Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 88

କୋରହ ସନ୍ତାନଗଣଙ୍କର ଗୀତ। ପ୍ରଧାନ ବାଦ୍ୟକରଙ୍କ ନିମନ୍ତେ ମହଲତ୍ ଲିୟନ୍ନୋତସ୍ୱରରେ ଇଷ୍ରାହୀୟ ହେମନର ମସ୍କୀଲ୍।

88 ହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ମୋର ପରିତ୍ରାଣକର୍ତ୍ତା।
    ମୁଁ ଦିନ ଓ ରାତ୍ରି ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।
ମୋର ପ୍ରାର୍ଥନା ପ୍ରତି ଟିକେ ଧ୍ୟାନ ଦିଅ।
    ମୋ’ ପ୍ରତି ଦୟାକରି, ମୋର ପ୍ରାର୍ଥନାରେ କର୍ଣ୍ଣପାତ କର।
ମୋର ପ୍ରାଣ ଦୁଃଖରେ ଭରପୁର।
    ମୁଁ ଶୀଘ୍ର ମରିଯିବି।
ମୁଁ ଜଣେ ଶକ୍ତି ହରାଇଥିବା
    ପ୍ରାୟ ମୃତ ଲୋକପରି ହୋଇଅଛି।
ମୃତଲୋକମାନଙ୍କ ମଧ୍ୟରେ ମୋତେ ଖୋଜ।
    ମୁଁ କବରରେ ଶୋଇଥିବା ମୃତ ବ୍ୟକ୍ତିପରି
ଏବଂ ଲୋକମାନେ ଏ ବିଷୟରେ ସବୁ
    ଭୁଲିଗଲେ ଓ ସହାୟ ନାହିଁ।
ତୁମ୍ଭେ ମୋତେ ପୃଥିବୀର ଗାଢ଼ ଅନ୍ଧକାରର
    ଗଭୀର ସ୍ଥାନରେ ରଖିଅଛ।
ତୁମ୍ଭ କ୍ରୋଧରେ ମୁଁ ବୋଝ ଅନୁଭବ କଲି।
    ତୁମ୍ଭର ସମସ୍ତ ଢେଉ ମୋତେ ଓଲଟ ପାଲଟ କରି ପକାଏ।

ମୋର ବନ୍ଧୁମାନେ ମୋତେ ଛାଡ଼ିଗଲେ,
    ମୁଁ ଅଛୁଆଁ ପରି ସେମାନେ ମୋ’ଠାରୁ ଦୂରେଇ ଗଲେ।
ମୁଁ ଏକ ଗୃହରେ ବନ୍ଦୀ ଅଛି, ମୁଁ ବାହାରକୁ ଯାଇପାରିବି ନାହିଁ।
    କ୍ଳେଶ ସକାଶୁ ମୋର ଚକ୍ଷୁ କ୍ଷୀଣ ହୋଇଅଛି।
ହେ ସଦାପ୍ରଭୁ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି।
    ତୁମ୍ଭଠାରେ ମୁଁ ହାତ ପାତୁ ଅଛି।
10 ତୁମ୍ଭେ କ’ଣ ମୃତ ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କ୍ରିୟା କର?
    ମୃତ ଲୋକମାନେ କ’ଣ ଉଠି ଓ ତୁମ୍ଭର ପ୍ରଶଂସା କରିବେ?

11 ମୃତ କବରରେ ଲୋକମାନେ ତୁମ୍ଭର ବିଶ୍ୱସ୍ତତା ବିଷୟରେ କଥା ହୋଇ ପାରିବେ ନାହିଁ।
    ମୃତ ଲୋକମାନେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବିଷୟରେ ପ୍ରଗ୍ଭର କରି ପାରିବେ ନାହିଁ।
12 ଅନ୍ଧାରରେ ଥିବା ମୃତ ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା ଦେଖି ପାରିବେ ନାହିଁ।
    ପୃଥିବୀରେ ମୃତ ଲୋକମାନେ ଭୁଲିଯାଇ ତୁମ୍ଭ ସୁଗୁଣ ପ୍ରଶଂସା କରି ପାରିବେ ନାହିଁ।
13 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଗୁହାରି କରୁଅଛି।
    ମୋତେ ସାହାରା ଦିଅ।
    ପ୍ରତ୍ୟେକ ପ୍ରଭାତରେ ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।
14 ହେ ସଦାପ୍ରଭୁ, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରୁଛ?
    ତୁମ୍ଭେ କାହିଁକି ମୋ’ କଥା ଶୁଣୁ ନାହଁ?
15 ମୁଁ ବାଲ୍ୟକାଳରୁ ଦୁଃଖ ଭୋଗ କରି ମୃତ୍ୟୁର ଶେଷ ଆଡ଼କୁ ଆସିଅଛି।
    ମୁଁ ଭୀଷଣ ଦୁଃଖ ପାଉଅଛି, ଯାହା ତୁମ୍ଭେ କରିଅଛ।
16 ତୁମ୍ଭର କୋପ ମୋ’ ଉପରେ ବର୍ତ୍ତିଅଛି,
    ତୁମ୍ଭ ବିଷୟକ ଭୟ ମୋତେ ଉଚ୍ଛିନ୍ନ କରିଅଛି।
17 ଏକ ବନ୍ୟାପରି ତୁମ୍ଭର ଆକ୍ରମଣ ମୋତେ ଦିନସାରା ଘେରି ରହିଥିଲା।
    ସେମାନେ ସବୁଆଡ଼ୁ ମୋତେ ବନ୍ଦ କଲେ।
18 ତୁମ୍ଭେ ମୋର ପ୍ରିୟ ଲୋକମାନଙ୍କୁ ମୋ’ଠାରୁ ଦୂରେଇ ରଖିଅଛ।
    ମୋ’ ପରିଚିତ ଲୋକମାନେ ଅନ୍ଧକାରରେ ରହିଅଛନ୍ତି।

