Book of Common Prayer
146 ସଦାପ୍ରଭୁଙ୍କର ପ୍ରଶଂସା କର!
    ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର।
2 ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି।
    ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।
3 ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ।
    ଲୋକମାନଙ୍କ ପ୍ରତି ଭରସା କର ନାହିଁ।
    କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।
4 ଲୋକମାନେ ମରନ୍ତି ଓ କବର ନିଅନ୍ତି।
    ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ।
5 କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
    ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
6 ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
    ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
7 ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
    ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
8     ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
    ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
9 ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
    ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
    ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
    ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।
ସଦାପ୍ରଭୁଙ୍କର ପ୍ରଶଂସା କର।
147 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
    କାରଣ ଆମ୍ଭର ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବା ଉତ୍ତମ!
    ପରମେଶ୍ୱରଙ୍କୁ ପ୍ରଶଂସା କରିବା କେତେ ଉତ୍ତମ ଓ ମାନୋହର ଅଟେ।
2 ସଦାପ୍ରଭୁ ହେଉଛନ୍ତି ଜଣେ ଯିଏ ଯିରୁଶାଲମକୁ ପୁନଃନିର୍ମାଣ କରନ୍ତି।
    ସେ ହିଁ ଜଣେ ଇସ୍ରାଏଲର ନିର୍ବାସିତମାନଙ୍କୁ ଏକତ୍ରିତ କରନ୍ତି।
3 ସେ ସେମାନଙ୍କର ଭଗ୍ନ ହୃଦୟକୁ ସୁସ୍ଥ କରନ୍ତି
    ଓ ସେମାନଙ୍କ କ୍ଷତରେ ପଟି ବାନ୍ଧନ୍ତି।
4 ସେ ତାରାଗଣଙ୍କୁ ଗଣନା କରନ୍ତି।
    ସେ ପ୍ରତ୍ୟେକଙ୍କର ଗୋଟି ଗୋଟି କରି ନାମ ଧରି ଡାକନ୍ତି।
5 ଆମ୍ଭର ପ୍ରଭୁ ଅତି ମହାନ ଏବଂ ଶକ୍ତିମାନ।
    ତାଙ୍କର ବୁଝାମଣା ଅସୀମ।
6 ସଦାପ୍ରଭୁ ନମ୍ର ଲୋକମାନଙ୍କ ସପକ୍ଷରେ ଥା’ନ୍ତି।
    ଏବଂ ସେ ଦୁଷ୍ଟମାନଙ୍କୁ ବିଚଳିତ କରନ୍ତି।
7 ସଦାପ୍ରଭୁଙ୍କୁ ଗୀତରେ ଧନ୍ୟବାଦ ଦିଅ।
    ବୀଣାଯନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଶଂସା କର।
8 ପରମେଶ୍ୱର ଆକାଶକୁ ମୋଟା ମେଘମାଳାରେ ଆଚ୍ଛନ୍ନ କରନ୍ତି।
    ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି।
    ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି।
9 ପରମେଶ୍ୱର ପଶୁମାନଙ୍କୁ ଆହାର ଦିଅନ୍ତି।
    ସେ ପକ୍ଷୀ ଶାବକମାନଙ୍କୁ ମଧ୍ୟ ଆହାର ଦିଅନ୍ତି, ଯାହା ପାଇଁ ସେମାନେ ଚିତ୍କାର କରନ୍ତି।
10 ଯୁଦ୍ଧ ଅଶ୍ୱର ଓ ପରାକ୍ରମୀ ସୈନ୍ୟ
    ତାଙ୍କୁ ଖୁସୀ କରି ପାରନ୍ତି ନାହିଁ।
11 ଯେଉଁ ଲୋକମାନେ ତାଙ୍କୁ ଭୟ କରନ୍ତି ଓ ବିଶ୍ୱସ୍ତ ପ୍ରେମରେ ଭରସା ରଖନ୍ତି,
    ସେ ସେମାନଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି।
12 ହେ ଯିରୁଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ସିୟୋନ, ତୁମ୍ଭ ପରମେଶ୍ୱରଙ୍କର ପ୍ରଶଂସା କର!
