Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
40 ମୁଁ ସଦାପ୍ରଭୁଙ୍କୁ ଡାକିଲି,
ସେ ମୋର ଡାକ ଓ କ୍ରନ୍ଦନ ଧ୍ୱନି ଶୁଣିଲେ।
2 ସଦାପ୍ରଭୁ ମୋତେ ମୃତ୍ୟୁ ଗୁମ୍ଫାରୁ ଉଠାଇଲେ।
ସେ ମୋତେ ସେହି ମାଟିର କବର ମଧ୍ୟରୁ ଉଠାଇ ଆଣିଲେ।
ସେ ମୋତେ ଟେକି ଧରିଲେ।
ମୋତେ, ମୋର ପାଦ ତଳକୁ ଖସିଯିବା ପୂର୍ବରୁ ଶକ୍ତ ଭୂମିରେ ସ୍ଥାପନ କଲେ।
3 ସଦାପ୍ରଭୁ ମୋ’ ମୁଖରେ ଏକ ନୂତନ ଗୀତ ଉଚ୍ଚାରଣ କଲେ।
ସେହି ଗୀତଟି ପରମେଶ୍ୱରଙ୍କ ପ୍ରଶଂସାରେ ପରିପୂର୍ଣ୍ଣ ଥିଲା।
ଅନେକ ଲୋକ ଦେଖିବେ ମୋ’ ପ୍ରତି ଯାହାସବୁ ଘଟିଗଲା, ଯାହା ଫଳରେ ସେମାନେ ପରମେଶ୍ୱରଙ୍କୁ ଉପାସନା କରିବେ।
ସେମାନେ ସଦାପ୍ରଭୁଙ୍କୁ ବିଶ୍ୱାସ କରିବେ।
4 ଯଦି ଜଣେ ସଦାପ୍ରଭୁଙ୍କୁ ବିଶ୍ୱାସ କରେ, ସେହି ବ୍ୟକ୍ତିଟି ପ୍ରକୃତରେ ସୁଖୀ ହୁଏ।
ଜଣେ ବ୍ୟକ୍ତି ପ୍ରକୃତରେ ଖୁସୀରେ ରହେ, ଯଦି ସେ ପ୍ରେତମାନଙ୍କୁ କିଅବା ମିଥ୍ୟା ଦେବତାମାନଙ୍କୁ ଆଦର କରି ନ ଥାଏ।
5 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ୱର, ତୁମ୍ଭେ ଅନେକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛ।
ତୁମ୍ଭେ ଆମ୍ଭମାନଙ୍କ ପାଇଁ ଅନେକ ଆଶ୍ଚର୍ଯ୍ୟ ଯୋଜନାମାନ ରଖିଛ।
କୌଣସି ବ୍ୟକ୍ତି ତାହା କେବେ ଗଣି ପାରିବ ନାହିଁ।
ମୁଁ ବାରମ୍ବାର ସେହିସବୁ କଥା କହିବି ଯାହାକୁ ଗଣିବା ଅସମ୍ଭବ।
6 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଏହାକୁ ବୁଝିବାକୁ ସକ୍ଷମ କରିଛ।
ତୁମ୍ଭେ ବଳିଦାନ ଓ ଶସ୍ୟ ନୈବେଦ୍ୟରେ ସନ୍ତୋଷ ନାହଁ,
ତୁମ୍ଭେ ପ୍ରକୃତରେ ହୋମବଳି ଓ ପାପାର୍ଥକ ବଳି ଗ୍ଭହଁ ନାହିଁ।
7 ତେଣୁ ମୁଁ କହିଲି, “ମୁଁ ଉପସ୍ଥିତ ଅଛି, ମୋତେ ତୁମ୍ଭେ ନିଅ।
ଏହା ମୋ’ ବିଷୟରେ ପୁସ୍ତକରେ ଲେଖାଯାଇଛି।
8 ହେ ମୋର ପରମେଶ୍ୱର, ତୁମ୍ଭେ ଯାହା ଗ୍ଭହୁଁଛ, ମୁଁ ତାହା କରିବାକୁ ଗ୍ଭହୁଁଛି।
ତୁମ୍ଭର ନୀତିଶିକ୍ଷା ମୋ’ ହୃଦୟରେ ଅଛି।
9 ମୁଁ ମହାସଭାରେ ତୁମ୍ଭର ବିଜୟବାର୍ତ୍ତା ପ୍ରଗ୍ଭର କରିଅଛି।
ହେ ସଦାପ୍ରଭୁ, ତାହା ତୁମ୍ଭେ ଜାଣ, ମୁଁ ଏହି ଶୁଭ ଖବର ପ୍ରଗ୍ଭରରୁ କେବେହେଲେ ବିରତ ରହିବି ନାହିଁ।
10 ହେ ସଦାପ୍ରଭୁ ତୁମ୍ଭେ ଯେଉଁସବୁ ମଙ୍ଗଳ କାର୍ଯ୍ୟ କରିଛ।
ସେସବୁକୁ ମୁଁ ମୋର ହୃଦୟରେ ଗୋପନ କରି ନାହିଁ।
ହେ ସଦାପ୍ରଭୁ ମୋ’ ଲୋକମାନେ ତୁମ୍ଭ ଉପରେ ନିର୍ଭର କଲେ ତୁମ୍ଭେ ସେମାନଙ୍କୁ ଉଦ୍ଧାର କରିବ ବୋଲି ପ୍ରଗ୍ଭର କରିଅଛି।
ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ମହାସମାଜରୁ ଲୋକମାନଙ୍କଠାରୁ ଲୁଗ୍ଭଇ ରଖି ନାହିଁ।
