Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 137

137 ଆମ୍ଭେମାନେ ବାବିଲୀୟ ନଦୀ ନିକଟରେ ସିୟୋନକୁ ସ୍ମରଣ କଲାବେଳେ
    ସେଠାରେ ବସି ରୋଦନ କଲୁ।
ଆମ୍ଭେମାନେ ସେଠାରେ ଥିବା ବାଇଶୀ ବୃକ୍ଷରେ ନିଜ ନିଜର ବୀଣା ଟଙ୍ଗାଇ ରଖିଲୁ।
ବାବିଲରେ ଯେଉଁ ଲୋକମାନେ ଆମ୍ଭମାନଙ୍କୁ ବନ୍ଦୀ କରିଥିଲେ, ଆମ୍ଭେ ଗୀତ ଗାଉ ବୋଲି ସେମାନେ ଗ୍ଭହିଁଲେ।
    ସେମାନଙ୍କର ମନୋରଞ୍ଜନ କରିବାକୁ ସେମାନେ ଆମ୍ଭମାନଙ୍କୁ ଡାକିଲେ:
    “ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।”
କିନ୍ତୁ ଆମ୍ଭେମାନେ ସଦାପ୍ରଭୁଙ୍କର ଗୀତ କିପରି
    ବିଦେଶରେ ଗାନ କରି ପାରିବା!
ହେ ଯିରୁଶାଲମ, ଯଦି ମୁଁ ତୁମ୍ଭକୁ ଭୁଲେ,
    ତେବେ ମୋର ଦକ୍ଷିଣ ହସ୍ତ ଆପଣାର କର୍ମ କୌଶଳ ପାଶୋରି ଯାଉ।
ହେ ଯିରୁଶାଲମ,
    ଯଦି ମୁଁ ତୁମ୍ଭକୁ କେବେ ଭୁଲେ,
ତେବେ ମୋର କାମନା କି
    ମୁଁ ଆଉ କୌଣସି ଗୀତ ଗାଇ ପାରିବି ନାହିଁ।

ମୁଁ ପ୍ରତିଜ୍ଞା କରୁଅଛି ଯେ, ଯିରୁଶାଲମ ସର୍ବଦା ମୋର ଆନନ୍ଦ ଧାମ ହୋଇ ରହିବ।
    ହେ ସଦାପ୍ରଭୁ, ଇଦୋମୀୟମାନଙ୍କୁ ସ୍ମରଣ କର ଏବଂ ଯିରୁଶାଲମ ଅବରୋଧ ହେବା ସମୟ ସେମାନେ ଯାହା କଲେ ସେଥିପାଇଁ ସେମାନଙ୍କୁ ଦଣ୍ଡିତ କର।
ସ୍ମରଣ କର ସେମାନେ କିପରି ଚିତ୍କାର କଲେ, “ଏହି କୋଠାଘରକୁ ଧ୍ୱଂସ କର!
    ସେମାନଙ୍କୁ ଟାଣିଆଣି ଧୂଳିରେ ମିଶାଇ ଦିଅ।”
ହେ ବାବିଲୋନ, ତୁମ୍ଭେ ଧ୍ୱଂସ ହେବ!
    ମୁଁ ଯେକୌଣସି ଲୋକକୁ ଆଶୀର୍ବାଦ ଦେବି, ଯିଏ ତୁମ୍ଭକୁ ପ୍ରତିଦାନ ଦେବ, ଯାହା ତୁମ୍ଭେ ଆମ୍ଭ ପ୍ରତି କରିଥିଲ।
ମୁଁ ଯେକୌଣସି ବ୍ୟକ୍ତିକୁ ଆଶୀର୍ବାଦ ଦେବି,
    ଯିଏ ତୁମ୍ଭର ଶିଶୁଗଣକୁ ତୁମ୍ଭଠାରୁ ଛଡ଼ାଇ ଆଣିବ ଏବଂ ସେମାନଙ୍କୁ ପଥରରେ ପିଟି ଦେବ।

ଗୀତସଂହିତା 144

ଦାଉଦଙ୍କ ଗୀତ

144 ସଦାପ୍ରଭୁ ମୋର ଶୈଳ,
    ତାହଙ୍କର ପ୍ରଶଂସା ହେଉ।
ସେ ମୋତେ ଯୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।
    ସଦାପ୍ରଭୁ ମୋତେ ଯୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।
ସେ ମୋତେ ସ୍ନେହ କରନ୍ତି ଏବଂ ରକ୍ଷା କରନ୍ତି।
    ସେ ମୋର ଉଚ୍ଚ ପର୍ବତରେ ନିରାପଦ ସ୍ଥାନ।
ସେ ମୋତେ ଉଦ୍ଧାର କରନ୍ତି।
    ସେ ମୋର ଢାଲ,
ସେ ହେଉଛନ୍ତି ମୋ’ ଆଶ୍ରୟସ୍ଥଳ।
    ସଦାପ୍ରଭୁ ମୋର ଲୋକମାନଙ୍କୁ ଶାସନ କରିବାରେ ମୋତେ ସାହାଯ୍ୟ କରନ୍ତି।

ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ପାଇଁ ଏତେ ମହତ୍ତ୍ୱପୂର୍ଣ୍ଣ କାହିଁକି?
    ତୁମ୍ଭେ ଆମ୍ଭମାନଙ୍କ ପ୍ରତି କାହିଁକି ଧ୍ୟାନ ଦିଅ?
ମନୁଷ୍ୟ ଜୀବନ ପବନର ଫୁତ୍କାର।
    ତାହାର ଜୀବନ ବହିଯିବା ଦିନର ଛାୟା ତୁଲ୍ୟ।

