Book of Common Prayer
ଦାଉଦଙ୍କ ସ୍ମରଣୀୟ ଗୀତ।
38 ହେ ସଦାପ୍ରଭୁ, ମୋତେ ଆପଣା କୋପରେ ଅନୁଯୋଗ କର ନାହିଁ।
କିଅବା ମୋତେ ତୁମ୍ଭେ କ୍ରୋଧାନ୍ୱିତ ହୋଇ ଦଣ୍ଡ ଦିଅ ନାହିଁ।
2 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଆଘାତ କରିଛ।
ତୁମ୍ଭର ତୀର ମୋର ଅନ୍ତଃସ୍ଥଳକୁ ବିଦ୍ଧ କରିଛି।
3 ତୁମ୍ଭେ ମୋତେ ଦଣ୍ଡ ଦେଲ।
ବର୍ତ୍ତମାନ ମୋର ସମସ୍ତ ଶରୀର କମ୍ପୁଅଛି।
ମୋର ପାପ ଲାଗି ତୁମ୍ଭେ ମୋତେ ଦଣ୍ଡ ଦେଲ, ତେଣୁ ମୋର ଅସ୍ଥିରେ କିଛି ଆରାମ ନାହିଁ।
4 ମୁଁ ପାପ କରିଛି, ମନ୍ଦକାର୍ଯ୍ୟ କରି ସେହି ପାପ ମୋତେ ଓଜନ ଲାଗୁଛି।
ମୁଁ ଅତ୍ୟନ୍ତ ଲଜ୍ଜିତ।
ମୁଁ ମୁଣ୍ଡ ଉପରକୁ ଟେକିପାରୁ ନାହିଁ।
5 ମୁଁ ଏକ ମୂର୍ଖାମୀ କାର୍ଯ୍ୟ କରିଛି।
ମୋର ଅଜ୍ଞାନତା ଯୋଗୁଁ ମୋର କ୍ଷତ ସବୁ ଦୁର୍ଗନ୍ଧ ଓ ବିକୃତ ହୋଇଛି।
6 ମୁଁ ଆଜି ନଇଁ ଯାଇଛି।
ଭାଙ୍ଗି ପଡ଼ିଛି, ସାରାଦିନ ମୁଁ ବ୍ୟଥିତ ହୋଇଛି।
7 ମୋର ଶରୀର ଜ୍ୱାଳାରେ ପରିପୂର୍ଣ୍ଣ ଥିଲା।
ମୋର ସମସ୍ତ ଶରୀର ଯନ୍ତ୍ରଣାରେ ଛଟପଟ ହେଉଥିଲା।
8 ମୋତେ ଏତେ କଷ୍ଟ ହେଉଥିଲା, ମୁଁ କିଛି ଅନୁଭବ କରିପାରୁ ନ ଥିଲି।
ମୁଁ ହୃଦୟର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରୁଥିଲି।
9 ହେ ମୋର ପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନା ଶୁଣିଲ।
ତୁମ୍ଭେ ମୋର ଆର୍ତ୍ତନାଦ ଶୁଣିଲ।
10 ମୋର ହୃଦୟ ବିଦୀର୍ଣ୍ଣ ହେଉଅଛି।
ମୋର ବଳସବୁ କ୍ଷୀଣ ହୋଇଗଲାଣି ଓ ମୁଁ ଅନ୍ଧ ହୋଇଯାଉଛି।
11 ମୋର ରୋଗ ଯୋଗୁଁ ମୋର ବନ୍ଧୁ ଓ ପଡ଼ୋଶୀମାନେ ମୋତେ ଦେଖା କରିବାକୁ ଆସନ୍ତି ନାହିଁ।
ମୋର ପରିବାରବର୍ଗ ମୋ'ଠାରୁ ଦୂରେଇ ରହନ୍ତି।
12 ମୋର ଶତ୍ରୁମାନେ ମୋ’ ବିଷୟରେ ଖରାପ କଥା କହନ୍ତି।
ସେମାନେ ମିଛ ଓ ଗୁଜବ ସୃଷ୍ଟି କରନ୍ତି।
ସେମାନେ ସବୁବେଳେ ମୋ’ ବିଷୟରେ ଆଲୋଚନା କରନ୍ତି।
13 ମୁଁ ଏକ ବଧିର ବ୍ୟକ୍ତି ତୁଲ୍ୟ, ଯିଏ ଶୁଣିପାରେ ନାହିଁ।
ମୁଁ ଏକ ମୂକ ବ୍ୟକ୍ତି ତୁଲ୍ୟ, ଯିଏ କଥା କହିପାରେ ନାହିଁ।
