଂ ତୁମ୍ଭର ଶୋଭା ବିଧ୍ୱସ୍ତ ହେବ।
ସେମାନେ ତୁମ୍ଭକୁ କବର ଭିତରକୁ ଘେନି ଆସିବେ।
    ଆଉ ତୁମ୍ଭେ ସମୁଦ୍ରର ମଧ୍ୟସ୍ଥାନରେ ହତ ଲୋକମାନଙ୍କ ମୃତ ତୁଲ୍ୟ ମୃତ୍ୟୁ ଭୋଗ କରିବ।
ତୁମ୍ଭେ କ’ଣ ତୁମ୍ଭ ଯାଜକ ସମ୍ମୁଖରେ
    “ମୁଁ ପରମେଶ୍ୱର” ବୋଲି କହିବ?
କିନ୍ତୁ ତୁମ୍ଭେ ନିଜ ଘାତକ ନିକଟରେ
    ତୁମ୍ଭେ ଜଣେ ମନୁଷ୍ୟ ମାତ୍ର, ପରମେଶ୍ୱର ନୁହଁ।
10 ତୁମ୍ଭମାନଙ୍କୁ ବିଦେଶୀୟମାନଙ୍କ[a] ଦ୍ୱାରା ହତ୍ୟା କରାଯିବ ଏବଂ ତୁମ୍ଭେମାନେ ଆଗନ୍ତୁକ ପରି ମୃତ୍ୟୁବରଣ କରିବ।
    ଏହା ମୋର ଆଦେଶ।’”
ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।

11 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 12 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ରାଜାଙ୍କ ପାଇଁ ସୋରରେ ଏହି ବିଳାପ ସଙ୍ଗୀତ ଗାନ କର ଏବଂ ତାକୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି;

“‘ତୁମ୍ଭେ ଜଣେ ଆଦର୍ଶ ପୁରୁଷ ଥିଲ
    ଓ ତୁମ୍ଭେ ଜ୍ଞାନରେ ପରିପୂର୍ଣ୍ଣ ଥିଲ ଏବଂ ତୁମ୍ଭେ ସୌନ୍ଦର୍ଯ୍ୟରେ ପୂର୍ଣ୍ଣତା ଲାଭ କଲ।
13 ତୁମ୍ଭେ ପରମେଶ୍ୱରଙ୍କ ଉଦ୍ୟାନ ଏଦନରେ ଥିଲ।
    ଚୁଣୀ, ପିତମଣି, ହୀରକ, ବୈଦୁର୍ଯ୍ୟମଣି,
    ଗୋମେଦକମଣି, ସୂର୍ଯ୍ୟକାନ୍ତ, ନୀଳକାନ୍ତ,
    ପଦ୍ମରାଗ ଓ ମରକତ ଆଦି
ଯାବତୀୟ ବହୁମୂଲ୍ୟ ପ୍ରସ୍ତର ସୁବର୍ଣ୍ଣରେ ଖଚିତ ହୋଇଥିଲ।
    ତୁମ୍ଭେ ସୃଷ୍ଟି ହେବା ଦିନରୁ ସମସ୍ତ ସୌନ୍ଦର୍ଯ୍ୟ ଶିଳ୍ପ
    ଗ୍ଭତୁରୀରେ ପରିପୂର୍ଣ୍ଣ ଥିଲ।
14 ତୁମ୍ଭେ ଆଚ୍ଛାଦନକାରୀ ଅଭିଷିକ୍ତ କିରୂବ ଥିଲ;
    ପୁଣି ଆମ୍ଭେ ତୁମ୍ଭକୁ ପରମେଶ୍ୱରଙ୍କ
ପବିତ୍ର ପର୍ବତ ଉପରେ ସ୍ଥାପନ କଲୁ।
    ତୁମ୍ଭେ ଅଗ୍ନିମୟ ପ୍ରସ୍ତର ସକଳ ମଧ୍ୟରେ ଗମନାଗମନ କଲ।
15 ଯେତେବେଳେ ତୁମ୍ଭେମାନେ ସୃଷ୍ଟି ହେଲେ, ତୁମ୍ଭେମାନେ ନିର୍ଦ୍ଦୋଷ ଥିଲ।
    କିନ୍ତୁ ପରେ ତୁମ୍ଭେମାନେ ଦୁଷ୍ଟ ହୋଇଗଲ।
16 ତୁମ୍ଭେ ବାଣିଜ୍ୟ କରି ବହୁ ଧନ ସମ୍ପଦ ଆଣିଥିଲ।
    ମାତ୍ର ସେହି ଧନସମ୍ପଦ ଯୋଗୁଁ
ତୁମ୍ଭର ଅଭ୍ୟନ୍ତର ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହେଲା।
    ଆଉ ତୁମ୍ଭେ ପାପ କଲ।
ଏଣୁ ମୁଁ ଅଶୁଚି ବସ୍ତୁ ତୁଲ୍ୟ
    ତୁମ୍ଭକୁ ପରମେଶ୍ୱରଙ୍କ ପର୍ବତରୁ ପକାଇ ଦେଇଅଛି।
ଆଉ ମନୋନୀତ କିରୂବଦୂତ,
    ମୁଁ ତୁମ୍ଭକୁ ଉନ୍ନତ ପ୍ରସ୍ତରରୁ ବିତାଡ଼ିତ କଲି।
17 ତୁମ୍ଭର ସୌନ୍ଦର୍ଯ୍ୟ ହେତୁ ତୁମ୍ଭେ ଅହଙ୍କାରୀ ହୋଇଅଛ।
    ତୁମ୍ଭର ଜ୍ଞାନ ତୁମ୍ଭର ମହିମା ଦ୍ୱାରା ଭ୍ରଷ୍ଟ ହୋଇଅଛି।
ମୁଁ ତୁମ୍ଭକୁ ଧୂଳିକୁ ଫିଙ୍ଗି ଦେଲି
    ଯେପରି ରାଜା ତୁମ୍ଭର ଧ୍ୱଂସ ଦେଖିଲେ।
18 ତୁମ୍ଭେ ନିଜର ଅଧର୍ମର ବାହୁଲ୍ୟରେ,
ନିଜ ବାଣିଜ୍ୟ ବିଷୟକ ଅନ୍ୟାୟ ଦ୍ୱାରା
    ନିଜର ପବିତ୍ର ସ୍ଥାନସବୁ ଅପବିତ୍ର କରିଅଛ।
ଏଣୁ ମୁଁ ତୁମ୍ଭ ମଧ୍ୟରୁ ଅଗ୍ନି ବାହାର କଲି
    ଓ ତାହା ତୁମ୍ଭକୁ ଗ୍ରାସ କଲା।
ପୁଣି ମୁଁ ସମସ୍ତଙ୍କୁ ଦେଖାଇବା ପାଇଁ
    ତୁମ୍ଭକୁ ଧୂଳିରେ ପରିଣତ କରିଛି।

