Book of Common Prayer
ଦାଉଦଙ୍କ ସ୍ମରଣୀୟ ଗୀତ।
38 ହେ ସଦାପ୍ରଭୁ, ମୋତେ ଆପଣା କୋପରେ ଅନୁଯୋଗ କର ନାହିଁ।
କିଅବା ମୋତେ ତୁମ୍ଭେ କ୍ରୋଧାନ୍ୱିତ ହୋଇ ଦଣ୍ଡ ଦିଅ ନାହିଁ।
2 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଆଘାତ କରିଛ।
ତୁମ୍ଭର ତୀର ମୋର ଅନ୍ତଃସ୍ଥଳକୁ ବିଦ୍ଧ କରିଛି।
3 ତୁମ୍ଭେ ମୋତେ ଦଣ୍ଡ ଦେଲ।
ବର୍ତ୍ତମାନ ମୋର ସମସ୍ତ ଶରୀର କମ୍ପୁଅଛି।
ମୋର ପାପ ଲାଗି ତୁମ୍ଭେ ମୋତେ ଦଣ୍ଡ ଦେଲ, ତେଣୁ ମୋର ଅସ୍ଥିରେ କିଛି ଆରାମ ନାହିଁ।
4 ମୁଁ ପାପ କରିଛି, ମନ୍ଦକାର୍ଯ୍ୟ କରି ସେହି ପାପ ମୋତେ ଓଜନ ଲାଗୁଛି।
ମୁଁ ଅତ୍ୟନ୍ତ ଲଜ୍ଜିତ।
ମୁଁ ମୁଣ୍ଡ ଉପରକୁ ଟେକିପାରୁ ନାହିଁ।
5 ମୁଁ ଏକ ମୂର୍ଖାମୀ କାର୍ଯ୍ୟ କରିଛି।
ମୋର ଅଜ୍ଞାନତା ଯୋଗୁଁ ମୋର କ୍ଷତ ସବୁ ଦୁର୍ଗନ୍ଧ ଓ ବିକୃତ ହୋଇଛି।
6 ମୁଁ ଆଜି ନଇଁ ଯାଇଛି।
ଭାଙ୍ଗି ପଡ଼ିଛି, ସାରାଦିନ ମୁଁ ବ୍ୟଥିତ ହୋଇଛି।
7 ମୋର ଶରୀର ଜ୍ୱାଳାରେ ପରିପୂର୍ଣ୍ଣ ଥିଲା।
ମୋର ସମସ୍ତ ଶରୀର ଯନ୍ତ୍ରଣାରେ ଛଟପଟ ହେଉଥିଲା।
8 ମୋତେ ଏତେ କଷ୍ଟ ହେଉଥିଲା, ମୁଁ କିଛି ଅନୁଭବ କରିପାରୁ ନ ଥିଲି।
ମୁଁ ହୃଦୟର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରୁଥିଲି।
9 ହେ ମୋର ପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନା ଶୁଣିଲ।
ତୁମ୍ଭେ ମୋର ଆର୍ତ୍ତନାଦ ଶୁଣିଲ।
10 ମୋର ହୃଦୟ ବିଦୀର୍ଣ୍ଣ ହେଉଅଛି।
ମୋର ବଳସବୁ କ୍ଷୀଣ ହୋଇଗଲାଣି ଓ ମୁଁ ଅନ୍ଧ ହୋଇଯାଉଛି।
11 ମୋର ରୋଗ ଯୋଗୁଁ ମୋର ବନ୍ଧୁ ଓ ପଡ଼ୋଶୀମାନେ ମୋତେ ଦେଖା କରିବାକୁ ଆସନ୍ତି ନାହିଁ।
ମୋର ପରିବାରବର୍ଗ ମୋ’ଠାରୁ ଦୂରେଇ ରହନ୍ତି।
12 ମୋର ଶତ୍ରୁମାନେ ମୋ’ ବିଷୟରେ ଖରାପ କଥା କହନ୍ତି।
