Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 78

ଅଫସର ମସ୍କୀଲ୍।

78 ହେ ମୋହର ଲୋକମାନେ, ତୁମ୍ଭେ ମୋର ଉପଦେଶକୁ ଶୁଣ।
    ମୋହର ବାକ୍ୟକୁ କର୍ଣ୍ଣପାତ କର, ଯାହା ମୁଁ କହୁଅଛି।
ମୁଁ ତୁମ୍ଭମାନଙ୍କୁ ଗୋଟିଏ ଗପ କହିବି।
    ମୁଁ ତୁମ୍ଭମାନଙ୍କୁ ଅତୀତର ଗପ କହିବି, ଯାହାକି ବୁଝିବା ପାଇଁ କଷ୍ଟକର।
ଆମ୍ଭେ ଏହି ଗପ ଶୁଣିଅଛୁ ଏବଂ ଆମ୍ଭେ ସେମାନଙ୍କ ବିଷୟରେ ଭଲଭାବରେ ଜାଣିଛୁ।
    ଯାହା ଆମ୍ଭମାନଙ୍କର ପିତା ଆମ୍ଭମାନଙ୍କୁ କହିଥିଲେ।
ଆମ୍ଭେମାନେ ସେମାନଙ୍କ ବଂଶଧରମାନଙ୍କୁ ଏହା ଲୁଗ୍ଭଇବୁ ନାହିଁ।
    ସେମାନେ କାହିଁକି ସଦାପ୍ରଭୁଙ୍କୁ ପ୍ରଶଂସା କରିବା ଉଚିତ୍,
ଏହା ଆମ୍ଭେ ଆମ୍ଭର ଆସୁଥିବା ପିଢ଼ିକୁ କହିବୁ,
    ଆମ୍ଭେ ତାହାଙ୍କ ଶକ୍ତି ଏବଂ ଆଶ୍ଚର୍ଯ୍ୟତା ଯାହା ସେ କଲେ ସେସବୁ ବିଷୟରେ ସେମାନଙ୍କୁ କହିବୁ।
ସଦାପ୍ରଭୁ ଯାକୁବ ସହିତ ଏକ ଚୁକ୍ତି କଲେ।
    ପରମେଶ୍ୱର ଇସ୍ରାଏଲକୁ ବ୍ୟବସ୍ଥା ପ୍ରଦାନ କଲେ।
ପରମେଶ୍ୱର ଆମର ପୂର୍ବପୁରୁଷମାନଙ୍କୁ ଆଜ୍ଞା ଦେଲେ,
    ସେମାନଙ୍କର ଉତ୍ତରାଧିକାରୀମାନଙ୍କୁ ଏହି ଶିକ୍ଷା ଦେବା ସମ୍ବନ୍ଧେ।
ଏପରିକି ଯେଉଁ ପିଲାମାନେ ଜନ୍ମ ହେବେ, ସେମାନେ ସେମାନଙ୍କର ପିଲାମାନଙ୍କୁ ଜଣାଇବେ।
    ତା’ପରେ ସେମାନେ ଯେବେ ବଡ଼ ହେବେ ସେମାନଙ୍କର ପିଲାମାନଙ୍କୁ କହିବେ।
ତେଣୁ ସମସ୍ତ ଲୋକ ପରମେଶ୍ୱରଙ୍କର ଆଜ୍ଞା ମାନିବେ।
    ସେମାନେ କଦାପି ଭୁଲିବେ ନାହିଁ ଯେ ପରମେଶ୍ୱର କ’ଣ କରିଥିଲେ।
    ସେମାନେ ଯତ୍ନ ସହକାରେ ପରମେଶ୍ୱରଙ୍କ ଆଜ୍ଞାସବୁ ପାଳନ କରିବେ।
ଯଦି ଲୋକମାନେ ତାଙ୍କର ପିଲାମାନଙ୍କୁ ପରମେଶ୍ୱରଙ୍କର ଆଦେଶ ଶିକ୍ଷା ଦିଅନ୍ତି, ତେବେ ସେମାନଙ୍କର ସନ୍ତାନଗଣ ସେମାନଙ୍କର ପୂର୍ବପୁରୁଷଙ୍କ ପରି ହେବେ ନାହିଁ।
    ସେମାନଙ୍କ ପୂର୍ବପୁରୁଷଗଣ ପରମେଶ୍ୱରଙ୍କ ବିରୋଦ୍ଧରେ ଗଲେ।
ଏବଂ ସେମାନେ ତାଙ୍କ ଆଦେଶ ମାନିଲେ ନାହିଁ।
    ସେମାନଙ୍କର ହୃଦୟ ଦୃଢ଼ ପରମେଶ୍ୱରଙ୍କଠାରେ ସମର୍ପିତ ନ ଥିଲା।
    ସେମାନଙ୍କର ଆତ୍ମା ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା।

