Book of Common Prayer
ଦାଉଦଙ୍କର ସଙ୍ଗୀତ।
24 ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ।
ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।
2 ସଦାପ୍ରଭୁ ପୃଥିବୀକୁ ଜଳଭାଗ ଉପରେ ସ୍ଥାପନ କରିଅଛନ୍ତି
ଓ ସେ ନଦୀ ଉପରେ ଏହାକୁ ନିର୍ମାଣ କରିଅଛନ୍ତି।
3 କିଏ ସଦାପ୍ରଭୁଙ୍କ ପବିତ୍ର ପର୍ବତ ସିୟୋନକୁ ଯାଇପାରିବ?
କିଏ ତାଙ୍କ ପବିତ୍ର ମନ୍ଦିରରେ ତାଙ୍କ ସମ୍ମୁଖରେ ଉପାସନା କରି ପାରିବ?
4 ଯେଉଁ ଲୋକମାନେ କେବେ କିଛି ମନ୍ଦକାର୍ଯ୍ୟ କରି ନାହାନ୍ତି,
ଯାହାଙ୍କର ହୃଦୟ ଓ ମନ ନିର୍ମଳ,
ଯେଉଁ ଲୋକମାନେ ମୋର ନାମର ଅସତ୍ୟ ବ୍ୟବହାର କରି ନାହଁନ୍ତି, ଯେଉଁ ଲୋକମାନେ ମିଥ୍ୟା କହନ୍ତି ନାହିଁ କି ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି ନାହିଁ,
କେବଳ ସେହି ଲୋକମାନେ ସେଠାରେ ଉପାସନା କରି ପାରିବେ।
5 ଉତ୍ତମ ବ୍ୟକ୍ତିମାନେ ସଦାପ୍ରଭୁଙ୍କୁ ଅନ୍ୟମାନଙ୍କୁ ଆଶୀର୍ବାଦ କରିବାକୁ କହନ୍ତି।
ସେମାନେ ପରମେଶ୍ୱରଙ୍କୁ ଯିଏ କି ସେମାନଙ୍କ ଉଦ୍ଧାର କର୍ତ୍ତା, ସେମାନଙ୍କ ପାଇଁ ଭଲ କାର୍ଯ୍ୟ କରିବାକୁ ଅନୁରୋଧ କରନ୍ତି।
6 ସେହି ଉତ୍ତମ ବ୍ୟକ୍ତିମାନେ ସର୍ବଦା ପରମେଶ୍ୱରଙ୍କ ପନ୍ଥା ଅନ୍ୱେଷଣ କରନ୍ତି।
ସେମାନେ ଯାକୁବର ପରମେଶ୍ୱରଙ୍କ ନିକଟକୁ ଯାଆନ୍ତି।
7 ହେ ନଗର ଫାଟକ ତୁମ୍ଭର ମସ୍ତକ ଟେକ।
ହେ ପ୍ରାଚୀନ କବାଟ ସବୁ ଖୋଲ ଏବଂ ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।
8 କିଏ ସେହି ଗୌରବମୟ ରାଜା?
ସଦାପ୍ରଭୁ ହିଁ ସେହି ରାଜା ଅଟନ୍ତି, ସେ ହେଉଛନ୍ତି ଶକ୍ତିଶାଳୀ ଯୋଦ୍ଧା।
ସଦାପ୍ରଭୁ ହେଉଛନ୍ତି ସେହି ରାଜା ଯିଏ ଜଣେ ଯୁଦ୍ଧଜୟୀ ବୀର ଅଟନ୍ତି।
9 ହେ ଫାଟକ ସବୁ ଖୋଲି ଯାଅ।
ହେ ପ୍ରାଚୀନ ଦ୍ୱାର ସବୁ ଖୋଲି ଦିଅ ଏବଂ ଗୌରବମୟ ରାଜା ପ୍ରବେଶ କରିବେ।
10 କିଏ ସେହି ଗୌରବମୟ ରାଜା?
