Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:97-120

ମେମ୍

97 ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
    ତାହା ମୁଁ ଦିନସାରା ଭାବେ।
98 ତୁମ୍ଭର ନିର୍ଦ୍ଦେଶ ମୋତେ ମୋର ଶତ୍ରୁମାନଙ୍କଠାରୁ ବୁଦ୍ଧିମାନ୍ କରିଛି।
    ତୁମ୍ଭର ନିୟମ ସର୍ବଦା ମୋ’ ସହିତ ଅଛି।
99 ମୋର ସମସ୍ତ ଗୁରୁଙ୍କଠାରୁ ମୁଁ ଅଧିକ ବୁଦ୍ଧିମାନ୍।
    କାରଣ ମୁଁ ତୁମ୍ଭର ବାକ୍ୟସବୁ ଶିକ୍ଷା କରେ।
100 ମୁଁ ପ୍ରାଚୀନବର୍ଗମାନଙ୍କଠାରୁ ଅଧିକ ବୁଝେ।
    କାରଣ ମୁଁ ତୁମ୍ଭର ନିର୍ଦ୍ଦେଶ ରକ୍ଷା କରେ।
101 ସଦାପ୍ରଭୁ, ପ୍ରତ୍ୟେକ କୁପଥଠାରୁ ମୁଁ ଦୂରେଇ ରହିବି,
    ଯେପରିକି ମୁଁ ତୁମ୍ଭର ବାକ୍ୟ ରକ୍ଷା କରି ପାରିବି।
102 ସଦାପ୍ରଭୁ ମୁଁ ତୁମ୍ଭର ଶାସନରୁ ଫେରି ନାହିଁ,
    କାରଣ ତୁମ୍ଭେ ନିଜେ ମୋତେ ଶିକ୍ଷା ଦେଇଅଛ।
103 ତୁମ୍ଭର ପ୍ରତିଜ୍ଞା ସର୍ବଦା ମୋ’ ପାଟିକୁ
    ମହୁଠାରୁ ଅଧିକ ମଧୁର ଲାଗେ।
104 ତୁମ୍ଭର ଶିକ୍ଷା ମୋତେ ବୁଦ୍ଧିମାନ କରେ।
    ତେଣୁ ମୁଁ ସବୁ ମିଥ୍ୟା ଶିକ୍ଷାକୁ ଘୃଣା କରେ।

ନୂନ୍

105 ସଦାପ୍ରଭୁ, ତୁମ୍ଭର ବାକ୍ୟ ମୋର ପାଦ ପାଇଁ ବତୀ ସଦୃଶ,
    ଓ ମୋର ପଥ ପାଇଁ ଆଲୋକ ଅଟେ।
106 ତୁମ୍ଭର ବିଗ୍ଭର ଉତ୍ତମ
    ଏବଂ ମୁଁ ତାହା ସବୁ ମାନିବା ପାଇଁ ଶପଥ କରେ।
107 ହେ ସଦାପ୍ରଭୁ, ମୁଁ ବହୁତ ଯନ୍ତ୍ରଣା ଭୋଗି ଅଛି।
    ଦୟାପୂର୍ବକ ମୋତେ ନିର୍ଦ୍ଦେଶ ଦିଅ ଓ ମୋତେ ଆଉଥରେ ବଞ୍ଚିବାକୁ ଦିଅ।
108 ସଦାପ୍ରଭୁ, ମୋର ପ୍ରଶଂସା ଗ୍ରହଣ କର।
    ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
109 ମୋ’ ଜୀବନ ବିପଦପୂର୍ଣ୍ଣ ସବୁବେଳେ ଥାଏ,
    କିନ୍ତୁ ମୁଁ ଏବେ ପର୍ଯ୍ୟନ୍ତ କଦାପି ତୁମ୍ଭ ଶିକ୍ଷା ପଥରୁ ନିବୃତ୍ତ ହୋଇ ନାହିଁ।
110 ଦୁଷ୍ଟ ଲୋକମାନେ ସର୍ବଦା ମୋତେ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି।
    କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶ କେବେ ଅବମାନନା କରି ନାହିଁ।
111 ସଦାପ୍ରଭୁ, ମୁଁ ତୁମ୍ଭର ନିୟମକୁ ସବୁଦିନ ଦେଖାଇବାକୁ ଉପହାର ଆକାରରେ ଗ୍ରହଣ କରିଅଛି।
    ଏହା ମୋତେ ବହୁ ଆନନ୍ଦ ଦିଏ।
112 ତୁମ୍ଭର ନିୟମସବୁ ମାନିବା ପାଇଁ ମୁଁ ଆପଣା ମନକୁ ପ୍ରବର୍ତ୍ତାଇଛି,
    ତାହା ମୋର ପୁରସ୍କାର ହେବ।