ହେ ସଦାପ୍ରଭୁ, ଆପଣା ଗଗନ ମଣ୍ଡଳକୁ ଚିରି ତଳକୁ ଆସ।
    ପର୍ବତଗଣକୁ ସ୍ପର୍ଶ କର ଯେଉଁଥିରେ ସେମାନେ ଧୂମ ନିର୍ଗତ କରିବେ।
ବିଜୁଳି ନିକ୍ଷେପ କରି ଶତ୍ରୁମାନଙ୍କୁ ଘରଦ୍ୱାର ଦିଅ।
    ତୁମ୍ଭର “ବାଣ” ନିକ୍ଷେପ କର ଏବଂ ସେମାନଙ୍କୁ ତଡ଼ି ଦିଅ।
ସଦାପ୍ରଭୁ, ସ୍ୱର୍ଗରୁ ଓହ୍ଲାଇ ଆସ ଏବଂ ମୋତେ ରକ୍ଷା କର।
    ମୋତେ ଶତ୍ରୁରୂପକ ସମୁଦ୍ରରେ ବୁଡ଼ାଅ ନାହିଁ।
    ମୋତେ ବିଦେଶୀମାନଙ୍କଠାରୁ ରକ୍ଷା କର।
ସେହି ଶତ୍ରୁଗଣ ମିଥ୍ୟାବାଦୀ,
    ଏପରିକି ଯେତେବେଳେ ସେମାନେ ସତ୍ୟ କହିବାକୁ ଶପଥ ନିଅନ୍ତି।

ହେ ସଦାପ୍ରଭୁ, ତୁମ୍ଭ ବିଷୟରେ ମୁଁ ନୂତନ ଗୀତ ଗାନ କରିବି।
    ଦଶତାର ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ମୁଁ ପ୍ରଶଂସା ଗାନ କରିବି।
10 ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସେମାନଙ୍କ ଯୁଦ୍ଧରେ ବିଜୟୀ କରାଅ।
    ସଦାପ୍ରଭୁ, ତୁମ୍ଭେ ଆପଣା ସେବକ ଦାଉଦଙ୍କୁ ଶତ୍ରୁ ଖ‌ଡ଼୍‌ଗର ସମ୍ମୁଖରୁ ଉଦ୍ଧାର କର।
11 ମୋତେ ସେହି ବିଦେଶୀଙ୍କଠାରୁ ରକ୍ଷା କର।
    ସେହି ଶତ୍ରୁମାନେ ମିଥ୍ୟାବାଦୀ,
    ଏପରିକି ଯେତେବେଳେ ସେମାନେ ସତ୍ୟ କହିବାକୁ ଶପଥ ନିଅନ୍ତି।

12 ଆମ୍ଭର ପୁତ୍ରଗଣ ସେହି ବୃକ୍ଷଗୁଡ଼ିକ ପରି ହୁଅନ୍ତୁ ଯେଉଁଗୁଡ଼ିକ ଖୁବ୍ ଶୀଘ୍ର ବଢ଼ି ପୂର୍ଣ୍ଣ ବୃକ୍ଷରେ ପରିଣତ ହୁଅନ୍ତି।
    ଆମ୍ଭମାନଙ୍କ କନ୍ୟାଗଣ ରାଜପ୍ରାସାଦର ଖୋଦିତ କୋଣର ଖମ୍ବ ତୁଲ୍ୟ ହୁଅନ୍ତୁ।
13 ଆମ୍ଭମାନଙ୍କର ଭଣ୍ଡାର
    ସର୍ବପ୍ରକାର ଶସ୍ୟରେ ପରିପୂର୍ଣ୍ଣ ହେଉ।
ଆମ୍ଭମାନଙ୍କର ମେଷଗଣ ସହସ୍ର ସହସ୍ର
    ଓ ଅୟୁତ ଅୟୁତ ଶାବକ ପ୍ରସବ କରନ୍ତୁ।
14     ଆମ୍ଭର ଗାଈଗୋରୁ ଉତ୍ପାଦନ ଦ୍ୱାରା ଅଧିକ ଓଜନିଆ ହୋଇ ପଡ଼ନ୍ତୁ।
ଆମ୍ଭମାନଙ୍କର ଶତ୍ରୁଗଣ ଆମ୍ଭର ପ୍ରାଚୀରକୁ ଭାଙ୍ଗନ୍ତୁ ନାହିଁ।
    ଆମ୍ଭମାନଙ୍କ ମଧ୍ୟରୁ କେହି ନିର୍ବାସିତ ନ ହୁଅନ୍ତୁ।
    ଆମ୍ଭମାନଙ୍କ ଛକସ୍ଥାନରେ କୌଣସି କୋଳାହଳ ନ ହେଉ।

15 ସେହିପରି ଲୋକମାନେ ହେଉଛନ୍ତି ଧନ୍ୟ, ଯାହାର ଏହିଭଳି ଅଛି।
    ସେହି ଲୋକମାନେ ଧନ୍ୟ ହୁଅନ୍ତୁ, ଯାହାର ପରମେଶ୍ୱର ହେଉଛନ୍ତି ସଦାପ୍ରଭୁ।

