Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କ ଗୀତ। ସଦାପ୍ରଭୁ ଶତ୍ରୁମାନଙ୍କ ହସ୍ତରୁ ଓ ଶାଉଲଙ୍କ ହସ୍ତରୁ ତାଙ୍କୁ ଉଦ୍ଧାର କରିବା ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ନିବେଦନ କରିଥିଲେ।
18 ସେ କହିଲେ, “ହେ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଶକ୍ତିସ୍ୱରୂପ,
ମୁଁ ତୁମ୍ଭକୁ ଭଲ ପାଏ।”
2 ହେ ସଦାପ୍ରଭୁ, ତୁମ୍ଭେ ମୋର ଶୈଳ, ମୋ’ ନିରାପତ୍ତାରେ ଆଶ୍ରୟସ୍ଥଳ।
ମୋର ପରମେଶ୍ୱର ମୋ’ ପାଇଁ ଶୈଳ ସଦୃଶ ଦୃଢ଼।
ମୁଁ ତାଙ୍କରି ନିକଟକୁ ରକ୍ଷା ପାଇଁ ଦୌଡ଼ି ଯାଏ।
ପରମେଶ୍ୱର ମୋର ଢାଲ ସଦୃଶ।
ତାଙ୍କର ଶକ୍ତି ମୋର ରକ୍ଷା ଶୃଙ୍ଗ।
ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଲୁଚିବା ସ୍ଥାନର ଆଶ୍ରୟସ୍ଥଳ।
3 ସେମାନେ ମୋତେ ପରିହାସ କଲେ,
କିନ୍ତୁ ଯେତେବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି,
ସେ ମୋତେ ମୋର ଶତ୍ରୁମାନଙ୍କଠାରୁ ରକ୍ଷା କଲେ।
4 ମୋର ଶତ୍ରୁମାନେ ଯେତେବେଳେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ, ମୃତ୍ୟୁର ରଶି ମୋତେ ସେତେବେଳେ ବାନ୍ଧିବାକୁ ଯାଉଥିଲା ମୋର ଗ୍ଭରିଆଡ଼ୁ।
ମୁଁ ବନ୍ୟାରେ କବଳିତ ହୋଇ ମୃତ୍ୟୁ ଆଡ଼କୁ ଭାସି ଗ୍ଭଲିଥିଲି,
5 କବରର ରଶି ମୋର ଗ୍ଭରିଆଡ଼େ ଥିଲା,
ମୃତ୍ୟୁର ଯନ୍ତା ମୋ’ ସମ୍ମୁଖରେ ଥିଲା।
6 ସେହି ଯନ୍ତାରେ ପଡ଼ି ସହାୟତା ପାଇଁ ମୁଁ ସଦାପ୍ରଭୁଙ୍କୁ ଡାକିବାକୁ ଲାଗିଲି।
ହଁ, ମୁଁ ମୋର ପରମେଶ୍ୱରଙ୍କୁ ଡାକିଲି,
ସେ ଆପଣା ମନ୍ଦିରରେ ଥାଇ ମୋ’ ଡାକ ଶୁଣିଲେ।
ସେ ମୋର ସହାୟତା ପାଇଁ ଆର୍ତ୍ତନାଦ ଶୁଣିବାକୁ ପାଇଲେ।
7 ସେତିକି ବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା।
ସ୍ୱର୍ଗରାଜ୍ୟର ଭିତ୍ତିଭୂମି ଥରି ଉଠିଲା, କାରଣ ସଦାପ୍ରଭୁ କ୍ରୋଧିତ ହେଲେ।
8 ତାଙ୍କ ନାକରୁ ଧୂଆଁ ନିର୍ଗତ ହେଲା।
ଜ୍ୱଳନ୍ତ ଅଗ୍ନିଶିଖା ତାଙ୍କ ମୁଖରୁ ବାହାରିଲା।
ଜ୍ୱଳନ୍ତା ଅଙ୍ଗାର ସବୁ ତାଙ୍କଠାରୁ ନିର୍ଗତ ହେବାକୁ ଲାଗିଲା।
9 ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକୁ ଓହ୍ଲାଇ ଆସିଲେ।
ସେ ଘନ ଅନ୍ଧକାର ବାଦଲ ଖଣ୍ଡ ଉପରେ ଦଣ୍ଡାୟମାନ ହେଲେ।
10 ସଦାପ୍ରଭୁ ସେହି ଆକାଶ ବକ୍ଷର ଉଚ୍ଚରେ କିରୂବଦୂତମାନଙ୍କ ସହିତ ଉଡ଼ିବାକୁ ଲାଗିଲେ।
