Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯାତ୍ରାପୁସ୍ତକ 25-27

ପବିତ୍ର ଜିନିଷପତ୍ର ପାଇଁ ଉପହାର

25 ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ ଲୋକମାନଙ୍କୁ ମୋ’ ନିମନ୍ତେ ଉପହାର ସଂଗ୍ରହ କରିବାକୁ କୁହ। ପ୍ରତ୍ୟେକ ଲୋକ ତା'ର ହୃଦୟରେ ନିଷ୍ପତ୍ତି ନେବା ଉଚିତ୍, ସେ ମୋ’ ପାଇଁ ଯାହା ଉପହାର ଦେବା ଉଚିତ୍। ମୋ’ ପାଇଁ ସେହି ଦ୍ରବ୍ୟ ସଂଗ୍ରହ କର। ଏହି ବସ୍ତୁଗୁଡ଼ିକ ତୁମ୍ଭେ ଲୋକମାନଙ୍କଠାରୁ ଗ୍ରହଣ କରି ପାରିବ। ଯଥା-ସୁନା, ରୂପା, ପିତ୍ତଳ, ନୀଳବର୍ଣ୍ଣ, ଧୂମବର୍ଣ୍ଣ ଓ ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଓ ଛାଗଲୋମ, ରକ୍ତୀକୃତ ମେଷଚର୍ମ, ଶିଶୁକଚର୍ମ ଓ ଶିଟୀମ୍ କାଷ୍ଠ। ଦୀପ ନିମନ୍ତେ ତୈଳ ପୁଣି ଅଭିଷେକାର୍ଥ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧ ଦ୍ରବ୍ୟ। ଏଫୋଦ ଓ ବୁକୁପଟାରେ ଏହା ଲଗାଇବା ନିମନ୍ତେ ଗୋମେଦକମଣି ଓ ଅଳଙ୍କାରସବୁ ଗ୍ରହଣ କର।”

ପବିତ୍ର ତମ୍ବୁ

ପରମେଶ୍ୱର ଏହା ମଧ୍ୟ କହିଲେ, “ସେମାନେ ଆମ୍ଭ ନିମନ୍ତେ ଗୋଟିଏ ପବିତ୍ର ସ୍ଥାନ ନିର୍ମାଣ କରନ୍ତୁ। ତହିଁରେ ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା। ପବିତ୍ର ତମ୍ବୁର ଆକାର ଓ ତହିଁର ସମସ୍ତ ପାତ୍ରର ଆକାରାଦିର ଯେଉଁ ଆଦର୍ଶ ଆମ୍ଭେ ତୁମ୍ଭକୁ ଦେଖାଇବା ସେହି ଅନୁସାରେ ତୁମ୍ଭେମାନେ ସବୁ କରିବ।

ନିୟମ ସିନ୍ଦୁକ

10 “ଶିଟୀମ୍ କାଠର ଏକ ସିନ୍ଦୁକ ତିଆରି କର। ସେହି ପବିତ୍ର ସିନ୍ଦୁକ ଅଢ଼େଇ ହାତ ଲମ୍ବ, ଦେଢ଼ ହାତ ପ୍ରସ୍ଥ ଓ ଦେଢ଼ ହାତ ଉଚ୍ଚ ହେବ। 11 ତହୁଁ ତୁମ୍ଭେ ନିର୍ମଳ ସୁବର୍ଣ୍ଣରେ ତାହା ମଡ଼ାଇବ। ତା'ର ଭିତର ପଟ ଓ ବାହାର ପଟରେ ମଧ୍ୟ ମଡ଼ାଇବ। ଏବଂ ତା'ଉପରେ ଚତୁର୍ଦ୍ଦିଗରେ ସୁବର୍ଣ୍ଣର କାନ୍ଥ କରିବ। 12 ଏଥିନିମନ୍ତେ ଗ୍ଭରି କୋଣରେ ଗ୍ଭରୋଟି ସୁବର୍ଣ୍ଣର କଡ଼ା ଲଗାଅ। ପ୍ରତ୍ୟେକ ପାଖରେ ଦୁଇଟି କଡ଼ା ଲଗାଅ। 13 ଏହାକୁ ବହିବା ପାଇଁ ସାଙ୍ଗୀ ତିଆରୀ କର ଓ ସୁବର୍ଣ୍ଣରେ ମଣ୍ଡିତ କର। 14 ସିନ୍ଦୁକ ବହିବା ନିମନ୍ତେ ସିନ୍ଦୁକର ଦୁଇ ପାର୍ଶ୍ୱସ୍ଥ କଡ଼ାରେ ସେହି ସାଙ୍ଗୀ ପ୍ରବେଶ କରାଇବ। 15 ସେହି ସାଙ୍ଗୀ ସିନ୍ଦୁକର କଡ଼ା ଭିତରେ ସର୍ବଦା ଥିବ ଏବଂ ତହିଁରୁ ତାହା ବାହାର କରାଯିବ ନାହିଁ।

