Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 42-45

42 ଯେତେବେଳେ ସେମାନେ ଗେରୁତ୍ତ୍ୱକିମହମରେ ଥିଲେ ସେତେବେଳେ ଯୋହାନନ୍ ଓ ହୋଶୟିୟର ପୁତ୍ର ଯାସନିୟ, ଆଉ କ୍ଷୁଦ୍ର ଓ ମହାନ ସମସ୍ତ ଲୋକ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ନିକଟକୁ ଗଲେ। ସେ ସମସ୍ତ ଲୋକ ତାଙ୍କୁ କହିଲେ, “ହେ ଯିରିମିୟ, ଆମ୍ଭେମାନେ ତୁମ୍ଭକୁ ନିବେଦନ କରୁଛୁ, ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଅର୍ଥାତ୍ ଯିହୁଦାର ଏହି ଅବଶିଷ୍ଟ ଲୋକଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର। କାରଣ ତୁମ୍ଭେ ସ୍ୱଚକ୍ଷୁରେ ଆମ୍ଭମାନଙ୍କୁ ଦେଖୁଅଛ। ଆମ୍ଭେମାନେ ଅନେକ ଥିଲୁ, ଏବେ ଆମ୍ଭେ ଅଳ୍ପମାତ୍ର ଅଛୁ। ଆଉ ଆମ୍ଭମାନଙ୍କର କେଉଁ ପଥରେ ଯିବା ଉଚିତ୍ ଓ କେଉଁ କାର୍ଯ୍ୟ କରିବା ଉଚିତ୍, ତାହା ତୁମ୍ଭେ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରାର୍ଥନା କରି ଆମ୍ଭମାନଙ୍କୁ ଜଣାଇବ।”

ତା'ପରେ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କର କଥା ଶୁଣିଲି। ଆଉ ଦେଖ, ମୁଁ ତୁମ୍ଭମାନଙ୍କର କଥାନୁସାରେ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବି ଓ ସଦାପ୍ରଭୁ ତୁମ୍ଭମାନଙ୍କୁ ଯାହାବି ଉତ୍ତର ଦେବେ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି। ମୁଁ କୌଣସି କଥା ତୁମ୍ଭମାନଙ୍କଠାରୁ ଗୋପନ ରଖିବି ନାହିଁ।”

ତା'ପରେ ସେମାନେ ଯିରିମିୟଙ୍କୁ କହିଲେ, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଯେଉଁ କଥା କହି ଆପଣଙ୍କୁ ଆମ୍ଭମାନଙ୍କ ନିକଟକୁ ପଠାଇବେ, ତଦନୁସାରେ ଯେବେ ଆମ୍ଭେମାନେ କର୍ମ ନ କରୁ, ତେବେ ସଦାପ୍ରଭୁ ଆମ୍ଭମାନଙ୍କ ବିପକ୍ଷରେ ସତ୍ୟ ଓ ବିଶ୍ୱସ୍ତ ସାକ୍ଷୀ ହୁଅନ୍ତୁ। ସେହି ବାକ୍ୟ ଭଲ ହେଉ ବା ମନ୍ଦ ହେଉ, ଯାହାଙ୍କ ନିକଟକୁ ଆମ୍ଭେମାନେ ଆପଣଙ୍କୁ ପଠାଉଅଛୁ, ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଆମ୍ଭେମାନେ ମାନିବୁ। କାରଣ ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ କଥା ମାନିଲେ ଆମ୍ଭମାନଙ୍କର ମଙ୍ଗଳ ହେବ।”