14 ମୁଁ ଜଣେ ବଧିର ବ୍ୟକ୍ତି ପରି ଯିଏ, ପ୍ରତ୍ୟେକ ଲୋକମାନେ ଯାହା କରନ୍ତି ସର୍ବଦା ଶୁଣିପାରେ ନାହିଁ।
ମୁଁ ସେମାନଙ୍କ ସହିତ ଯୁକ୍ତି ଏବଂ ପ୍ରମାଣ କରି ପାରିବି ନାହିଁ, କାରଣ ମୋର ଶତ୍ରୁମାନେ ଭୁଲ୍ କରୁଛନ୍ତି।
15 ତେଣୁ ହେ ସଦାପ୍ରଭୁ, ତୁମ୍ଭେ ମୋତେ ନିଶ୍ଚୟ ସହାୟ ହେବ।
ହେ ପରମେଶ୍ୱର ମୋର ସଦାପ୍ରଭୁ, ତୁମ୍ଭେ ମୋ’ ପାଇଁ ନିଶ୍ଚୟ କହିବ।
16 “ଯଦି ମୁଁ କିଛି କହେ, ମୋର ଶତ୍ରୁମାନେ ମୋତେ ପରିହାସ କରିବେ।
ସେମାନେ ଦେଖିବେ ଯେ, ମୁଁ ଅସୁସ୍ଥ ଅଛି ଓ କହିବେ ମୁଁ ପାପ କଲି।
ସେମାନେ କହିବେ, ପରମେଶ୍ୱର ମୋତେ ଦଣ୍ଡ ଦେଉଛନ୍ତି।”
17 ମୁଁ ଜାଣେ ମୁଁ ପାପର ଶାସ୍ତି ଭୋଗୁଛି,
ମୁଁ ମୋର ଯନ୍ତ୍ରଣାକୁ ଭୁଲିପାରିବି ନାହିଁ।
18 ହେ ସଦାପ୍ରଭୁ, ମୁଁ କହେ, ମୁଁ ଯେଉଁ ମନ୍ଦକାର୍ଯ୍ୟ କରିଛି, ମୁଁ ସ୍ୱୀକାର କରେ ଯାହା ପାପ ମୁଁ କରିଛି।
ମୁଁ ମୋର ପାପଗୁଡ଼ିକ ପାଇଁ ବାସ୍ତବରେ ଦୁଃଖିତ।
19 ମୋର ଶତ୍ରୁମାନେ ସତେଜ ଓ ବଳବାନ ଅଟନ୍ତି।
ସେମାନେ ଅନେକ ଥର ମିଥ୍ୟା କହିଛନ୍ତି।
20 ମୋର ଶତ୍ରୁମାନେ ମୋ’ ପ୍ରତି ମନ୍ଦ ଆଚରଣ କରନ୍ତି।
କିନ୍ତୁ ମୁଁ ସେମାନଙ୍କ ପ୍ରତି ଉତ୍ତମ ବ୍ୟବହାର କରେ।
ମୁଁ ସବୁବେଳେ ଉତ୍ତମ କାର୍ଯ୍ୟ କରିବାକୁ ଚେଷ୍ଟା କରେ।
ତଥାପି ସେହି ଲୋକମାନେ ମୋ’ ବିରୁଦ୍ଧରେ ଯାଆନ୍ତି।
21 ହେ ସଦାପ୍ରଭୁ, ମୋତେ ପରିତ୍ୟାଗ କର ନାହିଁ।
ହେ ମୋର ପରମେଶ୍ୱର, ମୋର ନିକଟରେ ରୁହ।
22 ଶୀଘ୍ର ଆସ ଓ ମୋତେ ସାହାଯ୍ୟ କର।
ହେ ମୋର ପରମେଶ୍ୱର, ମୋତେ ଉଦ୍ଧାର କର।
ଦାଲତ୍
25 ମୁଁ ମରିବା ବେଳେ ଧୂଳିରେ ଗଡ଼େ।
ଯେପରି ତୁମ୍ଭର ବାକ୍ୟ ଦ୍ୱାରା ପ୍ରତିଜ୍ଞା କରିଛି, ମୋତେ ବଞ୍ଚିବାକୁ ଦିଅ।
26 ମୁଁ ତୁମ୍ଭକୁ ମୋର ଜୀବନ ବିଷୟରେ କହିଅଛି।
ଏବଂ ତୁମ୍ଭେ ମୋତେ ଉତ୍ତର ଦେଇଅଛ।
ବର୍ତ୍ତମାନ ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
27 ତୁମ୍ଭର ନିର୍ଦ୍ଦେଶଗୁଡ଼ିକ ଅନୁସାରେ ମୋତେ ବୁଝିବା ପାଇଁ ସାହାଯ୍ୟ କର।
ତେବେ ମୁଁ ତୁମ୍ଭର ଆଶ୍ଚର୍ଯ୍ୟ କର୍ମମାନ ବିଷୟରେ ଗଭୀରତମ ଭାବିବି।
