Book of Common Prayer
କୋରହ ସନ୍ତାନଗଣର ଏକ ଗୀତ।
87 ପରମେଶ୍ୱର ଯିରୁଶାଲମ ପର୍ବତ ଉପରେ ତାଙ୍କର ମନ୍ଦିର ପ୍ରତିଷ୍ଠା କଲେ।
2 ସଦାପ୍ରଭୁ ଇସ୍ରାଏଲର ସମସ୍ତ ସ୍ଥାନ ଅପେକ୍ଷା ସିୟୋନର ଦ୍ୱାର ସମୂହକୁ ଅଧିକ ସ୍ନେହ କରନ୍ତି।
3 ହେ ପରମେଶ୍ୱରଙ୍କ ନଗରୀ, ତୁମ୍ଭ ବିଷୟରେ ଲୋକମାନେ ନାନାବିଧ ଗୌରବର କଥା କୁହନ୍ତି। ସେଲା
4-6 ପରମେଶ୍ୱର ତାଙ୍କର ଲୋକମାନଙ୍କର ଏକ ତାଲିକା ରଖିଛନ୍ତି।
“ସେ ଜାଣନ୍ତି ତାଙ୍କର ପ୍ରତ୍ୟେକ ଲୋକ କେଉଁଠାରେ ଜନ୍ମ ହୋଇଥିଲେ।”
ସେହିମାନଙ୍କ ମଧ୍ୟରୁ ଯେଉଁମାନେ ତାଙ୍କର ସେବା କରନ୍ତି, ସେମାନେ ମିଶର ଓ ବାବିଲରେ ବାସ କରନ୍ତି।
“ସେମାନଙ୍କ ମଧ୍ୟରୁ କେତେକ ପଲେଷ୍ଟୀୟରେ, ସୋରରେ ଓ ଇଥିଓପିଆରେ ବାସ କରନ୍ତି।”
ଆଉ ସିୟୋନ ସେମାନଙ୍କର ସମସ୍ତ ନାମକୁ ଜାଣନ୍ତି ପ୍ରତ୍ୟେକ ସେଠାରେ ଜନ୍ମ ହୋଇଥିଲେ। ସେଲା
7 ସେହି ପର୍ବରେ ନର୍ତ୍ତକ ଓ ଗାୟକ କହିବେ।
“ସମସ୍ତେ ଭଲ ଜିନିଷ ତୁମ୍ଭ ମଧ୍ୟରୁ ଆସେ।”
ଚତୁର୍ଥ ପୁସ୍ତକ
(ଗୀତସଂହିତା 90–106)
ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପ୍ରାର୍ଥନା।
90 ହେ ପ୍ରଭୁ, ତୁମ୍ଭେ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହୋଇଅଛ।
2 ହେ ପରମେଶ୍ୱର, ତୁମ୍ଭେ ପର୍ବତମାଳାର ସୃଷ୍ଟି ପୂର୍ବରୁ
ଏବଂ ପୃଥିବୀ ଓ ଜଗତ ସୃଷ୍ଟି ପୂର୍ବରୁ ପରମେଶ୍ୱର ଥିଲ।
ତୁମ୍ଭେ ଚିରକାଳ ପରମେଶ୍ୱର ହୋଇ ରହିବ।
3 ତୁମ୍ଭେ ଲୋକମାନଙ୍କୁ ପୃଥିବୀକୁ ଆଣିଛ