13 ହେ ଯିରୁଶାଲମ, ପରମେଶ୍ୱର ତୁମ୍ଭ ଫାଟକକୁ ଦୃଢ଼ କରିଛନ୍ତି,
    ଏବଂ ସେ ତୁମ୍ଭ ସହରର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି।
14 ସେ ତୁମ୍ଭ ଦେଶକୁ ଧନଧାନ୍ୟରେ ପୂର୍ଣ୍ଣ କରନ୍ତି,
    ଯେଉଁଥିପାଇଁ ତୁମ୍ଭମାନଙ୍କର ଖାଇବା ପାଇଁ ଯଥେଷ୍ଟ ଖାଦ୍ୟ ଅଛି।
15 ପରମେଶ୍ୱର ପୃଥିବୀକୁ ଆପଣା ଆଦେଶ ଦିଅନ୍ତି।
    ତାଙ୍କର ବାକ୍ୟସବୁ ଅତିଶୀଘ୍ର ପାଳନ କରାଯାଏ।
16 ପରମେଶ୍ୱର ପୃଥିବୀ ଧଳା ପଶମ ତୁଲ୍ୟ ହେବାଯାଏ ହିମପାତ କରନ୍ତି।
    ସେ ଧୂଳିପରି ପୃଥିବୀରେ ତାହା ବିକ୍ଷିପ୍ତ କରନ୍ତି।
17 ପରମେଶ୍ୱର ପଥର ପରି ଆକାଶରୁ ଖଣ୍ଡ ଖଣ୍ଡ ବରଫ ପକାନ୍ତି,
    ତାଙ୍କ ପଠାଯାଇଥିବା ଶୀତ ଆଗରେ କେହି ଠିଆ ହୋଇ ପାରିବେ ନାହିଁ।
18 ଏହା ପରେ ସେ ଗୋଟିଏ ଆଦେଶରେ ବରଫଗୁଡ଼ିକ ତରଳାଇ ପକାନ୍ତି,
    ଏବଂ ତାଙ୍କ ଆଜ୍ଞାରେ ପବନ ବହିଲେ ଜଳସ୍ରୋତ ବହେ।
19 ପରମେଶ୍ୱର ଯାକୁବକୁ ଆପଣା ଆଦେଶ ଦେଲେ,
    ପରମେଶ୍ୱର ଇସ୍ରାଏଲ ପ୍ରତି ଆପଣା ବ୍ୟବସ୍ଥା ଓ ବିଧି ପ୍ରକାଶ କଲେ!
20 ପରମେଶ୍ୱର କୌଣସି ଦେଶ ପାଇଁ କେବେ ଏହିପରି କରି ନାହାନ୍ତି।
    ସେ ତାଙ୍କର ନିୟମସବୁ ଅନ୍ୟ ଲୋକମାନଙ୍କୁ ଶିଖାଇ ନାହାନ୍ତି।
ସଦାପ୍ରଭୁଙ୍କର ପ୍ରଶଂସା କର।
111 ସଦାପ୍ରଭୁଙ୍କର ପ୍ରଶଂସା କର।
ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ
    ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।
2 ସଦାପ୍ରଭୁ ଆଶ୍ଚର୍ଯ୍ୟ କର୍ମମାନ କରନ୍ତି।
    ଯେଉଁମାନେ ତାଙ୍କୁ ଗ୍ଭହାନ୍ତି ସେମାନେ ସମସ୍ତେ ଆଗ୍ରହରେ ଅପେକ୍ଷା କରନ୍ତି।
3 ପରମେଶ୍ୱର ବାସ୍ତବରେ ଗୌରବପୂର୍ଣ୍ଣ ଓ ଆଶ୍ଚର୍ଯ୍ୟଜନକ କାର୍ଯ୍ୟମାନ କରନ୍ତି
    ଓ ତାଙ୍କର ଉତ୍ତମତା ଅନନ୍ତକାଳସ୍ଥାୟୀ।
4 ସେ ଆପଣାର ଆଶ୍ଚର୍ଯ୍ୟ କର୍ମମାନ ସବୁ ସ୍ମରଣ କରାଇଛନ୍ତି।
    ସଦାପ୍ରଭୁ ହେଉଛନ୍ତି ଦୟାଳୁ ଓ କରୁଣାମୟ।
5 ଯେଉଁମାନେ ତାଙ୍କୁ ଭୟ କରନ୍ତି ଏବଂ ସମ୍ମାନ ଦିଅନ୍ତି ସେ ସେମାନଙ୍କୁ ଖାଦ୍ୟ ଦିଅନ୍ତି।
    ସେ ସଦାକାଳ ଆପଣା ଚୁକ୍ତି ସ୍ମରଣ କରନ୍ତି।
6 ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇ
    ତାଙ୍କର ଶକ୍ତିର ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇଥିଲେ।
7 ତାହାଙ୍କ ଦ୍ୱାରା ହୋଇଥିବା ଆଜ୍ଞାସବୁ ସତ୍ୟ