ସେମାନେ ମିଛ ଓ ଗୁଜବ ସୃଷ୍ଟି କରନ୍ତି।
ସେମାନେ ସବୁବେଳେ ମୋ’ ବିଷୟରେ ଆଲୋଚନା କରନ୍ତି।
13 ମୁଁ ଏକ ବଧିର ବ୍ୟକ୍ତି ତୁଲ୍ୟ, ଯିଏ ଶୁଣିପାରେ ନାହିଁ।
ମୁଁ ଏକ ମୂକ ବ୍ୟକ୍ତି ତୁଲ୍ୟ, ଯିଏ କଥା କହିପାରେ ନାହିଁ।
14 ମୁଁ ଜଣେ ବଧିର ବ୍ୟକ୍ତି ପରି ଯିଏ, ପ୍ରତ୍ୟେକ ଲୋକମାନେ ଯାହା କରନ୍ତି ସର୍ବଦା ଶୁଣିପାରେ ନାହିଁ।
ମୁଁ ସେମାନଙ୍କ ସହିତ ଯୁକ୍ତି ଏବଂ ପ୍ରମାଣ କରି ପାରିବି ନାହିଁ, କାରଣ ମୋର ଶତ୍ରୁମାନେ ଭୁଲ୍ କରୁଛନ୍ତି।
15 ତେଣୁ ହେ ସଦାପ୍ରଭୁ, ତୁମ୍ଭେ ମୋତେ ନିଶ୍ଚୟ ସହାୟ ହେବ।
ହେ ପରମେଶ୍ୱର ମୋର ସଦାପ୍ରଭୁ, ତୁମ୍ଭେ ମୋ’ ପାଇଁ ନିଶ୍ଚୟ କହିବ।
16 “ଯଦି ମୁଁ କିଛି କହେ, ମୋର ଶତ୍ରୁମାନେ ମୋତେ ପରିହାସ କରିବେ।
ସେମାନେ ଦେଖିବେ ଯେ, ମୁଁ ଅସୁସ୍ଥ ଅଛି ଓ କହିବେ ମୁଁ ପାପ କଲି।
ସେମାନେ କହିବେ, ପରମେଶ୍ୱର ମୋତେ ଦଣ୍ଡ ଦେଉଛନ୍ତି।”
17 ମୁଁ ଜାଣେ ମୁଁ ପାପର ଶାସ୍ତି ଭୋଗୁଛି,
ମୁଁ ମୋର ଯନ୍ତ୍ରଣାକୁ ଭୁଲିପାରିବି ନାହିଁ।
18 ହେ ସଦାପ୍ରଭୁ, ମୁଁ କହେ, ମୁଁ ଯେଉଁ ମନ୍ଦକାର୍ଯ୍ୟ କରିଛି, ମୁଁ ସ୍ୱୀକାର କରେ ଯାହା ପାପ ମୁଁ କରିଛି।
ମୁଁ ମୋର ପାପଗୁଡ଼ିକ ପାଇଁ ବାସ୍ତବରେ ଦୁଃଖିତ।
19 ମୋର ଶତ୍ରୁମାନେ ସତେଜ ଓ ବଳବାନ ଅଟନ୍ତି।
ସେମାନେ ଅନେକ ଥର ମିଥ୍ୟା କହିଛନ୍ତି।
20 ମୋର ଶତ୍ରୁମାନେ ମୋ’ ପ୍ରତି ମନ୍ଦ ଆଚରଣ କରନ୍ତି।
କିନ୍ତୁ ମୁଁ ସେମାନଙ୍କ ପ୍ରତି ଉତ୍ତମ ବ୍ୟବହାର କରେ।
ମୁଁ ସବୁବେଳେ ଉତ୍ତମ କାର୍ଯ୍ୟ କରିବାକୁ ଚେଷ୍ଟା କରେ।
ତଥାପି ସେହି ଲୋକମାନେ ମୋ’ ବିରୁଦ୍ଧରେ ଯାଆନ୍ତି।
21 ହେ ସଦାପ୍ରଭୁ, ମୋତେ ପରିତ୍ୟାଗ କର ନାହିଁ।
ହେ ମୋର ପରମେଶ୍ୱର ମୋର ନିକଟରେ ରୁହ।
22 ଶୀଘ୍ର ଆସ ଓ ମୋତେ ସାହାଯ୍ୟ କର।
ହେ ମୋର ପରମେଶ୍ୱର ମୋତେ ଉଦ୍ଧାର କର।
