Book of Common Prayer
ଦାଉଦଙ୍କର ସଙ୍ଗୀତ।
24 ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ।
ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।
2 ସଦାପ୍ରଭୁ ପୃଥିବୀକୁ ଜଳଭାଗ ଉପରେ ସ୍ଥାପନ କରିଅଛନ୍ତି
ଓ ସେ ନଦୀ ଉପରେ ଏହାକୁ ନିର୍ମାଣ କରିଅଛନ୍ତି।
3 କିଏ ସଦାପ୍ରଭୁଙ୍କ ପବିତ୍ର ପର୍ବତ ସିୟୋନକୁ ଯାଇପାରିବ?
କିଏ ତାଙ୍କ ପବିତ୍ର ମନ୍ଦିରରେ ତାଙ୍କ ସମ୍ମୁଖରେ ଉପାସନା କରି ପାରିବ?
4 ଯେଉଁ ଲୋକମାନେ କେବେ କିଛି ମନ୍ଦକାର୍ଯ୍ୟ କରି ନାହାନ୍ତି,
ଯାହାଙ୍କର ହୃଦୟ ଓ ମନ ନିର୍ମଳ,
ଯେଉଁ ଲୋକମାନେ ମୋର ନାମର ଅସତ୍ୟ ବ୍ୟବହାର କରି ନାହଁନ୍ତି, ଯେଉଁ ଲୋକମାନେ ମିଥ୍ୟା କହନ୍ତି ନାହିଁ କି ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି ନାହିଁ,
କେବଳ ସେହି ଲୋକମାନେ ସେଠାରେ ଉପାସନା କରି ପାରିବେ।
5 ଉତ୍ତମ ବ୍ୟକ୍ତିମାନେ ସଦାପ୍ରଭୁଙ୍କୁ ଅନ୍ୟମାନଙ୍କୁ ଆଶୀର୍ବାଦ କରିବାକୁ କହନ୍ତି।
ସେମାନେ ପରମେଶ୍ୱରଙ୍କୁ ଯିଏ କି ସେମାନଙ୍କ ଉଦ୍ଧାର କର୍ତ୍ତା, ସେମାନଙ୍କ ପାଇଁ ଭଲ କାର୍ଯ୍ୟ କରିବାକୁ ଅନୁରୋଧ କରନ୍ତି।
6 ସେହି ଉତ୍ତମ ବ୍ୟକ୍ତିମାନେ ସର୍ବଦା ପରମେଶ୍ୱରଙ୍କ ପନ୍ଥା ଅନ୍ୱେଷଣ କରନ୍ତି।
ସେମାନେ ଯାକୁବର ପରମେଶ୍ୱରଙ୍କ ନିକଟକୁ ଯାଆନ୍ତି।
7 ହେ ନଗର ଫାଟକ ତୁମ୍ଭର ମସ୍ତକ ଟେକ।
ହେ ପ୍ରାଚୀନ କବାଟ ସବୁ ଖୋଲ ଏବଂ ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।
8 କିଏ ସେହି ଗୌରବମୟ ରାଜା?
ସଦାପ୍ରଭୁ ହିଁ ସେହି ରାଜା ଅଟନ୍ତି, ସେ ହେଉଛନ୍ତି ଶକ୍ତିଶାଳୀ ଯୋଦ୍ଧା।
ସଦାପ୍ରଭୁ ହେଉଛନ୍ତି ସେହି ରାଜା ଯିଏ ଜଣେ ଯୁଦ୍ଧଜୟୀ ବୀର ଅଟନ୍ତି।
9 ହେ ଫାଟକ ସବୁ ଖୋଲି ଯାଅ।
ହେ ପ୍ରାଚୀନ ଦ୍ୱାର ସବୁ ଖୋଲି ଦିଅ ଏବଂ ଗୌରବମୟ ରାଜା ପ୍ରବେଶ କରିବେ।
10 କିଏ ସେହି ଗୌରବମୟ ରାଜା?
