Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 10-13

ସଦାପ୍ରଭୁ ଓ ପ୍ରତିମାଗଣ

10 ହେ ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ବାକ୍ୟ ଶୁଣ। ସଦାପ୍ରଭୁ ଏହିକଥା କହନ୍ତି,

“ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କର ବ୍ୟବହାର ଶିଖ ନାହିଁ
    ଓ ଆକାଶର ନାନା ଚିହ୍ନରେ ଭୟଭୀତ ହୁଅ ନାହିଁ,
କାରଣ ଅନ୍ୟ ଦେଶୀୟମାନେ ତହିଁରେ ଭୀତ ହୁଅନ୍ତି।
ଅନ୍ୟ ଦେଶୀୟମାନଙ୍କର ସକଳ ବିଧି ବ୍ୟବସ୍ଥା ଅସାର
    କାରଣ ଅରଣ୍ୟରୁ ବୃକ୍ଷ ଚ୍ଛେଦନ କରି କାରିଗର ନିର୍ମିତ କରିଥିବା ପ୍ରତିମା ଓ ମୂର୍ତ୍ତିଗୁଡ଼ିକ ସବୁ ମୂଲ୍ୟହୀନ।
    ସେଗୁଡ଼ିକ ଦେବତା ନୁହନ୍ତି।
ସେମାନେ ସେଗୁଡ଼ିକୁ ସୁନା ଓ ରୂପାରେ ସଜ୍ଜିତ କରନ୍ତି।
    ସେମାନେ ସେଗୁଡ଼ିକୁ ହାତୁଡ଼ି ଦ୍ୱାରା କଣ୍ଟା ବାଡ଼େଇ ଦୃଢ଼ କରନ୍ତି,
    ଯେପରି ସେଗୁଡ଼ିକ ଟଳମଳ ହେବେ ନାହିଁ କିଅବା ପଡ଼ିବେ ନାହିଁ।
ସେସବୁ ତାଳଗଛ ତୁଲ୍ୟ, କୁନ୍ଦା
    ଓ କଥା କହନ୍ତି ନାହିଁ।
ସେମାନଙ୍କୁ ବହନ କରିବାକୁ ହୁଏ
    କାରଣ ସେମାନେ ଗ୍ଭଲିପାରନ୍ତି ନାହିଁ।
ତେଣୁ ସେମାନଙ୍କୁ ଭୟ କର ନାହିଁ,
    କାରଣ ସେମାନେ ଅମଙ୍ଗଳ କରି ପାରିବେ ନାହିଁ
କିଅବା ମଙ୍ଗଳ କରିବାକୁ ସେମାନଙ୍କର ଶକ୍ତି ନାହିଁ।”

ହେ ସଦାପ୍ରଭୁ, ତୁମ୍ଭେ ଅତି ମହାନ,
    ତୁମ୍ଭ ତୁଲ୍ୟ ଆଉ କେହି ନାହାନ୍ତି।
    ତୁମ୍ଭର ନାମ ମହତ୍ ଓ ପରାକ୍ରମଶାଳୀ।
ତେଣୁ ହେ ପରମେଶ୍ୱର, ତୁମ୍ଭେ ସର୍ବଦେଶୀୟମାନଙ୍କ ମଧ୍ୟରେ ମହାନ।
    ତୁମ୍ଭକୁ କିଏ ଭୟ ନ କରିବ? ତୁମ୍ଭେ ତାହାର ଯୋଗ୍ୟ।
ସର୍ବଦେଶୀୟ ମଧ୍ୟରେ ବହୁ ଜ୍ଞାନୀ ଲୋକ ଅଛନ୍ତି,
    ମାତ୍ର ସମଗ୍ର ରାଜକୀୟ, ଐଶ୍ୱର୍ଯ୍ୟଶାଳୀ ଓ ଜ୍ଞାନୀମାନଙ୍କ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହାନ୍ତି।

ଅନ୍ୟ ଦେଶୀୟମାନେ ସମସ୍ତେ ନିର୍ବୋଧ ଓ ଅଜ୍ଞାନ।
    ସେମାନଙ୍କର ମୂର୍ତ୍ତିଗୁଡ଼ିକର ଶିକ୍ଷା ମୂଲ୍ୟହୀନ।
    ସେହି ମୂର୍ତ୍ତିଗୁଡ଼ିକ କେବଳ କାଷ୍ଠ ମାତ୍ର।
ସେମାନେ ତର୍ଶୀଶରୁ ପିଟା ରୂପାପାତ୍ର ଓ ଉଫସରୁ ସୁନା ଆଣି
    କାରିଗର ଓ ସ୍ୱର୍ଣ୍ଣକାର ହସ୍ତରେ
“ପ୍ରତିମାମାନ” ନିର୍ମାଣ କରାନ୍ତି।
    ସେଗୁଡ଼ିକ ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ରରେ ଆଚ୍ଛାଦନ କରନ୍ତି।
    ସେଗୁଡ଼ିକ “ନିପୁଣ ଶିଳ୍ପୀମାନଙ୍କର” କୃତ କର୍ମ।
10 ମାତ୍ର ସଦାପ୍ରଭୁ ସତ୍ୟ ପରମେଶ୍ୱର ଅଟନ୍ତି।
    ସେ ଜୀବନ୍ତ ପରମେଶ୍ୱର
    ଓ ଅନନ୍ତକାଳସ୍ଥାୟୀ ରାଜା।
ଯେତେବେଳେ ସେ କୋପ କରନ୍ତି ପୃଥିବୀ କମ୍ପିତ ହୁଏ।
    ବିଦେଶୀ ରାଷ୍ଟ୍ର ତାଙ୍କ କ୍ରୋଧ ସହ୍ୟ କରି ପାରିବେ ନାହିଁ।

11 ସଦାପ୍ରଭୁ ପୁଣି କହନ୍ତି, “ତୁମ୍ଭେମାନେ ସେମାନଙ୍କୁ କୁହ,
    ‘ସେହି ଦେବତାଗଣ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ନାହାନ୍ତି।
    ତେଣୁ ସେମାନେ ପୃଥିବୀ ଓ ଆକାଶମଣ୍ଡଳରୁ ଧ୍ୱଂସ ଓ ଲୁପ୍ତ ହେବେ।”’

12 ପରମେଶ୍ୱର ସ୍ୱପରାକ୍ରମରେ ପୃଥିବୀ ନିର୍ମାଣ କରିଅଛନ୍ତି।
    ସେ ନିଜର ଜ୍ଞାନଦ୍ୱାରା ଜଗତ ସ୍ଥାପନ କରିଅଛନ୍ତି
    ଓ ନିଜ ବୁଦ୍ଧି ବଳରେ ପୃଥିବୀ ଉପରେ ଆକାଶମଣ୍ଡଳକୁ ବିସ୍ତାର କରିଅଛନ୍ତି।
13 ପରମେଶ୍ୱର ଭୟଙ୍କର ବଜ୍ରର କାରଣ
    ଓ ସେ ଆକାଶର ଜଳରାଶିର ସୃଷ୍ଟିକର୍ତ୍ତା।
ସେ ପୃଥିବୀର ଶେଷପୃଷ୍ଠରୁ ବାଦଲ ଉଠାନ୍ତି
    ଏବଂ ବର୍ଷା ଓ ବିଜୁଳି କରାନ୍ତି।
    ସେ ନିଜ ଭଣ୍ଡାର ଘରୁ ବାୟୁ ପ୍ରବାହିତ କରନ୍ତି।