ଅନନ୍ତର ଦଶ ଦିନ ଅନ୍ତେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା। ତା'ପରେ ଯିରିମିୟ କାରେହର ପୁତ୍ର ଯୋହାନ‌‌‌ନ୍‌‌‌କୁ, ତାହାର ସଙ୍ଗୀ ସମସ୍ତ ସେନାପତିଙ୍କୁ ଓ ଛୋଟ ବଡ଼ ଅନ୍ୟ ସମସ୍ତ ଲୋକଙ୍କୁ ଡାକି କହିଲେ। “ତୁମ୍ଭେମାନେ ମୋତେ ଯେଉଁ ସଦାପ୍ରଭୁଙ୍କ ନିକଟକୁ ନିବେଦନ କରିବାକୁ ପଠାଇଥିଲ, ସେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, 10 ‘ଯଦି ତୁମ୍ଭେମାନେ ଯିହୁଦାରେ ବାସ କର, ତେବେ ଆମ୍ଭେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ଓ ବିନଷ୍ଟ କରିବା ନାହିଁ। ଆମ୍ଭେ ତୁମ୍ଭମାନଙ୍କର ବୀଜ ବୁଣିବା ଓ ତୁମ୍ଭକୁ ଧ୍ୱଂସ କରିବା ନାହିଁ। କାରଣ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଦୁର୍ଭାଗ୍ୟ ଆଣିଥିବାରୁ ଦୁଃଖିତ। 11 ତୁମ୍ଭେମାନେ ଯେଉଁ ବାବିଲ ରାଜାଙ୍କୁ ଭୟ କରୁଥିଲ, ତାଙ୍କୁ ଆଉ ଭୟ କର ନାହିଁ।’ ସଦାପ୍ରଭୁ କହନ୍ତି, ‘ତାଙ୍କୁ ତୁମ୍ଭେମାନେ ଭୟ କର ନାହିଁ। କାରଣ ତୁମ୍ଭମାନଙ୍କୁ ରକ୍ଷା କରିବାକୁ ଓ ତାହା ହସ୍ତରୁ ଉଦ୍ଧାର କରିବାକୁ ଆମ୍ଭେ ତୁମ୍ଭମାନଙ୍କର ସହବର୍ତ୍ତୀ ଅଛୁ। 12 ପୁଣି ଆମ୍ଭେ ତୁମ୍ଭମାନଙ୍କୁ ଦୟା ପ୍ରଦାନ କରିବା। ସେ ମଧ୍ୟ ତୁମ୍ଭମାନଙ୍କ ପ୍ରତି ଦୟା ଦେଖାଇ ତୁମ୍ଭମାନଙ୍କୁ ଏହି ଦେଶକୁ ଫେରାଇ ଆଣିବେ।’ 13 ଆଉ ତୁମ୍ଭେମାନେ ଯଦି କହିବ, ‘ଆମ୍ଭେମାନେ ଏ ଦେଶରେ ବାସ କରିବା ନାହିଁ,’ ତେବେ ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟକୁ ଅବମାନନା କରୁଛ। 14 ଆଉ ମଧ୍ୟ ତୁମ୍ଭେମାନେ ଯଦି କହିବ, ‘ଆମ୍ଭେମାନେ ମିଶର ଦେଶକୁ ଯିବା ଓ ସେଠାରେ ବାସ କରିବା, ସେଠାରେ ଆମ୍ଭେମାନେ ଯୁଦ୍ଧ ଦେଖିବା ନାହିଁ କି ତୂରୀଶବ୍ଦ ଶୁଣିବା ନାହିଁ କିଅବା ସେଠାରେ ଆମ୍ଭେମାନେ ଖାଦ୍ୟର ଅଭାବ ଭୋଗିବା ନାହିଁ।’ 15 ଏଣୁ ହେ ଯିହୁଦାର ଲୋକେ, ତୁମ୍ଭେମାନେ ଏବେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ଯଦି ତୁମ୍ଭେମାନେ ମିଶରକୁ ଯିବା ପାଇଁ ଓ ବାସ କରିବା ପାଇଁ ସଙ୍କଳ୍ପବଦ୍ଧ, ଏହି ନିମ୍ନ ଘଟଣାମାନ ଘଟିବ। 16 ତୁମ୍ଭେମାନେ ଯେଉଁ ‌‌ଖ‌ଡ଼୍‌ଗକୁ ଭୟ କରୁଛ ତାହା ତୁମ୍ଭମାନଙ୍କ ପଛେ ପଛେ ଯାଇ ମିଶରରେ ତୁମ୍ଭମାନଙ୍କୁ ଧରିବ ଓ ଯେଉଁ ଦୁର୍ଭିକ୍ଷ ବିଷୟରେ ତୁମ୍ଭେମାନେ ଭୟଭୀତ, ତାହା ମିଶର ଦେଶରେ ତୁମ୍ଭମାନଙ୍କ ପଛେ ପଛେ ଲାଗି ରହିବ ଓ ସେହିଠାରେ ତୁମ୍ଭେମାନେ ମରିବ। 17 ଯେଉଁମାନେ ମିଶରରେ ପ୍ରବାସ କରିବା ପାଇଁ ସ୍ଥିର କରିଛନ୍ତି। ସେମାନଙ୍କ ପାଇଁ ଏହି ପ୍ରକାର ଘଟିବ। ସେମାନେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବେ। ପୁଣି ଆମ୍ଭେ ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବା ସେଥିରୁ ସେମାନଙ୍କ ମଧ୍ୟରୁ କେହି ଉଦ୍ଧାର ପାଇବେ ନାହିଁ।’

18 “ପୁଣି ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ‘ଆମ୍ଭେ ଯିରୁଶାଲମର ଉପରେ ଯେପରି ଆମ୍ଭର କ୍ରୋଧ ଓ ପ୍ରଚଣ୍ଡ କୋପ ପ୍ରକାଶ କରିଥିଲୁ, ସେହିପରି ଯେଉଁମାନେ ମିଶରରେ ପ୍ରବାସ କରିବେ, ଆମ୍ଭେ ସେମାନଙ୍କ ପ୍ରତି ଆମ୍ଭର ପ୍ରଚଣ୍ଡ କୋପ ଢାଳିବା। ଆଉ ତୁମ୍ଭେମାନେ ଅଭିଶପ୍ତ, ବିସ୍ମୟ, ଶାପଗ୍ରସ୍ତ ଓ ନିନ୍ଦାର ପାତ୍ର ହେବ ଓ ତୁମ୍ଭେମାନେ ଏହି ସ୍ଥାନ ଦେଖିବ ନାହିଁ।’

