Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 105

105 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
    ତାଙ୍କର ନାମକୁ ଡାକ।
    ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ ବିଷୟରେ କୁହ।
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।
    ତାଙ୍କର ପ୍ରଗ୍ଭରିତ କର।
    ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କୁହ।
ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର।
    ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।
ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ଯାଅ।
    ସାହାଯ୍ୟ ପାଇଁ ସର୍ବଦା ତାଙ୍କ ପାଖକୁ ଯାଅ।
ସେ ଯେଉଁ ଆଶ୍ଚର୍ଯ୍ୟ କର୍ମମାନ କଲେ ତାହା ମନେ ପକାଅ।
    ତାଙ୍କର ଅଲୌକିକ କାର୍ଯ୍ୟ ଏବଂ ତାଙ୍କ ବୁଦ୍ଧିମତାର ବିଗ୍ଭର ମନେପକାଅ।
ତୁମ୍ଭେ ହେଉଛ ତାଙ୍କର ସେବକ,
    ଯାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ୟକ୍ତି।
ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର,
    ସେ ସମୁଦାୟ ପୃଥିବୀରେ ଶାସନ କରନ୍ତି।
ସେ ଚିରଦିନ ଚୁକ୍ତି ମନେ ରଖନ୍ତି।
    ଏକ ହଜାର ବଂଶଧର ପର୍ଯ୍ୟନ୍ତ, ସେ କରିଥିବା ପ୍ରତିଜ୍ଞା ରଖନ୍ତି।
ସେ ଅବ୍ରହାମଙ୍କ ସାଙ୍ଗରେ କରିଥିବା ଚୁକ୍ତିକୁ
    ପରମେଶ୍ୱର ଇସ୍‌ହାକଙ୍କ ସହିତ କରିଥିବା ପ୍ରତିଜ୍ଞା ମନେ ରଖିବେ।
10 ପରମେଶ୍ୱର ଏହି ନିୟମ ଯାକୁବ ପାଇଁ ତିଆରି କରିଥିଲେ।
    ପରମେଶ୍ୱର ଇସ୍ରାଏଲ ସହିତ କରିଥିବା ନିୟମ ସବୁଦିନ ପାଇଁ ଦୃଢ଼ ରହିବ।
11 ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭକୁ କିଣାନ ଦେଶ ଦେବା
    ଏବଂ ସେହି ଭୂମି ତୁମ୍ଭର ହେବ।”
12 ଯେତେବେଳେ ଅବ୍ରହାମ ପରିବାର ଅତି କ୍ଷୁଦ୍ର ଥିଲା ସେତେବେଳେ ପରମେଶ୍ୱର ସେହି ପ୍ରତିଜ୍ଞା କରିଥିଲେ।
    ପୁଣି ସେମାନେ ସେହି ଦେଶରେ ପ୍ରବାସୀ ପରି ରହୁଥିଲେ।
13 ସେମାନେ ଏକ ଦେଶରୁ ଅନ୍ୟ ଦେଶକୁ
    ଏବଂ ଏକ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଭ୍ରମଣ କରୁଥିଲେ।
14 କିନ୍ତୁ ପରମେଶ୍ୱର, ସେମାନଙ୍କର ଉପରେ ଉପଦ୍ରବ କରିବାକୁ କୌଣସି ମନୁଷ୍ୟକୁ ଅନୁମତି ଦେଲେ ନାହିଁ।
    ଆହୁରି ସେ ରାଜଗଣଙ୍କୁ ସେମାନଙ୍କର କ୍ଷତି ନ କରିବା ପାଇଁ କହିଲେ।
15 ପରମେଶ୍ୱର କହିଲେ, “ଆମ୍ଭର ମନୋନୀତ ଲୋକମାନଙ୍କୁ ଆଘାତ କର ନାହିଁ।
    ଏବଂ ଆମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣଙ୍କର କୌଣସି କ୍ଷତି କର ନାହିଁ।”
16 ପରମେଶ୍ୱର ସେ ଦେଶରେ ଦୁର୍ଭିକ୍ଷ କରାଇଲେ।
    ଲୋକମାନେ ଖାଦ୍ୟ ଖାଇବା ପାଇଁ ପାଇଲେ ନାହିଁ।
17 ସଦାପ୍ରଭୁ ସେମାନଙ୍କ ଆଗରେ ଯୋଷେଫ[a] ନାମକ ଏକ ବ୍ୟକ୍ତିକୁ ମିଶରକୁ ପଠାଇଥିଲେ।
    ଯୋଷେଫ ଦାସ ପରି ବିକ୍ରୀ ହୋଇଥିଲା।
18 ସେମାନେ ଯୋଷେଫଙ୍କର ପାଦରେ ବେଡ଼ି ପକାଇଲେ।
    ସେମାନେ ଏକ ଲୁହାର କଡ଼ା ତା'ର ବେକରେ ପକାଇଲେ।
19 ଯୋଷେଫ କ୍ରୀତଦାସ ହୋଇ ରହିଲା ତା'ର ବାକ୍ୟ ସତ୍ୟ ହେବା ପର୍ଯ୍ୟନ୍ତ।
    ସଦାପ୍ରଭୁଙ୍କର ବାକ୍ୟ ଯୋଷେଫ ଠିକ୍ କହୁଥିଲେ ବୋଲି ପ୍ରମାଣିତ କଲା।
20 ତେଣୁ ମିଶରର ରାଜା ଲୋକ ପଠାଇ ତାଙ୍କୁ ମୁକ୍ତ କଲେ।
