Book of Common Prayer
118 ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି।
ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
2 ଇସ୍ରାଏଲ ଏବେ କହନ୍ତୁ,
“ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
3 ହାରୋଣର ପରିବାରବର୍ଗ[a] ବର୍ତ୍ତମାନ ଏବେ ଏହା କୁହନ୍ତୁ ଯେ,
“ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
4 ହେ ସଦାପ୍ରଭୁଙ୍କର ଉପାସନା କରୁଥିବା ଲୋକମାନେ, ଏହା କୁହ,
“ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
5 ମୁଁ ସଙ୍କଟରେ ଥିଲି, ତେଣୁ ସଦାପ୍ରଭୁଙ୍କର ସାହାଯ୍ୟ ପାଇଁ ଡାକିଲି।
ସଦାପ୍ରଭୁ ଉତ୍ତର ଦେଲେ ଏବଂ ମୋତେ ସେଥିରୁ ମୁକ୍ତ କଲେ।
6 ସଦାପ୍ରଭୁ ମୋ’ ସହିତ ଅଛନ୍ତି, ତେଣୁ ମୁଁ ଭୟ କରିବି ନାହିଁ।
ଲୋକମାନେ, ମୋତେ କ’ଣ କରି ପାରିବେ।
7 ସଦାପ୍ରଭୁ ମୋର ସାହାଯ୍ୟକାରୀ।
ମୁଁ ମୋର ଶତ୍ରୁମାନଙ୍କର ପରାସ୍ତ ଦେଖିବି।
8 ଲୋକମାନଙ୍କଠାରେ ବିଶ୍ୱାସ ରଖିବା ଅପେକ୍ଷା
ସଦାପ୍ରଭୁଙ୍କଠାରେ ରକ୍ଷା ପାଇଁ ନିର୍ଭର ରଖିବା ନିଶ୍ଚିତ ଉତ୍ତମ।
9 ଅଧିପତିମାନଙ୍କ ଉପରେ ବିଶ୍ୱାସ ରଖିବା ଅପେକ୍ଷା
ପରମେଶ୍ୱରଙ୍କଠାରେ ଶରଣାଗତ ହେବା ଉତ୍ତମ।
10 ଶତ୍ରୁମାନେ ମୋତେ ଘେରି ଯାଇଥିଲେ,
କିନ୍ତୁ ସଦାପ୍ରଭୁଙ୍କ ଶକ୍ତି ବଳରେ ମୁଁ ସେମାନଙ୍କୁ ପରାସ୍ତ କଲି।
11 ଶତ୍ରୁଗଣ ବାରମ୍ବାର ମୋତେ ଘେରି ରହୁଛନ୍ତି।
ମୁଁ ସେମାନଙ୍କୁ ସଦାପ୍ରଭୁଙ୍କ ଶକ୍ତିରେ ପରାସ୍ତ କରିବି।
12 ଶତ୍ରୁମାନେ ମହୁମାଛି ଦଳ ପରି ମୋର ଚତୁର୍ପାର୍ଶ୍ୱରେ ବାରମ୍ବାର ଘେରିଗଲେ।
କିନ୍ତୁ ସେମାନେ କଣ୍ଟା ବୁଦାର ନିଆଁ ପରି ଶୀଘ୍ର ନଷ୍ଟ ହେଲେ।
ମୁଁ ସଦାପ୍ରଭୁଙ୍କ ଶକ୍ତିରେ ସେମାନଙ୍କୁ ପରାସ୍ତ କଲି।
13 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି ପ୍ରାୟ ଧ୍ୱଂସ କରିବା ଉପରେ ଥିଲେ,
କିନ୍ତୁ ସଦାପ୍ରଭୁ ମୋତେ ସାହାଯ୍ୟ କଲେ।
14 ଯାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ[b] ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମୋର ଶକ୍ତି ଓ ସୁରକ୍ଷା।
ସଦାପ୍ରଭୁ ମୋତେ ରକ୍ଷା କଲେ।
15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜୟ ଧ୍ୱନି ତୁମ୍ଭେ ଶୁଣିପାରିବ।
ସଦାପ୍ରଭୁ ପୁନ୍ନରାୟ ତାଙ୍କର ମହାନ ଶକ୍ତି ପ୍ରଦର୍ଶନ କଲେ।
16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜୟ ପାଇଁ ଉତ୍ଥିତ ହେଲା।
ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦେଖାଇଲେ।
17 ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି
ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
18 ସଦାପ୍ରଭୁ ମୋତେ ବୃହତ୍ ଶାସ୍ତି ଦେଇଅଛନ୍ତି।
ମାତ୍ର ସେ ମୋତେ ମରିବାକୁ ଦେଲେ ନାହିଁ।
19 ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ।
ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
20 ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ।
କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି।
ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ।
22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ।
ତାହା କୋଣର ପ୍ରଧାନ ପଥର ହୋଇଅଛି।
23 ଏହାସବୁ ସଦାପ୍ରଭୁଙ୍କ କର୍ମ,
କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ।
24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି।
ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।
25 ଲୋକମାନେ କହନ୍ତି, “ହେ ସଦାପ୍ରଭୁ, ଆମ୍ଭକୁ ରକ୍ଷା କର।
ସଦାପ୍ରଭୁ, ଆମ୍ଭକୁ ସଫଳତା ଦିଅ।”
26 ଯାଜକମାନେ କହନ୍ତି, “ଯିଏ ସଦାପ୍ରଭୁଙ୍କ ନାମରେ ଆସନ୍ତି ତାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ।
ଆମ୍ଭେମାନେ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ଆଶୀର୍ବାଦ କରୁ।
27 ସଦାପ୍ରଭୁ ପରମେଶ୍ୱର ଅଟନ୍ତି।
ଏବଂ ସେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତି।
ଯଜ୍ଞବେଦିର ଶିଙ୍ଗରେ ରଜ୍ଜୁଦ୍ୱାରା ମେଷକୁ ବାନ୍ଧ।”
28 ହେ ସଦାପ୍ରଭୁ, ତୁମ୍ଭେ ମୋର ପରମେଶ୍ୱର, ମୁଁ ତୁମ୍ଭ ନାମର ଧନ୍ୟବାଦ କରୁଛି।
ମୁଁ ତୁମ୍ଭକୁ ପ୍ରଶଂସା କରୁଛି।
29 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ।
ହଁ, ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପ୍ରଶଂସାର ଗୀତ, ଦାଉଦଙ୍କ ରଚିତ।
145 ସେ ରାଜନ୍, ମୋର ପରମେଶ୍ୱର, ମୁଁ ତୁମ୍ଭର ପ୍ରଶଂସା କରିବି।
ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି।
2 ପ୍ରତିଦିନ ମୁଁ ତୁମ୍ଭର ପ୍ରଶଂସା କରେ।
ପୁଣି ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି।
3 ସଦାପ୍ରଭୁ ହେଉଛନ୍ତି ମହାନ ଏବଂ ସେ ଅତ୍ୟନ୍ତ ପ୍ରଶଂସନୀୟ।
ଆମ୍ଭେମାନେ ତାହାଙ୍କର ମହାନତାକୁ ପୁରାପୁରି ଜାଣି ପାରିବୁ ନାହିଁ।
4 ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟା ସକଳର ପ୍ରଶଂସା କରନ୍ତୁ,
ସେମାନେ ତୁମ୍ଭର କାର୍ଯ୍ୟ ବିଷୟରେ କୁହନ୍ତୁ।
