Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 83

ଆସଫର ଏକ ପ୍ରଶଂସା ଗୀତ।

83 ହେ ପରମେଶ୍ୱର, ତୁମ୍ଭେ ନୀରବ ରୁହ ନାହିଁ!
    ତୁମ୍ଭର କାନ ବନ୍ଦ କର ନାହିଁ!
    ହେ ପରମେଶ୍ୱର, ଦୟାକରି କିଛି କୁହ!
ହେ ପରମେଶ୍ୱର, ତୁମ୍ଭର ଶତ୍ରୁଗଣ ତୁମ୍ଭ ବିରୁଦ୍ଧରେ ଯୋଜନା କରୁଛନ୍ତି
    ଏବଂ ସେମାନେ ଶୀଘ୍ର ତୁମ୍ଭକୁ ଆକ୍ରମଣ କରିବେ।
ସେମାନେ ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରନ୍ତି।
    ତୁମ୍ଭର ଶତ୍ରୁଗଣ ତୁମ୍ଭ ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ଯୋଜନା କରୁଛନ୍ତି।
ସେହି ଶତ୍ରୁମାନେ କହନ୍ତି, “ଆସ ଆମ୍ଭେମାନେ ସେମାନଙ୍କୁ ପୁରାପୁରି ଧ୍ୱଂସ କରିଦେବା, ତେବେ ସେମାନେ ଗୋଟିଏ ଜାତି ହୋଇ ରହିବେ ନାହିଁ।
    ତାହାହେଲେ ଇସ୍ରାଏଲର ନାମକୁ କେହି ମନେପକାଇବେ ନାହିଁ।”
ହେ ପରମେଶ୍ୱର, ସେମାନେ ସେମାନଙ୍କର ଯୋଜନାରେ ଏକତ୍ରିତ ହୋଇଛନ୍ତି।
    ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକ ଚୁକ୍ତି କରିଛନ୍ତି।
6-7 ଇଦୋମର ବଂଶଧର ଇଶ୍ମାୟେଲୀୟମାନେ, ମୋୟାବ ଓ ହାଗରୀୟମାନେ, ଗବାଲ୍, ଅମ୍ମୋନ, ଅମାଲେକ୍
    ଓ ସୋର ନିବାସୀଙ୍କ ସହିତ ପଲେଷ୍ଟୀୟମାନେ ସମସ୍ତେ
    ତୁମ୍ଭ ବିରୁଦ୍ଧରେ ନିୟମ ସ୍ଥାପନ କରିଅଛନ୍ତି।
ଏପରିକି ଅଶୂରୀୟ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଛନ୍ତି।
    ସେମାନେ ଲୋଟ-ସନ୍ତାନଗଣଙ୍କୁ ବହୁତ ଶକ୍ତିଶାଳୀ କରିଅଛନ୍ତି।

ହେ ପରମେଶ୍ୱର, ଶତ୍ରୁମାନଙ୍କୁ ଏପରି ପରାସ୍ତ କର, ଯେପରି ମିଦିୟନମାନଙ୍କୁ,
    ସୀଷରା ଓ ଯାବୀନକୁ କିଶୋନ ନଦୀ ନିକଟରେ ପରାସ୍ତ କରିଥିଲ।
10 ସେମାନଙ୍କୁ ଐନଦୋର ନିକଟରେ ପରାସ୍ତ କଲ
    ଏବଂ ସେମାନଙ୍କ ଶରୀର ସେହି ସ୍ଥାନରେ ସଢ଼ି ଗଲା।
11 ତୁମ୍ଭେ ସେମାନଙ୍କ ପ୍ରଧାନବର୍ଗଙ୍କୁ ଓରେବ୍, ସେବର,
    ସେବହ ଓ ସ‌ଲ୍‌ମୁ‌ନ୍‌କୁ ପରାସ୍ତ କଲା ପରି ପରାସ୍ତ କର।
12 ସେହି ନେତାମାନେ କହିଲେ, “ସେମାନେ ତୁମ୍ଭର ଭୂମି ଛାଡ଼ିବା ପାଇଁ
    ଆମ୍ଭକୁ ବାଧ୍ୟ କରିବେ।”
13 ମୋର ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ଘୂର୍ଣ୍ଣିବାୟୁ ଦ୍ୱାରା ଗଛ ଉପୁଡ଼ିଲା ପରି
    ଏବଂ ବାୟୁ ସମ୍ମୁଖରେ କୁଟାପରି ଛି‌ନ୍‌ଛତ୍ର କର।
14 ଅଗ୍ନିରେ ପୋଡ଼ି, ଜଙ୍ଗଲ ଓ ପାହାଡ଼ ଧ୍ୱଂସ ହେଲା ପରି
    ଶତ୍ରୁମାନଙ୍କୁ ଧ୍ୱଂସ କର।
15 ହେ ପରମେଶ୍ୱର, ସେହି ଲୋକମାନଙ୍କୁ ଝଡ଼ରେ ଧୂଳି ଉଡ଼ିଲାପରି ଦୂରେଇ ଦିଅ।
    ଆପଣା ପ୍ରଚଣ୍ଡ ବତାସଦ୍ୱାରା ସେମାନଙ୍କୁ ଭୟଭୀତ କର।
16 ହେ ପରମେଶ୍ୱର, ସେମାନେ ଯେପରି ତୁମ୍ଭର ନାମ ଅନ୍ୱେଷଣ ନ କରିବା ପର୍ଯ୍ୟନ୍ତ
    ସେମାନଙ୍କୁ ଲଜ୍ଜାରେ ଆଚ୍ଛାଦନ କର।
17 ହେ ପରମେଶ୍ୱର ସେମାନଙ୍କୁ ଭୟଭୀତ ଓ ଚିରଦିନ ପାଇଁ ଲଜ୍ଜିତ କର।
    ସେମାନଙ୍କୁ ଅପମାନିତ କର ଓ ବିନାଶ କର।
18 ଏହା ପରେ ସେମାନେ ଜାଣିବେ ଯେ,
    ଯାହାର ନାମ ଯିହୋବାଃ,
ତୁମ୍ଭେ ପ୍ରକୃତରେ, ସମୁଦାୟ ଭୂମଣ୍ଡଳରେ
    ସର୍ବୋପରିସ୍ଥ ପରମେଶ୍ୱର ଅଟ।

