Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 21-22

21 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ପୁଣି ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଯିରୁଶାଲମ ଆଡ଼େ ଆପଣା ମୁଖ ରଖ। ପବିତ୍ର ସ୍ଥାନଗୁଡ଼ିକ ବିରୁଦ୍ଧରେ ନିଜର ବାକ୍ୟ ବର୍ଷଣ କର ଓ ଇସ୍ରାଏଲ ଦେଶ ବିପକ୍ଷରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କର। ଏବଂ ଇସ୍ରାଏଲ ଦେଶକୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି! ଦେଖ, ମୁଁ ତୁମ୍ଭ ବିରୁଦ୍ଧରେ ଅଟେ। ମୁଁ ଆପଣା ‌‌ଖ‌ଡ଼୍‌ଗ କୋଷରୁ ବାହାର କରି ତୁମ୍ଭମାନଙ୍କ ମଧ୍ୟରୁ ଧାର୍ମିକ ଓ ପାପୀକୁ ଉଚ୍ଛିନ୍ନ କରିବି। କାରଣ ମୁଁ ଧାର୍ମିକ ଓ ପାପୀଷ୍ଠ ଉଭୟଙ୍କୁ ବିନାଶ କରିବି। ତେଣୁ ମୋର ‌‌ଖ‌ଡ଼୍‌ଗ ବ୍ୟବହାର ହେବ, ଏହା କୋଷମୁକ୍ତ ହୋଇ ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ସମସ୍ତ ଲୋକ ବିରୁଦ୍ଧରେ ଯିବ। ସେତେବେଳେ ପ୍ରତ୍ୟେକ ବ୍ୟକ୍ତି ଜାଣିବେ ଯେ, ମୁଁ ସଦାପ୍ରଭୁ ଆପଣା ‌‌ଖ‌ଡ଼୍‌ଗ କୋଷରୁ ବାହାର କରିଅଛି, ତାହା ଆଉ ଫେରିବ ନାହିଁ।”’

ପରମେଶ୍ୱର ପୁଣି କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଦୀର୍ଘ ନିଶ୍ୱାସ ଛାଡ଼। ପୁଣି ଆପଣା କଟି ଭାଙ୍ଗି ମନସ୍ତାପ ପୂର୍ବକ ସେମାନଙ୍କ ସମ୍ମୁଖରେ ଦୀର୍ଘନିଃଶ୍ୱାସ ଛାଡ଼ିବ। ଯେତେବେଳେ ସେମାନେ ପଗ୍ଭରିବେ, ‘ତୁମ୍ଭେ କାହିଁକି ଦୀର୍ଘନିଃଶ୍ୱାସ ଛାଡ଼ୁଛ?’ ସେତେବେଳେ ତୁମ୍ଭେ କହିବ, ‘ସମ୍ବାଦ ସକାଶେ, ତାହା ଆସୁଅଛି। ସେଥିରେ ସମସ୍ତଙ୍କ ଆତ୍ମା ଭୟରେ ତରଳି ଯିବ ଓ ସମସ୍ତଙ୍କ ହସ୍ତ ଭୟରେ ଦୁର୍ବଳ ହେବ। ପ୍ରତ୍ୟେକ ମନୁଷ୍ୟର ଆତ୍ମା ହତ ଉତ୍ସାହିତ ହେବ ଓ ସମସ୍ତଙ୍କ ଆଣ୍ଠୁ ଜଳପରି ହେବ।’ ଏବଂ ଦେଖ, ସେହି ସମୟ ଆସୁଅଛି ଓ ତାହା ସିଦ୍ଧ ହେବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।