28 ମୁଁ ଦୁଃଖିତ ଓ କ୍ଳାନ୍ତ ଅଟେ।
ତୁମ୍ଭର ବାକ୍ୟର ପ୍ରତିଜ୍ଞା ଅନୁସାରେ ମୋତେ ପୁଣି ଶକ୍ତିଶାଳୀ କର।
29 ମୋତେ ମିଥ୍ୟା ଜୀବନ ବିତାଇବାକୁ ଦିଅ ନାହିଁ।
ଦୟାକରି ମୋତେ ତୁମ୍ଭର ବ୍ୟବସ୍ଥା ଶିଖାଅ।
30 ମୁଁ ତୁମ୍ଭ ନିକଟରେ ବିଶ୍ୱସ୍ତ ହେବା ପାଇଁ ମନୋନୀତ ହୋଇଅଛି।
ମୁଁ ଯତ୍ନ ସହକାରେ ତୁମ୍ଭର ନ୍ୟାୟପରାୟଣତାକୁ ଶିକ୍ଷା କରିବି।
31 ମୁଁ ତୁମ୍ଭ ବାକ୍ୟ ନିକଟବର୍ତ୍ତୀ ହୋଇ ଅନୁସରଣ କଲି।
ହେ ସଦାପ୍ରଭୁ, ମୋତେ ନିରାଶ କର ନାହିଁ।
32 ମୁଁ ବହୁ ଆନନ୍ଦ ସହକାରେ ତୁମ୍ଭର ଆଦେଶସବୁ ମାନିବି,
ଯେତେବେଳେ ତୁମ୍ଭେ ମୋର ବୁଝିବା ଶକ୍ତିକୁ ପ୍ରଶସ୍ତ କରିବ।
ହେ
33 ହେ ସଦାପ୍ରଭୁ, ତୁମ୍ଭ ନିୟମ ଦ୍ୱାରା ମୋତେ କିପରି ବଞ୍ଚିବାକୁ ହେବ ଶିଖାଅ
ଏବଂ ତାକୁ ଅନୁସରଣ କଲେ ମୋର ପୁରସ୍କାର ହେବ।
34 ସେସବୁକୁ ବୁଝିବା ପାଇଁ ମୋତେ ସାହାଯ୍ୟ କର।
ଏବଂ ମୁଁ ତୁମ୍ଭର ଶିକ୍ଷା ମାନିବି।
ମୁଁ ସମ୍ପୂର୍ଣ୍ଣ ହୃଦୟ ସହିତ ତାହାକୁ ପାଳନ କରିବି।
35 ସଦାପ୍ରଭୁ, ତୁମ୍ଭର ନିର୍ଦ୍ଦେଶ ପଥରେ ମୋତେ ଆଗେଇ ନିଅ।
ମୁଁ ବାସ୍ତବରେ ସେହିପରି ଜୀବନ ବିତାଇବା ପାଇଁ ବହୁତ ଭଲପାଏ।
36 ମୋତେ ଧନୀ ହେବା ପରିବର୍ତ୍ତେ
ମୋତେ ବାକ୍ୟ ବିଷୟରେ ବୁଝିବା ପାଇଁ ସାହାଯ୍ୟ କର।
37 ସଦାପ୍ରଭୁ ଅସାର ବସ୍ତୁ ମୋତେ ଦେଖିବାକୁ ଦିଅ ନାହିଁ।
ତୁମ୍ଭ ପଥରେ ଗ୍ଭଲିକି ମୋତେ ଜୀବନ ଖୋଜିବାକୁ ଦିଅ।
38 ତୁମ୍ଭେ ଆପଣା ଦାସ ପାଇଁ ଯାହା ପ୍ରତିଜ୍ଞା କରିଅଛ, ତାହା କର।
ତେଣୁ ଲୋକମାନେ ତୁମ୍ଭକୁ ସମ୍ମାନ କରିବେ।
39 ସଦାପ୍ରଭୁ, ଅପମାନକୁ ଦୂରେଇ ନିଅ ଯାହାକୁ ମୁଁ ଭୟ କରେ।
ତୁମ୍ଭର ବିଜ୍ଞ ନିଷ୍ପତ୍ତି ଉତ୍ତମ।
40 ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶ ସବୁକୁ ଭଲପାଏ।
ତୁମ୍ଭର ଧର୍ମରେ ମୋତେ ବଞ୍ଚିବାକୁ ଦିଅ।
ବୌ
41 ହେ ସଦାପ୍ରଭୁ, ମୋ’ ପ୍ରତି ତୁମ୍ଭର ପ୍ରେମ ପ୍ରଦର୍ଶନ କର।
ତୁମ୍ଭର ପ୍ରତିଜ୍ଞାନୁସାରେ ମୋତେ ପରିତ୍ରାଣ କର।
42 ତହିଁରେ ମୁଁ ସେମାନଙ୍କୁ ଉତ୍ତର ଦେବି,
