Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 63

ଦାଉଦଙ୍କର ଏକ ଗୀତ, ସେ ଯିହୁଦା ମରୁଭୂମିରେ ଥିବା ବେଳେ ରଚିତ।

63 ହେ ପରମେଶ୍ୱର, ତୁମ୍ଭେ ମୋର ପରମେଶ୍ୱର।
    ମୁଁ ତୁମ୍ଭକୁ ବହୁତ ଗ୍ଭହୁଁଛି।
ମୋର ସମସ୍ତ ପ୍ରାଣ ତୁମ୍ଭ ପାଇଁ
    ଶୁଷ୍କ ଭୂମି ତୁଲ୍ୟ ତୃଷାର୍ତ୍ତ।
ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି।
    ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି।
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ।
    ମୋର ଓଷ୍ଠାଧର ତୁମ୍ଭର ପ୍ରଶଂସା ଗାନ କରେ।
ହଁ, ମୁଁ ଜୀବନସାରା ତୁମ୍ଭର ପ୍ରଶଂସା କରିବି।
    ମୁଁ ତୁମ୍ଭର ନାମ ଡାକି ପ୍ରାର୍ଥନା କରିବା ସମୟରେ ମୋର ହସ୍ତ ଉଠାଇବି।
ଯେମନ୍ତ ମେଦ ଓ ମଜ୍ଜା, ସେହିପରି ମୋର ପ୍ରାଣ ପରିତୃପ୍ତ ହେବ।
    ମୋ’ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରିବି।
ମୁଁ ଶଯ୍ୟା ଉପରେ ଗଡ଼ୁଥିବା ସମୟରେ ତୁମ୍ଭକୁ ମନେ କରିବି।
    ରାତି ସମୟରେ ମଧ୍ୟ ମୁଁ ତୁମ୍ଭ ବିଷୟରେ ଭାବିବି।
ପ୍ରକୃତରେ ତୁମ୍ଭେ ମୋତେ ସାହାଯ୍ୟ କଲ।
    ମୁଁ ତୁମ୍ଭର ପକ୍ଷ ତଳେ ଆଶ୍ରୟ ନେଇ ଆନନ୍ଦରେ ଗାନ କରିବି।
ମୁଁ ତୁମ୍ଭଠାରେ ଲାଗିରହେ।
    ତୁମ୍ଭର ଡାହାଣ ହସ୍ତ ମୋତେ ସମର୍ଥନ କରେ।

କେତେଲୋକ ମୋର ପ୍ରାଣ ନେବା ପାଇଁ ଚେଷ୍ଟା କରୁଛନ୍ତି।
    କିନ୍ତୁ ସେମାନଙ୍କୁ ଧ୍ୱଂସ କରାଯିବ।
    ସେମାନେ ନିଜ କବରରେ ମିଶି ଯିବେ।
10 ସେମାନଙ୍କୁ ଖ‌ଡ଼୍‌ଗରେ ହତ୍ୟା କରାଯିବ।
    ସେମାନଙ୍କର ଶବକୁ ଜଙ୍ଗଲି ଶୃଗାଳ ଖାଇବେ।
11 କିନ୍ତୁ ରାଜା ପରମେଶ୍ୱରଙ୍କଠାରେ ଆନନ୍ଦ କରିବେ।
    ଯେଉଁମାନେ ପରମେଶ୍ୱରଙ୍କ ନାମରେ ଶପଥ କରନ୍ତି, ସେମାନେ ଆନନ୍ଦିତ ହେବେ କାରଣ ମିଥ୍ୟାବାଦୀମାନଙ୍କର ମୁଖ ବନ୍ଦ ହୋଇଯିବ।

