Beginning
ପରମେଶ୍ୱର ତାଙ୍କର ପ୍ରିୟ ଦାସଙ୍କୁ ଆହ୍ୱାନ କରନ୍ତି
49 ହେ ଦ୍ୱୀପ ସମୂହର ଲୋକମାନେ, ମୋ’ କଥା ଶୁଣ।
ହେ ଦୂରସ୍ଥ ଗୋଷ୍ଠୀ ସମୂହର ଲୋକମାନେ, ମୋ’ କଥାକୁ ଅବଧାନ କର।
ମୁଁ ମାତୃ ଗର୍ଭରୁ ଭୂମିଷ୍ଠ ହେବା ପୂର୍ବରୁ ସଦାପ୍ରଭୁ ତାଙ୍କର ସେବା ପାଇଁ ମୋତେ ଆହ୍ୱାନ କରିଛନ୍ତି।
ମୁଁ ମାତୃଗର୍ଭରେ ଥିବା କାଳରୁ ସେ ମୋର ନାମ ଉଲ୍ଲେଖ କରିଛନ୍ତି।
2 ସଦାପ୍ରଭୁ ତାଙ୍କର ବାକ୍ୟ ପ୍ରଗ୍ଭର ପାଇଁ ମୋତେ ପଠାଇଛନ୍ତି।
ତେଣୁ ସେ ମୋର ମୁଖକୁ ତୀକ୍ଷ୍ଣ ଖଡ଼୍ଗ ସ୍ୱରୂପ କରିଛନ୍ତି।
ନିଜର ହସ୍ତ ଛାୟାରେ ସେ ମୋତେ ଲୁଗ୍ଭଇ ରଖିଛନ୍ତି
ଓ ସେ ମୋତେ ଶାଣିତ ବାଣସ୍ୱରୂପ କରି
ନିଜର ତୁଣୀରରେ ଲୁଗ୍ଭଇ ରଖିଛନ୍ତି।
3 ସେ ପୁଣି ମୋତେ କହିଲେ, “ତୁମ୍ଭେ ମୋର ଦାସ, ତୁମ୍ଭେ ଇସ୍ରାଏଲ,
ତୁମ୍ଭଦ୍ୱାରା ଆମ୍ଭେ ମହିମାନ୍ୱିତ ହେବା।”
4 ମାତ୍ର ମୁଁ କହିଲି, “ମୁଁ ବୃଥା ପରିଶ୍ରମ କରିଅଛି।
ମୁଁ ନିରର୍ଥକ ଓ ଅସାରତାରେ ମୋର ଶକ୍ତି ବ୍ୟୟ କରିଅଛି।
ତଥାପି ନିଶ୍ଚୟ ମୋର ବିଗ୍ଭର ସଦାପ୍ରଭୁଙ୍କ ନିକଟରେ
ଓ କର୍ମଫଳ ମୋର ପରମେଶ୍ୱରଙ୍କଠାରେ ଅଛି।
5 ପୁଣି ମୋତେ ତାଙ୍କର ସେବକ ହେବା ପାଇଁ,
ଯାକୁବଙ୍କୁ ତାଙ୍କ ନିକଟକୁ ଆଣିବା ପାଇଁ
ଓ ଇସ୍ରାଏଲ ତାହାଙ୍କ ନିକଟରେ ପହଞ୍ଚିବା ପାଇଁ ସେ ମୋତେ ମାତୃଗର୍ଭରେ ସୃଷ୍ଟି କଲେ।
ସେହି ସଦାପ୍ରଭୁ ମୋତେ ଏବେ କୁହନ୍ତି, “କାରଣ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ
ଆଦରଣୀୟ ଅଟେ ଓ ମୋର ପରମେଶ୍ୱର ମୋର ବଳସ୍ୱରୂପ ହୋଇଅଛନ୍ତି।”
6 ପୁଣି ସଦାପ୍ରଭୁ କହିଲେ, “ତୁମ୍ଭେ ଯାକୁବର ପରିବାରବର୍ଗକୁ ଉତ୍ଥାପନ କରିବା ପାଇଁ
ଓ ଇସ୍ରାଏଲ ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ
ଆମ୍ଭର ସେବକ ହେବ।
ଏହା ଅତି କ୍ଷୁଦ୍ର ବିଷୟ; ତୁମ୍ଭେ ଯେପରି ପୃଥିବୀର ଶେଷ ସୀମା ପର୍ଯ୍ୟନ୍ତ
ଆମ୍ଭ କୃତ ପରିତ୍ରାଣ ସ୍ୱରୂପ ହେବ,
ସେଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟ ଦେଶୀୟମାନଙ୍କର ଦୀପ୍ତିସ୍ୱରୂପ କରିବା।”
7 ଯାହାକୁ ମନୁଷ୍ୟ ଅବଜ୍ଞା କରେ, ଯାହାକୁ ଦେଶୀୟ ଲୋକମାନେ ଘୃଣା କରନ୍ତି,
ଯେ ଶାସକ କର୍ତ୍ତାମାନଙ୍କର ଦାସ,
ତାକୁ ଇସ୍ରାଏଲର ମୁକ୍ତିଦାତା ଓ ତା'ର ଧର୍ମସ୍ୱରୂପ ସଦାପ୍ରଭୁ ଏହି କଥା କୁହନ୍ତି।
ପୁଣି ବିଶ୍ୱସନୀୟ ଓ ଇସ୍ରାଏଲର ଧର୍ମସ୍ୱରୂପ
ଯେଉଁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି,
“ତାଙ୍କ ସକାଶେ ରାଜାମାନେ ତୁମ୍ଭକୁ ଦେଖିଲେ ଉଠିବେ,
ଅଧିପତିମାନେ ତୁମ୍ଭକୁ ପ୍ରଣାମ କରିବେ।”
ପରିତ୍ରାଣର ଦିନ
8 ସଦାପ୍ରଭୁ କୁହନ୍ତି,
“ଆମ୍ଭେ ଯେଉଁ ସମୟରେ ଦୟା ଦେଖାଇବା କଥା
ସେହି ସମୟରେ ତୁମ୍ଭକୁ ଉତ୍ତର କରିଅଛୁ।
ପରିତ୍ରାଣ ଦିନରେ ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିଅଛୁ।
ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ଦେଶର ଉନ୍ନତି ସାଧନ ନିମନ୍ତେ
ଲୋକମାନଙ୍କୁ ସେମାନଙ୍କର ଧ୍ୱଂସିତ ଉତ୍ତରାଧିକାରର
ଭୋଗ କରାଇବା ନିମନ୍ତେ ଆମ୍ଭେ ତୁମ୍ଭକୁ
ଲୋକମାନଙ୍କର ଚୁକ୍ତି ସ୍ୱରୂପ ନିଯୁକ୍ତ କରିବା।
