Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 72

ଶଲୋମନଙ୍କର ଗୀତ।

72 ହେ ପରମେଶ୍ୱର, ରାଜାଙ୍କୁ ସାହାଯ୍ୟ କର, ଯାହା ଫଳରେ ସେ ତୁମ୍ଭ ପରି ବିବେକବାନ ନ୍ୟାୟ ପ୍ରଦାନ କରିବେ।
    ତୁମ୍ଭର ନ୍ୟାୟ ପରାୟଣ ରାଜପୁତ୍ରମାନଙ୍କୁ ଦିଅ।
ରାଜାଙ୍କୁ ସାହାଯ୍ୟ କର, ଯେପରି ସେ ତୁମ୍ଭର ଲୋକମାନଙ୍କୁ ସୁବିଗ୍ଭର ଦେଇ ପାରିବ।
    ତାଙ୍କୁ ସାହାଯ୍ୟ କର, ଯେପରି ସେ ଗରିବ ଲୋକମାନଙ୍କୁ ଉଚିତ୍ ବ୍ୟବହାର କରିବ।
ପର୍ବତ ଏବଂ ପାହାଡ଼ଗୁଡ଼ିକ ଶାନ୍ତି
    ଏବଂ ନ୍ୟାୟପୂର୍ଣ୍ଣ ବିଗ୍ଭର କରନ୍ତୁ।
ରାଜା ଦୀନହୀନ ଲୋକମାନଙ୍କ ପ୍ରତି ନ୍ୟାୟକାରୀ ରୁହନ୍ତୁ।
    ସେ ଅସହାୟ ଲୋକମାନଙ୍କୁ ସହାୟତା କରନ୍ତୁ।
    ସେ ଏମାନଙ୍କ ଉପରେ ଉପଦ୍ରବ କରୁଥିବା ଲୋକମାନଙ୍କୁ ଦଣ୍ଡିତ କରନ୍ତୁ।
ମୁଁ ଆଶା କରେ ସୂର୍ଯ୍ୟ ଓ ଚନ୍ଦ୍ର ଆକାଶରେ ଥିବା ପର୍ଯ୍ୟନ୍ତ
    ଲୋକମାନେ ତୁମ୍ଭକୁ ପୁରୁଷାନୁକ୍ରମେ ଭୟ କରିବେ। [a]
ଭୂମିରେ ବୃଷ୍ଟି ତୁଲ୍ୟ, ଭୂମି ସେଚନକାରୀ ଜଳଧାରା ତୁଲ୍ୟ ତୁମ୍ଭେ ରାଜାଙ୍କୁ ସହାୟ ହୁଅ।
    କ୍ଷେତ୍ରରେ ପଡ଼ୁଥିବା ଜଳଧାରା ହେବା ପାଇଁ ତାଙ୍କୁ ସାହାଯ୍ୟ କର।
ଯେପର୍ଯ୍ୟନ୍ତ ରାଜା ଅଛନ୍ତି, ଧାର୍ମିକତା ବୃଦ୍ଧି ହେଉ।
    ଚନ୍ଦ୍ର ଲୁପ୍ତ ନ ହେବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ସ୍ଥାପିତ ହେଉ।
ତାଙ୍କର ରାଜ୍ୟ ସମୁଦ୍ରରୁ ସମୁଦ୍ର ପର୍ଯ୍ୟନ୍ତ
    ଏବଂ ଫରାତ୍ ନଦୀଠାରୁ ଶେଷ ଧରଣୀକୁ ବ୍ୟାପି ଯାଉ।
ମରୁଭୂମିରେ ବାସ କରୁଥିବା ଲୋକମାନେ ତାଙ୍କ ସମ୍ମୁଖରେ ନତ ହେବେ।
    ତାହାଙ୍କ ଶତ୍ରୁଗଣ ଅଧୋମୁଖ ହୋଇ ନତ ମସ୍ତକ ହେବେ।
10 ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ।
    ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭେଟି [b] ଆଣନ୍ତୁ।
11 ହଁ ସବୁ ରାଜାଗଣ ଆମ୍ଭ ରାଜାଙ୍କ ସମ୍ମୁଖରେ ନତ ମସ୍ତକ ହୁଅନ୍ତୁ।
    ସବୁ ଜାତିଗଣର ଲୋକମାନେ ତାଙ୍କର ସେବା କରନ୍ତୁ।
12     ଆମ୍ଭର ରାଜା ସାହାଯ୍ୟ କରନ୍ତି, ଯେଉଁମାନେ ତାଙ୍କୁ ଡାକନ୍ତି,
    ସେ ଗରିବ ଏବଂ ନିଃସହାୟମାନଙ୍କୁ ରକ୍ଷା କରନ୍ତି।
13 ଦରିଦ୍ର ଓ ନିଃସହାୟ ଲୋକମାନଙ୍କର ସେ ଯତ୍ନ ନିଅନ୍ତି।
    ରାଜା ସେମାନଙ୍କୁ ଜୀବିତ ରଖନ୍ତି।
14 ଆମ୍ଭ ରାଜା ସେମାନଙ୍କୁ ଦୁଷ୍ଟ ଲୋକମାନଙ୍କଠାରୁ ରକ୍ଷା କରିବେ ଯେଉଁମାନେ କି ସେମାନଙ୍କୁ ଦୁଃଖ ଦେବା ପାଇଁ ଗ୍ଭହୁଁଛନ୍ତି।
    ରାଜାଙ୍କ ପାଇଁ ସେଇ ଦରିଦ୍ର ଲୋକମାନଙ୍କର ଜୀବନ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ।
15 ରାଜା ଦୀର୍ଘଜୀବୀ ହୁଅନ୍ତୁ
    ଏବଂ ତାଙ୍କୁ ଶିବାର ସ୍ୱର୍ଣ୍ଣ ହସ୍ତଗତ ହେଉ।
ଲୋକମାନେ ରାଜାଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରନ୍ତୁ
    ଏବଂ ତାଙ୍କୁ ସର୍ବଦା ଆଶୀର୍ବାଦ ଦିଅନ୍ତୁ।
16 କ୍ଷେତରେ ପ୍ରଚୁର ପରିମାଣର ଫସଲ ହେଉ।
    ପର୍ବତଗୁଡ଼ିକ ମଧ୍ୟ ଫସଲରେ ପୂର୍ଣ୍ଣ ହୋଇ
ଲିବାନୋନ୍ କ୍ଷେତ ତୁଲ୍ୟ ଉର୍ବର ହେଉ।
    କ୍ଷେତଗୁଡ଼ିକ ତୃଣରେ ପୂର୍ଣ୍ଣ ହେଲା ପରି ନଗରଗୁଡ଼ିକ ଜନ ଗହଳିରେ ପୂର୍ଣ୍ଣ ହେଉ।
17 ରାଜାଙ୍କର ପ୍ରସିଦ୍ଧ ସର୍ବଦା ଅକ୍ଷୁର୍ଣ୍ଣ ରହୁ।
    ଆକାଶରେ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଲୋକମାନେ ତାଙ୍କର ନାମକୁ ମନେ ରଖନ୍ତୁ।
ସମସ୍ତ ପ୍ରଜା ତାଙ୍କ ଯୋଗୁଁ ଆଶୀର୍ବାଦ ପାଆନ୍ତୁ
    ଓ ସମସ୍ତ ଜାତିଗଣ ତାଙ୍କୁ ପ୍ରଶଂସା କରନ୍ତୁ।

