Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଦ୍ୱିତୀୟ ବିବରଣ 11-13

ସଦାପ୍ରଭୁଙ୍କୁ ସ୍ମରଣ କର

11 “ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କରିବା ଉଚିତ୍। ତୁମ୍ଭେମାନେ ତାଙ୍କର ବ୍ୟବସ୍ଥା, ବିଧି ଓ ଆଦେଶ ସବୁ ସର୍ବଦା ପାଳନ କରିବା ଉଚିତ୍। ଆଜି ମନେରଖ ତୁମ୍ଭଙ୍କୁ ଶିକ୍ଷା ଦେବା ପାଇଁ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ଯେଉଁସବୁ ଆଶ୍ଚର୍ଯ୍ୟଜନକ କର୍ମ କରିଛନ୍ତି। ସେ ହେଉଛି ତୁମ୍ଭେ ଏବଂ ତୁମ୍ଭର ପିଲାମାନେ ନୁହନ୍ତି ସେହି ସମସ୍ତ ବିଷୟ ଘଟିବାର ଦେଖିଲ ଏବଂ ତା’ ମାଧ୍ୟମରେ ବଞ୍ଚିଲ। ତୁମ୍ଭେ ଦେଖିଛ ସେ କେତେ ଶକ୍ତିଶାଳୀ ଏବଂ ଆଶ୍ଚର୍ଯ୍ୟ କର୍ମ ସେ କରନ୍ତି। ତୁମ୍ଭେମାନେ ତାଙ୍କର ସମସ୍ତ ଚିହ୍ନ ଓ ଆଶ୍ଚର୍ଯ୍ୟ କାର୍ଯ୍ୟସବୁ ଦେଖିଛ, ସେ ମିଶରର ରାଜା ଫାରୋଙ୍କୁ ଏବଂ ସମଗ୍ର ମିଶରକୁ କ’ଣ କଲେ, ତୁମ୍ଭେମାନେ ଦେଖିଛ। ତୁମ୍ଭର ପିଲାମାନେ ଜାଣି ନାହାନ୍ତି କିନ୍ତୁ ତୁମ୍ଭେମାନେ ଜାଣିଛ ଓ ଦେଖିଛ ଯେ, ପରମେଶ୍ୱର ମିଶରର ସୈନ୍ୟ, ତାଙ୍କର ଅଶ୍ୱାରୋହୀ ଓ ରଥାରୋହୀମାନଙ୍କୁ କିପରି ଭାବେ ସୂଫସାଗରରେ ନିକ୍ଷେପ କରିଛନ୍ତି। ତୁମ୍ଭେମାନେ ଦେଖିଛ ଯେ ସଦାପ୍ରଭୁ ସେମାନଙ୍କୁ କିଭଳି ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଛନ୍ତି। ଏହି ସ୍ଥାନରେ ନ ପହଞ୍ଚିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପାଇଁ ସେ ମରୁଭୂମିରେ ଯାହା କଲେ ତୁମ୍ଭେମାନେ ସବୁକିଛି ଦେଖିଲ। ତୁମ୍ଭେମାନେ ଦେଖିଛ ରୁବେ‌ନ୍‌ର ପୁତ୍ର ଇଲୀୟାବର ସନ୍ତାନ ଦାଥନୁ ଓ ଅବୀରାମ ପ୍ରତି ଯାହା ଯାହାସବୁ ସେ କରିଛନ୍ତି, ପୃଥିବୀ ଯେପରି ଆପଣା ମୁଖ ବିସ୍ତାର କରି ସମସ୍ତ ଇସ୍ରାଏଲ ମଧ୍ୟବର୍ତ୍ତୀ ସେମାନଙ୍କୁ ଓ ସେମାନଙ୍କ ପରିଜନବର୍ଗଙ୍କୁ ଓ ସେମାନଙ୍କ ତମ୍ବୁ ଓ ସେମାନଙ୍କ ପଶ୍ଚା‌ତ୍‌ବର୍ତ୍ତୀ ସମସ୍ତ ପ୍ରାଣୀକୁ ଗ୍ରାସ କଲା, ଏ ସମସ୍ତ ତୁମ୍ଭର ପିଲାମାନେ ଦେଖି ନାହାନ୍ତି। ତୁମ୍ଭେମାନେ ସଦାପ୍ରଭୁଙ୍କର ସମସ୍ତ ମହାନ କର୍ମ ଦେଖିଅଛ।

“ତେଣୁ ତୁମ୍ଭେମାନେ ତାଙ୍କର ସମସ୍ତ ନିର୍ଦ୍ଦେଶ ମାନିବ, ମୁଁ ଯାହାସବୁ ତୁମ୍ଭମାନଙ୍କୁ କହିବି। ତେବେ ତୁମ୍ଭେମାନେ ଶକ୍ତିଶାଳୀ ହେବ ଏବଂ ଯେଉଁ ଦେଶ ଅଧିକାର କରିବାକୁ ଯର୍ଦ୍ଦନ ପାର ହୋଇ ଯାଉଅଛ ତହିଁରେ ପ୍ରବେଶ କରି ଅଧିକାର କରିବ। ସେଥିପାଇଁ ତୁମ୍ଭେମାନେ ସେହି ଦୁ‌‌ଗ୍‌‌ଧମଧୁପ୍ରବାହୀତ ଦେଶରେ ଦୀର୍ଘ ଦିନ ବାସ କରିବ। ଏହି ଦେଶ ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଓ ସେମାନଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। 10 ପନିପରିବା ବଗିଗ୍ଭରେ ଯେପରି ବୀଜ ବପନ କର, ସେହିପରି ମିଶର ଦେଶର ଗ୍ଭରାଗଛରେ ତୁମ୍ଭେମାନେ ପାଣି ଦେଉଥିଲ, ଯେଉଁଠାରୁ ତୁମ୍ଭେମାନେ ବାହାରି ଆସିଛ। ମାତ୍ର ଯେଉଁ ଦେଶ ଅଧିକାର କରିବାକୁ ଯାଉଛ ତାହା ସେପରି ନୁହେଁ। 11 ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ପର୍ବତ ଓ ସମସ୍ଥଳୀମୟ ଦେଶ ପୁଣି ତାହା ଆକାଶରୁ ବୃଷ୍ଟିଜଳ ପାନ କରେ। 12 ସେହି ଦେଶ ବିଷୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମନୋଯୋଗ କରନ୍ତି। ବର୍ଷର ଆରମ୍ଭରୁ ବର୍ଷର ଶେଷ ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟି ତହିଁ ଉପରେ ସର୍ବଦା ଥାଏ।