‌‌ଖ‌ଡ଼୍‌ଗ ପ୍ରସ୍ତୁତ

ଅନନ୍ତର ସଦାପ୍ରଭୁ, ମୋର ପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି,

“‘ଦେଖ, ‌‌ଖ‌ଡ଼୍‌ଗ ଶାଣିତ
    ଓ ତାହା ମଧ୍ୟ ମାର୍ଜିତ ହୋଇଅଛି।
10 ହତ୍ୟା ନିମନ୍ତେ ତାହା ଶାଣିତ ହୋଇଅଛି,
    ତାହା ମଧ୍ୟ ମାର୍ଜିତ ହୋଇ ବିଜୁଳି ପରି ଚ‌କ୍‌ଚକ୍ କରୁଛି,
ମୋର ପୁତ୍ର, ତୁମ୍ଭେ ଏହି ଛଡ଼ ସକାଶେ ଖୁସୀ ନ ଥିଲ,
    ତୁମ୍ଭେ କାଠର ବାଡ଼ିକୁ ଘୃଣା କଲ।
11 ପୁଣି ହାତରେ ଧରାଯିବା ପାଇଁ
    ‌‌ଖ‌ଡ଼୍‌ଗ ଶାଣିତ ହୋଇଅଛି।
ଘାତକର ହାତରେ ଦେବା ନିମନ୍ତେ ତାହା
    ଶାଣିତ ଓ ମାର୍ଜିତ ହୋଇଅଛି।

12 “‘ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ୍ରନ୍ଦନ ଓ ହାହାକାର କର। ଏପରି ମୋର ‌‌ଖ‌ଡ଼୍‌ଗ ଲୋକମାନଙ୍କ ବିରୁଦ୍ଧରେ ଓ ସମସ୍ତ ଇସ୍ରାଏଲର ଅଧିପତିଗଣଙ୍କ ବିରୁଦ୍ଧରେ ଉତ୍ତୋଳିତ ହୋଇଅଛି। ସେମାନେ ମୋ’ ‌‌ଖ‌ଡ଼୍‌ଗରେ ସମର୍ପିତ ହୋଇଅଛନ୍ତି। ତେଣୁ ତୁମ୍ଭେ ଆପଣା ଛାତିରେ ଆଘାତ କରି ତୁମ୍ଭର ଦୁଃଖ ପ୍ରକାଶ କର। 13 ହଁ, ଏହା କଠିନ ଅଟେ, ତୁମ୍ଭେ ରାଜଦଣ୍ଡକୁ ପ୍ରତ୍ୟାଖ୍ୟାନ କରିବା ପରେ ଆଉ କ’ଣ ବାକି ରହିଲା?”’ ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।

14 “ପରମେଶ୍ୱର କହିଲେ, ହେ ମନୁଷ୍ୟ ପୁତ୍ର, ତୁମ୍ଭେ କରତାଳି ଦେଇ
    ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର।
ସେହି ‌‌ଖ‌ଡ଼୍‌ଗ ଦୁଇ ଥର ଏପରିକି ତିନିଥର ଆଘାତ କର।
    ଏହି ‌‌ଖ‌ଡ଼୍‌ଗ ବହୁତ ଲୋକମାନଙ୍କୁ ହତ୍ୟା କରିବ।
ମହାଘାତକ ‌‌ଖ‌ଡ଼୍‌ଗ
    ସେମାନଙ୍କୁ ହତ୍ୟା କରିବ।
15 ସେମାନଙ୍କର ଅନ୍ତର ଭୟରେ ଯେପରି ତରଳି ଯାଏ
    ଓ ସେମାନଙ୍କର ବହୁ ବିଘ୍ନ ଜନ୍ମେ,
ଏଥିପାଇଁ ମୁଁ ସେମାନଙ୍କର ସକଳ ନଗର ଦ୍ୱାର ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଲକ୍ଷ୍ୟ କରି ରଖିଅଛି।
    ଏହା ହତ୍ୟା କଲାପରେ
    ଏହା ବିଜୁଳି ପରି ଚକମକ କରୁଛି।
16 ହେ ‌‌ଖ‌ଡ଼୍‌ଗ ଦକ୍ଷିଣ ଓ ବାମକୁ କାଟ।
    ଯେଉଁଆଡ଼େ ତୁମ୍ଭର ଧାର ଯାଉଛି।

17 “ମୁଁ ମଧ୍ୟ ମୋର କରତାଳି ମାରିବି
    ଓ ମୋର କୋପକୁ ଶାନ୍ତ କରିବି।
ମୁଁ ସଦାପ୍ରଭୁ ଏହା କହିଅଛି।”