19 “ହେ ଯିହୁଦାର ଅବଶିଷ୍ଟ ଲୋକେ, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ ଏହିକଥା କହି ଅଛନ୍ତି, ‘ତୁମ୍ଭେମାନେ ମିଶରକୁ ଯାଅ ନାହିଁ।’ ମୁଁ ଆଜି ତୁମ୍ଭମାନଙ୍କୁ ଏହି ସାକ୍ଷ୍ୟ ଦେଲି, ଏହା ନିଶ୍ଚୟ ଜାଣ। 20 ପୁଣି ତୁମ୍ଭେମାନେ ନିଜ ନିଜ ପ୍ରାଣ ବିରୁଦ୍ଧରେ ପ୍ରବଞ୍ଚନା କରିଅଛ। କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟକୁ ମୋତେ ପଠାଇ କହିଲ, ‘ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା ଯାହା କହିବେ, ତଦନୁସାରେ ଆମ୍ଭମାନଙ୍କୁ ଜଣାଅ, ଆମ୍ଭେମାନେ ତାହା ପାଳନ କରିବୁ।’ 21 ତେଣୁ ଆଜି ସଦାପ୍ରଭୁଙ୍କ ସେହି ବାକ୍ୟ ତୁମ୍ଭମାନଙ୍କୁ ଜଣାଇଲି। ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କର ସେହି ବାକ୍ୟ ପ୍ରତି ଧ୍ୟାନ ଦେଲ ନାହିଁ। ଆଉ ତୁମ୍ଭମାନଙ୍କ ପରମେଶ୍ୱର ଯାହା କରିବାକୁ ମୋତେ କହି ପଠାଇଲେ, ତାହା ତୁମ୍ଭେମାନେ କଲ ନାହିଁ। 22 ଏଣୁ ଏବେ ନିଶ୍ଚୟ ଜାଣ, ଯେଉଁ ସ୍ଥାନରେ ପ୍ରବାସ କରିବା ନିମନ୍ତେ ତୁମ୍ଭେମାନେ ଇଚ୍ଛା କରୁଛ, ସେହି ମିଶରକୁ ଯାଅ। କିନ୍ତୁ ଏହା ନିଶ୍ଚୟ ତୁମ୍ଭମାନଙ୍କ ପ୍ରତି ଘଟିବ। ତୁମ୍ଭେମାନେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ।”

43 ଏବଂ ତା'ପରେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଲୋକମାନଙ୍କୁ କ’ଣ କହିବା ପାଇଁ ଗ୍ଭହିଁଥିଲେ, ଯିରିମିୟ ତାହା କହିବା ଶେଷ କରୁ ନ କରୁଣୁ।

ହୋଶିୟର ପୁତ୍ର ଅସରିୟ, କାରେହର ପୁତ୍ର ଯୋହାନନ୍ ଓ ଅନ୍ୟ କେତେକ ଅହଙ୍କାରୀ ଲୋକ କ୍ରୋଧାନ୍ୱିତ ହୋଇ ଯିରିମିୟଙ୍କୁ କହିଲେ, “ତୁମ୍ଭେ ମିଥ୍ୟା କଥା କହୁଅଛ। ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଏ କଥା କହି ତୁମ୍ଭକୁ ଆମ୍ଭମାନଙ୍କ ନିକଟକୁ ପଠାଇ ନାହାନ୍ତି, ‘ତୁମ୍ଭେମାନେ ମିଶରରେ ଯାଇ ପ୍ରବାସ କର ନାହିଁ।’ କିନ୍ତୁ ନେରିୟର ପୁତ୍ର ବାରୂକ ଆମ୍ଭମାନଙ୍କ ବିରୁଦ୍ଧରେ ତୁମ୍ଭକୁ ପ୍ରବର୍ତ୍ତାଇ ଅଛି। କ‌‌ଲ୍‌‌ଦୀୟମାନେ ଯେପରି ଆମ୍ଭମାନଙ୍କୁ ବଧ କରି ପାରିବେ ଓ ବନ୍ଦୀ କରି ଆମ୍ଭମାନଙ୍କୁ ବାବିଲକୁ ନେଇଯିବେ।”

ଏହିରୂପେ କାରେହର ପୁତ୍ର ଯୋହାନନ୍, ତାହାର ସେନାପତି ସକଳ ଓ ସମସ୍ତ ଲୋକ ଯିହୁଦାରେ ବାସ କରିବାକୁ ସଦାପ୍ରଭୁଙ୍କ ବାକ୍ୟରେ ଅବଧାନ କଲେ ନାହିଁ। ମାତ୍ର ସଦାପ୍ରଭୁଙ୍କ ବାକ୍ୟ ମାନିବା ପରିବର୍ତ୍ତେ କାରେହର ପୁତ୍ର ଯୋହାନନ୍ ଓ ସମସ୍ତ ସେନାପତି ଯିହୁଦାର ସକଳ ଅବଶିଷ୍ଟ ଲୋକଙ୍କୁ ଓ ନାନା ଗୋଷ୍ଠୀ ମଧ୍ୟକୁ ତାଡ଼ିତ ଯେଉଁ ଲୋକମାନେ ଯିହୁଦାରେ ପ୍ରବାସ କରିବାକୁ ଫେରି ଆସିଥିଲେ, ସେମାନଙ୍କୁ ମିଶରକୁ ନେଲେ। ସେମାନେ ସମସ୍ତ ପୁରୁଷ, ସ୍ତ୍ରୀ, ବାଳକ, ବାଳିକା ଓ ଯେଉଁ ରାଜକନ୍ୟାମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍, ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲିୟ ନିକଟରେ ଛାଡ଼ି ଯାଇଥିଲା, ସେମାନଙ୍କୁ ଆଉ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଓ ନେରିୟର ପୁତ୍ର ବାରୂକକୁ ମିଶରକୁ ନେଲେ। ସେ ସମସ୍ତ ଲୋକ ସଦାପ୍ରଭୁଙ୍କ ବାକ୍ୟ ପ୍ରତି ଅବଧାନ କଲେ ନାହିଁ। ତେଣୁ ସେମାନେ ମିଶରକୁ ଯାଇ ତଫ‌‌‌ନ୍‌‌‌ହେଷ ସହରରେ ଉପସ୍ଥିତ ହେଲେ।

