Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:145-176

କଫ

145 ହେ ସଦାପ୍ରଭୁ, ମୁଁ ହୃଦୟ ସହକାରେ ତୁମ୍ଭକୁ ପ୍ରାର୍ଥନା କରେ।
    ମୋତେ ଉତ୍ତର ଦିଅ! ମୁଁ ତୁମ୍ଭର ନିୟମସବୁ ଅନୁସରଣ କରିବି।
146 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଡାକ ପକାଉଛି,
    ମୋତେ ରକ୍ଷା କର, ଏବଂ ମୁଁ ତୁମ୍ଭର ବାକ୍ୟ ଅନୁସରଣ କରିବି।
147 ମୁଁ ପ୍ରଭାତରୁ ଉଠିଲି ଏବଂ ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
    ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
148 ମୁଁ ତୁମ୍ଭର ପ୍ରତିଜ୍ଞା ଧ୍ୟାନ କରିବା ପାଇଁ
    ରାତ୍ରି ଉଜାଗର ରହିଲି।
149 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ସହକାରେ ମୋର ପ୍ରାର୍ଥନା ଶୁଣ।
    ତୁମ୍ଭ ଶାସନ ଦ୍ୱାରା ମୋତେ ବଞ୍ଚିବାକୁ ଦିଅ।
150 ମନ୍ଦ ଯୋଜନା ସହିତ ଲୋକମାନେ ମୋତେ ଆକ୍ରମଣ କରିବା ପାଇଁ ମୋ’ ପାଖକୁ ଆସନ୍ତି।
    ସେମାନେ ତୁମ୍ଭର ଶିକ୍ଷାଠାରୁ ବହୁ ଦୂରରେ।
151 ହେ ସଦାପ୍ରଭୁ, ତୁମ୍ଭେ ମୋର ନିକଟବର୍ତ୍ତୀ।
    ତୁମ୍ଭର ଆଦେଶ ସକଳ ଭରସା ଯୋଗ୍ୟ।
152 ବହୁତ ଦିନ ପୂର୍ବରୁ ମୁଁ ଜାଣେ ଯେ, ତୁମ୍ଭର ଶାସନ ଅଛି।
    ମୁଁ ଜାଣେ ଯେ, ତୁମ୍ଭେ ସେମାନଙ୍କୁ ଅନନ୍ତକାଳ ପାଇଁ ଶେଷ କରିପକାଇଲ।

ରେଶ୍

153 ହେ ସଦାପ୍ରଭୁ, ମୋର ଯନ୍ତ୍ରଣାକୁ ଦେଖ ଓ ମୋତେ ଉଦ୍ଧାର କର।
    କାରଣ ମୁଁ ତୁମ୍ଭର ଶିକ୍ଷାମାନ ଭୁଲି ନାହିଁ।
154 ହେ ସଦାପ୍ରଭୁ, ତୁମ୍ଭେ ମୋ’ ପାଇଁ ନିଷ୍ପତ୍ତି କର ଏବଂ ମୋତେ ରକ୍ଷା କର।
    ତୁମ୍ଭର ପ୍ରତିଜ୍ଞାନୁସାରେ ମୋତେ ବଞ୍ଚିବାକୁ ଦିଅ।
155 ଦୁଷ୍ଟଗଣ କେବେ ବିଜୟୀ ହେବେ ନାହିଁ।
    କାରଣ ସେମାନେ ତୁମ୍ଭର ବ୍ୟବସ୍ଥା ଅନୁସରଣ କରନ୍ତି ନାହିଁ।
156 ହେ ସଦାପ୍ରଭୁ, ତୁମ୍ଭେ ମହାନ ଦୟାଳୁ।
    ତୁମ୍ଭର ଶାସନ ନିୟମାନୁସାରେ କାମ କର ଓ ମୋତେ ବଞ୍ଚିବାକୁ ଦିଅ।
157 ମୋତେ କଷ୍ଟ ଦେବାକୁ ଚେଷ୍ଟା କରନ୍ତି, ସେହିପରି ମୋର ବହୁତ ଶତ୍ରୁ ଅଛନ୍ତି,
    କିନ୍ତୁ ମୁଁ ତୁମ୍ଭର ବାକ୍ୟରୁ ବିଚ୍ୟୁତ ହୋଇ ନାହିଁ।
158 ମୁଁ ବିଶ୍ୱାସଘାତକମାନଙ୍କୁ ଦେଖେ।
    ସେମାନେ ତୁମ୍ଭର ବାକ୍ୟ ମାନନ୍ତି ନାହିଁ।
    ମୁଁ ସେମାନଙ୍କୁ ଘୃଣାକରେ।
159 ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶସବୁ ପାଳନ କରିବା ପାଇଁ କଠିନ ଚେଷ୍ଟା କରୁଛି।
    ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ମୋତେ ବଞ୍ଚିବାକୁ ଦିଅ।
160 ଆରମ୍ଭରୁ ତୁମ୍ଭର ସମୁଦାୟ ବାକ୍ୟ ଭରସା ଯୋଗ୍ୟ
    ଓ ତୁମ୍ଭର ସବୁ ଧର୍ମମୟ ବ୍ୟବସ୍ଥା ନିତ୍ୟସ୍ଥାୟୀ ପାଇଁ ସୁନ୍ଦର ହୋଇ ରହିବ।