ସେ ବାୟୁର ଗତିରେ ଉଡ଼ିବାକୁ ଲାଗିଲେ।
11 ପରମେଶ୍ୱର କଳା, ଘନ ବାଦଲଖଣ୍ଡ ଭିତରେ ଲୁଚି ଗଲେ।
ସତେ ଯେମିତି ଏକ ଘନ ଅନ୍ଧକାର ଏକ ତମ୍ବୁ ଭିତରେ ଲୁଚି ରହିଲେ।
ସେ ଘନ ବିଜୁଳିଯୁକ୍ତ ମେଘ ଖଣ୍ଡ ଭିତରେ ଲୁଚି ଗଲେ।
12 ତା’ପରେ ସଦାପ୍ରଭୁଙ୍କ ଜ୍ୟୋତିରୁ ଉଜ୍ଜ୍ୱଳ ଆଲୋକ ମେଘଖଣ୍ଡ ଦେଇ ନିର୍ଗତ ହେଲା।
ତାହା ଆକାଶ ମଧ୍ୟରେ ବିଜୁଳିର ଆଲୋକ ପରି ଆଲୋକିତ ହୋଇ ଉଠିଲା।
13 ସଦାପ୍ରଭୁ ଆକାଶ ମଧ୍ୟରୁ ଗର୍ଜନ କଲେ।
ସର୍ବୋପରିସ୍ଥ ସେ ଆପଣା ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କଲେ।
14 ସଦାପ୍ରଭୁ ଆପଣା ବାଣ ପ୍ରୟୋଗ କଲେ ଓ ଶତ୍ରୁମାନଙ୍କୁ ବିନାଶ କଲେ।
ସେ ବିଜୁଳି ମାରି ସେମାନଙ୍କୁ ଉଚ୍ଛିନ୍ନ କଲେ।
ଲୋକେ ବୁଝି ପାରିଲେ ନାହିଁ କ’ଣ ସବୁ ଘଟୁଛି।
15 ହେ ସଦାପ୍ରଭୁ, ତୁମ୍ଭେ ଚିତ୍କାର କରି ତୁମ୍ଭର ଆଦେଶ ଘୋଷଣା କଲ
ଓ ପ୍ରବଳ ବେଗରେ ପବନ ବହିବାକୁ ଲାଗିଲା।
ହଠାତ୍ ସମୁଦ୍ର ଗର୍ଭର ଜଳ ଅପସାରିତ ହୋଇ ସମୁଦ୍ରର ନିମ୍ନ ଭାଗ ଦିଶିବାକୁ ଲାଗିଲା।
ଆମ୍ଭେ ପୃଥିବୀର ଆଭ୍ୟନ୍ତରର ଭିତ୍ତି ଭୂମିକୁ ଦେଖିବାକୁ ଲାଗିଲୁ।
16 ସଦାପ୍ରଭୁ ଊର୍ଦ୍ଧ୍ୱରୁ ହସ୍ତ ବଢ଼ାଇ ମୋତେ ଉଦ୍ଧାର କଲେ।
ସେ ମୋତେ ସେହି ଗଭୀର ଜଳରୁ ହାତ ବଢ଼ାଇ ଟେକି ଆଣିଲେ।
17 ମୋର ଶତ୍ରୁମାନେ ମୋ’ଠାରୁ ଶକ୍ତିଶାଳୀ ଥିଲେ।
ସେମାନେ ମୋତେ ଘୃଣା କରୁଥିଲେ।
ମୋର ଶତ୍ରୁମାନେ ମୋ’ ଅପେକ୍ଷା ଅଧିକ ଶକ୍ତିଶାଳୀ ଥିଲେ।
ତେଣୁ ପରମେଶ୍ୱର ମୋତେ ରକ୍ଷା କଲେ।
18 ମୁଁ ବିପଦରେ ପଡ଼ିଥିଲି ମୋର ଶତ୍ରୁମାନେ ମୋତେ ଆକ୍ରମଣ କରୁଥିଲେ,
କିନ୍ତୁ ସଦାପ୍ରଭୁ ମୋତେ ରକ୍ଷା କରିବାକୁ ସେଠାରେ ଉପସ୍ଥିତ ହେଲେ।
19 ସଦାପ୍ରଭୁ ମୋତେ ଭଲ ପାଆନ୍ତି।
ତେଣୁ ସେ ମୋତେ ଉଦ୍ଧାର କଲେ, ସେ ମୋତେ ନିରାପଦ ସ୍ଥାନକୁ ନେଇଗଲେ।
20 ମୁଁ ନିରପରାଧ ତେଣୁ ସଦାପ୍ରଭୁ ମୋତେ ନିଶ୍ଚୟ ମୋର ପୁରସ୍କାର ଦେବେ।
ମୁଁ କିଛି ଭୁଲ୍ କରି ନାହିଁ, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।
21 କାରଣ ମୁଁ ସଦାପ୍ରଭୁଙ୍କ ଆଦେଶକୁ ପାଳନ କରେ।
ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ କୌଣସି ପାପ କରି ନାହିଁ।
22 ମୁଁ ସବୁବେଳେ ସଦାପ୍ରଭୁଙ୍କ ନିଷ୍ପତ୍ତିକୁ ମାନି ଆସିଛି।
ମୁଁ ତାଙ୍କ ବ୍ୟବସ୍ଥାଗୁଡ଼ିକୁ ପାଳନ କରେ।
