Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଗଣନା ପୁସ୍ତକ 35-36

ଲେବୀୟମାନଙ୍କ ନଗର

35 ଅନନ୍ତର ସଦାପ୍ରଭୁ ମୋୟାବ ପଦାରେ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ନଦୀ ଆରପାରିରେ ମୋଶାଙ୍କୁ କହିଲେ, “ଇସ୍ରାଏଲର ଲୋକମାନଙ୍କୁ ଏହି ଆଜ୍ଞା ଦିଅ, ସେମାନେ ଆପଣା ଆପଣା ଅଧିକୃତ ଭାଗରୁ କେତେକ ବସତି ନଗର ଲେବୀୟମାନଙ୍କୁ ଦିଅନ୍ତୁ। ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ସେହି ନଗରମାନ ଓ ସେ ସବୁର ଚତୁର୍ଦ୍ଦିଗସ୍ଥ ଗ୍ଭରଣଭୂମି ଦେବ। ଲେବୀୟମାନେ ଏହି ନଗରଗୁଡ଼ିକ ଅଧିକାର କରିବେ ଓ ସେଠାରେ ବାସ କରିବେ ଏବଂ ସେମାନଙ୍କର ପଶୁଗୁଡ଼ିକୁ ଗ୍ଭରଣଭୂମିରେ ଚରାଇବେ। ଲେବୀୟମାନେ ଯେଉଁ ଗ୍ଭରଣଭୂମି ଅଧିକାର କରିବେ ତାହା ନଗର ପ୍ରାଚୀରଠାରୁ 1,500 ଫୁଟ ଦୂରରେ ରହିବ। ଚତୁର୍ପାର୍ଶ୍ୱର ଖୋଲା ମାପ 3,000 ଫୁଟ ହେବ। ନଗରଟି ସେହି ଭୂମିର ମଝିରେ ରହିବ। ତାହା ନଗର ପାଇଁ ଗ୍ଭରଣଭୂମି ହେବ। ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ଯେଉଁସବୁ ନଗର ଦେବ ତହିଁରୁ ଛଅଟି ଆଶ୍ରୟ ନଗର ହେବ। ନରହତ୍ୟାକାରୀ ସେଠାକୁ ପଳାଇବା ନିମନ୍ତେ ତୁମ୍ଭେମାନେ ତାହା ଦେବ; ତାହା ଛଡ଼ା ଆହୁରି ବୟାଳିଶ୍‌ଟି ନଗର ହେବ। ସର୍ବମୋଟ ତୁମ୍ଭେମାନେ ଲେବୀୟମାନଙ୍କୁ ଅଠଗ୍ଭଳିଶ୍‌ଟି ନଗର ଦେବ। ତୁମ୍ଭେମାନେ ସେମାନଙ୍କୁ ନଗର ସହିତ ଗ୍ଭରଣଭୂମି ଦେବ। ଇସ୍ରାଏଲ ବୃହତ ପରିବାରବର୍ଗ ଅଧିକ ନଗର ନେବେ। ଏବଂ ତୁମ୍ଭେମାନେ ଛୋଟ ପରିବାରବର୍ଗଠାରୁ ଅଳ୍ପ ନେବ। ପ୍ରତ୍ୟେକ ପରିବାରବର୍ଗ ସେମାନଙ୍କର ଅଂଶ ଅନୁସାରେ ଲେବୀୟମାନଙ୍କୁ କିଛି ନଗର ଦେବେ।”

ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 10 “ଇସ୍ରାଏଲର ଲୋକମାନଙ୍କୁ କୁହ, ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ କିଣାନ ଦେଶରେ ଉପସ୍ଥିତ ହେଲେ, 11 ନିଜ ନିଜ ଆଶ୍ରୟ ନଗର ହେବା ନିମନ୍ତେ କେତେ ଗୁଡ଼ିଏ ନଗର ନିରୂପଣ କରିବ; କେହି ଅନିଛାରେ କାହାକୁ ହତ୍ୟା କରେ, ସେହିସବୁ ନଗରକୁ ଯାଇପାରିବ। 12 ଏହି ନଗରଗୁଡ଼ିକ ହତ୍ୟାକାରୀ ପାଇଁ ନିରାପଦ ଅଟେ, ସେହି ବ୍ୟକ୍ତିମାନଙ୍କଠାରୁ ଯେଉଁମାନଙ୍କର ଦାୟିତ୍ୱ ହତ୍ୟାକାରୀକୁ ଦଣ୍ତିତ କରିବା, ହତ୍ୟାକାରୀକୁ ମଣ୍ତଳୀ ନିକଟରେ ବିଗ୍ଭର ପାଇଁ ଉପସ୍ଥିତ ନକଲା ପର୍ଯ୍ୟନ୍ତ। 13 ଏହିରୂପେ ତୁମ୍ଭମାନଙ୍କ ନଗର ମଧ୍ୟରୁ ଛଅ ଗୋଟି ଆଶ୍ରୟ ନଗର ହେବ। 14 ତୁମ୍ଭେମାନେ ଯର୍ଦ୍ଦନର ପୂର୍ବ ପାରିରେ ତିନି ନଗର ଦେବ ଓ କିଣାନ ଦେଶ ମଧ୍ୟରେ ତିନି ନଗର ଦେବ; ତାହା ସବୁ ଆଶ୍ରୟ ନଗର ହେବ। 15 ଇସ୍ରାଏଲର ଲୋକମାନଙ୍କ ନିମନ୍ତେ, ବିଦେଶରେ ଜନ୍ମିତ ବାସିନ୍ଦା ନିମନ୍ତେ ଓ ବିଦେଶୀ ସ୍ଥାୟୀବାସିନ୍ଦାମାନଙ୍କ ନିମନ୍ତେ ସେହି ଛଅ ନଗର ଆଶ୍ରୟସ୍ଥାନ ହେବ; ତହିଁରେ ଯେ ପ୍ରତ୍ୟେକ ଜନ ଭ୍ରାନ୍ତିରେ କୌଣସି ମନୁଷ୍ୟକୁ ବଧ କରେ, ସେ ସେହି ସ୍ଥାନକୁ ପଲାଇ ଯାଇପାରିବ।

16 “ଯଦି କେହି ଲୌହ ନିର୍ମିତ ଅସ୍ତ୍ରଦ୍ୱାରା କାହାରିକୁ ବଧ କରେ, ତେବେ ସେ ନରହତ୍ୟାକାରୀ ଓ ସେ ପ୍ରାଣଦଣ୍ତ ପାଇବ। 17 ଆଉ ଯେଉଁ ପଥରଦ୍ୱାରା ଜଣକର ମୃତ୍ୟୁ ହୋଇପାରିବ, ସେପରି ଏକ ପଥର ଦ୍ୱାରା ଯଦି କେହି କାହାରିକୁ ଆଘାତ କରି ମାରିଦିଏ, ତେବେ ସେ ନରହତ୍ୟାକାରୀ ଓ ତା'ର ଅବଶ୍ୟ ପ୍ରାଣଦଣ୍ତ ହେବ। 18 ଆଉ ଯେଉଁ କାଠ ନିର୍ମିତ ଅସ୍ତ୍ରରେ ଜଣେ ମରିପାରିବ, ସେପରି ଏକ ଅସ୍ତ୍ର ବ୍ୟବହାର କରି ଯଦି ଜଣେ ଅନ୍ୟକୁ ଆଘାତ କରେ ଓ ସେଥିରେ ସେ ମରେ, ତେବେ ସେ ନରହତ୍ୟାକାରୀ ଓ ସେ ଅବଶ୍ୟ ମୃତ୍ୟୁଦଣ୍ତ ପାଇବ। 19 ଜଣେ ମୃତ ପରିବାରର ଲୋକ, ହତ୍ୟାକାରୀକୁ ହତ୍ୟା କରି ପାରିବ। ସେ ତାକୁ ଦେଖିଲା ମାତ୍ରକେ ହତ୍ୟା କରି ପାରିବ।

20-21 “ଆଉ ଯେବେ କେହି ହିଂସା କରି କାହାକୁ ଆପଣା ହସ୍ତରେ ଆଘାତ କରେ, ଅବା କିଛି ଗୋଟିଏ ତା’ ଉପରକୁ ଫିଙ୍ଗିଦିଏ ଓ ସେଥିରେ ସେହି ଅନ୍ୟ ବ୍ୟକ୍ତି ମରେ, ତେବେ ଆଘାତକାରୀ ହତ୍ୟାକାରୀ ବୋଲି ବିବେଚିତ ହେବ ଓ ସେ ପ୍ରାଣଦଣ୍ଡରେ ଦଣ୍ତିତ ହେବ। ଯେଉଁ ବ୍ୟକ୍ତି ହତ୍ୟା କରିଥିଲା ତାକୁ ମୃତବ୍ୟକ୍ତିର ପରିବାରର କୌଣସି ସଦସ୍ୟ ତାକୁ ଦେଖିଲା ମାତ୍ରେ ହତ୍ୟା କରିବେ।