5 ତୁମ୍ଭ ଗୌରବ ଓ ମହିମା ଆଶ୍ଚର୍ଯ୍ୟପୂର୍ଣ୍ଣ।
ମୁଁ ତୁମ୍ଭ ଅଦ୍ଭୂତ କର୍ମ ବିଷୟ ଧ୍ୟାନ କରିବି।
6 ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ଭୟାନକ କର୍ମର ଶକ୍ତି ବିଷୟରେ ବ୍ୟକ୍ତି କରନ୍ତୁ।
ପୁଣି ମୁଁ ତୁମ୍ଭର ମହାନତା ବିଷୟରେ ପ୍ରଗ୍ଭର କରିବି।
7 ଲୋକମାନେ ତୁମ୍ଭର ମହାନ ଉତ୍ତମତା ବିଷୟରେ କୁହନ୍ତୁ
ଓ ସେମାନେ ତୁମ୍ଭ ଧାର୍ମିକତା ବିଷୟରେ ଗାନ କରନ୍ତୁ।
8 ସଦାପ୍ରଭୁ ଅତ୍ୟନ୍ତ ଦୟାବାନ, ସହାନୁଭୂତିଶୀଳ,
ଧୈର୍ଯ୍ୟଶୀଳ ଏବଂ ସ୍ନେହଶୀଳ।
9 ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ।
ପରମେଶ୍ୱରଙ୍କର ହସ୍ତକୃତ ସମସ୍ତ କର୍ମ ଉପରେ ତାହାଙ୍କର ଦୟା ଥାଏ।
10 ସଦାପ୍ରଭୁ, ତୁମ୍ଭେ ଯାହା କରିଅଛ, ସେଗୁଡ଼ିକ ସମସ୍ତେ ତୁମ୍ଭର ପ୍ରଶଂସା କରନ୍ତୁ।
ତୁମ୍ଭର ବିଶ୍ୱସ୍ତ ଅନୁସରଣକାରୀମାନେ ତୁମ୍ଭର ଧନ୍ୟବାଦ କରନ୍ତୁ।
11 ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରନ୍ତୁ
ଓ ତୁମ୍ଭ ପରାକ୍ରମ ବିଷୟରେ କୁହନ୍ତୁ।
12 ତେଣୁ ଅନ୍ୟ ଲୋକମାନେ ତୁମ୍ଭର ମହାନ କାର୍ଯ୍ୟ ବିଷୟରେ ଜାଣିବେ
ଏବଂ ତୁମ୍ଭର ଶାସନ କେତେ ଆଶ୍ଚର୍ଯ୍ୟଜନକ ଓ ମହାନ।
13 ହେ ସଦାପ୍ରଭୁ, ତୁମ୍ଭର ଶାସନ ଅନନ୍ତକାଳସ୍ଥାୟୀ ରହିବ।
ତୁମ୍ଭେ ଅନନ୍ତକାଳ ରାଜତ୍ୱ କରିବ।
ସଦାପ୍ରଭୁଙ୍କ ଉପରେ ବିଶ୍ୱାସ କରାଯାଇ ପାରିବ, ଯାହା ସେ କୁହନ୍ତି।
ସେ କରୁଥିବା ସମସ୍ତ କର୍ମ ଉପରେ ବିଶ୍ୱସ୍ତ।[a]
14 ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି।
ଏବଂ ନଇଁ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
15 ହେ ସଦାପ୍ରଭୁ, ସମସ୍ତ ସଜୀବ ପ୍ରାଣୀ ଖାଦ୍ୟ ପାଇଁ ତୁମ୍ଭକୁ ଅନାଇଥା’ନ୍ତି।
କାରଣ ଉପଯୁକ୍ତ ସମୟରେ ତୁମ୍ଭେ ଆହାର ଯୋଗାଇ ଥାଅ।
16 ହେ ସଦାପ୍ରଭୁ, ତୁମ୍ଭେ ଆପଣା ହସ୍ତ ମେଲାଇ
ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଛ।
17 ସଦାପ୍ରଭୁ ଯାହାକିଛି କରନ୍ତି ତାହା ଉତ୍ତମ
ଓ ତାଙ୍କର ନିଜର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାକୁ ପ୍ରଦର୍ଶନ କରେ।
18 ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି,
ଯେଉଁମାନେ ତାଙ୍କୁ ସାହାଯ୍ୟ ପାଇଁ ଡାକନ୍ତି।
19 ସେ ଆପଣା ଅନୁସରଣକାରୀମାନଙ୍କ ବାଞ୍ଚା ପୂର୍ଣ୍ଣ କରନ୍ତି।
ସେ ସେମାନଙ୍କର ଗୁହାରି ଶୁଣନ୍ତି ଏବଂ ସେମାନଙ୍କୁ ରକ୍ଷା କରନ୍ତି।
20 ସଦାପ୍ରଭୁ ସେହିମାନଙ୍କୁ ରକ୍ଷା କରନ୍ତି ଯେଉଁମାନେ ତାଙ୍କୁ ଭଲ ପାଆନ୍ତି,
ମାତ୍ର ସମସ୍ତ ଦୁଷ୍ଟ ଲୋକମାନଙ୍କୁ ଧ୍ୱଂସ କରିବେ।
21 ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି!
