Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 30

ଦାଉଦଙ୍କର ଏକ ଗୀତ, ଏହି ଗୀତଟି ଈଶ୍ୱରଙ୍କ ମନ୍ଦିର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ।

30 ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କରିଛ।
    ତୁମ୍ଭେ ମୋର ଶତ୍ରୁଙ୍କୁ ମୋତେ ପରାଜିତ କରିବାକୁ ସୁଯୋଗ ଦେଲ ନାହିଁ କି ସେମାନେ ମୋତେ ପରିହାସ କରିବାକୁ ଦେଲ ନାହିଁ।
    ତେଣୁ ମୁଁ ତୁମ୍ଭକୁ ସମ୍ମାନ ଜଣାଉଛି।
ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କଲି
    ଓ ତହିଁରେ ତୁମ୍ଭେ ମୋତେ ସୁସ୍ଥ କରିଅଛ।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁ ଗୁମ୍ଫାରୁ ମୋର ପ୍ରାଣ ବଞ୍ଚାଇ ରଖିଛ।
    ମୋତେ ସେହି ମୃତ ଲୋକମାନଙ୍କ ସହିତ କବରରେ ରହିବାକୁ ଦେଇ ନାହଁ।

ହେ ପରମେଶ୍ୱରଙ୍କ ଅନୁଗାମୀମାନେ, ସଦାପ୍ରଭୁଙ୍କ ପ୍ରଶଂସା କରି ସଙ୍ଗୀତ ଗାନ କର।
    ତାଙ୍କର ସେହି ପବିତ୍ର ନାମର ପ୍ରଶଂସା କର।
ପରମେଶ୍ୱର କ୍ରୋଧିତ ହୁଅନ୍ତି।
ତେଣୁ ତାଙ୍କର ନିଷ୍ପତ୍ତି ହିଁ “ମୃତ୍ୟୁ”।
    କିନ୍ତୁ ସେ ମୋ’ ପ୍ରତି କରୁଣା ପ୍ରଦର୍ଶନ କରି ମୋତେ “ଜୀବନଦାନ” ଦେଇଛନ୍ତି।
ସାରା ରାତି ମୁଁ କାନ୍ଦୁଥିଲି।
    ତା’ ପରଦିନ ସକାଳୁ ଦେଖିଲି, ମୁଁ ଖୁସୀରେ ଗୀତ ବୋଲୁଛି।

ମୁଁ ସେତେବେଳେ ନିରାପଦରେ ନିଶ୍ଚିତ ଥିଲି,
    ମୁଁ ଭାବୁଥିଲି ମୋର କିଛି କ୍ଷତି ହେବ ନାହିଁ।
ହଁ, ସଦାପ୍ରଭୁ, ଯେତେବେଳେ ତୁମ୍ଭେ ମୋ’ ପ୍ରତି ଦୟା କଲ,
    ମୁଁ ସେତେବେଳେ ଭାବିଲି, କେହି ମୋତେ ପରାସ୍ତ କରି ପାରିବେ ନାହିଁ।
କିନ୍ତୁ ତୁମ୍ଭେ ଯେତେବେଳେ ମୋ’ ପାଖରୁ ଦୂରେଇ ଗଲ,
    ମୁଁ ସେତେବେଳେ ବ୍ୟାକୁଳ ହୋଇ ଭୟରେ ଥରି ଉଠିଲି।
ତେଣୁ ହେ ପରମେଶ୍ୱର,
    ମୁଁ ତୁମ୍ଭକୁ ମୋ’ ପ୍ରତି ସଦୟ ହେବାକୁ ନିବେଦନ କଲି।
ମୁଁ କହିଲି, “ହେ ପ୍ରଭୁ କ’ଣ ଭଲ ହେବ ଯଦି ମୁଁ ମରିଯାଏ?
    ମୁଁ କବର ଭିତରକୁ ଗଲେ କ’ଣ ଲାଭ?
ମୃତ ଲୋକମାନେ ସେହି ମାଟିର କବରରେ ଶୋଇ ରହନ୍ତି।
    ସେମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ।
    ସେମାନେ ଲୋକମାନଙ୍କୁ କହନ୍ତି ନାହିଁ, ଆମ୍ଭେମାନେ କେତେ ତୁମ୍ଭ ଉପରେ ନିର୍ଭରଶୀଳ।
10 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ ଓ ମୋ’ ପ୍ରତି କରୁଣା ପ୍ରଦର୍ଶନ କର।
    ହେ ସଦାପ୍ରଭୁ, ମୋର ସହାୟ ହୁଅ।”