ଶିନ୍

161 ସଦାପ୍ରଭୁ ଶକ୍ତିଶାଳୀ ଅଧିପତିମାନେ ବିନା କାରଣରେ ମୋତେ ଆକ୍ରମଣ କରନ୍ତି।
    କିନ୍ତୁ ମୁଁ କେବଳ ତୁମ୍ଭର ବାକ୍ୟକୁ ଭୟ ଓ ସମ୍ମାନ କରେ।
162 ତୁମ୍ଭର ପ୍ରତିଜ୍ଞା ମୋତେ ଆନନ୍ଦ ଦିଏ,
    ଯେପରି ଜଣେ ବ୍ୟକ୍ତି ବହୁତ ଲୁଟ୍ ଧନ ପାଇବା ପରେ ଖୁସୀ ହୁଏ।
163 ମୁଁ ମିଥ୍ୟାକୁ ଘୃଣା କରେ ଓ ଏହାକୁ ଅଶ୍ରଦ୍ଧା କରେ।
    ମାତ୍ର ମୁଁ ତୁମ୍ଭ ଶିକ୍ଷାସବୁ ସ୍ନେହ କରେ।
164 ତୁମ୍ଭର ଯଥାର୍ଥ ବିଗ୍ଭର ପାଇଁ,
    ମୁଁ ଦିନରେ ସାତଥର ତୁମ୍ଭର ପ୍ରଶଂସା କରେ।
165 ଯେଉଁ ବ୍ୟକ୍ତି ତୁମ୍ଭର ଶିକ୍ଷାକୁ ଭଲ ପାଏ, ସେ ଶାନ୍ତି ପାଇବ।
    ତାକୁ କୌଣସି ବସ୍ତୁ ପକେଇ ପାରିବ ନାହିଁ।
166 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଗ୍ଭହିଁ ଅଛି, ମୋତେ ରକ୍ଷା କର।
    ମୁଁ ତୁମ୍ଭର ଆଦେଶସବୁ ପାଳନ କଲି।
167 ମୁଁ ତୁମ୍ଭର ବାକ୍ୟକୁ ଅନୁସରଣ କରିଅଛି।
    ଏବଂ ସେଗୁଡ଼ିକୁ ବହୁଳ ପରିମାଣରେ ଭଲ ପାଏ।
168 ମୁଁ ତୁମ୍ଭର ନିୟମ ଓ ନିର୍ଦ୍ଦେଶ ପାଳନ କରିଅଛି।
    ତୁମ୍ଭେ ସବୁ ଜାଣ, ଯାହା ମୁଁ କରିଅଛି।

