Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ।
66 ହେ ପୃଥିବୀର ସକଳ ବସ୍ତୁ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର!
2 ତାହାଙ୍କ ନାମର ମହିମା ଗାନ କର।
ସ୍ତୁତି ଗାନ କରି ଗୌରବାନ୍ୱିତ କର।
3 ପରମେଶ୍ୱରଙ୍କୁ କୁହ, “ତୁମ୍ଭର କାର୍ଯ୍ୟ ଆଶ୍ଚର୍ଯ୍ୟଜନକ ଅଟେ।
ପରମେଶ୍ୱର, ତୁମ୍ଭର ଶକ୍ତି ମହାନ! ତୁମ୍ଭର ଶତ୍ରୁମାନେ ତୁମ୍ଭ ସମ୍ମୁଖରେ ନତମସ୍ତକ ହୁଅନ୍ତି।
ସେମାନେ ତୁମ୍ଭକୁ ଭୟ କରନ୍ତି।
4 ସମୁଦାୟ ପୃଥିବୀ ତୁମ୍ଭର ପ୍ରଣାମ କରୁ ଏବଂ ସମୁଦାୟ ଲୋକ ତୁମ୍ଭର ନାମ ପ୍ରଶଂସା ଗାନ କରନ୍ତୁ।
ପ୍ରତ୍ୟେକ ବ୍ୟକ୍ତି ଗୀତ ଦ୍ୱାରା ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।” ସେଲା
5 ଦେଖ, ଯେଉଁସବୁ କାର୍ଯ୍ୟ ପରମେଶ୍ୱର କରିଛନ୍ତି।
ସେ ସମସ୍ତ କାର୍ଯ୍ୟ ଆମ୍ଭମାନଙ୍କୁ ଆଶ୍ଚର୍ଯ୍ୟ କରେ।
6 ପରମେଶ୍ୱର ପର୍ଯ୍ୟାୟକ୍ରମେ ସମୁଦ୍ରକୁ ଶୁଖାଇ ଥିଲେ।
ତାଙ୍କର ଲୋକ ନଦୀକୁ ଅତିକ୍ରମ କରି ଗ୍ଭଲିଲେ।
7 ପରମେଶ୍ୱର ତାଙ୍କର ମହାନ ଶକ୍ତିରେ ପୃଥିବୀରେ ଶାସନ କରନ୍ତି।
ପରମେଶ୍ୱର ଜାତିଗଣକୁ ନିରୀକ୍ଷଣ କରନ୍ତି।
ତାଙ୍କ ବିପକ୍ଷରେ ଜିଦ୍ଖୋର ହୋଇ ବିଦ୍ରୋହୀ ଭାବେ ଛିଡ଼ା ହେବା ଉଚିତ୍ ନୁହେଁ। ସେଲା
8 ହେ ମାନବ ସମାଜ, ଆମ୍ଭ ପରମେଶ୍ୱରଙ୍କର ପ୍ରଶଂସା ଗାନ କର।
ଉଚ୍ଚ ସ୍ୱରରେ ତାଙ୍କର ମହିମା ଗାନ କର।
9 ପରମେଶ୍ୱର ଆମ୍ଭମାନଙ୍କୁ ଜୀବନ ଦେଲେ
ଏବଂ ଆମ୍ଭକୁ ଖସିଯିବାକୁ ଅନୁମତି ଦେଇ ନାହାନ୍ତି।
10 ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଲୋକ ବୋଲି ପରୀକ୍ଷା କରିଅଛ।
ଯେପରି ଅଗ୍ନିରେ ଲୋକମାନେ ରୂପାକୁ ପରୀକ୍ଷା କରନ୍ତି।
11 ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ।
ତୁମ୍ଭେ ଆମ୍ଭକୁ ଭାରୀ ବୋଝ ଦେଇଅଛ।
12 ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ସେମାନଙ୍କର ଘୋଡ଼ାରେ ଚଢ଼ି ଆମ୍ଭମାନଙ୍କ ମସ୍ତକ ଉପରେ ଯିବାକୁ ଦେଇଛ।
