Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କ ଗୀତ। ସଦାପ୍ରଭୁ ଶତ୍ରୁମାନଙ୍କ ହସ୍ତରୁ ଓ ଶାଉଲଙ୍କ ହସ୍ତରୁ ତାଙ୍କୁ ଉଦ୍ଧାର କରିବା ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ନିବେଦନ କରିଥିଲେ।
18 ସେ କହିଲେ, “ହେ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଶକ୍ତିସ୍ୱରୂପ,
ମୁଁ ତୁମ୍ଭକୁ ଭଲ ପାଏ।”
2 ହେ ସଦାପ୍ରଭୁ, ତୁମ୍ଭେ ମୋର ଶୈଳ, ମୋ’ ନିରାପତ୍ତାରେ ଆଶ୍ରୟସ୍ଥଳ।
ମୋର ପରମେଶ୍ୱର ମୋ’ ପାଇଁ ଶୈଳ ସଦୃଶ ଦୃଢ଼।
ମୁଁ ତାଙ୍କରି ନିକଟକୁ ରକ୍ଷା ପାଇଁ ଦୌଡ଼ି ଯାଏ।
ପରମେଶ୍ୱର ମୋର ଢାଲ ସଦୃଶ।
ତାଙ୍କର ଶକ୍ତି ମୋର ରକ୍ଷା ଶୃଙ୍ଗ।
ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଲୁଚିବା ସ୍ଥାନର ଆଶ୍ରୟସ୍ଥଳ।
3 ସେମାନେ ମୋତେ ପରିହାସ କଲେ,
କିନ୍ତୁ ଯେତେବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି,
ସେ ମୋତେ ମୋର ଶତ୍ରୁମାନଙ୍କଠାରୁ ରକ୍ଷା କଲେ।
4 ମୋର ଶତ୍ରୁମାନେ ଯେତେବେଳେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ, ମୃତ୍ୟୁର ରଶି ମୋତେ ସେତେବେଳେ ବାନ୍ଧିବାକୁ ଯାଉଥିଲା ମୋର ଗ୍ଭରିଆଡ଼ୁ।
ମୁଁ ବନ୍ୟାରେ କବଳିତ ହୋଇ ମୃତ୍ୟୁ ଆଡ଼କୁ ଭାସି ଗ୍ଭଲିଥିଲି,
5 କବରର ରଶି ମୋର ଗ୍ଭରିଆଡ଼େ ଥିଲା,
ମୃତ୍ୟୁର ଯନ୍ତା ମୋ’ ସମ୍ମୁଖରେ ଥିଲା।
6 ସେହି ଯନ୍ତାରେ ପଡ଼ି ସହାୟତା ପାଇଁ ମୁଁ ସଦାପ୍ରଭୁଙ୍କୁ ଡାକିବାକୁ ଲାଗିଲି।
ହଁ, ମୁଁ ମୋର ପରମେଶ୍ୱରଙ୍କୁ ଡାକିଲି,
ସେ ଆପଣା ମନ୍ଦିରରେ ଥାଇ ମୋ’ ଡାକ ଶୁଣିଲେ।
ସେ ମୋର ସହାୟତା ପାଇଁ ଆର୍ତ୍ତନାଦ ଶୁଣିବାକୁ ପାଇଲେ।
7 ସେତିକି ବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା।
ସ୍ୱର୍ଗରାଜ୍ୟର ଭିତ୍ତିଭୂମି ଥରି ଉଠିଲା, କାରଣ ସଦାପ୍ରଭୁ କ୍ରୋଧିତ ହେଲେ।
8 ତାଙ୍କ ନାକରୁ ଧୂଆଁ ନିର୍ଗତ ହେଲା।
ଜ୍ୱଳନ୍ତ ଅଗ୍ନିଶିଖା ତାଙ୍କ ମୁଖରୁ ବାହାରିଲା।
ଜ୍ୱଳନ୍ତା ଅଙ୍ଗାର ସବୁ ତାଙ୍କଠାରୁ ନିର୍ଗତ ହେବାକୁ ଲାଗିଲା।
9 ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକୁ ଓହ୍ଲାଇ ଆସିଲେ।
ସେ ଘନ ଅନ୍ଧକାର ବାଦଲ ଖଣ୍ଡ ଉପରେ ଦଣ୍ଡାୟମାନ ହେଲେ।
10 ସଦାପ୍ରଭୁ ସେହି ଆକାଶ ବକ୍ଷର ଉଚ୍ଚରେ କିରୂବଦୂତମାନଙ୍କ ସହିତ ଉଡ଼ିବାକୁ ଲାଗିଲେ।
ସେ ବାୟୁର ଗତିରେ ଉଡ଼ିବାକୁ ଲାଗିଲେ।
11 ପରମେଶ୍ୱର କଳା, ଘନ ବାଦଲଖଣ୍ଡ ଭିତରେ ଲୁଚି ଗଲେ।
ସତେ ଯେମିତି ଏକ ଘନ ଅନ୍ଧକାର ଏକ ତମ୍ବୁ ଭିତରେ ଲୁଚି ରହିଲେ।