ଇଫ୍ରୟିମର ଲୋକମାନେ ଅସ୍ତ୍ରଧାରଣ କରିଥିଲେ,
    ମାତ୍ର ସେମାନେ ଯୁଦ୍ଧ ହେବା ଦିନରେ ପଳାୟନ କଲେ।
10 ସେମାନେ ପରମେଶ୍ୱରଙ୍କ ସହିତ କରିଥିବା ଚୁକ୍ତି ପାଳନ କଲେ ନାହିଁ।
    ସେମାନେ ତାଙ୍କର ବ୍ୟବସ୍ଥା ମାନିବାକୁ ଅସ୍ୱୀକାର କଲେ।
11 ସେମାନେ ପରମେଶ୍ୱର କରିଥିବା ମହତ କାର୍ଯ୍ୟ ଭୁଲିଗଲେ।
    ପରମେଶ୍ୱର ସେମାନଙ୍କୁ ଦେଖାଇଥିବା ଆଶ୍ଚର୍ଯ୍ୟ କାର୍ଯ୍ୟମାନ ସେମାନେ ଭୁଲିଗଲେ।
12 ପରମେଶ୍ୱର ତାଙ୍କର ମହାନଶକ୍ତି ସିୟୋନ
    ଓ ମିଶରରେ ତାଙ୍କର ପୂର୍ବପୁରୁଷମାନଙ୍କୁ ଦେଖାଇଥିଲେ।
13 ପରମେଶ୍ୱର ଲୋହିତ ସମୁଦ୍ରକୁ ବିଦୀର୍ଣ୍ଣ କରି ଲୋକମାନଙ୍କୁ ପାର କରାଇଥିଲେ
    ଏବଂ ସେ ଦୁଇପାର୍ଶ୍ୱର ଜଳରାଶିକୁ କଠିନ କାନ୍ଥ ରୂପେ ବିଦ୍ୟମାନ କରାଇଲେ।
14 ପ୍ରତିଦିନ ଏବଂ ରାତ୍ରିରେ ପରମେଶ୍ୱର ମେଘଦ୍ୱାରା
    ଓ ଅଗ୍ନିତେଜ ଦ୍ୱାରା ସେମାନଙ୍କୁ ପଥ କଢ଼ାଇଲେ।
15 ସେ ମରୁଭୂମିରେ ଶୈଳଗୁଡ଼ିକୁ ବିଦୀର୍ଣ୍ଣ କଲେ
    ଏବଂ ସେ ଅଗାଧ ସ୍ଥଳରୁ, ଲୋକମାନଙ୍କୁ ଅଧିକରୁ ଅଧିକ ଜଳ ପ୍ରଦାନ କରାଇଲେ।
16 ପରମେଶ୍ୱର ଶୈଳରୁ ଝର ବାହାର କରାଇଲେ
    ଏବଂ ଏହାର ଜଳ ନଦୀପରି ବୋହିଲା।
17 ତଥାପି ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରି ଗ୍ଭଲିଲେ।
    ସେମାନେ ମରୁଭୂମିରେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ବିଦ୍ରୋହାଚରଣ କଲେ।
18 ଏହା ପରେ ସେହି ଲୋକମାନେ ପରମେଶ୍ୱରଙ୍କୁ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଲେ।
    ସେମାନେ ପରମେଶ୍ୱରଙ୍କୁ ଖାଦ୍ୟ ମାଗିଲେ,
    ଯାହା ସେମାନେ ଇଚ୍ଛା କରିଥିଲେ।
19 ସେମାନେ ପରମେଶ୍ୱରଙ୍କୁ ଅଭିଯୋଗ କଲେ ଏବଂ କହିଲେ,
    “କ’ଣ ପରମେଶ୍ୱର ମରୁଭୂମିରେ ଆମ୍ଭମାନଙ୍କୁ ଖାଦ୍ୟ ଦେଇ ପାରିବେ?
20 ଏହା ସତ୍ୟ ଯେ, ସେ ଶୈଳକୁ ଆଘାତ କରନ୍ତେ ଜଳ ନିର୍ଗତ ହେଲା,
    ସେ ମଧ୍ୟ କ’ଣ ଆମ୍ଭକୁ ରୋଟୀ ଦେଇ ପାରିବେ? ସେ କ’ଣ ତାଙ୍କର ଲୋକମାନଙ୍କ ପାଇଁ ମାଂସ ଦେଇ ପାରିବେ?”
21 ସେହି ଲୋକଙ୍କର କଥା ସଦାପ୍ରଭୁ ଶୁଣିଲେ,
    ପରମେଶ୍ୱର ଯାକୁବ ଉପରେ ବହୁତ କ୍ରୋଧ ହେଲେ
    ଓ ପରମେଶ୍ୱର ଇସ୍ରାଏଲ ବିରୁଦ୍ଧରେ ବହୁତ କ୍ରୋଧାନ୍ୱିତ ହେଲେ।
22 କାରଣ ଲୋକମାନେ ତାଙ୍କ ଉପରେ ଆଶ୍ରିତ ହେଲେ ନାହିଁ।
    ପରମେଶ୍ୱର ସେମାନଙ୍କୁ ରକ୍ଷା କରିବେ ବୋଲି ସେମାନେ ବିଶ୍ୱାସ କଲେ ନାହିଁ।
23 କିନ୍ତୁ ଏହା ପରେ ପରମେଶ୍ୱର ଉପରିସ୍ଥ ମେଘମାଳାକୁ ଉନ୍ମୋଚନ କଲେ
    ଓ ଆକାଶର ଦ୍ୱାର ଖୋଲିଲେ।
24 ଭୋଜନାର୍ଥେ ସେମାନଙ୍କ ଉପରେ ମାନ୍ନା ବର୍ଷା କରାଇଲେ
    ଏବଂ ସେ ସେମାନଙ୍କୁ ସ୍ୱର୍ଗର ଶସ୍ୟ ପ୍ରଦାନ କଲେ।
25 ଲୋକମାନେ ପରାକ୍ରମୀଗଣର ଆହାର ଭୋଜନ କଲେ।
    ପରମେଶ୍ୱର ସେମାନେ ଖାଇ ତୃପ୍ତି ହେବା ପର୍ଯ୍ୟନ୍ତ ସେହିସବୁ ପ୍ରକାର ଖାଦ୍ୟ ଯୋଗାଇଲେ।
26 ପରମେଶ୍ୱର ଆକାଶରେ ପୂର୍ବୀୟବାୟୁ ବହାଇଲେ
    ଓ ସେ ତାଙ୍କର ଶକ୍ତି ଦ୍ୱାରା ଦକ୍ଷିଣବାୟୁ ଆଣିଲେ।
27 ପରମେଶ୍ୱର ତାଙ୍କର ଲୋକମାନଙ୍କ ଉପରେ ସେମାନଙ୍କର ମାଂସ ପାଇଁ ପକ୍ଷୀଗଣ ବୃଷ୍ଟି କରାଇଲେ।
    ପକ୍ଷୀଗୁଡ଼ିକ ଧୂଳି ପରି ବହଳରେ ପଡ଼ିଲେ ଓ ସମୁଦ୍ରକୂଳର ବାଲୁକା ତୁଲ୍ୟ ବହୁତ ଥିଲେ।
28 ଏହି ପକ୍ଷୀମାନେ ସେମାନଙ୍କ ତମ୍ବୁର ଚତୁର୍ଦ୍ଦିଗରେ
    ଛାଉଣି ଭିତରେ ପଡ଼ିଲେ।
29 ସେମାନେ ତୃପ୍ତି ହେବା ପର୍ଯ୍ୟନ୍ତ ଖାଇଲେ।
    ସେମାନେ ଯାହା ଗ୍ଭହିଁଲେ, ପରମେଶ୍ୱର ସେମାନଙ୍କୁ ଦେଲେ।
30 ସେମାନେ ସେମାନଙ୍କର ପ୍ରାପ୍ତ ବସ୍ତ୍ରରେ ସନ୍ତୁଷ୍ଟ ହେଲେ ନାହିଁ।
    ତେଣୁ ସେମାନଙ୍କ ପାଟିରେ ଖାଦ୍ୟ ଅବିଚଳିତ ଥିଲା,
31 ପରମେଶ୍ୱର ସମସ୍ତ ଲୋକମାନଙ୍କ ଉପରେ ପ୍ରବଳ କ୍ରୋଧ ହେଲେ,