    ତେଣୁ ସେହି ଦେଶର ରାଜା ତାଙ୍କୁ କାରାଗାରରୁ ମୁକ୍ତ କଲେ।
21 ସେ ଯୋଷେଫକୁ ତାଙ୍କର ଗୃହର କର୍ତ୍ତାରୂପେ ନିରୂପିତ କଲେ।
    ରାଜାଙ୍କର ପ୍ରତ୍ୟେକ ଜିନିଷର ଭାର ଯୋଷେଫ ନେଲେ।
22 ଯୋଷେଫ ଅନ୍ୟ କାର୍ଯ୍ୟକାରୀତାମାନଙ୍କୁ ନିର୍ଦ୍ଦେଶ ଦେଲେ, ଯେପରି ସେ ମଲେ।
    ଯୋଷେଫ ରାଜାଙ୍କର ଉପଦେଶକାରୀମାନଙ୍କୁ ଶିକ୍ଷା ଦେଲେ।
23 ଏହା ପରେ ଇସ୍ରାଏଲ ମିଶରକୁ ଆସିଲା।
    କିନ୍ତୁ ଯାକୁବ ହାମ ଦେଶରେ ବାସ କଲା।
24 ସେ ତାଙ୍କର ଲୋକ ସଂଖ୍ୟା ବଢ଼ାଇଲେ।
    ସେମାନେ ସେମାନଙ୍କର ଶତ୍ରୁଗଣଠାରୁ ଅଧିକ ଶକ୍ତିଶାଳୀ ହେଲେ।
25 ମିଶରୀୟମାନେ ତାଙ୍କର ଲୋକମାନଙ୍କୁ ଘୃଣା କରିବାକୁ ଲାଗିଲେ
    ଏବଂ ତାଙ୍କର କ୍ରୀତଦାସଙ୍କ ବିରୁଦ୍ଧରେ ଯୋଜନା କଲେ।
26 ଏଣୁ ପରମେଶ୍ୱର ତାଙ୍କ ଦାସ ମୋଶା
    ଏବଂ ମନୋନୀତ ଯାଜକ ହାରୋଣଙ୍କୁ ପଠାଇଲେ।
27 ପରମେଶ୍ୱର ମୋଶା ଓ ହାରୋଣଙ୍କ ଦ୍ୱାରା
    ହାମ ଦେଶରେ ବହୁ ଅ‌ଦ୍‌ଭୂତ କାର୍ଯ୍ୟମାନ କରାଇଲେ।
28 ପରମେଶ୍ୱର ଅନ୍ଧକାର ପଠାଇ ଦେଶକୁ ଅନ୍ଧକାର କଲେ,
    କିନ୍ତୁ ମିଶରବାସୀମାନେ ତା’ କଥା ଶୁଣିଲେ ନାହିଁ।
29 ସେ ସେମାନଙ୍କର ଜଳକୁ ରକ୍ତ କଲେ
    ଓ ସେମାନଙ୍କର ମାଛସବୁ ମରିଗଲେ।
30 ସେମାନଙ୍କର ଦେଶ ଏବଂ ସେମାନଙ୍କର ରାଜାଗଣର ଅନ୍ତଃପୁର
    ବେଙ୍ଗରେ ପରିପୂର୍ଣ୍ଣ ହେଲା।
31 ପରମେଶ୍ୱର ଆଜ୍ଞା ଦେଲେ,
    ଦଂଶନକାରୀ ଝାଙ୍କ, ଉକୁଣିଆ ପୋକ ଆସି
    ସବୁଆଡ଼େ ଭର୍ତ୍ତି ହୋଇଗଲେ।
32 ପରମେଶ୍ୱର ସେମାନଙ୍କୁ ବର୍ଷା ବଦଳରେ କୁଆପଥର ବୃଷ୍ଟି କରାଇଲେ
    ଏବଂ ଦେଶର ଗ୍ଭରିଆଡ଼େ ବିଜୁଳିର ଅଗ୍ନି ବ୍ୟାପିଗଲା।
33 ପରମେଶ୍ୱର ସେମାନଙ୍କର ଦ୍ରାକ୍ଷାଲତା ଓ ଡିମ୍ବିରିବୃକ୍ଷସବୁକୁ ନଷ୍ଟ କଲେ
    ଏବଂ ସେମାନଙ୍କ ସୀମାସ୍ଥିତ ବୃକ୍ଷସବୁ ଭାଙ୍ଗି ପକାଇଲେ।
34 ପରମେଶ୍ୱର ନିର୍ଦ୍ଦେଶ ଦେଲେ ଓ ଅସଂଖ୍ୟ ପଙ୍ଗପାଳ ଓ ପତଙ୍ଗ ଉପସ୍ଥିତ ହେଲେ,
    ସେମାନେ ଅସଂଖ୍ୟ ଥିଲେ।
35 ପଙ୍ଗପାଳ ଓ ପତଙ୍ଗ ସେମାନଙ୍କ ଦେଶର ସମସ୍ତ ଗଛପତ୍ର ଖାଇ ପକାଇଲେ।
    ସେମାନେ କ୍ଷେତରୁ ଶସ୍ୟସବୁ ଖାଇ ପକାଇଲେ।
36 ଏବଂ ପରମେଶ୍ୱର ସେମାନଙ୍କ ଦେଶରେ ସମସ୍ତ ପ୍ରଥମଜାତ ସନ୍ତାନକୁ ହତ୍ୟା କଲେ
    ଓ ସେ ସେମାନଙ୍କର ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ।
37 ପରମେଶ୍ୱର ତାଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ।
    ସେମାନଙ୍କ ନିଜ ସହିତ ରୂପା ଓ ସୁନା ଆଣିଲେ।
    ଓ ତା'ଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ହିଁ ନ ଥିଲେ, ଝୁଣ୍ଟି ପଡ଼ିବାକୁ।
38 ଇସ୍ରାଏଲ ଲୋକମାନେ ଗ୍ଭଲିଯିବାର ଦେଖି ମିଶରୀୟମାନେ ଖୁସୀ ହେଲେ।
    କାରଣ ସେମାନେ ପରମେଶ୍ୱରଙ୍କର ଲୋକମାନଙ୍କୁ ଭୟ କରୁଥିଲେ।
39 ପରମେଶ୍ୱର କମ୍ବଳ ସ୍ୱରୂପ ବାଦଲକୁ ମେଲି ଦେଲେ।
    ପରମେଶ୍ୱର ନିଜ ଲୋକମାନଙ୍କୁ ରାତିରେ ଦେଖାଇବା ପାଇଁ ଏକ ଅଗ୍ନିସ୍ତମ୍ଭ ପ୍ରଜ୍ୱଳନ କଲେ।
40 ଯେତେବେଳେ ଲୋକମାନେ ଖାଦ୍ୟ ମାଗନ୍ତେ, ପରମେଶ୍ୱର ଭାଟୋଇ ପକ୍ଷୀମାନଙ୍କୁ ଦେଲେ।
    ପରମେଶ୍ୱର ସେମାନଙ୍କୁ ସ୍ୱର୍ଗରୁ ପ୍ରଚୁର ମାନ୍ନା ପ୍ରଦାନ କଲେ।
41 ପରମେଶ୍ୱର ଶୈଳକୁ ଫଟାନ୍ତେ ଜଳସ୍ରୋତ ବହିବା ଆରମ୍ଭ ହେଲା।
    ତାହା ଶୁଷ୍କ ଭୂମିରେ ନଦୀତୁଲ୍ୟ ପ୍ରବାହୀତ ହେଲା।