ଗୀତସଂହିତା 145

ପ୍ରଶଂସାର ଗୀତ, ଦାଉଦଙ୍କ ରଚିତ।

145 ସେ ରାଜନ୍, ମୋର ପରମେଶ୍ୱର, ମୁଁ ତୁମ୍ଭର ପ୍ରଶଂସା କରିବି।
    ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି।
ପ୍ରତିଦିନ ମୁଁ ତୁମ୍ଭର ପ୍ରଶଂସା କରେ।
    ପୁଣି ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି।
ସଦାପ୍ରଭୁ ହେଉଛନ୍ତି ମହାନ ଏବଂ ସେ ଅତ୍ୟନ୍ତ ପ୍ରଶଂସନୀୟ।
    ଆମ୍ଭେମାନେ ତାହଙ୍କର ମହାନତାକୁ ପୁରାପୁରି ଜାଣି ପାରିବୁ ନାହିଁ।
ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟା ସକଳର ପ୍ରଶଂସା କରନ୍ତୁ,
    ସେମାନେ ତୁମ୍ଭର କାର୍ଯ୍ୟ ବିଷୟରେ କୁହନ୍ତୁ।
ତୁମ୍ଭ ଗୌରବ ଓ ମହିମା ଆଶ୍ଚର୍ଯ୍ୟପୂର୍ଣ୍ଣ।
    ମୁଁ ତୁମ୍ଭ ଅ‌ଦ୍‌ଭୂତ କର୍ମ ବିଷୟ ଧ୍ୟାନ କରିବି।
ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ଭୟାନକ କର୍ମର ଶକ୍ତି ବିଷୟରେ ବ୍ୟକ୍ତି କରନ୍ତୁ।
    ପୁଣି ମୁଁ ତୁମ୍ଭର ମହାନତା ବିଷୟରେ ପ୍ରଗ୍ଭର କରିବି।
ଲୋକମାନେ ତୁମ୍ଭର ମହାନ ଉତ୍ତମତା ବିଷୟରେ କୁହନ୍ତୁ
    ଓ ସେମାନେ ତୁମ୍ଭ ଧାର୍ମିକତା ବିଷୟରେ ଗାନ କରନ୍ତୁ।

ସଦାପ୍ରଭୁ ଅତ୍ୟନ୍ତ ଦୟାବାନ, ସହାନୁଭୂତିଶୀଳ,
    ଧୈର୍ଯ୍ୟଶୀଳ ଏବଂ ସ୍ନେହଶୀଳ।
ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ।
    ପରମେଶ୍ୱରଙ୍କର ହସ୍ତକୃତ ସମସ୍ତ କର୍ମ ଉପରେ ତାହଙ୍କର ଦୟା ଥାଏ।
10 ସଦାପ୍ରଭୁ, ତୁମ୍ଭେ ଯାହା କରିଅଛ, ସେଗୁଡ଼ିକ ସମସ୍ତେ ତୁମ୍ଭର ପ୍ରଶଂସା କରନ୍ତୁ।
    ତୁମ୍ଭର ବିଶ୍ୱସ୍ତ ଅନୁସରଣକାରୀମାନେ ତୁମ୍ଭର ଧନ୍ୟବାଦ କରନ୍ତୁ।
11 ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରନ୍ତୁ
    ଓ ତୁମ୍ଭ ପରାକ୍ରମ ବିଷୟରେ କୁହନ୍ତୁ।
12 ତେଣୁ ଅନ୍ୟ ଲୋକମାନେ ତୁମ୍ଭର ମହାନ କାର୍ଯ୍ୟ ବିଷୟରେ ଜାଣିବେ
    ଏବଂ ତୁମ୍ଭର ଶାସନ କେତେ ଆଶ୍ଚର୍ଯ୍ୟଜନକ ଓ ମହାନ।
13 ହେ ସଦାପ୍ରଭୁ, ତୁମ୍ଭର ଶାସନ ଅନନ୍ତକାଳସ୍ଥାୟୀ ରହିବ।
    ତୁମ୍ଭେ ଅନନ୍ତକାଳ ରାଜତ୍ୱ କରିବ।