13 “ସଦାପ୍ରଭୁ କହିଲେ, ‘ତୁମ୍ଭେମାନେ ଯତ୍ନ ସହକାରେ ଆଜି ମୁଁ ତୁମ୍ଭମାନଙ୍କୁ ଯାହା କହୁଅଛି ଶୁଣ। ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କର। ତୁମ୍ଭେମାନେ ଅନ୍ତଃକରଣ ଓ ପ୍ରାଣ ସହିତ ସେବା କର। ଯଦି ତୁମ୍ଭେ ଏପରି କର ତେବେ, 14 ଆମ୍ଭେ ଉପଯୁକ୍ତ ସମୟରେ ତୁମ୍ଭ ଦେଶରେ ବୃଷ୍ଟି କରାଇବ। ଅର୍ଥାତ୍ ଆଦ୍ୟବୃଷ୍ଟି ଓ ଶେଷବୃଷ୍ଟି କରିବା। ତହିଁରେ ତୁମ୍ଭେ ଆପଣା ଶସ୍ୟ ଓ ଆପଣା ଦ୍ରାକ୍ଷାରସ ଓ ଆପଣାର ତୈଳ ସଂଗ୍ରହ କରି ପାରିବ। 15 ମୁଁ ତୁମ୍ଭ ପଶୁଗଣ ନିମନ୍ତେ ତୁମ୍ଭମାନଙ୍କ କ୍ଷେତ୍ରରେ ତୃଣ ଦେବି। ତୁମ୍ଭମାନଙ୍କର ଭୋଜନ କରିବାକୁ ଯଥେଷ୍ଟ ହେବ ଏବଂ ତୃପ୍ତ ହେବ।’

16 “ନିଜ ନିଜ ବିଷୟରେ ସାବଧାନ ହୁଅ। ତୁମ୍ଭମାନଙ୍କର ହୃଦୟକୁ ପ୍ରଲୋଭିତ କର ନାହିଁ ଏବଂ ବିପଥରେ ଯିବାକୁ ଏବଂ ଅନ୍ୟ ଦେବତାଗଣର ସେବା କରିବାକୁ ଓ ଉପାସନା କରିବାକୁ ଦିଅ ନାହିଁ। 17 ଯଦି ତୁମ୍ଭେମାନେ ଏପରି କର, ତେବେ ସଦାପ୍ରଭୁଙ୍କର କ୍ରୋଧ ତୁମ୍ଭମାନଙ୍କ ପ୍ରତି ପ୍ରଜ୍ୱଳିତ ହେବ। ଏବଂ ସେ ଆକାଶ ରୁଦ୍ଧ କଲେ ବର୍ଷା ହେବ ନାହିଁ ଓ ଭୂମି ନିଜ ଫଳ ପ୍ରଦାନ କରିବ ନାହିଁ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଉଛନ୍ତି, ତହିଁରୁ ତୁମ୍ଭେମାନେ ଶୀଘ୍ର ଉଚ୍ଛିନ୍ନ ହେବ।

18 “ଏଣୁ ତୁମ୍ଭେମାନେ ମୋହର ସେହି ସକଳ ବାକ୍ୟ ନିଜ ନିଜ ହୃଦୟରେ ଧାରଣ କର (ହୃଦୟରେ ଲିପିବଦ୍ଧ କର)। ନିଜ ନିଜ ହସ୍ତରେ ବାନ୍ଧି ରଖ ଓ ତାହା ତୁମ୍ଭମାନଙ୍କର ଚକ୍ଷୁ ଦ୍ୱୟରେ ଭୂଷଣ ସ୍ୱରୂପ ହେଉ। 19 ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଏବଂ ବାଟରେ ଗ୍ଭଲିବା ବେଳେ ଶୋଇବା ବେଳେ ଓ ଉଠିବା ବେଳେ ଏହି ସମସ୍ତ ବିଷୟରେ କଥାବାର୍ତ୍ତା କରି ଆପଣା ଆପଣା ସନ୍ତାନମାନଙ୍କୁ ଶିକ୍ଷା ଦେବ। 20 ତୁମ୍ଭେ ଆପଣା ଗୃହଦ୍ୱାରରେ ଥିବା ଚଉକାଠରେ ଓ ବାହାର ଦ୍ୱାରରେ ତାହା ଲେଖିବ। 21 ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଯେଉଁ ଦେଶ ଦେବାକୁ ଶପଥ କରିଅଛନ୍ତି, ତହିଁରେ ତୁମ୍ଭମାନଙ୍କ ଅବସ୍ଥିତି କାଳ ଓ ତୁମ୍ଭମାନଙ୍କ ସନ୍ତାନଗଣର ଅବସ୍ଥିତିକାଳ ଭୂମଣ୍ତଳ ଉପରେ ଆକାଶ ମଣ୍ତଳର ଅବସ୍ଥିତିକାଳ ତୁଲ୍ୟ ହେବ।