16 ପରମେଶ୍ୱର କହିଲେ, “ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଚୁକ୍ତିପତ୍ର ଦେବା ତାହା ସେହି ସିନ୍ଦୁକରେ ରଖିବ। 17 ଏହା ପରେ ତୁମ୍ଭେମାନେ ଶୁଦ୍ଧ ସୁବର୍ଣ୍ଣରେ ଅଢ଼େଇ ହାତ ଲମ୍ବା ଓ ଦେଢ଼ ହାତ ପ୍ରସ୍ଥ ଏକ ପାପାଚ୍ଛାଦନ ନିର୍ମାଣ କରିବ। 18 ଏହା ପରେ ତୁମ୍ଭେମାନେ ପିଟା ସୁବର୍ଣ୍ଣରୁ ଦୁଇଟି କିରୁବଦୂତ କରିବ। ଏବଂ ସେଗୁଡ଼ିକୁ ସେହି ପାପାଚ୍ଛାଦନର ଦୁଇ ମୁଣ୍ଡରେ ଦେବ। 19 ଏକ ଦୂତକୁ ଗୋଟିଏ ମୁଣ୍ଡରେ ଓ ଆଉ ଗୋଟିଏକୁ ଅନ୍ୟ ମୁଣ୍ଡରେ ସ୍ଥାପନ କର। ଦୁଇ ଦୂତଙ୍କୁ ଆଚ୍ଛାଦନ ସହିତ ସଂଲଗ୍ନ କର। 20 ସେହି ଦୂତମାନେ ନିୟମ-ସିନ୍ଦୁକକୁ ସେମାନଙ୍କର ଡେଣା ଦ୍ୱାରା ଆଚ୍ଛାଦନ କରିବେ, ଯାହାକି ଆକାଶ ଆଡ଼କୁ ଉଠେ। ଆଚ୍ଛାଦକ ଆଡ଼କୁ ଅନାଇ ଦୂତମାନେ ସାମ୍ନାସାମ୍ନି ରହିବା ଉଚିତ୍।

21 “ତୁମ୍ଭେ ଏହି ପାପାଚ୍ଛାଦନ ସେହି ସିନ୍ଦୁକ ଉପରେ ରଖିବ। ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଚୁକ୍ତିପତ୍ର ଦେବା ତାହା ସେହି ସିନ୍ଦୁକ ମଧ୍ୟରେ ଥୋଇବ। 22 ଆଉ ଆମ୍ଭେ ଯେତେବେଳେ ତୁମ୍ଭକୁ ସାକ୍ଷାତ କରିବା ଓ ପାପାଚ୍ଛାଦନର ଉପରି ଭାଗରୁ ଅର୍ଥାତ୍ ଚୁକ୍ତି ସିନ୍ଦୁକର ଉପରିସ୍ଥ କିରୂବଦୂତଗଣ ମଧ୍ୟରୁ ତୁମ୍ଭ ସଙ୍ଗେ ଆଳାପ କରି ଇସ୍ରାଏଲ ସନ୍ତାନଗଣ ବିଷୟକ ଆମ୍ଭେ ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବା।

ମେଜ

23 “ଶିଟୀମ୍ କାଠରେ ଏକ ମେଜ ପ୍ରସ୍ତୁତ କର। ସେହି ମେଜଟି ଦୁଇ ହାତ ଲମ୍ବ, ଏକ ହାତ ପ୍ରସ୍ଥ ଓ ଦେଢ଼ ହାତ ଉଚ୍ଚ ହେବ। 24 ଏହି ମେଜକୁ ଖାଣ୍ଟି ସୁବର୍ଣ୍ଣରେ ଆଚ୍ଛାଦନ କର ଏବଂ ତା'ର ଚତୁର୍ଦ୍ଦିଗରେ ଏକ ସୁବର୍ଣ୍ଣର ଛାଞ୍ଚ ଦିଅ। 25 ଏହା ପରେ ମେଜର ଚତୁର୍ପାର୍ଶ୍ୱରେ ଏକ ହାତ ଓସାରର ଏକ ତକ୍ତା ତିଆରି କର ଏବଂ ଏକ ସୁବର୍ଣ୍ଣର କାନ୍ଥ ଲଗାଅ। 26 ଆଉ ସୁବର୍ଣ୍ଣରେ ଗ୍ଭରୋଟି କଡ଼ା କରି ଗ୍ଭରି ଖୁରାର ଗ୍ଭରି କୋଣରେ ରଖିବ। 27 ଏହି କଡ଼ାଗୁଡ଼ିକ ଭିତରେ ସାଙ୍ଗୀ ମେଜ ବହନ କରିବ। ଏବଂ ସେଗୁଡ଼ିକ ରି‌ମ୍‌ର ପାଖାପାଖି ରହିବା ଉଚିତ୍। 28 ମେଜକୁ ବୋହିବା ପାଇଁ ଶିଟୀମ୍ କାଠରେ ସାଙ୍ଗୀ ତିଆରି କରି ସେଥିରେ ସୁବର୍ଣ୍ଣ ମଡ଼ାଇ ଦିଅ। 29 ଏହାର ଥାଳି, ବାଟି, ଜଗ୍ ଓ ପିଆଲା ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କର। ଜଗ୍ ଓ ପିଆଲାଗୁଡ଼ିକ ପେୟନୈବେଦ୍ୟ ପାଇଁ ବ୍ୟବହୃତ ହେବ। 30 ସେହି ମେଜ ଉପରେ, ମୋ’ ସମ୍ମୁଖରେ ସବୁ ସମୟରେ ଦର୍ଶନୀୟ ରୋଟୀ ରଖ।