11 ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
ତୁମ୍ଭେ ମୋତେ ସାହାଯ୍ୟ କଲ।
    ତୁମ୍ଭେ ମୋର କ୍ରନ୍ଦନକୁ ନୃତ୍ୟରେ ପରିଣତ କଲ।
    ତୁମ୍ଭେ ମୋର ଦୁଃଖର ପୋଷାକ ସବୁକୁ କାଢ଼ି ନେଲ ଓ ମୋତେ ସୁଖରେ ଆଚ୍ଛାଦିତ କରିଲ।
12 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୁଁ ଚିରଦିନ ତୁମ୍ଭର ଗୁଣଗାନ କରିବି, କେବେ ନୀରବରେ ବସି ରହିବି ନାହିଁ।
    ତେଣୁ ସବୁବେଳେ କେହି ନା କେହି ତୁମ୍ଭକୁ ସମ୍ମାନ ଜଣାଇବା ପାଇଁ ତୁମ୍ଭର ଗୁଣଗାନ କରୁଥିବ।

ଗୀତସଂହିତା 32

ଦାଉଦଙ୍କର ଏକ ଜ୍ଞାନଗର୍ଭକ ଗୀତ

32 ଯାହାର ସବୁ ପାପ କ୍ଷମା କରାଯାଇଅଛି, ସେ ବ୍ୟକ୍ତି ଧନ୍ୟ।
    ସେହି ବ୍ୟକ୍ତି ଅଧିକ ଭାଗ୍ୟଶାଳୀ, ଯେତେବେଳେ ତା'ର ସମସ୍ତ ପାପ ଧୋଇ ଦିଆଯାଇଥାଏ।
ଜଣେ ବ୍ୟକ୍ତି ଅଧିକ ଖୁସୀ ହୁଏ,
    ଯେତେବେଳେ ସଦାପ୍ରଭୁ ତାକୁ ଦୋଷୀ ବୋଲି କୁହନ୍ତି ନାହିଁ।
    ସେହି ବ୍ୟକ୍ତିଟି ଅଧିକ ଭାଗ୍ୟଶାଳୀ ଯିଏ ନିଜର ପାପକୁ ଗୋପନ ରଖେ ନାହିଁ।

ପ୍ରଭୁ ମୁଁ ବାରମ୍ବାର ତୁମ୍ଭକୁ ପ୍ରାର୍ଥନା କଲି କିନ୍ତୁ ମୁଁ ମୋର ଗୋପନ ପାପ ବିଷୟରେ ତୁମ୍ଭକୁ କିଛି କହିଲି ନାହିଁ।
    ମୁଁ କେବଳ ଦୁର୍ବଳ ହୋଇ ପଡ଼ିଲି, ପ୍ରତ୍ୟେକ ଥର ଯେତେବେଳେ ମୁଁ ପ୍ରାର୍ଥନା କଲି।
ପ୍ରଭୁ ତୁମ୍ଭେ ମୋର ଜୀବନକୁ ରାତିଦିନ ଅଧିକରୁ ଅଧିକ ଦୁର୍ବିସହ କରିଦେଲ।
    ମୁଁ କ୍ରମେ ଶୁଖି ଗଲି, ଗ୍ରୀଷ୍ମ ଋତୁରେ ଯେମିତି ଭୂମି ଶୁଖି ଯାଏ। ସେଲା

କିନ୍ତୁ ତା'ପରେ ମୁଁ ନିଷ୍ପତ୍ତି ନେଲି ମୋର ସମସ୍ତ ପାପକୁ ତୁମ୍ଭ ଆଗରେ ପ୍ରକାଶ କରିବି।
    ସଦାପ୍ରଭୁ ତୁମ୍ଭଙ୍କୁ ମୋର ସମସ୍ତ ପାପ ବିଷୟରେ କହିଲି।
    ମୋର କୌଣସି ପାପ ଲୁଗ୍ଭଇ ରଖିଲି ନାହିଁ ଓ ତୁମ୍ଭେ ମୋତେ ମୋର ସମସ୍ତ ପାପରୁ କ୍ଷମା କରିଦେଲ। ସେଲା

ଏହି କାରଣରୁ ତୁମ୍ଭର ସମସ୍ତ ଅନୁଗାମୀମାନେ ତୁମ୍ଭକୁ ପ୍ରାର୍ଥନା କରନ୍ତି।
    ଯଦିଓ ସେମାନଙ୍କର ବନ୍ୟାପରି ବହୁତ ବିପଦ ଅଛି, ତଥାପି ସେମାନେ ନିରାପଦରେ ରହିବେ।
ପରମେଶ୍ୱର ତୁମ୍ଭେ ହିଁ ମୋର ଲୁଚିବାର ସ୍ଥାନ ଅଟ।
    ତୁମ୍ଭେ ମୋତେ ସମସ୍ତ ବିପଦରୁ ଉଦ୍ଧାର କର।
ତୁମ୍ଭେ ମୋର ଚତୁର୍ଦ୍ଦିଗରେ ରହି ମୋତେ ରକ୍ଷା କର।
    ତେଣୁ ଯେଉଁ ଉପାୟରେ ମୋତେ ବଞ୍ଚାଇଲ ମୁଁ ସେହି ବିଷୟରେ ଗୀତ ବୋଲିବି। ସେଲା