22 “କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ତାହାଙ୍କ ସମସ୍ତ ପଥରେ ଗ୍ଭଲିବାକୁ ଓ ତାହାଙ୍କଠାରେ ଦୃଢ଼ରୂପେ ଆସକ୍ତ ହେବାକୁ ଏହି ଯେଉଁ ସମସ୍ତ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ପାଳନ କରିବାକୁ ଦେଉଅଛି, ତାହା ଯଦି ତୁମ୍ଭେମାନେ ଯତ୍ନପୂର୍ବକ ପାଳନ କରିବ, 23 ତେବେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରୁ ଏହିସବୁ ଗୋଷ୍ଠୀୟ ଲୋକମାନଙ୍କୁ ତଡ଼ି ଦେବେ, ଏବଂ ତୁମ୍ଭେମାନେ, ତୁମ୍ଭମାନଙ୍କଠାରୁ ଅଧିକ ବଳବାନ ଲୋକମାନଙ୍କୁ ପରାସ୍ତ କରିବ ଏବଂ ତାଙ୍କର ଦେଶକୁ ଅଧିକାର କରିବ। 24 ଯେଉଁଠାରେ ତୁମ୍ଭର ପାଦ ପଡ଼ିବ, ସେ ସ୍ଥାନ ତୁମ୍ଭମାନଙ୍କର ହେବ। ପ୍ରାନ୍ତରରୁ ଲିବାନୋନ ପର୍ଯ୍ୟନ୍ତ ଏବଂ ଫରାତ୍ ନଦୀଠାରୁ ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ତୁମ୍ଭମାନଙ୍କର ସୀମା ହେବ। 25 ତୁମ୍ଭମାନଙ୍କ ବିପକ୍ଷରେ କୌଣସି ମନୁଷ୍ୟ ଛିଡ଼ା ହେବାକୁ ସକ୍ଷମ ହେବ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତାଙ୍କର ପ୍ରତିଜ୍ଞାନୁସାରେ ସମଗ୍ର ଦେଶରେ ତୁମ୍ଭେ ଯେଉଁଠିକୁ ଯାଅ, ତୁମ୍ଭ ପ୍ରତି ସମସ୍ତଙ୍କର ଭୟ ଓ ଆଶାଙ୍କିତ ସୃଷ୍ଟି କରିବେ।

ଇସ୍ରାଏଲଙ୍କର ପସନ୍ଦ: ଆଶୀର୍ବାଦ ବା ଅଭିଶାପ

26 “ଆଜି ତୁମ୍ଭମାନଙ୍କ ସମ୍ମୁଖରେ ଆଶୀର୍ବାଦ ଓ ଅଭିଶାପ ରଖୁଛି ତୁମ୍ଭେମାନେ ସେଥିରୁ ଗୋଟିଏକୁ ବାଛ। 27 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଜ୍ଞାମାନ ଯଦି ମାନ, ଯାହା ମୁଁ ତୁମ୍ଭମାନଙ୍କୁ ଆଜି କହିବି, ତେବେ ତୁମ୍ଭେମାନେ ଆଶୀର୍ବୀଦ ପାଇବ। 28 ଯଦି ତୁମ୍ଭେମାନେ ତାହା ସବୁ ପାଳନ ନ କର ତେବେ ତୁମ୍ଭେମାନେ ଅଭିଶାପ ପାଇବ। ଯଦି ତୁମ୍ଭେମାନେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଆଜ୍ଞା ପାଳନ ନ କର ଓ ଅନ୍ୟ ଦେଶୀୟ ଦେବଗଣଙ୍କର ପଶ୍ଚା‌ତ୍‌ଗମନ କର, ତେବେ ଅଭିଶାପ ପାଇବ।

29 “ଆଉ ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଛ, ସେହି ଦେଶରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯେଉଁ ସମୟରେ ତୁମ୍ଭମାନଙ୍କୁ ପ୍ରବେଶ କରାଇବେ, ସେ ସମୟରେ ତୁମ୍ଭେ ଗରିଷୀମ ପର୍ବତରେ ସେହି ଆଶୀର୍ବାଦ ଓ ଏବଲ୍ ପର୍ବତରେ ସେହି ଅଭିଶାପ ରଖିବ। 30 ସେହି ଦୁଇ ପର୍ବତ କି ଯର୍ଦ୍ଦନର ସେପାରି ସୂର୍ଯ୍ୟାସ୍ତ ପଥ ପ୍ରାନ୍ତରେ ଗି‌‌ଲ୍‌‌ଗଲ୍ ସମ୍ମୁଖସ୍ଥ ପଦାନିବାସୀ କିଣାନୀୟମାନଙ୍କ ଦେଶରେ ମୋରିର ଅଲୋ‌ନ୍‌ତୋଟା ନିକଟରେ ନାହିଁ। 31 କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଉ ଅଛନ୍ତି, ତହିଁରେ ପ୍ରବେଶ କରି ତାହା ଅଧିକାର କରିବା ନିମନ୍ତେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇଯିବ। ପୁଣି ତୁମ୍ଭେମାନେ ତାହା ଅଧିକାର କରିବ ଓ ତହିଁରେ ବାସ କରିବ। 32 ଏଥିପାଇଁ ତୁମ୍ଭେମାନେ ସମସ୍ତ ବ୍ୟବସ୍ଥା ଓ ବିଧି ପାଳନ କରିବ, ଯାହା ମୁଁ ତୁମ୍ଭମାନଙ୍କୁ ଆଜି କହିବି।