23 ମୁଁ ତାଙ୍କ ଉଦ୍ଦେଶ୍ୟରେ ପବିତ୍ର ତଥା ସତ୍ ଚରିତ୍ର ଥିଲି।
ମୁଁ ନିଜକୁ ଅପରାଧ କରିବାକୁ ନିବୃତ୍ତ କଲି।
24 ତେଣୁ ମୋର ସଦାପ୍ରଭୁ ମୋତେ ପୁରସ୍କୃତ କଲେ କାରଣ ମୁଁ ତାଙ୍କ ଦୃଷ୍ଟିରେ ସରଳ ତଥା ନିରପରାଧ ଅଟେ।
ମୁଁ କିଛି ଭୁଲ୍ କରି ନାହିଁ, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।
25 ହେ ସଦାପ୍ରଭୁ, ଯଦି କେହି ତୁମ୍ଭକୁ ପ୍ରକୃତରେ ଭଲ ପାଏ, ତୁମ୍ଭେ ନିଶ୍ଚୟ ତାକୁ ଭଲ ପାଇବ।
ଯଦି ଜଣେ ବ୍ୟକ୍ତି ତୁମ୍ଭ ପ୍ରତି ନିର୍ମଳ ଅନୁରକ୍ତି ପ୍ରକାଶ କରେ, ତୁମ୍ଭେ ମଧ୍ୟ ତାକୁ ସେହିପରି ପ୍ରତିଦାନ ଦେଇଥାଅ।
26 ସଦାପ୍ରଭୁ ତୁମ୍ଭେ ମହାନ ଓ ଯେଉଁମାନେ ଉତ୍ତମ ତଥା ନିର୍ମଳ ହୃଦୟର, ତୁମ୍ଭେ ସେହିମାନଙ୍କ ପାଇଁ ପବିତ୍ର ଅଟ।
କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକ ପ୍ରତି ଆପଣାକୁ ଚତୁର ଦେଖାଇବ।
27 ହେ ସଦାପ୍ରଭୁ, ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ସାହାଯ୍ୟ କର।
କିନ୍ତୁ ଅହଂକାରୀର ଗର୍ବ ଓ ଦର୍ପକୁ ଚୂର୍ଣ୍ଣ କର।
28 ହେ ସଦାପ୍ରଭୁ, ତୁମ୍ଭେ ମୋର ଦୀପକୁ ଆଲୋକିତ କର।
ମୋ’ ଚତୁର୍ଦ୍ଦିଗରେ ଥିବା ଅନ୍ଧକାରକୁ ଦୂର କର।
29 ହେ ସଦାପ୍ରଭୁ, ତୁମ୍ଭର ସାହାଯ୍ୟରେ ମୁଁ ସୈନ୍ୟମାନଙ୍କ ସହିତ ଲଢ଼ିପାରେ।
ପରମେଶ୍ୱରଙ୍କ ସାହାଯ୍ୟରେ ମୁଁ ଶତ୍ରୁର ପ୍ରାଚୀରକୁ ଚଢ଼ିଯାଇପାରେ।
30 ପରମେଶ୍ୱରଙ୍କ ଶକ୍ତି ଅତୁଳନୀୟ।
ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ,
ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
31 ସଦାପ୍ରଭୁଙ୍କ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି।
ଆମ୍ଭମାନଙ୍କ ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ ଶୈଳ ନାହିଁ।
32 ପରମେଶ୍ୱର ଆମ୍ଭକୁ ବଳ ପ୍ରଦାନ କରନ୍ତି।
ସେ ମୋତେ ଶୁଦ୍ଧ ଜୀବନଯାପନ କରିବା ପାଇଁ ସାହାଯ୍ୟ କରନ୍ତି।
33 ପରମେଶ୍ୱର ମୋତେ ହରିଣଠାରୁ ଅଧିକ ବେଗରେ ଦୌଡ଼ିବାକୁ ସାହାଯ୍ୟ କରନ୍ତି।
ସେ ମୋତେ ଉଚ୍ଚସ୍ଥଳୀରେ ସ୍ଥାପନ କରନ୍ତି।
34 ପରମେଶ୍ୱର ମୋତେ ଯୁଦ୍ଧ କରିବା ପାଇଁ ଶିକ୍ଷା ଦିଅନ୍ତି।
ସେଥିପାଇଁ ମୋର ବାହୁଗୁଡ଼ିକ ଶକ୍ତ ଧନୁକୁ ବଙ୍କେଇବା ପାଇଁ ଯଥେଷ୍ଟ ବଳିଷ୍ଠ।
