Book of Common Prayer
ଆଲେଫ୍
119 ଯେଉଁ ଲୋକମାନେ ପବିତ୍ର ଭାବରେ ଜୀବନଯାପନ କରନ୍ତି,
ଓ ଯେଉଁମାନେ ସଦାପ୍ରଭୁଙ୍କର ନିୟମସବୁ ଅନୁସରଣ କରନ୍ତି, ସେମାନେ ଧନ୍ୟ!
2 ଯେଉଁ ଲୋକମାନେ ସଦାପ୍ରଭୁଙ୍କର ଚୁକ୍ତି ମାନନ୍ତି,
ଓ ଯେଉଁମାନେ ହୃଦୟରେ ସଦାପ୍ରଭୁଙ୍କୁ ଖୋଜନ୍ତି, ସେମାନେ ଧନ୍ୟ!
3 ସେହି ଲୋକମାନେ କୌଣସି ଅଧର୍ମ କାର୍ଯ୍ୟ କରନ୍ତି ନାହିଁ,
କିନ୍ତୁ ସେମାନେ ସଦାପ୍ରଭୁଙ୍କ ପଥ ଅନୁସରଣ କରନ୍ତି।
4 ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ
ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦେଇଅଛ।
5 ମୁଁ ଆଶା କରୁଛି ଯେ, ମୁଁ ବୋଧହୁଏ ତୁମ୍ଭର ନିୟମ
ଅପରିବର୍ତ୍ତନୀୟ ଭାବରେ ଅଧିକ ମାନିବି।
6 ଯଦି ମୁଁ ତୁମ୍ଭର ଆଜ୍ଞା ସକଳ ପ୍ରତି ଦୃଷ୍ଟି ରଖିବି,
ତେବେ ମୁଁ ଲଜ୍ଜିତ ହେବି ନାହିଁ।
7 ମୁଁ ତୁମ୍ଭକୁ ସର୍ବାନ୍ତକରଣ ହୃଦୟ ସହିତ ପ୍ରଶଂସା କରିବି,
ଯେତେବେଳେ ମୁଁ ତୁମ୍ଭର ନ୍ୟାୟପରାୟଣତା ବିଷୟରେ ଜାଣିବି।
8 ମୁଁ ତୁମ୍ଭର ବିଧିସବୁ ପାଳନ କରିବି।
ମୋତେ ଏକୁଟିଆ କରି ଛାଡ଼ ନାହିଁ।
ବୈତ୍
9 ତୁମ୍ଭର ବାକ୍ୟାନୁଯାୟୀ କିପରି ଜଣେ ଯୁବକ
ତା'ର ଜୀବନକୁ ପବିତ୍ର କରି ପାରିବ?
10 ସଦାପ୍ରଭୁ, ମୁଁ ଚେଷ୍ଟା କରିବି ମୋର ସର୍ବାନ୍ତକରଣ ହୃଦୟରେ ତୁମ୍ଭର ସେବା କରିବି।
ତୁମ୍ଭର ଆଜ୍ଞାରୁ ଗ୍ଭଲିଯିବାକୁ ମୋତେ ପ୍ରତିରୋଧ କର।
11 ମୁଁ ମୋ’ ହୃଦୟରେ ତୁମ୍ଭର ପ୍ରତିଜ୍ଞାକୁ ସଞ୍ଚୟ କରି ରଖିଅଛି,
ଯେପରି ମୁଁ ତୁମ୍ଭ ବିରୁଦ୍ଧରେ ପାପ ନ କରିବି।
12 ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରଶଂସା କରେ।
ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
13 ମୋ’ ଓଷ୍ଠସହ ତୁମ୍ଭର ନ୍ୟାୟପରାୟଣତାକୁ ବାରମ୍ବାର କହିଅଛି।
14 ତୁମ୍ଭର ବାକ୍ୟରେ ରହି
ମୁଁ ସବୁ ସମ୍ଭବ ସମ୍ପଦ ପାଇଅଛି।
15 ମୁଁ ତୁମ୍ଭର ନିର୍ଦ୍ଦେଶର ମଧ୍ୟସ୍ଥି ହେବାକୁ ଗ୍ଭହୁଁଛି
ଏବଂ ଯେଉଁ ରାସ୍ତା ତୁମ୍ଭେ ଅନୁସରଣ କରିବାକୁ କହିଅଛ ମୁଁ ତାହା ଅନୁସରଣ କରିବି।
16 ମୁଁ ତୁମ୍ଭ ବ୍ୟବସ୍ଥାରେ ଆନନ୍ଦ କରିବି।
ମୁଁ ତୁମ୍ଭର ବାକ୍ୟ ପାଶୋରିବି ନାହିଁ।
ଗିମେଲ୍
