Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 20-21

ଦାଉଦଙ୍କର ଏକ ଗୀତ।

20 ତୁମ୍ଭେ ଯେତେବେଳେ ବିପଦରେ ପଡ଼ିଥାଅ, ସେହି ସଦାପ୍ରଭୁ ତୁମ୍ଭର ଡାକ ଶୁଣି ତୁମ୍ଭକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ।
    ଯାକୁବଙ୍କର ପରମେଶ୍ୱର ତୁମ୍ଭକୁ ରକ୍ଷା କରନ୍ତୁ।
ପରମେଶ୍ୱର ତାଙ୍କର ପବିତ୍ର ସ୍ଥାନରୁ ତୁମ୍ଭକୁ ସାହାଯ୍ୟ ପଠାନ୍ତୁ।
    ସିୟୋନ ପର୍ବତରୁ ସେ ତୁମ୍ଭକୁ ସାହାଯ୍ୟ କରନ୍ତୁ।
ତୁମ୍ଭର ଉପହାର ସବୁ ଯାହା ତାଙ୍କ ଉଦ୍ଦେଶ୍ୟରେ ଅର୍ପିତ, ପରମେଶ୍ୱର ତାକୁ ଗ୍ରହଣ କରନ୍ତୁ।
    ତୁମ୍ଭର ହୋମବଳିକୁ ସେ ଗ୍ରହଣ କରନ୍ତୁ।
ତୁମ୍ଭେ ଯାହା ଗ୍ଭହୁଁଛ, ପରମେଶ୍ୱର ତୁମ୍ଭକୁ ତାହା ପ୍ରଦାନ କରନ୍ତୁ।
    ସେ ତୁମ୍ଭର ସକଳ ମନସ୍କାମନା ପୂରଣ କରନ୍ତୁ ଓ ତୁମ୍ଭର ସକଳ ଯୋଜନାକୁ ସଫଳ କରନ୍ତୁ।
ଆମ୍ଭେ ସମସ୍ତେ ଖୁସୀ ହେବୁ ଯେତେବେଳେ ପରମେଶ୍ୱର ତୁମ୍ଭକୁ ସାହାଯ୍ୟ କରିବେ।
    ଆସ ସମସ୍ତେ ପରମେଶ୍ୱରଙ୍କ ନାମର ଜୟଗାନ କରିବା।
ଯାହା ତୁମ୍ଭେ ଗ୍ଭହୁଁଛ, ସଦାପ୍ରଭୁ ତୁମ୍ଭର ସେହି ସକଳ କାମନା ପୂରଣ କରନ୍ତୁ।

ବର୍ତ୍ତମାନ ମୁଁ ଜାଣେ ସଦାପ୍ରଭୁ ତାଙ୍କ ଅଭିଷିକ୍ତ ରାଜାକୁ ସାହାଯ୍ୟ କରନ୍ତି।
    ପରମେଶ୍ୱର ତାଙ୍କର ପବିତ୍ର ସ୍ୱର୍ଗ ରାଜ୍ୟରେ ଥା’ନ୍ତି ଓ ତାଙ୍କ ଅଭିଷିକ୍ତ ରାଜାକୁ ଉତ୍ତର ଦିଅନ୍ତି।
    ସେ ତାଙ୍କର ମହାନ ଶକ୍ତିରେ ରାଜାଙ୍କୁ ତ୍ରାଣ କରନ୍ତି।
କେତେକ ଲୋକ ସେମାନଙ୍କ ରଥ ଉପରେ ବିଶ୍ୱାସ ରଖନ୍ତି।
ଅନ୍ୟ ଲୋକମାନେ ସେମାନଙ୍କ ସୈନିକଙ୍କ ଉପରେ ରଖନ୍ତି
    କିନ୍ତୁ ଆମ୍ଭେ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ନାମକୁ ଉଚ୍ଚସ୍ୱରରେ ଡାକୁ।
ସେହି ଅନ୍ୟ ଲୋକମାନେ ପରାସ୍ତ ହୋଇ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କଲେ କିନ୍ତୁ ଆମ୍ଭେ ଜିତିଲୁ।
    ଆମ୍ଭେ ବିଜୟୀ ଦଳ।

ସଦାପ୍ରଭୁ ତାଙ୍କର ମନୋନୀତ ରାଜାଙ୍କୁ ଉଦ୍ଧାର କଲେ
    କାରଣ ପରମେଶ୍ୱରଙ୍କ ମନୋନୀତ ରାଜା ତାଙ୍କୁ ସାହାଯ୍ୟ ପାଇଁ ନିବେଦନ କଲେ ଓ ପରମେଶ୍ୱର ତାକୁ ଉଦ୍ଧାର ଦେଲେ।