42 ପରମେଶ୍ୱର ଆପଣା ପବିତ୍ର ବାକ୍ୟ
    ଓ ଆପଣା ଦାସ ଅବ୍ରହାମଠାରେ କରିଥିବା ପ୍ରତିଜ୍ଞା ମନେ କଲେ।
43 ପରମେଶ୍ୱର ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ।
    ସେମାନେ ଆନନ୍ଦରେ ଗୀତ ଗାଇ ଗାଇ ଆସିଲେ।
44 ଏହା ପରେ ପରମେଶ୍ୱର ତାଙ୍କର ଗୋଷ୍ଠୀୟବର୍ଗଙ୍କୁ ବାସ କରିବାକୁ ସ୍ଥାନ ଦେଲେ।
    ପରମେଶ୍ୱରଙ୍କର ଲୋକମାନେ ସମସ୍ତ ଦ୍ରବ୍ୟ ପାଇଲେ।
    ଯେଉଁଥିପାଇଁ ଅନ୍ୟ ଜାତିଗଣ ବହୁ ପରିଶ୍ରମ କରିଥିଲେ।
45 ପରମେଶ୍ୱର ଏପରି କଲେ, ତେଣୁ ତାଙ୍କର ଲୋକମାନେ ତାଙ୍କର ନିୟମ ମାନିବେ
    ଓ ତାଙ୍କର ଦେଇଥିବା ଶିକ୍ଷା ପାଳନ କରିବେ।