ସେ ଘନ ବିଜୁଳିଯୁକ୍ତ ମେଘ ଖଣ୍ଡ ଭିତରେ ଲୁଚି ଗଲେ।
12 ତା’ପରେ ସଦାପ୍ରଭୁଙ୍କ ଜ୍ୟୋତିରୁ ଉଜ୍ଜ୍ୱଳ ଆଲୋକ ମେଘଖଣ୍ଡ ଦେଇ ନିର୍ଗତ ହେଲା।
ତାହା ଆକାଶ ମଧ୍ୟରେ ବିଜୁଳିର ଆଲୋକ ପରି ଆଲୋକିତ ହୋଇ ଉଠିଲା।
13 ସଦାପ୍ରଭୁ ଆକାଶ ମଧ୍ୟରୁ ଗର୍ଜନ କଲେ।
ସର୍ବୋପରିସ୍ଥ ସେ ଆପଣା ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କଲେ।
14 ସଦାପ୍ରଭୁ ଆପଣା ବାଣ ପ୍ରୟୋଗ କଲେ ଓ ଶତ୍ରୁମାନଙ୍କୁ ବିନାଶ କଲେ।
ସେ ବିଜୁଳି ମାରି ସେମାନଙ୍କୁ ଉଚ୍ଛିନ୍ନ କଲେ।
ଲୋକେ ବୁଝି ପାରିଲେ ନାହିଁ କ’ଣ ସବୁ ଘଟୁଛି।
15 ହେ ସଦାପ୍ରଭୁ, ତୁମ୍ଭେ ଚିତ୍କାର କରି ତୁମ୍ଭର ଆଦେଶ ଘୋଷଣା କଲ
ଓ ପ୍ରବଳ ବେଗରେ ପବନ ବହିବାକୁ ଲାଗିଲା।
ହଠାତ୍ ସମୁଦ୍ର ଗର୍ଭର ଜଳ ଅପସାରିତ ହୋଇ ସମୁଦ୍ରର ନିମ୍ନ ଭାଗ ଦିଶିବାକୁ ଲାଗିଲା।
ଆମ୍ଭେ ପୃଥିବୀର ଆଭ୍ୟନ୍ତରର ଭିତ୍ତି ଭୂମିକୁ ଦେଖିବାକୁ ଲାଗିଲୁ।
16 ସଦାପ୍ରଭୁ ଊର୍ଦ୍ଧ୍ୱରୁ ହସ୍ତ ବଢ଼ାଇ ମୋତେ ଉଦ୍ଧାର କଲେ।
ସେ ମୋତେ ସେହି ଗଭୀର ଜଳରୁ ହାତ ବଢ଼ାଇ ଟେକି ଆଣିଲେ।
17 ମୋର ଶତ୍ରୁମାନେ ମୋ’ଠାରୁ ଶକ୍ତିଶାଳୀ ଥିଲେ।
ସେମାନେ ମୋତେ ଘୃଣା କରୁଥିଲେ।
ମୋର ଶତ୍ରୁମାନେ ମୋ’ ଅପେକ୍ଷା ଅଧିକ ଶକ୍ତିଶାଳୀ ଥିଲେ।
ତେଣୁ ପରମେଶ୍ୱର ମୋତେ ରକ୍ଷା କଲେ।
18 ମୁଁ ବିପଦରେ ପଡ଼ିଥିଲି ମୋର ଶତ୍ରୁମାନେ ମୋତେ ଆକ୍ରମଣ କରୁଥିଲେ,
କିନ୍ତୁ ସଦାପ୍ରଭୁ ମୋତେ ରକ୍ଷା କରିବାକୁ ସେଠାରେ ଉପସ୍ଥିତ ହେଲେ।
19 ସଦାପ୍ରଭୁ ମୋତେ ଭଲ ପାଆନ୍ତି।
ତେଣୁ ସେ ମୋତେ ଉଦ୍ଧାର କଲେ, ସେ ମୋତେ ନିରାପଦ ସ୍ଥାନକୁ ନେଇଗଲେ।
20 ମୁଁ ନିରପରାଧ ତେଣୁ ସଦାପ୍ରଭୁ ମୋତେ ନିଶ୍ଚୟ ମୋର ପୁରସ୍କାର ଦେବେ।
ମୁଁ କିଛି ଭୁଲ୍ କରି ନାହିଁ, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।
21 କାରଣ ମୁଁ ସଦାପ୍ରଭୁଙ୍କ ଆଦେଶକୁ ପାଳନ କରେ।
ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ କୌଣସି ପାପ କରି ନାହିଁ।
22 ମୁଁ ସବୁବେଳେ ସଦାପ୍ରଭୁଙ୍କ ନିଷ୍ପତ୍ତିକୁ ମାନି ଆସିଛି।
ମୁଁ ତାଙ୍କ ବ୍ୟବସ୍ଥାଗୁଡ଼ିକୁ ପାଳନ କରେ।
23 ମୁଁ ତାଙ୍କ ଉଦ୍ଦେଶ୍ୟରେ ପବିତ୍ର ତଥା ସତ୍ ଚରିତ୍ର ଥିଲି।
ମୁଁ ନିଜକୁ ଅପରାଧ କରିବାକୁ ନିବୃତ୍ତ କଲି।
24 ତେଣୁ ମୋର ସଦାପ୍ରଭୁ ମୋତେ ପୁରସ୍କୃତ କଲେ କାରଣ ମୁଁ ତାଙ୍କ ଦୃଷ୍ଟିରେ ସରଳ ତଥା ନିରପରାଧ ଅଟେ।
ମୁଁ କିଛି ଭୁଲ୍ କରି ନାହିଁ, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।
25 ହେ ସଦାପ୍ରଭୁ, ଯଦି କେହି ତୁମ୍ଭକୁ ପ୍ରକୃତରେ ଭଲ ପାଏ, ତୁମ୍ଭେ ନିଶ୍ଚୟ ତାକୁ ଭଲ ପାଇବ।
