Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 120-127

ମନ୍ଦିର ଆରୋହଣର ଗୀତ।

120 ମୁଁ ଆପଣା ବିପଦ ସମୟରେ
    ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କଲି
    ଏବଂ ସେ ମୋତେ ଉତ୍ତର ଦେଲେ।
“ହେ ସଦାପ୍ରଭୁ, ମୋ’ ବିଷୟରେ ମିଥ୍ୟା କହୁଥିବା ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର।
    ସେମାନେ ଯେଉଁ କଥାସବୁ କହୁଥିଲେ, ତାହା ସବୁ ସତ୍ୟ ନ ଥିଲା।”

ହେ ମିଥ୍ୟାବାଦୀମାନେ, ତୁମ୍ଭଙ୍କୁ କ’ଣ ଦିଆଯିବ?
    କ’ଣ ପାଇବ ତୁମ୍ଭେ ଜାଣ କି ?
ତୁମ୍ଭକୁ ଦଣ୍ଡ ଦେବା ପାଇଁ ସୈନିକର ତୀ‌କ୍ଷ୍‌ଣ ଶର
    ଓ ଗରମ କୋଇଲା ପରମେଶ୍ୱର ଆଣିବେ।

ମିଥ୍ୟାବାଦୀ ଲୋକମାନେ, ମେଶକରେ ବାସ କଲା ପରି ତୁମ୍ଭ ପାଖରେ ବାସ କରୁଛନ୍ତି।
    ଏହା କେଦାରର ତମ୍ବୁରେ ବାସ କରିବା ସଦୃଶ।
ଶାନ୍ତି ଘୃଣାକାରୀମାନଙ୍କ ସହିତ
    ମୁଁ ଦୀର୍ଘଦିନଧରି ବାସ କରିଅଛି।
ମୁଁ କହିଲି, ମୁଁ ଶାନ୍ତି ଗ୍ଭହେଁ,
    କିନ୍ତୁ ସେମାନେ ଯୁଦ୍ଧ ଗ୍ଭହାନ୍ତି।

ଏକ ଆରୋହଣ ଗୀତ।

121 ମୁଁ ସାହାଯ୍ୟ ପାଇଁ ପର୍ବତଗଣ ଆଡ଼େ ଗ୍ଭହେଁ।
    କିନ୍ତୁ ପ୍ରକୃତରେ କେଉଁଠାରୁ ମୋର ସାହାଯ୍ୟ ଆସିବ?
ମୋର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିବ
    ଯିଏକି ଆକାଶ ଓ ପୃଥିବୀର ସୃଷ୍ଟିକର୍ତ୍ତା।
ସେ ତୁମ୍ଭର ପାଦକୁ ଟଳମଳ ହେବାକୁ ଦେବେ ନାହିଁ।
    ତୁମ୍ଭର ରକ୍ଷାକର୍ତ୍ତା କେବେହେଲେ ନିଦ୍ରିତ ହେବେ ନାହିଁ।
ଇସ୍ରାଏଲର ରକ୍ଷାକର୍ତ୍ତା କେବେ ନିଦ୍ରା ଯିବେ ନାହିଁ।
    କି କେବେ ଶୋଇବେ ନାହିଁ।
ସଦାପ୍ରଭୁ ତୁମ୍ଭର ରକ୍ଷାକର୍ତ୍ତା।
    ସଦାପ୍ରଭୁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ତୁମ୍ଭକୁ ଢାଲ ଘୋଡ଼ାନ୍ତି ଏବଂ ରକ୍ଷା କରନ୍ତି।
ଦିନରେ ସୂର୍ଯ୍ୟ ତୁମ୍ଭକୁ ଆଘାତ କରି ପାରିବେ ନାହିଁ
    କିମ୍ବା ରାତିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରି ପାରିବ ନାହିଁ।
ସମସ୍ତ ବିପଦରୁ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।
    ସେ ତୁମ୍ଭର ଜୀବନକୁ ରକ୍ଷା କରିବେ।
ବର୍ତ୍ତମାନ ଏବଂ ସବୁଦିନ ପାଇଁ ଯିବା ଆସିବା ବେଳେ
    ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।