17 ମୁଁ ଯେମନ୍ତ ବଞ୍ଚିପାରିବି, ଏଥିପାଇଁ ତୁମ୍ଭେ ଆପଣା ଦାସର ମଙ୍ଗଳ କର,
ଯେଉଁଥିରେ ମୁଁ ତୁମ୍ଭର ବାକ୍ୟ ପାଳନ କରି ପାରିବି।
18 ହେ ସଦାପ୍ରଭୁ, ମୋର ଆଖି ଉନ୍ମୁକ୍ତ କର।
ଯେଉଁଥିରେ ମୁଁ ତୁମ୍ଭର ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖି ପାରିବି।
19 ମୁଁ ଏହି ସ୍ଥାନରେ ଜଣେ ପ୍ରବାସୀ।
ହେ ସଦାପ୍ରଭୁ, ତୁମ୍ଭର ଆଜ୍ଞାସବୁ
ମୋ'ଠାରୁ ଲୁଗ୍ଭଅ ନାହିଁ।
20 ମୁଁ ସର୍ବଦା ତୁମ୍ଭର ଶାସନସକଳ
ପଢ଼ିବା ପାଇଁ ବହୁତ ଗ୍ଭହେଁ।
21 ସଦାପ୍ରଭୁ ତୁମ୍ଭେ ଗର୍ବୀ ଲୋକମାନଙ୍କୁ ଉପହାସ କର।
ଯେଉଁମାନେ ତୁମ୍ଭର ଆଜ୍ଞାଗୁଡ଼ିକୁ ଅନୁସରଣ କରିବାକୁ ବନ୍ଦ କରନ୍ତି ସେମାନେ ଅଭିଶପ୍ତ ହୁଅନ୍ତି।
22 ମୋ'ଠାରୁ ନିନ୍ଦା ଓ ଅପମାନସବୁ ଦୂର କର।
ମୁଁ ତୁମ୍ଭର ବାକ୍ୟ ଅନୁସରଣ କରିଅଛି।
23 ଏପରିକି ଅଧିପତିମାନେ ଶିଖନ୍ତି
ଏବଂ ମୋ’ ବିରୁଦ୍ଧରେ ମନ୍ଦ ଉପାୟ କରନ୍ତି।
ମୁଁ ତୁମ୍ଭର ଦାସ, ତୁମ୍ଭର ନିୟମର ମଧ୍ୟସ୍ଥି ହୋଇଛି।
24 ତୁମ୍ଭର ଆଇନଗତ ଆଦେଶ ମୋତେ ଆନନ୍ଦ ଦିଏ।
ସେମାନେ ମୋର ଅତି ଆପଣାର ଆଦେଶଦାତା।
ପ୍ରଧାନ ବାଦ୍ୟକର ନିମନ୍ତେ ଶମୀନୀତ୍ ସ୍ୱରରେ ଦାଉଦଙ୍କର ଗୀତ।
12 ହେ ସଦାପ୍ରଭୁ, ମୋତେ ଉଦ୍ଧାର କର,
କାରଣ ଧାର୍ମିକ ଲୋକମାନେ ଲୋପ ପାଉଅଛନ୍ତି।
ଏ ପୃଥିବୀରେ ତୁମ୍ଭର ପରମ ଅନୁରକ୍ତ ବିଶ୍ୱାସୀ ଲୋକର ହ୍ରାସ ହେଉଛି।
2 ଲୋକମାନେ ନିଜ ପଡ଼ୋଶୀ ସହିତ ମିଥ୍ୟା କହନ୍ତି।
ପ୍ରତ୍ୟେକ ମଣିଷ ଆଜି ଗ୍ଭଟୁକାର ସାଜି ପଡ଼ୋଶୀମାନଙ୍କୁ ମିଥ୍ୟା କଥାରେ ଭୁଲାଇ କହନ୍ତି।
3 ସଦାପ୍ରଭୁ ସେମାନଙ୍କର ଓଷ୍ଠ ବନ୍ଦ କରିବେ, ଯିଏ ମିଥ୍ୟା ବାକ୍ୟ ଉଚ୍ଚାରଣ କରେ।
ସଦାପ୍ରଭୁ ସେମାନଙ୍କର ଜିହ୍ୱା ବନ୍ଦ କରିବେ, ଯିଏ ଗର୍ବର କାହାଣୀ ପ୍ରକାଶ କରେ।
4 ସେହି ଲୋକମାନେ କହନ୍ତି, “ଆମ୍ଭେମାନେ ଏହିପରି ମିଥ୍ୟା କହି ଲୋକମାନଙ୍କ ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିବୁ।
ଆମ୍ଭେ ଜାଣୁ ଆମ୍ଭକୁ କ’ଣ କହିବାକୁ ପଡ଼ିବ।
ଯାହା ଫଳରେ କେହି ଆମ୍ଭମାନଙ୍କ ଉପରେ କର୍ତ୍ତା ସାଜି ପାରିବ ନାହିଁ।”
5 କିନ୍ତୁ ସଦାପ୍ରଭୁ କହନ୍ତି,
“ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଗ୍ଭେରାଇ ନିଅନ୍ତି।
