Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 97

97 ସଦାପ୍ରଭୁ ଶାସନ କରନ୍ତି।
    ସକଳ ପୃଥିବୀ ଆନନ୍ଦ ହେଉ।
    ଦୂର ସଦୃଶ ଭୂମି ମଧ୍ୟ ଆନନ୍ଦିତ ହୁଅନ୍ତୁ।
ମେଘମାଳ ଓ ଅନ୍ଧାର ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଥାଏ।
    ଧର୍ମ ଓ ନ୍ୟାୟ ତାହାଙ୍କ ସିଂହାସନର ମୂଳଭିତ୍ତି।
ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ଝରି
    ତାଙ୍କର ଶତ୍ରୁଗଣକୁ ବିନାଶ କରେ।
ତାହାଙ୍କ ବିଜୁଳି ଜଗତକୁ ଦୀପ୍ତିମାନ କଲା,
    ଏହା ଦେଖି ଲୋକେ ଭୟ କଲେ।
ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତଗୁଡ଼ିକ ମହମ ପରି ତରଳି ଗଲେ,
    ପୃଥିବୀର ପ୍ରଭୁଙ୍କ ସମ୍ମୁଖରେ ତରଳି ଗଲେ।
ଆକାଶ ତାଙ୍କର ଧାର୍ମିକ ସତ୍ୟତା ପ୍ରଗ୍ଭର କରେ
    ଓ ପ୍ରତ୍ୟେକ ଜାତିଗଣ ତାଙ୍କ ମହିମା ଦେଖନ୍ତି।

ଲୋକମାନେ ତାଙ୍କର ମୂର୍ତ୍ତିଗୁଡ଼ିକୁ ପୂଜା କରନ୍ତି।
    ସେମାନେ ସେମାନଙ୍କର “ଦେବଗଣଙ୍କ” ବିଷୟରେ ବଡ଼ାଇ କରନ୍ତି।
ସେହି ଲୋକମାନେ ଲଜ୍ଜିତ ହେବେ।
    ସେମାନଙ୍କର ସମସ୍ତ “ଦେବତାଗଣ” ସଦାପ୍ରଭୁଙ୍କ ଆଗରେ ମଥାନତ କରିବେ।
ସିୟୋନ ଶୁଣିଛି ଓ ଆନନ୍ଦିତ ହୋଇଛି।
    ଯିହୁଦା ନଗରୀ, ଖୁସୀ ହୋଇ ଆସୁଛନ୍ତି,
    କାରଣ ତୁମ୍ଭ ପାଇଁ ସଦାପ୍ରଭୁ ବିଜ୍ଞ ନିଷ୍ପତ୍ତି କରନ୍ତି।
ହେ ସର୍ବୋପରିସ୍ଥ ସଦାପ୍ରଭୁ, ତୁମ୍ଭେ ହିଁ ସମଗ୍ର ପୃଥିବୀର ଶାସକ।
    ତୁମ୍ଭେ ଅନ୍ୟ “ଦେବତାମାନଙ୍କ”ଠାରୁ ଉତ୍ତମ।
10 ଯିଏ ସଦାପ୍ରଭୁଙ୍କୁ ଭଲପା’ନ୍ତି, ମନ୍ଦତାକୁ ଘୃଣା କରନ୍ତି!
    ସେ ଆପଣା ସ‌ଦ୍‌ଭକ୍ତମାନଙ୍କ ପ୍ରାଣରକ୍ଷା କରନ୍ତି।
    ସେ ଦୁଷ୍ଟମାନଙ୍କ ହସ୍ତରୁ ନିଜର ଶିଷ୍ୟମାନଙ୍କୁ ରକ୍ଷାକରନ୍ତି।
11 ଧାର୍ମିକମାନଙ୍କ ପାଇଁ ଦୀପ୍ତି
    ଓ ସତ୍ୟପ୍ରିୟମାନଙ୍କ ପାଇଁ ଆନନ୍ଦ ଅଛି।
12 ହେ ଧାର୍ମିକଗଣ ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ଆନନ୍ଦ କର।
    ପରମେଶ୍ୱରଙ୍କ ପବିତ୍ର ନାମରେ ଧନ୍ୟବାଦ କର।