ଯେଉଁମାନେ ମୋତେ ଅପମାନିତ କରୁଥିଲେ।
ହେ ସଦାପ୍ରଭୁ, ବାସ୍ତବରେ ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
43 ମୋତେ ତୁମ୍ଭର ସତ୍ୟ ଶିକ୍ଷା ବିଷୟରେ କହିବାକୁ ଦିଅ।
ମୁଁ ତୁମ୍ଭର ବୁଦ୍ଧିମାନ ବାକ୍ୟରେ ନିର୍ଭର କରେ।
44 ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭର ଶିକ୍ଷା ଅନୁସରଣ କରିବି।
45 ତେଣୁ ମୁଁ ମୁକ୍ତ ହେବି,
କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଅନୁସରଣ କରିବାକୁ ଚେଷ୍ଟା କରେ।
46 ମୁଁ ରାଜାମାନଙ୍କ ସହିତ ତୁମ୍ଭର ବାକ୍ୟ ବିଷୟରେ ଆଲୋଚନା କରିବି।
ଏବଂ ମୁଁ ଲଜ୍ଜିତ ହେବି ନାହିଁ।
47 ମୁଁ ତୁମ୍ଭର ନୀତି ଆଦେଶମାନ ମାନି ବହୁତ ଖୁସୀ।
ହେ ସଦାପ୍ରଭୁ, ମୁଁ ତୁମ୍ଭର ଆଜ୍ଞାସମୂହ ସ୍ନେହ କରିଅଛି।
48 ମୁଁ ତୁମ୍ଭର ଆଦେଶଗୁଡ଼ିକୁ ପ୍ରଶଂସା କରେ, ଯେଉଁଗୁଡ଼ିକ କି ମୁଁ ଭଲପାଏ।
ଏବଂ ମୁଁ ତୁମ୍ଭର ବ୍ୟବସ୍ଥାସବୁ ଧ୍ୟାନ କରିବି।
17 ବିବାଦଯୁକ୍ତ ଭୋଜିରେ ପୂର୍ଣ୍ଣ ଗୃହ ଅପେକ୍ଷା ଶାନ୍ତି ସହିତ ଖଣ୍ଡିଏ ଶୁଷ୍କ ଅନ୍ନ ଭଲ।
2 ଯେଉଁ ଦାସ ବୁଦ୍ଧି ପୂର୍ବକ ଚଳେ ସେ ଲଜ୍ଜାଜନକ ପୁତ୍ର ଉପରେ କର୍ତ୍ତୃତ୍ୱ କରେ। ପୁଣି ଭାଇମାନଙ୍କ ସଙ୍ଗରେ ସମ୍ପତ୍ତି ବାଣ୍ଟ ପାଏ।
3 ନିଆଁରେ ସୁନା ଓ ରୂପାର ବିଶୁଦ୍ଧତା ପରୀକ୍ଷା କରାଯାଏ। ମାତ୍ର ସଦାପ୍ରଭୁ ଅନ୍ତଃକରଣର ପରୀକ୍ଷା କରନ୍ତି।
4 କୁକ୍ରିୟାକାରୀ ଲୋକ ଦୁଷ୍ଟ କଥା ଶୁଣେ। ପୁଣି ମିଥ୍ୟାବାଦୀ ଅନ୍ୟ ଲୋକର ମିଥ୍ୟାରେ କର୍ଣ୍ଣପାତ କରେ।
5 ଯେଉଁ ଲୋକ ଦରିଦ୍ରକୁ ଉପହାସ କରେ, ସେ ଆପଣାର ସୃଷ୍ଟିକର୍ତ୍ତାଙ୍କୁ ଅପମାନ କରେ। ପୁଣି ଯେକେହି ଅନ୍ୟ ଲୋକର ବିପଦରେ ଆନନ୍ଦ କରେ, ସେ ଦଣ୍ଡ ପାଇବ।
6 ସନ୍ତାନଗଣର ସନ୍ତାନମାନେ ବୃଦ୍ଧ ଲୋକମାନଙ୍କର ମୁକୁଟ ସଦୃଶ। ପୁଣି ସନ୍ତାନମାନଙ୍କର ଗୌରବ ସେମାନଙ୍କ ପିତୃଗଣ।
7 ଜଣେ ନିର୍ବୋଧ ବେଶୀ କଥା କହିବା ଉଚିତ୍ ନୁହେଁ। ସେହିପରି ଜଣେ ଶାସକ ମିଛଗୁଡ଼ିକ କହିବା ଉଚିତ୍ ନୁହେଁ।