ଯଦି ଜଣେ ବ୍ୟକ୍ତି ତୁମ୍ଭ ପ୍ରତି ନିର୍ମଳ ଅନୁରକ୍ତି ପ୍ରକାଶ କରେ, ତୁମ୍ଭେ ମଧ୍ୟ ତାକୁ ସେହିପରି ପ୍ରତିଦାନ ଦେଇଥାଅ।
26 ସଦାପ୍ରଭୁ ତୁମ୍ଭେ ମହାନ ଓ ଯେଉଁମାନେ ଉତ୍ତମ ତଥା ନିର୍ମଳ ହୃଦୟର, ତୁମ୍ଭେ ସେହିମାନଙ୍କ ପାଇଁ ପବିତ୍ର ଅଟ।
କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକ ପ୍ରତି ଆପଣାକୁ ଚତୁର ଦେଖାଇବ।
27 ହେ ସଦାପ୍ରଭୁ, ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ସାହାଯ୍ୟ କର।
କିନ୍ତୁ ଅହଂକାରୀର ଗର୍ବ ଓ ଦର୍ପକୁ ଚୂର୍ଣ୍ଣ କର।
28 ହେ ସଦାପ୍ରଭୁ, ତୁମ୍ଭେ ମୋର ଦୀପକୁ ଆଲୋକିତ କର।
ମୋ’ ଚତୁର୍ଦ୍ଦିଗରେ ଥିବା ଅନ୍ଧକାରକୁ ଦୂର କର।
29 ହେ ସଦାପ୍ରଭୁ, ତୁମ୍ଭର ସାହାଯ୍ୟରେ ମୁଁ ସୈନ୍ୟମାନଙ୍କ ସହିତ ଲଢ଼ିପାରେ।
ପରମେଶ୍ୱରଙ୍କ ସାହାଯ୍ୟରେ ମୁଁ ଶତ୍ରୁର ପ୍ରାଚୀରକୁ ଚଢ଼ିଯାଇପାରେ।
30 ପରମେଶ୍ୱରଙ୍କ ଶକ୍ତି ଅତୁଳନୀୟ।
ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ,
ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
31 ସଦାପ୍ରଭୁଙ୍କ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି।
ଆମ୍ଭମାନଙ୍କ ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ ଶୈଳ ନାହିଁ।
32 ପରମେଶ୍ୱର ଆମ୍ଭକୁ ବଳ ପ୍ରଦାନ କରନ୍ତି।
ସେ ମୋତେ ଶୁଦ୍ଧ ଜୀବନଯାପନ କରିବା ପାଇଁ ସାହାଯ୍ୟ କରନ୍ତି।
33 ପରମେଶ୍ୱର ମୋତେ ହରିଣଠାରୁ ଅଧିକ ବେଗରେ ଦୌଡ଼ିବାକୁ ସାହାଯ୍ୟ କରନ୍ତି।
ସେ ମୋତେ ଉଚ୍ଚସ୍ଥଳୀରେ ସ୍ଥାପନ କରନ୍ତି।
34 ପରମେଶ୍ୱର ମୋତେ ଯୁଦ୍ଧ କରିବା ପାଇଁ ଶିକ୍ଷା ଦିଅନ୍ତି।
ସେଥିପାଇଁ ମୋର ବାହୁଗୁଡ଼ିକ ଶକ୍ତ ଧନୁକୁ ବଙ୍କେଇବା ପାଇଁ ଯଥେଷ୍ଟ ବଳିଷ୍ଠ।
35 ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କରିଛ ଓ ଜୟଲାଭ କରିବାକୁ ସାହାଯ୍ୟ କରିଛ।
ତୁମ୍ଭେ ମୋତେ ତୁମ୍ଭର ଦକ୍ଷିଣ ବାହୁ ଦ୍ୱାରା ସାହାଯ୍ୟ କରିଛ।
ତୁମ୍ଭେ ମୋତେ ମୋର ଶତ୍ରୁକୁ ପରାଜିତ କରିବାରେ ସାହାଯ୍ୟ କରିଛ।
36 ମୋର ଗୋଡ଼ ଓ ଆଣ୍ଠୁକୁ ଅଧିକ ଶକ୍ତିଶାଳୀ କର,
ଯାହା ଫଳରେ ମୁଁ ଦୁର୍ବଳ ହେବି ନାହିଁ ଏବଂ ପଡ଼ିବି ନାହିଁ।
37 ତା’ପରେ ମୁଁ ମୋର ଶତ୍ରୁ ପଛରେ ଗୋଡ଼ାଇ ପାରିବି ଓ ସେମାନଙ୍କୁ ଧରି ପାରିବି।
ମୁଁ ସେମାନଙ୍କୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ ଫେରି ଆସିବି ନାହିଁ।
38 ମୁଁ ମୋର ଶତ୍ରୁମାନଙ୍କୁ ପରାଜିତ କରିବି।
ସେମାନେ ଆଉ ପୁନର୍ବାର ଉଠିପାରିବେ ନାହିଁ।