ଗୀତସଂହିତା 99-100

99 ସଦାପ୍ରଭୁଙ୍କ ଆଗରେ ଗାନ କର।
    ସେ ନ୍ୟାୟ ବିଗ୍ଭର ପାଇଁ ପୃଥିବୀକୁ ଆସୁଛନ୍ତି।
ସେ ତାଙ୍କର ଧାର୍ମିକତା ଏବଂ ନ୍ୟାୟ ସହିତ
    ପୃଥିବୀର ଲୋକମାନଙ୍କର ବିଗ୍ଭର କରିବେ।
ସଦାପ୍ରଭୁ ସିୟୋନରେ ମହାନ
    ଓ ସମସ୍ତ ଜାତିମାନଙ୍କର ନେତା ଅଟନ୍ତି।
ସମସ୍ତ ଜାତି ତୁମ୍ଭର ନାମର ପ୍ରଶଂସା
    ଓ ଭୟ କରନ୍ତୁ,
    ଏହା ପବିତ୍ର ଅଟେ।
ଶକ୍ତିଶାଳୀ ରାଜା ନ୍ୟାୟ ବିଗ୍ଭରକୁ ଭଲପା’ନ୍ତି।
    ହେ ପରମେଶ୍ୱର, ତୁମ୍ଭେ ନ୍ୟାୟ ସ୍ଥାପନ କରିଅଛ।
    ତୁମ୍ଭେ ଇସ୍ରାଏଲର ନ୍ୟାୟ ଓ ଯଥାର୍ଥ ସାଧନ କରିଅଛ।
ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର।
    ତାଙ୍କ ପବିତ୍ର ପାଦପୀଠରେ ଉପାସନା କର, ସେ ପବିତ୍ର ଅଟନ୍ତି।
ମୋଶା ଏବଂ ହାରୋଣ ତାଙ୍କର ଯାଜକଗଣଙ୍କ ମଧ୍ୟରେ ଅନ୍ୟତମ ଥିଲେ।
    ଶାମୁୟେଲ ଥିଲେ ଜଣେ ଯିଏକି, ପରମେଶ୍ୱରଙ୍କ ନାମ ନେଇ ପ୍ରାର୍ଥନା କରିଥିଲେ।
ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ
    ଏବଂ ସେ ସେମାନଙ୍କୁ ଉତ୍ତର ଦେଲେ।
ପରମେଶ୍ୱର ଉଚ୍ଚ ମେଘସ୍ତମ୍ଭ ମଧ୍ୟରୁ କହିଲେ,
    ସେମାନେ ତାଙ୍କର ଆଦେଶ ମାନିଲେ
    ଏବଂ ସେ ନିୟମ ବ୍ୟବସ୍ଥା ଦେଲେ।
ହେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର, ତୁମ୍ଭେ ସେମାନଙ୍କ ପ୍ରାର୍ଥନାର ଉତ୍ତର ଦେଲ।
    ତୁମ୍ଭେ ସେମାନଙ୍କୁ ଦେଖାଇଲ ଯେ ତୁମ୍ଭେ ହିଁ କ୍ଷମାକାରୀ ପରମେଶ୍ୱର
    ଏବଂ ତୁମ୍ଭେ ସେମାନଙ୍କର କୁକର୍ମ ପାଇଁ ଦଣ୍ଡ ଦିଅ।
ତୁମ୍ଭେମାନେ ଆମ୍ଭମାନଙ୍କର ପରମେଶ୍ୱରଙ୍କର ପ୍ରଶଂସା କର।
    ତାଙ୍କର ପବିତ୍ର ପର୍ବତରେ ତାଙ୍କର ଉପାସନା କର।
    ପ୍ରକୃତରେ ସଦାପ୍ରଭୁ ଆମ୍ଭର ପରମେଶ୍ୱର ପବିତ୍ର ଅଟନ୍ତି।

ଧନ୍ୟବାଦାର୍ଥକ ଗୀତ।

100 ହେ ସକଳ ଦେଶ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ଜୟ ଗାନ କର।
ଆନନ୍ଦରେ ସଦାପ୍ରଭୁଙ୍କର ସେବା କର।
    ଆନନ୍ଦର ଜୟ ଗାନ କରି ତାଙ୍କ ଆଗକୁ ଆସ!
ତୁମ୍ଭେମାନେ ଜାଣ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି।
    ସେ ଆମ୍ଭକୁ ସୃଷ୍ଟି କରିଛନ୍ତି।
    ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମେଷ।
ଧନ୍ୟବାଦର ଗୀତ ଗାଇ ତାଙ୍କର ଦ୍ୱାରକୁ ଆସ।
    ଓ ତାଙ୍କର ପ୍ରଶଂସା ଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ।
    ତାଙ୍କୁ ଧନ୍ୟବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର।
ସଦାପ୍ରଭୁ ଉତ୍ତମ ଅଟନ୍ତି।
    ତାଙ୍କର ପ୍ରେମ ଚିରକାଳସ୍ଥାୟୀ।
    ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା।

ଗୀତସଂହିତା 94-95

94 ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ୱର, ଯିଏ ଦଣ୍ଡ ଦିଅନ୍ତି,
    ତୁମ୍ଭର ମହାନତା ଦେଖାଅ।
ତୁମ୍ଭେ ହେଉଛ ସାରା ପୃଥିବୀର ବିଗ୍ଭରକର୍ତ୍ତା।
    ଜାଗି ଉଠ ଏବଂ ଅହଙ୍କାରୀ ଲୋକମାନଙ୍କୁ ତାଙ୍କର କର୍ମାନୁସାରେ ଫଳ ଦିଅ, ଯାହା ସେମାନେ ଗ୍ଭହାନ୍ତି।
ହେ ସଦାପ୍ରଭୁ, ଦୁଷ୍ଟମାନେ କେତେ କାଳଯାଏ ଶାସନ କରିବେ?
    ସଦାପ୍ରଭୁ ଆଉ କେତେ କାଳ?
ସେହି ଦାଗିମାନେ ଆଉ କେତେ କାଳ ଅହଙ୍କାର କଥା କହିବେ?
    ସେହି ଅଧର୍ମାଗ୍ଭରୀମାନେ କେତେ କାଳ ଦର୍ପ କରିବେ?
ହେ ସଦାପ୍ରଭୁ, ସେମାନେ ତୁମ୍ଭ ଲୋକମାନଙ୍କୁ ନିରାଶ କରନ୍ତି।
    ସେମାନେ ତୁମ୍ଭର ଲୋକମାନଙ୍କୁ ଯନ୍ତ୍ରଣା ଦିଅନ୍ତି।
ସେହି ଲୋକମାନେ ବିଧବାମାନଙ୍କୁ ଓ ନିଜ ଦେଶରେ ଥିବା ଅତିଥିମାନଙ୍କୁ ବାଧ୍ୟ କରନ୍ତି।
    ସେମାନେ ଅନାଥ ପିଲାମାନଙ୍କୁ ମଧ୍ୟ ହତ୍ୟା କରନ୍ତି।
ସେମାନେ ଏହିପରି କହନ୍ତି ଯେ, ସଦାପ୍ରଭୁ ସେମାନଙ୍କର କୁକର୍ମକୁ ଦେଖି ପାରିବେ ନାହିଁ।
    କିଅବା ଯାକୁବର ପରମେଶ୍ୱର ବିବେଚନା କରିବେ ନାହିଁ।

