Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଆୟୁବ ପୁସ୍ତକ 17-20

17 ମୋର ଆତ୍ମା ଭାଙ୍ଗି ଯାଇଛି।
    ମୁଁ ସବୁ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛି।
ମୋର ଜୀବନ ପ୍ରାୟ ନଷ୍ଟ ହୋଇଯାଇଛି।
    ମୋ’ ପାଇଁ କବର ଅପେକ୍ଷା କରିଛି।
ଲୋକମାନେ ମୋ’ ଗ୍ଭରିପାଖରେ ଛିଡ଼ା ହୋଇ ହସୁଛନ୍ତି।
    ମୁଁ ସେମାନଙ୍କୁ ଦେଖୁଛି ସେମାନେ ଯେତେବେଳେ ମୋତେ ପରିହାସ ଏବଂ ଅପମାନ କରୁଛନ୍ତି।

“ହେ ପରମେଶ୍ୱର, ତୁମ୍ଭେ ମୋତେ ଦେଖାଇ ଦିଅ ଯେ ତୁମ୍ଭେ ପ୍ରକୃତରେ ମୋତେ ସମର୍ଥନ କର।
    ଅନ୍ୟ କେହି ମୋତେ ସମର୍ଥନ ଦେବେ ନାହିଁ।
ତୁମ୍ଭେ ମୋର ବନ୍ଧୁମାନଙ୍କ ମନକୁ ବୁଝିବାକୁ ବାରଣ କରିଛ।
    ସେଥିପାଇଁ ସେମାନେ ଠିକ୍ ବୋଲି ତୁମ୍ଭେ ସେମାନଙ୍କୁ ଚିନ୍ତା କରିବାକୁ ଦେବ ନାହିଁ।
ଯଦି କେହି ଗୋଟିଏ ପୁରସ୍କାର ପାଇଁ ସାଙ୍ଗ ବିରୁଦ୍ଧରେ କହେ,
    ‘ତା'ର ପିଲାମାନଙ୍କର ଚକ୍ଷୁ ଫୁଟିଯାଉ।’
    କିନ୍ତୁ ମୋର ବନ୍ଧୁଗଣ ମୋ’ ବିରୁଦ୍ଧରେ ଗଲେ।
ପରମେଶ୍ୱର ମୋର ନାମକୁ ସମସ୍ତଙ୍କ ପାଇଁ ଏକ ଖରାପ ବାକ୍ୟ କରିଛନ୍ତି।
    ଲୋକେ ମୋ’ ମୁହଁରେ ଛେପ ପକାଉଛନ୍ତି।
କାରଣ ମୋର ଦୁଃଖ ଯୋଗୁଁ ମୋର ଚକ୍ଷୁ ଅନ୍ଧ ପ୍ରାୟ ହୋଇଗଲାଣି।
    ମୋର ଶରୀର ଛାଇପରି କ୍ଷୀଣ ହୋଇଗଲାଣି।
ଭାଇ ଲୋକମାନେ ଏ ବିଷୟରେ ସ୍ତମ୍ଭିତ ହୋଇଛନ୍ତି।
    ନିରୀହ ଲୋକମାନେ ସେହିମାନଙ୍କ ଉପରେ କ୍ଷୁ‌ବ୍‌ଧ ହୁଅନ୍ତି, ଯେଉଁମାନେ ପରମେଶ୍ୱରଙ୍କୁ ଖାତିରି କରନ୍ତି ନାହିଁ।
କିନ୍ତୁ ଧାର୍ମିକ ଲୋକମାନେ କ୍ରମାଗତ ଭାବରେ ସତ୍ୟ ପଥରେ ରହିବେ।
    ନିରୀହ ଲୋକମାନେ ଆହୁରି ଶକ୍ତିଶାଳୀ ହେବେ।

10 “ବର୍ତ୍ତମାନ ତୁମ୍ଭେମାନେ ସମସ୍ତେ ଫେରି ଆସ।
    ତୁମ୍ଭମାନଙ୍କ ଭିତରୁ କେହି ଜଣେ ଜ୍ଞାନୀ ଲୋକ ମୁଁ ପାଇ ପାରିବି ନାହିଁ।
11 ମୋର ଜୀବନ ସରିସରି ଆସୁଛି।
    ମୋର ସମସ୍ତ ଯୋଜନା ପଣ୍ଡ ହୋଇଗଲା।
    ମୋର ସବୁ ଆଶା ଧୂଳିସାତ ହେଲା।
12 ମୋର ମିତ୍ରଗଣ ସବୁ ସନ୍ଦେହରେ ଅଛନ୍ତି।
    ସେମାନେ ରାତିକୁ ଦିନ ବୋଲି ଭାବନ୍ତି।
    ସେମାନେ କହନ୍ତି, ଏହା ଶୀଘ୍ର ଆଲୋକିତ ହେବ, ଯେତେବେଳେ ଏହା ଅନ୍ଧକାର ହେଉଛି।