ସଦାପ୍ରଭୁ କୁହନ୍ତି, “ମୁଁ ତୁମ୍ଭକୁ ଶିକ୍ଷା ଦେବି ଏବଂ ତୁମ୍ଭେ ଯେଉଁ ମାର୍ଗରେ ବଞ୍ଚିବ ତାକୁ ମଧ୍ୟ ବତାଇ ଦେବି।
    ମୁଁ ତୁମ୍ଭକୁ ରକ୍ଷା କରିବି ଏବଂ ତୁମ୍ଭର ତତ୍ତ୍ୱାବଧାରକ ହେବି।
ତୁମ୍ଭେମାନେ ନିଶ୍ଚିତ ଗଧମାନଙ୍କୁ ଦଉଡ଼ି ଏବଂ ଅଶ୍ୱମାନଙ୍କୁ ଲଗାମର ବ୍ୟବହାର କର।
    କାରଣ ସେମାନଙ୍କୁ ତୁମ୍ଭ ପାଖକୁ ଆଣିବା ପାଇଁ, କିନ୍ତୁ ପରମେଶ୍ୱରଙ୍କ ସହିତ ସେପରି ହୁଅ ନାହିଁ।”

10 ଦୁଷ୍ଟ ଲୋକମାନଙ୍କ ଉପରେ ଅନେକ ଅଘଟଣ ଘଟିଛି,
    କିନ୍ତୁ ପରମେଶ୍ୱର ତାଙ୍କର ଆଶ୍ରିତମାନଙ୍କୁ ନିଜର କରୁଣା ଦୃଷ୍ଟି ବଳରେ ରକ୍ଷା କରିବେ।
11 ହେ ଧାର୍ମିକଗଣ, ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ।
    ହେ ସରଳାନ୍ତଃକରଣର ବ୍ୟକ୍ତିମାନେ ଆନନ୍ଦିତ ହୁଅ।

ଗୀତସଂହିତା 42-43

ଦ୍ୱିତୀୟ ଖଣ୍ଡ

(ଗୀତସଂହିତା 42–72)

ପ୍ରଧାନ ବାଦ୍ୟକର ନିମନ୍ତେ, କୋରହ ପରିବାରରଏହା ଏକ ସୂଚନାଯୁକ୍ତ ଗୀତ।

42 ହେ ପରମେଶ୍ୱର, ହରିଣଟି ଯେପରି ପାଣି ପାଇଁ ସ୍ରୋତ ଆଡ଼କୁ ଧାଏଁ
    ସେପରି ମୋର ପ୍ରାଣ ତୁମ୍ଭ ଆଡ଼କୁ ଆକାଂକ୍ଷା କରେ।
ମୋର ପ୍ରାଣ ଜୀବନ୍ତ ପରମେଶ୍ୱରଙ୍କ ନିମନ୍ତେ ତୃଷିତ।
    ମୁଁ କେବେ ପ୍ରଭୁଙ୍କ ଦର୍ଶନ ପାଇବି?
ମୋର ଶତ୍ରୁମାନେ ନିରନ୍ତର ମୋ’ ପ୍ରତି ପରିହାସ କରୁଛନ୍ତି।
    ସେମାନେ କହନ୍ତି, “ତୁମ୍ଭର ପରମେଶ୍ୱର କାହାନ୍ତି?
ସେ କେବେ ତୁମ୍ଭକୁ ଉଦ୍ଧାର କରିବାକୁ ଆସିଛନ୍ତି କି?”
    ଭୋଜନ କରିବା ପରିବର୍ତ୍ତେ କେବଳ ମୁଁ କାନ୍ଦେ।

ଯେତେବେଳେ ମୁଁ ମନେ ପକାଏ, ମୋର ହୃଦୟ ବିଦୀର୍ଣ୍ଣ ହୋଇଯାଏ,
    ସେହି ସୁଦିନ ଗୁଡ଼ିକୁ ଯାହା ମୁଁ ତୁମ୍ଭ ମନ୍ଦିରରେ କଟାଇଥିଲି।
ଯେତେବେଳେ ଲୋକଭିଡ଼ ମଧ୍ୟରେ ମୁଁ ପରମେଶ୍ୱରଙ୍କ ମନ୍ଦିରକୁ ଗ୍ଭଲିଲି, ମୁଁ ମନେ ପକାଏ ସେହିସବୁ ଖୁସୀର ଦିନଗୁଡ଼ିକ
    ଓ ପ୍ରଶଂସାର ଗୀତ ସବୁ ଯାହାକି ଲୋକମାନେ ପର୍ବପର୍ବାଣି ବେଳେ ଗାନ କରନ୍ତି।