ଏବଂ ପରିଶେଷରେ ତୁମ୍ଭେ ସେମାନଙ୍କୁ ଧୂଳିରେ ପରିଣତ କରିଛ।
4 ତୁମ୍ଭ ଦୃଷ୍ଟିରେ, ସହସ୍ର ବର୍ଷ ଗତକାଲିର ତୁଲ୍ୟ
ଓ ରାତ୍ରିର ଅଳ୍ପ ସମୟପରି।
5 ତୁମ୍ଭେ ସେମାନଙ୍କର ଜୀବନକୁ ଉଚ୍ଛେଦ କରିଛ, ଯାହା ମୃତ୍ୟୁରେ ଶୋଇ ଥିବା ପରି।
ପ୍ରଭାତରେ ସେମାନେ ଗୁଜୁରିବା ତୃଣପରି।
6 ପ୍ରାତଃକାଳରେ ତୃଣ ସତେଜ ହୋଇ ବଢ଼େ।
ସନ୍ଧ୍ୟାକାଳରେ ତାହା ଶୁଖି ମରିଯାଏ।
7 ହେ ପରମେଶ୍ୱର, ତୁମ୍ଭ କ୍ରୋଧରେ ଆମ୍ଭେମାନେ କ୍ଷୟ ହେଉ।
ପୁଣି ତୁମ୍ଭ କ୍ରୋଧ ଆମ୍ଭଙ୍କୁ ଭୟଭୀତ କରେ।
8 ତୁମ୍ଭେ ଆମ୍ଭମାନଙ୍କର ପାପ ବିଷୟରେ ଜାଣ।
ତୁମ୍ଭେ ମଧ୍ୟ ଆମ୍ଭମାନଙ୍କର ଗୁପ୍ତ ପାପ ଦେଖିଅଛ।
9 ତୁମ୍ଭର କ୍ରୋଧ ଆମ୍ଭମାନଙ୍କ ଜୀବନକୁ ଶେଷ ଦିନ କରିଦେଇ ଥାଏ।
ଆମ୍ଭେ ଆମ୍ଭର ବର୍ଷ ଅତିଶୀଘ୍ର ସମାପ୍ତ କରୁଥାଉ।
10 ଆମ୍ଭେ ହୁଏତ ସତୁରି ବର୍ଷ ବଞ୍ଚିପାରୁ,
ଅଥବା ଯଦି ଆମ୍ଭେ ଶକ୍ତିଶାଳୀ ତେବେ ଅଶୀ ବର୍ଷ ବଞ୍ଚିପାରୁ।
ଆମ୍ଭମାନଙ୍କର ଜୀବନ କଠିନ ପରିଶ୍ରମ ଓ ଯନ୍ତ୍ରଣାରେ ଭରପୁର ହୋଇଥାଏ।
ଏହା ପରେ ହଠାତ୍ ଆମ୍ଭର ଜୀବନ ସମାପ୍ତ ହୁଏ ଓ ଆମ୍ଭେ ଉଡ଼ିଯାଉ।
11 କୌଣସି ଲୋକ ବାସ୍ତବରେ ତୁମ୍ଭର କ୍ରୋଧ ଦୂରତା ଜାଣନ୍ତି ନାହିଁ।
କିନ୍ତୁ ତୁମ୍ଭର କ୍ରୋଧ ତୁମ୍ଭେ ଆଶା କରୁଥିବା ସମ୍ମାନଠାରୁ ଅଧିକ।
12 ଆମ୍ଭକୁ ଶିକ୍ଷା ଦିଅ, ଆମ୍ଭ ଜୀବନ କେତେ କ୍ଷୀଣ
ଯାହା ଫଳରେ ଆମ୍ଭେ ବୁଦ୍ଧିମାନ୍ ହୋଇ ପାରିବୁ।
13 ହେ ସଦାପ୍ରଭୁ, ଆମ୍ଭ ପାଖକୁ ଫେରି ଆସ, ଆଉ କେତେ ଦିନ ତୁମ୍ଭେ ଅପେକ୍ଷା କରିବ?