ଦୀପରୁଖା

31 “ଏହା ପରେ ତୁମ୍ଭେମାନେ ଏକ ଦୀପ ବୃକ୍ଷ ତିଆରି କରିବ। ଏହା ନିର୍ମଳ ସୁବର୍ଣ୍ଣରେ ପିଟା କର୍ମରେ ଏହାର ଗଣ୍ଡି ଓ ଶାଖା ନିର୍ମାଣ କର। ଆଉ ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ।

32 “ଏହି ଦୀପ ବୃକ୍ଷଟି ଛଅ ଶାଖା ବିଶିଷ୍ଟ ହେବ। ଏହାର ଏକ ପାର୍ଶ୍ୱରୁ ତିନି ଦୀପଶାଖା ଓ ଅନ୍ୟ ପାର୍ଶ୍ୱରୁ ତିନି ଦୀପଶାଖା ବାହାରିବ। 33 ପ୍ରତି ଶାଖାରେ ତିନୋଟି ଫୁଲ ରହିବ। ଏହି ଫୁଲଗୁଡ଼ିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ ରହିବ। 34 ଦୀପ ବୃକ୍ଷରେ ବାଦାମ ପୁଷ୍ପାକୃତି ଗ୍ଭରି ଗୋଲାଧାର ଓ କଳିକା ପୁଷ୍ପ ରହିବ। 35 ସେହି ଦୀପବୃକ୍ଷରୁ ଯେଉଁ ଛଅ ଶାଖା ହେବ ସେମାନଙ୍କ ଏକ ଶାଖା ଦ୍ୱୟର ଏକ କଳିକା ଓ ଅନ୍ୟ ଶାଖା ଦ୍ୱୟର ତଳେ ଏକ କଳିକା ଓ ଅନ୍ୟତର ଶାଖା ଦ୍ୱୟର ତଳେ ଏକ କଳିକା ରହିବ। 36 ସେ ଦୀପଶାଖାଟି ସମ୍ପୂର୍ଣ୍ଣଭାବେ ଶୁଦ୍ଧ ସୁବର୍ଣ୍ଣରେ ନିର୍ମିତ ହେବ। ଏହି ସମସ୍ତ ସୁବର୍ଣ୍ଣ କାର୍ଯ୍ୟ ପିଟା ସୁବର୍ଣ୍ଣରେ ହେବ। ଏବଂ ଏହା ଯୋଡ଼ାଯାଇ ଗୋଟିଏ ଖଣ୍ଡ କରା ହେବ। 37 ତୁମ୍ଭେମାନେ ତାହା ପାଇଁ ସପ୍ତ ପ୍ରଦୀପ ନିର୍ମାଣ କରିବ। ତହିଁରେ ଲୋକମାନେ ସେହି ପ୍ରଦୀପ ଜଳାଇଲେ ତହିଁର ସମ୍ମୁଖରେ ଆଲୁଅ ହେବ। 38 ନିର୍ମଳ ସୁବର୍ଣ୍ଣରେ ତହିଁର ଚିମୁଟା ଓ ଅଙ୍ଗାରଧାନୀ ନିର୍ମାଣ କରିବ। 39 ଏହି ଦୀପରୁଖା ଓ ତହିଁର ସାମଗ୍ରୀ ଏକ ତାଳନ୍ତ ଶୁଦ୍ଧ ସୁବର୍ଣ୍ଣରେ ତିଆରି ହେବା ଉଚିତ୍। 40 ନିଶ୍ଚିତ ହୁଅ ଯେ, ନିର୍ଦ୍ଦେଶ ମୁତାବକ ଆସବାବପତ୍ରଗୁଡ଼ିକ ତିଆରି କରୁଛ। ଯାହାକି ମୁଁ ତୁମ୍ଭକୁ ପର୍ବତ ଉପରେ ଦେଇଛି।”