ମୋର ଶତ୍ରୁମାନେ ମୋର ପାଦ ତଳେ ପାତିତ ହେବେ।
39 ହେ ପରମେଶ୍ୱର, ତୁମ୍ଭେ ମୋତେ ଯୁଦ୍ଧ କ୍ଷେତ୍ରରେ ବଳଶାଳୀ କରିଛ।
ତୁମ୍ଭେ ମୋର ଶତ୍ରୁମାନଙ୍କୁ ମୋ’ ନିକଟରେ ପକାଇ ଦେଇଛ।
40 ତୁମ୍ଭେ ମୋତେ ସୁଯୋଗ ଦେଇଛ, ମୋର ଶତ୍ରୁମାନଙ୍କୁ ଧରିବା ପାଇଁ
ଓ ମୁଁ ମୋର ଶତ୍ରୁମାନଙ୍କୁ ଧ୍ୱଂସ କରିଅଛି।
41 ମୋର ଶତ୍ରୁମାନେ ସାହାଯ୍ୟ ପାଇଁ ଚିତ୍କାର କଲେ,
କିନ୍ତୁ କେହି ସେମାନଙ୍କୁ ରକ୍ଷା କରିବାକୁ ଆଗେଇ ଆସି ନ ଥିଲେ।
ସେମାନେ ସଦାପ୍ରଭୁଙ୍କୁ ମଧ୍ୟ ଡାକିଲେ
କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ ନାହିଁ।
42 ମୁଁ ମୋର ଶତ୍ରୁମାନଙ୍କୁ ପରାସ୍ତ କରିଛି।
ସେମାନେ ଧୂଳି ସଦୃଶ ପବନରେ ଉଡ଼ିଯାଇଛନ୍ତି।
ମୁଁ ସେମାନଙ୍କୁ ଛୋଟ ଛୋଟ ଖଣ୍ଡ କରି ପେଶି ଦେଇଛି।
43 ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଛନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର।
ମୋତେ ସେହିସବୁ ରାଜ୍ୟର ନେତା କର।
ଯେଉଁ ଲୋକମାନଙ୍କୁ ମୁଁ ଜାଣି ନାହିଁ, ସେମାନେ ମୋର ସେବା କରିବେ।
44 ସେହି ଲୋକମାନେ ମୋ’ କଥା ଶୁଣିବେ ଓ ଖୁବ୍ ଶୀଘ୍ର ମୋତେ ମାନିବେ।
ସେହି ବିଦେଶୀମାନେ ମୋତେ ଦେଖି ଭୟଭୀତ ହେବେ।
45 ସେମାନେ ଭୟରେ ଦୁର୍ବଳ ହୋଇଯିବେ।
ସେମାନେ ଲୁଚିଥିବା ଗୁପ୍ତ ସ୍ଥାନମାନଙ୍କରୁ ଭୟରେ ଥରହର ହୋଇ ବାହାରି ଆସିବେ।
46 ସଦାପ୍ରଭୁ ଜୀବନ୍ତ ଅଟନ୍ତି।
ମୁଁ ସେହି ଶୈଳକୁ ପ୍ରଶଂସା କରେ।
ପରମେଶ୍ୱର ମୋତେ ରକ୍ଷା କରନ୍ତି।
ସେ ମହାନ ଅଟନ୍ତି।
47 ପରମେଶ୍ୱର ମୋ’ ପାଇଁ ମୋର ଶତ୍ରୁମାନଙ୍କୁ ଦଣ୍ଡ ଦିଅନ୍ତି।
ସେ ଲୋକମାନଙ୍କୁ ମୋର ନିୟନ୍ତ୍ରଣରେ ରଖନ୍ତି।
48 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଶତ୍ରୁମାନଙ୍କ କବଳରୁ ରକ୍ଷା କରିଅଛ।
ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଥିଲେ ତାଙ୍କୁ ପରାସ୍ତ କରି ମୋତେ ସାହାଯ୍ୟ କରିଛ।
ତୁମ୍ଭେ ନିଷ୍ଠୁର ଲୋକମାନଙ୍କ କବଳରୁ ମୋତେ ବଞ୍ଚାଇଛ।
49 ହେ ସଦାପ୍ରଭୁ, ସେଥିପାଇଁ ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରେ।
ସେହି କାରଣରୁ ତୁମ୍ଭ ନାମରେ ଜୟଗାନ କରି ଗୀତ ବୋଲେ।
50 ସଦାପ୍ରଭୁ ତାଙ୍କର ରାଜାଙ୍କୁ ଅନେକ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରିଛନ୍ତି।
ସେ ତାଙ୍କର ମନୋନୀତ ରାଜାଙ୍କ ପ୍ରତି ପ୍ରେମ ଦେଖାଇଛନ୍ତି।
ସେଥିପାଇଁ ସେ ଦାଉଦ ଓ ତାଙ୍କର ବଂଶଧରମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳ ପାଇଁ ଦେଖାଇଛନ୍ତି।
