Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଏବ୍ରୀ 11-13

ବିଶ୍ୱାସ

11 ବିଶ୍ୱାସର ଅର୍ଥ ହେଉଛି ଆମ୍ଭେ ଭରସା କରୁଥିବା ବିଷୟ ପ୍ରତି ସୁନିଶ୍ଚିତତା। ବିଶ୍ୱାସ ଏଭଳି ସୁନିଶ୍ଚିତ ବୋଧ ଯେ, ଆମ୍ଭେ ଯାହା ନ ଦେଖୁ, ତାହା ବାସ୍ତବ ବୋଲି ଜାଣୁ। ପ୍ରାଚୀନ କାଳରେ, ଲୋକମାନଙ୍କର ଏହିଭଳି ବିଶ୍ୱାସ ଥିଲା ବୋଲି, ପରମେଶ୍ୱର ସେମାନଙ୍କ ଉପରେ ପ୍ରସନ୍ନ ଥିଲେ।

ବିଶ୍ୱାସ ଦ୍ୱାରା ଆମ୍ଭେ ବୁଝିଛୁ ଯେ ସମଗ୍ର ସୃଷ୍ଟିର ରଚନା ପରମେଶ୍ୱର ନିଜ ଆଜ୍ଞା ବଳରେ କରିଥିଲେ। ଏହାର ଅର୍ଥ ଯେ, ଆମ୍ଭକୁ ଦିଶୁଥିବା ବିଷୟ ଗୁଡ଼ିକର ସୃଷ୍ଟି ଅଦୃଶ୍ୟ ବିଷୟ ଦ୍ୱାରା ହୋଇଛି।

କୟିନ ଓ ହେବଲ ଦୁହେଁ ପରମେଶ୍ୱରଙ୍କୁ ବଳି ଉତ୍ସର୍ଗ କଲେ। କିନ୍ତୁ ବିଶ୍ୱାସ ଥିବା ହେତୁ ହେବଲ ଭଲ ବଳି ଉତ୍ସର୍ଗ କଲେ। ପରମେଶ୍ୱର କହିଲେ, ଯେ, ସେ ହେବଲ ଉତ୍ସର୍ଗ କରିଥିବା ବଳି ପାଇଁ ପ୍ରସନ୍ନ ଥିଲେ। ପରମେଶ୍ୱରଙ୍କଠାରେ ହେବଲର ବିଶ୍ୱାସ ହେତୁ ତାହାକୁ ଭଲ ଲୋକ ବୋଲି କହିଲେ। ହେବଲ ମରି ଯାଇଛି କିନ୍ତୁ ନିଜ ବିଶ୍ୱାସ ହେତୁ ଏବେ ସୁଦ୍ଧା ସେ କଥା କହୁଛି।

ବିଶ୍ୱାସ ହେତୁ ହନୋକଙ୍କୁ ଏହି ପୃଥିବୀରୁ ଉଠାଇ ନିଆ ହେଲା। ସେ କେବେବି ମୃତ୍ୟୁ ଅନୁଭବ କଲେ ନାହିଁ। ଶାସ୍ତ୍ର କୁହେ ଯେ, ହନୋକଙ୍କୁ ଉଠାଇ ନେଇ ଯିବା ପୂର୍ବରୁ ସେ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିଥିଲେ। ପରେ ଲୋକେ ତାହାଙ୍କୁ ଖୋଜି ପାରିଲେ ନାହିଁ, କାରଣ ପରମେଶ୍ୱର ହନୋକଙ୍କୁ ନିଜ ସହିତ ରହିବା ଲାଗି ନେଇଗଲେ। ବିଶ୍ୱାସ ବିନା ଜଣେ ପରମେଶ୍ୱରଙ୍କୁ ପ୍ରସନ୍ନ କରି ପାରିବ ନାହିଁ। ପରମେଶ୍ୱରଙ୍କ ପାଖକୁ ଆସୁଥିବା ପ୍ରତ୍ୟେକ ଲୋକ ପରମେଶ୍ୱର ଅଛନ୍ତି ବୋଲି ବିଶ୍ୱାସ କରିବା ଉଚିତ୍। ଯିଏ ପରମେଶ୍ୱରଙ୍କ ପାଖକୁ ଆସିବ ସେ ବିଶ୍ୱାସ କରିବା ଦରକାର ଯେ ଯିଏ ପ୍ରକୃତରେ ତାହାଙ୍କୁ ଖୋଜେ, ପରମେଶ୍ୱର ତାହାକୁ ପୁରସ୍କାର ପ୍ରଦାନ କରନ୍ତି।

କେତେକ ଦେଖି ନ ପାରୁ ଥିବା ବିଷୟ ଗୁଡ଼ିକ ପ୍ରତି ପରମେଶ୍ୱର ନୋହଙ୍କୁ ସତର୍କ କରିଦେଇଥିଲେ। ନୋହଙ୍କର ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ୱାସ ବଳରେ ନୋହ ଦେଖାଇଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ୱର ବିଶ୍ୱାସ ବଳରେ ଧାର୍ମିକ କରନ୍ତି, ସେମାନଙ୍କ ଭିତରୁ ନୋହ ଜଣେ ଥିଲେ।

ପରମେଶ୍ୱର ଅବ୍ରହାମଙ୍କୁ ତାହାଙ୍କ ସ୍ଥାନ ଛାଡ଼ିବାକୁ, ଓ ଅନ୍ୟ ଗୋଟିଏ ସ୍ଥାନକୁ ଯିବା ପାଇଁ ଡାକିଲେ। ପରମେଶ୍ୱର ତାହାଙ୍କୁ ସେହି ଦେଶ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ସେ କେଉଁଠାକୁ ଯାଉଅଛନ୍ତି, ତାହା ଅବ୍ରହାମ ଜାଣି ନ ଥିଲେ। କିନ୍ତୁ ଅବ୍ରହାମ ନିଜ ବିଶ୍ୱାସ ଦ୍ୱାରା ମାନିଲେ, ଓ ସେହି ସ୍ଥାନ ପାଇଁ ପ୍ରସ୍ଥାନ କଲେ। ପରମେଶ୍ୱର ପ୍ରତିଜ୍ଞା ଅନୁସାରେ ଅବ୍ରହାମ ସେହି ସ୍ଥାନରେ ରହିଲେ। ସେ ଜଣେ ଯାତ୍ରୀ ଭଳି ରହିଲେ, ଜଣେ ବାସିନ୍ଦା ଭଳି ନୁହେଁ। ବିଶ୍ୱାସ ଥିବା ହେତୁ ସେ ଏପରି କଲେ। ଇସ୍‌ହାକ ଓ ଯାକୁବଙ୍କ ସହିତ ଅବ୍ରହାମ ତମ୍ବୁରେ ରହିଲେ। ଇସ୍‌ହାକ ଓ ଯାକୁବ ମଧ୍ୟ 10 ପରମେଶ୍ୱରଙ୍କଠାରୁ ସେହି ପ୍ରତିଜ୍ଞା ପାଇଥିଲେ। ଅବ୍ରହାମ ସୁଦୃଢ଼ ମୂଳଦୁଆ ଥିବା ନଗରୀ[a]ର ଅପେକ୍ଷାରେ ଥିଲେ। ପରମେଶ୍ୱର ସ୍ୱୟଂ ସେହି ନଗରୀଟିର ଯୋଜନା ଓ ନିର୍ମାଣ କରିଥିଲେ।