ତୌ

169 ହେ ସଦାପ୍ରଭୁ, ମୋର ସାହାଯ୍ୟ ପାଇଁ କାକୂକ୍ତି ଶୁଣ।
    ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ବୁଦ୍ଧିମାନ କର।
170 ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣ।
    ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ରକ୍ଷା କର।
171 ମୁଁ ତୁମ୍ଭର ପ୍ରଶଂସା ଗାନ କରିବି।
    କାରଣ ତୁମ୍ଭେ ଆପଣା ବ୍ୟବସ୍ଥାମାନ ମୋତେ ଶିଖାଇଅଛ।
172 ସଦାପ୍ରଭୁ, ମୁଁ ତୁମ୍ଭର ପ୍ରତିଜ୍ଞା ବିଷୟରେ ଗାନ କରିବି।
    କାରଣ ତୁମ୍ଭର ବ୍ୟବସ୍ଥାମାନ ଉତ୍ତମ।
173 ତୁମ୍ଭର ନିର୍ଦ୍ଦେଶ ଗୁଡ଼ିକୁ ମାନିବା ପାଇଁ ମୁଁ ମନୋନୀତ କରିଅଛି।
    ତେଣୁ ମୋର ସାହାଯ୍ୟ ପାଇଁ ବାହାରି ଆସ।
174 ହେ ସଦାପ୍ରଭୁ, ମୁଁ ଗ୍ଭହେଁ ତୁମ୍ଭେ ମୋତେ ରକ୍ଷା କର।
    ତୁମ୍ଭର ଶିକ୍ଷାସବୁ ମୋତେ ଉଲ୍ଲାସ ପ୍ରଦାନ କରେ।
175 ମୋତେ ବଞ୍ଚିବାକୁ ଦିଅ, ଯେପରିକି ମୁଁ ତୁମ୍ଭକୁ ପ୍ରଶଂସା କରିପାରେ।
    ତୁମ୍ଭର ବ୍ୟବସ୍ଥା ମୋର ସହାୟ ହେଉ।
176 ମୁଁ ହଜି ଯାଇଥିବା ମେଷପରି, ଏଣେତେଣେ ବୁଲୁଅଛି,
    ହେ ସଦାପ୍ରଭୁ, ଆପଣା ଦାସକୁ ଖୋଜ।
    କାରଣ ମୁଁ ତୁମ୍ଭର ଆଜ୍ଞା ସକଳ ପାଶୋରି ନାହିଁ।

ଗୀତସଂହିତା 128-130

ଆରୋହଣ ଗୀତ।

128 ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ସେମାନଙ୍କର ପ୍ରତ୍ୟେକ ବ୍ୟକ୍ତି ଧନ୍ୟ
    ଓ ସଦାପ୍ରଭୁଙ୍କର ପଥରେ ଗ୍ଭଲନ୍ତି।

ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଗ କରିବ।
    ତୁମ୍ଭେ ସୁଖୀ ହେବ ଓ ତୁମ୍ଭର ମଙ୍ଗଳ ହେବ।
ତୁମ୍ଭର ସ୍ତ୍ରୀ ତୁମ୍ଭ ଗୃହର ଅନ୍ତପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ୟ ହେବ।
    ତୁମ୍ଭର ସନ୍ତାନମାନେ ତୁମ୍ଭ ମେଜର ଗ୍ଭରିଆଡ଼େ ଜୀତବୃକ୍ଷର ଗ୍ଭରାପରି ହେବେ।
ଯିଏ ସଦାପ୍ରଭୁଙ୍କୁ ସମ୍ମାନ ଦିଏ, ସେ ଏହି ପ୍ରକାର ଆଶୀର୍ବାଦ ପ୍ରାପ୍ତ ହେବ।
ସଦାପ୍ରଭୁ ସିୟୋନରୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
    ଆଉ ଯିରୁଶାଲମ ସୁଖସମୃଦ୍ଧିକୁ ତୁମ୍ଭେ ସାରା ଜୀବନରେ ଅଂଶିଦାର ହୁଅ।
ତୁମ୍ଭେ ଆପଣା ନାତିନାତୁଣୀଙ୍କୁ ଦେଖି ପାର।

ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।

ଏକ ଆରୋହଣ ସଙ୍ଗୀତ।

129 ମୋର ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କଲେ।
    ଇସ୍ରାଏଲ, ଏହାକୁ ଆଉଥରେ କୁହ।
ମୋ’ ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କରିଛନ୍ତି।
    କିନ୍ତୁ ସେମାନେ କେବେ ମୋତେ ପରାସ୍ତ କରି ପାରିଲେ ନାହିଁ।
ସେମାନେ ମୋ’ ପିଠିରେ ଗଭୀର କ୍ଷତ ହେବା ପର୍ଯ୍ୟନ୍ତ ଆଘାତ କରନ୍ତି।
    ମୋର ପିଠି ହଳ କରା ପଡ଼ିଆ ପରି ଜଣାଗଲା।
କିନ୍ତୁ ସଦାପ୍ରଭୁ ଯିଏ ଯାହା ଠିକ୍ କରନ୍ତି, ସେହି ରଜ୍ଜୁ କାଟି ପକାଇଲେ
    ଏବଂ ଦୁଷ୍ଟମାନଙ୍କଠାରୁ ମୁକ୍ତ କଲେ।
ଯେଉଁ ଲୋକମାନେ ସିୟୋନକୁ ଘୃଣା କରନ୍ତି, ସେମାନେ ଲଜ୍ଜିତ ହୁଅନ୍ତୁ।
    ସେମାନେ ଅଟକି ଯାଆନ୍ତୁ ଏବଂ ଅନୁଧାବିତ ହୁଅନ୍ତୁ।
ସେମାନେ ଗୃହର ଛାତ ଉପରିସ୍ଥ
    ତୃଣତୁଲ୍ୟ ବଢ଼ିବା ପୂର୍ବରୁ ଶୁଖି ଯାଆନ୍ତୁ।
ଯେପରି ‌‌କଟାଳୀ ତା'ର ହେଳାପୂର୍ଣ୍ଣ କରିପାରେ ନାହିଁ।
    ଏବଂ ବିଡ଼ା ବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ।
ତାଙ୍କ ବାଟ ଦେଇ ଯାଉଥିବା ଲୋକମାନେ କହନ୍ତି ନାହିଁ,
    “ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ!
    କିଅବା ଆମ୍ଭେ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଆଶୀର୍ବାଦ କରୁଛୁ।”