ଦାଉଦଙ୍କର ଏକ ଗୀତ।

21 ହେ ସଦାପ୍ରଭୁ, ତୁମ୍ଭର ଶକ୍ତି ହିଁ ରାଜାକୁ ସୁଖୀ କରାଏ।
    ତୁମ୍ଭେ ଯେତେବେଳେ ତାକୁ ଉଦ୍ଧାର କର, ସେ ଅତି ଆନନ୍ଦିତ ହୁଏ।
ତୁମ୍ଭେ ସେହି ରାଜାକୁ ଯାହା ସେ ଗ୍ଭହେଁ ପ୍ରଦାନ କର।
    ହେ ସଦାପ୍ରଭୁ, ସେହି ରାଜା ତୁମ୍ଭ ନିକଟରୁ କିଛି ଗ୍ଭହିଁଥିଲା ଓ ତୁମ୍ଭେ ତା’ର ସକଳ ଇଚ୍ଛା ପୂରଣ କଲ।

ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ରାଜାଙ୍କୁ ଆଶୀର୍ବାଦ କରିଛ।
    ତୁମ୍ଭେ ତା’ର ମସ୍ତକରେ ସୁବର୍ଣ୍ଣ ମୁକୁଟ ପିନ୍ଧାଇ ଦେଇଛ।
ହେ ପରମେଶ୍ୱର, ରାଜା ତୁମ୍ଭକୁ ଜୀବନ ପ୍ରାର୍ଥନା କଲେ ଓ ତୁମ୍ଭେ ତାକୁ ତାହା ପ୍ରଦାନ କରିଛ।
    ତୁମ୍ଭେ ତାକୁ ଅନନ୍ତ ଜୀବନ ଦାନ କରିଛ, ଯାହା ଅନନ୍ତକାଳସ୍ଥାୟୀ।
ସେହି ରାଜାଙ୍କୁ ତୁମ୍ଭେ ବିଜୟ ପ୍ରଦାନ କରିଛ ଓ ତାକୁ ଗୌରବରେ ମଣ୍ଡିତ କରିଛ।
    ତୁମ୍ଭେ ତାଙ୍କୁ ସମ୍ମାନ ଓ ପ୍ରଶଂସା ପ୍ରଦାନ କରିଛ?
ହେ ପରମେଶ୍ୱର, ତୁମ୍ଭେ ପ୍ରକୃତରେ ସେହି ରାଜାଙ୍କୁ ଚିରଦିନ ଲାଗି ଆଶୀର୍ବାଦ କରିଛ।
    ଯେତେବେଳେ ସେ ତୁମ୍ଭର ମୁଖ ଦର୍ଶନ କରେ ତା’ର ଆନନ୍ଦ ଆହୁରି ବଢ଼ିଯାଏ।
ରାଜା ସଦାପ୍ରଭୁଙ୍କ ଉପରେ ନିର୍ଭର କରେ।
    ସର୍ବୋପରିସ୍ଥ ପରମେଶ୍ୱରଙ୍କ ସ୍ନେହପୂର୍ଣ୍ଣ କରୁଣା କେବେହେଲେ ତାକୁ ପଡ଼ିବା ପାଇଁ ଦେବେ ନାହିଁ।
ହେ ପରମେଶ୍ୱର ତୁମ୍ଭେ ଆପଣା ଶତ୍ରୁମାନଙ୍କୁ ଦେଖାଇ ଦିଅ ଯେ ତୁମ୍ଭେ ସବୁଠାରୁ ଶକ୍ତିଶାଳୀ।
    ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି,
    ତୁମ୍ଭର ଶକ୍ତି ସେ ସମସ୍ତଙ୍କୁ ପରାଜିତ କରିବ।
ତୁମ୍ଭେ ଆପଣା ରାଜାଙ୍କୁ ଏକ ଜ୍ୱଳନ୍ତ ଚୁଲ୍ଲୀ ତୁଲ୍ୟ କରିବ,
    ଯେତେବେଳେ ତୁମ୍ଭେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆସ,
ଏବଂ ତାଙ୍କ କ୍ରୋଧରେ ସେ ସମ୍ପୂର୍ଣ୍ଣ ଭାବରେ
    ସେମାନଙ୍କୁ ଧ୍ୱଂସ କରିବେ।
10 ଏ ପୃଥିବୀରୁ ସେମାନଙ୍କର ଫଳ ଓ ମନୁଷ୍ୟ ସନ୍ତାନଗଣ ମଧ୍ୟରୁ
    ସେମାନଙ୍କର ବଂଶ ଲୋପ କରିବ।
11 କାରଣ ସେହି ଦୁଷ୍ଟ ଲୋକମାନେ ତୁମ୍ଭ ବିରୁଦ୍ଧରେ ମନ୍ତ୍ରଣା କରୁଥିଲେ।
    ହେ ସଦାପ୍ରଭୁ, ସେମାନେ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରୁଥିଲେ କିନ୍ତୁ ସେମାନେ ସେହି କାର୍ଯ୍ୟରେ ସଫଳ ହେଲେ ନାହିଁ।
12 ହେ ସଦାପ୍ରଭୁ, ତୁମ୍ଭେ ସେହି ଲୋକମାନଙ୍କୁ ତୁମ୍ଭର ଦାସ କରିଛ।
    ସେମାନଙ୍କୁ ତୁମ୍ଭେ ରଶିରେ ବାନ୍ଧି ପକାଇଛ।
    ତୁମ୍ଭେ ରଶିରେ ସେମାନଙ୍କର ବେକକୁ ଫାଶ କରି ବସାଇ ଦେଇଛ।
    ତୁମ୍ଭେ ସେମାନଙ୍କୁ ଦାସ କରି ରଖିବାକୁ ବାଧ୍ୟ କରିଛ।