ହେ ମୋର ପ୍ରାଣ, କାହିଁକି ମୁଁ ଏତେ ବ୍ୟାକୁଳ?
    “ମୁଁ ପରମେଶ୍ୱରଙ୍କ ସହାୟତା ପାଇଁ ଅପେକ୍ଷା କରିବି।
ମୁଁ ତାଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି।
    ସେ ମୋତେ ରକ୍ଷା କରିବେ।
ହେ ମୋର ପରମେଶ୍ୱର, ମୋର ପ୍ରାଣ ଆଜି ଦୁଃଖିତ କାରଣ ଏହି ସ୍ଥାନରୁ ଏହି ଛୋଟିଆ ପାହାଡ଼ରୁ ତୁମ୍ଭକୁ ମନେ ପକାଉଛି।
    ଯେଉଁଠାରେ ହର୍ମୋଣ ପର୍ବତ ଓ ଯର୍ଦ୍ଦନ ନଦୀ ପରସ୍ପରକୁ ଭେଟନ୍ତି।”
ପୃଥିବୀର ଗଭୀରରୁ ଆସୁଥିବା ପାଣିର ଗର୍ଜନ ମୁଁ ଶୁଣେ।
    ଯେତେବେଳେ ଜଳପ୍ରପାତ ଓଲଟ ପାଲଟ ହୋଇଯାଏ,
ନିମ୍ନଭାଗର ଜଳସ୍ରୋତ ଶବ୍ଦ କରେ।
    ‘ସଦାପ୍ରଭୁ, ତୁମ୍ଭର ଢେଉଗୁଡ଼ିକ ଗୋଟିଏ ପରେ ଗୋଟିଏ ଆସେ, ମୋର ଚତୁର୍ପାର୍ଶ୍ୱରେ ଚୂର୍ଣ୍ଣ ହୋଇଯାଏ ଓ ମୋତେ ଟପିଯାଏ।

ରାତି ହେଉକି ଦିନ, ସଦାପ୍ରଭୁ ତାଙ୍କର ପ୍ରକୃତ ପ୍ରେମ ଢାଳି ଦିଅନ୍ତି।
    ସେହି ଜୀବନ୍ତ ପରମେଶ୍ୱରଙ୍କ ପାଇଁ ମୋ’ ନିକଟରେ ଏକ ଗୀତ ଅଛି।
ମୁଁ ପରମେଶ୍ୱରଙ୍କୁ କହିଲି, ତୁମ୍ଭେ ମୋର ଦୃଢ଼ତାର ପଥର।
    ମୁଁ କହେ, “ହେ ସଦାପ୍ରଭୁ, କାହିଁକି ତୁମ୍ଭେ ମୋତେ ଭୁଲି ଯାଇଛ?
    କାହିଁକି ମୁଁ ମୋର ଶତ୍ରୁମାନଙ୍କ ପାଇଁ ଏତେ ଦୁଃଖିତ?”
10 ମୋର ଶତ୍ରୁମାନେ ନିରନ୍ତର ମୋତେ ଅପମାନିତ କରନ୍ତି ଓ ଏକ ଶକ୍ତ ଗ୍ଭପୁଡ଼ା ଦିଅନ୍ତି,
    ଯେତେବେଳେ ସେମାନେ ମୋତେ ପଗ୍ଭରନ୍ତି, “ତୁମ୍ଭର ପରମେଶ୍ୱର କେଉଁଠାରେ ଅଛନ୍ତି? ସେ କ’ଣ ତୁମ୍ଭକୁ ଉଦ୍ଧାର କରିବାକୁ ଆସୁଛନ୍ତି?”