ସଦାପ୍ରଭୁଙ୍କର ଉପାସନାସ୍ଥଳ

12 “ଏହି ନିୟମ ବିଧିସବୁ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ଏହି ନୂତନ ଦେଶରେ ମାନିବାକୁ ହେବ। ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ଅଧିକାର ନିମନ୍ତେ ଯେଉଁ ଦେଶ ଦେଇଛନ୍ତି, ସେହି ଦେଶରେ ଜୀବିତ ଥିବା ପର୍ଯ୍ୟନ୍ତ ତାଙ୍କର ଏହି ବିଧିସକଳ ମାନିବ। ତୁମ୍ଭେମାନେ ଯେଉଁ ଗୋଷ୍ଠୀୟମାନଙ୍କୁ ଅଧିକାର କରିବ, ସେମାନଙ୍କର ଉଚ୍ଚ ପର୍ବତଗଣ ଉପରେ ଓ ଉପପର୍ବତ ସମୂହ ଉପରେ ଓ ପ୍ରତ୍ୟେକ ସତେଜ ବୃକ୍ଷ ତଳେ, ଯେଉଁସବୁ ସ୍ଥାନରେ ନିଜ ନିଜ ଦେବତାମାନଙ୍କୁ ପୂଜା କଲେ, ସେହି ସକଳ ସ୍ଥାନ ନିଶ୍ଚୟ ବିନଷ୍ଟ କରିବ। ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦି ସକଳ ଭଗ୍ନ କରିବ ଓ ସେମାନଙ୍କର ସ୍ମରଣାର୍ଥକ ପ୍ରସ୍ଥର ସକଳ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତି ସବୁକୁ ଅଗ୍ନିରେ ଦ‌‌ଗ୍‌‌ଧ କରିବ। ସେମାନଙ୍କର ଖୋଦିତ ଦେବ ପ୍ରତିମାଗଣକୁ ହାଣି ପକାଇବ। ସେ ସ୍ଥାନରୁ ସେମାନଙ୍କ ନାମ ଲୋପ କରିବ।

“ସେହି ଲୋକମାନେ ସେମାନଙ୍କର ଦେବଗଣଙ୍କୁ ସେମାନେ ପୂଜା କଲାପରି ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ସେହି ଉପାସନା କର ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସମସ୍ତ ଗୋଷ୍ଠୀ ମଧ୍ୟରୁ ଏକ ସ୍ଥାନ ମନୋନୀତ କରିବେ, ଯେଉଁଠାରେ ତାଙ୍କର ନାମ ଉପାସନା ହେବା ଉଚିତ୍। ତୁମ୍ଭର ସେଠାକୁ ଯିବା ଉଚିତ୍ ଏବଂ ତାଙ୍କୁ ଖୋଜିବା ଉଚିତ୍। ତୁମ୍ଭେମାନେ ସେହି ସ୍ଥାନକୁ ନିଜ ନିଜ ହୋମବଳି ଓ ନିଜ ନିଜ ବଳିଦାନ ଓ ନିଜ ନିଜ ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତୋଳନୀୟ ଉପହାର ନିଜ ନିଜ ମାନତ ଦ୍ରବ୍ୟ, ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଓ ନିଜ ନିଜ ପଶୁପଲର ପ୍ରଥମଜାତ ସମସ୍ତଙ୍କୁ ଆଣିବ। ସେହି ସ୍ଥାନରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ପରିବାର ସଦସ୍ୟଗଣ ସଦାପ୍ରଭୁଙ୍କ ଉପସ୍ଥିତିରେ ଭୋଜନ କରିବ। ତୁମ୍ଭକୁ ଯାହା ପ୍ରାପ୍ତି ହୋଇଛି ସେଥିରେ ଆନନ୍ଦିତ ହୁଅ, ଯେହେତୁ ସଦାପ୍ରଭୁ ତୁମ୍ଭଙ୍କୁ ଆଶୀର୍ବାଦ କରିଛନ୍ତି।

“ଏପରି ତୁମ୍ଭେମାନେ କର ନାହିଁ, ଯାହାର ଦୃଷ୍ଟିରେ ଯାହା ଭଲ, ସେହିପରି ଉପାସନା କର ନାହିଁ, ଯାହା ଆମ୍ଭେ ଏହି ସ୍ଥାନରେ କରୁଅଛୁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭକୁ ଯେଉଁ ବିଶ୍ରାମ ଓ ଅଧିକାର ଦେବେ, ତହିଁରେ ତୁମ୍ଭେମାନେ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହଁ। 10 କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁ ଦେଶ ତୁମ୍ଭମାନଙ୍କୁ ଅଧିକାର କରାଇବେ, ସେଠାକୁ ତୁମ୍ଭେମାନେ ଯେତେବେଳେ ଯର୍ଦ୍ଦନ ପାର ହୋଇଯିବ ଓ ସେଠାରେ ପହଞ୍ଚିବ। ସେ ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତ ଶତ୍ରୁଗଣଠାରୁ ତୁମ୍ଭମାନଙ୍କୁ ବିଶ୍ରାମ ଦେବେ, ଏବଂ ତୁମ୍ଭେମାନେ ନିର୍ଭୟରେ ବାସ କରିବ। 11 ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ନିରୂପିତ କରିବେ ସେହି ସ୍ଥାନକୁ ତୁମ୍ଭେମାନେ ମୋର ଆଜ୍ଞା ଅନୁସାରେ ନିଜ ନିଜ ହୋମ ନୈବେଦ୍ୟ ଓ ନିଜ ନିଜ ବଳିଦାନ, ନିଜ ଆୟର ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତଳନୀୟ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନାସିଲାର ତୁମ୍ଭମାନଙ୍କର ସକଳ ମନୋନୀତ ମାନତ ଆଣିବ। 12 ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସନ୍ତାନ ସନ୍ତତିଗଣ ତୁମ୍ଭମାନଙ୍କର ଦାସଗଣ, ତୁମ୍ଭମାନଙ୍କର ଦାସୀଗଣ ତୁମ୍ଭମାନଙ୍କର ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକର କୌଣସି ଅଂଶ କି ଅଧିକାର ତୁମ୍ଭମାନଙ୍କ ମଧ୍ୟରେ ନ ଥିବା ହେତୁ ସେ ଏପରି ତୁମ୍ଭେ ସମସ୍ତେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ। 13 ସାବଧାନ ହେବ, ଯେଉଁ ସ୍ଥାନସବୁ ଦେଖିବ ପ୍ରତ୍ୟେକ ସ୍ଥାନରେ ହୋମବଳି ଉତ୍ସର୍ଗ କରିବ ନାହିଁ। 14 ତୁମ୍ଭମାନଙ୍କର ଗୋଟିଏ ପରିବାର ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ଯେଉଁସ୍ଥାନ ମନୋନୀତ କରିଛନ୍ତି, କେବଳ ସେହି ସ୍ଥାନରେ ତୁମ୍ଭେମାନେ ତୁମ୍ଭମାନଙ୍କର ହୋମବଳି ଓ ସେ ତୁମ୍ଭକୁ ଯେଉଁସବୁ ଆଜ୍ଞା ଦେଇଛନ୍ତି, ତାହା ସବୁ ସେହିଠାରେ ଉତ୍ସର୍ଗ କରିବା ଉଚିତ୍।

