Beginning
ଯିରିମିୟଙ୍କୁ ଏକ କୂପରେ ପକାଯାଏ
38 ଯିରିମିୟଙ୍କ ପ୍ରଗ୍ଭରିତ ବାକ୍ୟ ମତ୍ତନର ପୁତ୍ର ଶଫଟିୟ, ପଶହୂର ପୁତ୍ର ଗଦଲିୟ, ଶେଲିମିୟର ପୁତ୍ର ଯିହଖଲ ଓ ମଲ୍କିୟର ପୁତ୍ର ପଶହୂର ଏବଂ ଅନ୍ୟ ସମସ୍ତ ଲେଖକ ଶୁଣିଲେ। 2 “ସଦାପ୍ରଭୁ ଏହି କଥା କହନ୍ତି, ‘ଯେଉଁ ଲୋକ ଏହି ନଗରରେ ରହିବ, ସେ ଖଡ଼୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ। ମାତ୍ର ଯେଉଁ ଲୋକ ବାହାର ହୋଇ କଲ୍ଦୀୟମାନଙ୍କ ନିକଟକୁ ଯିବ ସେ ବଞ୍ଚିବ। ସେମାନେ ମୃତ୍ୟୁରୁ ବଞ୍ଚିବେ ଓ ରକ୍ଷା ପାଇବେ।’ 3 ଆଉ ମଧ୍ୟ ସଦାପ୍ରଭୁ ଏହି କଥା କହନ୍ତି, ‘ଏହି ନଗର ନିଶ୍ଚୟ ବାବିଲ ରାଜାଙ୍କ ସୈନ୍ୟ ହସ୍ତରେ ସମର୍ପିତ ହେବ ଓ ସେମାନେ ତାହାକୁ ଅଧିକାର କରିବେ।”
4 ତେଣୁ ସେହି ଅଧିପତିଗଣ ରାଜାଙ୍କୁ କହିଲେ, “ଆମ୍ଭେମାନେ ଅନୁରୋଧ କରୁଅଛୁ, ଏହି ଯିରିମିୟକୁ ମୃତ୍ୟୁଦଣ୍ଡ ହେଉ। କାରଣ ସେ ଏହି ନଗରର ଅବଶିଷ୍ଟ ଯୋଦ୍ଧାମାନଙ୍କୁ ଏହି ପ୍ରକାର କଥା କହି ନିରୁତ୍ସାହିତ କରୁଅଛି। ପୁଣି ସେ ଏହି ଲୋକମାନଙ୍କର ମଙ୍ଗଳ ଗ୍ଭହୁଁ ନାହିଁ, ବରଂ ସେମାନଙ୍କର ଅମଙ୍ଗଳ ଗ୍ଭହୁଁଛି।”
5 ତେଣୁ ରାଜା ସିଦିକିୟ ସେହି ଅଧିପତିମାନଙ୍କୁ କହିଲେ, “ଦେଖ, ଯିରିମିୟ ବର୍ତ୍ତମାନ ତୁମ୍ଭମାନଙ୍କ ଅଧୀନରେ ଅଛି। ତୁମ୍ଭେମାନେ ତା’ ବିରୁଦ୍ଧରେ ଯାହା କରିବ ମୁଁ ବାରଣ କରିବି ନାହିଁ।”
6 ଏଣୁ ସେମାନେ ଯିରିମିୟଙ୍କୁ ନେଇ ପ୍ରହରୀ ପ୍ରାଙ୍ଗଣସ୍ଥିତ ମଲ୍କିୟ ରାଜପୁତ୍ରର କୂପରେ ପକାଇ ଦେଲେ। ସେମାନେ ରଜ୍ଜୁରେ ଯିରିମିୟଙ୍କୁ କୂପ ମଧ୍ୟକୁ ଓହ୍ଲାଇ ଦେଲେ। ପୁଣି ସେହି କୂପରେ ଜଳ ନ ଥିଲା, କେବଳ ପଙ୍କ ଥିଲା। ଯିରିମିୟ ସେହି ପଙ୍କରେ ନିମଗ୍ନ ହେଲେ।
7 କିନ୍ତୁ ଯିରିମିୟ ଖଣାରେ ପତିତ ହୋଇଥିବା କଥା ରାଜଗୃହସ୍ଥିତ ଏବଦ୍ମେଲକ ନାମକ ଜଣେ ନପୁଂସକ ଲୋକ ଶୁଣିଲା। ସେହି ସମୟରେ ରାଜା ସିଦିକିୟ ବିନ୍ୟାମୀନ ଫାଟକରେ ବସିଥିଲେ। 8-9 ଏବଦ୍-ମେଲକ ରାଜଗୃହରୁ ବାହାରି ରାଜାଙ୍କୁ କହିଲା, “ହେ ଆମ୍ଭର ମହାରାଜ! ଏହି ଲୋକମାନେ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ ପ୍ରତି ନିତାନ୍ତ ମନ୍ଦ ବ୍ୟବହାର କରିଅଛନ୍ତି। ସେମାନେ ତାହାଙ୍କୁ କୂପରେ ପକାଇ ଅଛନ୍ତି। ସେ ଯେଉଁଠାରେ ଅଛନ୍ତି ଦୁର୍ଭିକ୍ଷ ସକାଶୁ ସେଠାରେ ମଲାପରି ଅଛନ୍ତି। କାରଣ ନଗରରେ ଆଉ ରୋଟୀ ନାହିଁ।”
10 ତା'ପରେ ରାଜା ସିଦିକିୟ କୁଶୀୟ ଏବଦ୍-ମେଲକକୁ ଆଜ୍ଞା କଲା, “ତୁମ୍ଭେ ଏଠାରୁ ତିରିଶ୍ ଜଣ ଲୋକ ଆପଣା ସଙ୍ଗରେ ନେଇ ଯିରିମିୟ ଭବିଷ୍ୟଦ୍ବକ୍ତା ମରିବା ପୂର୍ବରୁ ତାହାଙ୍କୁ କୂପରୁ ବାହାର କରି ଆଣ।”