8 ଗୋଟିଏ ଉତ୍କୋଚ ଗୋଟିଏ ଯାଦୁ ପଥର ପରି, ଏହା ଜଣେ ଦେଇଥିବାର ଆଖିରେ ଅଟେ, ସେ ଯେଉଁ ଦିଗରେ ଘୂରେ, ସେ କୃପାଲାଭ କରେ।
9 ଯଦି ତୁମ୍ଭେ ଦୋଷୀକୁ କ୍ଷମା କର, ତେବେ ସେ ତୁମ୍ଭର ବନ୍ଧୁ ହେବ। ମାତ୍ର ତା'ର ଦୋଷକୁ ଯେବେ ତୁମ୍ଭେ ମନେ ପକାଇବ, ତେବେ ତୁମ୍ଭର ବନ୍ଧୁତ୍ୱ ନଷ୍ଟ ହେବ।
10 ମୂର୍ଖକୁ ଶହେ ମାଡ଼ ଅପେକ୍ଷା ବୁଦ୍ଧିମାନକୁ ପଦେ ଅନୁଯୋଗ ଅଧିକ କାଟେ।
11 ଦୁର୍ଜନ କେବଳ ବିଦ୍ରୋହ ଲୋଡ଼େ, ଏଣୁ ତାକୁ ଶାସ୍ତି ଦେବା ପାଇଁ ଜଣେ କଠୋର ହୃଦୟ ଦୂତକୁ ପଠାଯିବ।
12 ଛୁଆ ହରାଇଥିବା ଭଲ୍ଲୁକୀ ମନୁଷ୍ୟକୁ ପଛେ ଭେଟୁ ମାତ୍ର ନିଜ ଅଜ୍ଞାନତାରେ ମଗ୍ନ ମୂର୍ଖ ନ ଭେଟୁ।
13 ଯେଉଁ ଲୋକ ଭଲ ବଦଳରେ ମନ୍ଦ କରେ, ତାହାର ଗୃହକୁ ମନ୍ଦ କେବେ ଛାଡ଼ିବ ନାହିଁ।
14 ଗୋଟିଏ ଯୁକ୍ତିର ଆରମ୍ଭ ଗୋଟିଏ ବନ୍ଧରେ ଭାଙ୍ଗି ଗୋଟିଏ ଗାତ କଲାପରି। ତେଣୁ ବିବାଦ ହେବା ପୂର୍ବରୁ ଯୁକ୍ତି ବନ୍ଦ କର। ତେବେ ଅକ୍ତିଆର ବାହାର ହୋଇଯାଏ।
15 ଯେ ଦୁଷ୍ଟକୁ ନିର୍ଦ୍ଦୋଷ କରେ ଓ ଯେ ଧାର୍ମିକକୁ ଦୋଷୀ କରେ, ସେ ଦୁହେଁ ସଦାପ୍ରଭୁଙ୍କଠାରେ ସମାନ ଭାବେ ଘୃଣିତ।
16 ଜ୍ଞାନ କ୍ରୟ କରିବା ନିମନ୍ତେ ମୂର୍ଖ ହାତରେ ଧନ ଥିଲେ ତାହା ମୂଲ୍ୟହୀନ ଅଟେ। କାରଣ ମୂର୍ଖ ଲୋକ ଧନ ବଦଳରେ ଜ୍ଞାନ କ୍ରୟ କରିପାରେ ନାହିଁ।
17 ବନ୍ଧୁ ସର୍ବଦା ପ୍ରେମ କରେ। ଏବଂ ଭାଇ ଦୁର୍ଦ୍ଦଶା ସମୟରେ ସର୍ବଦା ଥାଏ।
18 ନିର୍ବୋଧଲୋକ ହାତ ଦେଇ ଆପଣା ପ୍ରତିବାସୀ ସାକ୍ଷାତରେ ଲଗା ହୁଏ।
19 ଯେ ବିବାଦ ଭଲପାଏ, ସେ ଅପରାଧ ହିଁ ଭଲପାଏ। ପୁଣି ଯେକେହି ଆପଣା ଦ୍ୱାର ଉଚ୍ଚ କରେ, ସେ ବିନାଶ ଖୋଜେ।
20 ଯାହାର ହୃଦୟ କୁଟିଳ, ସେ ମଙ୍ଗଳ ପାଏ ନାହିଁ। ଯାହାର ବାକ୍ୟ ଖରାପ ସେ ବିପଦରେ ପଡ଼େ।
ମଣ୍ଡଳୀର ନେତାଗଣ
3 ମୁଁ ଯାହା କହୁଛି ତାହା ସତ୍ୟ: ଯଦି କେହି ଅଧ୍ୟକ୍ଷ[a] ହେବା ପାଇଁ ଚେଷ୍ଟା କରେ, ତେବେ ସେ ଭଲ କାର୍ଯ୍ୟ ଗ୍ଭହୁଁଛନ୍ତି। 