ହେ ପଶୁବତ୍ ଲୋକମାନେ,
    ତୁମ୍ଭେ କେବେ ବୁଦ୍ଧି ପାଇବ?
ହେ ନିର୍ବୋଧ ଅଧର୍ମକାରୀ ଲୋକ,
    ଚେଷ୍ଟା କର ଏବଂ ବୁଝ।
ପରମେଶ୍ୱର ଆମ୍ଭର କର୍ଣ୍ଣ ସୃଷ୍ଟି କଲେ,
    ସେ କ’ଣ ଶୁଣିପାରୁ ନାହାନ୍ତି!
ପରମେଶ୍ୱର ଆମ୍ଭମାନଙ୍କର ଚକ୍ଷୁ ସୃଷ୍ଟି କରିଛନ୍ତି।
    ସେ କ’ଣ ଦେଖି ପାରିବେ ନାହିଁ! ଯାହାସବୁ ଘଟିଯାଉଛି।
10 ଜଣେ ଯିଏକି ଜାତିଗଣକୁ ସଂଶୋଧନ କରନ୍ତି, ତୁମ୍ଭକୁ ଦଣ୍ଡ ଦେବେ?
    ସେ ମାନବମାନଙ୍କୁ ଜ୍ଞାନ ବିଷୟରେ ଶିକ୍ଷା ଦିଅନ୍ତି।
11 ସଦାପ୍ରଭୁ ଜାଣନ୍ତି
    ଲୋକମାନଙ୍କର ଚିନ୍ତାଧାରା ଅସାର ମାତ୍ର।

12 ହେ ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ତୁମ୍ଭେ ଶାସନ କର, ସେମାନେ ଆଶୀର୍ବାଦ ପ୍ରାପ୍ତ ହେବେ।
    ତୁମ୍ଭେ ଆପଣା ନିୟମରେ ସେମାନଙ୍କୁ ବଞ୍ଚିବାର ଠିକ୍ ମାର୍ଗ ଶିକ୍ଷା ଦିଅ।
13 ବିପଦ ବେଳେ ସେମାନଙ୍କୁ ସୁସ୍ଥିର କର,
    ଦୁଷ୍ଟମାନେ ବିନାଶ ହେବା ପର୍ଯ୍ୟନ୍ତ ତୁମ୍ଭର ଅନୁଗାମୀମାନଙ୍କୁ ସାହାଯ୍ୟ କର।
14 ସଦାପ୍ରଭୁ ଆପଣା ଲୋକମାନଙ୍କୁ ଦୂର କରିବେ ନାହିଁ।
    ସେ ନିଜର ପ୍ରାଧାନ୍ୟତ୍ୱକୁ ପରିତ୍ୟାଗ କରିବେ ନାହିଁ।
15 ନ୍ୟାୟ ଫେରିବ ଏବଂ ଏହା ସ୍ୱଚ୍ଛତା ଆଣିବ
    ଏବଂ ଯେଉଁ ସମସ୍ତ ବ୍ୟକ୍ତି ସତ୍ୟପ୍ରିୟ ଅଟନ୍ତି, ନ୍ୟାୟର ଅନୁଗାମୀ ହେବେ।

16 ଦୁଷ୍ଟ ଲୋକମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ କିଏ ମୋତେ ସାହାଯ୍ୟ କରିବ?
    ଦୁଷ୍ଟ ଲୋକମାନଙ୍କ ବିପକ୍ଷରେ କିଏ ମୋ’ ସହିତ ଠିଆ ହେବ?
17 ଯଦି ମୋତେ ସଦାପ୍ରଭୁ ସାହାଯ୍ୟ କରି ନ ଥା’ନ୍ତେ,
    ତେବେ ମୃତ୍ୟୁ ମୋର ପ୍ରାଣକୁ ଅତିକ୍ରମ କରି ଯାଇଥା’ନ୍ତା।
18 ମୁଁ ଭାବିଲି, ମୁଁ ତଳକୁ ଖସିବା ଅବସ୍ଥାରେ ଥିଲି
    କିନ୍ତୁ ପ୍ରଭୁ ତୁମ୍ଭର ପ୍ରେମ, ମୋତେ ସକ୍ଷମ ହେଲା।
19 ମୁଁ ଅତି ବ୍ୟସ୍ତ ଓ ଚିନ୍ତିତ ଥିଲା ବେଳେ,
    ସଦାପ୍ରଭୁ ମୋତେ ଆନନ୍ଦ ଓ ଖୁସୀ ଦେଲେ।