ତୁମ୍ଭେ ଅଗ୍ନି ଓ ଜଳ ମଧ୍ୟଦେଇ ଗ୍ଭଲିବାକୁ କହିଛ।
କିନ୍ତୁ ତୁମ୍ଭେ ଆମ୍ଭମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଆସିଛ।
13-14 ତେଣୁ, ମୁଁ ତୁମ୍ଭ ପବିତ୍ର ମନ୍ଦିରକୁ ହୋମବଳି ନେଇ ଆସିବି।
ଯେତେବେଳେ ମୁଁ ସଂଙ୍କଟରେ ଥିଲି, ମୁଁ ତୁମ୍ଭର ସାହାଯ୍ୟ ପାଇଁ ଅନୁରୋଧ କରିଥିଲି।
ମୁଁ ତୁମ୍ଭ ଆଗରେ ଶପଥ କରିଛି।
ବର୍ତ୍ତମାନ ମୁଁ କରିଥିବା ଶପଥ ତୁମ୍ଭକୁ ସମର୍ପଣ କରୁଛି।
15 ମୁଁ ତୁମ୍ଭକୁ ମାଂସାଳ ପଶୁମାନଙ୍କୁ ପାପାର୍ଥକବଳି ଆକାରରେ ପ୍ରଦାନ କରିବି।
ମୁଁ ମେଷ ସହିତ ସେମାନଙ୍କର ସୁଗନ୍ଧି ପ୍ରଦାନ କରିବି।
ମୁଁ ଛାଗ ସଙ୍ଗେ ବୃଷ ବଳିଦାନ କରିବି। ସେଲା
16 ହେ ସମସ୍ତ ଲୋକ, ଯେଉଁମାନେ ପରମେଶ୍ୱରଙ୍କୁ ଉପାସନା କର,
ଆସ ଏବଂ ମୁଁ ତୁମ୍ଭମାନଙ୍କୁ କହିବି ପରମେଶ୍ୱର ମୋ’ ପାଇଁ କ’ଣ ସବୁ କରିଛନ୍ତି।
17 ମୁଁ ତାଙ୍କୁ ପ୍ରାର୍ଥନା କରିଥିଲି।
ମୁଁ ତାଙ୍କର ପ୍ରଶଂସା କରିଥିଲି।
18 ମୁଁ ଯେବେ ମୋର ମନ ମଧ୍ୟରେ ଅଧର୍ମକୁ ଆଦର କରେ।
ତେବେ ମୋର ପ୍ରଭୁ ମୋର କଥା ଶୁଣିବେ ନାହିଁ।
19 ପରମେଶ୍ୱର ମୋର କଥା ଶୁଣିଅଛନ୍ତି।
ପରମେଶ୍ୱର ମୋର ପ୍ରାର୍ଥନା ଗ୍ରହଣ କରିଛନ୍ତି।
20 ପରମେଶ୍ୱରଙ୍କର ପ୍ରଶଂସା କର! ପରମେଶ୍ୱର ମୋ’ ପାଖରୁ ମୁହଁ ଫେରାଇ ନାହାନ୍ତି।
ସେ ମୋର ପ୍ରାର୍ଥନା ଶୁଣିଛନ୍ତି।
ପରମେଶ୍ୱର ତାଙ୍କର ପ୍ରେମ ମୋତେ ଦେଖାଇଛନ୍ତି।
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଗାନାର୍ଥକ ଗୀତ।
67 ହେ ପରମେଶ୍ୱର, ଆମ୍ଭମାନଙ୍କ ଉପରେ ଦୟା କରନ୍ତୁ, ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ
ଏବଂ ଦୟାକରି ଆମ୍ଭମାନଙ୍କ ଉପରେ ଆପଣା ମୁଖ ପ୍ରସନ୍ନ କରନ୍ତୁ। ସେଲା
2 ତା'ପରେ ପୃଥିବୀର ଲୋକେ ତୁମ୍ଭ ବିଷୟରେ ଜାଣିବେ
ଏବଂ ସମସ୍ତ ଜାତିଗଣ ତୁମ୍ଭର ଲୋକମାନଙ୍କୁ ରକ୍ଷା କରିବାର ତୁମ୍ଭର ଶକ୍ତିର କ୍ଷମତା ଜାଣିବେ।
3 ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ।