ସମୁଦାୟ ପ୍ରାଣୀ ଅନନ୍ତକାଳ ତାହାଙ୍କର ପବିତ୍ର ନାମର ପ୍ରଶଂସା କରିବା ଉଚିତ୍।
ହିଜକିୟ ପୀଡ଼ିତ ଓ ମୂମୂର୍ଷ ଅବସ୍ଥା
20 ସେ ସମୟରେ ହିଜକିୟ ଅସୁସ୍ଥ ହେଲେ ଏବଂ ମୃତ୍ୟୁବରଣ କରିବା ଉପରେ ହେଲେ। ଭବିଷ୍ୟଦ୍ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ କହନ୍ତି, ‘ତୁମ୍ଭେ ତୁମ୍ଭର ଗୋଟିଏ ଇଚ୍ଛା, ପରିବାର ସଭ୍ୟମାନଙ୍କ ନିମନ୍ତେ ଲେଖ କାରଣ ତୁମ୍ଭେ ନିଶ୍ଚୟ ମରିବ।’”
2 ହିଜକିୟ କାନ୍ଥ ଆଡ଼େ ନିଜର ମୁହଁ ବୁଲାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ। 3 “ହେ ସଦାପ୍ରଭୁ ମୁଁ ବିନୟ କରି କହୁଛି, ମୁଁ ସତ୍ୟତା ଓ ସର୍ବାନ୍ତଃକରଣରେ ତୁମ୍ଭ ସେବା କରି ଆସିଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମମାନ କରିଅଛି। ଏହା ଏବେ ସ୍ମରଣ କର।” ତା'ପରେ ହିଜକିୟ ଅତିଶୟ ରୋଦନ କଲେ।
4 ଯିଶାଇୟ ଗ୍ରାମର ମଧ୍ୟଭାଗକୁ ପରିତ୍ୟାଗ କରିବା ପୂର୍ବରୁ ତାଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ସଦାପ୍ରଭୁ କହିଲେ, 5 “ତୁମ୍ଭେ ଫେରିଯାଅ ଓ ଆମ୍ଭଲୋକମାନଙ୍କର ଅଧିପତି ହିଜକିୟକୁ କୁହ, ‘ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଦାଉଦର ପରମେଶ୍ୱର ଏହି କଥା କୁହନ୍ତି, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଆମ୍ଭେ ତୁମ୍ଭର ଲୋତକ ଦେଖିଲୁ। ତେଣୁ ଆମ୍ଭେ ତୁମ୍ଭକୁ ସୁସ୍ଥ କରିବୁ ଓ ତୁମ୍ଭେ ତୃତୀୟ ଦିନରେ ସଦାପ୍ରଭୁଙ୍କ ମନ୍ଦିରକୁ ଯିବ। 6 ଆମ୍ଭେ ତୁମ୍ଭର ଆୟୁଷ ପନ୍ଦର ବର୍ଷ ବୃଦ୍ଧି କରିବୁ। ପୁଣି ତୁମ୍ଭକୁ ଓ ଏହି ନଗରକୁ ଅଶୂରୀୟ ରାଜାର ହସ୍ତରୁ ରକ୍ଷା କରିବୁ। ଏହା ମୁଁ ନିଜ ସକାଶେ ଓ ଆମ୍ଭର ସେବକ ଦାଉଦଙ୍କ ସକାଶେ ଏହି ନଗରକୁ ରକ୍ଷା କରିବି।’”
7 ତା'ପରେ ଯିଶାଇୟ କହିଲେ, “ଏକ ଡିମ୍ବିରି ମିଶ୍ରଣ ତିଆରି କର ଓ କ୍ଷତ ସ୍ଥାନରେ ଲଗାଅ।”
ତେଣୁ ସେମାନେ ସେହି ମିଶ୍ରଣ ନେଇ ହିଜକିୟର କ୍ଷତରେ ଲଗାଇଲେ ଓ ସେ ସୁସ୍ଥ ହେଲେ।
8 ହିଜକିୟ ଯିଶାଇୟଙ୍କୁ କହିଲେ, “ସଦାପ୍ରଭୁ ଯେ ମୋତେ ଆରୋଗ୍ୟ କରିବେ ଓ ତୃତୀୟ ଦିନରେ ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ଯିବି, ଏହାର କି ସୂଚନା ଅଛି?”