35 ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କରିଛ ଓ ଜୟଲାଭ କରିବାକୁ ସାହାଯ୍ୟ କରିଛ।
ତୁମ୍ଭେ ମୋତେ ତୁମ୍ଭର ଦକ୍ଷିଣ ବାହୁ ଦ୍ୱାରା ସାହାଯ୍ୟ କରିଛ।
ତୁମ୍ଭେ ମୋତେ ମୋର ଶତ୍ରୁକୁ ପରାଜିତ କରିବାରେ ସାହାଯ୍ୟ କରିଛ।
36 ମୋର ଗୋଡ଼ ଓ ଆଣ୍ଠୁକୁ ଅଧିକ ଶକ୍ତିଶାଳୀ କର,
ଯାହା ଫଳରେ ମୁଁ ଦୁର୍ବଳ ହେବି ନାହିଁ ଏବଂ ପଡ଼ିବି ନାହିଁ।
37 ତା’ପରେ ମୁଁ ମୋର ଶତ୍ରୁ ପଛରେ ଗୋଡ଼ାଇ ପାରିବି ଓ ସେମାନଙ୍କୁ ଧରି ପାରିବି।
ମୁଁ ସେମାନଙ୍କୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ ଫେରି ଆସିବି ନାହିଁ।
38 ମୁଁ ମୋର ଶତ୍ରୁମାନଙ୍କୁ ପରାଜିତ କରିବି।
ସେମାନେ ଆଉ ପୁନର୍ବାର ଉଠିପାରିବେ ନାହିଁ।
ମୋର ଶତ୍ରୁମାନେ ମୋର ପାଦ ତଳେ ପାତିତ ହେବେ।
39 ହେ ପରମେଶ୍ୱର, ତୁମ୍ଭେ ମୋତେ ଯୁଦ୍ଧ କ୍ଷେତ୍ରରେ ବଳଶାଳୀ କରିଛ।
ତୁମ୍ଭେ ମୋର ଶତ୍ରୁମାନଙ୍କୁ ମୋ’ ନିକଟରେ ପକାଇ ଦେଇଛ।
40 ତୁମ୍ଭେ ମୋତେ ସୁଯୋଗ ଦେଇଛ, ମୋର ଶତ୍ରୁମାନଙ୍କୁ ଧରିବା ପାଇଁ
ଓ ମୁଁ ମୋର ଶତ୍ରୁମାନଙ୍କୁ ଧ୍ୱଂସ କରିଅଛି।
41 ମୋର ଶତ୍ରୁମାନେ ସାହାଯ୍ୟ ପାଇଁ ଚିତ୍କାର କଲେ,
କିନ୍ତୁ କେହି ସେମାନଙ୍କୁ ରକ୍ଷା କରିବାକୁ ଆଗେଇ ଆସି ନ ଥିଲେ।
ସେମାନେ ସଦାପ୍ରଭୁଙ୍କୁ ମଧ୍ୟ ଡାକିଲେ
କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ ନାହିଁ।
42 ମୁଁ ମୋର ଶତ୍ରୁମାନଙ୍କୁ ପରାସ୍ତ କରିଛି।
ସେମାନେ ଧୂଳି ସଦୃଶ ପବନରେ ଉଡ଼ିଯାଇଛନ୍ତି।
ମୁଁ ସେମାନଙ୍କୁ ଛୋଟ ଛୋଟ ଖଣ୍ଡ କରି ପେଶି ଦେଇଛି।
43 ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଛନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର।
ମୋତେ ସେହିସବୁ ରାଜ୍ୟର ନେତା କର।
ଯେଉଁ ଲୋକମାନଙ୍କୁ ମୁଁ ଜାଣି ନାହିଁ, ସେମାନେ ମୋର ସେବା କରିବେ।
44 ସେହି ଲୋକମାନେ ମୋ’ କଥା ଶୁଣିବେ ଓ ଖୁବ୍ ଶୀଘ୍ର ମୋତେ ମାନିବେ।
ସେହି ବିଦେଶୀମାନେ ମୋତେ ଦେଖି ଭୟଭୀତ ହେବେ।
45 ସେମାନେ ଭୟରେ ଦୁର୍ବଳ ହୋଇଯିବେ।
ସେମାନେ ଲୁଚିଥିବା ଗୁପ୍ତ ସ୍ଥାନମାନଙ୍କରୁ ଭୟରେ ଥରହର ହୋଇ ବାହାରି ଆସିବେ।
46 ସଦାପ୍ରଭୁ ଜୀବନ୍ତ ଅଟନ୍ତି।
ମୁଁ ସେହି ଶୈଳକୁ ପ୍ରଶଂସା କରେ।
ପରମେଶ୍ୱର ମୋତେ ରକ୍ଷା କରନ୍ତି।
ସେ ମହାନ ଅଟନ୍ତି।
47 ପରମେଶ୍ୱର ମୋ’ ପାଇଁ ମୋର ଶତ୍ରୁମାନଙ୍କୁ ଦଣ୍ଡ ଦିଅନ୍ତି।