    ଏବଂ ସେମାନଙ୍କ ମଧ୍ୟରୁ ସବୁଠୁ ସ୍ୱାସ୍ଥ୍ୟବାନ ଲୋକଙ୍କୁ ହତ୍ୟା କଲେ।
    ସେ ଇସ୍ରାଏଲର ଉତ୍ତମ ଯୁବକମାନଙ୍କୁ ତଳକୁ ଖସାଇ ଆଣିଲେ।
32 କିନ୍ତୁ ଏହି ଲୋକମାନେ ପୁନ୍ନରାୟ ପାପ କଲେ!
    ସେମାନେ ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟ କାର୍ଯ୍ୟରେ ବିଶ୍ୱାସ କଲେ ନାହିଁ,
    ଯାହା ପରମେଶ୍ୱର କରିଥିଲେ।
33 ପରମେଶ୍ୱର ସେମାନଙ୍କର ଦିନଗୁଡ଼ିକୁ ନିଶ୍ୱାସ ପରି ଶୀଘ୍ର ସମାପ୍ତ କଲେ।
    ସେ ସେମାନଙ୍କର ବର୍ଷଗୁଡ଼ିକୁ ହଠାତ୍ ଦୁର୍ବିପାକରେ ସମାପ୍ତି କଲେ।
34 ଯେତେବେଳେ ପରମେଶ୍ୱର ସେମାନଙ୍କ ମଧ୍ୟରୁ କେତେକଙ୍କୁ ମାରିଲେ, ଅନ୍ୟମାନେ ପରମେଶ୍ୱରଙ୍କ ନିକଟକୁ ଫେରି ଆସିଲେ
    ଏବଂ ତାଙ୍କଠାରୁ ସାହାଯ୍ୟ ପାଇବା ପାଇଁ ଉତ୍କଣ୍ଠିତ ହେଲେ।
35 ସେମାନେ ମନେ କଲେ ଯେ, ପରମେଶ୍ୱର ସେମାନଙ୍କର ଶୈଳ ଥିଲେ
    ଏବଂ ସେହି ସର୍ବୋପରିସ୍ଥ ପରମେଶ୍ୱର ସେମାନଙ୍କୁ ରକ୍ଷା କଲେ।
36 କିନ୍ତୁ ସେମାନେ ନିଷ୍କପଟ ନ ଥିଲେ,
    ଏବଂ ସେମାନେ ତାଙ୍କୁ ମିଛ କହିଲେ।
37 ସେମାନଙ୍କର ହୃଦୟ ପରମେଶ୍ୱରଙ୍କ ପ୍ରତି ପ୍ରକୃତରେ ନ ଥିଲା।
    ସେମାନେ ତାଙ୍କ ନିୟମରେ ବିଶ୍ୱସ୍ତ ନ ଥିଲେ।
38 କିନ୍ତୁ ପରମେଶ୍ୱର ସ୍ନେହଶୀଳ ଥିଲେ
    ଓ ସେମାନଙ୍କର ପାପଗୁଡ଼ିକ କ୍ଷମା କଲେ, ସେମାନଙ୍କୁ ଧ୍ୱଂସ କଲେ ନାହିଁ।
ପରମେଶ୍ୱର ତାଙ୍କର କ୍ରୋଧକୁ ଅନେକ ଥର ସ୍ଥଗିତ ରଖିଲେ।
    ସେ ନିଜକୁ ବହୁତ କ୍ରୋଧ ହେବାରେ ନିୟନ୍ତ୍ରଣ କରି ନ ଥିଲେ।
39 ଆଉ ପରମେଶ୍ୱର ସ୍ମରଣ କଲେ ସେମାନେ ମନୁଷ୍ୟମାତ୍ର,
    ସେମାନେ ବାୟୁତୁଲ୍ୟ, ଯାହା ବହିଯାଏ ଏବଂ ଫେରି ଆସେ ନାହିଁ।
40 ସେହି ଲୋକମାନେ ମରୁଭୂମି ମଧ୍ୟରେ କେତେଥର ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କଲେ।
    ସେମାନେ ତାଙ୍କୁ ଦୁଃଖିତ କଲେ।
41 ସେମାନେ ବାରମ୍ବାର ପରମେଶ୍ୱରଙ୍କୁ ପରୀକ୍ଷା କଲେ।
    ସେମାନେ ପ୍ରକୃତରେ ଇସ୍ରାଏଲର ପବିତ୍ର ସ୍ୱରୂପଙ୍କୁ ବିରକ୍ତ କଲେ।
42 ସେହି ଲୋକମାନେ ପରମେଶ୍ୱରଙ୍କର ଶକ୍ତିକୁ ଭୁଲିଗଲେ।
    ସେମାନେ ଭୁଲିଗଲେ ଯେ, ପରମେଶ୍ୱର ସେମାନଙ୍କୁ ସେମାନଙ୍କର ଶତ୍ରୁ କବଳରୁ କିପରି ରକ୍ଷା କରିଥିଲେ।
43 ସେମାନେ ମିଶରର ଆଶ୍ଚର୍ଯ୍ୟ କର୍ମ
    ଏବଂ ସିୟୋନ କ୍ଷେତ୍ରର ଆଶ୍ଚର୍ଯ୍ୟ କର୍ମମାନ ଭୁଲିଗଲେ।
44 ପରମେଶ୍ୱର ନଦୀର ଜଳକୁ ରକ୍ତ ସ୍ରୋତରେ ପରିଣତ କଲେ।
    ମିଶରୀୟମାନେ ପିଇବା ପାଇଁ ପାଣି ପାଇଲେ ନାହିଁ।
45 ପରମେଶ୍ୱର ସେମାନଙ୍କ ମଧ୍ୟରୁ ଦଂଶକ ଝିଙ୍କ ପଠାଇଲେ।
    ସେସବୁ ସେମାନଙ୍କୁ ଗ୍ରାସ କଲେ ଓ ସେମାନଙ୍କୁ ବିନାଶ କଲେ।
46 ପରମେଶ୍ୱର ସେମାନଙ୍କ ଫସଲକୁ କୀଟ ପଠାଇଲେ।
    ସେମାନଙ୍କର ପରିଶ୍ରମର ଫଳ ପଙ୍ଗପାଳମାନଙ୍କୁ ଦେଲେ।
47 ସେ ଶିଳାଦ୍ୱାରା ସେମାନଙ୍କ ଦ୍ରାକ୍ଷାଲତା
    ଓ ହିମଦ୍ୱାରା ସେମାନଙ୍କ ବୃକ୍ଷ ଧ୍ୱଂସ କଲେ।
48 ପରମେଶ୍ୱର କୁଆପଥର ଦ୍ୱାରା ସେମାନଙ୍କ ପଶୁଗଣଙ୍କୁ
    ଓ ସେମାନଙ୍କ ପଲଗଣଙ୍କୁ ପ୍ରଜ୍ୱଳିତ ବଜ୍ରାଘାତରେ ବଧ କଲେ।
49 ପରମେଶ୍ୱର ଆପଣା କ୍ରୋଧ ମିଶର ଉପରେ ଦେଖାଇଲେ।
    ସେମାନଙ୍କ ବିରୁଦ୍ଧରେ ଦୂତଦଳ ପଠାଇଲେ।
50 ପରମେଶ୍ୱର ନିଜ କ୍ରୋଧ ପାଇଁ ପଥ ପ୍ରସ୍ତୁତ କଲେ।
    ସେ ମୃତ୍ୟୁରୁ ସେମାନଙ୍କ ପ୍ରାଣ ରକ୍ଷା କଲେ ନାହିଁ।
    ମାତ୍ର ମହାମାରୀରେ ସେମାନଙ୍କ ଜୀବନକୁ ସମାପ୍ତ କଲେ।
51 ସେ ମିଶରରେ ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ ହତ୍ୟା କଲେ।
    ହାମର ପରିବାରରେ ପ୍ରଥମଜାତ ପୁତ୍ରଗଣ।
52 ସେ ମେଷପାଳକ ପରି ତାଙ୍କର ଲୋକମାନଙ୍କର ନେତୃତ୍ୱ ନେଲେ।