13 “ମୁଁ ହୁଏତ କବରକୁ ମୋର ନୂଆ ଘର ବୋଲି ଆଶା କରିବି।
    ମୁଁ ଆଶା କରୁଛି, ମୋର ବିଛଣା ଅନ୍ଧକାରରେ ବିଛାଇବି।
14 ମୁଁ ସେହି କବର ସ୍ଥାନକୁ ‘ମୋର ପିତା ବୋଲି ସମ୍ବୋଧନ କରିବି।’
    ସେହି ଜିଆପୋକ ‘ମୋ’ ମା’ ଓ ‘ମୋ’ ଭଉଣୀ’ ଭାବିବି।
15 ଯଦି ତାହା ହିଁ ମୋର ଗୋଟିଏ ଆଶା, ତେବେ ମୋର କୌଣସି ଆଶା ନାହିଁ।
    ଯଦି ତାହା ମୋର ଆଶା, ତେବେ ଲୋକ ମୋ'ଠାରେ କୌଣସି ଭରସା ପାଇବେ ନାହିଁ।
16 ମୋର ଆଶା କ’ଣ ମୋ’ ସହିତ ମରିଯିବ?
    ଏହା ମଧ୍ୟ କ’ଣ ମୃତ୍ୟୁ ତଳକୁ ଯିବ? ଆମ୍ଭେ ମଧ୍ୟ କ’ଣ ମାଟି ତଳକୁ ଏକତ୍ରିତ ଯିବୁ?”

ବି‌‌ଲ୍‌‌ଦଦ୍ ଆୟୁବକୁ ଉତ୍ତର ଦେଲା

18 ଏହା ପରେ ଶୂହୀୟ ବି‌‌ଲ୍‌‌ଦଦ ଉତ୍ତର ଦେଇ କହିଲା,

“ଆୟୁବ, ତୁମ୍ଭେ କେତେବେଳେ କଥା କହିବା ବନ୍ଦ କରିବ?
    ତୁମ୍ଭେ ଚୁପ୍ ହୁଅ ଏବଂ ଶୁଣ, ଆମ୍ଭକୁ କିଛି କହିବାକୁ ଦିଅ।
ତୁମ୍ଭେ କାହିଁକି ଭାବୁଛ ଯେ ଆମ୍ଭେ ସମସ୍ତେ
    ଗାଈ ପଶୁଭଳି ବୋକା?
ଆୟୁବ, ତୁମ୍ଭର ରାଗ କେବଳ ତୁମ୍ଭକୁ ଆଘାତ କରିବ।
    କେବଳ ତୁମ୍ଭ ପାଇଁ କ’ଣ ଲୋକେ ପୃଥିବୀକୁ ପରିତ୍ୟାଗ କରିବେ?
    ତୁମ୍ଭେ କ’ଣ ଭାବୁଛ ତୁମ୍ଭକୁ ସନ୍ତୁଷ୍ଟ କରିବା ପାଇଁ ପରମେଶ୍ୱର ପର୍ବତକୁ ଘୁଞ୍ଚାଇ ଦେବେ?