ପରମେଶ୍ୱରଙ୍କର ପ୍ରଶଂସା କର!

ରାଜାବଳୀର ଦ୍ୱିତୀୟ ପୁସ୍ତକ 18:28-37

28 ତା'ପରେ ଆଦେଶକାରୀ ଯିହୁଦୀୟ ଭାଷାରେ ଉଚ୍ଚସ୍ୱରରେ ଚିତ୍କାର କରି କହିଲେ,

ତୁମ୍ଭେମାନେ ମହାରାଜ ଅଶୂରର ରାଜାଙ୍କ କଥାଶୁଣ। 29 ରାଜା ଏହି କଥା କହନ୍ତି, ତୁମ୍ଭମାନଙ୍କୁ ଧକା ଦେବାକୁ ହିଜକିୟକୁ ପ୍ରଶ୍ରୟ ଦିଅ ନାହିଁ। କାରଣ ସେ ତୁମ୍ଭମାନଙ୍କୁ ମୋ’ ହସ୍ତରୁ ଉଦ୍ଧାର କରି ପାରିବ ନାହିଁ। 30 ହିଜକିୟ ତୁମ୍ଭର ବିଶ୍ୱାସ ସଦାପ୍ରଭୁଙ୍କଠାରେ ନ ଜନ୍ମାଉ, ହିଜକିୟ କହେ, “ସଦାପ୍ରଭୁ ଆମ୍ଭମାନଙ୍କୁ ରକ୍ଷା କରିବେ। ଅଶୂରର ରାଜା ଏହି ନଗରକୁ ପରାସ୍ତ କରି ପାରିବ ନାହିଁ।”