9 ତହୁଁ ଯିଶାଇୟ କହିଲେ, “ତୁମ୍ଭେ କି ସୂଚନା ଗ୍ଭହୁଁଛ? ଛାୟା କ’ଣ ଦଶ ପାହୁଣ୍ତ ଆଗକୁ କିମ୍ବା ଦଶ ପାହୁଣ୍ତ ପଛକୁ ଯିବ[a] ତୁମ୍ଭ ପାଇଁ ପରମେଶ୍ୱରଙ୍କଠାରୁ ଏହି ଚିହ୍ନ ହେବ। ଯେ ସଦାପ୍ରଭୁ ତାଙ୍କର ବାକ୍ୟ ସଫଳ କରିବେ।”
10 ଏଥିରେ ହିଜକିୟ ଉତ୍ତର କଲେ, “ଛାୟା ଦଶପାହୁଣ୍ତ ଆଗକୁ ଯିବା ସହଜ କଥା, ମାତ୍ର ଦଶ ପାହୁଣ୍ତ ପଛକୁ ଘୁଞ୍ଚାଯାଉ।”
11 ତା'ପରେ ଯିଶାଇୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, ଏଥିରେ ସଦାପ୍ରଭୁ ଛାୟାକୁ କଲେ ଯେ, ତାହା ଦଶ ପାଉଣ୍ତ ଆଗକୁ ଯାଇ ପଛକୁ ଘୁଞ୍ଚି ଆସିଲା।
ହିଜକିୟ ଓ ବାବିଲରୁ ଆସିଥିବା ଲୋକମାନେ
12 ସେ ସମୟରେ ବଲ୍ଦନର ପୁତ୍ର ମରୋଦକ୍-ବଲ୍ଦନ୍ ବାବିଲର ରାଜା ଥିଲେ। ସେ ହିଜକିୟ, ନିକଟକୁ ପତ୍ରଗୁଡ଼ିକ ଓ ଉପହାର ପଠାଇଲେ। କାରଣ ସେ ହିଜକିୟଙ୍କ ଅସୁସ୍ଥତା ବିଷୟରେ ଶୁଣିଲେ। 13 ହିଜକିୟ ବାବିଲର ଲୋକମାନଙ୍କୁ ଅଭିନନ୍ଦନ ଦେଲେ ଓ ତାଙ୍କ ଗୃହରେ ଥିବା ସମୁଦାୟ ମୂଲ୍ୟବାନ୍ ପଦାର୍ଥଗୁଡ଼ିକ, ଯଥା: ରୂପା, ସୁନା, ସୁଗନ୍ଧିଦ୍ରବ୍ୟ, ବହୁମୂଲ୍ୟ ତୈଳ, ଅସ୍ତ୍ର ଶସ୍ତ୍ର ଓ ଭଣ୍ତାରରେ ଥିବା ତାଙ୍କର ସମସ୍ତ ଦ୍ରବ୍ୟ ଦେଖାଇଲେ, ଯାହା ହିଜକିୟ ତାଙ୍କ ଗୃହରେ ଓ ସମଗ୍ର ରାଜ୍ୟରେ ଏପରି ଜିନିଷ ନ ଥିଲା।
14 ତା'ପରେ ଭବିଷ୍ୟଦ୍ବକ୍ତା ଯିଶାଇୟ ରାଜା ହିଜକିୟଙ୍କ ନିକଟକୁ ଆସି ପଗ୍ଭରିଲେ, “ଏହି ଲୋକମାନେ କ’ଣ କହିଲେ? ଏମାନେ କେଉଁଠାରୁ ଆସିଛନ୍ତି?”
ହିଜକିୟ କହିଲେ “ସେମାନେ ଦୂର ଦେଶ ବାବିଲରୁ ଆସିଛନ୍ତି।”
15 ତହୁଁ ଯିଶାଇୟ କହିଲେ, “ତୁମ୍ଭେ ସେମାନଙ୍କୁ କ’ଣ ସବୁ ଦେଖାଇଲ?”
ହିଜକିୟ ଉତ୍ତର କଲେ, “ସେମାନେ ମୋ’ ଗୃହରେ ଥିବା ସମସ୍ତ ଜିନିଷ ଦେଖିଛନ୍ତି। ମୋ’ ଭଣ୍ତାରରେ ଏପରି କିଛି ଜିନିଷ ନାହିଁ, ଯାହାକୁ ସେମାନେ ଦେଖି ନାହାନ୍ତି।”
16 ତା'ପରେ ଯିଶାଇୟ ହିଜକିୟଙ୍କୁ କହିଲେ, “ସଦାପ୍ରଭୁଙ୍କ ବାକ୍ୟ ଶୁଣ। 17 ସମୟ ଆସୁଛି ତୁମ୍ଭ ଗୃହରେ ଥିବା ସମସ୍ତ ଦ୍ରବ୍ୟ ଓ ଏ ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷଙ୍କ ସଞ୍ଚିତ ସମସ୍ତ ପଦାର୍ଥ ବାବିଲକୁ ନିଆଯିବ। ସଦାପ୍ରଭୁ କହନ୍ତି କୌଣସି ଜିନିଷ ଛଡ଼ା ଯିବ ନାହିଁ। 18 ତୁମ୍ଭଠାରୁ ଜନ୍ମ ହୋଇଥିବା ପୁତ୍ରମାନଙ୍କୁ ବାବିଲନୀୟମାନେ ନେଇଯିବେ ଓ ବାବିଲ ରାଜାର ଅଟ୍ଟାଳିକାରେ ସେମାନେ ନପୁଂସକ ହୋଇ ରହିବେ।”