ସୈନ୍ୟାଧିପତି ସଦାପ୍ରଭୁ ସେହି ଗୌରବମୟ ରାଜା ଅଟନ୍ତି।
ଦାଉଦଙ୍କର ଗୀତ।
29 ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର।
ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
2 ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର।
ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର।
3 ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି।
ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
4 ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ।
ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ।
5 ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ।
ସଦାପ୍ରଭୁ ଲିବାନୋନ୍ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
6 ସେ ଲିବାନୋନ୍କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି।
ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ।
7 ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ।
8 ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ।
ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ।
9 ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ।
ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି,
କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି।
10 ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ
ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ।
11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ।
ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ।
ପ୍ରଧାନ ବାଦ୍ୟକର ନିମନ୍ତେ ଯିଏକି ଗୀତ୍ତୀତ୍ ସ୍ୱରରେ ଗାନ କରେ। ଦାଉଦଙ୍କର ଏକ ଗୀତ।
8 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ପ୍ରଶଂସାଯୁକ୍ତ।
ତୁମ୍ଭର ନାମ ସ୍ୱର୍ଗରେ ମଧ୍ୟ ପ୍ରଶଂସା ଯୋଗ୍ୟ ଅଟେ।
2 ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କର ମୁହଁ ବନ୍ଦ କରିବାକୁ
ଶିଶୁ ଓ ପିଲାମାନଙ୍କ କଣ୍ଠରେ ଶକ୍ତିଶାଳୀ ଗୀତ ପ୍ରଦାନ କରିଅଛି।
3 ହେ ସଦାପ୍ରଭୁ, ମୋ’ ଉପରେ ଥିବା ସ୍ୱର୍ଗକୁ ଗ୍ଭହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ୱାରା ନିର୍ମିତ ବୋଲି ଜଣାପଡ଼େ।
ମୁଁ ସେହି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ଯ୍ୟ ହୁଏ।
4 “କାହିଁକି ତୁମ୍ଭେ ମନୁଷ୍ୟମାନଙ୍କୁ ଏତେ ପ୍ରାଧାନ୍ୟ ଦିଅ?