11 ପିଲାପିଲି ହେବା ପାଇଁ ଅବ୍ରହାମଙ୍କର ବୟସ ଅଧିକ ହୋଇଯାଇଥିଲା। ଆହୁରି ମଧ୍ୟ ସାରାର ପିଲାପିଲି ହୋଇ ପାରି ନ ଥିଲା। କିନ୍ତୁ ପରମେଶ୍ୱରଙ୍କଠାରେ ଅବ୍ରହାମଙ୍କର ବିଶ୍ୱାସ ଥିଲା, ଅତଏବ ପରମେଶ୍ୱର ସେମାନଙ୍କୁ ସନ୍ତାନ ହେବା ପାଇଁ ସକ୍ଷମ କଲେ। ପରମେଶ୍ୱରଙ୍କ ପ୍ରତିଜ୍ଞା ପୂରଣ କରିବା ବିଷୟରେ ଅବ୍ରହାମ ତାହାଙ୍କ ଉପରେ ବିଶ୍ୱାସ ରଖିଥିଲେ। 12 ଏହି ଲୋକ ଜଣକ ଏତେ ବୃଦ୍ଧ ଥିଲେ ଯେ ସେ ମୃତବତ ଥିଲେ। କିନ୍ତୁ ସେହି ଜଣେ ଲୋକଙ୍କଠାରୁ ଆକାଶର ତାରାଗଣ ଓ ସମୁଦ୍ର କୂଳର ବାଲି ଭଳି ଅସଂଖ୍ୟ ସନ୍ତାନ ଜନ୍ମଗ୍ରହଣ କଲେ।

13 ସେହି ସମସ୍ତ ମହାନ ଲୋକ ମୃତ୍ୟୁ ପର୍ଯ୍ୟନ୍ତ ନିଜର ବିଶ୍ୱାସ ସହିତ ଜୀବିତ ରହିଲେ। ପରମେଶ୍ୱର ନିଜ ଲୋକଙ୍କୁ ପ୍ରତିଜ୍ଞା କରିଥିବା ବସ୍ତୁମାନ ସେହି ଲୋକମାନେ ପାଇଲେ ନାହିଁ। ସେମାନେ ଖାଲି ଦେଖିଲେ ଯେ, ସେହି ବିଷୟ ଗୁଡ଼ିକ ସୁଦୂର ଭବିଷ୍ୟତରେ ଆସିବ, ଓ ସେମାନେ (ସେତିକିରେ) ଖୁସୀ ହେଲେ। ସେମାନେ ଗ୍ରହଣ କରି ନେଲେ ଯେ ସେମାନେ ଏହି ପୃଥିବୀରେ ଯାତ୍ରୀ ଓ ଅପରିଚିତ ବ୍ୟକ୍ତି ଅଟନ୍ତି। 14 ଯେଉଁ ଲୋକମାନେ ସେହିଭଳି କଥା ମାନି ନିଅନ୍ତି, ସେମାନେ ସେମାନଙ୍କର ନିଜର ଗୋଟିଏ ଦେଶ ପାଇଁ ଅପେକ୍ଷାରତ ଅଛନ୍ତି ବୋଲି ପ୍ରଦର୍ଶିତ କରନ୍ତି। 15 ଯଦି ସେମାନେ ପୂର୍ବରୁ ଛାଡ଼ି ଥିବା ଦେଶ ବିଷୟରେ ଭାବୁ ଥିଲେ, ସେମାନେ ସେହି ସ୍ଥାନକୁ ଫେରିବାକୁ ଗୋଟିଏ ସୁଯୋଗ ଖୋଜି ପାଇ ପାରି ଥା’ନ୍ତେ। 16 କିନ୍ତୁ ବାସ୍ତବିକ ସେମାନେ ଗୋଟିଏ ଅପେକ୍ଷାକୃତ ଭଲ ଦେଶ ପାଇଁ ଅପେକ୍ଷା କରୁଥିଲେ, ଯାହାକି ଗୋଟିଏ ସ୍ୱର୍ଗୀୟ ଦେଶ। ତେଣୁ ପରମେଶ୍ୱର ସଙ୍କୋଚ କଲେ ନାହିଁ, ସେମାନଙ୍କର ପରମେଶ୍ୱର ଭାବରେ ପରିଚିତ ହେବା ପାଇଁ। ସେହି ଲୋକମାନଙ୍କ ଲାଗି ପରମେଶ୍ୱର ଗୋଟିଏ ନଗର ତିଆରି କରି ରଖି ଅଛନ୍ତି।

17-18 ପରମେଶ୍ୱର ଅବ୍ରହାମଙ୍କୁ ପରୀକ୍ଷା କରିଥିଲେ। ଅବ୍ରହାମଙ୍କୁ ପରମେଶ୍ୱର କହିଥିଲେ ଯେ, ଇସ୍‌ହାକଙ୍କୁ ବଳିରୂପେ ସମର୍ପିତ କରିବ। ଅବ୍ରହାମଙ୍କ ବିଶ୍ୱାସ ଥିବାରୁ ସେ ତାହା ମାନିଲେ। ପରମେଶ୍ୱରଙ୍କଠାରୁ ଅବ୍ରହାମ ପୂର୍ବରୁ ପ୍ରତିଜ୍ଞା ପାଇଥିଲେ। ପରମେଶ୍ୱର ଅବ୍ରହାମଙ୍କୁ କହି ସାରିଥିଲେ ଯେ, “ଇସ୍‌ହାକଙ୍କ ଦ୍ୱାରା ତୁମ୍ଭର ବଂଶଧରମାନେ ଆସିବେ।” କିନ୍ତୁ ନିଜର ଏକମାତ୍ର ପୁତ୍ର ଇସ୍‌ହାକଙ୍କୁ ସେ ସମର୍ପିତ କରିବା ପାଇଁ ପ୍ରସ୍ତୁତ ଥିଲେ। ବିଶ୍ୱାସ ଥିବାରୁ ଅବ୍ରହାମ ଏପରି କଲେ। 19 ଅବ୍ରହାମ ବିଶ୍ୱାସ କରିଥିଲେ ଯେ, ପରମେଶ୍ୱର ଲୋକମାନଙ୍କୁ ମୃତ୍ୟୁରୁ ଉଠାଇ ଆଣି ପାରିବେ। ପ୍ରକୃତରେ ଯେତେବେଳେ ସେ ଇସ୍‌ହାକଙ୍କୁ ମାରିବା ପାଇଁ ଗଲାବେଳେ ପରମେଶ୍ୱର ଅବ୍ରହାମଙ୍କୁ ଅଟକାଇ ଦେଲେ। ସେତେବେଳେ ଅବ୍ରହାମ ଯେପରି ଇସ୍‌ହାକଙ୍କୁ ମୃତ୍ୟୁରୁ ଫେରି ପାଇଲେ।

20 ବିଶ୍ୱାସ କାରଣରୁ ଇସ୍‌ହାକ, ଯାକୁବ ଓ ଏସୌଙ୍କୁ ସେମାନଙ୍କ ଭବିଷ୍ୟତ ବିଷୟରେ ଆଶୀର୍ବାଦ ଦେଲେ। 21 ବିଶ୍ୱାସ କାରଣରୁ ହିଁ, ମଲାବେଳେ ଯାକୁବ, ଯୋଷେଫଙ୍କ ପ୍ରତ୍ୟେକ ପୁତ୍ରକୁ ଆଶୀର୍ବାଦ କଲେ। ସେ ନିଜର ବାଡ଼ି ଉପରେ ନଇଁ ପଡ଼ି ପରମେଶ୍ୱରଙ୍କୁ ଉପାସନା କଲେ।