ଆପଣା ଦାସ ପ୍ରତି ଦୟା କର।
14 ପ୍ରଭାତରେ, ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର।
ଆମ୍ଭମାନଙ୍କୁ ଯାବଜ୍ଜୀବନ ଖୁସୀ ଓ ଆନନ୍ଦିତ ହେବାକୁ ଦିଅ।
15 ତୁମ୍ଭେ ଜୀବନରେ ଆମ୍ଭକୁ ବହୁ ବର୍ଷଧରି କଷ୍ଟ ଓ ଯନ୍ତ୍ରଣା ଦେଲ।
ବର୍ତ୍ତମାନ ଆମ୍ଭକୁ ଆନନ୍ଦିତ କର, ଯେପରି ଯଥାର୍ଥ।
16 ତୁମ୍ଭେ କରିପାରୁଥିବା ଆଶ୍ଚର୍ଯ୍ୟ କର୍ମସବୁ ତୁମ୍ଭର ଦାସମାନଙ୍କୁ ଦେଖିବାକୁ ଦିଅ
ଏବଂ ସେମାନଙ୍କ ସନ୍ତାନଗଣଙ୍କୁ ତୁମ୍ଭର ମହିମା ଦେଖାଅ।
17 ହେ ପରମେଶ୍ୱର, ଆମ୍ଭମାନଙ୍କ ପ୍ରଭୁ, ଆମ୍ଭମାନଙ୍କୁ ଦୟାକର।
ଆମ୍ଭର କାର୍ଯ୍ୟ ଆମ୍ଭକୁ ସମର୍ଥନ କରେ,
ତେଣୁ ଦୟାକରି ଆମ୍ଭର କାର୍ଯ୍ୟକୁ ସମର୍ଥନ କର ଓ ଏହାକୁ ସଫଳ କରାଅ।
136 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
2 ଦେବତାମାନଙ୍କର ଦେବତାର ପ୍ରଶଂସା କର।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
3 ପ୍ରଭୁମାନଙ୍କର ସଦାପ୍ରଭୁଙ୍କ ପ୍ରଶଂସା କର।
ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
4 ଯେ ଆଶ୍ଚର୍ଯ୍ୟକାର୍ଯ୍ୟମାନ କରନ୍ତି, ତାହାଙ୍କର ପ୍ରଶଂସା କର।
ତାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
5 ପରମେଶ୍ୱରଙ୍କର ପ୍ରଶଂସା କର ଯିଏ ତାଙ୍କ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ।
ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
6 ପରମେଶ୍ୱର ଯେ ଭୂମଣ୍ଡଳକୁ ଜଳରାଶି ଉପରେ ବିସ୍ତୀର୍ଣ୍ଣ କଲେ,
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
7 ପରମେଶ୍ୱର ମହାନ ଜ୍ୟୋତିର୍ଗଣ ନିର୍ମାଣ କଲେ।
ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
8 ପରମେଶ୍ୱର ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ସୂର୍ଯ୍ୟକୁ ସୃଷ୍ଟି କଲେ,
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
9 ପରମେଶ୍ୱର ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ଚନ୍ଦ୍ର ଓ ତାରାଗଣ ସୃଷ୍ଟି କଲେ।
ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
10 ପରମେଶ୍ୱର ମିଶରର ପ୍ରଥମଜାତ ମନୁଷ୍ୟ ଏବଂ ପଶୁମାନଙ୍କୁ ହତ୍ୟା କଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
11 ପରମେଶ୍ୱର ମିଶର ମଧ୍ୟରୁ ଇସ୍ରାଏଲକୁ ବାହାର କରି ଆଣିଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
12 ପରମେଶ୍ୱର ତାହାଙ୍କର ମହାନ ଶକ୍ତି ଏବଂ ପରାକ୍ରମ ଦେଖାଇଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
13 ପରମେଶ୍ୱର ସୁଫସାଗରକୁ ଦୁଇ ଭାଗରେ ବିଭକ୍ତ କଲେ।
ତାହାଙ୍କର ବିଶ୍ୱସ୍ତ ପ୍ରେମ ଅନନ୍ତକାଳସ୍ଥାୟୀ।
14 ପରମେଶ୍ୱର ଇସ୍ରାଏଲକୁ ଏଥି ମଧ୍ୟରେ ଗମନ କରାଇଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
15 ପରମେଶ୍ୱର ଫାରୋ ଓ ତାହାର ସୈନ୍ୟଗଣଙ୍କୁ ସୂଫସାଗରରେ ବୁଡ଼ାଇ ଦେଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
16 ପରମେଶ୍ୱର ମରୁଭୂମି ଦେଇ ଆପଣା ଲୋକମାନଙ୍କୁ ଆଗେଇ ନେଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
17 ପରମେଶ୍ୱର ଶକ୍ତିଶାଳୀ ରାଜାମାନଙ୍କୁ ପରାସ୍ତ କଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
18 ପରମେଶ୍ୱର ପରାକ୍ରାନ୍ତ ରାଜାମାନଙ୍କୁ ପରାସ୍ତ କଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
19 ପରମେଶ୍ୱର ଇମୋରୀୟମାନଙ୍କର ରାଜା ସୀହୋନକୁ ପରାସ୍ତ କଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
20 ପରମେଶ୍ୱର ବାଶନର ରାଜା ଓଗ୍କୁ ପରାସ୍ତ କଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
21 ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ତାଙ୍କ ଭୂମି ଦେଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
22 ପରମେଶ୍ୱର ସେହି ଭୂମିକୁ ଇସ୍ରାଏଲଙ୍କୁ ଦାନ କଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
23 ପରମେଶ୍ୱର ଆମ୍ଭମାନଙ୍କୁ ସ୍ମରଣ କଲେ, ଯେତେବେଳେ ଆମ୍ଭେ ପରାସ୍ତ ଥିଲୁ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
24 ପରମେଶ୍ୱର ଆମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ ଆମ୍ଭକୁ ରକ୍ଷା କଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
25 ପରମେଶ୍ୱର ସମସ୍ତ ଜୀବିତ ପ୍ରାଣୀମାନଙ୍କ ନିମନ୍ତେ ଆହାର ଯୋଗାନ୍ତି।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
26 ସ୍ୱର୍ଗର ପରମେଶ୍ୱରଙ୍କ ପ୍ରଶଂସା କର!