15 “ତୁମ୍ଭେମାନେ ଯେଉଁଠାରେ ବାସ କରିବ, ସେଠାରେ ତୁମ୍ଭେମାନେ କୃଷ୍ଣସାର ଓ ମୃଗ ଜାତୀୟ ସୁସ୍ଥ ପ୍ରାଣୀ ବଧ କରି ଆପଣା ଇଚ୍ଛାମତେ ଖାଇ ପାରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କଠାରୁ ପ୍ରାପ୍ତ ଆଶୀର୍ବାଦ ଅନୁସାରେ ଶୁଚି ଓ ଅଶୁଚି ଲୋକମାନେ ମଧ୍ୟ ଏହି ମାଂସ ଭକ୍ଷ୍ୟଣ କରି ପାରିବେ। 16 ତୁମ୍ଭେମାନେ ରକ୍ତ ଭୋଜନ କରିବ ନାହିଁ। ଜଳତୁଲ୍ୟ ତାହା ଭୂମିରେ ଢାଳି ଦେବ।

17 “କେତେକ ଦ୍ରବ୍ୟ ତୁମ୍ଭେମାନେ ଭକ୍ଷ୍ୟଣ କରିବ ନାହିଁ ଯେଉଁଠାରେ ତୁମ୍ଭେମାନେ ବାସ କରିବ, ସେଗୁଡ଼ିକ ହେଲା, ଯଥା: ଆପଣା ଶସ୍ୟର କି ଦ୍ରାକ୍ଷାରସର କି ତୈଳର ଦଶମାଂଶ କି ଗୋମେଷାଦିର ପ୍ରଥମଜାତ କିମ୍ବା ତୁମ୍ଭ ମନାସିଲାର ପ୍ରତିଜ୍ଞା ଦ୍ରବ୍ୟ କିଅବା ତୁମ୍ଭ ସ୍ୱେଚ୍ଛାଦତ୍ତ ନୈବେଦ୍ୟ, କି ତୁମ୍ଭ ହସ୍ତର ଉତ୍ତୋଳନୀୟ ଉପହାର। 18 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେମାନେ ତାହା ଭୋଜନ କରିବ। ତୁମ୍ଭେ ଓ ତୁମ୍ଭର ପୁତ୍ର ତୁମ୍ଭର କନ୍ୟା ତୁମ୍ଭ ଦାସ ଓ ଦାସୀଗଣ ଏବଂ ନଗରଦ୍ୱାର ମଧ୍ୟବର୍ତ୍ତୀ ଲେବୀୟ ଲୋକ ସେହି ନୈବେଦ୍ୟ ଭୋଜନ କରିବ। ଯେଉଁଗୁଡ଼ିକ ତୁମ୍ଭମାନଙ୍କର କଠିନ ପରିଶ୍ରମର ଫଳ, ତହିଁରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେ ଆନନ୍ଦ କରିବ। 19 ସାବଧାନ ହେବ, ତୁମ୍ଭେମାନେ ଆପଣା ଭୂମିରେ ବାସ କରିବା ଯାଏ ଓ ବଞ୍ଚି ରହିଥିବା ଯାଏ ଲେବୀୟମାନଙ୍କୁ ତ୍ୟାଗ କରିବ ନାହିଁ।