“ହଁ, ଦୁଷ୍ଟ ଲୋକର ଆଲୋକ ଲିଭିଯିବ।
    ତାଙ୍କର ଅଗ୍ନି ଜଳିବା ବନ୍ଦ ହେବ।
ତାଙ୍କ ଘରର ଆଲୋକ ଅନ୍ଧକାରରେ ପରିଣତ ହେବ।
    ତାଙ୍କର ତାଙ୍କ ନିକଟରେ ଥିବା ବତୀ ଲିଭିଯିବ।
ତାଙ୍କର ଶକ୍ତ ପାଦ କ୍ଷୀଣ ହୋଇଯିବ
    ଏବଂ ତା'ର ନିଜର ଚକ୍ରାନ୍ତ ତାକୁ ତଳକୁ ଆଣିବ।
ତାଙ୍କ ନିଜର ପାଦ ତାଙ୍କୁ ଯନ୍ତା ଭିତରକୁ ଟାଣି ନେବ।
    ସେ ସେହି ଯନ୍ତା ଭିତରକୁ ଯାଇ ତା’ ଭିତରେ ବନ୍ଦୀ ହେବ।
ଗୋଟିଏ ଯନ୍ତା ତା'ର ପାଦକୁ ଧରିନେବ।
    ଯନ୍ତା ଭିତରେ ସେ ଦୃଢ଼ ଭାବରେ ରହିଯିବ।
10 ଭୂମିରେ ଲୁକାୟିତ ଗୋଟିଏ ଦଉଡ଼ି ତାକୁ ଫାଶରେ ପକାଇବ।
    ସେ ପଡ଼ିବାକୁ ଥିବା ଯନ୍ତା ତାଙ୍କ ବାଟରେ ତାଙ୍କୁ ଅପେକ୍ଷା କରିଛି।
11 ଭୟଙ୍କରତା ତାଙ୍କ ଗ୍ଭରିପାଖରେ ଅପେକ୍ଷା କରିଛି,
    ଭୟ ତାଙ୍କର ପ୍ରତିଟି ପଦକ୍ଷେପକୁ ଗୋଡ଼େଇବ।
12 ଖରାପ ବିଷୟ ତା’ ପାଇଁ ଭୋକିଲା ଅଛି।
    ଧ୍ୱଂସ ବିଧ୍ୱସ୍ତ ତା’ ପାଇଁ ପ୍ରସ୍ତୁତ ଅଛନ୍ତି, ସେ ଯେତେବେଳେ ପଡ଼ିବ।
13 ଭୟଙ୍କର ବ୍ୟାଧି ତା'ର ଚମଡ଼ାକୁ ଖାଇଯିବ,
    ତାହାପରେ ବାହୁ ଓ ଗୋଡ଼କୁ ପଚେଇ ଦେବ।
14 ଦୁଷ୍ଟ ବ୍ୟକ୍ତି ଶେଷରେ ତା'ର ନିରାପଦ ମଣୁଥିବା ଘରୁ ତଡ଼ା ଖାଇବ।
    ତାକୁ ଧରି ନିଆଯାଇ ଆତଙ୍କବାଦୀ ରାଜାଙ୍କ ସମ୍ମୁଖରେ ଉପସ୍ଥାପନା କରାଯିବ।
15 ତା'ର ବାସଗୃହ ଶୂନ୍ୟ ହୋଇଯିବ।
    ତା'ର ଘର ଗ୍ଭରିପାଖରେ ଜଳନ୍ତା ଗନ୍ଧକ ବିଞ୍ଚାଯିବ।
16 ତା'ର ମୂଳ ଶୁଷ୍କ ହୋଇଯିବ
    ଓ ତା'ର ଉପରର ଡାଳ ଶାଖାପ୍ରଶାଖା ମରିଯିବ।
17 ଏ ପୃଥିବୀର ମଣିଷ ତାକୁ ମନେ ରଖିବେ ନାହିଁ।
    ତାକୁ ଆଉ କେହି ମନେ ରଖିବେ ନାହିଁ।
18 ଲୋକମାନେ ତାକୁ ଆଲୁଅରୁ ଅନ୍ଧାରକୁ ଠେଲି ଦେବେ।
    ସେମାନେ ତାକୁ ଏ ପୃଥିବୀରୁ ତଡ଼ି ଦେବେ।
19 ତା'ର କୌଣସି ସନ୍ତାନସନ୍ତତି ଓ ନାତି ନାତୁଣୀ ହେବ ନାହିଁ।
    ତା’ ପରିବାରର କେହି ଗୃହରେ ବାସ କରିବା ନିମନ୍ତେ ରହିବେ ନାହିଁ।
20 ପଶ୍ଚିମ ଦେଶର ଲୋକମାନେ ଯେତେବେଳେ ଶୁଣିବେ ଦୁଷ୍ଟ ଲୋକର ଅବସ୍ଥା ଏପରି ହୋଇଛି ସେମାନେ ସ୍ତମ୍ଭିତ ହେବେ।
    ପୂର୍ବ ଦେଶର ଲୋକମାନେ ଏ କଥା ଶୁଣି ଭୟରେ କମ୍ପି ଉଠିବେ।
21 ମନ୍ଦ ଲୋକର ଘର ପ୍ରତି ଏହା ନିଶ୍ଚିତ ରୂପରେ ଘଟିବାକୁ ଯାଉଛି।
    ଏହା ହିଁ ଘଟିବ ସେ ଲୋକକୁ, ଯିଏ ପରମେଶ୍ୱରଙ୍କୁ ଜାଣେ ନାହିଁ।”

