Beginning
18 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 2 “ତୁମ୍ଭେମାନେ ଇସ୍ରାଏଲ ଦେଶ ବିଷୟରେ ଯେତେବେଳେ ଏହି ପ୍ରବାଦଟି ବ୍ୟବହାର କର ଏହାର ଅର୍ଥ କ’ଣ?
‘ପିତାଗଣ ଅଙ୍ଗୁର ଖାଇଲେ
ଏବଂ ସେମାନଙ୍କର ପୁତ୍ରମାନଙ୍କର ଦାନ୍ତ ଯନ୍ତ୍ରଣା କରେ।’”
3 କିନ୍ତୁ ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ମୁଁ ଜୀବିତ ଥିବା ଯାଏ ତୁମ୍ଭେମାନେ ଇସ୍ରାଏଲ ମଧ୍ୟରେ ଏହି ପ୍ରବାଦକୁ ଆଉ ବ୍ୟବହାର କରିବ ନାହିଁ। 4 ଆଉ ସମସ୍ତଙ୍କର ଜୀବନ ମୋର ଅଟେ। ପିତାର ପ୍ରାଣ ଯେପରି ପୁତ୍ରର ପ୍ରାଣ ମଧ୍ୟ ସେପରି। ଏବଂ ଯେଉଁ ବ୍ୟକ୍ତି ପାପ କରେ ସେ ମରିବ।
5 “ଯଦି ଜଣେ ମନୁଷ୍ୟ ଧାର୍ମିକ ହୁଏ, ତେବେ ନ୍ୟାୟ ଓ ଯଥାର୍ଥ କରେ। 6 ଏବଂ ସେ ପର୍ବତଗୁଡ଼ିକ ଉପରେ ଦିଆଯାଇଥିବା ବଳି ଭୋଜନ କରେ ନାହିଁ ଏବଂ ଇସ୍ରାଏଲ ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରେ ନାହିଁ। ଆପଣା ପ୍ରତିବାସୀର ସ୍ତ୍ରୀ ପ୍ରତି ପାପ କରି ନାହିଁ କିମ୍ବା ନିଜ ସ୍ତ୍ରୀର ରଜସ୍ୱଳା ସମୟରେ ତା’ ସହିତ ସହବାସ କରି ନାହିଁ। 7 ସେ କାହାରି ପ୍ରତି ଅନ୍ୟାୟ କରି ନାହିଁ। ଆଉ ସେ ଋଣଗ୍ରହୀତାକୁ ତା'ର ବନ୍ଧକ ଫେରାଇ ଦେଇଛି। ସେ ତାହାର କିଛି ଗ୍ଭେରି କରି ନାହିଁ। ସେ ଆପଣାର ଭକ୍ଷ୍ୟ ଦ୍ରବ୍ୟକୁ କ୍ଷୁଧାର୍ତ୍ତକୁ ଦେଇଅଛି ଓ ଉଲଗ୍ନ ଲୋକକୁ ବସ୍ତ୍ର ଦେଇଅଛି। 8 ସେ ଋଣ ଦେଇ ସୁଧ ନେଇ ନାହିଁ କିମ୍ବା ସୁଧ ଦାବି କରି ନାହିଁ। ସେ ମନ୍ଦରୁ ଦୂରରେ ରହେ ଏବଂ ସମସ୍ତଙ୍କୁ ଉତ୍ତମ ବ୍ୟବହାର କରେ। 9 ସେ ମୋ’ ନିୟମାନୁସାରେ ଜୀବନ ଧାରଣ କରେ ଏବଂ ମୋ’ ନିୟମ ଅନୁସାରେ ଯାହା ଯଥାର୍ଥ ତାହା ଅନୁସରଣ କରେ।” ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ସେହି ମନୁଷ୍ୟ ଧାର୍ମିକ ଅଟେ, ସେ ନିଶ୍ଚିତଭାବରେ ବଞ୍ଚିବ।”
10 “ଏବଂ ଯଦି ସେହି ଧାର୍ମିକ ବ୍ୟକ୍ତିର ପୁତ୍ର ଡକାୟତି ଓ ରକ୍ତପାତ ଓ ଏଥିମଧ୍ୟରୁ ଅନୁସରଣ କରେ। 11 ଯଦିଓ ତା'ର ବାପା ଏଗୁଡ଼ିକ ମଧ୍ୟରୁ କୌଣସିଟି କଲା ନାହିଁ। ପର୍ବତ ଉପରେ ମୂର୍ତ୍ତିଗୁଡ଼ିକୁ ଉତ୍ସର୍ଗ କରାଯାଇଥିବା ଜିନିଷ ଖାଆନ୍ତି ଏବଂ ଆପଣା ପ୍ରତିବାସୀର ସ୍ତ୍ରୀ ସହିତ ବ୍ୟଭିଗ୍ଭର କରେ, 12 ଏବଂ ସେ ଯଦି ଦରିଦ୍ର ଦୀନହୀନ ପ୍ରତି ଅନ୍ୟାୟ କରେ, ଗ୍ଭେରି କରେ ଓ ବନ୍ଧକ ଦ୍ରବ୍ୟ ଫେରାଏ ନାହିଁ ଓ ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରେ। 13 ଏବଂ ଘୃଣ୍ୟ କର୍ମ କରେ, ଋଣ ଦେଇ ସୁଧ ଆଦାୟ କରେ, ସେ ବଞ୍ଚିବ କି? ନିଶ୍ଚିତ ଭାବରେ ନୁହେଁ। ସେ ନିଶ୍ଚିତ ଭାବରେ ମରିବ କାରଣ ସେ ସବୁ ଘୃଣ୍ୟ କାର୍ଯ୍ୟ କରେ। ଏବଂ ସେ ତା'ର ନିଜର ମୃତ୍ୟୁ ପାଇଁ ଦାୟୀ ରହିବ।