ଗୀତସଂହିତା 91-92

91 ଯେଉଁ ବ୍ୟକ୍ତି ସର୍ବୋପରିସ୍ଥ ପରମେଶ୍ୱର ପାଖକୁ ଯାଏ,
    ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଛାୟା ତଳେ ନିରାପତ୍ତା ପାଇଁ ବସତି କରିବ।
ମୁଁ ସଦାପ୍ରଭୁଙ୍କୁ କହିଲି, “ତୁମ୍ଭେ ମୋର ଆଶ୍ରୟ ଓ ଦୁର୍ଗ,
    ମୋର ପରମେଶ୍ୱର, ମୁଁ ତୁମ୍ଭ ନିକଟରେ ବିଶ୍ୱାସ ରଖେ।”
ପରମେଶ୍ୱର ତୁମ୍ଭକୁ ଗଭୀର ଜଳରୁ ରକ୍ଷା କରିବେ
    ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ।
ତୁମ୍ଭେ ପରମେଶ୍ୱରଙ୍କ ନିକଟକୁ ସୁରକ୍ଷା ନିମନ୍ତେ ଯାଇପାରିବ।
    ପକ୍ଷୀ ତା’ର ଛୁଆମାନଙ୍କ ଉପରେ ଡେଣା ମେଲାଇ ରଖିଲା ଭଳି ସେ ତୁମ୍ଭକୁ ରକ୍ଷା କରିବେ।
    ସେ ତୁମ୍ଭର ରକ୍ଷାକାରୀ ଢାଲ ଓ ପ୍ରାଚୀର ଦୁର୍ଗ ସ୍ୱରୂପ ହେବେ।
ତୁମ୍ଭେ ରାତ୍ରିରେ ଭୟଭୀତ ହେବାର ଦରକାର ନାହିଁ।
    କିଅବା ଦିନରେ ଶତ୍ରୁମାନଙ୍କର ବାଣ ପ୍ରତି ଭୟଭୀତ ହେବ ନାହିଁ।
ଅନ୍ଧକାରଗାମୀ ମହାମାରୀ,
    କିଅବା ମଧ୍ୟାହ୍ନରେ ସଂହାରକାରୀ ରୋଗ ବିଷୟରେ ଭୀତ ହେବ ନାହିଁ।
ତୁମ୍ଭ ପକ୍ଷରେ ହଜାର ହଜାର ଶତ୍ରୁମାନ ମାରିବା ସହଜ।
    ତୁମ୍ଭର ଦକ୍ଷିଣ ହସ୍ତ ଦଶ ହଜାର ଶତ୍ରୁଙ୍କୁ ପରାସ୍ତ କରିବ,
    କିନ୍ତୁ ତୁମ୍ଭେ ଆଘାତପ୍ରାପ୍ତ ହେବ ନାହିଁ।
ତୁମ୍ଭେ ଦେଖିବ ଯେ, ଦୁଷ୍ଟ ଲୋକମାନେ ଦଣ୍ଡିତ ହୋଇଛନ୍ତି।
    ତୁମ୍ଭେ ଏହାକୁ ନିଜ ଆଖିରେ ଦେଖି ପାରିବ।
ପ୍ରକୃତରେ ସଦାପ୍ରଭୁ ହେଉଛନ୍ତି ନିରାପତ୍ତାର ସ୍ଥାନ!
    ଯଦି ପରମେଶ୍ୱରଙ୍କୁ ତୁମ୍ଭେ ଆପଣା ସୁରକ୍ଷାର ସ୍ଥାନ କରିବ।
10 ତୁମ୍ଭର କୌଣସି ବିପଦ ଘଟିବ ନାହିଁ।
    କୌଣସି ଦୁର୍ବିପାକ ତୁମ୍ଭ ଗୃହକୁ ଆସିବ ନାହିଁ।
11 ପରମେଶ୍ୱର ତୁମ୍ଭ ରକ୍ଷା ପାଇଁ ଦୂତମାନଙ୍କୁ ଆଦେଶ ଦେବେ।
    ତୁମ୍ଭେ ଯେଉଁଠାକୁ ଗଲେ ମଧ୍ୟ, ସେମାନେ ତୁମ୍ଭକୁ ସୁରକ୍ଷା ଦେବେ।
12 ତୁମ୍ଭଙ୍କୁ ଦୂତମାନେ ସାହାଯ୍ୟ କରିବେ,
    ଯେପରିକି ତୁମ୍ଭର ପାଦ ପଥରରେ ବାଡ଼େଇ ନ ହୁଏ।
13 ତୁମ୍ଭେ ସିଂହ ଏବଂ ସର୍ପ ଉପରେ ମାଡ଼ି ଗ୍ଭଲି ଯିବ।
    ତୁମ୍ଭେ ଯୁବା ସିଂହ ଓ କାଳସର୍ପକୁ ପାଦତଳେ ଦଳି ଦେବ।
14 ସଦାପ୍ରଭୁ କହନ୍ତି, “ଯଦି କୌଣସି ଲୋକ ଆମ୍ଭଙ୍କୁ ପ୍ରେମ କରେ ଆମ୍ଭେ ତାଙ୍କୁ ରକ୍ଷା କରିବା
    ଓ ଯେଉଁମାନେ ଆମ୍ଭଙ୍କୁ ପ୍ରକୃତରେ ଜାଣନ୍ତି, ସେମାନଙ୍କୁ ଆମ୍ଭେ ଉଚ୍ଚରେ ରଖିବା।
15 ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାଯ୍ୟ ପାଇଁ ଡାକିବେ, ଆମ୍ଭେ ସେମାନଙ୍କର ଡାକ ଶୁଣିବା।
    ସେମାନଙ୍କ କଷ୍ଟ ସମୟରେ ଆମ୍ଭେ ସେମାନଙ୍କ ସହିତ ରହିବା।
    ଆମ୍ଭେ ସେମାନଙ୍କୁ ରକ୍ଷା କରିବା ଏବଂ ସମ୍ମାନ ଦେବା।
16 ଆମ୍ଭେ ଆପଣା ଅନୁସରଣକାରୀମାନଙ୍କୁ ଦୀର୍ଘାୟୁ କରିବା
    ଏବଂ ଆମ୍ଭେ ସେମାନଙ୍କୁ ରକ୍ଷା କରିବା।”