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ଅବୀମେଲକ୍ ଶିଖିମମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ
22 ଅବୀମେଲକ୍ ଇସ୍ରାଏଲ ଉପରେ ତିନି ବର୍ଷ ରାଜତ୍ୱ କଲେ। 23 ଅବୀମେଲକ୍ ଯିରୁବ୍ବାଲ୍ଙ୍କର ସତୁରି ଜଣ ପୁତ୍ରଙ୍କୁ ହତ୍ୟା କଲେ, ଯେଉଁମାନେ ତାଙ୍କର ନିଜର ଭାଇ ଥିଲେ। ଶିଖିମର ନେତୃବର୍ଗ ଇସ୍ରାଏଲର ଭୁଲ୍ କାର୍ଯ୍ୟ କରିବାରେ ସମର୍ଥନ ଦେଲେ। 24 ସେଥିପାଇଁ ପରମେଶ୍ୱର ଅବୀମେଲକ୍ ଓ ଶିଖିମର ନେତୃବର୍ଗମାନଙ୍କ ମଧ୍ୟରେ ସମସ୍ୟା ସୃଷ୍ଟି କଲେ। ସେଥିପାଇଁ ଶିଖିମର ନେତୃବର୍ଗମାନେ ଅବୀମେଲକ୍ ବିରୁଦ୍ଧରେ ଯୋଜନା ଆରମ୍ଭ କଲେ। 25 ଶିଖିମର ନେତୃବର୍ଗମାନେ ପର୍ବତ ଶୃଙ୍ଗ ଉପରେ ଗୁପ୍ତ ସୈନ୍ୟ ଛାଉଣି ନିର୍ମାଣ କଲେ। ସେମାନେ ସେହି ବାଟ ଦେଇ ଯାଉଥିବା ସମସ୍ତଙ୍କୁ ଲୁଟ୍ କଲେ। ଅବୀମେଲକ୍ ଏହି ସମସ୍ତ ସମ୍ବାଦ ଶୁଣିଲେ।
ଅବୀମେଲକର ମୃତ୍ୟୁ
50 ଏହା ପରେ ଅବୀମେଲକ୍ ତେବସ ସହରକୁ ଗଲେ, ସେଠାରେ ଛାଉଣି ସ୍ଥାପନ କଲେ ଓ ତାକୁ ଅକ୍ତିଆର କଲେ। 51 କିନ୍ତୁ ସେହି ନଗର ମଧ୍ୟରେ ଏକ ଦୃଢ଼ ଗଡ଼ ଥିଲା। ତେଣୁ ପୁରୁଷ ଓ ସ୍ତ୍ରୀ ସମସ୍ତେ ଓ ନଗରର ଲୋକମାନେ ଉଚ୍ଚ ପ୍ରାସାଦକୁ ପଳାଇ ତା’ ଭିତରେ ନିଜକୁ ରୁଦ୍ଧକରି ଗଡ଼ର ଛାତ ଉପରକୁ ଗଲେ। 52 ତେଣୁ ଅବୀମେଲକ୍ ସେହି ଗଡ଼ରେ ପହଞ୍ଚି ତା’ ବିରୁଦ୍ଧରେ ଯୁଦ୍ଧ କଲେ। ଏବଂ ତାକୁ ଅଗ୍ନିରେ ଦଗ୍ଧ କରିବା ପାଇଁ ସେ ଗଡ଼ର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଗଲେ। 53 ସେଥିରୁ ଜଣେ ସ୍ତ୍ରୀ ଚକିର ଉପର ପଟ ଅବୀମେଲକଙ୍କ ମୁଣ୍ଡ ଉପରକୁ ପକାଇ ତାଙ୍କର ଖପୁରି ଭାଙ୍ଗି ପକାଇଲା। 