ଆୟୁବ ଉତ୍ତର ଦେଲା

19 ତା'ପରେ ଆୟୁବ ଉତ୍ତର ଦେଲା,

“ତୁମ୍ଭେ କେତେ କାଳ ମୋତେ ଆଘାତ କରିବ
    ଏବଂ ତୁମ୍ଭ ବାକ୍ୟ ଦ୍ୱାରା ଭାଙ୍ଗିବ?
ତୁମ୍ଭେ ବର୍ତ୍ତମାନ ସୁଦ୍ଧା ମୋତେ ଦଶଥର ଅପମାନିତ କଲଣି।
    ତୁମ୍ଭକୁ ଟିକେ ଲଜ୍ଜା ଲାଗୁନି ଯେତେବେଳେ ମୋତେ ଆକ୍ରମଣ କରୁଛ।
ଯଦି ବି ସତରେ ପାପ କରିଛି, ଏହା ମୋର ସମସ୍ୟା।
    ଏହା କୌଣସି ପ୍ରକାରେ ତୁମ୍ଭକୁ ଆଘାତ କରୁ ନାହିଁ।
ତୁମ୍ଭେ କେବଳ ମୋ'ଠାରୁ ଭଲ ହେବା ପାଇଁ ଗ୍ଭହୁଁଛ।
    ତେଣୁ ମୋର ଅପମାନିତ ଅବସ୍ଥାକୁ ମୋ’ ବିରୁଦ୍ଧରେ ଏକ ଯୁକ୍ତି ରୂପେ ବ୍ୟବହାର କରୁଛ।
କିନ୍ତୁ ସେ ପରମେଶ୍ୱର ମୋ’ ପ୍ରତି ଭୁଲ୍ କରିଛନ୍ତି?
    ସେ ମୋତେ ଧରିବାକୁ ନିଜର ଫାନ୍ଦ ବସାଇଲେ।
ମୁଁ ଚିତ୍କାର କଲି, କିନ୍ତୁ କେହି ମୋର ରବ ଶୁଣି ସହାୟତା ପାଇଁ ଉତ୍ତର ଦେଲେ ନାହିଁ।
    ମୁଁ ଚିତ୍କାର କଲି, ମୋତେ ରକ୍ଷା କର! କିନ୍ତୁ ସେଠାରେ ନ୍ୟାୟ ନାହିଁ।
ପରମେଶ୍ୱର ମୋର ପଥରୋଧ କରିଛନ୍ତି।
    ମୁଁ ତାହାକୁ ଅତିକ୍ରମ କରିବି ନାହିଁ।
    ସେ ମୋର ବାଟକୁ ଅନ୍ଧକାରରେ ବୁଡ଼ାଇ ରଖିଛନ୍ତି।
ପରମେଶ୍ୱର ମୋର ସମ୍ମାନକୁ କାଢ଼ି ନେଇଛନ୍ତି।
    ସେ ମୋର ମସ୍ତକରୁ ମୁକୁଟ କାଢ଼ି ନେଇଛନ୍ତି।
10 ପରମେଶ୍ୱର ମୋତେ ସବୁ ଦିଗରୁ ଆଘାତ କରୁଛନ୍ତି,
    ମୁଁ ଶେଷ ନ ହେଲା ଯାଏ।
    ଉତ୍ପାଡ଼ିତ ବୃକ୍ଷ ତୁଲ୍ୟ, ସେ ମୋର ଆଗକୁ କାଢ଼ି ନେଇଛନ୍ତି।
11 ପରମେଶ୍ୱରଙ୍କ ରାଗ ମୋ’ ବିରୁଦ୍ଧରେ ପ୍ରଜ୍ୱଳିତ ହେବାରେ ଲାଗିଛି।
    ସେ ମୋତେ ତାଙ୍କର ଶତ୍ରୁ ଭାବୁଛନ୍ତି।
12 ପରମେଶ୍ୱର ତାଙ୍କର ସୈନ୍ୟଦଳମାନଙ୍କୁ ମୋ’ ବିରୁଦ୍ଧରେ ଆକ୍ରମଣ କରିବାକୁ ପଠାଇଛନ୍ତି।
    ସେମାନେ ମୋର ଚତୁର୍ପାର୍ଶ୍ୱରେ ଆକ୍ରମଣ ପାଇଁ ଦୁର୍ଗ ନିର୍ମାଣ କରିଛନ୍ତି।
    ଏବଂ ସେମାନେ ମୋର ଛାଉଣିର ଚତୁର୍ପାର୍ଶ୍ୱରେ ଛାଉଣି କରିଛନ୍ତି।