19 “‘ସେହିସବୁ ଦେଖ ଯେଉଁମାନେ ତୁମ୍ଭକୁ ଜାଣିଥିଲେ,
    ସେମାନେ ତୁମ୍ଭଠାରୁ ଆତଙ୍କିତ ହେବେ।
ତୁମ୍ଭର ପରିସମାପ୍ତି ଲୋକମାନଙ୍କୁ କମ୍ପିତ କରାଇବ
    ଏବଂ ତୁମ୍ଭେ କେବେ ପୂର୍ବବସ୍ଥାକୁ ଫେରିବ ନାହିଁ।’”

ସୀଦୋନ ବିରୁଦ୍ଧରେ ବାର୍ତ୍ତା

20 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 21 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସୀଦୋନ ଆଡ଼କୁ ମୁହଁ ବୁଲାଇ ତାହା ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର। 22 ଆଉ କୁହ, ‘ମୋର ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି,

“‘ହେ ସୀଦୋନ, ଦେଖ, ମୁଁ ତୁମ୍ଭର ପ୍ରତିକୂଳ ଅଟେ।
    ପୁଣି ମୁଁ ତୁମ୍ଭମାନଙ୍କ ଦ୍ୱାରା ଗୌରବାନ୍ୱିତ ହେବି।
ଆଉ ମୁଁ ନଗରକୁ ଦଣ୍ଡିତ ଓ
    ମୋର ନିଜକୁ ସେଠାରେ ପବିତ୍ର ରୂପେ ଦେଖାଇବି ପରେ
ସେମାନେ ଜାଣିବେ ଯେ,
    ମୁଁ ସଦାପ୍ରଭୁ ଅଟେ।
23 ପୁଣି ମୁଁ ନଗର ମଧ୍ୟକୁ ମହାମାରୀ ଓ ମୃତ୍ୟୁ ପଠାଇବି,
    ଫଳରେ ବହୁ ଲୋକ ନଗର ମଧ୍ୟରେ ମରିବେ।
ନଗରର ପ୍ରାଚୀର ବାହାରେ ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ବହୁ ଲୋକ ମୃତ୍ୟୁବରଣ କରିବେ।
    ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ଲୋକମାନେ ଜାଣିବେ।