11 ହେ ମୋର ପ୍ରାଣ ତୁମ୍ଭେ କାହିଁକି ଦୁଃଖିତ ହେଉଅଛ?
    କାହିଁକି ମୁଁ ଏତେ ଅସ୍ଥିର ହେଉଅଛି?
ମୁଁ ପରମେଶ୍ୱରଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିବି।
    ମୁଁ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି
    ଓ ସେ ମୋତେ ଉଦ୍ଧାର କରିବେ।

43 ହେ ପରମେଶ୍ୱର, ଜଣେ ଲୋକ ଥିଲା ଯିଏ କି ତୁମ୍ଭର ଆଶ୍ରିତ ନ ଥିଲା।
    ସେହି ଲୋକଟି ଦୁଷ୍ଟ ବୁଦ୍ଧି ସମ୍ପନ୍ନ ଓ ମିଥ୍ୟା କହେ।
ହେ ପରମେଶ୍ୱର, ସେହି ଲୋକଠାରୁ ମୋତେ ବଞ୍ଚାଅ।
    ମୋତେ ସାହାଯ୍ୟ କରି ପ୍ରମାଣ କର ଯେ, ମୁଁ ଠିକ୍ ଅଟେ।
ହେ ପରମେଶ୍ୱର, ତୁମ୍ଭେ ହିଁ ମୋର ବଳସ୍ୱରୂପ।
    କାହିଁକି ତୁମ୍ଭେ ମୋତେ ଛାଡ଼ି ଗ୍ଭଲିଯିବ?
ମୋର ଶତ୍ରୁର ନିଷ୍ଠୁର ଆଚରଣ ଯୋଗୁଁ
    କାହିଁକି ମୁଁ ଏତେ ଦୁଃଖ ପାଇବି।
ହେ ପରମେଶ୍ୱର, ତୁମ୍ଭର ଆଲୋକ ଓ ସତ୍ୟତାର ବାର୍ତ୍ତା ମୋ’ ନିକଟକୁ ପ୍ରେରିତ ହେଉ।
    ତୁମ୍ଭର ଆଲୋକ ଓ ସତ୍ୟତା ମୋର ପଥ ପ୍ରଦର୍ଶକ ହେଉ।
ସେମାନେ ମୋତେ ବାଟ ଦେଖାଇ ତୁମ୍ଭର ପବିତ୍ର ପର୍ବତକୁ ନେଇଯିବେ।
    ସେମାନେ ମୋତେ ତୁମ୍ଭର ପବିତ୍ର ଗୃହକୁ ପଥ ଦେଖାଇବେ।
ମୁଁ ପରମେଶ୍ୱରଙ୍କ ଯଜ୍ଞବେଦି ନିକଟକୁ ଆସିବି।
    ମୁଁ ପରମେଶ୍ୱରଙ୍କ ନିକଟକୁ ଯିବି, ଯିଏ ମୋତେ ସମସ୍ତ ସୁଖ ପ୍ରଦାନ କରିଛନ୍ତି।
ସଦାପ୍ରଭୁ ମୋର ପରମେଶ୍ୱର,
    ମୁଁ ଏହି ବୀଣା ବାଦ୍ୟଯନ୍ତ୍ରରେ ତୁମ୍ଭର ପ୍ରଶଂସା ଗାନ କରିବି।

ହେ ମୋର ପ୍ରାଣ, କାହିଁକି ଏତେ ଦୁଃଖିତ?
    ମୁଁ କାହିଁକି ଏତେ ଅଧୀର ହେଉଛି?
ମୁଁ ପରମେଶ୍ୱରଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିବି।
    ତାଙ୍କୁ ପ୍ରଶଂସା କରିବା ପାଇଁ ମୁଁ ନିଶ୍ଚୟ ସୁଯୋଗ ପାଇବି।
    ସେ ମୋତେ ରକ୍ଷା କରିବେ।

ହାଗୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 2:1-9

ସଦାପ୍ରଭୁ ଲୋକମାନଙ୍କୁ ଉତ୍ସାହିତ କରନ୍ତି

ସପ୍ତମ ମାସର ଏକବିଂଶ ଦିବସରେ ସଦାପ୍ରଭୁଙ୍କଠାରୁ ଏହି ବାର୍ତ୍ତା ହାଗୟଙ୍କ ନିକଟକୁ ଆସିଲା। “ଏହି ବାର୍ତ୍ତା ଯିହୁଦାର ଦେଶାଧ୍ୟକ୍ଷ ଶ‌‌ଲ୍‌‌ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲଙ୍କୁ ଓ ମହାଯାଜକ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କୁ ଏବଂ ସମସ୍ତ ଲୋକଙ୍କୁ କୁହ। ‘ତୁମ୍ଭମାନଙ୍କ ମଧ୍ୟରୁ କିଏ ଏହି ମନ୍ଦିରର ପୂର୍ବ ମହିମା ଦେଖିଲା? ଧ୍ୱଂସ ହୋଇ ଯାଇଥିବା ସୁନ୍ଦର ଗୃହ ସହିତ ତୁମ୍ଭେମାନେ ଏହାକୁ ତୁଳନା କରିଛ। ଯଦି ଏହି ଗୃହକୁ ପ୍ରଥମ ଗୃହ ସହିତ ତୁଳନା କର ତେବେ ତୁମ୍ଭର ଦୃଷ୍ଟିରେ ଏହା କିଛି ନୁହେଁ। କିନ୍ତୁ ବର୍ତ୍ତମାନ ସଦାପ୍ରଭୁ କୁହନ୍ତି, “ଯିରୁବ୍ବାବିଲର ସାହସ ଜଗାଅ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ, ତୁମ୍ଭେ ଜଣେ ମହାଯାଜକ ସାହସ ଜଗାଅ ଏବଂ ତୁମ୍ଭେ ସବୁଲୋକ ସାହସ ଜଗାଅ।” ସଦାପ୍ରଭୁ କୁହନ୍ତି, “ଏହି କାର୍ଯ୍ୟ ଗ୍ଭଲୁ ରଖ, କାରଣ ଆମ୍ଭେ ତୁମ୍ଭମାନଙ୍କ ସହିତ ଅଛୁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କଥା କହିଲେ।