2 ଅଧ୍ୟକ୍ଷ ବ୍ୟକ୍ତି ଜଣକ ଏତେ ଭଲ ହେବା ଦରକାର ଯେ ଲୋକେ ପ୍ରକୃତରେ ତାହାଙ୍କୁ ସମାଲୋଚନା କରିବାକୁ ଅସମର୍ଥ ହେବେ। ତାହାଙ୍କର ନିଶ୍ଚୟ ଗୋଟିଏ ମାତ୍ର ପତ୍ନୀ ଥିବା ଉଚିତ୍। ତାହାଙ୍କର ଆତ୍ମସଂଯମ ଥିବା ଦରକାର ଓ ସେ ବୁଦ୍ଧିମାନ ହେବା ଦରକାର। ସେ ଅନ୍ୟମାନଙ୍କ ଦ୍ୱାରା ସମ୍ମାନ ପାଉଥିବା ଦରକାର। ନିଜ ଘରେ ସ୍ୱାଗତ କରି ଲୋକମାନଙ୍କୁ ସେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିବା ଦରକାର। ସେ ଜଣେ ଭଲ ଶିକ୍ଷାଦାତା ହୋଇଥିବା ଦରକାର। 3 ସେ ଅତ୍ୟଧିକ ମଦ୍ୟପାନ କରିବା ଉଚିତ୍ ନୁହେଁ। ସେ କଳହ ମନୋବୃତ୍ତିର ଲୋକ ନ ହୋଇଥିବା କଥା। ସେ ନମ୍ର ଓ ଶାନ୍ତ ହେବା ଦରକାର। 4 ସେ ଧନ ଲୋଭୀ ହୋଇ ନ ଥିବେ, ସେ ନିଜ ପରିବାରକୁ ଉପଯୁକ୍ତ ଭାବରେ ନେତୃତ୍ୱ ଦେଇପାରୁଥିବେ। ତା'ର ଅର୍ଥ ଯେ ତାହାଙ୍କର ପିଲାମାନେ ତାହାଙ୍କୁ ପୂର୍ଣ୍ଣ ସମ୍ମାନ ସହିତ ତାହାଙ୍କର ବାଧ୍ୟ ହେଉଥିବେ। 5 ଯଦି ଜଣେ ପରିବାରର ନେତୃତ୍ୱ ଦେଇ ଜାଣି ନାହିଁ, ସେ ପରମେଶ୍ୱରଙ୍କ ମଣ୍ଡଳୀର ଯତ୍ନ ନେଇ ପାରିବ ନାହିଁ।
6 କିନ୍ତୁ ଜଣେ ଅଧ୍ୟକ୍ଷ ନୂତନ ଶିଷ୍ୟ ହୋଇ ନ ଥିବେ। ନୂତନ ବିଶ୍ୱାସୀଙ୍କୁ ଅଧ୍ୟକ୍ଷ କରାଗଲେ, ତାହା ତାହାଙ୍କୁ ଅତିଶୟ ଗର୍ବୀ କରିପାରେ। ଏଭଳି ପରିସ୍ଥିତିରେ ତା'ର ଗର୍ବ ଲାଗି ସେ ଶୟତାନ ଭଳି ଦୋଷୀ ହୋଇ ଦଣ୍ଡିତ ହେବ। 7 ଯେଉଁମାନେ ମଣ୍ଡଳୀର ସଦସ୍ୟ ନୁହନ୍ତି, ବାହାରର ସେହି ଲୋକମାନଙ୍କର ମଧ୍ୟ, ଅଧ୍ୟକ୍ଷଙ୍କ ନିମନ୍ତେ ସମ୍ମାନ ଭାବ ଥିବା ଆବଶ୍ୟକ। ତହିଁରେ ସେ ଅନ୍ୟମାନଙ୍କ ଦ୍ୱାରା ସମାଲୋଚିତ ହେବେ ନାହିଁ କି ଶୟତାନର ଫାନ୍ଦରେ ପଡ଼ିବେ ନାହିଁ।
ମଣ୍ଡଳୀର ସେବକଗଣ
8 ସେହିପରି ମଣ୍ଡଳୀରେ ନିଯୁକ୍ତି ପାଇଥିବା ସ୍ୱତନ୍ତ୍ର ସେବକଗଣ ଏଭଳି ଲୋକ ହୋଇଥିବା କଥା, ଯେଉଁମାନଙ୍କୁ ଲୋକେ ସମ୍ମାନ କରୁଥିବେ। ସେମାନେ ଯାହା କହନ୍ତି, ତାହା ବିଶ୍ୱାସ ଯୋଗ୍ୟ ହେବା ଉଚିତ୍। ଅଧିକ ଦ୍ରାକ୍ଷାରସ ପିଇବାରେ ନିଜ ସମୟ କାଟିବା ଉଚିତ୍ ନୁହେଁ। ସବୁବେଳେ ଅନ୍ୟମାନଙ୍କୁ ଠକି ଧନୀ ହେବାକୁ ଚେଷ୍ଟା କରୁଥିବା ଲୋକମାନଙ୍କ ପରି ସେମାନେ ହୋଇ ନ ଥିବେ। 9 ସେମାନେ ପରମେଶ୍ୱରଙ୍କ ଦ୍ୱାରା ଆମ୍ଭକୁ ଜ୍ଞାତ କରାଯାଇଥିବା ସତ୍ୟର ଅନୁସରଣ କରୁଥିବେ ଓ ଯାହା ଠିକ୍ ଭାବନ୍ତି, ତାହା କରୁଥିବେ। 10 ତୁମ୍ଭେମାନେ ପ୍ରଥମେ ସେମାନଙ୍କୁ ପରୀକ୍ଷା କରିବ। ଯଦି ସେମାନଙ୍କ ଭିତରେ କୌଣସି ଦୁର୍ଗୁଣ ନାହିଁ, ତା'ହେଲେ ସେମାନେ ବିଶେଷ ସେବକ ଭାବେ ସେବା କରି ପାରିବେ।