ଗୀତସଂହିତା 104

104 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭେ ମହାନ।
ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ।
    ତୁମ୍ଭେ ରାଜବସ୍ତ୍ର, ପରି ଦିପ୍ତୀ ପରିଧାନ କର।
ତୁମ୍ଭେ ପରଦା ପରି ଆକାଶମଣ୍ଡଳ ବିସ୍ତାର କରିଅଛ।
    ପରମେଶ୍ୱର ତୁମ୍ଭେ ଆକାଶର ଜଳରାଶି ଉପରେ ଘର କଲ।
ତୁମ୍ଭେ ମେଘମାଳାକୁ ଆପଣା ରଥପରି କରିଅଛ।
    ତୁମ୍ଭେ ବାୟୁ ରୂପକ ପକ୍ଷ ଦ୍ୱାରା ଆକାଶରେ ଗମନାଗମନ କରୁଅଛ।
ହେ ପରମେଶ୍ୱର, ତୁମ୍ଭେ ଆପଣା ଦୂତମାନଙ୍କୁ ବାୟୁ ପରି କର
    ଓ ତୁମ୍ଭର ସେବକମାନଙ୍କୁ ଅଗ୍ନି [a] ସଦୃଶ କର।
ହେ ପରମେଶ୍ୱର, ତୁମ୍ଭେ ପୃଥିବୀର ଭିତ୍ତିପ୍ରସ୍ତର ଏପରି ସ୍ଥାପନ କରିଅଛ
    ଯେ ତାହା ମୂଳରୁ କେବେ ଧ‌କ୍‌କା ହେବ ନାହିଁ।
ତୁମ୍ଭେ ତାହାକୁ ବାରିଧିର କମଳ ତୁଲ୍ୟ ଆଚ୍ଛାଦନ କଲ।
    ପର୍ବତଗଣ ଉପରେ ଜଳରାଶି ଆଚ୍ଛାଦିତ ହେଲା।
କିନ୍ତୁ ତୁମ୍ଭେ ଆଜ୍ଞା ଦେଲ ଓ ଜଳରାଶି ସେଠାରୁ ଛାଡ଼ି ପଳାଇଲା।
    ହେ ପରମେଶ୍ୱର, ତୁମ୍ଭେ ଜଳରାଶିକୁ ପାଟିକଲ ଓ ତାହା ପଳାଇଲା।
ସେହି ପାଣିସବୁ ପର୍ବତ ଉପରୁ ଉପତ୍ୟକାକୁ ବହିଗଲା
    ଏବଂ ତା’ପରେ ତୁମ୍ଭେ ସୃଷ୍ଟି କରିଥିବା ସ୍ଥାନକୁ ବହିଗଲା।
ତୁମ୍ଭେ ସମୁଦ୍ର ପାଇଁ ସୀମା ନିର୍ଦ୍ଧାରିତ କଲ।
    ଯେପରିକି ସେମାନେ ତାହା ଅତିକ୍ରମ କରି ପାରିବେ ନାହିଁ।
    ଜଳରାଶି କେବେ ସୀମା ଲଙ୍ଘନ କରି ପୃଥିବୀକୁ ଆଚ୍ଛାଦନ କରି ପାରିବ ନାହିଁ।

10 ପରମେଶ୍ୱର ତୁମ୍ଭେ ହିଁ ଝରଣାରୁ ଜଳର ସ୍ରୋତ ବୁହାଇଲ।
    ଏହା ପର୍ବତଗଣର ସ୍ରୋତରେ ମିଶି ବହିଯାଏ।
11 ଏହି ଜଳ ବନ୍ୟ ପଶୁଗଣକୁ ଜଳ ଯୋଗାଏ।
    ବନ୍ୟ ଗର୍ଦ୍ଦଭମାନେ ତହିଁରେ ନିଜ ନିଜର ତୃଷା ନିବାରଣ କରନ୍ତି।
12 ବନ୍ୟ ପକ୍ଷୀଗଣ ଜଳାଶୟ ନିକଟରେ ବାସ କରିବା ପାଇଁ ଆସନ୍ତି।
    ସେହି ପକ୍ଷୀଗୁଡ଼ିକ ଜଳାଶୟ ପାଖରେ ଥିବା ବୃକ୍ଷର ଡାଳମାନଙ୍କରେ ଥାଇ ଗୀତ ଗାଆନ୍ତି।
13 ତୁମ୍ଭେ ତୁମ୍ଭର ପର୍ବତ ଗୁଡ଼ିକର ପାଦ ଦେଶରେ ବୃଷ୍ଟି କରାଅ।
    କାରଣ ଯାହାସବୁ ତୁମ୍ଭେ କର, ପୃଥିବୀ ଦରକାର କରୁଥିବା ସବୁ ଜିନିଷ ଏହା ମଧ୍ୟରେ ଅଛି।
14 ତୁମ୍ଭେ ପଶୁଗଣଙ୍କ ନିମନ୍ତେ ତୃଣ
    ଓ ମନୁଷ୍ୟର ସେବା ନିମନ୍ତେ ବୃକ୍ଷ ଅଙ୍କୁରିତ କର।
    ଏହିପରି ଭାବରେ ସେମାନେ ପୃଥିବୀରୁ ଖାଦ୍ୟ ପାଆନ୍ତି।
15 ହୃଦୟ ଚିତ୍ତ ଆନନ୍ଦକାରୀ ଦ୍ରାକ୍ଷାରସ ଦିଅ,
    ଆମ୍ଭମାନଙ୍କର ମୁହଁ ଚି‌କ୍‌କଣକାରୀ ତୈଳ
    ଓ ମନୁଷ୍ୟକୁ ଶକ୍ତିଶାଳୀ କରୁଥିବା ଖାଦ୍ୟ ଦିଅ।