18 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 19 “ହେ ମନୁଷ୍ୟ ପୁତ୍ର, ବାବିଲ ରାଜାର ‌‌ଖ‌ଡ଼୍‌ଗ ଆସିବା ପାଇଁ ତୁମ୍ଭେ ଆହୁରି ଦୁଇପଥ ନିରୂପଣ କର। ଦୁଇ ପଥ ଗୋଟିଏ ଦେଶରୁ ଆସିବ। ନଗର ଆଡ଼କୁ ଯାଇଥିବା ସଡ଼କର ମୁଣ୍ଡରେ ଏକ ପଥ ନିର୍ଦ୍ଦେଶ କରୁଥିବା ପ୍ରସ୍ତର ଫଳକ ରଖ। 20 ‌‌ଖ‌ଡ଼୍‌ଗ ଆସିବା ନିମନ୍ତେ ପଥ ଚିହ୍ନିତ କର, ଗୋଟିଏ ପଥ ଅମ୍ମୋନୀୟର ରବ୍ବାକୁ ଯାଏ ଓ ଅନ୍ୟଟି ଯିହୁଦାର ସୁରକ୍ଷିତ ସହର ଯିରୁଶାଲମକୁ ଯାଏ। 21 କାରଣ ବାବିଲର ରାଜା ଦୁଇଟି ସଡ଼କର ମିଶିଥିବା ସ୍ଥାନରେ ଛିଡ଼ା ହେବେ। ସେ ତୀରଗୁଡ଼ିକୁ ନିକ୍ଷେପ କରି ଗୁଲିବାଣ୍ଟ ସାହାଯ୍ୟରେ ମୂର୍ତ୍ତିମାନଙ୍କୁ ବୁଝାସୁଝା କରି ଏବଂ ପ୍ରକୃତକୁ ପରୀକ୍ଷା କରି ଭବିଷ୍ୟତ ଚିହ୍ନ ଖୋଜି ବୁଲିବେ।

22 “ଗୁଲିବାଣ୍ଟ ଯାହାକି ସେ ତା'ର ଦକ୍ଷିଣ ହସ୍ତରେ ଉଠାଇଲା, ତାହା ଯିରୁଶାଲମର ହେବ। ଯେଉଁଠାରେ ସେ ନଷ୍ଟକାରୀ କାଠ ଗଣ୍ଡିକୁ ଏବଂ ହତ୍ୟା କରିବାକୁ ଆଜ୍ଞା ଦେବ, ଯୁଦ୍ଧ ପାଇଁ ସେ ଡାକରା ଦେବ, ଫାଟକ ବିରୁଦ୍ଧରେ ନଷ୍ଟକାରୀ କାଠଗଣ୍ଡିକୁ ଖଞ୍ଜିବ। ତା'ପରେ ସେ ସହର ଚତୁର୍ପାର୍ଶ୍ୱରେ ପ୍ରାଚୀର ନିର୍ମାଣ କରିବ। 23 ଇସ୍ରାଏଲର ଲୋକମାନଙ୍କ ସମସ୍ତ ଅର୍ଥହୀନ ବୋଲି ବିଗ୍ଭର କରାଯିବ, କାରଣ ସେମାନଙ୍କର ପ୍ରତିଜ୍ଞାଗୁଡ଼ିକ ଅଛି, ଯାହା ସେମାନେ କଲେ। କିନ୍ତୁ ସଦାପ୍ରଭୁ ସେମାନଙ୍କର ପାପକୁ ସ୍ମରଣ କରିବେ ଓ ତା'ପରେ ସେମାନେ ଧରାଯିବେ।”

24 ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “କାରଣ ତୁମ୍ଭେ ମୋତେ ତୁମ୍ଭର ମୋ’ ପ୍ରତି ଅବଜ୍ଞା ତୁମ୍ଭ କାର୍ଯ୍ୟର ପାପ ଦେଖାଇ ମୋତେ ତୁମ୍ଭର ପାପ ମନେ ପକାଇଲ। କାରଣ ତୁମ୍ଭେ ମୋତେ ମନେପକାଇ ଦିଅ ଯେ, ତୁମ୍ଭେ ବନ୍ଦୀରୂପେ ଯିବ। 25 ହେ ଦୁଷ୍ଟ ଇସ୍ରାଏଲୀୟ ରାଜପୁତ୍ର, ତୁମ୍ଭମାନଙ୍କୁ ହତ୍ୟା କରାଯିବ। ତୁମ୍ଭମାନଙ୍କର ଅନ୍ତିମ ସମୟ ଉପସ୍ଥିତ ହୋଇଅଛି।”