ସାମକ୍

113 ହେ ସଦାପ୍ରଭୁ, ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି, ମୁଁ ସେମାନଙ୍କୁ ଘୃଣା କରେ।
    କିନ୍ତୁ ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
114 ତୁମ୍ଭେ ହେଉଛ ମୋର ଲୁଚିବା ସ୍ଥାନ ଏବଂ ସୁରକ୍ଷା ବ୍ୟକ୍ତି।
    ମୁଁ ତୁମ୍ଭ ବାକ୍ୟରେ ସର୍ବଦା ଭରସା କରେ।
115 ମନ୍ଦ ଲୋକମାନେ, ମୋ’ ନିକଟକୁ ଆସନ୍ତି ନାହିଁ,
    ଯେପରିକି ମୁଁ ମୋର ପରମେଶ୍ୱରଙ୍କର ଆଜ୍ଞାମାନ ପାଳନ କରି ପାରିବି।
116 ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ମନୋନୀତ କଲ, ଯେପରି ମୁଁ ବଞ୍ଚିପାରିବି।
    ମୁଁ ତୁମ୍ଭ ଉପରେ ଭରସା ରଖେ, ମୋତେ ହତୋତ୍ସାହ କର ନାହିଁ।
117 ମୋର ସହାୟ ହୁଅ, ସଦାପ୍ରଭୁ, ମୁଁ ସୁରକ୍ଷିତ ହେବି।
    ମୁଁ ସର୍ବଦା ତୁମ୍ଭର ନିୟମ ମାନିବି।
118 ସଦାପ୍ରଭୁ ଯେଉଁମାନେ ତୁମ୍ଭ ବ୍ୟବସ୍ଥାରୁ ଦୂରେଇ ଯାଆନ୍ତି ତୁମ୍ଭେ ତାଙ୍କୁ ଗ୍ରହଣ କର ନାହିଁ।
    କାରଣ ସେମାନେ ମିଥ୍ୟାବାଦୀ ଏବଂ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି।
119 ହେ ସଦାପ୍ରଭୁ, ପୃଥିବୀର ଦୁଷ୍ଟଗଣଙ୍କୁ ତୁମ୍ଭେ ଆବର୍ଜ୍ଜନା ପରି ଫିଙ୍ଗିଦିଅ।
    ଯେପରି ମୁଁ ତୁମ୍ଭର ନିୟମକୁ ସ୍ନେହ କରିବି।
120 ତୁମ୍ଭ ପ୍ରତି ଭୟ ଯୋଗୁଁ ମୁଁ ଥରେ।
    ମୁଁ ତୁମ୍ଭର ବ୍ୟବସ୍ଥାକୁ ଭୟ କରେ ଓ ସମ୍ମାନ କରେ।

ଗୀତସଂହିତା 81-82

ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ ଆସଫର ଗୀତ।

81 ଆମ୍ଭମାନଙ୍କ ବଳସ୍ୱରୂପ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଉଚ୍ଚ ସ୍ୱରରେ ଜୟଗାନ କର।
    ଯାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
ଗୀତ ଆରମ୍ଭ କର
    ଓ ଦାରା ବଜାଅ,
    ନେବଲ ସହିତ ସୁମଧୁର ବୀଣାରେ ସ୍ୱର ବାହାର କର।
ଅମାବାସ୍ୟା ଦିନରେ ମେଣ୍ଢା ତୂରୀ ବଜାଅ।
    ଆମ୍ଭର ପର୍ବଦିନରେ, ପୂର୍ଣ୍ଣିମାରେ ଏହାକୁ ବଜାଅ।
କାରଣ ଏହା ଇସ୍ରାଏଲ ପାଇଁ ନିୟମ।
    ଏହା ଯାକୁବର ପରମେଶ୍ୱରଙ୍କର ଆଦେଶ ଅଟେ।
ପରମେଶ୍ୱର ଯୋଷେଫଙ୍କ ଲୋକମାନଙ୍କ ପାଇଁ ଏହି ନିୟମ କରିଥିଲେ।
    ଯେତେବେଳେ ପରମେଶ୍ୱର ମିଶର ଭୂମି ବିରୁଦ୍ଧରେ ଗଲେ,
ଯେଉଁଠାରେ ମୁଁ ଏକ ଭାଷା ଶୁଣିଲି ଯାହା ମୁଁ ବୁଝିପାରିଲି ନାହିଁ।
ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭ କାନ୍ଧରୁ ଭାର ଉତ୍ତାରି ଦେଲୁ।
    ତାହାର ହସ୍ତ ଟୋକେଇରୁ ମୁକ୍ତ ହେଲା।
ତୁମ୍ଭେମାନେ ଯେତେବେଳେ ସଙ୍କଟରେ ଥିଲ, ତୁମ୍ଭେ ସାହାଯ୍ୟ ମାଗିଲ, ଏବଂ ଆମ୍ଭେ ତୁମ୍ଭକୁ ମୁକ୍ତ କଲୁ।
    ଆମ୍ଭେ ଘନ ଅନ୍ଧାର ବାଦଲରୁ ତୁମ୍ଭକୁ ଉତ୍ତର ଦେଲୁ।
    ଆମେ ମିରୀବାଃ ପାଣି ନିକଟରେ ତୁମ୍ଭକୁ ପରୀକ୍ଷା କଲୁ।”