ସେମାନେ ଅସହାୟ ଲୋକଙ୍କଠାରୁ ଜିନିଷ ନେଇଯାଆନ୍ତି।
କିନ୍ତୁ ମୁଁ ସେମାନଙ୍କ ଉଦ୍ଦେଶ୍ୟ ସଫଳ ହେବାକୁ ଦେବି ନାହିଁ ଓ ମୁଁ ସେହି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।”
6 ଦାପ୍ରଭୁଙ୍କର ବାକ୍ୟସବୁ ସତ୍ୟ ଓ ନିର୍ମଳ।
ଯାହାକି ଗରମ ନିଆଁରେ ତରଳା ଯାଉଥିବା ରୂପା ପରି ସେଗୁଡ଼ିକୁ ସାତଥର ତରଳା ଯାଇଥିବା ରୂପା ପରି ଶୁଦ୍ଧ।
7 ହେ ସଦାପ୍ରଭୁ, ସେହି ଅସହାୟ ଲୋକମାନଙ୍କର ଯତ୍ନ ନିଅ।
ସେମାନଙ୍କୁ ବର୍ତ୍ତମାନ ଓ ସବୁଦିନ ପାଇଁ ରକ୍ଷା କର।
8 ସେହି ଦୁଷ୍ଟ ଲୋକମାନେ ଯଦିଓ ପ୍ରାଧାନ୍ୟ ବିସ୍ତାର କରନ୍ତି, କିନ୍ତୁ ପ୍ରକୃତରେ ସେମାନେ ଦେଖିବାକୁ ସୁନ୍ଦର ଗହଣା ପରି।
ଏହା ବହୁମୂଲ୍ୟ ଭଳି ଜଣା ପଡ଼ିଲେ ବି ପ୍ରକୃତରେ ଏହା ଅତି ଶସ୍ତା ଅଟେ।
ଦାଉଦଙ୍କର ଗୀତ
13 ହେ ସଦାପ୍ରଭୁ, କେତେଦିନ ମୋତେ ଭୁଲି ଯିବ?
ସତରେ କ’ଣ ତୁମେ ମୋତେ ସବୁଦିନ ପାଇଁ ଭୁଲି ପାରିବ?
କେତେଦିନ ପର୍ଯ୍ୟନ୍ତ ଗ୍ରହଣ କରିବାକୁ ମନା କରବ?
2 କେତେକାଳ ମୁଁ ଏଭଳି ବଲୁଥିବି, ଯଦି ତୁମ୍ଭେ ମୋତେ ଭୁଲି ଯାଇଥିବ?
କେତେକାଳ ପର୍ଯ୍ୟନ୍ତ ଏହି ଦୁଃଖକୁ ମୁଁ ହୃଦୟରେ ବୋହି ଗ୍ଭଲିବି?
କେତେକାଳ ପର୍ଯ୍ୟନ୍ତ ମୋର ଶତ୍ରୁ ମୋ’ ଉପରେ ବିଜୟ ଲାଭ କରିବ?
3 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୋତେ ଥରେ ଗ୍ଭହଁ, ମୋର ପ୍ରଶ୍ନର ଉତ୍ତର ଦିଅ।
ମୋତେ ଜାଣିବାକୁ ଦିଅ, ନଚେତ୍ ମୁଁ ଜୀବନ ହରାଇବି।
4 ଯଦି ତାହା ସତରେ ଘଟେ ତେବେ ମୋର ଶତ୍ରୁମାନେ କହିବେ, “ଆମ୍ଭେ ସେମାନଙ୍କୁ ଜୟ କରିଅଛୁ।”
ମୋର ଶତ୍ରୁମାନେ ଖୁସୀ ହେବେ ଯଦି ସେମାନେ ମୋତେ ପରାସ୍ତ କରନ୍ତି।
5 ହେ ସଦାପ୍ରଭୁ, ତୁମ୍ଭେ ମୋତେ ସାହାଯ୍ୟ କରିବ ବୋଲି, ମୁଁ ତୁମ୍ଭ ଉପରେ ଭରସା ରଖିଛି।
ତୁମ୍ଭେ ମୋତେ ଉଦ୍ଧାର କରି ମୋତେ ଖୁସୀ କରାଅ।
6 ମୁଁ ସଦାସର୍ବଦା ସଦାପ୍ରଭୁଙ୍କ ଉଦ୍ଧେଶ୍ୟରେ ଏହି ଖୁସୀର ଗୀତ ଗାନ କରିବି।
କାରଣ ସେ ମୋ’ ପ୍ରତି ସଦୟ ହୋଇ ଅଶେଷ ଉପକାର କରିଛନ୍ତି।
ପ୍ରଧାନ ନିର୍ଦ୍ଦେଶକଙ୍କୁ ଦାଉଦଙ୍କ ଗୀତ।
14 ଏକ ମୂର୍ଖ ଲୋକ ନିଜ ହୃଦୟରେ କହେ, “ପରମେଶ୍ୱର ନାହାନ୍ତି।”
ସେହି ମୂର୍ଖମାନେ ଭ୍ରଷ୍ଟ ଓ ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରନ୍ତି।