11 ତେଣୁ ହେ ସଦାପ୍ରଭୁ, ତୁମ୍ଭର ଦୟାକୁ ମୋ’ଠାରେ ଲୁଗ୍ଭଅ ନାହିଁ।
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ସର୍ବଦା ମୋତେ ରକ୍ଷା କରୁ।”
12 ଦୁଷ୍ଟ ଲୋକମାନେ ମୋ’ ଗ୍ଭରିକଡ଼ରେ ଘେରି ରହିଛନ୍ତି।
ସେମାନେ ଅନେକ ଯାହାକି ଗଣିବା କଷ୍ଟକର।
ମୋ’ ପାପ ମୋତେ ଧରାଇ ଦେଇଛି, ତେଣୁ ମୁଁ ମୋର ପାପରୁ ଉଦ୍ଧାର ପାଇପାରିବି ନାହିଁ।
ମୋର ପାପଗୁଡ଼ିକ ମସ୍ତକରେ ଥିବା କେଶ ସଂଖ୍ୟାଠାରୁ ଅଧିକ ଓ ମୋର ହୃଦୟ ମୋତେ ପରିତ୍ୟାଗ କରିଅଛି।
13 ହେ ସଦାପ୍ରଭୁ, ଅନୁଗ୍ରହ କରି ମୋତେ ଉଦ୍ଧାର କର।
ହେ ସଦାପ୍ରଭୁ ଶୀଘ୍ର ଆସ ଓ ମୋତେ ସାହାଯ୍ୟ କର।
14 ସେହି ଦୁଷ୍ଟ ଲୋକମାନେ ମୋ’ ପ୍ରାଣ ନାଶ ପାଇଁ ଉଦ୍ୟମ କରୁଛନ୍ତି।
ହେ ସଦାପ୍ରଭୁ, ସେହି ଲୋକମାନଙ୍କୁ ଲଜ୍ଜିତ କରି ସେମାନଙ୍କୁ ନିରାଶ କର।
ମୋ’ କ୍ଷତରେ ସନ୍ତୁଷ୍ଟଲୋକ ଲଜ୍ଜିତ ହୁଅନ୍ତୁ।
15 ସେହି ଦୁଷ୍ଟ ଲୋକମାନେ ମୋତେ ପରିହାସ କରିଛନ୍ତି।
ସେମାନେ କଥାବାର୍ତ୍ତା କରିବାକୁ ବେଶି ଲଜ୍ଜିତ।
16 କିନ୍ତୁ ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସନ୍ତି, ସେମାନେ ଖୁସୀ ଓ ଆନନ୍ଦିତ ହୁଅନ୍ତି।
ସେମାନଙ୍କର ତୁମ୍ଭର ସେବାରେ ହିଁ ଆନନ୍ଦ କରନ୍ତି।
ତେଣୁ ସେମାନେ ସର୍ବଦା ତୁମ୍ଭକୁ କୁହନ୍ତି, “ସଦାପ୍ରଭୁ ମହାନ।”
17 ହେ ସଦାପ୍ରଭୁ, ମୁଁ ଜଣେ ଗରିବ ଓ ଅସହାୟ ଲୋକ ଅଟେ।
ହେ ମୋର ପରମେଶ୍ୱର ଆଉ ବିଳମ୍ବ କର ନାହିଁ।
ମୋତେ ସାହାଯ୍ୟ କର
ଓ ମୋତେ ଉଦ୍ଧାର କର।
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍। ଯେତେବେଳେ ସୀଫୀୟମାନେ ଶାଉଲଠାକୁ ଗଲେ ଓ ଏହି କଥା କହିଲେ, “ଆମ୍ଭେମାନେ ଭାବୁଛୁ ଦାଉଦ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି।” ସେହି ସମୟରେ ଏହା ରଚିତ।
54 ହେ ପରମେଶ୍ୱର, ତୁମ୍ଭ ଶକ୍ତି ପ୍ରଦର୍ଶନ କରି, ମୋତେ ରକ୍ଷା କର।
ତୁମ୍ଭ ମହାପରାକ୍ରମ ଶକ୍ତି ବ୍ୟବହାର କରି ପ୍ରମାଣ କର ଯେ, ମୁଁ ନିରୀହ।
2 ହେ ପରମେଶ୍ୱର, ମୋର ପ୍ରାର୍ଥନା ଶୁଣ।
ମୋହର ଗୁହାରି ଶୁଣ।
3 ଅପରିଚିତ ଲୋକମାନେ କେହି ପରମେଶ୍ୱରଙ୍କୁ ଉପାସନା କରନ୍ତି ନାହିଁ।
ପରାକ୍ରମଶାଳୀ ଲୋକମାନେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି।
4 ଦେଖ, ପରମେଶ୍ୱର ମୋତେ ସାହାଯ୍ୟ କରିବେ,
ମୋର ପ୍ରଭୁ ମୋର ସମର୍ଥନ କରିବେ।
5 ପରମେଶ୍ୱର, ମୋର ଶତ୍ରୁମାନଙ୍କୁ ସେମାନଙ୍କର କୁକର୍ମ ପାଇଁ ପ୍ରତିରୋଧ କର।
ପରମେଶ୍ୱର, ଦେଖାଇ ଦିଅ ଯେ, ତୁମ୍ଭେ ମୋ’ ପାଇଁ ସତ୍ୟ ଅଟ ଏବଂ ସେମାନଙ୍କୁ ଧ୍ୱଂସ କର।