ଏକ ଆରୋହଣ ଗୀତ।

130 ହେ ସଦାପ୍ରଭୁ, ମୁଁ ଘୋର ବିପତ୍ତିରେ ଅଛି।
    ତେଣୁ ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକୁଅଛି।
ହେ ମୋର ପ୍ରଭୁ, ମୋର ଗୁହାରୀ ଶୁଣ।
    ସାହାଯ୍ୟ ପାଇଁ ମୋର ଡାକ ଶୁଣ।
ହେ ସଦାପ୍ରଭୁ, ତୁମ୍ଭେ ଯଦି ସମସ୍ତ ଲୋକଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡିତ କର,
    ତେବେ କେହି ବଞ୍ଚିବେ ନାହିଁ।
ହେ ସଦାପ୍ରଭୁ, ତୁମ୍ଭେ ଲୋକମାନଙ୍କୁ କ୍ଷମା କର,
    ସେଥିପାଇଁ ସେମାନେ ତୁମ୍ଭଙ୍କୁ ଡରନ୍ତି ଏବଂ ଉପାସନା କରନ୍ତି।

ମୁଁ ସଦାପ୍ରଭୁଙ୍କର ସାହାଯ୍ୟକୁ ଅପେକ୍ଷା କରିଛି।
    ମୋର ପ୍ରାଣ ତାଙ୍କୁ ଗ୍ଭହିଁ ରହିଛି।
    ମୁଁ ସଦାପ୍ରଭୁଙ୍କର ବାକ୍ୟରେ ଭରସା ରଖିଛି।
ମୁଁ ମୋର ପ୍ରଭୁଙ୍କ ପାଇଁ ଅପେକ୍ଷା କରେ,
    ଯେପରି ଜଣେ ପ୍ରହରୀ ସକାଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରେ।
ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ।
    ସଦାପ୍ରଭୁ ହେଉଛନ୍ତି ଜଣେ, ଯିଏକି ବିଶ୍ୱାସୀ ଏବଂ ସତ୍ୟ ଅଟନ୍ତି।
ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି।
    ଏବଂ ସେ ହେଉଛନ୍ତି ଜଣେ, ଯିଏ ଇସ୍ରାଏଲକୁ ତା'ର ସମସ୍ତ ପାପରୁ ମୁକ୍ତ କରିବେ।

ରାଜାବଳୀର ଦ୍ୱିତୀୟ ପୁସ୍ତକ 22:14-23:3

ଯୋଶିୟ ଓ ଭବିଷ୍ୟ‌ଦ୍‌ବକ୍ତା ହୁଲଦା

14 ଏଣୁ ହି‌ଲ୍‌‌‌କିୟ ଯାଜକ, ଅହୀକାମ୍, ଅ‌କ୍‌ବୋର, ଶାଫନ ଓ ଅସାୟ ବସ୍ତ୍ରାଗାର ରକ୍ଷକ ହର୍ହସର ପୌତ୍ର, ତି‌କ୍‌ବର ପୁତ୍ର ଶଲ୍ଲୁମର ଭାର୍ଯ୍ୟା ହୁଲଦା ଭବିଷ୍ୟ‌ଦ୍‌ବକ୍ତା ନିକଟକୁ ଗଲେ। ଯିଏ ଯାଜକର ଲୁଗାର ଯତ୍ନ ନେଲେ। ସେ ଯିରୁଶାଲମର ଦ୍ୱିତୀୟ କୋଠରୀରେ ବାସ କରୁଥିଲା। ସେମାନେ ତା’ ସହିତ କଥାବାର୍ତ୍ତା ହେଲେ।