ପବିତ୍ର ତମ୍ବୁ

26 ସଦାପ୍ରଭୁ ମୋଶାଙ୍କୁ କହିଲେ, “ପବିତ୍ର ତମ୍ବୁଟି ମୋଟା ନାଇଲନ ସୂତାର ଦଶ ଗୋଟି କପଡ଼ାରେ ନିର୍ମିତ ହେବ। ସେହି କପଡ଼ା ସବୁ ନୀଳ, ବାଇଗଣୀ ଓ ଲାଲ ସୂତାରେ ନିର୍ମିତ ହେବ ଏବଂ ତହିଁରେ କିରୂବଦୂତଗଣଙ୍କର ଛବି ସିଲେଇ କରାଯିବ। ପ୍ରତ୍ୟେକ କପଡ଼ା ଖଣ୍ଡମାନ ସମାନ ଆକୃତି ବିଶିଷ୍ଟ ହେବ। ପ୍ରତ୍ୟେକ କପଡ଼ା ଅଠେଇଶ ହାତ ଲମ୍ବ ଗ୍ଭରି ହାତ ପ୍ରସ୍ଥ ହେବ। ଦୁଇଭାଗ କରି କପଡ଼ାଗୁଡ଼ିକ ଗଣ୍ଠିଲିରେ ଏକତ୍ରିତ କର। ପ୍ରତ୍ୟେକ ଗଣ୍ଠିଲିରେ ପାଞ୍ଚ ଖଣ୍ଡ କପଡ଼ା ରଖି ଗୋଟିଏକୁ ଅନ୍ୟ ଗୋଟିଏ ସହିତ ଯୋଡ଼ିଦିଅ। ଉଭୟ ପ୍ରକାର ପରଦା ଗୁଡ଼ିକର ଧଡ଼ି ଝାଲେରି କାର୍ଯ୍ୟ ପାଇଁ ନୀଳ ବସ୍ତ୍ର ବ୍ୟବହାର କର। ପ୍ରଥମ କପଡ଼ା ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କରିବ। ଯୋଡ଼ ସ୍ଥାନର ଦ୍ୱିତୀୟ କପଡ଼ା ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କରିବ। ସେହି ଦୁଇ ଘୁଣ୍ଡିଘରା ଶ୍ରେଣୀରେ ପରସ୍ପର ସମ୍ମୁଖୀନ ରହିବ। ଏକ ବଡ଼ ତମ୍ବୁ କରିବା ପାଇଁ ଏହା ପରେ ପଗ୍ଭ‌ଶ୍‌ଟି ସ୍ୱର୍ଣ୍ଣକପଡ଼ାରେ ପରଦାଗୁଡ଼ିକ ଯୋଡ଼ିବ।

“ଆଉ ଏକ ତମ୍ବୁ ତିଆରି କର ଯାହାକି ଏହି ପବିତ୍ର ଆବାସକୁ ଘୋଡ଼ାଇ ରହିବ। ତମ୍ବୁଟି କରିବା ପାଇଁ ଛେଳିର ଚମଡ଼ାରେ ନିର୍ମିତ ହୋଇଥିବା ଏଗାରଟି ପରଦା ବ୍ୟବହାର କର। ଏହି ଏଗାର ଖଣ୍ଡ କପଡ଼ା ଏକ ପ୍ରକାର ଆକାର ବିଶିଷ୍ଟ ହେବା ଉଚିତ୍। ଏହାର ଲମ୍ବ ତିରିଶ୍ ହାତ ଓ ପ୍ରସ୍ଥ ଗ୍ଭରି ହାତ ହେବା ଉଚିତ୍। ପାଞ୍ଚ ଖଣ୍ଡ କପଡ଼ା ଏକତ୍ର କରି ଗୋଟିଏ ବିଭାଗ କର। ଏହା ପରେ ଅନ୍ୟ ଛଅ ଖଣ୍ଡ କପଡ଼ା ଯୋଡ଼ି ଆଉ ଏକ ବିଭାଗ କର। ତମ୍ବୁ ସାମନାରେ ଟାଙ୍ଗିବା ପାଇଁ ଷଷ୍ଠ ଖଣ୍ଡ କପଡ଼ାଟିକୁ ଭାଙ୍ଗ କର। 10 ଯୋଡ଼ ସ୍ଥାନରେ ପ୍ରଥମ ଅନ୍ୟ କପଡ଼ା ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କରିବ। ଦ୍ୱିତୀୟ କପଡ଼ା ବିଭାଗର ଯୋଡ଼ ସ୍ଥାନରେ ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କରିବ। 11 ଏହା ପରେ ପିତ୍ତଳର ପଗ୍ଭ‌ଶ୍‌ଟି କଡ଼ା ତିଆରି କର ଏବଂ ସେହି ତମ୍ବୁର ବସ୍ତ୍ର ସହିତ ଏହି କଡ଼ାଗୁଡ଼ିକୁ ଯୋଡ଼ି ଦିଅ, ଏହା ଗୋଟିଏ ତମ୍ବୁ ହେବ। 12 ସେହି ତମ୍ବୁ କପଡ଼ାରେ ଅତିରିକ୍ତ ଅଂଶ ଅର୍ଥାତ୍ ଯେଉଁ ଅର୍ଦ୍ଧେକ କପଡ଼ା ଅତିରିକ୍ତ ଥିବ, ତାହା ପବିତ୍ର ତମ୍ବୁର ପଛ ପାଖରେ ଓହଳି ରହିବ। 13 ଆଉ ତମ୍ବୁ କପଡ଼ାର ଦୀର୍ଘତାର ଯେଉଁ ଅଂଶ ଏପାଖରେ ଏକ ହସ୍ତ ଓ ସେପାଖରେ ଏକ ହସ୍ତ ଅତିରିକ୍ତ ରହିବ। ତାହା ପବିତ୍ର ତମ୍ବୁର ଏପାର୍ଶ୍ୱ-ସେପାର୍ଶ୍ୱରେ ଆଚ୍ଛାଦାନାର୍ଥେ ଝୁଲିବ। 14 ଏହା ପରେ ତୁମ୍ଭେ ରକ୍ତୀକୃତ ମେଷ ଚର୍ମରେ ତମ୍ବୁର ଏକ ଛାତ କରିବ। ଆଉ ତହିଁ ଉପରେ ଏକ ଶିଶୁକଚର୍ମରେ ଏକ ଛାତ କରିବ।