9 ତୁମ୍ଭେ ବନ୍ଦୀଗଣଙ୍କୁ ‘ବାହାରି ଯାଅ ବୋଲି,’
‘ଅନ୍ଧକାରସ୍ଥିତ’ ଲୋକମାନଙ୍କୁ ଆପଣାମାନଙ୍କୁ ଦେଖାଅ ବୋଲି କହିବ।
ସେମାନେ ପଥରେ ଚରିବେ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀ ସକଳ
ସେମାନଙ୍କର ଚରାସ୍ଥାନ ହେବ।
10 ସେମାନେ କ୍ଷୁଧାର୍ତ୍ତ କି ତୃଷାର୍ତ୍ତ ହେବେ ନାହିଁ।
ଗ୍ରୀଷ୍ମ କିମ୍ବା ସୂର୍ଯ୍ୟତାପ ସେମାନଙ୍କୁ କାଟିବ ନାହିଁ।
କାରଣ ଯେଉଁ ପରମେଶ୍ୱର ସେମାନଙ୍କୁ ଦୟା କରନ୍ତି, ସେ ସେମାନଙ୍କୁ ଚଲାଇବେ;
ଜଳ ନିର୍ଝର ଦେଇ ସେ ସେମାନଙ୍କୁ କଢ଼ାଇ ଦେବେ।
11 “ପୁଣି ଆମ୍ଭେ ଆମ୍ଭର ପର୍ବତଗୁଡ଼ିକୁ ଏକ ପଥ କରିବା
ଓ ଆମ୍ଭର ରାଜପଥଗୁଡ଼ିକ ଉଚ୍ଚ କରାଯିବ।
12 “ଦେଖ, କେତେକ ଲୋକ ଦୂର ଦେଶରୁ ଆସିବେ,
କେତେକ ଉତ୍ତର ଓ ପଶ୍ଚିମ ଦିଗରୁ ଆସିବେ
ଓ ଆଉ କେତେକ ସୀନୀମ ଦେଶରୁ ଆସିବେ।”
13 ହେ ସ୍ୱର୍ଗମଣ୍ଡଳ, ଗାନ କର; ହେ ପୃଥିବୀ, ଉଲ୍ଲସିତ ହୁଅ;
ହେ ପର୍ବତଗଣ, ଉଚ୍ଚ ସ୍ୱରରେ ଆନନ୍ଦ ଧ୍ୱନି କର;
କାରଣ ସଦାପ୍ରଭୁ ନିଜ ଲୋକମାନଙ୍କୁ ସାନ୍ତ୍ୱନା କରିଛନ୍ତି
ଓ ନିଜର ପୀଡ଼ିତ ଲୋକମାନଙ୍କୁ କରୁଣା କରିଛନ୍ତି।
14 ମାତ୍ର ସିୟୋନ କହେ, “ସଦାପ୍ରଭୁ ମୋତେ ପରିତ୍ୟାଗ କରିଛନ୍ତି।
ମୋର ପ୍ରଭୁ ମୋତେ ଭୁଲି ଯାଇଛନ୍ତି।”
15 “ଜଣେ ସ୍ତ୍ରୀଲୋକ ତା'ର ଗର୍ଭଜାତ ସନ୍ତାନକୁ ସ୍ନେହ ନ କରି କ’ଣ ଭୁଲି ପାରିବ?
ସେ କ’ଣ ତାର ସ୍ତନ୍ୟପାୟୀ ସନ୍ତାନକୁ ଦୟା ନ ଦେଖାଇ ପାସୋରି ପାରିବ?
ଏମାନେ ତାହା କରି ପାରନ୍ତି,
ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ।
16 ଦେଖ, ଆମ୍ଭେ ତୁମ୍ଭର ନାମକୁ ଆମ୍ଭର ହସ୍ତ ଦ୍ୱୟର ପାପୁଲିରେ ଲେଖି ଅଛୁ।
ତୁମ୍ଭର ଆକୃତି ସର୍ବଦା ଆମ୍ଭ ସମ୍ମୁଖରେ ଅଛି।
17 ତୁମ୍ଭର ସନ୍ତାନମାନେ ଶୀଘ୍ର ଆସୁ ଅଛନ୍ତି।
ତୁମ୍ଭର ଉତ୍ପାଟନକାରୀମାନେ ଓ ଯେଉଁମାନେ ତୁମ୍ଭକୁ ଉଚ୍ଛିନ୍ନ କରିଛନ୍ତି ସେମାନେ ତୁମ୍ଭ ମଧ୍ୟରୁ ବାହାରି ଯିବେ।
18 ତୁମ୍ଭର ଚକ୍ଷୁ ମେଲାଇ ଚତୁର୍ଦ୍ଦିଗକୁ ଦେଖ।
ସେମାନେ ସମସ୍ତେ ଏକତ୍ରିତ ହୋଇ ତୁମ୍ଭ ଆଡ଼କୁ ଆସୁଛନ୍ତି।”
ସଦାପ୍ରଭୁ କୁହନ୍ତି, “ମୋର ଜୀବନରେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରୁଛି,
ତୁମ୍ଭେ ସମସ୍ତ ପରିଧାନ ଭୂଷଣ କରିବ।
ପୁଣି ସମସ୍ତେ ଗୋଟିଏ କନ୍ୟା ପରି ପରିଧାନ କରିବେ।
19 “ତୁମ୍ଭେ ନଷ୍ଟ ଓ ଶୂନ୍ୟ ଅଟ।
ସେହିମାନଙ୍କ ପାଇଁ, ସେହି ଭୂମି ଲୋକାରଣ୍ୟ,
ଯେଉଁମାନେ ସେଠାରେ ବାସ କରିବେ।
ସେହିମାନେ ଯେଉଁମାନେ ତୁମ୍ଭମାନଙ୍କୁ ଖାଇବ ଦୂରେଇ ଯିବ।
20 କିଛିଦିନ ପିଲାମାନେ ତୁମ୍ଭ ଚିନ୍ତା କଲେ, ତୁମ୍ଭେ ହରାଇଥିଲ ବୋଲି କହିବେ,
‘ମୋ’ ପାଇଁ ଏହି ସ୍ଥାନ ଅତି ସଂକୀର୍ଣ୍ଣ।
ମୋତେ ସ୍ଥାନ ଦିଅ, ମୁଁ ବାସ କରିବି।’
21 ସେତେବେଳେ ତୁମ୍ଭେ ମନେ ମନେ କହିବ,
‘ମୋର ସନ୍ତାନଗଣ ଅପହୃତ ହୋଇଅଛନ୍ତି,
ମୁଁ ଏକାକିନୀ ନିର୍ବାସିତା ହୋଇ
ଏଣେ ତେଣେ ଭ୍ରମଣ କରୁଅଛି।
ମୋର ଏ ସମସ୍ତଙ୍କୁ କିଏ ଜନ୍ମ ଦେଇଛନ୍ତି?
କିଏ ଏମାନଙ୍କୁ ପ୍ରତିପାଳନ କରିଅଛି?
ଦେଖ, ମୁଁ ଏକାକିନୀ ଅବଶିଷ୍ଟା ଥିଲି,
ଏମାନେ କେଉଁଠାରେ ଥିଲେ?’”