13 ହେ ସଦାପ୍ରଭୁ, ତୁମ୍ଭର ଶକ୍ତିର ବିଜୟ ଗୀତ ଗ୍ଭରିଆଡ଼େ ଗୁଞ୍ଜରିତ ହେଉ।
    ଆମ୍ଭେ ସେହି ଗୀତ ଗାନ କରି ଓ ତୁମ୍ଭର ସଙ୍ଗୀତର ତାଳେ ତାଳେ ନୃତ୍ୟ କରି ତୁମ୍ଭର ପରାକ୍ରମ ସମ୍ପର୍କରେ ଗ୍ଭରିଆଡ଼େ ପ୍ରଗ୍ଭର କରିବୁ।

ଗୀତସଂହିତା 23

ଦାଉଦଙ୍କର ଏକ ଗୀତ।

23 ସଦାପ୍ରଭୁ ମୋର ପ୍ରତିପାଳକ ଅଟନ୍ତି,
    ମୋର କିଛି ଅଭାବ ହେବ ନାହିଁ।
ସେ ମୋତେ କୋମଳ ସବୁଜ ସ୍ଥାନରେ ଶୋଇବାକୁ ଦିଅନ୍ତି।
    ସେ ମୋତେ ସ୍ଥିର ଜଳପୂର୍ଣ୍ଣ ପୁଷ୍କରିଣୀ ପାଖେ ପାଖେ କଢ଼ାଇ ନିଅନ୍ତି।
ସେ ମୋର ପ୍ରାଣରେ ନୂତନ ବଳ ସଞ୍ଚାର କରନ୍ତି, ସେ ମୋତେ ଧର୍ମପଥରେ କଢ଼ାଇ ନିଅନ୍ତି।
    ଏହା ଦ୍ୱାରା ପ୍ରମାଣିତ ହୁଏ ଯେ, ସେ ପ୍ରକୃତରେ ପରମେଶ୍ୱର ଅଟନ୍ତି।
ଯଦିଓ ମୁଁ ମୃତ୍ୟୁଛାୟା ରୂପ ଉପତ୍ୟକାରେ ଏକା ବାଟ ଗ୍ଭଲେ, ଯାହାକି ଅନ୍ଧକାରରେ ଆଚ୍ଛାଦିତ ତଥାପି ମୁଁ କୌଣସି ବିପଦ ଯୋଗୁଁ ଭୟଭୀତ ହେବି ନାହିଁ।
    କାରଣ ସଦାପ୍ରଭୁ, ତୁମ୍ଭେ ମୋ’ ସହିତ ଅଛ।
    ତୁମ୍ଭର ଆଶାବାଡ଼ି ଓ ପାଞ୍ଚଣ ବାଡ଼ି ମୋତେ ସୁରକ୍ଷା କରେ।
ହେ ସଦାପ୍ରଭୁ, ତୁମ୍ଭେ ମୋର ଶତ୍ରୁମାନଙ୍କ ସମ୍ମୁଖରେ ମୋର ମେଜ ସଜାଇଅଛ।
    ତୁମ୍ଭେ ମୋର ମୁଣ୍ଡରେ ତେଲ ଢାଳିଛ।
    ମୋ’ ପାନପାତ୍ର ପୂର୍ଣ୍ଣ ହୋଇ ଉଚ୍ଛୁଳି ପଡ଼ିଛି।
ନିଶ୍ଚୟ ଧାର୍ମିକତା, ମଙ୍ଗଳ ଓ ଦୟା ମୋର ଅବଶିଷ୍ଟ ଜୀବନର ପଶ୍ଚା‌ଦ୍‌ଗାମୀ ହେବ।
    ମୁଁ ଶେଷରେ ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ସବୁଦିନ ପାଇଁ ବାସ କରିବି।