22 ବିଶ୍ୱାସ ଦ୍ୱାରା ହଁ, ନିଜର ଶେଷ ସମୟ ନିକଟ ହେବା ପୂର୍ବରୁ ଯୋଷେଫ ଇସ୍ରାଏଲ ନିବାସୀମାନଙ୍କର ମିଶର ଦେଶରୁ ନିର୍ଗମନ ବିଷୟରେ, ତାହାଙ୍କ ମୃତ୍ୟୁ ପରେ ତାହାଙ୍କୁ କିପରି କବର ଦେବେ, ସେ ବିଷୟରେ କହିଥିଲେ।

23 ବିଶ୍ୱାସ ଦ୍ୱାରା ମୁଁ, ମୋଶାଙ୍କର ମା ଓ ବାପା ମୋଶାଙ୍କୁ ଜନ୍ମ ଦେଲା ପରେ ତିନି ମାସ ଧରି ଲୁଗ୍ଭଇ ରଖିଲେ। କାରଣ ସେମାନେ ଦେଖିଲେ ଯେ ମୋଶା ସୁନ୍ଦର ଶିଶୁଟିଏ। ସେମାନେ ରାଜାଜ୍ଞାକୁ ଅବଜ୍ଞା କରିବାକୁ ଭୟ କରି ନ ଥିଲେ।

24 ମୋଶା ବଡ଼ ହୋଇ ମଣିଷ ହେଲେ। ସେ ଫାରୋଙ୍କ ଝିଅର ପୁତ୍ର ହେବା ପାଇଁ ମନା କଲେ। 25 ସେ ପାପର କ୍ଷଣିକ ସୁଖଭୋଗ କରିବା ପାଇଁ ଗ୍ଭହିଁଲେ ନାହିଁ। ତା’ ପରିବର୍ତ୍ତେ ସେ ଈଶ୍ୱରଙ୍କ ଲୋକମାନଙ୍କ ଅସହ୍ୟ ହେଉଥିବା ଦୁର୍ବ୍ୟବହାର ସହିବା ପସନ୍ଦ କଲେ। ନିଜର ବିଶ୍ୱାସ ହେତୁ ସେ ଏପରି କଲେ। 26 ମିଶର ଦେଶର ସମସ୍ତ ଧନଭଣ୍ଡାର ପ୍ରାପ୍ତ କରିବା ବଦଳରେ ଖ୍ରୀଷ୍ଟଙ୍କ ପାଇଁ କଷ୍ଟ ସହନ କରିବା, ମୋଶା ଅପେକ୍ଷାକୃତ ଭଲ ମନେ କଲେ। ପରମେଶ୍ୱରଙ୍କ ଦ୍ୱାରା ଭବିଷ୍ୟତରେ ମିଳିବାକୁ ଥିବା ପ୍ରତିଦାନ ପାଇଁ ସେ ପ୍ରତୀକ୍ଷା କଲେ।

27 ନିଜ ବିଶ୍ୱାସ କାରଣରୁ ମୋଶା ମିଶର ଦେଶ ଛାଡ଼ିଲେ। ସେ ରାଜାଙ୍କର କ୍ରୋଧ ପ୍ରତି ଭୟଭୀତ ନ ଥିଲେ। ସେ ଅନ୍ୟମାନଙ୍କୁ ଅଦୃଶ୍ୟ ପରମେଶ୍ୱରଙ୍କୁ ଦେଖି ପାରିଲା ଭଳି ନିଜ ବିଶ୍ୱାସରେ ଦୃଢ଼ ଥିଲେ। 28 ମୋଶା ନିସ୍ତାର ଭୋଜି[b] (ପର୍ବ) କରି ଦ୍ୱାର ମାନଙ୍କରେ ରକ୍ତ ସିଞ୍ଚନ କଲେ। ଯିହୂଦୀମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ମୃତ୍ୟୁର ଦୂତ ଯେପରି ମାରି ପାରିବେ ନାହିଁ, ସେଥିପାଇଁ ମୋଶା ଏପରି କଲେ। ମୋଶାଙ୍କର ବିଶ୍ୱାସ ଥିବାରୁ ସେ ଏପରି କଲେ।

29 ବିଶ୍ୱାସଥିବା ହେତୁ ହିଁ ମୋଶାଙ୍କ ନେତୃତ୍ୱରେ ସମସ୍ତେ ସୁଫସାଗର ମଧ୍ୟଦେଇ ଶୁଖିଲା ଭୂଇଁ ଥିଲା ଭଳି ଗ୍ଭଲିଗ୍ଭଲି ପାର ହୋଇଗଲେ। ଯେତେବେଳେ ମିଶରଦେଶର ଲୋକେ ସୁଫସାଗର ଦେଇ ଯିବା ପାଇଁ ଚେଷ୍ଟା କଲେ ସେମାନେ ବୁଡ଼ି ଗଲେ।

30 ଈଶ୍ୱରଙ୍କ ଲୋକମାନଙ୍କ ବିଶ୍ୱାସ ହେତୁ ଯିରୀହୋ ନଗରର ପାଚେରୀଗୁଡ଼ିକ ସେମାନେ ସାତ ଦିନ ପରିକ୍ରମା କଲାପରେ, ଭାଙ୍ଗି ପଡ଼ିଗଲା।

31 ନିଜର ବିଶ୍ୱାସ ଦ୍ୱାରା, ରାହବ ନାମ୍ନୀ ବେଶ୍ୟା, ଇସ୍ରାଏଲର ଗୁପ୍ତଚରମାନଙ୍କୁ ମିତ୍ର ଭଳି ସ୍ୱାଗତ କଲା, ଓ ସେମାନଙ୍କୁ ସାହାଯ୍ୟ କଲା, ଓ ଅନ୍ୟ ଯେଉଁ ଲୋକମାନେ ମାନିବାକୁ ମନା କରିଥିଲେ, ସେମାନଙ୍କ ସହିତ ମୃତ ହେଲା ନାହିଁ।