15 “ପବିତ୍ର ତମ୍ବୁର ତକ୍ତା ଶିଟୀମ୍ କାଠରେ ତିଆରି ହେବା ଉଚିତ୍। 16 ସେହି ପଟାଗୁଡ଼ିକ ଦଶ ହାତ ଲମ୍ବ, ଦେଢ଼ ହାତ ଚଉଡ଼ା ହେବ। 17 ତକ୍ତାର ଦୁଇପାଖ ଦୁଇଟି ଖିଲ ଦ୍ୱାରା ଯୋଡ଼ି ଦିଅ। ପବିତ୍ର ତମ୍ବରୁ କାଠର ତକ୍ତାଗୁଡ଼ିକ ସମାନ ଆକାରର ହେବା ଉଚିତ୍। 18 ପବିତ୍ର ତମ୍ବୁ ତିଆରି କରିବା ପାଇଁ ଦକ୍ଷିଣ ଦିଗରେ କୋଡ଼ିଏଟି କାଠର ତକ୍ତା ବ୍ୟବହାର କର। 19 ସେହି କୋଡ଼ିଏ ତକ୍ତା ତଳେ ରଖିବା ପାଇଁ ଗ୍ଭଳିଶ୍ ରୂପାର ଆଧାର କର। ପ୍ରତ୍ୟେକ ତକ୍ତା ତଳେ ଦୁଇଟି ଆଧାର ରଖ। ପ୍ରତ୍ୟେକ ତକ୍ତା ତଳେ ଦୁଇଟି ଖିଲ ପାଇଁ ଦୁଇଟି ଆଧାର ରହିବ। 20 ପୁଣି ପବିତ୍ର ତମ୍ବୁର ଅନ୍ୟ ପାର୍ଶ୍ୱରେ ଉତ୍ତର ଦିଗରେ କୋଡ଼ିଏ ପଟା ହେବ। 21 ପ୍ରତ୍ୟେକ ତକ୍ତା ତଳେ ଦୁଇଟି ଆଧାର ରହିବ। ଏହିପରି ରୂପାର ଗ୍ଭଳି‌ଶ୍‌ଟି ଆଧାର ହେବ। 22 ପବିତ୍ର ତମ୍ବୁର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାର୍ଶ୍ୱ ନିମନ୍ତେ ଛଅ ଖଣ୍ଡ ପଟା ହେବ। 23 ପବିତ୍ର ତମ୍ବୁର ସେହି ପଛପଟେ ପ୍ରତ୍ୟେକ ପାଖ କୋଣରେ ଦୁଇଖଣ୍ଡ ତକ୍ତା ରହିବ। 24 ତହିଁ ତଳେ ଯୋଡ଼ ହେବ ଓ ସେହିପରି ତହିଁ ମୁଣ୍ଡରେ ପ୍ରଥମ କଡ଼ା ନିକଟରେ ଯୋଡ଼ ହେବ, ଏହିପରି ଦୁଇଥର ହେବ। ତାହା ସବୁ ଦୁଇ କୋଣ ନିମନ୍ତେ ହେବ। 25 ତମ୍ବୁର ପଶ୍ଚିମ ମୁଣ୍ଡ ପାଇଁ, ମୋଟ ଆଠ ଖଣ୍ଡ ତକ୍ତା କରିବ। ଷୋହଳଟି ରୌପ୍ୟ ଆଧାର ହେବ, ଦୁଇଟି ଆଧାର ପ୍ରତ୍ୟେକ ତକ୍ତା ତଳେ।