22 ସଦାପ୍ରଭୁ, ମୋର ପ୍ରଭୁ କୁହନ୍ତି,
“ଦେଖ, ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ପ୍ରତି ଆପଣା ହସ୍ତ ଉଠାଇବା
ଓ ଗୋଷ୍ଠୀସମୂହର ପ୍ରତି ଆମ୍ଭର ଧ୍ୱଜା ଟେକିବା।
ତାହାହେଲେ ସେମାନେ ତୁମ୍ଭର ପୁତ୍ରଗଣଙ୍କୁ କୋଳରେ ଆଣିବେ
ଓ ତୁମ୍ଭର କନ୍ୟାଗଣ ସେମାନଙ୍କ ସ୍କନ୍ଧରେ ବୁହାଇବେ।
23 ପୁଣି ରାଜାମାନେ ତୁମ୍ଭର ପାଳିତ ପିତା ହେବେ
ଓ ସେମାନଙ୍କର ରାଣୀମାନେ ତୁମ୍ଭର ପାଳିତା ମାତା ହେବେ,
ସେମାନେ ନତମୁଖ ହୋଇ ତୁମ୍ଭକୁ ପ୍ରଣାମ କରିବେ
ଓ ତୁମ୍ଭର ପାଦର ଧୂଳି ଗ୍ଭଟିବେ;
ତେଣୁ ଆମ୍ଭେ ଯେ ସଦାପ୍ରଭୁ ଓ ଯେ ଆମ୍ଭ ଉପରେ ବିଶ୍ୱାସ ରଖନ୍ତି,
ସେ ଲଜ୍ଜିତ ହେବେ ନାହିଁ, ଏହା ତୁମ୍ଭେ ଜାଣିବ।”
24 ଜଣେ ବୀରଠାରୁ ଲୁଣ୍ଠିତ ଦ୍ରବ୍ୟ
ହରଣ କରାଯାଇ ପାରିବ କି?
କିମ୍ବା ବନ୍ଦୀ ହୋଇଥିବା ଲୋକମାନେ
ମୁକ୍ତ ହୋଇ ପାରିବେ କି?
25 ମାତ୍ର ସଦାପ୍ରଭୁ ଏହିକଥା କୁହନ୍ତି,
“ବୀରଦ୍ୱାରା ବନ୍ଦୀଲୋକ ଅପହୃତ ହେବେ
ଓ ଭୟଙ୍କର ଲୋକର ଲୁଣ୍ଠିତ ଦ୍ରବ୍ୟ ମୁକୁଳା ଯିବ;
କାରଣ ତୁମ୍ଭର ବିରୋଧୀକାରୀଙ୍କୁ ଆମ୍ଭେ ବିରୋଧ କରିବା
ଓ ତୁମ୍ଭର ସନ୍ତାନଗଣଙ୍କୁ ଆମ୍ଭେ ରକ୍ଷା କରିବା।
26 “ପୁଣି ଆମ୍ଭେ ତୁମ୍ଭର ଉପଦ୍ରବକାରୀମାନଙ୍କୁ ସେମାନଙ୍କର ନିଜ ମାଂସ ଭୋଜନ କରାଇବା;
ସୁମିଷ୍ଟ ଦ୍ରାକ୍ଷାରସରେ ସେମାନେ ମତ୍ତ ହେଲାପରି
ସେମାନେ ନିଜ ରକ୍ତରେ ମତ୍ତ ହେବେ,
ତାହାହେଲେ ଆମ୍ଭେ ଯେ ତୁମ୍ଭର ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା,
ଯାକୁବର ବଳଦାତା, ଏହା ସମସ୍ତ ପ୍ରାଣୀ ଜାଣିବେ।”
ଇସ୍ରାଏଲ ସେମାନଙ୍କ ପାପପାଇଁ ଦଣ୍ଡିତ ହେଲା
50 ସଦାପ୍ରଭୁ ଏହିକଥା କୁହନ୍ତି,
“ହେ ଇସ୍ରାଏଲର ପୁତ୍ରଗଣ, ତୁମ୍ଭେମାନେ ଭାବୁଛ ଆମ୍ଭେ ତୁମ୍ଭର ମାତା ଯିରୁଶାଲମକୁ ତ୍ୟାଗ କରିଅଛୁ।
ପ୍ରମାଣ ସ୍ୱରୂପ ସେ ଛାଡ଼ପତ୍ର କାହିଁ
ଅଥବା ଆମ୍ଭ ମହାଜନମାନଙ୍କ ମଧ୍ୟରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରୟ କରିଅଛୁ?
ଏଠାରେ ଦେଖ, ତୁମ୍ଭେମାନେ ନିଜର ଅପରାଧ ପାଇଁ ବିକ୍ରୀ ହୋଇଥିଲ
ଏବଂ ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭମାନଙ୍କର ମାତା
ତୁମ୍ଭମାନଙ୍କୁ ପରିତ୍ୟକ୍ତା ହୋଇଥିଲେ।
2 ଆମ୍ଭେ ଆସିଲା ବେଳେ କାହିଁକି କେହି ଉପସ୍ଥିତ ନ ଥିଲ?
ଆମ୍ଭେ ଡାକିଲା ବେଳେ କେହି ଉତ୍ତର ଦେବାକୁ କାହିଁକି ନ ଥିଲ?
ଆମ୍ଭର ହସ୍ତ କ’ଣ ଛୋଟ ଯେ ତାହା ମୁକ୍ତ କରି ପାରିବ ନାହିଁ?
କିମ୍ବା ଉଦ୍ଧାର କରିବା ପାଇଁ ଆମ୍ଭର କ’ଣ ପରାକ୍ରମ ନାହିଁ?