14 “ଏବଂ କୁହ ତା'ର ମଧ୍ୟ ଗୋଟିଏ ପୁତ୍ର ଅଛି, ଯିଏ କି ତା'ର ପିତା କରିଥିବା ସମସ୍ତ ପାପ ଦେଖେ ଏବଂ ଯଦିଓ ସେ ସେଗୁଡ଼ିକୁ ଦେଖେ ସେ ଠିକ୍ ସେହିପରି କାର୍ଯ୍ୟ କରେ ନାହିଁ। 15 ସେ ପର୍ବତ ଉପରେ ମୂର୍ତ୍ତିଗୁଡ଼ିକ ପାଖରେ ଉତ୍ସର୍ଗ ହୋଇଥିବା ଦ୍ରବ୍ୟ ଖାଏ ନାହିଁ ଓ ଇସ୍ରାଏଲର ମୂର୍ତ୍ତିଗୁଡ଼ିକ ପ୍ରତି ଦୃଷ୍ଟିପାତ କରେ ନାହିଁ କିମ୍ବା ଆପଣା ପ୍ରତିବାସୀ ସ୍ତ୍ରୀ ସହିତ ବ୍ୟଭିଗ୍ଭର କରେ ନାହିଁ। 16 ସେ ଲୋକଙ୍କ ପ୍ରତି ଅନ୍ୟାୟ ଆଚରଣ କରେ ନାହିଁ, କୌଣସି ବନ୍ଧକ ଦ୍ରବ୍ୟ ଗ୍ରହଣ କରେ ନାହିଁ, ଗ୍ଭେରି କରେ ନାହିଁ କିନ୍ତୁ କ୍ଷୁଧାର୍ତ୍ତକୁ ନିଜର ଖାଦ୍ୟ ପ୍ରଦାନ କରେ ଓ ଉଲଗ୍ନକୁ ବସ୍ତ୍ର ଦିଏ। 17 ସେ ଦୀନଦରିଦ୍ରକୁ ସାହାଯ୍ୟ କରେ, ସୁଧ ନ ନେଇ ଲୋକଙ୍କୁ ସେ ଯଦି ଋଣ ଦିଏ, ଆଉ ଆମ୍ଭର ଶାସନ ସକଳ ବିଧି ଅନୁସରଣ କରେ ଓ ମୋର ନୀତି ନିୟମ ଅନୁସାରେ ଜୀବନ ଧାରଣ କରେ, ସେ ଆପଣା ପିତାର ପାପ ସକାଶେ ମରିବ ନାହିଁ, ସେ ନିଶ୍ଚୟ ବଞ୍ଚିବ। 18 ତା'ର ପିତା, କାରଣ ସେ ତାଙ୍କର ନିଜ ଲୋକମାନଙ୍କ ମଧ୍ୟରୁ ଜଣେ ଭାଇ ପ୍ରତି ଅତ୍ୟାଗ୍ଭର କଲା ଓ ତା'ଠାରୁ ଗ୍ଭେରି କରେ କାରଣ ସେ, ଯାହା ସମାଜରେ ଭଲ ତାହା କଲା ନାହିଁ। ତା'ର ଦୋଷ କାରଣରୁ ସେ ମୃତୁବରଣ କରିବ।
19 “କିନ୍ତୁ ତୁମ୍ଭେ ପଗ୍ଭରୁଛ, ‘ପିତାର ପାପର ଦଣ୍ଡ ତା'ର ପୁତ୍ର କାହିଁକି ବହନ ନ କରିବ?’ କାରଣ ଯାହା ନ୍ୟାୟ ଓ ଯଥାର୍ଥ ସେ କରେ ଏବଂ ମୋ’ ନିୟମ ମାନେ ଓ ପ୍ରୟୋଗ କରେ। ସେ ନିଶ୍ଚୟ ଭାବରେ ବଞ୍ଚିବ। 20 କେବଳ ପାପୀମାନେ ମୃତ୍ୟୁବରଣ କରିବେ। ପୁତ୍ର ପିତାର ପାପର ଦଣ୍ଡସବୁ ବହନ କରିବ ନାହିଁ କିମ୍ବା ପିତା ପୁତ୍ରର ପାପର ଦଣ୍ଡସବୁ ବହନ କରିବ ନାହିଁ। ଜଣେ ଧାର୍ମିକ ବ୍ୟକ୍ତିର ଧାର୍ମିକତା ହିସାବ କରାଯିବ ଓ ଦୁଷ୍ଟର ଦୁଷ୍ଟତା ହିସାବ କରାଯିବ।
21 “ଏବଂ ଦୁଷ୍ଟ ଲୋକ ଯେବେ ପାପ ପଥରୁ ବିରତ ହୁଏ, ମୋର ବିଧି ସକଳ ପାଳନ କରେ ଓ ନ୍ୟାୟ ଏବଂ ଧର୍ମାଚରଣ କରେ ତେବେ ସେ ନିଶ୍ଚୟ ବଞ୍ଚିବ, ସେ ମରିବ ନାହିଁ। 22 ତା'ର କୌଣସି ପାପ ସ୍ମରଣ କରାଯିବ ନାହିଁ। ସେ ତା'ର ଧାର୍ମିକତା ଯୋଗୁଁ ବଞ୍ଚିବ।”
23 ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ଦୁଷ୍ଟର ମରଣରେ ଆମ୍ଭର ସନ୍ତୋଷ ନ ଥାଏ। ବରଂ ସେ ଆପଣା କୁପଥରୁ ଫେରି ବଞ୍ଚୁ, ଏଥିରେ ଆମ୍ଭର ସନ୍ତୋଷ ରହିଛି।
24 “କିନ୍ତୁ ଯଦି ଜଣେ ଧାର୍ମିକ ବ୍ୟକ୍ତି ତା'ର ଧାର୍ମିକତାରୁ ବିରତ ହୁଏ ଏବଂ ଦୁଷ୍ଟ ଲୋକର ସମସ୍ତ ଜଘନ୍ୟ କାର୍ଯ୍ୟ କରେ, ସେ ବଞ୍ଚିବ କି? ତା'ର (ଆଗରୁ କରିଥିବା) ଧାର୍ମିକତା କାର୍ଯ୍ୟସବୁ ହିସାବକୁ ନିଆଯିବ ନାହିଁ। ତା'ର ବର୍ତ୍ତମାନର ପାପ ଯୋଗୁଁ ସେ ନିଶ୍ଚିତ ଭାବରେ ମରିବ।
25 “କିନ୍ତୁ ତୁମ୍ଭେ କୁହ, ‘ସଦାପ୍ରଭୁ ନ୍ୟାୟପୂର୍ଣ୍ଣ ନୁହନ୍ତି।’ ହେ ଇସ୍ରାଏଲର ପୁତ୍ରଗଣ, ଶୁଣ, ମୁଁ ନ୍ୟାୟ ଅଟେ। କିନ୍ତୁ ତୁମ୍ଭେମାନେ ଯିଏ ନ୍ୟାୟ ନୁହଁ। 26 ଯଦି ଜଣେ ଧାର୍ମିକ ଲୋକ ତା'ର ଧର୍ମାଚରଣରୁ ବିରତ ହୁଏ ଏବଂ ଯାହା ମନ୍ଦ ତାହା କରେ, ସେ ଏହି କାରଣରୁ ମରିବ। 27 ଦୁଷ୍ଟଲୋକ ଯେତେବେଳେ ନିଜ ଦୁଷ୍ଟତାରୁ ବିରତ ହୋଇ ନ୍ୟାୟ ଓ ଧର୍ମାଚରଣ କରେ ସେତେବେଳେ ସେ ନିଜର ଜୀବନ ରକ୍ଷା କରିବ ଓ ବଞ୍ଚିବ। 28 ସେ ତା'ର ମନ୍ଦ ଆଚରଣକୁ ବିବେଚନା କରେ ଏବଂ ଦୋଷ କରିବା ବନ୍ଦ କରେ, ଯାହା କରିବାରେ ସେ ଅଭ୍ୟସ୍ତ ଥାଏ। ତେବେ ସେ ବଞ୍ଚିବ, ସେ ମୃତ୍ୟୁବରଣ କରିବ ନାହିଁ।”