ଦାଲତ୍
25 ମୁଁ ମରିବା ବେଳେ ଧୂଳିରେ ଗଡ଼େ।
ଯେପରି ତୁମ୍ଭର ବାକ୍ୟ ଦ୍ୱାରା ପ୍ରତିଜ୍ଞା କରିଛି, ମୋତେ ବଞ୍ଚିବାକୁ ଦିଅ।
26 ମୁଁ ତୁମ୍ଭକୁ ମୋର ଜୀବନ ବିଷୟରେ କହିଅଛି।
ଏବଂ ତୁମ୍ଭେ ମୋତେ ଉତ୍ତର ଦେଇଅଛ।
ବର୍ତ୍ତମାନ ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
27 ତୁମ୍ଭର ନିର୍ଦ୍ଦେଶଗୁଡ଼ିକ ଅନୁସାରେ ମୋତେ ବୁଝିବା ପାଇଁ ସାହାଯ୍ୟ କର।
ତେବେ ମୁଁ ତୁମ୍ଭର ଆଶ୍ଚର୍ଯ୍ୟ କର୍ମମାନ ବିଷୟରେ ଗଭୀରତମ ଭାବିବି।
28 ମୁଁ ଦୁଃଖିତ ଓ କ୍ଳାନ୍ତ ଅଟେ।
ତୁମ୍ଭର ବାକ୍ୟର ପ୍ରତିଜ୍ଞା ଅନୁସାରେ ମୋତେ ପୁଣି ଶକ୍ତିଶାଳୀ କର।
29 ମୋତେ ମିଥ୍ୟା ଜୀବନ ବିତାଇବାକୁ ଦିଅ ନାହିଁ।
ଦୟାକରି ମୋତେ ତୁମ୍ଭର ବ୍ୟବସ୍ଥା ଶିଖାଅ।
30 ମୁଁ ତୁମ୍ଭ ନିକଟରେ ବିଶ୍ୱସ୍ତ ହେବା ପାଇଁ ମନୋନୀତ ହୋଇଅଛି।
ମୁଁ ଯତ୍ନ ସହକାରେ ତୁମ୍ଭର ନ୍ୟାୟପରାୟଣତାକୁ ଶିକ୍ଷା କରିବି।
31 ମୁଁ ତୁମ୍ଭ ବାକ୍ୟ ନିକଟବର୍ତ୍ତୀ ହୋଇ ଅନୁସରଣ କଲି।
ହେ ସଦାପ୍ରଭୁ, ମୋତେ ନିରାଶ କର ନାହିଁ।
32 ମୁଁ ବହୁ ଆନନ୍ଦ ସହକାରେ ତୁମ୍ଭର ଆଦେଶସବୁ ମାନିବି,
ଯେତେବେଳେ ତୁମ୍ଭେ ମୋର ବୁଝିବା ଶକ୍ତିକୁ ପ୍ରଶସ୍ତ କରିବ।
ହେ
33 ହେ ସଦାପ୍ରଭୁ, ତୁମ୍ଭ ନିୟମ ଦ୍ୱାରା ମୋତେ କିପରି ବଞ୍ଚିବାକୁ ହେବ ଶିଖାଅ
ଏବଂ ତାକୁ ଅନୁସରଣ କଲେ ମୋର ପୁରସ୍କାର ହେବ।
34 ସେସବୁକୁ ବୁଝିବା ପାଇଁ ମୋତେ ସାହାଯ୍ୟ କର।
ଏବଂ ମୁଁ ତୁମ୍ଭର ଶିକ୍ଷା ମାନିବି।
ମୁଁ ସମ୍ପୂର୍ଣ୍ଣ ହୃଦୟ ସହିତ ତାହାକୁ ପାଳନ କରିବି।
35 ସଦାପ୍ରଭୁ ତୁମ୍ଭର ନିର୍ଦ୍ଦେଶ ପଥରେ ମୋତେ ଆଗେଇ ନିଅ।
ମୁଁ ବାସ୍ତବରେ ସେହିପରି ଜୀବନ ବିତାଇବା ପାଇଁ ବହୁତ ଭଲପାଏ।
36 ମୋତେ ଧନୀ ହେବା ପରିବର୍ତ୍ତେ
ମୋତେ ବାକ୍ୟ ବିଷୟରେ ବୁଝିବା ପାଇଁ ସାହାଯ୍ୟ କର।