ଦେଶୀୟମାନେ ଇସ୍ରାଏଲକୁ ଉପହାସ କରିବାରୁ ବିରତ ହେବେ

24 “‘ଏବଂ ଇସ୍ରାଏଲ ଦେଶ ଆଉ ପଡ଼ୋଶୀମାନଙ୍କ ଦ୍ୱାରା ବେଷ୍ଟିତ ହେବ ନାହିଁ, ଯେଉଁମାନେ କି ତିକ୍ଷଣ ଛୁରୀ ଓ ମୁନିଆ କଣ୍ଟାବୁଦା ତୁଲ୍ୟ। ଏବଂ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ସେମାନଙ୍କର ପ୍ରଭୁ ଅଟେ।’”

25 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ମୁଁ ଇସ୍ରାଏଲ ବଂଶକୁ ନାନା ଗୋଷ୍ଠୀଗଣ ମଧ୍ୟରେ ଛିନ୍ନଭିନ୍ନ କରିଥିଲି। କିନ୍ତୁ ପୁନର୍ବାର ଯେତେବେଳେ ମୁଁ ସେମାନଙ୍କୁ ଏକତ୍ରିତ କରିବି। ସେତେବେଳେ ମୁଁ ନିଜକୁ ନାନା ଦେଶୀୟମାନଙ୍କ ଦୃଷ୍ଟିରେ ପବିତ୍ର ରୂପେ ଦେଖାଇବି ଏବଂ ମୁଁ ନିଜ ଦାସ ଯାକୁବକୁ ଯେଉଁ ଦେଶ ଦେଇଥିଲି ସେମାନେ ସେହି ଦେଶରେ ବାସ କରିବେ। 26 ସେମାନେ ତାହା ମଧ୍ୟରେ ନିରାପଦରେ ବାସ କରିବେ। ସେମାନେ ଗୃହ ନିର୍ମାଣ କରିବେ ଓ ଦ୍ରାକ୍ଷାକ୍ଷେତ୍ର ରୋପଣ କରିବେ। ମୁଁ ତା'ର ଚତୁର୍ଦ୍ଦିଗସ୍ଥିତ ସମସ୍ତ ଦେଶକୁ ଦଣ୍ଡିତ କରିବି ଯେଉଁମାନେ ସେମାନଙ୍କୁ ତିରସ୍କାର କଲେ, ତା'ପରେ ସେମାନେ ନିରାପଦରେ ବାସ କରିବେ, ତହିଁରେ ମୁଁ ଯେ ସଦାପ୍ରଭୁ ଓ ସେମାନଙ୍କର ପରମେଶ୍ୱର ଅଟେ ଏହା ସେମାନେ ଜାଣିବେ।”

ମିଶର ବିପକ୍ଷରେ ବାର୍ତ୍ତା

29 ଦଶମ ବର୍ଷର ଦଶମ ମାସର ଦ୍ୱାଦଶ ଦିନରେ ମୋର ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ମିଶରର ରାଜା ଫାରୋଙ୍କ ଆଡ଼କୁ ମୁହଁ ବୁଲାଅ, ତାଙ୍କ ବିରୁଦ୍ଧରେ ଓ ସମୁଦାୟ ମିଶର ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର। ଆଉ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି,

“‘ହେ ମିଶରର ରାଜା ଫାରୋ, ମୁଁ ତୁମ୍ଭର ବିପକ୍ଷ ଅଟେ।
    ତୁମ୍ଭେ ଆପଣା ସ୍ରୋତ ସମୂହ ମଧ୍ୟରେ ଶୟନକାରୀ ପ୍ରକାଣ୍ଡ ଜୀବ କୁମ୍ଭୀର ସଦୃଶ।
ତୁମ୍ଭେ କହିଅଛ, “ଏ ନଦୀ ମୋର,
    ମୁଁ ନିଜ ପାଇଁ ଏହାକୁ ସୃଷ୍ଟି କରିଅଛି।”