22 “ମାତ୍ର ଯେବେ କେହି ବିନା ଶତ୍ରୁତାରେ ହଠାତ୍ କାହାକୁ ଆଘାତ କରେ, ଅବା କାହା ଉପରକୁ ଅନିଛାରେ କିଛି ଫୋପାଡ଼ି ଦିଏ ଏବଂ ସେଥିରେ ସେହି ବ୍ୟକ୍ତିକୁ ହତ୍ୟା କରେ, 23 ଅବା କେହି ଅଜାଣତରେ ଏକ ବଡ଼ ପଥର ଫିଙ୍ଗି କାହାକୁ ହତ୍ୟା କରେ, ଏହା ଜଣେ ବ୍ୟକ୍ତିକୁ ହତ୍ୟା କରିପାରେ କିନ୍ତୁ ପଥର ଫୋପାଡ଼ିବା ସମୟରେ କାହାରିକୁ ଦେଖି ନ ଥିଲା ଅଥଚ ସେ ତାହାର ଶତ୍ରୁ କି ଅନିଷ୍ଟ ଚେଷ୍ଟାକାରୀ ହୋଇ ନ ଥାଏ, 24 ତେବେ ମଣ୍ତଳୀ ସେହି ହତ୍ୟାକାରୀର ଓ ରକ୍ତର ପ୍ରତିହନ୍ତାର ବିଷୟ ଏହି ଶାସନାନୁସାରେ ବିଗ୍ଭର କରିବେ। 25 ଆଉ ମଣ୍ତଳୀ ରକ୍ତର ପ୍ରତିହନ୍ତାର ହସ୍ତରୁ ସେହି ନରହତ୍ୟାକାରୀକି ଉଦ୍ଧାର କରିବେ, ପୁଣି ସେ ଯେଉଁ ସ୍ଥାନକୁ ପଳାଇ ଯାଇଥିଲା ସେହି ଆଶ୍ରୟ ନଗରରେ ମଣ୍ତଳୀ ପୁନର୍ବାର ତାହାକୁ ପହଞ୍ଚାଇ ଦେବେ; ଆଉ ଯେଉଁ ପର୍ଯ୍ୟନ୍ତ ପବିତ୍ର ତୈଳର ଅଭିଷିକ୍ତ ମହାଯାଜକର ମୃତ୍ୟୁ ନ ହୁଏ, ସେ ପର୍ଯ୍ୟନ୍ତ ସେ ସେହି ସ୍ଥାନରେ ବାସ କରିବ।

26-27 “ସେହି ହତ୍ୟାକାରୀ ଆଶ୍ରୟ ନଗରରୁ ଯଦି କୌଣସି ସମୟରେ ତହିଁର ସୀମା ବାହାରକୁ ଯାଏ ଓ ରକ୍ତର ପ୍ରତିହନ୍ତା ଆଶ୍ରୟ ନଗର ସୀମାର ବାହାରେ ତାହାକୁ ପାଏ ଓ ପ୍ରତିହନ୍ତା ତାହାକୁ ବଧ କରେ ତେବେ ସେ ରକ୍ତପାତରେ ଅପରାଧୀ ହେବ ନାହିଁ। 28 ଜଣେ ଯଦି ହଠାତ୍ କାହାକୁ ବଧ କରେ ସେ ଆଶ୍ରୟ ନଗରରେ ମହାଯାଜକର ମୃତ୍ୟୁ ପର୍ଯ୍ୟନ୍ତ ରହିବ। ମାତ୍ର ମହାଯାଜକର ମୃତ୍ୟୁ ହେଲା ପରେ ସେହି ନରହତ୍ୟାକାରୀ ଆପଣା ଅଧିକାର ଭୂମିକି ଫେରି ଯାଇପାରିବ। 29 ଆଉ ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନରେ ଏହିସବୁ ବିଗ୍ଭର ବିଧି ଚିରସ୍ଥାୟୀ ହେବ।

30 “ଜଣକରୁ ଅଧିକ ସାକ୍ଷୀ ସାକ୍ଷ୍ୟ ପ୍ରଦାନ କଲେ ମୃତ୍ୟୁଦଣ୍ତ ଦିଆଯିବ। ମାତ୍ର ଏକ ସାକ୍ଷୀର ସାକ୍ଷ୍ୟ କୌଣସି ଲୋକ ପ୍ରତିକୂଳରେ ପ୍ରାଣଦଣ୍ତ ଦେବା ନିମନ୍ତେ ଗ୍ରାହ୍ୟ ହେବ ନାହିଁ।