19 ତା'ପରେ ହିଜକିୟ ଯିଶାଇୟକୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ଯେଉଁ ବାକ୍ୟ କହିଲ, ତାହା ଅତି ଉତ୍ତମ।” ଆଉ ମଧ୍ୟ ହିଜକିୟ କହିଲେ, “ମୋ’ ଜୀବନକାଳରେ ସତ୍ୟର ଶାନ୍ତି ବିରାଜିତ ହେବ। ଏହା ଅତି ଉତ୍ତମ କଥା।”
20 ହିଜକିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ ପରାକ୍ରମ ସେ କିପରି ପୁଷ୍କରିଣୀ ଓ ନାଳ ପ୍ରସ୍ତୁତ କରି ନଗର ମଧ୍ୟକୁ ଜଳ ଆଣିଲେ, ଏ ସମସ୍ତ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 21 ଅନନ୍ତର ହିଜକିୟଙ୍କର ମୃତ୍ୟୁ ହେଲା ଓ ସେ ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ମନଃଶି ରାଜା ହେଲେ।
ବିଶ୍ୱାସୀମଣ୍ଡଳୀ ଉପରେ ହେରୋଦଙ୍କର ଅତ୍ୟାଗ୍ଭର
12 ରାଜା ହେରୋଦ ସେ ସମୟରେ ମଣ୍ଡଳୀରେ କେତେକ ଲୋକଙ୍କ ଉପରେ ଅତ୍ୟାଗ୍ଭର କରିବା ଆରମ୍ଭ କରିଦେଲେ। 2 ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଣ୍ଡାରେ ହତ୍ୟା କରିଦେଲେ। 3 ଯିହୂଦୀମାନଙ୍କୁ ଏ ଘଟଣାରେ ଖୁସୀ ହେବାର ଦେଖି ପିତରଙ୍କୁ ମଧ୍ୟ ବନ୍ଦୀ କରିବା ପାଇଁ ଆଗେଇଲେ। ଏହା ଯିହୂଦୀୟ ନିସ୍ତାରପର୍ବ ଦିନର ଘଟଣା। 4 ତା'ପରେ ହେରୋଦ ପିତରଙ୍କୁ ବନ୍ଦୀ କରି କାରାଗାରରେ ରଖିଲେ। ତାହାଙ୍କୁ ଜଗିବା ପାଇଁ ଷୋହଳ ଜଣ ପ୍ରହରୀ ରହିଲେ। ହେରୋଦଙ୍କ ଉଦ୍ଦେଶ୍ୟ ଥିଲା ନିସ୍ତାରପର୍ବ ପରେ ସେ ପିତରଙ୍କୁ ଲୋକମାନଙ୍କ ସାମନାକୁ ଆଣିବେ। 5 ତେଣୁ ପିତର କାରାଗାରରେ ବନ୍ଦୀ ହୋଇ ରହିଲେ। ତାହାଙ୍କ ପାଇଁ ମଣ୍ଡଳୀର ସମସ୍ତେ ପରମେଶ୍ୱରଙ୍କ ନିକଟରେ ନୀରବଚ୍ଛିନ୍ନ ଭାବରେ ପ୍ରାର୍ଥନା କଲେ।
ପିତରଙ୍କୁ ଜେଲ୍ରୁ ମୁକ୍ତି