ଗୀତସଂହିତା 27

ଦାଉଦଙ୍କର ଗୀତ।

27 ହେ ସଦାପ୍ରଭୁ ତୁମ୍ଭେ ମୋର ଆଲୋକବର୍ତ୍ତିକା ଓ ମୋର ତ୍ରାଣକର୍ତ୍ତା।
    ମୁଁ ତାହାଦ୍ୱାରା ଭୟଭୀତ ହେବି ନାହିଁ।
ସଦାପ୍ରଭୁଙ୍କ ଆଶ୍ରୟସ୍ଥଳ ମୋ’ ପାଇଁ ସବୁଠାରୁ ନିରାପଦସ୍ଥଳ।
    ତେଣୁ ମୁଁ କାହାରିକୁ ଭୟ କରିବି ନାହିଁ।
ଦୁଷ୍ଟ ଲୋକମାନେ ହୁଏତ ମୋତେ ଆକ୍ରମଣ କରି ପାରନ୍ତି,
    ସେମାନେ ମୋର ଶରୀରକୁ ଆଘାତ କରିବାକୁ ଗ୍ଭହାନ୍ତି।
ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି
    ଧ୍ୱଂସ କରିଦେବାକୁ ଗ୍ଭହାନ୍ତି।
ଯଦି ସମସ୍ତ ସେନାବାହିନୀ ମୋର ଗ୍ଭରି ଦିଗରୁ ମୋତେ ଘେରି ଯାଆନ୍ତି, ତେବେ ମୁଁ ଭୟ କରିବି ନାହିଁ।
    ଯଦି ମୋତେ ଲୋକମାନେ ଯୁଦ୍ଧ କ୍ଷେତ୍ରରେ ଆକ୍ରମଣ କରନ୍ତି, ତଥାପି ମୁଁ ଭୟଭୀତ ହେବି ନାହିଁ, କାରଣ ମୁଁ ସଦାପ୍ରଭୁଙ୍କୁ ବିଶ୍ୱାସ କରେ।

ମୁଁ ସଦାପ୍ରଭୁଙ୍କଠାରେ ଗୋଟିଏ ମାତ୍ର ବିଷୟ ପ୍ରାର୍ଥନା କରେ,
“ଯେପରି ମୋର ଜୀବନସାରା ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ବସିବାକୁ ସୁଯୋଗ ପାଏ,
    ଯାହା ଫଳରେ କି ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟକୁ ଦେଖି ପାରିବି
    ଓ ତାଙ୍କ ପ୍ରାସାଦକୁ ଦର୍ଶନ କରି ପାରିବି।”

ସଦାପ୍ରଭୁ ମୋତେ ନିଶ୍ଚୟ ବିପଦରୁ ରକ୍ଷା କରିବେ।
    ସେ ମୋତେ ତାଙ୍କ ମନ୍ଦିରରେ ଲୁଗ୍ଭଇ ରଖିବେ।
    ସେ ମୋତେ ନେଇ ତାଙ୍କ ନିରାପଦ ସ୍ଥାନରେ ରଖିବେ।
ମୋର ଶତ୍ରୁମାନେ ମୋତେ ଘେରି ଗଲେଣି।
କିନ୍ତୁ ମୋର ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରି ମୋତେ ରକ୍ଷା କରିବେ।
    ତା’ପରେ ମୁଁ ତାଙ୍କ ମନ୍ଦିରରେ ମୋର ବଳିଦାନ ଅର୍ପଣ କରିବି।
    ମୁଁ ଆନନ୍ଦ ଧ୍ୱନିରେ ବଳିଦାନ ଉତ୍ସର୍ଗ ଦେବି।
    ମୁଁ ଗୀତ ବୋଲି ସଦାପ୍ରଭୁଙ୍କର ମହିମା ବର୍ଣ୍ଣନା କରି ତାଙ୍କ ପ୍ରତି ଥିବା ସମ୍ମାନକୁ ନିବେଦନ କରିବି।