ସେ ଲୋକମାନଙ୍କୁ ମୋର ନିୟନ୍ତ୍ରଣରେ ରଖନ୍ତି।
48 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଶତ୍ରୁମାନଙ୍କ କବଳରୁ ରକ୍ଷା କରିଅଛ।
ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଥିଲେ ତାଙ୍କୁ ପରାସ୍ତ କରି ମୋତେ ସାହାଯ୍ୟ କରିଛ।
ତୁମ୍ଭେ ନିଷ୍ଠୁର ଲୋକମାନଙ୍କ କବଳରୁ ମୋତେ ବଞ୍ଚାଇଛ।
49 ହେ ସଦାପ୍ରଭୁ, ସେଥିପାଇଁ ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରେ।
ସେହି କାରଣରୁ ତୁମ୍ଭ ନାମରେ ଜୟଗାନ କରି ଗୀତ ବୋଲେ।
50 ସଦାପ୍ରଭୁ ତାଙ୍କର ରାଜାଙ୍କୁ ଅନେକ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରିଛନ୍ତି।
ସେ ତାଙ୍କର ମନୋନୀତ ରାଜାଙ୍କ ପ୍ରତି ପ୍ରେମ ଦେଖାଇଛନ୍ତି।
ସେଥିପାଇଁ ସେ ଦାଉଦ ଓ ତାଙ୍କର ବଂଶଧରମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳ ପାଇଁ ଦେଖାଇଛନ୍ତି।
6 “ଏଗୁଡ଼ିକ କରିବା ଦ୍ୱାରା ଆମ୍ଭେ ତୁମ୍ଭମାନଙ୍କୁ ବାରଣ କରି ଆମ୍ଭ ପାଖକୁ ଫେରାଇ ଆଣିବାକୁ ଚେଷ୍ଟା କଲୁ। ଆମ୍ଭେ ତୁମ୍ଭମାନଙ୍କୁ କୌଣସି ଖାଦ୍ୟ ଖାଇବାକୁ ଦେଲୁ ନାହିଁ। ତୁମ୍ଭର ନଗରୀଗୁଡ଼ିକରେ କୌଣସି ଖାଦ୍ୟ ନ ଥିଲା। ତଥାପି ତୁମ୍ଭେମାନେ ଆମ୍ଭ ନିକଟକୁ ଆସିଲ ନାହିଁ।” ସଦାପ୍ରଭୁ ଏହା କହନ୍ତି।
7 “ଆମ୍ଭେ ଶସ୍ୟଅମଳର ତିନି ମାସ ପୂର୍ବରୁ ବର୍ଷା ବନ୍ଦ କଲୁ। ଆମ୍ଭେ ଗୋଟିଏ ନଗରରେ ବର୍ଷା କରାଇଲୁ କିନ୍ତୁ ଅନ୍ୟ ଏକ ନଗରରେ ବର୍ଷା ହେଲା ନାହିଁ। ଦେଶର ଗୋଟିଏ ଅଂଶରେ ଓଦା ହେଉଥିଲା ବେଳେ ଅନ୍ୟ ଅଂଶ ଶୁଷ୍କ ରହିଥିଲା। 8 ତେଣୁ ଅନାବୃଷ୍ଟି ଯୋଗୁଁ ଦୁଇ କିମ୍ବା ତିନୋଟି ନଗରରେ ଲୋକ ବୃଷ୍ଟି ବହୁଳ ଅଞ୍ଚଳକୁ ଜଳପାନ କରିବାକୁ ଧାଇଁଲେ। କିନ୍ତୁ ସେଠାରେ ସବୁ ଲୋକଙ୍କ ପାଇଁ ପ୍ରଚୁର ଜଳ ନ ଥିଲା। ତଥାପି ତୁମ୍ଭେମାନେ ଆମ୍ଭ ନିକଟକୁ ଆସିଲ ନାହିଁ।” ସଦାପ୍ରଭୁ ଏହା ହିଁ କହିଲେ।
9 “ଉତ୍ତାପ ଓ ରୋଗଦ୍ୱାରା ତୁମ୍ଭର ଶସ୍ୟସବୁ ନଷ୍ଟ କଲୁ। ଆମ୍ଭେ ତୁମ୍ଭର ବଗିଗ୍ଭ ଓ ଦ୍ରାକ୍ଷାକ୍ଷେତ୍ରକୁ ଧ୍ୱଂସ କଲୁ। ପଙ୍ଗପାଳ ତୁମ୍ଭର ଡିମ୍ବିରି ଓ ଅଲିଭ ବୃକ୍ଷକୁ ଖାଇ ଧ୍ୱଂସ କଲେ। ତଥାପି ତୁମ୍ଭେମାନେ ଆମ୍ଭ ନିକଟକୁ ସାହାଯ୍ୟ ପାଇଁ ଆସିଲ ନାହିଁ।” ସଦାପ୍ରଭୁ ଏହିସବୁ କହିଥିଲେ।