20-21 “ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ, ସେ ତୁମ୍ଭମାନଙ୍କର ଦେଶକୁ ବଢ଼ାଇବେ। ଯେତେବେଳେ ସଦାପ୍ରଭୁ ଏପରି କରିବେ, ତୁମ୍ଭେମାନେ ହୁଏତ ତାଙ୍କର ମନୋନୀତ ସ୍ଥାନର ବହୁ ଦୂରରେ ବାସ କରୁଥିବ। ଏହା ଯଦି ଅଧିକ ଦୂର ହୁଏ, ଏବଂ ତୁମ୍ଭେ ଯଦି ମାଂସ ପାଇଁ ଭୋକିଲା ହୁଅ, ତେବେ ତୁମ୍ଭେମାନେ ସଦାପ୍ରଭୁଙ୍କର ଦତ୍ତ ଯେକୌଣସି ପଶୁର ମାଂସ ଖାଇ ପାରିବ। ତୁମ୍ଭେମାନେ ସେହି ପଶୁକୁ ନିଅ, ତାକୁ ବଧକର ଓ ନିଜ ଫାଟକ ଭିତରେ ଭୋଜନ କର। ମୁଁ ଯେପରି ଆଜ୍ଞା କଲି, ତୁମ୍ଭେମାନେ ଏପରି କରିବା ଉଚିତ୍। ତୁମ୍ଭେମାନେ ଏହି ମାଂସ ଯେଉଁଠାରେ ବାସ କଲେ ମଧ୍ୟ ସେହିଠାରେ ଖାଇ ପାରିବ। 22 ତୁମ୍ଭେମାନେ କୃଷ୍ଣସାର ଓ ହରିଣ ଭୋଜନ କରିବାପରି ଏହି ମାଂସ ଭୋଜନ କରି ପାରିବ। ଶୁଚି ଓ ଅଶୁଚି ଲୋକ ସମସ୍ତେ ଏହା ଭୋଜନ କରି ପାରିବେ। କୃଷ୍ଣସାର ଓ ମୃଗ ମାଂସ ଭୋଜନ ପରି ଶୁଚି ଲୋକ ଓ ଅଶୁଚି ଲୋକେ ସମସ୍ତେ ଏହାକୁ ଭୋଜନ କରି ପାରିବେ। 23 କିନ୍ତୁ ସାବଧାନ, ସେମାନଙ୍କର ରକ୍ତ ଖାଇବ ନାହିଁ। କାରଣ ରକ୍ତହିଁ ପ୍ରାଣ। ଆଉ ମାଂସ ସହିତ ପ୍ରାଣ ଭୋଜନ କରିବ ନାହିଁ। 24 ଜଳ ଢାଳିବା ପରି ରକ୍ତକୁ ଭୂମିରେ ଢାଳି ଦେବ। ତାହାକୁ ଖାଇବ ନାହିଁ। 25 ତୁମ୍ଭେମାନେ ସଦାପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ କର୍ମ କଲେ ତୁମ୍ଭମାନଙ୍କର ଓ ଆପଣା ବଂଶଧରମାନଙ୍କର ମଙ୍ଗଳ ହେବ।

26 “ଯଦି ତୁମ୍ଭେ ସଦାପ୍ରଭୁଙ୍କୁ କିଛି ଦେବାକୁ ଗ୍ଭହୁଁଛ, ତେବେ ତୁମ୍ଭେମାନେ ତାହା ସଦାପ୍ରଭୁଙ୍କର ମନୋନୀତ ସ୍ଥାନକୁ ନେଇଯିବ। 27 ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ମାଂସ ଓ ରକ୍ତ ସମେତ ନିଜ ନିଜର ହୋମବଳି ଉତ୍ସର୍ଗ କରିବ। ତୁମ୍ଭମାନଙ୍କର ବଳିଦାନାଦିର ରକ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ଢଳାଯିବ। ତେବେ ତୁମ୍ଭେମାନେ ସେହି ମାଂସ ଭୋଜନ କରିବ। 28 ସାବଧାନତା ସହକାରେ ମୁଁ ଯେଉଁ ଆଜ୍ଞାମାନ ଦେଲି ତାହା ତୁମ୍ଭେମାନେ ପାଳନ କରିବ। ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ଉତ୍ତମ ଓ ଯଥାର୍ଥ ତାହା କଲେ ତୁମ୍ଭର ଓ ତୁମ୍ଭମାନଙ୍କ ପରେ ତୁମ୍ଭ ବଂଶଧରଗଣର ଯୁଗାନୁସାରେ ମଙ୍ଗଳ ହେବ।

29 “ସଦାପ୍ରଭୁ ତୁମ୍ଭର ପରମେଶ୍ୱର ସେହି ଦେଶସବୁକୁ ଉଚ୍ଛିନ୍ନ କରିବାକୁ ଯାଉଛନ୍ତି, ଯେଉଁମାନଙ୍କର ଭୂମି ତୁମ୍ଭେ ଅଧିକାର କରିବା ପାଇଁ ଯାଉଛ। ତା'ପରେ ତୁମ୍ଭେ ସେମାନଙ୍କୁ ଅଧିକାର କରି ସେମାନଙ୍କ ଦେଶରେ ବାସ କରିବ। 30 ସେମାନଙ୍କୁ ବିନାଶ କଲାପରେ, ତୁମ୍ଭେମାନେ ବହୁତ ସାବଧାନ ହେବା ଉଚିତ୍। ଯେପରି ସେମାନଙ୍କର ଫାନ୍ଦରେ ପଡ଼ି ସେମାନଙ୍କ ଦେବଗଣଙ୍କର ପୂଜା ନ କର। ସାବଧାନ ହୁଅ ଯେ, ତୁମ୍ଭେ ସେମାନଙ୍କର ଦେବତାମାନଙ୍କୁ ଅନୁସନ୍ଧାନ କର ନାହିଁ, ପଗ୍ଭର ନାହିଁ ଯେ, ‘ସେହି ଗୋଷ୍ଠୀମାନେ କିପରି ସେମାନଙ୍କର ଦେବତାମାନଙ୍କୁ ପୂଜା କରୁଥିଲେ, ଆମ୍ଭେମାନେ ମଧ୍ୟ ସେପରି କରିବୁ?, 31 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ପାଇଁ ଏପରି କର ନାହିଁ। ତୁମ୍ଭମାନଙ୍କ ସଦାପ୍ରଭୁଙ୍କର ଉପାସନା ସେପରି କର ନାହିଁ। କାରଣ ସେ ଲୋକମାନେ ଏପରି କର୍ମମାନ କରୁଥିଲେ ଯାହାକୁ ସଦାପ୍ରଭୁ ଘୃଣା କରନ୍ତି। ସେମାନେ ଆପଣା ଦେବତାଗଣଙ୍କ ଉଦ୍ଦେଶ୍ୟରେ ଆପଣାର ସନ୍ତାନମାନଙ୍କୁ ଅଗ୍ନିରେ ଦ‌‌ଗ୍‌‌ଧ କରନ୍ତି।