6 ହେରୋଦ ଯେଉଁଦିନ ପିତରଙ୍କୁ ବିଗ୍ଭର ପାଇଁ ବାହାରକୁ ଆଣିବା ନିମନ୍ତେ ଯୋଜନା କରିଥିଲେ, ତା'ପୂର୍ବ ରାତ୍ରିରେ ପିତର ଦୁଇଟି ଶିକୁଳିରେ ବନ୍ଧା ହୋଇ ଦୁଇଜଣ ସୈନିକଙ୍କ ମଝିରେ ଶୋଇଥିଲେ। ବହୁତ ଜଗୁଆଳୀମାନେ ଫାଟକ ପାଖରେ ରହି କାରାଗାରକୁ ଜଗି ରହିଥିଲେ। 7 ହଠାତ୍ ପ୍ରଭୁଙ୍କର ଜଣେ ଦୂତ ଆସି ସେଠାରେ ଉଭା ହେଲେ। କୋଠରିଟି ଉଜ୍ଜ୍ୱଳ ଆଲୋକରେ ଆଲୋକିତ ହୋଇଗଲା। ସେ ପିତରଙ୍କୁ ହଲେଇ ଦେଇ କହିଲେ, “ଶୀଘ୍ର ଉଠ।” ସେହି ସମୟରେ ତାହାଙ୍କ ହାତରୁ ସବୁ ଶିକୁଳି ଖସିପଡ଼ିଲା। 8 ସେ ସ୍ୱର୍ଗଦୂତ ପିତରଙ୍କୁ କହିଲେ, “ଲୁଗାପଟା ଓ ଜୋତା ପିନ୍ଧ।” ସେ ପିନ୍ଧିଲେ। ସେ ପୁଣି କହିଲେ, “ତୁମ୍ଭର ଗ୍ଭଦର ଘୋଡ଼େଇ ହୁଅ ଓ ମୋତେ ଅନୁସରଣ କର।”
9 ପିତର ତାହାଙ୍କୁ ଅନୁସରଣ କଲେ। ସ୍ୱର୍ଗଦୂତ ଯେ ପ୍ରକୃତରେ ଏହି ଘଟଣାଟି ଘଟାଉଛନ୍ତି ଏହା ପିତର ଅନୁଭବ କରି ପାରିଲେ ନାହିଁ। ସେ ଭାବୁଥିଲେ ଯେ, ସେ ଏକ ଦର୍ଶନ ଦେଖୁଅଛନ୍ତି। 10 ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀଙ୍କୁ ଟପି ଗୋଟିଏ ଲୁହା ଫାଟକ ପାଖକୁ ଆସିଲେ। ଏହା କାରାଗାରକୁ ନଗରରୁ ବିଚ୍ଛିନ୍ନ କରୁଥିଲା। ଏହା ଆପେ ଆପେ ଖୋଲିଗଲା ଓ ସେମାନେ ବାହାରକୁ ଗ୍ଭଲିଗଲେ। ସେମାନେ ଗୋଟିଏ ଗଳିର ଶେଷ ଆଡ଼କୁ ଗଲାପରେ ହଠାତ୍ ସ୍ୱର୍ଗଦୂତ ଜଣକ ପିତରଙ୍କୁ ଛାଡ଼ି ଗ୍ଭଲିଗଲେ।
11 ତା'ପରେ ପିତର ଜାଣି ପାରିଲେ ତାହାଙ୍କୁ ଯାହାସବୁ ଘଟିଗଲା ଏବଂ କହିଲେ, “ମୁଁ ବର୍ତ୍ତମାନ ଜାଣିଲି, ଏହା ପ୍ରକୃତରେ ସତ୍ୟ ଅଟେ। ପ୍ରଭୁ ପ୍ରକୃତରେ ତାହାଙ୍କ ସ୍ୱର୍ଗଦୂତଙ୍କୁ ପଠାଇ ହେରୋଦଙ୍କ କବଳରୁ ମୋତେ ଉଦ୍ଧାର କଲେ ଓ ଯିହୂଦୀୟମାନଙ୍କ ସମସ୍ତ ମନ୍ଦ ଆଶାକୁ ବ୍ୟର୍ଥ କଲେ।”
12 ଏହା ଅନୁଭବ କଲାପରେ, ସେ ଯୋହନଙ୍କ ମାତା ମରିୟମଙ୍କ ଘରକୁ ଗଲେ। ଯୋହନଙ୍କୁ ମାର୍କ ମଧ୍ୟ କୁହା ଯାଉଥିଲା। ସେଠାରେ ଅନେକ ଲୋକ ଏକାଠି ହୋଇ ପ୍ରାର୍ଥନା କରୁଥିଲେ। 13 ପିତର କବାଟରେ ଠକ୍ ଠକ୍ କରନ୍ତେ ରୋଦା ନାମକ ଜଣେ ଗ୍ଭକରାଣୀ କବାଟ ଖୋଲିବାକୁ ଆସିଲା। 14 ସେ ପିତରଙ୍କର ସ୍ୱର ଜାଣିପାରି ଏତେ ଖୁସୀ ହୋଇଗଲା ଯେ, ସେ କବାଟ ନ ଖୋଲି ଭିତରକୁ ଦୌଡ଼ିଗଲା। ଭିତରକୁ ଦୌଡ଼ିଯାଇ ସେ ସମସ୍ତଙ୍କୁ କହିଲା, “ପିତର କବାଟ ପାଖରେ ଠିଆ ହୋଇଛନ୍ତି!” 15 ବିଶ୍ୱାସୀମାନେ ରୋଦାର କଥା ଶୁଣି ତାହାକୁ କହିଲେ, “ତୁ ପାଗଳୀ,” କିନ୍ତୁ ସେ ତା’ କଥା ସତ୍ୟ ବୋଲି ଦୃଢ଼ଭାବେ କହିବାକୁ ଲାଗିଲା। ସେମାନେ କହିଲେ, “ସେ ନିଶ୍ଚୟ ପିତରଙ୍କର ଦୂତ।”