10 ଯେତେବେଳେ ହାରୋଣ ଇସ୍ରାଏଲୀୟମାନଙ୍କୁ କହିଲେ, ସେମାନେ ମରୁଭୂମି ଆଡ଼କୁ ବୁଲି ଗ୍ଭହିଁଲେ। ହଠାତ୍ ମେଘ ମଧ୍ୟରେ ସଦାପ୍ରଭୁଙ୍କ ମହିମା ଆବିର୍ଭାବ ହେଲା।
11 ସଦାପ୍ରଭୁ ମୋଶାଙ୍କୁ କହିଲେ, 12 “ଆମ୍ଭେ ଇସ୍ରାଏଲର ଅଭିଯୋଗ ଶୁଣିଅଛୁ। ତେଣୁ ସେମାନଙ୍କୁ କୁହ, ‘ଆଜି ରାତିରେ ତୁମ୍ଭେମାନେ ମାଂସ ଭକ୍ଷ୍ୟଣ କରିବ। ଏବଂ ପ୍ରଭାତରେ ତୁମ୍ଭର ଆବଶ୍ୟକ ପରିମାଣର ରୋଟୀ ଖାଇବ। ଏଥିରେ ତୁମ୍ଭେମାନେ ଜାଣି ପାରିବ ଯେ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।’”
13 ସେହି ରାତିରେ ଭାଟୁଇ ପକ୍ଷୀଗଣ ଆସିଲେ ଏବଂ ଛାଉଣିକୁ ଆଚ୍ଛାଦିତ କଲେ। ଏବଂ ପ୍ରଭାତରେ ଛାଉଣି ସ୍ଥାନରେ ଗ୍ଭରିଆଡ଼େ କାକରର ଏକ ସ୍ତର ଥିଲା। 14 ଏହା ପରେ କାକର ବିନ୍ଦୁସବୁ ଉର୍ଦ୍ଧକୁ ଉଠିଯିବାରୁ ଭୂମିସ୍ଥ କାକର ପରି ଗୋଲାକାର କ୍ଷୁଦ୍ର ଦ୍ରବ୍ୟ ମରୁଭୂମି ଉପରେ ପଡ଼ି ରହିଲା। 15 ଇସ୍ରାଏଲର ଲୋକମାନେ ଏହାକୁ ଦେଖି କଥାବାର୍ତ୍ତା ହେଲେ। “ଏଗୁଡ଼ିକ କ’ଣ?” ସେମାନେ ଏପରି କହିଲେ କାରଣ ସେମାନେ ଜାଣି ନ ଥିଲେ ଏଗୁଡ଼ିକ କ’ଣ ଥିଲା। ତେଣୁ ସେମାନେ ମୋଶାଙ୍କୁ ପଗ୍ଭରିଲେ, ତେଣୁ ମୋଶା ସେମାନଙ୍କୁ କହିଲେ, “ଏଗୁଡ଼ିକ ଖାଦ୍ୟ, ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କର ଦାନ। 16 ସଦାପ୍ରଭୁ କହନ୍ତି, ‘ତୁମ୍ଭେମାନେ ପ୍ରତ୍ୟେକ ଆପଣା ନିମନ୍ତେ ଯେତେ ଦରକାର ତାହା ସଂଗ୍ରହ କର। ତୁମ୍ଭମାନଙ୍କ ପ୍ରତ୍ୟେକ ଜଣ ନିଜ ନିଜ ତମ୍ବୁସ୍ଥିତ ପ୍ରାଣୀମାନଙ୍କ ସଂଖ୍ୟା ଅନୁସାରେ ଏକ ଏକ ଜଣ ପାଇଁ ଏକ ଏକ ଓମର ପରିମାଣରେ ତାହା ସଂଗ୍ରହ କର।’”
17 ତେଣୁ ଇସ୍ରାଏଲର ଲୋକମାନେ ଏହିପରି କଲେ। ପ୍ରତ୍ୟେକ ଲୋକ ଖାଦ୍ୟ ସଂଗ୍ରହ କଲେ। କିଛି ଲୋକ ଅନ୍ୟମାନଙ୍କଠାରୁ ଅଧିକ ଖାଦ୍ୟ ସଂଗ୍ରହ କଲେ। 18 ଏହା ପରେ ସେମାନେ ତାଙ୍କର ପରିବାରରେ ଖାଦ୍ୟ ବଣ୍ଟନ କଲେ। ଏଥିରେ ଯେଉଁମାନେ ଅଧିକ ସଂଗ୍ରହ କରିଥିଲେ ତାଙ୍କର ଖାଦ୍ୟ ବଳିଲା ନାହିଁ କି ଯେଉଁମାନେ କମ୍ ଖାଦ୍ୟ ସଂଗ୍ରହ କରିଥିଲେ ତାଙ୍କର ଅଭାବ ହେଲା ନାହିଁ।
19 ମୋଶା ସେମାନଙ୍କୁ କହିଲେ, “ଆସନ୍ତା ଦିନ ପାଇଁ ଖାଦ୍ୟ ସଂଗ୍ରହ କରି ରଖ ନାହିଁ।” 20 କିନ୍ତୁ କେତେକ ଲୋକ ସେମାନଙ୍କର କଥାକୁ ଧ୍ୟାନ ଦେଲେ ନାହିଁ। ଯେଉଁ ଖାଦ୍ୟ ଲୋକମାନେ ସଞ୍ଚୟ କରି ରଖିଥିଲେ, ସକାଳ ପର୍ଯ୍ୟନ୍ତ ତାହା ପୋକମାନଙ୍କ ଦ୍ୱାରା ଦୂଷିତ ହେଲା ଏବଂ ଦୁର୍ଗନ୍ଧ କଲା। ମୋଶା ସେମାନଙ୍କ ଉପରେ କ୍ଷୁବ୍ଧ ହେଲେ।
21 ପ୍ରତ୍ୟେକ ସକାଳେ ଲୋକମାନେ ସେମାନଙ୍କର ଖାଦ୍ୟ ସଂଗ୍ରହ କଲେ। ପ୍ରତ୍ୟେକ ଲୋକ ସେମାନଙ୍କର ଆବଶ୍ୟକ ମୁତାବକ ଖାଦ୍ୟ ସଂଗ୍ରହ କଲେ। ମାତ୍ର ପ୍ରଚଣ୍ଡ ଖରାରେ ତାହା ସବୁ ତରଳିଗଲା।