ସୈନ୍ୟାଧିପତି ସଦାପ୍ରଭୁ ସେହି ଗୌରବମୟ ରାଜା ଅଟନ୍ତି।
ଦାଉଦଙ୍କର ଗୀତ।
29 ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର।
ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
2 ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର।
ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର।
3 ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି।
ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
4 ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ।
ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ।
5 ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ।
ସଦାପ୍ରଭୁ ଲିବାନୋନ୍ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
6 ସେ ଲିବାନୋନ୍କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି।
ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ।
7 ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ।
8 ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ।
ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ।
9 ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ।
ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି,
କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି।
10 ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ
ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ।
11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ।
ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ।
ପ୍ରଧାନ ବାଦ୍ୟକର ନିମନ୍ତେ ଯିଏକି ଗୀତ୍ତୀତ୍ ସ୍ୱରରେ ଗାନ କରେ। ଦାଉଦଙ୍କର ଏକ ଗୀତ।
8 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ପ୍ରଶଂସାଯୁକ୍ତ।
ତୁମ୍ଭର ନାମ ସ୍ୱର୍ଗରେ ମଧ୍ୟ ପ୍ରଶଂସା ଯୋଗ୍ୟ ଅଟେ।
2 ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କର ମୁହଁ ବନ୍ଦ କରିବାକୁ
ଶିଶୁ ଓ ପିଲାମାନଙ୍କ କଣ୍ଠରେ ଶକ୍ତିଶାଳୀ ଗୀତ ପ୍ରଦାନ କରିଅଛି।
3 ହେ ସଦାପ୍ରଭୁ, ମୋ’ ଉପରେ ଥିବା ସ୍ୱର୍ଗକୁ ଗ୍ଭହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ୱାରା ନିର୍ମିତ ବୋଲି ଜଣାପଡ଼େ।
ମୁଁ ସେହି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ଯ୍ୟ ହୁଏ।
4 “କାହିଁକି ତୁମ୍ଭେ ମନୁଷ୍ୟମାନଙ୍କୁ ଏତେ ପ୍ରାଧାନ୍ୟ ଦିଅ?