ଗୀତସଂହିତା 98

ଏକ ପ୍ରଶଂସାର ଗୀତ।

98 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ସଙ୍ଗୀତ ଗାନ କର।
    କାରଣ ସେ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି!
ତାଙ୍କର ପବିତ୍ର ଦକ୍ଷିଣ ହସ୍ତ
    ତାଙ୍କୁ ଆଉଥରେ ଗୌରବ ଆଣିଛି।
ସଦାପ୍ରଭୁ ତାଙ୍କର ଦାସଗଣଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଶକ୍ତିକୁ ଜଣାଇଛନ୍ତି।
    ଜାତି ଉଦ୍ଦେଶ୍ୟରେ, ସଦାପ୍ରଭୁ ତାଙ୍କର ଉତ୍ତମତା ଦେଖାଇଛନ୍ତି।
ଇସ୍ରାଏଲୀୟମାନଙ୍କ ପ୍ରତି ପରମେଶ୍ୱରଙ୍କ ପ୍ରେମ ଓ ବିଶ୍ୱସ୍ତତା, ତାଙ୍କର ଅନୁସରଣକାରୀମାନେ ମନେ ରଖିଛନ୍ତି।
    ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷା କରିବାର ଶକ୍ତି ଦେଖିଛନ୍ତି।
ହେ ପୃଥିବୀର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କର ଜୟଧ୍ୱନି କର।
    ସ୍ତୁତି ଗାନ ଶୀଘ୍ର ଆରମ୍ଭ କର।
ବୀଣା ସହିତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର,
    ବୀଣାର ମଧୁର ସଂଗୀତରେ ତାଙ୍କର ଗୁଣ ଗାନ କର।
ବଂଶୀ ବଜାଅ ଓ ତୂରୀ ଫୁଙ୍କ।
    ଆମ୍ଭମାନଙ୍କର ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ୱନି କର।
ସମୁଦ୍ର, ଜଗତ ଓ ତହିଁର ଜୀବ ସକଳ
    ସମସ୍ତେ ଗାନ କର।
ନଦନଦୀଗଣ କରତାଳି ଦିଅ!
    ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ୱନି କର।
ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର।
    କାରଣ ସେ ଜଗତର ବିଗ୍ଭର କରିବା ପାଇଁ ଆସୁଛନ୍ତି।
ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ
    ବିଗ୍ଭର ଓ ନ୍ୟାୟ କରିବେ।