କାହିଁକି ତୁମ୍ଭେ ସେମାନଙ୍କର କ୍ଷତ ନିଅ?
କାହିଁକି ତୁମ୍ଭେ ସେମାନଙ୍କୁ ଏତେ ଦୃଷ୍ଟି ଦିଅ?”
5 କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ତ୍ୱପୂର୍ଣ୍ଣ, ପରମେଶ୍ୱର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ
ଓ ସେମାନଙ୍କୁ ଗୌରବ ଓ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ।
6 ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସେହି ଲୋକମାନଙ୍କୁ ଅଧିଷ୍ଠିତ କରିଛ।
ତୁମ୍ଭେ ସବୁ ସେହିମାନଙ୍କ ନିୟନ୍ତ୍ରଣରେ ଛାଡ଼ି ଦେଇଛ।
7 ଗୋରୁଗାଈ ଓ ସମସ୍ତ ବଣୁଆ ପଶୁଗଣ।
8 ଆକାଶର ଉଡ଼ୁଥିବା ପକ୍ଷୀମାନେ
ଓ ସମୁଦ୍ରର ମାଛମାନେ ମଧ୍ୟ ଅଛନ୍ତି।
9 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ୱିତ।
ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ କୋରହ ସନ୍ତାନଗଣର ଗୀତ।
84 ହେ ସର୍ବଶକ୍ତିମାନ୍ ସଦାପ୍ରଭୁ ତୁମ୍ଭର ପବିତ୍ର ତମ୍ବୁ [a] ବାସ୍ତବରେ ସୁନ୍ଦର ଅଟେ।
2 ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା,
ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଗ୍ଭହେଁ।
ମୋର ହୃଦୟ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ୱରଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ।
3 ହେ ସୈନ୍ୟାଧିପତି ସଦାପ୍ରଭୁ, ମୋର ରାଜା, ମୋର ପରମେଶ୍ୱର,
ଏପରିକି ପକ୍ଷୀମାନେ ନିଜ ପାଇଁ ଏକ ଗୃହ
ଏବଂ ପକ୍ଷୀମାନେ ଛୁଆ ରଖିବା ପାଇଁ
ତୁମ୍ଭର ଯଜ୍ଞବେଦି ପାଖରେ ଏକ ବସା ପାଇଛନ୍ତି।
4 ଯେଉଁ ଲୋକମାନେ ତୁମ୍ଭ ପବିତ୍ର ମନ୍ଦିରରେ ବାସ କରନ୍ତି ସେମାନେ ଧନ୍ୟ,
ସେମାନେ ସର୍ବଦା ତୁମ୍ଭର ପ୍ରଶଂସା କରୁଥିବେ।
5 ସେହି ଲୋକମାନେ କେତେ ଭାଗ୍ୟବାନ୍ ଯେଉଁମାନଙ୍କର ଶକ୍ତି ତୁମ୍ଭଠାରୁ ଆସେ।
ଏବଂ ଯେଉଁମାନେ ତୁମ୍ଭ ମନ୍ଦିରରେ ଭ୍ରମଣ ଚିନ୍ତା କରନ୍ତି।
6 ସେମାନେ କ୍ରନ୍ଦନ ଉପତ୍ୟକା ଦେଇ ଯାଆନ୍ତି,
ଯେଉଁଠି ଏକ ଝରଣା ସୃଷ୍ଟି ହୋଇଛି।
ଶରତ ଋତୁରେ ବର୍ଷାପାଣି ପୁଷ୍କରିଣୀ ସୃଷ୍ଟି କରେ।
7 ସେମାନେ ପ୍ରତ୍ୟେକ ସିୟୋନରେ ପରମେଶ୍ୱରଙ୍କ ଆଗରେ ଉପସ୍ଥିତ ହେବା ପର୍ଯ୍ୟନ୍ତ
ଲୋକମାନେ ସହରରୁ ସହରକୁ [b] ଭ୍ରମଣ କରନ୍ତି।
8 ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
ହେ ଯାକୁବର ପରମେଶ୍ୱର, ମୋର କଥା ଶ୍ରବଣ କର।
9 ହେ ପରମେଶ୍ୱର, ଆମ୍ଭର ଢାଲ ସ୍ୱରୂପ ଦୃଷ୍ଟିପାତ କର
ଓ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ଦୟାକର।
10 ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ
ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ।
ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା
ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହେବା ଭଲ।
11 ସୂର୍ଯ୍ୟ ଯେପରି ତା’ର ଆଲୋକର କିରଣ ତଳକୁ ପଠାଇବା ପରି
ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି।
ସେ ଆମ୍ଭର ଢାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ଯ୍ୟ କରନ୍ତି
ସେମାନଙ୍କ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।
12 ହେ ସର୍ବଶକ୍ତିମାନ ସଦାପ୍ରଭୁ,
ଯେଉଁ ଲୋକମାନେ ତୁମ୍ଭକୁ ବିଶ୍ୱାସ କରନ୍ତି ସେମାନେ କେତେ ଭାଗ୍ୟବାନ୍।
16 ଏହା ପରେ ସେହି ତିନି ଜଣ ଯିବା ପାଇଁ ଉଠିଲେ, ସେମାନେ ସଦୋମ ଆଡ଼େ ମୁହାଁଇଲେ। ଏବଂ ସେମାନେ ସେହି ବାଟେ ଯିବାକୁ ଆରମ୍ଭ କଲେ। ଅବ୍ରହାମ ତାଙ୍କୁ ବାଟେଇ ଦେଲେ।
ଅବ୍ରହାମଙ୍କ ମୂଲଚୂଲ
17 ସଦାପ୍ରଭୁ ନିଜକୁ ନିଜେ କହିଲେ, “ମୁଁ ଯାହା କରିବାକୁ ଉଦ୍ୟତ ଅଟେ, ତାହା କ’ଣ ଅବ୍ରହାମଙ୍କୁ କହିବି? 18 ଅବ୍ରହାମଠାରୁ ଏକ ମହାନ ଓ ବଳଶାଳୀ ଗୋଷ୍ଠୀ ଉତ୍ପନ୍ନ ହେବ ଓ ପୃଥିବୀର ଯାବତୀୟ ଗୋଷ୍ଠୀ ତାହାଠାରୁ ଆଶୀର୍ବାଦ ପ୍ରାପ୍ତ ହେବେ। 19 ମୁଁ ତାଙ୍କୁ ମନୋନୀତ କରିଛି। ମୁଁ ଏପରି କଲି, ସେଥିପାଇଁ ସେ ତାଙ୍କର ପିଲାମାନଙ୍କୁ ଓ ବଂଶଧରଙ୍କୁ ନିର୍ଦ୍ଦେଶ ଦେବେ, ଯେଉଁପରି ଭାବରେ ମୁଁ ସେମାନଙ୍କୁ ଜୀବନଧାରଣ କରିବାକୁ ଏବଂ ଯାହା ନ୍ୟାୟ ଓ ଯଥାର୍ଥ ତାହା କରିବାକୁ ଗ୍ଭହେଁ। ତା’ପରେ ମୁଁ ସଦାପ୍ରଭୁ, ଯାହା ପ୍ରତିଜ୍ଞା କଲି ତାହା ମୁଁ କରିବି।”
20 ଏହା ପରେ ସଦାପ୍ରଭୁ କହିଲେ, “ମୁଁ ଅନେକ ଅଭିଯୋଗ ଶୁଣିଅଛି, ସଦୋମ ଓ ଗୋମରାର ଲୋକମାନଙ୍କ ବିରୁଦ୍ଧରେ, ସେମାନେ ବହୁତ ପାପ କରିଛନ୍ତି। 21 ତେଣୁ ମୁଁ ସେଠାକୁ ଯିବି ଏବଂ ଦେଖିବି, ଯଦି ସେମାନେ ସେପରି କରିଅଛନ୍ତି, ଯାହା ମୁଁ ଶୁଣିଛି। ଯଦି ନାହିଁ, ମୁଁ ଜାଣିବାକୁ ଗ୍ଭହେଁ।”
22 ଦୁଇ ଜଣ ଲୋକ ସଦୋମ ଆଡ଼କୁ ଗଲେ, ଯେତେବେଳେ ସଦାପ୍ରଭୁ ଅବ୍ରହାମଙ୍କ ସହିତ ରହିଲେ। 23 ଏହା ପରେ ଅବ୍ରହାମ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହେଲେ ଏବଂ କହିଲେ, “ହେ ସଦାପ୍ରଭୁ, ଆପଣ କ’ଣ ନିରୀହ ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ୱଂସ କରିବା ପାଇଁ ଯୋଜନା କରିଅଛନ୍ତି?” 24 ଯଦି ପଗ୍ଭଶ୍ ଜଣ ଧାର୍ମିକ ଲୋକ ସେହି ନଗରରେ ଥା’ନ୍ତି, ଆପଣ କ’ଣ କରିବେ?ଆପଣ କ’ଣ ସମ୍ପୂର୍ଣ୍ଣ ରୂପେ ସେହି ଦେଶକୁ ଧ୍ୱଂସ କରିବେ? ପଗ୍ଭଶ୍ ଜଣ ଧାର୍ମିକଙ୍କ ସକାଶେ କ’ଣ ସେହି ସ୍ଥାନ ରକ୍ଷା ନ କରି ସଂହାର କରିବେ? 25 ନିଶ୍ଚୟ ଆପଣ ଭଲ ଲୋକଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ୱଂସ କରିବେ ନାହିଁ। ଯଦି ଏହା ହୁଏ, ତେବେ ଦୁଷ୍ଟ ଓ ଧାର୍ମିକ ଲୋକ ସମାନ ଭାବରେ ଗଣାଯିବେ। କ’ଣ ସାରା ପୃଥିବୀର ବିଗ୍ଭରକର୍ତ୍ତା ଯାହା ନ୍ୟାୟ, ତାହା କରିବେ ନାହିଁ?”