26 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଶିରୋଭୂଷଣ ଦୂର କର, ରାଜମୁକୁଟ କାଢ଼ି ପକାଅ; ଏହା ଆଉ ସେପରି ରହିବ ନାହିଁ। ଯେଉଁମାନେ ଉଚ୍ଚ ସେମାନେ ନୀଚ ହେବେ ଓ ଯେଉଁମାନେ ନୀଚ ସେମାନେ ଉଚ୍ଚ ହେବେ। 27 ମୁଁ ସମ୍ପୂର୍ଣ୍ଣ ରୂପେ ସେହି ସହର ଧ୍ୱଂସ କରିବି। କିନ୍ତୁ ବାବିଲକୁ ଜଣେ ନୂତନ ରାଜା ନ ଆସିବା ପର୍ଯ୍ୟନ୍ତ ତାହା ଘଟିବ ନାହିଁ। ତେଣୁ ନୂତନ ରାଜା ହାତରେ ମୁଁ ଏହାକୁ ଦେବି।”

28 ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଭବିଷ୍ୟ‌ଦ୍‌ବାକ୍ୟ ପଗ୍ଭର କରି କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଅମ୍ମୋନ ସନ୍ତାନଗଣ ବିଷୟରେ ଓ ସେମାନଙ୍କ ଅପମାନ ବିଷୟରେ ଏହି କଥା କହନ୍ତି,

“‘ଦେଖ, ‌‌ଖ‌ଡ଼୍‌ଗ କୋଷମୁକ୍ତ ହୋଇଅଛି।
    ତାହା ହତ୍ୟା ଓ ଗ୍ରାସ କରିବା ପାଇଁ ମାର୍ଜିତ ହୋଇଅଛି
    ଓ ବିଜୁଳି ପରି ଚକଚକ କରୁଅଛି।

29 “‘ତୁମ୍ଭମାନଙ୍କର ଦର୍ଶନଗୁଡ଼ିକ ଅର୍ଥହୀନ
    ଓ ତୁମ୍ଭର ମିଥ୍ୟା ମନ୍ତ୍ର
    ତୁମ୍ଭକୁ ସହାୟ ହେବ ନାହିଁ।
ଦୁଷ୍ଟ ଲୋକମାନଙ୍କର ଗଳାରେ ଖଣ୍ଡାଟିକୁ ରଖାଯିବ,
    ଯେଉଁମାନେ ହତ ହେବାକୁ ଅଛନ୍ତି,
ସେହିମାନଙ୍କ ପାଇଁ ଦଣ୍ଡିତ ହେବାର ଦିନ ପହଞ୍ଚିଯାଇଛି।
    ଏବଂ ସେମାନଙ୍କର ଦୋଷର ଅବସାନ ଘଟିବ।

ବାବିଲ ବିପକ୍ଷରେ ଭବିଷ୍ୟ‌ଦ୍‌ବାର୍ତ୍ତା

30 “‘ହେ ବାବିଲ, ‌‌ଖ‌ଡ଼୍‌ଗକୁ ପୁନର୍ବାର କୋଷ ମଧ୍ୟକୁ ଫେରାଇ ଆଣ। ତୁମ୍ଭେ ଯେଉଁଠାରେ ସୃଷ୍ଟି ହୋଇଥିଲ ଓ ଯେଉଁଠାରେ ତୁମ୍ଭେ ଜନ୍ମ ହୋଇଥିଲ, ସେଠାରେ ମୁଁ ତୁମ୍ଭର ବିଗ୍ଭର କରିବି। 31 ଆଉ ମୁଁ ତୁମ୍ଭ ଉପରେ ଆପଣା କ୍ରୋଧ ପ୍ରକାଶ କରିବି। ମୁଁ ତୁମ୍ଭ ଉପରେ ଆପଣା କ୍ରୋଧାଗ୍ନି ଛାଡ଼ିବି। ମୁଁ ତୁମ୍ଭକୁ ଦୁଷ୍ଟ ଲୋକମାନଙ୍କ ହସ୍ତରେ ସମର୍ପଣ କରିବି, ଯେଉଁମାନେ ବିନାଶ କରିବାରେ ପାରଙ୍ଗମ। 32 ତୁମ୍ଭେ ଅଗ୍ନିରେ ଜାଳସ୍ୱରୂପ ହେବ; ତୁମ୍ଭର ରକ୍ତ ଦେଶ ମଧ୍ୟରେ ପତିତ ହେବ। ଆଉ ତୁମ୍ଭେ ସ୍ମୃତି ପଥରେ ଆସିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।’”