ଗୀତସଂହିତା 103

ଦାଉଦଙ୍କର ଏକ ଗୀତ।

103 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ହେ ମୋର ସବୁ ଅଙ୍ଗପ୍ରତ୍ୟଙ୍ଗ, ତାଙ୍କ ପବିତ୍ର ନାମର ପ୍ରଶଂସା କର।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କ ପ୍ରଶଂସା କର।
    ତାଙ୍କର ମଙ୍ଗଳଦାନସବୁ ପାଶୋର ନାହିଁ।
ହେ ମୋର ପ୍ରାଣ, ସଦାପ୍ରଭୁ ତୁମ୍ଭର ସମସ୍ତ ପାପଗୁଡ଼ିକ କ୍ଷମା କରନ୍ତି।
    ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି।
ପରମେଶ୍ୱର ବିନାଶରୁ ମୋତେ ମୁକ୍ତ କରନ୍ତି।
    ସେ ମୋତେ ସ୍ନେହପୂର୍ଣ୍ଣ କରୁଣା ଏବଂ ଦୟା ଦେଖାନ୍ତି।
ପରମେଶ୍ୱର ମୋତେ ପ୍ରଚୁର ସୁଦ୍ରବ୍ୟ ଦିଅନ୍ତି।
    ସେ ମୋତେ ପୁନ୍ନରାୟ ଉତ୍କ୍ରୋଷ ପକ୍ଷୀ ପରି
    ଯୁବକ କରନ୍ତି।
ସଦାପ୍ରଭୁ ନ୍ୟାୟବାନ୍।
    ସେ ସେହି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବେ ଯେଉଁମାନଙ୍କୁ ଅନ୍ୟମାନଙ୍କ ଦ୍ୱାରା ଅନ୍ୟାୟ କରାଯାଇଛି।
ପରମେଶ୍ୱର ମୋଶାଙ୍କୁ ଆପଣା ପଥ
    ଓ ଇସ୍ରାଏଲ ସନ୍ତାନଗଣଙ୍କୁ ଆପଣା କ୍ରିୟାସବୁ ଜଣାଇଥିଲେ।
ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ,
    ସେ ଧୈର୍ଯ୍ୟଶୀଳ ଏବଂ ପ୍ରେମରେ ପରିପୂର୍ଣ୍ଣ।
ସଦାପ୍ରଭୁ ସର୍ବଦା ସମାଲୋଚନା କରିବେ ନାହିଁ,
    କିଅବା ସେ ଚିରଦିନ ପାଇଁ କ୍ରୋଧିତ ରହିବେ ନାହିଁ।
10 ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛୁ।
    କିନ୍ତୁ ସେ ଆମ୍ଭକୁ ଦଣ୍ଡ ଦେଇ ନାହାନ୍ତି, ଯାହା ଆମ୍ଭେ ପାଇବା କଥା।
11 ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ
    ସେହିପରି ତାଙ୍କର ସମ୍ମାନକାରୀଙ୍କ ପ୍ରତି ତାଙ୍କର ପ୍ରେମ ମହାନ।
12 ପୂର୍ବରୁ ପଶ୍ଚିମ ଯେତେ ଦୂର, ପରମେଶ୍ୱର ଆମ୍ଭମାନଙ୍କଠାରୁ
    ଆମ୍ଭମାନଙ୍କ ପାପ ସେତିକି ଦୂରେଇ ନେଇଛନ୍ତି।
13 ଯେପରି ଜଣେ ପିତା ତା’ର ସନ୍ତାନ ପ୍ରତି ପ୍ରେମ କରେ,
    ସଦାପ୍ରଭୁ ତାଙ୍କର ଅନୁସରଣକାରୀମାନଙ୍କ ପ୍ରତି ସେପରି ଦୟା କରନ୍ତି।
14 ପରମେଶ୍ୱର ଜାଣନ୍ତି, କିପରି ଆମ୍ଭେ ତିଆରି ହେଲୁ।
    ପରମେଶ୍ୱର ମନେପକାନ୍ତି ଆମ୍ଭେ ଧୂଳିରୁ ସୃଷ୍ଟି।
15 ମଣିଷ ଜୀବନ ଘାସପରି।
    ସେମାନେ ଜଙ୍ଗଲି ଫୁଲ ପରି, ଯାହାକି ଶୀଘ୍ର ବଢ଼ନ୍ତି ଏବଂ ସୌନ୍ଦର୍ଯ୍ୟ ଦିଅନ୍ତି।
16 କିନ୍ତୁ ଯେତେବେଳେ ଗରମ ପବନ ବହେ, ଏହା ମରିଯାଏ।
    ହଠାତ୍ ତୁମ୍ଭେ କହିପାରିବ ନାହିଁ କେଉଁଠାରେ ଫୁଲ ଫୁଟିଥିଲା ବୋଲି।
17 କିନ୍ତୁ ସଦାପ୍ରଭୁ ସର୍ବଦା ତାଙ୍କର ସମ୍ମାନକାରୀମାନଙ୍କୁ ପ୍ରେମ କରନ୍ତି,
    ତାଙ୍କର ସେହି ସ୍ନେହ ଅନାଦିକାଳରୁ ଅନନ୍ତକାଳ ଲାଗି ରହିଥାଏ।
    ପରମେଶ୍ୱର ସେମାନଙ୍କୁ ଓ ସେମାନଙ୍କର ସନ୍ତାନ ସନ୍ତତି ପ୍ରତି ମଙ୍ଗଳ କରନ୍ତି।
18 ଯେଉଁମାନେ ତାଙ୍କର ନିୟମ ମାନନ୍ତି ଏବଂ ତାଙ୍କର ନିର୍ଦ୍ଦେଶରେ ଗ୍ଭଲନ୍ତି,
    ସେହିମାନଙ୍କ ପ୍ରତି ପରମେଶ୍ୱର ଉତ୍ତମ।
19 ପରମେଶ୍ୱରଙ୍କ ସିଂହାସନ ସ୍ୱର୍ଗରେ ଅଛି
    ଏବଂ ସେ ସବୁଆଡ଼େ ଶାସନ କରନ୍ତି।
20 ହେ ଦୂତଗଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ତୁମ୍ଭେମାନେ ହିଁ ସଦାପ୍ରଭୁଙ୍କର ଶକ୍ତିଶାଳୀ ସୈନ୍ୟ ଯେଉଁମାନେ ପରମେଶ୍ୱରଙ୍କର ଆଦେଶ ମାନନ୍ତି ଓ ସେ ଯାହା କହନ୍ତି, ତାଙ୍କର ବାକ୍ୟଗୁଡ଼ିକ ପାଳନ କରନ୍ତି।
21 ହେ ସଦାପ୍ରଭୁଙ୍କର ସୈନ୍ୟସକଳ, ତୁମ୍ଭେମାନେ ତାଙ୍କର ଧନ୍ୟବାଦ କର।
    ତୁମ୍ଭେମାନେ ତାଙ୍କର ସେବକ ଅଟ।
    ସଦାପ୍ରଭୁ ଯାହା ଗ୍ଭହାନ୍ତି ତୁମ୍ଭେମାନେ ତାହା କର।
22 ହେ ସଦାପ୍ରଭୁଙ୍କ ହସ୍ତକୃତ ସୃଷ୍ଟିସକଳ ଓ ରାଜ୍ୟର ସର୍ବତ୍ର,
    ସମସ୍ତେ ତାଙ୍କର ପ୍ରଶଂସା କର।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର।