6 ମୁଁ ସ୍ୱଇଚ୍ଛାରେ ନୈବେଦ୍ୟ ନେଇ ତୁମ୍ଭ ଉଦ୍ଦେଶ୍ୟରେ ଦେବି।
ସଦାପ୍ରଭୁ, ମୁଁ ତୁମ୍ଭର ନାମର ଗୁଣଗାନ କରିବି, କାରଣ ତୁମ୍ଭେ ଉତ୍ତମ ଅଟ।
7 ତୁମ୍ଭେ ମୋତେ ମୋର ସବୁ ବିପଦରୁ ରକ୍ଷା କଲ।
ମୋ’ ଶତ୍ରୁଗଣ ପରାଜିତ ହେବାର ମୁଁ ଦେଖିଛି।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗୀତ। ଦାଉଦ ବଥ୍ଶେବାଠାରେ ଗମନ କଲାପରେ ତାଙ୍କ ନିକଟକୁ ନାଥନ୍ ଭବିଷ୍ୟଦ୍ବକ୍ତା ଆସିବା ସମୟରେ ରଚିତ।
51 ହେ ପରମେଶ୍ୱର, ଆପଣଙ୍କ ସ୍ନେହପୂର୍ଣ୍ଣ କରୁଣା ଅନୁସାରେ
ମୋ’ ପ୍ରତି ଦୟାକର।
ତୁମ୍ଭର ମହାନ କରୁଣା ଅନୁସାରେ,
ମୋର ସମସ୍ତ ପାପ କ୍ଷମା କର।
2 ମୋ’ ସବୁ ପାପ ଧୋଇ ଦିଅ,
ଏବଂ ପୁଣି ମୋତେ ପବିତ୍ର କର।
3 ମୁଁ ଜାଣେ ମୁଁ ପାପ କରିଛି।
ମୋର ପାପ ସବୁ ସର୍ବଦା ମୋର ସମ୍ମୁଖରେ ଦେଖାଯାଉଛି।
4 ହେ ପରମେଶ୍ୱର, ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି
ଓ ମୁଁ ତାହା ହିଁ କରିଛି, ଯାହା ତୁମ୍ଭ ଦୃଷ୍ଟିରେ ଭୁଲ୍।
ତୁମ୍ଭେ ଠିକ୍ କୁହ,
ଯେତେବେଳେ ମୋର ବିଗ୍ଭର ଓ ନ୍ୟାୟ ସେତେବେଳେ ମୋତେ ଦୋଷୀ ବୋଲି କୁହ।
5 ମୁଁ ପାପପୂର୍ଣ୍ଣ ପୃଥିବୀରେ ଜନ୍ମ ହେଲି
ଓ ପାପରୁ ହିଁ ମୋର ମା ମୋତେ ଗର୍ଭରେ ଧାରଣ କଲା।
6 ହେ ପରମେଶ୍ୱର, ମୁଁ ବିଶ୍ୱସ୍ତ ହୁଏ ବୋଲି ତୁମ୍ଭେ ଗ୍ଭହଁ,
ତେଣୁ ମୋ’ ଅନ୍ତରରେ ପ୍ରକୃତ ଜ୍ଞାନ ପ୍ରଦାନ କର।
7 ଔଷଧିୟ ବୃକ୍ଷର ପ୍ରୟୋଗ କରି ମୋତେ ବିଧି ସହକାରେ ଶୁଦ୍ଧ କର।
ମୁଁ ବରଫରୁ ଅଧିକ ଶୁକ୍ଳ ହେବା ପର୍ଯ୍ୟନ୍ତ ମୋତେ ପ୍ରକ୍ଷାଳନ କର।
8 ଆଉ ମୋତେ ଆନନ୍ଦ ପ୍ରଦାନ କରିବା ପରି ସମ୍ବାଦ ଦିଅ।
ତୁମ୍ଭ ଦ୍ୱାରା ଭଗ୍ନ ଅସ୍ଥିସବୁ ଆନନ୍ଦରେ ପ୍ରଫୁଲ୍ଲିତ ହେବ।
9 ମୋର ପାପଗୁଡ଼ିକ ପ୍ରତି ତୁମ୍ଭେ ମୁହଁ ବୁଲାଅ।
ମୋର ପାପ ସବୁ ପୋଛିଦିଅ।
10 ହେ ପରମେଶ୍ୱର, ମୋ’ ଅନ୍ତରେ ଏକ ପବିତ୍ରଆତ୍ମା ସୃଷ୍ଟି କର!
ମୋତେ ଗୋଟିଏ ନୂଆ ଓ ବିଶ୍ୱସ୍ତ ଆତ୍ମା ଦିଅ।
11 ତୁମ୍ଭଠାରୁ ମୋତେ ଦୂର କର ନାହିଁ!
ଏବଂ ତୁମ୍ଭର ପବିତ୍ରଆତ୍ମା ମୋ’ଠାରୁ ନିଅ ନାହିଁ।
12 ତୁମ୍ଭର ପରିତ୍ରାଣ ମୋତେ ଖୁସୀ କଲା!
ପୁନ୍ନରାୟ ମୋତେ ସେହି ଆନନ୍ଦ ପ୍ରଦାନ କର।
ମୋର ଆତ୍ମାକୁ ସୁଦୃଢ଼ କର, ଯେପରିକି ମୁଁ ସର୍ବଦା ତୁମ୍ଭକୁ ମାନିବାକୁ ପ୍ରସ୍ତୁତ ହେବି।
13 ମୁଁ ଅପରାଧୀମାନଙ୍କୁ ତୁମ୍ଭ କଥିତ ବଞ୍ଚିବାର ପଥ ଶିଖାଇବି
ଏବଂ ସେମାନେ ତୁମ୍ଭ ପାଖକୁ ଫେରିବେ।
14 ହେ ପରମେଶ୍ୱର, ମୃତ୍ୟୁ ଦଣ୍ଡରୁ ମୋତେ ରକ୍ଷା କର।
ହେ ମୋର ପରମେଶ୍ୱର, ଆପଣ ହେଉଛନ୍ତି ଏକମାତ୍ର ଯେକି ମୋତେ ରକ୍ଷା କରି ପାରିବେ!