4-5 “‘ମାତ୍ର ମୁଁ ତୁମ୍ଭ ମାଢ଼ିରେ ଅଙ୍କୁଶ ଦେବି
    ଓ ତୁମ୍ଭ ସ୍ରୋତ ସମୂହର ମତ୍ସ୍ୟ ସକଳକୁ ତୁମ୍ଭ ଦେହର କାତିରେ ଲଗାଇବି।
ଆଉ ସେହି ସ୍ରୋତ ସମୂହ ମଧ୍ୟରୁ ତୁମ୍ଭକୁ
    ଓ ତୁମ୍ଭ କାତିରେ ଲାଗିଥିବା ସମସ୍ତ ମତ୍ସ୍ୟଙ୍କୁ ବାହାର କରି ଉପରକୁ ଆଣିବା।
ତୁମ୍ଭକୁ ଓ ସମସ୍ତ ମତ୍ସ୍ୟଙ୍କୁ ପ୍ରାନ୍ତରରେ ଛାଡ଼ି ଦେବି
    ଓ ତୁମ୍ଭେ ପଦାରେ ପଡ଼ିରହିବ।
ତୁମ୍ଭକୁ କେହି ସଂଗ୍ରହ କରିବେ ନାହିଁ ଓ କବର ଦେବେ ନାହିଁ।
    ଆଉ ତୁମ୍ଭେ ଭୂଚର ପଶୁଗଣର ଓ ଖେଚରମାନଙ୍କର ଖାଦ୍ୟ ହେବ।
ତେଣୁ ମୁଁ ଯେ ସଦାପ୍ରଭୁ ଅଟେ
    ଏହା ମିଶର ନିବାସୀ ସମସ୍ତେ ଜାଣିବେ।

“‘କାରଣ ସେମାନେ ଇସ୍ରାଏଲ ବଂଶ ପ୍ରତି
    ଏକ ନାଳର ଆଶାବାଡ଼ି ହୋଇଅଛନ୍ତି।
ଯେତେବେଳେ ସେମାନେ ତୁମ୍ଭର ହସ୍ତ ଧରିଲେ,
    ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସ୍କନ୍ଧସବୁ ବିଦୀର୍ଣ୍ଣ କଲ।
ଆଉ ଯେତେବେଳେ ସେମାନେ ତୁମ୍ଭ ଉପରେ ଆଉଜିଲେ
    ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସମସ୍ତ କଟିଦେଶ ଅଚଳ କଲ।’”

ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି,
“ଦେଖ ମୁଁ ତୁମ୍ଭ ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଆଣିବି
    ଓ ତୁମ୍ଭ ମଧ୍ୟରୁ ମନୁଷ୍ୟ ତଥା ପଶୁମାନଙ୍କୁ ବିନାଶ କରିବି।
ପୁଣି ମିଶର ଧ୍ୱଂସପ୍ରାପ୍ତ ହୋଇ ଶୂନ୍ୟସ୍ଥାନ ହେବ।
    ତାହାହେଲେ ସେମାନେ ଜାଣିବେ ଯେ ମୁଁ ସଦାପ୍ରଭୁ ଅଟେ।”

ସେ ପୁଣି କହିଲେ, “ଏହା କାହିଁକି ଘଟିବ? କାରଣ ସେ କହିଅଛି, ‘ନଦୀ ମୋର ଓ ମୁଁ ତାହା ସୃଷ୍ଟି କରିଅଛି।’ 10 ତେଣୁ ମୁଁ (ପରମେଶ୍ୱର) ତୁମ୍ଭର ଓ ତୁମ୍ଭ ନଦୀ ସମୂହର ପ୍ରତିକୂଳ ଅଟେ। ମୁଁ ସିବେନୀ ଦୁର୍ଗଠାରୁ କୂଶ ଦେଶର ସୀମା ପର୍ଯ୍ୟନ୍ତ ସମଗ୍ର ମିଶର ଦେଶକୁ ଶୂନ୍ୟ ଓ ଧ୍ୱଂସସ୍ଥାନ କରିବି। 11 କୌଣସି ମନୁଷ୍ୟ କିମ୍ବା ପଶୁ ତୁମ୍ଭ ଦେଶ ମଧ୍ୟରେ ଯାତାୟାତ କରିବେ ନାହିଁ। ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ମିଶର ଅପ୍ରତିଷ୍ଠିତ ହୋଇ ରହିବ। 12 ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ମୁଁ ମିଶରକୁ ଅନ୍ୟାନ୍ୟ ଜନଶୂନ୍ୟ ଦେଶମାନଙ୍କ ମଧ୍ୟରେ ଏକ ଜନଶୂନ୍ୟ ରାଷ୍ଟ୍ର କରି ଦେବି ଏବଂ ଏହାର ନଗରଗୁଡ଼ିକରେ ଅନ୍ୟାନ୍ୟ ଭଗ୍ନ ନଗର ପରି ଭଗ୍ନାବଶେଷ ରହିଯିବ। ମୁଁ ମିଶରୀୟମାନଙ୍କୁ ନାନା ଦେଶୀୟମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିବି ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବି।”