54 ତେଣୁ ସେ ତାଙ୍କର ଅସ୍ତ୍ରବାହକ ଯୁବକକୁ ଡାକି କହିଲା, “ସଙ୍ଗେ ସଙ୍ଗେ ତୁମ୍ଭର ଖଡ଼୍ଗ ବାହାର କରି ମୋତେ ହତ୍ୟା କର। ଯେଉଁଥିପାଇଁ କେହି କହିବେ ନାହିଁ, ‘ଜଣେ ସ୍ତ୍ରୀ ଅବୀମେଲକକୁ ହତ୍ୟା କଲା।’” ତେଣୁ ତା'ର ଗ୍ଭକର ତାଙ୍କୁ ଭୁଷି ଦିଅନ୍ତେ, ମଲା। 55 ଇସ୍ରାଏଲର ଲୋକମାନେ ଅବୀମେଲକର ମରଣ ଦେଖି ନିଜ ନିଜ ସ୍ଥାନକୁ ଗ୍ଭଲିଗଲେ।
56 ଏହିପରି ଅବୀମେଲକ୍ ନିଜର ସତୁରି ଭାଇଙ୍କୁ ହତ୍ୟାକରି ନିଜର ପିତା ବିରୁଦ୍ଧରେ ଯେଉଁ ପାପ କରିଥିଲେ, ସେଥିପାଇଁ ସଦାପ୍ରଭୁ ପରମେଶ୍ୱର ଅବୀମେଲକକୁ ଯଥାର୍ଥ ଦଣ୍ତ ଦେଲେ। 57 ସଦାପ୍ରଭୁ ପରମେଶ୍ୱର ଶିଖିମ ନିବାସୀମାନଙ୍କର ସମସ୍ତ ପାପପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଯଥାର୍ଥ ଦଣ୍ତ ଦେଲେ ଏବଂ ଯିରୁବ୍ବାଲ୍ର ପୁତ୍ର ଯୋଥମ୍ ଦେଇଥିବା ଅଭିଶାପ ସେମାନଙ୍କ ଉପରେ ପଡ଼ିଲା।
ବିଶ୍ୱାସୀମାନଙ୍କର ପରସ୍ପର ସହଭାଗିତା
32 ବିଶ୍ୱାସୀମାନଙ୍କର ଏକ ମନ, ଏକ ଆତ୍ମା ଥିଲା। ସେମାନଙ୍କ ମଧ୍ୟରୁ କେହି କୌଣସି ଜିନିଷକୁ ନିଜର ବୋଲି କହୁ ନ ଥିଲେ। ସେମାନଙ୍କ ପାଖରେ ଯାହା ଥିଲା, ସେଥିରେ ସମସ୍ତେ ଭାଗୀଦାର ଥିଲେ। 33 ପ୍ରଭୁ ଯୀଶୁ ଯେ ପ୍ରକୃତରେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ଏହା ପ୍ରେରିତମାନେ ମହାଶକ୍ତିର ସହିତ ସାକ୍ଷ୍ୟ ଦେଲେ। ପରମେଶ୍ୱର ସମସ୍ତ ବିଶ୍ୱାସୀଙ୍କୁ ବହୁତ ଆଶୀର୍ବାଦ କଲେ। 34 ସେମାନଙ୍କ ମଧ୍ୟରେ କାହାର କିଛି ଅଭାବ ନ ଥିଲା। ଯାହାର ଘର ବା ଜମି ଥିଲା, ସେ ତାହାକୁ ବିକ୍ରୀ କରି ଦେଉଥିଲା। 35 ସେମାନେ ସେହି ଧନ ପ୍ରେରିତମାନଙ୍କ ପାଦତଳେ ରଖି ଦେଉଥିଲେ। ପ୍ରତ୍ୟେକଙ୍କ ନିଜ ଆବଶ୍ୟକତା ଅନୁସାରେ ଟଙ୍କା ବଣ୍ଟାଗଲା।