    ଓ ତାଙ୍କର ନିୟମସବୁ ବିଶ୍ୱାସ ଯୋଗ୍ୟ।
8 ପରମେଶ୍ୱରଙ୍କର ନିର୍ଦ୍ଦେଶ ଅନନ୍ତ କାଳସ୍ଥାୟୀ।
    ତାଙ୍କର ଆଜ୍ଞା ବିଶ୍ୱସ୍ତତା ଓ ସରଳତାରେ ସାଧିତ କରାଯାଏ।
9 ପରମେଶ୍ୱର ତାଙ୍କର ଲୋକମାନଙ୍କୁ ରକ୍ଷା କଲେ।
    ସେ ଗୋଟିଏ ଚୁକ୍ତି କଲେ ଏବଂ ଏହା ଅନନ୍ତକାଳସ୍ଥାୟୀ ହୋଇ ରହିଲା।
    ତାଙ୍କର ନାମ ପବିତ୍ର ଏବଂ ଭୟଙ୍କର।
10 ଜ୍ଞାନ ପରମେଶ୍ୱରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ।
    ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସେମାନେ ଜ୍ଞାନୀ ଅଟନ୍ତି।
    ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାଯିବ।
112 ସଦାପ୍ରଭୁଙ୍କର ପ୍ରଶଂସା କର।
ଯେଉଁ ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ସେମାନେ ସମ୍ମାନରେ ଭାଗ୍ୟବାନ୍ ହୁଅନ୍ତି,
    ଯିଏକି ତାଙ୍କର ଆଦେଶ ପାଳନ କରିବାରେ ବହୁତ ବିଶ୍ୱସ୍ତ ହୋଇଥାଏ,
2 ତା'ର ବଂଶଧର ଭୂପୃଷ୍ଠରେ ବିକ୍ରମଶାଳୀ ହେବେ।
    ସରଳ ଲୋକର ବଂଶଧର ଆଶୀର୍ବାଦ ପ୍ରାପ୍ତ ହେବେ।
3 ସେହି ଲୋକର ପରିବାର ଧନଶାଳୀ ହେବେ
    ଏବଂ ତା'ର ଧର୍ମ ଚିରକାଳସ୍ଥାୟୀ ହେବ।
4 ଧାର୍ମିକ ଲୋକଙ୍କ ପ୍ରତି ପରମେଶ୍ୱର ଅନ୍ଧକାରରେ ଆଲୋକ ସଦୃଶ୍ୟ।
    ସେ କୃପାମୟ, ସ୍ନେହଶୀଳ ଓ ଧାର୍ମିକ।
5 ଦରକାର ବେଳେ ଋଣ ଦେବା ଏବଂ ଉଧାର ହେବା, ଏହା ଗୋଟିଏ ଲୋକର ଭଲ ଗୁଣ।
    କୌଣସି ବ୍ୟକ୍ତି ନିଜର ବ୍ୟାପାରରେ ଧାର୍ମିକତା ଅବଲମ୍ବନ କରିବା ମଙ୍ଗଳ ଅଟେ।
6 ସେହି ଲୋକ କଦାପି ବିଚଳିତ ହେବ ନାହିଁ।
    ଧାର୍ମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ।
7 ସେ କୁସମ୍ବାଦ ଶୁଣି ଭୟ କରିବ ନାହିଁ।
    ସେହି ଲୋକ ସୁସ୍ଥିର ହେବ କାରଣ ସେ ସଦାପ୍ରଭୁଙ୍କୁ ବିଶ୍ୱାସ କରେ।
8 ସେହି ଲୋକ ସୁସ୍ଥିର ଥାଏ।
    ସେ କେବେ ଭୟ କରେ ନାହିଁ।
    ସେ ତା'ର ଶତ୍ରୁମାନଙ୍କୁ ପରାସ୍ତ ହେବାର ଦେଖିବ।
9 ଯେଉଁ ଲୋକ ମୁକ୍ତ ଭାବରେ ଦିନହୀନମାନଙ୍କୁ ଦାନ କରେ,
    ତା'ର ଧର୍ମ ଏକ। ଚିରକାଳସ୍ଥାୟୀ।
    ସେ ବିଜୟ ଏବଂ ସମ୍ମାନ ପାଇବ।
10 ଦୁଷ୍ଟ ଲୋକ ଏହା ଦେଖି କ୍ରୋଧ କରିବେ।
    ସେମାନେ ରାଗରେ ଦାନ୍ତ କଡ଼ମଡ଼ କରିବେ।
କିନ୍ତୁ ଏହା ପରେ ସେମାନେ ଅଦୃଶ୍ୟ ହେବେ।
    ଦୁଷ୍ଟ ଲୋକମାନଙ୍କର ଇଚ୍ଛା କଦାପି ପୂର୍ଣ୍ଣ ହେବ ନାହିଁ।
113 ସଦାପ୍ରଭୁଙ୍କର ପ୍ରଶଂସା କର!