ବିଶ୍ରାମବାର ନିମିତ୍ତକ ଗୀତ।

92 ସଦାପ୍ରଭୁଙ୍କର ଧନ୍ୟବାଦ କରିବା ଉତ୍ତମ।
    ହେ ସର୍ବୋପରିସ୍ଥ ପରମେଶ୍ୱର, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ।
ପ୍ରଭାତ ସମୟରେ ତୁମ୍ଭର ପ୍ରେମ ଗୀତ ବୋଲିବା ଉତ୍ତମ
    ଏବଂ ରାତ୍ରିରେ ତୁମ୍ଭର ବିଶ୍ୱସ୍ତତା ଗୀତ ଗାନ କରିବା ଉତ୍ତମ।
ହେ ପରମେଶ୍ୱର, ଦଶତାର ଯନ୍ତ୍ର ଓ ନେବଲରେ ବୀଣାର ଗମ୍ଭୀର ଧ୍ୱନିରେ
    ସୂ-ଗୀତ ଗାନ କରିବା ଭଲ।
ହେ ସଦାପ୍ରଭୁ, ତୁମ୍ଭ ନିଜ କର୍ମ ମୋତେ ଆନନ୍ଦିତ କରିଅଛି।
    ମୁଁ ତୁମ୍ଭ ହସ୍ତକୃତ କର୍ମର ଯଶଗାନ କରୁଅଛି।
ହେ ସଦାପ୍ରଭୁ, ତୁମ୍ଭର କର୍ମସବୁ ମହତ୍।
    ତୁମ୍ଭର ବିଗ୍ଭରଧାରା ବୁଝିବା ଆମ୍ଭ ପକ୍ଷେ କଷ୍ଟକର।
ପଶୁବତ୍ ଲୋକମାନେ ଏହାକୁ ଜାଣନ୍ତି ନାହିଁ,
    କିଅବା ନିର୍ବୋଧମାନେ ବୁଝନ୍ତି ନାହିଁ।
ଯେତେବେଳେ ଦୁଷ୍ଟଗଣ ତୃଣପରି ଅଙ୍କୁରିତ ହୁଅନ୍ତି
    ଓ ଅଧର୍ମାଗ୍ଭରୀମାନେ ଫୁଲ-ଫଳ ଗଛ ସଦୃଶ ବଢ଼ି ସମୃଦ୍ଧଶାଳୀ ହୋଇପାରନ୍ତି।
    ସେତେବେଳେ ସେମାନେ କରୁଥିବା ମୂଲ୍ୟହୀନ କାର୍ଯ୍ୟ ଚିରଦିନ ପାଇଁ ନଷ୍ଟ ହେବ।
କିନ୍ତୁ ସଦାପ୍ରଭୁ, ତୁମ୍ଭେ ଅନନ୍ତକାଳ ପାଇଁ ସର୍ବୋଚ୍ଚଧିକାରୀ ଅଟ।

