Book of Common Prayer
ଦାଉଦଙ୍କର ଏକ ଗୀତ।
103 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
ହେ ମୋର ସବୁ ଅଙ୍ଗପ୍ରତ୍ୟଙ୍ଗ, ତାଙ୍କ ପବିତ୍ର ନାମର ପ୍ରଶଂସା କର।
2 ହେ ମୋର ପ୍ରାଣ, ସଦାପ୍ରଭୁଙ୍କ ପ୍ରଶଂସା କର।
ତାଙ୍କର ମଙ୍ଗଳଦାନସବୁ ପାଶୋର ନାହିଁ।
3 ହେ ମୋର ପ୍ରାଣ, ସଦାପ୍ରଭୁ ତୁମ୍ଭର ସମସ୍ତ ପାପଗୁଡ଼ିକ କ୍ଷମା କରନ୍ତି।
ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି।
4 ପରମେଶ୍ୱର ବିନାଶରୁ ମୋତେ ମୁକ୍ତ କରନ୍ତି।
ସେ ମୋତେ ସ୍ନେହପୂର୍ଣ୍ଣ କରୁଣା ଏବଂ ଦୟା ଦେଖାନ୍ତି।
5 ପରମେଶ୍ୱର ମୋତେ ପ୍ରଚୁର ସୁଦ୍ରବ୍ୟ ଦିଅନ୍ତି।
ସେ ମୋତେ ପୁନ୍ନରାୟ ଉତ୍କ୍ରୋଷ ପକ୍ଷୀ ପରି
ଯୁବକ କରନ୍ତି।
6 ସଦାପ୍ରଭୁ ନ୍ୟାୟବାନ୍।
ସେ ସେହି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବେ ଯେଉଁମାନଙ୍କୁ ଅନ୍ୟମାନଙ୍କ ଦ୍ୱାରା ଅନ୍ୟାୟ କରାଯାଇଛି।
7 ପରମେଶ୍ୱର ମୋଶାଙ୍କୁ ଆପଣା ପଥ
ଓ ଇସ୍ରାଏଲ ସନ୍ତାନଗଣଙ୍କୁ ଆପଣା କ୍ରିୟାସବୁ ଜଣାଇଥିଲେ।
8 ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ,
ସେ ଧୈର୍ଯ୍ୟଶୀଳ ଏବଂ ପ୍ରେମରେ ପରିପୂର୍ଣ୍ଣ।
9 ସଦାପ୍ରଭୁ ସର୍ବଦା ସମାଲୋଚନା କରିବେ ନାହିଁ,
କିଅବା ସେ ଚିରଦିନ ପାଇଁ କ୍ରୋଧିତ ରହିବେ ନାହିଁ।
10 ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛୁ।
କିନ୍ତୁ ସେ ଆମ୍ଭକୁ ଦଣ୍ଡ ଦେଇ ନାହାନ୍ତି, ଯାହା ଆମ୍ଭେ ପାଇବା କଥା।
11 ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ
ସେହିପରି ତାଙ୍କର ସମ୍ମାନକାରୀଙ୍କ ପ୍ରତି ତାଙ୍କର ପ୍ରେମ ମହାନ।
12 ପୂର୍ବରୁ ପଶ୍ଚିମ ଯେତେ ଦୂର, ପରମେଶ୍ୱର ଆମ୍ଭମାନଙ୍କଠାରୁ
ଆମ୍ଭମାନଙ୍କ ପାପ ସେତିକି ଦୂରେଇ ନେଇଛନ୍ତି।
13 ଯେପରି ଜଣେ ପିତା ତା’ର ସନ୍ତାନ ପ୍ରତି ପ୍ରେମ କରେ,
ସଦାପ୍ରଭୁ ତାଙ୍କର ଅନୁସରଣକାରୀମାନଙ୍କ ପ୍ରତି ସେପରି ଦୟା କରନ୍ତି।