16 ଲିବାନୋ‌ନ୍‌ର ମହାନ ବୃକ୍ଷଗୁଡ଼ିକ ପ୍ରଚୁର ପରିମାଣରେ ବର୍ଷା ପାଆନ୍ତି।
    ସଦାପ୍ରଭୁ ସେହି ବୃକ୍ଷଗୁଡ଼ିକୁ ରୋପଣ କରିଥିଲେ ଓ ସେମାନଙ୍କର ଆବଶ୍ୟକତାନୁଯାୟୀ ପାଣି ଦେଉଥିଲେ।
17 ସେହି ବୃକ୍ଷଗୁଡ଼ିକ ମଧ୍ୟରେ ପକ୍ଷୀଗଣ ଆପଣା ଆପଣା ବସା ନିର୍ମାଣ କରନ୍ତି।
    ସାରସ ପକ୍ଷୀ ସୋନେବର ବୃକ୍ଷରେ ବାସ କରନ୍ତି।
18 ଉଚ୍ଚ ପର୍ବତଶ୍ରେଣୀ ବନ୍ୟ ଛାଗମାନଙ୍କ ବାସସ୍ଥାନ ଅଟେ।
    ଶୈଳସବୁ ଶାଫନର [b] ଆଶ୍ରୟ।

19 ପରମେଶ୍ୱର ଋତୁ ନିରୂପଣ ନିମନ୍ତେ ଚନ୍ଦ୍ର ସୃଷ୍ଟି କରିଛନ୍ତି।
    ସୂର୍ଯ୍ୟ ଆପଣା ଅସ୍ତଗମନ ଜାଣେ।
20 ତୁମ୍ଭେ ଅନ୍ଧକାର କଲେ ରାତ୍ରି ହୁଏ।
    ତହିଁରେ ସକଳ ବନ୍ୟପଶୁ ବାହାରି ଭ୍ରମଣ କରନ୍ତି।
21 ଯୁବା ସିଂହଗଣ ମୃଗୟା ଚେଷ୍ଟାରେ ଗର୍ଜନ କରନ୍ତି।
    ସେତ ଯେପରି ସେମାନେ ପରମେଶ୍ୱରଙ୍କଠାରୁ ଆହାର ଲୋଡ଼ନ୍ତି।
22 ସୂର୍ଯ୍ୟୋଦୟ ହେଲେ ସେମାନେ ନିଜ ନିଜ ବସାକୁ ଗ୍ଭଲିଯା’ନ୍ତି।
    ଏବଂ ନିଜ ନିଜ ବସାରେ ବିଶ୍ରାମ କରନ୍ତି।
23 ଏହା ପରେ ମନୁଷ୍ୟ ତା’ର କାମକୁ ବାହାରେ
    ଏବଂ ସେ ସନ୍ଧ୍ୟା ପର୍ଯ୍ୟନ୍ତ କାମ କରେ।

24 ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ।
    ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି।
    ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ।
25 ମହାସାଗରକୁ ଦେଖ, ଏହା କେତେ ମହାନ!
    ବହୁତ ଛୋଟ ଏବଂ ବଡ଼ ଜୀବ ସେଥିରେ ବାସ କରୁଛନ୍ତି।
    ସେଗୁଡ଼ିକୁ ଗଣନା କରି ହେବ ନାହିଁ।
26 ତହିଁରେ ଜାହାଜ ଯାତାୟାତ କରେ।
    ତହିଁରେ ଖେଳିବା ପାଇଁ
    ତୁମ୍ଭର ସୃଷ୍ଟି ଲିବିୟାଥନ୍ ଥାଏ।

27 ଏ ସମସ୍ତ ପ୍ରାଣୀ ତୁମ୍ଭ ଉପରେ ନିର୍ଭର କରନ୍ତି,
    ଯେପରିକି ଠିକ୍ ସମୟରେ ତୁମ୍ଭେ ସେମାନଙ୍କୁ ଖାଦ୍ୟ ପ୍ରଦାନ କରିବ,
28 ତୁମ୍ଭେ ସେମାନଙ୍କୁ ଖାଦ୍ୟ ଦିଅ, ଯାହା ସେମାନେ ସଂଗ୍ରହ କରନ୍ତି।
    ତୁମ୍ଭେ ତୁମ୍ଭର ହସ୍ତ ଖୋଲି ଦିଅ, ସେମାନେ ପରିତୃପ୍ତ ହେବା ପର୍ଯ୍ୟନ୍ତ ଏଥିରୁ ଭୋଜନ କରିବେ।
29 ଏବଂ ତୁମ୍ଭେ ଯେତେବେଳେ ସେମାନଙ୍କର ବିମୁଖ ହୁଅ ସେମାନେ ଭୟଭୀତ ହୁଅନ୍ତି।
    ଯେତେବେଳେ ତୁମ୍ଭେ ସେମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେଇଯାଅ,
ସେମାନେ ଦୁର୍ବଳ ଓ ମୃତ୍ୟୁ ହୋଇ ଯାଆନ୍ତି,
    ପୁଣି ସେମାନଙ୍କ ଶରୀର ଧୂଳିରେ ପରିଣତ ହୁଏ।
30 ହେ ସଦାପ୍ରଭୁ, ତୁମ୍ଭେ ଯେତେବେଳେ ଆପଣା ଆତ୍ମା ପଠାଅ, ସେତେବେଳେ ନୂତନ ସୃଷ୍ଟି ହେବ।
    ଏବଂ ତୁମ୍ଭେ ପୁଣି ସମସ୍ତ ନୂତନ ଜିନିଷ ପୃଥିବୀରେ ସୃଷ୍ଟି କର।

31 ସଦାପ୍ରଭୁଙ୍କର ମହିମା ଅନନ୍ତକାଳ ଥାଉ!
    ସଦାପ୍ରଭୁ ଆପଣା ଦୃଷ୍ଟିରେ ଆନନ୍ଦିତ ହୁଅନ୍ତୁ।
32 ସଦାପ୍ରଭୁ ପୃଥିବୀକୁ ଗ୍ଭହିଁଲେ ପୃଥିବୀ କମ୍ପିତ ହୁଏ।
    ସେ ପର୍ବତକୁ ସ୍ପର୍ଶକଲେ ସେଥିରୁ ଧୂଆଁ ନିର୍ଗତ ହୁଏ।