ଅନନ୍ତର ତଫ‌‌‌ନ୍‌‌‌ହେଷରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। “ହେ ଯିରିମିୟ, ତୁମ୍ଭେ କେତେଗୁଡ଼ିଏ ବୃହତ୍ ପ୍ରସ୍ତର ନେଇ ତଫ‌‌‌ନ୍‌‌‌ହେଷରେ ଫାରୋ ଗୃହର ପ୍ରବେଶ ସ୍ଥାନ ନିକଟରେ କାଦୁଅ ଚଟାଣ ଭିତରେ ଯିହୁଦାର ଲୋକମାନଙ୍କ ସାକ୍ଷାତରେ ଲୁଗ୍ଭଇ ରଖ। 10 ସେମାନଙ୍କୁ କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ଦେଖ, ଆମ୍ଭେ ଆମ୍ଭର ଗ୍ଭକର ବାବିଲର ରାଜା ନବୂଖ‌ଦ୍‌ନିତ୍ସରକୁ ଆସିବା ପାଇଁ ଆଦେଶ ଦେଇଛୁ ଓ ଆମ୍ଭେ ଯେଉଁ ପ୍ରସ୍ତରକୁ ଲୁଗ୍ଭଇ ରଖିଅଛୁ, ତାହା ଉପରେ ଆପଣା ରାଜକୀୟ ଚନ୍ଦ୍ରାତାପ ବିସ୍ତାର କରିବ। 11 ପୁଣି ସେ ମିଶର ଦେଶକୁ ଆକ୍ରମଣ କରି ମୃତ୍ୟୁଯୋଗ୍ୟ ଲୋକଙ୍କୁ ମୃତ୍ୟୁରେ, ବନ୍ଦୀ ହେବା ଯୋଗ୍ୟ ଲୋକଙ୍କୁ ବନ୍ଦୀତ୍ୱରେ ଓ ‌‌ଖ‌ଡ଼୍‌ଗଯୋଗ୍ୟ ଲୋକଙ୍କୁ ‌‌ଖ‌ଡ଼୍‌ଗରେ ସମର୍ପଣ କରିବ। 12 ନବୂଖ‌ଦ୍‌ନିତ୍ସର ମିଶର ଦେଶସ୍ଥ ସମସ୍ତ ଦେବାଳୟରେ ଅଗ୍ନି ସଂଯୋଗ କରିବ। ସେ ସେଗୁଡ଼ିକୁ ପୋଡ଼ି ସମସ୍ତ ମୂର୍ତ୍ତି ବାବିଲକୁ ନେଇଯିବ। ପୁଣି ମେଷପାଳକ ଯେପରି ଆପଣା ବସ୍ତ୍ରକୁ ପରିଚ୍ଛନ୍ନ କରେ ସେହିପରି ସେ ମିଶରକୁ ନିର୍ମଳ କରିବ। ସେ ମିଶରରେ ଶାନ୍ତି ସ୍ଥାପନ କରି ପ୍ରସ୍ଥାନ କରିବ। 13 ଆଉ ମଧ୍ୟ ସେ ମିଶର ଦେଶସ୍ଥ ସମସ୍ତ ସ୍ମୃତିସ୍ତମ୍ଭ ଯେଉଁଗୁଡ଼ିକ ସୂର୍ଯ୍ୟ ଦେବର ମନ୍ଦିରରେ ଥିବ, ସେଗୁଡ଼ିକୁ ଭାଙ୍ଗି ପକାଇବ, ପୁଣି ମିଶର ଦେଶସ୍ଥ ଦେବାଳୟ ସବୁ ସେ ଅଗ୍ନିରେ ଦ‌ଗ୍‌ଧ କରିବ।’”