ହେ ସଦାପ୍ରଭୁ, ତୁମ୍ଭର ସମସ୍ତ ଶତ୍ରୁ ବିନଷ୍ଟ ହେବେ।
    ସେହି ସମସ୍ତ କୁକର୍ମ କରୁଥିବା ଲୋକ ପରାସ୍ତ ହେବେ ଏବଂ ଛିନ୍ନ ବିଚ୍ଛିନ୍ନ ହୋଇଯିବେ।
10 କିନ୍ତୁ ତୁମ୍ଭେ ମୋତେ ଶକ୍ତିଶାଳୀ କରିବ।
    ଶକ୍ତିଶାଳୀ ବଳଦର ଶିଙ୍ଗ ତୁଲ୍ୟ ମୁଁ ଦୃଢ଼ ହେବି।
ତୁମ୍ଭେ ମୋତେ ବିଶେଷ କାର୍ଯ୍ୟ ପାଇଁ ମନୋନୀତ କରିଛ।
    ତୁମ୍ଭେ ମୋତେ ନୂତନ ତୈଳରେ ଅଭିଷିକ୍ତ କରିଅଛ।
11 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରିବାର ମୁଁ ଦେଖୁଅଛି।
    ସେମାନେ ମୋ’ ବିଷୟରେ ଯାହା କଥାବାର୍ତ୍ତା କରିଛନ୍ତି, ତାହା ମୁଁ ଶୁଣିଅଛି।

12 ଉତ୍ତମ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରରେ ରୋପିତ
    ଲିବାନୋ‌ନ୍‌ର ଏରସ ଗଛ ତୁଲ୍ୟ।
13 ସେମାନେ ପରମେଶ୍ୱରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ
    ଅଙ୍କୁରିତ ଡାଳଗଛ ସ୍ୱରୂପ।
14 ଏପରିକି ଯେତେବେଳେ ସେମାନେ ବୃଦ୍ଧ ହେବେ, ସେତେବେଳେ ମଧ୍ୟ ସେମାନେ ଫଳ ଉତ୍ପନ୍ନ କରି ପାରିବେ।
    ସେମାନେ ସୁସ୍ଥ ରହିବେ ଏବଂ ସେମାନଙ୍କର ବହୁତ ପତ୍ର ରହିବ।
15 ଏହା ଦ୍ୱାରା ସଦାପ୍ରଭୁ ଯେ ଯଥାର୍ଥ ତାହା ପରିପ୍ରକାଶ ହେବ।
    ସେ ମୋର ଶୈଳ, ତାହାଙ୍କଠାରେ କୌଣସି ଅଧର୍ମ ନାହିଁ।

ଗଣନା ପୁସ୍ତକ 13:1-3

ଗୁପ୍ତଚରଙ୍କ କିଣାନ ଗମନ

13 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ଇସ୍ରାଏଲର ଲୋକମାନଙ୍କୁ ଯେଉଁ କିଣାନ ଦେଶ ଦେବି, ତାହା ଅନୁସନ୍ଧାନ କରିବାକୁ ତୁମ୍ଭେ ଲୋକ ପଠାଅ। ସେମାନଙ୍କର ପ୍ରତ୍ୟେକ ପିତୃବଂଶ ମଧ୍ୟରେ ଯେଉଁମାନେ ଅଧିପତି, ସେମାନଙ୍କୁ ପଠାଅ।”

ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପାରଣ ମରୁଭୂମି ପ୍ରାନ୍ତରରୁ ସେମାନଙ୍କୁ ପଠାଇଲେ। ସେହି ଲୋକମାନେ ଇସ୍ରାଏଲର ଲୋକମାନଙ୍କର ନେତୃବର୍ଗ ଥିଲେ।

ଗଣନା ପୁସ୍ତକ 13:21-30

21 ତେଣୁ ସେମାନେ ସୀନ ମରୁଭୂମିରୁ ଯାତ୍ରା କରି ହମାତର ପ୍ରବେଶ ସ୍ଥାନ ରହୋବ ପର୍ଯ୍ୟନ୍ତ ଦେଶ ଅନୁସନ୍ଧାନ କଲେ। 22 ଆଉ ସେମାନେ ଦକ୍ଷିଣ ଦିଗ ଦେଇ ହିବ୍ରୋଣରେ ଯାଇ ଉପସ୍ଥିତ ହେଲେ, ସେହି ସ୍ଥାନରେ ଅହୀମାନ୍, ଶେଶୟ, ତଲ୍ମୟ, ଏହିମାନେ ଅନାକର ବଂଶଧର ବାସ କରୁଥିଲେ। ମିଶରସ୍ଥିତ ସୋୟନର ସାତ ବର୍ଷ ପୂର୍ବେ ହିବ୍ରୋଣ ନିର୍ମାଣ ହୋଇଥିଲା। 23 ଏହା ପରେ ସେମାନେ ଇଷ୍କୋଲ ଉପତ୍ୟକାରେ ଉପସ୍ଥିତ ହୋଇ ସେଠାରେ ଏକ ପେଣ୍ଡା ଫଳଯୁକ୍ତ ଦ୍ରାକ୍ଷାଲତାର ଏକ ଡାଳ କାଟି ତାହା ଦୁଇଜଣ ସାଙ୍ଗୀରେ ବହନ କଲେ, ସେମାନେ ମଧ୍ୟ କିଛି ଡାଳିମ୍ବ ଓ ଡିମ୍ବିରି ଫଳ ଆଣିଲେ। 24 ଇସ୍ରାଏଲର ଲୋକମାନେ ଯେଉଁ ଉପତ୍ୟକାରେ ଦ୍ରାକ୍ଷାପେଣ୍ଡା କାଟି ଥିଲେ, ସେଥି ସକାଶେ ସେହି ସ୍ଥାନ ଇଷ୍କୋଲ ଉପତ୍ୟକା ନାମରେ ପ୍ରସିଦ୍ଧ ହେଲା।