ଯିହିଜିକଲ ଯିରୁଶାଲମ ବିପକ୍ଷରେ କହନ୍ତି

22 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ ଏହି ରକ୍ତପାତ ନଗରୀର ବିଗ୍ଭର କରିବ? ତେବେ ତାହାର ଘୃଣାଯୋଗ୍ୟ ସମସ୍ତ କ୍ରିୟା ଏହାକୁ ଜ୍ଞାତ କରାଅ। ଏବଂ ତୁମ୍ଭେ ଏହାକୁ କହିବ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି। ହେ ନଗରୀ, ଯିଏ ଏହା ମଧ୍ୟରେ ରକ୍ତପାତ କରେ, ସେ ତା'ର ନିଜର ଅବସାନ ଆଣେ ଏବଂ ଏହା ନିଜର ଶେଷ ଆଣେ ଯେ, ନିଜ ପାଇଁ ମୂର୍ତ୍ତି ତିଆରି କରେ, ତାହା ଏହାକୁ କଳୁଷିତ କରେ।

“‘ତୁମ୍ଭର ରକ୍ତପାତ ଯୋଗୁଁ ତୁମ୍ଭେ ଦୋଷୀ ହୋଇଅଛ ଓ ପୁଣି ତୁମ୍ଭେ ଯେଉଁ ପ୍ରତିମାଗଣ ନିର୍ମାଣ କରିଅଛ, ତଦ୍ଦ୍ୱାରା ଅଶୁଚି ହୋଇଅଛ। ଏବଂ ତୁମ୍ଭେ ନିଜର ଅନ୍ତିମ ସମୟ ନିକଟବର୍ତ୍ତୀ କରାଇଅଛ। ଏବଂ ତୁମ୍ଭେ ନିଜର ଅନ୍ତିମ ସମୟ ନିକଟବର୍ତ୍ତୀ କରାଇଅଛ। ଏବଂ ନିଜ ଆୟୁର ଶେଷ ଭାଗରେ ପହଞ୍ଚିଛ। ତେଣୁ ମୁଁ ତୁମ୍ଭକୁ ଜାତିଗଣ ନିକଟରେ ଉପହାସର ପାତ୍ର ଓ ସବୁ ଦେଶ ନିକଟରେ ପରିହାସର ପାତ୍ର କରିଅଛି। ହେ କୁଖ୍ୟାତ ଓ କଳହ ପ୍ରିୟ ନଗର, ତୁମ୍ଭର ନିକଟସ୍ଥ ଓ ଦୂରସ୍ଥ ସମସ୍ତେ ତୁମ୍ଭକୁ ପରିହାସ କରିବେ।

“‘ଆଉ, ଦେଖ, ଇସ୍ରାଏଲର ଅଧିପତିଗଣ ପ୍ରତ୍ୟେକ ନିଜ ନିଜ ପରାକ୍ରମ ଅନୁସାରେ ରକ୍ତପାତ କରିବା ନିମନ୍ତେ ତୁମ୍ଭ ମଧ୍ୟରେ ରହିଅଛନ୍ତି। ତୁମ୍ଭ ମଧ୍ୟରେ ଲୋକମାନେ ପିତାମାତାଙ୍କୁ ଅବଜ୍ଞା କରିଅଛନ୍ତି। ସେମାନେ, ତୁମ୍ଭମାନଙ୍କ ମଧ୍ୟରେ ବାସ କରୁଥିବାରୁ ବିଦେଶୀମାନଙ୍କୁ ଅତ୍ୟାଗ୍ଭର କଲେ, ଅନାଥ ଓ ବିଧବା ପ୍ରତି ଅନ୍ୟାୟ କରିଅଛନ୍ତି। ତୁମ୍ଭେ ଆମ୍ଭ ପବିତ୍ର ବସ୍ତୁଗୁଡ଼ିକୁ ତୁଚ୍ଛ କରିଅଛ ଓ ଆମ୍ଭର ବିଶ୍ରାମ ଦିନଗୁଡ଼ିକୁ ଅପବିତ୍ର କରିଅଛ। ରକ୍ତପାତ କରିବାକୁ ନିନ୍ଦକମାନେ ତୁମ୍ଭ ମଧ୍ୟରେ ଏଠାରେ ରହିଅଛନ୍ତି। ତୁମ୍ଭମାନଙ୍କ ମଧ୍ୟରୁ ଲୋକମାନେ ଉଚ୍ଚ ପର୍ବତରେ ମୂର୍ତ୍ତିମାନଙ୍କୁ ଉତ୍ସର୍ଗମାନ ଅର୍ପଣ କଲେ ଏବଂ ପବିତ୍ର ସ୍ଥାନର ବଳିଦାନ କରି ଭୋଜନ କରିଅଛନ୍ତି,