ଦାଉଦ ମନ୍ଦିର ଯିବା ସମୟରେ ଗୀତ।

122 ମୁଁ ଖୁସୀ ହେଲି, ଯେତେବେଳେ ଲୋକମାନେ କହିଲେ,
    “ଗ୍ଭଲ ସଦାପ୍ରଭୁଙ୍କ ମନ୍ଦିରକୁ ଯିବା।”
ହେ ଯିରୁଶାଲମ!ଏହିଠାରେ ଆମ୍ଭେମାନେ ତୁମ୍ଭର ଫାଟକ ପାଖରେ ଠିଆ ହୋଇଅଛୁ।
ଯିରୁଶାଲମ ସହର ଭଳି ତିଆରି ହୋଇଅଛି,
    ଏହା ଦୃଢ଼ ଭାବରେ ଏବଂ କଠିନ ଭାବରେ ନିର୍ମିତ ହେବା ଉଚିତ୍।
ଏହା ହେଉଛି ଯେଉଁଠାରେ କି ଗୋଷ୍ଠୀବର୍ଗ ଆସନ୍ତି।
ସଦାପ୍ରଭୁଙ୍କର ଗୋଷ୍ଠୀବର୍ଗ ତାଙ୍କୁ ପ୍ରଶଂସା କରିବା ପାଇଁ ଏଠାକୁ ଆସନ୍ତି।
    ଇସ୍ରାଏଲକୁ ଏହିସବୁ କରିବା ପାଇଁ ଆଦେଶ ଦିଆହୁଏ।
ଦାଉଦଙ୍କ ପରିବାରର ରାଜାମାନେ ସେମାନଙ୍କର ସିଂହାସନ ଏଠାରେ ସ୍ଥାପନ କରିଥିଲେ।
    ସେମାନେ ସେଠାରେ ଲୋକମାନଙ୍କୁ ସୁବିଗ୍ଭର ଦେବା ପାଇଁ ସିଂହାସନ ସ୍ଥାପନ କଲେ।

ଯିରୁଶାଲମରେ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କର।
    “ମୁଁ ଆଶାକରେ ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ସେମାନେ ସେଠାରେ ଶାନ୍ତି ପାଇବେ।
ମୁଁ ଆଶାକରେ ସେଠାରେ ତୁମ୍ଭର ପବିତ୍ର ଗୃହ ଭିତରେ ଶାନ୍ତି ମିଳିବ।
    ମୁଁ ଆଶା କରେ ଯେ, ତୁମ୍ଭର ବିରାଟ ରାଜପ୍ରାସାଦରେ ନିରାପଦ ହେଉ।”

ମୋର ପରିବାର ଏବଂ ମୋର ପଡ଼ୋଶୀମାନଙ୍କର ମଙ୍ଗଳ ପାଇଁ
    ଯିରୁଶାଲମ, ତୁମ୍ଭର ଶାନ୍ତି ପାଇଁ ପ୍ରାର୍ଥନା କରେ।
ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କର ମନ୍ଦିରର ମଙ୍ଗଳ ନିମନ୍ତେ ମୁଁ ପ୍ରାର୍ଥନା କରେ ଯେ,
    ଯିରୁଶାଲମ ତୁମ୍ଭ ପାଇଁ ସବୁ ଉତ୍ତମ ଘଟୁ।

ଏକ ଆରୋହଣ ଗୀତ।

123 ସଦାପ୍ରଭୁ, ମୁଁ ତୁମ୍ଭକୁ ଗ୍ଭହିଁ, ପ୍ରାର୍ଥନା କରେ।
    ତୁମ୍ଭେ ସ୍ୱର୍ଗରେ ରାଜାପରି ବସ।
କ୍ରୀତଦାସମାନେ ସେମାନଙ୍କ ଆବଶ୍ୟକ ଦ୍ରବ୍ୟ ପାଇଁ
    ତାଙ୍କର କର୍ତ୍ତାଙ୍କ ଉପରେ ନିର୍ଭର କରନ୍ତି।
ଠିକ୍ ସେହିପରି, ଆମ୍ଭେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କଠାରେ ନିର୍ଭର କରୁ।
    ଆମ୍ଭେ ପରମେଶ୍ୱରଙ୍କ ପାଇଁ ଅପେକ୍ଷା କରୁ, ଆମ୍ଭକୁ ଦୟା ଦେଖାଅ।
ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ, ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ!
    ଆମ୍ଭେମାନେ ଦୀର୍ଘ ସମୟ ଅପମାନିତ ହୋଇଅଛୁ।
ସେହି ଅଳସୁଆ ଓ ଅହଙ୍କାରୀମାନଙ୍କଠାରୁ ଆମ୍ଭକୁ ବହୁତ ଅପମାନ
    ଓ ଘୃଣ୍ୟ ବାକ୍ୟସବୁ ମିଳିଅଛି।

ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ।

124 ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥା’ନ୍ତେ ତେବେ ଆମ୍ଭମାନଙ୍କ ପ୍ରତି କ’ଣ ହୋଇଥା’ନ୍ତା?
    ଇସ୍ରାଏଲ ଆମ୍ଭମାନଙ୍କୁ ଉତ୍ତର ଦିଅ।
କ’ଣ ହୋଇଥା’ନ୍ତା ଆମ୍ଭମାନଙ୍କର ଯଦି ସଦାପ୍ରଭୁ ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥା’ନ୍ତେ।
    ଯେତେବେଳେ ଆମ୍ଭ ପ୍ରତିପକ୍ଷଗଣ ଆମ୍ଭମାନଙ୍କୁ ଆକ୍ରମଣ କରିଥିଲେ?
ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ
    ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥା’ନ୍ତେ।
ଆମ୍ଭମାନଙ୍କ ଶତ୍ରୁ ସୈନ୍ୟମାନେ ଆମ୍ଭମାନଙ୍କୁ
    ଜଳରାଶି ପରି ମଗ୍ନ କରିଥା’ନ୍ତେ।
    ସ୍ରୋତ ଆମ୍ଭମାନଙ୍କର ପ୍ରାଣ ଉପର ଦେଇ ଯାଇଥା’ନ୍ତା।
ଗର୍ଜୁଥିବା ଜଳରାଶି ଆମ୍ଭକୁ
    ବୁଡ଼ାଇ ଦେଇଥା’ନ୍ତା।

ସଦାପ୍ରଭୁଙ୍କର ପ୍ରଶଂସା କର।
    ସେ ଆମ୍ଭମାନଙ୍କୁ ସେମାନଙ୍କର ଦାନ୍ତର ଶିକାର ହେବାକୁ ଦେଇ ନାହାନ୍ତି।

ଆମ୍ଭେମାନେ ହେଉଛୁ ଜାଲରେ ପଡ଼ିଥିବା ଚଢ଼େଇମାନଙ୍କ ପରି, ଯେଉଁମାନେ ଜାଲରୁ ରକ୍ଷା ପାଇଥା’ନ୍ତି।
    ତା’ପରେ ଜାଲ ଛିଣ୍ଡିଗଲା ଓ ଆମ୍ଭେମାନେ ରକ୍ଷା ପାଇଗଲୁ।
ଆମ୍ଭମାନଙ୍କର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିଲା,
    ଯିଏ ସ୍ୱର୍ଗ ଓ ପୃଥିବୀକୁ ନିର୍ମାଣ କଲେ।

ଆରୋହଣ ଗୀତ।

125 ଯେଉଁ ଲୋକମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖନ୍ତି ସେମାନେ ସିୟୋନ ପର୍ବତ ତୁଲ୍ୟ।
    ସେମାନେ କେବେ ମଧ୍ୟ ଥରିବେ ନାହିଁ।
    ସେମାନେ ନିତ୍ୟସ୍ଥାୟୀ ହୋଇ ବଞ୍ଚି ରହିବେ।
ଯେମନ୍ତ ଯିରୁଶାଲମର ଚତୁର୍ଦ୍ଦିଗରେ ପର୍ବତମାନ ଥାଏ,
    ତେମନ୍ତ ସଦାପ୍ରଭୁ ଆପଣା ଲୋକମାନଙ୍କର ଚତୁଃର୍ଦ୍ଦିଗରେ ଥା’ନ୍ତି।
    ସେ ତାଙ୍କର ଲୋକମାନଙ୍କୁ ଚିରଦିନ ପାଇଁ ରକ୍ଷା କରିବେ।
ଧାର୍ମିକ ଲୋକମାନଙ୍କର ଭୂମିକୁ ସଦାକାଳ ଅଧର୍ମ ଲୋକମାନେ ନିଜ ନିୟନ୍ତ୍ରଣରେ ରଖିପାରିବେ ନାହିଁ।
    ଯଦି ଏପରି ଘଟିଲା, ତେବେ ଧାର୍ମିକ ଲୋକମାନେ ଅଧର୍ମ କାର୍ଯ୍ୟ କରିବାକୁ ଆରମ୍ଭ କରିଦେବେ।

ସଦାପ୍ରଭୁ, ଉତ୍ତମ ଲୋକମାନଙ୍କ ପ୍ରତି ମଙ୍ଗଳ କର।
    ପବିତ୍ର ହୃଦୟ ସହିତ ଲୋକମାନଙ୍କର ମଙ୍ଗଳ କର।
ସଦାପ୍ରଭୁ, ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ ଦିଗ ଆଡ଼କୁ ମାଡ଼ନ୍ତି।
    ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ କରନ୍ତି।

ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।

ଦାଉଦଙ୍କର ଏକ ମନ୍ଦିର ଆରୋହଣ ଗୀତ।

126 ଯେତେବେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି।
    ଏହା ଏକ ସ୍ୱପ୍ନ ତୁଲ୍ୟ ଥିଲା।
ଆମ୍ଭେମାନେ ଖୁସୀରେ ପୂର୍ଣ୍ଣ ହୋଇଥିଲୁ ଏବଂ ଖୁସୀରେ ଗୀତ ଗାଇଲୁ।
    ଅନ୍ୟ ଜାତିର ଲୋକମାନେ କହିଲେ,
    “ସଦାପ୍ରଭୁ ସେମାନଙ୍କ ପାଇଁ ମହତ କର୍ମ କଲେ।”
ହଁ, ସଦାପ୍ରଭୁ ଆମ୍ଭ ପାଇଁ ମହତ କର୍ମ କଲେ,
    ତହିଁରେ ଆମ୍ଭେମାନେ ଖୁସୀ ଅଟୁ।

ସଦାପ୍ରଭୁ, ଆଉଥରେ ଆମ୍ଭର ଶାନ୍ତି ପୁନଃସ୍ଥାପନ କର,
    ଯେପରି ମରୁଭୂମିରେ ଝରଣାରୁ ଜଳସ୍ରୋତ ବହେ।
ଜଣେ ଲୋକ ବିହନ ବୁଣିବା ସମୟରେ ଦୁଃଖ ପାଇଥାଏ,
    କିନ୍ତୁ ସେ ଅମଳ ସମୟରେ ବହୁତ ଖୁସୀ ହୁଏ।
ଯଦିଓ ସେ ବିହନ କାନ୍ଦି କାନ୍ଦି ଆପଣା କ୍ଷେତକୁ ନେଇଯାଏ,
    ତଥାପି ସେ ଅମଳ ଘରକୁ ଆଣିବା ସମୟରେ ଖୁସୀ ହୁଏ।

ଶଲୋମନଙ୍କର ରଚିତ ଆରୋହଣ ଗୀତ।

127 ସଦାପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି,
    ତେବେ ନିର୍ମାଣକାରୀମାନଙ୍କ ପରିଶ୍ରମ ବ୍ୟର୍ଥ ହୁଏ।
ଯେବେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି,
    ତେବେ ପ୍ରହରୀ ଜାଗ୍ରତ ହେବା କେବଳ ବୃଥା ଅଟେ।

ତୁମ୍ଭେମାନେ ଦୈନନ୍ଦିନ ଜୀବିକା ଉପାର୍ଜନ ନିମନ୍ତେ
    ପ୍ରଭାତରେ ଉଠ, ଏବଂ ବିଳମ୍ବରେ ବିଶ୍ରାମ କର, ଏହା ତୁମ୍ଭମାନଙ୍କ ନିକଟରେ ବୃଥା।
କାରଣ ସଦାପ୍ରଭୁ ଭଲ ପାଉଥିବା ଲୋକମାନଙ୍କୁ
    ନିଦ୍ରିତ ଅବସ୍ଥାରେ ମଧ୍ୟ ଯତ୍ନ ନିଅନ୍ତି।

ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର।
    ଗର୍ଭାଶୟରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।
ଯୁବକର ପୁତ୍ରଗଣ
    ଏକ ସୈନ୍ୟର ହସ୍ତର ବାଣଗୁଡ଼ିକ ସଦୃଶ ଅଟେ।
ସେହି ବ୍ୟକ୍ତି ଭାଗ୍ୟବାନ୍, ଯେଉଁ ବ୍ୟକ୍ତିର କେବେବି ପରାସ୍ତ ହେବ ନାହିଁ,
    ଯେତେବେଳେ ତାହାଙ୍କୁ ଶତ୍ରୁଗଣ ନଗର ଫାଟକରେ ଅବରୋଧ କରନ୍ତି।
ପୁତ୍ର ରୂପକ ବାଣରେ ଭର୍ତ୍ତି ହୁଏ,
    ସେ ହେଉଛି ଭାଗ୍ୟବାନ୍।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 11

11 ପ୍ରାୟ ଏକ ମାସ ପରେ ଅମ୍ମୋନୀୟ ନାହଶ ଏବଂ ତାଙ୍କ ସେନା ଯାବେଶ୍ ଗିଲିୟଦ ଛାଉଣି ସ୍ଥାପନ କଲେ। ଯାବେ‌‌‌ଶ୍‌‌ର ଲୋକ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ନିୟମ ପ୍ରବର୍ତ୍ତନ କର, ଆମ୍ଭେ ତାହା ପାଳନ କରିବୁ।”