29 କିନ୍ତୁ ଇସ୍ରାଏଲର ଲୋକମାନେ କହନ୍ତି, “ସଦାପ୍ରଭୁ ନ୍ୟାୟପୂର୍ଣ୍ଣ ନୁହନ୍ତି।”
ପରମେଶ୍ୱର କହନ୍ତି, “ମୁଁ ନ୍ୟାୟପୂର୍ଣ୍ଣ ଅଟେ! ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଯଥାର୍ଥ ନୁହଁ। 30 ତେଣୁ ହେ ଇସ୍ରାଏଲର ଲୋକମାନେ, ମୁଁ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକର ଆଗ୍ଭର ବ୍ୟବହାରାନୁସାରେ ବିଗ୍ଭର କରିବି।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି। ଆଉ “ତୁମ୍ଭେମାନେ ଆମ୍ଭ ନିକଟକୁ ଫେରି ଆସ ଓ ନିଜର ସମସ୍ତ ଅପରାଧରୁ ବିମୁଖ ହୁଅ। ତାହାହେଲେ ପାପ ତୁମ୍ଭମାନଙ୍କର ବିନାଶର କାରଣ ହେବ ନାହିଁ। 31 ତୁମ୍ଭେମାନେ ତୁମ୍ଭମାନଙ୍କର ସମସ୍ତ ପାପ ଦୂର କରିଦିଅ। ନିଜର ଅନ୍ତଃକରଣ ଓ ଆତ୍ମାକୁ ନୂତନ ଭାବରେ ପ୍ରସ୍ତୁତ କର। ଆଉ ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ନିଜେ ତୁମ୍ଭମାନଙ୍କର ମୃତ୍ୟୁର କାରଣ ହୁଅ ନାହିଁ। 32 ଆମ୍ଭେ ତୁମ୍ଭର ମୃତ୍ୟୁ ଗ୍ଭହୁଁ ନାହୁଁ, ଏଣୁ ଆମ୍ଭ ନିକଟକୁ ଫେରି ଆସ ଓ ବଞ୍ଚି ରୁହ।” ଏହା ମୋର ପ୍ରଭୁ ସଦାପ୍ରଭୁ କହନ୍ତି।
19 ଅନନ୍ତର ପରମେଶ୍ୱର ମୋତେ କହିଲେ, “ତୁମ୍ଭେ ଇସ୍ରାଏଲର ଅଧିପତିମାନଙ୍କ ବିଷୟରେ ଏହି ଦୁଃଖ ସଙ୍ଗୀତ ଗାନ କର।
2 “‘ତୁମ୍ଭର ମା ଗୋଟିଏ ସିଂହୀ ପରି ଥିଲା
ଓ ସିଂହଗଣ ମଧ୍ୟରେ ଶୟନ କଲା।
ସେ ପୁଣି ଯିବା ସିଂହଗଣ ମଧ୍ୟରେ ଶୟନ କରି
ଅନେକ ଛୁଆ ପ୍ରତିପାଳନ କଲା।
3 ସେହି ପ୍ରତିପାଳିତ ଛୁଆମାନଙ୍କ ମଧ୍ୟରୁ
ଗୋଟିଏ ଛୁଆ ଯୁବା ସିଂହ ହେଲା।
ସେ ମୃଗୟା କରିବା ଶିଖିଲା
ଓ ସେ ମନୁଷ୍ୟମାନଙ୍କୁ ଗ୍ରାସ କଲା।
4 “‘ନାନା ଦେଶୀୟମାନେ ତାହା ବିଷୟରେ ଶୁଣିଲେ
ଓ ସେମାନେ ତାକୁ ଯନ୍ତାରେ ଧରିଲେ।
ସେମାନେ ତା’ ପାଟିରେ ଅଙ୍କୁଶ ଦେଇ
ତାହାକୁ ମିଶରକୁ ଆଣିଲେ।
5 “‘ତା'ର ମାତା ଆଶା କରିଥିଲା ସେହି ଯୁବା ସିଂହ ଅଧିପତି ହେବ,
ମାତ୍ର ତା'ର ସେ ଆଶା ବିଫଳ ହେଲା।
ତେଣୁ ସେ ଆପଣା ଛୁଆମାନଙ୍କ ମଧ୍ୟରୁ
ଆଉ ଗୋଟିକୁ ନେଇ ତାକୁ ଯୁବାସିଂହ କଲା।
6 ପୁଣି ସେ ଅନ୍ୟ ସିଂହମାନଙ୍କ ସହିତ ବିଚରଣ କରି
ଯୁବା ସିଂହ ହୋଇ ଉଠିଲା।
ସେ ମୃଗୟା କରିବା ଶିଖିଲା
ଓ ମନୁଷ୍ୟମାନଙ୍କୁ ଗ୍ରାସ କଲା।
7 ସେ ସେମାନଙ୍କର ଅଟ୍ଟାଳିକାସବୁ ଆକ୍ରମଣ କଲା ଓ ସେମାନଙ୍କର ନଗରସବୁ ଧ୍ୱଂସ କଲା।
ଆଉ ତାହାର ଗର୍ଜନ ଶବ୍ଦ ଶୁଣି ଦେଶର ପ୍ରତ୍ୟେକ ଭୟଭୀତ ହୋଇ ପଡ଼ିଲେ।
8 ତାହାର ଚତୁର୍ଦ୍ଦିଗରେ ବାସ କରୁଥିବା ଦେଶବାସୀମାନେ ତା’ ବିରୁଦ୍ଧରେ ଏକ ଜାଲ ବିଛାଇଲେ
ଓ ସେହି ଜାଲରେ ତାକୁ ଧରିଲେ।
9 ଆଉ ସେମାନେ ତାକୁ ଅଙ୍କୁଶ ଦ୍ୱାରା ପିଞ୍ଜରାରେ ରଖି
ବାବିଲ ରାଜା ନିକଟକୁ ନେଇଗଲେ।
ଇସ୍ରାଏଲର ପର୍ବତ ସମୂହର ତାହାର ହୁଙ୍କାର ଶବ୍ଦ ଆଉ ଶୁଣା ନ ଯାଉ,
ଏଥିପାଇଁ ସେମାନେ ତାହାକୁ ଦୃଢ଼ ଗଡ଼ ମଧ୍ୟକୁ ନେଇଗଲେ।
10 “‘ତୁମ୍ଭର ମାତା ଜଳରାଶି ନିକଟରେ