“ହେ ଆମ୍ଭର ଲୋକମାନେ, ଆମ୍ଭର କଥା ଶୁଣ,
    ହେ ଇସ୍ରାଏଲ, ଆମ୍ଭର କଥା ଶୁଣ! ଆମ୍ଭେ ତୁମ୍ଭକୁ ସତର୍କ କରୁଛୁ।
ତୁମ୍ଭେମାନେ ଅନ୍ୟ କୌଣସି ଦେବତାକୁ ପୂଜା କରିବ ନାହିଁ।
    ଯାହାକୁ ବିଦେଶୀମାନେ ପୂଜା କରୁଛନ୍ତି।
10 ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର,
    ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲୁ।
ତୁମ୍ଭର ମୁଖ ବଡ଼ କରି ଖୋଲ,
    ଆମ୍ଭେ ଖୁଆଇ ଦେବା।

11 “କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ।
    ଇସ୍ରାଏଲବାସୀ ଆମ୍ଭର କଥା ମାନିଲେ ନାହିଁ।
12 ତେଣୁ ଆମ୍ଭେ ସେମାନଙ୍କୁ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ଦେଲୁ।
    ଇସ୍ରାଏଲୀୟମାନେ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟମାନ କଲେ।
13 ଭଲହୁଅନ୍ତା, ଯଦି ଆମ୍ଭର ଲୋକମାନେ ଆମ୍ଭର କଥା ଶୁଣିଥା’ନ୍ତେ
    ଓ ଇସ୍ରାଏଲବାସୀ ଆମ୍ଭେ ଗ୍ଭହିଁଥିବା ଅନୁସାରେ ରହିଥା’ନ୍ତେ?
14 ତେବେ, ଆମ୍ଭେ ସେମାନଙ୍କର ଶତ୍ରୁମାନଙ୍କୁ ପରାସ୍ତ କରିବା।
    ଆମ୍ଭେ ସେମାନଙ୍କର ଶତ୍ରୁଗଣକୁ ଦଣ୍ଡିତ କରିବା।
15 ସଦାପ୍ରଭୁଙ୍କ ଘୃଣାକାରୀମାନେ ଭୟରେ ଥରିବେ।
    ସେମାନଙ୍କର ଦଣ୍ଡ ଚିରଦିନ ଧରି ରହିବ ଓ ସର୍ବଦା ଦଣ୍ଡ ପାଇବେ।
16 ଆମ୍ଭେ ତୁମ୍ଭମାନଙ୍କୁ ଉତ୍ତମ ଗହମ ସହ ଖୁଆଇବା।
    ଆମ୍ଭେ ତୁମ୍ଭମାନଙ୍କୁ ଶୈଳରୁ ମଧୁ ଦେଇ ସନ୍ତୁଷ୍ଟ କରିବା।”

ଆସଫର ଗୀତ।

82 ପରମେଶ୍ୱର ପରମେଶ୍ୱରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି।
    ସେ ବିଗ୍ଭରକର୍ତ୍ତାମାନଙ୍କ ମଧ୍ୟରେ ବିଗ୍ଭର କରନ୍ତି।
ପରମେଶ୍ୱର କହନ୍ତି, “ତୁମ୍ଭେମାନେ କେତେକାଳ ପର୍ଯ୍ୟନ୍ତ ଅନ୍ୟାୟ ବିଗ୍ଭର କରିବ?
    ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ଦୁଷ୍ଟ ଲୋକମାନଙ୍କୁ ବିନା ଦଣ୍ଡରେ ମୁକ୍ତି କରିବ?”

“ଅନାଥ ଓ ଗରିବ ଲୋକମାନଙ୍କୁ ରକ୍ଷା କର।
    ଅତ୍ୟାଗ୍ଭରିତ ଓ ଗରିବ ଲୋକମାନଙ୍କର ପ୍ରତି ନ୍ୟାୟ ବ୍ୟବହାର କର।
ଗରିବ ଓ ଦୀନହୀନମାନଙ୍କୁ ରକ୍ଷା କର।
    ଦୁଷ୍ଟଗଣର ହସ୍ତରୁ ସେମାନଙ୍କୁ ରକ୍ଷା କର।

“ଯାହାସବୁ ଘଟୁଛି ସେମାନେ ଜାଣନ୍ତି ନାହିଁ
    କିଅବା ବୁଝନ୍ତି ନାହିଁ।
ସେମାନେ ଅନ୍ଧାରରେ ଝୁଣ୍ଟି ପଡ଼ନ୍ତି।
    ସେମାନଙ୍କର ପୃଥିବୀ ସେମାନଙ୍କର ଚତୁର୍ପାର୍ଶ୍ୱରେ ତଳକୁ ପଡ଼ୁଛି।”
ମୁଁ (ପରମେଶ୍ୱର) କହିଲି,
    “ତୁମ୍ଭେମାନେ ଈଶ୍ୱରଗଣ ଓ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସନ୍ତାନ।
ତଥାପି ତୁମ୍ଭେମାନେ ମନୁଷ୍ୟ ପରି ମରିବ।
    ତୁମ୍ଭେ ରାଜକୁମାର ପରି ମୃତ୍ୟୁବରଣ କରିବ।”