ଅମ୍ମୋନୀୟ ନାହଶ ତାଙ୍କୁ ଉତ୍ତର କଲା, “ତୁମ୍ଭ ସମସ୍ତଙ୍କର ଦକ୍ଷିଣଚକ୍ଷୁ ଉପୁଡ଼ା ଗଲେ ମୁଁ ତା’ପରେ ନିୟମ ସ୍ଥିର କରିବି। ତଦ୍ଦ୍ୱାରା ସମସ୍ତ ଇସ୍ରାଏଲୀୟ ଲଜ୍ଜିତ ହେବେ।”

ଯାବେ‌‌‌ଶ୍‌‌ର ନେତାମାନେ କହିଲେ, “ଆମ୍ଭକୁ ସାତ ଦିନ ସମୟ ଦିଅ, ଆମ୍ଭେ ସାରା ଇସ୍ରାଏଲକୁ ଦୂତଗଣଙ୍କୁ ପଠାଇବୁ ଯଦି ଆମ୍ଭକୁ କେହି ସାହାଯ୍ୟ ନ କରନ୍ତି, ତେବେ ତୁମ୍ଭ ନିକଟକୁ ଆସିବୁ ଓ ସମର୍ପଣ କରିବୁ।”

ଶାଉଲ ଯାବେ‌‌‌ଶ୍‌‌-ଗିଲିୟ‌‌‌‌ଦ୍‌‌‌‌କୁ ରକ୍ଷା କଲେ

ଗିବିୟା ଦୂତ ଶାଉଲ ବାସ କରୁଥିବା ସହରରେ ଲୋକମାନଙ୍କୁ ଏହି କଥା କହିବାରୁ ଲୋକମାନେ ଦୁଃଖରେ କ୍ରନ୍ଦନ କରିବାକୁ ଲାଗିଲେ। ଶାଉଲ ଗାଈମାନଙ୍କୁ ଚରାଇବା ପାଇଁ ବିଲକୁ ଯାଇଥିଲେ। ସେ ସେଠାରୁ ଆସି ଲୋକମାନେ କ୍ରନ୍ଦନ କରିବାର ଶୁଣିବାକୁ ପାଇଲେ। ଶାଉଲ କହିଲେ, “ତୁମ୍ଭର କ’ଣ ହୋଇଛି ତୁମ୍ଭେମାନେ ଏପରି କାନ୍ଦୁଛ କାହିଁକି?”

ତା’ପରେ ଲୋକମାନେ ତାଙ୍କୁ ଯାବେ‌‌‌ଶ୍‌‌ର ଦୂତମାନେ କହିଥିବା ସମସ୍ତ କଥା କହିଲେ। ଶାଉଲ ସମସ୍ତ କଥା ଶୁଣିଲେ। ତା’ପରେ ପରମେଶ୍ୱରଙ୍କ ଆତ୍ମା ଶାଉଲଙ୍କ ଦେହରେ ଅତିଶୟ ପ୍ରଜ୍ୱଳିତ ହେଲା। ଶାଉଲ କ୍ରୋଧରେ ଜର୍ଜରିତ ହେଲେ। ଶାଉଲ ହଳେ ବଳଦ ଆଣି ସେମାନଙ୍କୁ ଖଣ୍ତ ଖଣ୍ତ କରି କାଟିଲେ। ତା’ପରେ ସେ ଟୁକୁରାଗୁଡ଼ିକୁ ଦୂତଗଣକୁ ଦେଲେ। ସେ ଏହା ଇସ୍ରାଏଲୀୟଙ୍କୁ ସତର୍କ କରିବା ପାଇଁ ଦେଲେ। ସେ ଏକ ବାର୍ତ୍ତା ପଠାଇଲେ, “ଯଦି କେହି ଶାଉଲ ଏବଂ ଶାମୁୟେଲଙ୍କୁ ଅନୁସରଣ ନ କରନ୍ତି, ତେବେ ସେମାନଙ୍କର ଗାଈଗୁଡ଼ିକୁ ଏପରି ଖଣ୍ତ ଖଣ୍ତ କରି ଦିଆଯିବ।”

ତା’ପରେ ଏହି ବାର୍ତ୍ତା ପାଇବାପରେ ସଦାପ୍ରଭୁଙ୍କଠାରେ ଲୋକମାନଙ୍କର ଭୀତ ସଞ୍ଚାର ହେବାରୁ ସେମାନେ ଏକତ୍ରିତ ହୋଇ ଗୋଟିଏ ମଣିଷ ପରି ଆସିଲେ। ଶାଉଲ ବେସକରେ ଲୋକମାନଙ୍କୁ ଏକାଠି କଲେ। ସେଠାରେ ଇସ୍ରାଏଲରୁ 300,000 ଲୋକ ଯିହୁଦାରୁ 30,000 ଲୋକ ଉପସ୍ଥିତ ହେଲେ।