ସଦାପ୍ରଭୁଙ୍କ ଉପରେ ବିଶ୍ୱାସ କରାଯାଇ ପାରିବ, ଯାହା ସେ କୁହନ୍ତି।
    ସେ କରୁଥିବା ସମସ୍ତ କର୍ମ ଉପରେ ବିଶ୍ୱସ୍ତ। [a]
14 ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି।
    ଏବଂ ନଇଁ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
15 ହେ ସଦାପ୍ରଭୁ, ସମସ୍ତ ସଜୀବ ପ୍ରାଣୀ ଖାଦ୍ୟ ପାଇଁ ତୁମ୍ଭକୁ ଅନାଇଥା’ନ୍ତି।
    କାରଣ ଉପଯୁକ୍ତ ସମୟରେ ତୁମ୍ଭେ ଆହାର ଯୋଗାଇ ଥାଅ।
16 ହେ ସଦାପ୍ରଭୁ, ତୁମ୍ଭେ ଆପଣା ହସ୍ତ ମେଲାଇ
    ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଛ।
17 ସଦାପ୍ରଭୁ ଯାହାକିଛି କରନ୍ତି ତାହା ଉତ୍ତମ
    ଓ ତାଙ୍କର ନିଜର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାକୁ ପ୍ରଦର୍ଶନ କରେ।
18 ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି,
    ଯେଉଁମାନେ ତାଙ୍କୁ ସାହାଯ୍ୟ ପାଇଁ ଡାକନ୍ତି।
19 ସେ ଆପଣା ଅନୁସରଣକାରୀମାନଙ୍କ ବାଞ୍ଚା ପୂର୍ଣ୍ଣ କରନ୍ତି।
    ସେ ସେମାନଙ୍କର ଗୁହାରି ଶୁଣନ୍ତି ଏବଂ ସେମାନଙ୍କୁ ରକ୍ଷା କରନ୍ତି।
20 ସଦାପ୍ରଭୁ ସେହିମାନଙ୍କୁ ରକ୍ଷା କରନ୍ତି ଯେଉଁମାନେ ତାଙ୍କୁ ଭଲ ପାଆନ୍ତି,
    ମାତ୍ର ସମସ୍ତ ଦୁଷ୍ଟ ଲୋକମାନଙ୍କୁ ଧ୍ୱଂସ କରିବେ।
21 ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି!
    ସମୁଦାୟ ପ୍ରାଣୀ ଅନନ୍ତକାଳ ତାହଙ୍କର ପବିତ୍ର ନାମର ପ୍ରଶଂସା କରିବା ଉଚିତ୍।

ଗୀତସଂହିତା 85-86

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣଙ୍କର ଗୀତ।

85 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ଦୟା ଦେଖାଇଅଛ।
    ବିଦେଶରେ ଯାକୁବର ଲୋକମାନେ ବନ୍ଦୀ ହୋଇଥିଲେ।
    ସେମାନଙ୍କୁ ଛଡ଼ାଇ ତାଙ୍କର ନିଜ ଦେଶକୁ ନେଇଆସିଲ।
ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକମାନଙ୍କର ଅପରାଧ ସବୁ କ୍ଷମା କଲ।
    ଆଉ ତୁମ୍ଭେ ସେମାନଙ୍କର ପାପସବୁ ପୋଛିଲ।

ଆପଣା ସମସ୍ତ କ୍ରୋଧରୁ ନିବୃତ୍ତ ହେଲ।
    ଆପଣା କ୍ରୋଧରେ ପ୍ରଚଣ୍ଡ ହେଲ ନାହିଁ।
ହେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱର, ଆମ୍ଭମାନଙ୍କୁ ତୁମ୍ଭ ପାଖକୁ ଫେରାଇ ଆଣ
    ଏବଂ ଆମ୍ଭ ଉପରେ ଅପ୍ରସନ୍ନ ହେବା ବନ୍ଦ କର।
ତୁମ୍ଭେ କି ସଦାକାଳ ଆମ୍ଭ ଉପରେ
    କ୍ରୋଧିତ ହୋଇ ରହିବ?
ନିଶ୍ଚିତ ତୁମ୍ଭେ ଆଉଥରେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦେବ।
    ତେଣୁ ତୁମ୍ଭର ଲୋକମାନେ ତୁମ୍ଭ ସହିତ ଆନନ୍ଦ କରିବେ।
ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର
    ଏବଂ ଦେଖାଇ ଦିଅ ଯେ ତୁମ୍ଭେ ଆମ୍ଭକୁ ପ୍ରେମ କରୁଛ।