କାହିଁକି ତୁମ୍ଭେ ସେମାନଙ୍କର କ୍ଷତ ନିଅ?
କାହିଁକି ତୁମ୍ଭେ ସେମାନଙ୍କୁ ଏତେ ଦୃଷ୍ଟି ଦିଅ?”
5 କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ତ୍ୱପୂର୍ଣ୍ଣ, ପରମେଶ୍ୱର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ
ଓ ସେମାନଙ୍କୁ ଗୌରବ ଓ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ।
6 ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସେହି ଲୋକମାନଙ୍କୁ ଅଧିଷ୍ଠିତ କରିଛ।
ତୁମ୍ଭେ ସବୁ ସେହିମାନଙ୍କ ନିୟନ୍ତ୍ରଣରେ ଛାଡ଼ି ଦେଇଛ।
7 ଗୋରୁଗାଈ ଓ ସମସ୍ତ ବଣୁଆ ପଶୁଗଣ।
8 ଆକାଶର ଉଡ଼ୁଥିବା ପକ୍ଷୀମାନେ
ଓ ସମୁଦ୍ରର ମାଛମାନେ ମଧ୍ୟ ଅଛନ୍ତି।
9 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ୱିତ।
ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ କୋରହ ସନ୍ତାନଗଣର ଗୀତ।
84 ହେ ସର୍ବଶକ୍ତିମାନ୍ ସଦାପ୍ରଭୁ ତୁମ୍ଭର ପବିତ୍ର ତମ୍ବୁ [a] ବାସ୍ତବରେ ସୁନ୍ଦର ଅଟେ।
2 ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା,
ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଗ୍ଭହେଁ।
ମୋର ହୃଦୟ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ୱରଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ।
3 ହେ ସୈନ୍ୟାଧିପତି ସଦାପ୍ରଭୁ, ମୋର ରାଜା, ମୋର ପରମେଶ୍ୱର,
ଏପରିକି ପକ୍ଷୀମାନେ ନିଜ ପାଇଁ ଏକ ଗୃହ
ଏବଂ ପକ୍ଷୀମାନେ ଛୁଆ ରଖିବା ପାଇଁ
ତୁମ୍ଭର ଯଜ୍ଞବେଦି ପାଖରେ ଏକ ବସା ପାଇଛନ୍ତି।
4 ଯେଉଁ ଲୋକମାନେ ତୁମ୍ଭ ପବିତ୍ର ମନ୍ଦିରରେ ବାସ କରନ୍ତି ସେମାନେ ଧନ୍ୟ,
ସେମାନେ ସର୍ବଦା ତୁମ୍ଭର ପ୍ରଶଂସା କରୁଥିବେ।
5 ସେହି ଲୋକମାନେ କେତେ ଭାଗ୍ୟବାନ୍ ଯେଉଁମାନଙ୍କର ଶକ୍ତି ତୁମ୍ଭଠାରୁ ଆସେ।
ଏବଂ ଯେଉଁମାନେ ତୁମ୍ଭ ମନ୍ଦିରରେ ଭ୍ରମଣ ଚିନ୍ତା କରନ୍ତି।
6 ସେମାନେ କ୍ରନ୍ଦନ ଉପତ୍ୟକା ଦେଇ ଯାଆନ୍ତି,
ଯେଉଁଠି ଏକ ଝରଣା ସୃଷ୍ଟି ହୋଇଛି।
ଶରତ ଋତୁରେ ବର୍ଷାପାଣି ପୁଷ୍କରିଣୀ ସୃଷ୍ଟି କରେ।
7 ସେମାନେ ପ୍ରତ୍ୟେକ ସିୟୋନରେ ପରମେଶ୍ୱରଙ୍କ ଆଗରେ ଉପସ୍ଥିତ ହେବା ପର୍ଯ୍ୟନ୍ତ
ଲୋକମାନେ ସହରରୁ ସହରକୁ [b] ଭ୍ରମଣ କରନ୍ତି।
8 ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
ହେ ଯାକୁବର ପରମେଶ୍ୱର, ମୋର କଥା ଶ୍ରବଣ କର।
9 ହେ ପରମେଶ୍ୱର, ଆମ୍ଭର ଢାଲ ସ୍ୱରୂପ ଦୃଷ୍ଟିପାତ କର
ଓ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ଦୟାକର।
10 ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ
ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ।
ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା
ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହେବା ଭଲ।
11 ସୂର୍ଯ୍ୟ ଯେପରି ତା’ର ଆଲୋକର କିରଣ ତଳକୁ ପଠାଇବା ପରି
ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି।
ସେ ଆମ୍ଭର ଢାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ଯ୍ୟ କରନ୍ତି
ସେମାନଙ୍କ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।
12 ହେ ସର୍ବଶକ୍ତିମାନ ସଦାପ୍ରଭୁ,
ଯେଉଁ ଲୋକମାନେ ତୁମ୍ଭକୁ ବିଶ୍ୱାସ କରନ୍ତି ସେମାନେ କେତେ ଭାଗ୍ୟବାନ୍।
ସମ୍ପଦ କେବେ ସୁଖ ଆଣିପାରିବ ନାହିଁ
6 ମୁଁ ସୂର୍ଯ୍ୟ ତଳେ ଏକ ଦୁଃଖର ବିଷୟ ଦେଖିଅଛି ଏବଂ ଏହା ଲୋକମାନଙ୍କ ଉପରେ କଠିନ ଗ୍ଭପ ପକାଏ। 2 ପରମେଶ୍ୱର କେତେକଙ୍କୁ ଧନ, ସମ୍ପତ୍ତି ଓ ସମ୍ମାନ ଦିଅନ୍ତି, ସେହି ବ୍ୟକ୍ତି ଅନ୍ୟ କିଛି ଆଶା କରିବା ପାଇଁ ତା’ର କିଛି ଅଭାବ ନ ଥାଏ। କିନ୍ତୁ ପରମେଶ୍ୱର ସେହି ବ୍ୟକ୍ତିକୁ ଏସବୁ ଉପଭୋଗ କରିବା ପାଇଁ ଅନୁମତି ଦିଅନ୍ତି ନାହିଁ। ତା ବଦଳରେ ଅନ୍ୟ ଜଣେ ଏହା ଉପଭୋଗ କରେ। ଏହା ଅସାର ଅଟେ ଓ ଏକ ମନ୍ଦ ବ୍ୟାଧି ସ୍ୱରୂପ ଅଟେ।
3 ଜଣେ ଲୋକ ଏକ ଦୀର୍ଘ ଜୀବନଯାପନ କରେ ଏବଂ ସେ ଶହେ ସନ୍ତାନ ଜନ୍ମ ଦେଇପାରେ। କିନ୍ତୁ ଯଦି ସେ ସେମାନଙ୍କ ଉପରେ ସନ୍ତୁଷ୍ଟ ନ ହୁଏ ଏବଂ ଯଦି ମୃତ୍ୟୁ ପରେ ତାକୁ କେହି ସ୍ମରଣ ନ କରେ, ତାହାହେଲେ ସେହି ଲୋକ ଅପେକ୍ଷା ଜନ୍ମ ହେବା ସମୟରେ ମୃତ୍ୟୁବରଣ କରିଥିବା ସେହି ଶିଶୁଟି ଉତ୍ତମ ଅଟେ। 4 ସେହିପରି ଶିଶୁଟି ଘନ କୁହୁଡ଼ିରେ ଆଚ୍ଛାଦନ ହୋଇ ଆସେ ଏବଂ ଅନ୍ଧାରରେ ଏଇ ପୃଥିବୀରୁ ଗ୍ଭଲିଯାଏ, ଏବଂ ସେହି ଅନ୍ଧାର ଏହାର ନାମକୁ ମଧ୍ୟ ଲୁଗ୍ଭଇ ଦିଏ। 5 ସେ ସୂର୍ଯ୍ୟ ଦେଖି ନାହିଁ କି ସେ ବିଷୟରେ ଜାଣି ନାହିଁ। ସେ ଲୋକ ଅପେକ୍ଷା ବରଂ ଏ ଶିଶୁଟି ଅଧିକ ବିଶ୍ରାମ ପାଏ। 6 ପୁଣି ସେ ମନୁଷ୍ୟ କୌଣସି ମଙ୍ଗଳ ଭୋଗ ନ କରି 200 ବର୍ଷ ବଞ୍ଚିଲେ ହେଁ ସମସ୍ତେ କି ଏକ ସ୍ଥାନକୁ ନ ଯାଆନ୍ତି?
7 ମନୁଷ୍ୟ ତା’ର ନିଜ ପେଟ ପାଇଁ ପରିଶ୍ରମ କରେ। କିନ୍ତୁ ସେ ସେଥିରେ ସନ୍ତୁଷ୍ଟ ହୁଏ ନାହିଁ କାହିଁକି? 8 ଏହି ପ୍ରକାରର ଜଣେ ଜ୍ଞାନୀ ଜଣେ ମୂର୍ଖଠାରୁ କେଉଁ ଗୁଣରେ ଭଲ? ଜଣେ ଗରିବ ଲୋକ ଅନ୍ୟମାନଙ୍କୁ କିପରି ବ୍ୟବହାର କରିବାକୁ ହେବ, ତାହା ଯଦି ଜାଣେ, ଉତ୍ତମତା କ’ଣ? 9 ଏହା ନିତାନ୍ତ ଖୁସୀର କଥା ଯେ ତୁମ୍ଭର ଯାହା ଅଛି ଅଧିକ ଆଶା କରିବା ଅପେକ୍ଷା ସେଥିରେ ସନ୍ତୁଷ୍ଟ ହେବା ଭଲ। ଏହା ମଧ୍ୟ ଅସାର ଅଟେ। ଏହା ବାୟୁକୁ ଧରିବା ତୁଲ୍ୟ ହେବ।
10 ଯାହା ହେଉଛି ତାହା ଆଗରୁ ନିର୍ଦ୍ଧାରିତ ହୋଇଅଛି। ଏବଂ ଯେଉଁ ପଥରେ ମନୁଷ୍ୟ ସମାଜ ଗ୍ଭଲେ ତାହା ପରମେଶ୍ୱର ଜାଣନ୍ତି। ଆଉ ଯିଏ ସେମାନଙ୍କଠାରୁ ଶକ୍ତିଶାଳୀ ତାଙ୍କ ସହିତ ଯୁକ୍ତି କରି ସେମାନେ କେବେ ଜିତି ପାରିବେ ନାହିଁ। 11 ସେମାନେ ଯେତେ ଅଧିକ ଯୁକ୍ତି କରିବେ, ତାହା ସେତେ ଅନାବଶ୍ୟକ ଅଟେ। ଏହା ତାଙ୍କର କ’ଣ ଲାଭ ହେବ?