ସେମାନଙ୍କ ମଧ୍ୟରେ ଉତ୍ତମ କାର୍ଯ୍ୟ କରିଥିବା ଲୋକ କେହି ନାହାନ୍ତି।
2 ସଦାପ୍ରଭୁ ସ୍ୱର୍ଗରୁ ଥାଇ ତଳକୁ ଦୃଷ୍ଟି ନିକ୍ଷେପ କରି ଦେଖନ୍ତି ଯେ,
ଯଦି କେହି ଜ୍ଞାନୀ ଲୋକ ତାଙ୍କ ଅନୁରକ୍ତ ଅଛନ୍ତି ନା ନାହିଁ।
ବିଜ୍ଞ ଲୋକମାନେ ସର୍ବଦା ପରମେଶ୍ୱରଙ୍କୁ ସହାୟତା ପାଇଁ ପ୍ରାର୍ଥନା କରନ୍ତି।
3 କିନ୍ତୁ ପ୍ରତ୍ୟେକ ମଣିଷ ଆଜି
ପରମେଶ୍ୱରଙ୍କଠାରୁ ଦୂରେଇ ଯାଇଛନ୍ତି।
ସବୁ ମଣିଷ ଆଜି ଦୁଷ୍ଟ ମଣିଷରେ ପରିଣତ ହୋଇଛନ୍ତି।
ଜଣେ ବି କେହି ଆଜି ଭଲ କାର୍ଯ୍ୟ କରୁଥିବା ଲୋକ ନାହାନ୍ତି।
4 ଦୁଷ୍ଟ ଲୋକମାନେ ମୋର ଅନେକ ଲୋକଙ୍କୁ ନଷ୍ଟ କରିଛନ୍ତି
ଓ ସେହି ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ
ଏବଂ ସଦାପ୍ରଭୁଙ୍କ ସମ୍ମୁଖୀନ ହୋଇ ପାରନ୍ତି ନାହିଁ।
5-6 ସେହି ଦୁଷ୍ଟ ଲୋକମାନେ ନିରୀହ ଲୋକର ଉପଦେଶକୁ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି କାହିଁକି?
କାରଣ ସେହି ନିରୀହ ଲୋକଟି ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳ
କିନ୍ତୁ ପରମେଶ୍ୱର ସର୍ବଦା ଧାର୍ମିକ ଲୋକମାନଙ୍କ ମଧ୍ୟରେ ବାସ କରନ୍ତି।
ତେଣୁ ଦୁଷ୍ଟ ଲୋକମାନେ ନିଶ୍ଚିତ ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍।
7 ମୁଁ ଆଶାକରେ କେହି ଜଣେ ତାଙ୍କର ମନ୍ଦିରରୁ ସିୟୋନ ପର୍ବତ ଉପରକୁ ଆସନ୍ତା
ଏବଂ ଇସ୍ରାଏଲକୁ ରକ୍ଷା କରନ୍ତା।
ସେତେବେଳେ ସଦାପ୍ରଭୁ ତାହାଙ୍କର ଲୋକମାନଙ୍କୁ ପୁନର୍ବାର ଶକ୍ତିଶାଳୀ କରନ୍ତି,
ତାହାହେଲେ ଯାକୁବ[a] ଆହ୍ଲାଦିତ ହେବ।
ଇସ୍ରାଏଲ ବହୁତ ଖୁସୀ ହେବ।
ଇସ୍ରାଏଲ ପ୍ରାନ୍ତର ମଧ୍ୟକୁ ଯାଆନ୍ତି
22 ମୋଶା ଇସ୍ରାଏଲ ଲୋକମାନଙ୍କୁ ସୂଫସାଗରଠାରୁ ପର୍ବତ ଆଡ଼କୁ ନେଇଗଲେ। ସେମାନେ ତିନି ଦିନ ଧରି ମରୁଭୂମିରେ ଯାତ୍ରା କଲେ, ଲୋକମାନେ ଟିକେ ମଧ୍ୟ ପାଣି ପାଇଲେ ନାହିଁ। 23 ତିନି ଦିନ ପରେ ଲୋକମାନେ ମାରାଠାରେ ପହଞ୍ଚିଲେ। ସେଠାରେ ପାଣି ଥିଲା କିନ୍ତୁ ତିକ୍ତତା ହେତୁ ପାନୀୟ ଯୋଗ୍ୟ ନ ଥିଲା। ଯେଉଁଥିପାଇଁ ସେହି ସ୍ଥାନର ନାମ ହେଲା ମାରା।
24 ଲୋକମାନେ ମୋଶାଙ୍କ ନିକଟରେ ଅଭିଯୋଗ କଲେ। ଲୋକମାନେ କହିଲେ, “ଆମ୍ଭେ କ’ଣ ପିଇବୁ?”