ସମସ୍ତ ଲୋକମାନେ ତୁମ୍ଭର ପ୍ରଶଂସା କରନ୍ତୁ।
4 ଜାତିଗଣ ଖୁସୀ ହୁଅ ଓ ଆନନ୍ଦରେ ଜୟଗାନ କର,
କାରଣ ତୁମ୍ଭେ ଲୋକମାନଙ୍କୁ ପରଖିବାରେ ସକ୍ଷମ ଅଟ
ଓ ତୁମ୍ଭେ ପୃଥିବୀରେ ରାଷ୍ଟ୍ରମାନଙ୍କୁ ଆଗେଇ ନିଅ। ସେଲା
5 ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ।
ସମସ୍ତ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ।
6 ଭୂମି ତା'ର ଫସଲ ଦିଏ।
ହେ ପରମେଶ୍ୱର, ଆମ୍ଭର ପରମେଶ୍ୱର, ଆମ୍ଭକୁ ଆଶୀର୍ବାଦ କରିବା ଗ୍ଭଲୁ ରଖ।
7 ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ
ଏବଂ ପୃଥିବୀର ସମସ୍ତ ଲୋକ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରନ୍ତୁ।
ଦାଉଦଙ୍କର ଏକ ଗୀତ
19 ଆକାଶ ପରମେଶ୍ୱରଙ୍କର ମହିମା ଓ ଗୌରବ ବର୍ଣ୍ଣନା କରେ।
ଆକାଶ ତାଙ୍କର ହସ୍ତ ନିର୍ମିତ ସମସ୍ତ ଉତ୍ତମ ବସ୍ତୁର ବର୍ଣ୍ଣନା କରେ।
2 ପ୍ରତି ନୂତନ ଦିନ, ନୂଆ ନୂଆ କାହାଣୀ କହିଗ୍ଭଲେ।
ପ୍ରତ୍ୟେକ ରାତ୍ରି ପରମେଶ୍ୱରଙ୍କ ଶକ୍ତି ବିଷୟରେ ନାନା ତଥ୍ୟ ପ୍ରଦାନ କରେ।
3 ତୁମ୍ଭେ କୌଣସି ବାକ୍ୟ କିମ୍ବା ଶବ୍ଦ ଶୁଣିପାର ନାହିଁ
କାରଣ ଏହା କୌଣସି ଶବ୍ଦ ସୃଷ୍ଟି କରେ ନାହିଁ, ଯାହାକୁ ଆମ୍ଭେ ଶୁଣି ପାରିବା।
4 କିନ୍ତୁ ସେମାନଙ୍କର “କଣ୍ଠସ୍ୱର” ସମଗ୍ର ପୃଥିବୀରେ ଶୁଣାଯାଏ।
ସେମାନଙ୍କର “ବାକ୍ୟ” ପୃଥିବୀର ଶେଷ ସୀମାକୁ ଯାଇପାରିବ।
ଆକାଶ ହେଉଛି ସୂର୍ଯ୍ୟର ବାସସ୍ଥଳୀ ଭଳି।
5 ସୂର୍ଯ୍ୟ ଆପଣା ଅନ୍ତଃପୂରରୁ ବରପରି ବାହାରି ଆସେ।
ସୂର୍ଯ୍ୟ ଆକାଶରେ ଗ୍ଭଲିବାକୁ ଆରମ୍ଭ କରେ।
ଠିକ୍ ଯେମିତି ଜଣେ କ୍ରୀଡ଼ାବିତ୍ ଦୌଡ଼ ପ୍ରତିଯୋଗିତାରେ ଦୌଡ଼େ।
6 ସୂର୍ଯ୍ୟ ଆକାଶର ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଯାଏ।
ତା'ର ଉତ୍ତପ୍ତ କିରଣରୁ କୌଣସି ବସ୍ତୁ ଗୁପ୍ତ ହୋଇ ରହିପାରିବ ନାହିଁ।
ସଦାପ୍ରଭୁଙ୍କ ନୀତିଶିକ୍ଷାଗୁଡ଼ିକ ଠିକ୍ ସେହିଭଳି।
7 ପରମେଶ୍ୱରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ।
ସେଗୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାକୁ ବିଶ୍ୱାସ କରାଯାଇପାରେ।
ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।
8 ସଦାପ୍ରଭୁଙ୍କର ବ୍ୟବସ୍ଥାସବୁ ଯଥାର୍ଥ।
ସେଗୁଡ଼ିକ ଲୋକଙ୍କୁ ସୁଖୀ କରାଏ।
ସଦାପ୍ରଭୁଙ୍କ ଆଜ୍ଞା ନିର୍ମଳ।
ଏହା ଲୋକମାନଙ୍କୁ ପ୍ରକୃତ ମାର୍ଗରେ ବଞ୍ଚିବା ପାଇଁ ସାହାଯ୍ୟ କରେ।
9 ସଦାପ୍ରଭୁଙ୍କର ଉପାସନା ଆଲୋକ ସଦୃଶ।
ଯାହା ଚିରକାଳ ଆହୁରି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ।
ସଦାପ୍ରଭୁଙ୍କର ବିଗ୍ଭର ପଦ୍ଧତି ନିର୍ମଳ ଓ ନ୍ୟାୟପୂର୍ଣ୍ଣ।
ସେଗୁଡ଼ିକ ସର୍ବତୋଭାବେ ସତ୍ୟ।
10 ସଦାପ୍ରଭୁଙ୍କର ନୀତିଶିକ୍ଷା ଶୁଦ୍ଧ ସୁବର୍ଣ୍ଣଠାରୁ ଅଧିକ ମୂଲ୍ୟବାନ।
ସେଗୁଡ଼ିକ ମହୁଠାରୁ ଅଧିକ ମଧୁର, ଯେଉଁ ମହୁ କି ସିଧା ମହୁଫେଣାରୁ ଆସିଥାଏ।
11 ସଦାପ୍ରଭୁଙ୍କର ନୀତିଶିକ୍ଷା ତାଙ୍କର ଦାସମାନଙ୍କୁ ସତର୍କ କରାଇଥାଏ।
ଯଦି ତୁମ୍ଭେମାନେ ସେଗୁଡ଼ିକୁ ପାଳନ କର, ତୁମ୍ଭେମାନେ ଉତ୍ତମ ପୁରସ୍କାର ପାଇବ।
12 କେହି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ।
ତେଣୁ ମୋତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।
13 ମୁଁ ଯେଉଁ ପାପସବୁ କରିବାକୁ ଗ୍ଭହୁଁଛି ମୋତେ ସେଥିରୁ ନିବୃତ୍ତ କର।
ସେହି ପାପସବୁ ଯେପରି ମୋ’ ଉପରେ ଶାସନ ନ କରୁ।
ତୁମ୍ଭେ ଯଦି ମୋତେ ସାହାଯ୍ୟ କରିବ ତା'ହେଲେ ମୁଁ ଶୁଦ୍ଧ ଜୀବନଯାପନ ସହିତ
ସମସ୍ତ ପାପରୁ ମୁକ୍ତ ହୋଇ ପାରିବି।
14 ହେ ସଦାପ୍ରଭୁ, ମୁଁ ଆଶା କରୁଛି ମୋର କଥା ଓ ଭାବନା ନିଶ୍ଚୟ ତୁମ୍ଭକୁ ସନ୍ତୁଷ୍ଟ କରିବ।
ତୁମ୍ଭେ ମୋର ଦୃଢ଼ ବିଶ୍ୱାସର ପଥର ପରି ପ୍ରତୀକ ସଦୃଶ।
ତୁମ୍ଭେ ହିଁ କେବଳ ମୋର ରକ୍ଷାକର୍ତ୍ତା ଅଟ।
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଅଲମୋତ ସ୍ୱରର ଗୋଟିଏ ଗୀତ।
46 ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ।