10 “ମିଶରରେ କଲାପରି ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ରୋଗଗୁଡ଼ିକୁ ପ୍ରେରଣ କଲୁ। ଖଡ଼୍ଗରେ ଆମ୍ଭେ ତୁମ୍ଭର ଯୁବକମାନଙ୍କୁ ହତ୍ୟା କଲୁ। ତୁମ୍ଭମାନଙ୍କର ଘୋଡ଼ାଗୁଡ଼ିକୁ ନେଇଗଲୁ। ତୁମ୍ଭର ଶିବିରଗୁଡ଼ିକୁ ମୃତଶବର ଦୁର୍ଗନ୍ଧରେ ପରିପୂର୍ଣ୍ଣ କଲୁ। ତଥାପି ତୁମ୍ଭେମାନେ ଆମ୍ଭ ସାହାଯ୍ୟ ଭିକ୍ଷା ପାଇଁ ଆସିଲ ନାହିଁ।” ସଦାପ୍ରଭୁ ଏହିସବୁ କହିଥିଲେ।
11 “ସଦୋମ ଓ ହମୋରା ସହରଗୁଡ଼ିକ ଧ୍ୱଂସ କଲାପରି ଆମ୍ଭେ ତୁମ୍ଭମାନଙ୍କୁ ଧ୍ୱଂସ କଲୁ। ସେହି ନଗରଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା। ତୁମ୍ଭେମାନେ ଗୋଟିଏ ପୋଡ଼ା ବାଡ଼ି ଅଗ୍ନିରୁ ଟଣା ହେଲା ସଦୃଶ ଥିଲ। ତଥାପି ତୁମ୍ଭେମାନେ ଆମ୍ଭ ପାଖକୁ ଫେରି ଆସିଲ ନାହିଁ।” ସଦାପ୍ରଭୁ ଏହିସବୁ କହିଥିଲେ।
12 “ତେଣୁ ହେ ଇସ୍ରାଏଲୀୟ, ଆମ୍ଭେ ତୁମ୍ଭକୁ ଏହି ଜିନିଷଗୁଡ଼ିକ କହିବା। ହେ ଇସ୍ରାଏଲୀୟ! ତୁମ୍ଭେ ପରମେଶ୍ୱରଙ୍କ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୁଅ।”
13 ଆମ୍ଭେ କିଏ? ଆମ୍ଭେ ହେଉଛୁ ପର୍ବତର ନିର୍ମାଣକର୍ତ୍ତା,
ଆମ୍ଭେ ତୁମ୍ଭ ମନର ସୃଷ୍ଟିକର୍ତ୍ତା।
ଆମ୍ଭେ ଲୋକମାନଙ୍କୁ କଥା କହିବା ଶିଖାଇ ଥିଲୁ।
ଆଉ ମଧ୍ୟ ଅନ୍ଧକାରକୁ ସକାଳରେ ପରିଣତ କରିଥିଲୁ।
ଆମ୍ଭେ ପର୍ବତ ଓ ପୃଥିବୀ ଉପରେ ଯାତାୟାତ କରୁ।
ତାହାହେଲେ ଆମ୍ଭେ କିଏ?
ଆମ୍ଭେ ହେଉଛୁ ସେହି ସଦାପ୍ରଭୁ ସୈନ୍ୟାଧିପତି, ସ୍ୱୟମ୍ଭୂ ପରମେଶ୍ୱର ଆମ୍ଭର ନାମ।”
11 ମୁଁ କହିଲା ଭଳି, ଏପରି ଭାବରେ ସବୁକିଛି ନଷ୍ଟ ହୋଇଯିବ। ଅତଏବ, ତୁମ୍ଭେ କିପରି ଲୋକ ହେବା ଉଚିତ୍? ତୁମ୍ଭେ ପବିତ୍ର ଜୀବନଯାପନ କରି ପରମେଶ୍ୱରଙ୍କ ସେବା କରିବା ଉଚିତ୍। 12 ପ୍ରଭୁଙ୍କ ଦିନଟି ଆସିବା ପାଇଁ ତୁମ୍ଭେ ଅପେକ୍ଷାରେ ରହିବା ଉଚିତ୍। ସେହି ଦିନ ଆସିଲେ ଅଗ୍ନି ଦ୍ୱାରା ଆକାଶ ନଷ୍ଟ ହୋଇ ଯିବ ଓ ଆକାଶରେ ଥିବା ସବୁ ମୌଳିକ ବସ୍ତୁଗୁଡ଼ିକ ଉତ୍ତାପରେ ତରଳି ଯିବ। 13 କିନ୍ତୁ ପରମେଶ୍ୱର ଆମ୍ଭକୁ ଗୋଟିଏ ପ୍ରତିଶ୍ରୁତି ଦେଇଛନ୍ତି। ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ଜଗତର ଅପେକ୍ଷାରେ ଅଛୁ। ତାହା ଧାର୍ମିକତାର ବାସସ୍ଥଳୀ ହେବ।