18 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅଟନ୍ତି।
    ଅନନ୍ତର ପରମେଶ୍ୱରଙ୍କର ଗୁଣଗାନ କର।
    କେବଳ ପରମେଶ୍ୱର ହିଁ ଏହିପରି ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରି ପାରନ୍ତି।
19 ତାଙ୍କର ଗୌରବାନ୍ୱିତ ନାମର ମହିମା ଅନନ୍ତକାଳ ପର୍ଯ୍ୟନ୍ତ ଗାନ କର।
    ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ!
ଆମେନ୍, ଆମେନ୍।

20 ଯିଶୀର ପୁତ୍ର ଦାଉଦଙ୍କର ପ୍ରାର୍ଥନା ସବୁ ଏଠାରେ ଶେଷ ହୁଏ।

ଗୀତସଂହିତା 119:73-96

ଇୟୂଦ୍

73 ହେ ସଦାପ୍ରଭୁ, ତୁମ୍ଭର ହସ୍ତ ମୋତେ ନିର୍ମାଣ କଲା ଏବଂ ମୁଁ କ’ଣ ତିଆରି କଲି?
    ମୋତେ ବୁଝିବା ଶକ୍ତି ପ୍ରଦାନ କର, ଯେପରିକି ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଶିକ୍ଷା କରିପାରେ।
74 ସଦାପ୍ରଭୁ ଯେଉଁମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି, ସେମାନେ ମୋତେ ଦେଖିବେ ଏବଂ ଖୁସୀ ହେବେ।
    କାରଣ ମୁଁ ତୁମ୍ଭଠାରେ ଭରସା କରେ।
75 ହେ ସଦାପ୍ରଭୁ, ମୁଁ ଜାଣେ ତୁମ୍ଭ ନିଷ୍ପତ୍ତି ସବୁ ଧର୍ମମୟ।
    ମୋତେ ତୁମ୍ଭେ ଦଣ୍ଡ ଦେଇ ଠିକ୍ କରିଥିଲ।
76 ତୁମ୍ଭର ପ୍ରକୃତ ପ୍ରେମରେ ମୋତେ ସାନ୍ତ୍ୱନା ଦିଅ।
    ତୁମ୍ଭ ପ୍ରତିଜ୍ଞାନୁସାରେ, ତୁମ୍ଭର ଦାସକୁ ସାନ୍ତ୍ୱନା ଦିଅ।
77 ସଦାପ୍ରଭୁ ମୋ’ ଉପରେ ଦୟା ରଖ, ଯେପରିକି ମୁଁ ବଞ୍ଚିପାରେ।
    ମୁଁ ବାସ୍ତବରେ ତୁମ୍ଭର ଶିକ୍ଷାକୁ ଉପଭୋଗ କରେ।
78 ଯେଉଁ ଲୋକମାନେ ନିଜକୁ ମୋ’ଠାରୁ ଧାର୍ମିକ ଭାବନ୍ତି, ମୋ’ ବିଷୟରେ ମିଥ୍ୟା କହନ୍ତି।
    ମୁଁ ଆଶାକରେ ସେମାନେ ଲଜ୍ଜିତ ହୁଅନ୍ତୁ।
    ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାସବୁ ଉପରେ ଧ୍ୟାନ କରେ।
79 ଯେଉଁମାନେ ତୁମ୍ଭକୁ ସମ୍ମାନ କରି ପାରନ୍ତି, ତୁମ୍ଭେ ସେମାନଙ୍କୁ ମୋ’ ପାଖକୁ ଫେରାଅ।
    ଯେପରିକି ସେମାନେ ତୁମ୍ଭର ବାକ୍ୟ ବିଷୟରେ ଶିକ୍ଷା କରି ପାରିବେ।
80 ସଦାପ୍ରଭୁ, ମୁଁ ସମ୍ପୂର୍ଣ୍ଣ ହୃଦୟ ସହିତ ତୁମ୍ଭର ନିୟମକୁ ମାନିପାରେ,
    ତେବେ ମୁଁ ଲଜ୍ଜିତ ହେବି ନାହିଁ।