32 ମୁଁ ଅଧିକ ଆଉ କ’ଣ କହିବି, ଓ କି ଉଦାହରଣମାନ ପ୍ରସ୍ତୁତ କରିବି? ଗିଦିୟୋନ, ବାରାକ, ଶା‌ମ୍‌ଶୋନ୍, ଯିପ୍ତହ ଦାଉଦ, ଶାମୁୟେଲ, ଓ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ବିଷୟରେ କହିବା ପାଇଁ ମୋ’ ପାଖରେ ଅଧିକ ସମୟ ନାହିଁ, 33 ସେ ସମସ୍ତଙ୍କର ବହୁତ ଅଧିକ ବିଶ୍ୱାସ ଥିଲା। ସେହି ବିଶ୍ୱାସ ବଳରେ ସେମାନେ ସାମ୍ରାଜ୍ୟଗୁଡ଼ିକୁ ପରାସ୍ତ କରିଥିଲେ। ସେମାନ ସମସ୍ତେ ଧାର୍ମିକ କାର୍ଯ୍ୟ କଲେ, ପରମେଶ୍ୱରଙ୍କ ପ୍ରତିଜ୍ଞାର ବିଷୟ ଗୁଡ଼ିକ ପାଇଲେ। ସେମାନେ ନିଜ ବିଶ୍ୱାସ ଦ୍ୱାରା ସିଂହମାନଙ୍କର ମୁହଁ ବନ୍ଦ କଲେ। 34 ସେହି ବିଶ୍ୱାସ ବଳରେ କେତେ ଜଣ ଅଗ୍ନିର ଶକ୍ତି ବନ୍ଦ କଲେ, ଓ କେତେ ଲୋକ ଖ‌‌ଡ଼୍‌ଗ ଦ୍ୱାରା ମରିବାରୁ ରକ୍ଷା ପାଇଲେ। ବିଶ୍ୱାସ କାରଣରୁ ଦୁର୍ବଳ ଲୋକ ଶକ୍ତିଶାଳୀ ହେଲେ। ସେମାନେ ଯୁଦ୍ଧରେ ଶକ୍ତିଶାଳୀ ହୋଇ ଶତ୍ରୁ ସେନାଙ୍କୁ ପରାସ୍ତ କଲେ। 35 ମୃତ୍ୟୁରୁ ଲୋକମାନେ ପୁନର୍ଜୀବିତ ହୋଇ ପରିବାରରେ ନିଜ ନାରୀମାନଙ୍କ ପାଖକୁ ଗଲେ। ଅନ୍ୟ ଲୋକମାନଙ୍କୁ ଯାତନା ଦିଆ ହେଲା, ସେମାନେ ସ୍ୱାଧୀନ ହେବାକୁ ଗ୍ଭହିଁଲେ ନାହିଁ କାରଣ ସେମାନେ ମୃତ୍ୟୁରୁ ପୁନର୍ଜୀବନ ଲାଭ କରି ଗୋଟିଏ ଅଧିକ ଭଲ ଜୀବନ ପାଇ ପାରିବେ ବୋଲି ଭାବି ଏହିସବୁ କାର୍ଯ୍ୟ କରିଥିଲେ। 36 କେତେ ଲୋକ ହାସ୍ୟର ପାତ୍ର ହେଲେ ଓ କୋରଡ଼ା ଆଘାତ ପାଇଲେ। ଅନ୍ୟମାନେ ବନ୍ଧା ହେଲେ, ଓ ବନ୍ଦୀଘରେ ରଖା ଗଲେ। 37 ସେମାନଙ୍କୁ ପଥର ମାରି ଦିଆ ହେଲା, ଓ କରତରେ ଦୁଇଫାଳ କରି ଚିରି ଦିଆ ହେଲା। କେତେକଙ୍କୁ ଖ‌‌ଡ଼୍‌ଗଦ୍ୱାରା ମାରି ଦିଆ ହେଲା। ସେମାନଙ୍କ ଭିତରୁ କେତେ ଜଣ ମେଷ ଓ ଛେଳିର ଚମଡ଼ା ପିନ୍ଧିଲେ। ସେମାନେ ଗରିବ ଥିଲେ, ନିର୍ଯ୍ୟାତିତ ହେଲେ, ଓ ଅନ୍ୟମାନଙ୍କ ଦ୍ୱାରା ମନ୍ଦ ବ୍ୟବହାର ପାଇଲେ। 38 ଏହି ମହାନ୍ ଲୋକମାନଙ୍କ ଲାଗି ପୃଥିବୀ ଉପଯୁକ୍ତ ନ ଥିଲା। ସେମାନେ ମରୁଭୂମିରେ ଓ ପାହାଡ଼ରେ ବୁଲିଲେ ଓ ଗୁମ୍ପା ଏବଂ ଭୂମିରେ ଥିବା ଗାତମାନଙ୍କରେ ନିଜକୁ ଲୁଗ୍ଭଇ ରଖିଲେ।

39 ଏହି ସମସ୍ତ ଲୋକମାନେ ନିଜର ବିଶ୍ୱାସ ପାଇଁ ଜଣା ଶୁଣା। କିନ୍ତୁ ଏମାନଙ୍କ ଭିତରୁ କେହିହେଲେ ପରମେଶ୍ୱରଙ୍କ ମହାନ୍ ପ୍ରତିଜ୍ଞା ପାଇପାରି ନ ଥିଲେ। 40 ପରମେଶ୍ୱର ଆମ୍ଭକୁ କିଛି ଅପେକ୍ଷାକୃତ ଭଲ ଦେବା ପାଇଁ ଯୋଜନା କରିଥିଲେ। ପରମେଶ୍ୱରଙ୍କ ଯୋଜନା ଥିଲା ଯେ, ସେମାନେ କେବଳ ଆମ୍ଭ ସହିତ ପରିପୂର୍ଣ୍ଣ ହେବେ।

ଆମ୍ଭେ ଯୀଶୁଙ୍କ ଉଦାହରଣ ଅନୁସରଣ କରିବା ଉଚିତ୍

12 ଆମ୍ଭର ଗ୍ଭରିପଟେ, ବିଶ୍ୱାସଧାରୀ ଆମ୍ଭର ବହୁ ସଂଖ୍ୟକ ଲୋକ ରହିଛନ୍ତି। ବିଶ୍ୱାସ ବିଷୟରେ ସେମାନଙ୍କ ଜୀବନ ଆମ୍ଭକୁ କହିଥାଏ। ତେଣୁ ଆମ୍ଭେ ସେମାନଙ୍କ ଭଳି ହେବା ଉଚିତ୍। ଆମ୍ଭେ ଜୀବନରେ ଆଗକୁ ଯିବା ପାଇଁ ଯାହାକିଛି ବାଧା ଅଛି, ସେଗୁଡ଼ିକୁ ଆମ୍ଭେ ଆଡ଼େଇ ଦେବା ଉଚିତ୍ ଓ ଆମ୍ଭ ସମ୍ମୁଖରେ ଥିବା ଦୌଡ଼ରେ ଦୌଡ଼ିବା ଉଚିତ୍। ପ୍ରଚେଷ୍ଟା ଥିବା ଦରକାର। ଆମ୍ଭକୁ ସହଜରେ ବାନ୍ଧି ରଖୁଥିବା ପାପକୁ ଆମ୍ଭେ ତ୍ୟାଗ କରିବା ଉଚିତ୍। ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ୍। ଆମ୍ଭ ବିଶ୍ୱାସର ନେତା ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ୱାସକୁ ସିଦ୍ଧ କରନ୍ତି। ସେ କ୍ରୁଶ ଉପରେ ମୃତ୍ୟୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କ୍ରୁଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ୱର ତାହାଙ୍କ ସମ୍ମୁଖରେ ଯେଉଁ ଆନନ୍ଦର ଲକ୍ଷ୍ୟ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ୱରଙ୍କ ସିଂହାସନର ଡାହାଣରେ ବସିଛନ୍ତି। ଯୀଶୁଙ୍କ ବିଷୟରେ ଭାବି ଦେଖ। ଯେତେବେଳେ ପାପୀ ଲୋକମାନେ ତାହାଙ୍କ ବିରୁଦ୍ଧରେ କିଛି କରୁଥିଲେ, ସେ ଅତି ଧୈର୍ଯ୍ୟର ସହିତ ସବୁଗୁଡ଼ିକୁ ଗ୍ରହଣ କଲେ। ତୁମ୍ଭେମାନେ ମଧ୍ୟ ସେହିଭଳି ଧୈର୍ଯ୍ୟବାନ ହୁଅ। ଚେଷ୍ଟା କରିବାରୁ ନିରୁତ୍ସାହ ହୁଅ ନାହିଁ।

ପରମେଶ୍ୱର ପିତାତୁଲ୍ୟ

ତୁମ୍ଭେମାନେ ପାପ ବିରୁଦ୍ଧରେ ସଂଗ୍ରାମ କରୁଛ, କିନ୍ତୁ ସେହି ସଂଗ୍ରାମ ବର୍ତ୍ତମାନ ସୁଦ୍ଧା ତୁମ୍ଭମାନଙ୍କର ମୃତ୍ୟୁର କାରଣ ହୋଇପାରି ନାହିଁ। ତୁମ୍ଭେମାନେ ପରମେଶ୍ୱରଙ୍କ ପୁତ୍ରଗଣ ହୋଇଥିବା କାରଣରୁ ସେ ତୁମ୍ଭମାନଙ୍କୁ ସାନ୍ତ୍ୱନାର ବାକ୍ୟ କୁହନ୍ତି। ତୁମ୍ଭେମାନେ ସେହି ବାକ୍ୟଗୁଡ଼ିକୁ ଭୁଲି ଯାଇଛ:

“ହେ ମୋର ପୁତ୍ର! ଯେତେବେଳେ ପ୍ରଭୁ ତୁମ୍ଭକୁ ଦଣ୍ଡ ଦିଅନ୍ତି ଭାବ ନାହିଁ ଯେ ତାହା ମୂଲ୍ୟହୀନ,
    ଓ ଯେତେବେଳେ ପ୍ରଭୁ ତୁମ୍ଭର ସଂଶୋଧନ କରନ୍ତି ଚେଷ୍ଟା କରିବାରେ ନିରୁତ୍ସାହ ହୁଅ ନାହିଁ।
ପ୍ରଭୁ ଭଲ ପାଉଥିବା ପ୍ରତ୍ୟେକ ଲୋକକୁ ଦଣ୍ଡ ଦିଅନ୍ତି,
    ଓ ପୁତ୍ର ଭାବରେ ମାନିଥିବା ପ୍ରତ୍ୟେକ ଲୋକକୁ ସେ ଶାସ୍ତି ଦିଅନ୍ତି।”(A)

ଅତଏବ ପ୍ରତ୍ୟେକ ଯାତନାକୁ ପିତାଙ୍କର ଦଣ୍ଡ ବୋଲି ଭାବି ଗ୍ରହଣ କର। ଜଣେ ପିତା ତା'ର ପୁତ୍ର ପ୍ରତି ଯେଭଳି ବ୍ୟବହାର କରେ, ପରମେଶ୍ୱର ତୁମ୍ଭମାନଙ୍କ ପ୍ରତି ସେହିପରି ବ୍ୟବହାର କରନ୍ତି। ପ୍ରତ୍ୟେକ ପୁତ୍ର ପିତା ଦ୍ୱାରା ଦଣ୍ଡ ପାଇ ଥାଏ। ଯଦି ତୁମ୍ଭେମାନେ କେବେ ଦଣ୍ଡ ପାଇ ନାହଁ ପ୍ରତ୍ୟେକ ପୁତ୍ର ଦଣ୍ଡ ପାଇବା ଉଚିତ୍, ତାହାହେଲେ ତୁମ୍ଭେମାନେ ଅବୈଧ ପୁତ୍ର ଅଟ ଏବଂ ପ୍ରକୃତ ପୁତ୍ର ନୁହଁ। ଏହି ପୃଥିବୀରେ ଆମ୍ଭ ସମସ୍ତଙ୍କର ବାପାମାନେ ଥିଲେ ଓ ସେମାନେ ଆମ୍ଭମାନଙ୍କୁ ଦଣ୍ଡ ଦେଲେ। ତଥାପି ଆମ୍ଭେ ଆମ୍ଭ ବାପାମାନଙ୍କୁ ସମ୍ମାନ ଦେଖାଇଲୁ। ଅତଏବ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ଯେ ଆମ୍ଭେ ଆମ୍ଭ ଆତ୍ମାଗୁଡ଼ିକର ପିତାଙ୍କଠାରୁ ଦଣ୍ଡ ଗ୍ରହଣ କରିବା ଉଚିତ୍। ଏପରି କଲେ ଆମ୍ଭେ ଜୀବନ ପାଇବା। 10 ଆମ୍ଭର ପୃଥିବୀର ପିତାମାନେ ଆମ୍ଭକୁ ଅଳ୍ପ ସମୟ ଧରି ଦଣ୍ଡ ଦେଲେ। ସେମାନେ ଯେପରି ଭଲ ଭାବିଲେ, ସେହିପରି ଦଣ୍ଡ ଦେଲେ। କିନ୍ତୁ ପରମେଶ୍ୱର, ତାହାଙ୍କ ନିଜଭଳି ଆମ୍ଭକୁ ପବିତ୍ର ହେବା ପାଇଁ ସାହାଯ୍ୟ କରିବା ନିମନ୍ତେ ଆମ୍ଭକୁ ଦଣ୍ଡ ଦିଅନ୍ତି। 11 ଦଣ୍ଡ ପାଇଲା ବେଳେ ଆମ୍ଭେ ଆନନ୍ଦ ଲାଭ କରୁ ନାହୁଁ। ଦଣ୍ଡ ପାଇବା କଷ୍ଟଦାୟକ ଅଟେ। କିନ୍ତୁ ପରବର୍ତ୍ତୀ କାଳରେ, ଦଣ୍ଡ ପାଇବା ଦ୍ୱାରା ଶିଖିବା ପରେ, ଆମ୍ଭେ ଶାନ୍ତି ଲାଭ କରୁ ଓ ଧାର୍ମିକ ଜୀବନ ବିତାଉ।

ଜୀବନ ପଦ୍ଧତି ବିଷୟରେ ସାବଧାନ ରୁହ

12 ତୁମ୍ଭେମାନେ ଦୁର୍ବଳ ହୋଇ ଯାଇଛ। ଅତଏବ ନିଜକୁ ପୁନର୍ବାର ଶକ୍ତିଶାଳୀ କର। 13 ଧାର୍ମିକ ହୋଇ ଜୀବନଯାପନ କର, ଯେପରି ତୁମ୍ଭମାନଙ୍କର ଦୁର୍ବଳତା ଗୁଡ଼ିକ ନଷ୍ଟ ହେବାର କାରଣ ହେବ ନାହିଁ, ଓ ତୁମ୍ଭେମାନେ ରକ୍ଷା ପାଇ ପାରିବ।

14 ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର। ପାପରହିତ ଜୀବନଯାପନ କରିବା ପାଇଁ ଚେଷ୍ଟା କର। ଯଦି ଜଣକର ଜୀବନ ପବିତ୍ର ନୁହେଁ, ତା'ହେଲେ ସେ ପ୍ରଭୁଙ୍କୁ କେବେ ହେଲେ ଦେଖି ପାରିବ ନାହିଁ। 15 ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ମଧ୍ୟରୁ କେହି ପରମେଶ୍ୱରଙ୍କ ଅନୁଗ୍ରହ ପାଇବାରେ ବଞ୍ଚିତ ହେବ ନାହିଁ। ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ତିକ୍ତତାମୂଳକ ନ ହେଉ। ସେଭଳି ଲୋକ ସମୁଦାୟ ଦଳକୁ ନଷ୍ଟ କରିଦେବେ। 16 ସାବଧାନ ରୁହ ଯେପରି କେହିହେଲେ ଯୌନ ବ୍ୟଭିଗ୍ଭର ନ କରେ। ସାବଧାନ ରୁହ ଯେପରି କେହି ଏଷୌ ଭଳି ନ ହେଉ। ସେ ପରମେଶ୍ୱରଙ୍କ ବିଷୟରେ ଚିନ୍ତା କରେ ନାହିଁ। ଏଷୌ ଜ୍ୟେଷ୍ଠପୁତ୍ର ଥିଲା, ଓ ସେ ତା’ ପିତାଙ୍କଠାରୁ ସବୁକିଛି ଉତ୍ତରାଧିକାରୀ ଭାବରେ ପାଇଥା’ନ୍ତା। କିନ୍ତୁ ଥରକର ଭୋଜନ ବଦଳରେ ସେ ସବୁକିଛି ବିକ୍ରି କରି ଦେଲା। 17 ତୁମ୍ଭେମାନେ ଜାଣିଛ ଯେ, ଏପରି କରି ସାରିଲା ପରେ, ଏଷୌ ବାପାଙ୍କର ଆଶୀର୍ବାଦ ପାଇବା ପାଇଁ ଗ୍ଭହିଁଲା। ସେ ଆଶୀର୍ବାଦ ପାଇବା ନିମନ୍ତେ ଏତେ ବ୍ୟାକୁଳ ହେଲା ଯେ, ସେ ବହୁତ କାନ୍ଦିଲା। କିନ୍ତୁ ତା'ବାପା ତାହାକୁ ଆଶୀର୍ବାଦ କରିବା ପାଇଁ ମନା କଲେ, କାରଣ ଏଷୌ ଯାହା କରିଥିଲା, ତାହାକୁ ବଦଳାଇବା ପାଇଁ କୌଣସି ଉପାୟ ପାଇ ପାରିଲା ନାହିଁ।