14 ସମସ୍ତ ମୂର୍ତ୍ତିପୂଜକ ନିର୍ବୋଧ ଓ ଅଜ୍ଞାନୀ ବୋଲି ଜଣା ପଡ଼ିବେ।
    ପ୍ରତ୍ୟେକ ସ୍ୱର୍ଣ୍ଣକାର ଆପଣା ଖୋଦିତ ମୂର୍ତ୍ତିଗୁଡ଼ିକ ପାଇଁ ଲଜ୍ଜିତ।
କାରଣ ତାଙ୍କର ମୂର୍ତ୍ତିଗୁଡ଼ିକ ମିଥ୍ୟା
    ଓ ସେମାନଙ୍କଠାରେ ପ୍ରାଣବାୟୁ ନାହିଁ।
15 ସେହି ମୂର୍ତ୍ତିଗୁଡ଼ିକ ଅସାର ଓ ପରିହାସଯୋଗୀ।
    ଯେତେବେଳେ ସେମାନଙ୍କର ବିନାଶ ସମୟ ଆସିବ,
    ସେମାନେ ଧ୍ୱଂସ ହେବେ।
16 ମାତ୍ର ଯାକୁବଙ୍କର ପରମେଶ୍ୱର ସେମାନଙ୍କ ପରି ନୁହନ୍ତି।
    କାରଣ ସେ ସମସ୍ତ ବସ୍ତୁର ନିର୍ମାଣକର୍ତ୍ତା
ଓ ଇସ୍ରାଏଲର ଲୋକମାନେ ତାଙ୍କର ନିଜର ବୋଲି ଦାବୀ କରନ୍ତି।
    ପରମେଶ୍ୱରଙ୍କ ନାମ “ସୈନ୍ୟାଧିପତି ସଦାପ୍ରଭୁ।”

ବିନାଶକାଳ ଆସୁଛି

17 ହେ ଅବରୁଦ୍ଧ ଯିହୁଦା ନିବାସୀ,
ତୁମ୍ଭେମାନେ ନିଜ ନିଜ ଜିନିଷ ସଂଗ୍ରହ କରି
    ଦେଶତ୍ୟାଗ କରିବାକୁ ପ୍ରସ୍ତୁତ ହୁଅ।
18 ସଦାପ୍ରଭୁ ଏହିକଥା କହନ୍ତି,
“ଆମ୍ଭେ ଏହି ସମୟରେ ଦେଶବାସୀଙ୍କୁ ଦେଶରୁ ଫିଙ୍ଗି ଦେବା।
    ସେମାନଙ୍କୁ ଏପରି ଦୁଃଖ ଓ କ୍ଳେଶ ଦେବା ଯେ
    ସେମାନେ ଉପଯୁକ୍ତ ଶିକ୍ଷା ଲାଭ କରି ପାରିବେ।”

19 ହାୟ, ମୁଁ ଯିରିମିୟ ଅତ୍ୟନ୍ତ କ୍ଷତ
    ଓ ବେଦନାଗ୍ରସ୍ତ ତଥାପି ମୁଁ କହିଲି,
“ଏହା ମୋହର ବେଦନା
    ଓ ମୋତେ ଏହା ସହିବାକୁ ହେବ।”
20 ମୋର ତମ୍ବୁ ଧ୍ୱଂସ ପାଇଯାଇଛି।
    ମୋର ତମ୍ବୁର ସମସ୍ତ ରଜ୍ଜୁ ଛିଣ୍ଡି ଯାଇଅଛି।
ମୋର ପିଲାମାନେ ମୋ’ ପାଖରୁ ଗ୍ଭଲି ଯାଇଅଛନ୍ତି।
    ମୋ’ ପାଖରେ ଆଉ କେହି ନାହାନ୍ତି।
ମୋର ତମ୍ବୁକୁ ପ୍ରସାରିବାକୁ
    ଓ ମୋର ତମ୍ବୁର ବାଡ଼ ଲଗାଇବାକୁ କେହି ନାହାନ୍ତି।
21 କାରଣ ପାଳକଗଣ ପଶୁବତ୍ ନିର୍ବୋଧ ହୋଇଅଛନ୍ତି,
    ସେମାନେ, ସଦାପ୍ରଭୁ କ’ଣ ଗ୍ଭହୁଁଛନ୍ତି, ତାହା ଜାଣିବା ପାଇଁ ଚେଷ୍ଟା କରନ୍ତି ନାହିଁ।
ସେଥିପାଇଁ ସେମାନେ ଉନ୍ନତି କରୁ ନାହାନ୍ତି
    ଏବଂ ସେମାନଙ୍କର ପିଲାସବୁ ଛିନ୍ନଭିନ୍ନ ହୋଇଅଛନ୍ତି।
22 ଏକ ମହାରବ ଶୁଣ।
    ସେହି ରବ ଉତ୍ତର ଦିଗରୁ ଆସୁଅଛି।
ତହା ଯିହୁଦାର ନଗରସବୁ ଧ୍ୱଂସ କରିବ
    ଓ ତାହା ଏକ ପ୍ରାନ୍ତରରେ ପରିଣତ ହେବ।
    ଆଉ ସେଗୁଡ଼ିକ ଶୃଗାଳର ବାସସ୍ଥାନ ହେବ।

23 ହେ ସଦାପ୍ରଭୁ, ମୁଁ ଜାଣେ, ମନୁଷ୍ୟ ତା'ର ନିଜର ଭାଗ୍ୟକୁ ନିୟନ୍ତ୍ରଣ କରି ପାରିବ ନାହିଁ।
    ସେ କହିପାରେ ନାହିଁ, ତା’ ପାଇଁ କ’ଣ ଘଟିବ।
    ସେ ପ୍ରକୃତ ନ୍ୟାୟ ଓ ଧର୍ମରେ ବଞ୍ଚିବା ଜାଣୁ ନାହିଁ।
24 ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ଦମନ କର।
    ମାତ୍ର ସୁବିବେଚନାରେ ତାହା କର।
କ୍ରୋଧରେ ତାହା କର ନାହିଁ,
    ଯଦି ତୁମ୍ଭେ ଏପରି କର ତେବେ ଆମ୍ଭେ ଧ୍ୱଂସ ହୋଇଯିବୁ।
25 ଯଦି ତୁମ୍ଭେ ଆପଣା କୋପ ଢାଳୁଅଛ,
    ତେବେ ଅନ୍ୟ ଦେଶୀୟମାନଙ୍କ ଉପରେ ଢାଳିଦିଅ।
    କାରଣ ସେମାନେ ତୁମ୍ଭକୁ ଜାଣନ୍ତି ନାହିଁ କି ତୁମ୍ଭ ନାମରେ ପ୍ରାର୍ଥନା କରନ୍ତି ନାହିଁ।
ସେମାନେ ଯାକୁବକୁ ଗ୍ରାସ କରିଅଛନ୍ତି
    ଓ ସେମାନେ ଇସ୍ରାଏଲ ବଂଶକୁ ବିନାଶ କରିଅଛନ୍ତି
    ଓ ତାହାର ବାସସ୍ଥାନ ଉଚ୍ଛିନ୍ନ କରିଛନ୍ତି।

