Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 93

93 ସଦାପ୍ରଭୁ ରାଜା ଅଟନ୍ତି।
    ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି।
ସେ ନିଜ କଟିରେ ସମଗ୍ର ବିଶ୍ୱକୁ ଧରିଛନ୍ତି,
    ଏହା ଯେପରି ଟଳମଳ ହୋଇ ନ ଯାଏ।
ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳରୁ ରହିଥିଲା,
    ତୁମ୍ଭେ ସର୍ବଦା ଜୀବିତ ଏବଂ ସର୍ବଦା ଶାସନ କରିବ।
ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ୱନି ବାହାର କଲେ।
    ସମୁଦ୍ରସବୁ ସେମାନଙ୍କର ଢେଉ ଭାଙ୍ଗି ଗର୍ଜନ କଲେ।
ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା
    ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ।
ହେ ସଦାପ୍ରଭୁ, ତୁମ୍ଭର ବ୍ୟବସ୍ଥା ସର୍ବଦା ରହିବ।
    ତୁମ୍ଭର ପବିତ୍ର ମନ୍ଦିର ଚିରସ୍ଥାୟୀ ରହିବ।

ଗୀତସଂହିତା 96

96 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଗାଅ।
    ହେ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୀତ ଗାନ କର।
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରି ତାହାଙ୍କ ନାମର ଧନ୍ୟବାଦ କର।
    ତାଙ୍କର ଶକ୍ତି ପରିତ୍ରାଣ ବିଷୟରେ, ପ୍ରତିଦିନ ସୁସମାଗ୍ଭର ଶୁଣାଅ।
ଜାତିମାନଙ୍କୁ କୁହ ଯେ, ପରମେଶ୍ୱର ଆଶ୍ଚର୍ଯ୍ୟଜନକ ଅଟନ୍ତି।
    ପରମେଶ୍ୱରଙ୍କ ପ୍ରକୃତ ଆଶ୍ଚର୍ଯ୍ୟ କର୍ମମାନ ବିଷୟରେ ସନ୍ତାନଗଣଙ୍କୁ କୁହ।
ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ।
    ସେ ସମସ୍ତ “ଦେବଗଣ”ଙ୍କ ଅପେକ୍ଷା ଭୟର ଯୋଗ୍ୟ।
ଅନ୍ୟ ସମସ୍ତ ଗୋଷ୍ଠୀୟମାନଙ୍କର “ଦେବଗଣ” କେବଳ ପ୍ରତିମା,
    କିନ୍ତୁ ସଦାପ୍ରଭୁ ଏହି ଆକାଶର ସୃଷ୍ଟିକର୍ତ୍ତା।
ମହିମା ଏବଂ ସମ୍ମାନ ତାଙ୍କର ସମ୍ମୁଖରେ ଦୀପ୍ତି ପ୍ରକାଶ କରୁଛି।
    ଶକ୍ତି ଓ ଶୋଭା ତାହାଙ୍କ ମନ୍ଦିରରେ ବିଦ୍ୟମାନ।
ହେ ନାନାଦେଶୀୟ ଗୋଷ୍ଠୀବର୍ଗ, ସଦାପ୍ରଭୁଙ୍କ ଗୌରବ
    ଓ ପରାକ୍ରମର ଗୁଣ ଗାନ କର।
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଥୋଚିତ ଗୌରବ ଗାନ କର, ଯାହା ସେ ପାଇବା ଯୋଗ୍ୟ
    ଏବଂ ତାଙ୍କର ପବିତ୍ର ମନ୍ଦିରକୁ ନୈବେଦ୍ୟ ନେଇ ଆସ।
    ସଦାପ୍ରଭୁଙ୍କର ପବିତ୍ର ମନ୍ଦିରରେ ତାଙ୍କର ଉପାସନା କର।
ପୃଥିବୀବାସୀ ତାଙ୍କ ଆଗରେ ଥରନ୍ତି।
10     ଏହା ଜାତିଗଣ ମଧ୍ୟରେ କୁହ, ସଦାପ୍ରଭୁ ହେଉଛନ୍ତି ରାଜା!
ପୃଥିବୀ ସୁସ୍ଥିର ରହିବ।
    ପରମେଶ୍ୱର ନ୍ୟାୟ ବିଗ୍ଭର କରିବେ।
11 ଆକାଶ ଆନନ୍ଦିତ ହେଉ, ପୃଥିବୀ ଉଲ୍ଲାସ କରୁ।
    ସମୁଦ୍ର ଓ ତହିଁର ସବୁ ବସ୍ତୁ ଆନନ୍ଦରେ ଗର୍ଜନ କରୁ।
12 ବନସ୍ଥ ବୃକ୍ଷ ସକଳ
    ଆନନ୍ଦରେ ଗାନ କରନ୍ତୁ।
13 ସଦାପ୍ରଭୁଙ୍କ ଆଗରେ ଉପସ୍ଥିତ ହୁଅ,
    କାରଣ ସେ ଆସୁଛନ୍ତି।
ସେ ପୃଥିବୀରେ ବିଗ୍ଭର କରିବାକୁ ଆସୁଛନ୍ତି।
    ସେ ଧର୍ମ ଓ ସତ୍ୟତାରେ ପୃଥିବୀକୁ ଶାସନ କରିବେ।