18 ତୁମ୍ଭେମାନେ ଗୋଟିଏ ନୂଆ ଜାଗାକୁ ଆସିଛ। ଏହି ସ୍ଥାନଟି ଇସ୍ରାଏଲୀୟମାନେ ଆସିଥିବା ପର୍ବତ ଭଳି ଜାଗା ନୁହେଁ। ତୁମ୍ଭେମାନେ ଗୋଟିଏ ଛୁଇଁ ପାରୁଥିବା ଓ ନିଆଁରେ ଜଳୁଥିବା ପର୍ବତ ପାଖକୁ ଆସି ନାହଁ। ତୁମ୍ଭେମାନେ ଅନ୍ଧାରୁଆ, ଝା‌ପ୍‌ସା ଓ ଝଡ଼ ହେଉଥିବା ସ୍ଥାନକୁ ଆସି ନାହଁ। 19 ସେଠାରେ ତୂରୀର ଧ୍ୱନି, ଏବଂ ଶବ୍ଦ ଉଚ୍ଚାରଣ ଧ୍ୱନି ନାହିଁ। ଯେତେବେଳେ ଲୋକେ ସେ ଧ୍ୱନି ଶୁଣିଲେ, ସେମାନେ ପ୍ରାର୍ଥନା କଲେ ଯେ, ଅନ୍ୟ କୌଣସି ଶବ୍ଦ ଯେପରି ନ ଶୁଣନ୍ତି। 20 ସେମାନେ ଆଦେଶକୁ ସହି ପାରିଲେ ନାହିଁ: “ଯଦି କିଏ, କୌଣସି ପଶୁ ମଧ୍ୟ ପର୍ବତକୁ ଛୁଏଁ ତା'ହେଲେ ତାହାକୁ ପଥର ଆଘାତ ଦ୍ୱାରା ମାରି ଦେବାକୁହେବ।”(B) 21 ସେହି ଲୋକମାନେ ଯାହା ଦେଖିଲେ, ସେଗୁଡ଼ିକ ଏତେ ଭୟଙ୍କର ଥିଲା ଯେ, ମୋଶା କହିଥିଲେ: “ମୁଁ ଭୟରେ ଥରୁଛି।”(C)

22 କିନ୍ତୁ ତୁମ୍ଭେମାନେ ସେହିପରି ଜାଗାକୁ ଆସିନାହଁ। ତୁମ୍ଭେମାନେ ଯେଉଁ ନୂତନ ଜାଗାକୁ ଆସିଛ, ତାହାର ନାମ ସିୟୋନ ପର୍ବତ।[c] ତୁମ୍ଭେମାନେ ଜୀବନ୍ତ ପରମେଶ୍ୱରଙ୍କ ନଗରୀକୁ ଆସିଛ, ସ୍ୱର୍ଗୀୟ ଯିରୁଶାଲମକୁ ଆସିଛ। ତୁମ୍ଭେମାନେ ଏକତ୍ରିତ ହୋଇଥିବା ଓ ଆନନ୍ଦରେ ପରିପୂର୍ଣ୍ଣ ହଜାର ହଜାର ସ୍ୱର୍ଗଦୂତଙ୍କ ପାଖରେ ଆସି ପହଞ୍ଚିଛ। 23 ତୁମ୍ଭେମାନେ ପରମେଶ୍ୱରଙ୍କ ପ୍ରଥମଜାତ[d] ସନ୍ତାନମାନଙ୍କ ମିଳନ ସ୍ଥଳରେ ଆସି ପହଞ୍ଚିଛି। ସେମାନଙ୍କ ନାମ ସ୍ୱର୍ଗରେ ଲେଖା ରହିଛି। ସବୁଲୋକଙ୍କର ବିଗ୍ଭରପତି ପରମେଶ୍ୱରଙ୍କ ନିକଟକୁ ତୁମ୍ଭେମାନେ ଆସିଛ। ଯେଉଁ ଲୋକମାନେ ସିଦ୍ଧ ହୋଇ ସାରିଛନ୍ତି, ସେହିଭଳି ଭଲ ଲୋକମାନଙ୍କ ଆତ୍ମାମାନଙ୍କ ପାଖକୁ ତୁମ୍ଭେମାନେ ଆସିଛ। 24 ତୁମ୍ଭେମାନେ, ପରମେଶ୍ୱରଙ୍କଠାରୁ ନୂତନ ନିୟମ ନିଜ ଲୋକଙ୍କ ପାଖକୁ ଆଣିଥିବା ଯୀଶୁଙ୍କ ପାଖକୁ ଆସିଛ। ତୁମ୍ଭେମାନେ ହେବଲଙ୍କ ରକ୍ତ ଅପେକ୍ଷା ଅଧିକ ଭଲ ବାକ୍ୟ କହି ପାରୁଥିବା ରକ୍ତ ସେଚନ[e] ନିକଟକୁ ଆସିଛ।

25 ସାବଧାନ ରୁହ, ଓ ପରମେଶ୍ୱର କଥା କହିଲା ବେଳେ ଶୁଣିବାକୁ ମନା କର ନାହିଁ। ଯେତେବେଳେ ସେ ପୃଥିବୀର ସେହି ଲୋକମାନଙ୍କୁ ସତର୍କ କଲେ, ସେତେବେଳେ ସେମାନେ ତାହାଙ୍କ କଥା ଅଗ୍ରାହ୍ୟ କଲେ। କିନ୍ତୁ ସେମାନେ ରକ୍ଷା ପାଇଲେ ନାହିଁ। ଏବେ ପରମେଶ୍ୱର ସ୍ୱର୍ଗରୁ କହୁଛନ୍ତି। ଅତଏବ, ଏବେ ଯେଉଁମାନେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ମନା କରୁଛନ୍ତି, ତାହା ସେମାନଙ୍କ ଲାଗି ଅତି ଖରାପ ହେବ। 26 ଆଗରୁ ଯେତେବେଳେ ସେ କହିଲେ, ତାହା ପୃଥିବୀକୁ କମ୍ପାଇ ଥିଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରିଛନ୍ତି, “ଆଉ ଥରେ ମୁଁ କମ୍ପାଇବି କେବଳ ପୃଥିବୀକୁ ନୁହେଁ ବରଂ ମୁଁ ସ୍ୱର୍ଗକୁ ମଧ୍ୟ କମ୍ପାଇବି।”(D) 27 “ଆଉ ଥରେ” କହିବା ଅର୍ଥ ଯେ ଯାହାକିଛି ନିର୍ମିତ ହୋଇଥିଲା, ସେ ସବୁ ନଷ୍ଟ ହୋଇ ଯିବ। ସେହିଗୁଡ଼ିକୁ ଟଳମଳ କରାଯାଇ ପାରିବ ଓ ଯେଉଁ ବିଷୟ ଗୁଡ଼ିକୁ ଟଳମଳ କରାଯାଇ ପାରିବ ନାହିଁ ସେଗୁଡ଼ିକ ରହିବେ।