11 ସେହିପରି ବିଶେଷ ସେବିକା ହେବା ପାଇଁ ନିଯୁକ୍ତ ସ୍ତ୍ରୀମାନଙ୍କର ପ୍ରତି ଅନ୍ୟ ଲୋକମାନଙ୍କର ସମ୍ମାନ ଭାବ ଥିବା ଦରକାର। ସେମାନେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା ଆଦୌ କହୁ ନ ଥିବେ। ସେମାନଙ୍କର ଆତ୍ମା ସଂଯମ ଥିବା ପ୍ରୟୋଜନ ଓ ପ୍ରତ୍ୟେକ କଥାରେ ଯେପରି ସେମାନଙ୍କୁ ବିଶ୍ୱାସ କରାଯାଇ ପାରୁଥିବ।
12 ଯେଉଁମାନେ ବିଶେଷ ସେବକ ହେବେ, ସେମାନଙ୍କର କେବଳ ଗୋଟିଏ ପତ୍ନୀ ଥିବ। ସେମାନେ ନିଜ ସନ୍ତାନସନ୍ତତି ଓ ପରିବାରକୁ ଭଲ ନେତୃତ୍ୱ ଦେଇପାରୁଥିବେ। 13 ଯେଉଁ ଲୋକମାନେ ଭଲ ଭାବରେ ସେବା କରନ୍ତି, ସେମାନେ ନିଜ ପାଇଁ ସମ୍ମାନଜନକ ସ୍ଥାନ ଅଧିକାର କରନ୍ତି ଏବଂ ସେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ବିଶ୍ୱାସ ସମ୍ପର୍କରେ ଦୃଢ଼ ନିଶ୍ଚୟତା ବୋଧ ପାଆନ୍ତି।
ଆମ୍ଭ ଜୀବନର ରହସ୍ୟ
14 ମୁଁ ତୁମ୍ଭ ପାଖକୁ ଶୀଘ୍ର ଯିବି ବୋଲି ଆଶା କରେ। 15 କିନ୍ତୁ ମୁଁ ଏବେ ଏହି କଥାଗୁଡ଼ିକ ତୁମ୍ଭକୁ ଲେଖୁଛି। ଯଦି ମୁଁ ଶୀଘ୍ର ନ ଯାଏ, ତେବେ ମଧ୍ୟ ତୁମ୍ଭେମାନେ ଜାଣି ପାରିବ ଯେ ପରମେଶ୍ୱରଙ୍କ ପରିବାରରେ ଲୋକମାନେ କ’ଣ କ’ଣ କରିବା ଅବଶ୍ୟକ। ସେହି ପରିବାର ଜୀବିତ ପରମେଶ୍ୱରଙ୍କର ମଣ୍ଡଳୀ ଅଟେ। ପରମେଶ୍ୱରଙ୍କ ମଣ୍ଡଳୀ ସତ୍ୟର ଅବଲମ୍ବନ କରେ ଓ ମୂଳଦୁଆ ଅଟେ। 16 ଏଥିରେ ସନ୍ଦେହ ନାହିଁ ଯେ ଆମ୍ଭ ଧର୍ମର ମହାନ ଗୁପ୍ତ ସତ୍ୟ ଏହା ଯେ,
ଖ୍ରୀଷ୍ଟ ମଣିଷ ଶରୀରରେ ଆମ୍ଭକୁ ଦେଖା ଦେଲେ;
ପବିତ୍ରଆତ୍ମା ତାହାଙ୍କୁ ଧାର୍ମିକ ବୋଲି ପ୍ରମାଣିତ କଲେ
ସ୍ୱର୍ଗଦୂତମାନଙ୍କ ଦ୍ୱାରା ସେ ଦେଖାଗଲେ;
ତାହାଙ୍କ ବିଷୟରେ ଅଣଯିହୂଦୀମାନଙ୍କୁ ସୁସମାଗ୍ଭର ପ୍ରଗ୍ଭରିତ ହେଲା;
ସଂସାରରେ ଲୋକେ ତାହାଙ୍କୁ ବିଶ୍ୱାସ କଲେ;
ସେ ସ୍ୱର୍ଗକୁ ମହିମାମୟ ହୋଇ ନିଆଗଲେ।