11 ତହୁଁ ଏବଦ୍-ମେଲକ ଆପଣା ସଙ୍ଗେ ସେହି ଲୋକମାନଙ୍କୁ ନେଇ ରାଜଗୃହକୁ ଗଲା ଓ ସେଠାରେ ଭଣ୍ଡାର ଘରୁ କେତେଗୁଡ଼ିଏ ପୁରୁଣା ତ୍ୟକ୍ତ ବସ୍ତୁ ଓ ଚିରାକନା ନେଲା। ଆଉ ରଜ୍ଜୁ ଦ୍ୱାରା ସେସବୁ କୂପରେ ଯିରିମିୟଙ୍କୁ ଦେଲା। 12 କୁଶୀୟ ଏବଦ୍-ମେଲକ ଯିରିମିୟଙ୍କୁ କହିଲା, “ତୁମ୍ଭେ ଏହି ଚିରାକନା ଓ ତ୍ୟକ୍ତ ବସ୍ତ୍ର ଆପଣା ବକ୍ଷ ମୂଳରେ ଦିଅ। ଆମ୍ଭେମାନେ ଯେତେବେଳେ ରଜ୍ଜୁରେ ତୁମ୍ଭକୁ ଉପରକୁ ଉଠାଇବୁ, ସେଥିରେ ତୁମ୍ଭକୁ କଷ୍ଟ ହେବ ନାହିଁ।” ତେଣୁ ଯିରିମିୟ ସେହିପରି କଲେ। 13 ସେହି ଲୋକମାନେ ରଜ୍ଜୁ ସାହାଯ୍ୟରେ ଟାଣି ଯିରିମିୟଙ୍କୁ କୂପରୁ ବାହାର କରି ଆଣିଲେ। ଆଉ ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।
ସିଦିକିୟ ରାଜା ଯିରିମିୟଙ୍କୁ ଅଧିକ ପ୍ରଶ୍ନ ପଗ୍ଭରିଲେ
14 ତତ୍ପରେ ସିଦିକିୟ ରାଜା ଲୋକ ପଠାଇ ଭବିଷ୍ୟଦ୍ବକ୍ତା ଯିରିମିୟଙ୍କୁ ଅଣାଇଲେ। ସେ ସଦାପ୍ରଭୁଙ୍କ ମନ୍ଦିରର ତୃତୀୟ ପ୍ରବେଶ ଦ୍ୱାର ଦେଇ ରାଜାଙ୍କ ନିକଟକୁ ଆସିଲେ। ଆଉ ରାଜା ଯିରିମିୟଙ୍କୁ କହିଲେ, “ମୁଁ ତୁମ୍ଭକୁ କିଛି ପ୍ରଶ୍ନ ପଗ୍ଭରିବି, ତୁମ୍ଭେ କୌଣସି କଥା ଗୋପନ ନ ରଖି ସତ ସତ କହିବ।”
15 ତହୁଁ ଯିରିମିୟ ସିଦିକିୟଙ୍କୁ କହିଲେ, “ମୁଁ ଯଦି ଆପଣଙ୍କୁ ତାହା ଜଣାଇବି, ତେବେ ଆପଣ ମୋତେ ନିଶ୍ଚୟ ବଧ କରିବେ। ଆଉ ମୁଁ ଯେବେ ଆପଣଙ୍କୁ ପରାମର୍ଶ ଦେବି, ତେବେ ଆପଣ ମୋ’ କଥା ଶୁଣିବେ ନାହିଁ।”
16 ତହୁଁ ସିଦିକିୟ ରାଜା ଗୋପନରେ ଯିରିମିୟଙ୍କ ନିକଟରେ ଶପଥ କରି କହିଲେ, “ଆମ୍ଭମାନଙ୍କର ଏହି ଜୀବାତ୍ମାର ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କ ନାମରେ ଶପଥ କରି କହୁଛି, ମୁଁ ତୁମ୍ଭକୁ ବଧ କରିବି ନାହିଁ କିଅବା ତୁମ୍ଭ ପ୍ରାଣନାଶକାରୀ ଏହି ଅଧିପତିମାନଙ୍କ ହସ୍ତରେ ସମର୍ପଣ କରିବି ନାହିଁ।”
17 ତା'ପରେ ଯିରିମିୟ ରାଜା ସିଦିକିୟଙ୍କୁ କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ଯଦି ତୁମ୍ଭେ ବାବିଲ ରାଜାଙ୍କ ଅଧିପତିମାନଙ୍କ ବଶତା ସ୍ୱୀକାର କରିବ, ତେବେ ତୁମ୍ଭେ ବଞ୍ଚିବ ଓ ଏହି ନଗର ଅଗ୍ନିରେ ଦଗ୍ଧ ହେବ ନାହିଁ। ଆଉ ତୁମ୍ଭେ ଓ ତୁମ୍ଭର ପରିବାର ବଞ୍ଚିବେ। 18 ଆଉ ଯଦି ତୁମ୍ଭେ ବାହାରି ବାବିଲ ରାଜାଙ୍କ ଅଧିପତିମାନଙ୍କ ଅଧୀନତା ସ୍ୱୀକାର ନ କରିବ, ତେବେ ଏହି ନଗର କଲ୍ଦୀୟମାନଙ୍କ ହସ୍ତରେ ସମର୍ପିତ ହେବ ଓ ସେମାନେ ଅଗ୍ନିରେ ଏହାକୁ ଦଗ୍ଧ କରିବେ। ଆଉ ତୁମ୍ଭେ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ।’”
19 ମାତ୍ର ସିଦିକିୟ ରାଜା ଯିରିମିୟଙ୍କୁ କହିଲେ, “ଯେଉଁ ଯିହୁଦୀ ଲୋକମାନେ କଲ୍ଦୀୟମାନଙ୍କ ପକ୍ଷକୁ ଯାଇଅଛନ୍ତି, ସେମାନଙ୍କୁ ମୁଁ ଭୟ କରୁଛି। ସେମାନେ ହୁଏତ ମୋତେ ସେମାନଙ୍କ ହସ୍ତରେ ସମର୍ପଣ କରିବେ। ଆଉ ସେମାନେ ମୋତେ ଆଘାତ ଦେବେ।”