28 ଅତଏବ, ଆମ୍ଭେ ଧନ୍ୟବାଦ ଦେବା କଥା ଯେ, ଯେଉଁ ସାମ୍ରାଜ୍ୟ ଆମ୍ଭକୁ ଦିଆଯାଇଛି, ତାହା ଟଳମଳ ହୋଇ ପାରିବ ନାହିଁ। ଆମ୍ଭେ ତାହାଙ୍କୁ ଧନ୍ୟବାଦ ଅର୍ପଣ କରିବା ଉଚିତ୍, ଓ ଏପରି ପଦ୍ଧତିରେ ଉପାସନା କରିବା କଥା ଯେ ସେ ଯେପରି ପ୍ରସନ୍ନ ରହିବେ। ପରମେଶ୍ୱରଙ୍କୁ ଆମ୍ଭେ ଉପାସନା କରିବା, ଓ ଭୟ ସହିତ ତାହାଙ୍କୁ ସମ୍ମାନ କରିବା। 29 କାରଣ ଆମ୍ଭ ପରମେଶ୍ୱର ଗ୍ରାସକାରୀ ଅଗ୍ନିଭଳି ଅଟନ୍ତି।

ଉପାସନା ଈଶ୍ୱରଙ୍କୁ ସନ୍ତୁଷ୍ଟ କରେ

13 ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରେମଭାବ ରଖିଥାଅ। ନିଜ ଘରେ ସ୍ୱାଗତ ଜଣାଇ ସର୍ବଦା ଲୋକଙ୍କୁ ସାହାଯ୍ୟ କରିବା କଥା ମନେରଖ। କେତେବେଳେ ଏହିପରି କରି ଅଜଣାତରେ ସ୍ୱର୍ଗଦୂତମାନଙ୍କୁ ସାହାଯ୍ୟ କରିଛନ୍ତି। ବନ୍ଦୀଘରେ ଥିବା ସେହି ଲୋକମାନଙ୍କୁ ଭୁଲି ଯାଅ ନାହିଁ। ତୁମ୍ଭେମାନେ ନିଜେ ମଧ୍ୟ ବନ୍ଦୀଘରେ ଥିବା ଭଳି ସେମାନଙ୍କୁ ମନେରଖ। ଯେଉଁମାନେ ଯାତନା ପାଉଛନ୍ତି, ସେମାନଙ୍କୁ ମଧ୍ୟ ଭୁଲ୍ ନାହିଁ। ମନେରଖ ଯେ, ତୁମ୍ଭେମାନେ ମଧ୍ୟ ସେମାନଙ୍କ ସ୍ଥାନରେ ଭବିଷ୍ୟତରେ ରହିପାର।

ବିବାହକୁ ସବୁଲୋକଙ୍କ ଦ୍ୱାରା ସମ୍ମାନ ମିଳିବା ଆବଶ୍ୟକ। ପ୍ରତ୍ୟେକ ବିବାହକୁ କେବଳ ଦୁଇ ଜଣଙ୍କ ଭିତରେ ନିର୍ଦ୍ଦିଷ୍ଟ ରଖିବା ଉଚିତ୍। ଯେଉଁମାନେ ଯୌନଗତ ପାପ ଓ ବ୍ୟଭିଗ୍ଭର କରୁଛନ୍ତି ପରମେଶ୍ୱର ସେମାନଙ୍କୁ ଦୋଷୀ ବୋଲି ବିଗ୍ଭର କରିବେ। ନିଜ ଜୀବନକୁ ଧନର ଲୋଭରୁ ମୁକ୍ତ ରଖ। ତୁମ୍ଭମାନଙ୍କ ପାଖରେ ଯାହା ଅଛି, ସେଥିରେ ସନ୍ତୋଷ ଲାଭ କର। ପରମେଶ୍ୱର କହିଛନ୍ତି:

“ମୁଁ ତୁମ୍ଭକୁ କେବେ ହେଲେ ଛାଡ଼ିବି ନାହିଁ;
    ମୁଁ ତୁମ୍ଭଠାରୁ କେବେ ହେଲେ ଦୂରେଇ ଯିବି ନାହିଁ।”(E)

ଅତଏବ ଆମ୍ଭେ ନିସନ୍ଦେହ ଭାବରେ କହିପାରିବା:

“ପ୍ରଭୁ ହେଉଛନ୍ତି ମୋର ସାହାଯ୍ୟକାରୀ,
    ମୁଁ ଭୟ କରିବି ନାହିଁ,
ମନୁଷ୍ୟ ମୋର କିଛି କରି ପାରିବ ନାହିଁ।”(F)

ତୁମ୍ଭେମାନେ ତୁମ୍ଭମାନଙ୍କର ନେତାମାନଙ୍କୁ ମନେ ପକାଅ। ସେମାନେ ପରମେଶ୍ୱରଙ୍କ ବାକ୍ୟ ତୁମ୍ଭମାନଙ୍କୁ ଶିଖାଇଛନ୍ତି। ସେମାନେ କିପରି ଜୀବନଯାପନ କରିଥିଲେ, ଓ ମୃତ୍ୟୁ ଭୋଗ କଲେ ତାହା ମନେ ପକାଅ, ଏବଂ ସେମାନଙ୍କର ବିଶ୍ୱାସର ଉଦାହରଣକୁ ଅନୁସରଣ କର। ଯୀଶୁ ଖ୍ରୀଷ୍ଟ ଗତକାଲି, ଆଜି ଓ ସବୁ ସମୟ ପାଇଁ ସମାନ ଅଟନ୍ତି। ନାନା ପ୍ରକାରର ଅଜଣା ଶିକ୍ଷା ଦ୍ୱାରା ଭୁଲ୍ ବାଟରେ ପରିଗ୍ଭଳିତ ହୁଅ ନାହିଁ। ତୁମ୍ଭମାନଙ୍କର ହୃଦୟ ଖାଦ୍ୟର ନିୟମ ଗୁଡ଼ିକ ଦ୍ୱାରା ନୁହେଁ, ବରଂ ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଶକ୍ତିଶାଳୀ ହେବା ଉଚିତ୍। ଏହିଭଳି ନିୟମଗୁଡ଼ିକ ମାନିବା ଦ୍ୱାରା କିଛି ସାହାଯ୍ୟ ମିଳେ ନାହିଁ।