“‘ଏବଂ ଲୋକମାନେ ତୁମ୍ଭ ସହିତ ଅଛନ୍ତି, ଯିଏ ଶାରୀରିକ ପାପକର୍ମରେ ଅନ୍ତର୍ଭୁକ୍ତ ଅଟନ୍ତି। 10 ତୁମ୍ଭ ମଧ୍ୟରେ ଲୋକମାନେ ନିଜ ନିଜ ପିତାର ପତ୍ନୀ ସହିତ ଯୌନ ସମ୍ପର୍କ ରଖିଛନ୍ତି। ଏବଂ ତୁମ୍ଭ ଗୋଷ୍ଠୀରେ ଲୋକମାନେ ଅଛନ୍ତି, ଯିଏ ନାରୀମାନଙ୍କୁ ପାଶବିକ ଅତ୍ୟାଗ୍ଭର ଏମିତକି ସେମାନଙ୍କର ଋତୁସ୍ରାବ[a] ସମୟରେ ମଧ୍ୟ ଅତ୍ୟାଗ୍ଭର କରନ୍ତି। 11 ପୁଣି କେହି କେହି ନିଜ ପ୍ରତିବାସୀର ସ୍ତ୍ରୀ ସହ ପାପକର୍ମ କରିଅଛନ୍ତି, ଆଉ କେହି ଲମ୍ଫଟାଚରଣ କରି ନିଜର ପୁତ୍ରବଧୂକୁ ଅଶୁଚି କରିଅଛନ୍ତି, ପୁଣି କେହି ନିଜର ପିତୃକନ୍ୟା ଭଗିନୀକୁ ବଳାତ୍କାର କରିଛନ୍ତି। 12 “‘ତୁମ୍ଭମାନଙ୍କ ମଧ୍ୟରେ ଲୋକମାନେ ରକ୍ତପାତ କରିବା ପାଇଁ ଲାଞ୍ଚ ନେଇଛନ୍ତି। ତୁମ୍ଭେ ସୁଧ ନେଇ ଋଣ ଦେଇଅଛ ଏବଂ ତୁମ୍ଭେ ଲୋଭରେ ଉପଦ୍ରବ କରି ଆପଣା ପ୍ରତିବାସୀଠାରୁ ଲାଭ ନେଇଅଛ। ତୁମ୍ଭେ ମୋତେ ପାଶୋରି ଯାଇଅଛ।’ ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।

13 “‘ମୁଁ ତୁମ୍ଭର ଅନ୍ୟାୟ ଲାଭ ଓ ତୁମ୍ଭ ମଧ୍ୟରେ ଯେଉଁ ରକ୍ତପାତ ହେଉଅଛି, ସେଥିପାଇଁ ତୁମ୍ଭକୁ ଦଣ୍ଡ ଦେବି। 14 ମୁଁ ଯେଉଁ ଦିନ ତୁମ୍ଭର ଶାସ୍ତି ବିଧାନ ପାଇଁ ବିଗ୍ଭର କରିବି, ସେଦିନ ତୁମ୍ଭର ହୃଦୟ ଓ ଶକ୍ତି ସହିପାରିବ କି? ମୁଁ ସଦାପ୍ରଭୁ ଏହା କହିଅଛି ଓ ଏହା ମୁଁ ସିଦ୍ଧ କରିବି। 15 ଏବଂ ମୁଁ ଅନ୍ୟାନ୍ୟ ଜାତିଗଣ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିବି ଓ ନାନା ଦେଶରେ ତୁମ୍ଭକୁ ନିକ୍ଷେପ କରିବି। ଏବଂ ଏହି ନଗରରୁ ଅପବିତ୍ରତା ସମ୍ପୂର୍ଣ୍ଣ ଭାବରେ ଦୂର କରିବି। 16 କିନ୍ତୁ ହେ ଯିରୁଶାଲମ, ତୁମ୍ଭେ ସମସ୍ତ ଜାତିଗଣ ସାକ୍ଷାତରେ ନିଜ କର୍ମ ଯୋଗୁଁ ଅପବିତ୍ର ହେବ। ତାହାହେଲେ ମୁଁ ଯେ ସଦାପ୍ରଭୁ ଏହା ତୁମ୍ଭେ ଜାଣିବ।’”