ଦେଖ, ଆମ୍ଭର ଆଦେଶରେ ସମୁଦ୍ର ଶୁଖିଯାଇପାରେ
ଓ ନଦନଦୀକୁ ପ୍ରାନ୍ତର କରିଦେଇ ପାରୁ।
ସେଥିରେ ଥିବା ମତ୍ସ୍ୟ ଜଳ ଅଭାବରୁ
ତୃଷାର୍ତ୍ତ ହୋଇ ମରିଯିବେ ଓ ଦୁର୍ଗନ୍ଧ ହେବ।
3 ଆମ୍ଭେ ଆକାଶମଣ୍ଡଳକୁ କାଳିମା ପିନ୍ଧାଉ
ଓ ଚଟବସ୍ତ୍ରରେ ସେହିସବୁର ଆଚ୍ଛାଦନ କରୁ।”
ପରମେଶ୍ୱରଙ୍କ ସେବକ ପ୍ରକୃତ ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳ
4 ମୋର ପ୍ରଭୁ ସଦାପ୍ରଭୁ ମୋତେ ଶିକ୍ଷା ଦେଇଛନ୍ତି ମୁଁ ଯେପରି କ୍ଳାନ୍ତ ଦୁର୍ବଳମାନଙ୍କୁ ସୁସ୍ଥିର କରି ପାରିବି, ସେ ପ୍ରତି ପ୍ରଭାତରେ ମୋତେ ଜାଗ୍ରତ କରାନ୍ତି ଓ ବିଦ୍ୟାର୍ଥୀପରି ଶୁଣିବା ପାଇଁ ମୋର କର୍ଣ୍ଣକୁ ଜାଗ୍ରତ କରାନ୍ତି। 5 ମୋର ପ୍ରଭୁ ସଦାପ୍ରଭୁ ମୋର କର୍ଣ୍ଣକୁ ମୁକ୍ତ କରିଛନ୍ତି; ପୁଣି ମୁଁ ତାଙ୍କର ବିରୁଦ୍ଧାଗ୍ଭରୀ ହୋଇ ନାହିଁ କିମ୍ବା ପଛକୁ ଫେରି ନାହିଁ। 6 ମୁଁ ପ୍ରହାରକ ଦେବା ପାଇଁ ମୋର ପିଠି ଦେଖାଇ ଦେବି, ମୋର ଦାଢ଼ି ଉପାଡ଼ିବା ପାଇଁ ମୋର ଗାଲ ଦେଖାଇ ଦେବି, ପୁଣି ଅପମାନିତ ହେବାକୁ ଛେପ ପକାଇବାକୁ ମୋର ମୁହଁ ଲୁଗ୍ଭଇବି ନାହିଁ। 7 ମୋର ପ୍ରଭୁ ସଦାପ୍ରଭୁ ମୋତେ ସାହାଯ୍ୟ କରିବେ; ତେଣୁ ସେମାନଙ୍କର ଅପମାନ ମୋତେ ବାଧିବ ନାହିଁ। ଏଥିପାଇଁ ମୁଁ ଚକମକି ପଥର ପରି ମୋର ମୁଖକୁ ରଖିଅଛି। ମୁଁ ଜାଣେ ମୁଁ ଲଜ୍ଜିତ ହେବି ନାହିଁ।
8 ଯେ ମୋତେ ଧର୍ମାଗ୍ଭରୀ କରନ୍ତି ସେ ମୋ’ ନିକଟବର୍ତ୍ତୀ। ତେଣୁ ମୋତେ କିଏ ବିରୋଧ କରିବ? ଆସ ଆମ୍ଭେମାନେ ଏକତ୍ର ଛିଡ଼ା ହେବା, କିଏ ମୋର ବିପକ୍ଷରେ ଯିବ ସେ ମୋ’ ନିକଟକୁ ଆସୁ। 9 ଦେଖ, ସଦାପ୍ରଭୁ, ମୋର ପ୍ରଭୁ ମୋତେ ସାହାଯ୍ୟ କରିବେ। ତେଣୁ କିଏ ମୋତେ ଦୋଷୀ କରିବ? ସେମାନେ ସମସ୍ତେ ଜୀର୍ଣ୍ଣ ବସ୍ତ୍ର ସଦୃଶ ହେବେ ଓ କୀଟ ସେଗୁଡ଼ିକୁ ଗ୍ରାସ କରିବ।
10 ତୁମ୍ଭମାନଙ୍କ ମଧ୍ୟରେ ଏପରି କିଏ ଅଛି ଯେ ସଦାପ୍ରଭୁଙ୍କୁ ଭୟ କରେ ଓ ତାଙ୍କ ସେବକର ବାକ୍ୟ ପାଳନ କରେ? ପୁଣି ଯେ ଆଲୋକ ବିନା ଅନ୍ଧକାରରେ ଗମନ କରେ ସେ ସଦାପ୍ରଭୁଙ୍କ ନାମ ଉପରେ ବିଶ୍ୱାସ କରୁ ଓ ଆପଣା ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳ ହେଉ।
11 “ଦେଖ, ତୁମ୍ଭେମାନେ ନିଜ ନିଜ ପଥରେ ବଞ୍ଚିବାକୁ ଗ୍ଭହୁଁଛ। ତୁମ୍ଭେମାନେ ନିଜେ ନିଜେ ଅଗ୍ନି ଜାଳୁଅଛ ଓ ଅଗ୍ନିଖୁଣ୍ଟାରେ ନିଜକୁ ବେଷ୍ଟନ କରୁଅଛ। ପୁଣି ତୁମ୍ଭେମାନେ ନିଜ ଅଗ୍ନିଶିଖା ଓ ନିଜ ପ୍ରଜ୍ୱଳିତ ଅଗ୍ନିଖୁଣ୍ଟା ମଧ୍ୟରେ ଗମନ କର। ମୋ’ ହସ୍ତରୁ ଏହା ତୁମ୍ଭେମାନେ ପାଇବ, ତୁମ୍ଭେମାନେ ଶୋକରେ ଶୟନ କରିବ।”
ଇସ୍ରାଏଲ ଅବ୍ରହାମ ସଦୃଶ ହେବା ଉଚିତ୍
51 “ହେ ଧର୍ମାଗ୍ଭରୀଗଣ, ହେ ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ। ତୁମ୍ଭେମାନେ ଆମ୍ଭର କଥା ଶୁଣ; ତୁମ୍ଭେମାନେ ଯେଉଁ ଶୈଳରୁ କଟା ହୋଇଥିଲ ଓ ଯେଉଁ ଗର୍ତ୍ତର ଚ୍ଛେଦରୁ ଖୋଳା ହୋଇଥିଲ, ତାହା ପ୍ରତି ଦୃଷ୍ଟିପାତ କର। 2 ତୁମ୍ଭମାନଙ୍କ ପିତା ଅବ୍ରହାମ ଓ ଜନ୍ମଦାତ୍ରୀ ସାରା ପ୍ରତି ଦୃଷ୍ଟି ଦିଅ। ସେ ଯେତେବେଳେ ଏକାକୀ ଥିଲା ଆମ୍ଭେ ତାହାକୁ ଆହ୍ୱାନ କଲୁ। ଆମ୍ଭେ ଆଶୀର୍ବାଦ କରି ତାକୁ ବହୁ ବଂଶ କଲୁ।”