ଶାଉଲ ଏବଂ ତାଙ୍କ ସୈନ୍ୟମାନେ ଯାବେ‌‌‌ଶ୍‌‌ର ଦୂତମାନଙ୍କୁ କହିଲେ, “ତୁମ୍ଭେମାନେ ଯାବେଶ୍ ଗିଲିୟଦର ଲୋକମାନଙ୍କୁ କୁହ ଆସନ୍ତା କାଲି ମଧ୍ୟାହ୍ନ ସୁଦ୍ଧା ସେମାନେ ମୁକ୍ତ ହେବେ।”

ଦୂତମାନେ ଫେରି ଶାଉଲଙ୍କ ବାର୍ତ୍ତା ଯାବେ‌‌‌ଶ୍‌‌ର ଲୋକମାନଙ୍କୁ କହିଲେ ଏବଂ ସେମାନେ ବହୁତ ଖୁସୀ ହେଲେ। 10 ତା’ପରେ ଯାବେ‌‌‌ଶ୍‌‌ର ଲୋକମାନେ ଅମ୍ମୋନୀୟ ନାହଶକୁ କହିଲେ, “ଆସନ୍ତା କାଲି ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଆସିବୁ। ତୁମ୍ଭର ଯାହା ଇଚ୍ଛା ହେବ ତାହା ଆମ୍ଭମାନଙ୍କ ପ୍ରତି କରିବ।”

11 ତା’ ପରଦିନ ପ୍ରଭାତରେ ଶାଉଲ ତାଙ୍କ ସୈନ୍ୟମାନଙ୍କୁ ତିନିଭାଗ କରି ସୂର୍ଯ୍ୟୋଦୟ ସମୟରେ ଅମ୍ମୋନୀୟ ଶିବିରରେ ଅତର୍କିତଆକ୍ରମଣ କଲେ। ସେମାନେ ସେମାନଙ୍କର ପ୍ରହରୀସବୁ ପରିବର୍ତ୍ତନ କରୁଥିଲେ ତେଣୁ ପୂର୍ବାହ୍ନ ପୂର୍ବରୁ ଶାଉଲ ଏବଂ ତାଙ୍କ ସୈନ୍ୟ ତାଙ୍କୁ ପରାସ୍ତ କଲେ ଅମ୍ମୋନୀୟମାନେ ବିଭିନ୍ନ ଆଡ଼େ ଦୌଡ଼ି ପଳାଇଲେ। ସୈନ୍ୟମାନେ ଏପରି ପଳାୟନ କଲେ ଯେ, ଦୁଇଟି ସୈନ୍ୟ ଏକତ୍ରିତ ହୋଇ ପାରିଲେ ନାହିଁ।

12 ତା’ପରେ ଲୋକମାନେ ଶାମୁୟେଲଙ୍କୁ ପଗ୍ଭରିଲେ, “ଯେଉଁମାନେ ଶାଉଲଙ୍କୁ ବିରୁଦ୍ଧ କରୁଥିଲେ ସେମାନେ କେଉଁଠି ଅଛନ୍ତି। ସେ ଲୋକମାନଙ୍କୁ ଆମ୍ଭେ ହତ୍ୟା କରିବୁ।”

13 ଶାଉଲ କହିଲେ, “ନା! ଆଜି କାହାକୁ ହତ୍ୟା କର ନାହିଁ। ସଦାପ୍ରଭୁ ଆଜି ଇସ୍ରାଏଲୀୟମାନଙ୍କୁ ରକ୍ଷା କରିଛନ୍ତି।”

14 ତା’ପରେ ଶାମୁୟେଲ ଲୋକମାନଙ୍କୁ କହିଲେ, “ଆସ ଗି‌ଲ୍‌ଗ‌ଲ୍‌କୁ ଯିବା, ସେଠାରେ ଶାଉଲଙ୍କୁ ପୁନର୍ବାର ରାଜାରୂପେ ଅଭିଷିକ୍ତ କରିବା।”

15 ତା’ପରେ ସମସ୍ତେ ଗି‌ଲ୍‌ଗଲ୍ ଗଲେ, ସେଠାରେ ସଦାପ୍ରଭୁଙ୍କ ସମ୍ମୁଖରେ ଶାଉଲଙ୍କୁ ରାଜାରୂପେ ଅଭିଷକ୍ତ କଲେ। ସେମାନେ ସମସ୍ତେ ସଦାପ୍ରଭୁଙ୍କୁ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଶାଉଲ ଏବଂ ଇସ୍ରାଏଲୀୟମାନେ ମହା ଆନନ୍ଦରେ ଏହା ପାଳନ କଲେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 8:1-13