31 ହିଜକିୟଙ୍କ କଥା ଶୁଣ ନାହିଁ। ଅଶୂରର ରାଜା ଏହିକଥା କହନ୍ତି, ତୁମ୍ଭେମାନେ ମୋ’ ସହିତ ଶାନ୍ତି କର ଓ ମୋ’ ନିକଟକୁ ଆସ। ତାହାହେଲେ କେବଳ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ତା'ର ଦ୍ରାକ୍ଷାଲତାରୁ ଓ ଡିମ୍ବିରି ବୃକ୍ଷରୁ ଫଳ ଭୋଜନ କରି ପାରିବ ଓ ତା'ର ନିଜ କୂଅରୁ ଜଳପାନ କରି ପାରିବ। 32 ଶେଷରେ ମୁଁ ଆସି ତୁମ୍ଭମାନଙ୍କର ସ୍ୱଦେଶ ତୁଲ୍ୟ ଏକ ଦେଶକୁ ନେଇଯିବି ଯେଉଁଠାରେ ଶସ୍ୟ, ଦ୍ରାକ୍ଷାରସ, ରୋଟୀ, ଦ୍ରାକ୍ଷାକ୍ଷେତ୍ର, ଜୀତତୈଳ ଓ ମଧୂ ବିପୁଳ ପରିମାଣରେ ଅଛି, ସେଠାରେ ତୁମ୍ଭେମାନେ ବଞ୍ଚିବ ଓ ମରିବ ନାହିଁ।

ମାତ୍ର ରାଜା ହିଜକିୟଙ୍କ କଥା ଶୁଣ ନାହିଁ। ତୁମ୍ଭମାନଙ୍କର ମନକୁ ବଦଳାଇବା ପାଇଁ ସେ ସବୁବେଳେ କହିବ, ‘ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।’ 33 ନାନା ଗୋଷ୍ଠୀୟ ଦେବତାଗଣ ମଧ୍ୟରୁ କୌଣସି ଦେବତା କ’ଣ ଅଶୂରୀୟ ରାଜାଙ୍କ ହସ୍ତରୁ ଆପଣା ଦେଶ ଉଦ୍ଧାର କରିଅଛି? ନା! 34 ହମାତର ଓ ଅର୍ପଦର ଦେବତାମାନେ କାହାନ୍ତି? ସଫର୍ବୟିମର, ହେନାର ଓ ଅବ୍ବାର ଦେବତାମାନେ କାହାନ୍ତି? ସେମାନେ କ’ଣ ମୋ’ ହସ୍ତରୁ ଶମରିୟାକୁ ଉଦ୍ଧାର କରିଛନ୍ତି? ନା! 35 ନାନା ଗୋଷ୍ଠୀୟ ଦେବତାଗଣ ମଧ୍ୟରୁ କେହି ଆପଣା ଦେଶକୁ ମୋ’ ହସ୍ତରୁ ଉଦ୍ଧାର କରିଛି ଯେ ସଦାପ୍ରଭୁ ମୋ'ଠାରୁ ଯିରୁଶାଲମକୁ ଉଦ୍ଧାର କରିବେ?”

36 ମାତ୍ର ଲୋକମାନେ ନୀରବ ରହିଲେ। ସେମାନେ ପଦେ ହେଲେ ରବ୍‌ଶାକିକୁ ଉତ୍ତର କଲେ ନାହିଁ, କାରଣ ହିଜକିୟ ସେମାନଙ୍କୁ ଆଦେଶ କରିଥିଲେ, “କୌଣସି କଥା ତାଙ୍କୁ କହିବ ନାହିଁ।”

37 ହି‌ଲ୍‌‌‌କିୟର ପୁତ୍ର ଇଲିୟାକୀମ୍ ନାମକ ରାଜଗୃହାଧ୍ୟକ୍ଷ, ଶି‌ବ୍‌ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମ ଇତିହାସ ଲେଖକ ନିଜ ନିଜ ବସ୍ତ୍ରସବୁ ଚିରି ହିଜକିୟ ନିକଟକୁ ଆସି ଆଦେଶକାରୀ କଥାସବୁ ତାଙ୍କୁ ଜଣାଇଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:1-15