3 ସେହିପରି ସଦାପ୍ରଭୁ ସିୟୋନକୁ ଆଶୀର୍ବାଦ କରିବେ; ସେ ତାହାର ଉପଦ୍ରୁତ ସ୍ଥାନଗୁଡ଼ିକ ପାଇଁ ଦୁଃଖିତ ହେବେ। ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ୟ ଓ ତାହାର ମରୁଭୂମିକୁ ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ୟ କରିବେ। ତାହାର ଲୋକମାନେ ଆନନ୍ଦିତ ଓ ଉଲ୍ଲସିତ ହେବେ ଏବଂ ସଙ୍ଗୀତ ଧ୍ୱନି କରି ଧନ୍ୟବାଦ ଦେବେ।
4 “ହେ ଆମ୍ଭର ଲୋକମାନେ, ଆମ୍ଭ ବାକ୍ୟରେ ଅବଧାନ କର;
ହେ ଆମ୍ଭର ଦେଶୀୟ ଲୋକମାନେ, ଆମ୍ଭ କଥାରେ କର୍ଣ୍ଣପାତ କର।
ଆମ୍ଭଠାରୁ ଏକ ବ୍ୟବସ୍ଥା ନିର୍ଗତ ହେବ ଓ ଆମ୍ଭେ ଗୋଷ୍ଠୀବର୍ଗର ଦୀପ୍ତି ନିମନ୍ତେ ଆମ୍ଭର ବିଗ୍ଭର ସ୍ଥାପନ କରିବା।
5 ଆମ୍ଭର ଧର୍ମ ନିକଟବର୍ତ୍ତୀ, ଆମ୍ଭର ପରିତ୍ରାଣ ନିର୍ଗତ ହୋଇଅଛି
ଓ ଆମ୍ଭର ବାହୁ ଗୋଷ୍ଠୀବର୍ଗର ବିଗ୍ଭର କରିବ।
ଦ୍ୱୀପଗଣ ଆମ୍ଭ ଅପେକ୍ଷାରେ ରହିବେ
ଓ ଆମ୍ଭର ପରାକ୍ରମରେ ଆଶା ରଖିବେ।
6 ତୁମ୍ଭେମାନେ ସ୍ୱର୍ଗମଣ୍ଡଳ ପ୍ରତି ଊର୍ଦ୍ଧ୍ୱଦୃଷ୍ଟି କର
ଓ ଅଧଃସ୍ଥିତ ଭୂମଣ୍ଡଳ ପ୍ରତି ନିରୀକ୍ଷଣ କର।
କାରଣ ଆକାଶ ମଣ୍ଡଳ ଧୂମ ତୁଲ୍ୟ ଅନ୍ତର୍ହିତ ହେବ
ଓ ଭୂମଣ୍ଡଳ ବସ୍ତୁ ତୁଲ୍ୟ ଜୀର୍ଣ୍ଣ ହେବ।
ଆଉ ମଧ୍ୟ ପୃଥିବୀବାସୀ ସେହିପରି ମୃତ୍ୟୁବରଣ କରିବେ।
ମାତ୍ର ଆମ୍ଭର ପରିତ୍ରାଣ ଅନନ୍ତକାଳସ୍ଥାୟୀ ହେବ
ଓ ଆମ୍ଭର ଧର୍ମାଗ୍ଭର ଲୁପ୍ତ ହେବ ନାହିଁ।
7 ତୁମ୍ଭେ ଯେଉଁମାନଙ୍କୁ ଯଥାର୍ଥ ଜାଣ।
ଯେଉଁ ଲୋକମାନେ ମୋର ଶିକ୍ଷା ହୃଦୟରେ ଧରି ରଖନ୍ତି, ଦୟାକରି ମୋ’ କଥା ଶୁଣ,
ତୁମ୍ଭେମାନେ ଦୁଷ୍ଟ ଲୋକଙ୍କ ଅପମାନରେ
ଭୟଭୀତ ହୁଅ ନାହିଁ।
8 କାରଣ ସେମାନେ ଜୀର୍ଣ୍ଣ ବସ୍ତୁ ସଦୃଶ ଓ କୀଟ ସେମାନଙ୍କୁ ଖାଇ ପକାଇବ
ଓ ପୋକ ପଶମ ବସ୍ତୁକୁ ଖାଇଲା ପରି ସେମାନଙ୍କୁ ଖାଇ ପକାଇବ।
ମାତ୍ର ଆମ୍ଭର ଧର୍ମ ଅନନ୍ତକାଳସ୍ଥାୟୀ ହେବ
ଓ ଆମ୍ଭର ପରିତ୍ରାଣ ଚିରକାଳ ବିରାଜିତ ହେବ।”
ପରମେଶ୍ୱରଙ୍କ ସ୍ୱପରାକ୍ରମ ତାଙ୍କର ସନ୍ତାନମାନଙ୍କୁ ରକ୍ଷା କରିବ
9 ହେ ସଦାପ୍ରଭୁଙ୍କ ବାହୁ, ଉଠ, ଜାଗ୍ରତ ହୁଅ।
ବଳ ଧାରଣ କର।
ଯେପରି ପୂର୍ବକାଳରେ ଓ ପ୍ରାଚୀନକାଳର
ପୁରୁଷ ପରମ୍ପରା ସମୟରେ ଉଠିଥିଲ, ସେହିପରି ଜାଗ।
ରାହାବକୁ ଯେ ଖଣ୍ଡ ଖଣ୍ଡ କରି କାଟିଥିଲେ
ଓ ନାଗକୁ ଯେ ବିଦ୍ଧ କରିଥିଲେ, ସେହି ପ୍ରଭୁ ତୁମ୍ଭେ ନୁହଁ କି?
10 ଯେ ସମୁଦ୍ରକୁ ଓ ଗଭୀରତମ ବାରିଧିର ଜଳରାଶିକୁ ଶୁଷ୍କ କଲେ,
ଯେ ମୁକ୍ତିପ୍ରାପ୍ତ ଲୋକମାନଙ୍କର ପାର ହେବା ପାଇଁ
ସମୁଦ୍ରର ଗଭୀରତମ ସ୍ଥାନ ପଥ କଲେ, ସେହି ପ୍ରଭୁ ତୁମ୍ଭେ ନୁହଁ କି?
11 ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ,
ଆନନ୍ଦ ଗାନ କରି ସିୟୋନରେ ଉପସ୍ଥିତ ହେବେ।
ଚିର ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ।
ସେମାନେ ଆନନ୍ଦ
ଓ ଉଲ୍ଲାସ ପ୍ରାପ୍ତ ହେବେ
ଏବଂ ଦୁଃଖ ଶୋକ ସୁଦୂରଗାମୀ ହେବ।
12 ସଦାପ୍ରଭୁ କୁହନ୍ତି, “ଆମ୍ଭେ ହେଉଛୁ ସେହି ଯେ ତୁମ୍ଭମାନଙ୍କୁ ସାନ୍ତ୍ୱନା ଦିଅନ୍ତି,
ତେବେ ତୁମ୍ଭେ କାହିଁକି ମରଣଶୀଳ ମାନବ ଯେ କି ତୃଣତୁଲ୍ୟ
ଏପରି ମାନବର ସନ୍ତାନକୁ ଭୟ କରୁଅଛ?”
13 ସଦାପ୍ରଭୁ ଯେ ଏହି ଆକାଶମଣ୍ଡଳ ବିସ୍ତାର କରିଅଛନ୍ତି,
ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛନ୍ତି
ଓ ତୁମ୍ଭର ନିର୍ମାଣକର୍ତ୍ତା, ତୁମ୍ଭେ ତାଙ୍କୁ ଭୁଲିଅଛ।
ତେଣୁ ତୁମ୍ଭେ ଦିନଯାକ ନିରନ୍ତର ସେମାନଙ୍କୁ ଭୟ କରୁଅଛ
ଯେ ତୁମ୍ଭକୁ ବିନାଶ କରିବାକୁ ଉଦ୍ୟତ ହୋଇ କୋପ କରିଛନ୍ତି।
ମାତ୍ର ସେହି ଉପଦ୍ରବକାରୀ ଏବେ କାହାନ୍ତି
ଓ ତାଙ୍କର କୋପ କାହିଁ?