ସଦାପ୍ରଭୁ କୁହନ୍ତି, “‘ତୁମ୍ଭେମାନେ ମିଶର ପରିତ୍ୟାଗ କଲାବେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଏକ ଚୁକ୍ତି କରିଥିଲୁ। ଆମ୍ଭେ ଆପଣା ପ୍ରତିଜ୍ଞା ରକ୍ଷା କରିଅଛୁ। ଆମ୍ଭର ଆତ୍ମା ତୁମ୍ଭମାନଙ୍କ ମଧ୍ୟରେ ଅଛି। ତେଣୁ ଭୟ କର ନାହିଁ।’ କାରଣ ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହିଛନ୍ତି। ‘ଅଳ୍ପ ସମୟ ପରେ ଆମ୍ଭେ ପୁନର୍ବାର କମ୍ପନ ସୃଷ୍ଟି କରିବା। ସ୍ୱର୍ଗ, ମର୍ତ୍ତ୍ୟ, ଜଳ ଓ ସ୍ଥଳରେ କମ୍ପନ ଆଣିବା। ଆମ୍ଭେ ସମସ୍ତ ଦେଶକୁ ଥରାଇ ଦେବା ଏବଂ ସେମାନେ ଧନସମ୍ପଦ ଧରି ତୁମ୍ଭ ନିକଟକୁ ଆସିବେ। ତା'ପରେ ଆମ୍ଭେ ଏହି ମନ୍ଦିରକୁ ମହିମାରେ ପୂର୍ଣ୍ଣ କରିବା।’ ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଛନ୍ତି। ‘ସେମାନଙ୍କର ସମସ୍ତ ରୂପାର ଅଧିକାରୀ ଆମ୍ଭେ ଏବଂ ସମସ୍ତ ସ୍ୱର୍ଣ୍ଣ ମଧ୍ୟ ଆମ୍ଭର। ସର୍ବଶକ୍ତିମାନ ସଦାପ୍ରଭୁ ଏହା ହିଁ କହୁଛନ୍ତି। ସର୍ବଶକ୍ତିମାନ୍ ସଦାପ୍ରଭୁ କହନ୍ତି, ‘ଏହି ମନ୍ଦିରଟିର ସମ୍ମାନ ପ୍ରଥମ ମନ୍ଦିର ସମ୍ମାନ ଅପେକ୍ଷା ଅଧିକ ହେବ ଏବଂ ଆମ୍ଭେ ଏହି ସ୍ଥାନକୁ ଶାନ୍ତି ପ୍ରଦାନ କରିବା,’ ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହନ୍ତି।”

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:1-6

ସାର୍ଦ୍ଦୀ ମଣ୍ଡଳୀକୁ ଯୀଶୁଙ୍କର ପତ୍ର

“ସାର୍ଦ୍ଦୀ ମଣ୍ଡଳୀର ଦୂତଙ୍କୁ ଏହା ଲେଖ:

“ଯାହାଙ୍କଠାରେ ପରମେଶ୍ୱରଙ୍କର ସାତୋଟି ଆତ୍ମା ଓ ସାତୋଟି ନକ୍ଷତ୍ର ଅଛି, ସେ ଏହି କଥାଗୁଡ଼ିକ ତୁମ୍ଭକୁ କହୁଛନ୍ତି,