16 କିନ୍ତୁ ପିତର କବାଟରେ ଠକ୍ ଠକ୍ କରି ଗ୍ଭଲିଥିଲେ। ବିଶ୍ୱାସୀମାନେ ଯେତେବେଳେ କବାଟ ଖୋଲିଲେ ସେତେବେଳେ ପିତରଙ୍କୁ ଦେଖି ବିସ୍ମିତ ହୋଇଗଲେ। 17 ପିତର ସେମାନଙ୍କୁ ହାତରେ ଠାରି ଚୁପ୍ ରହିବାକୁ କହିଲେ। ପ୍ରଭୁ କିପରି ତାହାଙ୍କୁ କାରାଗାରରୁ ବାହାରକରି ଆଣିଲେ, ସେ ସବୁ କଥା ପିତର ସେମାନଙ୍କୁ ବୁଝାଇ କହିଲେ। ସେ ଏ ବିଷୟରେ ଯାକୁବ ଓ ଅନ୍ୟ ଭାଇମାନଙ୍କୁ ଜଣେଇବା ପାଇଁ କହିଲେ। ତା'ପରେ ସେ ଅନ୍ୟ ସ୍ଥାନକୁ ଗ୍ଭଲିଗଲେ।
ଯୀଶୁ ମୃତ ଲୋକକୁ ଜୀବନ ଦାନ କଲେ
11 ତା’ ପରଦିନ ଯୀଶୁ ନାଇନ ନଗରକୁ ଗଲେ। ତାହାଙ୍କୁ ସହିତ ତାଙ୍କ ଶିଷ୍ୟମାନେ ଓ ବହୁ ସଂଖ୍ୟାରେ ଅନ୍ୟ ଲୋକମାନେ ଯାଉଥିଲେ। 12 ଯୀଶୁ ଯେତେବେଳେ ନଗରଦ୍ୱାର ନିକଟରେ ପହଞ୍ଚିଲେ ସେତେବେଳେ ଗୋଟିଏ ଶବ ନିଆ ଯାଉଥିବାର ସେ ଦେଖିଲେ। ସେ ତା’ ବିଧବା ମାର ଏକମାତ୍ର ସନ୍ତାନ ଥିଲା। ପୁଅକୁ ନିଆ ଯାଉଥିବା ସମୟରେ ସେଠାରେ ତା’ ମା ସହିତ ମଧ୍ୟ ନଗରର ବହୁ ସଂଖ୍ୟକ ଲୋକ ଥିଲେ। 13 ସେହି ବିଧବାକୁ ଦେଖି ଯୀଶୁଙ୍କ ମନରେ କରୁଣା ଜାତ ହେଲା। ସେ ତାକୁ କହିଲେ, “କାନ୍ଦ ନାହିଁ।” 14 ଯୀଶୁ କୋକେଇ ପାଖକୁ ଯାଇ ତାହା ଛୁଇଁଲେ। କୋକେଇ କାନ୍ଧେଇ ନେଉଥିବା ଲୋକେ ଅଟକିଗଲେ। ଯୀଶୁ ମୃତ ପୁତ୍ରକୁ କହିଲେ, “ଯୁବକ, ମୁଁ ତୁମ୍ଭକୁ କହୁଛି ଠିଆ ହୁଅ।” 15 ମୃତ ପୁତ୍ର ଉଠି ବସିଲା। ସେ କଥା କହିବାକୁ ଲାଗିଲା। ଯୀଶୁ ତାକୁ ତା’ ମା ହାତରେ ଦେଇଦେଲେ।
16 ସବୁଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ପରମେଶ୍ୱରଙ୍କ ମହିମା ଗାନ କଲେ। ସେମାନେ କହିଲେ, “ଜଣେ ମହାନ୍ ଭବିଷ୍ୟଦ୍ବକ୍ତା ଆମ୍ଭମାନଙ୍କ ପାଖକୁ ଆସିଛନ୍ତିା” ଆହୁରି ମଧ୍ୟ ସେମାନେ କହିଲେ, “ପରମେଶ୍ୱର ନିଜ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆସି ଯାଇଛନ୍ତି।”
17 ଯୀଶୁଙ୍କ ବିଷୟରେ ଏହି ଖବର ଯିହୂଦା ଓ ଆଖପାଖ ସମସ୍ତ ଅଞ୍ଚଳରେ ପ୍ରଗ୍ଭରିତ ହୋଇଗଲା।
2010 by World Bible Translation Center