13 “ସେ ମୋର ଭାଇମାନଙ୍କୁ ମୋ'ଠାରୁ ବହୁତ ଦୂରକୁ ନେଇଯାଇଛନ୍ତି।
    ମୋର ନିଜର ସାଙ୍ଗମାନେ ମୋ’ ପାଇଁ ଅଚିହ୍ନା ହୋଇଛନ୍ତି।
14 ମୋର ଜ୍ଞାତିମାନେ ମୋତେ ଛାଡ଼ି ଗ୍ଭଲିଗଲେ।
    ମୋର ବନ୍ଧୁମାନେ ମୋତେ ଭୁଲିଗଲେ।
15 ମୋ’ ଘରକୁ ଆସୁଥିବା ଆଗନ୍ତୁକ ଏପରିକି ଦାସୀମାନେ ମଧ୍ୟ
    ମୋତେ ଏପରି ଦୃଷ୍ଟିରେ ଦେଖୁଛନ୍ତି ଯେପରିକି ମୁଁ ଜଣେ ଅପରିଚିତ ବିଦେଶୀ।
16 ମୁଁ ଗ୍ଭକରମାନଙ୍କୁ ଡାକିଲେ ସେମାନେ ମୋତେ ଉତ୍ତର ଦିଅନ୍ତି ନାହିଁ।
    ମୁଁ ସାହାଯ୍ୟ ପାଇଁ ପ୍ରାର୍ଥନା କଲେ ବି ମୋର ଗ୍ଭକରମାନେ ଉତ୍ତର ଦିଅନ୍ତି ନାହିଁ।
17 ମୋର ପତ୍ନୀ ମୋର ନିଶ୍ୱାସର ପବନକୁ ମଧ୍ୟ ଘୃଣା କରେ।
    ଓ ନିଜ ଭାଇମାନେ ମୋତେ ଘୃଣା କରନ୍ତି।
18 ଛୋଟ ପିଲାମାନେ ମୋତେ ଦେଖି ଥଟ୍ଟା କରନ୍ତି ଓ ମୋତେ ଖରାପ କଥା କହି ଗାଳି ଦିଅନ୍ତି,
    ଯେତେବେଳେ ମୁଁ ତାଙ୍କ ପାଖକୁ ଯାଏ।
19 ମୋର ନିକଟତମ ବନ୍ଧୁମାନେ ମୋତେ ଘୃଣା କରନ୍ତି।
    ମୁଁ ଯେଉଁ ଲୋକମାନଙ୍କୁ ଭଲପାଏ, ସେମାନେ ମୋ’ ବିରୁଦ୍ଧରେ ଯାଉଛନ୍ତି।

20 “ତେଣୁ ମୁଁ ଅତି କ୍ଷୀଣ ହୋଇଗଲିଣି।
    ମୋର ଚର୍ମ ଓହଳି ପଡ଼ିଲାଣି।
ମୋର ଚମଡ଼ା ମୋର ହାତ ଉପରେ ଝୁଲୁଛି।
    ମୋର ଅଳ୍ପ ଜୀବନ ବାକିଅଛି।

21 “ମୋତେ ଦୟା କର।
    ମୋର ବନ୍ଧୁଗଣ ମୋତେ ଦୟାକର।
    କାରଣ ପରମେଶ୍ୱର ମୋ’ ବିରୁଦ୍ଧରେ ଅଛନ୍ତି।
22 କାହିଁକି ତୁମ୍ଭେ ମୋତେ ଅତ୍ୟାଗ୍ଭର କରୁଛ, ପରମେଶ୍ୱରଙ୍କ ପରି?
    ତୁମ୍ଭେ ମୋତେ ଆଘାତ ଦେଇ ଦେଇ କ’ଣ କ୍ଳାନ୍ତି ଅନୁଭବ କରୁ ନାହଁ?