ତୁମ୍ଭେ ମୋ’ ପାଇଁ କରିଥିବା ଧର୍ମ ବିଷୟର କାର୍ଯ୍ୟସବୁ ମୁଁ ଗାନ କରିବି।
15 ମୋର ପ୍ରଭୁ, ମୋତେ ପାଳନ କରିବାର କାରଣ ଦିଅ, ମୋର ଓଠ ଖୋଲ ତହିଁରେ ମୋର ମୁଖ ତୁମ୍ଭର ପ୍ରଶଂସା ଗାନ କରିବ।
16 ତୁମ୍ଭେ ପ୍ରକୃତରେ ବଳିଦାନ ଗ୍ଭହିଁ ନାହଁ ଏବଂ ତୁମ୍ଭେ ହୋମବଳିରେ ସନ୍ତୁଷ୍ଟ ନୁହଁ।
ତା’ହେଲେ ମୁଁ ସେଗୁଡ଼ିକ ଦେଇଥା’ନ୍ତି।
17 ନମ୍ର ଆତ୍ମା ପରମେଶ୍ୱରଙ୍କର ଗ୍ରାହ୍ୟବଳି।
ହେ ପରମେଶ୍ୱର, ତୁମ୍ଭେ ନମ୍ର ହୃଦୟକୁ ଓ ପାପ ପାଇଁ ଅନୁତପ୍ତ ହୃଦୟକୁ ପ୍ରତ୍ୟାଖ୍ୟାନ କରିବ ନାହିଁ।
18 ହେ ପରମେଶ୍ୱର ନିଜର ଅନୁଗ୍ରହରେ ସିୟୋନର ମଙ୍ଗଳ କର।
ତୁମ୍ଭେ ଯିରୁଶାଲମର ପ୍ରାଚୀରସବୁ ପୁନଃନିର୍ମାଣ କର।
19 ଏହା ପରେ ତୁମ୍ଭେ ବଳିଦାନ ଓ ପୂର୍ଣ୍ଣ ହୋମବଳି, ଉପଭୋଗ କରିବ।
ଏବଂ ଲୋକମାନେ ପୁନର୍ବାର ତୁମ୍ଭ ଯଜ୍ଞବେଦିରେ ବୃଷଭମାନ ଉତ୍ସର୍ଗ କରିବେ।
20 ତେଣୁ ଆହାବ ସମସ୍ତ ଇସ୍ରାଏଲୀୟଙ୍କୁ ଓ ସେହି ଭବିଷ୍ୟଦ୍ବକ୍ତାମାନଙ୍କୁ କର୍ମିଲ ପର୍ବତକୁ ଡକାଇଲେ। 21 ଏଲିୟ ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ସମ୍ବୋଧନ କଲେ, “ତୁମ୍ଭେମାନେ କେତେକାଳ ଦ୍ୱିମତ ମଧ୍ୟରେ ସନ୍ଦେହରେ ରହିବ? ସଦାପ୍ରଭୁଙ୍କର ପ୍ରକୃତ ଅନୁସରଣକାରୀ ହୁଅ, ଯଦି ତୁମ୍ଭେ ତାଙ୍କୁ ସତ୍ୟ ଭାବୁଛ। ଅନ୍ୟ ପକ୍ଷରେ ଯଦି ବାଲ୍ଦେବତା ସତ୍ୟ ବୋଲି ଭାବୁଛ, ତାଙ୍କୁ ଅନୁସରଣ କର।”
କିନ୍ତୁ ଲୋକମାନେ କିଛି ଉତ୍ତର ଦେଲେ ନାହିଁ। 22 ତେଣୁ ଏଲିୟ କହିଲେ, “ମୁଁ ଏଠାରେ ସଦାପ୍ରଭୁଙ୍କର ଏକମାତ୍ର ଭବିଷ୍ୟଦ୍ବକ୍ତା ଅଛି, ମାତ୍ର ବାଲ୍ର 450 ଭବିଷ୍ୟଦ୍ବକ୍ତା ଏଠାରେ ଅଛନ୍ତି। 23 ଦୁଇଟି ବୃଷଭ ଆଣ। ବାଲ୍ ଭବିଷ୍ୟଦ୍ବକ୍ତା ସେଥି ମଧ୍ୟରୁ ଗୋଟିଏ ନେଉ ଏବଂ ତାକୁ ବଧ କରି ତାକୁ ଖଣ୍ତ ଖଣ୍ତ କରି କାଠ ଉପରେ ରଖୁ। ସେମାନେ ସେଥିରେ ଅଗ୍ନି ସଂଯୋଗ କରିବା ଉଚିତ୍ ନୁହେଁ। ମୋତେ ମଧ୍ୟ ଗୋଟିଏ ବୃଷଭ ଦିଆଯାଉ, ଠିକ୍ ସେହିପରି ଖଣ୍ତ ଖଣ୍ତ ପ୍ରସ୍ତୁତ କରି କାଠ ଉପରେ ରଖିବି ଏବଂ ମୁଁ ତାକୁ ଅଗ୍ନି ଲଗାଇବି ନାହିଁ। 24 ବାଲ୍ ଭବିଷ୍ୟଦ୍ବକ୍ତାଗଣ ତୁମ୍ଭେ ତୁମ୍ଭର ଦେବତାକୁ ପ୍ରାର୍ଥନା କରିବ ଓ ମୁଁ ମୋର ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି। ତହିଁରେ ଯେଉଁ ପରମେଶ୍ୱର ଅଗ୍ନିଦ୍ୱାରା ଉତ୍ତର ଦେବେ ସେହିଁ ପ୍ରକୃତ ପରମେଶ୍ୱର।”
ତା’ପରେ ସମସ୍ତ ଲୋକମାନେ ତାଙ୍କ ସହିତ ଏକମତ ହେଲେ ଏବଂ କହିଲେ, ଯାହା ତୁମ୍ଭେ କୁହ ଉତ୍ତମ ଅଟେ।
25 ଏଲିୟ ବାଲ୍ ଭବିଷ୍ୟଦ୍ବକ୍ତାଙ୍କୁ କହିଲେ, “ତୁମ୍ଭେମାନେ ତ ଏଠାରେ ଅନେକ ଅଛ। ପ୍ରଥମେ ତୁମ୍ଭେମାନେ ଗୋଟିଏ ବୃଷଭ ପସନ୍ଦ କର। ବୃଷଭଟିକୁ ପ୍ରସ୍ତୁତ କର ଏବଂ ତୁମ୍ଭମାନଙ୍କର ଦେବତାକୁ ପ୍ରାର୍ଥନା କର। ମାତ୍ର ଅଗ୍ନି ସଂଯୋଗ କର ନାହିଁ।”