କଫ୍

81 ସଦାପ୍ରଭୁ, ତୁମ୍ଭକୁ ଅପେକ୍ଷା କରି ମୁଁ ଦୁର୍ବଳ ଅଟେ ତୁମ୍ଭେ ମୋତେ ରକ୍ଷା କର।
    କିନ୍ତୁ ମୁଁ ତୁମ୍ଭର ବାକ୍ୟ ଉପରେ ନିର୍ଭର ରଖେ।
82 ସଦାପ୍ରଭୁ, ତୁମ୍ଭେ କରିଥିବା ପ୍ରତିଜ୍ଞାର ଅପେକ୍ଷାରେ ମୋର ଚକ୍ଷୁକ୍ଳାନ୍ତ ହେଲାଣି,
    ତୁମ୍ଭେ ମୋତେ କେବେ ସାନ୍ତ୍ୱନା ଦେବ?
83 ଏପରିକି ମୁଁ ଅଳିଆ ଗଦାରେ ପଡ଼ିଥିବା ଏକ ପଗ୍ଭ ଚମଡ଼ା ଥଳୀ ଅଟେ।
    ମୁଁ ତୁମ୍ଭର ନିୟମ ଭୁଲିବି ନାହିଁ।
84 କେତେଦିନ ମୁଁ ବଞ୍ଚିବି?
    ହେ ସଦାପ୍ରଭୁ ତୁମ୍ଭେ କେବେ ମୋର ଦଣ୍ଡବିଧାନକାରୀମାନଙ୍କୁ ଦଣ୍ଡିତ କରିବ।
85 ଅହଂକାରୀମାନେ ମିଥ୍ୟାଦ୍ୱାରା ଆଘାତ କରନ୍ତି
    ଏବଂ ତାହା ତୁମ୍ଭ ଶିକ୍ଷା ବିରୁଦ୍ଧ ଅଟେ।
86 ହେ ସଦାପ୍ରଭୁ, ତୁମ୍ଭର ଆଦେଶସବୁ ବିଶ୍ୱାସନୀୟ।
    ସେମାନେ ଅନ୍ୟାୟରେ ମୋତେ ତାଡ଼ନା କରନ୍ତି।
    ମୋତେ ସାହାଯ୍ୟ କର!
87 ସେହି ଲୋକମାନେ ମୋତେ ଧ୍ୱଂସ କରି ଦେଲେଣି।
    ମାତ୍ର ମୁଁ ତୁମ୍ଭର ଆଦେଶ ପରିତ୍ୟାଗ କରି ନାହିଁ।
88 ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋତେ ଦେଖାଅ ଏବଂ ମୋତେ ବଞ୍ଚାଅ।
    ଯେପରି ମୁଁ ତୁମ୍ଭର ଆଦେଶ ରଖିପାରେ।

ଲାମଦ୍

89 ହେ ସଦାପ୍ରଭୁ, ତୁମ୍ଭର ବାକ୍ୟ ସର୍ବଦା ପାଇଁ ସ୍ୱର୍ଗରେ ସଂସ୍ଥାପିତ ଅଛି।
90 ତୁମ୍ଭର ବିଶ୍ୱସ୍ତତା ବଂଶାନୁକ୍ରମେ ଗ୍ଭଲିବ।
    ତୁମ୍ଭେ ପୃଥିବୀକୁ ଉଚିତ୍ ଜାଗାରେ ରଖିଛ ଏବଂ ଏହା ଏଠାରେ ସବୁବେଳେ ରହିଅଛି।
91 ତୁମ୍ଭର ବ୍ୟବସ୍ଥା ଯୋଗୁଁ ସ୍ୱର୍ଗ ଓ ପୃଥିବୀ ଆଜି ପର୍ଯ୍ୟନ୍ତ ଗ୍ଭଲୁ ରହିଛି।
    କାରଣ ସବୁକିଛି ତୁମ୍ଭର ଦାସମାନେ।
92 ଯଦି ମୁଁ ଶିକ୍ଷାଗୁଡ଼ିକ ପସନ୍ଦ କରି ନ ଥା’ନ୍ତି,
    ମୁଁ ଆପଣା କଷ୍ଟରେ ବିନଷ୍ଟ ହୋଇଥା’ନ୍ତି।
93 ସଦାପ୍ରଭୁ, ତୁମ୍ଭର ନିର୍ଦ୍ଦେଶକୁ ମୁଁ କଦାପି ପାଶୋରିବି ନାହିଁ।
    କାରଣ ସେମାନଙ୍କ ଦ୍ୱାରା ମୋତେ ତୁମ୍ଭେ ଜୀବିତ ରହିବାକୁ ଦିଅ।
94 ମୁଁ ତୁମ୍ଭର, ତେଣୁ ମୋତେ ରକ୍ଷା କର।
    କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁର ଅନ୍ୱେଷଣ କରିଅଛ।
95 ଦୁଷ୍ଟ ଲୋକମାନେ ମୋତେ ଧ୍ୱଂସ କରିବାକୁ ଅପେକ୍ଷା କରୁଛନ୍ତି,
    କିନ୍ତୁ ମୁଁ ତୁମ୍ଭର ବାକ୍ୟ ବିଷୟରେ ଭାବିବି।
96 ମୁଁ ଦେଖିଅଛି ଯେ, ସବୁ ଜିନିଷର ତା’ର ସୀମା ରହିଅଛି,
    ତୁମ୍ଭର ବ୍ୟବସ୍ଥା ଛଡ଼ା।