14 ପରମେଶ୍ୱର ଜାଣନ୍ତି, କିପରି ଆମ୍ଭେ ତିଆରି ହେଲୁ।
ପରମେଶ୍ୱର ମନେପକାନ୍ତି ଆମ୍ଭେ ଧୂଳିରୁ ସୃଷ୍ଟି।
15 ମଣିଷ ଜୀବନ ଘାସପରି।
ସେମାନେ ଜଙ୍ଗଲି ଫୁଲ ପରି, ଯାହାକି ଶୀଘ୍ର ବଢ଼ନ୍ତି ଏବଂ ସୌନ୍ଦର୍ଯ୍ୟ ଦିଅନ୍ତି।
16 କିନ୍ତୁ ଯେତେବେଳେ ଗରମ ପବନ ବହେ, ଏହା ମରିଯାଏ।
ହଠାତ୍ ତୁମ୍ଭେ କହିପାରିବ ନାହିଁ କେଉଁଠାରେ ଫୁଲ ଫୁଟିଥିଲା ବୋଲି।
17 କିନ୍ତୁ ସଦାପ୍ରଭୁ ସର୍ବଦା ତାଙ୍କର ସମ୍ମାନକାରୀମାନଙ୍କୁ ପ୍ରେମ କରନ୍ତି,
ତାଙ୍କର ସେହି ସ୍ନେହ ଅନାଦିକାଳରୁ ଅନନ୍ତକାଳ ଲାଗି ରହିଥାଏ।
ପରମେଶ୍ୱର ସେମାନଙ୍କୁ ଓ ସେମାନଙ୍କର ସନ୍ତାନ ସନ୍ତତି ପ୍ରତି ମଙ୍ଗଳ କରନ୍ତି।
18 ଯେଉଁମାନେ ତାଙ୍କର ନିୟମ ମାନନ୍ତି ଏବଂ ତାଙ୍କର ନିର୍ଦ୍ଦେଶରେ ଗ୍ଭଲନ୍ତି,
ସେହିମାନଙ୍କ ପ୍ରତି ପରମେଶ୍ୱର ଉତ୍ତମ।
19 ପରମେଶ୍ୱରଙ୍କ ସିଂହାସନ ସ୍ୱର୍ଗରେ ଅଛି
ଏବଂ ସେ ସବୁଆଡ଼େ ଶାସନ କରନ୍ତି।
20 ହେ ଦୂତଗଣ, ସଦାପ୍ରଭୁଙ୍କର ପ୍ରଶଂସା କର!
ତୁମ୍ଭେମାନେ ହିଁ ସଦାପ୍ରଭୁଙ୍କର ଶକ୍ତିଶାଳୀ ସୈନ୍ୟ ଯେଉଁମାନେ ପରମେଶ୍ୱରଙ୍କର ଆଦେଶ ମାନନ୍ତି ଓ ସେ ଯାହା କହନ୍ତି, ତାଙ୍କର ବାକ୍ୟଗୁଡ଼ିକ ପାଳନ କରନ୍ତି।
21 ହେ ସଦାପ୍ରଭୁଙ୍କର ସୈନ୍ୟସକଳ, ତୁମ୍ଭେମାନେ ତାଙ୍କର ଧନ୍ୟବାଦ କର।
ତୁମ୍ଭେମାନେ ତାଙ୍କର ସେବକ ଅଟ।
ସଦାପ୍ରଭୁ ଯାହା ଗ୍ଭହାନ୍ତି ତୁମ୍ଭେମାନେ ତାହା କର।
22 ହେ ସଦାପ୍ରଭୁଙ୍କ ହସ୍ତକୃତ ସୃଷ୍ଟିସକଳ ଓ ରାଜ୍ୟର ସର୍ବତ୍ର,
ସମସ୍ତେ ତାଙ୍କର ପ୍ରଶଂସା କର।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର।
148 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
ଆକାଶ ମଣ୍ଡଳରୁ ସଦାପ୍ରଭୁଙ୍କୁ ପ୍ରଶଂସା କର!
ସ୍ୱର୍ଗରୁ ତାଙ୍କର ପ୍ରଶଂସା କର!
2 ହେ ତାଙ୍କର ସମସ୍ତ ସ୍ୱର୍ଗଦୂତଗଣ, ତାଙ୍କର ପ୍ରଶଂସା କର।
ହେ ତାଙ୍କର ସମସ୍ତ ସୈନ୍ୟଗଣ, ତାଙ୍କର ପ୍ରଶଂସା କର।
3 ହେ ସୂର୍ଯ୍ୟ ଓ ଚନ୍ଦ୍ର, ତାଙ୍କର ପ୍ରଶଂସା କର!