ଅଧିକାର ଯାହା ପାଉଲ ବ୍ୟବହାର କଲେ ନାହିଁ

ମୁଁ ଜଣେ ସ୍ୱାଧୀନ ବ୍ୟକ୍ତି। ମୁଁ ଜଣେ ପ୍ରେରିତ। ମୁଁ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଦେଖିଛି। ପ୍ରଭୁଙ୍କ ନିମନ୍ତେ ମୋ’ କାର୍ଯ୍ୟର ଫଳ ସ୍ୱରୂପ ତୁମ୍ଭେମାନେ ପରିବର୍ତ୍ତିତ ହୋଇଛ। ଅନ୍ୟମାନେ ମୋତେ ପ୍ରେରିତ ବୋଲି ଗ୍ରହଣ ନ କରି ପାରନ୍ତି, କିନ୍ତୁ ତୁମ୍ଭେମାନେ ମୋତେ ପ୍ରେରିତ ବୋଲି ନିଶ୍ଚିତ ଭାବରେ ଗ୍ରହଣ କରୁଛ। ମୁଁ ଯେ ପ୍ରଭୁଙ୍କର ଜଣେ ପ୍ରେରିତ, ତୁମ୍ଭେମାନେ ଏଥିର ପ୍ରମାଣ ଅଟ।

କେତେକ ମୋର ବିଗ୍ଭର କରିବାକୁ ଇଚ୍ଛା କରନ୍ତି। ସେମାନଙ୍କ ପାଇଁ ମୋର ଉତ୍ତର ଏହି ଯେ, ଆମ୍ଭର ଖାଇବା ଓ ପିଇବା ପାଇଁ କ’ଣ ଅଧିକାର ନାହିଁ? ଜଣେ ବିଶ୍ୱାସିନୀ ପତ୍ନୀକୁ ଯାତ୍ରା ବେଳେ ସଙ୍ଗରେ ନେଇ ଯିବା ପାଇଁ କ’ଣ ଆମ୍ଭର ଅଧିକାର ନାହିଁ? ଅନ୍ୟ ପ୍ରେରିତମାନେ, ପ୍ରଭୁଙ୍କର ଭାଇମାନେ ଓ କେଫାତ ଏପରି କରୁଛନ୍ତି। ଆଉ କେବଳ ବର୍ଣ୍ଣ‌ବ୍‌‌‌‌ବା ଓ ମୁଁ ନିଜ ନିଜର ଜୀବିକା ପାଇଁ କାମ କରୁଥିବୁ? ସେନାବାହିନୀରେ କୌଣସି ସୈନିକ କ’ଣ ନିଜ ଖର୍ଚ୍ଚରେ ଯୁଦ୍ଧ କରେ? କୌଣସି ଲୋକ କ’ଣ ଅଙ୍ଗୁର ବଗିଗ୍ଭ ଲଗାଏ ଓ ନିଜେ ଏହାର ଫଳ ଖାଏ ନାହିଁ। ଏପରି କେଉଁ ଲୋକ ଅଛି, ଯେ ମେଷପାଳନ କରି ନିଜ ପାଇଁ ମେଷଦୁଧ ନିଏ ନାହିଁ?