31 “ଆହୁରି ମୃତ୍ୟୁଦଣ୍ଡରେ ଦଣ୍ତିତ ନରହତ୍ୟାକାରୀର ପ୍ରାଣ ନିମନ୍ତେ କୌଣସି ପ୍ରାପ୍ୟ ଗ୍ରହଣ କରାଯାଇ ନ ପାରେ। ତାକୁ ନିଶ୍ଚିତ ଭାବରେ ହତ୍ୟା କରାଯିବ।

32 “ପୁଣି କୌଣସି ହତ୍ୟାକାରୀ ଆଶ୍ରୟ ନଗରରୁ ପଳାଇଯାଇ ପୁନର୍ବାର ଆପଣା ଦେଶକୁ ଫେରି ଆସିବାକୁ ଅନୁମତି ଦେବା ନିମନ୍ତେ କୌଣସି ପ୍ରାପ୍ୟ ଗ୍ରହଣୀୟ ନୁହେଁ, ମହାଯାଜକ ମୃତ୍ୟୁବରଣ ନ କରିବା ପର୍ଯ୍ୟନ୍ତ।

33 “ତୁମ୍ଭେମାନେ ତୁମ୍ଭମାନଙ୍କର ଦେଶକୁ କଳୁଷିତ କର ନାହିଁ। ନରହତ୍ୟାକାରୀର ମୃତ୍ୟୁ ବ୍ୟତୀତ କୌଣସି ପ୍ରକାର ପ୍ରାପ୍ୟ ଦେଶର ପାପକୁ ଧୋଇ ପାରିବ ନାହିଁ। 34 ତୁମ୍ଭେମାନେ ଯେଉଁ ଦେଶରେ ଅଛ, ମୁଁ ସେଠାରେ ବାସ କରୁଅଛି। ତାହାକୁ ଅଶୁଚି କର ନାହିଁ। କାରଣ ମୁଁ ସ୍ୱୟଂ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ବାସ କରୁଅଛି।”

ସଲଫାଦର କନ୍ୟାମାନଙ୍କର ଭୂମି

36 ତା'ପରେ ଗିଲିୟଦ ପରିବାରବର୍ଗର ଅଧିପତିମାନେ ଆସିଲେ। ମାଖୀରର ପୁତ୍ର ଗିଲିୟଦ, ମନଃଶିର ପୁତ୍ର ମାଖୀର ଓ ମନଃଶି ଯୋଷେଫଙ୍କର ପୁତ୍ର ଥିଲେ, ମୋଶାଙ୍କ ଓ ଇସ୍ରାଏଲ ଲୋକମାନଙ୍କର ଅଧିପତିମାନେ ସେମାନଙ୍କ ସମ୍ମୁଖରେ ପ୍ରାସ୍ତାବ କଲେ। ସେମାନେ କହିଲେ, “ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ଗୁଲିବାଣ୍ଟ ଦ୍ୱାରା ଦେଶାଧିକାର ଦେବା ପାଇଁ ଆମ୍ଭମାନଙ୍କର ମୁନିବ ମୋଶାଙ୍କୁ ଆଜ୍ଞା ଦେଲେ। ଆମ୍ଭ ମୁନିବ ଆମ୍ଭମାନଙ୍କ ଭ୍ରାତା ସଲଫାଦରଙ୍କ ଅଧିକାର ତାହାର କନ୍ୟାମାନଙ୍କୁ ଦେବା ପାଇଁ ସଦାପ୍ରଭୁଙ୍କଠାରୁ ଆଜ୍ଞା ପାଇଥିଲେ। ଯଦି ଇସ୍ରାଏଲ ଲୋକମାନଙ୍କ ମଧ୍ୟରୁ କାହାରି ସଙ୍ଗେ ସେମାନଙ୍କର ବିବାହ ହୁଏ, ତେବେ ଆମ୍ଭମାନଙ୍କ ପୈତୃକ ଅଧିକାରରୁ ସେମାନଙ୍କ ଅଧିକାର କଟାଯିବ। ସେମାନଙ୍କ ଅଧିକାର ସେମାନଙ୍କ ସ୍ୱାମୀ ପରିବାରବର୍ଗରେ ଯୁକ୍ତ ହେବ। ଯେତେବେଳେ ମହୋଲ୍ଲାସ-ଉତ୍ସବ ଇସ୍ରାଏଲ ଲୋକମାନଙ୍କ ଦ୍ୱାରା ପାଳନ କରାଯିବ, ସେମାନଙ୍କର ସମ୍ପତ୍ତି ଅଧିକାର ସେମାନେ ବିବାହ କରିଥିବା ପରିବାରକୁ ଗ୍ଭଲିଯିବ। ଏହି ପ୍ରକାରେ ସେମାନଙ୍କର ସମ୍ପତ୍ତିର ଅଧିକାର ଆମ୍ଭମାନଙ୍କ ପରିବାରରୁ ନିଆଯିବ।”