ରାଜାବଳୀର ପ୍ରଥମ ପୁସ୍ତକ 22:1-28

ମୀଖାୟ ଆହାବଙ୍କୁ ସତର୍କ କରନ୍ତି

22 ଅନନ୍ତର ପରବର୍ତ୍ତୀ ଦୁଇ ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲ ଓ ଅରାମ ମଧ୍ୟରେ ଶାନ୍ତି ବିରାଜମାନ କଲା। ତତ୍ପରେ ତୃତୀୟ ବର୍ଷରେ ଯିହୁଦାର ରାଜା ଯିହୋଶାଫଟ୍, ଇସ୍ରାଏଲର ରାଜା ଆହାବଙ୍କୁ ସାକ୍ଷାତ କରିବାକୁ ଆସିଲେ।

ଏହି ସମୟରେ ଆହାବ ତାଙ୍କର ଅଧିକାରୀମାନଙ୍କୁ କହିଲେ, “ରାମୋତ୍ ଗିଲିୟଦ୍ ଆମ୍ଭମାନଙ୍କର ଅଟେ, ତୁମ୍ଭେମାନେ ଏହା ଜାଣ। କିନ୍ତୁ ଅରାମର ରାଜା ଏହା ଅଧିକାର କଲା। ତଥାପି ଆମ୍ଭେମାନେ ନୀରବରେ ବସି ରହିଛୁ, ଆମ୍ଭେ ଅରାମର ରାଜାଙ୍କଠାରୁ ତାହା ଫେରାଇ ନେଇ ନାହୁଁ।” ତେଣୁ ଆହାବ ଯିହୋଶାଫ‌ଟଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ମୋ’ ସହିତ ଯୁଦ୍ଧ କରିବାକୁ ରାମୋତ୍-ଗିଲିୟଦକୁ ଯାଉଛ?”

ଯିହୋଶାଫଟ୍ କହିଲେ, “ହଁ, ମୁଁ ଯୁଦ୍ଧରେ ଯୋଗ ଦେବି। ମୋର ସୈନ୍ୟବାହିନୀ ଓ ଅଶ୍ୱାରୋହୀ ତୁମ୍ଭ ସହିତ ଯୁଦ୍ଧରେ ଯୋଗ ଦେବେ। କିନ୍ତୁ ମୁଁ ବିନୟ କରୁଛି, ଆମ୍ଭେ ସର୍ବ ପ୍ରଥମେ ସଦାପ୍ରଭୁଙ୍କ ବାକ୍ୟ ପଗ୍ଭରିବା।”

ତେଣୁ ଆହାବ 400 ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଡକାଇ ଏକତ୍ରିତ କଲେ ଓ ସେମାନଙ୍କୁ ପଗ୍ଭରିଲେ, “ମୁଁ ରାମୋତ୍-ଗିଲିୟଦ ବିରୁଦ୍ଧରେ ପ୍ରଥମେ ଯୁଦ୍ଧ କରିବାକୁ ଯିବା ଉଚିତ୍ କି, ଏଥିରୁ କ୍ଷାନ୍ତ ହେବା ଉଚିତ୍?”

ତହୁଁ ସେମାନେ ଉତ୍ତର କଲେ, “ତୁମ୍ଭେ ବର୍ତ୍ତମାନ ଯାଇ ଯୁଦ୍ଧ କରିବା ଉଚିତ୍, କାରଣ ସଦାପ୍ରଭୁ ତୁମ୍ଭକୁ ବର୍ତ୍ତମାନ ଜୟଲାଭ କରିବାକୁ ଦେବେ।”

କିନ୍ତୁ ଯିହୋଶାଫଟ୍ କହିଲେ, “ତୁମ୍ଭମାନଙ୍କ ବ୍ୟତୀତ ଆଉ କେହି ସଦାପ୍ରଭୁଙ୍କ ଭବିଷ୍ୟ‌ଦ୍‌ବକ୍ତା ଏଠାରେ ଅଛନ୍ତି କି? ଯଦି ସେଠାରେ ଅଛନ୍ତି, ଆମ୍ଭେ ତାହାଙ୍କୁ ପରମେଶ୍ୱରଙ୍କର ବାକ୍ୟ ପଗ୍ଭରନ୍ତୁ।”

ତହୁଁ ଆହାବ କହିଲେ, “ଅନ୍ୟ ଜଣେ ଭବିଷ୍ୟ‌ଦ୍‌ବକ୍ତା ଏଠାରେ ଅଛନ୍ତି, ଯାହାଙ୍କୁ ଆମ୍ଭେ ପରମେଶ୍ୱରଙ୍କର ବାକ୍ୟ ବିଷୟରେ ପଗ୍ଭରି ପାରୁ। ସେ ଇମ୍ଳର ପୁତ୍ର ମୀଖାୟ। କିନ୍ତୁ ମୁଁ ତାକୁ ଘୃଣା କରେ। କାରଣ ସେ ସର୍ବଦା ମୋ’ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାଣୀ କହେ। ସେ କେବେ ମୋର ମଙ୍ଗଳ କଥା କହେ ନାହିଁ।”

ତହୁଁ ଯିହୋଶାଫଟ୍ କହିଲେ, “ଦୟାକରି ସେପରି କୁହନ୍ତୁ ନାହିଁ।”

ତେଣୁ ରାଜା ଆହାବ ଜଣେ ଅଧିକାରୀକୁ ଡାକିଲେ ଏବଂ ତାକୁ ଆଦେଶ ଦେଲେ, “ଇମ୍ଳର ପୁତ୍ର ମୀଖାୟଙ୍କୁ ଶୀଘ୍ର ଆଣ।”