ଆମ୍ଭେ ବିପଦ ସମୟରେ ତାଙ୍କର ସାହାଯ୍ୟ ପାଇପାରୁ।
2 ତେଣୁ ଯେତେବେଳେ ଭୂମି କମ୍ପିତ ହୁଏ,
ଏବଂ ପର୍ବତ ସମୁଦ୍ରରେ ପଡ଼େ ଆମ୍ଭେ ଭୟଭୀତ ହେବା ନାହିଁ।
3 ଯେତେବେଳେ ସମୁଦ୍ର ଅଶାନ୍ତ ଓ ଅନ୍ଧକାର ହୋଇଯାଏ
ଏବଂ ପର୍ବତଗୁଡ଼ିକ ଥରିଉଠେ, ତଥାପି ଆମ୍ଭେ ଭୟଭୀତ ହେବା ନାହିଁ। ସେଲା
4 ଏପରି ଏକ ନଦୀ ଅଛି ଯାହାର ପବିତ୍ର ଜଳଧାରା
ସର୍ବୋପରିସ୍ଥ ପରମେଶ୍ୱରଙ୍କ ନଗରୀକୁ ଆନନ୍ଦିତ କରୁଛି।
5 ପରମେଶ୍ୱର ସେହି ନଗରୀରେ ବାସ କରନ୍ତି।
ଏହା କେବେ ବି ଧ୍ୱଂସ ପାଇବ ନାହିଁ।
ପରମେଶ୍ୱର ଏପରିକି ସୂର୍ଯ୍ୟୋଦୟ ପୂର୍ବରୁ ସାହାଯ୍ୟ କରିବାକୁ ଉପସ୍ଥିତ ଥା’ନ୍ତି।
6 ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ୟମାନେ ଭୟରେ କମ୍ପି ଉଠନ୍ତି।
ସେହି ରାଜ୍ୟସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହେବ।
7 ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କର ନିରାପଦର ସ୍ଥାନ ଅଟନ୍ତି। ସେଲା
8 ସଦାପ୍ରଭୁ ସୃଷ୍ଟି କରିଥିବା ସେହି ଆଶ୍ଚର୍ଯ୍ୟଜନକ ବସ୍ତୁକୁ ଦେଖ।
ଏ ପୃଥିବୀର ବସ୍ତୁକୁ ସେ କିପରି ଧ୍ୱଂସ କରି ପାରନ୍ତି।
9 ସଦାପ୍ରଭୁ ଏ ପୃଥିବୀର ଯେକୌଣସି ସ୍ଥାନରେ ଗ୍ଭହିଁଲେ ଯୁଦ୍ଧ ବନ୍ଦ କରି ପାରିବେ।
ଯଦି ସେ ଗ୍ଭହେଁ ସୈନିକର ଧନୁକୁ ଭାଙ୍ଗି ପାରିବେ, ସେ ବର୍ଚ୍ଛାକୁ ଖଣ୍ଡ ଖଣ୍ଡ କରି ପାରିବେ, ସେ ଢାଲକୁ ପୋଡ଼ି ଦେଇ ପାରିବେ।
10 ପରମେଶ୍ୱର କହନ୍ତି, “ଯୁଦ୍ଧ ବନ୍ଦ କର, ମନେରଖ ମୁଁ ହେଉଛି ପରମେଶ୍ୱର।
ମୁଁ ରାଜ୍ୟମାନଙ୍କୁ ପରାସ୍ତ କରିଛି।
ପୃଥିବୀକୁ ମୁଁ ନିୟନ୍ତ୍ରଣ କରେ।”
11 ସେହି ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରୟ ସ୍ଥଳ। ସେଲା