20 କିନ୍ତୁ ଯିରିମିୟ କହିଲେ, “ସେମାନେ ଆପଣଙ୍କୁ ସମର୍ପଣ କରିବେ ନାହିଁ। ମୁଁ ବିନୟ କରୁଛି, ମୋ’ ଦ୍ୱାରା କଥିତ ସଦାପ୍ରଭୁଙ୍କର ବାକ୍ୟ ଆପଣ ମାନନ୍ତୁ। ତହିଁରେ ଆପଣଙ୍କର ମଙ୍ଗଳ ହେବ ଓ ଆପଣଙ୍କ ପ୍ରାଣ ରହିବ। 21 ମାତ୍ର ଯଦି ଆପଣ ସଦାପ୍ରଭୁଙ୍କ ବାକ୍ୟ ନ ମାନି କଲ୍ଦୀୟମାନଙ୍କର ଅଧୀନତା ସ୍ୱୀକାର ନ କରିବ, ତେବେ ସଦାପ୍ରଭୁ ମୋତେ ଯେଉଁ କଥା ଜଣାଇ ଅଛନ୍ତି, ତାହା ହେଉଛି ଏହା। 22 ଦେଖନ୍ତୁ, ଯିହୁଦାର ରାଜଗୃହରେ ଯେତେ ସ୍ତ୍ରୀଲୋକ ଅବଶିଷ୍ଟ ଅଛନ୍ତି, ସେ ସମସ୍ତେ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଅଣାଯିବେ, ଆଉ ଏହି ସ୍ତ୍ରୀମାନେ କହିବେ,
‘ତୁମ୍ଭର ବନ୍ଧୁମାନେ ତୁମ୍ଭକୁ ପ୍ରବର୍ତ୍ତାଇ
ତୁମ୍ଭକୁ ପରାସ୍ତ କରିଅଛନ୍ତି,
ଆଉ ଏବେ ତୁମ୍ଭର ପାଦ ପଙ୍କରେ ନିମଗ୍ନ ହେବାରୁ
ସେମାନେ ତୁମ୍ଭଠାରୁ ବିମୁଖ ହୋଇଅଛନ୍ତି।’
23 “ପୁଣି ଲୋକମାନେ ତୁମ୍ଭ ସ୍ତ୍ରୀ ଓ ସନ୍ତାନମାନଙ୍କୁ ଆଣି କଲ୍ଦୀୟମାନଙ୍କୁ ଦେବେ। ଆଉ ତୁମ୍ଭେ ମଧ୍ୟ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ। ବାବିଲ ରାଜାର ହସ୍ତରେ ଧରାଯିବ। ଆଉ ସେମାନେ ଏହି ନଗରକୁ ଅଗ୍ନିରେ ଦଗ୍ଧ କରିବେ।”
24 ତା'ପରେ ସିଦିକିୟ ଯିରିମିୟଙ୍କୁ କହିଲେ, “ମୋର ତୁମ୍ଭ ସହିତ କଥା ହେବା କେହି ନ ଜାଣୁ। ତହିଁରେ ତୁମ୍ଭେ ମରିବ ନାହିଁ। 25 ଆଉ ମୁଁ ତୁମ୍ଭ ସହିତ କଥା ହୋଇଛି ବୋଲି ଯଦି ଅଧିପତିମାନେ ଜାଣନ୍ତି, ତେବେ ସେମାନେ ତୁମ୍ଭକୁ କହିବେ, ‘ତୁମ୍ଭେ ରାଜାଙ୍କ ସହିତ ଯାହା ଆଲୋଚନା କରିଛ କିଛି ନ ଲୁଗ୍ଭଇ ତାହା ଆମ୍ଭମାନଙ୍କୁ ଜଣାଅ, ଆଉ ରାଜା ତୁମ୍ଭକୁ କ’ଣ ସବୁ କହିଛନ୍ତି, ତାହା ଠିକ୍ ଭାବରେ ପ୍ରକାଶ କର। ତାହାହେଲେ ଆମ୍ଭେମାନେ ତୁମ୍ଭକୁ ବଧ କରିବୁ ନାହିଁ।’ 26 ସେହି ସମୟରେ ତୁମ୍ଭେ ସେମାନଙ୍କୁ କହିବ, ‘ମୋତେ ଯୋନାଥନ ଗୃହକୁ ନ ପଠାଇବା ପାଇଁ ମୁଁ ରାଜାଙ୍କ ନିକଟରେ ଅନୁନୟ କଲି। ତା’ ନ ହେଲେ ମୁଁ ସେଠାରେ ମରିଯିବି।’”
27 ଏହା ପରେ ଅଧିପତିଗଣ ଯିରିମିୟଙ୍କ ନିକଟକୁ ଆସିଲେ ଓ ତାଙ୍କୁ ପ୍ରଶ୍ନ କଲେ। ଆଉ ସେ କହିଲେ, ଯାହା ରାଜା ତାଙ୍କୁ କହିବା ପାଇଁ କହିଥିଲେ। ତହୁଁ ସେମାନେ ଯିରିମିୟଙ୍କୁ ପ୍ରଶ୍ନ ପଗ୍ଭରିବା ବନ୍ଦ କଲେ। କାରଣ କେହି ଯିରିମିୟ ଓ ରାଜାଙ୍କର ବାର୍ତ୍ତାଳାପ ଛପି ଶୁଣିପାରିଲେ ନାହିଁ।
28 ତେଣୁ ଯିରୁଶାଲମ ଅଧିକୃତ ହେବା ପର୍ଯ୍ୟନ୍ତ ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।
ଯିରୁଶାଲମର ପତନ
39 ଅନନ୍ତର ଯିହୁଦାର ରାଜା ସିଦିକିୟର ରାଜତ୍ୱର ନବମ ବର୍ଷର ଦଶମ ମାସରେ ବାବିଲର ରାଜା ନବୂଖଦ୍ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୁଶାଲମର ବିରୁଦ୍ଧରେ ଆସି ତାହା ଅବରୋଧ କଲେ। 2 ସିଦିକିୟର ରାଜତ୍ୱର ଏକାଦଶ ବର୍ଷର ଚତୁର୍ଥ ମାସର ନବମ ଦିନରେ ଏହି ନଗରର ପ୍ରାଚୀର ଭଙ୍ଗାଗଲା ଓ ଯିରୁଶାଲମକୁ କରଗତ କରାଗଲା। 3 ତା'ପରେ ବାବିଲ ରାଜାର ସମସ୍ତ ଅଧିପତିମାନେ ଯଥା: ନେର୍ଗଲଶରେତ୍ସର, ସମ୍ଗର-ନବୋ, ଶର୍ସଖୀମ, ରବସାରୀସ୍ ଓ ରବମାଗ୍ ପ୍ରଭୃତି ବାବିଲ ରାଜାର ଅବିଶିଷ୍ଟ ଅଧିପତି ସମସ୍ତେ ଆସି ମଧ୍ୟମ ଦ୍ୱାରରେ ବସିଲେ।