26 “ଅର୍ଗଳ ତିଆରି କରିବା ପାଇଁ ତୁମ୍ଭେମାନେ ଶିଟୀମ୍ କାଠ ବ୍ୟବହାର କରିବ। ପବିତ୍ର ତମ୍ବୁ ପାଇଁ ପାଞ୍ଚୋଟି ଅର୍ଗଳ ତିଆରି କରିବ ଏକ ପାର୍ଶ୍ୱରେ। 27 ଅନ୍ୟ ଏକ ପାର୍ଶ୍ୱରେ ପାଞ୍ଚୋଟି ଅର୍ଗଳ ନିର୍ମାଣ କର ଏବଂ ପଛ ପାର୍ଶ୍ୱ ପଶ୍ଚିମ ଦିଗରେ ନିର୍ମାଣ କର। 28 ପୁଣି ମଧ୍ୟସ୍ଥିତ ଅର୍ଗଳ ପଟାର ମଧ୍ୟ ଦେଶରେ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ପାଇବ।

29 “ସବୁ ଢାଞ୍ଚାଗୁଡ଼ିକୁ ଓ ଖିଲକୁ ଧରି ରଖୁଥିବା ଢାଞ୍ଚାକୁ ସୁବର୍ଣ୍ଣରେ ଆଚ୍ଛାଦନ କର। ସୁବର୍ଣ୍ଣରେ କଡ଼ା ତିଆରି କର। 30 ମୁଁ ପର୍ବତ ଉପରେ ଦେଖାଇଥିବା ଯୋଜନା ଅନୁସାରେ ପବିତ୍ର ତମ୍ବୁଟିକୁ ତିଆରି କର।

ପବିତ୍ର ତମ୍ବୁର ଅନ୍ତରାଳେ

31 “ତୁମ୍ଭେ ନୀଳବର୍ଣ୍ଣ ଓ ଧୂମ୍ରବର୍ଣ୍ଣ ଓ ସିନ୍ଦୁରବର୍ଣ୍ଣ ଶୁଭ୍ର କ୍ଷୋମ ସୂତ୍ରରେ ଏକ ପରଦା ପ୍ରସ୍ତୁତ କରିବ। ସେଥିରେ କିରୂବଦୂତଗଣର ଆକୃତିକୁ ଚିତ୍ରିତ କର। 32 ତୁମ୍ଭେ ସେହି ପରଦାକୁ ଶିଟୀମ୍ କାଠର ଗ୍ଭରି ସ୍ତମ୍ଭ ଉପରେ ଟାଙ୍ଗିବ ଏବଂ ସେଗୁଡ଼ିକୁ ସୁବର୍ଣ୍ଣରେ ଆଚ୍ଛାଦନ କର। ସୁବର୍ଣ୍ଣର ଆଙ୍କଡ଼ା ସହିତ ସ୍ତମ୍ଭ ଉପରେ ରୂପାର ଆଧାର ବ୍ୟବହାର କର। 33 ସୁବର୍ଣ୍ଣ କଡ଼ାରେ ସେହି ପରଦା ଟାଙ୍ଗି ଦିଅ। ତା'ପରେ ପରଦାର ପଛପଟେ ନିୟମ-ସିନ୍ଦୁକ ରଖ। ସେହି ପରଦାଟି ପବିତ୍ର ସ୍ଥାନରୁ ମହାପବିତ୍ର ସ୍ଥାନକୁ ପୃଥକ କରିବା ଉଚିତ୍। 34 ତୁମ୍ଭେ ନିୟମ-ସିନ୍ଦୁକର ଆଚ୍ଛାଦନ ମହାପବିତ୍ର ସ୍ଥାନ ଭିତରେ ରଖିବ।

35 “ପରଦାର ବାହାର ପାର୍ଶ୍ୱରେ ମେଜ ରଖିବା ଉଚିତ୍ ଏବଂ ମେଜର ବିପରୀତ ପାର୍ଶ୍ୱରେ ପବିତ୍ର ତମ୍ବୁର ଦକ୍ଷିଣକୁ ଦୀପ ରଖିବା ଉଚିତ୍। ପବିତ୍ର ତମ୍ବୁର ଉତ୍ତର ପାର୍ଶ୍ୱକୁ ମେଜ ରଖ।