ହେ ଆକାଶର ଦୀପ୍ତିମୟ ତାରାଗଣ, ତାଙ୍କର ପ୍ରଶଂସା କର।
4 ହେ ଉଚ୍ଚତମ ସ୍ୱର୍ଗ, ତାଙ୍କର ପ୍ରଶଂସା କର!
ହେ ଗଗନ ଉପରିସ୍ଥ ଜଳ ସମୂହ, ତାଙ୍କର ପ୍ରଶଂସା କର।
5 ସେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରିବା ଉଚିତ୍
କାରଣ ତାଙ୍କର ଆଦେଶରେ ସମସ୍ତେ ସୃଷ୍ଟି ହେଲେ।
6 ସେ ଏହିସବୁ ଜିନିଷକୁ ଚିରଦିନ ପାଇଁ ସ୍ଥାପନ କଲେ,
ଏହିପରି ଗୋଟିଏ ବ୍ୟବସ୍ଥା ଦେଲେ ଯାହା କେବେହେଲେ ପରିବର୍ତ୍ତନ ହେବ ନାହିଁ।
7 ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ସମୁଦ୍ରର ମହାନ ପ୍ରାଣୀ ଏବଂ ସମସ୍ତ ସମୁଦ୍ର, ତାଙ୍କର ପ୍ରଶଂସା କର!
8 ପରମେଶ୍ୱରଙ୍କୁ ପ୍ରଶଂସା କର, ଅଗ୍ନି, ଶିଳା, ହିମ, ବାଷ୍ପ,
ଏବଂ ପ୍ରଚଣ୍ଡ ବାୟୁ ତାଙ୍କର ବାର୍ତ୍ତା ପାଳନ କରନ୍ତି।
9 ସମସ୍ତ ପର୍ବତ ଓ ଉପପର୍ବତ, ଫଳବତୀ ବୃକ୍ଷ
ଓ ଏରସ ବୃକ୍ଷଗଣ ତାଙ୍କୁ ପ୍ରଶଂସା କଲେ।
10 ସମସ୍ତ ବନ୍ୟ ପଶୁଗଣ ଓ ଗୃହପାଳିତ ପଶୁଗଣ ତାଙ୍କର ପ୍ରଶଂସା କର।
ସେ ସରୀସୃପ ଓ ଉଡ଼ନ୍ତା ପକ୍ଷୀମାନଙ୍କୁ ସୃଷ୍ଟି କରିଛନ୍ତି।
11 ପୃଥିବୀର ସମସ୍ତ ରାଜାଗଣ ଓ ଜାତିଗଣ, ତାଙ୍କର ପ୍ରଶଂସା କର।
ପରମେଶ୍ୱର ସମସ୍ତ ବିଗ୍ଭରକ ଓ ଅଧିପତିଗଣଙ୍କୁ ସୃଷ୍ଟି କରିଛନ୍ତି।
12 ହେ ଯୁବକ ଓ ଯୁବତୀମାନେ, ବୃଦ୍ଧ ଲୋକମାନଙ୍କ ସହିତ ଏକତ୍ରିତ ହୋଇ
ପରମେଶ୍ୱରଙ୍କ ପ୍ରଶଂସା କର।
13 ସେମାନେ ସମସ୍ତେ ସଦାପ୍ରଭୁଙ୍କ ନାମକୁ
ପ୍ରଶଂସା କରିବା ଉଚିତ୍।
ତାଙ୍କର ନାମ ଅନ୍ୟ ସମସ୍ତଙ୍କଠାରୁ ଉଚ୍ଚ।
ତାଙ୍କର ଖ୍ୟାତି ସ୍ୱର୍ଗ ଏବଂ ପୃଥିବୀରେ ମହାନ।
14 ସେ ତାଙ୍କର ଲୋକମାନଙ୍କୁ ଶକ୍ତିଶାଳୀ କଲେ,
ତେଣୁ ସେ ତାଙ୍କର ବିଶ୍ୱସ୍ତ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହୁଅନ୍ତି।
ତୁମ୍ଭେମାନେ ସଦାପ୍ରଭୁଙ୍କୁ ପ୍ରଶଂସା କର।
ନୂତନ ଯିରୁଶାଲମ-ଏକ ଧର୍ମପୂର୍ଣ୍ଣ ନଗରୀ