4 ତହୁଁ ଯିହୁଦାର ରାଜା ସିଦିକିୟ ଓ ସମସ୍ତ ସୈନ୍ୟଗଣ ସେମାନଙ୍କୁ ଦେଖି ପଳାୟନ କଲେ। ସେମାନେ ରାତ୍ରିକାଳରେ ରାଜାର ଉଦ୍ୟାନ ନିକଟସ୍ଥ ପଥ ଦେଇ ଦୁଇ ପ୍ରାଚୀରର ମଧ୍ୟସ୍ଥିତ ଦ୍ୱାରରେ ନଗରରୁ ବାହାରି ଗଲେ। ପୁଣି ସେମାନେ ପ୍ରାନ୍ତର ଆଡ଼େ ଗ୍ଭଲିଲେ। 5 ମାତ୍ର କଲ୍ଦୀୟମାନଙ୍କର ସୈନ୍ୟ ସେମାନଙ୍କ ପଛେ ପଛେ ଗୋଡ଼ାଇ ଯିରୀହୋ ପଦାରେ ସିଦିକିୟ ନିକଟରେ ପହଞ୍ଚିଲେ। ସେମାନଙ୍କୁ ଧରି ହମାତ୍ ଦେଶସ୍ଥ ରିବ୍ଲାରେ ବାବିଲର ରାଜା ନବୂଖଦ୍ନିତ୍ସର ନିକଟକୁ ଆଣିଲେ, ତହୁଁ ସେ ତାହାର ଦଣ୍ଡ ବ୍ୟବସ୍ଥା କଲେ। 6 ବାବିଲ ରାଜା ରିବ୍ଲାରେ ସିଦିକିୟର ସମ୍ମୁଖରେ ସିଦିକିୟର ପୁତ୍ରମାନଙ୍କୁ ବଧ କଲେ। ଆଉ ମଧ୍ୟ ତାଙ୍କର ଅଧିପତିଙ୍କୁ ବଧ କଲେ। 7 ପୁଣି ସେ ସିଦିକିୟର ଚକ୍ଷୁ ଉପାଡ଼ି ତାକୁ ବାବିଲକୁ ନେବାକୁ ପିତ୍ତଳ ଶୃଙ୍ଖଳରେ ବାନ୍ଧିଲେ।
8 କଲ୍ଦୀୟମାନେ ରାଜଗୃହ ଓ ଲୋକମାନଙ୍କର ସମସ୍ତ ଗୃହ ଅଗ୍ନିରେ ଦଗ୍ଧ କଲେ। ଆଉ ଯିରୁଶାଲମର ପ୍ରାଚୀର ସବୁ ଭାଙ୍ଗି ପକାଇଲେ। 9 ବାବିଲ ରାଜାର ନବୂଷରଦନ୍ ନାମକ ଜଣେ ପ୍ରହରୀବର୍ଗର ସେନାପତି ଯିରୁଶାଲମ ନଗରର ଅବଶିଷ୍ଟ ପଳାତକମାନଙ୍କୁ ଓ ତାଙ୍କ ପକ୍ଷ ହୋଇଥିବା ପଳାତକମାନଙ୍କୁ ବନ୍ଦୀକରି ବାବିଲକୁ ନେଇଗଲା। 10 କିନ୍ତୁ ସେହି ପ୍ରହରୀବର୍ଗରେ ସେନାପତି ନବୂଷରଦନ୍ କେତେକ ଦୀନ ଦରିଦ୍ର ଲୋକଙ୍କୁ ଯିହୁଦା ଦେଶରେ ଛାଡ଼ିଗଲା, ଆଉ ସେମାନଙ୍କୁ ସେହି ଦିନ ଦ୍ରାକ୍ଷାକ୍ଷେତ୍ର ଓ ଭୂମି ଦେଲା।
11 ମାତ୍ର ବାବିଲର ରାଜା ନବୂଖଦ୍ନିତ୍ସର ଯିରିମିୟଙ୍କ ବିଷୟରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍କୁ ଏହି ଆଜ୍ଞା ଦେଲେ। 12 “ତୁମ୍ଭେ ଯିରିମିୟଙ୍କୁ ଦେଖ ଓ ତାଙ୍କର ଯତ୍ନ ନିଅ। ତାଙ୍କର କୌଣସି କ୍ଷତି କର ନାହିଁ। ସେ ତୁମ୍ଭକୁ ଯାହା ମାଗିବେ, ତାହା ତାଙ୍କୁ ଦିଅ।”
13 ତେଣୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍, ସେନାଧ୍ୟକ୍ଷ ନବୂଶସବନ୍ ଓ ନେର୍ଗଲ-ଶରେତ୍ସର ଓ ବାବିଲର ସମସ୍ତ ପ୍ରଧାନବର୍ଗ ଲୋକ ପଠାଇ ଯିରିମିୟଙ୍କୁ ଡକାଇଲେ। 14 ସେମାନେ ପ୍ରହରୀ ପ୍ରାଙ୍ଗଣରୁ ଯିରିମିୟଙ୍କୁ ଆଣିଲେ ଓ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିୟର ହସ୍ତରେ ସମର୍ପଣ କଲେ। ଗଦଲିୟ ଯିରିମିୟଙ୍କୁ ତାଙ୍କ ମନ୍ଦିରକୁ ପଠାଇ ଦେଲେ ଓ ସେ ତାଙ୍କ ନିଜ ଲୋକମାନଙ୍କ ମଧ୍ୟରେ ବାସ କଲେ।
ସଦାପ୍ରଭୁଙ୍କଠାରୁ ଏବଦ୍-ମେଲକଙ୍କ ପ୍ରତି ଏକ ବାର୍ତ୍ତା