ହେ ସଦାପ୍ରଭୁ, ମୋର ଡାକ ଶୁଣ।
    ମୋତେ ଉତ୍ତର ଦିଅ ଓ ମୋ’ ପ୍ରତି ସଦୟ ହୁଅ।
ହେ ସଦାପ୍ରଭୁ, ମୁଁ ତୁମ୍ଭ ସହିତ କଥା ହେବାକୁ ଗ୍ଭହେଁ।
ମୁଁ ତୁମ୍ଭ ସହିତ ଅନ୍ତରର ଗଭୀରତମ ପ୍ରଦେଶରୁ କଥା ହେବାକୁ ଗ୍ଭହେଁ।
    ମୁଁ ତୁମ୍ଭ ନିକଟକୁ କହିବା ପାଇଁ ଆସିଛି।
ହେ ପରମେଶ୍ୱର, ମୋ’ଠାରୁ ଆପଣା ମୁଖ ଲୁଗ୍ଭଅ ନାହିଁ।
    ମୋତେ ସାହାଯ୍ୟ କର।
    ମୋତେ ଦୂର କର ନାହିଁ।
    ମୋତେ ପରିତ୍ୟାଗ କର ନାହିଁ।
    ମୋର ପରମେଶ୍ୱର, ତୁମ୍ଭେ ହିଁ ମୋର ତ୍ରାଣକର୍ତ୍ତା।
10 ମୋର ପିତାମାତା ମୋତେ ଛାଡ଼ି ଗ୍ଭଲିଗଲେ।
    କିନ୍ତୁ ସଦାପ୍ରଭୁ ମୋତେ ଲାଳନପାଳନ କରିବେ।
11 ହେ ସଦାପ୍ରଭୁ, ମୋର ଶତ୍ରୁମାନେ ଅଛନ୍ତି।
ତେଣୁ ମୋତେ ନ୍ୟାୟମାର୍ଗ ପ୍ରଦର୍ଶନ କର।
    ମୋତେ ସରଳ ମାର୍ଗରେ ଯିବାକୁ ଶିକ୍ଷା ଦିଅ।
12 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରିଛନ୍ତି।
    ସେମାନେ ମୋ’ ବିଷୟରେ ମିଥ୍ୟା କହିଛନ୍ତି।
    ସେମାନେ ମୋତେ ମିଥ୍ୟା କହି ଆଘାତ ଦେଇଛନ୍ତି।
13 ମୁଁ ପ୍ରକୃତରେ ବିଶ୍ୱାସ କରେ ଯେ,
    ମୃତ୍ୟୁ ପୂର୍ବରୁ ମୁଁ ନିଶ୍ଚୟ ସଦାପ୍ରଭୁଙ୍କର ମହିମା ଦର୍ଶନ କରିବି।
14 ସଦାପ୍ରଭୁଙ୍କ ସହାୟତା ପାଇଁ ଅପେକ୍ଷା କର,
    ବଳଶାଳୀ ଓ ସାହସିକ ହୁଅ
    ଏବଂ ସଦାପ୍ରଭୁଙ୍କର ଅନୁସରଣ କର।

ରାଜାବଳୀର ପ୍ରଥମ ପୁସ୍ତକ 17:17-24

17 କିଛିଦିନ ଉତ୍ତାରେ ସେହି ସ୍ତ୍ରୀଲୋକର ପୁତ୍ରଟି ଅସୁସ୍ଥ ହେଲା। ତା’ର ପୀଡ଼ା ଏତେ ବଢ଼ିଗଲା ଯେ ତା’ର ପ୍ରଶ୍ୱାସ ମଧ୍ୟ ବନ୍ଦ ହୋଇଗଲା। 18 ସେହି ସ୍ତ୍ରୀଲୋକଟି ଏଲିୟଙ୍କୁ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ମୋ’ ବିରୁଦ୍ଧରେ ତୁମ୍ଭର କ’ଣ ଅଛି? ତୁମ୍ଭେ କ’ଣ ମୋର ପାପ ସ୍ମରଣ କରେଇବାକୁ ଓ ମୋର ପୁତ୍ରର ମୃତ୍ୟୁର କାରଣ ହେବା ପାଇଁ ଆସିଅଛ?”

19 ତହୁଁ ଏଲିୟ ତାକୁ କହିଲେ, “ତୁମ୍ଭ ପୁତ୍ରକୁ ମୋତେ ଦିଅ।” ଏଲିୟ ତା’ର କୋଳରୁ ପୁଅକୁ ନେଲେ ଓ ଆପଣା ରହିବା କୋଠରୀକୁ ନେଇଯାଇ ଆପଣା ଶଯ୍ୟାରେ ତାକୁ ଶୁଆଇ ଦେଲେ। 20 ତା’ପରେ ଏଲିୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୁ ମୋର ପରମେଶ୍ୱର, ଏହି ସ୍ତ୍ରୀଲୋକଟି ମୋତେ ତା’ର ଗୃହରେ ଆଶ୍ରୟ ଦେଇଛି। ତୁମ୍ଭେ ତା’ର ପୁତ୍ରକୁ ବଧ କରି ତା’ ପ୍ରତି କାହିଁକି ଅମଙ୍ଗଳ ଘଟାଇଲ?” 21 ତା’ପରେ ଏଲିୟ ବାଳକ ଉପରେ ତିନିଥର ନିଜକୁ ଲମ୍ବାଇ ଦେଲେ। ତା’ପରେ ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, “ହେ ସଦାପ୍ରଭୁ ମୋର ପରମେଶ୍ୱର, ଏହି ମୃତ ଶରୀରକୁ ଜୀବନ ପ୍ରଦାନ କର।”