ସଦାପ୍ରଭୁ ପରମେଶ୍ୱର ଯାହା କହିବେ ମୁଁ ଶୁଣିବି।
    ସେ ପ୍ରତିଜ୍ଞା କରିଛନ୍ତି ଯେ, ଆପଣା ଲୋକମାନଙ୍କ ଓ ଆପଣା ଅନୁସରଣକାରୀମାନଙ୍କ ପାଇଁ ଶାନ୍ତି ବିରାଜମାନ କରିବେ।
    ସେମାନେ ପୁନର୍ବାର ମୂର୍ଖତା ଜୀବନଯାପନ କରିବା ପାଇଁ ଫେରି ନ ଯାଆନ୍ତୁ।
ପରମେଶ୍ୱର ତାଙ୍କର ଅନୁସରଣକାରୀଙ୍କୁ ଶୀଘ୍ର ରକ୍ଷା କରିବେ।
    ଆମ୍ଭେ ଖୁବ୍ ଶୀଘ୍ର ଆମ୍ଭ ଦେଶରେ ସମ୍ମାନର ସହ ବାସ କରିବୁ।
10 ସ୍ନେହପୂର୍ଣ୍ଣ କରୁଣା ଓ ବିଶ୍ୱସ୍ତତା ଦେଶକୁ ପ୍ରତ୍ୟାବର୍ତ୍ତନ କରେ।
    ଧର୍ମ ଓ ଶାନ୍ତି ପରସ୍ପରକୁ ବନ୍ଧୁପରି ଅଭିନନ୍ଦନ କରନ୍ତି।
11 ପୃଥିବୀର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ହେବେ
    ଏବଂ ସ୍ୱର୍ଗରେ ପରମେଶ୍ୱର ସେମାନଙ୍କର ମଙ୍ଗଳ କରିବେ।
12 ସଦାପ୍ରଭୁ ଉତ୍ତମ ବସ୍ତୁ ପ୍ରଦାନ କରିବେ
    ଏବଂ ଆମ୍ଭମାନଙ୍କ ଧରଣୀ ଫଳ ଉତ୍ପନ୍ନ କରିବ।
13 ଧର୍ମ ପରମେଶ୍ୱରଙ୍କର ଆଗେ ଆଗେ ଯିବ
    ଓ ତାଙ୍କ ପଦଚିହ୍ନକୁ ଗମନର ପଥ ତିଆରି କରିବ।

ଦାଉଦଙ୍କର ପ୍ରାର୍ଥନା।

86 ହେ ସଦାପ୍ରଭୁ, ମୋର ଗୁହାରି ଶୁଣ।
    ଏବଂ ମୋ’ ପ୍ରାର୍ଥନାର ଉତ୍ତର ଦିଅ।
    କାରଣ ମୁଁ ଜଣେ ଦିନହୀନ, ନିଃସହାୟ ମଣିଷ।
ମୁଁ ତୁମ୍ଭର ଭକ୍ତ, ଦୟାକରି ମୋ’ ଜୀବନକୁ ରକ୍ଷା କର!
    ମୁଁ ତୁମ୍ଭର ଦାସ, ତୁମ୍ଭେ ମୋର ପରମେଶ୍ୱର।
    ମୁଁ ତୁମ୍ଭକୁ ବିଶ୍ୱାସ କରେ, ତେଣୁ ମୋତେ ରକ୍ଷା କର।
ହେ ମୋର ପ୍ରଭୁ, ମୋ’ ପ୍ରତି ଦୟା ଦେଖାଅ।
    ମୁଁ ତୁମ୍ଭଠାରେ ପ୍ରତିଦିନ ପ୍ରାର୍ଥନା କରୁଅଛି।
ହେ ସଦାପ୍ରଭୁ, ମୁଁ ମୋ’ ଜୀବନ ତୁମ୍ଭ ହସ୍ତରେ ସମର୍ପଣ କରିଛି,
    ତେଣୁ ମୋତେ ତୁମ୍ଭର ସେବକକୁ ଆନନ୍ଦ ଦିଅ।
ହେ ପ୍ରଭୁ, ତୁମ୍ଭେ ବହୁତ ଉତ୍ତମ ଓ କରୁଣାମୟ,
    ଯେଉଁମାନେ ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।
ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
    ହୃଦୟ ସହକାରେ ମୋର କରୁଣାମୟ ପ୍ରାର୍ଥନା ଶୁଣ।
ସଦାପ୍ରଭୁ, ମୋର ବିପଦକାଳରେ ମୁଁ ତୁମ୍ଭକୁ ଡାକିବି।
    ମୁଁ ଜାଣେ ତୁମ୍ଭେ ଉତ୍ତର ଦେବ।
ହେ ପରମେଶ୍ୱର, ଦେବଗଣଙ୍କ ମଧ୍ୟରେ ତୁମ୍ଭ ପରି ଆଉ କେହି ନାହିଁ।
    ତୁମ୍ଭେ ଯାହା କରିଛ କେହି ଏପରି କରି ପାରିବେ ନାହିଁ।
ହେ ପ୍ରଭୁ, ତୁମ୍ଭେ ପ୍ରତ୍ୟେକ ଦେଶଗୁଡ଼ିକୁ ସୃଷ୍ଟି କରିଛ।
    ସେମାନେ ଆସିବେ ଓ ମଥାନତ ହୋଇ ତୁମ୍ଭ ସମ୍ମୁଖରେ ଛିଡ଼ା ହେବେ ଏବଂ ତୁମ୍ଭର ନାମକୁ ପ୍ରଶଂସା କରିବେ।
10 ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟ କର୍ମମାନ କର।
    ତୁମ୍ଭେ ହିଁ ଏକମାତ୍ର, ପରମେଶ୍ୱର ଅଟ।
11 ସଦାପ୍ରଭୁ, ତୁମ୍ଭର ପଥ, ମୋତେ ଶିକ୍ଷା ଦିଅ
    ଓ ମୁଁ ତୁମ୍ଭପରି ହେବାକୁ ଶିଖିବି।
ମୋତେ ତୁମ୍ଭର ନାମକୁ ସମ୍ମାନ ଦେବାରେ ସାହାଯ୍ୟ କର,
    ଯାହା ମୋ’ ଜୀବନର ମୁଖ୍ୟ ଜିନିଷ ଅଟେ।
12 ହେ ପ୍ରଭୁ, ମୋର ପରମେଶ୍ୱର, ମୁଁ ତୁମ୍ଭକୁ ହୃଦୟ ସହିତ ପ୍ରଶଂସା କରିବି।
    ମୁଁ ସର୍ବଦା ତୁମ୍ଭ ନାମରେ ଗୌରବ କରିବି।
13 ମୋ’ ପ୍ରତି ତୁମ୍ଭର ଦୟା ମହତ୍ ଅଟେ।
    ତୁମ୍ଭେ ମୋ’ ଜୀବନକୁ ଶେଷାବସ୍ଥା ମୃତ୍ୟୁ ମୁଖରୁ ଉଦ୍ଧାର କରିଛ।
14 ହେ ପରମେଶ୍ୱର, ଗର୍ବୀ ଲୋକମାନେ ମୋତେ ଆକ୍ରମଣ କରିଛନ୍ତି।
    ଦଳେ ଦୁଷ୍ଟ ଲୋକ ମୋତେ ହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି।
    ଏବଂ ସେମାନେ ତୁମ୍ଭକୁ ସମ୍ମାନ କରନ୍ତି ନାହିଁ।
15 ହେ ମୋର ପ୍ରଭୁ, ତୁମ୍ଭେ ସ୍ନେହଶୀଳ ଓ କରୁଣାମୟ ପରମେଶ୍ୱର।
    ତୁମ୍ଭେ ଧୈର୍ଯ୍ୟଶୀଳ, ପ୍ରେମ ଓ ସତ୍ୟତାରେ ପରିପୂର୍ଣ୍ଣ ଅଟ।
16 ତୁମ୍ଭେ ମୋ’ ପ୍ରତି ଦୃଷ୍ଟି ଦିଅ ଏବଂ ଦୟା କର।
    ମୁଁ ତୁମ୍ଭର ଦାସ, ମୋତେ ଶକ୍ତି ଦିଅ।
    ମୁଁ ତୁମ୍ଭର ଦାସ, ମୋତେ ରକ୍ଷା କର।
17 ହେ ସଦାପ୍ରଭୁ, ମୋତେ ଟିକେ ସୂଚନା ଦିଅ ଯେ, ମୋର ସବୁକିଛି ପାଇଁ ଉତ୍ତମ ହୋଇ ପାରିବ।
    ମୋର ଶତ୍ରୁଗଣ ତାହା ଦେଖି ନିରାଶ ହେବେ।
    ଏଥିରୁ ସେମାନେ ଜାଣିବେ ଯେ ତୁମ୍ଭେ ମୋର ପ୍ରାର୍ଥନା ଗ୍ରହଣ କଲ ଓ ମୋତେ ସାନ୍ତ୍ୱନା କଲ।