15 ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ବନ୍ଦୀଥିବା ସମୟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ତାଙ୍କ ନିକଟରେ ଉପସ୍ଥିତ ହେଲା। 16 “ହେ ଯିରିମିୟ, ତୁମ୍ଭେ ଯାଇ କୁଶୀୟ ଏବଦ୍-ମେଲକକୁ କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଏହି ନଗର ପ୍ରତି ମଙ୍ଗଳ ପାଇଁ ନୁହଁ, ଅମଙ୍ଗଳ ନିମନ୍ତେ ଆମ୍ଭର ବାକ୍ୟସବୁ ସଫଳ କରିବା। ଆଉ ସେସବୁ ତୁମ୍ଭ ସାକ୍ଷାତରେ ସଫଳ ହେବାର ଦେଖିବ।’ 17 ମାତ୍ର ସଦାପ୍ରଭୁ କହନ୍ତି, ‘ସେଦିନ ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା। ଆଉ ତୁମ୍ଭେ ଯେଉଁ ଲୋକମାନଙ୍କୁ ଭୟ କରୁଛ, ସେମାନଙ୍କ ହସ୍ତରେ ତୁମ୍ଭେ ସମର୍ପିତ ହେବ ନାହିଁ। 18 ଆଉ ହେ ଏବଦ୍-ମେଲକ, ଆମ୍ଭେ ତୁମ୍ଭକୁ ନିଶ୍ଚୟ ରକ୍ଷା କରିବା। ତୁମ୍ଭେ ଖଡ଼୍ଗରେ ନିହତ ହେବ ନାହିଁ। ମାତ୍ର ତୁମ୍ଭେ ରକ୍ଷା ପାଇବ ଓ ବଞ୍ଚିବ। ଯେହେତୁ ତୁମ୍ଭେ ଆମ୍ଭଠାରେ ବିଶ୍ୱାସ ରଖିଛ।’” ଏହି ବାକ୍ୟ ସଦାପ୍ରଭୁଙ୍କଠାରୁ ଆସିଥିଲା।
ଯିରିମିୟଙ୍କ ବନ୍ଦୀରୁ ମୁକ୍ତ
40 ଯିରୁଶାଲମ ଓ ଯିହୁଦାର ସମସ୍ତ ବନ୍ଦୀ ବାବିଲକୁ ନିଆ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଶୃଙ୍ଖଳାବଦ୍ଧ ଯିରିମିୟଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ରାମା ନଗରରେ ଯାଇ ମୁକ୍ତ କଲେ। ଏହା ପରେ ସଦାପ୍ରଭୁଙ୍କର ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। 2 ସେତେବେଳେ ପ୍ରହରୀବର୍ଗର ସେନାପତି, “ଯିରିମିୟଙ୍କୁ କହିଲା, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ସ୍ଥାନ ବିଷୟରେ ଏହି ଅମଙ୍ଗଳକର କଥା କହିଥିଲେ। 3 ସଦାପ୍ରଭୁ ତାଙ୍କ କହିବାନୁସାରେ ସବୁ ଘଟାଇ ଅଛନ୍ତି। ଏହା ଘଟିଲା, କାରଣ ତୁମ୍ଭର ଲୋକମାନେ ତାଙ୍କର କଥା ମାନିଲେ ନାହିଁ ଓ ପାପ କଲେ। 4 ଆଉ ବର୍ତ୍ତମାନ ମୁଁ ତୁମ୍ଭ ହସ୍ତରୁ ଶୃଙ୍ଖଳ ମୁକ୍ତ କଲି। ଯଦି ତୁମ୍ଭେ ମୋ’ ସହିତ ବାବିଲ ଯିବାକୁ ଇଚ୍ଛା କରୁଛ, ତେବେ ଆସ, ମୁଁ ତୁମ୍ଭର ଉତ୍ତମରୂପେ ଯତ୍ନ ନେବି। ଯଦି ତୁମ୍ଭେ ମୋ’ ସହିତ ଯିବାକୁ ଇଚ୍ଛା ନ କରୁଛ, ତେବେ ସେଥିରୁ କ୍ଷାନ୍ତ ହୁଅ। ସମସ୍ତ ଦେଶ ତୁମ୍ଭ ପାଇଁ ମୁକ୍ତ ରହିଛି। ତୁମ୍ଭେ ଯେକୌଣସି ସ୍ଥାନକୁ ଯିବାକୁ ଭଲ ମନେ କରୁଛ, ସେଠାକୁ ଯାଅ। 5 ଅଥବା ତୁମ୍ଭେ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିୟ ନିକଟକୁ ଫେରିଯାଅ। ବାବିଲର ରାଜା ତାକୁ ଯିହୁଦାର ଶାସନକର୍ତ୍ତା ରୂପେ ନିଯୁକ୍ତ କରିଅଛି। ତୁମ୍ଭେ ତାଙ୍କ ସହିତ ବାସ କର କିଅବା ଯେକୌଣସି ସ୍ଥାନକୁ ଯିବାକୁ ଇଚ୍ଛା କରୁଛ ସେ ସ୍ଥାନକୁ ଯାଅ।”
ତା'ପରେ ନବୂଷରଦନ୍ ଯିରିମିୟଙ୍କୁ କିଛି ଖାଦ୍ୟ ଓ ପାରିତୋଷିକ ଦେଇ ବିଦାୟ କଲେ। 6 ତେଣୁ ଯିରିମିୟ ମିସ୍ପାରେ ଅହୀକାମର ପୁତ୍ର ଗଦଲିୟ ନିକଟକୁ ଯାଇ ଅବଶିଷ୍ଟ ଲୋକମାନଙ୍କ ମଧ୍ୟରେ ଯିହୁଦାରେ ତାଙ୍କ ସଙ୍ଗେ ବାସ କଲେ।
ଗଦଲିୟଙ୍କ ସ୍ୱଳ୍ପ ଶାସନ