14 ନିର୍ବାସିତ ବନ୍ଦୀ ଶୀଘ୍ର ମୁକ୍ତ ହେବ।
ପୁଣି ସେ ମରି ଗର୍ତ୍ତକୁ ଯିବ ନାହିଁ।
କିମ୍ବା ତାହାର ଖାଦ୍ୟର ଅଭାବ ହେବ ନାହିଁ।
15 “ତରଙ୍ଗଗୁଡ଼ିକୁ ଗର୍ଜନ କରିବାକୁ ଯେ ସମୁଦ୍ରକୁ ଆଲୋଡ଼ିତ କରନ୍ତି।
ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଟୁ।”
ତାଙ୍କର ନାମ ସର୍ବଶକ୍ତିମାନ ସଦାପ୍ରଭୁ।
16 “ହେ ମୋର ସେବକ ଇସ୍ରାଏଲ, ଆମ୍ଭେ ତୁମ୍ଭ ମୁଖରେ ଆମ୍ଭର ବାକ୍ୟ ରଖିଅଛୁ ଓ ଆମ୍ଭର ହସ୍ତର ଛାୟାରେ ତୁମ୍ଭକୁ ଆଚ୍ଛାଦନ କରିଅଛୁ। ତୁମ୍ଭେ ସିୟୋନକୁ ଏହା କହିବ ଯେ, ଆମ୍ଭେ ସ୍ୱର୍ଗମଣ୍ଡଳ ରୋପଣ କରିଅଛୁ ଓ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛୁ, ‘ତୁମ୍ଭେମାନେ ମୋର ସନ୍ତାନ।’”
ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେଲେ
17 ହେ ଯିରୁଶାଲମ, ଉଠ, ଜାଗ, ଛିଡ଼ାହୁଅ!
କାରଣ ସଦାପ୍ରଭୁ ତୁମ୍ଭ ଉପରେ କୋପ କରିଛନ୍ତି।
ତେଣୁ ସେ ତୁମ୍ଭକୁ ଦଣ୍ଡ ଦେଇଛନ୍ତି।
ସେ ଦଣ୍ଡ ଏକ ମଦପାତ୍ର ସଦୃଶ ଓ ତୁମ୍ଭେ ତାହା ପାନ କରିଛ।
ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରୁ କୋପରୂପ ପାନପାତ୍ର ନେଇ ତାହାକୁ ଶେଷ କରିଅଛ।
18 ଯିରୁଶାଲମ ଅନେକ ସନ୍ତାନ ଜନ୍ମ ଦେଇଛି, ମାତ୍ର ସେମାନଙ୍କ ମଧ୍ୟରେ ତାକୁ ବାଟ କଢ଼ାଇ ନେବାକୁ କେହି ନାହାନ୍ତି। ପୁଣି ସେ ଯେଉଁ ସନ୍ତାନଗଣଙ୍କୁ ପାଳନ କରିଅଛି, ସେମାନଙ୍କ ମଧ୍ୟରେ କେହି ତାହା ହାତଧରି ନେବା ପାଇଁ ନାହାନ୍ତି। 19 ଦୁଇଟି ବିଷୟ ତୁମ୍ଭ ପ୍ରତି ଘଟିଅଛି, ଶୂନ୍ୟତା ଓ ବିନାଶ ଏବଂ ଦୁର୍ଭିକ୍ଷ ଓ ଖଡ଼୍ଗ।
ତେଣୁ କିଏ ତୁମ୍ଭ ପାଇଁ ବିଳାପ କରିବ? କିଏ ତୁମ୍ଭକୁ ସାନ୍ତ୍ୱନା ଦେବ? 20 ତୁମ୍ଭର ସନ୍ତାନଗଣ ମୂର୍ଚ୍ଛିତ ହୋଇଅଛନ୍ତି। ସେମାନେ ପ୍ରତ୍ୟେକ ସଡ଼କ ମୁଣ୍ଡରେ ପଡ଼ିଛନ୍ତି ଯେପରି ହରିଣ ଜାଲ ପାଶରେ ଆବଦ୍ଧ ହୁଏ। ସେମାନେ ସଦାପ୍ରଭୁଙ୍କ କୋପରେ ଓ ତୁମ୍ଭ ପରମେଶ୍ୱରଙ୍କ ଧମକରେ ପରିପୂର୍ଣ୍ଣ।
21 ଏଣୁ ଦୟାକରି ଏହା ଶୁଣ, ହେ ଯିରୁଶାଲମ, ତୁମ୍ଭେ ଦ୍ରାକ୍ଷାରସର କୁହୁକରେ ମତ୍ତ ନୁହଁ, କିନ୍ତୁ ତୁମ୍ଭେ ମତ୍ତୁଆଲା ଅଟ।
22 ତୁମ୍ଭ ପ୍ରଭୁ ସଦାପ୍ରଭୁ ଯେ କି ନିଜ ଲୋକମାନଙ୍କର ସପକ୍ଷରେ ସେହି ପରମେଶ୍ୱର ଏହି କଥା କୁହନ୍ତି, “ଦେଖ, ଆମ୍ଭେ ‘କୋପରୂପକ ପାନପାତ୍ର’ ତୁମ୍ଭ ହସ୍ତରୁ କାଢ଼ି ନେଇ ଅଛୁ। ତୁମ୍ଭେ ଆଉ ପାନ କରିବ ନାହିଁ ଅର୍ଥାତ୍ ଆମ୍ଭେ ଆଉ ତୁମ୍ଭକୁ ଦଣ୍ଡ ଦେବୁ ନାହିଁ। 23 ଯେଉଁମାନେ ତୁମ୍ଭକୁ କ୍ଳେଶ ଦେଇଛନ୍ତି, ସେହିମାନଙ୍କ ବିପକ୍ଷରେ ଆମ୍ଭେ ଯିବା। ସେମାନେ ତୁମ୍ଭକୁ କହିଛନ୍ତି, ‘ତୁମ୍ଭେ ନଇଁପଡ଼, ଆମ୍ଭେ ତୁମ୍ଭ ଉପରେ ଗମନ କରିବୁ।’ ପୁଣି ତୁମ୍ଭେମାନେ ଭୂମି ଓ ସଡ଼କପରି ପିଠି ପାତି ଦେଇଛ ଏବଂ ସେମାନେ ତୁମ୍ଭମାନଙ୍କ ଉପରେ ଗମନା ଗମନ କରିଛନ୍ତି।”
ଇସ୍ରାଏଲ ସୁରକ୍ଷିତ ହେବ
52 ହେ ସିୟୋନ, ଉଠ, ଜାଗ,
ଆପଣା ବଳ ପରିଧାନ କର।
ହେ ପବିତ୍ର ନଗରୀ, ଯିରୁଶାଲମ!
ତୁମ୍ଭେ ତୁମ୍ଭର ସୁନ୍ଦର ବସ୍ତୁସବୁ ପରିଧାନ କର।
କାରଣ ଏହି ସମୟ ମଧ୍ୟରେ ତୁମ୍ଭ ମଧ୍ୟକୁ ଅନୁନ୍ନତ ଓ ଅଶୁଚି ଲୋକ ଆସିବେ ନାହିଁ।
2 ତୁମ୍ଭେ ନିଜ ଦେହର ଧୂଳି ଝାଡ଼ି ଦିଅ,
ହେ ସିୟୋନର ବନ୍ଦୀନି କନ୍ୟା ଯିରୁଶାଲମ!