ହେ ପରମେଶ୍ୱର, ଉଠ! ପୃଥିବୀର ବିଗ୍ଭର କର!
    ସମସ୍ତ ଜାତିଗଣ ତୁମ୍ଭର ଅଟେ।

ଆଦିପୁସ୍ତକ 27:1-29

ଇ‌ସ୍‌ହାକଙ୍କୁ ଯାକୁବର ପ୍ରବଞ୍ଚନା

27 ଇ‌ସ୍‌ହାକ ବୃଦ୍ଧ ହେଲା ପରେ ତାଙ୍କ ଆଖିକୁ ଭଲ ଦେଖା ଗଲା ନାହିଁ। ଦିନେ ସେ ତାଙ୍କର ବଡ଼ ପୁତ୍ର ଏଷୌକୁ ପାଖକୁ ଡାକି କହିଲେ, “ହେ ପୁତ୍ର” ଏଷୌ!

ସେ ଉତ୍ତର ଦେଲେ, “ମୁଁ ଏହିଠାରେ,”

ଇ‌ସ୍‌ହାକ କହିଲେ, “ମୁଁ ବୃଦ୍ଧ। ମୁଁ ଜାଣିନି, କେବେ ମରିବିା ତେଣୁ ତୁମ୍ଭେ ତୁମ୍ଭର ଧନୁ ଏବଂ ଶର ନେଇ ଶିକାର କରିବାକୁ ଯାଅ। ମୋ’ ଖାଦ୍ୟ ପାଇଁ ଏକ ମୃଗ ଶିକାର କର। ମୁଁ ଯେଉଁ ପରି ଖାଦ୍ୟକୁ ଭଲ ପାଏ ସେହିପରି ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମୋ’ ପାଇଁ ଆଣ। ତହିଁରେ ମୋର ମୃତ୍ୟୁ ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବି।” ତେଣୁ ଏଷୌ ଶିକାରକୁ ଗଲେ।

ରିବିକା ଏହିକଥା ଶୁଣୁଥିଲେ ଯେତେବେଳେ ଇ‌ସ୍‌ହାକ ତାଙ୍କର ବଡ଼ପୁଅ ଏଷୌକୁ କହୁଥିଲେ। ରିବିକା ତାଙ୍କର ପୁତ୍ର ଯାକୁବକୁ କହିଲେ, “ଶୁଣ, ତୁମ୍ଭର ପିତା ଏଷୌକୁ କହିବାର କଥା ମୁଁ ଶୁଣିଛି। ତୁମ୍ଭର ପିତା କହିଲେ, ‘ମୋ’ ପାଇଁ ମୃଗୟା ମାଂସ ରାନ୍ଧି କରି ମୋତେ ଖୁଆଅ। ମୋ’ ପାଇଁ ଖାଦ୍ୟ ପ୍ରସ୍ତୁତ କରି ଆଣ, ମୁଁ ତାହା ଖାଇ ମରିବା ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବି।’ ତେଣୁ ପୁତ୍ର, ମୋର କଥା ଶୁଣ। ମୁଁ ଯେପରି କହୁଛି ସେହିପରି କର। ଆମ୍ଭର ଗୋଠରୁ ଦୁଇଟି ଯୁବା ଛେଳି ଆଣ। ତୁମ୍ଭର ପିତାଙ୍କର ରୁଚି ମୁତାବକ ଖାଦ୍ୟ ମୁଁ ପ୍ରସ୍ତୁତ କରି ଦେବି। 10 ଏହା ପରେ ତୁମ୍ଭେ ତୁମ୍ଭ ପିତାଙ୍କ ନିକଟକୁ ଖାଦ୍ୟ ନେଇ ଯିବ। ଏବଂ ସେ ମରିବା ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ ଦେବେ।”

11 କିନ୍ତୁ ଯାକୁବ ତା’ର ମାତା ରିବିକାକୁ କହିଲେ, “ମୋର ଭାଇ ଏଷୌ ଲୋମଶ ଶରୀର। ମୁଁ ତାଙ୍କ ପରି ଲୋମଶ ନୁହେଁ। 12 ଯଦି ମୋର ପିତା ମୋତେ ସ୍ପର୍ଶ କରନ୍ତି। ସେ ଜାଣି ପାରିବେ ଯେ ମୁଁ ଏଷୌ ନୁହେଁ। ତା’ପରେ ସେ ମୋତେ ଆଶୀର୍ବାଦ କରିବା ପରିବର୍ତ୍ତେ ଅଭିଶାପ ଦେବେ। କାରଣ ମୁଁ ତାଙ୍କୁ ପ୍ରବଞ୍ଚନା କରିବାକୁ ଚେଷ୍ଟା କରୁଛି।”