7 ଯେତେବେଳେ ଯିରୁଶାଲମ ଧ୍ୱଂସ ହେଲା, ସେତେବେଳେ ଯିହୁଦାର କେତେକ ସେନାପତି, ଅଧିପତି ଓ ଲୋକ ବାହାରେ ଥିଲେ। ସେମାନେ ଶୁଣିଲେ ଯେ ବାବିଲର ରାଜା ଅହୀକାମର ପୁତ୍ର ଗଦଲିୟକୁ ଦେଶର ଶାସନକର୍ତ୍ତା ରୂପେ ନିଯୁକ୍ତ କରିଅଛନ୍ତି। ସେ ତାଙ୍କ ଉପରେ ବାବିଲକୁ ନିଆଯାଇ ନ ଥିବା ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକା ଏବଂ ଦେଶସ୍ଥ ଦରିଦ୍ରମାନଙ୍କର ଭାର ନ୍ୟସ୍ତ କରିଅଛନ୍ତି। 8 ଯେଉଁମାନେ ମିସ୍ପୀକୁ ଗଦଲିୟ ନିକଟକୁ ଗଲେ ସେମାନଙ୍କ ମଧ୍ୟରେ ନଥନିୟର ପୁତ୍ର ଇଶ୍ମାୟେଲ, କାରେହର ପୁତ୍ର ଯୋହାନନ୍ ଓ ଯୋନାଥନ୍, ତନ୍ହୂମତର ପୁତ୍ର ସରାୟ, ନଟୋଫାତୀୟ ଏଫୟର ପୁତ୍ରମାନେ ଓ ମାଖାତୀୟର ପୁତ୍ର ଯାସନୀୟ ଥିଲେ।
9 ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିୟ ସେହି ସୈନ୍ୟମାନଙ୍କ ଓ ସେମାନଙ୍କର ଲୋକମାନଙ୍କ ନିକଟରେ ଶପଥ କରି କହିଲା, “ତୁମ୍ଭେମାନେ କଲ୍ଦୀୟମାନଙ୍କର ଦାସ ହେବା ପାଇଁ ଭୟ କର ନାହିଁ। ବାବିଲ ରାଜାର ସେବାକାରି ଏହି ଦେଶରେ ବାସ କର। ଏଥିରେ ତୁମ୍ଭମାନଙ୍କର ମଙ୍ଗଳ ହେବ। 10 ଆଉ ଦେଖ, ଯେଉଁ କଲ୍ଦୀୟମାନେ ଆମ୍ଭ ନିକଟକୁ ମିସ୍ପୀକୁ ଆସିବେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସେମାନଙ୍କୁ ଉତ୍ତର କରିବା। ମାତ୍ର ତୁମ୍ଭେମାନେ ଦ୍ରାକ୍ଷାରସ, ଗ୍ରୀଷ୍ମକାଳୀନ ଫଳ ଓ ତୈଳ ସଞ୍ଚୟ କରି ଆପଣା ଆପଣା ପାତ୍ରରେ ରଖ। ଆଉ ତୁମ୍ଭେମାନେ ହସ୍ତଗତ କରିଥିବା ନଗରଗୁଡ଼ିକରେ ବାସ କର।”
11 ଯିହୁଦାର ଯେଉଁସବୁ ଲୋକ ମୋୟାବ, ଅମ୍ମୋନ, ଇଦୋମ ଓ ଅନ୍ୟାନ୍ୟ ସବୁ ଦେଶରେ ଥିଲେ, ସେମାନେ ଶୁଣିଲେ ଯେ ବାବିଲର ରାଜା ଯିହୁଦା ଏକ ଅବଶିଷ୍ଟ ଅଂଶ ଲୋକ ରଖିଅଛି ଓ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିୟକୁ ସେମାନଙ୍କୁ ଶାସନ କରିବାକୁ ନିଯୁକ୍ତ କରିଅଛି। 12 ଯେତେବେଳେ ଯିହୁଦୀମାନେ ଏହି ସମ୍ବାଦ ଶୁଣିଲେ, ସେମାନେ ବିତାଡ଼ିତ ହୋଇଥିବା ଦେଶମାନଙ୍କରୁ ଯିହୁଦାକୁ ଫେରି ଆସିଲେ। ସେମାନେ ମିସ୍ପାରେ ଗଦଲିୟ ନିକଟକୁ ଆସିଲେ। ଆଉ ଅପାର ଦ୍ରାକ୍ଷାରସ ଓ ଗ୍ରୀଷ୍ମକାଳୀନ ଫଳ ସଞ୍ଚୟ କଲେ।
13 ଆହୁରି କାରେହର ପୁତ୍ର ଯୋହାନନ୍ ଓ ପଦାରେ ଅବସ୍ଥିତ ସେନାପତି ସକଳ ମିସ୍ପାରେ ଗଦଲିୟ ନିକଟକୁ ଆସିଲେ। 14 ଯୋହାନନ୍ ଓ ସେହି ଅଧିପତିଗଣ ଗଦଲିୟକୁ କହିଲେ, “ଅମ୍ମୋନ୍ ସନ୍ତାନଗଣର ରାଜା ବାଲୀସ ଆପଣଙ୍କ ପ୍ରାଣ ନେବା ପାଇଁ ନଥନିୟର ପୁତ୍ର ଇଶ୍ମାୟେଲକୁ ପଠାଇଅଛି ବୋଲି ଆପଣ ଜାଣନ୍ତି କି?” ମାତ୍ର ଅହୀକାମର ପୁତ୍ର ଗଦଲିୟ ସେମାନଙ୍କ କଥାରେ ବିଶ୍ୱାସ କଲେ ନାହିଁ।
15 ତାହାପରେ କାରେହର ପୁତ୍ର ଯୋହାନନ୍ ମିସ୍ପାରେ ଗଦଲିୟକୁ ଗୋପନରେ କହିଲେ, “ଆପଣଙ୍କର ଅନୁମତି ହେଲେ ମୁଁ ଯାଇ ନଥନିୟର ପୁତ୍ର ଇଶ୍ମାୟେଲକୁ ବଧ କରିବି। ଆଉ କେହି ତାହା ଜାଣିବେ ନାହିଁ। ସେ କାହିଁକି ଆପଣଙ୍କୁ ବଧ କରିବ ଓ ତଦ୍ଦ୍ୱାରା ଆପଣଙ୍କ ନିକଟରେ ସଂଗୃହୀତ ଯିହୁଦୀୟ ସମସ୍ତେ ଛିନ୍ନଭିନ୍ନ ହୋଇଯିବେ ଓ ଯିହୁଦାର ଅବଶିଷ୍ଟାଂଶ ବିନଷ୍ଟ ହେବ?”