25 ସେମାନେ ଗ୍ଭଳିଶ୍ ଦିନ ସେହି ଦେଶ ଅନୁସନ୍ଧାନ କଲାପରେ ଫେରି ଆସିଲେ। 26 ଅନନ୍ତର ସେମାନେ ଆସି ପାରଣ ମରୁଭୂମି କାଦେଶ ନାମକ ସ୍ଥାନରେ ମୋଶାଙ୍କୁ ଭେଟିଲେ, ହାରୋଣ ଓ ଇସ୍ରାଏଲ ଲୋକମାନେ ସମସ୍ତ ମଣ୍ତଳୀ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ଓ ସମସ୍ତ ମଣ୍ତଳୀକି ସମାଗ୍ଭର ଦେଲେ ଓ ସେମାନଙ୍କୁ ସେହି ଦେଶର ଫଳ ଦେଖାଇଲେ। 27 ପୁଣି ସେମାନେ ବର୍ଣ୍ଣନା କରି ତାହାଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଦେଶକୁ ପଠାଇଥିଲ, ଆମ୍ଭେମାନେ ସେଠାକୁ ଯାଇଥିଲୁ। ଏହା ଏକ ଦୁ‌ଗ୍‌ଧ-ମଧୁର ଦେଶ। ଏହା ହେଉଛି ସେହି ଦେଶର ଫଳ। 28 ତଥାପି ସେହି ଦେଶ ନିବାସୀମାନେ ବଳବାନ୍, ନଗରସବୁ ପ୍ରାଚୀର ବେଷ୍ଟିତ ଓ ଅତି ବଡ଼, ଆହୁରି ଆମ୍ଭେମାନେ ସେଠାରେ ଅନାକର ସନ୍ତାନମାନଙ୍କୁ ଦେଖିଲୁ। 29 ଦକ୍ଷିଣ ଦେଶରେ ଅମାଲେକ ବାସ କରନ୍ତି, ପର୍ବତମୟ ଦେଶରେ ହିତ୍ତୀୟ, ଯିବୂଷୀୟ ଓ ଇମୋରୀୟ ଲୋକମାନେ ବାସ କରନ୍ତି। ଆଉ ସମୁଦ୍ର ନିକଟରେ ଓ ଯର୍ଦ୍ଦନ ତୀରରେ କିଣାନୀୟ ଲୋକମାନେ ବାସ କରନ୍ତି।”

30 କାଲେବ୍ ମୋଶାଙ୍କ ନିକଟରେ ଥିବା ଲୋକମାନଙ୍କୁ କହିଲେ, “ଆସ ଆମ୍ଭେମାନେ ଏହାକୁ ଅକ୍ତିଆର କରିବା, ସେମାନଙ୍କୁ ପରାସ୍ତ କିରିବାକୁ ଆମ୍ଭମାନଙ୍କର ଯଥେଷ୍ଟ ବଳ ଅଛି।”

ରୋମୀୟଙ୍କ ପ୍ରତି ପତ୍ର 2:25-3:8

25 ଯଦି ତୁମ୍ଭେ ବ୍ୟବସ୍ଥା [a] ପାଳନ କରୁଛ, ତା’ହେଲେ ତୁମ୍ଭର ସୁନ୍ନତ [b] ହେବାର ମୂଲ୍ୟ ଅଛି। କିନ୍ତୁ ତୁମ୍ଭେ ଯଦି ବ୍ୟବସ୍ଥା ଭଙ୍ଗ କରୁଛ ତା’ହେଲେ ତୁମ୍ଭେ ସୁନ୍ନତ ନ ହେବା ସହିତ ସମାନ। 26 ଅଣଯିହୂଦୀମାନେ ସୁନ୍ନତ ହୁଅନ୍ତି ନାହିଁ। କିନ୍ତୁ ସେମାନେ ଯଦି ବ୍ୟବସ୍ଥା କହିବା ଭଳି ଆଚରଣ କରନ୍ତି, ତା’ହେଲେ ସେମାନେ ସୁନ୍ନତ ହେବା ଭଳି ହେଲେ। 27 ତୁମ୍ଭ ଯିହୂଦୀମାନଙ୍କର ଲିଖିତ ବ୍ୟବସ୍ଥା ଅଛି ଓ ସୁନ୍ନତ ମଧ୍ୟ, କିନ୍ତୁ ତୁମ୍ଭେମାନେ ବ୍ୟବସ୍ଥା ଭଙ୍ଗ କରୁଛ। ଅତଏବ ଶାରୀରିକ ଭାବେ ସୁନ୍ନତ ନ ହୋଇ ବ୍ୟବସ୍ଥା ପାଳନ କରୁଥିବା ଲୋକେ ଦେଖାଇ ଦେବେ ଯେ ତୁମ୍ଭେ ଦୋଷୀ ଅଟ।