ହେ ସଦାପ୍ରଭୁଙ୍କ ଦାସଗଣ, ତାଙ୍କର ପ୍ରଶଂସା କର।
    ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
2 ଅଦ୍ୟାବଧି ଚିରକାଳ
    ସଦାପ୍ରଭୁଙ୍କର ନାମ ଧନ୍ୟ ହେଉ।
3 ସୂର୍ଯ୍ୟର ଉଦୟ ସ୍ଥାନଠାରୁ ତା'ର ଅସ୍ତ ସ୍ଥାନ ପର୍ଯ୍ୟନ୍ତ
    ସଦାପ୍ରଭୁଙ୍କର ନାମ ପ୍ରଶଂସନୀୟ।
4 ସଦାପ୍ରଭୁ ସମୁଦାୟ ବହୁ ଜାତିଗଣ ଉପରେ
    ଓ ତାଙ୍କର ଗୌରବ ଆକାଶମଣ୍ଡଳଠାରୁ ଉଚ୍ଚ।
5 କୌଣସ ଲୋକ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ ନୁହେଁ।
    ପରମେଶ୍ୱର ଆକାଶର ଊର୍ଦ୍ଧ୍ୱରେ ବିଦ୍ୟମାନ।
6 ତେଣୁ ପରମେଶ୍ୱର ଆକାଶ ଓ ପୃଥିବୀକୁ
    ଦେଖିବାକୁ ତଳକୁ ଗ୍ଭହିଁଲେ।
7 ପରମେଶ୍ୱର ଗରିବମାନଙ୍କୁ ଧୂଳିରୁ ଉଠାନ୍ତି।
    ସେ ଦୀନହୀନ ଏବଂ ଅସହାୟମାନଙ୍କୁ ଅଳିଆ ଗଦାରୁ ଉଠାନ୍ତି।
8 ଏବଂ ପରମେଶ୍ୱର ସେହି ଲୋକମାନଙ୍କୁ ଗୁରୁତ୍ୱ ଦିଅନ୍ତି।
    ପରମେଶ୍ୱର ସେହି ଲୋକମାନଙ୍କୁ ତାଙ୍କ ଅଧିପତି କରାନ୍ତି।
9 ଜଣେ ସ୍ତ୍ରୀ ବନ୍ଧ୍ୟା ହୋଇପାରେ।
    କିନ୍ତୁ ପରମେଶ୍ୱର ତା’ କୋଳରେ ସନ୍ତାନ ଦେଇ ତାକୁ ଖୁସୀ କରାନ୍ତି।
ସଦାପ୍ରଭୁଙ୍କର ପ୍ରଶଂସା କର!
36 ଶାଉଲ କହିଲେ, “ଗ୍ଭଲ! ଆଜି ରାତ୍ରିରେ ପଲେଷ୍ଟୀୟମାନଙ୍କ ପଛରେ ଯିବା। ଆମ୍ଭେ ତାଙ୍କର ସର୍ବସ୍ୱ ଲୁଣ୍ଠନ କରିବା, ସେମାନଙ୍କୁ ହତ୍ୟା କରିବା।”
ସୈନ୍ୟମାନେ କହିଲେ, “ଆପଣ ଯାହା ଉଚିଚ ଭାବୁଛନ୍ତି ତାହା ହିଁ କରନ୍ତୁ।”
କିନ୍ତୁ ପୂଜକ କହିଲେ, “ଆପଣ ଏଥିପାଇଁ ପରମେଶ୍ୱରଙ୍କ ଅନୁମତି ଲୋଡ଼ନ୍ତୁ।”
37 ତେଣୁ ଶାଉଲ ପରମେଶ୍ୱରଙ୍କୁ ପଗ୍ଭରିଲେ, “ମୁଁ ପଲେଷ୍ଟୀୟଙ୍କ ପଛରେ ଯିବି କି? ତୁମ୍ଭେ ଇସ୍ରାଏଲୀୟମାନଙ୍କୁ ପଲେଷ୍ଟୀୟଙ୍କୁ ପରାସ୍ତ କରିବାକୁ ଦେବ କି?” କିନ୍ତୁ ପରମେଶ୍ୱର ନୀରବ ରହିଲେ।
38 ତା'ପରେ ଶାଉଲ କହିଲେ, “ସମସ୍ତ ନେତାମାନଙ୍କୁ ମୋ’ ପାଖକୁ ଡାକ। ଆସ ଆମ୍ଭେ ଖୋଜିବା, ଆଜି କିଏ ଏହି ପାପ କଲା। 39 ମୁଁ ସଦାପ୍ରଭୁଙ୍କ ପାଖରେ ପ୍ରତିଜ୍ଞା କରୁଛି ଯିଏ ପାପ କରିଛି, ଏପରିକି ମୋ’ ପୁଅ ହୋଇଥିଲେ ବି ମୃତ୍ୟୁଦଣ୍ଡରେ ଦଣ୍ତିତ ହେବ।” ସମସ୍ତେ ନୀରବଦ୍ରଷ୍ଟା ରହିଲେ।