ତହୁଁ ମୋଶା ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ଆଜ୍ଞା ଦେଇ କହିଲେ, “ଯୋଷେଫଙ୍କ ପରିବାରବର୍ଗର ଏହି ଲୋକମାନେ ଯଥାର୍ଥ କହୁଛନ୍ତି। ସଦାପ୍ରଭୁ ସଲଫାଦରଙ୍କ କନ୍ୟାମାନଙ୍କ ସମ୍ବନ୍ଧରେ ଏହି ନିଷ୍ପତ୍ତି ଦେଇ, ତୁମ୍ଭେ ନିଜ ଇଚ୍ଛା ଅନୁସାରେ କେହି ଜଣଙ୍କୁ ବିବାହ କରିପାର, କିନ୍ତୁ ନିଜ ପିତୃ ପରିବାରବର୍ଗର କୌଣସି ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍। ଅଧିକାର ଗୋଟିଏ ପରିବାରବର୍ଗରୁ ଅନ୍ୟ ଗୋଟିଏ ପରିବାରବର୍ଗକୁ ଯିବା ଉଚିତ୍ ନୁହେଁ। ଇସ୍ରାଏଲର ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଭୂମିର ଅଧିକାର ନିଜ ନିଜ ପରିବାରବର୍ଗଙ୍କ ମଧ୍ୟରେ ରଖିବା ଉଚିତ୍। କୌଣସି ନାରୀ ଯିଏ ନିଜର ପିତୃ ଅଧିକାର ପାଇଛି, ତା'ର ନିଜ ପିତୃ ପରିବାରବର୍ଗର କୌଣସି ଏକ ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍, ତାହାହେଲେ ଇସ୍ରାଏଲର ପ୍ରତ୍ୟେକ ବ୍ୟକ୍ତି ଆପଣା ସମ୍ବନ୍ଧୀୟ ପରିବାରବର୍ଗଙ୍କ ଅଧିକାର ଭୋଗ କରିବେ। ଏକ ପରିବାରବର୍ଗରୁ ଅନ୍ୟ ପରିବାରବର୍ଗକୁ ଅଧିକାର ଯିବା ଉଚିତ୍ ନାହିଁ। ଇସ୍ରାଏଲର ପ୍ରତ୍ୟେକ ପରିବାରବର୍ଗ ସେମାନଙ୍କ ଅଧିକାର ମଧ୍ୟରେ ରହିବେ।”

10 ସଦାପ୍ରଭୁ ମୋଶାଙ୍କୁ ଯେଉଁପରି ଆଜ୍ଞା ଦେଲେ, ସଲଫାଦରଙ୍କ କନ୍ୟାମାନେ ସେହି ଅନୁସାରେ କର୍ମ କଲେ। 11 ଏଣୁ ସଲଫାଦରଙ୍କ କନ୍ୟାଗଣ ଯଥା: ମହଲା, ତିର୍ସା, ହ‌ଗ୍‌‌‌ଲା, ମି‌ଲ୍‌କା ଓ ନୋୟା, ସେମାନଙ୍କ ପିତୃବ୍ୟ ପୁତ୍ରମାନଙ୍କୁ ବିବାହ କଲେ। 12 ମନଃଶି ପରିବାରବର୍ଗ ମଧ୍ୟରେ ସେମାନେ ବିବାହ କଲେ। ତେଣୁ ସେମାନଙ୍କର ଭୂମି ଅଧିକାର ସେମାନଙ୍କ ପିତୃ ସମ୍ବନ୍ଧୀୟ ପରିବାର ମଧ୍ୟରେ ରହିଲା।

13 ସଦାପ୍ରଭୁ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସମୀପରେ ମୋୟାବ ପଦାରେ ମୋଶାଙ୍କୁ ବ୍ୟବସ୍ଥା ଦେଲେ। ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ସଦାପ୍ରଭୁ ଏହିସବୁ ଆଜ୍ଞା ଓ ଶାସନ ଆଦେଶ ଦେଇଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center