    ସେ ସେମାନଙ୍କୁ ମେଷତୁଲ୍ୟ ମରୁଭୂମି ମଧ୍ୟରେ ପଥ କଢ଼ାଇ ନେଲେ।
53 ପରମେଶ୍ୱର ନିଜ ଲୋକମାନଙ୍କୁ ନିରାପଦରେ ଚଳାଇଲେ।
    ତେଣୁ ସେମାନେ ଭୟଭୀତ ହେଲେ ନାହିଁ।
    କିନ୍ତୁ ଶତ୍ରୁମାନଙ୍କୁ ପରମେଶ୍ୱର ଲୋହିତ ସମୁଦ୍ରରେ ବୁଡ଼ାଇଲେ।
54 ପରମେଶ୍ୱର ସେମାନଙ୍କୁ ଆପଣା ପବିତ୍ର ଦେଶକୁ ଓ ପାର୍ବତ୍ୟ ଦେଶକୁ ଆଣିଲେ,
    ଯାହା ସେ ତାଙ୍କ ଶକ୍ତିବଳରେ ନେଇଥିଲେ।
55 ପରମେଶ୍ୱର ଅନ୍ୟ ଜାତିମାନଙ୍କୁ ସେହି ଭୂମିରୁ ବିତାଡ଼ିତ କଲେ।
    ପରମେଶ୍ୱର ସେହି ଭୂମିରୁ ପ୍ରତ୍ୟେକଙ୍କୁ ତାଙ୍କର ଅଂଶ ଦେଲେ।
    ସେ ଇସ୍ରାଏଲର ପରିବାରବର୍ଗକୁ ସେମାନଙ୍କ ତମ୍ବୁରେ ରହିବାକୁ ଦେଲେ।
56 କିନ୍ତୁ ସେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କୁ ପରୀକ୍ଷା କଲେ ଓ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ।
    ଏବଂ ସେମାନେ ପରମେଶ୍ୱରଙ୍କର ବାକ୍ୟ ପାଳନ କଲେ ନାହିଁ।
57 ପରମେଶ୍ୱରଙ୍କଠାରୁ ବିମୁଖ ହୋଇ ଇସ୍ରାଏଲର ଲୋକମାନେ ନିଜର ପୂର୍ବପୁରୁଷଙ୍କ ପରି ବିଶ୍ୱାସଘାତକତା କଲେ।
    ସେମାନେ ଗୋଟିଏ ବୁମେରାଂ [a] ତୁଲ୍ୟ ହେଲେ।
    ଯାହା ଫେରିଗଲା ଓ ଅନ୍ୟ ଦିଗେରେ ଗ୍ଭଲିଗଲା।
58 କାରଣ ସେମାନେ ନିଜର ଉଚ୍ଚସ୍ଥଳୀ ଦ୍ୱାରା ପରମେଶ୍ୱରଙ୍କୁ ବିରକ୍ତ କଲେ।
    ଏବଂ ଆପଣାମାନଙ୍କ ଖୋଦିତ ପ୍ରତିମାଦ୍ୱାରା ସେମାନେ ପରମେଶ୍ୱରଙ୍କୁ ଈର୍ଷାନ୍ୱିତ କଲେ।
59 ପରମେଶ୍ୱର ଏହା ଶୁଣିଲେ ଓ କ୍ରୋଧ ହେଲେ।
    ଏବଂ ସେ ସମ୍ପୂର୍ଣ୍ଣଭାବେ ଇସ୍ରାଏଲବାସୀଙ୍କୁ ପ୍ରତ୍ୟାଖ୍ୟାନ କଲେ।
60 ପରମେଶ୍ୱର ଏପରିକି ଶୀଲୋସ୍ଥିତ ପବିତ୍ର ତମ୍ବୁ ତ୍ୟାଗ କଲେ।
    ସେହି ତମ୍ବୁରେ ପରମେଶ୍ୱର ମନୁଷ୍ୟମାନଙ୍କ ମଧ୍ୟରେ ରହୁଥିଲେ।
61 ସେ ତାଙ୍କର ଶକ୍ତିର ପ୍ରତୀକକୁ [b] କରାୟତ୍ତ କରିବା ପାଇଁ ଦେଲେ।
    ସେ ତାଙ୍କର “ଗୌରବର ପ୍ରତୀକକୁ” ଶତ୍ରୁମାନଙ୍କ ଦ୍ୱାରା ନେଇଗଲେ।
62 ପରମେଶ୍ୱର ସେମାନଙ୍କ ସହିତ ବହୁତ ନିରାଶ ଥିଲେ।
    ସେ ନିଜ ଲୋକମାନଙ୍କୁ ମଧ୍ୟ ଖ‌ଡ଼୍‌ଗରେ ସମର୍ପି ଦେଲେ।
63 ଯୁବକମାନେ ଅଗ୍ନିରେ ପୋଡ଼ି ମଲେ।
    ଏବଂ ସେମାନଙ୍କ କନ୍ୟାମାନଙ୍କର ବିବାହରେ ବିବାହ-ଗୀତ ଶୁଣାଗଲା ନାହିଁ।
64 ଯାଜକଗଣଙ୍କୁ ହତ୍ୟା କରାଗଲା।
    କିନ୍ତୁ ବିଧବାମାନେ ସେମାନଙ୍କ ପାଇଁ ବିଳାପ କରିବାକୁ ସୁଯୋଗ ପାଇଲେ ନାହିଁ।
65 ଶେଷରେ ପ୍ରଭୁ ନିଦ୍ରାରୁ ଜାଗ୍ରତ ଲୋକଙ୍କ ପରି
    ଓ ଅତ୍ୟଧିକ ମଦିରା ହେତୁ ହର୍ଷନାଦକାରୀ
    ବୀର ପରି ଉଠିଲେ।
66 ପୁଣି ପରମେଶ୍ୱର ତାଙ୍କର ବିରୋଧୀକାରୀଙ୍କୁ ବଳପୂର୍ବକ ତଡ଼ି ଦେଲେ।
    ପରମେଶ୍ୱର ତାଙ୍କର ଶତ୍ରୁଗଣଙ୍କୁ ପରାସ୍ତ କଲେ ଓ ଚିରକାଳ ପାଇଁ ଅପମାନିତ କଲେ।
67 କିନ୍ତୁ ସେ ଯୋଷେଫ ପରିବାରକୁ ଅଗ୍ରାହ୍ୟ କଲେ।
    ପରମେଶ୍ୱର ଇଫ୍ରୟିମ ଗୋଷ୍ଠୀକୁ ଗ୍ରହଣ କଲେ ନାହିଁ।
68 ନାଁ, ପରମେଶ୍ୱର ଯିହୁଦା ଗୋଷ୍ଠୀକୁ ମନୋନୀତ କଲେ
    ଓ ଆପଣାର ପ୍ରିୟ ସିୟୋନ ପର୍ବତକୁ ମନୋନୀତ କଲେ।
69 ପରମେଶ୍ୱର ଉଚ୍ଚତମ ସ୍ୱର୍ଗପରି ତାଙ୍କର ମନ୍ଦିର ନିର୍ମାଣ କଲେ।
    ଚିରସ୍ଥାୟୀ ପୃଥିବୀ ତୁଲ୍ୟ ସେ ତାଙ୍କର ପବିତ୍ର ମନ୍ଦିର ନିର୍ମାଣ କଲେ।
70 ପରମେଶ୍ୱର ଦାଉଦଙ୍କୁ ତାଙ୍କର ବିଶେଷ ଦାସରୂପେ ମନୋନୀତ କଲେ
    ଓ ମେଷ ଜଗିବା କାମରୁ ଆଣି ତାଙ୍କୁ ଗ୍ରହଣ କଲେ।
71 ସେ ଦାଉଦଙ୍କୁ ମେଷ ଓ ମେଷଶାବକ ଜଗିବା କାମରୁ ଆଣି,
    ତାଙ୍କୁ ଆପଣାର ଲୋକମାନଙ୍କୁ ଜଗିବାର ଦାୟିତ୍ୱ ଦେଲେ।
    କାରଣ ଇସ୍ରାଏଲୀୟ ଓ ଯାକୁବର ଲୋକମାନେ, ପରମେଶ୍ୱରଙ୍କର ସମ୍ପତ୍ତି ଥିଲେ।
72 ଏବଂ ପବିତ୍ର ହୃଦୟରେ ଦାଉଦ ସେହି ଇସ୍ରାଏଲବାସୀଙ୍କର ନେତୃତ୍ୱ ନେଲେ
    ଏବଂ ସେ ନିପୁଣ ସହକାରେ ତାଙ୍କୁ ଆଗେଇ ନେଲେ।