25 ମୋଶା ସଦାପ୍ରଭୁଙ୍କୁ ଡାକ ପକାଇଲେ। ତେଣୁ ସଦାପ୍ରଭୁ ତାଙ୍କୁ ଏକ ବୃକ୍ଷ ଦେଖାଇଲେ। ମୋଶା ସେହି ବୃକ୍ଷର ଶାଖାକୁ ଜଳରେ ପକାନ୍ତେ ଏହା ମଧୁର ହୋଇଗଲା।
ସେହି ସ୍ଥାନରେ, ସଦାପ୍ରଭୁ ତାଙ୍କୁ ବ୍ୟବସ୍ଥା ଓ ଆଜ୍ଞା ଦେଲେ। ସେଠାରେ ସେ ତାଙ୍କୁ ପରୀକ୍ଷା କଲେ। 26 ତା'ପରେ ସେ କହିଲେ, “ତୁମ୍ଭେ ଯେବେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କର ଏବଂ ତାଙ୍କ ଦୃଷ୍ଟିରେ ଯାହା ଉଚିତ୍ ତାହା କର, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କର ବ୍ୟବସ୍ଥାସବୁ ପାଳନ କର, ତେବେ ମିଶରୀୟମାନେ ଯେଉଁସବୁ ରୋଗରେ ପୀଡ଼ିତ ହେଲେ, ତୁମ୍ଭେମାନେ ସେହି ରୋଗରେ ପୀଡ଼ିତ ହେବ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।”
27 ଏହା ପରେ ଲୋକମାନେ ଏଲୀମକୁ ଗଲେ। ଏଲୀମଠାରେ ବାରଟି ନିର୍ଝର ଏବଂ ସତୁରୀଟି ଖଜୁରୀ ଗଛ ଥିଲା। ତେଣୁ ଲୋକମାନେ ସେଠାରେ ପାଣି ପାଖରେ ଛାଉଣି ସ୍ଥାପନ କଲେ।
16 ଏହା ପରେ ଇସ୍ରାଏଲର ସମସ୍ତ ସମାଜ ଏଲୀମ ଛାଡ଼ି ସୀନୟ ମରୁଭୂମିକୁ ଗଲେ, ଯାହାକି ଏଲୀମ ସୀନୟର ମଝିରେ ଥିଲା। ସେମାନେ ମିଶର ଛାଡ଼ିବାର ଦ୍ୱିତୀୟ ମାସର ପଞ୍ଚଦଶ ଦିନରେ ସେଠାରେ ପହଞ୍ଚିଲେ। 2 ଏହା ପରେ ସମଗ୍ର ଇସ୍ରାଏଲୀୟ ସମାଜ ମରୁଭୂମିଠାରେ ମୋଶା ଓ ହାରୋଣଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ। 3 ଲୋକମାନେ କହିଲେ, “ଏହା ବହୁତ ଭଲ ହୋଇଥା’ନ୍ତା, ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ ମିଶରରେ ହତ୍ୟା କରିଥା’ନ୍ତେ। ସେଠାରେ ଆମ୍ଭର ପ୍ରଚୁର ଖାଦ୍ୟ ଥିଲା। ଆମ୍ଭେ ଆବଶ୍ୟକ ପରିମାଣର ଖାଦ୍ୟ ସେଠାରେ ପାଉଥିଲୁ। କିନ୍ତୁ ତୁମ୍ଭେ ଆମ୍ଭଙ୍କୁ ଏଠାକୁ ଆଣିଲ। ତୁମ୍ଭେ ଏଠାରେ ଆମ୍ଭକୁ ଭୋକରେ ମାରିବାକୁ ଗ୍ଭହଁ କି?”