20 ହେ ପରମେଶ୍ୱର, ତୁମ୍ଭେ ନିଷ୍ଠୁର ବିଗ୍ଭରକମାନଙ୍କୁ ସାହାଯ୍ୟ କର ନାହିଁ।
    ସେହି ଅଧର୍ମୀ ବିଗ୍ଭରକମାନେ ଲୋକମାନଙ୍କର ଜୀବନକୁ ଦୁର୍ବିସହ କରିବା ପାଇଁ ନିୟମକୁ ବ୍ୟବହାର କରନ୍ତି।
21 ଯେଉଁ ବିଗ୍ଭରକଗଣ ଭଲ ଲୋକମାନଙ୍କୁ ନ୍ୟାୟ ଦିଅନ୍ତି ନାହିଁ,
    ସେମାନେ କହନ୍ତି ନିରୀହ ଲୋକମାନେ ଦୋଷୀ ଏବଂ ସେମାନଙ୍କୁ ମରଣର ଆରୋପ କର।
22 ମାତ୍ର ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଉଚ୍ଚ ଦୁର୍ଗ
    ଓ ମୋର ପରମେଶ୍ୱର ମୋର ଆଶ୍ରୟଶୈଳ ହୋଇଅଛନ୍ତି।
23 ପରମେଶ୍ୱର ସେହି ଅଧର୍ମୀ ବିଗ୍ଭରକମାନଙ୍କୁ
    ତାଙ୍କର କୃତ କର୍ମ ପାଇଁ ଦଣ୍ଡ ଦେବେ।
    ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ଧ୍ୱଂସ କରିବେ।

95 ଆସ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା।
    ଆମ୍ଭମାନଙ୍କ “ପରିତ୍ରାଣର ଶୈଳ” ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କରିବା,
    ଯିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି।
ଆସ, ଆମ୍ଭେ ଧନ୍ୟବାଦ ସହ ତାଙ୍କ ସମ୍ମୁଖକୁ ଆସିବା
    ଏବଂ ତାଙ୍କ ଉଦ୍ଦେଶ୍ୟରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା।
କାରଣ ସଦାପ୍ରଭୁ ହେଉଛନ୍ତି, ମହାନ ପରମେଶ୍ୱର।
    ସେ ସକଳ “ଦେବତାଗଣଙ୍କ” ଉପରେ ଶାସନ କରନ୍ତି।
ପୃଥିବୀର ଗଭୀର ସ୍ଥାନସବୁ ଓ ଉଚ୍ଚ ପର୍ବତଗଣ ମଧ୍ୟ ସଦାପ୍ରଭୁଙ୍କର।
ସକଳ ସମୁଦ୍ର ତାଙ୍କର, ସେ ସେଗୁଡ଼ିକ ସୃଷ୍ଟି କରିଛନ୍ତି।
    ଏବଂ ସ୍ଥଳଭାଗଗୁଡ଼ିକ ମଧ୍ୟ ପରମେଶ୍ୱର ତାଙ୍କର ନିଜ ହସ୍ତରେ ସୃଷ୍ଟି କରିଛନ୍ତି।
ଆସ, ଆମ୍ଭେ ସମସ୍ତେ ତାଙ୍କ ଆଗରେ ନଇଁ ପଡ଼ି ପ୍ରଣାମ କରିବା ଓ ଉପାସନା କରିବ!
    ଆସ, ସେହି ଆମ୍ଭର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରଶଂସା କରିବା।
ସେ ହେଉଛନ୍ତି ଆମ୍ଭର ପରମେଶ୍ୱର,
    ଏବଂ ଆମ୍ଭେ ତାଙ୍କର ସନ୍ତାନଗଣ।
    ଆଜି ଆମ୍ଭେ ତାଙ୍କର ମେଷ ତୁଲ୍ୟ, ସିଏ ତାଙ୍କ ନିଜର ତୃଣଭୂମିକୁ ଯତ୍ନ ନିଅନ୍ତି।

    ପରମେଶ୍ୱର କହନ୍ତି, “ମିରୀବାଃ ଓ ମଃସା ମରୁଭୂମିରେ ହେଲା ପରି
    ଜି‌ଦ୍‌ଖୋର ହୁଅ ନାହିଁ।
ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭର ପରୀକ୍ଷା ପାଇଁ ଆହ୍ୱାନ କଲେ।
    ସେମାନେ ଜାଣି ପାରିଥିଲେ ଯେ ଆମ୍ଭେ କ’ଣ କରିପାରୁ।
10 ଆମ୍ଭେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ସେହି ବଂଶପ୍ରତି ବିରକ୍ତ ହୋଇଥିଲୁ,
    ଆମ୍ଭେ କହିଲୁ ଯେ, ‘ସେମାନେ ଆମ୍ଭ ପ୍ରତି ବିଶ୍ୱାସୀ ନୁହନ୍ତି।
    ସେମାନେ ଆମ୍ଭର ନିୟମକୁ ମାନିବା ପାଇଁ ମନା କରି ଦେଲେ।’
11 ତେଣୁ ଆମ୍ଭେ ତାଙ୍କ ଉପରେ କ୍ରୋଧିତ ହେଲୁ ଏବଂ ପ୍ରତିଜ୍ଞା କଲୁ,
    ‘ସେମାନେ ଆଉ ଆମ୍ଭର ବିଶ୍ରାମ ଭୂମିକୁ ପ୍ରବେଶ କରି ପାରିବେ ନାହିଁ।’”