28 ଜଣେ କେବଳ ଶରୀରରେ ଯିହୂଦୀ, କିନ୍ତୁ ପ୍ରକୃତରେ ଯିହୂଦୀ ନୁହେଁ। ପ୍ରକୃତ ସୁନ୍ନତ କେବଳ ବାହାର ଶରୀରରେ ନୁହେଁ। 29 ଜଣେ ଲୋକ ଯଦି ପ୍ରକୃତରେ ଯିହୂଦୀ ସେ ଅନ୍ତରରୁ ଯିହୂଦୀ ଅଟେ। ପ୍ରକୃତ ସୁନ୍ନତ ହୃଦୟରେ ହିଁ କରା ଯାଇଥାଏ। ଏହା ଆତ୍ମା [c] ଦ୍ୱାରା କରାଯାଇ ଥାଏ। ଆକ୍ଷରିକ ଭାବରେ ନୁହେଁ। ଯେଉଁ ଲୋକ ହୃଦୟରେ ଆତ୍ମା ଦ୍ୱାରା ସୁନ୍ନତ ହୋଇଥାଏ ସେ ପରମେଶ୍ୱରଙ୍କଠାରୁ ପ୍ରଶଂସା ପାଏ, ମଣିଷମାନଙ୍କଠାରୁ ନୁହେଁ।

ଅତଏବ ଯିହୂଦୀମାନଙ୍କଠାରେ କ’ଣ ଅଧିକ ଅଛି ଯାହା ଅନ୍ୟ ଲୋକମାନଙ୍କଠାରେ ନାହିଁ? ଅସୁନ୍ନତ ହେବାରେ କ’ଣ ବିଶେଷ ମୂଲ୍ୟ ଅଛି? ହଁ ଯିହୂଦୀମାନଙ୍କଠାରେ ଅନେକ କିଛି ବିଶେଷ ବିଷୟ ଅଛି। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ଏହି ଯେ, ସେମାନଙ୍କୁ ସର୍ବପ୍ରଥମେ ପରମେଶ୍ୱର ତାହାଙ୍କ ଉପଦେଶ ଗୁଡ଼ିକୁ ସମର୍ପିତ କଲେ। ଏହା ସତ୍ୟ ଯେ, କେତେକ ଯିହୂଦୀ ପରମେଶ୍ୱରଙ୍କର ବିଶ୍ୱସ୍ତ ନ ଥିଲେ। କିନ୍ତୁ ସେମାନଙ୍କ ଅବିଶ୍ୱସ୍ତତା କ’ଣ ପରମେଶ୍ୱରଙ୍କୁ ନିଜ ପ୍ରତିଜ୍ଞା ରଖିବାରେ ବାଧା ଦେବ? କେବେ ନୁହେଁ। ଯଦି ପ୍ରତ୍ୟେକ ଲୋକ ଅସତ୍ ହୁଅନ୍ତି, ତେବେ ମଧ୍ୟ ପରମେଶ୍ୱର ସତ୍ୟ ହୋଇ ରହିବେ। ଶାସ୍ତ୍ରରେ ଲେଖା ଅଛି ଯେ:

“ତୁମ୍ଭେ ତୁମ୍ଭର କରୁଥିବା ବିଷୟ ଦ୍ୱାରା ଧାର୍ମିକ ବୋଲି ପ୍ରମାଣିତ ହେବ
    ଓ ନ୍ୟାୟବିଗ୍ଭର ହେଲାବେଳେ ତୁମ୍ଭେ ବିଜୟଲାଭ କରିବ।” (A)

ଆମ୍ଭେ ଯେତେବେଳେ ଭୁଲ୍ କରୁ, ସେଥିରୁ ସ୍ପଷ୍ଟ ଭାବରେ ଜଣା ପଡ଼େ ଯେ ପରମେଶ୍ୱର ହେଉଛନ୍ତି ଠିକ୍। ସେଥିପାଇଁ ପରମେଶ୍ୱର ଯେତେବେଳେ ଆମ୍ଭକୁ ଦଣ୍ଡ ଦିଅନ୍ତି, କ’ଣ ଆମ୍ଭେ କହି ପାରିବା ଯେ, ସେ ଅନ୍ୟାୟୀ? ମୁଁ କେତେକ ଲୋକଙ୍କ ଭାବିବାର ଢଙ୍ଗ ବିଷୟରେ କହୁଛି। ନା! ଯଦି ପରମେଶ୍ୱର ଆମ୍ଭକୁ ଦଣ୍ଡ ଦେଇ ପାରିବେ ନାହିଁ, ତା’ହେଲେ ସେ ସଂସାରର ବିଗ୍ଭର କରି ପାରିବେ ନାହିଁ।