13 ତେଣୁ ରିବିକା ତାଙ୍କୁ କହିଲେ, “ଯଦି କିଛି ସମସ୍ୟା ଆସେ ତେବେ ମୁଁ ସହିନେବି। ମୁଁ ଯାହା କହୁଛି ତୁମ୍ଭେ ସେହିପରି କର। ଯାଅ ମୋ’ ପାଇଁ ଛେଳି ଧରି ଆସ।”

14 ତେଣୁ ଯାକୁବ ଯାଇ ଦୁଇଟି ଛେଳି ଆଣି ତାଙ୍କର ମାଙ୍କୁ ଦେଲେ। ଏହା ପରେ ତାଙ୍କର ମା’ ତାଙ୍କ ପିତାଙ୍କର ରୁଚି ଅନୁସାରେ ଖାଦ୍ୟ ପ୍ରସ୍ତୁତ କଲେ। 15 ରିବିକା ତାଙ୍କର ବଡ଼ପୁଅର ପୋଷାକ, ଯାହା ଘରେ ତାଙ୍କ ନିକଟରେ ଥିଲା, ନେଇ ଆଣି ତା’ର ସାନ ପୁଅ ଯାକୁବକୁ ସେହି ବସ୍ତ୍ର ପିନ୍ଧାଇ ଦେଲେ। 16 ରିବିକା ଛେଳି ଚମଡ଼ା ଆଣି ଯାକୁବର ହାତରେ ଏବଂ ତାଙ୍କ ଗଳାଦେଶରେ ଗୁଡ଼ାଇ ଦେଲେ। 17 ଏହା ପରେ ରିବିକା ପ୍ରସ୍ତୁତ ଖାଦ୍ୟକୁ ଆଣି ଯାକୁବକୁ ଦେଲେ।

18 ଯାକୁବ ତାଙ୍କର ପିତାଙ୍କ ନିକଟକୁ ଯାଇ କହିଲେ, “ପିତା”।

ତାଙ୍କର ପିତା କହିଲେ, “ହଁ ପୁତ୍ର, ତୁମ୍ଭେ କିଏ?”

19 ଯାକୁବ ତାଙ୍କର ପିତାଙ୍କୁ କହିଲେ, “ମୁଁ ଏଷୌ, ତୁମ୍ଭର ପ୍ରଥମ ସନ୍ତାନ ଅଟେ। ତୁମ୍ଭର ବାକ୍ୟ ଅନୁସାରେ ମୁଁ କରିଛି। ବର୍ତ୍ତମାନ ବସି ଶିକାର ମାଂସ ଭୋଜନ କରି ମୋତେ ଆଶୀର୍ବାଦ କର।”

20 କିନ୍ତୁ ଇ‌ସ୍‌ହାକ ତାଙ୍କ ପୁତ୍ରଙ୍କୁ କହିଲେ, “ତୁମ୍ଭେ ଏତେ ଶୀଘ୍ର ଶିକାରରୁ କିପରି ଫେରିଲ?”

ଯାକୁବ ଉତ୍ତର ଦେଲେ, “କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ମୋତେ ତାହା ଶୀଘ୍ର ଭେଟାଇ ଦେଲେ।”

21 ଏହା ପରେ ଇ‌ସ୍‌ହାକ ଯାକୁବକୁ କହିଲେ, “ପୁତ୍ର, ମୋର ପାଖକୁ ଆସ ତେବେ ମୁଁ ଜାଣି ପାରିବି। ଯଦି ମୁଁ ତୁମ୍ଭକୁ ସ୍ପର୍ଶ କରେ ତେବେ ମୁଁ ଜାଣି ପାରିବି ଯେ ତୁମ୍ଭେ ମୋର ପୁତ୍ର ଏଷୌ କି ନୁହେଁ।”

22 ତେଣୁ ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲେ। ଇ‌ସ୍‌ହାକ ସ୍ପର୍ଶ କରି କହିଲେ, “ତୁମ୍ଭର ସ୍ୱର ଯାକୁବର ସ୍ୱର ପରି କିନ୍ତୁ ତୁମ୍ଭର ହାତ ଲୋମଶ ଠିକ୍ ଏଷୌର ହାତ ପରି।” 23 ଇ‌ସ୍‌ହାକ ତାଙ୍କୁ ଚିହ୍ନି ପାରିଲେ ନାହିଁ, କାରଣ ତା’ର ହାତଗୁଡ଼ିକ ଏଷୌର ଲୋମଶ ହାତ ପରି। ତେଣୁ ସେ ତାଙ୍କୁ ଆଶୀର୍ବାଦ କଲେ।

24 ଇ‌ସ୍‌ହାକ କହିଲେ, “ତୁମ୍ଭେ କ’ଣ ମୋର ପୁତ୍ର ଏଷୌ?”