12 କିଏ ଜାଣେ ସେମାନଙ୍କ ଏହି କ୍ଷଣସ୍ଥାୟୀ ଜୀବନରେ, ମନୁଷ୍ୟ ଅଧିକ ଲାଭକରି କ’ଣ କରିପାରେ? କାରଣ ସେମାନଙ୍କର ଦିନଗୁଡ଼ିକ ଛାଇ ପରି ଗ୍ଭଲିଯିବ। କିଏ ଲୋକମାନଙ୍କୁ କହିପାରିବ, ସୂର୍ଯ୍ୟତଳେ ଭବିଷ୍ୟତରେ ଏଇ ପୃଥିବୀରେ କ’ଣ ହେବ?
9 ତହିଁ ଆରଦିନ ସେମାନେ ଯାଫୋ ନଗର ନିକଟରେ ପହଞ୍ଚିଲେ, ସେତେବେଳେ ପିତର ଛାତ ଉପରକୁ ପ୍ରାର୍ଥନା କରିବା ପାଇଁ ଯାଇଥିଲେ। ତାହା ପ୍ରାୟ ଦ୍ୱିପ୍ରହର ସମୟ ଥିଲା। 10 ତେଣୁ ପିତରଙ୍କୁ ବହୁତ ଭୋକ ଲାଗିବାରୁ ସେ ଖାଇବା ପାଇଁ ଇଚ୍ଛା କରୁଥିଲେ। ସେମାନେ ପିତରଙ୍କ ନିମନ୍ତେ ଖାଦ୍ୟ ତିଆରି କରୁଥିବା ସମୟରେ ସେ ଗୋଟିଏ ସ୍ୱପ୍ନ ଦେଖିଲେ। 11 ସେ ଦେଖିଲେ ଯେ, ସ୍ୱର୍ଗ ଖୋଲିଗଲା ଓ ତା’ ଭିତରୁ ଗୋଟିଏ ଗ୍ଭରି କୋଣ ଧରା ବଡ଼ ଗ୍ଭଦର ଭଳି କିଛି ଗୋଟାଏ ପୃଥିବୀକୁ ଖସୁଛି। 12 ତା’ଭିତରେ ପୃଥିବୀର ବିଭିନ୍ନ ପ୍ରକାରର ପଶୁପକ୍ଷୀ ଓ ସରୀସୃପ ପ୍ରାଣୀମାନ ଥିଲେ। 13 ତା’ପରେ ତାହାଙ୍କୁ ଗୋଟିଏ ବାଣୀ ଶୁଭିଲା, “ପିତର, ଉଠ, ଏହି ପଶୁମାନଙ୍କ ମଧ୍ୟରୁ ଯେକୌଣସିଟିକୁ ମାର ଓ ଖାଅ।”
14 ପିତର କହିଲେ, “ନା ପ୍ରଭୁ। ମୁଁ କେବେ କୌଣସି ଅପବିତ୍ର ବା ଅପରିଷ୍କାର ଖାଦ୍ୟ ଖାଇ ନାହିଁ।”
15 ମାତ୍ର ସେହି ସ୍ୱର ତାଙ୍କୁ ପୁଣି କହିଲେ, “ପରମେଶ୍ୱର ଯେଉଁ ବିଷୟକୁ ପବିତ୍ର କରିଛନ୍ତି, ତୁମ୍ଭେ ତାକୁ ଅପବିତ୍ର କୁହ ନାହିଁ।” 16 ଏହିପରି ତିନିଥର ହେବାପରେ ସେ ଜିନିଷଟି ହଠାତ୍ ସ୍ୱର୍ଗକୁ ଉଠି ଗ୍ଭଲିଗଲା। 17 ପିତର ଯେଉଁ ଦୃଶ୍ୟ ଦେଖିଥିଲେ, ତା’ର ଅର୍ଥ ବିଷୟରେ ଚିନ୍ତା କରି ହତବୁଦ୍ଧି ହୋଇ ପଡ଼ିଲେ।
ଏହି ସମୟରେ କର୍ଣ୍ଣୀଲିୟଙ୍କ ଯେଉଁ ଲୋକମାନେ ଶିମୋନଙ୍କର ଘର ଖୋଜୁଥିଲେ, ସେମାନେ ଆସି ଫାଟକ ନିକଟରେ ଠିଆ ହୋଇଥିଲେ। 18 ସେମାନେ ତାହାଙ୍କୁ ଡାକିଲେ ଓ ପିତର ନାମରେ ପରିଚିତ ଶିମୋନ ସେଠାରେ ଅତିଥି ଭାବରେ ରହିଛନ୍ତି କି ନାହିଁ ପଗ୍ଭରିଲେ।