10 ସେହି ସମୟରେ ଇସ୍ରାଏଲର ରାଜା ଆହାବ ଓ ଯିହୁଦାର ରାଜା ଯିହୋଶାଫଟ୍ ନିଜ ନିଜର ରାଜ ପୋଷାକ ପରିଧାନ କରି ଶମରିୟାର ପ୍ରବେଶଦ୍ୱାର ନିକଟବର୍ତ୍ତୀ ମଲୋରେ ନିଜ ନିଜ ସିଂହାସନରେ ବସିଥିଲେ ଓ ସେମାନଙ୍କ ସମ୍ମୁଖରେ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଗଣ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରୁଥିଲେ। 11 କନାନାର ପୁତ୍ର ସିଦିକିୟ ଜଣେ ଭବିଷ୍ୟ‌ଦ୍‌ବକ୍ତା ଲୌହମୟ ଶିଙ୍ଗମାନ ନିର୍ମାଣ କରି ଆହାବଙ୍କୁ କହିଲା, “ସଦାପ୍ରଭୁ କହନ୍ତି, ‘ତୁମ୍ଭେ ଏହି ଲୌହମୟ ଶିଙ୍ଗ ଯୁଦ୍ଧରେ ବ୍ୟବହାର କରିବ ଏବଂ ତୁମ୍ଭେ ଅରାମର ସମସ୍ତ ସୈନ୍ୟମାନଙ୍କୁ ସଂହାର କରିବ ଏବଂ ଜୟଲାଭ କରିବ।’” 12 ଅନ୍ୟ ସମସ୍ତ ଭବିଷ୍ୟ‌ଦ୍‌ବକ୍ତା ତାଙ୍କ ସହିତ ଏକମତ ହୋଇ କହିଲେ, “ରାମୋତ୍-ଗିଲିୟ‌ଦ୍‌କୁ ଯାଅ ଓ ଅରାମୀୟ ସୈନ୍ୟବାହିନୀ ବିରୁଦ୍ଧରେ ଯୁଦ୍ଧରେ ଜୟଲାଭ କର। କାରଣ ସଦାପ୍ରଭୁ ତୁମ୍ଭ ହସ୍ତରେ ସେମାନଙ୍କୁ ପରାସ୍ତ କରାଇବେ।”

13 ଏହି ସମୟରେ ଆହାବଙ୍କ ଅଧିକାରୀ ମୀଖାୟଙ୍କ ନିକଟକୁ ଯାଇ କହିଲା, “ସମସ୍ତ ଭବିଷ୍ୟ‌ଦ୍‌ବକ୍ତା ଏକ ମୁଖରେ ରାଜାଙ୍କର ମଙ୍ଗଳ ପ୍ରକାଶ କରୁଛନ୍ତି। ତେଣୁ ମୁଁ ବିନୟ କରୁଛି ତୁମ୍ଭେ ସେମାନଙ୍କ ପରି ମଙ୍ଗଳର ବାକ୍ୟ ରାଜାଙ୍କ ସପକ୍ଷରେ କୁହ।”

14 ତହୁଁ ମୀଖାୟ କହିଲେ, “ଯେପର୍ଯ୍ୟନ୍ତ ସଦାପ୍ରଭୁ ଅଛନ୍ତି, ମୁଁ ଶପଥ କରୁଛି ସଦାପ୍ରଭୁ ଯାହା କହିବେ ମୁଁ ତାହା ହିଁ କହିବି।”

15 ତା’ପରେ ମୀଖାୟ ରାଜାଙ୍କ ସମ୍ମୁଖରେ ଛିଡ଼ା ହେଲେ ଓ ରାଜା ଆହାବ ତାଙ୍କୁ ପଗ୍ଭରିଲେ, “ମୀଖାୟ, ଆମ୍ଭେମାନେ ଯୁଦ୍ଧ କରିବାକୁ ରାମୋତ୍-ଗିଲିୟଦକୁ ଯିବା ଉଚିତ୍ କି କ୍ଷାନ୍ତ ହେବା ଉଚିତ୍?”

ତହୁଁ ମୀଖାୟ ଉତ୍ତର କଲେ, “ଆପଣ ଯୁଦ୍ଧ କରନ୍ତୁ ସଦାପ୍ରଭୁ ଆପଣଙ୍କୁ ଜୟ କରାଇବେ।”

16 ଆହାବ ପୁଣି ମୀଖାୟକୁ କହିଲେ, “ତୁମ୍ଭେ ତୁମ୍ଭର ନିଜର ବାକ୍ୟ କୁହ, ମୁଁ ତୁମ୍ଭଙ୍କୁ ସତ କହିବାକୁ କହିଛି। କେତେଥର ମୋତେ ତୁମ୍ଭକୁ ଏହା କହିବାକୁ ପଡ଼ିବ? ସଦାପ୍ରଭୁଙ୍କଠାରୁ ସତ କୁହ।”

17 ମୀଖାୟ ଉତ୍ତର କଲେ, “ମୁଁ ସମଗ୍ର ଇସ୍ରାଏଲକୁ ମାଲିକହୀନ ମେଷପଲ ସଦୃଶ ଏଣେ ତେଣେ ପର୍ବତମାନଙ୍କରେ ବୁଲୁଥିବାର ଦେଖିଲି, ଆଉ ସଦାପ୍ରଭୁ କହିଲେ, ‘ସେମାନଙ୍କର ମୂଖ୍ୟ ନାହାନ୍ତି, ସେମାନେ ଯୁଦ୍ଧ ନ କରି କୁଶଳରେ ନିଜ ନିଜ ଗୃହକୁ ଫେରି ଯାଆନ୍ତୁ।’”