ଯାକୁବ ଉତ୍ତର ଦେଲେ, “ହଁ ମୁଁ ଏଷୌ।”

ଯାକୁବଙ୍କ ପାଇଁ ଆଶୀର୍ବାଦ

25 ଏହା ପରେ ଇ‌ସ୍‌ହାକ କହିଲେ, “ସେହି ଖାଦ୍ୟ ମୋ’ ପାଇଁ ଆଣ। ମୁଁ ତାହାକୁ ଖାଇ ତୁମ୍ଭକୁ ଆଶୀର୍ବାଦ ଦେବି।” ତେଣୁ ଯାକୁବ ତାଙ୍କୁ ଖାଦ୍ୟ ଦେଲେ ଏବଂ ସେ ତାକୁ ଖାଇଲେ। ଏବଂ ଯାକୁବ ତାଙ୍କୁ ଦ୍ରାକ୍ଷାରସ ଦେଲେ, ସେ ତାହା ପିଇଲେ।

26 ଏହା ପରେ ଇ‌ସ୍‌ହାକ ତାଙ୍କୁ କହିଲେ, “ମୋର ପୁତ୍ର ମୋ’ ପାଖକୁ ଆସ ମୋତେ ଚୁମ୍ବନ ଦିଅ।” 27 ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲେ ଓ ତାଙ୍କୁ ଚୁମ୍ବନ ଦେଲେ। ଇ‌ସ୍‌ହାକ ତାଙ୍କର ଗନ୍ଧ ବାରି ପାରିଲେ। ତାହା ଏଷୌର ପୋଷାକର ଗନ୍ଧ ଥିଲା। ଏବଂ ଇ‌ସ୍‌ହାକ ତାଙ୍କୁ ଆଶୀର୍ବାଦ ଦେଇ କହିଲେ,

“ସଦାପ୍ରଭୁଙ୍କର ଆଶୀର୍ବାଦପ୍ରାପ୍ତ କ୍ଷେତ୍ରର ସୁଗନ୍ଧି ତୁଲ୍ୟ
    ମୋ’ ପୁତ୍ରର ସୁଗନ୍ଧି।
28 ସଦାପ୍ରଭୁ ତୁମ୍ଭକୁ ଯଥେଷ୍ଟ ବର୍ଷା ଦିଅନ୍ତୁ।
    ତେଣୁ ତୁମ୍ଭେ ବହୁତ ଫସଲ ଓ ଦ୍ରାକ୍ଷାରସ ପାଇବ।
29 ସବୁ ଲୋକ ତୁମ୍ଭର ସେବା କରନ୍ତୁ।
    ସବୁ ଜାତି ତୁମ୍ଭ ନିକଟରେ ମସ୍ତକ ଅବନତ କରନ୍ତୁ।
ତୁମ୍ଭର ଭାଇ ଉପରେ ତୁମ୍ଭେ ଶାସନ କର।
    ତୁମ୍ଭର ମା’ର ସନ୍ତାନ ତୁମ୍ଭକୁ ମାନୁ।
ଯେ ତୁମ୍ଭକୁ ଅଭିଶାପ ଦିଏ ସେ ଅଭିଶପ୍ତ ହେଉ।
    ଯେ ତୁମ୍ଭକୁ ଆଶୀର୍ବାଦ କରେ ସେ ଆଶୀର୍ବାଦ ପ୍ରାପ୍ତ ହେଉ।”

ରୋମୀୟଙ୍କ ପ୍ରତି ପତ୍ର 12:1-8

ନିଜ ଜୀବନ ପ୍ରଭୁଙ୍କୁ ଅର୍ପଣ କର

12 ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ୱରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭେମାନେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ୱରୂପ ପରମେଶ୍ୱରଙ୍କୁ ଅର୍ପଣ କର। ଏହା କେବଳ ତାହାଙ୍କୁ ସମର୍ପିତ ହେବ। ଏହା ପରମେଶ୍ୱରଙ୍କୁ ଅତି ପ୍ରସନ୍ନ କରିବ। ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କ ଆତ୍ମିକ ଉପାସନା ଅଟେ। ଏହା ପରେ ଏହି ସଂସାରର ରୀତି ଅନୁସାରେ ଆଚରଣ କର ନାହିଁ, ବରଂ ନୂତନ ଚିନ୍ତନ ମାର୍ଗରେ ନିଜର ଅନ୍ତରକୁ ପରିବର୍ତ୍ତିତ କର। ତେବେ ପରମେଶ୍ୱର ତୁମ୍ଭମାନଙ୍କ ପାଇଁ କ’ଣ ଇଚ୍ଛା କରନ୍ତି, ତୁମ୍ଭେମାନେ ଜାଣି ପାରିବ। ତୁମ୍ଭେମାନେ ଜାଣି ପାରିବ ଯେ, କେଉଁ ବିଷୟ ଗୁଡ଼ିକ ଭଲ, ପରମେଶ୍ୱରଙ୍କୁ ପ୍ରିୟ ଓ ସିଦ୍ଧ।