37 ସଦାପ୍ରଭୁ ଅସାର ବସ୍ତୁ ମୋତେ ଦେଖିବାକୁ ଦିଅ ନାହିଁ।
ତୁମ୍ଭ ପଥରେ ଗ୍ଭଲିକି ମୋତେ ଜୀବନ ଖୋଜିବାକୁ ଦିଅ।
38 ତୁମ୍ଭେ ଆପଣା ଦାସ ପାଇଁ ଯାହା ପ୍ରତିଜ୍ଞା କରିଅଛ, ତାହା କର।
ତେଣୁ ଲୋକମାନେ ତୁମ୍ଭକୁ ସମ୍ମାନ କରିବେ।
39 ସଦାପ୍ରଭୁ, ଅପମାନକୁ ଦୂରେଇ ନିଅ ଯାହାକୁ ମୁଁ ଭୟ କରେ।
ତୁମ୍ଭର ବିଜ୍ଞ ନିଷ୍ପତ୍ତି ଉତ୍ତମ।
40 ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶ ସବୁକୁ ଭଲପାଏ।
ତୁମ୍ଭର ଧର୍ମରେ ମୋତେ ବଞ୍ଚିବାକୁ ଦିଅ।
ବୌ
41 ହେ ସଦାପ୍ରଭୁ, ମୋ’ ପ୍ରତି ତୁମ୍ଭର ପ୍ରେମ ପ୍ରଦର୍ଶନ କର।
ତୁମ୍ଭର ପ୍ରତିଜ୍ଞାନୁସାରେ ମୋତେ ପରିତ୍ରାଣ କର।
42 ତହିଁରେ ମୁଁ ସେମାନଙ୍କୁ ଉତ୍ତର ଦେବି,
ଯେଉଁମାନେ ମୋତେ ଅପମାନିତ କରୁଥିଲେ।
ହେ ସଦାପ୍ରଭୁ, ବାସ୍ତବରେ ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
43 ମୋତେ ତୁମ୍ଭର ସତ୍ୟ ଶିକ୍ଷା ବିଷୟରେ କହିବାକୁ ଦିଅ।
ମୁଁ ତୁମ୍ଭର ବୁଦ୍ଧିମାନ ବାକ୍ୟରେ ନିର୍ଭର କରେ।
44 ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭର ଶିକ୍ଷା ଅନୁସରଣ କରିବି।
45 ତେଣୁ ମୁଁ ମୁକ୍ତ ହେବି,
କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଅନୁସରଣ କରିବାକୁ ଚେଷ୍ଟା କରେ।
46 ମୁଁ ରାଜାମାନଙ୍କ ସହିତ ତୁମ୍ଭର ବାକ୍ୟ ବିଷୟରେ ଆଲୋଚନା କରିବି।
ଏବଂ ମୁଁ ଲଜ୍ଜିତ ହେବି ନାହିଁ।
47 ମୁଁ ତୁମ୍ଭର ନୀତି ଆଦେଶମାନ ମାନି ବହୁତ ଖୁସୀ।
ହେ ସଦାପ୍ରଭୁ, ମୁଁ ତୁମ୍ଭର ଆଜ୍ଞାସମୂହ ସ୍ନେହ କରିଅଛି।
48 ମୁଁ ତୁମ୍ଭର ଆଦେଶଗୁଡ଼ିକୁ ପ୍ରଶଂସା କରେ, ଯେଉଁଗୁଡ଼ିକ କି ମୁଁ ଭଲପାଏ।
ଏବଂ ମୁଁ ତୁମ୍ଭର ବ୍ୟବସ୍ଥାସବୁ ଧ୍ୟାନ କରିବି।