13 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “କିନ୍ତୁ ଗ୍ଭଳିଶ୍ ବର୍ଷ ପରେ, ମୁଁ ମିଶରୀୟମାନଙ୍କୁ ସମସ୍ତ ଦେଶରୁ ଏକତ୍ରିତ କରିବି, ଯେଉଁ ଦେଶଗୁଡ଼ିକରେ ସେମାନେ ଛିନ୍ନଛତ୍ର ହୋଇଥିଲେ। 14 ଏବଂ ମୁଁ ମିଶରୀୟମାନଙ୍କୁ ଫେରାଇ ଆଣିବି, ମୁଁ ସେମାନଙ୍କୁ ସେମାନଙ୍କର ଜନ୍ମଭୂମି ପାଥ୍ରୋଷକୁ ଫେରାଇ ଆଣିବି। ଏବଂ ସେଠାରେ ସେମାନେ ଗୋଟିଏ ଅପ୍ରଧାନ ରାଜ୍ୟ ହୋଇ ରହିବେ। 15 ଏହା ସବୁଠାରୁ ନୀଚ ରାଷ୍ଟ୍ର ହେବ ଏବଂ ଏହା ଅନ୍ୟ ରାଷ୍ଟ୍ରମାନଙ୍କ ଉପରେ ଉଠିପାରିବ ନାହିଁ। ମୁଁ ଏହାକୁ ଏତେ ଦୁର୍ବଳ କରି ଦେବି ଯେ, ସେମାନେ କେବେ ପୁଣି ଅନ୍ୟ ରାଷ୍ଟ୍ର ଉପରେ ଶାସନ କରି ପାରିବେ ନାହିଁ। 16 ପୁଣି କେବେହେଲେ ଇସ୍ରାଏଲ ମିଶର ଉପରେ ଭରସା କରିବ ନାହିଁ, ଅପରନ୍ତୁ ଏହା ସେମାନଙ୍କର ଦୋଷ ମନେ ପକାଇ ଦେବ, ଯେତେବେଳେ ସେମାନେ ସେମାନଙ୍କର ସାହାଯ୍ୟ ପାଇଁ ମିଶର ଆଡ଼କୁ ବୁଲିବେ, ତାହାହେଲେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଓ ପ୍ରଭୁ ଅଟେ।”

ବାବିଲ ମିଶର ପାଇବ

17 ଅନନ୍ତର ସତାଇଶ୍ ବର୍ଷର ପ୍ରଥମ ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 18 “ହେ ମନୁଷ୍ୟ ପୁତ୍ର, ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଆପଣା ସୈନ୍ୟସାମନ୍ତକୁ ସୋର ବିରୁଦ୍ଧରେ ଅତିଶୟ ପରିଶ୍ରମ କରାଇଅଛି। ପ୍ରତ୍ୟେକ ମସ୍ତକ ଟାଙ୍ଗରା ହେଲା ଓ ପ୍ରତ୍ୟେକ କାନ୍ଧର ଚର୍ମ ଓ ଭାର ବହନ କରି ଛିଡ଼ିଗଲା। ତଥାପି ସେ ସୋର ବିରୁଦ୍ଧରେ ଯେଉଁ ପରିଶ୍ରମ କରିଥିଲା ସେଥିପାଇଁ ତା'ର ସୈନ୍ୟସାମନ୍ତ କିଛି ପାରିଶ୍ରମିକ ପାଇଲେ ନାହିଁ।” 19 ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଦେଖ, ମୁଁ ବାବିଲର ରାଜା ନବୂଖ‌ଦ୍‌ନିତ୍ସରକୁ ମିଶର ଦେଶ ଦେବି। ସେ ତା'ର ଲୋକମାନଙ୍କୁ ଓ ତାହାର ମୂଲ୍ୟବାନ ଦ୍ରବ୍ୟସବୁ ଲୁଟି ନେଇଯିବେ। ଆଉ ତାହାର ସମ୍ପତ୍ତି ଅପହରଣ କରିବ ଏବଂ ତାହାର ସୈନ୍ୟସାମନ୍ତଙ୍କ ବେତନ ନେବ। 20 ଆମ୍ଭେ ତାହାର ପରିଶ୍ରମ ସକାଶେ ପୁରସ୍କାର ସ୍ୱରୂପ ତାକୁ ମିଶର ଦେଶ ଦେଇଅଛୁ। କାରଣ ସେମାନେ ଆମ୍ଭ ପାଇଁ କାମ କଲେ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।