33 ମୁଁ ଜୀବନସାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି।
    ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବି।
34 ମୁଁ ଆଶାକରେ ମୁଁ ଯାହାସବୁ କହିଲି ତାହା ଆନନ୍ଦ ଦେବ।
    ମୁଁ ସଦାପ୍ରଭୁଙ୍କ ପାଇଁ ଆନନ୍ଦିତ ହେବି।
35 ପାପୀମାନେ ପୃଥିବୀରୁ ଉଭେଇ ଯାଆନ୍ତୁ।
    ସବୁଦିନ ପାଇଁ ଦୁଷ୍ଟ ଲୋକମାନେ ନିଶେଷ ହୁଅନ୍ତୁ।

ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ସଦାପ୍ରଭୁଙ୍କର ପ୍ରଶଂସା କର।

ମୀଖା ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 5:1-4

ବର୍ତ୍ତମାନ, ହେ ଶକ୍ତିଶାଳୀ ନଗରୀ, ତୁମ୍ଭର ସୈନ୍ୟଦଳକୁ ଏକତ୍ରିତ କର।
    ସେମାନେ ଆକ୍ରମଣ କରିବାକୁ ଆମ୍ଭମାନଙ୍କୁ ଘେରି ରହନ୍ତୁ।
ସେମାନେ ମଧ୍ୟ ଇସ୍ରାଏଲର ବିଗ୍ଭରକଙ୍କୁ
    ତାଙ୍କ ଗାଲରେ ବାଡ଼ି ସାହାଯ୍ୟରେ ଆଘାତ କରିବେ।

ମସିହା ବୈ‌‌‌ଥ୍‌‌‌ଲେହମରେ ଜନ୍ମ ନେବେ

କିନ୍ତୁ ହେ ବୈ‌‌‌ଥ୍‌‌‌ଲେହମ୍-ଉଫ୍ରାଥା,
    ତୁମ୍ଭେ ଯିହୁଦାର ଗୋଟିଏ କ୍ଷୁଦ୍ରତମ ସହର ଅଟ।
କିନ୍ତୁ ତୁମ୍ଭ ମଧ୍ୟରୁ “ଇସ୍ରାଏଲର ଶାସନକର୍ତ୍ତା” ହେବା ନିମନ୍ତେ
    ଜଣେ ବ୍ୟକ୍ତି ଆମ୍ଭ ଉଦ୍ଦେଶ୍ୟରେ ଜନ୍ମ ହେବେ।
ତାଙ୍କର ଉତ୍ପତ୍ତି ପୁରାତନ
    ତଥା ଅନାଦିକାଳରୁ ହୋଇଅଛି।
ସେଥିପାଇଁ ସଦାପ୍ରଭୁ ତାଙ୍କର ସନ୍ତାନମାନଙ୍କୁ ତ୍ୟାଗ କରିବେ,
    ଯେପର୍ଯ୍ୟନ୍ତ ସ୍ତ୍ରୀଲୋକ ତା’ର ସନ୍ତାନ ପ୍ରସବ ନ କରିଛି।
ତାହାପରେ ଅବଶିଷ୍ଟ ଭାତୃଗଣ
    ଇସ୍ରାଏଲର ଲୋକଙ୍କ ନିକଟକୁ ଫେରି ଆସିବେ।
ତା’ପରେ ଇସ୍ରାଏଲର ଶାସକ ସଦାପ୍ରଭୁଙ୍କ ଶକ୍ତିରେ
    ଓ ତାଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଅପୂର୍ବ ମହିମାରେ ଦଣ୍ଡାୟମାନ ହୋଇ ତାଙ୍କ ପଲଙ୍କୁ ଚରାଇବେ।
ସେମାନେ ଶାନ୍ତିରେ ବାସ କରିବେ
    କାରଣ ସେ ସମୟରେ ତାଙ୍କର ମହାନତା ପୃଥିବୀର ଶେଷ ପ୍ରାନ୍ତ ପର୍ଯ୍ୟନ୍ତ ବିସ୍ତୃତ ହେବ।

ମୀଖା ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 5:10-15

ଲୋକମାନେ ପରମେଶ୍ୱରଙ୍କ ଉପରେ ନିର୍ଭର କରିବେ

10 ସଦାପ୍ରଭୁ କୁହନ୍ତି,
“ସେତେବେଳେ ଆମ୍ଭେ ତୁମ୍ଭର ଘୋଡ଼ାଗୁଡ଼ିକୁ ନେଇଯିବା
    ଏବଂ ତୁମ୍ଭର ରଥଗୁଡ଼ିକୁ ଧ୍ୱଂସ କରିବା।
11 ତୁମ୍ଭ ରାଜ୍ୟର ନଗରଗୁଡ଼ିକୁ ଧ୍ୱଂସ କରିବା
    ଏବଂ ତୁମ୍ଭର ଦୁର୍ଗ ସଦୃଶ ଅଟ୍ଟାଳିକାଗୁଡ଼ିକୁ ଭାଙ୍ଗି ପକାଇବା।
12 ତୁମ୍ଭେମାନେ ଆଉ କୁହୁଳ ବିଦ୍ୟା ଦେଖାଇ ପାରିବ ନାହିଁ
    କି ଜ୍ୟୋତିଷ ପରି ଭବିଷ୍ୟ‌ଦ୍‌ବାଣୀ ଶୁଣାଇ ପାରିବ ନାହିଁ।
13 ଆମ୍ଭେ ସେହି ମିଥ୍ୟାପ୍ରଭୁର ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ପକାଇବା।
    ଆଉ ମଧ୍ୟ ସେହି ମୂର୍ତ୍ତି ଦେବତାଙ୍କର ପବିତ୍ର ସ୍ତମ୍ଭଗୁଡ଼ିକୁ ଧ୍ୱଂସ କରି ଦେବା।
    ତୁମ୍ଭେ ହାତରେ ତିଆରି କରିଥିବା ସେହି ମୂର୍ତ୍ତିଗୁଡ଼ିକୁ ଆଉ ପୂଜା କରି ପାରିବ ନାହିଁ।
14 ଆଉ ମଧ୍ୟ ଆମ୍ଭେ ସେହି ଆଶେରା ସ୍ତମ୍ଭକୁ ଭାଙ୍ଗି ପକାଇବା
    ଏବଂ ତୁମ୍ଭର ନଗରଗୁଡ଼ିକୁ ଧ୍ୱଂସ କରିଦେବା।
15 କେତେକ ଲୋକ ଆମ୍ଭ କଥା ଶୁଣିବେ ନାହିଁ।
    କିନ୍ତୁ ଆମ୍ଭେ ଆପଣା କ୍ରୋଧ ପ୍ରକାଶ କରିବା
    ଏବଂ ସେହି ଲୋକମାନଙ୍କ ଉପରେ ପ୍ରତିଶୋଧ ନେବା।”