8 ସଦାପ୍ରଭୁ ସିୟୋନ କନ୍ୟାର ପ୍ରାଚୀର
ନଷ୍ଟ କରିବାକୁ ସଂକଳ୍ପ କରିଛନ୍ତି।
ସେ ମାପସୂତା ଧରିଛନ୍ତି
ଓ ବିନାଶ କାରଣରୁ ତାଙ୍କ ହସ୍ତ ନିବୃତ୍ତ କରି ନାହାନ୍ତି।
ମାତ୍ର ସେ ପରିଖା ଓ ପ୍ରାଚୀରକୁ ବିଳାପ କରାଇ ଅଛନ୍ତି।
ସେମାନେ ଏକାବେଳକେ ନିସ୍ତେଜ ହୋଇଛନ୍ତି।
9 ତାହାର ନଗରଦ୍ୱାର ସବୁ ଭୂମିସାତ୍ ହୋଇଅଛି,
ତାହାର ଅର୍ଗଳସବୁ ନଷ୍ଟ ଓ ଖଣ୍ଡ ଖଣ୍ଡ ହୋଇଗଲା।
ତା’ର ରାଜାମାନେ ଓ ରାଜକୁମାରୀମାନେ ଅନ୍ୟ ଗୋଷ୍ଠୀ ମଧ୍ୟରେ ଅଛନ୍ତି,
ତା’ର ସନ୍ତାନମାନଙ୍କ ପାଇଁ ଶିକ୍ଷା ନାହିଁ।
ତା’ର ଭବିଷ୍ୟଦ୍ବକ୍ତାଗଣ କୌଣସି ଦର୍ଶନ।
ସଦାପ୍ରଭୁଙ୍କଠାରୁ ପାଇ ନାହାନ୍ତି।
10 ସିୟୋନ କନ୍ୟା,
ବୟସ୍କାମାନେ ନୀରବରେ ଭୂମିରେ ବସିଛନ୍ତି।
ସେମାନେ ଆପଣା ମସ୍ତକରେ ଧୂଳି ବୋଳି ହୋଇଛନ୍ତି
ଓ କଟି ଦେଶରେ ଶୋକ ବସ୍ତ୍ର ବାନ୍ଧିଛନ୍ତି।
ଯିରୁଶାଲମର କୁମାରୀମାନେ ଭୂମିକୁ
ସେମାନଙ୍କର ମସ୍ତକରେ ଅବନତ କରିଛନ୍ତି।
11 ମୋର ଚକ୍ଷୁଯୁଗଳ ଲୋତକରେ ପୂର୍ଣ୍ଣ ହୁଏ
ଓ ଅନ୍ତର ବ୍ୟଥିତ ହୁଏ।
ମୋର ଲୋକମାନଙ୍କର ବିନାଶ ହେତୁ
ମୋର ହୃଦୟ ଭୂମିରେ ଢଳା ହେଲାପରି ଅନୁଭବ କରେ,
କାରଣ ନଗରର ପଥ ସମୂହରେ ବାଳକ ବାଳିକା
ଓ ଦୁଗ୍ଧପୋଷ୍ୟ ଶିଶୁମାନେ ମୂର୍ଚ୍ଛିତ ହୋଇ ପଡ଼ିଛନ୍ତି।
12 ସେମାନେ ନିଜ ନିଜ ମାତାକୁ “ଶସ୍ୟ ଓ ଦ୍ରାକ୍ଷାରସ କାହିଁ?”
ଏହି କଥା ପଗ୍ଭରୁଛନ୍ତି, ଯେତେବେଳେ ସେମାନେ ମୂର୍ଚ୍ଛା ଯାଆନ୍ତି।
ନଗର ଛକରେ ଘାଇଲା ଲୋକମାନଙ୍କ ପରି ଏବଂ ନିଜ ନିଜ ମା କୋଳରେ ପ୍ରାଣତ୍ୟାଗ କରନ୍ତି।
13 ଆଗୋ ସିୟୋନ କନ୍ୟା, ମୁଁ ତୁମ୍ଭ ଆଗରେ କି ସାକ୍ଷ୍ୟ ଦେବି?
ତୁମ୍ଭକୁ କାହା ସହିତ ମୁଁ ତୁଳନା କରିବି?
ଆଗୋ ସିୟୋନ କୁମାରୀ କନ୍ୟା,
ମୁଁ ତୁମ୍ଭକୁ ସାନ୍ତ୍ୱନା ଦେବା ପାଇଁ ତୁମ୍ଭକୁ କାହା ସହିତ ତୁଳନା କରିବି?