ନିୟମ ଲଙ୍ଘନ

11 ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା। ତାହା ହେଉଛି ଏହି, “ହେ ଯିରିମିୟ, ତୁମ୍ଭେ ଏହି ନିୟମର ବାକ୍ୟ ଶୁଣ। ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ଏହା ଜଣାଅ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଯେଉଁ ବ୍ୟକ୍ତି ଏହି ନିୟମ ପାଳନ ନ କରିବ ତାହା ପ୍ରତି ମନ୍ଦ ଘଟିବ। ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିଶରରୁ ଯେତେବେଳେ ଆଣିଲୁ ତାହା ଏକ ଲୌହ ଅଗ୍ନିକୁଣ୍ଡ ସଦୃଶ ନାନା ଦୁଃଖ ଦୁର୍ବିପାକରେ ପୂର୍ଣ୍ଣ ଥିଲା।’ ସେତିକି ବେଳେ ସେମାନଙ୍କୁ ବାହାର କରି ଆଣି ଏହି ଆଦେଶ ଦେଇଥିଲୁ, ‘ତୁମ୍ଭେମାନେ ଆମ୍ଭର ଆଜ୍ଞା ପାଳନ କର। ତାହାହେଲେ ତୁମ୍ଭେମାନେ ଆମ୍ଭର ଲୋକ ହେବ ଓ ଆମ୍ଭେ ତୁମ୍ଭର ପରମେଶ୍ୱର ହେବା।’

“ଆମ୍ଭେ ତୁମ୍ଭର ପୂର୍ବପୁରୁଷମାନଙ୍କୁ ଶପଥ କରି କହିଥିଲୁ, ଆମ୍ଭେ ତୁମ୍ଭମାନଙ୍କୁ ଏକ ଦୁ‌ଗ୍‌ଧମଧୁର ଉର୍ବର ଦେଶ ଦେବା ଓ ତାହା ତୁମ୍ଭେମାନେ ଆଜି ସୁଦ୍ଧା ଉପଭୋଗ କରୁଛ। ଯେକେହି ଏହି ନିୟମ ପାଳନ ନ କରିବ ସେ ଶାପଗ୍ରସ୍ତ ହେବ।”

ମୁଁ ଯିରିମିୟ ଉତ୍ତରରେ କହିଲି, “ହେ ସଦାପ୍ରଭୁ ଆମେନ୍।”

ତା'ପରେ ସଦାପ୍ରଭୁ କହିଲେ, “ତୁମ୍ଭେ ଯିହୁଦାର ସବୁ ନଗରରେ ଓ ଯିରୁଶାଲମର ସବୁ ପଥରେ ଏହିସବୁ ପ୍ରଗ୍ଭର କର, ‘ତୁମ୍ଭେମାନେ ଏହି ନିୟମର ବିଧିସବୁ ଶୁଣ ଓ ସେଗୁଡ଼ିକ ପାଳନ କର। ମୁଁ ଯେଉଁ ଦିନଠାରୁ ତୁମ୍ଭ ପୂର୍ବପୁରୁଷମାନଙ୍କୁ ମିଶରରୁ ଆଣିଲି, ସେବେଠାରୁ ମୁଁ ବାରମ୍ବାର ସେମାନଙ୍କୁ ସାବଧାନ କରାଇଥିଲି ଏବଂ ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା କରୁଛି ଶୁଣ। ମାତ୍ର ସେମାନେ ଆମ୍ଭର ବାକ୍ୟ ପ୍ରତି ଅବଧାନ କିଅବା କର୍ଣ୍ଣପାତ କଲେ ନାହିଁ। ପ୍ରତ୍ୟେକ ନିଜ ନିଜ ଦୁଷ୍ଟ ଅନ୍ତଃକରଣରେ ଅବାଧ୍ୟ ହୋଇ ମନ୍ଦ ଆଚରଣ କଲେ। ଚୁକ୍ତି ଅନୁସାରେ ଆଜ୍ଞା ପାଳନ ନ କଲେ ଯାହା ମନ୍ଦ ଘଟିବା କଥା ସେମାନଙ୍କ ଉପରେ ତାହା ବର୍ତ୍ତାଇଲୁ। ତଥାପି ସେମାନେ ପାଳନ କଲେ ନାହିଁ।’”

ସଦାପ୍ରଭୁ ମୋତେ କହିଲେ, “ହେ ଯିରିମିୟ, ଯିହୁଦାର ଲୋକମାନେ ଓ ଯିରୁଶାଲମ ଅଧିବାସୀଗଣ ଗୁପ୍ତ ମନ୍ତ୍ରଣା କରୁଥିବାର ଆମ୍ଭେ ଜାଣୁଅଛୁ। 10 ସେମାନଙ୍କର ପୂର୍ବପୁରୁଷମାନଙ୍କ ପରି ସେମାନେ ଅଧର୍ମ ଆଚରଣ କରିଛନ୍ତି। ସେମାନଙ୍କର ପୂର୍ବପୁରୁଷଗଣ ଆମ୍ଭର ବାକ୍ୟ ଅଗ୍ରାହ୍ୟ କଲେ ଓ ଅନ୍ୟ ଦେବଗଣଙ୍କୁ ସେବା କଲେ। ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସେମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ଆମ୍ଭର କୃତ ନିୟମ ଲଙ୍ଘନ କରିଅଛନ୍ତି।”

11 ଏଣୁ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ ଆମ୍ଭେ ସେମାନଙ୍କ ପ୍ରତି ଅମଙ୍ଗଳ ଘଟାଇବା। ସେମାନେ ସେଥିରୁ ରକ୍ଷା ପାଇପାରିବେ ନାହିଁ। ସେମାନେ ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର କଲେ ମଧ୍ୟ ଆମ୍ଭେ ସେମାନଙ୍କର କଥା ଶୁଣିବା ନାହିଁ। 12 ଯିହୁଦାର ଲୋକମାନେ ଓ ଯିରୁଶାଲମର ନିବାସୀମାନେ ସେମାନଙ୍କ ପାଖରେ ପ୍ରାର୍ଥନା କରିବେ, ଯେଉଁମାନଙ୍କ ପାଇଁ ସେମାନେ ସୁଗନ୍ଧ ଧୂପ ଜାଳିଛନ୍ତି। ମାତ୍ର ସେହି ବିପଦ ସମୟରେ ସେମାନଙ୍କର ସେହି ମୂର୍ତ୍ତିମାନେ ସେମାନଙ୍କୁ ଉଦ୍ଧାର କରି ପାରିବେ ନାହିଁ।