16 କିନ୍ତୁ ଅହୀକାମର ପୁତ୍ର ଗଦଲିୟ କାରେହର ପୁତ୍ର ଯୋହାନନ୍କୁ କହିଲେ, “ତୁମ୍ଭେ ଇଶ୍ମାୟେଲକୁ ବଧ କର ନାହିଁ। କାରଣ ତୁମ୍ଭେ ତାଙ୍କ ବିଷୟରେ ଯାହା କହୁଅଛ ତାହା ସତ୍ୟ ନୁହେଁ।”
41 ଅନନ୍ତର ସପ୍ତମ ମାସରେ ରାଜବଂଶୀ ଇଲୀଶାମାର ପୌତ୍ର ନଥନିୟର ପୁତ୍ର ଇଶ୍ମାୟେଲ ଦଶ ଜଣ ପୁରୁଷଙ୍କ ସହିତ ଅହୀକାମର ପୁତ୍ର ଗଦଲିୟ ନିକଟକୁ ମିସ୍ପାକୁ ଆସିଲେ। ସେମାନେ ସେଠାରେ ଗଦଲିୟ ସହିତ ଏକତ୍ର ଭୋଜନ କଲେ। 2 ସେମାନେ ଏକତ୍ର ଭୋଜନ କରୁଥିବା ବେଳେ ଇଶ୍ମାୟେଲ ଓ ତାର ଦଶ ଜଣ ସଙ୍ଗୀ ଯିହୁଦାର ଶାସକ ଅହୀକାମର ପୁତ୍ର ଗଦଲିୟକୁ ହତ୍ୟା କଲେ, ଯାହାକୁ ବାବିଳର ରାଜା ଏହି ଭୂମିରେ ଖଣ୍ଡା ସାହାଯ୍ୟରେ ନିଯୁକ୍ତ କରିଥିଲେ। 3 ଆଉ ମଧ୍ୟ ଇଶ୍ମାୟେଲ ମିସ୍ପାରେ ଗଦଲିୟ ସହିତ ଥିବା ସମସ୍ତ ଯିହୁଦୀୟମାନଙ୍କୁ ଓ ବାବିଲର ସୈନ୍ୟମାନଙ୍କୁ ବଧ କଲେ।
4-5 ଗଦଲିୟକୁ ବଧ କରିବାର ଦିନକ ପରେ ଶିଖିମ, ଶୀଲୋ ଓ ଶମରିୟାରୁ ଅଶୀଜଣ ପୁରୁଷ ଦାଢ଼ି କ୍ଷୌର ହୋଇ, ଛିନ୍ନବସ୍ତ୍ର ପରିଧାନ ପୂର୍ବକ ନିଜ ନିଜ ଶରୀରରେ ଅସ୍ତ୍ରାଘାତ କରି ହସ୍ତରେ ନୈବେଦ୍ୟ ଓ ସୁଗନ୍ଧି ଧୂପ ନେଇ ସଦାପ୍ରଭୁଙ୍କ ଗୃହକୁ ଆସୁଥିଲେ। ସେମାନେ ଗଦଲିୟଙ୍କ ହତ୍ୟା ଖବର ଜାଣି ନ ଥିଲେ। 6 ଇଶ୍ମାୟେଲ ମିସ୍ପାକୁ ସେହି ଅଶୀଜଣ ପୁରୁଷଙ୍କୁ ଭେଟିବା ପାଇଁ ଗଲା ଓ ଗଲାବେଳେ ବାଟସାରା କ୍ରନ୍ଦନ କରି କରି ଗଲା। ସେମାନଙ୍କୁ ସାକ୍ଷାତ କରି କହିଲା, “ଅହୀକାମର ପୁତ୍ର ଗଦଲିୟକୁ ଦେଖିବାକୁ ଆସ।” 7 ଯେତେବେଳେ ସେମାନେ ନଗରର ମଧ୍ୟସ୍ଥାନକୁ ଆସିଲେ, ଇଶ୍ମାୟେଲ ଓ ତା'ର ସଙ୍ଗୀମାନେ ସେମାନଙ୍କୁ ବଧ କଲେ ଏବଂ ସେମାନଙ୍କୁ ଏକ ଗାତ ମଧ୍ୟରେ ଫୋପାଡ଼ି ଦେଲେ। 8 ମାତ୍ର ସେମାନଙ୍କ ମଧ୍ୟରୁ ଦଶ ଜଣ ଇଶ୍ମାୟେଲକୁ କହିଲେ, “ଆମ୍ଭମାନଙ୍କୁ ବଧ କର ନାହିଁ, କାରଣ ଆମ୍ଭମାନଙ୍କର ଗହମ, ଯବ, ତୈଳ ଓ ମଧୁର ଗୁପ୍ତ ଭଣ୍ଡାର କ୍ଷେତରେ ଲୁଗ୍ଭଇ ରଖିଛୁ ଏବଂ ଆମ୍ଭେ ସେସବୁ ତୁମ୍ଭକୁ ଦେବୁ।” ତେଣୁ ଇଶ୍ମାୟେଲ ସେମାନଙ୍କୁ ମାରିବାରୁ ବିରତ ହେଲେ। 9 ଇଶ୍ମାୟେଲ ସେହି କୂପକୁ ନିହତମାନଙ୍କ ଶବରେ ଗଦଲିୟର ଶବ ସହିତ ପରିପୂର୍ଣ୍ଣ କଲା। ସେହି କୂପକୁ ଆସାର ରାଜା, ଇସ୍ରାଏଲର ବାଶା ରାଜାର ଭୟରେ ପ୍ରସ୍ତୁତ କରିଥିଲା, ଯୁଦ୍ଧ ସମୟରେ ପାଣି ଯୋଗାଇବାକୁ ସେହି କୂପ ଖୋଳା ଯାଇଥିଲା।