36 ଯୋଷେଫ ନାମରେ ଜଣେ ବିଶ୍ୱାସୀ ଥିଲେ। ପ୍ରେରିତମାନେ ତାହାଙ୍କୁ “ବର୍ଣ୍ଣବ୍ବା” ନାମରେ ଡାକୁଥିଲେ। ଏହି ନାମର ଅର୍ଥ, “ସାହାଯ୍ୟକାରୀ” ସେ କୁପ୍ରୀୟ ଜାତିର ଜଣେ ଲେବୀୟ ଥିଲେ। 37 ଯୋଷେଫଙ୍କର ଖଣ୍ଡିଏ କ୍ଷେତଥିଲା। ସେ ତାହାକୁ ବିକ୍ରୀ କରିଦେଲେ ଓ ବିକ୍ରୀଲବ୍ଧ ସମସ୍ତ ଟଙ୍କା ଆଣି ପ୍ରେରିତମାନଙ୍କୁ ଦେଇଦେଲେ।
ହନନିୟ ଓ ଶଫୀରା
5 ହନନିୟ ନାମକ ଜଣେ ଲୋକ ଥିଲେ, ତାହାଙ୍କ ସ୍ତ୍ରୀଙ୍କର ନାମ ଥିଲା ଶଫୀରା, ତାହାଙ୍କର କିଛି ଜମି ବିକ୍ରୀ କରିଦେଲେ। 2 ସେ ତା’ ସ୍ତ୍ରୀକୁ ଜଣାଇ ତା'ର ସମ୍ମତିରେ ଏହି ସମ୍ପତ୍ତି ବିକ୍ରୀର କିଛି ଟଙ୍କା ନିଜ ପାଖରେ ରଖିଲା ଓ ବାକି ଟଙ୍କା ଆଣି ପ୍ରେରିତମାନଙ୍କ ଚରଣରେ ରଖିଲା।
3 ଏହା ଦେଖି ପିତର କହିଲେ, “ହେ ହନନିୟ, ତୁମ୍ଭେ କାହିଁକି ଶୟତାନକୁ ତୁମ୍ଭ ହୃଦୟକୁ ନିୟନ୍ତ୍ରଣ କରିବାକୁ ଦେଲ? ତୁମ୍ଭେ ମିଛ କହିଲ, ପବିତ୍ରଆତ୍ମାକୁ ଠକିବାକୁ ଚେଷ୍ଟା କଲ; ତୁମ୍ଭେ ସମ୍ପତ୍ତି ବିକ୍ରୀ କଲ, କିନ୍ତୁ କାହିଁକି ସେହି ଟଙ୍କାର କିଛି ଅଂଶ ନିଜ ପାଇଁ ଲୁଗ୍ଭଇ ରଖିଲ। 4 ସେ ସମ୍ପତ୍ତି କ’ଣ ବିକ୍ରୀ ପୂର୍ବରୁ ତୁମ୍ଭର ନ ଥିଲା? ବିକ୍ରୀ ପରେ ସେ ସମ୍ପତ୍ତିର ମୂଲ୍ୟ କ’ଣ ତୁମ୍ଭ ଅଧିକାରରେ ନ ଥିଲା? ତେବେ ତୁମ୍ଭେ ମନ ଭିତରେ ଏପରି ଖରାପ କଥା କାହିଁକି ଭାବିଲ? ଏହା ଦ୍ୱାରା ତୁମ୍ଭେ ମନୁଷ୍ୟମାନଙ୍କ ଆଗରେ ମିଥ୍ୟା କହିଲ ନାହିଁ ବରଂ ତୁମ୍ଭେ ପରମେଶ୍ୱରଙ୍କୁ ମିଥ୍ୟା କହିଲ।”
5 ଏ କଥା ଶୁଣିବା ମାତ୍ରେ ହନନିୟ ଭୂମିରେ ପଡ଼ି ମରିଗଲା। ଏ କଥା ଶୁଣି ଲୋକମାନେ ବହୁତ ଡରିଗଲେ। 6 ତା'ପରେ ଯୁବକମାନେ ତାହାକୁ ଲୁଗାରେ ଗୁଡ଼େଇ ନେଇ ବାହାରକୁ ଗ୍ଭଲିଗଲେ ଓ କବର ଦେଲେ।
7 ପ୍ରାୟ ତିନିଘଣ୍ଟା ବିତିଗଲା ପରେ ତା’ ସ୍ତ୍ରୀ ଶଫୀରା ସେଠାରେ ପହଞ୍ଚିଲା। ସେ ଏହି ଘଟଣା ବିଷୟରେ କିଛି ମଧ୍ୟ ଜାଣି ନ ଥିଲା। 8 ପିତର ତାହାକୁ ପଗ୍ଭରିଲେ, “ମୋତେ କୁହ, ତୁମ୍ଭେ ତୁମ୍ଭ ଜମି ସେତିକି ଦାମ୍ରେ ବିକ୍ରୀ କରିଛ କି?”