ଉଠ, ତୁମ୍ଭ ଗଳାର ସେ ବନ୍ଧନକୁ ଢିଲା କର।
3 ସଦାପ୍ରଭୁ ଏହି କଥା କୁହନ୍ତି,
“ତୁମ୍ଭେମାନେ ବିନା ମୂଲ୍ୟରେ ବିବ୍ରତ ହୋଇଥିଲ,
ଆଉ ବିନା ମୂଲ୍ୟରେ ମୁକ୍ତ ହେବ।”
4 ସଦାପ୍ରଭୁ ମୋର ପ୍ରଭୁ କୁହନ୍ତି, “ଆମ୍ଭର ଲୋକମାନେ ପ୍ରବାସ କରିବାକୁ ମିଶର ଯାଇଥିଲେ। ମାତ୍ର ଅଶୂରୀୟମାନେ ବିନା କାରଣରେ ସେମାନଙ୍କ ଉପରେ ଅତ୍ୟାଗ୍ଭର କଲେ।” 5 ସଦାପ୍ରଭୁ କୁହନ୍ତି, “ବର୍ତ୍ତମାନ ଦେଖ, କ’ଣ ସବୁ ଘଟୁଅଛି। ବିନା କାରଣରେ ମୋର ଲୋକମାନଙ୍କୁ ନିଆ ଯାଉଅଛି। ସେମାନଙ୍କ ଉପରେ ସେହି ଶାସକଗଣ ଗର୍ଜନ କରୁଛନ୍ତି ଓ ଆମ୍ଭର ନାମକୁ ଦିନସାରା ନିରନ୍ତର ନିନ୍ଦା କରୁଛନ୍ତି।”
6 ତେଣୁ ସଦାପ୍ରଭୁ କୁହନ୍ତି, “ଏହି କାରଣରୁ ଆମ୍ଭର ଲୋକମାନେ ଆମ୍ଭର ନାମ ଜାଣିବେ। ଏଥିପାଇଁ ଯେ କଥା କୁହନ୍ତି, ସେହି ଯେ ଆମ୍ଭେ ଅଟୁ, ଏହା ସେମାନେ ସେହି ଦିନ ଜାଣିବେ। ହଁ ଦେଖ, ଆମ୍ଭେ ସେହି।”
7 ଯେଉଁ ବ୍ୟକ୍ତି ସୁସମାଗ୍ଭର ଆଣୁଅଛି, ଯିଏ ଶାନ୍ତି ପ୍ରଗ୍ଭର କରୁଅଛି, ଯିଏ ମଙ୍ଗଳ ସୁସମାଗ୍ଭର ଆଣୁଅଛି, ଯିଏ ପରିତ୍ରାଣ ପ୍ରଗ୍ଭର କରୁଅଛି ଓ ଯିଏ ସିୟୋନକୁ “ତୁମ୍ଭ ପରମେଶ୍ୱର ରାଜ୍ୟ କରନ୍ତି ବୋଲି କହୁଅଛି, ସେହି ଶାନ୍ତିଦୂତର ଚରଣ ପର୍ବତଗଣ ଉପରେ ସ୍ୱାଗତ ଯୋଗ୍ୟ।”
8 ଶୁଣ, ତୁମ୍ଭ ପ୍ରହରୀଗଣ ଉଚ୍ଚସ୍ୱରରେ ଚିତ୍କାର କରୁଛନ୍ତି।
ସେମାନେ ଏକତ୍ର ଆନନ୍ଦଧ୍ୱନି କରୁଛନ୍ତି।
କାରଣ ସେମାନେ ପ୍ରତ୍ୟେକ ସ୍ୱଚକ୍ଷୁରେ ସଦାପ୍ରଭୁଙ୍କ ସିୟୋନକୁ ପ୍ରତ୍ୟାବର୍ତ୍ତନ ଦେଖୁଛନ୍ତି।
9 ହେ ଯିରୁଶାଲମର ଧ୍ୱଂସାବଶେଷ ସ୍ଥାନସକଳ, ଉଚ୍ଚସ୍ୱରରେ ଆନନ୍ଦଧ୍ୱନି କର।
ଏକତ୍ର ଗାନ କର, କାରଣ ସଦାପ୍ରଭୁ ନିଜର ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି
ଓ ସେ ଯିରୁଶାଲମକୁ ମୁକ୍ତ କରିଅଛନ୍ତି।
10 ସଦାପ୍ରଭୁ ସର୍ବଦେଶୀୟଙ୍କ ସମ୍ମୁଖରେ ତାଙ୍କର ପବିତ୍ର ବାହୁ ଅନାବୃତ କରିଛନ୍ତି
ଓ ପୃଥିବୀର ପ୍ରତ୍ୟେକ ତାଙ୍କର ପରିତ୍ରାଣ ଦେଖିବେ।
11 ତୁମ୍ଭେମାନେ ପ୍ରସ୍ଥାନ କର, ପ୍ରସ୍ଥାନ କର।
ବାବିଲରୁ ବାହାରି ଯାଅ, ଅଶୁଚି ବସ୍ତୁ ଛୁଅ ନାହିଁ।
ତୁମ୍ଭେମାନେ ତା'ମଧ୍ୟରୁ ଗ୍ଭଲିଯାଅ।
ହେ ସଦାପ୍ରଭୁଙ୍କ ଯାଜକଗଣ,
ତୁମ୍ଭେମାନେ ଶୁଚି ହୁଅ।
12 ତୁମ୍ଭେମାନେ ତରତର ହୋଇ ଯାଅ ନାହିଁ
କିମ୍ବା ତୁମ୍ଭେମାନେ ପଳାତକପରି ପଳାୟନ କରିବ ନାହିଁ।
ସଦାପ୍ରଭୁ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବେ,
ଇସ୍ରାଏଲର ପରମେଶ୍ୱର ତୁମ୍ଭମାନଙ୍କର ଅନୁସରଣ କରିବେ।
13 “ଆମ୍ଭର ଦାସକୁ ଦେଖ, ସେ ସୁବିବେଚନା ପୂର୍ବକ ବ୍ୟବହାର କରିବେ। ସେ ଉନ୍ନତ, ଉଚ୍ଚପଦ ପ୍ରାପ୍ତ ଓ ମହିମାନ୍ୱିତ ହେବେ। 14 “ଅନେକ ଆମ୍ଭର ସେବକକୁ ଦେଖି ବିବ୍ରତ ହେବେ। କାରଣ ତାଙ୍କର ଆକୃତି ମନୁଷ୍ୟ ଆକୃତିଠାରୁ ଏପରି ବିକୃତ ହେବ ଯେ ତାଙ୍କୁ ଅନେକ ମନୁଷ୍ୟ ବୋଲି ଚିହ୍ନିବେ ନାହିଁ। 15 ତେଣୁ ସେ ଅନେକ ଦେଶୀୟମାନଙ୍କୁ ଚମକାଇ ଦେବେ। ରାଜାମାନେ ତାଙ୍କ ସମ୍ମୁଖରେ ନିଜ ନିଜ ମୁଖ ବନ୍ଦ ରଖିବେ। କାରଣ ଯାହା ସେମାନଙ୍କୁ କୁହାଯାଇ ନ ଥିଲା, ତାହା ସେମାନେ ଦେଖିବେ ଓ ଯାହା ସେମାନେ ଶୁଣି ନ ଥିଲେ ତାହା ସେମାନେ ବୁଝିବେ।”
53 ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି? ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି?