19 ସେପର୍ଯ୍ୟନ୍ତ ପିତର ସେହି ଦର୍ଶନ ବିଷୟରେ ଚିନ୍ତା କରୁଥିଲେ। ସେହି ସମୟରେ ପବିତ୍ରଆତ୍ମା ତାହାଙ୍କୁ କହିଲେ, “ଶୁଣ, ତିନି ଜଣ ଲୋକ ତୁମ୍ଭକୁ ଖୋଜୁଛନ୍ତି। 20 ତେଣୁ ଉଠ ଓ ତଳକୁ ଯାଅ। ସେହି ଲୋକମାନଙ୍କ ସହିତ ଯାଅ ଓ ସେମାନଙ୍କୁ କିଛି ପଗ୍ଭର ନାହିଁ। କାରଣ ମୁଁ ସେମାନଙ୍କୁ ପଠାଇଛି।” 21 ପିତର ତଳକୁ ଗଲେ ଓ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାହାକୁ ଖୋଜୁଛ ମୁଁ ସେହି ଲୋକ। ତୁମ୍ଭେମାନେ ଏଠାକୁ କାହିଁକି ଆସିଛ?”
22 ସେମାନେ ତାହାଙ୍କୁ କହିଲେ, “ଆମ୍ଭମାନଙ୍କୁ ସୈନ୍ୟବାହିନୀର ଅଧିକାରୀ କର୍ଣ୍ଣୀଲିୟ ପଠାଇଛନ୍ତି। ସେ ପରମେଶ୍ୱରଙ୍କୁ ଭୟ କରୁଥିବା ଜଣେ ଉତ୍ତମ ବ୍ୟକ୍ତି। ତାହାଙ୍କୁ ଯିହୂଦୀମାନେ ବହୁତ ସମ୍ମାନ ଦିଅନ୍ତି। ଜଣେ ପବିତ୍ର ସ୍ୱର୍ଗଦୂତ କର୍ଣ୍ଣୀଲିୟଙ୍କୁ ଦର୍ଶନ ଦେଇ ତୁମ୍ଭକୁ ତାହାଙ୍କ ଘରକୁ ନିମନ୍ତ୍ରଣ କରିବା ପାଇଁ କହିଛନ୍ତି, ଯେପରି ସେ ତୁମ୍ଭ ନିକଟରୁ କଥା ଶୁଣିପାରନ୍ତି।” 23 ତେଣୁ ପିତର ସେମାନଙ୍କୁ ଭିତରକୁ ଡାକିଲେ ଓ ରାତ୍ରି ଯାପନ କରିବାକୁ ଜାଗାଟିଏ ଦେଲେ।
ତହିଁ ଆରଦିନ ସେ ସେମାନଙ୍କ ସହିତ ପ୍ରସ୍ତୁତ ହୋଇ ଗ୍ଭଲିଗଲେ। ଯାଫୋର କେତେକ ଭାଇମାନେ ମଧ୍ୟ ତାହାଙ୍କ ସହିତ ଆସିଥିଲେ।
ଧନ ଉପରେ ଭରସା ରଖ ନାହିଁ
32 “ହେ ସାନ ମେଷପଲ! ଭୟ କର ନାହିଁ। ତୁମ୍ଭମାନଙ୍କ ପରମପିତା ତୁମ୍ଭମାନଙ୍କୁ ସେହି ସ୍ୱର୍ଗ ରାଜ୍ୟ ଦେବାକୁ ଗ୍ଭହାନ୍ତି। 33 ତେଣୁ ତୁମ୍ଭେମାନେ ନିଜର ସମସ୍ତ ସମ୍ପତ୍ତି ବିକି ଦେଇ ସେହି ଟଙ୍କା ଗରିବ ଲୋକଙ୍କ ମଧ୍ୟ ବାଣ୍ଟିଦିଅ। ଏ ସଂସାରର ଧନସମ୍ପତ୍ତି ସବୁଦିନ ପାଇଁ ରହିବ ନାହିଁ। ତେଣୁ ସବୁଦିନ ରହି ପାରୁଥିବା ଧନସମ୍ପତ୍ତି ସଂଗ୍ରହ କରା ନିଜ ପାଇଁ ସ୍ୱର୍ଗରେ ଧନସମ୍ପତ୍ତି ସଂଗ୍ରହ କର। ଏହା ଚିରକାଳ ରହିବ। ସ୍ୱର୍ଗରେ ତୁମ୍ଭମାନଙ୍କ ସମ୍ପତ୍ତିକୁ କେହି ଗ୍ଭେରେଇ ନେଇ ପାରିବ ନାହିଁ କି ତାକୁ କୀଟ ନଷ୍ଟ କରି ପାରିବ ନାହିଁ। 34 ତୁମ୍ଭମାନଙ୍କର ଧନସମ୍ପତ୍ତି ଯେଉଁଠାରେ ରହିବ, ତୁମ୍ଭମାନଙ୍କ ହୃଦୟ ମଧ୍ୟ ସେହିଠାରେ ରହିବ।