ଗୀତସଂହିତା 34

ଯେତେବେଳେ ଅବିମେଲକ୍ ସାକ୍ଷାତରେ ନିଜର ଚିନ୍ତାଧାରା ଦାଉଦ ପରିବର୍ତ୍ତନ କଲେ ଓ ତାହାଦ୍ୱାରା ତଡ଼ାଖାଇ ଗ୍ଭଲିଗଲେ। ସେହି ସମୟରେ ଦାଉଦଙ୍କ ଗୀତ।

34 ମୁଁ ସର୍ବଦା ସଦାପ୍ରଭୁଙ୍କ ପ୍ରଶଂସା କରିବି।
    ତାଙ୍କର ପ୍ରଶଂସା ମୋର ଓଠରେ ସବୁବେଳେ ଲାଗିରହିବ।
ନମ୍ର ଲୋକମାନେ ଶୁଣ ଓ ଆନନ୍ଦିତ ହୁଅ।
    ମୋର ଆତ୍ମା ସଦାପ୍ରଭୁଙ୍କ ଧ୍ୟାନରେ ବ୍ୟାକୁଳ ହେଉଅଛି।
ମୋ’ ସହିତ ପରମେଶ୍ୱରଙ୍କ ମାହାତ୍ମ୍ୟ ପ୍ରକାଶ କର।
    ତାଙ୍କ ନାମର ମହିମା କୀର୍ତ୍ତନ କର।
ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କଲି।
    ସେ ମୋତେ ସମସ୍ତ ଭୟରୁ ମୁକ୍ତି ପ୍ରଦାନ କଲେ।
ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପ୍ରାର୍ଥନା କର।
    ତୁମ୍ଭର ପ୍ରାର୍ଥନା ସ୍ୱୀକାର କରାଯିବ।
    ଏଥିରେ ଲଜ୍ଜିତ ହେବାର କିଛି ନାହିଁ।
ଏହି ଦୁଃଖୀ ଲୋକଟି ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କଲା
    ଓ ସଦାପ୍ରଭୁ ତାହା ଶୁଣିଲେ
    ସେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କଲେ।
ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସେମାନଙ୍କ ପାଖରେ ଥା’ନ୍ତି,
    ସେ ସେମାନଙ୍କୁ ଉଦ୍ଧାର କରନ୍ତି।
ସଦାପ୍ରଭୁ ଯେ ମଙ୍ଗଳମୟ ଏହା ପରୀକ୍ଷା କରି ଦେଖ।
    ଯେଉଁ ବ୍ୟକ୍ତି ତାଙ୍କର ଶରଣାଗତ ସେ ତାଙ୍କୁ ସମସ୍ତ ସୁଖ ପ୍ରଦାନ କରନ୍ତି ଏବଂ ସେ ପ୍ରକୃତରେ ସୁଖୀ ହେବ।
ସଦାପ୍ରଭୁଙ୍କ ପବିତ୍ର ଭକ୍ତଗଣ ପରମେଶ୍ୱରଙ୍କ ଉପାସନା କର।
    ଯେଉଁ ଲୋକମାନେ ପରମେଶ୍ୱରଙ୍କ ଉପାସନା କରନ୍ତି, ସେମାନେ ଦରକାର କରୁଥିବା ବସ୍ତୁ ସର୍ବଦା ପାଇଥା’ନ୍ତି।
10 ଶକ୍ତିଶାଳୀ ଲୋକମାନେ ମଧ୍ୟ ଦୁର୍ବଳ ଓ ଭୋକିଲା ହେବେ।
    କିନ୍ତୁ ଯେଉଁ ଲୋକମାନେ ପରମେଶ୍ୱରଙ୍କ ସହାୟତା ପ୍ରାର୍ଥନା କରନ୍ତି, ସେମାନଙ୍କର ସବୁକିଛି ମଙ୍ଗଳ ଘଟିବ।
11 ହେ ପିଲାମାନେ, ଆସ ମୋ’ କଥା ଶୁଣ;
    କିପରି ସଦାପ୍ରଭୁଙ୍କୁ ସମ୍ମାନ କରାଯାଏ ମୁଁ ତୁମ୍ଭକୁ ଶିକ୍ଷା ଦେବି।
12 ଯଦି ଜଣେ ବ୍ୟକ୍ତି ଜୀବନକୁ ଭଲ ପାଏ
    ଏବଂ ସେ ଦୀର୍ଘ ନିରାମୟ ଜୀବନଯାପନ କରିବାକୁ ଇଚ୍ଛା କରେ।
13 ସେହି ବ୍ୟକ୍ତି ପ୍ରଥମେ ମନ୍ଦକଥା କହିବା ବନ୍ଦ କରିବା ଦରକାର
    ଓ ସେ ମିଥ୍ୟା କହିବା ଉଚିତ୍ ନୁହେଁ।
14 ମନ୍ଦକାର୍ଯ୍ୟ କରିବା ବନ୍ଦ କର।
କେବଳ ଉତ୍ତମ କାର୍ଯ୍ୟ କର।
    ଶାନ୍ତି ପାଇଁ କାର୍ଯ୍ୟ କର।
    ଶାନ୍ତି ପାଇଲା ପର୍ଯ୍ୟନ୍ତ ଶାନ୍ତି ପଛରେ ଦୌଡ଼।
15 ସଦାପ୍ରଭୁ ଉତ୍ତମ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି।
    ସେ ସେମାନଙ୍କର ପ୍ରାର୍ଥନା ଶୁଣନ୍ତି।
16 କିନ୍ତୁ ସଦାପ୍ରଭୁ ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ସେମାନଙ୍କ ବିରୁଦ୍ଧରେ ଯାଆନ୍ତି।
    ସେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରନ୍ତି।