4 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ ଆମ୍ଭେ ତୁମ୍ଭମାନଙ୍କ ପାଇଁ ଆକାଶ ମାର୍ଗରୁ ଖାଦ୍ୟଦ୍ରବ୍ୟ ବୃଷ୍ଟି କରିବା। ଲୋକମାନେ ପ୍ରତିଦିନ ବାହାରକୁ ଯାଇ ତାଙ୍କର ଆବଶ୍ୟକ ପରିମାଣରେ ଖାଦ୍ୟ ସଂଗ୍ରହ କରି ଆଣିବେ। ଏଥିରୁ ଜଣା ପଡ଼ିବ ଯେ ସେମାନେ ଆମ୍ଭର ବ୍ୟବସ୍ଥା ଅନୁସାରେ ଚଳୁଛନ୍ତି ନା ନାହିଁ। 5 ପ୍ରତ୍ୟେକ ଲୋକ ଦିନକ ପାଇଁ ଯେତିକି ଖାଦ୍ୟ ଦରକାର ସେତିକି ଖାଦ୍ୟ ସଂଗ୍ରହ କରିବେ। କିନ୍ତୁ ଶୁକ୍ରବାର ଦିନ, ଯେତେବେଳେ ଲୋକମାନେ ତାଙ୍କର ଖାଦ୍ୟ ପ୍ରସ୍ତୁତ କରିବେ, ସେତେବେଳେ ସେମାନେ ଦେଖିବେ ଯେ ତାହା ଦୁଇଗୁଣ ହୋଇଯିବ।”
6 ତେଣୁ ମୋଶା ଏବଂ ହାରୋଣ ଇସ୍ରାଏଲର ଲୋକମାନଙ୍କୁ କହିଲେ, “ଆଜି ରାତିରେ ତୁମ୍ଭେମାନେ ସଦାପ୍ରଭୁଙ୍କର ଶକ୍ତି ଦେଖି ପାରିବ। ତୁମ୍ଭେମାନେ ଜାଣି ପାରିବ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ ମିଶରରୁ ଉଦ୍ଧାର କରିଛନ୍ତି। 7 ଆସନ୍ତାକାଲି ପ୍ରଭାତରେ ତୁମ୍ଭେମାନେ ପରମେଶ୍ୱରଙ୍କର ମହିମା ଦେଖିବ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି, ଯାହା ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ କଲ। କିନ୍ତୁ ଆମ୍ଭେମାନେ କିଏ? ପ୍ରକୃତରେ ତୁମ୍ଭେ ଆମ୍ଭମାନଙ୍କ ବିରୁଦ୍ଧରେ ଆପତ୍ତି କରୁ ନାହଁ, ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧରେ ଆପତ୍ତି କରୁଅଛ।”
8 ଏବଂ ମୋଶା କହିଲେ, “ତେଣୁ ଆଜି ରାତ୍ରିରେ ସେ ତୁମ୍ଭମାନଙ୍କୁ ମାଂସ ଭୋଜନ କରିବାକୁ ଦେବେ। ଏବଂ ପ୍ରଭାତରେ ସେ ତୁମ୍ଭମାନଙ୍କୁ ଆବଶ୍ୟକ ପରିମାଣରେ ରୋଟୀ ମଧ୍ୟ ଦେବେ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି। ଯାହା ତୁମ୍ଭେ ଆମ୍ଭ ବିରୁଦ୍ଧରେ କଲ। କିନ୍ତୁ ଆମ୍ଭେ କିଏ? ପ୍ରକୃତରେ ତୁମ୍ଭେମାନେ ଆମ୍ଭମାନଙ୍କ ବିରୁଦ୍ଧରେ ଆପତ୍ତି କରୁ ନାହଁ। ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧରେ ଆପତ୍ତି କରୁଅଛ।”
9 ଏହା ପରେ ମୋଶା ହାରୋଣଙ୍କୁ କହିଲେ, “ଇସ୍ରାଏଲର ସମସ୍ତ ଲୋକଙ୍କୁ, ‘ସଦାପ୍ରଭୁଙ୍କ ସମ୍ମୁଖରେ ଏକତ୍ରିତ ହେବାକୁ କୁହ। ଯେହେତୁ ସେ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଲେ।”’
10 ଯେତେବେଳେ ହାରୋଣ ଇସ୍ରାଏଲୀୟମାନଙ୍କୁ କହିଲେ, ସେମାନେ ମରୁଭୂମି ଆଡ଼କୁ ବୁଲି ଗ୍ଭହିଁଲେ। ହଠାତ୍ ମେଘ ମଧ୍ୟରେ ସଦାପ୍ରଭୁଙ୍କ ମହିମା ଆବିର୍ଭାବ ହେଲା।