15 ତା'ପରେ ହୁଲଦା ସେମାନଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ଯେଉଁ ଲୋକ ତୁମ୍ଭମାନଙ୍କୁ ଆମ୍ଭ ନିକଟକୁ ପଠାଇଲା ତାହାକୁ କୁହ। 16 ‘ସଦାପ୍ରଭୁ ଏହା କହନ୍ତି, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀ ଲୋକମାନଙ୍କ ଉପରେ ଅମଙ୍ଗଳ ଘଟାଇବା। ଏହି ପୁସ୍ତକରେ ଲିଖିତ ଯିହୁଦା ରାଜାଙ୍କ ପଠିତ ବାକ୍ୟ ଅନୁସାରେ ସମସ୍ତ ଅମଙ୍ଗଳ ଘଟାଇବା। 17 କାରଣ ଯିହୁଦାର ଲୋକମାନେ ମୋତେ ପରିତ୍ୟାଗ କରିଛନ୍ତି। ସେମାନେ ଅନ୍ୟ ଦେବତାଗଣଙ୍କ ପାଦରେ ଧୂପ ଜଳାଇଛନ୍ତି। ସେମାନେ ବହୁତ ପ୍ରତିମା ତିଆରି କରିଛନ୍ତି ଓ ମୋତେ ଅତି କ୍ରୋଧ କରାଇଛନ୍ତି। ତେଣୁ ଏହି ସ୍ଥାନ ବିରୁଦ୍ଧରେ ଆମ୍ଭର କ୍ରୋଧାଗ୍ନି ପ୍ରଜ୍ୱଳିତ ହେବ ଓ ତାହା କେବେ ନିର୍ବାପିତ ହେବ ନାହିଁ।’

18-19 “ଯିହୁଦାର ରାଜା ଯୋଶିୟ ସଦାପ୍ରଭୁଙ୍କୁ ପଗ୍ଭରିବାକୁ ତୁମ୍ଭମାନଙ୍କୁ ପଠାଇଲେ। ତୁମ୍ଭେ ତାଙ୍କୁ କୁହ, ‘ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱର ଏହିକଥା କହନ୍ତି, ଯାହା ତୁମ୍ଭେ ପୁସ୍ତକରୁ ପଢ଼ି ଶୁଣିଛ, ମୋର ବାକ୍ୟଗୁଡ଼ିକ ଏହି ସ୍ଥାନ ଓ ଏହାର ନିବାସୀମାନଙ୍କ ବିଷୟରେ ଥିଲା। ଭୟଙ୍କର ଜିନିଷ ଏହି ନିବାସୀ ଓ ଏହି ସ୍ଥାନରେ ଘଟିବ। ଏହା ଶୁଣି ତୁମ୍ଭର ହୃଦୟ କୋମଳ ହେଲା। ତୁମ୍ଭେ ସଦାପ୍ରଭୁଙ୍କ ଛାମୁରେ ନିଜକୁ ନମ୍ର କଲ ଓ ନିଜ ବସ୍ତ୍ର ଚିରିଲ ଓ ମୋ’ ଛାମୁରେ କ୍ରନ୍ଦନ କଲ। ଏଣୁ ମୁଁ ତୁମ୍ଭର ବିନତି ଶୁଣିଲି। 20 ତେଣୁ ଆମ୍ଭେ ତୁମ୍ଭଙ୍କୁ ତୁମ୍ଭ ପୂର୍ବପୁରୁଷଙ୍କ ନିକଟକୁ ଆଣିବା। ତୁମ୍ଭେ ଶାନ୍ତିରେ ସେମାନଙ୍କ ସହିତ କବରରେ ସଂଗୃହୀତ ହେବ। ତୁମ୍ଭେ ଭୟଙ୍କର କ୍ଳେଶ ଦେଖିବ ନାହିଁ। କାରଣ ମୁଁ ଏହି ସ୍ଥାନରେ ତୁମ୍ଭମାନଙ୍କୁ ଆଣିବାକୁ ଯାଉଛି।’”