40 ତା'ପରେ ଶାଉଲ ଇସ୍ରାଏଲୀୟମାନଙ୍କୁ କହିଲେ, “ତୁମ୍ଭେ ଗୋଟିଏ କଡ଼ରେ ଛିଡ଼ା ହୁଅ। ମୁଁ ଏବଂ ମୋ’ ପୁଅ ଯୋନାଥନ ଅନ୍ୟ ପାର୍ଶ୍ୱରେ ଛିଡ଼ା ହେଉଛୁ।”
ସୈନ୍ୟମାନେ ଉତ୍ତର ଦେଲେ, “ଆପଣ ଯାହା ଗ୍ଭହାନ୍ତି ପ୍ରଭୁ।”
41 ତା'ପରେ ଶାଉଲ ପ୍ରାର୍ଥନା କଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ କାହିଁକି ତୁମ୍ଭର ଦାସକୁ ଆଜି ଉତ୍ତର ଦେଲ ନାହିଁ? ଯଦି ମୁଁ କିମ୍ବା ମୋ’ ପୁଅ ଆଜି କିଛି ପାପ କରିଥାଉ, ତେବେ ଇଉରିମ୍[a] ଏବଂ ଇସ୍ରାଏଲୀୟ ପାପ କରିଥା’ନ୍ତି ତେବେ ଥୁମିଅମ୍ ଦିଅନ୍ତୁ।”
ତହିଁରେ ଶାଉଲ ଓ ଯୋନାଥନ ବାଛି ନେଲେ ଏବଂ ଅନ୍ୟମାନେ ଛାଡ଼ ପାଇଲେ। 42 ଏଥର ଶାଉଲ କହିଲେ, “ମୁଁ କିମ୍ବା ମୋ’ ପୁଅ ଯୋନାଥନ ମଧ୍ୟରେ ଗୁଲିବାଣ୍ଟ କର,” ଏଥର ଯୋନାଥନ ନିର୍ଣ୍ଣିତ ହେଲା।
43 ଶାଉଲ ଯୋନାଥନଙ୍କୁ କହିଲେ, “କୁହ, ତୁମ୍ଭେ କ’ଣ କରିଛ।”
ଯୋନାଥନ ଶାଉଲଙ୍କୁ କହିଲା, “ମୁଁ କେବଳ ମୋ’ ବାଡ଼ିର ଅଗ୍ରଭାଗରେ ଅଳ୍ପ ମହୁ ଆହାର କରିଛି। ଏଇଥିପାଇଁ ମୁଁ କ’ଣ ମରିବି?”
44 ଶାଉଲ କହିଲେ, “ମୁଁ ପରମେଶ୍ୱରଙ୍କ ପାଖରେ ପ୍ରତିଜ୍ଞା କରିଛି ଏବଂ ମୁଁ ମୋ’ ପ୍ରତିଜ୍ଞା ନ ରଖେ, ତେବେ ମୋତେ ଦଣ୍ତିତ କରିବା ପାଇଁ ପରମେଶ୍ୱରଙ୍କୁ କହିଛି। ଯୋନାଥନ ନିଶ୍ଚୟ ମରିବ।”
45 ଏଥର ସୈନ୍ୟମାନେ ଶାଉଲଙ୍କୁ କହିଲେ, “ଯୋନାଥନ ଆଜି ଇସ୍ରାଏଲକୁ ମହାଉଦ୍ଧାର କରିଛନ୍ତି। ଯୋନାଥନ ମରିବ, ଏହା କେବେ ହୋଇ ନ ପାରେ। ଆମ୍ଭେ ଜୀବିତ ପରମେଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛୁ, କେହି ଯୋନାଥନଙ୍କୁ ହତ୍ୟା ତ ଦୂରର କଥା ମୁଣ୍ଡରୁ ଗୋଟିଏ କେଶ ମଧ୍ୟ ତଳେ ପଡ଼ିବାକୁ ଦେବୁ ନାହିଁ। ପରମେଶ୍ୱର ପଲେଷ୍ଟୀୟ କବଳରୁ ଇସ୍ରାଏଲକୁ ଉଦ୍ଧାର ପାଇଁ ଯୋନାଥନଙ୍କୁ ସାହାଯ୍ୟ କରିଛନ୍ତି।” ତେଣୁ ଲୋକମାନ ଯୋନାଥନଙ୍କୁ ସାହାଯ୍ୟ କରିବେ, ତାଙ୍କୁ କେବେ ବି ହତ୍ୟା କରିବା ପାଇଁ ଦିଆଯିବ ନାହିଁ।