14 ପ୍ରିୟ ମିତ୍ରଗଣ, ଏହି ଘଟଣା ଘଟିବା ପାଇଁ ଆମ୍ଭେ ଅପେକ୍ଷାରେ ଅଛୁ। ଅତଏବ ପାପ ଓ ଦୋଷ ନ କରିବା ପାଇଁ କଠୋର ପରିଶ୍ରମ କର। ପରମେଶ୍ୱରଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର। 15 ପ୍ରଭୁ ଧୈର୍ଯ୍ୟବାନ ବୋଲି ଆମ୍ଭେ ରକ୍ଷା ପାଇଛୁ, ଏହା ମନେରଖ। ପରମେଶ୍ୱରଙ୍କ ପ୍ରଦତ୍ତ ଜ୍ଞାନ ବଳରେ ଆମ୍ଭର ପ୍ରିୟ ଭାଇ ପାଉଲ ତୁମ୍ଭକୁ ଲେଖିଲା ବେଳେ ସେ ସେହି କଥା କହିଥିଲେ। 16 ନିଜର ସମସ୍ତ ପତ୍ରଗୁଡ଼ିକରେ ପାଉଲ ଏହିକଥା ଲେଖନ୍ତି। ବେଳେବେଳେ ପାଉଲଙ୍କ ପତ୍ରରେ କେତେକ କଥା ବୁଝିବା ପାଇଁ କଷ୍ଟକର ହୁଏ। କେତେଲୋକ ସେହି କଥାଗୁଡ଼ିକୁ ଭୁଲ୍ ଭାବରେ ବ୍ୟାଖ୍ୟା କରନ୍ତି। ସେମାନେ ମୂର୍ଖ ଓ ବିଶ୍ୱାସରେ ଦୁର୍ବଳ। ସେହି ଲୋକମାନେ ଅନ୍ୟ ଶାସ୍ତ୍ରଗୁଡ଼ିକୁ [a] ମଧ୍ୟ ଭୁଲଭାବେ ବୁଝାଇଥା’ନ୍ତି। କିନ୍ତୁ ଏପରି କରିବା ଦ୍ୱାରା ସେମାନେ ନିଜର ଅନିଷ୍ଟ କରୁଛନ୍ତି।
17 ପ୍ରିୟ ମିତ୍ରଗଣ, ତୁମ୍ଭେ ଏହି ବିଷୟରେ ଆଗରୁ ଜାଣ। ଅତଏବ ସାବଧାନ ରୁହ। ସେହି ମନ୍ଦ ଲୋକମାନେ କରୁଥିବା ମନ୍ଦକାର୍ଯ୍ୟ ଦ୍ୱାରା ତୁମ୍ଭେ ନିଜକୁ ପ୍ରଭାବିତ ହେବାକୁ ଦିଅ ନାହିଁ। ନିଜ ଦୃଢ଼ ବିଶ୍ୱାସରୁ ବିଚଳିତ ନ ହେବା ପାଇଁ ସାବଧାନ ରୁହ। 18 କିନ୍ତୁ ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଜ୍ଞାନ ଓ ଅନୁଗ୍ରହରେ ବୃଦ୍ଧି ପାଅ। ତାହାଙ୍କର ମହିମା ବର୍ତ୍ତମାନ ଓ ସଦାସର୍ବଦା ରହିଥାଉ। ଆମେନ୍।
ପରମେଶ୍ୱର ତାହାଙ୍କର ପୁତ୍ରଙ୍କୁ ପଠାଇଲେ(A)
33 “ଆଉ ଗୋଟିଏ କାହାଣୀ ଶୁଣ। ଜଣେ ଜମି ମାଲିକ ଥିଲେ। ତାହାଙ୍କ ଜମିରେ ସେ ଦ୍ରାକ୍ଷା ଲଗାଇଲେ। ସେ ତା’ ଗ୍ଭରିପଟେ ବାଡ଼ ଲଗାଇଲେ। ସେ ଦ୍ରାକ୍ଷାରସ ବାହାର କରିବା ପାଇଁ ସେଥିରେ ଦ୍ରାକ୍ଷାକୁଣ୍ଡଟିଏ [a] ଖୋଲିଲେ। ସେ ସେଠାରେ ପ୍ରହରୀଗୃହଟିଏ ନିର୍ମାଣ କଲେ ଓ କେତେକ କୃଷକଙ୍କୁ ଜମିଟି ଭାଗ ଦେଇଦେଲେ। ତା’ପରେ ସେ ବିଦେଶ ଯାତ୍ରାରେ ବାହାରି ଗଲେ। 34 କିଛି ଦିନ ପରେ ଦ୍ରାକ୍ଷା ତୋଳିବା ବେଳ ଆସିଲା। ଜମିମାଲିକ ତାଙ୍କ ଦ୍ରାକ୍ଷା ଭାଗତକ ଆଣିବା ପାଇଁ କେତେକ ଗ୍ଭକରଙ୍କୁ କୃଷକମାନଙ୍କ ପାଖକୁ ପଠାଇଲେ।
35 “କିନ୍ତୁ କୃଷକମାନେ ଗ୍ଭକରମାନଙ୍କୁ ଧରି, ତାହାଙ୍କ ଭିତରୁ ଜଣକୁ ପିଟିଲେ, ସେମାନେ ଜଣକ ପରେ ଜଣେ ଗ୍ଭକରକୁ ପଥରରେ ମାରିପକାଇଲେ। 36 ତେଣୁ ଜମି ମାଲିକ ଆଉ କେତେକ ଗ୍ଭକରଙ୍କୁ କୃଷକମାନଙ୍କ ପାଖକୁ ପଠାଇଲେ। ଏଥର ପ୍ରଥମଥରଠାରୁ ଅଧିକ ଗ୍ଭକର ଗଲେ। କିନ୍ତୁ କୃଷକମାନେ ପ୍ରଥମ ଗ୍ଭକରମାନଙ୍କ ପ୍ରତି ଯାହା କରିଥିଲେ, ଏଥର ମଧ୍ୟ ସେମାନଙ୍କ ପ୍ରତି ତାହା କଲେ। 37 ତେଣୁ ମାଲିକ ନିଜର ପୁଅକୁ ପଠାଇବାକୁ ଠିକ୍ କଲେ। ସେ ଭାବିଲେ, ‘କୃଷକମାନେ ମୋ’ ପୁଅକୁ ସମ୍ମାନ ଦେବେ।’