13 “ହେ ଯିହୁଦାର ଲୋକମାନେ, ତୁମ୍ଭମାନଙ୍କର ମୂର୍ତ୍ତିମାନଙ୍କର ସଂଖ୍ୟା ସେଠାରେ ଅଧିବାସୀମାନଙ୍କ ସହିତ ସମାନ। ଯିରୁଶାଲମର ରାଜପଥଗୁଡ଼ିକର ସଂଖ୍ୟା ପରି, ତୁମ୍ଭେମାନେ ବହୁତ ବେଦି ନିର୍ମାଣ କଲ, ବାଲ୍ ନିମନ୍ତେ ସୁଗନ୍ଧି ଧୂପ ଜଳାଇବା ପାଇଁ।

14 “ତେଣୁ ହେ ଯିରିମିୟ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କର ନାହିଁ। କାରଣ ସେମାନେ ଦୁଃଖ ଭୋଗିଲାବେଳେ ଆର୍ତ୍ତସ୍ୱରରେ ସାହାଯ୍ୟ ଭିକ୍ଷା କରିବେ। ମାତ୍ର ଆମ୍ଭେ ସେମାନଙ୍କର କଥା ଶୁଣିବା ନାହିଁ।

15 “ଆମ୍ଭ ଗୃହରେ ଆମ୍ଭ ପ୍ରିୟ ଯିହୁଦାର କି କାର୍ଯ୍ୟ?
    କାରଣ ସେ ଅନ୍ୟମାନଙ୍କ ସହିତ ନାନା ବ୍ୟଭିଗ୍ଭର କରିଅଛି।
ହେ ଯିହୁଦା, ତୁମ୍ଭେ କ’ଣ ଭାବିଛ ତୁମ୍ଭର ସ୍ୱତନ୍ତ୍ର ଶପଥ ଓ ପ୍ରାଣୀବଳି, ତୁମ୍ଭକୁ ଧ୍ୱଂସରୁ ରକ୍ଷା କରିବ?
    ତୁମ୍ଭେ କ’ଣ ଚିନ୍ତା କରିଛ ହୋମବଳି ଦ୍ୱାରା ତୁମ୍ଭ ମନ୍ଦକର୍ମର ଶାସ୍ତିରୁ ଉଦ୍ଧାର ପାଇବ?”
16 ସଦାପ୍ରଭୁ ତୁମ୍ଭକୁ ଥରେ ସମ୍ବୋଧନ କରିଥିଲେ,
    “ସୁନ୍ଦର ଫଳରେ ପୂର୍ଣ୍ଣ ହରିତପୂର୍ଣ୍ଣ ଜୀତବୃକ୍ଷ” ବୋଲି।
ମାତ୍ର ତାହା ଲୋକାରଣ୍ୟର ମହାଶବ୍ଦ ପରି ସେ ତହିଁ ଉପରେ ଅଗ୍ନି ଜଳାଇବେ
    ଓ ତାହାର ଶାଖାସବୁ ଜଳି ଯିବ।

17 ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭକୁ ରୋପଣ କରିଥିଲେ। ସେ କହିଥିଲେ ତୁମ୍ଭ ଉପରେ ମହାବିପଦ ଆସିବ। କାରଣ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ବହୁ ଦୁଷ୍ଟତା ଆଚରଣ କରିଅଛନ୍ତି। ସେମାନେ ବା‌‌ଲ୍‌‌ଦେବ ଉଦ୍ଦେଶ୍ୟରେ ଧୂପ ଜଲାଇ ଆମ୍ଭକୁ ବିରକ୍ତ କରିବା ସକାଶେ ନିଜେ ନିଜେ ତାହା ସବୁ କରିଛନ୍ତି।”

ଯିରିମିୟଙ୍କ ବିରୁଦ୍ଧରେ ମନ୍ଦ ଯୋଜନା

18 ସଦାପ୍ରଭୁ ମୋତେ ଜଣାଇଲେ ଯେ ଅନାଥୋତର ଲୋକମାନେ ମୋ’ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ସେ ସେମାନଙ୍କର କ୍ରିୟା ମୋତେ ସେ ସମୟରେ ଦେଖାଇଲେ। 19 ସଦାପ୍ରଭୁ, ସେମାନେ ମୋ’ ବିପକ୍ଷରେ ଅଛନ୍ତି ବୋଲି ଦେଖାଇବା ପୂର୍ବରୁ ମୁଁ ଏକ ନିରୀହ ମେଷଶାବକ ପରି ହତ୍ୟା ପାଇଁ ରହିଥିଲି। ସେମାନେ ମୋ’ ବିରୁଦ୍ଧରେ ଅଛନ୍ତି ବୋଲି ମୁଁ ଜାଣି ନ ଥିଲି। ସେମାନେ ମୋ’ ବିରୁଦ୍ଧରେ କୁମନ୍ତ୍ରଣା କରି କହିଲେ, “ଆସ ଫଳ ସହିତ ବୃକ୍ଷକୁ କାଟି ନଷ୍ଟ କରିବା। ଲୋକେ ଯେପରି ତାଙ୍କୁ ଆଉ ସ୍ମରଣ ନ କରିବେ ସେଥିପାଇଁ ତାଙ୍କୁ କାଟି ପକାଇବା।” 20 କିନ୍ତୁ ହେ ସଦାପ୍ରଭୁ, “ତୁମ୍ଭେ ଜଣେ ପ୍ରକୃତ ବିଗ୍ଭରକ। ତୁମ୍ଭେ ଲୋକମାନଙ୍କର ମନ ଓ ବୁଦ୍ଧି ପରୀକ୍ଷା କରୁଥାଅ। ସେମାନଙ୍କ ପ୍ରତି ତୁମ୍ଭର ପ୍ରତିଶୋଧ ମୋତେ ଦେଖାଅ। କାରଣ ମୋର ଘଟଣାରୁ ମୁଁ ତୁମ୍ଭଙ୍କୁ ପୁରା ବିଶ୍ୱାସ କରିବି।”

21 ଅନାଥୋତର ଲୋକମାନେ ଯିରିମିୟଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିଲେ। ସେହି ଲୋକମାନେ ଯିରିମିୟଙ୍କୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ନାମରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର ନାହିଁ, କଲେ ଆମ୍ଭେମାନେ ତୁମ୍ଭକୁ ହତ୍ୟା କରିବୁ।” ତେଣୁ ସଦାପ୍ରଭୁ ସେମାନଙ୍କ ବିଷୟରେ ଏକ ସିଦ୍ଧାନ୍ତ ନେଲେ। 22 ତେଣୁ ସୈନ୍ୟାଧିପତି ସଦାପ୍ରଭୁ କହିଲେ, “ଖୁବ୍ ଶୀଘ୍ର ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା। ସେମାନଙ୍କର ଯୁବାଗଣ ‌‌ଖ‌ଡ଼୍‌ଗରେ ନିହିତ ହେବେ ଓ ସେମାନଙ୍କର ପୁତ୍ରକନ୍ୟାଗଣ ଦୁର୍ଭିକ୍ଷରେ ମରିବେ। 23 ଅନାଥୋ‌‌‌ତ୍‌‌‌ରେ ଅବଶିଷ୍ଟ କେହି ରହିବେ ନାହିଁ। ଆମ୍ଭେ ସେମାନଙ୍କ ପ୍ରତି ଶାସ୍ତି ବିଧାନ କରିବା ଓ ସେମାନଙ୍କ ପ୍ରତି ଅମଙ୍ଗଳ ଘଟାଇବା।”