ରୋପିତ ଦ୍ରାକ୍ଷାଲତା ସ୍ୱରୂପ ଥିଲା।
ଅଗାଧ ଜଳ ଯୋଗୁଁ ସେ ଫଳବତୀ
ଓ ଶାଖାରେ ପରିପୂର୍ଣ୍ଣ ଥିଲା।
11 ରାଜଦଣ୍ଡ ହେବା ନିମନ୍ତେ
ତାହାର ଶାଖାସବୁ ଦୃଢ଼ ହୋଇଥିଲା।
ଗହଳ ପତ୍ରଯୁକ୍ତ ହୋଇ
ସେସବୁ ଦୀର୍ଘତାରେ ବହୁ ଉଚ୍ଚ ହେଲା।
ଆଉ ଉଚ୍ଚତାରେ ତାହା ମେଘକୁ ସ୍ପର୍ଶ କଲା।
12 ମାତ୍ର ତାହା କୋପରେ ଉତ୍ପାଟିତ ହୋଇ ଭୂମିରେ ନିକ୍ଷିପ୍ତ ହେଲା
ଓ ପୂର୍ବୀୟ ପବନ ତାହାର ଫଳକୁ ଶୁଷ୍କ କଲା।
ତାହାର ଦୃଢ଼ ଶାଖାସବୁ ଭଗ୍ନ ଓ ଶୁଷ୍କ ହୋଇଗଲା।
ଅଗ୍ନି ସେସବୁକୁ ଗ୍ରାସ କଲା।
13 “‘ବର୍ତ୍ତମାନ ପୁଣି ସେହି ଦ୍ରାକ୍ଷାଲତା ନିର୍ଜଳ
ଓ ଶୁଷ୍କ ଭୂମିରେ ରୋପିତ ହୋଇଅଛି।
14 ତାହାର ଏକ ବୃହତ୍ ଶାଖାରୁ ଅଗ୍ନି ନିର୍ଗତ ହୋଇ
ସେହି ଦ୍ରାକ୍ଷାଲତାକୁ ଓ ତାହାର ଫଳକୁ ଗ୍ରାସ କରିଅଛି।
ଏଣୁ ରାଜଦଣ୍ଡ ପାଇଁ ତାହାର
ଗୋଟିଏ ହେଲେ ଦୃଢ଼ ଶାଖା ନାହିଁ।’
ଏହା ବିଳାପର ବିଷୟ ଅଟେ ଓ ବିଳାପଜନକ ହେବ।”
20 ଅନନ୍ତର ସପ୍ତମ ବାର୍ଷିକ ପଞ୍ଚମ ମାସର ଦଶମ ଦିନରେ ଇସ୍ରାଏଲ ବଂଶୀୟ ପ୍ରାଚୀନବର୍ଗଙ୍କ ମଧ୍ୟରୁ କେତେ ଜଣ ସଦାପ୍ରଭୁଙ୍କ ପରାମର୍ଶ ନିମନ୍ତେ ଆସି ମୋ’ ସମ୍ମୁଖରେ ବସିଲେ।
2 ସେହି ସମୟରେ ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 3 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲ ପ୍ରାଚୀନବର୍ଗଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ତେଣୁ ତୁମ୍ଭେମାନେ ମୋ’ ବିଷୟରେ ତଦାରଖ କରିବାକୁ ଆସିଅଛ? ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ କିଛି ପଗ୍ଭରିବାକୁ ଦେବି ନାହିଁ।’ 4 ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ ସେମାନଙ୍କର ବିଗ୍ଭର କରିବ? ସେମାନଙ୍କର ପିତୃପୁରୁଷମାନଙ୍କର ଘୃଣାଯୋଗ୍ୟ କ୍ରିୟାସବୁ ସେମାନଙ୍କୁ ଜ୍ଞାତ କରାଅ। 5 ଏବଂ ସେମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, ମୁଁ ଯେତେବେଳେ ଇସ୍ରାଏଲକୁ ମନୋନୀତ କଲି ଓ ଯାକୁବର ପୁତ୍ରମାନଙ୍କ ଉପରେ ଆପଣା ହସ୍ତ ବିସ୍ତାର କଲି ଏବଂ ମିଶରରେ ସେମାନଙ୍କ ନିକଟରେ ନିଜକୁ ପରିଚିତ କରାଇଲି, ମୁଁ ସେମାନଙ୍କ ଉପରେ ହସ୍ତ ବିସ୍ତାର କଲି ଏବଂ ସେମାନଙ୍କ ପକ୍ଷରେ କହିଲି, “ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।” 6 ସେହି ଦିନ ମୁଁ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲି ଓ ସେମାନଙ୍କୁ ଏପରି ଏକ ଦେଶକୁ ନେଇଗଲି ଯେଉଁଠାରେ ଦୁଗ୍ଧ ମଧୁ ପ୍ରଚୁର ଥିଲା ଓ ଯେଉଁ ଦେଶ ସମସ୍ତ ଦେଶ ମଧ୍ୟରେ ଗୌରବମୟ ଥିଲା।