ବିଗ୍ଭରକର୍ତ୍ତାମାନଙ୍କ ବିବରଣ 8:22-35

ଗିଦିୟୋନ ଗୋଟିଏ ଏଫୋଦ ତିଆରି କଲେ

22 ଇସ୍ରାଏଲର ଲୋକମାନେ ଗିଦିୟୋନଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ମିଦିୟନୀୟମାନଙ୍କଠାରୁ ରକ୍ଷା କରିଅଛ, ତେଣୁ ତୁମ୍ଭେ ଆମ୍ଭର ଶାସକ ହୁଅ। ଆମ୍ଭେ ତୁମ୍ଭକୁ, ତୁମ୍ଭର ସନ୍ତାନମାନଙ୍କୁ ଆମ୍ଭର ଶାସକ ଭାବେ ଗ୍ଭହୁଁ।”

23 କିନ୍ତୁ ଗିଦିୟୋନ ଇସ୍ରାଏଲର ଲୋକମାନଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭର ଶାସକ ହେବେ। ମୁଁ ତୁମ୍ଭକୁ ଶାସନ କରିବି ନାହିଁ। ଏବଂ ମୋର ପୁତ୍ରମାନେ ମଧ୍ୟ ତୁମ୍ଭକୁ ଶାସନ କରିବେ ନାହିଁ।”

24 ଗିଦିୟୋନ ଇସ୍ରାଏଲୀୟମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ନିକଟରେ ଏହି ନିବେଦନ କରୁଅଛି, ତୁମ୍ଭେମାନେ ଯୁଦ୍ଧରେ ନେଇଯାଇଥିବା ସୁବର୍ଣ୍ଣ କର୍ଣ୍ଣ କୁଣ୍ଡଳ ମୋତେ ଦିଅ।” ହାରିଥିବା ଇସ୍ରାଏଲୀୟଙ୍କର ସୁବର୍ଣ୍ଣର କର୍ଣ୍ଣ କୁଣ୍ଡଳକୁ ସେମାନେ ନେଇଯାଇଥିଲେ।

25 ତହିଁରେ ସେମାନେ ଉତ୍ତର କଲେ, “ଆମ୍ଭେମାନେ ତାହା ଅବଶ୍ୟ ଦେବୁ।” ପୁଣି ସେମାନେ ବସ୍ତ୍ର ବିଛାଇ ପ୍ରତ୍ୟେକ ତା’ ମଧ୍ୟରେ ନିଜ ନିଜର ଲୁଟିତ ନଥ ପକାଇଲେ। 26 ସେଥିରେ ଚନ୍ଦ୍ରହାର, ଝୁମୁକା ଓ ମିଦିୟନୀୟ ରାଜାମାନଙ୍କ ପରିଧେୟ ବାଇଗଣିଆ ରଙ୍ଗର ବସ୍ତ୍ର ଓ ସେମାନଙ୍କର ଓଟର ଗଳାହାର ଛଡ଼ା ତାହାର ପ୍ରାର୍ଥୀତ, ସୁବର୍ଣ୍ଣ ନଗର ପରିମାଣ 1700 ଶେକଲ ସୁନା ହେଲା।