17 ସଦାପ୍ରଭୁଙ୍କୁ ପ୍ରାର୍ଥନା କର ସେ ତୁମ୍ଭ ଡାକ ଶୁଣିବେ।
    ସେ ତୁମ୍ଭକୁ ତୁମ୍ଭର ସମସ୍ତ ବିପଦରୁ ଉଦ୍ଧାର କରିବେ।
18 ଯେତେବେଳେ ଲୋକଙ୍କ ଉପରେ ବିପଦ ପଡ଼େ ତା’ପରେ ସେମାନେ ଅହଂକାରୀ ପ୍ରବୃତ୍ତି ବନ୍ଦ କରନ୍ତି।
    ସଦାପ୍ରଭୁ ସେହି ଶୋଚନୀୟ, ଲୋକମାନଙ୍କ ନିକଟତର ହୁଅନ୍ତି।
    ସେ ସେମାନଙ୍କୁ ଉଦ୍ଧାର କରନ୍ତି।
19 ଧାର୍ମିକ ବ୍ୟକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ
    କିନ୍ତୁ ସଦାପ୍ରଭୁ ସେମାନଙ୍କୁ ସେମାନଙ୍କର ପ୍ରତ୍ୟେକ ବିପଦରୁ ଉଦ୍ଧାର କରିବେ।
20 ସଦାପ୍ରଭୁ ସେମାନଙ୍କ ଶରୀରର ଅସ୍ଥିକୁ ରକ୍ଷା କରିବେ
    ଯେପରିକି ଖଣ୍ଡିଏ ହାଡ଼କୁ ଭାଙ୍ଗିବାକୁ ଦେବେ ନାହିଁ।
21 କିନ୍ତୁ ବିପଦ ସେହି ଦୁଷ୍ଟ ଲୋକମାନଙ୍କୁ ନିଶ୍ଚୟ ବିନଷ୍ଟ କରିବ।
    ଉତ୍ତମ ବ୍ୟକ୍ତିମାନଙ୍କର ଶତ୍ରୁମାନେ ସମୂଳେ ବିନାଶ ପ୍ରାପ୍ତ ଦେବେ।
22 ସଦାପ୍ରଭୁ, ସେହି ଲୋକମାନଙ୍କର ପ୍ରାଣକୁ ଉଦ୍ଧାର କରିବେ, ଯେଉଁମାନେ ତାଙ୍କୁ ଆରାଧନା କରନ୍ତି।
    ଯେଉଁ ବ୍ୟକ୍ତିମାନେ ତାଙ୍କ ଉପରେ ନିର୍ଭରଶୀଳ, ସେ କେବେହେଲେ ସେମାନଙ୍କୁ ଧ୍ୱଂସ ହେବାକୁ ଦେବେ ନାହିଁ।