ଯିରିମିୟ ପରମେଶ୍ୱରଙ୍କ ନିକଟରେ ଅଭିଯୋଗ କରନ୍ତି

12 ହେ ସଦାପ୍ରଭୁ, ମୁଁ ଯେତେବେଳେ ତୁମ୍ଭ ବିପକ୍ଷରେ ଅଭିଯୋଗ ଆଣେ,
    ତୁମ୍ଭେ ସର୍ବଦା ଉଚିତ୍ ଅଟ,
କିନ୍ତୁ ତଥାପି ତୁମ୍ଭ ନିଷ୍ପତ୍ତି ବିରୁଦ୍ଧରେ ମୁଁ ପ୍ରତିବାଦ କରିବି।
    ଦୁଷ୍ଟ ଲୋକମାନେ କାହିଁକି କୃତକାର୍ଯ୍ୟ ହୁଅନ୍ତି?
    ଅତି ବିଶ୍ୱାସଘାତକ କାହିଁକି ନିରାପଦରେ ରହନ୍ତି?
ତୁମ୍ଭେ ସେମାନଙ୍କୁ ରୋପଣ କରିଅଛ, ସେମାନଙ୍କର ମୂଳ ଦୃଢ଼ ହୋଇଅଛି।
    ସେମାନେ ବଡ଼ ଫୁଲ ଫଳ ଦିଅନ୍ତି।
ସେମାନେ ଯଦିଓ ମୁହଁରେ କହନ୍ତି, ତୁମ୍ଭେ ଆମ୍ଭର ଅତିପ୍ରିୟ,
    ମାତ୍ର ପ୍ରକୃତରେ ସେମାନେ ଅନ୍ତଃକରଣରେ ତୁମ୍ଭଠାରୁ ଦୂରରେ ଥା’ନ୍ତି।
ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋତେ ଜାଣୁଅଛ।
    ତୁମ୍ଭେ ମୋତେ ଦେଖୁଅଛ ଓ ମୋର ହୃଦୟ ପରୀକ୍ଷା କରି ମୋର ମନ କିପରି, ଜାଣୁଅଛ।
ସେହି ମନ୍ଦ ଲୋକମାନଙ୍କୁ ହତ୍ୟା ନିମନ୍ତେ ମେଷଗଣ ତୁଲ୍ୟ ଟାଣି ନିଅ
    ଓ ହତ୍ୟା ଦିନରେ ସେମାନଙ୍କୁ ହତ୍ୟା ପାଇଁ ପ୍ରସ୍ତୁତ ରଖ।
କେତେକାଳ ଦେଶ ଶୁଷ୍କ ରହିବ
    ଓ ସମୁଦାୟ ଦେଶରେ ତୃଣ ଶୁଷ୍କ ରହିବ?
ଦେଶର ଲୋକମାନଙ୍କର ଦୁଷ୍ଟତା ଯୋଗୁଁ
    ପଶୁ ଓ ପକ୍ଷୀସବୁ କ୍ଷୟ ପାଇଛନ୍ତି।
କାରଣ ଲୋକମାନେ କହିଲେ,
    “ଯିରିମିୟ ଦୀର୍ଘଦିନ ବଞ୍ଚି ଆମ୍ଭମାନଙ୍କର ଶେଷାବସ୍ଥା ଦେଖିବ ନାହିଁ।”

ଯିରିମିୟଙ୍କୁ ପରମେଶ୍ୱରଙ୍କ ଉତ୍ତର

“ହେ ଯିରିମିୟ ତୁମ୍ଭେ ଯଦି ପଦାତିକମାନଙ୍କ ପଛରେ ଦୌଡ଼ି କ୍ଳାନ୍ତ ହୋଇପଡ଼ିଛ,
    ତେବେ ଅଶ୍ୱମାନଙ୍କ ସହିତ କିପରି ଋଣ କରି ପାରିବ?
ତୁମ୍ଭେ ଯଦି ଶାନ୍ତି ଦେଶରେ ବିବ୍ରତ ହେଉଛ,
    ତେବେ ଯର୍ଦ୍ଦନର ଦର୍ପ ସ୍ଥାନରେ ତୁମ୍ଭେ କ’ଣ କରିବ?
ଏହି ଲୋକମାନେ ତୁମ୍ଭର ଭ୍ରାତୃଗଣ ଓ ତୁମ୍ଭ ପରିବାରର ଲୋକ ସଦୃଶ।
    ସେହି ଲୋକ ତୁମ୍ଭ ପ୍ରତି ବିଶ୍ୱାସଘାତକତା କରିଅଛନ୍ତି।
    ସେମାନେ ତୁମ୍ଭ ପଶ୍ଚା‌‌‌ତ୍‌‌‌ଧାବନ କରି ଉଚ୍ଚସ୍ୱରରେ ଡାକ ପକାଇଛନ୍ତି।
ସେମାନେ ବନ୍ଧୁଭଳି ତୁମ୍ଭକୁ ମିଠା କଥା କହିଲେ ହେଁ
    ସେମାନଙ୍କୁ ବିଶ୍ୱାସ କର ନାହିଁ।