62 ମୁଁ ସିୟୋନକୁ ଭଲ ପାଏ,
ଧର୍ମ ଦୀପ୍ତିର ନ୍ୟାୟ ଓ ତାହାର ପରିତ୍ରାଣ ଜ୍ୱଳନ୍ତ ପ୍ରଦୀପର ନ୍ୟାୟ
ଯିରୁଶାଲମରେ ପ୍ରକଟ ନ ହୋଇଛି,
ସେ ପର୍ଯ୍ୟନ୍ତ ଆମ୍ଭେ ତା’ ନିମନ୍ତେ ବିଶ୍ରାମ ନେବା ନାହିଁ।
ପ୍ରଭାତରେ ଦୀପ୍ତି ଲାଭ କରିବା ପରି
ମୁଁ ଯିରୁଶାଲମରେ ବିଜୟ ଗ୍ଭହେଁ।
2 ସେତେବେଳେ ଅନ୍ୟ ଦେଶୀୟମାନେ ତୁମ୍ଭର ଧର୍ମ
ଓ ରାଜାମାନେ ତୁମ୍ଭର ମହିମା ଦେଖିବେ;
ଆଉ ତୁମ୍ଭେ ସଦାପ୍ରଭୁଙ୍କ ମୁଖରେ
ଏକ ନୂତନ ନାମରେ ଖ୍ୟାତ ହେବ।
3 ଆଉ ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରେ ଗୋଟିଏ ସୁନ୍ଦର ମୁକୁଟ ସ୍ୱରୂପ
ଓ ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରେ ଗୋଟିଏ ରାଜକିରୀଟ ସ୍ୱରୂପ ହେବ।
4 ତୁମ୍ଭର ‘ଦେଶ ପରିତ୍ୟକ୍ତା ବୋଲି’ ନାମିତ ହେବ ନାହିଁ;
କିମ୍ବା ତୁମ୍ଭର ଦେଶକୁ କେହି ‘ଅନାଥିନୀ’ ବୋଲି ଜାଣିବେ ନାହିଁ।
ମାତ୍ର ତୁମ୍ଭର ଦେଶ ବରଂ ‘ପରମେଶ୍ୱରଙ୍କ କନ୍ୟା’ ରୂପେ ବିବେଚିତ ହେବ
ଏବଂ ‘ମୋର ଉଲ୍ଲାସ ତାହାର ମଧ୍ୟ ହୋଇଅଛି’
କାରଣ ସଦାପ୍ରଭୁ ତୁମ୍ଭ ଉପରେ ସନ୍ତୋଷ ଅଛନ୍ତି।
5 ଜଣେ ଯୁବକ ଯେପରି ଜଣେ କନ୍ୟାକୁ ପ୍ରେମ କରେ,
ସେହିପରି ତୁମ୍ଭର ପୁତ୍ରମାନେ ତୁମ୍ଭକୁ ବିବାହ କରିବେ।
ପୁଣି ବର ଯେପରି ତା’ର କନ୍ୟାଠାରେ ଆନନ୍ଦ କରେ,
ସେହିପରି ତୁମ୍ଭର ପରମେଶ୍ୱର ତୁମ୍ଭଠାରେ ଆନନ୍ଦ କରିବେ।
10 ତୁମ୍ଭେମାନେ ଅଗ୍ରସର ହୁଅ, ନଗରଦ୍ୱାର ମଧ୍ୟଦେଇ ଆଗେଇ ଆସ।
ଲୋକମାନଙ୍କ ପାଇଁ ପଥ ପ୍ରସ୍ତୁତ କର।
ରାଜପଥ ଉଚ୍ଚକର।
ପଥରୁ ପଥରଗୁଡ଼ିକୁ ବାହାର କରିଦିଅ
ଓ ଗୋଷ୍ଠୀ ସମୂହଙ୍କ ପାଇଁ ଏକ ଧ୍ୱଜା ଉଡ଼ାଅ।
11 ଦେଖ, ସଦାପ୍ରଭୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ
ଏହା ଘୋଷଣା କରିଅଛନ୍ତି,
“ତୁମ୍ଭେମାନେ ସିୟୋନର କନ୍ୟାକୁ କୁହ,
‘ଦେଖ, ତୁମ୍ଭର ପରିତ୍ରାଣ ଆସୁଅଛି;
ଆଉ ଦେଖ, ତାଙ୍କ ପୁରସ୍କାର ତାହାଙ୍କ ସଙ୍ଗରେ ଅଛି