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 25:13-27

ପାଉଲ ହେରୋଦ ଆଗ୍ରି‌‌ପ୍‌‌ପାଙ୍କ ସାମନାରେ ଉପସ୍ଥିତ ହେଲେ

13 କିଛି ଦିନ ପରେ ଆଗ୍ରି‌‌ପ୍‌‌ପା ରାଜା ଓ ରାଣୀ ବର୍ଣ୍ଣୀକୀ ଫେଷ୍ଟଙ୍କ ସାଙ୍ଗରେ ଦେଖା କରିବାକୁ କାଇସରୀଆ ନଗରକୁ ଗଲେ। 14 ସେମାନେ ସେହି ସ୍ଥାନରେ ବହୁତ ଦିନ ରହିଲେ। ଫେଷ୍ଟ ରାଜାଙ୍କ ଆଗରେ ପାଉଲଙ୍କ ଅଭିଯୋଗ ବିଷୟରେ କହିଲେ। ସେ ତାହାଙ୍କୁ କହିଲେ, “ଏଠାରେ ଜଣେ ଲୋକ ଅଛି। ଫେଲୀ‌କ୍‌ସ୍ ତାକୁ ବନ୍ଦୀ ରୂପେ ରଖି ଯାଇଛନ୍ତି। 15 ମୁଁ ଯିରୁଶାଲମରେ ରହିବା ସମୟରେ ମୁଖ୍ୟ ଯାଜକମାନେ ଓ ଯିହୂଦୀମାନଙ୍କ ପ୍ରାଚୀନମାନେ ମୋ’ ନିକଟରେ ତା’ ବିରୁଦ୍ଧରେ ଅଭିଯୋଗ କରିଥିଲେ। ସେମାନେ ତା’ର ମୃତ୍ୟୁଦଣ୍ଡ ଗ୍ଭହୁଁଥିଲେ। 16 ମୁଁ ସେମାନଙ୍କୁ ଉତ୍ତର ଦେଲି, ‘ଯେତେବେଳେ କୌଣସି ବ୍ୟକ୍ତି କୌଣସି ଦୋଷ ପାଇଁ ଅଭିଯୁକ୍ତ ହୁଏ, ସେ ନିଜ ଅଭିଯୋଗକାରୀମାନଙ୍କର ମୁଖାମୁଖି ନ ହେବା ପର୍ଯ୍ୟନ୍ତ ଓ ନିଜ ବିରୁଦ୍ଧରେ ଆଗତ ଅଭିଯୋଗର ଉତ୍ତର ନ ଦେବା ପର୍ଯ୍ୟନ୍ତ ରୋମୀୟମାନେ ସେହି ଲୋକକୁ ଅନ୍ୟ କାହାକୁ ବିଗ୍ଭର ପାଇଁ ଦିଅନ୍ତି ନାହିଁ।’

17 “ତେଣୁ ଏହି ଯିହୂଦୀୟମାନେ ବିଗ୍ଭର ପାଇଁ କାଇସରୀଆକୁ ଆଣିବାର ମୁଁ ସମୟ ନଷ୍ଟ ନ କରି ତହିଁ ଆରଦିନ ବିଗ୍ଭର ସ୍ଥାନରେ ବସିଲି ଓ ସେହି ଲୋକକୁ ବିଗ୍ଭରାଳୟକୁ ଆଣିବା ପାଇଁ ଆଦେଶ ଦେଲି। 18 ଯିହୂଦୀମାନେ ଠିଆ ହୋଇ ତାହାଙ୍କୁ ଦୋଷୀ କଲେ। କିନ୍ତୁ କୌଣସି ଖରାପ ଅପରାଧ ପାଇଁ ସେମାନେ ତାକୁ ଅଭିଯୁକ୍ତ କରି ପାରିଲେ ନାହିଁ। 19 ତା’ ପରିବର୍ତ୍ତେ ସେମାନେ କେବଳ ନିଜ ଧର୍ମ ଓ ଯୀଶୁ ନାମକ ଜଣେ ମୃତ ବ୍ୟକ୍ତି ବିଷୟରେ ଯୁକ୍ତିତର୍କ କଲେ। କିନ୍ତୁ ପାଉଲ ଯୀଶୁଙ୍କୁ ଜୀବିତ ବୋଲି ଦାବୀ କଲେ। 20 ମୁଁ ଏ ସବୁ ବିଷୟରେ ବେଶି ଜାଣି ନ ଥିଲି। ତେଣୁ ମୁଁ କିଛି ପ୍ରଶ୍ନ ପଗ୍ଭରିଲି ନାହିଁ। ମୁଁ ପାଉଲଙ୍କୁ ପଗ୍ଭରିଲି, ‘ଏହି ଅଭିଯୋଗଗୁଡ଼ିକର ବିଗ୍ଭର ପାଇଁ ତୁମ୍ଭେ ଯିରୁଶାଲମ ଯିବାକୁ ଗ୍ଭହୁଁଛ କି?’ 21 କିନ୍ତୁ ପାଉଲ ବନ୍ଦୀଗୃହରେ ରହିବା ପାଇଁ ଓ ସମ୍ରାଟଙ୍କ ଦ୍ୱାରା ବିଗ୍ଭର ହେବା ପାଇଁ ଅନୁରୋଧ କଲେ। ତେଣୁ ମୁଁ ତାହାକୁ ସମ୍ରାଟଙ୍କ ପାଖକୁ ପଠାଇବାର ବ୍ୟବସ୍ଥା କରିବା ପର୍ଯ୍ୟନ୍ତ ବନ୍ଦୀଗୃହରେ ରହିବା ପାଇଁ ଆଦେଶ ଦେଲି।”