ମିଶରସ୍ଥିତ ଯିହୁଦୀୟମାନଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା

44 ଯେଉଁ ଯିହୁଦୀୟମାନେ ମିଶର ଦେଶସ୍ଥ ମି‌ଗ୍‌ଦୋଲରେ, ତଫ‌‌‌ନ୍‌‌‌ହେଷରେ, ନୋଫରେ ଓ ପଥ୍ରୋଷ ପ୍ରଦେଶରେ ବାସ କଲେ ସେମାନଙ୍କ ଉଦ୍ଦେଶ୍ୟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ଯିରୁଶାଲମ ଉପରେ ଓ ଯିହୁଦାର ସବୁ ନଗର ଉପରେ ଯେଉଁସବୁ ଅମଙ୍ଗଳ ଘଟାଇଅଛୁ ତାହା ତୁମ୍ଭେମାନେ ଦେଖିଅଛ। ଆଉ ସେଗୁଡ଼ିକ ଜନମାନବ ଶୂନ୍ୟ ପ୍ରସ୍ତର ଗଦାରେ ଆଜି ପରିଣତ ହୋଇଅଛି। କାରଣ ସେମାନେ ଆମ୍ଭକୁ ବିଭକ୍ତ କରିବା ପାଇଁ ଦୁଷ୍କର୍ମ କଲେ। ସେମାନେ ଅନ୍ୟ ଦେବଗଣଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଇଲେ ଓ ପୂଜା କରିବାକୁ ଗଲେ। ଯେଉଁ କାର୍ଯ୍ୟ ତୁମ୍ଭର ଲୋକମାନେ ଓ ତୁମ୍ଭ ପୂର୍ବପୁରୁଷମାନେ ଅତୀତରେ କରୁ ନ ଥିଲେ। ତଥାପି ଆମ୍ଭେ ଆମ୍ଭର ଦାସ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ବାରମ୍ବାର ତୁମ୍ଭମାନଙ୍କ ନିକଟକୁ ପଠାଇଲୁ। ଆଉ ତୁମ୍ଭମାନଙ୍କୁ ଜଣାଇଲୁ, “ତୁମ୍ଭେମାନେ ଏହି ଘୃଣ୍ୟ କର୍ମ କର ନାହିଁ, ଆମ୍ଭେ ତାହା ଘୃଣା କରୁ।” ମାତ୍ର ସେମାନେ ସେମାନଙ୍କର କଥା ଶୁଣିଲେ ନାହିଁ। ସେମାନେ ଆପଣା ଦୁଷ୍କର୍ମରୁ ନିବୃତ୍ତ ହୋଇ ଅନ୍ୟ ଦେବଗଣଙ୍କ ଉଦ୍ଦେଶ୍ୟରେ ଧୂପ ନ ଜଳାଇବା ପାଇଁ ଭବିଷ୍ୟ‌ଦ୍‌ବକ୍ତାଙ୍କ ବାକ୍ୟରେ କର୍ଣ୍ଣପାତ କଲେ ନାହିଁ। ତେଣୁ ଆମ୍ଭେ ଆମ୍ଭର ପ୍ରଚଣ୍ଡ କ୍ରୋଧ ଓ କୋପ ପ୍ରକାଶ କଲୁ। ଯିହୁଦାର ନଗର ସମୂହ ଓ ଯିରୁଶାଲମର ସମସ୍ତ ପଥ ସେହି କ୍ରୋଧାଗ୍ନିରେ ପ୍ରଜ୍ୱଳିତ ହେଲା। ଆଉ ମୋର କ୍ରୋଧ ଯୋଗୁଁ ଯିରୁଶାଲମ ଓ ଯିହୁଦାର ନଗରସବୁ ଆଜି ଧ୍ୱଂସସ୍ତୁପରେ ପରିଣତ ହୋଇଅଛି।’

“ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ତୁମ୍ଭେମାନେ କାହିଁକି ଏହି ମହାପାପ କରି ନିଜ ନିଜ ଜୀବନକୁ ଆଘାତ କରୁଛ? ଏହା ଦ୍ୱାରା ତୁମ୍ଭେମାନେ ନିଜ ନିଜ ସମ୍ପର୍କୀୟ ପୁରୁଷ, ସ୍ତ୍ରୀ, ବାଳକ ଓ ସ୍ତନ୍ୟପାୟୀ ଶିଶୁମାନଙ୍କୁ ଯିହୁଦା ପରିବାରରୁ ବିଚ୍ଛିନ୍ନ କରୁଅଛ। ଆଉ କାହାରିକୁ ଯିହୁଦାର ଅବଶିଷ୍ଟ ରଖୁ ନାହଁ। ତୁମ୍ଭେମାନେ ଏହି ଯେ ମିଶର ଦେଶରେ ପ୍ରବାସ କରିବା ପାଇଁ ଆସିଅଛ, ଏ ସ୍ଥାନରେ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜଳାଇ କାହିଁକି ଆପଣା ଆପଣା ହସ୍ତକୃତ କର୍ମଦ୍ୱାରା ଆମ୍ଭକୁ ବିରକ୍ତ କରୁଅଛ? ତୁମ୍ଭେମାନେ ବିନଷ୍ଟ ହେବ ଓ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ମଧ୍ୟରେ ଅଭିଶପ୍ତ ଓ ନିନ୍ଦାର ପାତ୍ର ହେବ। ଯିହୁଦା ନଗରର ଓ ଯିରୁଶାଲମର ରାଜପଥରେ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ଏବଂ ଯିହୁଦାର ରାଜାମାନେ ଓ ସେମାନଙ୍କର ସ୍ତ୍ରୀମାନେ କରିଥିବା ଅପରାଧ ଏବଂ ତୁମ୍ଭର ନିଜର କୁକର୍ମ ଓ ତୁମ୍ଭର ସ୍ତ୍ରୀମାନଙ୍କର କୁକର୍ମ, ତୁମ୍ଭେ ପାଶୋରି ଦେଇଛ କି? 10 ଏପରିକି ଏବେ ମଧ୍ୟ ସେମାନେ ନମ୍ର ହୋଇ ନାହାନ୍ତି କିଅବା ଆମ୍ଭ ପ୍ରତି ଭକ୍ତିଭାବ ଦେଖାଇ ନାହାନ୍ତି। ଆମ୍ଭେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଥିବା ବିଧି ଓ ବ୍ୟବସ୍ଥା ଅନୁସାରେ ସେମାନେ ଆଚରଣ କରି ନାହାନ୍ତି।’