22 ସଦାପ୍ରଭୁ ଏଲିୟର ପ୍ରାର୍ଥନାର ଉତ୍ତର ଦେଲେ ଏବଂ ବାଳକଟି ପ୍ରଶ୍ୱାସ ନେବାକୁ ଆରମ୍ଭ କଲା ଓ ପୁଣି ଜୀବନ ଫେରି ପାଇଲା। 23 ତା’ପରେ ଏଲିୟ ପୁଅଟିକୁ ଧରି ତଳକୁ ଓହ୍ଲାଇ ଆସିଲେ ଓ ସେହି ସ୍ତ୍ରୀଲୋକଟିକୁ କହିଲେ, “ଦେଖ, ତୁମ୍ଭର ପୁତ୍ର ଜୀବିତ।”

24 ତହୁଁ ସ୍ତ୍ରୀଲୋକଟି ଏଲିୟଙ୍କୁ କହିଲା, “ତୁମ୍ଭେ ଯେ ପରମେଶ୍ୱରଙ୍କ ଲୋକ ଓ ତୁମ୍ଭ ମୁଖରେ ସଦାପ୍ରଭୁଙ୍କ ବାକ୍ୟ ଯେ ସତ୍ୟ ମୁଁ ଏହା ଏବେ ଜାଣିଲି।”

ଯୋହନଙ୍କ ତୃତୀୟ ପତ୍ର

ପ୍ରାଚୀନ ଯେ ମୁଁ, ମୁଁ ମୋର ପ୍ରିୟ ବନ୍ଧୁ ଗାୟଙ୍କ ନିକଟକୁ ଲେଖୁଛି। ମୁଁ ତାହାଙ୍କୁ ସତ୍ୟରେ ରହି ପ୍ରେମ କରେ।

ପ୍ରିୟ ବନ୍ଧୁ, ମୁଁ ଜାଣେ, ତୁମ୍ଭର ଆତ୍ମା କୁଶଳରେ ଅଛି। ତେଣୁ ମୁଁ ପ୍ରାର୍ଥନା କରେ, ତୁମ୍ଭେ ସବୁ ଦୃଷ୍ଟିରୁ ଭଲରେଥିବ। ତୁମ୍ଭର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି। ଖ୍ରୀଷ୍ଟରେ କେତେକ ଭାଇମାନେ ଏଠାକୁ ଆସିଲେ ଓ ସତ୍ୟ ପ୍ରତି ତୁମ୍ଭର ବିଶ୍ୱସ୍ତତା ସମ୍ପର୍କରେ କହିଲେ। ସେମାନେ ମୋତେ କହିଲେ ଯେ ତୁମ୍ଭେ ଅବିରତ ସତ୍ୟ ପଥ ଅନୁସରଣ କରୁଛ। ଏହା ଶୁଣି ମୁଁ ଅତ୍ୟନ୍ତ ଆନନ୍ଦିତ ହେଲି। ମୁଁ ଯେତେବେଳେ ଶୁଣେ ଯେ ମୋର ପିଲାମାନେ ସତ୍ୟର ମାର୍ଗ ଅନୁସରଣ କରୁଛନ୍ତି, ତାହା ମୋତେ ବିଶେଷ ଆନନ୍ଦ ଦିଏ।

ମୋର ପ୍ରିୟ ବନ୍ଧୁ, ଏହା ଉତ୍ତମ ଯେ ତୁମ୍ଭେ ଖ୍ରୀଷ୍ଟରେ ଥିବା ଭାଇମାନଙ୍କୁ ସାହାଯ୍ୟ କରୁଛ। ତୁମ୍ଭେ ଅପରିଚିତ ଭାଇମାନଙ୍କୁ ମଧ୍ୟ ସାହାଯ୍ୟ କରୁଛ। ସେହି ଭାଇମାନେ, ତୁମ୍ଭର ପ୍ରେମ ସମ୍ବନ୍ଧରେ ମଣ୍ଡଳୀକୁ କହିଛନ୍ତି। ଦୟାକରି ତୁମ୍ଭେ ସେମାନଙ୍କୁ ସେମାନଙ୍କର ଯାତ୍ରାରେ ସାହାଯ୍ୟ କର। ତୁମ୍ଭେ ସେମାନଙ୍କୁ ଏପରି ସାହାଯ୍ୟ କର, ଯେପରି ତାହା ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବ। ସେହି ଭାଇମାନେ ଖ୍ରୀଷ୍ଟଙ୍କର ସେବା ପାଇଁ ଭ୍ରମଣ କରନ୍ତି। ସେମାନେ ବିଶ୍ୱାସ ନ କରୁଥିବା ଲୋକମାନଙ୍କଠାରୁ କିଛି ଗ୍ରହଣ କରନ୍ତି ନାହିଁ। ତେଣୁ ଆମ୍ଭେ ସେହି ଭାଇମାନଙ୍କୁ ସାହାଯ୍ୟ କରିବା ଉଚିତ୍। ଆମ୍ଭେ ତାହାଙ୍କୁ ସାହାଯ୍ୟ କରିବା ଦ୍ୱାରା ଆମ୍ଭେ ସତ୍ୟ ନିମନ୍ତେ ସେମାନଙ୍କର କାର୍ଯ୍ୟରେ ଭାଗୀଦାର ହୋଇପାରିବା।