7 “‘ଏବଂ ମୁଁ ସେମାନଙ୍କୁ କହିଲି, ତୁମ୍ଭେମାନେ ଦେଖୁଥିବା ଘୃଣ୍ୟ ଛବିଗୁଡ଼ିକରୁ ମୁକ୍ତି ପାଅ ଏବଂ ମିଶରୀୟମାନଙ୍କ ମୂର୍ତ୍ତି ଦ୍ୱାରା ତୁମ୍ଭେମାନେ ନିଜକୁ ଅପବିତ୍ର କର ନାହିଁ। ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟେ।” 8 କିନ୍ତୁ ସେମାନେ ମୋର ବିରୁଦ୍ଧାଚରଣ କଲେ ଓ ମୋ’ କଥା ଶୁଣିଲେ ନାହିଁ। ସେମାନେ ପ୍ରତ୍ୟେକ ନିଜ ଦୃଷ୍ଟି ସମ୍ମୁଖରୁ ଘୃଣ୍ୟ ଛବିଗୁଡ଼ିକ ଦୂର କଲେ ନାହିଁ, ମିଶରୀୟ ପ୍ରତିମାମାନଙ୍କୁ ପରିତ୍ୟାଗ କଲେ ନାହିଁ। ତେଣୁ ମୁଁ ମିଶର ଦେଶ ମଧ୍ୟରେ ସେମାନଙ୍କୁ ଧ୍ୱଂସ କରିବାକୁ ସେମାନଙ୍କ ପ୍ରତିକୂଳରେ ଆପଣା କୋପ ଢାଳିଲି। 9 କିନ୍ତୁ ମୁଁ ସେମାନଙ୍କୁ ଧ୍ୱଂସ କଲି ନାହିଁ। କାରଣ ସେମାନଙ୍କ ସହିତ ଥିବା ଲୋକମାନଙ୍କ ମଧ୍ୟରେ ମୋର ନାମକୁ କଳୁଷିତ କରିବା ପାଇଁ ମୋତେ ଭଲ ଲାଗିଲା ନାହିଁ, କାରଣ ଯେତେବେଳେ ସମସ୍ତ ଦେଶଗଣ ଦେଖୁଥିଲେ, ସେମାନଙ୍କୁ ମିଶରରୁ ବାହାର କରି ଆଣିବା ଦ୍ୱାରା ମୁଁ ଇସ୍ରାଏଲୀୟମାନଙ୍କଠାରେ ପରିଚିତ ହେଲି। 10 ମୁଁ ଇସ୍ରାଏଲକୁ ମିଶର ଦେଶରୁ ବାହାର କରି ଆଣି ମରୁଭୂମିରେ ରଖିଲି। 11 ତା'ପରେ ଆମ୍ଭେ ସେମାନଙ୍କୁ ଆପଣାର ବିଧି ଦେଲୁ ଓ ଆପଣା ବ୍ୟବସ୍ଥା ସକଳ ଜ୍ଞାତ କରାଇଲୁ। ଯେଉଁ ମଣିଷ ତାହା ପାଳନ କରିବ ସେ ବଞ୍ଚିବ। 12 ଏବଂ ମୁଁ ସେମାନଙ୍କୁ ମୋର ବିଶ୍ରାମ ଦିନ ବିଷୟରେ ସବୁ କହିଲି। ଏହା ମୋର ଓ ସେମାନଙ୍କ ମଧ୍ୟରେ ଚୁକ୍ତିର ଚିହ୍ନ ସ୍ୱରୂପ ଯେଉଁଥିପାଇଁ ସେମାନେ ହୁଏତ ଜାଣିପାରନ୍ତି ଯେ, ମୁଁ ସଦାପ୍ରଭୁ ସେମାନଙ୍କୁ ପବିତ୍ର କଲି।
13 “‘କିନ୍ତୁ ଇସ୍ରାଏଲର ପୁତ୍ରଗଣ ମରୁଭୂମିରେ ମୋ’ ବିରୁଦ୍ଧରେ ଗଲେ। ସେମାନେ ମୋର ବିଧି ପଥରେ ଗ୍ଭଲିଲେ ନାହିଁ ଓ ମୋର ବ୍ୟବସ୍ଥା ସକଳ ଅଗ୍ରାହ୍ୟ କଲେ। ଯାହାକୁ ଯଦି ଜଣେ ମନୁଷ୍ୟ ଅନୁସରଣ କରେ, ତେବେ ସେ ବଞ୍ଚିବ। ଏବଂ ସେମାନେ ମୋର ବିଶ୍ରାମ ଦିନସବୁ କଳୁଷିତ କଲେ। ଏବଂ ସେଥିପାଇଁ ମୁଁ କହିଲି, ମରୁଭୂମିରେ ସେମାନଙ୍କ ବିରୁଦ୍ଧରେ ମୋର କ୍ରୋଧ ଢାଳି ଦେବି ଓ ସେମାନଙ୍କୁ ବିନାଶ କରିବି। 14 କିନ୍ତୁ ମୁଁ ମୋର ନାମକୁ ସେହି ଲୋକମାନଙ୍କ ସମ୍ମୁଖରେ ଭ୍ରଷ୍ଟ କରିବା ପାଇଁ ଗ୍ଭହିଁଲି ନାହିଁ। ଯେଉଁମାନଙ୍କ ଆଗରେ ମୁଁ ସେମାନଙ୍କୁ ମିଶରରୁ ବାହାର କରି ଆଣିଥିଲି। 15 ଦୁଗ୍ଧମଧୁ ପ୍ରବାହିତ ସବୁଠାରୁ ସୁନ୍ଦର ଦେଶସବୁକୁ ସେମାନଙ୍କୁ ନ ଆଣିବା ପାଇଁ ମୁଁ ମରୁଭୂମିରେ ସେମାନଙ୍କ ବିରୁଦ୍ଧରେ ପ୍ରତିଜ୍ଞା କଲି, ଯାହା ମୁଁ ସେମାନଙ୍କୁ ଆଗରୁ ପ୍ରତିଜ୍ଞା କରିଥିଲି।
16 “‘କାରଣ ସେମାନେ ମୋର ବିଧି ସକଳ ମାନିବାକୁ ମନା କଲେ। ସେମାନେ ମୋର ନିୟମ ଅନୁସାରେ ଜୀବନଯାପନ କଲେ ନାହିଁ ଏବଂ ସେମାନେ ମୋର ବିଶ୍ରାମ ଦିନକୁ କଳୁଷିତ କଲେ। ସେମାନେ ଏହିପରି ବ୍ୟବହାର କଲେ, କାରଣ ସେମାନଙ୍କର ହୃଦୟ ସେମାନଙ୍କର ମୂର୍ତ୍ତିଗୁଡ଼ିକ ପ୍ରତି ଅନୁରକ୍ତ ଥିଲା। 17 ତଥାପି ମୁଁ ସେମାନଙ୍କ ପାଇଁ ଦୁଃଖିତ ହେଲି ଓ ସେମାନଙ୍କୁ ବିନାଶ କଲି ନାହିଁ। ସେହି ମରୁଭୂମି ମଧ୍ୟରେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ହତ୍ୟା କଲି ନାହିଁ। 18 ଏବଂ ମରୁଭୂମିରେ ସେମାନଙ୍କର ପୁତ୍ରଗଣଙ୍କୁ କହିଲି, “ତୁମ୍ଭେମାନେ ନିଜ ପିତୃଗଣଙ୍କ ବିଧି ଅନୁସାରେ ଗ୍ଭଲ ନାହିଁ। ସେମାନଙ୍କର ବ୍ୟବସ୍ଥା ସକଳ ମାନ ନାହିଁ, ସେମାନଙ୍କ ପ୍ରତିମାଗଣ ଦ୍ୱାରା ନିଜକୁ ଅଶୁଚି କର ନାହିଁ। 19 ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟେ; ମୋର ବିଧି ରୂପ ପଥରେ ଗ୍ଭଲ ଓ ମୋର ବିଧି ସକଳ ରକ୍ଷା କରି ପାଳନ କର। 20 ଏବଂ ମୋର ବିଶ୍ରାମ ଦିନଗୁଡ଼ିକୁ ପବିତ୍ର ରଖ। ଯାହା ଫଳରେ ସେମାନେ ମୋ’ ଓ ତୁମ୍ଭ ମଧ୍ୟରେ ଚୁକ୍ତିର ଚିହ୍ନ ଦେବେ। ତା'ପରେ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।”