26 ତେଣୁ ସେମାନେ ବୃଷଭଟିକୁ ନେଲେ ଓ ପ୍ରସ୍ତୁତ କଲେ। ସେମାନେ ପ୍ରାତଃକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବାଲ୍ ନାମରେ ପ୍ରାର୍ଥନା କରି କହିଲେ, “ହେ ବାଲ୍ ଆମ୍ଭମାନଙ୍କ ବିନତି ଶୁଣ।” ମାତ୍ର କୌଣସି ଶବ୍ଦ ହେଲା ନାହିଁ କି କେହି ଉତ୍ତର ଦେଲେ ନାହିଁ। ସମସ୍ତ ଭବିଷ୍ୟଦ୍ବକ୍ତାଗଣ ସେମାନଙ୍କ ନିର୍ମିତ ଯଜ୍ଞବେଦିର ଗ୍ଭରିପଟେ ନାଚିଲେ। ମାତ୍ର ଅଗ୍ନି ସଂଘଟିତ ହେଲା ନାହିଁ।
27 ଏଲିୟ ସେମାନଙ୍କୁ ପରିହାସ କରି କହିଲେ, “ଯଦି ବାଲ୍ ସତ୍ୟ ଦେବତା, ତେବେ ଉଚ୍ଚସ୍ୱରରେ ଡାକ, ସେ ହୁଏତ ଧ୍ୟାନ କରୁଥିବ କିମ୍ବା ବାହାରକୁ ଯାଇଥିବ, କିମ୍ବା ଯାତ୍ରା କରୁଥିବ, ଅବା ସେ ନିଦ୍ରିତ ଥିବ, ଏଣୁ ତାକୁ ଜାଗ୍ରତ କରିବାକୁ ଉଚ୍ଚସ୍ୱରରେ ଡାକ।” 28 ତେଣୁ ସେମାନେ ଉଚ୍ଚସ୍ୱରରେ ପ୍ରାର୍ଥନା କଲେ। ସେମାନେ ଖଣ୍ତା ଓ ବର୍ଚ୍ଛାରେ ନିଜକୁ କ୍ଷତ ବିକ୍ଷତ କଲେ। ଏହିପରି ସେମାନେ ପୂଜା କରୁଥିଲେ। ସେମାନଙ୍କ ଶରୀରରୁ ଧାର ଧାର ରକ୍ତ ବହିଲା। 29 ଅପରାହ୍ନ ଅତିକ୍ରାନ୍ତ ହେଲା, ମାତ୍ର ଅଗ୍ନି ସୃଷ୍ଟି ହେଲା ନାହିଁ। ସେମାନେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ପର୍ଯ୍ୟନ୍ତ ପ୍ରଳାପ କରି ଗ୍ଭଲିଲେ। କିନ୍ତୁ କୌଣସି ଶବ୍ଦ ହେଲା ନାହିଁ, ବାଲ୍ କିଛି ଉତ୍ତର କଲେ ନାହିଁ କିମ୍ବା କେହି ମନୋଯୋଗ କଲେ ନାହିଁ।
30 ତା’ପରେ ଏଲିୟ ଲୋକମାନଙ୍କୁ ଡାକି କହିଲେ, “ବର୍ତ୍ତମାନ ତୁମ୍ଭେମାନେ ମୋ’ ନିକଟକୁ ଆସ।” ତେଣୁ ସେମାନେ ଏଲିୟର ଗ୍ଭରି ପାଖରେ ଏକତ୍ରିତ ହେଲେ। ସଦାପ୍ରଭୁଙ୍କ ଭାଙ୍ଗି ଯାଇଥିବା ଯଜ୍ଞବେଦିକୁ ଏଲିୟ ପୁନଃନିର୍ମାଣ କଲେ। 31 ଏଲିୟ ବାର ଗୋଟି ପଥର ପାଇଲେ। ଏହି ବାରଟି ପଥର ବାରଟି ଗୋଷ୍ଠୀ ପାଇଁ ଉଦ୍ଧିଷ୍ଟ ଥିଲା। ଏହା ବାରଟି ଗୋଷ୍ଠୀ ଯାକୁବଙ୍କର ବାର ପୁତ୍ରମାନଙ୍କର ନାମ ଅନୁସାରେ ହେଲେ। ସଦାପ୍ରଭୁ ଯାକୁବଙ୍କୁ ଇସ୍ରାଏଲ ନାମ ଦେଇଥିଲେ। 32 ଆଉ ସେହି ପଥରରେ ସେ ସଦାପ୍ରଭୁଙ୍କ ନାମରେ ଏକ ଯଜ୍ଞବେଦି ପୁନଃନିର୍ମାଣ କରି ସେହି ଯଜ୍ଞବେଦିର ଚତୁର୍ପାର୍ଶ୍ୱରେ ଦୁଇମହଣ ବିହନ ଧରିଲା ଭଳି ଏକ ଖାଇ ନିର୍ମାଣ କଲେ। 33 ତା’ପରେ ସେ ଯଜ୍ଞବେଦି କାଠ ସଜାଇ ସେହି କାଠ ଉପରେ ବୃଷଭକୁ ଖଣ୍ତ ଖଣ୍ତ କରି କାଟି ଥୋଇଲେ। 34 ତା’ପରେ ଏଲିୟ କହିଲେ, “ଗ୍ଭରିଟି କଳସ ଜଳରେ ପୂର୍ଣ୍ଣ କରି ସେହି ହୋମାର୍ଥକ ବଳିର ମାଂସ ଓ କାଠ ଉପରେ ଢାଳ।” ପୁଣି ଏଲିୟ କହିଲେ, “ଦ୍ୱିତୀୟ ଥର ପାଇଁ ତାହା କର।” ତା’ପରେ ପୁଣି କହିଲେ, “ତୃତୀୟ ଥର ପାଇଁ ତାହା କର।” ସେମାନେ ପ୍ରତିଥର ତାହା ହିଁ କଲେ। 35 ତଦ୍ଦ୍ୱାରା ଯଜ୍ଞବେଦିରୁ ଜଳ ବହି ଖାଇଟିକୁ ପୂର୍ଣ୍ଣ କଲା।
36 ସନ୍ଧ୍ୟାକାଳୀନ ପ୍ରାର୍ଥନା ଉତ୍ସର୍ଗ କରିବା ସମୟରେ ଏଲିୟ ସଦାପ୍ରଭୁଙ୍କ ଯଜ୍ଞବେଦି ନିକଟକୁ ଗଲେ ଓ କହିଲେ, “ହେ ସଦାପ୍ରଭୁ, ଅବ୍ରହାମ, ଇସ୍ହାକ ଓ ଯାକୁବର ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ଆଜି ପ୍ରମାଣ କର ଯେ, ତୁମ୍ଭେ ଇସ୍ରାଏଲର ପରମେଶ୍ୱର ଓ ମୁଁ ଯେ ତୁମ୍ଭର ସେବକ ଏବଂ ମୁଁ ଯେ ତୁମ୍ଭ ବାକ୍ୟ ଅନୁସାରେ ଏହିସବୁ କାର୍ଯ୍ୟ କରିଅଛି। 37 ହେ ସଦାପ୍ରଭୁ, ମୋ’ ପ୍ରାର୍ଥନାର ଉତ୍ତର ଦିଅ। ଆଉ ଏହି ଲୋକମାନଙ୍କୁ ଦେଖାଇ ଦିଅ ଯେ ତୁମ୍ଭେ ସଦାପ୍ରଭୁ, ପରମେଶ୍ୱର, ତାହାହେଲେ ସେମାନେ ସର୍ବାନ୍ତଃକରଣରେ ଜାଣିବେ ଯେ ତୁମ୍ଭେ ସେମାନଙ୍କୁ ତୁମ୍ଭ ନିକଟକୁ ଫେରାଇ ଆଣିଅଛ।”