ଆଦିପୁସ୍ତକ 26:1-6

ଇ‌ସ୍‌ହାକ ଅବିମେଲକକୁ ମିଛ କହିଲେ

26 ଥରେ ଅବ୍ରହାମଙ୍କର ସମୟରେ ଦୁର୍ଭିକ୍ଷ ହୋଇଥିଲା। ସେହି ଦେଶରେ ଆଉ ସେହିଭଳି ଏକ ଦୁର୍ଭିକ୍ଷ ଦେଖାଦେବାରୁ ଇ‌ସ୍‌ହାକ ଗରାରରେ ପଲେଷ୍ଟୀୟମାନଙ୍କ ରାଜା ଅବିମେଲକ ନିକଟକୁ ଗଲେ। ସେତେବେଳେ ସଦାପ୍ରଭୁ ଇ‌ସ୍‌ହାକକୁ କହିଲେ, “ତୁମ୍ଭେ ମିଶର ଦେଶକୁ ଯାଅ ନାହିଁ। ଆମ୍ଭେ ତୁମ୍ଭକୁ ଯେଉଁ ଦେଶ କହିବା, ସେଠାରେ ବାସ କର। ତୁମ୍ଭେ ଏହି ଦେଶରେ ପ୍ରବାସ କର। ତହିଁରେ ଆମ୍ଭେ ତୁମ୍ଭକୁ ସାହାଯ୍ୟ ଓ ଆଶୀର୍ବାଦ କରିବା। ପୁଣି ଆମ୍ଭେ ତୁମ୍ଭକୁ ଓ ତୁମ୍ଭ ବଂଶକୁ ଏହି ସମସ୍ତ ଭୂମି ଦେବା। ତୁମ୍ଭ ପିତା ଅବ୍ରହାମଙ୍କ ନିକଟରେ କରିଥିବା ଶପଥ ଆମ୍ଭେ ସଫଳ କରିବା। ଆମ୍ଭେ ଆକାଶର ତାରାଗଣ ପରି ତୁମ୍ଭର ବଂଶ ବୃଦ୍ଧି କରି ସେମାନଙ୍କୁ ଏହିସବୁ ଦେଶ ଦେବା ଓ ତୁମ୍ଭ ବଂଶଦ୍ୱାରା, ପୃଥିବୀସ୍ଥ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ। ଆମ୍ଭେ ଏହା କରିବା, କାରଣ ତୁମ୍ଭର ପିତା ଅବ୍ରହାମ ଆମ୍ଭର କଥା ମାନିଥିଲେ ଓ ଆମ୍ଭେ ଯାହା କହିଥିଲୁ ତାହା କରିଥିଲେ। ଅବ୍ରହାମ ଆମ୍ଭର ଆଦେଶ, ନିୟମ ଓ ବିଧିସବୁ ମାନିଲେ।”

ତହିଁରେ ଇ‌ସ୍‌ହାକ ଗରାରଠାରେ ବାସ କଲେ।

ଆଦିପୁସ୍ତକ 26:12-33

ଇ‌ସ୍‌ହାକ ଧନୀ ହେଲେ

12 ଏହା ପରେ ଇ‌ସ୍‌ହାକ ସେହି ଦେଶରେ କୃଷିକର୍ମ କରି ସେହି ବର୍ଷ ଯାହା ଲଗାଇ ଥିଲେ, ସବୁ ଅମଳ କଲେ। କାରଣ ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ। 13 ଇ‌ସ୍‌ହାକ ବୃଦ୍ଧି ପାଇବାକୁ ଲାଗିଲେ। ଅଧିକରୁ ଅଧିକ ଧନୀ ହେଲେ ଯେପର୍ଯ୍ୟନ୍ତ ସେ ଅଧିକ ଧନଶାଳୀ ହେଲେ। 14 ତାଙ୍କର ପଲ ପଲ ମେଷ, ପଶୁପଲ ଏବଂ ଦାସ ଥିଲେ। ତେଣୁ ପଲେଷ୍ଟୀୟ ଲୋକମାନେ ତାଙ୍କ ପ୍ରତି ଈର୍ଷା କରିବାକୁ ଲାଗିଲେ। 15 ଏଣୁ ଇ‌ସ୍‌ହାକଙ୍କର ପିତା ଅବ୍ରହାମଙ୍କର ଦାସମାନେ ସେସମୟରେ ଯେଉଁସବୁ କୂପ ଖୋଳିଥିଲେ ପଲେଷ୍ଟୀୟ ଲୋକମାନେ ମାଟି ଦ୍ୱାରା ସେସବୁ ପୋତି ପକାଇଲେ। 16 ଏହା ପରେ ଅବିମେଲକ ଇ‌ସ୍‌ହାକଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ନିକଟରୁ ପ୍ରସ୍ଥାନ କର। ଯେହେତୁ ତୁମ୍ଭେ ଆମ୍ଭମାନଙ୍କଠାରୁ ବଳବାନ ହୋଇଅଛ।”