18 ଆହାବ ଯିହୋଶାଫ‌ଟଙ୍କୁ କହିଲେ, “ଦେଖ, ମୁଁ କ’ଣ କହି ନ ଥିଲି, ମୀଖାୟ କେବେ ଅମଙ୍ଗଳ ବିନା ମଙ୍ଗଳକର ଭବିଷ୍ୟ‌ଦ୍‌ବାଣୀ ମୋ’ ବିଷୟରେ କରିବ ନାହିଁ।”

19 ପୁଣି ମୀଖାୟ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ଶୁଣ, “ମୁଁ ଦେଖିଲି ସଦାପ୍ରଭୁ ତାଙ୍କ ସିଂହାସନରେ ଉପବିଷ୍ଟ ଓ ତାଙ୍କର ଦକ୍ଷିଣ ଓ ବାମ ହସ୍ତରେ ତାହାଙ୍କ ନିକଟରେ ସ୍ୱର୍ଗୀୟ ଦୂତମାନେ ଉଭା ହୋଇଛନ୍ତି। 20 ସଦାପ୍ରଭୁ କହିଲେ, ‘ତୁମ୍ଭମାନଙ୍କ ମଧ୍ୟରୁ କିଏ ରାଜା ଆହାବକୁ କୁମନ୍ତ୍ରଣା ଦେବାକୁ ଯିବ, ସେ ଯେପରି ରାମୋତ୍-ଗିଲିୟ‌ଦ୍‌କୁ ଯାଇ ଅରାମୀୟ ବିରୁଦ୍ଧରେ ଯୁଦ୍ଧ କରି ମୃତ୍ୟୁବରଣ କରିବ।’ ଏଥିରେ କେହି ସ୍ୱର୍ଗଦୂତଗଣ ଏକମତ ହେଲେ ନାହିଁ, ସେମାନଙ୍କର କ’ଣ କରିବା ଉଚିତ୍। 21 ତା’ପରେ ଜଣେ ସ୍ୱର୍ଗଦୂତ ସଦାପ୍ରଭୁଙ୍କ ନିକଟକୁ ଯାଇ କହିଲା, ‘ମୁଁ ତା’ ପ୍ରତି ପ୍ରତାରଣା କରିବି।’ 22 ସଦାପ୍ରଭୁ କହିଲେ, ‘ତୁମ୍ଭେ କିପରି ତାକୁ ପ୍ରତାରଣା କରିବ?’ ସ୍ୱର୍ଗଦୂତ ଉତ୍ତର ଦେଲା, ‘ମୁଁ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଦ୍ୱନ୍ଦରେ ପକାଇବି। ମୁଁ ସେମାନଙ୍କୁ ରାଜାଙ୍କ ନିକଟରେ ମିଛ କୁହାଇବି।’ ସଦାପ୍ରଭୁ କହିଲେ, ‘ଉତ୍ତମ, ଯାଅ, ତାକୁ କୌଶଳରେ ଠକିବାକୁ ଚେଷ୍ଟା କର। ଏଥିରେ ତୁମ୍ଭେ କୃତକାର୍ଯ୍ୟ ହେବ।’”

23 ମୀଖାୟ ଶେଷରେ କହିଲେ, “ଦେଖ, ସଦାପ୍ରଭୁ ତୁମ୍ଭର ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ମିଥ୍ୟା କୁହାଇଛନ୍ତି। ସଦାପ୍ରଭୁ ତୁମ୍ଭ ଉପରେ ଏକ ବଡ଼ ବିପତ୍ତି ଆଣିବାକୁ ନିଷ୍ପତ୍ତି କରିଛନ୍ତି।”

24 ତହିଁରେ କନାନାର ପୁତ୍ର ସିଦିକିୟ ମୀଖାୟର ଗାଲରେ ଏକ ଗ୍ଭପୁଡ଼ା ମାରି କହିଲା, “ତୁମ୍ଭେ ଭାବୁଛ କି ସଦାପ୍ରଭୁଙ୍କ ଆତ୍ମା ମୋତେ ଛାଡ଼ି ଦେଇଛନ୍ତି ଓ ବର୍ତ୍ତମାନ ତୁମ୍ଭ ମାଧ୍ୟମରେ କହୁଛନ୍ତି, ତୁମ୍ଭକୁ କିପରି କହିଲେ?”

25 ତହିଁରେ ମୀଖାୟ କହିଲା, “ଖୁବ୍ ଶୀଘ୍ର ସଙ୍କଟ ଆସିବ। ତୁମ୍ଭେ ନିଜକୁ ଲୁଗ୍ଭଇବା ପାଇଁ ଗୋଟିଏ ଛୋଟ କୋଠରୀକୁ ଯିବ। ସେତେବେଳେ ତୁମ୍ଭେ ଆମ୍ଭ କଥାର ସତ୍ୟତା ଜାଣିବ।”

26 ଆହାବ, “ମୀଖାୟକୁ ବନ୍ଦୀ କରିବାକୁ ଜଣେ ଅଧ୍ୟକ୍ଷକୁ ଆଦେଶ ଦେଲେ ଏବଂ ତାକୁ ଆମୋନର ନଗରାଧ୍ୟକ୍ଷ ଓ ଯୁବରାଜ ଯୋୟାଶର ନିକଟକୁ ନେଇ ଯିବାକୁ କହିଲେ। 27 ସେମାନଙ୍କୁ କହିବ ମୁଁ ଯୁଦ୍ଧରୁ ନିରାପଦରେ ଫେରିବା ପର୍ଯ୍ୟନ୍ତ ମୀଖାୟକୁ କାରାଗାରରେ ରଖିବେ ଓ କିଛି ନ ଦେଇ ରୋଟୀ ଓ ପାଣି ଦେବ।”