ପବିତ୍ର ତମ୍ବୁର ଦ୍ୱାର

36 “ପବିତ୍ର ତମ୍ବୁର ଦ୍ୱାର ନିମନ୍ତେ ଏକ ନୀଳ ପରଦା ପ୍ରସ୍ତୁତ କର। ଏହା ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଶୁଭ୍ର କ୍ଷୋମ ସୂତାରେ ବୁଣାଯିବା ଉଚିତ୍। 37 ସେହି ଆଚ୍ଛାଦନ ବସ୍ତ୍ର ନିମନ୍ତେ ପାଞ୍ଚ ଗୋଟି ଶିଟୀମ୍ କାଠର ସ୍ତମ୍ଭ ନିର୍ମାଣ କରି ସୁବର୍ଣ୍ଣ ମଡ଼ାଇବ। ପୁଣି ସୁବର୍ଣ୍ଣରେ ତହିଁର ଆଙ୍କଡ଼ା କରିବ। ତହିଁ ନିମନ୍ତେ ପିତ୍ତଳର ପାଞ୍ଚ ଚୁଙ୍ଗୀ ଢାଳିବ।”

ହୋମ ନୈବେଦ୍ୟ ନିମନ୍ତେ ଯଜ୍ଞବେଦି

27 ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏକ ଯଜ୍ଞବେଦି ନିର୍ମାଣ କରିବାକୁ ଶିଟୀମ୍ କାଠ ବ୍ୟବହାର କର। ଏହା ଏକ ବର୍ଗ କ୍ଷେତ୍ର ହେବା ଉଚିତ୍। ଏହାର ଦୈର୍ଘ୍ୟ ଓ ପ୍ରସ୍ଥ ପାଞ୍ଚ ହାତ ଲେଖାଏଁ ହେବା ଉଚିତ୍। ଏବଂ ଏହାର ଉଚ୍ଚତା ତିନି ହାତ ହେବା ଉଚିତ୍। ବେଦିର ଗ୍ଭରିକୋଣ ପାଇଁ ଶିଙ୍ଗ ତିଆରି କର। ଏହି ଶିଙ୍ଗଗୁଡ଼ିକ ବେଦିର ଏକ ଅଂଶ ହେବା ଉଚିତ୍। ଏହା କଂସାରେ ଆଚ୍ଛାଦିତ ହେବା ଉଚିତ୍।

“ଭସ୍ମ ରଖିବା ପାଇଁ ପାତ୍ର କର, କୋଦାଳ, ଗରା, କଣ୍ଟାଗ୍ଭମୁଚ ଏବଂ କରେଇ କଂସାରୁ ତିଆରି କର। ସମସ୍ତ ପାତ୍ର ପିତ୍ତଳରେ ପ୍ରସ୍ତୁତ କରିବ। ପିତ୍ତଳରେ ଏକ ଜାଲି କରିବ ଓ ତା’ ଉପରେ ଗ୍ଭରି କୋଣରେ ପିତ୍ତଳର ଗ୍ଭରିକଡ଼ା କରିବ। ଯଜ୍ଞବେଦିର ତଳେ ଥିବା ଥାକ ତଳେ ଜାଲିକୁ ରଖ। ଏହା ଯଜ୍ଞବେଦିର ମଧ୍ୟଭାଗ ପର୍ଯ୍ୟନ୍ତ ପାଇବା ଉଚିତ୍।

“ଯଜ୍ଞବେଦିର ଖମ୍ବ ଶିଟୀମ୍ କାଠରେ ନିର୍ମାଣ କରି ସେଥିରେ ପିତ୍ତଳ ଆଚ୍ଛାଦନ କର। ପୁଣି ସେହି ବେଦିକୁ ବହିବା ବେଳେ ବେଦିର ଉଭୟ ପାର୍ଶ୍ୱ ଉପରେ କଡ଼ା ମଧ୍ୟରେ ସେହି ସାଙ୍ଗୀ ରଖ। ତୁମ୍ଭେ ଯଜ୍ଞବେଦିକୁ ଫମ୍ପା ସିନ୍ଦୁକ ପରି ରଖ। ପର୍ବତରେ ତୁମ୍ଭକୁ ଯେଉଁ ରୂପେ ଦେଖାଇଥିଲି ସେହିପରି ଭାବରେ ବେଦି ନିର୍ମାଣ କରାଯିବା ଉଚିତ୍।

ପବିତ୍ର ତମ୍ବୁର ଚତୁର୍ପାର୍ଶ୍ୱର ପ୍ରାଙ୍ଗଣ

“ପବିତ୍ର ତମ୍ବୁ ପାଇଁ ଏକ ପ୍ରାଙ୍ଗଣ ତିଆରି କର। ସେହି ପ୍ରାଙ୍ଗଣର ଦକ୍ଷିଣ ଦିଗରେ ବଳା ଶୁଭ୍ର କ୍ଷୋମ ସୂତା ନିର୍ମିତ ପରଦା ରହିବା ଉଚିତ୍। ଏହାର ଲମ୍ବ ଏକ ଶହ ହାତ ହେବା ଉଚିତ୍। 10 ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହେବ। ପୁଣି ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ହେବ। 11 ତମ୍ବୁର ଉତ୍ତର ପାର୍ଶ୍ୱରେ ଶହେ ହାତ ଲମ୍ବ ପରଦା ହେବ ଓ ତାହାର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହେବ। ଏବଂ ସ୍ତମ୍ଭର ଆଙ୍କଡ଼ା ଛୁଞ୍ଚିଆ ରୂପାର ହେବ।