14 ସେଠାରେ ଆମ୍ଭେ କେତେକ ଭାଇମାନଙ୍କୁ ଭେଟିଲୁ। ସେମାନେ ଆମ୍ଭକୁ ସେଠାରେ ସାତ ଦିନ ରହିବାକୁ ଅନୁରୋଧ କଲେ। ତା'ପରେ ଆମ୍ଭେ ରୋମକୁ ଆସିଲୁ। 15 ରୋମରେ ଥିବା ଭାଇମାନେ ଆମ୍ଭ ଆସିବା ବିଷୟରେ ଖବର ପାଇଥିଲେ। ସେମାନେ “ଆପ୍ପିୟଙ୍କ ହାଟ” ଓ “ତିନି ସରେଇ ଘର” ସ୍ଥାନ ପର୍ଯ୍ୟନ୍ତ ଆମ୍ଭକୁ ଭେଟିବାକୁ ଆସିଥିଲେ। ସେମାନଙ୍କୁ ଦେଖି ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ଉତ୍ସାହିତ ହେଲେ।
ରୋମରେ ପାଉଲ
16 ତା'ପରେ ଆମ୍ଭେ ରୋମ ଗଲୁ, ପାଉଲଙ୍କୁ ରୋମରେ ଏକାକୀ ରହିବା ପାଇଁ ଅନୁମତି ମିଳିଲା। କିନ୍ତୁ ତାହାଙ୍କ ପାଖରେ ଜଣେ ସୈନିକ ସବୁବେଳେ ଜଗି ରହିଲା।
17 ପାଉଲ ତିନି ଦିନ ପରେ ଯିହୂଦୀନେତାମାନଙ୍କୁ ଡକାଇଲେ। ସେମାନେ ଏକତ୍ରିତ ହେଲା ପରେ ସେ ସେମାନଙ୍କୁ କହିଲେ, “ଭାଇମାନେ, ମୁଁ ଯଦି ଆମ୍ଭ ଲୋକମାନଙ୍କ ବିରୁଦ୍ଧରେ ବା ଆମ୍ଭ ପୂର୍ବପୁରୁଷମାନଙ୍କ ପରମ୍ପରା ବିରୁଦ୍ଧରେ କିଛି କରି ନ ଥିଲି, ତଥାପି ମୋତେ ଯିରୁଶାଲମରେ ବନ୍ଦୀ କରି ରୋମୀୟମାନଙ୍କ ପାଖରେ ସମର୍ପିତ କରାଗଲା। 18 ରୋମୀୟମାନେ ମୋତେ ଅନେକ ପ୍ରଶ୍ନ ପଗ୍ଭରିଲେ। କିନ୍ତୁ ସେମାନେ ମୋ'ଠାରେ ମୃତ୍ୟୁଦଣ୍ଡ ଯୋଗ୍ୟ କୌଣସି ଦୋଷ ପାଇଲେ ନାହିଁ। ତେଣୁ ସେମାନେ ମୋତେ ମୁକ୍ତ କରି ଦେବା ପାଇଁ ଗ୍ଭହିଁଲେ। 19 କିନ୍ତୁ ଯିହୂଦୀମାନେ ଏ ନିଷ୍ପତ୍ତିରେ ଆପତ୍ତି କଲେ। ତେଣୁ ମୁଁ କାଇସରଙ୍କ ନିକଟରେ ଆବେଦନ କରିବା ପାଇଁ ବାଧ୍ୟ ହେଲି। ମୋର କିନ୍ତୁ ନିଜ ଲୋକମାନଙ୍କ ବିରୁଦ୍ଧରେ କୌଣସି ଆପତ୍ତି ଅଭିଯୋଗ ନାହିଁ। 20 ଏଇଥିପାଇଁ ମୁଁ ତୁମ୍ଭମାନଙ୍କ ସଙ୍ଗେ ସାକ୍ଷାତ କରିବା ଓ କଥା ହେବା ପାଇଁ ଗ୍ଭହିଁଲି। ଇସ୍ରାଏଲର ଭରସାରେ ବିଶ୍ୱାସ କରୁଥିବା ହେତୁ ମୁଁ ଆଜି ଏହି ଶିକୁଳିରେ ବନ୍ଧା ହୋଇଛି।”
21 ଯିହୂଦୀ ନେତାମାନେ ଏହା ଶୁଣି ପାଉଲଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭ ବିଷୟରେ ଯିହୂଦା ଦେଶରୁ କୌଣସି ପତ୍ର ପାଇ ନାହୁଁ। ଆମ୍ଭେ ଯିରୁଶାଲମରୁ ଆସିଥିବା ଭାଇମାନଙ୍କଠାରୁ ତୁମ୍ଭ ବିରୁଦ୍ଧରେ କିଛି ଖବର ବା ମନ୍ଦ ସୂଚନା ପାଇ ନାହୁଁ। 22 ଆମ୍ଭେ ତୁମ୍ଭଠାରୁ ତୁମ୍ଭ ବିଗ୍ଭରଗୁଡ଼ିକ ବିଷୟରେ ଶୁଣିବାକୁ ଗ୍ଭହୁଁଛ। ଆମ୍ଭେ ଜାଣୁ ଯେ ଏହି ଦଳର ନିନ୍ଦା ସବୁଠାରେ ହେଉଛି।”