କାରଣ ତୁମ୍ଭର ବିନାଶ ସମୁଦ୍ର ପରି ବିସ୍ତୃତ,
ତୁମ୍ଭକୁ କିଏ ସୁସ୍ଥ କରି ପାରିବା ପାଇଁ ସକ୍ଷମ ହେବ?
14 ତୁମ୍ଭର ଭବିଷ୍ୟଦ୍ବକ୍ତାମାନେ ତୁମ୍ଭ ପାଇଁ ଦର୍ଶନ ପାଇଛନ୍ତି।
ମାତ୍ର ତାହା ଅସାର ଓ ମିଥ୍ୟାରେ ପରିପୂର୍ଣ୍ଣ।
ସେମାନେ ତୁମ୍ଭର ଭଲ ପାଇଁ
ଓ ତୁମ୍ଭର ଅଧର୍ମ ମୋଚନ ପାଇଁ ପ୍ରଗ୍ଭର କରି ନାହାନ୍ତି।
ମାତ୍ର ଅସାର ଭାରୋକ୍ତି
ଓ ତୁମ୍ଭ ନିର୍ବାସିତ ହେବାର ଦେଖି ପ୍ରଗ୍ଭର କରିଅଛନ୍ତି।
15 ପଥିକମାନେ ତୁମ୍ଭର ଦୁରାବସ୍ଥାରେ
ହାତତାଳି ଦିଅନ୍ତି।
ସେମାନେ “ଶୀସ୍” ଶବ୍ଦ କରି
ଯିରୁଶାଲମର କନ୍ୟା ପ୍ରତି ମସ୍ତକ ହଲାଇ କହନ୍ତି,
“ଏ କ’ଣ ସେହି ନଗରୀ
ଯାହାକୁ ଲୋକମାନେ ‘ସୌନ୍ଦର୍ଯ୍ୟମୟୀ ନଗରୀ’
ଓ ‘ସମଗ୍ର ପୃଥିବୀର ଆନନ୍ଦ ସ୍ୱରୂପ’ ବୋଲି କହୁଥିଲେ?”
51 କିନ୍ତୁ ଶୁଣ! ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଛି: ଆମ୍ଭମାନଙ୍କ ମଧ୍ୟରୁ ସମସ୍ତେ ମରିବା ନାହିଁ, ବରଂ ଆମ୍ଭେ ସମସ୍ତେ ପରିବର୍ତ୍ତିତ ହେବା। 52 ଏହା କେବଳ ମୁହୂର୍ତ୍ତକ ମଧ୍ୟରେ ଆଖି ପିଛୁଳାକେ, ଘଟି ଯିବ। ଯେତେବେଳେ ତୂରୀ ବାଜିବ, ଓ ଯେତେ ସବୁ ବିଶ୍ୱାସୀ ମରିଯାଇଛନ୍ତି ସେମାନେ ମୃତ୍ୟୁରୁ ଅନନ୍ତକାଳ ପାଇଁ ଉତ୍ଥିତ ହେବେ ଓ ଆମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ଜୀବିତ ଅଛନ୍ତି, ସେମାନେ ପରିବର୍ତ୍ତିତ ହେବେ। 53 ଏହି ବିନାଶ ଦେହ ଅନନ୍ତ ରୂପ ବସ୍ତ୍ର ଧାରଣ କରିବାକୁ ହେବ ଓ ଏହି ମର୍ତ୍ତ୍ୟ ଦେହ ଅମରରୂପ ବସ୍ତ୍ର ଧାରଣ କରିବାକୁ ହେବ। 54 କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଏହି ମର୍ତ୍ତ୍ୟ ଦେହ ଅମରତ୍ୱ ରୂପ ବସ୍ତ୍ର ଧାରଣ କଲାପରେ ଶାସ୍ତ୍ରର ଏହି କଥା ସଫଳ ହେବ।
“ଜୟ ମୃତ୍ୟୁକୁ ଗ୍ରାସ କରି ଦେଲା” (A)
55 ମୃତ୍ୟୁ ତୁମ୍ଭର ବିଜୟ କେଉଁଠାରେ ଅଛି?