“ମୁଁ ତୁମ୍ଭ କର୍ମ ବିଷୟରେ ଜାଣେ। ଲୋକମାନେ କହନ୍ତି, ତୁମ୍ଭେ ନାମକୁ ମାତ୍ର ଜୀବିତ, କିନ୍ତୁ ପ୍ରକୃତରେ ମୃତ। ଜାଗି ଉଠ! ତୁମ୍ଭର ଯେଉଁ ଅବଶିଷ୍ଟ ବିଷୟ ଗୁଡ଼ିକ ଲୋପ ପାଇଯାଉଅଛି ସେଗୁଡ଼ିକ ସମ୍ପୂର୍ଣ୍ଣ ମରିଯିବା ପୂର୍ବରୁ ସେସବୁ ଦୃଢ଼ କର। କାରଣ ପରମେଶ୍ୱରଙ୍କ ଦୃଷ୍ଟିରେ ତୁମ୍ଭର କର୍ମକୁ ମୁଁ ନିର୍ଦ୍ଦୋଷ ପାଇ ନାହିଁ। ତେଣୁ ପ୍ରଥମରେ ତୁମ୍ଭେ ଯାହା ଗ୍ରହଣ କରିଥିଲ ଓ ଶୁଣିଥିଲ, ତାହା ମନେ ପକାଅ। ସେଗୁଡ଼ିକର ବାଧ୍ୟ ହୁଅ। ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କର। ତୁମ୍ଭେ ଜାଗ୍ରତ ହୁଅ, ନଚେତ୍ ମୁଁ ଗୋଟିଏ ଗ୍ଭେରପରି ତୁମ୍ଭ ପାଖକୁ ଆସିବି ଓ କେତେବେଳେ ତୁମ୍ଭ ନିକଟକୁ ଆସି ତୁମ୍ଭକୁ ହତବୁଦ୍ଧି କରିଦେବି, ତାହା ତୁମ୍ଭେ ଜାଣି ପାରିବ ନାହିଁ।

“ତଥାପି ସାର୍ଦ୍ଦୀରେ କେତେକ ଲୋକ ଅଛନ୍ତି ଯେଉଁମାନେ ନିଜର ବସ୍ତ୍ରକୁ ଅପରିଷ୍କାର କରି ନାହାନ୍ତି। ସେହି ଲୋକମାନେ ଶୁଭ୍ର ବସ୍ତ୍ର ପିନ୍ଧି ମୋ’ ସହିତ ଗମନାଗମନ କରିବେ, କାରଣ ସେମାନେ ସେଥିପାଇଁ ଯୋଗ୍ୟ ଅଟନ୍ତି। ଯେ ବିଜୟୀ ହୁଏ, ସେ ଏହି ଲୋକମାନଙ୍କ ଭଳି ଧଳା ବସ୍ତ୍ର ପିନ୍ଧିବ। ମୁଁ ଜୀବନ ପୁସ୍ତକରୁ ସେହି ଲୋକର ନାମ କଦାପି ଲୋପ କରିବି ନାହିଁ। ମାତ୍ର ମୁଁ ତାହାର ନାମକୁ ମୋହର ପରମପିତା ଓ ତାହାଙ୍କର ଦୂତମାନଙ୍କ ସାମନାରେ ସ୍ୱୀକାର କରିବି। ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।

ମାଥିଉ ଲିଖିତ ସୁସମାଗ୍ଭର 24:1-14

ମନ୍ଦିର ଧ୍ୱଂସ ବିଷୟରେ ଭବିଷ୍ୟ‌‌‌‌‌‌‌ଦ୍‌‌ବାଣୀ

(ମାର୍କ 13:1-31; ଲୂକ 21:5-33)

24 ଯୀଶୁ ମନ୍ଦିର ଛାଡ଼ି ବାହାରି ଆସିଲେ ଓ ଗ୍ଭଲି ଯାଉଥିଲେ। ସେହି ସମୟରେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ମନ୍ଦିରର ଭବନଗୁଡ଼ିକୁ ଦେଖାଇବା ପାଇଁ ତାହାଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ଏହି ଭବନଗୁଡ଼ିକୁ ତୁମ୍ଭେମାନେ ଦେଖି ପାରୁଛ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ସବୁତକ ଭବନ ଧ୍ୱଂସ ହୋଇଯିବ। ଏଥିର ଗୋଟିଏ ହେଲେ ପଥର ଅନ୍ୟଟି ଉପରେ ରହିପାରିବ ନାହିଁ। ସବୁତକ ପଥର ଅନ୍ୟଟି ଉପରେ ରହି ପାରିବ ନାହିଁ। ସବୁତକ ପଥର ଭୁଇଁ ଉପରେ କୁଢ଼େଇ ହୋଇ ପଡ଼ିବ।”

ପରେ ଯେତେବେଳେ ଯୀଶୁ ଜୀତପର୍ବତ ଉପରେ ବସି ଥିଲେ, ତାହାଙ୍କର ଶିଷ୍ୟମାନେ ସେ ଏକାନ୍ତରେ ଥିବା ସମୟରେ ତାହାଙ୍କ ପାଖକୁ ଆସିଲେ। ସେମାନେ ପଗ୍ଭରିଲେ, “ଆମ୍ଭକୁ କୁହନ୍ତୁ, ଏସବୁ ଘଟଣା କେବେ ଘଟିବ? କେଉଁ ସଙ୍କେତ ଦେଖାଇବ ଯେ ଆପଣଙ୍କ ପୁନର୍ବାର ଆସିବା ଓ ଜଗତର ଅନ୍ତ ହେବା ସମୟ ହେଲାଣି?”