ଜଣେ ଲୋକ କହିପାରେ, “ଯେତେବେଳେ ମୁଁ ମିଛ କହେ ତାହା ପ୍ରକୃତରେ ପରମେଶ୍ୱରଙ୍କୁ ଅଧିକତର ମହିମା ପ୍ରଦାନକରେ, କାରଣ ମୋ’ ମିଛ, ପରମେଶ୍ୱରଙ୍କ ସତ୍ୟକୁ ପ୍ରକାଶ କରେ।” ସେଥିପାଇଁ ମୋତେ ପାପୀ ବୋଲି କାହିଁକି ବିଗ୍ଭର କରାଗଲା? ଏହି ସମାନ କଥା କହିବା ହେଲା, “ଆମ୍ଭେ ନିଶ୍ଚୟ ମନ୍ଦକାମ କରିବା, କାରଣ ତା’ ଦ୍ୱାରା ଭଲ ଆସିବ।” ଅନେକ ଲୋକ ଆମ୍ଭକୁ ସମାଲୋଚନା କରନ୍ତି ଓ ମିଛରେ କୁହନ୍ତି ଯେ ଆମ୍ଭେ ସେହି ଶିକ୍ଷା ଦେଉଛୁ। ଯେଉଁମାନେ ଏ ଭଳି କଥା କୁହନ୍ତି ସେମାନେ ଠିକ୍ ନୁହନ୍ତି ଓ ସେମାନଙ୍କୁ ଦଣ୍ଡ ଦେବା ଉଚିତ୍।

ମାଥିଉ ଲିଖିତ ସୁସମାଗ୍ଭର 18:21-35

ପାପ କ୍ଷମାର ଦୃଷ୍ଟାନ୍ତ

21 ତା’ପରେ ପିତର ଯୀଶୁଙ୍କ ପାଖକୁ ଯାଇ ପଗ୍ଭରିଲେ, “ପ୍ରଭୁ, ମୋ’ ଭାଇ ଯଦି ମୋ’ ନିକଟରେ ବାରମ୍ବାର ଅପରାଧ କରେ, ତେବେ ମୁଁ ତାକୁ କେତେଥର ପର୍ଯ୍ୟନ୍ତ କ୍ଷମା ଦେବି? ମୁଁ କ’ଣ ତାକୁ ସାତଥର ପର୍ଯ୍ୟନ୍ତ କ୍ଷମା ଦେବି?”

22 ଯୀଶୁ କହିଲେ, “ମୁଁ କହୁଛି, ତୁମ୍ଭେ ତାକୁ ନିଶ୍ଚିତ ରୂପରେ ସାତଥରଠାରୁ ଅଧିକ ଥର କ୍ଷମା କରିବା ଉଚିତ୍। ଏପରିକି ଯଦି ସେ ସାତଗୁଣ ସତୁରି [a] ଥର ପର୍ଯ୍ୟନ୍ତ ମଧ୍ୟ ତୁମ୍ଭ ପ୍ରତି ଅପରାଧ କରେ, ତେବେ ମଧ୍ୟ ତୁମ୍ଭେ କ୍ଷମାଦେବା ଜାରି ରଖ।

23 “ନିଜ ଗ୍ଭକରମାନଙ୍କଠାରୁ ଉଧାର ଥିବା ଟଙ୍କାପଇସାର ଆଦାୟ ପାଇଁ ମନସ୍ଥ କରିଥିବା ଜଣେ ରାଜାଙ୍କ ସହିତ ସ୍ୱର୍ଗରାଜ୍ୟର ତୁଳନା କରା ଯାଇପାରେ। 24 ରାଜା ତାହାଙ୍କ ଟଙ୍କା ଆଦାୟ କରିବା ଆରମ୍ଭ କରିଦେଲେ। ତାହାଙ୍କର ଜଣେ ଗ୍ଭକର ଉପରେ ଦଶ ହଜାର ରୌପ୍ୟମୁଦ୍ରା ବାକି ଥିଲା। 25 ରାଜାଙ୍କୁ ଋଣ ପରିଶୋଧ କରିବା ପାଇଁ ଗ୍ଭକର ପାଖରେ କିଛି ହେଲେ ନ ଥିଲା। ରାଜା ଆଦେଶ ଦେଲେ ଯେ, ଗ୍ଭକରର ସବୁ ଜିନିଷ ଏପରିକି ତା’ର ସ୍ତ୍ରୀ ଓ ପିଲାପିଲିଙ୍କୁ ବିକ୍ରି କରିଦେଇ ଋଣ ପରିଶୋଧ କରାଯିବ।

26 “ଗ୍ଭକରଟି ରାଜାଙ୍କ ଆଗରେ ଆଣ୍ଠୁମାଡ଼ି ବସିପଡ଼ିଲା। ସେ ପ୍ରାର୍ଥନା କଲା, ‘ଆପଣ ମୋ’ ପାଇଁ ଧୈର୍ଯ୍ୟବାନ ହୁଅନ୍ତୁ। ମୁଁ ଆପଣଙ୍କର ସମସ୍ତ ଋଣ ପରିଶୋଧ କରିଦେବି।’ 27 ମାଲିକ ଏହା ଶୁଣି ଗ୍ଭକରଟି ପାଇଁ ଦୁଃଖ ପ୍ରକାଶ କଲେ, ତେଣୁ ସେ ଗ୍ଭକରର ଋଣ ଛାଡ଼ କରିଦେଇ ତାକୁ ଛାଡ଼ି ଦେଲେ।