21 “ସେଦିନ ମୁଁ ଇସ୍ରାଏଲ ବଂଶ ନିମନ୍ତେ ଗୋଟିଏ ଶୃଙ୍ଗ ଅଙ୍କୁରିତ କରାଇବି। ତା'ପରେ ମୁଁ ସେମାନଙ୍କ ମଧ୍ୟରେ ତୁମ୍ଭର ମୁଖ ମୁକ୍ତ କରିବି। ତେଣୁ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସେମାନେ ଜାଣିବେ।”

ବାବିଲର ସୈନ୍ୟବାହିନୀ ମିଶର ଅଧିକାର କରିବେ

30 ପୁନର୍ବାର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କୁହ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି,

“‘ତୁମ୍ଭେମାନେ ବିଳାପ କରି କୁହ,
    “ହାୟ ହାୟ, ସେହି ଭୟଙ୍କର ଦିନ ଆସୁଛି।”
କାରଣ ସେଦିନ ନିକଟବର୍ତ୍ତୀ,
    ହଁ, ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀ,
ସେଦିନ ମେଘାଚ୍ଛନ୍ନ ଦିନ।
    ତାହା ରାଷ୍ଟ୍ରମାନଙ୍କ ପାଇଁ କାଳ ହେବ।
ଏବଂ ମିଶର ବିରୁଦ୍ଧରେ ଏକ ‌‌ଖ‌ଡ଼୍‌ଗ ଆସିବ।
    ଏବଂ ମିଶର ଦେଶରେ ଲୋକମାନେ ନିହତ ହେଲେ କୂଶ ଦେଶ ଭୟରେ ଥରିବ।
ଏବଂ ଶତ୍ରୁ ତାହାର ଧନସମ୍ପତ୍ତିସବୁ ନେଇଯିବେ
    ଓ ତାହାର ମୂଳଭିତ୍ତିସବୁ ଭାଙ୍ଗି ଦେବେ।

“‘ଏବଂ ଇସ୍ରାଏଲ ଲୋକମାନଙ୍କ ସହିତ କୂଶ, ପୂଟ୍ ଓ ଲୂଦ୍, ସମସ୍ତ ଆରବୀୟ, ଲିବିୟା ଏବଂ ଇସ୍ରାଏଲର ଲୋକମାନେ[b] ‌‌ଖ‌ଡ଼୍‌ଗରେ ବିନାଶ ହେବେ।

“‘ସଦାପ୍ରଭୁ, ମୋର ପ୍ରଭୁ ଏହିକଥା କହନ୍ତି,
ମିଶରର ସମର୍ଥକମାନେ ପତିତ ହେବେ
    ଓ ତାହାର ପରାକ୍ରମ ଓ ଗର୍ବ ଖର୍ବ ହେବ।
ସିବେନୀ ଦୁର୍ଗଠାରୁ ଆଶ୍ୱାନ ପର୍ଯ୍ୟନ୍ତ
    ସମସ୍ତ ଲୋକ ‌‌ଖ‌ଡ଼୍‌ଗରେ ପତିତ ହେବେ।”
    ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
ପୁଣି ସେମାନେ ଅନ୍ୟ ଧ୍ୱଂସପ୍ରାପ୍ତ ନଗରଗୁଡ଼ିକ ମଧ୍ୟରେ ଧ୍ୱଂସ ହେବେ।
    ଏବଂ ତାହାର ନଗର ସକଳ ଉଚ୍ଛିନ୍ନ ନଗର ସମୂହର ମଧ୍ୟରେ ଥିବ।
ମୁଁ ମିଶରରେ ଅଗ୍ନି ସଂଯୋଗ କରିବି।
    ଫଳରେ ତାହାର ସହାୟକମାନେ ବିନଷ୍ଟ ହେବେ।
ସେତେବେଳେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସେମାନେ ଜାଣିବେ।

“‘ସେଦିନ ଆମ୍ଭେ କୂଶୀୟମାନଙ୍କୁ ଭୀତ କରାଇବା ପାଇଁ ଜାହାଜ ଦ୍ୱାରା ଦୂତମାନଙ୍କୁ ପଠେଇବା। ଯେତେବେଳେ ମିଶରରେ ଦୁର୍ଦ୍ଦିନ ପହଞ୍ଚେ, ଆତଙ୍କ କୂଶୀୟକୁ ଅତିକ୍ରମ କରିବ। ଏଥିପାଇଁ ଏହା ପ୍ରକୃତରେ ଘଟିବ।’”