23 “ମୁଁ ଗ୍ଭହେଁ କେହି ଜଣେ ମନେରଖୁ ଯାହା ମୁଁ କହୁଛି ଓ ଯାହା ଗୋଟିଏ ବହିରେ ଲେଖିଛି।
    ମୁଁ ଗ୍ଭହେଁ ମୋର କଥାସବୁ ପୁସ୍ତକରେ ଲିଖିତ ହୋଇରହୁ।
24 ମୋର ଲୁହା ଲେଖନୀ ଓ ସୀସା ଦ୍ୱାରା ମୋର ବାକ୍ୟସବୁ ଖୋଦିତ ହେବା ଉଚିତ୍।
    ସେଗୁଡ଼ିକ ଚିରଦିନ ପାଇଁ ପ୍ରସ୍ତର ଉପରେ ଖୋଦିତ ହେବା ଉଚିତ୍।
25 ମୁଁ ଜାଣେ ମୋର ରକ୍ଷାକର୍ତ୍ତା ଜୀବିତ
    ଏବଂ ଶେଷରେ ସେ ମୋତେ ରକ୍ଷା କରିବା ପାଇଁ ପୃଥିବୀରେ ଠିଆ ହେବେ।
26 ମୋର ଚମଡ଼ା ଧ୍ୱଂସ ହେଲା ପରି,
    ବିନା ମାଂସରେ ମୁଁ ପରମେଶ୍ୱରଙ୍କୁ ଦେଖିବି।
27 ମୁଁ ପରମେଶ୍ୱରଙ୍କୁ ନିଜ ଆଖିରେ ଦେଖିବି।
    ମୁଁ ମୋର ନିଜ ପାଇଁ ପରମେଶ୍ୱରଙ୍କୁ ଦେଖିବି।
ମୁଁ ଇଚ୍ଛାକରେ ମୋର ନିଜ ଆଖି ତାଙ୍କୁ ଦେଖିବ, ଅନ୍ୟ କାହାର ଆଖି ନୁହେଁ।
    ମୋର ଅତିରିକ୍ତ ଅନୁଭବ ଦ୍ୱାରା, ମୁଁ କ୍ଳାନ୍ତ ହୋଇ ପଡ଼ିଛି।

28 “ତୁମ୍ଭେ ହୁଏତ କହିପାର, ‘ଆମ୍ଭେ କିପରି ତାକୁ ହଇରାଣ କରିବା।
    ତଥାପି ତୁମ୍ଭେ ଚିନ୍ତା କରୁଛ, ସମସ୍ୟାର ମୂଳ ମୋ'ଠାରେ ଅଛି।’
29 କିନ୍ତୁ ତୁମ୍ଭେ ନିଜେ ‌‌ଖ‌ଡ଼୍‌ଗ ଦ୍ୱାରା ଭୟଭୀତ ହେବ।
    କାରଣ ପରମେଶ୍ୱର ଦୋଷୀକୁ ଦଣ୍ଡ ଦିଅନ୍ତି।
ପରମେଶ୍ୱର କେବଳ ତୁମ୍ଭକୁ ଦଣ୍ଡ ଦେବାକୁ ତାଙ୍କର ‌‌ଖ‌ଡ଼୍‌ଗ ବ୍ୟବହାର କରିବେ।
    ସେତେବେଳେ ତୁମ୍ଭେ ଜାଣିବ ଯେ ଉପଯୁକ୍ତ ସମୟ ଆସିଲେ ସେ ହିଁ ନ୍ୟାୟ ପ୍ରଦାନ କରି ବିଗ୍ଭର କରନ୍ତି।”

ସୋଫର ଉତ୍ତର ଦେଲା

20 ତା'ପରେ ନାମାଥୀୟ ସୋଫର ଉତ୍ତର ଦେଇ କହିଲା,

“ମୋର ଉ‌‌‌ଦ୍‌‌‌ବେଗ ଚିନ୍ତା ମୋତେ ବାଧ୍ୟ କରିଛି ତୁମକୁ ଉତ୍ତର ଦେବା ପାଇଁ,
    କାରଣ ମୁଁ ଅତିରିକ୍ତ ବିଚଳିତ।
ତୁମ୍ଭେ ତୁମ୍ଭର ଉତ୍ତରରେ ଆମ୍ଭକୁ ଅପମାନିତ କରିଛ।
    କିନ୍ତୁ ମୁଁ ଜ୍ଞାନୀ, ତେଣୁ ତୁମ୍ଭକୁ କିପରି ଉତ୍ତର ଦେବାକୁ ହେବ ମୁଁ ଜାଣେ।