12 “ଆଉ ପଶ୍ଚିମ ଦିଗରେ ପ୍ରାଙ୍ଗଣର ପ୍ରସ୍ଥତା ନିମନ୍ତେ ପଗ୍ଭଶ୍ ହସ୍ତ ପରଦା ଓ ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ କରିବ। 13 ପୂର୍ବ ଦିଗରେ ପ୍ରାଙ୍ଗଣର ପ୍ରସ୍ଥତା ପଗ୍ଭଶ୍ ହାତ ହେବ। 14 ପୂର୍ବ ଭାଗରେ ପ୍ରବେଶ ପଥରେ ପନ୍ଦର ହାତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହେବ। 15 ଅନ୍ୟ ପାର୍ଶ୍ୱରେ ପନ୍ଦର ହାତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହେବ।

16 “ପ୍ରାଙ୍ଗଣର ପ୍ରବେଶ ପଥ ନିମନ୍ତେ ପରଦାଟି କୋଡ଼ିଏ ହାତ ଲମ୍ବ ହେବା ଉଚିତ୍। ସେହି ପରଦାଟିକୁ ସୂକ୍ଷ୍ମ ନାଇଲନ ସୂତାରେ ତିଆରି କର ଯାହାକି ନୀଳ, ବାଇଗଣୀ, ଲାଲ ରଙ୍ଗର ସୂତାରେ ଶିଳ୍ପକର୍ମ ହୋଇଥିବ। ଏବଂ ଏହାର ଗ୍ଭରୋଟି ସ୍ତମ୍ଭ ଓ ଗ୍ଭରୋଟି ଆଧାର ହେବା ଉଚିତ୍। 17 ପୁଣି ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥ ସ୍ତମ୍ଭ ସକଳ ରୂପା ଛୁଞ୍ଚିଆରେ ବନ୍ଦ ହେବ ଓ ତା'ର ଆଙ୍କଡ଼ା ରୂପାର ଓ ଚୁଙ୍ଗୀ ପିତ୍ତଳର ହେବ। 18 ପ୍ରାଙ୍ଗଣଟି ଏକଶହ ହାତ ଲମ୍ବ ଓ ପଗ୍ଭଶ୍ ହାତ ପ୍ରସ୍ଥ ଓ ପାଞ୍ଚ ହାତ ଉଚ୍ଚ ହେବ। ସେହି ଶୁଭ୍ର କ୍ଷୋମସୂତ୍ରରେ ପ୍ରସ୍ତୁତ ହେବା ସହିତ କଂସାର ଆଧାର ରହିବା ଉଚିତ୍। 19 ଆଉ ପବିତ୍ର ତମ୍ବୁର ସମୁଦାୟ କାର୍ଯ୍ୟ ସମ୍ବନ୍ଧୀୟ ସାମଗ୍ରୀ ଓ ପ୍ରାଙ୍ଗଣର ସମସ୍ତ ଖିଲ କଂସାରେ ନିର୍ମିତ ହେବା ଉଚିତ୍।

ପ୍ରଦୀପ ପାଇଁ ତୈଳ

20 “ବର୍ତ୍ତମାନ ଇସ୍ରାଏଲର ଲୋକମାନଙ୍କୁ ସବୁଠାରୁ ଭଲ ଅଲିଭ ଫଳରୁ ନିର୍ମଳ ପେଷା ଅଲିଭ ତୈଳ ଅନନ୍ତକାଳ ଦୀପ ଜଳାଇବା ନିମନ୍ତେ ଆଣିବା ପାଇଁ ଆଜ୍ଞା ଦିଅ। 21 ହାରୋଣ ଓ ତା'ର ପୁତ୍ରମାନେ ପରଦା ପଛରେ ଥିବା ନିୟମ-ସିନ୍ଦୁକ ଓ ଏହାର ସମ୍ମୁଖରେ ଥିବା ଏହାକୁ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ପ୍ରସ୍ତୁତ ରଖିବା ଉଚିତ୍। ଏହି ବ୍ୟବସ୍ଥା ଇସ୍ରାଏଲ ଲୋକମାନଙ୍କ ପାଇଁ ସର୍ବଦା ପ୍ରଜୁଯ୍ୟ ହେବ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center