ଆମୋଷ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 9:11-15

ପରମେଶ୍ୱର ରାଜ୍ୟ ପୁନଃନିର୍ମାଣ ପାଇଁ ପ୍ରତିଜ୍ଞା କରନ୍ତି

11 “ଦାଉଦଙ୍କର ପତିତ ତମ୍ବୁକୁ ଆମ୍ଭେ ପୁନର୍ବାର ଉଠାଇବା।
    ଆମ୍ଭେ କାନ୍ଥରେ ଥିବା କଣାସବୁ ବନ୍ଦ କରିବା।
ଆମ୍ଭେ ବିଧ୍ୱସ୍ତ ହୋଇଥିବା ଅଟ୍ଟାଳିକାଗୁଡ଼ିକୁ ପୁନର୍ବାର ନିର୍ମାଣ କରିବା
    ଓ ସେ ଗୁଡ଼ିକ ପୂର୍ବପରି ତମ୍ବୁ ନିର୍ମିତ ହେବ।
12 ତା’ପରେ ଇଦୋମର ଯାହାସବୁ ଛଡ଼ା ହୋଇଥିବ,
    ଆମ୍ଭ ଲୋକମାନେ ଅଧିକାର କରିବେ
ଏବଂ ସମସ୍ତ ଜାତିଗୁଡ଼ିକ ଆମ୍ଭ ନାମ ନେବେ।”
    ସଦାପ୍ରଭୁ ଏହା କହିବେ ଓ ସେହି ସମସ୍ତ ଘଟାଇବେ।
13 ସଦାପ୍ରଭୁ ପୁଣି କୁହନ୍ତି, “ସମୟ ଆସୁଛି ଯେତେବେଳେ ପ୍ରଚୁର ଅମଳ ହେବ
    ଏବଂ ତାହା ଶସ୍ୟ ଲଗାଇବା ସମୟ ପର୍ଯ୍ୟନ୍ତ ମଧ୍ୟ କ୍ଷେତ୍ରରେ ଥିବ।
    ଏତେ ଦ୍ରାକ୍ଷାଫଳ ହେବ ଯେ, ନୂତନ ଦ୍ରାକ୍ଷାଲତା ଲଗାଇବା ସମୟ ପୂର୍ବରୁ
ତଥାପି ଦ୍ରାକ୍ଷାରସ ପ୍ରସ୍ତୁତ ହୋଇ ପାରିବ ନାହିଁ।
    ଏବଂ ମଧୁର ଦ୍ରାକ୍ଷାରସ ପର୍ବତରୁ ବହିବ।
14 ଆମ୍ଭେ ଇସ୍ରାଏଲକୁ ବନ୍ଦୀରୁ ମୁକ୍ତ କରିବା
    ଏବଂ ସେମାନଙ୍କୁ ସେମାନଙ୍କର ଭୂମିକୁ ଫେରାଇ ଆଣିବା।
ସେମାନେ ଧ୍ୱଂସ ବିଧ୍ୱଂସ ନଗରଗୁଡ଼ିକୁ ପୁନଃନିର୍ମାଣ କରିବେ
    ଏବଂ ସେହି ନଗରୀରେ ବାସ କରିବେ।
ସେମାନେ ଦ୍ରାକ୍ଷାବୃକ୍ଷ କ୍ଷେତରେ ରୋପଣ କରିବେ
    ଏବଂ ଦ୍ରାକ୍ଷାରସ ପିଇବେ, ଯାହା ସେଠାକାର ଦ୍ରାକ୍ଷାଫଳରୁ ପ୍ରସ୍ତୁତ ହୁଏ।
ସେମାନେ ମଧ୍ୟ ଗ୍ଭଷ କରିବେ
    ଓ ଉତ୍ପାଦିତ ଶସ୍ୟକୁ ଭକ୍ଷ୍ୟଣ କରିବେ।
15 ଆମ୍ଭେ ଆପଣା ଲୋକମାନଙ୍କୁ ତାଙ୍କ ନିଜ ଭୂମିରେ ସ୍ଥାପନ କରିବା।
    ଆମ୍ଭେ ଯେଉଁ ଭୂମି ସେମାନଙ୍କୁ ଦେଇଛୁ, ସେମାନେ ଯେପରି ତାଙ୍କ ଭୂମିରୁ କେବେ ବିତାଡ଼ିତ ହେବେ ନାହିଁ।”
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଏହା କୁହନ୍ତି।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:1-3