ବର୍ତ୍ତମାନର ଲୋକମାନଙ୍କଠାରେ ମନ୍ଦଗୁଣ ଭରି ରହିଛି
(ଲୂକ 11:24-26)
43 “ଯେତେବେଳେ ଗୋଟିଏ ଭୂତ କୌଣସି ଲୋକଦେହରୁ ବାହାରି ଗ୍ଭଲି ଆସେ, ସେତେବେଳେ ସେ ପଥଭ୍ରଷ୍ଟ ହୋଇ ବିଶ୍ରାମ ନେବା ପାଇଁ ଶୁଖିଲା ଜାଗାଟିଏ ଖୋଜି ବୁଲେ, କିନ୍ତୁ ସେଭଳି ଜାଗାଟିଏ ତାକୁ ମିଳେ ନାହିଁ। 44 ସେତେବେଳେ ସେ କୁହେ, ‘ମୁଁ ମୋର ଯେଉଁ ପୁରୁଣା ଘର ଛାଡ଼ି ଗ୍ଭଲି ଆସିଛି, ପୁଣି ସେଠାକୁ ଫେରିଯିବି।’ ସେ ପୁଣି ଫେରି ଆସେ, ସେ ଦେଖେ ସେପର୍ଯ୍ୟନ୍ତ ମଧ୍ୟ ଘରଟି ଖାଲି ଅଛି। ସଫା ଅଛି ଏବଂ ସବୁ ଠିକ୍ଠାକ୍ ଅଛି। ତା'ପରେ ସେ ଯାଏ ଓ ତା'ଠାରୁ ଅଧିକ ଖରାପ ଆଉ ସାତୋଟା ଭୂତଙ୍କୁ ଡାକିଆଣେ। 45 ତା'ପରେ ସବୁ ଭୂତ ସେ ଘର ଭିତରକୁ ଯାଇ ସେଠାରେ ବସବାସ କରନ୍ତି। ସେତେବେଳେ ଲୋକଟିର ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ଶୋଚନୀୟ ହୋଇପଡ଼େ। ଏବେ ଜୀବିତ ଥିବା ମନ୍ଦ ଲୋକଙ୍କ ପାଇଁ ସେହି ଏକାକଥା ଘଟିବ।”
ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କର ପରିବାର
(ମାର୍କ 3:31-35; ଲୂକ 8:19-21)
46 ଯୀଶୁ ଯେତେବେଳେ ଏହିସବୁ କଥା ସେଠାରେ ଜମା ହୋଇଥିବା ଲୋକମାନଙ୍କୁ କହୁଥିଲେ, ସେତେବେଳେ ତାହାଙ୍କ ମା ଏବଂ ଭାଇ ଆସି ବାହାରେ ଠିଆ ହେଲେ। ସେମାନେ ଯୀଶୁଙ୍କ ସାଙ୍ଗରେ କଥାବାର୍ତ୍ତା କରିବା ପାଇଁ ଗ୍ଭହୁଁଥିଲେ। 47 ଜଣେ କେହି ଯୀଶୁଙ୍କୁ କହିଲେ, “ତୁମ୍ଭର ମା ଏବଂ ଭାଇମାନେ ବାହାରେ ଅପେକ୍ଷା କରିଛନ୍ତି। ସେମାନେ ତୁମ୍ଭ ସହିତ କଥାବାର୍ତ୍ତା ହେବାକୁ ଗ୍ଭହୁଁଛନ୍ତି।”
48 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋର ମା କିଏ? ମୋର ଭାଇମାନେ କିଏ?” 49 ତା'ପରେ ସେ ତାହାଙ୍କର ଶିଷ୍ୟମାନଙ୍କ ଆଡ଼କୁ ହାତ ବଢ଼େଇ କହିଲେ, “ଏମାନେ ମୋର ମା ଓ ଭାଇ। 50 ଯିଏ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଇଚ୍ଛା ଅନୁସାରେ କାମ କରନ୍ତି, ସେ ମୋର ଭାଇ, ଭଉଣୀ ଓ ମା।”
2010 by World Bible Translation Center