28 “ଗ୍ଭକର ବାହାରୁଥିବା ସମୟରେ ରାସ୍ତାରେ ସେ ତା’ର ଜଣେ ସଙ୍ଗୀ ଗ୍ଭକରକୁ ଦେଖିଲା। ସେ ଜଣକ ତା’ଠାରୁ ଶହେ ମୁଦ୍ରା ଋଣ କରିଥିଲା। ପ୍ରଥମ ଗ୍ଭକର ଦ୍ୱିତୀୟ ଗ୍ଭକରର ତଣ୍ଟି ଚିପି ଧରି କହିଲା, ‘ମୋ’ଠାରୁ ଯେଉଁ ଋଣ ନେଇଛୁ, ତାହାକୁ ଶୁଝିଦେ।’

29 “ତା’ପରେ ଦ୍ୱିତୀୟ ଗ୍ଭକର ତା’ ନିକଟରେ ଆଣ୍ଠୁମାଡ଼ି ବସି ପ୍ରାର୍ଥନା କଲା, ‘ମୋ’ ପାଇଁ ଧୈର୍ଯ୍ୟ ଧର। ମୁଁ ଯାହା ନେଇଛି ସବୁତକ ଶୁଝିଦେବି।’

30 “କିନ୍ତୁ ପ୍ରଥମ ଗ୍ଭକର ଧୈର୍ଯ୍ୟ ଧରିବାକୁ ମନାକଲା। କେବଳ ଏତିକି ନୁହେଁ, ସେ ବିଗ୍ଭରପତିଙ୍କ ନିକଟକୁ ଯାଇ ଦ୍ୱିତୀୟ ଗ୍ଭକର ବିରୁଦ୍ଧରେ ଅଭିଯୋଗ ମଧ୍ୟ କଲା। ଦ୍ୱିତୀୟ ଗ୍ଭକରକୁ କାରାଗାରକୁ ପଠାଇ ଦିଆଗଲା। ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାକୁ କାରାଗାରରେ ରହିବାକୁ ପଡ଼ିଲା। 31 ଅନ୍ୟ ଗ୍ଭକରମାନେ ଏ ସମସ୍ତ ଘଟଣା ଦେଖିଲେ, ଓ ବଡ଼ ଦୁଃଖିତ ହେଲେ। ତେଣୁ ଯାହାସବୁ ଘଟିଥିଲା, ସେ ସବୁ ସେମାନେ ସେମାନଙ୍କ ମାଲିକଙ୍କ ଆଗରେ ଯାଇ କହିଲେ।

32 “ତା’ପରେ ମାଲିକ ପ୍ରଥମ ଗ୍ଭକରକୁ ଡାକି କହିଲେ, ‘ରେ ଦୁଷ୍ଟ ଗ୍ଭକର! ତୁ ମୋ’ଠାରୁ ବହୁତ ଅଧିକ ଧନ ଋଣ କରିଥିଲୁ, କିନ୍ତୁ ତୁ ମୋତେ ଦୟା ଭିକ୍ଷା କରିଥିଲୁ। ଏଣୁ ତୋର ସମସ୍ତ ଋଣ ମୁଁ ଛାଡ଼ କରିଦେଲି। 33 ମୁଁ ତୋତେ ଯେଉଁଭଳି ଦୟା ଦେଖାଇଥିଲି, ତୁ କ’ଣ ତୋର ସଙ୍ଗୀ ଗ୍ଭକରକୁ ସେହିଭଳି ଦୟା ଦେଖାଇ ନ ଥା’ନ୍ତୁ?’ 34 ତା’ର ମାଲିକ ଖୁବ୍ ରାଗିଗଲେ, ଦଣ୍ଡ ଦେବା ପାଇଁ ସେ ଗ୍ଭକରକୁ କାରାଗାରରେ ରଖିଲେ। ସମସ୍ତ ଋଣ ପରିଶୋଧ କରା ନ ଯିବା ପର୍ଯ୍ୟନ୍ତ ଗ୍ଭକରଟିକୁ କାରାଗାରରେ ରହିବାକୁ ହେଲା।

35 “ମୋର ସ୍ୱର୍ଗୀୟ ପରମପିତା ତୁମ୍ଭକୁ ଯେଭଳି ବ୍ୟବହାର ଦେଖାଇବେ, ଏହି ରାଜା ଗ୍ଭକରକୁ ଠି‌କ୍‌ ସେହିଭଳି ବ୍ୟବହାର ଦେଖାଇଲେ। ଅତଏବ ତୁମ୍ଭେମାନେ ନିଜ ଭାଇ ବା ଭଉଣୀକୁ ହୃଦୟରୁ କ୍ଷମା ଦେବ। ନଚେତ ମୋର ସ୍ୱର୍ଗୀୟ ପିତା ତୁମ୍ଭମାନଙ୍କୁ କ୍ଷମା ଦେବେ ନାହିଁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center