26 ଏହା ପରେ ସଦାପ୍ରଭୁ କହିଲେ, “ମୁଁ ଯଦି ପଗ୍ଭଶ୍ ଜଣ ଭଲ ବ୍ୟକ୍ତି ସଦୋମରେ ଦେଖିବି, ମୁଁ ସେହି ସହରକୁ ଧ୍ୱଂସ କରିବି ନାହିଁ।”
27 ଏହା ପରେ ଅବ୍ରହାମ କହିଲେ, “ସଦାପ୍ରଭୁ ଆପଣଙ୍କ ତୁଳନାରେ ମୁଁ କେବଳ ଧୂଳି ଓ ପାଉଁଶ। କିନ୍ତୁ ମୋତେ କ୍ଷମା କରନ୍ତୁ ମୁଁ ଏତେ ସାହସୀ ହୋଇ ଆଉ ଏକ ପ୍ରଶ୍ନ ପଗ୍ଭରୁଅଛି। 28 ହୋଇପାରେ ସେହି ପଗ୍ଭଶ୍ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣ ଊଣା ହୋଇପାରନ୍ତି, ଆପଣ କ’ଣ ଏହି ପାଞ୍ଚ ଜଣଙ୍କ କାରଣରୁ ସେହି ସହରକୁ ଧ୍ୱଂସ କରିବେ କି?”
ସଦାପ୍ରଭୁ କହିଲେ, “ଯଦି ମୁଁ ସେଠାରେ ପଇଁଗ୍ଭଳିଶ ଜଣ ଧାର୍ମିକ ଲୋକ ଦେଖେ ତେବେ ସେ ନଗରକୁ ଧ୍ୱଂସ କରିବି ନାହିଁ।”
29 ଅବ୍ରହାମ ପୁଣି କହିଲେ, “ଆପଣ ଯଦି ସେଠାରେ ଗ୍ଭଳିଶ୍ ଜଣ ଉତ୍ତମ ଲୋକ ଦେଖନ୍ତି ତେବେ କ’ଣ ଆପଣ ନଗରଟିକୁ ଧ୍ୱଂସ କରିବେ?”
ସଦାପ୍ରଭୁ ଉତ୍ତର ଦେଲେ, “ଯଦି ମୁଁ ସେଠାରେ ଗ୍ଭଳିଶ୍ ଜଣ ଧାର୍ମିକ ଲୋକ ଦେଖେ ଦେବେ ମୁଁ ସେହି ନଗରକୁ ଧ୍ୱଂସ କରିବି ନାହିଁ।”
30 ଏହା ପରେ ଅବ୍ରହାମ କହିଲେ, “ହେ ସଦାପ୍ରଭୁ, ମୋ’ ପ୍ରତି କ୍ରୋଧ କରନ୍ତୁ ନାହିଁ। ଆପଣଙ୍କୁ ଏହି କଥା ପଗ୍ଭରିବାକୁ ଦିଅନ୍ତୁ। ଯଦି ତିରିଶ୍ ଜଣ ଧାର୍ମିକ ଲୋକ ଥା’ନ୍ତି, ତେବେ କ’ଣ ସେହି ନଗର ଧ୍ୱଂସ କରିବେ?”
ସଦାପ୍ରଭୁ ଉତ୍ତର ଦେଲେ, “ଯଦି ମୁଁ ତିରିଶ୍ ଜଣ ଧାର୍ମିକ ଲୋକ ପାଏ, ତେବେ ମୁଁ ସେହି ନଗର ଧ୍ୱଂସ କରିବି ନାହିଁ।”
31 ଏହା ପରେ ଅବ୍ରହାମ କହିଲେ, “ମୁଁ ଆପଣଙ୍କୁ କଷ୍ଟ ଦେଇ ପୁନର୍ବାର ପଗ୍ଭରିବି କି? ଯଦି କୋଡ଼ିଏ ଜଣ ଧାର୍ମିକ ଲୋକ ଥା’ନ୍ତି, ତେବେ କ’ଣ ଆପଣ ନଗରକୁ ଧ୍ୱଂସ କରିବେ?”