28 ତହିଁରେ ମୀଖାୟ ଉଚ୍ଚସ୍ୱରରେ କହିଲେ, “ତୁମ୍ଭେମାନେ ସମସ୍ତେ ଶୁଣ, ଯଦି ରାଜା ଆହାବ କୁଶଳରେ ଯୁଦ୍ଧ କ୍ଷେତ୍ରରୁ ଫେରି ଆସେ, ତେବେ ସଦାପ୍ରଭୁ ମୋତେ ବାର୍ତ୍ତା ଦେଇ ନାହାନ୍ତି ବୋଲି ଜାଣିବ।”

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 2:1-13

କ୍ରୁଶବିଦ୍ଧ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ବାର୍ତ୍ତା

ପ୍ରିୟ ଭାଇ ଓ ଭଉଣୀମାନେ, ମୁଁ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଆସିଥିଲି, ସେତେବେଳେ ପରମେଶ୍ୱରଙ୍କ ସତ୍ୟ ବିଷୟରେ କହିଥିଲି। କିନ୍ତୁ ମୁଁ କୌଣସି ବାକ୍‌ଗ୍ଭତୁରୀ ବା ଜ୍ଞାନର କଥା କହି ନ ଥିଲି। କାରଣ ସ୍ଥିର କରିଥିଲି ଯେ ତୁମ୍ଭ ସହିତ ଥିବା ସମୟରେ, ମୁଁ ଯୀଶୁ ଖ୍ରୀଷ୍ଟ ଓ କ୍ରୁଶରେ ତାହାଙ୍କ ମୃତ୍ୟୁ ଭୋଗ ବ୍ୟତୀତ, ଅନ୍ୟସବୁ କଥା ଭୁଲିଯିବି। ଏଣୁ ମୁଁ ଦୁର୍ବଳ ଓ ଭୟରେ ଥରି ଥରି ସେଠାକୁ ଆସିଥିଲି। ମୋର କଥା ଓ ଶିକ୍ଷା ଲୋକଙ୍କୁ ପ୍ରବର୍ତ୍ତାଇବା ଭଳି ଜାଗତିକ ଜ୍ଞାନର କଥା ନ ଥିଲା। ମାତ୍ର ମୋହର ଶିକ୍ଷା ପବିତ୍ରଆତ୍ମାଙ୍କ ଦତ୍ତ ଶକ୍ତିର ପ୍ରମାଣ ଅଟେ। ତୁମ୍ଭ ବିଶ୍ୱାସ ମନୁଷ୍ୟର ଜ୍ଞାନର ନ ହୋଇ ପରମେଶ୍ୱରଙ୍କ ଶକ୍ତିରେ ହେଉ, ସେଥିପାଇଁ ମୁଁ ଏପରି କଲି।

ପରମେଶ୍ୱରଙ୍କ ଜ୍ଞାନ

ଯେଉଁମାନେ ଅଭିଜ୍ଞ ଆମ୍ଭେ ସେହିମାନଙ୍କୁ ଜ୍ଞାନ ଶିକ୍ଷା ଦେଉ। କିନ୍ତୁ ଏହି ଜ୍ଞାନ ସଂସାରରୁ ନୁହେଁ, ଏହା ବର୍ତ୍ତମାନ ଯୁଗର ନେତା ମାନଙ୍କର ଜ୍ଞାନ ନୁହେଁ। ଏହି ନେତାମାନେ ଆପଣା ଶକ୍ତି ହରାଉ ଅଛନ୍ତି। କିନ୍ତୁ ଆମ୍ଭେମାନେ ପରମେଶ୍ୱରଙ୍କ ଗୂଢ଼ ଜ୍ଞାନର କଥା କହୁଛୁ। ଜଗତର ସୃଷ୍ଟି ହେବା ପୂର୍ବରୁ ଆମ୍ଭର ମହିମା ପାଇଁ ପରମେଶ୍ୱର ଏହି ଜ୍ଞାନର ଯୋଜନା କରିଥିଲେ। ଏହି ଜଗତର କୌଣସି ନେତା ଏହାକୁ ବୁଝି ପାରିଲେ ନାହିଁ। ଯଦି ସେମାନେ ବୁଝି ଥାଆନ୍ତେ, ତାହାହେଲେ ଗୌରବମୟ ପ୍ରଭୁଙ୍କୁ କ୍ରୁଶବିଦ୍ଧ କରି ମାରି ନ ଥା’ନ୍ତେ। କିନ୍ତୁ ଶାସ୍ତ୍ରମାନଙ୍କରେ ଏହିପରି ଲେଖା ଅଛି:

“କୌଣସି ଆଖି ଦେଖି ନାହିଁ।
    କୌଣସି କାନ ଶୁଣି ନାହିଁ।
କେହିହେଲେ କଳ୍ପନା କରି ନାହିଁ;
    ଯେ, ପରମେଶ୍ୱରଙ୍କୁ ପ୍ରେମ କରୁଥିବା ଲୋକଙ୍କ ପାଇଁ ପରମେଶ୍ୱର କ’ଣ ପ୍ରସ୍ତୁତ କରି ରଖିଛନ୍ତି।” (A)