ଏହି କଥାଗୁଡ଼ିକ କେତେକ ମନୁଷ୍ୟର ଚିନ୍ତାଧାରା ନୁହେଁ ମାତ୍ର ପରମେଶ୍ୱରଙ୍କ ବ୍ୟବସ୍ଥା ମଧ୍ୟ ସେହି କଥା କୁହେ। ମୋଶାଙ୍କ ବ୍ୟବସ୍ଥାରେ ଲେଖା ଅଛି: “ଖଳାରେ ବେଙ୍ଗଳା ବୁଲାଇଲା ବେଳେ ବଦଳର ମୁହଁ ବାନ୍ଧ ନାହିଁ।”(A) ପରମେଶ୍ୱର ଏହା କ’ଣ କେବଳ ବଳଦଙ୍କ ବିଷୟରେ କହିଲେ? ନା। 10 ଏହା ନିଶ୍ଚିତ ଯେ ଆମ୍ଭ ବିଷୟରେ ମଧ୍ୟ ଲେଖାଯାଇଛି। କାରଣ ହଳ କରୁଥିବା ଓ ଶସ୍ୟ ପାଛୁଡ଼ୁ ଥିବା ଲୋକ, ଉଭୟ ପରିଶ୍ରମ କରିଥିବା ହେତୁ, ପାଇବେ ବୋଲି ଆଶା କରିଥା’ନ୍ତି। 11 ତୁମ୍ଭମାନଙ୍କ ମଧ୍ୟରେ ଆମ୍ଭେ ଆତ୍ମିକ ବୀଜ ବୁଣିଅଛୁ, ତେଣୁ ଜୀବିକା ନିର୍ବାହ ପାଇଁ ତୁମ୍ଭ ପାର୍ଥିବ ଧନରୁ କିଛି ପାଇବାକୁ କ’ଣ ଆମ୍ଭର ଅଧିକାର ନାହିଁ? ଏହା ଆମ୍ଭର ପ୍ରାପ୍ୟ। 12 ଯଦି ଅନ୍ୟମାନଙ୍କର ତୁମ୍ଭଠାରେ ଏହି ଦାବୀ ଅଛି, ତେବେ ଆମ୍ଭର କ’ଣ ଏଥିରେ ଅଧିକ ଦାବୀ ନାହିଁ? କିନ୍ତୁ ଆମ୍ଭେ ଏହି ଅଧିକାର ପ୍ରୟୋଗ କରି ନାହୁଁ। ବରଂ ଖ୍ରୀଷ୍ଟଙ୍କର ସୁସମାଗ୍ଭର କାର୍ଯ୍ୟ କାଳେ ବାଧାପ୍ରାପ୍ତ ହେବ, ଏଥିପାଇଁ ଆମ୍ଭେ ସହ୍ୟ କରିଅଛୁ। 13 ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ, ଯେଉଁମାନେ ମନ୍ଦିରର ସେବକ ସେମାନେ ମନ୍ଦିରକୁ ଅଣାଯାଇଥିବା ବଳି ଉତ୍ସର୍ଗରୁ କିଛି ଆଣି ନିଜର ଜୀବିକା ନିର୍ବାହ କରନ୍ତି। ଓ ଯେଉଁମାନେ ବେଦୀର ସେବାରେ ନିଯୁକ୍ତ ସେମାନେ ବେଦୀକୁ ଅଣାଯାଇଥିବା ନୈବେଦ୍ୟରୁ କିଛି ଭାଗ ପାଆନ୍ତି। 14 ସେହି ପ୍ରକାର ପ୍ରଭୁ ଆଜ୍ଞା ଦେଇଛନ୍ତି। ଯେ ସୁସମାଗ୍ଭର ଗ୍ରହଣ କରୁଥିବା ଲୋକମାନେ ସୁସମାଗ୍ଭର ପ୍ରଗ୍ଭରକମାନଙ୍କର ପ୍ରତି ପୋଷଣର ଦାୟିତ୍ୱ ନେବେ।

15 କିନ୍ତୁ ମୁଁ ଉକ୍ତ ଅଧିକାରଗୁଡ଼ିକରୁ ଗୋଟିଏ ମଧ୍ୟ କେବେ ହେଲେ ପ୍ରୟୋଗ କରି ନାହିଁ। ମୁଁ ମଧ୍ୟ କିଛି ପାଇବା ପାଇଁ ଚେଷ୍ଟା କରି ନାହିଁ। ଏହି ଉଦ୍ଦେଶ୍ୟରେ ମୁଁ ଏହା ଲେଖି ନାହିଁ। କେହି ମୋହର ଏହି ଗର୍ବର ଅଧିକାର ମୋ'ଠାରୁ ଛଡ଼ାଇ ନେଇଗଲେ ବରଂ ମୋର ମରିଯିବା ଭଲ।