38 ସେତେବେଳେ ସଦାପ୍ରଭୁଙ୍କ ପ୍ରେରିତ ଅଗ୍ନି ପ୍ରଜ୍ୱଳିତ ହେଲା ଓ ସେହି ଅଗ୍ନି ହୋମାର୍ଥକ ବଳି, କାଠ, ପ୍ରସ୍ତର, ଧୂଳି ଗ୍ରାସ କରି ଯଜ୍ଞବେଦିର ଗ୍ଭରିପାଖରେ ଥିବା ଖାଇର ଜଳକୁ ଶୁଷ୍କ କରି ଦେଲା। 39 ଏହା ଦେଖି ସମଗ୍ର ଲୋକ ଭୂମିରେ ମୁଣ୍ତ ନୁଆଁଇ କହିଲେ, “ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର।”
40 ତା’ପରେ ଏଲିୟ ସେମାନଙ୍କୁ କହିଲେ, “ବାଲ୍ର ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ଧର, କାହାରିକୁ ଛାଡ଼ ନାହିଁ।” ତେଣୁ ଲୋକମାନେ ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ଧରିଲେ। ତତ୍ପରେ ଏଲିୟ ସେମାନଙ୍କୁ କୀଶୋନ ନଦୀ ନିକଟକୁ ନେଇ ସେଠାରେ ହତ୍ୟା କଲେ।
ଯୀଶୁ ଖ୍ରୀଷ୍ଟ ସବୁଠାରୁ ମହାନ
3 ଆଉ ଏବେ ହେ ମୋର ଭାଇ ଓ ଭଉଣୀମାନେ! ପ୍ରଭୁଙ୍କଠାରେ ଆନନ୍ଦ କର। ତୁମ୍ଭକୁ ଥରକୁ ଥର ସେହି ଏକାକଥା ଲେଖିବାରେ, ମୋତେ କଷ୍ଟ ହୁଏ ନାହିଁ, କାରଣ ଏହା ଦ୍ୱାରା ତୁମ୍ଭେମାନେ ଅଧିକ ପ୍ରସ୍ତୁତ ହୋଇ ରହିବ।
2 ଯେଉଁମାନେ ମନ୍ଦକର୍ମରେ ଲିପ୍ତ, ସେମାନଙ୍କଠାରୁ ସାବଧାନ ହୋଇ ରୁହ, ସେମାନେ କୁକୁରମାନଙ୍କ ପରି। ସେମାନେ ଲୋକମାନଙ୍କୁ ସୁନ୍ନତ [a] ହେବା ପାଇଁ ଦାବୀ କରନ୍ତି। 3 କିନ୍ତୁ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ହୋଇଥିବା ଲୋକ ଅଟୁ। ଆମ୍ଭେ ଆତ୍ମା ଦ୍ୱାରା ପରମେଶ୍ୱରଙ୍କର ସେବା କରୁ। ଆମ୍ଭେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଗର୍ବ କରୁ। ଆମ୍ଭେ ନିଜେ କିଛି କରି ପାରିବା ବୋଲି ନିଜ ଉପରେ ନିର୍ଭର କରୁ ନାହୁଁ। 4 ଯଦିଓ ମୁଁ ନିଜ ଶକ୍ତିରେ ବିଶ୍ୱାସ ରଖି ପାରିବି ତଥାପି ମୁଁ ନିଜ ଶକ୍ତି ଉପରେ ବିଶ୍ୱାସ ରଖୁ ନାହିଁ। ଯଦି କୌଣସି ଲୋକ ଭାବେ ଯେ ନିଜ ଉପରେ ବିଶ୍ୱାସ କରିବାର ତା’ର କାରଣ ଅଛି, ତା’ହେଲେ ମୁଁ କହିବି ଯେ ତା’ ଅପେକ୍ଷା ମୋର ନିଜ ଉପରେ ବିଶ୍ୱାସ କରିବା ପାଇଁ ଅଧିକ କାରଣ ଅଛି। ଏହା ସେ ଜାଣିବା ଉଚିତ୍। 5 ମୋର ଜନ୍ମ ହେବାର ଆଠ ଦିନପରେ, ମୋର ସୁନ୍ନତ କରାଯାଇଥିଲା। ମୁଁ ଜଣେ ଇସ୍ରାଏଲୀୟ ଲୋକ। ମୁଁ ବିନ୍ୟାମିନଙ୍କ ବଂଶଧର। ଏବ୍ରୀୟ ପିତାମାତାଙ୍କଠାରୁ ଜନ୍ମିଥିବାରୁ ମୁଁ ଜଣେ ଏବ୍ରୀୟ ଅଟେ। ମୋ’ ପାଇଁ ମୋଶାଙ୍କ ବ୍ୟବସ୍ଥା ଆଜି ଗୁରୁତ୍ୱପୂର୍ଣ୍ଣ, ସେ ଦୃଷ୍ଟିରୁ ମୁଁ ଜଣେ ଫାରୂଶୀ। 6 ଯିହୂଦୀଧର୍ମ ପାଇଁ ମୋର ଏତେ ଅଧିକ ଉଦ୍ଯୋଗ ଥିଲା ଯେ ମୁଁ ମଣ୍ଡଳୀକୁ ତାଡ଼ନା କରୁଥିଲି। ବିଶ୍ୱାସୀମାନଙ୍କୁ ତାଡ଼ନା ଦେଉଥିଲି। ମୁଁ ଯେପରି ଭାବରେ ମୋଶାଙ୍କ ନିୟମ ପାଳନ କରୁଥିଲି, କେହିହେଲେ ମୋ’ଠାରେ କୌଣସି ଦୋଷ ପାଇ ନ ଥିଲେ।