ଇସ୍ରାଏଲ ଏକ ମୂଲ୍ୟହୀନ ଖାଦ ସଦୃଶ

17 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 18 “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲ ବଂଶ ଆମ୍ଭ ନିକଟରେ ଖାଦ ସ୍ୱରୂପ ହୋଇଅଛନ୍ତି। ସେ ସମସ୍ତ ଉହ୍ମେଇ ମଧ୍ୟରେ ପିତ୍ତଳ, ଦସ୍ତା, ଲୁହା ଓ ସୀସା ସ୍ୱରୂପ ହୋଇଅଛନ୍ତି। ସେମାନେ ରୂପାର ଖାଦ ସ୍ୱରୂପ। 19 ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ ସମସ୍ତେ ଖାଦ ସ୍ୱରୂପ ହୋଇଅଛ, ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଯିରୁଶାଲମର ମଧ୍ୟରେ ଏକତ୍ର କରିବା। 20 ଯେପରି ଲୋକମାନେ ଉହ୍ମେଇ ମଧ୍ୟରେ ରୂପା, ପିତ୍ତଳ, ଲୁହା, ସୀସା ଓ ଦସ୍ତା ଏକତ୍ର କରି ତରଳାଇବା ପାଇଁ ତହିଁ ଉପରେ ଅଗ୍ନି ରଖି ଫୁଙ୍କନ୍ତି। ସେହିପରି ଆମ୍ଭେ ତୁମ୍ଭମାନଙ୍କୁ ଆପଣା କ୍ରୋଧ ଓ ଆପଣା କୋପରେ ଏକତ୍ର କରି ସେ ସ୍ଥାନରେ ରଖିବା ଓ ତୁମ୍ଭମାନଙ୍କୁ ଜାଣିବା। 21 ଆଉ ଆମ୍ଭେ ତୁମ୍ଭମାନଙ୍କୁ ଏକତ୍ର କରି ଆପଣା କ୍ରୋଧାଗ୍ନିରେ ତୁମ୍ଭମାନଙ୍କୁ ଫୁଙ୍କିବା, ତହିଁରେ ତୁମ୍ଭେମାନେ ତରଳି ଯିବ। 22 ଯେପରି ରୂପା ଗୋଟିଏ ଉହ୍ମାଇରେ ତରଳା ହୋଇଥାଏ ମୁଁ ତୁମ୍ଭଙ୍କୁ ନଗରରେ ତରଳାଇବି। ତେଣୁ ତୁମ୍ଭେମାନେ ଅନୁଭବ କରିବ ଯେ, ମୁଁ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ଆପଣା କ୍ରୋଧ ପ୍ରକାଶ କରିଛି।’”

ଯିହିଜିକଲ ଯିରୁଶାଲମ ବିପକ୍ଷରେ କହନ୍ତି

23 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 24 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଦେଶକୁ କୁହ, ତୁମ୍ଭେ ଏକ ଦେଶ ଯାହାକୁ କେବେ ପବିତ୍ର କରାଯାଇ ନାହିଁ। ସେଠାରେ ବର୍ଷା ଅସରାଏ ହୋଇ ନାହିଁ। 25 ତାହାର ଭବିଷ୍ୟ‌ଦ୍‌ବକ୍ତାମାନେ ସେଠାରେ ଚକ୍ରାନ୍ତ କରିଛନ୍ତି। ସେମାନେ ପ୍ରାଣୀମାନଙ୍କୁ ହତ୍ୟା କରିବାକୁ ଉତ୍ସୁକ ଗର୍ଜନକାରୀ ସିଂହ ସଦୃଶ। ସେମାନେ ଲୋକମାନଙ୍କୁ ଶୋଷଣ କରନ୍ତି, ସେମାନେ ମୂଲ୍ୟବାନ ଓ ବହୁମୂଲ୍ୟ ବସ୍ତ୍ର ହରଣ କରନ୍ତି; ସେମାନେ ବହୁ ମହିଳାଙ୍କୁ ବିଧବା କରିଅଛନ୍ତି।