ମନ୍ଦ ଦୁର୍ଘଟଣାମାନ ଘଟିବ

ଭାଇ ଓ ଭଉଣୀମାନେ! ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆସିବା ବିଷୟରେ ଆମ୍ଭର କିଛି କହିବାକୁ ଅଛି। ଯେତେବେଳେ ଆମ୍ଭେ ସମସ୍ତେ ମିଶି ତାହାଙ୍କୁ ଭେଟିବା, ସେହି ସମୟ ବିଷୟରେ ଆମ୍ଭେ ତୁମ୍ଭକୁ କହିବାକୁ ଗ୍ଭହୁଁ। ଯଦି ତୁମ୍ଭେମାନେ ଶୁଣ ଯେ, ପ୍ରଭୁଙ୍କର ସେହି ଦିନଟି ଆସିଗଲାଣି, ତୁମ୍ଭେମାନେ ଚିନ୍ତାରେ ସହଜରେ ବିବ୍ରତ ହୋଇ ଯାଅ ନାହିଁ କି ଭୟ କର ନାହିଁ। କେତେଜଣ ଏହାକୁ କୌଣସି ଭବିଷ୍ୟ‌‌ଦ୍‌‌‌‌ବାଣୀ ବା କୌଣସି ସମ୍ବାଦ ବୋଲି କହି ପାରନ୍ତି, କିମ୍ବା କେତେକ ଲୋକ ଏହାକୁ ଆମ୍ଭର ଏକ ଚିଠି ବୋଲି କହି ପାରନ୍ତି ଓ ଦାବି କରି ପାରନ୍ତି ଯେ, ଆମ୍ଭମାନଙ୍କ ଦ୍ୱାରା ଏହି ପତ୍ର ଲେଖାଯାଇଅଛି। ଏପରି ଭାବରେ, କୌଣସି ଲୋକକୁ କୌଣସି ପ୍ରକାରେ ତୁମ୍ଭମାନଙ୍କୁ ଠକିବାକୁ ଦିଅ ନାହିଁ। ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ ସଂଘଟିତ ନ ହେଲା ପର୍ଯ୍ୟନ୍ତ ପ୍ରଭୁଙ୍କର ସେହି ଦିନଟି ଆସିବ ନାହିଁ। ମନ୍ଦ ବ୍ୟକ୍ତିର ଦେଖା ନ ଦେବା ପର୍ଯ୍ୟନ୍ତ ସେହି ଦିନଟି ଆସିବ ନାହିଁ। ସେହି ମନ୍ଦ ବ୍ୟକ୍ତି ନରକର ଅଟେ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:13-17