23 ତେଣୁ ସେମାନେ ତାହାଙ୍କ ପାଖକୁ ଆସିବା ପାଇଁ ଗୋଟିଏ ଦିନ ସ୍ଥିର କଲେ। ବହୁ ସଂଖ୍ୟାରେ ଲୋକମାନେ ତାହାଙ୍କ ରହିବା ସ୍ଥାନକୁ ଆସିଲେ। ପାଉଲ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରମାଣ ସହିତ ସବୁ କଥା ବୁଝାଇ ଦେଲେ। ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀଙ୍କ ଶାସ୍ତ୍ରରୁ ଯୀଶୁଙ୍କ ବିଷୟ ବୁଝାଇ ସେମାନଙ୍କୁ ବିଶ୍ୱାସ କରାଇବା ପାଇଁ ଚେଷ୍ଟା କଲେ।
ବାସ୍ତବ ଧନ
16 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଜଣେ ଧନୀ ଲୋକ ଥିଲେ। ସେ ତାହାଙ୍କ ସମ୍ପତ୍ତିର ବୁଝାସୁଝା କରିବା ପାଇଁ ଗୁମାସ୍ତାଟିଏ ରଖିଲେ। ପରେ ଧନୀ ଲୋକ ଜଣକ ଅଭିଯୋଗ ପାଇଲେ ଯେ, ଗୁମାସ୍ତା ତାହାଙ୍କୁ ଠକୁଥିଲା। 2 ଧନୀଲୋକ ଜଣକ ଗୁମାସ୍ତାଙ୍କୁ ଡାକି କହିଲେ, “ମୁଁ ତୁମ୍ଭ ବିରୁଦ୍ଧରେ ଅନେକ କଥା ଶୁଣୁଛି। ତୁମ୍ଭେ ଯାହାସବୁ କରିଛ, ତା'ର ହିସାବ ମୋତେ ଦିଅ। ଏଣିକି ତୁମ୍ଭେ ଆଉ ମୋର ଗୁମାସ୍ତା ହୋଇ ପାରିବ ନାହିଁ।’
3 “ଗୁମାସ୍ତା ଜଣକ ମନେ ମନେ ଭାବିଲା, ‘ଏବେ ମୁଁ କ’ଣ କରିବି? ମୋ’ ମାଲିକ ମୋ’ ଗ୍ଭକିରି ନେଇ ଯାଉଛନ୍ତି। ଗାତ ଖୋଳିବା ପାଇଁ ମୋ’ ପାଖରେ ବଳ ନାହିଁ। ଭିକ ମାଗିଲେ ମୋତେ ଲାଜ ମାଡ଼ିବ।’ 4 ତେବେ ମୋତେ କ’ଣ କରିବାକୁ ହେବ ତା ମୁଁ ଜାଣିଛି। ଯେତେବେଳେ ମୁଁ ଗୁମାସ୍ତା ଗ୍ଭକିରି ହରାଇବି, ସେତେବେଳେ ଯେପରି ଲୋକେ ସେମାନଙ୍କ ଘରେ ମୋର ସ୍ୱାଗତ କରିବେ ସେଥିପାଇଁ ଗୋଟିଏ କାମ ମୁଁ କରିବି।
5 “ତେଣୁ ଗୁମାସ୍ତା ଜଣକ ମାଲିକଙ୍କଠାରୁ ଋଣ ନେଇଥିବା ପ୍ରତ୍ୟେକ ଖାତକଙ୍କୁ ଡାକିଲେ। ସେ ପ୍ରଥମେ ଖାତକଟିକୁ ପଗ୍ଭରିଲେ, ‘ମୋ’ ମାଲିକଙ୍କୁ ତୁମ୍ଭର କେତେ ଦେବାକୁ ଅଛି?’ 6 ଲୋକଟି ଉତ୍ତର ଦେଲା, ‘ଶହେ ମହଣ ତେଲ।’ ଗୁମାସ୍ତା ତାକୁ କହିଲେ, ‘ଏଇଟି ତୁମ୍ଭର ହିସାବ କାଗଜ ନିଅ। ବସିପଡ଼ି ତାକୁ କମ୍ କରି ଶୀଘ୍ର ପଗ୍ଭଶ ବୋଲି ଲେଖିଦିଅ।’