26 “ଯାଜକମାନେ ମୋର ବ୍ୟବସ୍ଥା ଅବମାନନା କରିଛନ୍ତି ଓ ସେମାନେ ମୋର ପବିତ୍ର ବସ୍ତୁସବୁକୁ ଅପବିତ୍ର କରିଅଛନ୍ତି। ସେମାନେ ପବିତ୍ର ଓ ଅପବିତ୍ର ମଧ୍ୟରେ କିଛି ପ୍ରଭେଦ ରଖି ନାହାନ୍ତି, ସେମାନେ ଶୁଚି ବସ୍ତୁକୁ ଅଶୁଚି ମନେ କରନ୍ତି ଓ ଏ ବିଷୟରେ ଲୋକଙ୍କୁ ଶିଖାନ୍ତି ନାହିଁ। ଏବଂ ସେମାନେ ମୋର ବିଶ୍ରାମ ଦିନଗୁଡ଼ିକ ହେୟଜ୍ଞାନ କରନ୍ତି। ଏବଂ ମୁଁ ସେମାନଙ୍କ ପାଖରେ ନିକୃଷ୍ଟ ହୋଇଛି।

27 “ତା'ର ଅଧିପତିଗଣ ଗଧିଆ ସଦୃଶ ପ୍ରାଣୀମାନଙ୍କୁ ବିଦୀର୍ଣ୍ଣ କଲାପରି ଅନ୍ୟାୟ ଲାଭର ଚେଷ୍ଟାରେ ରକ୍ତପାତ କରି ପ୍ରାଣୀମାନଙ୍କୁ ବିନାଶ କରନ୍ତି।

28 “ଭବିଷ୍ୟ‌ଦ୍‌ବକ୍ତାମାନେ ଏପରି ଆଚରଣକୁ ଠିକ୍ ବୋଲି ପ୍ରମାଣ କରିବାକୁ କହନ୍ତି। ସେମାନେ ମିଥ୍ୟା ଦର୍ଶନ ପାଆନ୍ତି ଓ ମିଥ୍ୟା ଭବିଷ୍ୟ‌ଦ୍‌ବାଣୀ କରି କହନ୍ତି, ‘ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି,’ ଯେତେବେଳେ ସଦାପ୍ରଭୁ କିଛି କହି ନ ଥା’ନ୍ତି।

29 “ସାଧାରଣ ଲୋକେ ପରସ୍ପର ପ୍ରତି ଅତ୍ୟାଗ୍ଭର କରନ୍ତି ଓ ଗ୍ଭେରି କରନ୍ତି, ସେମାନେ ଗରିବ ଓ ଦୀନହୀନମାନଙ୍କୁ ଠକନ୍ତି। ସେମାନେ ବିଦେଶୀମାନଙ୍କୁ ସେମାନଙ୍କ ମଧ୍ୟରେ ବସବାସ କରୁଥିବା ନ୍ୟାୟରୁ ବଞ୍ଚିତ କରି ଅତ୍ୟାଗ୍ଭର କରନ୍ତି।

30 “ପୁଣି ଦେଶ ଯେପରି ବିନଷ୍ଟ ନ ହେବ ସେଥିପାଇଁ ଯେ ସୁଦୃଢ଼ ପ୍ରାଚୀର କରି ପାରିବ ଓ ଫାଟ ସ୍ଥାନରେ ଆମ୍ଭ ସମ୍ମୁଖରେ ଦେଶ ସପକ୍ଷରେ ଠିଆ ହେବ, ଏପରି ଏକ ଲୋକକୁ ଆମ୍ଭେ ଅନ୍ୱେଷଣ କଲୁ। ମାତ୍ର ଜଣେ ସୁଦ୍ଧା ପାଇଲୁ ନାହିଁ। 31 ଏଣୁ ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ପ୍ରକାଶ କରିଅଛୁ ଓ ଆପଣା କୋପାଗ୍ନିରେ ସେମାନଙ୍କୁ ସଂହାର କରିଅଛୁ। ସେମାନଙ୍କର ନିଜ କର୍ମର ଫଳ ସେମାନେ ନିଜେ ଭୋଗିଛନ୍ତି।” ଏହା ମୋର ପ୍ରଭୁ ସଦାପ୍ରଭୁ କହନ୍ତି

Odia Holy Bible: Easy-to-Read Version (ERV-OR)

2010 by World Bible Translation Center