38 “କୃଷକମାନେ ପୁଅକୁ ଦେଖି ନିଜ ନିଜ ଭିତରେ କୁହା କୁହି ହେଲେ, ‘ଏ ହେଉଛି ଜମିମାଲିକଙ୍କ ପୁଅ। ସେ ଏ ଜମିର ଉତ୍ତରାଧିକାରୀ। ଆମ୍ଭେ ଯଦି ତାକୁ ମାରିଦେବା, ଏହି ସମ୍ପତ୍ତି ଆମ୍ଭର ହୋଇଯିବ।’ 39 କୃଷକମାନେ ପୁଅକୁ ଧରି ନେଇ ଦ୍ରାକ୍ଷା ବଗିଗ୍ଭ ବାହାରକୁ ଫିଙ୍ଗି ମାରିଦେଲେ।
40 “ଅତଏବ, ଯେତେବେଳେ ନିଜେ ଜମିମାଲିକ ଆସିବେ, ସେତେବେଳେ ଏହି କୃଷକମାନଙ୍କୁ କ’ଣ କରିବେ?”
41 ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ କହିଲେ, “ସେ ନିଶ୍ଚୟ ସେହି ନିର୍ଦ୍ଦୟ ଲୋକଙ୍କୁ ହତ୍ୟା କରିବେ ଓ ତା’ପରେ ସେ ଦ୍ରାକ୍ଷାବଗିଗ୍ଭଟିକୁ ଅନ୍ୟ କୃଷକମାନଙ୍କୁ ଭାଗରେ ଦେଇଦେବେ, ଯେଉଁମାନେ ଅମଳ ସମୟରେ ତା’ର ଭାଗ ତାହାଙ୍କୁ ଦେବେ।”
42 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏ କଥା କ’ଣ କେବେ ହେଲେ ଶାସ୍ତ୍ରରେ ପଢ଼ି ନ ଥିଲ?
‘ଯେଉଁ ପଥରକୁ ଗୃହ ନିର୍ମାଣକାରୀମାନେ ବେକାର ଭାବିଲେ,
ସେହି ପଥର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ମୂଳଦୁଆ କୋଣର ପଥର ହୋଇଗଲା।
ପରମେଶ୍ୱର ଏହା ହିଁ କଲେ,
ଆମ୍ଭ ପାଇଁ ଏହା ଆଶ୍ଚର୍ଯ୍ୟଜନକ ଘଟଣା।’ (B)
43 “ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ତୁମ୍ଭମାନଙ୍କଠାରୁ ପରମେଶ୍ୱରଙ୍କ ରାଜ୍ୟ ଛଡ଼ାଇ ନିଆଯିବ। ପରମେଶ୍ୱର ତାହାଙ୍କ ରାଜ୍ୟରେ ଯାହା ହେବା ପାଇଁ ଗ୍ଭହାନ୍ତି, ଯେଉଁ ଲୋକମାନେ ତାହା କରନ୍ତି, ସେମାନଙ୍କୁ ପରମେଶ୍ୱର ତାହାଙ୍କ ରାଜ୍ୟ ଦେବେ। 44 ଯେଉଁ ଲୋକ ଏହି ପଥର ଉପରେ ଖସି ପଡ଼ିବ, ସେ ଖଣ୍ଡ ଖଣ୍ଡ ହୋଇଯିବ। ଏବଂ ପଥରଟି ଯଦି କାହା ଉପରେ ପଡ଼ିବ ତେବେ ପଥରଟି ତାକୁ ଚୁନା କରିଦେବ।”
45 ପ୍ରଧାନଯାଜକ ଓ ଫାରୂଶୀମାନେ ଯୀଶୁଙ୍କ କାହାଣୀଗୁଡ଼ିକ ଶୁଣିଲେ। ସେମାନେ ଜାଣି ପାରିଲେ ଯେ, ଯୀଶୁ ଏ କଥା ସେହିମାନଙ୍କ ବିଷୟରେ କହୁଛନ୍ତି। 46 ତେଣୁ ସେମାନେ ଯୀଶୁଙ୍କୁ ବନ୍ଦୀ କରିବାକୁ ଚେଷ୍ଟା କଲେ। ସେମାନେ କିନ୍ତୁ ଲୋକମାନଙ୍କୁ ଡରୁଥିଲେ। କାରଣ ଲୋକେ ଯୀଶୁଙ୍କୁ ଜଣେ ଭବିଷ୍ୟଦ୍ବକ୍ତା ବୋଲି ବିଶ୍ୱାସ କରୁଥିଲେ।
2010 by World Bible Translation Center