ଜୀବନ୍ତ ପଥର ଓ ପବିତ୍ର ଦେଶ
2 ଅନ୍ୟ ଲୋକମାନଙ୍କୁ ଆଘାତ କଲାଭଳି କୌଣସି କାମ କର ନାହିଁ। ମିଛ କୁହ ନାହିଁ, ଲୋକଙ୍କୁ ଠକ ନାହିଁ, ଈର୍ଷାନ୍ୱିତ ହୁଅ ନାହିଁ, ଲୋକମାନଙ୍କର ନିନ୍ଦା କର ନାହିଁ। ନିଜ ଜୀବନରୁ ଏଗୁଡ଼ିକୁ ଦୂର କର। 2 ନୂତନ ଜନ୍ମଲାଭ କରିଥିବା ଶିଶୁ ଭଳି ହୁଅ। ତୁମ୍ଭ ଆତ୍ମାକୁ ପରିତୃପ୍ତ କରୁଥିବା ବିଶୁଦ୍ଧ ଦୁଗ୍ଧ ପାନ ପାଇଁ ତୁମ୍ଭେ ଲାଳାୟିତ ହୁଅ। ଏହାକୁ ପାନ କରିବା ଦ୍ୱାରା ତୁମ୍ଭେ ବୃଦ୍ଧି ପାଇବ ଓ ଉଦ୍ଧାର ପାଇବ। 3 ପ୍ରଭୁଙ୍କର ଉତ୍ତମତାର ସ୍ୱାଦ ତୁମ୍ଭେ ଗ୍ଭଖି ସାରିଛ।
4 ପ୍ରଭୁ ଯୀଶୁ ହେଉଛନ୍ତି ଜୀବନ୍ତ “ପଥର”। ଜଗତର ଲୋକମାନେ ସେହି ପଥରଟି ଅଗ୍ରାହ୍ୟ କଲେ। କିନ୍ତୁ ପରମେଶ୍ୱର ସେହି ପଥରଟିକୁ ମନୋନୀତ କରିଛନ୍ତି। ପରମେଶ୍ୱରଙ୍କ ପାଇଁ ତାହାଙ୍କ ମୂଲ୍ୟ ଅଧିକ। 5 ଅତଏବ ତାହାଙ୍କ ପାଖକୁ ଆସ। ତୁମ୍ଭେମାନେ ମଧ୍ୟ ଜୀବନ୍ତ ପଥର ଭଳି। ପରମେଶ୍ୱର ଗୋଟିଏ ଆଧ୍ୟାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। ସେହି ମନ୍ଦିରରେ ପରମେଶ୍ୱରଙ୍କ ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଗୃହୀତ ହେବା ଭଳି ଆଧ୍ୟାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ ହେବା ପାଇଁ, ନିଜକୁ ନିୟୋଜିତ କର। 6 ଶାସ୍ତ୍ର କୁହେ:
“ଦେଖ, ସିୟୋନଠାରେ, ଗୋଟିଏ ମୂଲ୍ୟବାନ କୋଣ-ପଥର ବାଛି
ମୁଁ ରଖିଛି;
ଯେଉଁ ଲୋକ ଏହାକୁ ବିଶ୍ୱାସ କରିବ ସେ କେବେ ହେଲେ ଲଜ୍ଜିତ ହେବ ନାହିଁ।”(A)
7 ତୁମ୍ଭ ଭଳି ବିଶ୍ୱାସୀମାନଙ୍କ ଲାଗି ସେ ପଥରଟି (ଯୀଶୁ) ଅତି ମୂଲ୍ୟବାନ। କିନ୍ତୁ ଯୀଶୁ ଅବିଶ୍ୱାସୀମାନଙ୍କ ଲାଗି:
“ଗୃହ ନିର୍ମାଣକାରୀମାନେ ଯେଉଁ ପଥରଟିକୁ ଅଗ୍ରାହ୍ୟ କଲେ
ସେହି ପଥରଟି ଅତି ବହୁମୂଲ୍ୟ ପଥର ହୋଇଗଲା।”(B)
8 ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କ ଲାଗି:
“ସେହି ପଥର ଲୋକଙ୍କ ଝୁଣ୍ଟିବା କାରଣ ହୁଏ
ସେହି ପଥର ଲୋକଙ୍କ ପତନର କାରଣ ହୁଏ।”(C)
ପରମେଶ୍ୱରଙ୍କ କଥା ଅବମାନନା କରିବା ହେତୁ ଲୋକେ ଝୁଣ୍ଟନ୍ତି। ସେହି ଲୋକମାନଙ୍କ ନିମନ୍ତେ ପରମେଶ୍ୱର ଏପରି ଯୋଜନା କରିଥିଲେ।
9 କିନ୍ତୁ ତୁମ୍ଭେମାନେ ମନୋନୀତ ଲୋକ ଅଟ। ତୁମ୍ଭେମାନେ ରାଜାଙ୍କର ଯାଜକ। ତୁମ୍ଭେମାନେ ପବିତ୍ର ଜାତି ଅଟ। ତୁମ୍ଭେମାନେ ପରମେଶ୍ୱରଙ୍କ ଲୋକ। ପରମେଶ୍ୱର କରିଥିବା ଆଶ୍ଚର୍ଯ୍ୟ ଘଟଣାମାନ କହିବା ପାଇଁ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ଯ୍ୟ ଜନକ ଆଲୋକକୁ ଆଣିଛନ୍ତି।