ଏହା ପରେ ସେମାନେ ପୁନର୍ବାର ରାଜାଙ୍କୁ ଏହି ସମାଗ୍ଭର ଦେଲେ।

ଲୋକମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଶୁଣନ୍ତି

23 ଯିହୁଦା ଓ ଯିରୁଶାଲମର ସମସ୍ତ ପ୍ରାଚୀନବର୍ଗଙ୍କୁ ଆସି ସାକ୍ଷାତ କରିବାକୁ ଯୋଶିୟ ରାଜା କହିଲେ। ଏହା ପରେ ରାଜା ସଦାପ୍ରଭୁଙ୍କ ମନ୍ଦିରକୁ ଗମନ କଲେ। ତାଙ୍କ ସହିତ ଯିହୁଦାର ସମସ୍ତ ଲୋକ, ଯିରୁଶାଲମର ସମସ୍ତ ବାସିନ୍ଦା, ଯାଜକମାନେ, ଭବିଷ୍ୟ‌ଦ୍‌ବକ୍ତାମାନେ ଓ ସମସ୍ତ ବଡ଼ରୁ ଛୋଟ ଗମନ କଲେ। ତହୁଁ ସଦାପ୍ରଭୁଙ୍କ ମନ୍ଦିରରୁ ପ୍ରାପ୍ତ ବ୍ୟବସ୍ଥା ପୁସ୍ତକର ସମସ୍ତ ବାକ୍ୟ ସେମାନଙ୍କର କର୍ଣ୍ଣ ଗୋଚର ହେବା ପାଇଁ ଯୋଶିୟ ରାଜା ପାଠ କଲେ।

ଏଥିରେ ରାଜା ସ୍ତମ୍ଭ ସମ୍ମୁଖରେ ଠିଆ ହେଲେ ଓ ସଦାପ୍ରଭୁଙ୍କ ସହିତ ଗୋଟିଏ ଯୁକ୍ତି କଲେ ଏବଂ ସଦାପ୍ରଭୁଙ୍କୁ ଅନୁକରଣ କରିବାକୁ ତାଙ୍କର ଆଜ୍ଞାମାନ, ସାକ୍ଷକଥା ଓ ନିୟମମାନ ତାଙ୍କ ସମସ୍ତ ହୃଦୟ ଓ ମନ ସହିତ ପ୍ରତିଜ୍ଞା କଲେ ଏବଂ ପ୍ରତ୍ୟେକ ଲୋକ ଏହା କରିବାକୁ ରାଜି ହେଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 11:23-34

23 ଯେଉଁ ଶିକ୍ଷା ମୁଁ ପ୍ରଭୁଙ୍କଠାରୁ ଗ୍ରହଣ କରିଥିଲି, ସେହି ସମାନ ଶିକ୍ଷା ତୁମ୍ଭମାନଙ୍କୁ ଦେଲି। ଯେଉଁ ରାତ୍ରିରେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଧରାଇ ଦିଆଯାଇଥିଲା। ସେହି ରାତ୍ରିରେ ସେ ରୋଟୀ ନେଲେ ଓ ତା’ ପାଇଁ ଧନ୍ୟବାଦ ଦେଇଥିଲେ। 24 ତା'ପରେ ସେହି ରୋଟୀକୁ ଛିଣ୍ଡାଇ ସେ କହିଲେ: “ଏହା ତୁମ୍ଭମାନଙ୍କ ନିମନ୍ତେ ମୋର ଶରୀର। ମୋତେ ସ୍ମରଣ କରିବା ପାଇଁ ତୁମ୍ଭେମାନେ ଏହା କର।” 25 ସେହିପରି ସେମାନେ ଖାଇ ସାରିଲା ପରେ, ସେ ପାନପାତ୍ର ନେଲେ ଓ କହିଲେ: “ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ଚୁକ୍ତିର ନିଦର୍ଶନ। ତୁମ୍ଭେମାନେ ଯେତେଥର ଏହି ପାତ୍ରକୁ ପାନ କରିବ, ମୋତେ ସ୍ମରଣ କରିବା ପାଇଁ ତାହା କରିବ।” 26 ପ୍ରତ୍ୟେକ ଥର ଏହି ରୋଟୀ ଖାଇଲା ବେଳେ ଓ ଏହି ପାନପାତ୍ରରୁ ପାନ କଲାବେଳେ, ପ୍ରଭୁଙ୍କ ଦିନ ଆସିବା ପର୍ଯ୍ୟନ୍ତ, ପ୍ରଭୁଙ୍କ ମୃତ୍ୟୁର ଘୋଷଣା କରୁଥିବ।