ଓ ତାହାଙ୍କ ପ୍ରତିଦାନ ତାହାଙ୍କ ସମ୍ମୁଖରେ ଅଛି।’”
12 ଲୋକମାନେ ସେମାନଙ୍କୁ ଡାକିବେ, “ପବିତ୍ର ସଦାପ୍ରଭୁଙ୍କର ଲୋକ,”
“ମୁକ୍ତି ହୋଇଥିବା ଲୋକମାନେ।”
ତୁମ୍ଭେ ପରିଣତ ହେବ ଗୋଟିଏ “ପରମେଶ୍ୱରଙ୍କର ଅପରିତ୍ୟକ୍ତା ନଗରୀ,”
ଏବଂ “ଅନ୍ୱେଷଣ” ବୋଲି ଡାକିଲେ।
ଶ୍ୱେତ ଅଶ୍ୱର ଆରୋହୀ
11 ତା’ପରେ ମୁଁ ସ୍ୱର୍ଗ ଖୋଲିଯିବାର ଦେଖିଲି। ସେଠାରେ ଗୋଟିଏ ଶ୍ୱେତ ଅଶ୍ୱ, ଠିଆ ହୋଇଥିଲା। ଅଶ୍ୱାରୋହୀଙ୍କ ନାମ ‘ବିଶ୍ୱସ୍ତ’ ଓ ‘ସତ୍ୟବାନ’। ସେ ନ୍ୟାୟପୂର୍ଣ୍ଣ ଭାବରେ ବିଗ୍ଭର କରନ୍ତି ଓ ଲଢ଼ନ୍ତି। 12 ତାହାଙ୍କର ଚକ୍ଷୁ ଦୁଇଟି ଜ୍ୱଳନ୍ତ ଅଗ୍ନି ସଦୃଶ। ତାହାଙ୍କ ମସ୍ତକରେ ଅନେକ ଗୁଡ଼ିଏ ମୁକୁଟ ଅଛି। ତାହାଙ୍କ କପାଳରେ ଗୋଟିଏ ନାମ ଲେଖା ଯାଇଥିଲା, କିନ୍ତୁ ତାହାଙ୍କ ବ୍ୟତୀତ ଅନ୍ୟ କେହି ସେ ନାମ ଜାଣି ନ ଥିଲେ। 13 ସେ ରକ୍ତଭିଜା ଗୋଟିଏ ରାଜ ପୋଷାକ ପିନ୍ଧିଥିଲେ। ତାହାଙ୍କ ନାମ ‘ପରମେଶ୍ୱରଙ୍କ ବାକ୍ୟ’। 14 ସ୍ୱର୍ଗର ସେନାବାହିନୀଗଣ ତାହାଙ୍କର ଅନୁଗମନ କରୁଥିଲେ। ସେମାନେ ମଧ୍ୟ ଶ୍ୱେତଅଶ୍ୱ ଉପରେ ବସିଥିଲେ। ସେମାନେ ସୂକ୍ଷ୍ମ ପରିଷ୍କୃତ, ଶୁଭ୍ରବସ୍ତ୍ର ପିନ୍ଧିଥିଲେ। 15 ସେହି ଅଶ୍ୱାରୋହୀଙ୍କ ମୁଖରୁ ଗୋଟିଏ ତୀକ୍ଷ୍ଣ ଖଣ୍ଡା ବାହାରି ଥିଲା। ସେ ଜାତିଗଣଙ୍କୁ ଦମନ କରିବା ପାଇଁ ଏହି ଖଣ୍ତାର ପ୍ରୟୋଗ କରିବେ। ସେ ଲୌହଦଣ୍ଡରେ ସେମାନଙ୍କୁ ଶାସନ କରିବେ। ସେ ସର୍ବଶକ୍ତିମାନ୍ ପରମେଶ୍ୱରଙ୍କର କ୍ରୋଧରୂପ ଦ୍ରାକ୍ଷାପେଷା କୁଣ୍ଡକୁ ଦଳି ପକାଇବେ। 16 ତାହାଙ୍କ ପୋଷାକ ଓ ଜଘଂଦେଶରେ ଏହା ଲେଖାଥିଲା:
ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ
ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ(A)