ଆଦିପୁସ୍ତକ 49:29-50:14

29 ଏହା ପରେ ଇସ୍ରାଏଲ ତାଙ୍କୁ ନିର୍ଦ୍ଦେଶ ଦେଇ କହିଲେ, “ମୁଁ ଯେତେବେଳେ ମରିବି, ମୋର ପୂର୍ବପୁରୁଷମାନଙ୍କ ସହିତ ମୋତେ ଇଫ୍ରୋଣର ହେତୀୟ କ୍ଷେତରେ କବର ଦିଅ। 30 ଯେଣୁ ଅବ୍ରହାମ କବର ସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମ‌କ୍‌ପେଲାର କ୍ଷେତ୍ର ହେତୀୟ ଇଫ୍ରୋଣଠାରୁ କିଣିଥିଲେ। ସେହି ହେତୀୟ ଇଫ୍ରୋଣର କ୍ଷେତ୍ରସ୍ଥିତ ଗୁହାରେ ମୋର ପୂର୍ବପୁରୁଷମାନଙ୍କ ନିକଟରେ ମୋତେ କବର ଦେବ। 31 ଅବ୍ରହାମ ଏବଂ ତାଙ୍କ ସ୍ତ୍ରୀ ସାରା ସେଠାରେ କବର ପ୍ରାପ୍ତ ହୋଇଛନ୍ତି। ଇ‌ସ୍‌ହାକ ଓ ତାଙ୍କର ସ୍ତ୍ରୀ ରିବିକା ସେହିଠାରେ କବର ନେଇଛନ୍ତି। ମୁଁ ସେହି ସ୍ଥାନରେ ଲେୟାକୁ କବର ଦେଇଛି। 32 ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥ ଗୁହା ହେତୀୟ ସନ୍ତାନମାନଙ୍କଠାରୁ କିଣା ହୋଇଅଛି।” 33 ଯାକୁବ ତାଙ୍କର ପିଲାମାନଙ୍କ ସହିତ କଥାବାର୍ତ୍ତା କଲା ପରେ, ସେ ଶଯ୍ୟାରେ ଦୁଇପାଦ ଏକତ୍ର ବିଛଣା ଭିତରକୁ କରି ପ୍ରାଣତ୍ୟାଗ କଲେ।

ଯାକୁବଙ୍କର ସମାଧି

50 ଇସ୍ରାଏଲ ମରିଯିବା ପରେ, ଯୋଷେଫ ବହୁତ ଦୁଃଖ କଲେ ଏବଂ ସେ ରୋଦନ କଲେ ଓ ପିତାଙ୍କୁ ଚୁମ୍ବନ କଲେ। ଯୋଷେଫ ତାଙ୍କର ବୈଦ୍ୟମାନଙ୍କୁ ତାଙ୍କ ପିତାଙ୍କର ଶରୀରକୁ ସଂସ୍କାର ନିମନ୍ତେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଲେ। ସେମାନେ ଶରୀରକୁ ମିଶରୀୟ ପଦ୍ଧତିରେ ପ୍ରସ୍ତୁତ କଲେ। ମିଶରୀୟ ଲୋକମାନେ ତାଙ୍କ ପାଇଁ ସତୁରି ଦିନ ଯାଏ ଶୋକ କଲେ। ଶରୀର ସଂସ୍କାର ନିମନ୍ତେ ପ୍ରସ୍ତୁତ ଗ୍ଭଳିଶ୍ ଦିନରେ ଶେଷ ହେଲା।

ଏହି ସତୁରି ଦିନ ପରେ ଶୋକ ଦିନ ଶେଷ ହେଲା। ତେଣୁ ଯୋଷେଫ ଫାରୋଙ୍କର ପରିଜନଙ୍କୁ କହିଲେ, “ତୁମ୍ଭେ ଯଦି ମୋର ମଙ୍ଗଳ ଭାବୁଛ, ଦୟାକରି ଫାରୋଙ୍କୁ କୁହ। ‘ମୋର ପିତାଙ୍କ ମୃତ୍ୟୁ ପୂର୍ବରୁ ମୁଁ ତାଙ୍କଠାରେ ଶପଥ କରିଥିଲି ଯେ ତାଙ୍କର ମୃତ୍ୟୁପରେ କିଣାନ ଦେଶରେ ସେ ଆପଣା ନିମନ୍ତେ ଯେଉଁ କବର ଖନନ କରିଥିଲେ ତହିଁରେ ତାହାଙ୍କୁ କବର ଦେବି। ତେଣୁ ଏବେ ମୋତେ ଯିବାକୁ ଦିଅନ୍ତୁ। ମୁଁ ପିତାଙ୍କୁ କବର ଦେଇ ପୁନର୍ବାର ଆସିବି।’”

ଫାରୋ କହିଲେ, “ତୁମ୍ଭର ପ୍ରତିଜ୍ଞା ରକ୍ଷା କରି ଯାଅ, ପିତାଙ୍କୁ କବର ଦିଅ।”

ତେଣୁ ଯୋଷେଫ ତାଙ୍କର ପିତାଙ୍କୁ କବର ଦେବାକୁ ଗଲେ। ଫାରୋଙ୍କର ସମସ୍ତ ପ୍ରାଚୀନଗଣ, ତାଙ୍କ ଗୃହର ପ୍ରଧାନ ଲୋକ ଏବଂ ମିଶର ଦେଶର ପ୍ରଧାନ ଲୋକମାନେ ଯୋଷେଫଙ୍କ ସହିତ ଗଲେ। ଯୋଷେଫଙ୍କ ପରିବାରର ସମସ୍ତ ଲୋକ, ତାଙ୍କର ଭାଇମାନେ ଏବଂ ତାଙ୍କ ପିତାଙ୍କର ସମସ୍ତ ବଂଶ ତାଙ୍କ ସହିତ ଗଲେ। ଗୋଶନରେ କେବଳ ପଶୁ ଓ ପିଲାମାନେ ରହିଲେ। ତାଙ୍କ ସହ ଏକ ବିରାଟ ସମାରୋହ ଗଲା। ଏପରିକି ତାଙ୍କ ସହିତ ଅଶ୍ୱାରୋହୀ ସୈନ୍ୟ ଓ ରଥାରୋହୀ ସୈନ୍ୟମାନେ ମଧ୍ୟ ଗଲେ।