ସର୍ବଦା ପ୍ରସ୍ତୁତ ରୁହ(A)
35 “କର୍ମ ପାଇଁ ସର୍ବଦା ପ୍ରସ୍ତୁତ ରୁହ। ତୁମ୍ଭର ଦୀପଗୁଡ଼ିକ ଜଳେଇ ରଖ। 36 ବିବାହ ଭୋଜିରୁ ଫେରି ମାଲିକ ଯେପରି ତୁମ୍ଭମାନଙ୍କୁ ପ୍ରସ୍ତୁତ ଦେଖନ୍ତି, ଏପରି ଗ୍ଭକରମାନଙ୍କ ଭଳି ହୁଅ। କାରଣ ମାଲିକ ଫେରି ଆସି କବାଟ ବାଡ଼େଇବା ମାତ୍ରେ ଗ୍ଭକରମାନେ ସଙ୍ଗେ ସଙ୍ଗେ ମାଲିକକୁ ଦୁଆର ଫିଟେଇ ଦେବେ। 37 ସେହି ଗ୍ଭକରମାନେ ଧନ୍ୟ, ଯେଉଁମାନଙ୍କୁ ମାଲିକ ଫେରି ଆସି ଦେଖିବେ ଯେ ସେମାନେ ଜାଗ୍ରତ ଅଛନ୍ତି ଓ ତାହାଙ୍କୁ ଅପେକ୍ଷା କରି ରହିଛନ୍ତି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ମାଲିକ ମଧ୍ୟ ସେମାନଙ୍କ ସେବା ପାଇଁ ନିଜକୁ ପ୍ରସ୍ତୁତ କରିବେ। ସେ ସେମାନଙ୍କୁ ବସିବା ପାଇଁ କହିବେ ଓ ନିଜେ ଖାଦ୍ୟ ପରଶି ଦେବେ। 38 ସେହି ଗ୍ଭକରମାନଙ୍କୁ ମାଲିକଙ୍କ ପାଇଁ ଅଧରାତି ବା ତା’ଠାରୁ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିପାରେ। କିନ୍ତୁ ମାଲିକ ଯେତେବେଳେ ଫେରି ଆସି ସେମାନଙ୍କୁ ସେପର୍ଯ୍ୟନ୍ତ ଅପେକ୍ଷା କରିଥିବାର ଦେଖିବେ, ସେତେବେଳେ ସେମାନେ ଖୁସୀ ହୋଇ ଯିବେ।
39 “ମନେରଖ, ଯଦି ଘରର ମାଲିକ ଆଗରୁ ଜାଣି ପାରନ୍ତି ଯେ, ଗ୍ଭେର କେତେବେଳେ ଆସିବ, ତେବେ ସେ ଗ୍ଭେରକୁ ଘରେ ପଶିବାକୁ ଦିଅନ୍ତେ ନାହିଁ। 40 ଏଣୁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ରୁହ। କାରଣ ମନୁଷ୍ୟପୁତ୍ର ଏପରି ଏକ ସମୟରେ ଆସିବେ, ଯେଉଁ ସମୟରେ ସେ ଆସିବେ ବୋଲି ତୁମ୍ଭେମାନେ ଆଦୌ ଭାବି ପାରି ନ ଥିବ।”
2010 by World Bible Translation Center