2 କାରଣ ସେ ତାହାଙ୍କ ଦୃଷ୍ଟିରେ ଗ୍ଭରା ତୁଲ୍ୟ ଓ ଶୁଷ୍କ ଭୂମିରେ ଉତ୍ପନ୍ନ ମୂଳତୁଲ୍ୟ ବଢ଼ିଲେ। ତାଙ୍କର ଐଶ୍ୱର୍ଯ୍ୟ କି ରୂପ, ଯାହାକୁ ଆମ୍ଭେ ଦେଖି ପାରିବା, ତାଙ୍କର ସୌନ୍ଦର୍ଯ୍ୟ ନାହିଁ, ଯାହା ଆମ୍ଭକୁ ଆକର୍ଷଣ କରିବ। 3 ଲୋକମାନେ ତାଙ୍କୁ ଘୃଣା କଲେ ଓ ବନ୍ଧୁମାନେ ତାଙ୍କୁ ପରିତ୍ୟାଗ କଲେ। ସେ ଦୁଃଖ ଓ ଶୋକ ସହିତ ପରିଚିତ ହେଲେ। ସେ ଲୋକମାନଙ୍କଠାରୁ ନିଜ ମୁଖ ଲୁଗ୍ଭଇ ରଖିଲେ। ସେ ଘୃଣିତ ହେଲେ ଏବଂ ଆମ୍ଭେମାନେ ତାଙ୍କୁ ସମ୍ମାନ ଦେଲୁ ନାହିଁ।
4 ମାତ୍ର ସେ ଆମ୍ଭର ଦୁଃଖ ଯାତନା ସବୁ ଧାରଣ କରିଛନ୍ତି ଓ ଆମ୍ଭମାନଙ୍କର ବ୍ୟଥାଗୁଡ଼ିକୁ ବହନ କରିଛନ୍ତି। ତଥାପି ଆମ୍ଭେମାନେ ତାଙ୍କୁ ପରମେଶ୍ୱରଙ୍କ ଦ୍ୱାରା ନିର୍ଯ୍ୟାତିତ ଓ ଦୁଃଖଗ୍ରସ୍ତ ବୋଲି ଭାବିଲୁ। 5 ମାତ୍ର ସେ ଆମ୍ଭମାନଙ୍କ ପାପ ଏବଂ ଅପରାଧ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଭୁଲ୍ କାର୍ଯ୍ୟ ପାଇଁ ସେ ଚୂର୍ଣ୍ଣ ହେଲେ। ସେ ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତିକୁ ଆପଣାର କରିଦେଲେ। ତାଙ୍କର କ୍ଷତରେ ଆମ୍ଭେମାନେ ଆରୋଗ୍ୟ ଲାଭ କଲୁ। 6 ମାତ୍ର ଆମ୍ଭେମାନେ ସମସ୍ତେ ମେଷପଲ ସଦୃଶ ବିପଥରେ ବୁଲିଲୁ। ଆମ୍ଭେମାନେ ପ୍ରତ୍ୟେକ ନିଜ ନିଜ ପଥରେ ଯାଇଅଛୁ। ଆମ୍ଭ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ପାପର ବୋଝ ମୁଣ୍ଡରେ ନେଇ ଯାଇଛନ୍ତି।
7 ସେ ଆହତ ହେଲେ ଓ ପ୍ରହାରିତ ହେଲେ, ତଥାପି ସେ ନମ୍ର ହୋଇ ନୀରବ ରହିଲେ। ବଧଭୂମିକୁ ନିଆ ଯାଉଥିବା ମେଷ ଶାବକ ତୁଲ୍ୟ ଓ ଲୋମ ଛେଦନକାରୀଙ୍କ ସମ୍ମୁଖରେ ନିରୀହ ମେଷ ତୁଲ୍ୟ ସେ ନିଜର ମୁଖ ଫିଟାଇଲେ ନାହିଁ। 8 ଲୋକମାନେ ବଳପୂର୍ବକ ତାଙ୍କୁ ବିଗ୍ଭର ପାଇଁ ଧରି ନେଲେ ଓ ଉପଯୁକ୍ତ ବିଗ୍ଭର ତାଙ୍କ ପାଇଁ କରାଗଲା ନାହିଁ। ପୁଣି ସେ ଜୀବିତ ଲୋକମାନଙ୍କ ଦେଶରୁ ଦଣ୍ଡିତ ହେଲେ ଓ ସେ ସମୟରେ କିଏ ତାଙ୍କ ପ୍ରତି ସୁବିବେଚନା କଲା? ଆମ୍ଭ ଲୋକମାନଙ୍କର ପାପ ପାଇଁ ସେ ପ୍ରହାରିତ ହେଲେ। 9 ସେ ମୃତ୍ୟୁବରଣ କଲେ ଓ ଧନୀମାନଙ୍କ ସହ କବର ନେଲେ। ପୁଣି ଦୁଷ୍ଟଗଣଙ୍କ ସହ ତାଙ୍କର କବର ନିରୂପଣ କରାଗଲା। ଯଦିଓ ତାଙ୍କର କିଛି ଛଳ ନ ଥିଲା ଓ ସେ ମିଥ୍ୟା କହି ନ ଥିଲେ, ତଥାପି ତାଙ୍କ ପ୍ରତି ଏହିପରି ଦୌରାତ୍ମ୍ୟ କରାଗଲା।
10 ତଥାପି ତାକୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁ ସ୍ଥିର କଲେ। ସେ ତାହାକୁ ଦୁଃଖଗ୍ରସ୍ତ କଲେ। ତେଣୁ ତୁମ୍ଭେ ତାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣା ବଂଶ ଦେଖିବେ, ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କ ଇଷ୍ଟ ସିଦ୍ଧ ହେବ। 11 ଭୟଙ୍କର ଯାତନା ପରେ ମଧ୍ୟ ସେ ତୃପ୍ତ ହେବେ। ସେ ନିଜର ଜ୍ଞାନ ବଳରେ ପରିତୃପ୍ତ ହେବେ।
“ନିଜର ଧାର୍ମିକ ଦାସ ଅନେକଙ୍କୁ ଧାର୍ମିକ କରିବେ ଓ ସେ ସେମାନଙ୍କର ଅପରାଧ ବହନ କରିବେ। 12 ଏହି କାରଣରୁ ଆମ୍ଭେ ମହତମାନଙ୍କ ମଧ୍ୟରେ ତାଙ୍କୁ ଭାରି କରାଇବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟ ଭାଗ କରି ନେବେ। କାରଣ ସେ ମୃତ୍ୟୁ ମୁଖରେ ତାଙ୍କର ଜୀବନ ଦେଇ ଦେଲେ ଓ ଅଧାର୍ମିକମାନଙ୍କ ସହିତ ପରିଗଣିତ ହେଲେ। ତଥାପି ସେ ଅନେକଙ୍କ ପାପଭାର ବହନ କଲେ ଓ ଅଧାର୍ମିକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ।”
2010 by World Bible Translation Center