10 ଏହା ପରେ ସେମାନେ ଯର୍ଦ୍ଦନପାରସ୍ଥ ଆଟଦର ଖଳାରେ ଉପସ୍ଥିତ ହୁଅନ୍ତେ ସେଠାରେ ମହାବିଳାପ କରି ରୋଦନ କଲେ। ସେମାନେ ସେଠାରେ ଯୋଷେଫଙ୍କ ପିତାଙ୍କ ପାଇଁ ସାତ ଦିନ ଶୋକ କଲେ। 11 ସେହି ଦେଶ ନିବାସୀ କିଣାନୀୟ ଲୋକମାନେ ଆଟଦର ଖଳାରେ ସେମାନଙ୍କର ଏରୂପ ଶୋକ ଦେଖି କହିଲେ, “ମିସ୍ରୀୟମାନଙ୍କ ପ୍ରତି ଏହା ଦାରୁଣ ଦୁଃଖ।” ସେହିସ୍ଥାନ ଆବେଲ-ମିଶର ନାମରେ ବିଖ୍ୟାତ ହେଲା। ଏହା ଯର୍ଦ୍ଦନ ପାରସ୍ଥରେ।

12 ଯାକୁବ ପୁତ୍ରମାନଙ୍କୁ ଯେପରି ଆଜ୍ଞା ଦେଇଥିଲେ ସେମାନେ ସେହିପରି କଲେ। 13 ଯାକୁବର ପୁତ୍ରମାନେ ତାହାଙ୍କୁ କିଣାନ ଦେଶକୁ ନେଇ ମ‌କ୍‌ପେଲା କ୍ଷେତ୍ରର ଗୁହାରେ କବର ଦେଲେ। ମମ୍ରି ନିକଟସ୍ଥ ସେହି ଗୁହା କ୍ଷେତ୍ର ସମାଧି ଭୂମିରୂପେ ଇଫ୍ରୋଣ ଓ ହେତୀୟଠାରୁ ଅବ୍ରହାମଙ୍କ ଦ୍ୱାରା କିଣା ଯାଇଥିଲା। 14 ଯୋଷେଫ ଆପଣା ପିତାଙ୍କୁ କବର ଦେଇସାରିବା ପରେ ସେ, ତାଙ୍କ ଭାଇମାନେ ଏବଂ ତାଙ୍କ ସହିତ ଯାଇଥିବା ସମସ୍ତ ଲୋକ ମିଶରକୁ ଫେରିଗଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 11:17-34

ପ୍ରଭୁଭୋଜ

17 ବର୍ତ୍ତମାନ ମୁଁ ଯେଉଁ ବିଷୟରେ ତୁମ୍ଭମାନଙ୍କୁ କହୁଛି, ସେଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁ ନାହିଁ। ତୁମ୍ଭମାନଙ୍କର ସମବେତ ସଭାଗୁଡ଼ିକ ତୁମ୍ଭମାନଙ୍କ ମଙ୍ଗଳ କରିବା ପରିବର୍ତ୍ତେ କ୍ଷତିକାରକ ହେଉଛି। 18 ପ୍ରଥମେ ମୁଁ ଶୁଣିଛି ଯେ, ତୁମ୍ଭେମାନେ ମଣ୍ଡଳୀ ସଭାରେ ସମବେତ ହେଲାବେଳେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ଘଟେ। 19 କେତେକାଂଶରେ ମୁଁ ଏହାକୁ ବିଶ୍ୱାସ କରେ। ତୁମ୍ଭମାନଙ୍କ ମଧ୍ୟରେ ମତଭେଦ ହେବା ଆବଶ୍ୟକ କାରଣ ଏହା ଦ୍ୱାରା ଯେଉଁମାନଙ୍କ ମତ ଠିକ୍ ତାହା ସ୍ପଷ୍ଟ ରୂପେ ଜଣାଯିବ।

20 ଅତଏବ, ତୁମ୍ଭେମାନେ ଯେତେବେଳେ ମଣ୍ଡଳୀରେ ସମବେତ ହୁଅ, ତୁମ୍ଭେମାନେ ପ୍ରକୃତରେ ପ୍ରଭୁଭୋଜ [a] ପାଳନ କରି ନ ଥାଅ। 21 କାରଣ ତୁମ୍ଭେମାନେ ଖାଇଲା ବେଳେ ଅନ୍ୟମାନଙ୍କ ପାଇଁ ଅପେକ୍ଷା ନ କରି ନିଜ ନିଜର ଭୋଜ ଖାଅ। ଫଳତଃ, କେହି କେହି ଯଥେଷ୍ଟ ଖାଇବା ଓ ପିଇବାକୁ ପାଆନ୍ତି ନାହିଁ, ଅପରପକ୍ଷରେ ଅନ୍ୟମାନେ ଅତ୍ୟଧିକ ଖାଇପିଇ ମାତାଲ ହୋଇଯା’ନ୍ତି। 22 ତୁମ୍ଭେମାନେ ନିଜ ନିଜର ଘରେ ଖାଇ ପିଇ ପାରିବ। ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କ ମଣ୍ଡଳୀର ଯେପରି ଗୁରୁତ୍ୱ ନାହିଁ, ଏହି କାର୍ଯ୍ୟରୁ ଜଣାପଡ଼େ। ତୁମ୍ଭେମାନେ ଦରିଦ୍ର ଲୋକଙ୍କୁ ଲଜ୍ଜା ଦେଉଛ। ମୁଁ ତୁମ୍ଭମାନଙ୍କୁ କ’ଣ ବା କହିବି? ଏହି କାମ ପାଇଁ କ’ଣ ମୁଁ ତୁମ୍ଭମାନଙ୍କ ପ୍ରଶଂସା କରିବି? ନା। ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ପ୍ରଶଂସା କରିବି ନାହିଁ।