କବର ତୁମ୍ଭର ଆଘାତ କରିବା ଶକ୍ତି କେଉଁଠାରେ ଅଛି” (B)
56 ମୃତ୍ୟୁର ଆଘାତ କରିବା ହେଉଛି ପାପ। ପାପର ବଳ ହେଉଛି ବ୍ୟବସ୍ଥା। 57 କିନ୍ତୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ ଯେ, ସେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭକୁ ବିଜୟ ପ୍ରଦାନ କରନ୍ତି।
58 ଅତଏବ, ମୋ’ ଭାଇ ଓ ଭଉଣୀମାନେ, ଦୃଢ଼ ଭାବରେ ସ୍ଥିର ରୁହ। କୌଣସି ବିଷୟ ତୁମ୍ଭକୁ ଅସ୍ଥିର ନ କରୁ। ପରମେଶ୍ୱରଙ୍କ ପାଇଁ କରାଯାଇଥିବା ତୁମ୍ଭର କାର୍ଯ୍ୟ କଦାପି ବ୍ୟର୍ଥ ଯିବ ନାହିଁ। ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ନିଜକୁ ନିୟୋଜିତ କର।
ଯୀଶୁ ବିଶ୍ରାମ ଦିନର ପ୍ରଭୁ(A)
12 ପ୍ରାୟ ସେହି ସମୟରେ ଯୀଶୁ ବିଶ୍ରାମ ଦିବସ [a]ରେ ଶସ୍ୟକ୍ଷେତ୍ର ଦେଇ ଯାଉଥିଲେ। ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ସହିତ ଥିଲେ, ତାହାଙ୍କର ଶିଷ୍ୟମାନଙ୍କୁ ଭୋକ ଲାଗିଲା। ସେମାନେ କେତେକ ଗହମ କେଣ୍ଡା ଛିଣ୍ଡେଇ ଖାଇବାକୁ ଲାଗିଲେ। 2 ଫାରୂଶୀମାନେ ଏହା ଦେଖି ଯୀଶୁଙ୍କୁ କହିଲେ, “ଦେଖ, ତୁମ୍ଭର ଶିଷ୍ୟମାନେ ବିଶ୍ରାମ ଦିବସରେ ଏଭଳି ଯାହା କରୁଛନ୍ତି, ତାହା ମୋଶାଙ୍କ ବ୍ୟବସ୍ଥାର ବିରୋଧୀ।”
3 ଏହା ଶୁଣି ଯୀଶୁ ସେମାନଙ୍କୁ କହିଲେ, “ଦାଉଦ ଓ ତାହାଙ୍କ ସାଙ୍ଗରେ ଥିବା ଲୋକେ, ଭୋକ ଲାଗିବା ବେଳେ କ’ଣ କରିଥିଲେ, ସେ ବିଷୟରେ ତୁମ୍ଭେ କ’ଣ ପଢ଼ି ନାହଁ? 4 ସେ ପରମେଶ୍ୱରଙ୍କ ଘରେ ପ୍ରବେଶ କରିଥିଲେ ଓ ପରମେଶ୍ୱରଙ୍କୁ ଅର୍ପଣ କରାଯାଇଥିବା ପବିତ୍ର ରୋଟୀ ସେ ଓ ତାହାଙ୍କ ସହିତ ଥିବା ଲୋକମାନେ ଖାଇଦେଇଥିଲେ। ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଦାଉଦ ଓ ତାହାଙ୍କ ସାଥୀମାନଙ୍କର ଏହା ଖାଇବା ଅଧିକାର ନ ଥିଲା। କାରଣ କେବଳ ଯାଜକମାନଙ୍କୁ ତାହା ଖାଇବା ପାଇଁ ଅନୁମତି ଦିଆଯାଇଥାଏ। 5 ତୁମ୍ଭେ ମୋଶାଙ୍କ ବ୍ୟବସ୍ଥାରେ କ’ଣ ପଢ଼ି ନାହଁ ଯେ ବିଶ୍ରାମ ଦିବସରେ ଯାଜକମାନେ ପ୍ରଭୁଙ୍କ ମନ୍ଦିରରେ ବିଶ୍ରାମ ଦିବସର ନୀତିନିୟମ ଉଲ୍ଲଙ୍ଘନ କରନ୍ତି? ସେ ଘଟଣାରେ ତାହାଙ୍କର କେହି କିଛି ଦୋଷ ଧରନ୍ତି ନାହିଁ। 