11 “ଏଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିପକ୍ଷରେ ଓ ସମଗ୍ର ଯିହୁଦା ବିପକ୍ଷରେ ଅମଙ୍ଗଳ ଓ ଧ୍ୱଂସ ଘଟାଇବା ପାଇଁ ମନସ୍ଥ କରିଅଛୁ। 12 ପୁଣି ଯିହୁଦାର ଯେଉଁ ଅବଶିଷ୍ଟାଂଶ ଲୋକେ ମିଶର ଦେଶରେ ପ୍ରବାସ କରିବା ପାଇଁ ସେଠାକୁ ଯିବା ଲାଗି ଆଗ୍ରହୀ ହୋଇଅଛନ୍ତି, ଆମ୍ଭେ ସେମାନଙ୍କୁ ଧରିବା। ସେମାନେ ସମସ୍ତେ ଲୁପ୍ତ ହେବେ, ମିଶର ଦେଶରେ ପତିତ ହେବେ। ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷରେ ସେମାନେ ଲୁପ୍ତ ହେବେ। କ୍ଷୁଦ୍ର ଓ ମହାନ ସମସ୍ତେ ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷରେ ମରିବେ। ଆଉ ସେମାନେ ଅନ୍ୟ ଦେଶଗୁଡ଼ିକ ସମ୍ମୁଖରେ ଅଭିଶାପ, ବିସ୍ମୟ, ଶାପ ଓ ନିନ୍ଦାର ପାତ୍ର ହେବେ। 13 ଆଉ ଆମ୍ଭେ ଯେପରି ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ଯିରୁଶାଲମକୁ ଦଣ୍ଡ ଦେଇଥିଲୁ, ସେହିପରି ମିଶର ଦେଶରେ ବାସ କରୁଥିବା ପ୍ରବାସୀମାନଙ୍କୁ ଦଣ୍ଡ ଦେବୁ। 14 ଯିହୁଦାର ଯେଉଁ ଅବଶିଷ୍ଟ ଲୋକେ ଯିହୁଦା ଦେଶକୁ ଫେରିଯାଇ ସେଠାରେ ବାସ କରିବାକୁ ଇଚ୍ଛାକରି ମିଶର ଦେଶରେ ପ୍ରବାସ କରିବାକୁ ଆସିଅଛନ୍ତି, ସେମାନଙ୍କ ମଧ୍ୟରୁ କେହି ଉଦ୍ଧାର କିଅବା ରକ୍ଷା ପାଇବେ ନାହିଁ। କାରଣ ପଳାତକ ଲୋକମାନଙ୍କ ବିନା ଆଉ କେହି ଫେରିଯିବେ ନାହିଁ।’”

15 ସେତେବେଳେ ବହୁ ସ୍ତ୍ରୀଲୋକ ଯିହୁଦାର ଅନ୍ୟ ଦେବଗଣଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଉଥିଲେ। ସେମାନଙ୍କର ସ୍ୱାମୀମାନେ ଏହା ଜାଣିଲେ ମଧ୍ୟ ସେମାନଙ୍କୁ ନିବୃତ୍ତ କରୁ ନ ଥିଲେ। ସେମାନଙ୍କ ନିକଟରେ ଠିଆ ହୋଇଥିବା ସ୍ତ୍ରୀମାନଙ୍କର ମହାସମାଜ ଆଉ ମିଶରର ପାଥ୍ରୋଷ୍ ପ୍ରଦେଶରେ ବାସକାରୀ ସମସ୍ତ ଲୋକ ଯିରିମିୟଙ୍କୁ କହିଲେ, 16 “ତୁମ୍ଭେ ସଦାପ୍ରଭୁଙ୍କ ନାମରେ ଆମ୍ଭମାନଙ୍କୁ ଯେଉଁ କଥା କହିଅଛ, ତୁମ୍ଭର ସେହି କଥା ଆମ୍ଭେମାନେ ଶୁଣିବୁ ନାହିଁ। 17 ଆମ୍ଭେ ନିଶ୍ଚିତ କରିବୁ ଯେହେତୁ ଆମ୍ଭେ ପ୍ରତିଜ୍ଞା କରିବୁ। ଅର୍ଥାତ୍ ଯିହୁଦାର ନଗର ସମୂହରେ ଓ ଯିରୁଶାଲମର ସମସ୍ତ ପଥରେ ଆମ୍ଭେମାନେ ଯେପରି କରିଅଛୁ ଓ ଆମ୍ଭମାନଙ୍କର ପୂର୍ବପୁରୁଷମାନେ, ରାଜଗଣ ଓ ଅଧିପତିଗଣ ଯେପରି କରିଅଛନ୍ତି, ଆମ୍ଭେମାନେ ପେୟନୈବେଦ୍ୟ ଉତ୍ସର୍ଗ କରିବୁ। କାରଣ ସେ ସମୟରେ ଆମ୍ଭେମାନେ ପ୍ରଚୁର ଆହାର ପାଇଲୁ ଏବଂ ସୁଖରେ ଥିଲୁ। କୌଣସି ଅମଙ୍ଗଳ ଆମ୍ଭ ପ୍ରତି ଘଟି ନ ଥିଲା। 18 ମାତ୍ର ଆମ୍ଭେମାନେ ଯେତେବେଳେ ଆକାଶ ରାଣୀ ଉଦ୍ଦେଶ୍ୟରେ ଧୂପ ଜଳାଇବା ଓ ପେୟନୈବେଦ୍ୟ ଢାଳିବା ଛାଡ଼ିଦେଲୁ, ଆମ୍ଭମାନଙ୍କ ସବୁ ବିଷୟରେ ଅଭାବ ଘଟିଲା ଓ ଆମ୍ଭେମାନେ ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷରେ ଲୁପ୍ତ ହେଲୁ।”