10 ଅତୀତରେ ତୁମ୍ଭେ ପରମେଶ୍ୱରଙ୍କ ଲୋକ ନ ଥିଲ।
କିନ୍ତୁ ଏବେ ତୁମ୍ଭେ ପରମେଶ୍ୱରଙ୍କ ଲୋକ ଅଟ।
ଅତୀତରେ ତୁମ୍ଭେ ଅନୁଗ୍ରହ ପାଇ ନ ଥିଲ।
କିନ୍ତୁ ଏବେ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ଅନୁଗ୍ରହ ଲାଭ କରିଛ।
ଯୀଶୁ ଦ୍ରାକ୍ଷାଲତା ସଦୃଶ
15 ଯୀଶୁ କହିଲେ, “ମୁଁ ହେଉଛି ପ୍ରକୃତ ଦ୍ରାକ୍ଷାଲତା ଓ ମୋର ପରମପିତା କୃଷକ ଅଟନ୍ତି। 2 ମୋ'ଠାରେ ଥିବା ଯେଉଁ ଶାଖାରେ ଫଳ ଫଳେ ନାହିଁ, ସେ ତାକୁ କାଟିଦିଅନ୍ତି। ଯେଉଁ ଶାଖାରେ ଫଳ ଫଳି ଥାଏ, ସେ ସେଗୁଡ଼ିକ ଆହୁରି ଅଧିକ ଫଳ ପ୍ରଦାନ କରିବା ପାଇଁ ଅଗ କଟାକଟି କରି ପରିଷ୍କାର କରନ୍ତି। 3 ମୁଁ ତୁମ୍ଭକୁ ଯେଉଁ ଉପଦେଶ ଦେଇଛି, ତାହା ଦ୍ୱାରା ତୁମ୍ଭେ ପରିଷ୍କୃତ ହୋଇ ସାରିଅଛ। 4 ମୋ'ଠାରେ ରୁହ ଓ ମୁଁ ତୁମ୍ଭଠାରେ ରହିବି। ଗୋଟିଏ ଶାଖା ଏକୁଟିଆ ଅଲଗାରେ କେବେ ଫଳ ଦେବ ନାହିଁ। ଏହା ଲତାରେ ଲାଗି ରହିବା ଉଚିତ୍। ତୁମ୍ଭେମାନେ ମଧ୍ୟ ଏକା ଥାଇ ଫଳ ଫଳି ପାରିବ ନାହିଁ। ତେଣୁ ତୁମ୍ଭେ ମୋ’ ସହିତ ମିଶି ରହିବା ଉଚିତ୍।
5 “ମୁଁ ଦ୍ରାକ୍ଷାଲତା ଓ ତୁମ୍ଭେମାନେ ଶାଖା। ଯେଉଁ ଲୋକ ମୋ'ଠାରେ ରହେ ଓ ମୁଁ ତା'ଠାରେ ରହେ, ସେହି ଲୋକ ପ୍ରଚୁର ଫଳ ଫଳେ। କିନ୍ତୁ ମୋ’ ବିନା ସେ କିଛି କରି ପାରିବ ନାହିଁ। 6 ଯଦି କେହି ବ୍ୟକ୍ତି ମୋ'ଠାରେ ରୁହେ ନାହିଁ, ତେବେ ତା'କୁ ଶାଖା ପରି ଫିଙ୍ଗି ଦିଆଯିବ। ସେହି ଫିଙ୍ଗା ଯାଇଥିବା ଶାଖା ଶୁଖିଯାଏ। ଲୋକମାନେ ଶୁଖିଲା ଶାଖାକୁ ଉଠାଇ ନିଆଁରେ ଫୋପାଡ଼ି ଦିଅନ୍ତି। ସେଗୁଡ଼ିକ ଜଳିଯାଏ। 7 ମୋ'ଠାରେ ରୁହ ଓ ମୋର ଉପଦେଶ ପାଳନ କର। ଯଦି ତୁମ୍ଭେ ଏହା କର, ତେବେ ଯାହା ଇଚ୍ଛା କର ତାହା ମାଗ ଆଉ ତାହା ତୁମ୍ଭକୁ ଦିଆଯିବ। 8 ତୁମ୍ଭେମାନେ ପ୍ରଚୁର ଫଳ ଉତ୍ପାଦନା କର ଓ ମୋର ଶିଷ୍ୟ ବୋଲି ଦର୍ଶାଇ ଦିଅ। ଏହା ଦ୍ୱାରା ମୋର ପରମପିତା ଗୌରବ ପାଇବେ।
9 “ମୋ’ ପରମପିତା ମୋତେ ଯେପରି ପ୍ରେମ କରୁଥିଲେ, ମୁଁ ତୁମ୍ଭକୁ ସେହିପରି ପ୍ରେମ କରିଛି। ବର୍ତ୍ତମାନ ମୋ’ ପ୍ରେମରେ ସ୍ଥିର ରୁହ। 10 ମୁଁ ମୋର ପରମପିତାଙ୍କର ଆଜ୍ଞା ମାନିଛି ଓ ମୁଁ ତାହାଙ୍କ ପ୍ରେମରେ ରହିଛି। ସେହିପରି ତୁମ୍ଭେ ଯଦି ମୋର ଆଜ୍ଞା ପାଳନ କରିବ, ତୁମ୍ଭେ ମୋ’ ପ୍ରେମରେ ରହିବ। 11 ମୁଁ ତୁମ୍ଭକୁ ଏସବୁ କଥା କହିଛି, ତା'ହେଲେ ମୁଁ ଯେପରି ଆନନ୍ଦରେ ଅଛି, ତୁମ୍ଭେ ମଧ୍ୟ ମୋ’ ପରି ଆନନ୍ଦ ପାଇବ। ମୁଁ ଗ୍ଭହେଁ, ତୁମ୍ଭର ଆନନ୍ଦ ସମ୍ପୂର୍ଣ୍ଣ ହେଉ।
2010 by World Bible Translation Center