17 ତେଣୁ ସେହି ସ୍ଥାନ ପରିତ୍ୟାଗ କରି ଗରାରର ଛୋଟ ନଦୀ ନିକଟରେ ଛାଉଣି ପକାଇଲେ। ଇ‌ସ୍‌ହାକ ସେହିଠାରେ ରହି ବାସ କଲେ। 18 ଇ‌ସ୍‌ହାକ ପୂନର୍ବାର ସେହି କୂପମାନ ଖୋଳାଇଲେ, ଯାହା ପଲେଷ୍ଟୀୟଙ୍କ ଦ୍ୱାରା ପୋତା ଯାଇଥିଲା। ଯେଉଁ କୂପଗୁଡ଼ିକ ତାଙ୍କ ପିତା ବଞ୍ଚିଥିଲା ବେଳେ ଖୋଳା ଯାଇଥିଲା। ସେ ସେହି ନାମ ବ୍ୟବହାର କଲେ, ଯାହା ତାଙ୍କ ପିତା ବ୍ୟବହାର କରିଥିଲେ। 19 ଆଉ ଇ‌ସ୍‌ହାକଙ୍କର ଦାସମାନେ ସେହି ଉପତ୍ୟକା ଖୋଳି ସ୍ରୋତବାହୀ କୂପ ପାଇଲେ। 20 ତହିଁରେ ଗରାରଦେଶୀୟ ପଶୁପାଳକମାନେ ଇ‌ସ୍‌ହାକଙ୍କ ପଶୁପାଳକମାନଙ୍କ ସହିତ ବିବାଦ କରି କହିଲେ, “ଏହି ଜଳ ଆମ୍ଭମାନଙ୍କର” ଏଣୁ ସେମାନେ ସେହି କୂପର ନାମ ଏଷକ ରଖିଲେ। ଯେହେତୁ ତାଙ୍କ ସହିତ ସେମାନେ ବିବାଦ କଲେ।

21 ଏହା ପରେ ଇ‌ସ୍‌ହାକଙ୍କର ଦାସମାନେ ଆଉ ଏକ କୂପ ଖୋଳନ୍ତେ ସେଠାକାର ଲୋକମାନେ ତା’ ପାଇଁ ମଧ୍ୟ ବିବାଦ କଲେ। ତହିଁରେ ଇ‌ସ୍‌ହାକ ତହିଁର ନାମ ସିଟନା ରଖିଲେ।

22 ପୁଣି ସେ ସେଠାରୁ ପ୍ରସ୍ଥାନ କରି ଅନ୍ୟ ଏକ କୂପ ଖୋଳିଲେ। ତହିଁ ନିମିତ୍ତ ସେମାନେ ବିବାଦ ନ କରିବାରୁ ତହିଁର ନାମ ରିହୋବୋତ୍ ରଖିଲେ। “ସଦାପ୍ରଭୁ ଆମ୍ଭଙ୍କୁ ରହିବା ପାଇଁ ଯଥେଷ୍ଟ ସ୍ଥାନ ଦେଇଛନ୍ତି। ଆମ୍ଭେ ଏହି ଦେଶରେ ବୃଦ୍ଧି ପାଇବା।”

23 ସେହି ସ୍ଥାନରୁ ଇ‌ସ୍‌ହାକ ‌ବେ‌ର୍‌ଶେବାକୁ ଗଲେ। 24 ସେହି ରାତ୍ରିରେ ସଦାପ୍ରଭୁ ଇ‌ସ୍‌ହାକଙ୍କୁ କହିଲେ, “ମୁଁ ତୁମ୍ଭର ପିତା ଅବ୍ରହାମଙ୍କର ପରମେଶ୍ୱର। ଭୟ କର ନାହିଁ, ମୁଁ ତୁମ୍ଭ ସହିତ ଅଛି। ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ବଂଶ ବୃଦ୍ଧି କରିବି।” 25 ତେଣୁ ଇ‌ସ୍‌ହାକ ଏକ ଯଜ୍ଞବେଦି ସ୍ଥାପନ କରି ସଦାପ୍ରଭୁଙ୍କର ଉପାସନା କଲେ। ଇ‌ସ୍‌ହାକ ସେଠାରେ ତାଙ୍କର ତମ୍ବୁ ପକାଇଲେ। ଏବଂ ତାଙ୍କର ଦାସମାନେ ସେଠାରେ ଏକ କୂପ ଖନନ କଲେ।

26 ଅବିମେଲକ ଇ‌ସ୍‌ହାକଙ୍କୁ ସାକ୍ଷାତ କରିବା ପାଇଁ ଗରାରକୁ ଆସିଲେ। ଅବିମେଲକ ତାଙ୍କ ସହିତ ଅହୁଷତ୍ ଯେ ତାଙ୍କର ଉପଦେଷ୍ଟା ଏବଂ ଫୀଖୋଲ ତାଙ୍କ ସୈନ୍ୟଗଣର ଅଧ୍ୟକ୍ଷଙ୍କୁ ନେଇଥିଲେ।

27 ଇ‌ସ୍‌ହାକ ପଗ୍ଭରିଲେ, “ମୋତେ ଦେଖିବାକୁ କାହିଁକି ଆସିଛ? ପୂର୍ବରୁ ମୋ’ ସହିତ ବନ୍ଧୁତା ରଖି ନ ଥିଲ। ଏପରିକି ତୁମ୍ଭେ ମୋତେ ତୁମ୍ଭ ଦେଶରୁ ଜୋ‌ର୍‌କରି ବିଦା କରିଥିଲ।”

28 ସେମାନେ ଉତ୍ତର ଦେଲେ, “ବର୍ତ୍ତମାନ ଆମ୍ଭେ ଜାଣିଲୁ ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି। ଆମ୍ଭେ ଭାବିଲୁ ତୁମ୍ଭ ସହିତ ଏକ ଚୁକ୍ତି କରିବା। ଆମ୍ଭେ ଗ୍ଭହୁଁଛୁ ତୁମ୍ଭେ ଆମ୍ଭ ନିକଟରେ ପ୍ରତିଜ୍ଞା କର। 29 ଆମ୍ଭେ ତୁମ୍ଭକୁ ଆଘାତ କରି ନ ଥିଲୁ, ତୁମ୍ଭେ ବର୍ତ୍ତମାନ ପ୍ରତିଜ୍ଞା କର ଆମ୍ଭେମାନଙ୍କୁ ତୁମ୍ଭେ ଆଘାତ କରିବ ନାହିଁ। ତୁମ୍ଭକୁ ଶାନ୍ତିରେ ଆମ୍ଭେ ବିଦା କରିଅଛୁ। ସେହିପରି ତୁମ୍ଭେ ହିଂସା କରିବ ନାହିଁ। ତୁମ୍ଭେ ତ ସଦାପ୍ରଭୁଙ୍କର ଆଶୀର୍ବାଦର ପାତ୍ର।”