4-5 “ତୁମ୍ଭେ ଜାଣ ଦୁଷ୍ଟ ଲୋକର ଆନନ୍ଦ ବେଶୀ ସମୟ ତିଷ୍ଠିପାରେ ନାହିଁ।
    ଏହା ସତ୍ୟ ବହୁ ସମୟରୁ ଯେତେବେଳଠାରୁ ଆଦମ ଏ ପୃଥିବୀରେ ରଖାଯାଇଥିଲା।
    ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ବିନା ବାସ କରେ, ସେ ଲୋକର ଆନନ୍ଦ କ୍ଷଣସ୍ଥାୟୀ ଅଟେ।
ଦୁଷ୍ଟ ଲୋକର ଗର୍ବ ହୁଏତ ଆକାଶ ସ୍ପର୍ଶ କରିପାରେ।
    ତା'ର ମସ୍ତକ ମେଘକୁ ଛୁଇଁ ପାରେ।
କିନ୍ତୁ ସେ ନିଜର ଶରୀର ଭଳି ଦିନେ ନିଶ୍ଚିହ୍ନ ହୋଇଯିବ।
    ଯେଉଁ ବ୍ୟକ୍ତିମାନେ ତାକୁ ଜାଣିଥିଲେ ସେମାନେ କହିବେ, ‘ସେ କାହିଁ?’
ସେ ସ୍ୱପ୍ନ ଭଳି ମିଳାଇଯିବ।
    ଆଉ ତାକୁ କେହି ପାଇବେ ନାହିଁ।
    ସେ ଗୋଟିଏ ରାତ୍ରିର ଦୁଃସ୍ୱପ୍ନ ଭଳି ଭୁଲି ହୋଇଯିବ।
ଯେଉଁ ବ୍ୟକ୍ତି ତାକୁ ଦେଖିଥିଲେ ଆଉ ତାକୁ ଦେଖି ପାରିବେ ନାହିଁ।
    ତା'ର ପରିବାର ମଧ୍ୟ ତା’ ଆଡ଼କୁ ପୁଣି ଅନାଇବେ ନାହିଁ।
10 ଦୁଷ୍ଟ ବ୍ୟକ୍ତିର ପିଲାମାନେ ସେ ଅପହରଣ କରିଥିବା ଗରିବ ଲୋକର ସମ୍ପତ୍ତିକୁ ପୁଣି ଫେରାଇ ଦେବେ।
    ତା'ର ନିଜ ହାତ ମଧ୍ୟ ତା'ର ସମ୍ପତ୍ତିକୁ ଫେରାଇ ଦେବ।
11 ଯେତେବେଳେ ସେ ଯୁବକ ଥିଲା, ତା'ର ହାଡ଼ ଶକ୍ତ ଥିଲା।
    କିନ୍ତୁ ତା'ର ଶରୀରର ଅନ୍ୟାନ୍ୟ ଅଙ୍ଗଭଳି ସେ ମଧ୍ୟ ଶୀଘ୍ର ମାଟିରେ ମିଶିଯିବ।

12 “ଦୁଷ୍ଟତା ତା’ ପାଟିକୁ ମିଠା ଲାଗେ,
    ସେ ସମ୍ପୂର୍ଣ୍ଣ ଆନନ୍ଦ ପାଇବାକୁ ତାକୁ ତା’ ଜିଭତଳେ ରଖେ।
13 ଦୁଷ୍ଟ ଲୋକ ଦୁଷ୍ଟାମୀକୁ ଭଲପାଏ।
    ସେ ଏହା ପରିତ୍ୟାଗ କରିବାକୁ ଘୃଣା କରେ।
    ଏକ ମିଠା ମିଶ୍ରି ଭଳି ତା'ର ମୁଖରେ ଏହା ଥାଏ।
14 ସେ ମିଠା ତା'ର ପାକସ୍ଥଳୀରେ ବିଷରେ ପରିଣତ ହୁଏ
    ଏବଂ ତାହା ତିକ୍ତ ବିଷ ତା’ ଭିତରେ ହୋଇଯାଏ, ଯେପରି ସାପର ବିଷ।
15 ଦୁଷ୍ଟ ଲୋକ ଯେଉଁ ଧନ ଗିଳିଥାଏ, ତାହା ଉ‌‌‌ଦ୍‌‌‌ଗାର କରିବ।
    ପରମେଶ୍ୱର ତାହା ତାକୁ ବାନ୍ତି କରାଇ ଦେବେ।
16 ସାପର ଗରଳ ଦୁଷ୍ଟ ଲୋକର ପାନୀୟରେ ପରିଣତ ହେବ।
    ସେହି ସାପର ବିଷଦାନ୍ତ ଶେଷରେ ତାକୁ ଦଂଶନ କରି ମାରିବ।
17 ଦୁଷ୍ଟ ଲୋକ ଜଳସ୍ରୋତ ଓ ନଦୀ ପରି ବହି ଯାଉଥିବା
    ମହୁ ଓ ଦୁଧସରକୁ ଉପଭୋଗ କରି ପାରନ୍ତି ନାହିଁ।
18 ଦୁଷ୍ଟ ଲୋକ ତା'ର ଲାଭ ଫେରାଇବାକୁ ବାଧ୍ୟ ହେବ।
    ସେ ଯାହା ପାଇଁ ଏତେ କଷ୍ଟ ସ୍ୱୀକାର କଲା, ତାକୁ ସେ ଭୋଗ କରି ପାରିବ ନାହିଁ।
19 କାରଣ ସେ ଗରିବକୁ ଲୁଣ୍ଠନ କରିଛି ଏବଂ ସେମାନଙ୍କୁ ପରିତ୍ୟାଗ କରିଛି।
    ସେ ସେମାନଙ୍କ ସମ୍ପତ୍ତିକୁ ନେଇଯାଇଛି।
    ସେ ନିଜେ ନିର୍ମାଣ କରି ନ ଥିବା ଗୃହକୁ ମାଡ଼ିବସିଲା।