7 ସମୟ ଥିଲା, ଯେତେବେଳେ ଏଗୁଡ଼ିକ ମୋ’ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ମୁଁ ସ୍ଥିର କଲି ଯେ ଖ୍ରୀଷ୍ଟଙ୍କ ହେତୁ ସେଗୁଡ଼ିକର କିଛି ମୂଲ୍ୟ ନାହିଁ। 8 ମୁଁ ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା ହେତୁ, ଅନ୍ୟ ସମସ୍ତ ବିଷୟକୁ ଏବେ ତୁଚ୍ଛ ମନେକରେ, ସେଗୁଡ଼ିକ ମୋ’ ପାଇଁ ମୂଲ୍ୟହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଯେଉଁ ବିଷୟ ଗୁଡ଼ିକୁ ମହତ୍ତ୍ୱପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ୟାଗ କରିଛି। ମୁଁ ଏବେ ଜାଣେ ଯେ ସେଗୁଡ଼ିକ ମୂଲ୍ୟହୀନ ସଢ଼ାକୁଟା ପରି। 9 ଏହା ମୋତେ ଖ୍ରୀଷ୍ଟଙ୍କୁ ଲାଭ କରିବା ପାଇଁ ଓ ଖ୍ରୀଷ୍ଟଙ୍କଠାରେ ରହିବାକୁ ସାହାଯ୍ୟ କରେ। ଖ୍ରୀଷ୍ଟଙ୍କ ସହଭାଗିତାରେ ମୁଁ ପରମେଶ୍ୱରଙ୍କ ଧାର୍ମିକତା ପ୍ରାପ୍ତ ହୁଏ କିନ୍ତୁ ଏହି ଧାର୍ମିକତା ବ୍ୟବସ୍ଥା ପାଳନର ଫଳ ନୁହେଁ। ବରଂ ଏହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ପରମେଶ୍ୱରଙ୍କଠାରୁ ଆସେ। ପରମେଶ୍ୱର ତାହାଙ୍କ ପ୍ରତି ମୋତେ ସିଦ୍ଧ କରିବାକୁ ଖ୍ରୀଷ୍ଟଙ୍କଠାରେ ମୋର ବିଶ୍ୱାସକୁ ବ୍ୟବହାର କରନ୍ତି। 10 ମୁଁ ଖ୍ରୀଷ୍ଟଙ୍କୁ ଜାଣିବାକୁ ଓ ମୃତ୍ୟୁରୁ ସେ ପୁନର୍ଜୀବିତ ହୋଇ ଉଠିଥିବା ଶକ୍ତିକୁ ମଧ୍ୟ ଜାଣିବାକୁ ଇଚ୍ଛା କରେ। ମୁଁ ତାହାଙ୍କ ଦୁଃଖ ଭୋଗରେ ଅଂଶୀ ହେବାକୁ ଓ ତାହାଙ୍କ ମୃତ୍ୟୁ ଭୋଗରେ ତାହାଙ୍କ ପରି ହେବାକୁ ଗ୍ଭହେଁ। 11 ସେହିପରି ଭାବରେ ମୁଁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହୋଇପାରେ, ଏ ଭରସା ମୋର ଅଛି।
ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ଯତ୍ନ କରିବା
12 ମୁଁ କହୁ ନାହିଁ ଯେ ପରମେଶ୍ୱର ମୋତେ ଯେପରି ହେବାକୁ ଗ୍ଭହାନ୍ତି, ମୁଁ ଠିକ୍ ସେହିପରି ହୋଇସାରିଛି। ମୁଁ ସେହି ଲକ୍ଷ୍ୟସ୍ଥଳରେ ଏପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ। କିନ୍ତୁ ମୁଁ ମୋର ଚେଷ୍ଟା ଅବିରତ ଜାରି ରଖିଛି, ଯାହାଦ୍ୱାରା ସେହି ଲକ୍ଷ୍ୟ ହାସଲ କରି ପାରିବି। ଯୀଶୁ ଖ୍ରୀଷ୍ଟ ଗ୍ଭହାନ୍ତି ଯେ ମୁଁ ସେହି ଲକ୍ଷ୍ୟ ପାଇପାରେ, ସେଥିପାଇଁ ସେ ମୋତେ ନିଜର କରିଛନ୍ତି। 13 ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ମୁଁ ଏପର୍ଯ୍ୟନ୍ତ ସେହି ଲକ୍ଷ୍ୟ ସ୍ଥଳକୁ ଯାଇ ପାରି ନାହିଁ। କିନ୍ତୁ ମୁଁ ସବୁବେଳେ ଏହି ଗୋଟିଏ କାର୍ଯ୍ୟ କରେ: ମୁଁ ଅତୀତର ବିଷୟସବୁ ଭୁଲି, ମୋ’ ଆଗରେ ଥିବା ଲକ୍ଷ୍ୟକୁ ଆଖିରେ ରଖି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରେ। 14 ମୁଁ ସବୁବେଳେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପୁରସ୍କାରଟି ପାଇବା ପାଇଁ ଚେଷ୍ଟା କରୁଥାଏ। ଖ୍ରୀଷ୍ଟଙ୍କଠାରେ ସ୍ୱର୍ଗୀୟ ଜୀବନର ପୁରସ୍କାର ପାଇବା ଲାଗି ପରମେଶ୍ୱର ମୋତେ ଡାକିଛନ୍ତି।
15 ଆମ୍ଭମାନଙ୍କ ଭିତରୁ ଯେଉଁମାନେ ଆତ୍ମିକ ଭାବରେ ସିଦ୍ଧ ହେବା ପାଇଁ ଯାଉଛୁ, ସେମାନେ ମଧ୍ୟ ଏହିଭଳି ଭାବିବା ଦରକାର। ଯଦି ଏଥିରେ କୌଣସି କଥାରେ ତୁମ୍ଭର ଭିନ୍ନ ମତ ଥାଏ, ତା’ହେଲେ ପରମେଶ୍ୱର ତୁମ୍ଭ ପାଇଁ ଏହାକୁ ମଧ୍ୟ ସ୍ପଷ୍ଟ କରିଦେବେ। 16 କିନ୍ତୁ ଆମ୍ଭେ ଯେଉଁସବୁ ସତ୍ୟ ଜାଣିଛୁ, ସେହି ସତ୍ୟ ମାର୍ଗରେ ଅବିରତ ଗ୍ଭଲିବା ଉଚିତ୍।