ସଦାପ୍ରଭୁ ଉତ୍ତର ଦେଲେ, “ଯଦି କୋଡ଼ିଏ ଜଣ ଧାର୍ମିକ ଲୋକ ଥା’ନ୍ତି, ତେବେ ମୁଁ ନଗରକୁ ଧ୍ୱଂସ କରିବି ନାହିଁ।”
32 ଏହା ପରେ ଅବ୍ରହାମ କହିଲେ, “ସଦାପ୍ରଭୁ ମୋ’ ଉପରେ କ୍ରୋଧ କରନ୍ତୁ ନାହିଁ। ମୋତେ ଶେଷ ଥର ପାଇଁ ଅନୁମତି ମିଳୁ। ଯଦି ଆପଣ ସେଠାରେ ଦଶ ଜଣ ଉତ୍ତମ ଲୋକ ଦେଖନ୍ତି ତେବେ କ’ଣ ଆପଣ ଏପରି କରିବେ?”
ସଦାପ୍ରଭୁ କହିଲେ, “ଯଦି ଦଶ ଜଣ ଉତ୍ତମ ଲୋକ ଥା’ନ୍ତି ତେବେ ସେହି ସହରକୁ ବିନଷ୍ଟ କରିବି ନାହିଁ।”
33 ସଦାପ୍ରଭୁ ଅବ୍ରହାମଙ୍କ ସହିତ କଥା ଶେଷ କଲାପରେ, ସଦାପ୍ରଭୁ ସେଠାରୁ ବିଦାୟ ନେଲେ ଓ ଏହା ପରେ ଅବ୍ରହାମ ତାଙ୍କ ତମ୍ବୁକୁ ଫେରିଲେ।
13 ମୋ’ ଭାଇ ଓ ଭଉଣୀମାନେ! ପରମେଶ୍ୱର ତୁମ୍ଭମାନଙ୍କୁ ସ୍ୱାଧୀନ ରହିବା ପାଇଁ ବାଛିଛନ୍ତି। କିନ୍ତୁ ଏହି ସ୍ୱାଧୀନତାକୁ ତୁମ୍ଭେମାନେ ନିଜ ନିଜର ପାପମୟ ସ୍ୱଭାବର ଇଚ୍ଛା ପୂରଣ ନିମନ୍ତେ ବ୍ୟବହାର କର ନାହିଁ। ବରଂ ଏକଆରେକର ପ୍ରେମ ପୂର୍ବକ ସେବା କର। 14 ସମସ୍ତ ନିୟମ ଗୋଟିଏ ଆଦେଶର ସାର ଭାବରେ ସମାହିତ ହୋଇଛି: “ନିଜକୁ ପ୍ରେମ କଲା ପରି ଅନ୍ୟ ସମସ୍ତ ଲୋକଙ୍କୁ ପ୍ରେମ କର।” [a] 15 ଯଦି ତୁମ୍ଭେ ଏକଆରେକକୁ ଆଘାତ ପ୍ରଦାନ କରୁଥାଅ, ଓ ତଦ୍ଦ୍ୱାରା ପରସ୍ପରକୁ ଗ୍ରାସ କରି ଗ୍ଭଲ, ତା’ହେଲେ ତୁମ୍ଭେମାନେ ନିଜେ ନିଜେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯିବ। ତେଣୁ ସାବଧାନ ରୁହ।
ପବିତ୍ରଆତ୍ମା ଓ ମାନବ ପ୍ରକୃତି
16 ସେଥିପାଇଁ ମୁଁ କହୁଛି: ଆତ୍ମାଙ୍କର ଅନୁସରଣ କରି ଜୀବନଯାପନ କର। ତା’ହେଲେ ତୁମ୍ଭେମାନେ ପାପମୟ ସ୍ୱଭାବର ଇଚ୍ଛାକୁ ସନ୍ତୁଷ୍ଟ କରିବା ନିମନ୍ତେ କୌଣସି ମନ୍ଦ କାର୍ଯ୍ୟ କରିବ ନାହିଁ। 17 ଆମ୍ଭର ପାପମୟ ସ୍ୱଭାବର ଇଚ୍ଛା ପବିତ୍ରଆତ୍ମାଙ୍କର ବିରୋଧୀ ଓ ପବିତ୍ରଆତ୍ମା ପାପମୟ ସ୍ୱଭାବର ବିରୋଧୀ ଅଟନ୍ତି। ଏହି ଦୁଇ ବିଷୟ ପରସ୍ପରର ବିରୋଧୀ ଅଟନ୍ତି। ସେଥିପାଇଁ ତୁମ୍ଭେମାନେ ପ୍ରକୃତରେ ଯାହା କରିବାକୁ ଇଚ୍ଛା କର, ତାହା କରି ପାର ନାହିଁ। 18 କିନ୍ତୁ ଯଦି ତୁମ୍ଭେମାନେ ଆତ୍ମାଙ୍କର ପରିଗ୍ଭଳିତ ପଥରେ ଚଳୁଛ, ତା’ହେଲେ ତୁମ୍ଭେମାନେ ବ୍ୟବସ୍ଥାର ଅଧୀନ ନୁହଁ।