6 କିନ୍ତୁ ମୁଁ ତୁମ୍ଭକୁ କହୁଛି, ଏଠାରେ ଏଭଳି କିଛି ବିଷୟ ଅଛି, ଯାହା ମନ୍ଦିରଠାରୁ ମହାନ୍। 7 ଶାସ୍ତ୍ରକହେ, ‘ମୁଁ ଲୋକମାନଙ୍କ ମଧ୍ୟରେ ଦୟା ଗ୍ଭହେଁ, କିନ୍ତୁ ପଶୁବଳି ଗ୍ଭହେଁ ନାହିଁ।’ [b] ତୁମ୍ଭେ ପ୍ରକୃତରେ ଏହାର ଅର୍ଥ ବୁଝି ନାହଁ। ଯଦି ବୁଝି ଥାଆନ୍ତ, ତେବେ ଏହି ନିର୍ଦ୍ଦୋଷ ଲୋକମାନଙ୍କୁ ନିନ୍ଦା କରନ୍ତ ନାହିଁ।
8 “ମନୁଷ୍ୟପୁତ୍ର [c] ବିଶ୍ରାମ ଦିବସର ପ୍ରଭୁ ଅଟନ୍ତି।”
ଯୀଶୁ ଗୋଟିଏ ଲୋକର ଅଚଳ ହାତଟି ସୁସ୍ଥ କଲେ(B)
9 ଯୀଶୁ ସେଠାରୁ ଯାଇ ସେମାନଙ୍କର ପ୍ରାର୍ଥନାଗୃହରେ ପ୍ରବେଶ କଲେ। 10 ସେଠାରେ ଥିବା ଗୋଟିଏ ଲୋକର ହାତ ଶୁଖି ଯାଇଥିଲା। ସେଠାରେ ଥିବା କେତେକ ଯିହୂଦୀ ଯୀଶୁଙ୍କ ଉପରେ ଦୋଷାରୋପ କରିବା ପାଇଁ ସୁଯୋଗ ଖୋଜୁଥିଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ମୋଶାଙ୍କ ନିୟମ ଅନୁସାରେ ବିଶ୍ରାମ ଦିବସରେ କାହାରିକୁ ଭଲ କରିଦେବା କ’ଣ ବିଧିସଙ୍ଗତ?”
11 ଯୀଶୁ କହିଲେ, “ମନେକର ତୁମ୍ଭର କାହାରି ଗୋଟିଏ ମେଷ ଅଛି ଓ ସେହି ମେଷ ବିଶ୍ରାମ ଦିବସରେ ଖାଲ ଭିତରେ ଖସି ପଡ଼ିଲା। ତୁମ୍ଭେ କ’ଣ ତାକୁ ଖାଲରୁ ବାହାର କରି ଆଣିବ ନାହିଁ? 12 ମଣିଷତ ନିଶ୍ଚିତ ଭାବରେ ଗୋଟିଏ ମେଣ୍ଢାଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ତେଣୁ ମୋଶାଙ୍କ ବ୍ୟବସ୍ଥା ବିଶ୍ରାମ ଦିବସରେ ଭଲ କାମ କରିବାକୁ ଅନୁମତି ଦେଇଥାଏ।”
13 ତା’ପରେ ଯୀଶୁ ସେହି ଲୋକଟିକୁ କହିଲେ, “ତୁମ୍ଭ ହାତ ମୋତେ ଦେଖାଅ।” ଲୋକଟି ଯୀଶୁଙ୍କୁ ହାତ ଦେଖାଇବା ପାଇଁ ଆଗକୁ ବଢ଼େଇ ଦେଲା। ତା’ର ସେହି ଶୁଖି ଯାଇଥିବା ହାତଟି ସମ୍ପୂର୍ଣ୍ଣ ଭଲ ହୋଇଗଲା। ଏହି ହାତଟି ତା’ର ଅନ୍ୟ ହାତ ଭଳି ହୋଇଗଲା। 14 କିନ୍ତୁ ଫାରୂଶୀମାନେ ସେଠାରୁ ବାହାରି ଗଲେ। ଯୀଶୁଙ୍କୁ ଜୀବନରେ ମାରିଦେବା ପାଇଁ ସେମାନେ ଯୋଜନା କଲେ।
2010 by World Bible Translation Center