19 ତା'ପରେ ସେହି ସ୍ତ୍ରୀମାନେ ଯିରିମିୟଙ୍କୁ କହିଲେ, “ଆମ୍ଭେମାନେ ଆମ୍ଭମାନଙ୍କ ସ୍ୱାମୀମାନଙ୍କର ଅନୁମତିରେ ଆକାଶ ରାଣୀ ଉଦ୍ଦେଶ୍ୟରେ ଧୂପ ଜଳାଇଲୁ, ପେୟନୈବେଦ୍ୟ ଢାଳିଲୁ ଓ ପୂଜା ନିମନ୍ତେ ପିଠା ପ୍ରସ୍ତୁତ କଲୁ।”

20 ତା'ପରେ ଯିରିମିୟ ସମସ୍ତ ପୁରୁଷ ଓ ସ୍ତ୍ରୀଙ୍କୁ କହିଲେ, ଯେଉଁମାନେ ତାଙ୍କୁ ପ୍ରତ୍ୟୁତ୍ତର କରିଥିଲେ। 21 “ଯିହୁଦାର ନଗର ସମୂହରେ ଓ ଯିରୁଶାଲମର ସକଳ ପଥରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ, ରାଜାଗଣ, ଅଧିପତିଗଣ ଓ ଦେଶସ୍ଥ ଲୋକ ସମସ୍ତେ ଯେଉଁ ଧୂପ ଜଳାଇଲେ, ସଦାପ୍ରଭୁ କ’ଣ ତାହା ସ୍ମରଣ କଲେ ନାହିଁ ଓ ତାହା କ’ଣ ତାଙ୍କ ମନେ ପଡ଼ିଲା ନାହିଁ? 22 ତା'ପରେ ତୁମ୍ଭମାନଙ୍କର ଦୁଷ୍କର୍ମ କୃତ ଘୃଣ୍ୟକର୍ମ ଯୋଗୁଁ ସଦାପ୍ରଭୁ ଆଉ ସହ୍ୟ କରି ପାରିଲେ ନାହିଁ, ତେଣୁ ତୁମ୍ଭମାନଙ୍କର ଦେଶ ନିବାସ ବିହୀନ ହୋଇ ଶୂନ୍ୟ ମରୁରେ ପରିଣତ ହୋଇଅଛି। ଲୋକମାନେ ଏହାକୁ ଅଭିଶାପ ରୂପେ ବ୍ୟବହାର କରନ୍ତି। 23 ଏ ସମସ୍ତ ଅମଙ୍ଗଳ ଘଟିବାର କାରଣ ହେଉଛି, ତୁମ୍ଭେମାନେ ଅନ୍ୟ ଦେବତା ଉଦ୍ଦେଶ୍ୟରେ ଧୂପ ଜଳାଇ ଅଛ, ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛ ଓ ସଦାପ୍ରଭୁଙ୍କ ବାକ୍ୟରେ ଅବଧାନ କରି ନାହଁ, ପୁଣି ତାଙ୍କର ବ୍ୟବସ୍ଥା ଓ ବିଧି ପ୍ରମାଣ ବାକ୍ୟାନୁସାରେ ଆଚରଣ କରି ନାହଁ।”