ସଦାପ୍ରଭୁ ତାଙ୍କର ଲୋକ, ଯିହୁଦାକୁ ପରିତ୍ୟାଗ କରନ୍ତି

“ଆମ୍ଭେ ସଦାପ୍ରଭୁ, ଆପଣା ଗୃହ ପରିତ୍ୟାଗ କରିଅଛୁ।
    ଆମ୍ଭେ ନିଜର ଅଧିକାର ଛାଡ଼ି ଦେଇଅଛୁ।
ଆମ୍ଭେ ଆପଣା ପ୍ରାଣର ପ୍ରିୟତମା ଯିହୁଦାକୁ
    ଶତ୍ରୁମାନଙ୍କ ହସ୍ତରେ ସମର୍ପି ଦେଇଅଛୁ।
ଆମ୍ଭ ନିଜର ଲୋକ ଅରଣ୍ୟ ସିଂହ ସଦୃଶ ଆମ୍ଭର ଅଧିକାର ପ୍ରତି ବିରୁଦ୍ଧାଚରଣ କରିଛନ୍ତି।
    ସେମାନେ ଆମ୍ଭ ବିରୁଦ୍ଧରେ ହୁଙ୍କାର ଦେଇଅଛନ୍ତି।
    ତେଣୁ ଆମ୍ଭେ ସେମାନଙ୍କୁ ଘୃଣାକରି ଦୂରେଇ ଦେଇଅଛୁ।
ଆମ୍ଭର ନିଜ ଲୋକ ଶିକାରୀ ପକ୍ଷୀ ବେଷ୍ଟିତ
    ମୃଗପ୍ରାଣୀ ସଦୃଶ ହୋଇଅଛନ୍ତି।
ସେମାନେ ତା'ର ବିରୁଦ୍ଧରେ ଗ୍ଭରିଆଡ଼େ ଘେରି ରହିଅଛନ୍ତି,
    ତୁମ୍ଭେମାନେ ଯାଇ ବନ୍ୟ ପଶୁମାନଙ୍କୁ
    ଗ୍ରାସ କରାଇବା ନିମନ୍ତେ ଏକତ୍ର କରି ଆଣ।
10 ଅନେକ ମେଷପାଳକ ଆମ୍ଭର ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରିଅଛନ୍ତି।
    ସେମାନେ ଆମ୍ଭର ଭୂମିକୁ ପଦଦଳିତ କରିଅଛନ୍ତି।
    ସେମାନେ ଆମ୍ଭର ମନୋରମ ଭୂମିକୁ ଧ୍ୱଂସକରି ପ୍ରାନ୍ତରରେ ପରିଣତ କରିଅଛନ୍ତି।
11 ସେମାନେ ତାହାକୁ ଧ୍ୱଂସିତ, ଶୁଷ୍କ
    ଓ ମୃତ ଭୂମିରେ ପରିଣତ କରିଅଛନ୍ତି।
ତାହା ଏକ ଜନଶୂନ୍ୟ ପ୍ରାନ୍ତର ହୋଇଅଛି।
    କେହି ଜଣେ ହେଲେ ତା'ର ଯତ୍ନ ନେବାକୁ ରହି ନାହାନ୍ତି।
12 ଧ୍ୱଂସକାରୀଗଣ ପ୍ରାନ୍ତରସ୍ଥ
    ବୃକ୍ଷଶୂନ୍ୟ ଗିରି ସକଳର ଉପରକୁ ଆସିଅଛନ୍ତି।
କାରଣ ସଦାପ୍ରଭୁଙ୍କ ‌‌ଖ‌ଡ଼୍‌ଗ ଦେଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଗ୍ରାସ କରୁଅଛି।
    କୌଣସି ପ୍ରାଣୀ ନିରାପଦ ନୁହେଁ।
13 ସେମାନେ ଗହମ ବୁଣି
    କଣ୍ଟା ଅମଳ କରିଛନ୍ତି।
ସେମାନେ ବହୁ ପରିଶ୍ରମ କରି ମଧ୍ୟ
    କିଛି ଫଳ ପାଇ ନାହାନ୍ତି।
ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧ ଯୋଗୁଁ
    ସେମାନେ ଆପଣା ଫଳ ବିଷୟରେ ଲଜ୍ଜିତ ହେବେ।”

ଇସ୍ରାଏଲର ପ୍ରତିବାସୀଙ୍କ ପ୍ରତି ସଦାପ୍ରଭୁଙ୍କ ପ୍ରତିଜ୍ଞା

14 ସଦାପ୍ରଭୁ ଏହା କହନ୍ତି, “ସମସ୍ତ ମନ୍ଦ ପଡ଼ୋଶୀ ଯେଉଁମାନେ କି ଆମ୍ଭେ ଉତ୍ତରାଧିକାରୀ ସୂତ୍ରରେ ଇସ୍ରାଏଲୀୟମାନଙ୍କୁ ଦେଇଥିବା ଦେଶକୁ ସ୍ପର୍ଶ କରନ୍ତି ଆମ୍ଭେ ସେମାନଙ୍କୁ ତାଙ୍କ ଦେଶରୁ ଉତ୍ପାଟନ କରିବା ଏବଂ ଆମ୍ଭେ ସେମାନଙ୍କ ମଧ୍ୟରୁ ଯିହୁଦାର ଘରକୁ ହଟେଇ ଦେବା। 15 ପୁଣି ସେମାନଙ୍କୁ ଉତ୍ପାଟନ କଲାପରେ ଆମ୍ଭେ ଫେରି ସେମାନଙ୍କୁ ଦୟା କରିବା। ପୁଣି ପ୍ରତ୍ୟେକ ଲୋକକୁ ତାହାର ଅଧିକାରକୁ ଓ ପ୍ରତ୍ୟେକ ଲୋକକୁ ତାହାର ଜମିକୁ ଫେରାଇ ଆଣିବା। 16 ଆମ୍ଭେ ଗ୍ଭହୁଁ ସେହି ଲୋକମାନେ ଉତ୍ତମ ଶିକ୍ଷା ଲାଭ କରନ୍ତୁ। ଅତୀତରେ ସେମାନେ ଯେପରି ବା‌‌ଲ୍‌‌ଦେବ ନାମରେ ଶପଥ କରିବା ପାଇଁ ଆମ୍ଭ ଲୋକମାନଙ୍କୁ ଶିଖାଇଲେ, ସେହିପରି ‘ସଦାପ୍ରଭୁ ଜୀବିତ’ ବୋଲି ଆମ୍ଭ ନାମରେ ଶପଥ କରିବା ପାଇଁ ଯେବେ ଆମ୍ଭର ଲୋକମାନଙ୍କୁ ଯତ୍ନ ପୂର୍ବକ ଶିଖାଇବେ, ତେବେ ଆମ୍ଭ ଲୋକମାନଙ୍କ ସହିତ ବାସ କରିବେ। 17 ମାତ୍ର ଯେବେ କୌଣସି ଗୋଷ୍ଠୀ ଆମ୍ଭର ବାର୍ତ୍ତା ଶୁଣିବେ ନାହିଁ, ତେବେ ଆମ୍ଭେ ସେହି ଗୋଷ୍ଠୀକୁ ମୃତ ଉଦ୍ଭିଦ ସଦୃଶ ଉତ୍ପାଟନ କରି ଫିଙ୍ଗିଦେବା।” ଏହା ସଦାପ୍ରଭୁ କହନ୍ତି।

ପଟୁକାର ସଙ୍କେତ

13 ସଦାପ୍ରଭୁ ମୋତେ ଏହା କହିଲେ: “ତୁମ୍ଭେ ଏକ ମୋଟା ନାଇଲନ୍ ବସ୍ତ୍ର କିଣ ଓ ତାହା ଆପଣା କଟି ଦେଶରେ ବାନ୍ଧ ଓ ତାକୁ ଓଦା କର ନାହିଁ।”