ଏଜ୍ରା 10:1-17

ଲୋକମାନେ ସେମାନଙ୍କର ପାପ ସ୍ୱୀକାର କଲେ

10 ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରେ ପ୍ରାର୍ଥନା କରୁଥିଲେ ଓ ତାଙ୍କର ଦୋଷ ସ୍ୱୀକାର କରୁଥିଲେ। ଏହି ସମୟରେ ସେ ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ନତମସ୍ତକ ହୋଇ କ୍ରନ୍ଦନ କରୁଥିଲେ। ଏଜ୍ରା ଏପରି କରୁଥିବା ସମୟରେ ଦଳେ ଲୋକ ଇସ୍ରାଏଲର ପୁରୁଷମାନେ, ସ୍ତ୍ରୀମାନେ ଓ ପିଲାମାନେ ତାଙ୍କ ଚତୁର୍ପାର୍ଶ୍ୱରେ ଘେରି ରହିଥିଲେ। ସେହି ଇସ୍ରାଏଲୀୟମାନେ ମଧ୍ୟ ଅତିଶୟ କ୍ରନ୍ଦନ କରୁଥିଲେ। ଏହା ପରେ ଏଲାମର ବଂଶଧରମାନଙ୍କ ମଧ୍ୟରୁ ଯିହୀୟେଲର ପୁତ୍ର ଶଖନିୟ ଏଜ୍ରାଙ୍କୁ କହିଲା, “ଆମ୍ଭେ ଆମ୍ଭର ପରମେଶ୍ୱରଙ୍କୁ ବିଶ୍ୱାସଘାତ କରୁଛୁ। ଆମ୍ଭେ ଅନ୍ୟ ଦେଶୀୟମାନଙ୍କୁ ବିବାହ କରିଛୁ। କିନ୍ତୁ ଆମ୍ଭେ ଏପରି କଲେ ମଧ୍ୟ ଆମ୍ଭମାନଙ୍କର ଇସ୍ରାଏଲଙ୍କ ପ୍ରତି ଭରସା ଅଛି। ଏବେ ଆମ୍ଭେମାନେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସାରେ ଏହିସବୁ ସ୍ତ୍ରୀମାନଙ୍କୁ ଓ ଏମାନଙ୍କଠାରୁ ଜାତ ସନ୍ତାନମାନଙ୍କୁ ଦୂର କରିଦେବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସହିତ ଚୁକ୍ତି କରିବା ଏବଂ ଏହା ପରମେଶ୍ୱରଙ୍କ ବ୍ୟବସ୍ଥାନୁସାରେ କରାଯାଉ। ହେ ଏଜ୍ରା, ଉଠ, କାରଣ ତୁମ୍ଭ ଉପରେ ଏହି କାର୍ଯ୍ୟର ଭାର ଅଛି, ତେଣୁ ଆମ୍ଭେମାନେ ତୁମ୍ଭକୁ ସାହାଯ୍ୟ କରିବୁ। ସାହସିକ ହୋଇ ଏହି କାର୍ଯ୍ୟ କରନ୍ତୁ।”

ତେଣୁ ଏଜ୍ରା ଉଠିଲେ। ସେହି ବାକ୍ୟ ଅନୁସାରେ କାର୍ଯ୍ୟ କରିବା ପାଇଁ ଯାଜକମାନଙ୍କର, ଲେବୀୟମାନଙ୍କର ଓ ସମଗ୍ର ଇସ୍ରାଏଲର ପ୍ରଧାନବର୍ଗଙ୍କୁ ପ୍ରତିଜ୍ଞା କରାଇଲେ। ଏହା ପରେ ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରୁ ଉଠିଗଲେ। ଏହା ପରେ ଇଲିୟାଶୀବର ପୁତ୍ର ଯିହୋହାନନର କୋଠରୀକୁ ଗଲେ। ଏଜ୍ରା ସେଠାରେ ରହିବା ସମୟରେ ସେ କୌଣସି ଖାଦ୍ୟ ଖାଇ ନ ଥିଲେ, କି ଜଳପାନ କରି ନ ଥିଲେ। ସେ ଏପରି କରିଥିଲେ କାରଣ ସେ ବହୁତ ଦୁଃଖିତ ଥିଲେ। ସେ ଇସ୍ରାଏଲମାନଙ୍କ ପାପ ପାଇଁ ବହୁତ ଦୁଃଖିତ ଥିଲେ ଯେଉଁମାନେ ଯିରୁଶାଲମକୁ ଫେରି ଆସିଥିଲେ। ଏହା ପରେ ସେ ଯିହୁଦା ଓ ଯିରୁଶାଲମର ପ୍ରତ୍ୟେକ ପ୍ରାନ୍ତରକୁ ଖବର ପଠାଇଲେ। ଏବଂ ସେ ସେହି ଲୋକମାନଙ୍କୁ, ଯେଉଁମାନେ ବନ୍ଦୀତ୍ୱରୁ ଫେରି ଆସିଥିଲେ, ସେମାନଙ୍କ ନିକଟରେ ଘୋଷଣା କରି କହିଲେ, ସେମାନେ ଯିରୁଶାଲମରେ ଏକତ୍ରିତ ହେବେ। ଯଦି କୌଣସି ଲୋକ ତିନି ଦିନ ମଧ୍ୟରେ ଯିରୁଶାଲମକୁ ନ ଆସିବ, ତେବେ ତାର ସମସ୍ତ ସମ୍ପତ୍ତି ହରଣ କରାଯିବ। ଏହି ନିଷ୍ପତ୍ତି ଅଧିପତିମାନେ ଓ ପ୍ରାଚୀନବର୍ଗମାନେ ନେଇଥିଲେ ଓ ସେମାନଙ୍କୁ ମଧ୍ୟ ବନ୍ଦୀତ୍ୱର ସମାଜରୁ ପୃଥକ କରାଯିବ।