ପରମେଶ୍ୱରଙ୍କ ପ୍ରତି ଧାର୍ମିକ
5 ଆମ୍ଭର ବିଶ୍ୱାସ ହେତୁ ଆମ୍ଭକୁ ପରମେଶ୍ୱରଙ୍କଠାରେ ଧାର୍ମିକ କରାଯାଇଛି। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ସହିତ ଆମ୍ଭେ ଶାନ୍ତିରେ ଅଛୁ। ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ଆମ୍ଭକୁ ପରମେଶ୍ୱରଙ୍କ ଅନୁଗ୍ରହର ଅଧୀନ କଲେ। 2 ଏବେ ଆମ୍ଭେ ଏହି ଅନୁଗ୍ରହରେ ରହିଛୁ ଓ ଆମ୍ଭେ ପରମେଶ୍ୱରଙ୍କ ଏହି ମହିମାରେ ଭାଗୀଦର ହୋଇଥିବା ଆଶାରେ ଆନନ୍ଦିତ। 3 ଆମ୍ଭେମାନେ ଆମ୍ଭର କ୍ଳେଶଗୁଡ଼ିକ ଥାଇ ମଧ୍ୟ ଆନନ୍ଦିତ। ଆମ୍ଭେ ଏହି କଷ୍ଟଗୁଡ଼ିକ ପାଇଁ କାହିଁକି ଆନନ୍ଦିତ? କାରଣ ଆମ୍ଭେ ଜାଣୁ ଯେ ଏହି କଷ୍ଟଗୁଡ଼ିକ ଆମ୍ଭକୁ ଅଧିକ ଧୈର୍ଯ୍ୟବାନ କରାଏ। 4 ଏହି ଧୈର୍ଯ୍ୟ ପ୍ରମାଣ କରେ ଯେ, ଆମ୍ଭେ ବଳବାନ ଓ ଏହି ପ୍ରମାଣ ଆମ୍ଭକୁ ଭରସା ପ୍ରଦାନ କରେ। 5 ଏହି ଭରସା ଆମ୍ଭକୁ କେବେ ହେଲେ ନିରାଶ କରିବ ନାହିଁ। କ’ଣ ପାଇଁ? କାରଣ ପରମେଶ୍ୱର ଆମ୍ଭର ହୃଦୟଗୁଡ଼ିକୁ ପୂର୍ଣ୍ଣ କରିବା ପାଇଁ ତାହାଙ୍କର ପ୍ରେମ ଢାଳି ଦେଲେ। ପରମେଶ୍ୱର ପବିତ୍ରଆତ୍ମା ମାଧ୍ୟମରେ ତାହାଙ୍କର ପ୍ରେମ ଦେଇଛନ୍ତି। ପରମେଶ୍ୱରଙ୍କ ତରଫରୁ ଆମ୍ଭ ପାଇଁ ପବିତ୍ରଆତ୍ମା ଅନୁଗ୍ରହ ଦାନ ଭାବରେ ଆସିଥିଲେ।
6 ଆମ୍ଭେ ଅଧାର୍ମିକ ଥିବା ବେଳେ ଖ୍ରୀଷ୍ଟ ଆମ୍ଭ ପାଇଁ ମରି ଥିଲେ। ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ଜୀବନଯାପନ କରୁଥିଲୁ, ତଥାପି ଯଥାର୍ଥ ସମୟରେ ଖ୍ରୀଷ୍ଟ ଆମ୍ଭ ପାଇଁ ମରିଥିଲେ। 7 ଅନ୍ୟ ଲୋକ ଯେତେ ଭଲ ହେଲେ ମଧ୍ୟ, ଖୁବ୍ କମ୍ ଲୋକ ଅନ୍ୟକୁ ବଞ୍ଚାଇବା ପାଇଁ ମୃତ୍ୟୁ ବରଣ କରିବେ। ଯଦି ଲୋକଟି ଧାର୍ମିକ ହୋଇ ଥାଏ, ତେବେ ତା’ ନିମନ୍ତେ କିଏ ଜଣେ ମୃତ୍ୟୁ ବରଣ କରିବା ପାଇଁ ସାହସ କରିବ। 8 କିନ୍ତୁ ଆମ୍ଭେ ସମସ୍ତେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଆମ୍ଭ ପାଇଁ ମୃତ୍ୟୁ ବରଣ କଲେ। ଏହା ଦ୍ୱାରା ପରମେଶ୍ୱର ପ୍ରମାଣିତ କଲେ ଯେ, ସେ ଆମ୍ଭକୁ ବହୁତ ପ୍ରେମ କରନ୍ତି।