20 “ଦୁଷ୍ଟଲୋକ କେବେ ବି ଅନ୍ତରରେ ବିଶ୍ରାମ ନେଇପାରେ ନାହିଁ।
    ତା'ର ପ୍ରିୟ ଧନ ତାକୁ ରକ୍ଷା କରି ପାରିବ ନାହିଁ।
21 ସେ ଖାଇବା ପରେ ବଳକା ରହେ ନାହିଁ।
    ସେଥିପାଇଁ ତା'ର ଉତ୍ତମ ଦ୍ରବ୍ୟସବୁ ସ୍ଥାୟୀ ହୁଏ ନାହିଁ।
22 ଯେତେବେଳେ ଦୁଷ୍ଟ ଲୋକର ପ୍ରଚୁର ଥାଏ, ଦୁର୍ଦ୍ଦଶା ତା’ ଉପରକୁ ଆସିବ,
    ତା'ର କଷ୍ଟ ତା’ ଉପରକୁ ସମସ୍ତ ଶକ୍ତି ସହିତ ଆସିବ।
23 ଦୁଷ୍ଟଲୋକ ଯେତେବେଳେ ସେ ଗ୍ଭହୁଁଥିବା ଖାଦ୍ୟ ଖାଇ ସାରିବ।
    ପରମେଶ୍ୱର ତା’ ଉପରେ ରାଗରେ ପ୍ରଚଣ୍ଡ ଆକ୍ରମଣ କରିବେ।
    ପରମେଶ୍ୱର ତା’ ଉପରେ ଶାସ୍ତି ବୃଷ୍ଟି କରିବେ।
24 ସେ ହୁଏତ ଲୁହା ‌‌ଖ‌ଡ଼୍‌ଗରୁ ରକ୍ଷା ପାଇପାରେ,
    କିନ୍ତୁ ତମ୍ବାର ଧନୁ ତାକୁ ବିନ୍ଧି ପକେଇବ।
25 ସେହି ତମ୍ବାତୀର ତା'ର ପୁରା ଶରୀର ଦେଇ ଗତି କରିବ।
    ତା'ର ପିଠି ପଟ ଦେଇ ବାହାରି ପଡ଼ିବ।
ଏହାର ମୁନିଆ ଅଗ୍ରଭାଗ ତା'ର କଲିଜାକୁ ଚିରିଦେବ,
    ଏବଂ ତା’ ଉପରେ ଆତଙ୍କ ଆସିବ।
26 ତା'ର ଭଣ୍ଡାର ଘର ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବ।
    ଅଗ୍ନି ସେ ସବୁ ଧ୍ୱଂସ କରିବ।
ଏହା କୌଣସି ମନୁଷ୍ୟକୃତ ଅଗ୍ନି ନ ଥିବ।
    ଏହା ଦୈବାଗ୍ନି ତା’ ଘରର ସମସ୍ତ ପଦାର୍ଥକୁ ଜାଳି ଦେବ।
27 ସ୍ୱର୍ଗ ଦୁଷ୍ଟ ଲୋକର ଅପରାଧକୁ ପ୍ରମାଣ କରିବ।
    ପୃଥିବୀ ତା’ ବିରୁଦ୍ଧରେ ସାକ୍ଷୀ ଦେବ।
28 ପରମେଶ୍ୱରଙ୍କ କୋପର ବନ୍ୟା
    ତା’ ଘରର ସମସ୍ତ ପଦାର୍ଥକୁ ବୋହି ନେଇଯିବ।
29 ସେଥିପାଇଁ ପ୍ରଭୁ ଦୁଷ୍ଟ ଲୋକଙ୍କ ପ୍ରତି ଯାହା କରିବେ,
    ତାହା ହିଁ ପରମେଶ୍ୱର ଯୋଜନା କରିଛନ୍ତି ତାଙ୍କୁ ଦେବା ପାଇଁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center