30 ତେଣୁ ଇ‌ସ୍‌ହାକ ତାଙ୍କୁ ଏକ ଭୋଜି ଦେଲେ। ସେମାନେ ସମସ୍ତେ ଖାଇଲେ ଓ ପିଇଲେ। 31 ପରଦିନ ପ୍ରତ୍ୟୁଷରୁ ପ୍ରତ୍ୟେକ ଲୋକ ଶପଥ ଓ ପ୍ରତିଜ୍ଞା କଲେ। ଏହା ପରେ ସେମାନେ ଶାନ୍ତିରେ ଫେରିଲେ।

32 ସେହି ଦିନ ଇ‌ସ୍‌ହାକଙ୍କର ଦାସମାନେ ଆସି କହିଲେ ଯେ ସେମାନେ ଏକ କୂପ ଖନନ କରିଛନ୍ତି। ଦାସମାନେ କହିଲେ, “ଆମ୍ଭେ ସେ କୂଅରୁ ପାଣି ବାହାର କରିଅଛୁ।” 33 ତେଣୁ ଇ‌ସ୍‌ହାକ ସେହି କୂପର ନାମ ଦେଲେ, ଶେବା। ପୁଣି ଆଜିଯାଏ ସେହି ସ୍ଥାନର ନାମ ‌ବେ‌ର୍‌ଶେବା ନାମରେ ଖ୍ୟାତ ଅଟେ।

ଏବ୍ରୀ 13:17-25

17 ତୁମ୍ଭମାନଙ୍କର ନେତାମାନଙ୍କର ଆଜ୍ଞାପାଳନ କର। ସେମାନଙ୍କର ଅଧୀନରେ ରୁହ। ସେମାନେ ତୁମ୍ଭମାନଙ୍କ ପାଇଁ ଉତ୍ତରଦାୟୀ। ଅତଏବ, ସେମାନେ ସବୁବେଳେ ତୁମ୍ଭମାନଙ୍କର ଆତ୍ମାର ରକ୍ଷା ପାଇଁ ଜଗି ଥା’ନ୍ତି। ସେମାନଙ୍କର ଆଜ୍ଞାପାଳନ କର ଯେପରି ଏହି କାମଟି ସେମାନେ ଖୁସୀ ମନରେ କରିବେ, ଦୁଃଖରେ ନୁହେଁ। ସେମାନଙ୍କର କାମ କଠିନ ହେଲେ, ତା’ଦ୍ୱାରା ତୁମ୍ଭମାନଙ୍କର କୌଣସି ଲାଭ ହେବ ନାହିଁ।

18 ଆମ୍ଭ ପାଇଁ ପ୍ରାର୍ଥନା କରୁଥାଅ। ଆମ୍ଭେ ସବୁବେଳେ ସର୍ବୋତ୍କୃଷ୍ଟ କାମ କରିବାକୁ ଚେଷ୍ଟା କରୁଥିବାରୁ, ଆମ୍ଭେ କରୁଥିବା କାମଗୁଡ଼ିକ ଠିକ୍ ବୋଲି ଅନୁଭବ କରୁ। 19 ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି, ତୁମ୍ଭେମାନେ ପ୍ରାର୍ଥନା କର ଯେ, ଯେପରି ପରମେଶ୍ୱର ମୋତେ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାନ୍ତୁ। ଅନ୍ୟ କୌଣସି କଥା ଅପେକ୍ଷା ଏହା ମୁଁ ବିଶେଷ ଭାବରେ ଗ୍ଭହେଁ।

20-21 ମୁଁ ଶାନ୍ତିର ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ତାହାଙ୍କର ଇଚ୍ଛାନୁସାରେ ତୁମ୍ଭେମାନେ କାମ କରିବା ପାଇଁ ସେ ତୁମ୍ଭମାନଙ୍କୁ ପ୍ରତ୍ୟେକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରମେଶ୍ୱର ହିଁ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଥିଲେ। ମହାନ୍ ମେଷପାଳକ ଯୀଶୁଙ୍କୁ ପରମେଶ୍ୱର ତାହାଙ୍କ ରକ୍ତ ହେତୁ ପୁନର୍ଜୀବିତ କଲେ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନ ଚୁକ୍ତି ଚିରନ୍ତନ ଅଟେ। ମୁଁ ପ୍ରାର୍ଥନା କରୁଛି, ଯେ ତାହାଙ୍କୁ ପ୍ରସନ୍ନ କଲାଭଳି କାର୍ଯ୍ୟଗୁଡ଼ିକ ପରମେଶ୍ୱର ଆମ୍ଭ ଦ୍ୱାରା କରାଉ ଥାଆନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେ ଏପରି କରନ୍ତୁ ବୋଲି ମୁଁ କହୁଛି। ସଦାସର୍ବଦା ଯୀଶୁଙ୍କ ମହିମା ହେଉ। ଆମେନ୍!

22 ମୋ’ ଭାଇ ଓ ଭଉଣୀମାନେ! ମୁଁ କହିଥିବା କଥାଗୁଡ଼ିକୁ ଧୈର୍ଯ୍ୟପୂର୍ବକ ଶୁଣ ବୋଲି ମୁଁ ଅନୁରୋଧ କରେ। ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ପାଇଁ କହିଛି। ଏହି ଚିଠିଟି ବହୁତ ଲମ୍ବା ନୁହେଁ। 23 ଆମ୍ଭ ଭାଇ ତୀମଥି ବନ୍ଦୀଗୃହରୁ ମୁକ୍ତ ହୋଇ ଅଛନ୍ତି, ଏହା ତୁମ୍ଭେମାନେ ଜାଣ ବୋଲି ମୋର ଇଚ୍ଛା। ଯଦି ସେ ମୋ’ ପାଖକୁ ଶୀଘ୍ର ଆସନ୍ତି, ତା’ହେଲେ ଆମ୍ଭେ ଦୁହେଁ ତୁମ୍ଭମାନଙ୍କୁ ଦେଖା କରିବାକୁ ଆସିବୁ।

24 ସେଠାରେ ତୁମ୍ଭମାନଙ୍କର ସବୁ ପ୍ରାଚୀନ ନେତାମାନଙ୍କୁ ଓ ପରମେଶ୍ୱରଙ୍କ ଲୋକମାନଙ୍କୁ ଆମର ନମସ୍କାର ଜଣାଇବ। ଇତାଲିଆ ଦେଶର ସମସ୍ତ ପରମେଶ୍ୱରଙ୍କ ଲୋକମାନଙ୍କର ତୁମ୍ଭମାନଙ୍କୁ ନମସ୍କାର।