21 “‘କିନ୍ତୁ ଇସ୍ରାଏଲର ଲୋକମାନେ ମୋ’ ବିରୁଦ୍ଧରେ ଗଲେ। ସେମାନେ ମୋର ବିଧି ପାଳନ କଲେ ନାହିଁ କିମ୍ବା ମୋର ବ୍ୟବସ୍ଥା ପାଳନ କଲେ ନାହିଁ। କିନ୍ତୁ ଯଦି କେହି ମୋର ବିଧିସବୁ ଅନୁସରଣ କରେ ସେ ବଞ୍ଚିବ। ଏବଂ ଅଧିକନ୍ତୁ ସେମାନେ ମୋର ବିଶ୍ରାମ ଦିନସବୁ କଳୁଷିତ କଲେ। ତେଣୁ ମୁଁ କହିଲି ଯେ, ମୋର କ୍ରୋଧ ସେମାନଙ୍କ ଉପରେ ଢାଳି ଦେବି ଏବଂ ପୁରାମାତ୍ରାରେ ମୋର କୋପ ସେମାନଙ୍କ ବିରୁଦ୍ଧରେ ପ୍ରକାଶ କରିବି। 22 କିନ୍ତୁ ମୁଁ ନିଜକୁ କ୍ଷାନ୍ତ କଲି, କାରଣ ମୋର ନାମ ପାଖାପାଖି ଦେବତାମାନଙ୍କ ଦ୍ୱାରା ଉପହାସିତ ନ ହେଉ ବୋଲି ମୁଁ ଗ୍ଭହିଁଲି। ଯେଉଁମାନଙ୍କ ଦୃଷ୍ଟିରେ ମୁଁ ଇସ୍ରାଏଲୀୟମାନଙ୍କୁ ମିଶରରୁ ବାହାର କରି ଆଣିଲି। 23 ଏବଂ ସେମାନଙ୍କୁ ନାନା ଜାତି ଏବଂ ଦେଶ ମଧ୍ୟରେ ଛିନ୍ନଭିନ୍ନ କରିବା ସକାଶେ ମରୁଭୂମିରେ ମୁଁ ସେମାନଙ୍କ ବିରୁଦ୍ଧରେ ମୋର ହସ୍ତ ଉଠାଇଲି।
24 “‘କାରଣ ସେମାନେ ମୋର ଆଜ୍ଞା ସକଳ ପାଳନ କଲେ ନାହିଁ ଓ ମୋର ସକଳ ବିଧି ଅଗ୍ରାହ୍ୟ କଲେ ଓ ମୋର ସମସ୍ତ ବିଶ୍ରାମ ଦିନ କଳୁଷିତ କଲେ ଏବଂ ସେମାନଙ୍କର ପିତାମାନଙ୍କର ମୂର୍ତ୍ତିଗୁଡ଼ିକୁ ପୂଜା କଲେ। 25 ତେଣୁ ଯେଉଁ ବିଧି ମଙ୍ଗଳଜନକ ନୁହେଁ ସେହିସବୁ ବିଧି ଆମ୍ଭେ ସେମାନଙ୍କୁ ଦେଲୁ ଓ ଯେଉଁ ଶାସନରେ ସେମାନେ ବଞ୍ଚିବେ ନାହିଁ ସେହିପରି ଶାସନ ସେମାନଙ୍କୁ ଦେଲୁ। 26 ମୁଁ ସେମାନଙ୍କୁ ସେମାନଙ୍କର ଉପହାର ମାଧ୍ୟମରେ ପ୍ରଥମଜାତ ସନ୍ତାନର ବଳିଦାନ ମାଧ୍ୟମରେ ଅଶୁଚି କଲି। ତେଣୁ ମୁଁ ସେମାନଙ୍କୁ ବିନାଶ କରିପାରିଲି। ଫଳରେ ସେମାନେ ଶିକ୍ଷା ପାଇବେ ଯେ, ମୁଁ ହିଁ ସଦାପ୍ରଭୁ।’ 27 ଏଣୁ ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲର ଲୋକମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, ତୁମ୍ଭମାନଙ୍କର ପିତୃପୁରୁଷମାନେ ସେମାନଙ୍କର ଅବିଶ୍ୱସ୍ତତାରେ ମୋର ନିନ୍ଦା କରିଅଛନ୍ତି। 28 ତଥାପି ମୁଁ ଆଗରେ ଯେଉଁ ଦେଶ ସେମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲି, ସେହି ଦେଶକୁ ସେମାନଙ୍କୁ ଆଣିଲି। ସେତେବେଳେ ସେମାନେ ପ୍ରତ୍ୟେକ ଉଚ୍ଚପର୍ବତ ଓ ପ୍ରତ୍ୟେକ ଗହଳିଆ ବୃକ୍ଷ ଦେଖି ସେମାନଙ୍କର ବଳିଦାନ କଲେ। ସେମାନେ ସେମାନଙ୍କର ବଳିଦାନ ଦ୍ୱାରା ମୋତେ ବିରକ୍ତ କଲେ। ସେମାନେ ନିଜର ସୁଗନ୍ଧି ଦ୍ରବ୍ୟ ରଖିଲେ ଓ ନିଜ ନିଜର ପେୟନୈବେଦ୍ୟ ଢାଳିଲେ। 29 ସେ ଉଚ୍ଚସ୍ଥଳୀକୁ ଯିବାର ଅଭିପ୍ରାୟ କ’ଣ ବୋଲି ଆମ୍ଭେ ସେମାନଙ୍କୁ ପଗ୍ଭରିଲୁ। ମାତ୍ର ଏବେସୁଦ୍ଧା ସେହି ସ୍ଥାନର ନାମ ବାମା ରହିଅଛି।’