10 ସଦାପ୍ରଭୁ, ମୋର ପ୍ରଭୁ ଏହିକଥା କହିଛନ୍ତି,
“ମୁଁ ବାବିଲର ରାଜା ନବୂଖ‌ଦ୍‌ନିତ୍ସରଙ୍କର ହସ୍ତରେ
    ମିଶରର ଧନ ସମ୍ପତ୍ତିକୁ ହସ୍ତାନ୍ତର କରିବି।
11 ନବୂଖ‌ଦ୍‌ନିତ୍ସର ଓ ତା'ର ଲୋକମାନେ
    ଦେଶଗୁଡ଼ିକ ମଧ୍ୟରେ ଅତି ଭୟଙ୍କର।
    ତାହାର ନିର୍ଦ୍ଦୟଲୋକମାନେ ତାହା ସଙ୍ଗେ ଦେଶ ବିନାଶକୁ ଅଣାଯିବ।
ଏବଂ ସେମାନେ ମିଶରର ବିରୁଦ୍ଧରେ ନିଜ ନିଜ ‌‌ଖ‌ଡ଼୍‌ଗ ଉତ୍ତୋଳନ କରିବେ।
    ସେମାନେ ଶବଗୁଡ଼ିକରେ ଦେଶ ପୂର୍ଣ୍ଣ କରିବେ।
12 ମୁଁ ନୀଳନଦୀକୁ ଶୁଷ୍କ ଭୂମିରେ ପରିଣତ କରିବି।
    ଦେଶକୁ ମନ୍ଦ ଲୋକମାନଙ୍କୁ ବିକ୍ରୟ କରିବି।
ମୁଁ ବିଦେଶୀମାନଙ୍କ ଦ୍ୱାରା ଦେଶ ତଥା ତନ୍ମଧ୍ୟସ୍ଥ ଯାବତୀୟ ବିଷୟ ଧ୍ୱଂସ କରିବି।
    ମୁଁ ସଦାପ୍ରଭୁ ଏହା କହିଅଛି।”

ମିଶରର ପ୍ରତିମାଗୁଡ଼ିକ ଧ୍ୱଂସପ୍ରାପ୍ତ ହେବେ

13 ସଦାପ୍ରଭୁ, ମୋର ପ୍ରଭୁ ଏ କଥା କହିଛନ୍ତି,
“ମୁଁ ଦେବତାଗଣଙ୍କୁ ହିଁ ବିନାଶ କରିବି
    ଓ ନୋଫରୁ ପ୍ରତିମାଗୁଡ଼ିକୁ ଶେଷ କରାଇବି।
ପୁଣି ମିଶର ଦେଶରୁ ଆଉ ଅଧିପତି ଆସିବେ ନାହିଁ।
    ମୁଁ ମିଶର ଦେଶରେ ଭୟ ସୃଷ୍ଟି କରିବି।
14 ପୁଣି ମୁଁ ପାଥ୍ରୋଷକୁ ଧ୍ୱଂସ କରିବି
    ଓ ସୋୟନରେ ଅଗ୍ନି ଲଗାଇବି।
    ଆଉ ନୋ-ନଗରରେ ଦଣ୍ଡାଜ୍ଞା ସଫଳ କରିବି।
15 ତା'ପରେ ମୁଁ ମିଶରର ଦୃଢ଼ ଦୁର୍ଗ ସୀନ ଉପରେ ଆପଣା କୋପ ବୃଷ୍ଟି କରିବି
    ଓ ମୁଁ ନୋ-ନଗରର ଲୋକମାନଙ୍କୁ ବିନାଶ କରିବି।
16 ଏବଂ ମୁଁ ମିଶରରେ ଅଗ୍ନି ସଂଯୋଗ କରିବି।
    ସୀନ ମହାଯାତନାଗ୍ରସ୍ତ ହେବ ଓ ନୋ-ନଗର ଭଗ୍ନ ହେବ।
ଏବଂ ନୋଫର ଶତ୍ରୁମାନେ
    ପ୍ରତିଦିନ ନୂଆ ଗଣ୍ଡଗୋଳ ସୃଷ୍ଟି କରିବେ।
17 ଆବେନ ଓ ପୀବେଶତର ଯୁବାମାନେ ‌‌ଖ‌ଡ଼୍‌ଗରେ ନିପାତିତ ହେବେ।
    ଆଉ ନଗରର ସ୍ତ୍ରୀଲୋକମାନେ ବନ୍ଦୀତ୍ୱ ସ୍ଥାନକୁ ଯିବେ।
18 ଆମ୍ଭେ ଯେତେବେଳେ ତଫ‌ନ୍‌ହେଷରେ ମିଶରର ଯୁଆଳିସବୁ ଭାଙ୍ଗିବା
    ଓ ତାହାର ପରାକ୍ରମର ଦର୍ପ ତାହା ମଧ୍ୟରେ ଶେଷ ହେବ, ତାହା ତଫ‌ନ୍‌ହେଷର ଅନ୍ଧକାର ଦିନ ଥିଲା।
ଏହା ମେଘ ଦ୍ୱାରା ଆଚ୍ଛାଦିତ ହେବ
    ଓ ଏହାର କନ୍ୟାମାନେ ମଧ୍ୟ ବନ୍ଦୀରୂପେ ନୀତ ହେବେ।
19 ଏହିରୂପେ ମୁଁ ମିଶରରେ ଦଣ୍ଡାଜ୍ଞା ସଫଳ କରିବି।
    ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସେମାନେ ଜାଣିବେ।”