25 ପରମେଶ୍ୱରଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହିଥାଉ।

ଯୋହନ ଲିଖିତ ସୁସମାଗ୍ଭର 7:53-8:11

(ପ୍ରାଚୀନତମ ଓ ‘ଯୋହନ’ର ସବୁଠାରୁ ଭଲ ଗ୍ରୀକ୍ ପ୍ରତିଗୁଡ଼ିକରେ 7:53 ଠାରୁ 8:11 ପର୍ଯ୍ୟନ୍ତ ପଦ ଗୁଡ଼ିକ ନାହିଁ।)

ବ୍ୟଭିଗ୍ଭର ପାପରେ ଧରାଯାଇଥିବା ସ୍ତ୍ରୀ

53 ତା’ପରେ ସେ ସ୍ଥାନ ଛାଡ଼ି ସମସ୍ତ ଯିହୂଦୀ ନେତାମାନେ ନିଜ ନିଜ ଘରକୁ ଗଲେ।

ଯୀଶୁ ଜୀତପର୍ବତକୁ ଗଲେ। ତହିଁ ଆରଦିନ ଅତି ସକାଳୁ ସେ ମନ୍ଦିରକୁ ଫେରି ଆସିଲେ। ସବୁ ଲୋକମାନେ ଯୀଶୁଙ୍କ ପାଖକୁ ଆସିଲେ। ସେ ବସି ଲୋକମାନଙ୍କୁ ଶିକ୍ଷା ଦେଲେ।

ବ୍ୟବସ୍ଥା ଶାସ୍ତ୍ରଜ୍ଞମାନେ, ଶିକ୍ଷକମାନେ ଓ ଫାରୂଶୀମାନେ ଜଣେ ସ୍ତ୍ରୀଲୋକକୁ ସେଠାକୁ ଆଣିଲେ। ସେହି ସ୍ତ୍ରୀଲକଟି ବ୍ୟଭିଗ୍ଭର କଲାବେଳେ ଧରା ପଡ଼ିଥିଲା। ଯିହୂଦୀମାନେ ତାହାକୁ ଲୋକମାନଙ୍କ ଆଗରେ ଠିଆ ହେବା ପାଇଁ ବାଧ୍ୟ କଲେ। ସେମାନେ ଯୀଶୁଙ୍କୁ କହିଲେ, “ଗୁରୁ, ଏହି ସ୍ତ୍ରୀଲୋକଟି ଜଣେ ପୁରୁଷ ସହିତ ବ୍ୟଭିଗ୍ଭର କଲାବେଳେ ଧରା ପଡ଼ିଛି। ସେ ପୁରୁଷ ତା’ର ସ୍ୱାମୀ ନୁହେଁ। ମୋଶାଙ୍କର ବ୍ୟବସ୍ଥା ଆଦେଶ ଦିଏ ଯେ ଏଭଳି କାର୍ଯ୍ୟ କରୁଥିବା ପ୍ରତ୍ୟେକ ସ୍ତ୍ରୀକୁ ଆମ୍ଭେ ପଥର ଫୋପାଡ଼ି ମାରି ଦେବା ଉଚିତ୍। କିନ୍ତୁ ଆମ୍ଭେ କ’ଣ କରିବା ଉଚିତ୍ ବୋଲି ଆପଣ କହୁଛନ୍ତି?”

ଯିହୂଦୀୟମାନେ ଯୀଶୁଙ୍କୁ ହଇରାଣ କରିବା ପାଇଁ ଏଭଳି ପ୍ରଶ୍ନ ପଗ୍ଭରୁଥିଲେ। ସେମାନେ ଯୀଶୁଙ୍କର ଭୁଲ୍ ଧରିବାକୁ ଗ୍ଭହୁଁଥିଲେ। ତାହାହେଲେ ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିପାରିବେ। କିନ୍ତୁ ଯୀଶୁ ଆଣ୍ଠେଇ ଅଙ୍ଗୁଳି ସାହାଯ୍ୟରେ ଭୂମି ଉପରେ କିଛି ଲେଖିବାରେ ଲାଗିଲେ। ଯିହୂଦୀ ନେତାମାନେ ତାହାଙ୍କୁ ଅବିରତ ପ୍ରଶ୍ନ ପଗ୍ଭରିବାରେ ଲାଗିଲେ। ତେଣୁ ଯୀଶୁ ଠିଆ ହୋଇ କହିଲେ, “ଏଠାରେ ଏଭଳି କୌଣସି ଲୋକ ଉପସ୍ଥିତ ଅଛନ୍ତି, ଯିଏ କେବେ ପାପ କରି ନାହିଁ? ସେହିଭଳି ପାପ ନ କରିଥିବା ଲୋକ ଏହି ସ୍ତ୍ରୀଲୋକକୁ ପ୍ରଥମେ ପଥର ଫିଙ୍ଗୁ।” ତା’ପରେ ଯୀଶୁ ପୁଣି ଆଣ୍ଠେଇ ଭୂଇଁରେ ଲେଖିବାକୁ ଲାଗିଲେ।

ଯେଉଁମାନେ ଯୀଶୁଙ୍କର ଏ କଥା ଶୁଣୁଥିଲେ ସେମାନେ ସେଠାରୁ ଜଣ ଜଣ ହୋଇ ଗ୍ଭଲି ଗଲେ। ଆଗେ ବୟସ୍କ ଲୋକେ ଓ ତା’ପରେ ଅନ୍ୟମାନେ ଗ୍ଭଲିଗଲେ। କେବଳ ଯୀଶୁ ଓ ସେହି ସ୍ତ୍ରୀଲୋକଟି ସେଠାରେ ରହିଗଲେ। 10 ଯୀଶୁ ମୁଣ୍ଡ ଟେକି ତାହାକୁ ପଗ୍ଭରିଲେ, “ସେମାନେ କୁଆଡ଼େ ଗଲେ? କ’ଣ କେହି ତୁମ୍ଭକୁ ଦଣ୍ଡନୀୟ ବୋଲି ବିଗ୍ଭର କଲେ ନାହିଁ।”

11 ସେ ସ୍ତ୍ରୀଲୋକଟି ଉତ୍ତର ଦେଲା, “ନା, ପ୍ରଭୁ ସେମାନଙ୍କ ମଧ୍ୟରୁ କେହି ମୋତେ ଦଣ୍ଡନୀୟ ବୋଲି ବିଗ୍ଭର କଲେ ନାହିଁ।”

ତା’ପରେ ଯୀଶୁ କହିଲେ, “ତେଣୁ, ମୁଁ ମଧ୍ୟ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଗ୍ଭର କରୁ ନାହିଁ। ତୁମ୍ଭେ ବର୍ତ୍ତମାନ ଯାଇପାର, କିନ୍ତୁ କେବେ ଆଉ ପାପ କରିବ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center