30 ପରମେଶ୍ୱର କହିଲେ, “ଇସ୍ରାଏଲର ଲୋକମାନଙ୍କୁ କୁହ, ‘ସଦାପ୍ରଭୁ ମୋର ପ୍ରଭୁ ପଗ୍ଭରନ୍ତି, ପିତୃପୁରୁଷମାନଙ୍କ ପରି କାର୍ଯ୍ୟ କରି ମୂର୍ତ୍ତିମାନଙ୍କ ସହିତ ବ୍ୟଭିଗ୍ଭରୀତା କରି ତୁମ୍ଭେମାନେ କ’ଣ ନିଜକୁ ଅଶୁଚି କରୁ ନାହଁ ଓ ସେମାନଙ୍କର ଘୃଣ୍ୟ ମୂର୍ତ୍ତିମାନଙ୍କ ଦ୍ୱାରା ବ୍ୟଭିଗ୍ଭରୀ ହେଉଅଛ? 31 ଯେତେବେଳେ ତୁମ୍ଭେମାନେ ଉପହାର ଆଣୁଛ, ନିଜ ନିଜ ସନ୍ତାନମାନଙ୍କୁ ଆଜି ପର୍ଯ୍ୟନ୍ତ ଅଗ୍ନିରେ ଉତ୍ସର୍ଗ କରୁଛ? ହେ ଇସ୍ରାଏଲର ଲୋକମାନେ, ମୋ'ଠାରୁ ଉପଦେଶ ନେବାକୁ ତୁମ୍ଭମାନଙ୍କୁ ଅନୁମତି ଦେବି କି? ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ମୁଁ ଜୀବିତ ଥିବାଯାଏ ତୁମ୍ଭମାନଙ୍କୁ ଉପଦେଶ କି ପରାମର୍ଶ ଦେବି ନାହିଁ। 32 ତୁମ୍ଭେମାନେ କହୁଛ, ଆସ ଆମ୍ଭେମାନେ ଅନ୍ୟ ଦେଶୀୟମାନଙ୍କ ପରି ହେବା, ଗୋଷ୍ଠୀୟମାନଙ୍କ ପରି ହେବା, ଯେଉଁମାନେ କାଠ ଓ ପଥରର ପୂଜା କରନ୍ତି। ତୁମ୍ଭମାନଙ୍କର ମନରେ ଉଠୁଥିବା ଏହି ଇଚ୍ଛା କେବେ ପୂରଣ ହେବ ନାହିଁ।’”
33 ମୋର ପ୍ରଭୁ ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପର୍ଯ୍ୟନ୍ତ ନିଶ୍ଚୟ ବଳବାନ୍ ହସ୍ତ ବିସ୍ତୀର୍ଣ୍ଣ ବାହୁ ଓ କୋପ ବର୍ଷଣ ଦ୍ୱାରା ତୁମ୍ଭମାନଙ୍କ ଊପରେ ରାଜା ହୋଇ ଶାସନ କରିବୁ। 34 ପୁଣି ଆମ୍ଭେ ବଳବାନ ହସ୍ତ, ବିସ୍ତୀର୍ଣ୍ଣ ବାହୁ ଓ କୋପ ବର୍ଷଣ ଦ୍ୱାରା ତୁମ୍ଭମାନଙ୍କୁ ଗୋଷ୍ଠୀଗଣ ମଧ୍ୟରୁ ବାହାର କରି ଆଣିବୁ ଓ ଛିନ୍ନଭିନ୍ନ ହୋଇ ରହିଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବୁ। 35 ଏବଂ ମୁଁ ତୁମ୍ଭମାନଙ୍କୁ ଗୋଷ୍ଠୀ ସମୂହର ମରୁଭୂମିକୁ ଆଣି ମୁହାଁମୁହିଁ ତୁମ୍ଭମାନଙ୍କର ବିଗ୍ଭର କରିବି। 36 ପୁଣି ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ମୁଁ ମିଶର ଦେଶର ମରୁଭୂମିରେ ତୁମ୍ଭମାନଙ୍କର ପିତୃପୁରୁଷଗଣର ବିଗ୍ଭର କରିଥିଲି, ମୁଁ ତୁମ୍ଭମାନଙ୍କର ବିଗ୍ଭର କରିବି।”
37 “ଆଉ ଆମ୍ଭେ ତୁମ୍ଭମାନଙ୍କୁ ପାଞ୍ଚଣ ତଳେ ଗମନ କରାଇବୁ ଓ ତୁମ୍ଭମାନଙ୍କୁ ଚୁକ୍ତି ବନ୍ଧନରେ ଆବଦ୍ଧ କରିବୁ। 38 ପୁଣି ମୁଁ ବିଦ୍ରାହୀମାନଙ୍କୁ ଓ ମୋ’ ବିରୋଧୀ ପାପୀମାନଙ୍କୁ ତୁମ୍ଭମାନଙ୍କ ମଧ୍ୟରୁ ବାହାର କରି ଦୂର କରି ଦେବି। ସେମାନେ ଯେଉଁ ଦେଶରେ ପ୍ରବାସ କରି ରହୁଛନ୍ତି, ସେ ଦେଶରୁ ମୁଁ ସେମାନଙ୍କୁ ବାହାର କରି ଆଣିବି, ମାତ୍ର ସେମାନେ ଇସ୍ରାଏଲ ଦେଶରେ ପ୍ରବେଶ କରିବେ ନାହିଁ। ତହିଁରେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେମାନେ ଜାଣିବ।”
39 ହେ ଇସ୍ରାଏଲର ଭବିଷ୍ୟଦ୍ ବଂଶଧରଗଣ! ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଯଦି ମୋ’ ନିର୍ଦ୍ଦେଶ ପ୍ରତି ଧ୍ୟାନ ନ ଦିଅ, ଯାଅ ଓ ତୁମ୍ଭର ମୂର୍ତ୍ତିଗୁଡ଼ିକର ପୂଜା କର। କିନ୍ତୁ ତୁମ୍ଭେମାନେ ତୁମ୍ଭମାନଙ୍କର ଉପହାର ଓ ମୂର୍ତ୍ତିଗୁଡ଼ିକ ଦ୍ୱାରା ମୋର ପବିତ୍ର ନାମକୁ ନଷ୍ଟ କରିବ ନାହିଁ।”