32 “ମୁଁ ଯାହା ତୁମ୍ଭମାନଙ୍କୁ ଆଜ୍ଞା ଦେଉଅଛି, ତାହା ସବୁ ତୁମ୍ଭେମାନେ ପାଳନ କରିବାକୁ ମନୋଯୋଗ କରିବ। ତୁମ୍ଭେମାନେ ତାହାଠାରୁ କିଛି ଊଣା କରିବ ନାହିଁ କି ତହିଁରେ କିଛି ଅଧିକ ଯୋଗ କରିବ ନାହିଁ।

ମିଥ୍ୟାବାଦୀ ଭବିଷ୍ୟ‌ଦ୍‌ବକ୍ତା

13 “ଯଦି କୌଣସି ଭବିଷ୍ୟ‌ଦ୍‌ବକ୍ତା ଅବା କୌଣସି ସ୍ୱପ୍ନଦର୍ଶକ ତୁମ୍ଭମାନଙ୍କୁ କୌଣସି ଆଶ୍ଚର୍ଯ୍ୟ କର୍ମମାନ ଦେଖାଏ ବା କୌଣସି ଚିହ୍ନ ଦେଖାଏ, ଆଉ ସେହି ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ଯଦି ସଫଳ ହୁଏ, ତୁମ୍ଭେ ସେମାନଙ୍କୁ ଜାଣି ନାହିଁ, ଏପରି ଅନ୍ୟ ଦେବଗଣଙ୍କ ବିଷୟରେ କହେ, ‘ଆସ ଆମ୍ଭେମାନେ ସେମାନଙ୍କର ପଶ୍ଚା‌ଦ୍‌ଗାମୀ ହେବା ଓ ସେମାନଙ୍କ ସେବା କରିବା।’ ସେହି ଲୋକମାନଙ୍କର କଥା ଶୁଣ ନାହିଁ। କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ପ୍ରେମ କରିଅଛ କି ନାହିଁ, ଏହା ଜାଣିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ପରୀକ୍ଷା କରୁଅଛନ୍ତି। ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ପଶ୍ଚା‌ଦ୍‌ଗମନ କରିବ। ତାହାଙ୍କୁ ଭୟ କରିବ। ତାହାଙ୍କ ଆଜ୍ଞା ସବୁ ପାଳନ କରିବ। ତାହାଙ୍କ ବାକ୍ୟ ପ୍ରତି ଧ୍ୟାନ ଦେବ। ତାଙ୍କର ସେବା କରିବ। ଏବଂ ତାଙ୍କଠାରେ ଆସକ୍ତି ହେବ। ତୁମ୍ଭେମାନେ ସେହି ଭବିଷ୍ୟ‌ଦ୍‌ବକ୍ତା ବା ସ୍ୱପ୍ନ ଦର୍ଶକକୁ ପ୍ରାଣ ଦଣ୍ତ ଦେବା ଉଚିତ୍। କାରଣ ସେହି ବ୍ୟକ୍ତିଟି ମୋର ଲୋକମାନଙ୍କୁ ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପାଇଁ ପ୍ରତାରିତ କଲା, ଯିଏକି ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ ଓ ଦାସତ୍ୱରୁ ତୁମ୍ଭମାନଙ୍କୁ ମୁକ୍ତ କଲେ। ସେହି ବ୍ୟକ୍ତିଟି ତୁମ୍ଭକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରୁ ଦୂରକୁ ନେବାକୁ ଚେଷ୍ଟା କରୁଛି। ଯାହା ସେ ତୁମ୍ଭମାନଙ୍କୁ ଅନୁସରଣ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଏହି ଉପାୟରେ ତୁମ୍ଭ ମଧ୍ୟରେ ଥିବା କୁକର୍ମ ଦୂର କରି ପାରିବ।

“ଧରାଯାଉ ତୁମ୍ଭମାନଙ୍କର ନିଜ ଲୋକ, ଏପରିକି ତୁମ୍ଭର ନିଜ ଭାଇ, ତୁମ୍ଭର ପୁତ୍ର ବା କନ୍ୟା, ତୁମ୍ଭର ସ୍ତ୍ରୀ କିଅବା ଅନ୍ତରଙ୍ଗ ବନ୍ଧୁ ଏହା କହି ତୁମ୍ଭକୁ ପ୍ରଲୋଭିତ କରିବାକୁ ଚୋଷ୍ଟାକରେ, ‘ଗ୍ଭଲ ଅନ୍ୟ ଦେବଗଣଙ୍କର ପୂଜା କରିବା।’ ଯେଉଁ ଦେବତାଗଣଙ୍କୁ ତୁମ୍ଭେମାନେ କିଅବା ତୁମ୍ଭମାନଙ୍କର ପୂର୍ବପୁରୁଷ ଜାଣି ନାହାନ୍ତି। ତୁମ୍ଭମାନଙ୍କର ଚତୁର୍ଦ୍ଦିଗସ୍ଥ ନିକଟବର୍ତ୍ତୀ ବା ତୁମ୍ଭଠାରୁ ଦୂରବର୍ତ୍ତୀ ପୃଥିବୀର ଏକ ପ୍ରାନ୍ତରୁ ଅନ୍ୟପ୍ରାନ୍ତ ପର୍ଯ୍ୟନ୍ତ। ସେହି ବ୍ୟକ୍ତିର କଥା ତୁମ୍ଭେମାନେ ଶୁଣିବା ଉଚିତ୍ ନୁହଁ। ସେମାନଙ୍କ ପାଇଁ ଅନୁକମ୍ପା ଦେଖାଅ ନାହିଁ। ତାଙ୍କୁ ମୁକ୍ତି ଦିଅ ନାହିଁ କି ତାଙ୍କୁ ସୁରକ୍ଷା ଦିଅ ନାହିଁ। 9-10 ମାତ୍ର, ତୁମ୍ଭେ ସେହି ବ୍ୟକ୍ତିକୁ ହତ୍ୟା କରିବ। ତୁମ୍ଭେ ତାଙ୍କୁ ପଥରରେ ଛେଚି ହତ୍ୟା କରିବ। ତୁମ୍ଭେ ପ୍ରଥମେ ତାଙ୍କୁ ପଥର ଫିଙ୍ଗିବ। କାହିଁକି ଜାଣ ସେ ତୁମ୍ଭକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରୁ ଦୂରେଇ ନେବାକୁ ଗ୍ଭହାନ୍ତି। ଆଉ ସେ ହେଉଛନ୍ତି ସେହି ସଦାପ୍ରଭୁ ଯିଏକି ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଥିଲେ। ଯେଉଁଠାରେ ତୁମ୍ଭେମାନେ ଦାସ ପରି ଥିଲ। 11 ତେଣୁ ସମସ୍ତ ଇସ୍ରାଏଲୀୟମାନେ ଏ ବିଷୟରେ ଶୁଣିବେ ଓ ଭୟଭୀତ ହେବେ। ଆଉ ଇସ୍ରାଏଲୀୟମାନେ ଏପରି ପୂନର୍ବାର ଦୁଷ୍କର୍ମ କରିବାକୁ ସାହସ କରିବେ ନାହିଁ।