27 ଗିଦିୟୋନ ଏହିସବୁ ସୁବର୍ଣ୍ଣରେ ଏକ ଏଫୋଦ ତିଆରି କଲେ। ସେ ଏହାକୁ ସେମାନଙ୍କ ନଗର ଅଫ୍ରାରେ ରଖିଲେ। ଏବଂ ଇସ୍ରାଏଲର ସମସ୍ତ ଲୋକମାନେ ସେହି ଏଫୋଦକୁ ଉପାସନା କଲେ। ଏହିପରି ଭାବରେ, ଏଫୋଦକୁ ଉପାସନା କରି ଇସ୍ରାଏଲବାସୀ ସଦାପ୍ରଭୁଙ୍କ ପ୍ରତି ଅବିଶ୍ୱାସୀ ହେଲେ। ଏହି ଏଫୋଦ ଗିଦିୟୋନଙ୍କ ଓ ତାଙ୍କ ପରିବାର ପ୍ରତି ଏକ ଫାନ୍ଦ ସ୍ୱରୂପ ହେଲା, ଯାହାକି ସେମାନଙ୍କର ପାପର କାରଣ ହେଲା।

ଗିଦିୟୋନଙ୍କର ମୃତ୍ୟୁ

28 ଇସ୍ରାଏଲ ଅଧୀନରେ ରହିବା ପାଇଁ, ମିଦିୟନର ଲୋକମାନେ ବାଧ୍ୟ କରାଗଲେ। ସେମାନେ ଆଉ କିଛି ଅସୁବିଧାରେ ପଡ଼ିଲେ ନାହିଁ। ତେଣୁ ଗିଦିୟୋନ ବଞ୍ଚିଥିବା ପର୍ଯ୍ୟନ୍ତ ଗ୍ଭଳିଶ୍ ବର୍ଷ ପାଇଁ ଦେଶ ଶାନ୍ତିରେ ରହିଲା।

29 ଏହା ପରେ ଯୋୟାଶର ପୁତ୍ର ଯିରୁବ୍ବାଲ୍ ଯାଇ ନିଜ ଗୃହରେ ବାସ କଲେ। 30 ଗିଦିୟୋନଙ୍କର ନିଜର ସତୁରିଜଣ ସନ୍ତାନ ଥିଲେ। ତାଙ୍କର ବହୁତ ସନ୍ତାନ ଥିଲେ କାରଣ ତାଙ୍କର ବହୁତ ପତ୍ନୀ ଥିଲେ। 31 ଗିଦିୟୋନଙ୍କର ଶିଖିମଠାରେ ଏକ ଉପପତ୍ନୀ ଥିଲା। ସେହି ଉପପତ୍ନୀର ଏକ ପୁତ୍ର ଥିଲା ଯାହାର ନାମ ଥିଲା ଅବୀମେଲକ୍।

32 ଯୋୟାଶର ପୁତ୍ର ଗିଦିୟୋନ ଅତ୍ୟଧିକ ବାର୍ଦ୍ଧକ୍ୟରେ ପହଞ୍ଚି ମୃତ୍ୟୁବରଣ କଲେ। ଅବୀୟେଷ୍ରୀୟମାନଙ୍କ ଅଫ୍ରାର ସହରରେ ତାଙ୍କ ପିତା ଯୋୟାଶର ନିଜର କବରରେ ଗିଦିୟୋନକୁ କବର ଦିଆଗଲା। 33 ଗିଦିୟୋନଙ୍କର ମୃତ୍ୟୁ ପରେ ଇସ୍ରାଏଲର ଲୋକମାନେ ଆଉ ସଦାପ୍ରଭୁଙ୍କର ବିଶ୍ୱସ୍ତ ରହିଲେ ନାହିଁ। ସେମାନେ ‌ବା‌ଲ୍‌ଦେବାଦେବୀଙ୍କର ଅନୁଗାମୀ ହେଲେ। ସେମାନେ ସେମାନଙ୍କର ଦେବତା ବାଲ୍ ବାରିକ୍ ନିର୍ମାଣ କଲେ। 34 ଇସ୍ରାଏଲର ଲୋକମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କୁ ଭୁଲିଗଲେ। ଯଦିଓ ସେ ସେମାନଙ୍କର ଗ୍ଭରିପାଖରେ ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଥିଲେ। 35 ଇସ୍ରାଏଲର ଲୋକମାନେ ଯିରୁବ୍ବା‌ଲ୍‌ର ପରିବାର ପ୍ରତି ଆନୁଗତ୍ୟ ରହିଲେ ନାହିଁ। ଯଦିଓ ସେମାନଙ୍କ ପାଇଁ ସେ ବହୁତ କାର୍ଯ୍ୟ କରିଥିଲେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 4:1-12