ମୁଁ ମଣ୍ଡଳୀକୁ ଗୋଟିଏ ପତ୍ର ଲେଖିଥିଲି। କିନ୍ତୁ ଦିୟତ୍ରଫା ଆମ୍ଭ କଥା ଶୁଣିବା ପାଇଁ ରାଜି ନୁହେଁ। ସେ ସର୍ବଦା ସେଠାରେ ନେତା ହୋଇ ରହିବା ପାଇଁ ଗ୍ଭହେଁ। 10 ମୁଁ ସେଠାରୁ ଆସିଲେ, ଦିୟତ୍ରିଫାର କାର୍ଯ୍ୟ ବିଷୟରେ କଥାବାର୍ତ୍ତା କରିବି। ସେ ଆମ୍ଭମାନଙ୍କ ବିଷୟରେ ମିଥ୍ୟା ଓ ମନ୍ଦ କଥାମାନ କହୁଛି। ଏହାଛଡ଼ା, ସେ ଖ୍ରୀଷ୍ଟଙ୍କ ପାଇଁ ସେବା କରୁଥିବା ଭାଇମାନଙ୍କୁ ମଧ୍ୟ ସାହାଯ୍ୟ କରୁ ନାହିଁ। ଯେଉଁମାନେ ସେହି ଭାଇମାନଙ୍କୁ ସାହାଯ୍ୟ କରିବାକୁ ଗ୍ଭହାନ୍ତି, ସେମାନଙ୍କୁ ମଧ୍ୟ ସେ ମନା କରୁଛି। ସେ ସେମାନଙ୍କୁ ମଣ୍ଡଳୀରୁ ବାହାର କରିଦିଏ।

11 ମୋର ପ୍ରିୟ ବନ୍ଧୁ, ମନ୍ଦ ବିଷୟକୁ ଅନୁସରଣ କର ନାହିଁ, କିନ୍ତୁ ଉତ୍ତମ ବିଷୟର ଅନୁଗାମୀ ହୁଅ। ଉତ୍ତମ କାର୍ଯ୍ୟ କରୁଥିବା ବ୍ୟକ୍ତି ପରମେଶ୍ୱରଙ୍କ ପାଖରୁ ଆସିଥାଏ। କିନ୍ତୁ ମନ୍ଦ କାର୍ଯ୍ୟ କରୁଥିବା ବ୍ୟକ୍ତି ପରମେଶ୍ୱରଙ୍କୁ କେବେ ଦେଖି ନାହିଁ।

12 ଦୀମୀତ୍ରିୟଙ୍କ ବିଷୟରେ ସମସ୍ତେ ଭଲକଥା କହନ୍ତି। ସେମାନେ ଯାହା କହନ୍ତି, ସତ୍ୟ ଏଥିର ସାକ୍ଷ୍ୟ ଦିଏ। ଆମ୍ଭେ ମଧ୍ୟ ତାହା ବିଷୟରେ ଭଲକଥା କହୁ, ଏବଂ ତୁମ୍ଭେ ଜାଣ ଯେ ଆମ୍ଭର ସାକ୍ଷ୍ୟ ସତ୍ୟ ଅଟେ।

13 ମୋର ତୁମ୍ଭକୁ କହିବା ପାଇଁ ବହୁତ ବିଷୟ ଅଛି। କିନ୍ତୁ ମୁଁ ତାହା କାଳି ଏବଂ କଲମରେ ଲେଖିବା ପାଇଁ ଗ୍ଭହୁଁ ନାହିଁ। 14 ମୋର ତୁମ୍ଭ ସହିତ ଶୀଘ୍ର ଦେଖା ହେବ ବୋଲି ଆଶା କରୁଛି। ସେତେବେଳେ ଆମ୍ଭେ ଏକାଠି ହୋଇ କଥା ହେବା। 15 ତୁମ୍ଭ ପ୍ରତି ଶାନ୍ତି ହେଉ। ମୋର ଏଠାରେ ଥିବା ବନ୍ଧୁମାନେ ତୁମ୍ଭ ପାଖକୁ ସେମାନଙ୍କର ପ୍ରେମ ଜଣାଉଛନ୍ତି। ଦୟାକରି ଆମ୍ଭର ପ୍ରେମ ସେଠାରେ ଥିବା ପ୍ରତ୍ୟେକ ବନ୍ଧୁଙ୍କୁ ଜଣାଇବ।