22 ତା’ପରେ ଆଗ୍ରି‌‌ପ୍‌‌ପା ଫେଷ୍ଟଙ୍କୁ କହିଲେ, “ମୁଁ ସେହି ଲୋକଠାରୁ ନିଜେ ଶୁଣିବାକୁ ଗ୍ଭହେଁ।”

ଫେଷ୍ଟ କହିଲେ, “ଆପଣ ଆସନ୍ତା କାଲି ତା’ଠାରୁ ଶୁଣିବେ।”

23 ତହିଁ ଆରଦିନ ଆଗ୍ରି‌‌ପ୍‌‌ପା ଓ ବର୍ଣ୍ଣୀକୀ ମହାଆଡ଼ମ୍ବରେ ଉଚ୍ଚପଦସ୍ଥ ସାମରିକ କର୍ମଗ୍ଭରି ତଥା ନଗରର ମୁଖ୍ୟ ବ୍ୟକ୍ତିଙ୍କ ସହିତ ବିଗ୍ଭରାଳୟରେ ପ୍ରବେଶ କଲେ। ଫେଷ୍ଟଙ୍କ ଆଦେଶ ଅନୁଯାୟୀ ପାଉଲଙ୍କୁ ସେଠାକୁ ଅଣାଗଲା।

24 ତା’ପରେ ଫେଷ୍ଟ କହିଲେ, “ହେ ରାଜା ଆଗ୍ରି‌‌ପ୍‌‌ପା ଓ ଉପସ୍ଥିତ ଭଦ୍ର ବ୍ୟକ୍ତି ବୃନ୍ଦ, ଏ ହେଉଛନ୍ତି ସେହି ଲୋକ, ଯାହାଙ୍କ ବିଷୟରେ ଉଭୟ ଯିରୁଶାଲମ ଓ ଏଠାରେ ଥିବା ସମସ୍ତ ଯିହୂଦୀୟ ଲୋକମାନେ ମୋ’ ନିକଟରେ ଚିତ୍କାର କରି ଆବେଦନ କରିଛନ୍ତି ଯେ, ତାହାକୁ ଆଉ ବଞ୍ଚିରହିବାକୁ ଦିଆ ନ ଯାଉ। 25 କିନ୍ତୁ ମୁଁ ଯେତେବେଳେ ତାହାଙ୍କର ବିଗ୍ଭର କଲି ସେତେବେଳେ ତାହାଙ୍କର କିଛି ଭୁଲ୍ ଦେଖିଲି ନାହିଁ। ତାହାଙ୍କୁ ମୃତ୍ୟୁଦଣ୍ଡ ଦେଲା ଭଳି କୌଣସି କାରଣ ଦେଖିଲି ନାହିଁ। ସେ ସମ୍ରାଟଙ୍କ ନିକଟରେ ବିଗ୍ଭରିତ ହେବା ପାଇଁ ଆବେଦନ କରିଥିବାରୁ ମୁଁ ତାହାକୁ ରୋମ୍ ପାଠାଇବା ପାଇଁ ସ୍ଥିର କଲି। 26 କିନ୍ତୁ ମୁଁ ପ୍ରକୃତରେ ଜାଣି ପାରୁ ନାହିଁ, ସମ୍ରାଟଙ୍କୁ ତା’ ବିଷୟରେ କ’ଣ ଲେଖିବି? ତେଣୁ ମୁଁ ତାକୁ ଆପଣମାନଙ୍କ ପାଖକୁ ଓ ହେ ରାଜା ଆଗ୍ରି‌‌ପ୍‌‌ପା ବିଶେଷକରି ଆପଣଙ୍କ ପାଖକୁ ଆଣିଛି। ମୋର ଆଶା, ଆପଣ ତାକୁ ପ୍ରଶ୍ନ ପଗ୍ଭରି ପାରିବେ, ଓ କାଇସରଙ୍କୁ ଲେଖିବା ପାଇଁ ମୋତେ କିଛି କହିବେ। 27 ତେଣୁ ମୁଁ ଭାବୁଛି, ଜଣେ ବନ୍ଦୀ ବିରୁଦ୍ଧରେ କୌଣସି ଅଭିଯୋଗ ନ ଲେଖି ସମ୍ରାଟଙ୍କ ପାଖକୁ ପଠାଇବା ମୋର ମୂର୍ଖାମୀ ହେବ।”

ଲୂକ ଲିଖିତ ସୁସମାଗ୍ଭର 8:16-25

ନିଜର ବୁଝାମଣା ଶକ୍ତି ପ୍ରୟୋଗ କର(A)