ମିଶର ଚିରଦିନ ପାଇଁ ଦୁର୍ବଳ ହେବ

20 ଅନନ୍ତର ଏକାଦଶ ବର୍ଷର ପ୍ରଥମ ମାସର ସପ୍ତମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ କହିଲେ, 21 “ହେ ମନୁଷ୍ୟ ପୁତ୍ର, ମୁଁ ମିଶରର ରାଜା ଫାରୋର ବାହୁ ଭାଙ୍ଗିଅଛି। ତା'ର ଆରୋଗ୍ୟ ପାଇଁ ଔଷଧ ଲଗାଇ ପଟି ବାନ୍ଧିବାକୁ କେହି ନାହିଁ। ତେଣୁ ତାହାର ହସ୍ତ ଆଉ ‌‌ଖ‌ଡ଼୍‌ଗ ଧାରଣ କରିବାକୁ ସବଳ ହେବ ନାହିଁ।”

22 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଦେଖ, ମୁଁ ମିଶରର ରାଜା ଫାରୋର ବିପକ୍ଷ ଅଟେ। ମୁଁ ତା'ର ବାହୁ ଭାଙ୍ଗି ଦେବି। ଉଭୟକୁ ଯେଉଁଟାକି ବଳଶାଳୀ ଏବଂ ଅନ୍ୟ ଯେଉଁଟାକି ପୁରାପୁରି ଭାଙ୍ଗି ଯାଇଛି। ଏବଂ ତା’ ହସ୍ତରୁ ‌‌ଖ‌ଡ଼୍‌ଗ ଖସାଇ ଦେବି। 23 ଏବଂ ମୁଁ ମିଶରୀୟମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଓ ନାନା ଦେଶରେ ସେମାନଙ୍କୁ ଛିନ୍ନଭିନ୍ନ କରିବି। 24 ଏବଂ ମୁଁ ବାବିଲ ରାଜାର ଉଭୟ ବାହୁ ସବଳ କରିବି ଓ ମୋର ‌‌ଖ‌ଡ଼୍‌ଗ ଧରିବାକୁ ଦେବି। କିନ୍ତୁ ମୁଁ ଫାରୋର ବାହୁଦ୍ୱୟ ଭାଙ୍ଗି ପକାଇବି। ତେଣୁ ସେ ମୁମୁର୍ଷୁ ଲୋକମାନେ କ୍ରନ୍ଦନ କଲାପରି ବିଳାପ କରିବ। 25 ମୁଁ ବାବିଲ ରାଜାର ବାହୁସବୁ ସବଳ କରିବି ଓ ଫାରୋ ରାଜାର ବାହୁସବୁ ପତନ ଘଟାଇବି।

“ମୁଁ ଯେତେବେଳେ ବାବିଲ ରାଜା ହସ୍ତରେ ‌‌ଖ‌ଡ଼୍‌ଗ ଦେବି ଓ ଯେତେବେଳେ ସେ ଏହାକୁ ମିଶର ଭୂମିର ବିରୁଦ୍ଧରେ ଉଠାଇବ। ସେତେବେଳେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସେମାନେ ଜାଣିବେ। 26 ଏବଂ ମୁଁ ମିଶରୀୟମାନଙ୍କୁ ନାନା ଜାତିଗଣ ମଧ୍ୟରେ ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବି। ତାହାହେଲେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center