12 “ହୁଏତ ତୁମ୍ଭେମାନେ ତୁମ୍ଭମାନଙ୍କର ଏକ ନଗର ବିଷୟରେ ଖରାପ କଥା ଶୁଣିଥାଅ। ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭକୁ ବାସ କରିବା ପାଇଁ ଦେବାକୁ ଯାଉଛନ୍ତି। 13 କେତେକ ମନ୍ଦ ଲୋକ କହି ପାରନ୍ତି, ‘ଆସ ଆମ୍ଭେ ଅନ୍ୟ ଦେବତାମାନଙ୍କର ସେବା କରିବା।’ ଏହା କହି ସେମାନେ ସେମାନଙ୍କ ନଗର ନିବାସୀମାନଙ୍କୁ ପ୍ରଲୋଭିତ କରି ପାରନ୍ତି। (ଏହିସବୁ ଦେବତାମାନଙ୍କୁ ତୁମ୍ଭେମାନେ କେବେ ଜାଣି ନ ଥିଲ)। 14 ତେବେ ତୁମ୍ଭେ ବୁଝିବ, ଖୋଜିବ, ଭଲରୂପେ ପଗ୍ଭରି ବୁଝିବ। ଯଦି ତାହା ସତ୍ୟ ହୁଏ ଓ ତୁମ୍ଭ ମଧ୍ୟରେ ଏପରି ଘୃଣ୍ୟ କର୍ମ କରାଯାଇ ଅଛି, 15 ତେବେ ତୁମ୍ଭେ ନିଶ୍ଚୟ ସେହି ନଗର ନୀବାସୀଙ୍କୁ ଖଣ୍ଡାରେ ଆଘାତ କରିବ। ପୁଣି ନଗର ଓ ତହିଁ ମଧ୍ୟସ୍ଥିତ ସମୁଦାୟ ଓ ତହିଁର ପଶୁମାନଙ୍କୁ ଖଣ୍ତା ଧାରରେ ବର୍ଜିତ ରୂପେ ଧ୍ୱଂସ କରିବ। 16 ଆଉ ତୁମ୍ଭେମାନେ ତହିଁର ଲୁଟିତ ଦ୍ରବ୍ୟ ସବୁ ନଗର ମଧ୍ୟରେ ସଂଗ୍ରହ କର ଓ ନେଇଯାଅ, ସେହି ନଗରକୁ ସେଥି ମଧ୍ୟରେ ଥିବା ସମସ୍ତ ସାମଗ୍ରୀକୁ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଦ‌‌ଗ୍‌‌ଧ କର। ସେହି ସହର ସବୁଦିନ ପାଇଁ ଧ୍ୱଂସ ହେବା ଉଚିତ୍। ଆଉ ଏହା ପୂନଃନିର୍ମିତ ହେବା ଉଚିତ୍ ନୁହେଁ। 17 ସେହି ଦ୍ରବ୍ୟରୁ ଯାହା ଧ୍ୱଂସ ହେବା ଉଚିତ୍, ତୁମ୍ଭେମାନେ କିଛି ସଂଗ୍ରହ କରିବା ଉଚିତ୍ ନୁହଁ। ଏଥିରେ ସଦାପ୍ରଭୁ ଆପଣା ପ୍ରଚଣ୍ତ କ୍ରୋଧରୁ ଫେରିବେ ଓ ତୁମ୍ଭ ପ୍ରତି କରୁଣା କରିବେ ଏବଂ ତୁମ୍ଭର ସଂଖ୍ୟା ବଢ଼ାଇବେ। ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କୁ ପ୍ରତିଜ୍ଞା କରିଥିଲେ। 18 ଯଦି ତୁମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ଆଜ୍ଞା ମାନ ଯାହା ମୁଁ (ମୋଶା) ତୁମ୍ଭମାନଙ୍କୁ ଆଜି ଦେଉଛି ଏବଂ ତାଙ୍କ ଦୃଷ୍ଟିରେ ଯାହା ଠିକ୍ ତାହା କର। ତାହାହେଲେ ସେ ଯାହା ପ୍ରତିଜ୍ଞା କଲେ ତାହା କରିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center