ଯୋହନ ଲିଖିତ ସୁସମାଗ୍ଭର 4:46-54

46 ଯୀଶୁ ଗାଲୀଲର କାନ୍ନା ନଗରକୁ ପୁଣି ଥରେ ଗଲେ। କାନ୍ନାରେ ସେ ଜଳକୁ ଦ୍ରାକ୍ଷାରସରେ ପରିଣତ କରିଥିଲେ। ରାଜାଙ୍କର ଜଣେ ମୁଖ୍ୟକର୍ମଗ୍ଭରୀ କଫର୍ନାହୂମ ନଗରରେ ବାସ କରୁଥିଲେ। ଏହି ବ୍ୟକ୍ତିଙ୍କର ପୁତ୍ର ଅସୁସ୍ଥ ଥିଲା। 47 ସେହି ବ୍ୟକ୍ତି ଶୁଣିଲେ ଯେ ଯୀଶୁ ଯିହୂଦା ପ୍ରଦେଶରୁ ଆସିଛନ୍ତି ଓ ବର୍ତ୍ତମାନ ଗାଲିଲୀରେ ଅଛନ୍ତି, ତେଣୁ ସେ ବ୍ୟକ୍ତି କାନ୍ନାରେ ଯୀଶୁଙ୍କୁ ଦେଖାକଲେ। କଫର୍ନାହୂମକୁ ଆସି ତାହାଙ୍କର ପୁତ୍ରକୁ ସୁସ୍ଥ କରିବା ପାଇଁ ସେ ଯୀଶୁଙ୍କୁ ନିବେଦନ କଲେ। ତାହାଙ୍କର ପୁତ୍ର ମୃତ ପ୍ରାୟ ହେଇଥିଲା। 48 ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେମାନେ ଅଲୌକିକ ଓ ଆଶ୍ଚର୍ଯ୍ୟଜନକ କାର୍ଯ୍ୟମାନ ନ ଦେଖିଲେ ତୁମ୍ଭେମାନେ ମୋତେ ବିଶ୍ୱାସ କରିବ ନାହିଁ।”

49 ରାଜକର୍ମଗ୍ଭରୀଜଣକ କହିଲେ, “ମହାଶୟ, ମୋ’ ପୁତ୍ର ମରିବା ପୂର୍ବରୁ ଆପଣ ମୋ’ ଘରକୁ ଆସନ୍ତୁ।”

50 ଯୀଶୁ ଉତ୍ତର ଦେଲେ, “ଯାଅ, ତୁମ୍ଭର ପୁଅ ବଞ୍ଚିବ।”

ଯୀଶୁଙ୍କ କଥା ସେ ବ୍ୟକ୍ତିଟି ଶୁଣି ବିଶ୍ୱାସ କଲେ ଓ ଘରକୁ ଗ୍ଭଲିଗଲେ। 51 ଘରକୁ ଯିବା ବାଟରେ ତାହାଙ୍କର କେତେଜଣ ଗ୍ଭକର ଆସି ତାହାଙ୍କୁ ଭେଟିଲେ। ସେମାନେ ତାହାଙ୍କୁ କହିଲେ, “ତୁମ୍ଭର ପୁଅ ସୁସ୍ଥ ହେଲାଣି।”

52 “ପିଲାର ଅବସ୍ଥା କେଉଁ ସମୟଠାରୁ ଭଲ ଆଡ଼କୁ ଗତି କଲା? ସେ ପଗ୍ଭରିଲେ।

ଗ୍ଭକରମାନେ କହିଲେ, “ଗତକାଲି ପ୍ରାୟ ଗୋଟାଏ ବେଳୁ ତା’ର ଜ୍ୱର ଛାଡ଼ିଗଲା।”

53 “ତୁମ୍ଭର ପୁଅ ବଞ୍ଚିବ,” ବୋଲି ଯୀଶୁ ଠିକ୍ ସେହି ସମୟରେ କହିଥିଲେ, ଏହା ପିଲାର ବାପା ଜାଣିଲେ। ତେଣୁ ସେହି ରାଜକର୍ମଗ୍ଭରୀ ଓ ତାହାଙ୍କର ସମସ୍ତ ପରିବାରବର୍ଗ ଯୀଶୁଙ୍କଠାରେ ବିଶ୍ୱାସ କଲେ।

54 ଯିହୂଦା ପ୍ରଦେଶରୁ ଗାଲିଲୀକୁ ଆସିବା ପରେ ଯୀଶୁଙ୍କର ଏହା ଦ୍ୱିତୀୟ ଆଶ୍ଚର୍ଯ୍ୟକାର୍ଯ୍ୟ ଥିଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center