40 ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ମୋର ପବିତ୍ର ଉଚ୍ଚ ପର୍ବତରେ ସମଗ୍ର ଇସ୍ରାଏଲର ଲୋକମାନେ ମୋତେ ଉପାସନା କରିବେ। ସେହି ସ୍ଥାନରେ ମୁଁ ସେମାନଙ୍କୁ ଗ୍ରହଣ କରିବି ଓ ସେହି ସ୍ଥାନରେ ମୁଁ ତୁମ୍ଭମାନଙ୍କର ଯାବତୀୟ ପବିତ୍ର ବସ୍ତ୍ର ସହିତ ତୁମ୍ଭମାନଙ୍କ ଉପହାର ଓ ପ୍ରଥମଜାତ ଫଳର ନୈବେଦ୍ୟ ଲୋଡ଼ିବି। 41 ଯେଉଁ ସମୟରେ ମୁଁ ଜାତିଗୁଡ଼ିକ ମଧ୍ୟରୁ ତୁମ୍ଭମାନଙ୍କୁ ବାହାର କରି ଆଣିବି ଓ ଛିନ୍ନଭିନ୍ନ ହୋଇ ରହିଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ଏକତ୍ରିତ କରିବି, ମୁଁ ତୁମ୍ଭମାନଙ୍କୁ ତୁମ୍ଭର ସୁଗନ୍ଧି ନୈବେଦ୍ୟଗୁଡ଼ିକ ଗ୍ରହଣ କରିବି ଏବଂ ସମସ୍ତ ଜାତିଗୁଡ଼ିକ ଉପସ୍ଥିତିରେ ମୁଁ ତୁମ୍ଭମାନଙ୍କୁ ପବିତ୍ର କରିବି। 42 ତା'ପରେ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ। ତୁମ୍ଭେମାନେ ଏହା ଜାଣିବ ଯେ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଇସ୍ରାଏଲ ଭୂମିକୁ ଫେରାଇ ଆଣିବି। ସେହି ଭୂମିକୁ ମୁଁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦେବି ବୋଲି ପ୍ରତିଜ୍ଞା କରିଥିଲି। 43 ଆଉ ସେହି ସ୍ଥାନରେ ତୁମ୍ଭେମାନେ ନିଜକୁ ଅଶୁଚି କରିଅଛ ଓ ନିଜର ଆଗ୍ଭର ବ୍ୟବହାର, କ୍ରିୟାସକଳସବୁ ସ୍ମରଣ କରି ନିଜର କୃତ ସମସ୍ତ କୁକ୍ରିୟା ହେତୁ ତୁମ୍ଭେମାନେ ଲଜ୍ଜିତ ହେବ। 44 ଏବଂ ତା'ପରେ ତୁମ୍ଭେମାନେ ଜାଣିବ ଯେ, ଯେତେବେଳେ ମୁଁ ସଦାପ୍ରଭୁ, ତୁମ୍ଭମାନଙ୍କର କୁକର୍ମ ଓ ଦୁର୍ନୀତିଗ୍ରସ୍ତ ଆଚରଣ ଅନୁସାରେ ଦଣ୍ଡ ଦିଏ ନାହିଁ, କିନ୍ତୁ ସେତେବେଳେ ମୁଁ ମୋର ମର୍ଯ୍ୟାଦାନୁସାରେ ବ୍ୟବହାର କରେ।”
45 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 46 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଦକ୍ଷିଣ ଦିଗ ଆଡ଼େ ଆପଣା ମୁଖ ରଖ ଓ ଦକ୍ଷିଣ ଦିଗ ଆଡ଼େ ଆପଣା ବାକ୍ୟ ବର୍ଷଣ କର। ଏବଂ ନେଗେଭର ଅରଣ୍ୟ[a] ବିରୁଦ୍ଧରେ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କର। 47 ଏବଂ ନେଗେଭ ଅରଣ୍ୟକୁ କୁହ, ‘ସଦାପ୍ରଭୁଙ୍କର ବାକ୍ୟ ଶୁଣ, ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି। ଦେଖ, ଆମ୍ଭେ ତୁମ୍ଭ ମଧ୍ୟରେ ଅଗ୍ନି ସଂଯୋଗ କରିବା। ତାହା ତୁମ୍ଭ ମଧ୍ୟସ୍ଥିତ ପ୍ରତ୍ୟେକ ସତେଜ ଓ ଶୁଷ୍କବୃକ୍ଷକୁ ଗ୍ରାସ କରିବ। ସେହି ଜ୍ୱଳନ୍ତ ଅଗ୍ନିଶିଖା ନିର୍ବାପିତ ହେବ ନାହିଁ। ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ସମସ୍ତ ଦେଶ ସେହି ଅଗ୍ନିରେ ଦଗ୍ଧିଭୂତ ହେବ। 48 ସେତେବେଳେ ଆମ୍ଭେ ସଦାପ୍ରଭୁ ସେହି ଅଗ୍ନି ଜଳାଇ ଅଛୁ ବୋଲି ତୁମ୍ଭେମାନେ ଜାଣିବ। ତାହା ନିର୍ବାପିତ ହେବ ନାହିଁ ଓ ଏହା ସମସ୍ତ ପ୍ରାଣୀ ଦେଖିବେ।’”
49 ଏଥିରେ ମୁଁ (ଯିହିଜିକଲ) କହିଲି, “ହେ ସଦାପ୍ରଭୁ, ମୋର ପ୍ରଭୁ ସେମାନେ ମୋ’ ବିଷୟରେ କହୁଛନ୍ତି, ସେ କେବଳ ନୀତିବାକ୍ୟ କହୁଛି।”
2010 by World Bible Translation Center