ଯିହୂଦୀଙ୍କ ସଭା ସମ୍ମୁଖରେ ପିତର ଏବଂ ଯୋହନ

ପିତର ଓ ଯୋହନ ଲୋକମାନଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ କେତେକ ଲୋକ ସେମାନଙ୍କ ପାଖକୁ ଆସିଲେ। ସେମାନେ ଯାଜକ, ମନ୍ଦିରର ଜଗୁଆଳୀମାନଙ୍କ ସେନାପତି ଓ କେତେକ ସାଦ୍ଦୂକୀ ଥିଲେ। ସେମାନେ ରାଗି ଯାଇଥିଲେ କାରଣ ପିତର ଓ ଯୋହନ ଲୋକମାନଙ୍କୁ ଉପଦେଶ ଦେଉଥିଲେ, ଓ ଯୀଶୁଙ୍କ ପୁନରୁ‌‌ତ୍‌‌ଥାନ ପରି ସବୁ ମୃତ ବ୍ୟକ୍ତିମାନଙ୍କର ଯେ ଉ‌‌ତ୍‌‌ଥାନ ହେବ, ଏହି କଥା ଘୋଷଣା କରୁଥିଲେ। ତେଣୁ ସେମାନେ କାରାଗାରରେ ବନ୍ଦୀ କରିଦେଲେ। ସନ୍ଧ୍ୟା ହୋଇଯାଇ ଥିବାରୁ ସେମାନଙ୍କୁ ପରଦିନ ପର୍ଯ୍ୟନ୍ତ ବନ୍ଦୀ କରି ରଖିଲେ। କିନ୍ତୁ ଉପଦେଶ ଶୁଣିବା ଲୋକମାନଙ୍କ ମଧ୍ୟରୁ ଅନେକ ଲୋକ ସେମାନଙ୍କ ବାର୍ତ୍ତା ବିଶ୍ୱାସ କଲେ। ତେଣୁ ବର୍ତ୍ତମାନ ସେଠାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବିଶ୍ୱାସୀ ଥିଲେ।

ତହିଁ ଆରଦିନ ସେମାନଙ୍କର ନେତାମାନେ, ପ୍ରାଚୀନମାନେ ଓ ଆଇନର ଶିକ୍ଷକମାନେ ଯିରୁଶାଲମରେ ଏକାଠି ହେଲେ। ସେଠାରେ ହାନାନ ମହାଯାଜକ, କୟାଫା, ଯୋହନ, ଆଲେ‌କ୍‌ଜାଣ୍ଡାର ଓ ମହାଯାଜକୀୟ ପରିବାରର ସମସ୍ତେ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ପ୍ରେରିତମାନଙ୍କୁ ସାମନାରେ ଠିଆ କରି ପଗ୍ଭରିଲେ, “ତୁମ୍ଭେମାନେ କେଉଁ କ୍ଷମତା କିମ୍ବା କେଉଁ ଅଧିକାରରେ ଏହି କାର୍ଯ୍ୟ କଲ? ତୁମ୍ଭେମାନେ ଏ ଛୋଟ ଲୋକଟିକୁ କିପରି ସୁସ୍ଥ କରି ପାରିଲ?”

ତା’ପରେ ପିତର ପବିତ୍ରଆତ୍ମା ଦ୍ୱାରା ପରିପୂର୍ଣ୍ଣ ହୋଇ ସେମାନଙ୍କୁ କହିଲେ, “ହେ ଲୋକମାନଙ୍କର ନେତାମାନେ ଓ ପ୍ରାଚୀନ ଲୋକମାନେ! ଏହି ଛୋଟା ଲୋକଟି ପ୍ରତି କରାଯାଇଥିବା ଉତ୍ତମ କର୍ମରେ କ’ଣ ଆପଣମାନେ ଆମ୍ଭକୁ ଆଜି ପ୍ରଶ୍ନ ପଗ୍ଭରୁଛନ୍ତି? ଆପଣମାନେ କ’ଣ ପଗ୍ଭରୁଛନ୍ତି ଯେ କେଉଁ ବିଷୟ ଦ୍ୱାରା ସେ ସୁସ୍ଥ ହୋଇପାରିଲା? 10 ତେବେ, ତୁମ୍ଭେମାନେ ସମସ୍ତେ ଓ ସମସ୍ତ ଇସ୍ରାଏଲୀୟ ଲୋକମାନେ ଏହା ଜାଣିରଖିବା ଉଚିତ୍ ଯେ, ଏହା ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏହି ଲୋକଟି ସୁସ୍ଥ ହୋଇଛି। ତୁମ୍ଭେମାନେ ସେହି ଯୀଶୁଙ୍କୁ କ୍ରୁଶରେ କଣ୍ଟାବିଦ୍ଧ କରିଛ, ମାତ୍ର ପରମେଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଛନ୍ତି। ତାହାଙ୍କ ଦ୍ୱାରା ଏହି ଛୋଟା ଲୋକଟି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଛି। ସେ ବର୍ତ୍ତମାନ ତୁମ୍ଭମାନଙ୍କ ସମ୍ମୁଖରେ ଠିଆ ହୋଇଛି। 11 ଯୀଶୁ ହେଉଛନ୍ତି

‘ସେହି ପଥର ଯାହାଙ୍କୁ ତୁମ୍ଭେ, ଅତଏବ ନିର୍ମାଣ କର୍ତ୍ତାମାନେ, ହେୟଜ୍ଞାନ କରିଥିଲ।
    କିନ୍ତୁ ସେହି ପଥର ଆଜି ମୂଖ୍ୟ ପଥର ହୋଇ ପାରିଛି।’ (A)