7 “ତା'ପରେ ଗୁମାସ୍ତା ଆଉ ଜଣେ ଖାତକକୁ ପଗ୍ଭରିଲେ, ‘ତୁମ୍ଭର କେତେ ଋଣ ପରିଶୋଧ କରିବାକୁ ଅଛି?’ ଖାତକଟି କହିଲା, ‘ଶହେ ଭରଣ ଗହମ’, ଗୁମାସ୍ତା ତାହାଙ୍କୁ କହିଲେ, ‘ଏଇଟି ତୁମ୍ଭର ହିସାବ କାଗଜ ନିଅ, ତାକୁ କମ୍ କରି ଅଶୀ ଭରଣ ବୋଲି ଲେଖିଦିଅ।’
8 “ପରେ ମାଲିକ ସେହି ଅସାଧୁ ଗୁମାସ୍ତାଙ୍କର ପ୍ରଶଂସା କଲେ। କାରଣ ଗୁମାସ୍ତା ଚତୁରତାର ସହିତ କାମ ତୁଲେଇ ଦେଲେ। ତାହାଙ୍କ ଭଳି, ଅନ୍ୟଲୋକମାନଙ୍କ ସହିତ ବ୍ୟବସାୟ କରିବାରେ ଏହି ସାଂସାରିକ ଲୋକମାନେ ଆଧ୍ୟାତ୍ମିକ ଲୋକମାନଙ୍କ ଅପେକ୍ଷା ଅଧିକ ଚତୁର।
9 “ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭମାନଙ୍କର ଯାହାସବୁ ଅଛି ସେଥିରେ ପରମେଶ୍ୱରଙ୍କ ସହିତ ମିତ୍ରତା ସ୍ଥାପନ କର। ତେଣୁ ଯେତେବେଳେ ଏ ଜାଗତିକ ଧନ ସରିଯିବ, ସେତେବେଳେ ଚିରନ୍ତନ ନିବାସରେ ତୁମ୍ଭମାନଙ୍କୁ ସ୍ୱାଗତ କରାଯିବ। 10 ଛୋଟ ଛୋଟ ବିଷୟରେ ଯଦି ଜଣକୁ ବିଶ୍ୱାସ କରାଯାଇ ପାରିବ, ତେବେ ତାକୁ ବଡ଼ ବିଷୟ ଗୁଡ଼ିକ ପାଇଁ ମଧ୍ୟ ବିଶ୍ୱାସ କରାଯାଇ ପାରିବ। ଅଳ୍ପ ଜିନିଷ ପାଇଁ ଯଦି ଜଣେ ଅସାଧୁ ହୋଇଯାଏ ତେବେ ସେ ଅଧିକ ଜିନିଷ ପାଇଁ ମଧ୍ୟ ଆସାଧୁ ହୋଇଯିବା 11 ତୁମ୍ଭେମାନେ ଯଦି ସାଂସାରିକ ସମ୍ପତ୍ତି ପାଇଁ ବିଶ୍ୱାସ ଯୋଗ୍ୟ ବୋଲି ପ୍ରମାଣିତ ହୋଇ ପାରିବ ନାହିଁ, ତେବେ ତୁମ୍ଭମାନଙ୍କୁ ସତ୍ୟ ସମ୍ପତ୍ତି ପାଇଁ କିଏ ବିଶ୍ୱାସ କରିବ? 12 ତୁମ୍ଭେମାନେ ଯଦି ଅନ୍ୟ କାହାର ଜିନିଷ ରଖିବା ପାଇଁ ବିଶ୍ୱାସ ଯୋଗ୍ୟ ବୋଲି ପ୍ରମାଣିତ ହୋଇ ନାହଁ, ତେବେ ତୁମ୍ଭମାନଙ୍କ ନିଜ ଜିନିଷ ମଧ୍ୟ ତୁମ୍ଭମାନଙ୍କୁ ଦିଆ ଯିବ ନାହିଁ।
13 “ଜଣେ ସେବକ ଏକା ସଙ୍ଗରେ ଦୁଇଜଣ ମାଲିକଙ୍କ ସେବା କରି ପାରିବ ନାହିଁ। ସେ ଜଣକୁ ଘୃଣା କରିବ ଓ ଅନ୍ୟ ଜଣକୁ ଶ୍ରଦ୍ଧା କରିବ। କିମ୍ବା ସେ ଜଣକ ପ୍ରତି ବିଶ୍ୱସ୍ତ ରହିବ ଓ ଅନ୍ୟ ଜଣକୁ ବେଖାତିରି କରିବ। ତୁମ୍ଭେମାନେ ଏକା ବେଳେ ପରମେଶ୍ୱର ଓ ଧନ ଦୁହିଁଙ୍କ ସେବା କରି ପାରିବ ନାହିଁ।”
2010 by World Bible Translation Center