10 କିନ୍ତୁ ପରମେଶ୍ୱର ଆତ୍ମାଙ୍କ ମାଧ୍ୟମରେ ଏହି ନିଗୂଢ଼ ବିଷୟମାନ ଆମକୁ ଦେଖାଇ ଦେଇଛନ୍ତି।

ଆତ୍ମା ସବୁ ଜାଣନ୍ତି। ସେ ପରମେଶ୍ୱରଙ୍କର ଅତି ଗୋପନୀୟ କଥା ମଧ୍ୟ ଜାଣନ୍ତି। 11 କୌଣସି ମନୁଷ୍ୟ ଏକ ମନୁଷ୍ୟର ମନକଥା ଜାଣିପାରେ ନାହିଁ। କେବଳ ମଣିଷ ଭିତରେ ଥିବା ଆତ୍ମା ତା’ର ମନକଥା ଜାଣି ପାରନ୍ତି। ସେହିଭଳି ପରମେଶ୍ୱରଙ୍କ ମନକଥା ତାଙ୍କରି ଆତ୍ମା ବ୍ୟତୀତ କିଏ ଜାଣି ପାରିବ? 12 ଆମ୍ଭେ ଜଗତର ଆତ୍ମା ଦ୍ୱାରା ପରମେଶ୍ୱରଙ୍କ ପ୍ରଦତ୍ତ ବିଷୟ ଗୁଡ଼ିକୁ ଜାଣି ପାରିବା।

13 ସେ ଗୁଡ଼ିକୁ କହିଲା ବେଳେ ମନୁଷ୍ୟର କଳ୍ପିତ ଜ୍ଞାନର ବାକ୍ୟ କହୁ ନାହୁଁ, ବରଂ ଆମ୍ଭେ ଆତ୍ମା ଦ୍ୱାରା ଶିଖିଥିବା ବାକ୍ୟ କହୁ। ଆମ୍ଭେ ଆତ୍ମିକ ବିଷୟ ବୁଝାଇବା ପାଇଁ ପବିତ୍ରଆତ୍ମାଙ୍କ ବାକ୍ୟ ବ୍ୟବହାର କରୁ।

ମାଥିଉ ଲିଖିତ ସୁସମାଗ୍ଭର 4:18-25

ଯୀଶୁ କେତେକ ଶିଷ୍ୟଙ୍କୁ ବାଛିଲେ(A)

18 ଯୀଶୁ ଗାଲିଲୀ ହ୍ରଦ ପାଖଦେଇ ଯାଉଥିଲେ, ସେ (ପିତର ନାମରେ ଖ୍ୟାତ) ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ଦେଖିଲେ। ସେମାନେ ହ୍ରଦରେ ଜାଲ ପକାଉଥିଲେ। ସେମାନେ, ବ୍ୟବସାୟରେ କେଉଟ ଥିଲେ। 19 ଯୀଶୁ ସେମାନଙ୍କୁ କହିଲେ, “ଆସ, ମୋତେ ଅନୁସରଣ କର। ମୁଁ ତୁମ୍ଭକୁ ଏକ ଭିନ୍ନ ପ୍ରକାରର କେଉଟ କରିବି। ମାଛ ନ ଧରି ମଣିଷମାନଙ୍କୁ ତୁମ୍ଭେ ଏକତ୍ର ସଂଗ୍ରହ କରିବ।” 20 ସେମାନେ ସଙ୍ଗେ ସଙ୍ଗେ ତାହାଙ୍କ ଜାଲ ଛାଡ଼ିଦେଇ ଯୀଶୁଙ୍କୁ ଅନୁସରଣ କଲେ।

21 ଯୀଶୁ ସେଠାରୁ ଆଗକୁ ଗ୍ଭଲିଲେ। ସେ ଦେଖିଲେ ଯେ ଜେବଦୀଙ୍କ ପୁଅ ଯାକୁବ ଓ ଯୋହନଙ୍କୁ ତାହାଙ୍କ ବାପାଙ୍କ ସହିତ ଡଙ୍ଗା ଉପରେ ବସି ଜାଲ ମରାମତି କରୁଛନ୍ତି। ଯୀଶୁ ସେମାନଙ୍କୁ ଡାକିଲେ। 22 ସେମାନେ ସଙ୍ଗେ ସଙ୍ଗେ ତାହାଙ୍କ ବାପାଙ୍କୁ ଓ ଡଙ୍ଗାକୁ ଛାଡ଼ି ଦେଇ ଯୀଶୁଙ୍କୁ ଅନୁସରଣ କଲେ।

ଯୀଶୁ ଲୋକମାନଙ୍କୁ ଉପଦେଶ ଦେଲେ ଓ ରୋଗସୁସ୍ଥ କଲେ(B)

23 ଯୀଶୁ ଯିହୂଦୀ ସମାଜଗୃହମାନଙ୍କରେ ସ୍ୱର୍ଗରାଜ୍ୟରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡ଼ା ଦୂର କରି ସମଗ୍ର ଗାଲିଲୀ ରାଜ୍ୟରେ ଭ୍ରମଣ କଲେ। 24 ସମଗ୍ର ସୁରିୟା ଦେଶରେ ତାହାଙ୍କର ସମାଗ୍ଭର ବ୍ୟାପିଗଲା, ଯେଉଁ ଲୋକମାନେ ବିଭିନ୍ନ ରୋଗ ଓ ଭୟଙ୍କର ପୀଡ଼ା ଭୋଗୁଥିଲେ, ଯେଉଁମାନଙ୍କୁ ଭୂତ କବଳିତ କରିଥିଲା, ଯେଉଁମାନେ ମୃର୍ଚ୍ଛାରୋଗୀ ଓ ପକ୍ଷାଘାତରୋଗୀ ଥିଲେ, ସେମାନେ ସମସ୍ତେ ଯୀଶୁଙ୍କ ପାଖକୁ ଆସିବାକୁ ଲାଗିଲେ। ଯୀଶୁ ସେମାନଙ୍କୁ ସୁସ୍ଥ କରିଦେଲେ। 25 ତେଣୁ ଗାଲିଲୀ, ଦେକାପଲି, ଯିରୁଶାଲମ, ଯିହୂଦା ଓ ଯର୍ଦ୍ଦନ ନଦୀର ଆର ପାରିର ବହୁଲୋକ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center