ତେଣୁ ଯିହୁଦା ଓ ବିନ୍ୟାମିନର ସମଗ୍ର ଲୋକ ତିନି ଦିନ ମଧ୍ୟରେ ଯିରୁଶାଲମରେ ଏକତ୍ରିତ ହେଲେ। ସେହି ଦିନ ନବମ ମାସର ବିଂଶତିତମ ଦିନ ଥିଲା। ଆଉ ସମସ୍ତ ଲୋକେ ପରମେଶ୍ୱରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷୟ ଓ ମହାବୃଷ୍ଟି ସକାଶୁ କମ୍ପିତ ହୋଉଥିଲେ। 10 ଏହା ପରେ ଯାଜକ ଏଜ୍ରା ଠିଆ ହୋଇ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଅବିଶ୍ୱସ୍ତ ହୋଇଅଛ ଓ ଇସ୍ରାଏଲର ଦୋଷ ବଢ଼ାଇଅଛ, କାରଣ ତୁମ୍ଭେମାନେ ଅଣଇସ୍ରାଏଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଅଛ। 11 ଏଣୁ ତୁମ୍ଭେ ତୁମ୍ଭର ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ନିକଟରେ ପ୍ରକାଶ କର। ତାଙ୍କର ତୁଷ୍ଟିଜନକ କାର୍ଯ୍ୟ କର। ଦେଶସ୍ଥ ଅନ୍ୟ ଗୋଷ୍ଠୀୟମାନଙ୍କଠାରୁ ଓ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କର।”

12 ଏହା ପରେ ସମଗ୍ର ସମାଜ ଏକତ୍ରିତ ହୋଇ ଏଜ୍ରାଙ୍କୁ ଉତ୍ତର ଦେଇ କହିଲେ, “ହେ ଏଜ୍ରା, ତୁମ୍ଭେ ଠିକ୍ କହିଛ। ତୁମ୍ଭେ ଆମ୍ଭକୁ ଯାହା କହିଲ ଆମ୍ଭେ ଠିକ୍ ସେହିପରି କରିବୁ। 13 କିନ୍ତୁ ଏଠାରେ ବହୁତ ଲୋକ ଅଛନ୍ତି ଏବଂ ଏହା ବର୍ତ୍ତମାନ ବୃଷ୍ଟିର ସମୟ। ଆଉ ଆମ୍ଭେମାନେ ବାହାରେ ଠିଆ ହେବା ଅସମ୍ଭବ। ଏବଂ ଏହା ଅଳ୍ପ ଦିନର କାର୍ଯ୍ୟ ନୁହେଁ, ଯେହେତୁ ଏହି ବିଷୟରେ ଆମ୍ଭେମାନେ ମହା ଅପରାଧ କରିଅଛୁ। 14 ଏଣୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହୁଅନ୍ତୁ। ଯେଉଁ ଲୋକମାନେ ଅଣଇସ୍ରାଏଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଛନ୍ତି, ସେମାନେ ସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଗ୍ଭରକର୍ତ୍ତାଗଣ ଆସନ୍ତୁ। ଆମ୍ଭ ପରମେଶ୍ୱରଙ୍କର କ୍ରୋଧ ଯେପର୍ଯ୍ୟନ୍ତ ଅତିକ୍ରମ ନ ହୋଇଛି ଏହି କାରଣ ଯୋଗୁଁ ଏହି ବିଷୟ ଗ୍ରହଣୀୟ ହେବ ନାହିଁ।”

15 ଏହି କଥା ବିରୁଦ୍ଧରେ କେବଳ ଆସାହେଲର ପୁତ୍ର ଯୋନାଥନ ଓ ତି‌କ୍‌ବର ପୁତ୍ର ଯହସିୟ ଉଠିଲେ। ଆଉ ମସୁଲମ୍ ଓ ଲେବୀୟ ଶବ୍ଦଥୟ ସେମାନଙ୍କର ସାହାଯ୍ୟ କଲେ।

16 ମାତ୍ର ବନ୍ଦୀତ୍ୱର ସନ୍ତାନମାନେ ସେହିପରି କର୍ମ କଲେ। ପୁଣି ଯାଜକ ଏଜ୍ରା ସେଇ ଲୋକମାନଙ୍କୁ ବାଛିଲେ, ଯେଉଁମାନେ ପରିବାରର ମୁଖ୍ୟ ଥିଲେ। ପ୍ରତ୍ୟେକ ପରିବାରରୁ ଜଣେ ଲେଖାଏଁ ବଛାଗଲେ। ଆଉ ସେମାନେ ଦଶମ ମାସର ପ୍ରଥମ ଦିନ ସେହି ବିଷୟ ଅନୁସନ୍ଧାନ କରିବାକୁ ବସିଲେ। 17 ପୁଣି ସେମାନେ ପ୍ରଥମ ମାସର ପ୍ରଥମ ଦିନରେ ଅନ୍ୟ ଦେଶୀୟା ସ୍ତ୍ରୀ ବିବାହକାରୀ ପୁରୁଷ ସମସ୍ତଙ୍କର ବିଗ୍ଭର ସମାପ୍ତ କଲେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 24:10-21