22 ଶୁକ୍ରବାର ଦିନ, ଖାଦ୍ୟର ଦୁଇଗୁଣ ସଂଗ୍ରହ କଲେ। ସେମାନେ ପ୍ରତ୍ୟେକଙ୍କ ପାଇଁ ଦୁଇ ଦୁଇ ଓମର ଖାଦ୍ୟ ସଂଗ୍ରହ କଲେ। ତେଣୁ ସମସ୍ତ ପ୍ରାଚୀନବର୍ଗମାନେ ଆସି ମୋଶାଙ୍କୁ ଜଣାଇଲେ।
ପରମେଶ୍ୱରଙ୍କ ପାଇଁ ଜୀବିତ ରୁହ
11 ପ୍ରିୟ ମିତ୍ରଗଣ, ତୁମ୍ଭେମାନେ ଏହି ଜଗତରେ ବିଦେଶୀ ଓ ପ୍ରବାସୀ ଲୋକ ଭାବରେ ଅଛ। ଅତଏବ ତୁମ୍ଭମାନଙ୍କର ଶରୀର ଇଚ୍ଛା କରୁଥିବା ମନ୍ଦ କାମଗୁଡ଼ିକରୁ ଦୂରରେ ରୁହ। ଏହି କାମଗୁଡ଼ିକ ତୁମ୍ଭ ଆତ୍ମା ବିରୁଦ୍ଧରେ ସଂଘର୍ଷ କରନ୍ତି। 12 ଅବିଶ୍ୱାସୀ ଲୋକମାନେ ତୁମ୍ଭ ଗ୍ଭରିପଟେ ଅଛନ୍ତି। ସେମାନେ କହି ପାରନ୍ତି ଯେ ତୁମ୍ଭେ ଖରାପ କାର୍ଯ୍ୟ କରୁଛ। ଅତଏବ ଉତ୍ତମ ଜୀବନଯାପନ କର। ତା’ହେଲେ ତୁମ୍ଭେମାନେ କରୁଥିବା ଭଲ କାମଗୁଡ଼ିକୁ ସେମାନେ ଦେଖିବେ ଓ ପରମେଶ୍ୱରଙ୍କ ଆସିବା ଦିନ ସେମାନ ତାହାଙ୍କୁ ମହିମା ଦେବେ।
କ୍ଷମତାରେ ଥିବା ଲୋକମାନଙ୍କ ଆଜ୍ଞା ପାଳନ କର
13 ଏହି ଜଗତରେ କ୍ଷମତାପ୍ରାପ୍ତ ଲୋକଙ୍କ ଆଜ୍ଞା ପାଳନ କର। ପ୍ରଭୁଙ୍କ ଲାଗି ଏହା କର। ସର୍ବୋଚ୍ଚ ଶାସନକର୍ତ୍ତା ରାଜାଙ୍କ ଆଜ୍ଞା ପାଳନ କର। 14 ରାଜାଙ୍କ ଦ୍ୱାରା ପ୍ରେରିତ ନେତାମାନଙ୍କର ଆଜ୍ଞା ପାଳନ କର। ମନ୍ଦ କାମ କରୁଥିବା ଲୋକଙ୍କୁ ଦଣ୍ଡ ଦେବା ଓ ଭଲ କାମ କରୁଥିବା ଲୋକଙ୍କୁ ପ୍ରଶଂସା କରିବା ଲାଗି ସେମାନଙ୍କୁ ପଠାଯାଇଥାଏ। 15 ଅତଏବ ଭଲ କାମ କରିବା ଦ୍ୱାରା, ଯେଉଁମାନେ ତୁମ୍ଭ ବିଷୟରେ ନିର୍ବୋଧ କଥାଗୁଡ଼ିକ କୁହନ୍ତି, ସେମାନଙ୍କ ମୁହଁ ବନ୍ଦ ହୋଇଯିବ। 16 ପରମେଶ୍ୱର ଏହା ଗ୍ଭହାନ୍ତି। ସ୍ୱାଧୀନ ଲୋକ ଭଳି ବିଚରଣ କର। କିନ୍ତୁ ମନ୍ଦ କର୍ମ କରିବା ପାଇଁ ଏହି ସ୍ୱାଧୀନତାର ଅପବ୍ୟବହାର କର ନାହିଁ। ପରମେଶ୍ୱରଙ୍କ ସେବାରେ ଜୀବନ କାଟ। 17 ସମସ୍ତଙ୍କୁ ସମ୍ମାନ ଦିଅ। ପରମେଶ୍ୱରଙ୍କ ପରିବାରର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଭଲ ପାଅ। ପରମେଶ୍ୱରଙ୍କୁ ଭୟ କର ଓ ରାଜାଙ୍କୁ ସମ୍ମାନ ଦିଅ।
ଯୀଶୁଙ୍କ ଦୁଃଖ ଭୋଗର ଦୃଷ୍ଟାନ୍ତ
18 ହେ କ୍ରୀତଦାସଗଣ! ତୁମ୍ଭ ମାଲିକର ଶାସନକୁ ସମ୍ମାନର ସହିତ ଗ୍ରହଣ କର। ତୁମ୍ଭେମାନେ ଭଲ ଓ ଭଦ୍ର ମାଲିକ ଏବଂ ମନ୍ଦ ମାଲିକର ମଧ୍ୟ ଆଜ୍ଞା ପାଳନ କରିବା ଉଚିତ୍। 19 ଜଣେ ଲୋକ ଭୁଲ୍ ନ କରିଥିଲେ ମଧ୍ୟ ସେ ଦୁଃଖ ପାଇ ପାରେ। ଯଦି ସେ ଲୋକ ପରମେଶ୍ୱରଙ୍କ କଥା ଚିନ୍ତା କରେ ଓ କଷ୍ଟକୁ ସହି ଯାଏ ତା’ହେଲେ ପରମେଶ୍ୱର ପ୍ରସନ୍ନ ହୁଅନ୍ତି। 