24 ତା'ପରେ ଯିରିମିୟ ସମସ୍ତ ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ କହିଲେ, “ହେ ମିଶର ଦେଶରେ ଥିବା ଯିହୁଦାର ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। 25 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେ ସ୍ତ୍ରୀଲୋକମାନେ କହିଥିଲ, “ଆମ୍ଭେମାନେ ଆକାଶ ରାଣୀ ଉଦ୍ଦେଶ୍ୟରେ ଧୂପ ଜଳାଇବା ପାଇଁ ଓ ପେୟନୈବେଦ୍ୟ ଢାଳିବା ପାଇଁ ଯେଉଁ ଶପଥ କରିଅଛୁ ତାହା ଅବଶ୍ୟ ସିଦ୍ଧ କରିବୁ।” ତେଣୁ ତୁମ୍ଭେମାନେ ଆଗେଇ ଗ୍ଭଲ, ତୁମ୍ଭମାନଙ୍କର ଶପଥ ଦୃଢ଼ କର ଓ ତୁମ୍ଭମାନଙ୍କର ଶପଥ ସିଦ୍ଧ କର।’ 26 ଏଣୁ ହେ ଯିହୁଦାର ସମସ୍ତ ମିଶର ଦେଶ ନିବାସୀ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ, ସଦାପ୍ରଭୁ କହନ୍ତି, ‘ଦେଖ, ମୁଁ ଆପଣା ମହାନାମରେ ଶପଥ କରିଅଛି, ମିଶର ଦେଶସ୍ଥ ଯିହୁଦୀ ଲୋକ ମୋର ନାମର ବ୍ୟବହାର କରିବ ନାହିଁ। “ସେମାନେ କେବେ କହିବେ ନାହିଁ, ନିଶ୍ଚିତରେ ସଦାପ୍ରଭୁ ଅଛନ୍ତି।” 27 ଆଉ ଦେଖ, ଆମ୍ଭେ ସେମାନଙ୍କର ମଙ୍ଗଳ ନିମନ୍ତେ ନୁହେଁ, ଅମଙ୍ଗଳ ନିମନ୍ତେ ସେମାନଙ୍କୁ ଜଗି ରହିବା। ମିଶର ଦେଶସ୍ଥ ସମସ୍ତ ଯିହୁଦୀ ନିଃଶେଷ ହେବା ପର୍ଯ୍ୟନ୍ତ ‌‌ଖ‌ଡ଼୍‌ଗ, ଓ ଦୁର୍ଭିକ୍ଷର ମୃତ୍ୟୁ ଲାଗି ରହିବ। 28 ‌‌ଖ‌ଡ଼୍‌ଗରୁ ରକ୍ଷା ପାଇ ଅଳ୍ପ କେତେକ ଲୋକ ମିଶରରୁ ଯିହୁଦାକୁ ଫେରିଯିବେ। ତହିଁରେ ଯେଉଁମାନେ ପ୍ରବାସ କରିବା ପାଇଁ ମିଶର ଦେଶକୁ ଯାଇଅଛନ୍ତି, ଯିହୁଦାର ସେହି ଅବଶିଷ୍ଟାଂଶ ଲୋକେ, ସେମାନେ ଜାଣିବେ କାହାର ବାକ୍ୟ ବିଶ୍ୱାସ ଯୋଗ୍ୟ, ମୋର ନା ସେମାନଙ୍କର।” 29 ପୁଣି ସଦାପ୍ରଭୁ କହନ୍ତି, ‘ଆମ୍ଭେ ଏହି ସ୍ଥାନରେ ତୁମ୍ଭମାନଙ୍କୁ ଦଣ୍ଡ ଦେବା ଓ ତାହା ତୁମ୍ଭମାନଙ୍କ ପାଇଁ ପ୍ରମାଣ ସ୍ୱରୂପ ହେବ। ତହିଁରେ ତୁମ୍ଭମାନଙ୍କର ଅମଙ୍ଗଳ ନିମନ୍ତେ ଆମ୍ଭମାନଙ୍କର ବାକ୍ୟ ଯେ ନିଶ୍ଚୟ ଅଟଳ ହେବ, ଏହା ତୁମ୍ଭେମାନେ ଜାଣିବ। 30 ସଦାପ୍ରଭୁ ଏହିକଥା କହନ୍ତି, ‘ଦେଖ, ଆମ୍ଭେ ଯେପରି ଯିହୁଦାର ରାଜା ସିଦିକିୟକୁ ତାହାର ପ୍ରାଣ ନାଶକାରୀ ଶତ୍ରୁ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ହସ୍ତରେ ସମର୍ପଣ କଲୁ,’ ସେହିପରି, ‘ଆମ୍ଭେ ମିଶରର ରାଜା ଫାରୋ-ହଫ୍ରାକୁ ତାହାର ପ୍ରାଣନାଶକାରୀ ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କରିବା।’”

ବାରୁକଙ୍କ ପ୍ରତି ଏକ ବାର୍ତ୍ତା

45 ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ରାଜତ୍ୱର ଚତୁର୍ଥ ବର୍ଷରେ ନେରିୟର ପୁତ୍ର ବାରୂକ, ଯିରିମିୟଙ୍କ ମୁଖରୁ ଏହି ସମସ୍ତ କଥା ଶୁଣି ନଳାକାର ପୁସ୍ତକରେ ଲେଖିବା ବେଳେ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ତାକୁ ଏହି କଥା କହିଲେ। “ହେ ବାରୂକ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ତୁମ୍ଭକୁ ଏହି କଥା କହନ୍ତି। ‘ହେ ବାରୂକ, ତୁମ୍ଭେ ମୋତେ ହାୟ, ହାୟ କହିଲ, କାରଣ ସଦାପ୍ରଭୁ ମୋର ଯନ୍ତ୍ରଣାରେ ଦୁଃଖ ଯୋଡ଼ି ଦେଲେ। ମୁଁ କଥା କହିବାକୁ କ୍ଳାନ୍ତ ହେଉଅଛି ଓ ଯନ୍ତ୍ରଣାରେ ଥରୁଅଛି, ଯେହେତୁ ମୋର କିଛି ବିଶ୍ରାମ ନାହିଁ।”’ ତେଣୁ ସଦାପ୍ରଭୁ କହିଲେ, “ହେ ଯିରିମିୟ, ତୁମ୍ଭେ ବାରୂକକୁ ଏହି କଥା କୁହ, ‘ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଯାହା ନିର୍ମାଣ କରିଅଛୁ, ତାହା ଭାଙ୍ଗି ପକାଇବୁ ଓ ଯାହା ରୋପଣ କରିଅଛୁ ତାହା ଉତ୍ପାଟନ କରିବୁ। ଆଉ ସମୁଦାୟ ଯିହୁଦାରେ ଏହା କରିବୁ। ହେ ବାରୂକ, ତୁମ୍ଭେ ନିଜ ପାଇଁ ମହାନ ବିଷୟ ଖୋଜୁଅଛ। କିନ୍ତୁ ତାହା ଚେଷ୍ଟା କର ନାହିଁ।’ କାରଣ ସଦାପ୍ରଭୁ କହନ୍ତି, ‘ଦେଖ, ଆମ୍ଭେ ସମଗ୍ର ପ୍ରାଣୀ ଉପରେ ଅମଙ୍ଗଳ ଘଟାଇବା। ମାତ୍ର ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଯିବ ଆମ୍ଭେ ସେସବୁ ସ୍ଥାନରେ ତୁମ୍ଭର ପ୍ରାଣ ରକ୍ଷା କରିବା।”’

Odia Holy Bible: Easy-to-Read Version (ERV-OR)

2010 by World Bible Translation Center