23 ଯେଉଁ ଶିକ୍ଷା ମୁଁ ପ୍ରଭୁଙ୍କଠାରୁ ଗ୍ରହଣ କରିଥିଲି, ସେହି ସମାନ ଶିକ୍ଷା ତୁମ୍ଭମାନଙ୍କୁ ଦେଲି। ଯେଉଁ ରାତ୍ରିରେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଧରାଇ ଦିଆଯାଇଥିଲା। ସେହି ରାତ୍ରିରେ ସେ ରୋଟୀ ନେଲେ ଓ ତା’ ପାଇଁ ଧନ୍ୟବାଦ ଦେଇଥିଲେ। 24 ତା’ପରେ ସେହି ରୋଟୀକୁ ଛିଣ୍ଡାଇ ସେ କହିଲେ: “ଏହା ତୁମ୍ଭମାନଙ୍କ ନିମନ୍ତେ ମୋର ଶରୀର। ମୋତେ ସ୍ମରଣ କରିବା ପାଇଁ ତୁମ୍ଭେମାନେ ଏହା କର।” 25 ସେହିପରି ସେମାନେ ଖାଇ ସାରିଲା ପରେ, ସେ ପାନପାତ୍ର ନେଲେ ଓ କହିଲେ: “ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ଚୁକ୍ତିର ନିଦର୍ଶନ। ତୁମ୍ଭେମାନେ ଯେତେଥର ଏହି ପାତ୍ରକୁ ପାନ କରିବ, ମୋତେ ସ୍ମରଣ କରିବା ପାଇଁ ତାହା କରିବ।” 26 ପ୍ରତ୍ୟେକ ଥର ଏହି ରୋଟୀ ଖାଇଲା ବେଳେ ଓ ଏହି ପାନପାତ୍ରରୁ ପାନ କଲାବେଳେ, ପ୍ରଭୁଙ୍କ ଦିନ ଆସିବା ପର୍ଯ୍ୟନ୍ତ, ପ୍ରଭୁଙ୍କ ମୃତ୍ୟୁର ଘୋଷଣା କରୁଥିବ।

27 ଅତଏବ, ଯେଉଁ ଲୋକ ରୋଟୀ ଓ ପ୍ରଭୁଙ୍କର ପିଆଲାରୁ ଅନୁଚିତ୍ ଭାବରେ ଗ୍ରହଣ କରେ, ସେ ପ୍ରଭୁଙ୍କର ଶରୀର ଓ ରକ୍ତର ଅବମାନନା କରେ। 28 ପ୍ରତ୍ୟେକଲୋକ ରୋଟୀ ଖାଇବା ପୂର୍ବରୁ ଓ ପିଆଲାରୁ ପିଇବା ପୂର୍ବରୁ ନିଜ ହୃଦୟକୁ ପରୀକ୍ଷା କରିନେବା ଦରକାର। 29 ଯଦି ଜଣେ ପ୍ରଭୁଙ୍କ ଶରୀରକୁ ବିଶେଷ ନ ମଣି ଏହି ରୋଟୀକୁ ଖାଏ ଓ ଏହି ପିଆଲାରୁ ପିଏ, ତା’ହେଲେ ସେ ଏହା ଖାଇବା ଓ ପିଇବା ଦ୍ୱାରା ଦୋଷୀ ସାବ୍ୟସ୍ତ ହୁଏ। 30 ସେଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ଅନେକ ଦୁର୍ବଳ ଓ ରୋଗୀ ଅଛନ୍ତି ଓ ଅନେକ ମୃତ ହେଲେଣି। 31 କିନ୍ତୁ ଯଦି ଆମ୍ଭେ ନିଜକୁ ପରୀକ୍ଷା କରି ନେବା, ତା’ହେଲେ ଆମ୍ଭକୁ ପ୍ରଭୁଙ୍କ ଦ୍ୱାରା ବିଗ୍ଭରିତ ହେବାକୁ ପଡ଼ିବ ନାହିଁ। 32 ପ୍ରଭୁ ଯେତେବେଳେ ଆମ୍ଭର ବିଗ୍ଭର କରନ୍ତି, ସେ ଠିକ୍ ବାଟ ଦେଖାଇବା ଲାଗି ଆମ୍ଭ ପ୍ରତି ଦଣ୍ଡ ବିଧାନ କରନ୍ତି। ଆମ୍ଭେ ଯେପରି ଜଗତର ଅବଶିଷ୍ଟ ଲୋକମାନଙ୍କ ସହିତ ଦଣ୍ଡାଜ୍ଞା ପାଇବୁ ନାହିଁ, ସେଥିଲାଗି ସେ ଏପରି କରନ୍ତି।