20 କିନ୍ତୁ ଯଦି ତୁମ୍ଭେ ଭୁଲ୍ କରିଥିବାରୁ ଦଣ୍ଡିତ ହୁଅ, ତା’ହେଲେ ସେହି ଦଣ୍ଡ ସହିଥିଲ ବୋଲି ତୁମ୍ଭେ ପ୍ରଶଂସା ପାଇବାର କୌଣସି କାରଣ ନାହିଁ। କିନ୍ତୁ ତୁମ୍ଭେ ଯଦି ଭଲ କାମ କରି, ଯାତନା ସହି ଧୈର୍ଯ୍ୟବାନ ରୁହ, ତାହା ପରମେଶ୍ୱରଙ୍କୁ ପ୍ରସନ୍ନ କରେ। 21 ଏହା କରିବାକୁ ତୁମ୍ଭେ ଆହ୍ୱାନ ପାଇଛ। ତୁମ୍ଭେ ଅନୁସରଣ କରିବା ପାଇଁ ଖ୍ରୀଷ୍ଟ ଏକ ଉଦାହରଣ ଦେଖାଇ ଦେଇଯାଇଛନ୍ତି। ସେ ଯାହା କରିଥିଲେ, ତୁମ୍ଭେ ତାହା କରିବା ଉଚିତ୍। ସେ ତୁମ୍ଭ ପାଇଁ ଯାତନା ସହି ଥିବାରୁ, ତୁମ୍ଭେ ମଧ୍ୟ କଷ୍ଟ ଭୋଗିଲା ବେଳେ ଧୈର୍ଯ୍ୟଶୀଳ ହେବା ଉଚିତ୍।
22 “ସେ କୌଣସି ପାପ କରି ନ ଥିଲେ
ଓ କୌଣସି ମିଛ କଥା ମୁହଁରେ ଉଚ୍ଚାରଣ କରି ନ ଥିଲେ।” (A)
23 ଲୋକେ ଖ୍ରୀଷ୍ଟଙ୍କୁ ମନ୍ଦ କଥା କହିଲେ, କିନ୍ତୁ ଯୀଶୁ ସେମାନଙ୍କୁ ମନ୍ଦ କଥା କହି ନାହାନ୍ତି। ଯୀଶୁ ଯାତନା ସହିଲେ, କିନ୍ତୁ ସେ ଲୋକଙ୍କୁ ଧମକ ଦେଇ କିଛି କହି ନ ଥିଲେ। ଯୀଶୁ ତାହାଙ୍କ ଯତ୍ନ ନେବା ପାଇଁ ପରମେଶ୍ୱରଙ୍କଠାରେ ନିର୍ଭରଶୀଳ ହେଲେ। 24 ପରମେଶ୍ୱର ନ୍ୟାୟ ବିଗ୍ଭର କରନ୍ତି। କ୍ରୁଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ୱଦେହରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଇ, ଯାହା ସତ୍ୟ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ୱାରା ତୁମ୍ଭେମାନେ ସୁସ୍ଥ ହୋଇଛ। 25 ମେଣ୍ଢା ଭଳି ତୁମ୍ଭେମାନେ ଭୁଲ୍ ରାସ୍ତାରେ ଗ୍ଭଲି ଯାଇଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କର ଆତ୍ମାର ମେଷପାଳକ ଓ ରକ୍ଷକଙ୍କ ପାଖକୁ ଫେରି ଆସିଛ।
12 ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଛି! ଯେପରି ମୁଁ ତୁମ୍ଭକୁ ପ୍ରେମ କରିଛି ତୁମ୍ଭେମାନେ ମଧ୍ୟ ପରସ୍ପରକୁ ସେହିପରି ପ୍ରେମ କର। 13 ନିଜ ବନ୍ଧୁମାନଙ୍କ ପାଇଁ ପ୍ରାଣଦାନ ଦେଇ ଜଣେ ବ୍ୟକ୍ତି ସର୍ବୋତ୍କୃଷ୍ଟ ପ୍ରେମ ଦେଖାଇ ପାରିବ। 14 ତୁମ୍ଭେ ଯଦି ମୋ’ କହିବା ଅନୁଯାୟୀ କାମ କର, ତେବେ ତୁମ୍ଭେମାନେ ମୋର ବନ୍ଧୁ। 15 ମୁଁ ତୁମ୍ଭମାନଙ୍କୁ ବର୍ତ୍ତମାନ ସେବକ ବୋଲି କହୁ ନାହିଁ। ଜଣେ ସେବକ, ତା’ର ମୁନିବ କ’ଣ କରେ, ଜାଣେ ନାହିଁ। କିନ୍ତୁ ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୁଁ ପରମପିତାଙ୍କଠାରୁ ଯାହାସବୁ ଶୁଣିଛି ତାହା କହିଛି।
16 “ତୁମ୍ଭେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭକୁ ମନୋନୀତ କରିଛି। ମୁଁ ତୁମ୍ଭକୁ ଏହି କାର୍ଯ୍ୟ ଦେଇଛି, ଯେପରି ତୁମ୍ଭେ ଯାଇ ଫଳ ଫଳିବ। ମୁଁ ଗ୍ଭହେଁ, ତୁମ୍ଭ ଜୀବନରେ ଏହି ଫଳ ଲାଗିରହୁ। ସେଥିରେ ମୋ’ ନାମ ନେଇ ଯାହା ମାଗିବ, ପରମପିତା ତୁମ୍ଭକୁ ତାହା ଦେବେ। 17 ଏହା ମୋର ଆଦେଶ, ତୁମ୍ଭେମାନେ ପରସ୍ପରକୁ ପ୍ରେମ କର।