ଫେଲୀ‌କ୍‌ସ ଆଗରେ ଗଲେ ନିଜକୁ ବଞ୍ଚାଇଲେ

10 ରାଜ୍ୟପାଳ ଯେତେବେଳେ ପାଉଲଙ୍କୁ କହିବା ପାଇଁ ଆଦେଶ ଦେଲେ, ସେତେବେଳେ ପାଉଲ ଉତ୍ତର ଦେଇ କହିଲେ, “ମୁଁ ଜାଣେ ଯେ ଆପଣ ଅନେକ ବର୍ଷ ଧରି ଏ ଜାତିର ବିଗ୍ଭରକର୍ତ୍ତା ଭାବରେ କାର୍ଯ୍ୟ କରିଆସୁଛନ୍ତି। ତେଣୁ ଆପଣଙ୍କ ସମ୍ମୁଖରେ ମୁଁ ଆନନ୍ଦରେ ମୋର ପକ୍ଷସମର୍ଥନ କରୁଅଛ। 11 ଆପଣ ନିଜେ ଜାଣି ପାରିବେ ଯେ ମୁଁ କେବଳ ଉପାସନା କରିବା ପାଇଁ ମାତ୍ର ବାରଦିନ ପୂର୍ବରୁ ଯିରୁଶାଲମରେ ପହଞ୍ଚିଥିଲି। 12 ସେମାନେ ମୋତେ ମନ୍ଦିରରେ ବା କୌଣସି ସମାଜଗୃହରେ ବା ସହରରେ କାହାରି ସହ ଯୁକ୍ତିତର୍କ କରିବା ବା ଭିଡ଼ ଜମେଇବାର ଦେଖି ନାହାନ୍ତି। 13 ଏହି ଲୋକମାନେ ମୋ’ ବିରୁଦ୍ଧରେ ଯେଉଁ ଅଭିଯୋଗ କରୁଛନ୍ତି, ତାହାର ପ୍ରମାଣ ସେମାନେ ଦେଇ ପାରିବେ ନାହିଁ।

14 “କିନ୍ତୁ ମୁଁ ଗୋଟିଏ କଥା ଆପଣଙ୍କୁ କହୁଛି, ଏମାନେ ଯେଉଁମାନଙ୍କୁ ଗୋଟିଏ ‘ଦଳ’ ବୋଲି କହନ୍ତି, ସେହି ମତାନୁଯାୟୀ ମୁଁ ମୋର ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ଉପାସନା କରେ। କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଯାହାସବୁ ଶିକ୍ଷା ଦିଏ, ଓ ଭାବବାଦୀ ପୁସ୍ତକରେ ଯାହାସବୁ ଲେଖାଅଛି, ସେ ସବୁ ମୁଁ ଦୃଢ଼ ରୂପେ ବିଶ୍ୱାସ କରେ। 15 ଏହି ବ୍ୟକ୍ତିମାନଙ୍କ ଭଳି, ମୁଁ ମଧ୍ୟ ପରମେଶ୍ୱରଙ୍କଠାରେ ଏହି ଭରସା ରଖିଛି ଯେ, ଉଭୟ ଉତ୍ତମ ଓ ଦୁଷ୍ଟ ଲୋକମାନଙ୍କର ମୃତ୍ୟୁରୁ ପୁନରୁ‌‌ତ୍‌‌ଥାନ ହେବ। 16 ସେଥିପାଇଁ ମୁଁ ପରମେଶ୍ୱର ଓ ଲୋକମାନଙ୍କ ପାଖରେ ଯାହା ଠିକ୍ ବୋଲି ଅନୁଭବ କରେ, ତାହା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସର୍ବଦା ଚେଷ୍ଟା କରେ।