9 ଆମ୍ଭେ ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇଛୁ। ସେଥିପାଇଁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କର କ୍ରୋଧରୁ ନିଶ୍ଚିତ ଭାବେ ରକ୍ଷା ପାଇବା। 10 ମୋ’ କହିବା ଅର୍ଥ ଯେ ଆମ୍ଭେ ପରମେଶ୍ୱରଙ୍କର ଶତ୍ରୁ ହୋଇଥିଲେ ମଧ୍ୟ, ସେ ନିଜ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ଆମ୍ଭ ସହିତ ବନ୍ଧୁତା ସ୍ଥାପନ କରିଛନ୍ତି। ସେଥିପାଇଁ ଏବେ ଯେହେତୁ ଆମ୍ଭେ ପରମେଶ୍ୱରଙ୍କର ମିତ୍ର, ପରମେଶ୍ୱର ତାଙ୍କ ପୁତ୍ରଙ୍କ ଜୀବନ ମାଧ୍ୟମରେ ଆମ୍ଭକୁ ନିଶ୍ଚିତ ଭାବରେ ରକ୍ଷା କରିବେ। 11 ଆମ୍ଭେ ଯେ କେବଳ ରକ୍ଷା ପାଇବୁ ତା’ ନୁହେଁ, ବରଂ ଏବେ ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କଠାରେ ମଧ୍ୟ ଅତ୍ୟଧିକ ଆନନ୍ଦିତ ହେତୁ କେବଳ ଯୀଶୁଙ୍କ ପାଇଁ ଆମ୍ଭେ ଆଜି ପରମେଶ୍ୱରଙ୍କ ମିତ୍ର ଅଟୁ।
ଭୋଜି ପାଇଁ ନିମନ୍ତ୍ରିତ ଲୋକଙ୍କ ଦୃଷ୍ଟାନ୍ତ
(ଲୂକ 14:15-24)
22 ଲୋକମାନଙ୍କୁ ଅନ୍ୟ କିଛି କଥା କହିବା ପାଇଁ ଯୀଶୁ ଦୃଷ୍ଟାନ୍ତଗୁଡ଼ିକର ପ୍ରୟୋଗ କଲେ। 2 ଯୀଶୁ କହିଲେ, “ସ୍ୱର୍ଗରାଜ୍ୟ ହେଉଛି ନିଜ ପୁଅର ବିବାହ ଭୋଜି ପ୍ରସ୍ତୁତ କରିଥିବା ଜଣେ ରାଜାଭଳି। 3 ରାଜା କେତେକ ଲୋକଙ୍କୁ ବିବାହ ଭୋଜିକୁ ନିମନ୍ତ୍ରଣ କଲେ। ସବୁ ପ୍ରସ୍ତୁତ ହୋଇ ସାରିବା ପରେ ରାଜା ସେହି ଅତିଥିମାନଙ୍କୁ ଡାକିବାକୁ ଗ୍ଭକରମାନଙ୍କୁ ପଠାଇଲେ। କିନ୍ତୁ ସେମାନେ ରାଜାଙ୍କ ଭୋଜିକୁ ଆସିବାକୁ ମନା କରିଦେଲେ।
4 “ତା'ପରେ ରାଜା ଆଉ କିଛି ଗ୍ଭକରଙ୍କୁ ପଠାଇଲେ। ରାଜା ଗ୍ଭକରମାନଙ୍କୁ କହିଲେ, ‘ଯେଉଁମାନଙ୍କୁ ବିବାହଭୋଜିକୁ ଆସିବାକୁ ନିମନ୍ତ୍ରଣ କରାଯାଇଛି, ତୁମ୍ଭେମାନେ ସେମାନଙ୍କୁ କୁହ, ଭୋଜି ପ୍ରସ୍ତୁତି ସରିଲାଣି। ମୋର ଉତ୍ତମ ବଳଦ ଓ ମୋଟା ପଶୁମାନଙ୍କୁ ମରାଯାଇଛି। ସବୁକିଛି ପ୍ରସ୍ତୁତ ଅଛି। ଅତଏବ ବିବାହଭୋଜିକୁ ଆସନ୍ତୁ।’