ଯୀଶୁ ଶିଷ୍ୟମାନଙ୍କୁ ସତର୍କ କରନ୍ତି
18 “ଯଦି ତୁମ୍ଭକୁ ଜଗତ ଘୃଣା କରେ, ତେବେ ମନେରଖ, ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବରୁ ଜଗତ ମୋତେ ଘୃଣା କରିଛି। 19 ତୁମ୍ଭେମାନେ ଯଦି ଏ ଜଗତର ହୋଇଥାଆନ୍ତ, ତେବେ ସଂସାର ତୁମ୍ଭମାନଙ୍କୁ ଭଲ ପାଉଥା’ନ୍ତା, ଯେପରି ଏହା ନିଜ ଲୋକକୁ ଭଲ ପାଏ। କିନ୍ତୁ ମୁଁ ତୁମ୍ଭକୁ ଜଗତ ଭିତରୁ ବାଛିଛି। ତେଣୁ ତୁମ୍ଭେ ଏ ଜଗତର ନୁହଁ। ସେଥିପାଇଁ ଜଗତ ତୁମ୍ଭକୁ ଘୃଣା କରେ।
20 “ମୁଁ ତୁମ୍ଭକୁ ଯାହା କହିଥିଲି ତାହା ମନେରଖ: ଜଣେ ଗ୍ଭକର ତା’ର ମୁନିବଠାରୁ ବଡ଼ ନୁହେଁ। ଯଦି ଲୋକମାନେ ମୋତେ ତାଡ଼ନା କରିଛନ୍ତି, ତେବେ ସେମାନେ ତୁମ୍ଭକୁ ମଧ୍ୟ ତାଡ଼ନା କରିବେ। ସେମାନେ ମୋର ଉପଦେଶ ମାନିଛନ୍ତି, ତେଣୁ ତୁମ୍ଭର ଉପଦେଶ ମଧ୍ୟ ମାନିବେ। 21 ଲୋକମାନେ ମୋ’ ଯୋଗୁଁ ତୁମ୍ଭ ପ୍ରତି ଏଭଳି ବ୍ୟବହାର କରିବେ। କାରଣ ସେମାନେ ମୋର ପ୍ରେରଣକର୍ତ୍ତାଙ୍କୁ ଜାଣନ୍ତି ନାହିଁ। 22 ମୁଁ ଯଦି ଆସି ନ ଥା’ନ୍ତି ଓ ଏଜଗତର ଲୋକମାନଙ୍କୁ କହି ନ ଥା’ନ୍ତି, ତେବେ ସେମାନେ ପାପରେ ଦୋଷୀ ବୋଲି ବିବେଚିତ ହୁଅନ୍ତେ ନାହିଁ। କିନ୍ତୁ ମୁଁ ବର୍ତ୍ତମାନ ସେମାନଙ୍କୁ କହିଛି। ତେଣୁ ତାହାଙ୍କ ପାପ ପାଇଁ ସେମାନଙ୍କ ପାଖରେ କୌଣସି ଆଳ ନାହିଁ।
23 “ମୋତେ ଘୃଣା କରୁଥିବା ବ୍ୟକ୍ତି ମୋର ପରମପିତାଙ୍କୁ ମଧ୍ୟ ଘୃଣା କରେ। ମୁଁ ଯେଉଁ ଆଶ୍ଚର୍ଯ୍ୟକାର୍ଯ୍ୟ ସେ ଲୋକମାନଙ୍କ ମଧ୍ୟରେ କରିଛି, ତାହା କୌଣସି ଲୋକ କେବେ କରି ନାହିଁ। 24 ଯଦି ମୁଁ ସେହି କାର୍ଯ୍ୟ କରି ନ ଥା’ନ୍ତି, ତେବେ ସେମାନେ ପାପଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ନ ଥାଆନ୍ତେ। କିନ୍ତୁ ସେମାନେ ମୋର ସେହି ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ଦେଖିଛନ୍ତି। ତଥାପି ସେମାନେ ମୋତେ ଓ ପରମପିତାଙ୍କୁ ଘୃଣା କରନ୍ତି। 25 ଏସବୁ ଘଟିବା ଦ୍ୱାରା ତାହାଙ୍କ ବିଧି ବ୍ୟବସ୍ଥାରେ ଯାହା ଲେଖାଥିଲା ତାହା ସତ୍ୟ ହେଲା: ‘ସେମାନେ ମୋତେ ବିନା କାରଣରେ ଘୃଣା କଲେ।’ [a]
26 “ମୁଁ ପରମପିତାଙ୍କ ପାଖରୁ ତୁମ୍ଭମାନଙ୍କ ନିକଟକୁ ସେହି ସାହାଯ୍ୟକାରୀଙ୍କୁ ପଠାଇବି। ସେହି ସାହାଯ୍ୟକାରୀ ସତ୍ୟମୟ ଆତ୍ମା ଅଟନ୍ତି। ସେ ପରମପାତାଙ୍କ ପାଖରୁ ଆସନ୍ତି। ସେ ଯେତେବେଳେ ଆସିବେ, ସେ ମୋ’ ବିଷୟରେ ସାକ୍ଷ୍ୟ ଦେବେ। 27 ତୁମ୍ଭେ ମୋ’ ବିଷୟରେ ଲୋକମାନଙ୍କୁ ମଧ୍ୟ କହିବ, କାରଣ ତୁମ୍ଭେମାନେ ପ୍ରଥମରୁ ମୋ’ ସହିତ ରହିଛ।
2010 by World Bible Translation Center