17 “ମୁଁ ବହୁତ ବର୍ଷ ପର୍ଯ୍ୟନ୍ତ ଯିରୁଶାଲମରୁ ଦୂରରେ ଥିଲି। ତା’ପରେ ମୋ’ ଦରିଦ୍ର ଯିହୂଦୀମାନଙ୍କୁ ଅର୍ଥ ସାହାଯ୍ୟ ଦେବା ପାଇଁ ଓ ପରମେଶ୍ୱରଙ୍କ ପାଖରେ ଦାନ ଉତ୍ସର୍ଗ କରିବା ପାଇଁ ଯିରୁଶାଲମକୁ ଫେରିଲି। 18 ମୁଁ ମନ୍ଦିରରେ ନିଜକୁ ଶୁଚି କରିବାକୁ ଯାଇଥିଲି। ଶୁଚିକରଣ ଉତ୍ସବ ସରିଗଲାପରେ କେତେକ ଯିହୂଦୀମାନେ ସେଠାରେ ମୋତେ ଦେଖିଲେ। ମୁଁ ସେଠାରେ କୌଣସି ଗଣ୍ଡଗୋଳ ସୃଷ୍ଟି କରି ନାହିଁ କି ମୋ’ ସହିତ କୌଣସି ଲୋକ ମଧ୍ୟ ନ ଥିଲେ। 19 ସେ ସମୟରେ ଏସିଆର କେତେକ ଯିହୂଦୀ ସେଠାରେ ଥିଲେ। ଯଦି ସେମାନଙ୍କର ମୋ’ ବିରୁଦ୍ଧରେ କିଛି ଆପତ୍ତି ଥାଏ ତେବେ ସେମାନେ ଆପଣଙ୍କ ନିକଟରେ ଉପସ୍ଥିତ ହେବା ଉଚିତ୍, 20 ନଚେତ୍ ଆପଣ ଏଠାରେ ଉପସ୍ଥିତ ଥିବା ଯିହୂଦୀୟମାନଙ୍କୁ ପଗ୍ଭରନ୍ତୁ, ସେମାନଙ୍କ ପରିଷଦ ସଭାରେ, ସେମାନଙ୍କ ସମ୍ମୁଖରେ ମୁଁ ଯେତେବେଳେ ଠିଆହେଲି, ସେତେବେଳେ ସେମାନେ ମୋ’ଠାରେ କ’ଣ ସବୁ ଦୋଷ ଦେଖିଲେ? 21 ମୁଁ କେବଳ ଗୋଟିଏ କଥା ସେମାନଙ୍କ ମଧ୍ୟରେ ଠିଆ ହୋଇ ଜୋ‌ର୍‌‌ରେ କହିଥିଲି ଯେ, ‘ମୃତ୍ୟୁରୁ ଲୋକମାନଙ୍କର ପୁନରୁ‌‌ତ୍‌‌ଥାନ ହେବ ବୋଲି ବିଶ୍ୱାସ କରୁଥିବାରୁ ମୋର ଆଜି ସଭା ସମ୍ମୁଖରେ ବିଗ୍ଭର ହେଉଛି।’”

ଲୂକ ଲିଖିତ ସୁସମାଗ୍ଭର 14:12-24

ତୁମ୍ଭେ ପୁରସ୍କାର ପାଇବ

12 ଯୀଶୁ ତାହାଙ୍କୁ ନିମନ୍ତ୍ରଣ କରିଥିବା ଫାରୂଶୀ ଜଣଙ୍କୁ କହିଲେ, “ତୁମ୍ଭେ କାହାରିକୁ ଦିନରେ ବା ରାତିରେ ଖାଇବାକୁ ନିମନ୍ତ୍ରଣ କଲାବେଳେ କେବଳ ତୁମ୍ଭର ଭାଇ, ବନ୍ଧୁ, କୁଟୁମ୍ବ ଓ ଧନୀ ପଡ଼ୋଶୀମାନଙ୍କୁ ଡାକ ନାହିଁ। କାରଣ ଅନ୍ୟ ବେଳେ ସେମାନେ ମଧ୍ୟ ତୁମ୍ଭକୁ ତାହାଙ୍କ ସହିତ ଖାଇବାକୁ ଡାକିବେ। ସେତେବେଳେ ତୁମ୍ଭେ ତୁମ୍ଭର ପ୍ରତିଦାନ ପାଇଯିବ। 13 ବରଂ ଭୋଜି ଦେବା ସମୟରେ ଗରିବ, ପଙ୍ଗୁ, ଛୋଟା ଓ ଅନ୍ଧମାନଙ୍କୁ ଡାକ। 14 ଏ ଲୋକମାନଙ୍କର କିଛି ନ ଥିବାରୁ ସେମାନେ ତୁମ୍ଭକୁ ପ୍ରତିବଦଳରେ କିଛି ଦେଇ ପାରିବେ ନାହିଁ। ତେଣୁ ଏହା ତୁମ୍ଭପାଇଁ ଆଶୀର୍ବାଦଜନକ ହେବ। କିନ୍ତୁ ଯେତେବେଳେ ଧାର୍ମିକ ଲୋକମାନେ ମୃତମାନଙ୍କ ମଧ୍ୟରୁ ଜୀବିତ ହେବେ, ସେହି ସମୟରେ ତୁମ୍ଭେମାନେ ତୁମ୍ଭର ପୁରସ୍କାର ପାଇବ।”

ଗୋଟିଏ ବଡ଼ ରାତ୍ରୀ ଭୋଜି ବିଷୟରେ ଦୃଷ୍ଟାନ୍ତ(A)