ତୁମ୍ଭେମାନେ ମୁକ୍ତି ପାଇଁ ମନୋନୀତ

13 ଭାଇ ଓ ଭଉଣୀମାନେ! ପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ସେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଥମରୁ ବାଛିଛନ୍ତି। ଅତଏବ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ଉଚିତ୍। ଆତ୍ମା ତୁମ୍ଭକୁ ପବିତ୍ର କରିବା ଯୋଗୁଁ ଓ ସତ୍ୟରେ ତୁମ୍ଭମାନଙ୍କର ବିଶ୍ୱାସ ଥିବା ଯୋଗୁଁ ତୁମ୍ଭେମାନେ ଉଦ୍ଧାର ପାଇଛ। 14 ପରମେଶ୍ୱର ସେହି ମୁକ୍ତି ଦେବା ଲାଗି ତୁମ୍ଭମାନଙ୍କୁ ଡାକିଲେ। ଆମ୍ଭ ଦ୍ୱାରା ପ୍ରଗ୍ଭରିତ ସୁସମାଗ୍ଭର ମାଧ୍ୟମରେ ସେ ତୁମ୍ଭମାନଙ୍କୁ ଡାକିଲେ। ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମହିମାରେ ଅଂଶ ଗ୍ରହଣ କରିବା ପାଇଁ ସେ ତୁମ୍ଭମାନଙ୍କୁ ଡାକିଲେ। 15 ଅତଏବ, ଭାଇ ଓ ଭଉଣୀମାନେ ଦୃଢ଼ ଭାବରେ ଠିଆ ହୁଅ ଓ ଆମ୍ଭ ଦ୍ୱାରା ଦିଆ ଯାଇଥିବା ଶିକ୍ଷାଗୁଡ଼ିକୁ ଅବିରତ ବିଶ୍ୱାସ କର। ଆମ୍ଭେ ଏହି ଶିକ୍ଷାଗୁଡ଼ିକୁ କହି ଓ ଚିଠି ମାଧ୍ୟମରେ ଲେଖି, ତୁମ୍ଭମାନଙ୍କୁ ଶିଖାଇଛୁ।

16-17 ତୁମ୍ଭମାନଙ୍କ ପାଇଁ ପ୍ରତ୍ୟେକ ଉତ୍ତମ କାର୍ଯ୍ୟ କରିବାକୁ ଓ ପ୍ରତ୍ୟେକ ଉତ୍ତମ କଥା କହିବା ପାଇଁ ସକ୍ଷମ ହେବ। ସେଥିପାଇଁ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ଓ ଆମ୍ଭର ପରମପିତା ଓ ପରମେଶ୍ୱର ତୁମ୍ଭମାନଙ୍କୁ ଉତ୍ସାହ ଓ ଶକ୍ତି ପ୍ରଦାନ କରନ୍ତୁ ଓ ସାନ୍ତ୍ୱନା ଦିଅନ୍ତୁ, ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ। ପରମେଶ୍ୱର ଆମ୍ଭକୁ ପ୍ରେମ କରନ୍ତି। ନିଜ ଅନୁଗ୍ରହ ମାଧ୍ୟମରେ ସେ ଆମ୍ଭକୁ ଅନନ୍ତକାଳସ୍ଥାୟୀ ଉତ୍ସାହ ଓ ଉତ୍ତମ ଭରସା ଦେଇଛନ୍ତି।

ଯୋହନ ଲିଖିତ ସୁସମାଗ୍ଭର 5:30-47

30 “ମୁଁ ଏକୁଟିଆ କିଛି କରି ପାରିବି ନାହିଁ। ମୁଁ କେବଳ ପରମେଶ୍ୱରଙ୍କ କହିବା ଅନୁସାରେ ବିଗ୍ଭର କରେ। ତେଣୁ ମୋର ବିଗ୍ଭର ଠିକ୍, କାରଣ ମୁଁ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ ନାହିଁ। କିନ୍ତୁ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଁ ଇଚ୍ଛା କରେ, ଯିଏ ମୋତେ ପଠାଇଛନ୍ତି।