5 “ଗ୍ଭକରମାନେ ଯାଇ ଲୋକମାନଙ୍କୁ ଆସିବାକୁ କହିଲେ, କିନ୍ତୁ ଲୋକମାନେ ଗ୍ଭକରମାନଙ୍କ କଥାକୁ ଧ୍ୟାନ ଦେଲେନି। ସେମାନେ ବିଭିନ୍ନ କାମରେ ଗ୍ଭଲିଗଲେ। ଜଣେ ତା’ ଜମିରେ କାମ କରିବାକୁ ଗ୍ଭଲିଗଲା, ଆଉ ଜଣେ ତା ବ୍ୟବସାୟ କାମରେ ଗ୍ଭଲିଗଲା। 6 ଆଉ କେତେକ ଲୋକ ଗ୍ଭକରମାନଙ୍କୁ ଧରି ନେଇ ପିଟାପିଟି କଲେ ଓ ସେମାନଙ୍କୁ ମାରିଦେଲେ। 7 ରାଜା ଖୁବ୍ ରାଗିଗଲେ। ତାହାଙ୍କ ଗ୍ଭକରମାନଙ୍କୁ ଯେଉଁମାନେ ମାରିଦେଲେ, ସେମାନଙ୍କୁ ମାରିଦେବା ପାଇଁ ରାଜା ସୈନ୍ୟ ପଠାଇଲେ। ସୈନ୍ୟମାନେ ସେହି ହତ୍ୟାକାରୀମାନଙ୍କୁ ମାରିଦେଲେ ଓ ତାହାଙ୍କ ନଗରକୁ ପୋଡ଼ିଦେଲେ।
8 “ତା'ପରେ ରାଜା ଗ୍ଭକରମାନଙ୍କୁ କହିଲେ, ‘ବିବାହ ଭୋଜି ପ୍ରସ୍ତୁତ ହୋଇ ସାରିଛି, ଯେଉଁମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା, ସେମାନେ ଅଯୋଗ୍ୟ ଥିଲେ। 9 ତେଣୁ ତୁମ୍ଭେମାନେ ନଗର ରାସ୍ତାକୁ ଯାଅ। ଯାହାକୁ ଦେଖିବ ତାକୁ ବିବାହ ଭୋଜିକୁ ଡାକିଆଣ।’ 10 ଗ୍ଭକରମାନେ ନଗର ରାସ୍ତାଗୁଡ଼ିକୁ ଗଲେ। ଭଲ ଲୋକ ହେଉ ବା ମନ୍ଦ ଲୋକ ହେଉ, ସେମାନେ ଯାହାକୁ ପାଇଲେ ତାକୁ ବିବାହ ଭୋଜିକୁ ଡାକିଆଣିଲେ। ବିବାହ ଭବନ ଅତିଥିମାନଙ୍କ ଦ୍ୱାରା ପୁରିଗଲା।
11 “ରାଜା ଅତିଥିମାନଙ୍କୁ ଦେଖିବାକୁ ଭିତରକୁ ଆସିଲେ। ସେ ସେଠାରେ ଗୋଟିଏ ଲୋକକୁ ବିବାହ ପୋଷାକ ନ ପିନ୍ଧି ଆସିଥିବାର ଦେଖିଲେ। 12 ରାଜା ତାହାଙ୍କୁ ପଗ୍ଭରିଲେ, ‘ବନ୍ଧୁ, ତୁମ୍ଭେ ବିବାହ ପୋଷାକ ନ ପିନ୍ଧି ଓ ଭିତରକୁ କେମିତି ଆସିଲ?’ କିନ୍ତୁ ଲୋକଟି କିଛି କହିଲା ନାହିଁ। 13 ତେଣୁ ରାଜା କେତେକ ଗ୍ଭକରଙ୍କୁ କହିଲେ, ‘ଏ ଲୋକର ହାତ ଗୋଡ଼ ବାନ୍ଧି ପକାଅ। ଏହାକୁ ବାହାରେ ଅନ୍ଧାରରେ ଫିଙ୍ଗିଦିଅ, ଯେଉଁଠାରେ ଲୋକେ କାନ୍ଦୁଥିବେ ଓ ଯନ୍ତ୍ରଣାରେ ଦାନ୍ତ କଡ଼ମଡ଼ କରୁଥିବେ।’
14 “ହଁ ଅନେକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି, କିନ୍ତୁ ସେମାନଙ୍କ ମଧ୍ୟରୁ ଅଳ୍ପ ଲୋକ ମନୋନୀତ ଅଟନ୍ତି।”
2010 by World Bible Translation Center