ତେଣୁ ସଦାପ୍ରଭୁଙ୍କ କହିବା ଅନୁସାରେ ମୁଁ ଏକ ପଟୁକା କିଣି ଆପଣା କଟି ଦେଶରେ ବାନ୍ଧିଲି। ଅନ୍ତର ଦ୍ୱିତୀୟ ଥର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। “ହେ ଯିରିମିୟ, ତୁମ୍ଭେ କଟି ଦେଶରେ ଯେଉଁ ପଟୁକା କିଣି ପିନ୍ଧିଛ, ତାହା ନେଇ ଫରାତ୍ ନଦୀ ନିକଟକୁ ଯାଇ ସେଠାସ୍ଥିତ ଏକ ପଥର ତଳେ ଲୁଗ୍ଭଇ ରଖ।”

ତେଣୁ ସଦାପ୍ରଭୁଙ୍କ କହିବାନୁସାରେ ମୁଁ ଫରାତ୍ ନଦୀ ନିକଟରେ ତାହା ଲୁଗ୍ଭଇ ରଖିଲି। ପୁଣି ଅନେକ ଦିନପରେ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଫରାତ୍ ନଦୀ ନିକଟକୁ ଯାଅ ଓ ଯେଉଁ ପଟୁକା ସେଠାରେ ଲୁଗ୍ଭଇ ରଖିବା ପାଇଁ ଆମ୍ଭେ ଆଜ୍ଞା କରିଥିଲୁ, ତାହା ସେଠାରୁ ନିଅ।”

ତେଣୁ ମୁଁ ଫରାତ୍ ନଦୀ ନିକଟକୁ ଯାଇ ସେହି ପଥର ତଳ ଖୋଳି ଲୁଗ୍ଭଇ ରଖିଥିବା ପଟୁକା କାଢ଼ିଲି। ଆଉ ଦେଖ! ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା, ତାହା ପିନ୍ଧିବା ଯୋଗ୍ୟ ନ ଥିଲା।

ତା'ପରେ ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସଦାପ୍ରଭୁ କହିଲେ, “ଯେପରି ପଟୁକା ଧ୍ୱଂସ ପାଇଲା ସେହିପରି ଆମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କର ଦର୍ପ ଚୂର୍ଣ୍ଣ କରିବା। 10 ଯିହୁଦାର ଏହି ଯେଉଁ ଦୁଷ୍ଟ ଲୋକମାନେ ଆମ୍ଭର ବାକ୍ୟ ଶୁଣିବାକୁ ଅସମ୍ମତ ହୁଅନ୍ତି ଓ ଆପଣା ଅନ୍ତଃକରଣରେ ଅବାଧ୍ୟ ହୋଇ ଗ୍ଭଲନ୍ତି ଆଉ ଅନ୍ୟ ଦେବଗଣର ସେବା ଓ ପୂଜା କରିବା ନିମନ୍ତେ ସେମାନଙ୍କର ପଶ୍ଚା‌‌ଦ୍‌‌ଗମନ କରନ୍ତି, ସେମାନେ ଏହି ଅକର୍ମଣ୍ୟ ପଟୁକା ତୁଲ୍ୟ ହେବେ।” 11 କାରଣ ସଦାପ୍ରଭୁ କହନ୍ତି, “ମନୁଷ୍ୟର କଟି ଦେଶରେ ପଟୁକା ଯେପରି ସଂଲଗ୍ନ ଥାଏ, ସେହିପରି ଆମ୍ଭେ ସମୁଦାୟ ଇସ୍ରାଏଲ ଓ ସମୁଦାୟ ଯିହୁଦା ବଂଶକୁ ଆମ୍ଭର ଲୋକ ହୋଇ ଆମ୍ଭ ପାଇଁ କୀର୍ତ୍ତି, ପ୍ରଶଂସା ଓ ଗୌରବ ଆଣିବା ପାଇଁ ଆମ୍ଭଠାରେ ସଂଲଗ୍ନ କରାଇଲୁ। ମାତ୍ର ସେମାନେ ଆମ୍ଭ କଥା ଶୁଣିବାକୁ ଅସମ୍ମତ ହେଲେ।”

ଯିହୁଦାକୁ ସତର୍କ ବାଣୀ

12 “ସଦାପ୍ରଭୁ, ‘ଇସ୍ରାଏଲର ପରମେଶ୍ୱର ଯିରିମିୟକୁ ଏହା କହିଲେ, ହେ ଯିରିମିୟ, ଯିହୁଦାର ଲୋକମାନଙ୍କୁ କୁହ, ପ୍ରତ୍ୟେକ କଳସ ଦ୍ରାକ୍ଷାରସରେ ପୂର୍ଣ୍ଣ କରାଯିବ,’ ତା'ପରେ ସେମାନେ ତୁମ୍ଭକୁ କହିବେ, ‘ଆମ୍ଭେ କ’ଣ ଜାଣୁ ନାହୁଁ ଯେ, ପ୍ରତ୍ୟେକ କଳସ ଯେ ଦ୍ରାକ୍ଷାରସରେ ପୂର୍ଣ୍ଣ ହେବ?’ 13 ତା'ପରେ ତୁମ୍ଭେ ସେମାନଙ୍କୁ କହିବ, ‘ସଦାପ୍ରଭୁ ଏହା କହନ୍ତି, ଦେଖ! ସମସ୍ତ ଦେଶବାସୀଙ୍କୁ, ଦାଉଦର ଭବିଷ୍ୟଦ୍ ବଂଶଧରମାନଙ୍କୁ ସମସ୍ତ ଯାଜକଗଣଙ୍କୁ, ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଏବଂ ଯିରୁଶାଲମ ନିବାସୀଙ୍କୁ ଆମ୍ଭେ ମାତାଲ ଲୋକମାନଙ୍କ ପରି ଅସହାୟ କରିବା। 14 ପୁଣି ଆମ୍ଭେ ସେମାନଙ୍କର ଜଣକୁ ଅନ୍ୟ ଜଣ ଉପରେ କଗ୍ଭଡ଼ିବା। ଏପରିକି ପିତୃଗଣକୁ ପୁତ୍ରମାନଙ୍କ ଉପରେ ଏକ ସଙ୍ଗେ କଗ୍ଭଡ଼ିବା।”’ ଏହା ସଦାପ୍ରଭୁ କହନ୍ତି, “‘ଆମ୍ଭେ ସେମାନଙ୍କ ପ୍ରତି ଦୟା, ଅନୁକମ୍ପା ଓ କରୁଣା ନ ଦେଖାଇ ସେମାନଙ୍କୁ ବିନଷ୍ଟ କରିବା।”’