12 ତାହାଙ୍କ ବ୍ୟତୀତ ଅନ୍ୟ କାହା ପାଖରେ ଉଦ୍ଧାର ନାହିଁ, କାରଣ ଏହି ଆକାଶ ତଳେ ଦିଆଯାଇଥିବା ଅନ୍ୟ କୌଣସି ନାମ ନାହିଁ ଯାହାଦ୍ୱାରା କି ଆମ୍ଭେ ଉଦ୍ଧାର ପାଇ ପାରିବା।”

ଯୋହନ ଲିଖିତ ସୁସମାଗ୍ଭର 1:43-51

43 ତା’ ପରଦିନ ଯୀଶୁ ଗାଲିଲୀକୁ ଯିବା ପାଇଁ ସ୍ଥିର କଲେ। ସେ ଫିଲି‌ପ୍‌ପଙ୍କୁ ଦେଖି କହିଲେ, “ମୋର ଅନୁସରଣ କର।” 44 ଫିଲି‌ପ୍‌ପ ମଧ୍ୟ ଆନ୍ଦ୍ରିୟ ଓ ପିତରଙ୍କ ପରି ବେ‌‌ଥ୍‌‌ସାଇଦା ସହରର ଲୋକ ଥିଲେ। 45 ଫିଲି‌ପ୍‌ପ ନିଥନିୟେଲଙ୍କର ଦେଖା ପାଇ କହିଲେ, “ମୋଶା ବ୍ୟବସ୍ଥାରେ ଯାହା ଲେଖିଥିଲେ, ତାହା ମନେ ପକାଅ। ମୋଶା ଜଣେ ବ୍ୟକ୍ତିଙ୍କ ଆଗମନ ବିଷୟରେ ଲେଖିଥିଲେ। ଭବିଷ୍ୟ‌‌‌ଦ୍‌‌‌ବକ୍ତାମାନେ ମଧ୍ୟ ତାହାଙ୍କ ବିଷୟରେ ଲେଖିଥିଲେ। ଆମ୍ଭେ ତାହାଙ୍କୁ ଭେଟିଛୁ, ତାହାଙ୍କ ନାମ ଯୀଶୁ। ସେ ଯୋଷେଫଙ୍କର ପୁତ୍ର। ସେ ନାଜରିତରୁ ଆସିଛନ୍ତି।”

46 ନିଥନିୟେଲ ଫିଲି‌ପ୍‌ପଙ୍କୁ କହିଲେ, “ନାଜରିତ, ନାଜରିତରୁ କ’ଣ କୌଣସି ଉତ୍ତମ ବସ୍ତୁ ଉତ୍ପନ୍ନ ହୋଇପାରେ?”

ଫିଲି‌ପ୍‌ପ ଉତ୍ତର ଦେଲେ, “ତୁମ୍ଭେ ଆସି ଦେଖ।”

47 ଯୀଶୁ ନିଥନିୟେଲଙ୍କୁ ତାହାଙ୍କ ଆଡ଼େ ଆସିବାର ଦେଖିଲେ। ସେ କହିଲେ, “ଏହି ଲୋକ ପ୍ରକୃତରେ ପରମେଶ୍ୱରଙ୍କର ଜଣେ ବ୍ୟକ୍ତି। ତାହାଙ୍କଠାରେ କୌଣସି ଅସାଧୁତା ନାହିଁ।”

48 ନିଥନିୟେଲ ତାହାଙ୍କୁ ପଗ୍ଭରିଲେ, “ଆପଣ ମୋତେ କିପରି ଜାଣିଲେ?”

ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ଡିମିରି ଗଛ ତଳେ ଦେଖିଥିଲି, ଫିଲି‌ପ୍‌ପ ତୁମ୍ଭକୁ ମୋ’ ବିଷୟରେ କହିବା ପୂର୍ବରୁ ମୁଁ ତୁମ୍ଭକୁ ଦେଖିଥିଲି।”

49 ତା’ପରେ ନିଥନିୟେଲ ଯୀଶୁଙ୍କୁ କହିଲେ, “ହେ ଗୁରୁ, ଆପଣ ପରମେଶ୍ୱରଙ୍କ ପୁତ୍ର। ଆପଣ ଇସ୍ରାଏଲର ରାଜା।”

50 ଯୀଶୁ ନିଥନିୟେଲଙ୍କୁ କହିଲେ, “ମୁଁ ତୁମ୍ଭକୁ କହିଲି ଯେ, ମୁଁ ତୁମ୍ଭକୁ ଡିମିରି ଗଛ ତଳେ ଦେଖିଥିଲି। ସେଥିପାଇଁ ତୁମ୍ଭେ ମୋତେ ବିଶ୍ୱାସ କରୁଛ। କିନ୍ତୁ ତୁମ୍ଭେ ତା’ଠାରୁ ଆହୁରି ଶ୍ରେଷ୍ଠତର ବିଷୟ ଦେଖିବ।” 51 ଯୀଶୁ ପୁଣି କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେମାନେ ସ୍ୱର୍ଗ ଖୋଲି ଯିବାର ଦେଖିବ। ତୁମ୍ଭେମାନେ ପରମେଶ୍ୱରଙ୍କ ‘ଦୂତମାନଙ୍କୁ [a] ମନୁଷ୍ୟପୁତ୍ରଙ୍କ [b] ନିକଟକୁ ଆରୋହଣ ଓ ଅବତରଣ’ କରୁଥିବାର ଦେଖିବ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center