ଯୀଶୁ ଉତ୍ତର ଦେଲେ, “ସାବଧାନ ହୁଅ! ତୁମ୍ଭମାନଙ୍କୁ ଯେପରି କେହି ପଥଭ୍ରଷ୍ଟ ନ କରେ। ମୁଁ ତୁମ୍ଭମାନଙ୍କୁ ଏ କଥା ଏଥିପାଇଁ କହୁଛି ଯେ, ଅନେକ ଲୋକ ମୋ’ ନାମରେ ଆସିବେ ଓ କହିବେ ‘ମୁଁ ନିଜେ ଖ୍ରୀଷ୍ଟ,’ ଓ ସେମାନେ ଅନେକ ଲୋକଙ୍କୁ ପଥଭ୍ରଷ୍ଟ କରିବେ। ତୁମ୍ଭେମାନେ ଯୁଦ୍ଧ ବିଷୟରେ ଓ ଯୁଦ୍ଧର ଗୁଜବ ବିଷୟରେ ଶୁଣିବ। କିନ୍ତୁ ଦେଖ! ଭୟ କରିବ ନାହିଁ। ଅନ୍ତକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ। ଗୋଟିଏ ଜାତି ଅନ୍ୟ ଜାତିର ବିରୁଦ୍ଧରେ ଓ ଗୋଟିଏ ରାଜ୍ୟ ଅନ୍ୟ ଗୋଟିଏ ରାଜ୍ୟ ବିରୁଦ୍ଧରେ ଠିଆ ହେବ। ବିଭିନ୍ନ ସ୍ଥାନରେ ଦୁର୍ଭିକ୍ଷ ପଡ଼ିବ ଓ ଭୂମିକମ୍ପ ହେବ। କିନ୍ତୁ ଏ ଘଟଣାଗୁଡ଼ିକ କେବଳ ପ୍ରଥମ ପ୍ରସବବେଦନା ଭଳି ହେବ।

“ସେତେବେଳେ ଲୋକେ ତୁମ୍ଭମାନଙ୍କ ପ୍ରତି ଖରାପ ବ୍ୟବହାର କରିବେ। ସେମାନେ ତୁମ୍ଭମାନଙ୍କୁ ଦଣ୍ଡ ଦେବା ପାଇଁ ଧରାଇ ଦେବେ। ସେମାନେ ତୁମ୍ଭମାନଙ୍କୁ ମାରିଦେବେ। ତୁମ୍ଭେମାନେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ସମସ୍ତ ଦେଶର ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ। 10 ସେତେବେଳେ ଅନେକ ବିଶ୍ୱାସୀ ଲୋକ ବିଶ୍ୱାସ ହରେଇ ବସିବେ। ସେମାନେ ପରସ୍ପରର ବିରୋଧୀ ହେବେ ଓ ପରସ୍ପରକୁ ଘୃଣା କରିବେ। 11 ଅନେକ ଭଣ୍ଡ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ବାହାରିବେ। ସେମାନେ ଅନେକ ଲୋକଙ୍କୁ ଠକିବେ, ଓ ସେମାନଙ୍କ କଥାରେ ପଡ଼ି ଅନେକ ଲୋକ ଭୁଲ୍ କଥାରେ ବିଶ୍ୱାସ କରିବେ। 12 ସଂସାରରେ ମନ୍ଦ ବଢ଼ି ବଢ଼ି ଗ୍ଭଲିବ। ଅଧିକାଂଶ ବିଶ୍ୱାସୀ ଲୋକଙ୍କର ପରମେଶ୍ୱରଙ୍କ ପ୍ରେମ ଲୋପ ପାଇଯିବ। 13 କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଦୃଢ଼ ଭାବରେ ତିଷ୍ଠି ରହିବ ସେ ଉଦ୍ଧାର ପାଇବ। 14 ଈଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ସାରା ଜଗତରେ ପ୍ରଗ୍ଭରିତ ହେବ। ସମସ୍ତ ଦେଶର ଲୋକମାନେ ଏହା ଶୁଣିବେ। ତା'ପରେ ଅନ୍ତକାଳ ଆସିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center