ବାପ୍ତିଜକ ଯୋହନଙ୍କ କାର୍ଯ୍ୟ(A)
3 ସେହି ସମୟରେ ବାପ୍ତିଜକ ଯୋହନ ଆସି ଯିହୂଦା ପ୍ରଦେଶର ପ୍ରାନ୍ତର ମଧ୍ୟରେ ଘୋଷଣା କରି କହିବାକୁ ଲାଗିଲେ 2 “ତୁମ୍ଭମାନଙ୍କର ଜୀବନ ଓ ହୃଦୟ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ଶୀଘ୍ର ଆସୁଅଛି।” 3 ସେହି ଯୋହନଙ୍କ ବିଷୟରେ ଭବିଷ୍ୟଦ୍ବକ୍ତା ଯିଶାଇୟ କହୁଥିଲେ,
“ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର:
‘ପ୍ରଭୁଙ୍କର ପଥ ପ୍ରସ୍ତୁତ କର,
ତାହାଙ୍କ ରାଜପଥ ସଳଖ କର।’”(B)
4 ଯୋହନଙ୍କ ବସ୍ତ୍ର ଓଟ ଲୋମରେ ତିଆରି ହୋଇଥିଲା, ସେ ଅଣ୍ଟାରେ ଚମଡ଼ା ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନମଧୁ ତାହାଙ୍କର ଖାଦ୍ୟ ଥିଲା। 5 ସେ ସମୟରେ ଯିରୁଶାଲମ, ସମଗ୍ର ଯିହୂଦା ରାଜ୍ୟ ଓ ଯର୍ଦ୍ଦନ ନଦୀର ଦୁଇପାଖ ଅଞ୍ଚଳରେ ଥିବା ଲୋକ ଯୋହନଙ୍କ ପାଖକୁ ଉପଦେଶ ଶୁଣିବାକୁ ଆସିଲେ। 6 ସେମାନେ ନିଜ ନିଜ ପାପ ସ୍ୱୀକାର କଲେ। ଯୋହନ ଯର୍ଦ୍ଦନ ନଦୀରେ ସେମାନଙ୍କୁ ବାପ୍ତିସ୍ମ ଦେଲେ।
7 ଅନେକ ଫାରୂଶୀ ଓ ସାଦ୍ଦୂକୀମାନେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିବା ସ୍ଥାନକୁ ଆସିଲେ। ସେମାନଙ୍କୁ ଦେଖି ଯୋହନ କହିଲେ, “ହେ କାଳସର୍ପଗଣ! ତୁମ୍ଭେ ପ୍ରଭୁଙ୍କ ଆଗାମୀ କ୍ରୋଧରୁ ପଳାୟନ କରିବା ପାଇଁ ତୁମ୍ଭକୁ କିଏ ଚେତାବନୀ ଦେଲେ? 8 ତୁମ୍ଭକୁ ନିଜର କାର୍ଯ୍ୟ ଦ୍ୱାରା ପ୍ରକାଶ କରିବାକୁ ହେବ ଯେ, ତୁମ୍ଭେ ବାସ୍ତବରେ ମନ ପରିର୍ତ୍ତନ କରିଅଛ। 9 ତୁମ୍ଭେମାନେ ନିଜକୁ ଅବ୍ରହାମଙ୍କ ସନ୍ତାନ ବୋଲି କହିଦେଲେ ଯେ ଯଥେଷ୍ଟ ହୋଇଗଲା, ସେ କଥା କେବେ ହେଲେ ଭାବ ନାହିଁ। ମୁଁ ତୁମ୍ଭକୁ କହି ରଖୁଛି ଯେ ପରମେଶ୍ୱର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡ଼ିକରୁ ମଧ୍ୟ ସନ୍ତାନ ସୃଷ୍ଟି କରି ପାରିବେ। 10 ଗଛର ମୂଳ ଉପରେ କୁହ୍ରାଡ଼ି ରଖା ଯାଇସାରିଲାଣି। ଯେଉଁସବୁ ଗଛ ଭଲ ଫଳ ଦେଉ ନାହାନ୍ତି, ସେଗୁଡ଼ିକୁ କାଟି ନିଆଁରେ ପକେଇ ଦିଆଯିବ।
11 “ତୁମ୍ଭେମାନେ ମନ ପରିବର୍ତ୍ତନ କରିଥିବାରୁ ମୁଁ ତ ତୁମ୍ଭକୁ ଜଳରେ ବାପ୍ତିସ୍ମ ଦେଉଛି, କିନ୍ତୁ ମୋ’ପରେ ଯେ ଆସୁଛନ୍ତି, ସେ ମୋ’ଠାରୁ ମହାନ। ମୁଁ ତ ତାହାଙ୍କର ଜୋତା ବୋହି ନେବାକୁ ମଧ୍ୟ ଯୋଗ୍ୟ ନୁହେଁ। ସେ ତୁମ୍ଭକୁ ପବିତ୍ରଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। 12 ତାହାଙ୍କ ହାତରେ କୁଲା ଅଛି। ସେଥିରେ ସେ ଶସ୍ୟ ସବୁରୁ ଅଗାଡ଼ି ତକ ଅଲଗା କରିଦେବେ। ସେ ତାହାଙ୍କ ଖଳାରୁ ପରିଷ୍କାର ହୋଇଥିବା ଶସ୍ୟତକ ଏକାଠି କରିନେଇ ଅମାର ଭିତରେ ରଖି ଦେବେ ଓ ଅଗାଡ଼ି, କାଠି-କୁଟାତକ ନିଆଁରେ ପକେଇ ଦେବେ। ସେ ନିଆଁ କେବେ ହେଲେ ଲିଭିବ ନାହିଁ।”
2010 by World Bible Translation Center