15 ତୁମ୍ଭେମାନେ ସବୁ ଶୁଣ ଓ କର୍ଣ୍ଣପାତ କର,
    ଅହଙ୍କାର କର ନାହିଁ।
    କାରଣ ସଦାପ୍ରଭୁ ଏହା କହି ଅଛନ୍ତି।
16 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ସମ୍ମାନ ଦିଅ
    ଓ ତାଙ୍କର ଗୌରବ ଗାନ କର।
    ସେ ଅନ୍ଧକାର ଆଣିବା ପୂର୍ବରୁ,
ଅନ୍ଧକାରମୟ ପର୍ବତରେ ତୁମ୍ଭମାନଙ୍କର ପାଦ ଝୁଣ୍ଟିବା ପୂର୍ବରୁ,
    ସେ ମୃତ୍ୟୁଚ୍ଛାୟା ଓ ଘୋର ଅନ୍ଧକାର ଆଣିବା ପୂର୍ବରୁ,
    ଆଲୁଅର ଅପେକ୍ଷାରେ ତୁମ୍ଭେମାନେ ତାଙ୍କର ପ୍ରଶଂସା କର।
17 କିନ୍ତୁ ଯଦି ତୁମ୍ଭେମାନେ ଏ କଥା ନ ଶୁଣ,
    ତୁମ୍ଭେମାନେ ଅହଙ୍କାରୀ ବୋଲି
ମୁଁ ଚୁ‌ପ୍‌ଗ୍ଭପ୍ କାନ୍ଦିବି।
    ମୁଁ ମଧ୍ୟ ଜୋ‌ର୍‌ରେ କାନ୍ଦିବି
ଏବଂ ମୋର ଚକ୍ଷୁ ଅଶ୍ରୁରେ ପୂର୍ଣ୍ଣ ହେବ।
    କାରଣ ସଦାପ୍ରଭୁଙ୍କର ଲୋକମାନେ ବନ୍ଦୀ ହୋଇଛନ୍ତି।
18 ତୁମ୍ଭେ ରାଜାଙ୍କୁ ଓ ରାଣୀଙ୍କୁ କୁହ,
    “ତୁମ୍ଭେମାନେ ନିଜକୁ ନମ୍ର କର,
    କାରଣ ତୁମ୍ଭମାନଙ୍କର ରାଜମୁକୁଟ ମସ୍ତକରୁ ଭୂପତିତ ହୋଇଅଛି।”
19 ଦକ୍ଷିଣ ପ୍ରଦେଶୀୟ ନଗରସବୁ ରୁଦ୍ଧ ହୋଇଅଛି
    ଓ ତାହାକୁ ଫିଟାଇବାକୁ କେହି ନାହିଁ।
ସମଗ୍ର ଯିହୁଦା ନିର୍ବାସିତ ହୋଇଛନ୍ତି।
    ସେମାନେ ସମସ୍ତେ ବନ୍ଦୀରୂପେ ଉପନୀତ ହୋଇଛନ୍ତି।

20 ହେ ଯିରୁଶାଲମ, ତୁମ୍ଭେମାନେ
    ଉତ୍ତର ଦିଗରୁ ଆସୁଥିବା ଲୋକମାନଙ୍କୁ ଚକ୍ଷୁ ମେଲି ଦେଖ,
ତୁମ୍ଭକୁ ଯେଉଁ, ସୁନ୍ଦର ପଲ ଦତ୍ତ ହୋଇଥିଲା,
    ତୁମ୍ଭର ସେ ପଲ କାହିଁ?
21 ତୁମ୍ଭେମାନେ କ’ଣ କହିବ ଯେତେବେଳେ ସଦାପ୍ରଭୁ ସେହି ଲୋକମାନଙ୍କୁ
    ତୁମ୍ଭମାନଙ୍କ ଉପରେ ନିଯୁକ୍ତି କରିବେ
    ଯେଉଁମାନଙ୍କୁ ତୁମ୍ଭର ମିତ୍ର ହେବା ପାଇଁ ଶିକ୍ଷା ଦିଆଯାଇଥିଲା।
ପ୍ରସବ କାଳୀନ ସ୍ତ୍ରୀଲୋକର ବେଦନା ତୁଲ୍ୟ
    ତୁମ୍ଭେମାନେ ଅନୁଭବ କରିବ, ନୁହେଁ କି?
22 ଯଦି ତୁମ୍ଭେ ନିଜକୁ ପଗ୍ଭରିବ,
    “ଏହି ଦଶା ମୋ’ ପ୍ରତି କାହିଁକି ଘଟିଲା,”
ତେବେ ଉତ୍ତରରେ କୁହାଯିବ
    ତୁମ୍ଭର ପାପ ଅଧିକ ହେବା ଯୋଗୁଁ ଏହା ହେଲା।
    ତୁମ୍ଭ ବସ୍ତ୍ରର ଅଞ୍ଚଳ ଉଠାଯାଇଅଛି
    ଓ ତୁମ୍ଭର ପାଦକୁ କଷ୍ଟ ଦିଆଯାଇଅଛି।
23 ଜଣେ କୃଷ୍ଣକାୟ କ’ଣ ଆପଣା ଚର୍ମର ବର୍ଣ୍ଣ ବଦଳାଇ ପାରିବ
    ଓ ଚିତାବାଘ କ’ଣ ନିଜର ଦେହର ଛାପ ବଦଳାଇ ପାରିବ?
ତେଣୁ ହେ ଯିରୁଶାଲମ, ତୁମ୍ଭେ ସର୍ବଦା କୁକର୍ମ କରିବାରେ ଅଭ୍ୟସ୍ତ,
    ତୁମ୍ଭେ କେବେ ସୁକର୍ମ କରି ପାରିବ ନାହିଁ।

24 “ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ପ୍ରାନ୍ତରସ୍ଥ ବାୟୁରେ ଧୂଷ ଉଡ଼ିଲାପରି
    ତୁମ୍ଭମାନଙ୍କ ଘରୁ ତଡ଼ିଦେଇ
    ଏଣେ ତେଣେ ଛିନ୍ନଭିନ୍ନ କରିଦେବୁ।”
25 ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କ ପାଇଁ ଆମ୍ଭେ ଏହି ଭାଗମାପ କଲୁ।
    କାରଣ ତୁମ୍ଭେମାନେ ମୋତେ ପାଶୋରିଲ
    ଓ ମିଥ୍ୟା ଦେବଗଣରେ ବିଶ୍ୱାସ କଲ।
26 ଏ ନିମନ୍ତେ ଏହା ଆମ୍ଭେ ଯିଏ କି ତୁମ୍ଭ ବସ୍ତ୍ରାଞ୍ଚଳ ତୁମ୍ଭ ମୁହଁକୁ ଟେକିଥିଲୁ,
    ଯାହାଫଳରେ ସମସ୍ତେ ତୁମ୍ଭମାନଙ୍କର
    ନଗ୍ନତା ଦେଖି ପାରି ନ ଥିଲେ।
27 ଆମ୍ଭେ ପର୍ବତଗୁଡ଼ିକ ଉପରେ
    ତୁମ୍ଭର ଘୃଣ୍ୟକର୍ମ, ବ୍ୟଭିଗ୍ଭର, ହିଁ ହିଁ ହେବାର ଶବ୍ଦ
ଓ ବେଶ୍ୟାବୃତ୍ତିର ଦୁଷ୍ଟତା ଦେଖିଅଛୁ।
    ଯିରୁଶାଲମ, ଦୁଃଖ ପାଉ।
ତୁମ୍ଭେ ସୁପଥକୁ ଆସିବାକୁ ଚେଷ୍ଟା କରୁ ନାହଁ।
    କେତେକାଳ ଏହି ପାପକର୍ମ କରିଗ୍ଭଲିବ?”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center