10 ଆମ୍ଭର ବଳିଟିଏ ଅଛି। ପବିତ୍ର ତମ୍ବୁ[f]ରେ ସେବା କରୁଥିବା ଯାଜକମାନେ ଆମ୍ଭ ବଳିରୁ ଖାଇପାରିବେ ନାହିଁ। 11 ମହାଯାଜକ ପଶୁମାନଙ୍କର ରକ୍ତକୁ ଅତି ପବିତ୍ର ସ୍ଥାନକୁ ନେଇ ଯାଆନ୍ତି, ଓ ପାପ ପାଇଁ ସେ ରକ୍ତକୁ ସମର୍ପଣ କରନ୍ତି। କିନ୍ତୁ ଶିବିର ବାହାରେ ପଶୁମାନଙ୍କର ଶରୀରଗୁଡ଼ିକୁ ପୋଡ଼ି ଦିଆଯାଏ। 12 ସେହିଭଳି ଯୀଶୁ ମଧ୍ୟ ସହର ବାହାରେ ଯାତନା ପାଇଲେ। ନିଜ ରକ୍ତ ଦ୍ୱାରା ନିଜ ଲୋକମାନଙ୍କୁ ପବିତ୍ର କରିବା ପାଇଁ ଯୀଶୁ ମଲେ। 13 ଅତଏବ, ଆମ୍ଭେ ଶିବିରର ବାହାରକୁ ଯୀଶୁଙ୍କ ପାଖକୁ ଯିବା ଉଚିତ୍। ଆମ୍ଭେ ମଧ୍ୟ, ଯୀଶୁ ପାଇଥିବା ସମାନ ଲଜ୍ଜା ଗ୍ରହଣ କରିବା ଉଚିତ୍। 14 ଏହି ପୃଥିବୀରେ ଆମ୍ଭର କୌଣସି ଚିରସ୍ଥାୟୀ ନଗର ନାହିଁ। କିନ୍ତୁ ଆମ୍ଭେ ଗୋଟିଏ ନଗର ପାଇଁ ପ୍ରତୀକ୍ଷା କରୁଛ, ଯାହା ଭବିଷ୍ୟତରେ ଆସିବ। 15 ଅତଏବ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱରଙ୍କୁ ଆମ୍ଭର ବଳି ଉତ୍ସର୍ଗ କରିବା ବିଷୟ ଆମ୍ଭେ କେବେ ହେଲେ ବନ୍ଦ କରିବା ଉଚିତ୍ ନୁହେଁ। ମୁଖ ଦ୍ୱାରା ପ୍ରଶଂସାପୂର୍ବକ ତାହାଙ୍କର ନାମ ଉଚ୍ଚାରଣ ସେହି ‘ବଳି’ ଅଟେ। 16 ଅନ୍ୟମାନଙ୍କର ପାଇଁ ଭଲ କାମ କରିବା କେବେ ହେଲେ ଭୁଲି ଯାଅ ନାହିଁ। ତୁମ୍ଭମାନଙ୍କ ପାଖରେ ଯାହା ଅଛି ଅନ୍ୟ ଲୋକମାନଙ୍କ ସହିତ ଅଂଶୀ କର। ଏହିପରି ବଳିଗୁଡ଼ିକ ଦ୍ୱାରା ପରମେଶ୍ୱର ପ୍ରସନ୍ନ ହୁଅନ୍ତି।

17 ତୁମ୍ଭମାନଙ୍କର ନେତାମାନଙ୍କର ଆଜ୍ଞାପାଳନ କର। ସେମାନଙ୍କର ଅଧୀନରେ ରୁହ। ସେମାନେ ତୁମ୍ଭମାନଙ୍କ ପାଇଁ ଉତ୍ତରଦାୟୀ। ଅତଏବ, ସେମାନେ ସବୁବେଳେ ତୁମ୍ଭମାନଙ୍କର ଆତ୍ମାର ରକ୍ଷା ପାଇଁ ଜଗି ଥା’ନ୍ତି। ସେମାନଙ୍କର ଆଜ୍ଞାପାଳନ କର ଯେପରି ଏହି କାମଟି ସେମାନେ ଖୁସୀ ମନରେ କରିବେ, ଦୁଃଖରେ ନୁହେଁ। ସେମାନଙ୍କର କାମ କଠିନ ହେଲେ, ତା'ଦ୍ୱାରା ତୁମ୍ଭମାନଙ୍କର କୌଣସି ଲାଭ ହେବ ନାହିଁ।

18 ଆମ୍ଭ ପାଇଁ ପ୍ରାର୍ଥନା କରୁଥାଅ। ଆମ୍ଭେ ସବୁବେଳେ ସର୍ବୋତ୍କୃଷ୍ଟ କାମ କରିବାକୁ ଚେଷ୍ଟା କରୁଥିବାରୁ, ଆମ୍ଭେ କରୁଥିବା କାମଗୁଡ଼ିକ ଠିକ୍ ବୋଲି ଅନୁଭବ କରୁ। 19 ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି, ତୁମ୍ଭେମାନେ ପ୍ରାର୍ଥନା କର ଯେ, ଯେପରି ପରମେଶ୍ୱର ମୋତେ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାନ୍ତୁ। ଅନ୍ୟ କୌଣସି କଥା ଅପେକ୍ଷା ଏହା ମୁଁ ବିଶେଷ ଭାବରେ ଗ୍ଭହେଁ।

20-21 ମୁଁ ଶାନ୍ତିର ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ତାହାଙ୍କର ଇଚ୍ଛାନୁସାରେ ତୁମ୍ଭେମାନେ କାମ କରିବା ପାଇଁ ସେ ତୁମ୍ଭମାନଙ୍କୁ ପ୍ରତ୍ୟେକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରମେଶ୍ୱର ହିଁ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଥିଲେ। ମହାନ୍ ମେଷପାଳକ ଯୀଶୁଙ୍କୁ ପରମେଶ୍ୱର ତାହାଙ୍କ ରକ୍ତ ହେତୁ ପୁନର୍ଜୀବିତ କଲେ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନ ଚୁକ୍ତି ଚିରନ୍ତନ ଅଟେ। ମୁଁ ପ୍ରାର୍ଥନା କରୁଛି, ଯେ ତାହାଙ୍କୁ ପ୍ରସନ୍ନ କଲାଭଳି କାର୍ଯ୍ୟଗୁଡ଼ିକ ପରମେଶ୍ୱର ଆମ୍ଭ ଦ୍ୱାରା କରାଉ ଥାଆନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେ ଏପରି କରନ୍ତୁ ବୋଲି ମୁଁ କହୁଛି। ସଦାସର୍ବଦା ଯୀଶୁଙ୍କ ମହିମା ହେଉ। ଆମେନ୍!

22 ମୋ’ ଭାଇ ଓ ଭଉଣୀମାନେ! ମୁଁ କହିଥିବା କଥାଗୁଡ଼ିକୁ ଧୈର୍ଯ୍ୟପୂର୍ବକ ଶୁଣ ବୋଲି ମୁଁ ଅନୁରୋଧ କରେ। ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ପାଇଁ କହିଛି। ଏହି ଚିଠିଟି ବହୁତ ଲମ୍ବା ନୁହେଁ। 23 ଆମ୍ଭ ଭାଇ ତୀମଥି ବନ୍ଦୀଗୃହରୁ ମୁକ୍ତ ହୋଇ ଅଛନ୍ତି, ଏହା ତୁମ୍ଭେମାନେ ଜାଣ ବୋଲି ମୋର ଇଚ୍ଛା। ଯଦି ସେ ମୋ’ ପାଖକୁ ଶୀଘ୍ର ଆସନ୍ତି, ତା'ହେଲେ ଆମ୍ଭେ ଦୁହେଁ ତୁମ୍ଭମାନଙ୍କୁ ଦେଖା କରିବାକୁ ଆସିବୁ।

24 ସେଠାରେ ତୁମ୍ଭମାନଙ୍କର ସବୁ ପ୍ରାଚୀନ ନେତାମାନଙ୍କୁ ଓ ପରମେଶ୍ୱରଙ୍କ ଲୋକମାନଙ୍କୁ ଆମର ନମସ୍କାର ଜଣାଇବ। ଇତାଲିଆ ଦେଶର ସମସ୍ତ ପରମେଶ୍ୱରଙ୍କ ଲୋକମାନଙ୍କର ତୁମ୍ଭମାନଙ୍କୁ ନମସ୍କାର।

25 ପରମେଶ୍ୱରଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହିଥାଉ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center