ସେ ଉତ୍ତର ଦେଲା, “ହଁ, ସେହି ଦାମ୍ରେ।”
9 ତା'ପରେ ପିତର କହିଲେ, “ତୁମ୍ଭେମାନେ ଦୁହେଁ ପ୍ରଭୁଙ୍କ ଆତ୍ମାକୁ ପରୀକ୍ଷା କରିବା ପାଇଁ କାହିଁକି ଏକମତ ହେଲ? ଦେଖ, ଯେଉଁମାନେ ତୁମ୍ଭର ସ୍ୱାମୀକୁ କବର ଦେଇଛନ୍ତି, ସେମାନେ ଦ୍ୱାର ପାଖରେ ପହଞ୍ଚିଗଲେଣି। ତୁମ୍ଭକୁ ମଧ୍ୟ ସେମାନେ ବାହାରକୁ ଟାଣି ନେଇଯିବେ।” 10 ସେ ସ୍ତ୍ରୀଲୋକଟି ମଧ୍ୟ ତାହାଙ୍କ ପାଦତଳେ ପଡ଼ି ମରିଗଲା। ତା'ପରେ ଯୁବକମାନେ ଭିତରକୁ ଆସିଲେ ଓ ତାହାକୁ ମୃତ ଦେଖି ବାହାରକୁ ନେଇଗଲେ ଓ ତାହାର ସ୍ୱାମୀ ପାଖରେ ତାହାକୁ କବର ଦେଲେ। 11 ମଣ୍ଡଳୀର ସମସ୍ତ ବିଶ୍ୱାସୀ ଓ ଅନ୍ୟ ସମସ୍ତ ଲୋକ, ଯେଉଁମାନେ ଏ କଥା ଶୁଣିଲେ, ବହୁତ ଭୟଭୀତ ହେଲେ।
ଯୀଶୁଙ୍କ ମନ୍ଦିର ପରିସର ପରିଷ୍କାର
(ମାଥିଉ 21:12-13; ମାର୍କ 11:15-17; ଲୂକ 19:45-46)
13 ସେତେବେଳେ ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହୋଇଆସୁଥିଲା। ତେଣୁ ଯୀଶୁ ଯିରୁଶାଲମକୁ ଗଲେ। 14 ସେହି ମନ୍ଦିର ପରିସରରେ ଯୀଶୁ ଲୋକମାନଙ୍କୁ ଗୋରୁ, ମେଣ୍ଢା ଓ କପୋତ ବିକ୍ରୀ କରିବାର ଦେଖିଲେ। କେତେକ ଲୋକଙ୍କୁ ସେ ଟେବୁଲ ପାଖରେ ବସିଥିବାର ଦେଖିଲେ। ସେହି ଲୋକମାନେ ଲୋକଙ୍କର ଟଙ୍କା ବିନିମୟ ଓ ବ୍ୟବସାୟ କରୁଥିଲେ। 15 ଯୀଶୁ କେତେ ଖଣ୍ଡ ଦଉଡ଼ିରେ ଗୋଟିଏ ଚାବୁକ ତିଆରି କଲେ। ତା'ପରେ ଯୀଶୁ ସେ ସମସ୍ତ ଲୋକମାନଙ୍କୁ, ମେଣ୍ଢାଗୁଡ଼ିକୁ ଓ ଗୋରୁଗୁଡ଼ିକୁ ସେଠାରୁ ଜୋର୍ ଜବରଦସ୍ତି ତଡ଼ି ଦେଲେ। ସେ ମୁଦ୍ରା ବିନିମୟକାରୀମାନଙ୍କର ମୁଦ୍ରାସବୁ ବିଞ୍ଚିଦେଇ ମେଜଗୁଡ଼ିକ ଓଲଟେଇ ଦେଲେ। 16 ତା'ପରେ ଯୀଶୁ କପୋତ ବେପାରୀମାନଙ୍କୁ କହିଲେ, “ଏସବୁ ଜିନିଷ ଗୁଡ଼ିକ ଏଠାରୁ ନେଇଯାଅ। ମୋହର ପିତାଙ୍କ ଗୃହକୁ ଗୋଟିଏ ବାଣିଜ୍ୟ ଗୃହରେ ପରିଣତ କର ନାହିଁ।”
17 ଏହିସବୁ ଘଟଣା ଘଟିବା ବେଳେ ଯୀଶୁଙ୍କର ଶିଷ୍ୟମାନେ ଶାସ୍ତ୍ରରେ ଲେଖା ହୋଇଥିବା ଏହି ବାଣୀ ମନେ ପକାଇଲେ:
“ତୁମ୍ଭ ଗୃହ ପାଇଁ ମୋର ଅନୁରାଗ ମୋତେ ଗ୍ରାସ କରିବ।”(A)
18 ଯିହୂଦୀମାନେ ଯୀଶୁଙ୍କୁ କହିଲେ, “ଆମ୍ଭକୁ ପରମେଶ୍ବରଙ୍କଠାରୁ ଚିହ୍ନ ସ୍ୱରୂପେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରି ଦେଖାଅ। ପ୍ରମାଣିତ କର ଯେ, ଏସବୁ କରିବା ପାଇଁ ତୁମ୍ଭର ଅଧିକାର ଅଛି।”
19 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଏହି ମନ୍ଦିରକୁ ନଷ୍ଟ କରି ଦିଅ, ଏବଂ ମୁଁ ଏହାକୁ ତିନି ଦିନ ମଧ୍ୟରେ ପୁନର୍ବାର ନିର୍ମାଣ କରିଦେବି।”
20 ସେଥିରେ ଯିହୂଦୀମାନେ କହିଲେ, “ଏହି ମନ୍ଦିର ନିର୍ମାଣ କରିବା ପାଇଁ ଲୋକମାନେ ଛୟାଳିଶ ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ। ଆଉ ତୁମ୍ଭେ କ'ଣ ପ୍ରକୃତରେ ବିଶ୍ୱାସ କରୁଛ, ତୁମ୍ଭେ ଏହା ତିନି ଦିନ ମଧ୍ୟରେ ପୁନର୍ବାର ନିର୍ମାଣ କରି ଦେବ?”
21 କିନ୍ତୁ ଯେତବେଳେ ଯୀଶୁ “ଏହି ମନ୍ଦିର” କହିଲେ, ସେତେବେଳେ ସେ ଆପଣା ଶରୀରରୂପ ମନ୍ଦିର ସମ୍ଵନ୍ଧରେ କହୁଥିଲେ। 22 ଏଣୁ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ସେ ଏହା କହିଥିଲେ ବୋଲି ସ୍ମରଣ କଲେ। ତେଣୁ ତାହାଙ୍କର ଶିଷ୍ୟମାନେ ତାହାଙ୍କ ବିଷୟରେ ଶାସ୍ତ୍ରରେ ଯାହା ଲେଖାଥିଲା ଓ ଯୀଶୁ ଯାହା କହିଥିଲେ, ସେସବୁ କଥା ବିଶ୍ୱାସ କଲେ।
23 ଯୀଶୁ ନିସ୍ତାରପର୍ବ ପାଇଁ ଯିରୁଶାଲମରେ ଥିଲେ। ଅନେକ ଲୋକ ତାହାଙ୍କ ଉପରେ ବିଶ୍ୱାସ କରିଲେ। କାରଣ ସେମାନେ ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କାର୍ଯ୍ୟମାନ ଦେଖିଲେ। 24 କିନ୍ତୁ ଯୀଶୁ ସେମାନଙ୍କୁ ଭରସା କଲେ ନାହିଁ, କାରଣ ସେ ସେହି ଲୋକମାନଙ୍କର ମନର ଭାବନା ଜାଣିଥିଲେ। 25 ମନୁଷ୍ୟର ହୃଦୟ ଭିତରେ କ'ଣ ଅଛି, ତାହା ସେ ଭଲ ଭାବରେ ଜାଣିଥିଲେ। ତେଣୁ ତାହାଙ୍କୁ ଲୋକମାନଙ୍କ ବିଷୟରେ କହିବା ପାଇଁ କାହାରି ଦରକାର ନ ଥିଲା।
2010 by World Bible Translation Center