33 ଅତଏବ, ହେ ଭାଇ ଓ ଭଉଣୀମାନେ ଯେତେବେଳେ ଭୋଜନ କରିବା ପାଇଁ ତୁମ୍ଭେମାନେ ଏକାଠି ଆସିଛ, ପରସ୍ପର ଏକଆରେକ ଲାଗି ଅପେକ୍ଷା କର। 34 ଯଦି କାହାକୁ ବହୁତ ଭୋକ ଲାଗୁଛି, ସେ ଘରେ ଖାଇଦେବା ଉଚିତ୍, ଯଦ୍ଦ୍ୱାରା ପ୍ରଭୁଭୋଜ ସଭାରେ ତୁମ୍ଭମାନଙ୍କ ଆଚରଣ ହେତୁ ପ୍ରଭୁଙ୍କ ଦ୍ୱାରା ବିଗ୍ଭରିତ ହେବ ନାହିଁ। ମୁଁ ଯେବେ ଆସିବି, ଅବଶିଷ୍ଟ ବିଷୟରେ କ’ଣ କରିବାକୁ ହେବ କହିବି।

ମାର୍କ ଲିଖିତ ସୁସମାଗ୍ଭର 8:1-10

ଯୀଶୁ ଗ୍ଭରି ହଜାରରୁ ଅଧିକ ଲୋକଙ୍କୁ ଖାଇବାକୁ ଦେଲେ(A)

ଆଉ ଥରେ ଯୀଶୁଙ୍କ ସହିତ ବହୁତ ଲୋକ ଥିଲେ। ସେମାନଙ୍କର କିଛି ଖାଇବାକୁ ନ ଥିଲା। ତେଣୁ ଯୀଶୁ ଶିଷ୍ୟମାନଙ୍କୁ ପାଖକୁ ଡକାଇ କହିଲେ, “ଏ ଲୋକମାନଙ୍କ ପାଇଁ ମୋତେ ବଡ଼ ଦୁଃଖ ଲାଗୁଛି। ସେମାନେ ମୋ’ ସହିତ ତିନି ଦିନ ହେଲା ଅଛନ୍ତି। ଅଥଚ ବର୍ତ୍ତମାନ ସେମାନଙ୍କ ପାଖରେ ଖାଇବାକୁ କିଛି ନାହିଁ। କିଛି ନ ଖୁଆଇ, ସେମାନଙ୍କୁ ଯଦି ମୁଁ ପଠାଇ ଦିଏ, ତେବେ ସେମାନେ ମୂର୍ଚ୍ଛା ହୋଇ ରାସ୍ତାରେ ଢଳି ପଡ଼ିବେ। କେତେକ ଲୋକ ବହୁତ ଦୂରରୁ ଆସିଛନ୍ତି।”

ଯୀଶୁଙ୍କ ଶିଷ୍ୟମାନେ କହିଲେ, “ଆମ୍ଭେମାନେ ଏ ଜନହୀନ ଅଞ୍ଚଳରେ ଏମାନଙ୍କୁ ଖୁଆଇବା ପାଇଁ ଯଥେଷ୍ଟ ଖାଦ୍ୟ କୁଆଡ଼ୁ ପାଇ ପାରିବୁ?”

ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭମାନଙ୍କ ପାଖରେ କେତେଖଣ୍ଡ ରୋଟୀ ଅଛି?”

ସେମାନେ ଉତ୍ତର ଦେଲେ, “ଆମ୍ଭମାନଙ୍କ ପାଖରେ ସାତଖଣ୍ଡ ଅଛି।”

ତା’ପରେ ଯୀଶୁ ଲୋକମାନଙ୍କୁ ତଳେ ବସି ଯିବାକୁ କହିଲେ। ସେ ସାତଖଣ୍ଡ ରୋଟୀ ନେଲେ ଓ ସେଥିପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ରୋଟୀତକ ଖଣ୍ଡ ଖଣ୍ଡ କରି ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେବାକୁ ଶିଷ୍ୟମାନଙ୍କୁ ଦେଲେ। ସେମାନେ ସେଇଆ କଲେ। ଶିଷ୍ୟମାନଙ୍କ ପାଖରେ ମଧ୍ୟ ଅଳ୍ପ କିଛି ଛୋଟ ମାଛ ଥିଲା। ଯୀଶୁ ମାଛ ପାଇଁ ଧନ୍ୟବାଦ ଦେଇ ଶିଷ୍ୟମାନଙ୍କୁ ତାହା ଲୋକଙ୍କ ଭିତରେ ବାଣ୍ଟି ଦେବାକୁ କହିଲେ।

ସବୁ ଲୋକ ଖାଇ ତୃପ୍ତ ହେଲେ। ତା’ପରେ ସେମାନେ ବଳକା ଟୁକୁରା ତକ ଏକାଠି କରି ସାତୋଟି ଟୋକେଇରେ ଭର୍ତ୍ତିକଲେ। ସେଠାରେ ପ୍ରାୟ କେବଳ ଗ୍ଭରି ହଜାର ପୁରୁଷ ଖାଇଥିଲେ। ସେମାନେ ଖାଇଲା ପରେ ଯୀଶୁ ସେମାନଙ୍କୁ ବିଦାୟ କରିଦେଲେ। 10 ତା’ପରେ ଯୀଶୁ ଶିଷ୍ୟମାନଙ୍କ ସହ ଡଙ୍ଗାରେ ବସି ଦ‌ଲ୍‌ମନୂଥା ଅଞ୍ଚଳକୁ ଗ୍ଭଲିଗଲେ। ଫାରୂଶୀମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହିଁଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center