18 ଯୀଶୁ ଖ୍ରୀଷ୍ଟଙ୍କ ମା ଥିଲେ ମରିୟମ। ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହିଭଳି ହୋଇଥିଲା। ମରିୟମଙ୍କର ଯୋଷେଫଙ୍କ ସହିତ ବିବାହ ସ୍ଥିର ହୋଇଥିଲା। କିନ୍ତୁ ବିବାହ ପୂର୍ବରୁ ଜଣା ପଡ଼ିଲା ଯେ, ମରିୟମ ପବିତ୍ରଆତ୍ମାଙ୍କ ଶକ୍ତି ବଳରେ ଗର୍ଭବତୀ ହୋଇଛନ୍ତି। 19 କିନ୍ତୁ ତାହଙ୍କର ଭାବୀପତି ଯୋଷେଫ ଜଣେ ଧାର୍ମିକ ଲୋକ ଥିଲେ। ଲୋକମାନଙ୍କ ଆଗରେ ମରିୟମଙ୍କୁ ଅପମାନ କରିବା ସେ ଗ୍ଭହୁଁ ନ ଥିଲେ। ସେ ତାହାଙ୍କୁ ଛାଡ଼ପତ୍ର ଦେବା ପାଇଁ ଗୋପନରେ ଯୋଜନା କଲେ।
20 କିନ୍ତୁ ଯୋଷେଫ ଯେତେବେଳେ ଏ କଥା ଭାବୁଥିଲେ, ସେତେବେଳେ ସ୍ୱପ୍ନରେ ଦର୍ଶନ ପାଇଲେ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କ ପାଖକୁ ଆସି କହିଲେ, “ହେ ଦାଉଦଙ୍କ ସନ୍ତାନ ଯୋଷେଫ, ତୁମ୍ଭେ ମରିୟମଙ୍କୁ ଆପଣା ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଭୟ କର ନାହିଁ। କାରଣ ତାହାଙ୍କ ଗର୍ଭରେ ଥିବା ଶିଶୁଟି ପବିତ୍ରଆତ୍ମାଙ୍କର।
21 ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦେବେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସେମାନଙ୍କ ପାପରୁ ରକ୍ଷା କରିବେ।”
22 ଭବିଷ୍ୟଦ୍ବକ୍ତାଙ୍କ ମାଧ୍ୟମରେ ପ୍ରଭୁ ଯାହା କହିଥିଲେ, ତାହା ସଫଳ କରିବା ନିମନ୍ତେ ଏହା ଘଟିଲା। 23 “ଜଣେ କୁମାରୀ କନ୍ୟା ଗର୍ଭବତୀ ହୋଇ ପୁତ୍ର ସନ୍ତାନଟିଏ ଜନ୍ମ ଦେବ। ଲୋକେ ତାହାଙ୍କ ନାମ ଇମ୍ମାନୁୟେଲ ଦେବେ।” [a] (ଇମ୍ମାନୁୟେଲର ଅର୍ଥ, “ପରମେଶ୍ୱର ଆମ୍ଭ ସହିତ ଅଛନ୍ତି।”)
24 ଯୋଷେଫ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେଉଁଭଳି ଆଦେଶ ଦେଲେ, ସେହିପରି କଲେ। ସେ ମରିୟମଙ୍କୁ ବିବାହ କଲେ। 25 କିନ୍ତୁ ମରିୟମ ପୁତ୍ର ସନ୍ତାନକୁ ଜନ୍ମ ନ ଦେବା ପର୍ଯ୍ୟନ୍ତ ସେ ତାହାଙ୍କ ସହିତ ସହବାସ କରି ନ ଥିଲେ। ଆଉ ଯୋଷେଫ ପୁଅଟିର ନାମ ଯୀଶୁ ରଖିଲେ।
2010 by World Bible Translation Center