ମାଥିଉ ଲିଖିତ ସୁସମାଗ୍ଭର 7:22-29

22 ସେହି ଶେଷ ଦିନରେ ଅନେକ ଲୋକ ମୋତେ ପଗ୍ଭରିବେ, ‘ପ୍ରଭୁ, ଆମ୍ଭେ କ’ଣ ତୁମ୍ଭ ନାମରେ ଭବିଷ୍ୟ‌‌‌‌‌‌‌ଦ୍‌‌ବାଣୀ କରି ନ ଥିଲୁ’? ତୁମ୍ଭ ନାମରେ କ’ଣ ଆମ୍ଭେ ଭୂତମାନଙ୍କୁ ବାହାର କରିଦେଇ ନ ଥିଲୁ? ଆମ୍ଭେ କ’ଣ ତୁମ୍ଭ ନାମରେ ଅନେକ ଆଶ୍ଚର୍ଯ୍ୟଜନକ କାମ କରି ନ ଥିଲୁ? 23 ତେବେ ମୁଁ ସେମାନଙ୍କୁ ଖୋଲାଖୋଲି ଭାବରେ କହିବି ଯେ, ‘ମୁଁ ତୁମ୍ଭକୁ ଆଦୌ ଜାଣିନି। ଆରେ କୁକର୍ମୀମାନେ, ମୋ’ ପାଖରୁ ଗ୍ଭଲିଯାଅ।’

ଜଣେ ବୁଦ୍ଧିମାନ ଓ ଜଣେ ମୂର୍ଖ

(ଲୂକ 6:47-49)

24 “ତେଣୁ ଯେଉଁ ଲୋକ ମୋର ଏହି କଥାଗୁଡ଼ିକ ଶୁଣେ, ଏବଂ ତାହା ମାନି ଚଳେ, ସେ ଲୋକ ପଥର ଉପରେ ଘର ତୋଳିଥିବା ଗୋଟିଏ ବୁଦ୍ଧିମାନ ବ୍ୟକ୍ତିଭଳି। 25 ବର୍ଷା ହେଲା, ବଢ଼ି ମାଡ଼ି ଆସିଲା, ପବନ ବହିଲା ଓ ସେ ଘରକୁ ଧ‌କ୍‌କା ଦେଲା, କିନ୍ତୁ ତଥାପି ସେ ଘର ଭାଙ୍ଗିଲା ନାହିଁ। କାରଣ ତା'ର ମୂଳଦୁଆ ପଥର ଉପରେ ରହିଥିଲା।

26 “କିନ୍ତୁ ଯେଉଁ ଲୋକ ମୋର ଏହି କଥାଗୁଡ଼ିକ ଶୁଣେ, କିନ୍ତୁ ସେଗୁଡ଼ିକୁ ମାନି ଚଳେ ନାହିଁ, ସେ ବାଲି ଉପରେ ଘର ତୋଳିଥିବା ଗୋଟିଏ ମୂର୍ଖ ବ୍ୟକ୍ତି ଭଳି। 27 ବର୍ଷା ହେଲା, ବଢ଼ି ମାଡ଼ି ଆସିଲା, ପବନ ବହିଲା ଓ ସେ ଘରକୁ ଧ‌କ୍‌କା ଦେଲା ଏବଂ ସେହି ଘରଟି ପୁରାପୂରି ଭାଙ୍ଗି ପଡ଼ିଲା।”

28 ଯୀଶୁଙ୍କ ଏହିସବୁ କଥା କହିବା ଶେଷ ହେଲା, ତାହାଙ୍କ ଉପଦେଶ ଶୁଣି ଜମା ହୋଇଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। 29 କାରଣ ସେ ସେମାନଙ୍କୁ ସେମାନଙ୍କର ଧର୍ମ-ଶାସ୍ତ୍ରୀଙ୍କ ଭଳି ଉପଦେଶ ନ ଦେଇ ଅଧିକାର ଥିବା ଜଣେ ଲୋକ ଭଳି ଉପଦେଶ ଦେଉଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center