ଯୀଶୁଙ୍କର ଯିହୂଦୀ ନେତାମାନଙ୍କ ସହିତ କଥାବାର୍ତ୍ତା ପ୍ରବୃତ୍ତ

31 “ମୁଁ ଯଦି ଲୋକମାନଙ୍କୁ ମୋ’ ନିଜ ବିଷୟରେ କୁହେ, ଓ ସେମାନଙ୍କୁ ମୋର ସାକ୍ଷ୍ୟ ଦିଏ, ସେମାନେ ମୋର ସାକ୍ଷ୍ୟ ଗ୍ରହଣ କରିବେ ନାହିଁ। 32 କିନ୍ତୁ ଅନ୍ୟ ଜଣେ ଅଛନ୍ତି, ଯିଏ କି ଲୋକମାନଙ୍କୁ ମୋର ବିଷୟରେ ସାକ୍ଷ୍ୟ ଦିଅନ୍ତି। ଏବଂ ମୁଁ ଜାଣେ, ମୋ’ ବିଷୟରେ ସେ ଯାହା କହନ୍ତି, ତାହା ସବୁ ସତ୍ୟ।

33 “ତୁମ୍ଭେ ଯୋହନଙ୍କ ପାଖକୁ ଲୋକ ପଠାଇଛ। ସେ ତୁମ୍ଭମାନଙ୍କୁ ସତ୍ୟ ସମ୍ବନ୍ଧରେ କହିଛନ୍ତି। 34 ମୋ’ ବିଷୟରେ ସାକ୍ଷୀ ଦେବା ପାଇଁ କୌଣସି ବ୍ୟକ୍ତିର ପ୍ରୟୋଜନ ନାହିଁ କିନ୍ତୁ ମୁଁ ତୁମ୍ଭକୁ ଏହିସବୁ କହୁଛି ଯେପରି ତୁମ୍ଭେମାନେ ତାହାଦ୍ୱାରା ଉଦ୍ଧାର ପାଇ ପାରିବ। 35 ଯୋହନ ଗୋଟିଏ ପ୍ରଦୀପ ପରି ଜଳି ଆଲୋକ ଦେଇଥିଲେ। ଏବଂ ତୁମ୍ଭେମାନେ ସେହି ଆଲୋକ କିଛି କ୍ଷଣ ପାଇଁ ଉପଭୋଗ କରି ଖୁସୀ ହେଲ।

36 “କିନ୍ତୁ ମୋ’ ପାଖରେ ମୋ’ ସମ୍ବନ୍ଧରେ ଗୋଟିଏ ପ୍ରମାଣ ଅଛି, ଯାହା ଯୋହନଙ୍କ ପ୍ରମାଣଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ମୁଁ ଯାହାସବୁ କରୁଛି, ତାହା ସବୁ ମୋର ପ୍ରମାଣ। ପରମପିତା ମୋତେ ଏସବୁ କରିବା ପାଇଁ ଦେଇଥିଲେ। ଏହିସବୁ କାର୍ଯ୍ୟରୁ ଏହା ପ୍ରମାଣିତ ହୁଏ ଯେ ପରମପିତା ମୋତେ ପଠାଇଛନ୍ତି। 37 ପରମପିତା ମୋତେ ପଠାଇଛନ୍ତି ଓ ନିଜେ ମୋ’ ବିଷୟରେ ପ୍ରମାଣ ଦେଇଛନ୍ତି। କିନ୍ତୁ ତୁମ୍ଭେ କେବେ ତାହାଙ୍କର ସ୍ୱର ଶୁଣି ନାହଁ। ତାହାଙ୍କର କିପରି ରୂପ, ତାହା ମଧ୍ୟ ତୁମ୍ଭେ ଦେଖି ନାହଁ। 38 ପରମପିତାଙ୍କର ଉପଦେଶ ତୁମ୍ଭଠାରେ ବାସ କରି ନାହିଁ। ଏହାର କାରଣ, ସେ ପଠାଇଥିବା ବ୍ୟକ୍ତିଠାରେ ତୁମ୍ଭେମାନେ ବିଶ୍ୱାସ ରଖି ନାହଁ। 39 “ତୁମ୍ଭେମାନେ ଯତ୍ନ ସହକାରେ ଧର୍ମ ଶାସ୍ତ୍ରଗୁଡ଼ିକ ଅଧ୍ୟୟନ କରୁଛ। କାରଣ ତୁମ୍ଭେମାନେ ବିଶ୍ୱାସ କର ଯେ, ସେହି ଧର୍ମଶାସ୍ତ୍ର ଦ୍ୱାରା ହିଁ ତୁମ୍ଭେମାନେ ଅନନ୍ତ ଜୀବନ ପାଇବ। ସେହି ଧର୍ମଶାସ୍ତ୍ର ଗୁଡ଼ିକ ମୋ’ ବିଷୟରେ କହେ। 40 କିନ୍ତୁ ତୁମ୍ଭେମାନେ ଅନନ୍ତ ଜୀବନ ପାଇବା ପାଇଁ ମୋ’ ନିକଟକୁ ଆସୁ ନାହଁ।