19 ଆମ୍ଭର ପାପମୟ ସ୍ୱଭାବ ଦ୍ୱାରା ହେଉଥିବା ପାପପୂର୍ଣ୍ଣ କ୍ରିୟାଗୁଡ଼ିକ ବିଷୟରେ ସମସ୍ତେ ଜାଣନ୍ତି। ସେଗୁଡ଼ିକ ହେଲା: ଯୌନ ପାପାଗ୍ଭର, ଅପବିତ୍ରତା, ଭୋଗବିଳାସ, 20 ମୂର୍ତ୍ତିପୂଜା, ଯାଦୁବିଦ୍ୟା, ଘୃଣା, ଝଗଡ଼ା, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ବିଭାଜନ କରିବା, ଦଳୀୟ ମନୋଭାବ, 21 ପରଶ୍ରୀକାତରତା, ନିଶାସକ୍ତ ହେବା, ମଉଜ ଓ ଏହିପରି ଅନ୍ୟ ସବୁ କାମ। ମୁଁ ପୂର୍ବ ଭଳି ଏବେ ମଧ୍ୟ ତୁମ୍ଭମାନଙ୍କୁ ସତର୍କ କରାଉଛି ଯେ, ଯେଉଁ ଲୋକମାନେ ଏଭଳି କର୍ମରେ ଲିପ୍ତ ରୁହନ୍ତି, ସେମାନେ କୌଣସି ପ୍ରକାରେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାର ପାଇବେ ନାହିଁ। 22 ମାତ୍ର ପବିତ୍ରଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି: ପ୍ରେମ, ଆନନ୍ଦ, ଶାନ୍ତି, ଧୈର୍ଯ୍ୟ, ଦୟାଭାବ, ଉଦାରତା, ବିଶ୍ୱସ୍ତତା, 23 ଭଦ୍ରତା ଓ ଆତ୍ମ-ସଂଯମ। ଏହି ବିଷୟ ଗୁଡ଼ିକ ଠିକ୍ ନୁହେଁ ବୋଲି କୌଣସି ନିୟମ କହିପାରିବ ନାହିଁ। 24 ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସେମାନେ ନିଜର ମନର ଆବେଗ ଓ ପାପମୟ ସ୍ୱଭାବକୁ କ୍ରୁଶରେ ବିଦ୍ଧ କରିଛନ୍ତି। ସେମାନେ ନିଜର ସ୍ୱାର୍ଥପର ମନୋଭାବ ଓ ମନ୍ଦକାର୍ଯ୍ୟ ସବୁକୁ ତ୍ୟାଗ କରିଛନ୍ତି। 25 ସେହି ଆତ୍ମାଙ୍କଠାରୁ ଆମ୍ଭେ ନୂତନ ଜୀବନ ପାଇଅଛୁ। ଅତଏବ ଆମ୍ଭେ ଆତ୍ମାଙ୍କର ଅନୁସରଣ କରିବା ଉଚିତ୍।
ବେଥ୍ସାଇଦାରେ ଯୀଶୁ ଜଣେ ଅନ୍ଧକୁ ଚକ୍ଷୁଦାନ କଲେ