ପରମେଶ୍ୱର ମୋତେ ବିଶେଷ ଅନୁଗ୍ରହ ପ୍ରଦାନ କରୁଥିବାରୁ ମୋର ତୁମ୍ଭ ସମସ୍ତଙ୍କୁ କହିବା କଥା ଯେ, ନିଜକୁ ଅନ୍ୟଠାରୁ ଭଲ ଭାବ ନାହିଁ। ପରମେଶ୍ୱର ଯେଉଁ ପ୍ରକାରର ବିଶ୍ୱାସ ତୁମ୍ଭକୁ ଦେଇଛନ୍ତି, ସେହି ଅନୁସାରେ ତୁମ୍ଭ ନିଜକୁ ନମ୍ର ମନେ କର। ଯେପରି ଆମ୍ଭ ସମସ୍ତଙ୍କର ଶରୀରଟିଏ ଅଛି ଓ ଏହି ଶରୀରରେ ଅନେକ ପ୍ରକାରର ଅଙ୍ଗ ଅଛି। ଏହି ଅଙ୍ଗ ଗୁଡ଼ିକ ଏକା ଭଳି କାମ କରନ୍ତି ନାହିଁ। ସେହିଭଳି ଆମ୍ଭେ ସଂଖ୍ୟାରେ ଅନେକ ଲୋକ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଆମ୍ଭେ ଏକ ଶରୀରର ବିଭିନ୍ନ ଅଙ୍ଗ ଭଳି ଆମ୍ଭେ ପ୍ରତ୍ୟେକ ଅନ୍ୟର ପରିପୂରକ।

ଏହିଭଳି ଆମ୍ଭକୁ ପରମେଶ୍ୱରଙ୍କ ଅନୁଗ୍ରହରୁ, ବିଭିନ୍ନ ସବୁ ଅନୁଗ୍ରହ ଦାନମାନ ମିଳିଛି। ଜଣେ ତା’ଠାରେ ଥିବା ବିଶ୍ୱାସ ଅନୁସାରେ ତାହାକୁ ବ୍ୟବହାର କରୁ। ଯଦି କାହାକୁ ଭବିଷ୍ୟ‌ଦ୍‌ବାଣୀର ଦାନ ମିଳିଛି, ତା’ହେଲେ ସେ ନିଜର ବିଶ୍ୱାସ ଅନୁସାରେ ଭବିଷ୍ୟ‌ଦ୍‌ବାଣୀ କରୁ। ଯଦି କାହାକୁ ସେବା କରିବା ପାଇଁ ଅନୁଗ୍ରହ ଦାନ ମିଳିଛି ତେବେ ସେ ନିଜକୁ ସେବା ପାଇଁ ଅର୍ପଣ କରୁ। ଯଦି କାହାକୁ ଶିକ୍ଷା ବା ଉପଦେଶ ଦେବା ଅନୁଗ୍ରହ ଦାନ ମିଳିଛି, ତା’ହେଲେ ସେ ନିଜକୁ ପ୍ରଗ୍ଭର କାର୍ଯ୍ୟରେ ଲଗାଇ ଦେଉ। ଯଦି କାହାକୁ ଅନ୍ୟ ଲୋକମାନଙ୍କୁ ସାନ୍ତ୍ୱନା ଦେବାର ଅନୁଗ୍ରହ ଦାନ ମିଳିଛି, ତା’ହେଲେ ସେ ଲୋକମାନଙ୍କୁ ସାନ୍ତ୍ୱନା ଦେଉ। ଯଦି କାହାକୁ ଦାନ ଦେବା ଅନୁଗ୍ରହ ଦାନ ମିଳିଛ ତା’ହେଲେ ସେ ଖୋଲା ମନରେ ଦାନ କରୁ। ଯଦି କାହାକୁ ନେତୃତ୍ୱ ନେବାର ଅନୁଗ୍ରହ ଦାନ ମିଳିଛି, ତା’ହେଲେ ସେ ମନ ପ୍ରାଣ ଢାଳି ନେତୃତ୍ୱ ଦେଉ। ଯଦି କାହାକୁ ଅନ୍ୟମାନଙ୍କୁ ଦୟା ଦେଖାଇବା ଅନୁଗ୍ରହ ଦାନ ମିଳିଛି ତା’ହେଲେ ସେ ଆନନ୍ଦ ମନରେ ଦୟା ଦେଖାଉ।

ଯୋହନ ଲିଖିତ ସୁସମାଗ୍ଭର 8:12-20

ଯୀଶୁ ହେଉଛନ୍ତି ଜଗତର ଆଲୋକ

12 ପରେ, ଯୀଶୁ ପୁଣି ଲୋକମାନଙ୍କୁ ଉପଦେଶ ଦେଲେ। ସେ କହିଲେ, “ମୁଁ ଜଗତର ଆଲୋକ, ମୋତେ ଯେଉଁ ଲୋକ ଅନୁସରଣ କରେ, ସେ କେବେ ଅନ୍ଧକାରରେ ଗ୍ଭଲିବ ନାହିଁ। ସେ ଲୋକ ଜୀବନ ପ୍ରଦାନକାରୀ ଆଲୋକ ପାଇବ।”