41 “ମୁଁ ଲୋକମାନଙ୍କଠାରୁ ପ୍ରଶଂସା ଗ୍ଭହୁଁ ନାହିଁ। 42 କିନ୍ତୁ ମୁଁ ତୁମ୍ଭକୁ ଜାଣେ। ମୁଁ ଜାଣେ ଯେ ତୁମ୍ଭ ହୃଦୟରେ ପରମେଶ୍ୱରଙ୍କ ପ୍ରେମ ନାହିଁ। 43 ମୁଁ ମୋର ପରମପିତାଙ୍କଠାରୁ ଆସିଛି। ମୁଁ ତାହାଙ୍କ ପାଇଁ କଥା କହେ। କିନ୍ତୁ ତୁମ୍ଭେମାନେ ମୋତେ ଗ୍ରହଣ କରୁ ନାହଁ। କିନ୍ତୁ ଯେତେବେଳେ ଅନ୍ୟ କିଏ ଆସି କେବଳ ତା’ ନିଜ ବିଷୟରେ କହିବ ସେତେବେଳେ ତୁମ୍ଭେ ତାକୁ ଗ୍ରହଣ କରିବ। 44 ତୁମ୍ଭେମାନେ ସରସ୍ପରଠାରୁ ପ୍ରଶଂସା ପାଇବା ପାଇଁ ଭଲ ପାଅ। କିନ୍ତୁ ଏକମାତ୍ର ପରମେଶ୍ୱରଙ୍କ ପାଖରୁ ଯେଉଁ ପ୍ରଶଂସା ଆସେ, ତାହା ପାଇବା ପାଇଁ ତୁମ୍ଭେ ଆଦୌ ଚେଷ୍ଟା କରୁ ନାହଁ। ତାହାହେଲେ ତୁମ୍ଭେ ଏ କଥା କିପରି ବିଶ୍ୱାସ କରି ପାରିବ। 45 ଭାବ ନାହିଁ ଯେ, ମୁଁ ପରମପିତାଙ୍କ ଆଗରେ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରିବି। ମୋଶା ହେଉଛନ୍ତି ଜଣେ, ଯିଏ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରନ୍ତି। ତୁମ୍ଭେ ମୋଶାଙ୍କଠାରେ ଭରସା ରଖିଛ ଯେ ସେ ତୁମ୍ଭକୁ ଉଦ୍ଧାର କରିବେ। 46 ଯଦି ପ୍ରକୃତରେ ତୁମ୍ଭେମାନେ ମୋଶାଙ୍କୁ ବିଶ୍ୱାସ କରିଛ, ତେବେ ତୁମ୍ଭେ ମୋତେ ମଧ୍ୟ ବିଶ୍ୱାସ କରିବ। କାରଣ ମୋଶା ମୋ’ ବିଷୟରେ ଲେଖିଥିଲେ। 47 କିନ୍ତୁ ତୁମ୍ଭେ ମୋଶାଙ୍କର ଲେଖିବା କଥା ବିଶ୍ୱାସ କରୁ ନାହଁ। ତେଣୁ ତୁମ୍ଭେମାନେ ମୋ’ କଥାରେ ବିଶ୍ୱାସ କରି ପାରିବ ନାହିଁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center