10 ଏହା ପରେ ଇଶ୍ମାୟେଲ, ମିସ୍ପାରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ ଅର୍ଥାତ୍ ସମସ୍ତ ରାଜକନ୍ୟାଗଣଙ୍କୁ ଓ ମିସ୍ପାରେ ଅବଶିଷ୍ଟ ଥିବା ଯେଉଁସବୁ ଲୋକଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଅହୀକାମର ପୁତ୍ର ଗଦଲିୟ ହସ୍ତରେ ସମର୍ପଣ କରିଥିଲା, ସେମାନଙ୍କୁ ବନ୍ଦୀକରି ନେଇଗଲା। ସେ ସେମାନଙ୍କୁ ବନ୍ଦୀକରି ଅମ୍ମୋନ ସନ୍ତାନଗଣର ନିକଟକୁ ଯିବା ପାଇଁ ପ୍ରସ୍ଥାନ କଲା।
11 କାରେହର ପୁତ୍ର ଯୋହାନନ୍ ଓ ତାହାର ସମସ୍ତ ସଙ୍ଗୀ ସେନାପତିଗଣ ଇଶ୍ମାୟେଲର ଦୁଷ୍କର୍ମସବୁ ଜାଣିଲେ। 12 ତେଣୁ ଯୋହାନନ୍ ତାହାର ସମସ୍ତ ସେନାପତିମାନଙ୍କୁ ନେଇ ନଥନିୟର ପୁତ୍ର ଇଶ୍ମାୟେଲ ସଙ୍ଗେ ଯୁଦ୍ଧ କରିବାକୁ ଗଲେ ଓ ଗିବିୟୋନସ୍ଥିତ ଏକ ବିରାଟ ଜଳାଶୟ ନିକଟରେ ତାହାକୁ ଭେଟିଲେ। 13 ସେତେବେଳେ ଇଶ୍ମାୟେଲ ସଙ୍ଗରେ ଥିବା ସମସ୍ତ ଲୋକ କାରେହର ପୁତ୍ର ଯୋହାନନ୍କୁ ଓ ତାହାର ସଙ୍ଗୀ ସେନାପତିମାନଙ୍କୁ ଦେଖି ଆନନ୍ଦିତ ହେଲେ। 14 ତା'ପରେ ଇଶ୍ମାୟେଲ ଯେଉଁ ଲୋକମାନଙ୍କୁ ମିସ୍ପାକୁ ବନ୍ଦୀ କରି ନେଇଯାଇଥିଲା, ସେମାନେ ସମସ୍ତେ କାରେହର ପୁତ୍ର ଯୋହାନନ୍ ନିକଟକୁ ଫେରି ଆସିଲେ। 15 ମାତ୍ର ନଥନିୟର ପୁତ୍ର ଇଶ୍ମାୟେଲ ଆଠଜଣ ଲୋକ ସହିତ ଯୋହାନନ୍ ନିକଟରୁ ପଳାଇ ଅମ୍ମୋନ ସନ୍ତାନଗଣର ନିକଟକୁ ଗଲା।
16 ଯୋହାନନ୍ ଏବଂ ତାଙ୍କର ସୈନ୍ୟବାହିନୀର ସେନାପତିଗଣ ଗିବିୟୋନକୁ ଅବଶିଷ୍ଟ ଲୋକମାନଙ୍କୁ ଆଣିଲେ, ଯେଉଁମାନଙ୍କୁ ନଥନିୟର ପୁତ୍ର ଇଶ୍ମାୟେଲ, ଗଲିୟଦକୁ ହତ୍ୟା କଲା ପରେ, ମିସ୍ପାକୁ ନେଇ ଯାଇଥିଲେ। ସେମାନଙ୍କ ମଧ୍ୟରେ ଯୋଦ୍ଧାଗଣ, ସ୍ତ୍ରୀଲୋକ, ବାଳକଗଣ, ବାଳିକାଗଣ ଓ ନପୁଂସକଗଣ ଥିଲେ।
ମିଶରକୁ ପଳାୟନ
17-18 ଯୋହାନନ୍ ଓ ଅନ୍ୟ ସେନାପତିଗଣ କଲ୍ଦୀୟମାନଙ୍କୁ ଭୟ କଲେ। କାରଣ ଇଶ୍ମାୟେଲ ବାବିଲ ରାଜାଙ୍କ ଦ୍ୱାରା ନିଯୁକ୍ତ ଶାସନକର୍ତ୍ତା ଗଦଲିୟକୁ ହତ୍ୟା କରିଥିଲେ। ତେଣୁ ଯୋହାନନ୍ କଲ୍ଦୀୟମାନେ ରାଗିଥିବେ ବୋଲି ଭୟ କଲେ। ତେଣୁ ସେ ମିଶରକୁ ପଳାଇ ଯିବା ପୂର୍ବରୁ ବୈଥ୍ଲେହମ୍ ସହର ନିକଟସ୍ଥ ଗେରୁତ୍ତ୍ୱକିମହମରେ କିଛି ସମୟ ଅଟକି ଥିଲେ।
2010 by World Bible Translation Center