ସ୍ତିଫାନଙ୍କ ମୃତ୍ୟୁ ଯେ ଯଥାର୍ଥ, ଏହା ଶାଉଲ ସମର୍ଥନ କରିଥିଲେ। କେତେକ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ।

ବିଶ୍ୱାସୀମାନଙ୍କ ଉପରେ ଉ‌ଦ୍‌ବେଗ ଅଶାନ୍ତି

ସେହି ଦିନ ଯିରୁଶାଲମରେ ଥିବା ବିଶ୍ୱାସୀମାନଙ୍କ ବିରୁଦ୍ଧରେ ଗୋଟିଏ ଭୀଷଣ ତାଡ଼ନା ହେଲା। ପ୍ରେରିତମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଶ୍ୱାସୀ ଯିହୂଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନରେ ଛିନ୍ନଭିନ୍ନ ହୋଇଗଲେ। କିନ୍ତୁ ଶାଉଲ ଘରେ ଘରେ ପଶି ପୁରୁଷ ଓ ସ୍ତ୍ରୀମାନଙ୍କୁ ଟାଣି ଆଣି କାରାଗାରରେ ରଖିଲେ ଓ ମଣ୍ଡଳୀ ଧ୍ୱଂସ କରିବା ପାଇଁ ଚେଷ୍ଟା କଲେ। ଯେଉଁମାନେ ଛିନ୍ନ­­­­­­­ ଭିନ୍ନ ହୋଇଯାଇଥିଲେ, ସେହି ଲୋକମାନେ ଗ୍ଭରିଆଡ଼େ ଯାଇ ସୁସମାଗ୍ଭର କହିଲେ।

ଶମିରୋଣରେ ଫିଲି‌ପ୍‌ପଙ୍କର ପ୍ରଗ୍ଭର

ଫିଲି‌ପ୍‌ପ ଶମିରୋଣ ନଗରକୁ ଯାଇ ଖ୍ରୀଷ୍ଟଙ୍କ ବିଷୟରେ ସେମାନଙ୍କ ନିକଟରେ ପ୍ରଗ୍ଭର କଲେ। ସେଠାକାର ଲୋକମାନେ ଫିଲି‌ପ୍‌ପଙ୍କର କଥା ଶୁଣିଲେ ଓ ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ଦେଖି ତାହାଙ୍କ କଥାରେ ଅଧିକ ମନଦେଲେ। ବହୁତ ଲୋକଙ୍କ ଭିତରେ ଭୂତମାନେ ଥିଲେ। କିନ୍ତୁ ସେମାନଙ୍କୁ ବାହାର କରିଦେଲେ। ବାହାରକୁ ଆସିବା ବେଳେ ଭୂତମାନେ ଉଚ୍ଚସ୍ୱରରେ ପାଟି କରୁଥିଲେ। ବହୁତ ପକ୍ଷାଘାତୀ ଏବଂ ଛୋଟ ଲୋକ ମଧ୍ୟ ଫିଲି‌ପ୍‌ପଙ୍କ ଦ୍ୱାରା ଆରୋଗ୍ୟ ହେଲେ। ଏଥି ଯୋଗୁଁ, ସେ ନଗରର ଲୋକମାନେ ବହୁତ ଖୁସୀ ହେଲେ।

ସେହି ନଗରରେ ଶିମୋନ ନାମକ ଜଣେ ଲୋକ ଥିଲା। ଫିଲି‌ପ୍‌ପ ସେଠାକୁ ଆସିବା ପୂର୍ବରୁ ଶିମୋନ ଯାଦୁଖେଳ ଦେଖାଇ ଶମିରୋଣର ବାସିନ୍ଦାମାନଙ୍କୁ ବିସ୍ମିତ କରିଦେଇଥିଲା। ସେ ନିଜକୁ ବଡ଼ ମହାପୁରୁଷ ବୋଲି କହୁଥିଲା। 10 ତେଣୁ ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଶିମୋନଙ୍କ ପ୍ରତି ଧ୍ୟାନ ଦେଲେ। ଲୋକେ କହିଲେ, “ଏହି ଲୋକଠାରେ ପରମେଶ୍ୱରଙ୍କ ଶକ୍ତି ଅଛି। ଯାହାକୁ କି ‘ମହାନ ଶକ୍ତି’ ବୋଲି କୁହାଯାଏ।” 11 ଶିମୋନ ଲୋକମାନଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଯାଦୁ ବିଦ୍ୟାରେ ମୁ‌ଗ୍‌ଧ କରି ପାରୁଥିବା କଥା ସମସ୍ତେ ଶୁଣିଲେ। 12 କିନ୍ତୁ ଯେତେବେଳେ ସେମାନେ ଫିଲି‌ପ୍‌ପଙ୍କଠାରୁ ପରମେଶ୍ୱରଙ୍କ ରାଜ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ବିଷୟକ ସୁସମ୍ବାଦ ଶୁଣିଲେ, ସେତେବେଳେ ସେମାନେ ଫିଲି‌ପ୍‌ପଙ୍କ କଥାରେ ବିଶ୍ୱାସ କରି ବାପ୍ତିଜିତ ହେଲେ। 13 ଶିମୋନ ନିଜେ ମଧ୍ୟ ଏହା ବିଶ୍ୱାସ କଲେ ଓ ବାପ୍ତିଜିତ ହୋଇ ଫିଲି‌ପ୍‌ପଙ୍କ ସହିତ ରହିଲେ। ସେ ଅସଧାରଣ, ଆଶ୍ଚର୍ଯ୍ୟପୂର୍ଣ୍ଣ କାର୍ଯ୍ୟ ଓ ଚିହ୍ନମାନ ଦେଖି ବିସ୍ମିତ ହେଲେ।