27 ଅତଏବ, ଯେଉଁ ଲୋକ ରୋଟୀ ଓ ପ୍ରଭୁଙ୍କର ପିଆଲାରୁ ଅନୁଚିତ୍ ଭାବରେ ଗ୍ରହଣ କରେ, ସେ ପ୍ରଭୁଙ୍କର ଶରୀର ଓ ରକ୍ତର ଅବମାନନା କରେ। 28 ପ୍ରତ୍ୟେକଲୋକ ରୋଟୀ ଖାଇବା ପୂର୍ବରୁ ଓ ପିଆଲାରୁ ପିଇବା ପୂର୍ବରୁ ନିଜ ହୃଦୟକୁ ପରୀକ୍ଷା କରିନେବା ଦରକାର। 29 ଯଦି ଜଣେ ପ୍ରଭୁଙ୍କ ଶରୀରକୁ ବିଶେଷ ନ ମଣି ଏହି ରୋଟୀକୁ ଖାଏ ଓ ଏହି ପିଆଲାରୁ ପିଏ, ତା'ହେଲେ ସେ ଏହା ଖାଇବା ଓ ପିଇବା ଦ୍ୱାରା ଦୋଷୀ ସାବ୍ୟସ୍ତ ହୁଏ। 30 ସେଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ଅନେକ ଦୁର୍ବଳ ଓ ରୋଗୀ ଅଛନ୍ତି ଓ ଅନେକ ମୃତ ହେଲେଣି। 31 କିନ୍ତୁ ଯଦି ଆମ୍ଭେ ନିଜକୁ ପରୀକ୍ଷା କରି ନେବା, ତା'ହେଲେ ଆମ୍ଭକୁ ପ୍ରଭୁଙ୍କ ଦ୍ୱାରା ବିଗ୍ଭରିତ ହେବାକୁ ପଡ଼ିବ ନାହିଁ। 32 ପ୍ରଭୁ ଯେତେବେଳେ ଆମ୍ଭର ବିଗ୍ଭର କରନ୍ତି, ସେ ଠିକ୍ ବାଟ ଦେଖାଇବା ଲାଗି ଆମ୍ଭ ପ୍ରତି ଦଣ୍ଡ ବିଧାନ କରନ୍ତି। ଆମ୍ଭେ ଯେପରି ଜଗତର ଅବଶିଷ୍ଟ ଲୋକମାନଙ୍କ ସହିତ ଦଣ୍ଡାଜ୍ଞା ପାଇବୁ ନାହିଁ, ସେଥିଲାଗି ସେ ଏପରି କରନ୍ତି।

33 ଅତଏବ, ହେ ଭାଇ ଓ ଭଉଣୀମାନେ ଯେତେବେଳେ ଭୋଜନ କରିବା ପାଇଁ ତୁମ୍ଭେମାନେ ଏକାଠି ଆସିଛ, ପରସ୍ପର ଏକଆରେକ ଲାଗି ଅପେକ୍ଷା କର। 34 ଯଦି କାହାକୁ ବହୁତ ଭୋକ ଲାଗୁଛି, ସେ ଘରେ ଖାଇଦେବା ଉଚିତ୍, ଯଦ୍ଦ୍ୱାରା ପ୍ରଭୁଭୋଜ ସଭାରେ ତୁମ୍ଭମାନଙ୍କ ଆଚରଣ ହେତୁ ପ୍ରଭୁଙ୍କ ଦ୍ୱାରା ବିଗ୍ଭରିତ ହେବ ନାହିଁ। ମୁଁ ଯେବେ ଆସିବି, ଅବଶିଷ୍ଟ ବିଷୟରେ କ’ଣ କରିବାକୁ ହେବ କହିବି।

ମାଥିଉ ଲିଖିତ ସୁସମାଗ୍ଭର 9:9-17

ଯୀଶୁ ମାଥିଉଙ୍କୁ ବାଛିଲେ

(ମାର୍କ 2:13-17; ଲୂକ 5:27-32)

ଯୀଶୁ ସେଠାରୁ ଯାଉ ଯାଉ ଦେଖିଲେ ଯେ, କରଆଦାୟ କେନ୍ଦ୍ରରେ ଜଣେ ଲୋକ ବସିଛନ୍ତି। ତାହାଙ୍କ ନାମ ଥିଲା ମାଥିଉ। ଯୀଶୁ ତାହାଙ୍କୁ କହିଲେ, “ମୋର ଅନୁସରଣ କର।” ମାଥିଉ ଉଠି ଯୀଶୁଙ୍କର ଅନୁଗମନ କଲେ।

10 ଯୀଶୁ ମାଥିଉଙ୍କ ଘରେ ଖାଉଥିଲେ। ସେ ଖାଇବା ବେଳେ ଅନେକ କରଆଦାୟକାରୀ ଓ ଅନେକ ପାପୀମାନେ ସେଠାରେ ପହଞ୍ଚିଲେ। ସେମାନେ ଯୀଶୁ ଓ ତାହାଙ୍କ ଅନୁଗାମୀମାନଙ୍କ ସହ ଖାଇଲେ। 11 ଫାରୂଶୀମାନେ ଏହା ଦେଖି ଯୀଶୁଙ୍କ ଅନୁଗାମୀମାନଙ୍କୁ ପଗ୍ଭରିଲେ, “ତୁମ୍ଭର ଗୁରୁ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଖାଉଛନ୍ତି?”