13 କିନ୍ତୁ ଫାରୂଶୀମାନେ ଯୀଶୁଙ୍କୁ କହିଲେ, “ତୁମ୍ଭେ ଯେତେବେଳେ ତୁମ୍ଭ ନିଜ ସାକ୍ଷ୍ୟ ଦେଉଛ, ସେତେବେଳେ ତୁମ୍ଭେ କେବଳ ଏସବୁ କଥା ସତ୍ୟ ବୋଲି କହୁଛ। ତେଣୁ ଆମ୍ଭେ ତୁମ୍ଭର ଏସବୁ କଥା ଗ୍ରହଣ କରି ପାରିବୁ ନାହିଁ।”

14 ଯୀଶୁ ଉତ୍ତର ଦେଲେ, “ହଁ, ମୁଁ ମୋ’ ବିଷୟରେ ଏସବୁ କଥା କହୁଛି, କିନ୍ତୁ ମୁଁ ଯାହା କହୁଛି, ଲୋକେ ବିଶ୍ୱାସ କରି ପାରିବେ। କାରଣ ମୁଁ ଜାଣେ, ମୁଁ କେଉଁଠାରୁ ଆସିଛି ଓ ମୁଁ କେଉଁଆଡ଼େ ଯାଉଛି। ମୁଁ ତୁମ୍ଭମାନଙ୍କ ଭଳି ନୁହେଁ। ତୁମ୍ଭେ ଜାଣି ନାହଁ, ମୁଁ କେଉଁଠାରୁ ଆସିଛି ଓ କେଉଁଠାକୁ ଯାଉଛି। 15 ପୃଥିବୀର ଲୋକମାନଙ୍କୁ ବିଗ୍ଭର କଲା ଭଳି ତୁମ୍ଭେ ମୋର ବିଗ୍ଭର କରୁଛ। ମୁଁ କାହାର ବିଗ୍ଭର କରୁ ନାହିଁ। 16 କିନ୍ତୁ ମୁଁ ଯଦି ବିଗ୍ଭର କରେ, ତେବେ ମୋ’ ବିଗ୍ଭର ଠିକ୍ ହୁଅନ୍ତା। କାରଣ ମୁଁ ଏକୁଟିଆ ନୁହେଁ, ମୋ’ ସହିତ ମୋର ପ୍ରେରଣକର୍ତ୍ତା ପରମପିତା ଅଛନ୍ତି। 17 ତୁମ୍ଭର ବିଧି ବ୍ୟବସ୍ଥା କୁହେ ଯେ, କୌଣସି ଘଟଣା ସମ୍ବନ୍ଧରେ ଯଦି ଦୁଇଜଣ ସାକ୍ଷୀ ସମାନ କଥା କହନ୍ତି, ତେବେ ତୁମ୍ଭେ ନିଶ୍ଚୟ ସେମାନଙ୍କ କଥା ଗ୍ରହଣ କରିବ। 18 ମୁଁ ମୋ’ ନିଜ ସମ୍ବନ୍ଧରେ ଜଣେ ସାକ୍ଷୀ ଓ ମୋତେ ପଠାଇଥିବା ପରମପିତା ମୋର ଆଉ ଜଣେ ସାକ୍ଷୀ।”

19 ଲୋକମାନେ ପଗ୍ଭରିଲେ, “ତୁମ୍ଭର ପିତା କାହାନ୍ତି?”

ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ମୋତେ ଜାଣି ନାହଁ ଓ ମୋ’ ପରମପିତାଙ୍କୁ ମଧ୍ୟ ଜାଣି ନାହିଁ। କିନ୍ତୁ ତୁମ୍ଭେ ଯଦି ମୋତେ ଜାଣିଥା’ନ୍ତ, ତେବେ ମୋ’ ପରମପିତାଙ୍କୁ ମଧ୍ୟ ଜାଣିଥା’ନ୍ତ।” 20 ଯୀଶୁ ଏସବୁ କଥା ମନ୍ଦିର ପରିସରରେ ଉପଦେଶ ଦେଲାବେଳେ କହିଲେ। ଦାନ ପାତ୍ରରେ ଦାନ ପକାଉଥିବା ସ୍ଥାନ ନିକଟରେ ଯୀଶୁ ଠିଆ ହୋଇଥିଲେ। କିନ୍ତୁ କେହି ଲୋକ ତାହାଙ୍କୁ ବନ୍ଦୀ କଲେ ନାହିଁ। ଯୀଶୁଙ୍କର ଉଚିତ୍ ସମୟ ସେପର୍ଯ୍ୟନ୍ତ ଆସି ନ ଥିଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center