22 ତା’ପରେ ସେମାନେ ବେଥ୍ସାଇଦା ଗ୍ଭଲି ଆସିଲେ। ସେଠାରେ କେତେକ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଅନ୍ଧକୁ ନେଇ ଆସିଲେ। ସେମାନେ ଯୀଶୁଙ୍କୁ ପ୍ରାର୍ଥନା କଲେ ଯେ ସେ ଅନ୍ଧକୁ କେବଳ ଛୁଇଁ ଦିଅନ୍ତୁ। 23 ଯୀଶୁ ଅନ୍ଧ ଲୋକଟିର ହାତ ଧରି ତାକୁ ଗାଁ ବାହାରକୁ କଢ଼ାଇ ନେଇଗଲେ। ସେ ଅନ୍ଧଟିର ଆଖିରେ ଛେପ ପକାଇଲେ। ତା’ ଉପରେ ହାତ ରଖି ତାକୁ ପଗ୍ଭରିଲେ, “ତୁମ୍ଭେ କିଛି ଦେଖି ପାରୁଛ କି?”
24 ସେହି ଲୋକଟି ଉପରକୁ ଗ୍ଭହିଁ କହିଲା, “ମୁଁ ଲୋକମାନଙ୍କୁ ଦେଖି ପାରୁଛି। ସେମାନେ ଗ୍ଭରିଆଡ଼େ ଗ୍ଭଲୁଥିବା ଗଛ ଭଳି ମୋତେ ଦେଖାଯାଉଛନ୍ତି।”
25 ଯୀଶୁ ପୁଣି ଥରେ ଅନ୍ଧଟିର ଆଖି ଉପରେ ହାତ ରଖିଲେ। ତା’ର ଆଖି ଭଲ ହୋଇଯାଇଥିଲା ଓ ସେ ସବୁକିଛି ସ୍ପଷ୍ଟ ଦେଖି ପାରୁଥିଲା। 26 ଯୀଶୁ ତାକୁ ଘରକୁ ପଠେଇ ଦେଲେ ଓ କହିଲେ, “ଗାଁ ଭିତରକୁ ତୁମ୍ଭେ ଏବେ ଆଦୌ ଯିବ ନାହିଁ।”
ପିତର କହନ୍ତି ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ(A)
27 ତା’ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କାଇସରୀଆ ଫିଲିପ୍ପୀ ଅଞ୍ଚଳର ଗାଁମାନଙ୍କୁ ଗଲେ। ବାଟରେ ସେ ତାହାଙ୍କ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ଲୋକେ କ’ଣ କହୁଛନ୍ତି?”
28 ସେମାନେ କହିଲେ, “କେତେକ ଲୋକ କହୁଛନ୍ତି, ଆପଣ ବାପ୍ତିଜକ ଯୋହନ; ଅନ୍ୟମାନେ କହୁଛନ୍ତି ଆପଣ ଏଲିୟ; ଏବଂ ଆଉ କେତେକ କହୁଛନ୍ତି ଆପଣ ଭାବବାଦୀମାନଙ୍କ ମଧ୍ୟରୁ ଜଣେ।”
29 ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ତୁମ୍ଭେମାନେ କ’ଣ କହୁଛ?”
ପିତର ଉତ୍ତର ଦେଲେ, “ଆପଣ ଖ୍ରୀଷ୍ଟ।”
30 ତା’ପରେ ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ, “ମୁଁ କିଏ ବୋଲି ତୁମ୍ଭେମାନେ କାହାରିକୁ କିଛି କୁହ ନାହିଁ।”
2010 by World Bible Translation Center