15 ଯୀଶୁଙ୍କ ସହିତ ଖାଇବାକୁ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଲୋକ ଏ ସବୁ କଥା ଶୁଣି ଯୀଶୁଙ୍କୁ କହିଲା, “ପରମେଶ୍ୱରଙ୍କ ରାଜ୍ୟରେ ଭୋଜନ କରୁଥିବା ଲୋକ ବହୁତ ଖୁସୀ ହେବ।”

16 ଯୀଶୁ ସେହି ଲୋକକୁ କହିଲେ, “ଥରେ ଜଣେ ଲୋକ ଗୋଟିଏ ବଡ଼ ରାତ୍ରିଭୋଜିର ବ୍ୟବସ୍ଥା କରିଥିଲେ। ସେ ବହୁତ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। 17 ଖାଇବା ସମୟ ହେବାରୁ ସେ ଅତିଥିମାନଙ୍କ ପାଖକୁ ଏହି କଥା କହିବା ପାଇଁ ନିଜ ଗ୍ଭକରକୁ ପଠାଇଲେ: ‘ଆସନ୍ତୁ, ଭୋଜନ ପ୍ରସ୍ତୁତି ହୋଇ ଗଲାଣି।’ 18 କିନ୍ତୁ ସମସ୍ତ ନିମନ୍ତ୍ରିତ ବ୍ୟକ୍ତିମାନେ କହିଲେ ଯେ, ସେମାନେ ଯାଇ ପାରିବେ ନାହିଁ। ପ୍ରତ୍ୟେକ ବାହାନା କରି କ୍ଷମା ମାଗି ରହିଗଲେ। ପ୍ରଥମ ଲୋକଟି କହିଲା, ‘ମୁଁ ଏବେ ଖଣ୍ଡେ ଜମି କିଣିଛି। ସେହି ଜମିଟି ଦେଖିବାକୁ ବର୍ତ୍ତମାନ ମୋତେ ଯିବାକୁ ପଡ଼ିବ। ଦୟାକରି ମୋତେ କ୍ଷମା କର।’ 19 ଆଉ ଜଣେ କହିଲା, ‘ମୁଁ ଏବେ ପାଞ୍ଚ ହଳ ବଳଦ କିଣିଛି। 20 ମୁଁ ତାହାଙ୍କୁ ପରଖିବାକୁ ଯିବାକୁ ବାହାରିଲିଣି। ଦୟାକରି ମୋତେ କ୍ଷମା କର।’ ତୃତୀୟ ଲୋକଟି କହିଲା, ‘ମୋର ତ ଏବେ ବାହାଘର ହୋଇଛି। ମୁଁ ଯାଇ ପାରିବି ନାହିଁ।’

21 “ତେଣୁ ଗ୍ଭକରଟି ଫେରି ଆସିଲା। ଯାହାସବୁ ଘଟିଥିଲା, ସେ ତା’ ମାଲିକକୁ ସବୁ କହିଲା, ଏହା ଶୁଣି ମାଲିକ ଖୁବ୍ ରାଗିଗଲେ ଓ କହିଲେ, “ନଗରର ରାସ୍ତା ଗଳିମାନଙ୍କୁ ଶୀଘ୍ର ଦୌଡ଼ିଯାଅ, ଏବଂ ଦୀନଦୁଃଖୀ, ପଙ୍ଗୁ, ଅନ୍ଧ ଓ ଛୋଟାମାନଙ୍କୁ ଏଠାକୁ ନେଇଆସ।’

22 “ପରେ ଗ୍ଭକରଟି ତାହାଙ୍କୁ କହିଲା, “ମାଲିକ ତୁମ୍ଭେ ଯାହା କହିଲ, ମୁଁ ତ କଲି। ତଥାପି ଆଉ ଅଧିକ ଲୋକଙ୍କ ପାଇଁ ଜାଗା ବଳିଛି।’ 23 ମାଲିକ ଗ୍ଭକରକୁ କହିଲେ, ‘ରାଜପଥ ଓ ଗ୍ରାମପଥକୁ ଗ୍ଭଲିଯାଅ। ସେଠାରେ ଥିବା ଲୋକଙ୍କୁ ଆସିବାକୁ କୁହ। ମୁଁ ଗ୍ଭହେଁ, ମୋ’ ଘର ପୁରାପୁରି ଭରିଯାଉ।’ 24 ଯେଉଁମାନଙ୍କୁ ମୁଁ ପ୍ରଥମେ ନିମନ୍ତ୍ରଣ କରିଥିଲି, ସେମାନଙ୍କ ମଧ୍ୟରୁ ଜଣେ ହେଲେ ମଧ୍ୟ ମୋ’ ସହିତ ଆଉ କେବେ ହେଁ ଭୋଜି ଖାଇବେ ନାହିଁ।’”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center