ଲୂକ ଲିଖିତ ସୁସମାଗ୍ଭର 22:63-71

ଲୋକମାନେ ଯୀଶୁଙ୍କୁ ଉପହାସ କଲେ(A)

63-64 କେତେକ ଲୋକ ଯୀଶୁଙ୍କୁ ଜଗିଥିଲେ। ସେମାନେ ଯୀଶୁଙ୍କୁ ଥଟ୍ଟା କଲେ। ଯୀଶୁ ଯେପରି ସେମାନଙ୍କୁ ଦେଖି ନ ପାରନ୍ତି, ଏଥିପାଇଁ ସେମାନେ ତାହାଙ୍କ ମୁହଁ ଘୋଡ଼ାଇ ଦେଲେ। ସେମାନେ ଯୀଶୁଙ୍କୁ ପିଟିବାକୁ ଲାଗିଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ ପରା ଭବିଷ୍ୟ‌ଦ୍‌ବକ୍ତା। କୁହ ତ ଦେଖି, ତୁମ୍ଭକୁ କିଏ ମାରିଲା? 65 ଲୋକମାନେ ଯୀଶୁଙ୍କୁ ଅନେକ କଦର୍ଯ୍ୟ କଥା କହିବାକୁ ଲାଗିଲେ।

ଯିହୂଦୀ ନେତାଙ୍କ ସାମନାରେ ଯୀଶୁ(B)

66 ତା’ ପରଦିନ ସକାଳେ, ପ୍ରାଚୀନ ଯିହୂଦୀ ନେତା ଗଣ, ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ଏକାଠି ହେଲେ। ସେମାନେ ଯୀଶୁଙ୍କୁ ସେମାନଙ୍କର ସର୍ବୋଚ୍ଚ ନ୍ୟାୟଳୟକୁ ନେଇଗଲେ। 67 ସେମାନେ କହିଲେ, “ତୁମ୍ଭେ ଯଦି ଖ୍ରୀଷ୍ଟ, ତେବେ ତାହା ଆମ୍ଭକୁ କୁହ।”

ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ଯଦି କୁହେ ଯେ ମୁଁ ଖ୍ରୀଷ୍ଟ ତୁମ୍ଭେମାନେ ମୋତେ ବିଶ୍ୱାସ କରିବ ନାହିଁ। 68 ଏବଂ ମୁଁ ଯଦି ତୁମ୍ଭମାନଙ୍କୁ ପ୍ରଶ୍ନ ପଗ୍ଭରେ, ତେବେ ତୁମ୍ଭେମାନେ ତା’ର ଉତ୍ତର ଦେବ ନାହିଁ। 69 କିନ୍ତୁ ବର୍ତ୍ତମାନଠାରୁ ମନୁଷ୍ୟପୁତ୍ର ପରମେଶ୍ୱରଙ୍କ ସିଂହାସନରେ ଡାହାଣ ପଟେ ବସିବେ।”

70 ସେମାନେ ସମସ୍ତେ କହିଲେ, “ତେବେ କ’ଣ ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର?” ଯୀଶୁ ସେମାନଙ୍କୁ କହିଲେ, “ହଁ, ତୁମ୍ଭେ ଯାହା କହିଛ. ତାହା ଠିକ୍।”

71 ସେମାନେ କହିଲେ, “ତେବେ ଆମ୍ଭର ବର୍ତ୍ତମାନ ଆଉ ସାକ୍ଷୀ କ’ଣ ଦରକାର? ଆମ୍ଭେ ତ ନିଜେ ତାହାଙ୍କ ମୁଖରୁ ଏହା ଶୁଣିଲୁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center