12 ଫାରୂଶୀମାନଙ୍କ କଥା ଶୁଣି ଯୀଶୁ କହିଲେ, “ଜଣେ ସୁସ୍ଥଲୋକ ପାଇଁ ଡାକ୍ତର ଆବଶ୍ୟକ ନାହିଁ, କିନ୍ତୁ ଜଣେ ରୋଗୀ ପାଇଁ ଡାକ୍ତର ଦରକାର। 13 ମୁଁ ତୁମ୍ଭକୁ ଗୋଟିଏ କଥା କହିବି। ତୁମ୍ଭେ ଯାଇ ବୁଝ ଯେ ଏହି ଶାସ୍ତ୍ର ବାକ୍ୟର ଅର୍ଥ କ’ଣ: ‘ମୁଁ ପଶୁବଧ ଗ୍ଭହେଁ ନାହିଁ, ମୁଁ ଲୋକମାନଙ୍କ ଭିତରେ ଦୟାଭାବ ଗ୍ଭହେଁ।’(A) ମୁଁ ଧାର୍ମିକ ଲୋକଙ୍କୁ ଡାକିବାକୁ ଆସି ନାହିଁ। ମୁଁ ପାପୀ ଲୋକଙ୍କୁ ଡାକିବାକୁ ଆସିଛି।”

ଯୀଶୁ ଅନ୍ୟ ଧାର୍ମିକ ଯିହୂଦୀଙ୍କ ଭଳି ନୁହନ୍ତି

(ମାର୍କ 2:18-22; ଲୂକ 5:33-39)

14 ଯୋହନଙ୍କ[a] ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସିଲେ, ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଆମ୍ଭେ ଓ ଫାରୂଶୀମାନେ ଅଧିକାଂଶ ସମୟରେ ଉପବାସ କରୁଛୁ, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି?”

15 ଯୀଶୁ ସେମାନଙ୍କୁ କହିଲେ, “ବର ଯେପର୍ଯ୍ୟନ୍ତ ବରଯାତ୍ରୀମାନଙ୍କ ସହିତ ଥିବ, ସେପର୍ଯ୍ୟନ୍ତ ବରଯାତ୍ରୀମାନେ ଦୁଃଖ କରିବେ କି? କିନ୍ତୁ ଦିନ ଆସିବ ବରକୁ ତାହାଙ୍କଠାରୁ ଛଡ଼େଇ ନିଆଯିବ। ସେତେବେଳେ ବରଯାତ୍ରୀମାନେ ଦୁଃଖୀ ହେବେ। ତା'ପରେ ସେମାନେ ଉପବାସ କରିବେ।

16 “କେହି କେବେ ପୁରୁଣା ଲୁଗା କଣାରେ ନୂଆ କନାର ତାଳି ପକାଏ ନାହିଁ, କାରଣ ନୂଆ କନା ଧୋଇବା ପୂର୍ବରୁ ଯାକି ହୋଇ ନ ଥାଏ। ନୂଆ କନାର ତାଳି ପକାଇ ଦେଲେ ତାହା ଯାକି ହେବା ବେଳକୁ ପୁରୁଣା ଲୁଗାକୁ ଗ୍ଭରିପଟୁ ଟାଣିଦେବ ଓ କଣାଟି ଆହୁରି ଅଧିକ ବଡ଼ ହୋଇଯିବ। 17 ଆହୁରି ଲୋକେ ନୂଆ ଦ୍ରାକ୍ଷାରସ ପୁରୁଣା ପାତ୍ରରେ ଢାଳନ୍ତି ନାହିଁ। ତା କଲେ, ପୁରୁଣା ପାତ୍ର ଫାଟିଯାଏ ଓ ଅଙ୍ଗୁରରସ ଢାଳି ହୋଇଯାଏ, ସେଥିପାଇଁ ସେମାନେ ନୂଆ ଦ୍ରାକ୍ଷାରସ ନୂଆ ଚମଡ଼ା ପାତ୍ରରେ ରଖନ୍ତି, ଏଥିରେ ଦ୍ରାକ୍ଷାରସ ଓ ପାତ୍ର ଦୁଇଟି ସୁରକ୍ଷିତ ରଖାଯାଇ ପାରିବ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center