16 “କେହି କେବେ ଦୀପଟିଏ ହାଣ୍ଡିତଳେ ଘୋଡ଼େଇ ରଖିବା ପାଇଁ ବା ଖଟ ତଳେ ଲୁଚେଇ ରଖିବା ପାଇଁ ଜଳେଇ ନ ଥାଏ। ବରଂ ସେ ଦୀପଟି ଗୋଟିଏ ଦୀପରୂଖା ଉପରେ ରଖେ। ତାହାହେଲେ ଯେଉଁମାନେ ଘର ଭିତରକୁ ଆସିବେ, ସେମାନେ ଦେଖି ପାରିବା ପାଇଁ ଯଥେଷ୍ଟ ଆଲୁଅ ପାଇବେ। 17 ପ୍ରତ୍ୟେକ ଗୁପ୍ତ ରହିଥିବା ବିଷୟ ଜ୍ଞାତ ହେବ ଓ ପ୍ରକାଶ୍ୟକୁ ଅଣାଯିବ। ଏପରି କୌଣସି ଗୁପ୍ତ ଜିନିଷ ନାହିଁ, ଯାହା ସ୍ପଷ୍ଟ କରାଯିବ ନାହିଁ, ଜ୍ଞାତ ହେବ ନାହିଁ ଓ ପ୍ରକାଶ୍ୟକୁ ଅଣା ଯିବ ନାହିଁ। 18 ତୁମ୍ଭେମାନେ କିପରି ଶୁଣୁଛ, ସେଥିପାଇଁ ସାବଧାନ ରୁହ। ଯାହାର କିଛି ବୁଝିବା ଶକ୍ତି ଥିବ, ସେ ଅଧିକ ଗ୍ରହଣ କରିବ ଏବଂ ଯାହାର ବୁଝିବା ଶକ୍ତି ନ ଥିବ, ତାହାର ଯେତିକି ବା ବୁଝିବା ଶକ୍ତି ଅଛି ବୋଲି ସେ ଭାବୁଥିବ, ସେତକ ମଧ୍ୟ ତା’ଠାରୁ ଛଡ଼ାଇ ନିଆଯିବ।”

ଯୀଶୁଙ୍କ ମା ଓ ଭାଇମାନେ(B)

19 ଯୀଶୁଙ୍କ ମା ଓ ଭାଇମାନେ ତାହାଙ୍କୁ ଦେଖିବାକୁ ଆସିଲେ। କିନ୍ତୁ ବହୁତ ଲୋକ ଗହଳି ହୋଇଥିବା ହେତୁ ସେମାନେ ତାହାଙ୍କ ପାଖକୁ ଯାଇ ପାରୁ ନ ଥିଲେ। 20 କେହି ଜଣେ ଯୀଶୁଙ୍କୁ କହିଲା, “ତୁମ୍ଭର ମା ଓ ଭାଇମାନେ ବାହାରେ ଠିଆ ହୋଇଛନ୍ତି। ସେମାନେ ତୁମ୍ଭକୁ ଦେଖିବାକୁ ଗ୍ଭହୁଁଛନ୍ତି।”

21 କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋର ମା ଓ ଭାଇମାନେ ହେଉଛନ୍ତି ସେହିମାନେ, ଯେଉଁମାନେ ପରମେଶ୍ୱରଙ୍କ ଉପଦେଶ ଶୁଣନ୍ତି ଓ ତାହା ପାଳନ କରନ୍ତି।”

ଶିଷ୍ୟମାନେ ଯୀଶୁଙ୍କ ଶକ୍ତି ଦେଖିଲେ(C)

22 ଦିନେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗୋଟିଏ ଡଙ୍ଗାରେ ଚଢ଼ିଲେ। ଯୀଶୁ ସେମାନଙ୍କୁ କହିଲେ, “ଆସ, ଆମ୍ଭେମାନେ ହ୍ରଦ ଆରପାରିକି ଯିବା।” ଶିଷ୍ୟମାନେ ଡଙ୍ଗା ଖୋଲିଦେଲେ। 23 ସେମାନେ ଡଙ୍ଗା ବାହି ନେଉଥିବା ସମୟରେ ଯୀଶୁ ଶୋଇ ପଡ଼ିଲେ। ହ୍ରଦରେ ଝଡ଼ତୋଫାନ ମାଡ଼ି ଆସିଲା। ଡଙ୍ଗାରେ ପାଣି ପଶିବାକୁ ଲାଗିଲା। ସେମାନେ ବିପଦରେ ପଡ଼ିଗଲେ। 24 ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସିଲେ ଓ ତାହାଙ୍କୁ ଉଠେଇ କହିବାକୁ ଲାଗିଲେ, “ଗୁରୁ, ହେ ଗୁରୁ, ଆମ୍ଭେ ବୁଡ଼ିଯିବା।”

ଯୀଶୁ ଠିଆ ହେଲେ। ସେ ତୋଫାନ ଓ ଢେଉକୁ ଆଜ୍ଞା ଦେଲେ। ପବନ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା। 25 ଯୀଶୁ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ତୁମ୍ଭମାନଙ୍କର ବିଶ୍ୱାସ କେଉଁଆଡ଼େ ଗଲା?”

କିନ୍ତୁ ସେମାନେ ଡରିଯାଇଥିଲେ ଓ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ କଥାବାର୍ତ୍ତା ହେଲେ, “ଏ ତେବେ କିଏ? ସେ ପବନ ଓ ପାଣିକୁ ମଧ୍ୟ ଆଜ୍ଞା ଦେଉଛନ୍ତି ଓ ସେମାନେ ତାହାଙ୍କ କଥା ମାନୁଛନ୍ତି!”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center